AFFILIATE MARKETING

https://binomo.com?a=90810425bb57&t=0

Sunday, November 19, 2023

ବିଶ୍ୱକପ ଫାଇନାଲରେ ଭାରତକୁ ପ୍ରଥମ ଝଟକା

COASTAL NEWS ODIA 1477

ବିଶ୍ୱକପ ଫାଇନାଲରେ ଭାରତକୁ ପ୍ରଥମ ଝଟକା





ଗୁଜରାଟ - (CNO) ବିଶ୍ୱକପ ଫାଇନାଲରେ ଭାରତକୁ ପ୍ରଥମ ଝଟକା ଲାଗିଛି। ମାତ୍ର ୪ ରନ କରି ଶୁବମନ ଗିଲ୍‌ ପ୍ୟାଭିଲିୟନକୁ ଲେଉଟିଛନ୍ତି । ସେ ମିଚେଲ ଷ୍ଟାର୍କଙ୍କୁ ଶଟ୍‌ ମାରିବାକୁ ଯାଇ ମିଡଅନ୍‌ରେ ଆଉଟ ହୋଇଯାଇଛନ୍ତି। ଦଳୀୟ ସ୍କୋର ୩୦ ଥିବା ବେଳେ ସେ ଅପ୍ରତ୍ୟାଶିତ ଭାବେ ଆଉଟ ହୋଇଛନ୍ତି। ଟସ୍‌ ହାରି ବିଶ୍ୱକପ ଫାଇନାଲରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଏହା ଏକ ବଡ଼ ଝଟକା ।

ରୋହିତ ଶର୍ମା ପ୍ରଥମ ଓଭରରେ ୩ ରନ ଆଦାୟ କରିଥିବା ବେଳେ ପରବର୍ତ୍ତୀ ଓଭରରୁ ସେ ବଡ଼ ଶଟ ମାରିବା ଆରମ୍ଭ କରିଛନ୍ତି। ୪ ଓଭର ସୁଦ୍ଧା ସେ ଦଳୀୟ ସ୍କୋରକୁ ମଧ୍ୟ ୩୦ରେ ପହଞ୍ଚାଇ ଦେଇଥିଲେ। ୩୦ ରନ ମଧ୍ୟରୁ ରୋହିତ ଏକାକୀ ୨୫ ରନ ମଧ୍ୟ କରି ନେଇଥିଲେ।ଗିଲଙ୍କୁ କେବଳ ତାଙ୍କର ସାଥ ଦେବାର ଥିଲା। କିନ୍ତୁ ୫ମ ଓଭରର ଦ୍ୱିତୀୟ ବଲରେ ଗିଲ୍‌(୪) ଷ୍ଟାର୍କଙ୍କ ଦ୍ୱାରା ଆଉଟ ହୋଇଯାଇଛନ୍ତି। ତାଙ୍କ ସ୍ଥାନରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଛନ୍ତି। ୫ମ ଓଭରରେ ୱିକେଟ ଯାଇଥିଲେ ମଧ୍ୟ ରୋହିତ ଶର୍ମା ଶେଷ ବଲରେ ଛକା ମାରିଥିଲେ।

ଏହାପରେ ବିରାଟ ମଧ୍ୟ ଦମଦାର ବ୍ୟାଟିଂ କରୁଛନ୍ତି। ସେ ଷ୍ଟାର୍କଙ୍କୁ ଲଗାତର ୩ ଚୌକା ମଧ୍ୟ ମାରିଛନ୍ତି। ଏଥିସହ ଦଳୀୟ ସ୍କୋରକୁ ମଧ୍ୟ ୫୦ ପାର କରାଇଛନ୍ତି।  ଭାରତ ୭ ଓଭରରେ ଗୋଟିଏ ୱିକେଟ ହରାଇ ୫୪ ରନ କରିଛି। 

କାହ୍ନୁ ଙ୍କ ବିଶ୍ଵ ରେକର୍ଡ

COASTAL NEWS ODIA 1476

କାହ୍ନୁ ଙ୍କ ବିଶ୍ଵ ରେକର୍ଡ 



ଟିଟିଲାଗଡ଼ - (CNO) ଭାରତ ଅଷ୍ଟ୍ରେଲିଆ ସହ ବିଶ୍ଵକପ କ୍ରିକେଟ ମ୍ୟାଚର ଆଜି ଫାଇନାଲ ଖେଳରେ ଭାରତ ସଫଳତା ନିଶ୍ଚିତ ନେଇ ଦେଶବାସୀ ପ୍ରାର୍ଥନା କରୁଛନ୍ତି। ଏହି ଅବସରରେ ଟିଟିଲାଗଡ଼ ଠାରେ କ୍ରିକେଟ ବ୍ୟାଟକୁ ନେଇ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । 

ଟିଟିଲାଗଡ଼ ପୌର କଲ୍ୟାଣ ମଣ୍ଡପ ଠାରେ  ଯୁଵ ପ୍ରତିଭା ଗୋଟିଏ ଆଙ୍ଗୁଠିରେ କ୍ରିକେଟ ବ୍ୟାଟକୁ ସନ୍ତୁଳନର ରେକର୍ଡ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ରାଜସ୍ଥାନ ରାଜ୍ୟ ସିକାରର ଆର୍ଯ୍ୟନଶର୍ମା ୧ ଘଣ୍ଟା ୧୬ ମିନିଟ ୧୯ ସେକେଣ୍ଡ ସମୟ ଧରି କ୍ରିକେଟ ବ୍ୟାଟକୁ ଗୋଟିଏ ଆଙ୍ଗୁଠିରେ ସନ୍ତୁଳନ କରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ। ଯୁବକ କାହ୍ନୁ ଗିନିଜ ବୁକ ଅଫ ରେକର୍ଡ ପକ୍ଷରୁ ଅଧିକୃତ ନିୟମ ଅନୁଯାୟୀ ରେଫରି ଧୂଵଲେଶ୍ୱର ଦଲବେହେରା, ରାଜେଶ ସ୍ୱାଇଁ, ଦିଲୀପ ତ୍ରିପାଠୀ, ଜିତେନ୍ଦ୍ର ପୃଷ୍ଟିଙ୍କ ଉପସ୍ଥିତିରେ ଏହି ବିରଳ ରେକର୍ଡ ରଚିଛନ୍ତି। 

କାହ୍ନୁଙ୍କ ଏହି ରେକର୍ଡର ଭିଡିଓ ଚିତ୍ର ଉତ୍ତୋଳନ କରାଯାଇଥିବା ବେଳେ ଏହାକୁ ସ୍ୱୀକୃତି ପାଇଁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡକୁ ପଠାଯିବ ବୋଲି ରେଫରି ପ୍ୟାନେଲ ପକ୍ଷରୁ କୁହାଯାଇଛି। ଟିଟିଲାଗଡ଼ କରାଟେ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଛି l

ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ଆଇନଜୀଵୀ ବୀରେନ୍ଦ୍ର ବାଗ, ସମ୍ପାଦକ କେଦାର କବାଟ, ବଲାଙ୍ଗିର ଜିଲ୍ଲା ଜୋଡୋ ଏସୋସିଏସନର ସଭାପତି ଦେବେନ୍ଦ୍ର ଜୈନ, ଆଦିବାସୀ ସଂଘ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସଞ୍ଜୟ ବେହେରା, ପ୍ରଫୁଲ୍ଲ ପ୍ରଧାନୀ, ଦେବସିଂ ମାଝୀ, ପ୍ରେମ ବଗର୍ତି, ରୋସନ ଶୁଭ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି। ରେକର୍ଡ ପ୍ରତିଷ୍ଠା ପରେ ମଧ୍ଯ କାହ୍ନୁ ସନ୍ତୁଳନ ଜାରି ରଖିଛନ୍ତି।

କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌: ଟସ୍‌ ଜିତି ପ୍ରଥମେ ଭରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

COASTAL NEWS ODIA 1475

କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌: ଟସ୍‌ ଜିତି ପ୍ରଥମେ ଭରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ



ଅହମଦାବାଦ-(CNO) ଅହମଦାବାଦର ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌’ରେ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆର ଫାଇନାଲ୍‌ ମ୍ୟାଚ୍‌ରେ ‘ଟସ୍‌’ ଜିତି  ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ପ୍ରଥମେ ଭାରତ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଏକାଦଶରେ ଖେଳୁଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଦେଜା, ମହମ୍ମଦ୍‌ ଶାମି, ଜସ୍‌ପ୍ରିତ୍‌ ବୁମ୍‌ରା, କୁଳଦୀପ ଯାଦବ ଓ ମହମ୍ମଦ୍‌ ସିରାଜ।

ସେହିପରି, ଅଷ୍ଟ୍ରେଲିଆ ଏକାଦଶରେ ଖେଳୁଛନ୍ତି, ଟ୍ରେଭିସ୍‌ ହେଡ୍‌, ଡେଭିଡ୍‌ ୱାର୍ଣ୍ଣର୍‌, ମିସେଲ୍‌ ମାର୍ସ, ଷ୍ଟିଭେନ୍‌ ସ୍ମିଥ୍, ମାର୍ଣ୍ଣସ୍‌ ଲାଗୁସେନି, ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌, ଜସ୍‌ ଇଙ୍ଗ୍‌ଲିସ୍‌ (ୱିକେଟ୍‌ରକ୍ଷକ), ପ୍ୟାଟ୍‌ କ୍ୟୁମିନ୍‌ସ୍‌ (ଅଧିନାୟକ), ମିସେଲ୍‌ ଷ୍ଟାର୍କ, ଆଦାମ ଜାମ୍ପା ଓ ଜସ୍‌ ହେଜେଲ୍‌ଉଡ୍‌।

ଖେଳ ପ୍ରଦର୍ଶନର ରୋମାଞ୍ଚକର ଦ୍ରୁଶ୍ୟ ଦେଖିବାକୁ ବିଶ୍ଵସାରାର କ୍ରିକେଟ ପ୍ରେମୀ ଉତ୍ସୁକ l

ଭାରସାମ୍ଯ ହରାଇ ଓଲଟି ପଡିଲା ଗୋରୁ ବୋଝେଇ ଭ୍ଯାନ

COASTAL NEWS ODIA 1474

ଭାରସାମ୍ଯ ହରାଇ ଓଲଟି ପଡିଲା ଗୋରୁ ବୋଝେଇ ଭ୍ଯାନ 



ଠାକୁରମୁଣ୍ଡା - (CNO ): ଠାକୁରମୁଣ୍ଡା ଠାରୁ ୩ କିଲୋ ମିଟର ଦୂର ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତା ର ଜୁଆଳିକଟା ଛକ ନିକଟରେ ରବିବାର ସକାଳେ ବେଆଇନ ଭାବରେ ଗୋରୁ ବୋଝେଇ କରି ନେଉଥିବା ଏକ ପିକଅପ୍ ଭ୍ୟାନ ଭାରସାମ୍ଯ ହରାଇ ଓଲଟି ପଡିଥିଲା l 

ଭ୍ୟାନ ର ହେଲପର ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି। ଗାଡିରେ ବୋଝେଇ ହୋଇ ଯାଉଥିବା ଗୋରୁ ଙ୍କ ମଧ୍ୟରୁ ଗୋଟିଏ ଗୋରୁ ର ମଧ୍ୟ ମୃତ୍ୟୁ ଘଟିଛି।ଦୁର୍ଘଟଣା ପରେ ଘଟଣାସ୍ଥଳ ରୁ ଭ୍ୟାନ ର ଡ୍ରାଇଭର ଫେରାର ହୋଈ ଯାଇଥିବା ବେଳେ କେତେକ ଗୋରୁ ଆହତ ହୋଉଥିବାର ଜଣା ଯାଇଛି । 

ଖବର ରୁ ପ୍ରକାଶ ଠାକୁରମୁଣ୍ଡା ପଟୁ ଏକ ପିକଅପ୍ ଭ୍ୟାନ ନମ୍ବର O 11 AA 3988 ଯୋଗେ ପ୍ରାୟ ୧୦/୧୨ ଟି ଗୋରୁ ବୋଝେଇ ହୋଈ କରଞ୍ଜିଆ ଆଡକୁ ଯାଉଥିବା ସମୟରେ ସକାଳ ପ୍ରାୟ ୭.୩୦ ମିନିଟ ସମୟରେ ଜୁଆଳିକଟା ଛକ ନିକଟରେ ଭ୍ୟାନ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଖବର ପାଇ ଘଟଣାସ୍ଥଳ ରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ହେଲପର ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଛନ୍ତି।ମୃତ ହେଲପରଙ୍କ ପରିଚୟ  ମିଳିପାରି ନାହିଁ।ଦୁର୍ଘଟଣା ରେ ଆହତ ଗୋରୁ ଙ୍କ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟ ର ଆମ୍ବୁଲାନ୍ସ ଯାଇ ଚିକିତ୍ସା ଯୋଗାଇ ଦେଇଛି । ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଟିମ୍ ଇଣ୍ଡିଆକୁ ଶୁଭେଛା

COASTAL NEWS ODIA 1473

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଟିମ୍ ଇଣ୍ଡିଆକୁ ଶୁଭେଛା  



ପୁରୀ - (CNO) ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ହେବ ମହା ମୁକାବିଲା । ବିଶ୍ୱକପ୍ ଫାଇନାଲ ମ୍ୟାଚକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆଇସିସି ଟୁର୍ନାମେଣ୍ଟର ଏହି ଶେଷ ମ୍ୟାଚ୍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି । 

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ସମସ୍ତ କ୍ରୀଡାପ୍ରେମୀଙ୍କ  ନଜର ରହିଛି । ODI ବିଶ୍ୱକପରେ ଭାରତୀୟ ଦଳ ଦୁଇଥର ଟାଇଟଲ ଜିତିଥିବାବେଳେ ଅଷ୍ଟ୍ରେଲିଆ ପାଞ୍ଚ ଥର ଟାଇଟଲ ଜିତି ପାରିଛି । ରବିବାର 19 ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଜିତିବାକୁ ଉଭୟ ଦଳ ପ୍ରାଣମୂର୍ଛା ଉଦ୍ୟମ କରିବେ । ଫାଇନାଲ୍‌ ମୁକାବିଲା ପୂର୍ବରୁ ସମସ୍ତ 10 ଟି ମ୍ୟାଚ୍ ଜିତି ବର୍ତ୍ତମାନ ସୁଦ୍ଧା ଅପରାଜିତ ଥିବା ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । 

ଫାଇନାଲ ମ୍ୟାଚର ଅବ୍ୟବହିତ ପୂର୍ବରୁ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଦେଶର କୋଣ ଅନୁକୋଣରୁ ଟିମ୍‌ ଇଣ୍ଡିଆ ପାଇଁ ଶୁଭେଚ୍ଛା ସୁଅ ଛୁଟିଛି । ତେଣୁ ମୁଁ ବି ଭାରତୀୟ ଟିମ୍‌କୁ ଫାଇନାଲ ମୁକାବିଲା ପୂର୍ବରୁ ଶୁଭେଚ୍ଛା ଜଣାଇଛି । ମୋର  ବାଲୁକାଶିଳ୍ପୀ ଟିମ୍  କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଗୁଡ୍‌ ଲକ୍‌ କହିଛୁ । ଅହମ୍ମଦାବାଦ୍‌ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌କୁ ମଧ୍ୟ ବାଲୁକା କଳାରେ ଚିତ୍ରଣ କରିଛୁ ।

ପୋଲରୁ ତଳକୁ ଖସିଲା କାର, ତିନି ଗୁରୁତର

COASTAL NEWS ODIA 1472

ପୋଲରୁ ତଳକୁ ଖସିଲା କାର, ତିନି ଗୁରୁତର




ସୁନ୍ଦରଗଡ଼ - (CNO) ପୋଲ ତଳକୁ ଖସିଲା କାର୍ । ଭାରସାମ୍ଯ ହରାଇ ପ୍ରାୟ 20 ଫୁଟ୍ ତଳକୁ ଖସି ପଡିଲା କାର୍ । ବଣାଇ ମହୁଲପଦା ଫୁଲଝର ନିକଟରେ ଘଟିଛି ଏଭଳି ଦୁଃଖଦ ଘଟଣା । ଏଥିରେ ତିନି ଜଣ ଗୁରୁତର ଆହତ ହୋଇ ମେଡିକାଲ ରେ ଭର୍ତ୍ତି । 

ଆହତ ତିନି ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ତା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କାର୍କେ ଟି କେନ୍ଦୁଝରରୁ ରାଉରକେଲାକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି । ଆହତମାନେ କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଓମକାର ବେହେରା ଓ ଯଦୁମଣି ମହାକୁଡ଼ ବୋଲି ଜଣାପଡିଛି । ଅଜିତ ଓ ଓମକାରଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସୂତ୍ରରୁ ପ୍ରକାଶ ।  

ଖବର ରୁ ପ୍ରକାଶ ଯେ ଓମକାର କାର୍ ଚଲାଉଥିଲେ । ବିଳମ୍ବିତ ରାତିରେ ଏମାନେ ରାଉରକେଲାକୁ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି ପୋଲତଳକୁ ଖସିପଡିଥିଲା । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅଜିତ ଏବଂ ଓମକାରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉଲକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ୨୦୨୪ ରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ

COASTAL NEWS ODIA 1471

ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ୨୦୨୪ ରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା  ପାଇଁ ଫର୍ମ



ଭୁବନେଶ୍ୱର: ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ୨୦୨୪ ରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା  ପାଇଁ ଫର୍ମ ପୂରଣ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ । ୨୯ ତାରିଖ ମଧ୍ୟରେ ବିନା ଜରିମାନାରେ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । ଡିସେମ୍ବର ୭ ଫର୍ମ ପୂରଣ ପାଇଁ ରହିଛି ଶେଷ ତାରିଖ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 



ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁସାରେ, ନଭେମ୍ବର ୧୬ରୁ ନଭେମ୍ବର ୩୦ତାରିଖ ମଧ୍ୟରେ ଏସବିଆଇ କଲେକ୍ଟ ମାଧ୍ୟମରେ ଫି'ଦାଖଲ କରିବା ପାଇଁ ପଡିବ । ନଭେନମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଶହେ ଟଙ୍କା ଜରିମାନା ଏବଂ ଡିସେମ୍ବର ୫ରୁ ୭ ମଧ୍ୟରେ ଏହା ବୃଦ୍ଧି ପାଇଁ ୪୫୦ ଟଙ୍କା ଜୋରିମାନା ଦେବାକୁ ପଡିବ ଛାତ୍ରଛାତ୍ରୀଙ୍କୁ । ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଦେବାକୁ ପଡିବ ସେହିପରି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପେପର୍ ପିଛା ୪୦ ଟଙ୍କା ଫି ଦେବାକୁ ପଡିବ ବୋଲି ସୂଚନା ରହିଛି । ସେହିପିର ଡିସେମ୍ବର ୭ ସୁଦ୍ଧା ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ । 

ସେହିପରି ସ୍ମାରକ ପତ୍ର ପାଇଁ ୧୦୦ଟଙ୍କା ଦାଖଲ କରିବାକୁ ପଡିବ । ଫର୍ମ ପୂରଣ ସମୟରେ କଲେଜ ପରିଚୟପତ୍ର, ଫଟୋକପି, ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଛାତ୍ରଛାତ୍ରୀଙ୍କୁ ଦାଖଲ କରିବା ପାଇଁ ପଡିବ । ପରୀକ୍ଷା ଫର୍ମ ପୂରଣ ବାବଦରେ ଅଧିକ କିଛି ଜାଣିବାକୁ ହେଲେ ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ ଜରିଆରେ ଅଧିକ ସୂଚନା ପାଇପାରିବେ ଛାତ୍ରଛାତ୍ରୀ ।

Saturday, November 18, 2023

ଆଜିର ରାଶିଫଳ

COASTAL NEWS ODIA 1471

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୧୯ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•════✧*
*ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
*✧═════•❁❀❁•═════✧*
*🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
*✧═════•❁❀❁•═════✧*
*🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
*✧═════•❁❀❁•═════✧*
*🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
*✧═════•❁❀❁•═════✧*
*🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ  ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
*✧═════•❁❀❁•═════✧*
*🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
*✧═════•❁❀❁•═════✧*
*🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
*✧═════•❁❀❁•═════✧*
*🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
*✧═════•❁❀❁•═════✧*
*🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।*

ପୁତୁରାର ଜୁଇ ପାଖରେ ଟଳି ପଡ଼ିଲେ ବଡ଼ବାପା

COASTAL NEWS ODIA 1469

 ପୁତୁରାର ଜୁଇ ପାଖରେ ଟଳି ପଡ଼ିଲେ ବଡ଼ବାପା 




ପୁରୀ: (CNO)  ନିଜ ଆଖି ଆଗରେ ପୁତୁରାର ଚିତା ଜଳିବା ଦେଖି ସହିପାରିଲେନି ବଡ଼ବାପା । ପୁତୁରାର ଜୁଇ ନିକଟରେ ଟଳିପଡ଼ିଲେ । ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସ୍ୱର୍ଗଦ୍ୱାରରେ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଲିଝରୀ ଗାଁର ରୁଦ୍ର ପ୍ରସାଦ ମହାନ୍ତି । କୋରାପୁଟରେ ନିଜ ପିଉସୀଙ୍କ ଘରେ ରହି ପାଖ କଲେଜ ରେ ପାଠ ପଢୁଥିଲେ । 

ସେ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଏସ୍‌ସି ପଢ଼ୁଥିଲେ । ଗତ 16 ତାରିଖରେ କୋରାପୁଟ-ଜୟପୁରର ଜରଟି ରେଳ ଷ୍ଟେସନ ନିକଟରେ ତାଙ୍କର କ୍ଷତାକ୍ତ ମୃତଦେହ ମିଳିଥିଲା । ସନ୍ଦେହ ଜନକ ଭାବେ ତାଙ୍କର ମୃତ୍ୟୁ ହୋଇଥିଲା ।ଖବର ପାଇବା ପରେ ରୁଦ୍ରଙ୍କ ବାପା ଗଗନ ବିହାରୀ ମହାନ୍ତି, ବଡ଼ବାପା ତ୍ରୈଲୋକ୍ୟ ମହାନ୍ତି ଓ ଦାଦା ଓ ଗାଁର କିଛି ଲୋକ କୋରାପୁଟ୍ ଯାଇଥିଲେ ।  ଶବ ବ୍ୟବଚ୍ଛେଦ ପରେ ରୁଦ୍ରଙ୍କ ମୃତଦେହକୁ ଚିତା ଦେବାପାଇଁ ଆଣି ପୁରୀ ସ୍ୱର୍ଗଦ୍ୱାର ଆସିଥିଲେ ପରିବାର ଲୋକ । 

ରୁଦ୍ରଙ୍କ ଜୁଇ ଜଳିବା ବେଳେ ନିଜ ଆଖି ଆଗରେ ପୁଅଠୁ ଅଧିକ ଭଲ ପାଉଥିବା ପୁତୁରାର ମୃତଦେହ ଜଳୁଥିବା ଦେଖି ଧୈର୍ଯ୍ୟ ଧରି ରହି ପାରିଲେନି ବଡ଼ବାବା ତ୍ରୈଲୋକ୍ୟ ମହାନ୍ତି । କାନ୍ଦି କାନ୍ଦି ସଂଜ୍ଞା ହରାଇ ତଳେ ପଡ଼ି ଯାଇଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ମେଡ଼ିକାଲ୍‌ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  

ଡାକ୍ତର ମୃତ ଘୋଷଣା କରିବା ପରେ ତ୍ରୈଲୋକ୍ୟ ମହାନ୍ତିଙ୍କ ମୃତଦେହକୁ ଧରି ଗାଁକୁ ଫେରିଥିଲେ ପରିବାର ଲୋକ । ରୁଦ୍ରଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତ୍ରୈଲୋକ୍ୟଙ୍କ ମୃତ୍ୟୁ ପୂରା ଗାଁ କୁ ସ୍ତବ୍ଧ କରିଦେଇଛି । ତ୍ରୈଲୋକ୍ୟଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।


ନଳିତା ପାଟିଆ ଠାରୁ ତାଳଚୁଆ ପର୍ଯ୍ୟନ୍ତ ପଥ ପାର୍ଶ୍ଵ ରେ ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

COASTAL NEWS ODIA 1464

ନଳିତା ପାଟିଆ ଠାରୁ ତାଳଚୁଆ ପର୍ଯ୍ୟନ୍ତ ପଥ ପାର୍ଶ୍ଵ ରେ ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ



ରାଜନଗର - (CNO) ରାଜନଗର ବ୍ଲକ ଅଧୀନରେ ଥିବା ଲୁଣା ବନଖଣ୍ଡ କାର୍ଯାଳୟ ର ଜାତୀୟ ଉଦ୍ୟାନ ଭିତରକନିକା ଅଭ୍ୟାରଣ୍ୟ କୁ ସୁରକ୍ଷା କବଚ ଭାବେ ମୁଖ୍ୟ କନିକା ବନାଞ୍ଚଳ , ଡାଙ୍ଗମାଳ ରେଞ୍ଜ ତରଫରୁ ନାଳିତାପାଟିଆ ଠାରୁ ତାଳଚୁଆ ପର୍ଯ୍ୟନ୍ତ ପଥପାର୍ଶ୍ଵ ତାଳ ମଞ୍ଜି ରୋପଣ କାର୍ଯକ୍ରମ ଆରମ୍ଭ କରାଯାଇଛି। 

ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ଗୋପୀନାଥ ଯାଦବ କାର୍ଯକ୍ରମ କୁ ଉଦଘାଟନ କରି ତାଳ ମଞ୍ଜି ଲଗାଇଥିଲେ। ତେବେ ଏହିକାର୍ଯ୍ୟକ୍ରମ ରେ କନିକା ବନାଞ୍ଚଳ ଅଧିକାରୀ ଶ୍ରୀ ମାନସ କୁମାର ଦାସ, ଡ଼ାଙ୍ଗମାଳ ଫରେଷ୍ଟର ଶ୍ରୀ ପ୍ରଶାନ୍ତ କୁମାର ସିଂ, ଜିଲ୍ଲା ସଂଯୋଜକ ଇକୋ କ୍ଲବ୍ ଶ୍ରୀ ଗୋପୀନାଥ ଦାସ, ପ୍ରଫୁଲ୍ଲ ମହାପାତ୍ର, ମାଷ୍ଟର ଟ୍ରେନର ମାର୍ଶାଘାଇ ଶ୍ରୀ ଦ୍ବାରିକା ନାଥ ସେନାପତି ମାଷ୍ଟର ଟ୍ରେନର ଗରଦପୁର ଶ୍ରୀ ରବୀନ୍ଦ୍ର ପ୍ରସାଦ ଜେନା ମାଷ୍ଟର ଟ୍ରେନର କେନ୍ଦ୍ରାପଡ଼ା… ଶ୍ରୀ ସୁବାସ ଚନ୍ଦ୍ର ରାଉତ ମାଷ୍ଟର ଟ୍ରେନର ରାଜକନିକା, ନାଗା ନାରାୟଣ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମାନସ କୁମାର ମିଶ୍ର, ଶିକ୍ଷକ ଶ୍ରୀ ଓମ୍ ପ୍ରକାଶ ବାରିକ ପ୍ରମୁଖ ତାଳ ମଞ୍ଜି ରୋପଣ କରିବା ସହିତ ଲୋକ ମାନଙ୍କୁ ତାଳଗଛ ର ଉପକାରିତା ଯଥା ପବନ ବାତ୍ୟା ର ଗତି ରୋକିବା ସହିତ ଘଡଘଡି ବିଜୁଳି କୁ କିଭଳି ପ୍ରତିହତ କରିପାରିବ ତାହା ବୁଝାଇଥିଲେ। 

ଏହି କାର୍ଯ୍ୟକ୍ରମ କୁ ସଠିକ ଭାବେ ପରିଚାଳନା କରିଥିଲେ, କନିକା ଓ ଡାଙ୍ଗମାଳ ର ଫରେଷ୍ଟର ଶ୍ରୀ ସୁନିଲ ରଞ୍ଜନ ରାଉତରାୟ ବନରକ୍ଷୀ, ନିରାକାର ବେହେରା, ଟିଟୁ ନାୟକ, ହିମାଂଶୁ ବେହେରା, ଜୟନ୍ତ ସେଠୀ, ଜଗନ୍ନାଥ ଜେନା ପ୍ରମୁଖ ଆଜିର ଏହି କାର୍ଯ୍ୟକ୍ରମ ରେ ବନକର୍ମଚାରୀ ମାନେ ସହଯୋଗ ଓ ଶ୍ରମ ଦାନ କରିଥିଲେ।

ଆଜିର ରାଶିଫଳ

COASTAL NEWS ODIA 1467



*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୧୮ ତାରିଖ ୨୦୨୩ ମସିହା(ଶନିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*

*🍁ମେଷ🍁👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*
*✧═════•❁❀❁•═════✧*

*🍁ବୃଷ🍁👉ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*
*✧═════•❁❀❁•═════✧*

*🍁ମିଥୁନ🍁👉ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*

*✧═════•❁❀❁•═════✧*
*🍁କର୍କଟ🍁👉ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*

*✧═════•❁❀❁•═════✧*
*🍁ସିଂହ🍁👉ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।*
*✧═════•❁❀❁•═════✧*

*🍁କନ୍ୟା🍁👉ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ  ରହିବ।* 

*✧═════•❁❀❁•═════✧*
*🍁ତୁଳା🍁👉ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ।  ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*
*✧═════•❁❀❁•═════✧*

*🍁ବିଛା🍁👉ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*
*✧═════•❁❀❁•═════✧*

*🍁ଧନୁ🍁👉ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*
*✧═════•❁❀❁•═════✧*

*🍁ମକର🍁👉ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*
*✧═════•❁❀❁•═════✧*

*🍁କୁମ୍ଭ🍁👉ଆଜି ପ୍ରତ୍ୟେକ କ୍ଷେତ୍ରରେ  ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ,  ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।* 

*✧═════•❁❀❁•═════✧*
*🍁ମୀନ 🍁👉ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।*
*✧═════•❁❀❁•═════✧*

Friday, November 17, 2023

ମଧ୍ଯପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ

COASTAL NEWS ODIA 1466

ମଧ୍ଯପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ 



ନୂଆଦିଲ୍ଲୀ:  (CNO) ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ । ଶୁକ୍ରବାର ସନ୍ଧ୍ୟା ରେ ସରିଛି ମତଦାନ । ମଧ୍ୟ ପ୍ରଦେଶରେ 71.6 ପ୍ରତିଶତ ମତଦାନ ହୋଇଛି । ସେହିପରି ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ 70 ଆସନରେ 5 ଟା ସୁଦ୍ଧା 68.15 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ମଧ୍ୟ ପ୍ରଦେଶରେ 230 ଆସନରେ 2533 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ବୋଲି ସୂତ୍ରରୁ ଜଣାପଡିଛି । 



ଛଶିତଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ 827 ଜଣ ପୁରୁଷ, 130 ଜଣ ମହିଳା ଓ ଅନ୍ୟ ଜଣେ (ତୃତୀୟ ଲିଙ୍ଗୀ)ଙ୍କ ସମେତ ମୋଟ 958 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସା ଖବର ସାମ୍ନାକୁ ଆସିଛି । 



ନକ୍ସଲ ଆକ୍ରମଣରେ  ଆଇଟିବିପି ଯବାନ ସହିଦ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ କରି ସୁରକ୍ଷାକର୍ମୀ ଫେରିବା ବେଳେ ନକ୍ସଲଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରଣରେ 2 ଯବାନ ସହିଦ ହୋଇଛନ୍ତି । ଜୋରଦାର ପ୍ରଚାର ଓ ନିର୍ବାଚନର ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା ମଧ୍ୟ କରିଥିଲା ସମସ୍ତ ଦଳ । ତେବେ ଡିସେମ୍ବର 3 ରେ ଫଳାଫଳ ଘୋଷଣା ହେବ ।

ନିମ୍ନମାନର ରାସ୍ତା କାମ ୪୮ ଘଣ୍ଟା ନ ପୂରୁଣୁ ଉଠିଲା ପିଚୁ

COASTAL NEWS ODIA 1465

ନିମ୍ନମାନର ରାସ୍ତା କାମ ୪୮ ଘଣ୍ଟା ନ ପୂରୁଣୁ ଉଠିଲା ପିଚୁ



ରାଜନଗର - (CNO ) -କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଗୁଳଦିଆ(ଚଣ୍ଡିଆପଲା)ଛକରୁ କୁନ୍ଦୁପୁର ଛକ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ତରଫରୁ ନିର୍ମାଣ ହେଉଥିବା ରାସ୍ତାରେ ନିମ୍ନମାନର କାମ ଯୋଗୁଁ ଅଧକୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହୋଇଛି । 

ଏହି ବ୍ଲକ ମହିଷାସୁର ପଞ୍ଚାୟତ ଗୁଳଦିଆ ଛକରୁ କୁନ୍ଦୁପୁର ଯାଏ ବିଭାଗ ପକ୍ଷରୁ କରାଯାଇଥିବା ପିଚୁ କାମ ସରିବାର ମାତ୍ର ୪୮ଘଣ୍ଟା ନପୁରୁଣୁ ଅନେକ ସ୍ଥାନରେ ପିଚୁ ଉଠିଗଲାଣି। ଏହି ରାସ୍ତା ବ୍ଲକର ମୁଖ୍ୟ ପ୍ରବେଶପଥ । 

ଏହି ରାସ୍ତା ଉପରେ ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତ ଲୋକେ ସଦର ମହକୁମା ସହ ବ୍ଲକ ବାହାରକୁ ଯିବା ପାଇଁ ନିର୍ଭର କରିଥାନ୍ତି ।ପିଚୁ ହୋଇଥିବା ସମସ୍ତ ରାସ୍ତା ମେସିନ ଦ୍ବାରା କରାଯାଇଥିଲେ ମଧ୍ୟ ଏବେବି ଖାଲ ଜଳଜଳ ହୋଇ ଦେଖାଯାଉଛି । ଠିକାସଂସ୍ଥା ନିମ୍ନମାନର କାମ କରିବାର ଦୁଇଦିନ ବା ୪୮ ଘଣ୍ଟା ନପୁରୁଣୁ ପିଚୁ ଫାଟି ଉଠିଯାଇଥିବା ପରିଲକ୍ଷିତ ହୋଇଛି। 

ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ କେତେ ଟଙ୍କାର କାମ ଓ କେତେ ଲମ୍ବା ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହି ରାସ୍ତା କାମ ସମ୍ପର୍କରେ ସୂଚନା ଫଳକଟିଏ ବି ଲାଗିନାହିଁ ।ରାସ୍ତାରେ ଦିନକୁ ଦିନ ପିଚୁ ଉଠି ଯାଉଥିବାରୁ କାମର ମାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଲୋକାର୍ପିତ ହେଲା ନନ୍ଦନକାନନ ରୋପଓ୍ବେ

COASTAL NEWS ODIA 1465

ଲୋକାର୍ପିତ ହେଲା ନନ୍ଦନକାନନ ରୋପଓ୍ବେ 



ଭୁବନେଶ୍ବର - (CNO) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ପର୍ଯ୍ୟଟକଙ୍କ ପାଇଁ ଲୋକାର୍ପିତ କରିଛନ୍ତି। 

୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ଏହି ରୋପଓ୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟଉଭିଦ (ବଟାନୀକାଲ ଗାର୍ଡେନ) ଉଦ୍ୟାନକୁ ସଂଯୋଗ କରୁଛି l ଏହି ରୋପଓ୍ବେ କାଞ୍ଜିଆ ହ୍ରଦ ଉପର ଦେଇ ଚାଲିବାର ବ୍ୟବସ୍ଥା କରାଯାଇଛି । 

ପର୍ଯ୍ୟଟକମାନେ କାଞ୍ଜିଆ ହ୍ରଦ ସମେତ ରାଜ୍ୟ ଉଭିଦ ଉଦ୍ୟାନ ଓ ନନ୍ଦନକାନନର ସବୁଜ ମନୋରମ ଦୃଶ୍ୟକୁ ଉପଭୋଗ କରି ପାରିବେ। ଏହି ରୋପୱ୍ଏ ର ଦୂରତ୍ବ ରହିଛି ୬୨୬ ମିଟର। ଏଥିରେ ସମୁଦାୟ ୧୨ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସିବାର ବ୍ୟବସ୍ଥା ହୋଇଛି ।

ଟିକେଟ ମୂଲ୍ୟ ୧୨୦ଟଙ୍କା ଦେଇ କିଣି ପାରିବେ ଏହି ରୋପଓ୍ବେରେ । ରୋପଓ୍ବେର ଟିକଟ କାଉଣ୍ଟର ଉଭୟ ଉଦ୍ୟାନର ରୋପଓ୍ବେ ପାଖରେ ଖୋଲାଯାଇଛି। ପର୍ଯ୍ୟଟକ ସକାଳ ୮ଟା ରୁ ଅପରାହ୍ନ ୪ଘଣ୍ଟିକା ପର୍ଯ୍ୟନ୍ତ ଟିକଟ ସଂଗ୍ରହ କରିପାରିବେ। ପ୍ରତି ଘଣ୍ଟାକୁ ୫୦୦ ପର୍ଯ୍ୟଟକ ଏହାର ମଜା ନେଇପାରିବେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରୋପଓ୍ବେରେ ବାରମ୍ବାର ଯାନ୍ତ୍ରିକ ତ୍ରୃଟି ଦେଖାଦେବାରୁ ନନ୍ଦନକାନନ କର୍ତ୍ତୃପକ୍ଷ, ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ୨୦୧୧ ମସିହା ପରଠାରୁ ରୋପଓ୍ବେକୁ ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଥିଲେ। ୨୦୨୧ ଅକ୍ଟୋବର ୮ରେ ପୁନଃଚଳାଚଳ ପାଇଁ ସରକାର କଲିକତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପଓ୍ବେ ଇନଫ୍ରା ଲିମିଟେଡ ସହିତ ଚୁକ୍ତିନାମା କରି ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ରୋପଓ୍ବେର ଶିଳାନ୍ୟାସ କରିଥିଲେ।

୨୦ ବର୍ଷ ପରେ ପୁଣି ଭାରତ-ଅଷ୍ଟ୍ରେଲିଆ ମଧ୍ଯରେ ହେବ ମହା ସଂଗ୍ରାମ

COASTAL NEWS ODIA 1463

୨୦ ବର୍ଷ ପରେ ପୁଣି ଭାରତ-ଅଷ୍ଟ୍ରେଲିଆ ମଧ୍ଯରେ ହେବ ମହା ସଂଗ୍ରାମ 


ନୂଆଦିଲ୍ଲୀ, (CNO) : ଆଇସିସି ଦିନିକିଆ କ୍ରିକେଟ ଭିନ୍ନ ସ୍ଥିତି ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ୧୯ରେ ଖେଳାଯିବାକୁ ଥିବା ଏହି ମହା ମୁକାବିଲାକୁ ନେଇ ଉତ୍କଣ୍ଠା ଓ ରୋମାଞ୍ଚ ବଢିଛି । ରୋହିତ ଶର୍ମାଙ୍କ ନେତୃତ୍ବାଧନ ଭାରତ ଚଳିତ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରୁଛି । ଦଳ କ୍ରମାଗତ ୧୦ଟି ବିଜୟ ସହ ଅପରାଜୟ ଭାବେ ଫାଇନାଲରେ ପହଞ୍ଚିଛି ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହେବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଦଳ କ୍ରମାଗତ ୮ଟି ବିଜୟ ସହ ଫାଇନାଲରେ ପହଞ୍ଚିଛି।ଏବେ ଅପେକ୍ଷା ୧୯କୁ। ଭାରତ ୨୦ ବର୍ଷ ତଳର ପ୍ରତିଶୋଧ ନେଉଛି କି ଅଷ୍ଟ୍ରେଲିଆ ୬ଷ୍ଠ ଥର ବିଶ୍ବକପ ଟ୍ରଫି ଜିତୁଛି ; ଏବେ କେବଳ ୧୯ କୁ ଅପେକ୍ଷା ।

ବିଶ୍ବକପ ଅଷ୍ଟମ ସଂସ୍କରଣର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ ଜୋହାନସବର୍ଗର  ଵାଣ୍ଡରସ ଷ୍ଟାଡ଼ିୟମରେ ଖେଳାଯାଇବା ଫାଇନାଲରେ ଅଷ୍ଟ୍ରେଲିଆ ୧୨୫ରନରେ ଭାରତକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ବକପ ଜିତିଥିଲା। ତାରକା ଖଚିତ ଭାରତର ଦ୍ଵିତୀୟ ଥର ବିଶ୍ବକପ ଟ୍ରଫି ଜିତିବାର ସ୍ବପ୍ନକୁ ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଅଧୁରା ରଖୁଥିଲା। ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ୨୦୨୩ ବିଶ୍ଵକପର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ।ଏଥର କିନ୍ତୁ ବାଜି ଭାରତ ପକ୍ଷରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି l

ଭିଜିଲାନ୍ସ ଜାଲରେ ହାଇସ୍କୁଲ କିରାଣି

COASTAL NEWS ODIA 1462

ଭିଜିଲାନ୍ସ ଜାଲରେ ହାଇସ୍କୁଲ କିରାଣି



ଯାଜପୁର (CNO ): ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହେଲେ ଯାଜପୁର ଜିଲ୍ଲା କବିରପୁର ସରକାରୀ ହାଇସ୍କୁଲର କିରାଣି ମହେଶ୍ବର ସାମଲ। ତାଙ୍କ ନାମରେ କଟକ ଭିଜିଲାନ୍ସ ଏକ ଲାଞ୍ଚ ମାମଲା ରୁଜୁ କରି ଗିରଫ କରିଛି।ଭିଜିଲାନ୍ସ ସୂଚନାନୁସାରେ ଅବସର ଶିକ୍ଷକ ତାଙ୍କର ବକେୟା ବିଲ୍ ଓ ପେନସନ୍ କାମ କରିଦେବା ପାଇଁ କିରାଣି ମହେଶ୍ବର ସାମଲଙ୍କ ନିକଟକୁ ଯାଇଥିଲେ। କିନ୍ତୁ ମହେଶ୍ବର ତାଙ୍କ କାମ ନକରି ଲାଞ୍ଚ ମାଗିଥିଲେ। 

ତେଣୁ ଶିକ୍ଷକ ଭିଜିଲାନ୍ସ ରେ  ଅଭିଯୋଗ କରିଥିଲେ। ମହେଶ୍ବରଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବଛାଇଥିଲା । ଆଜି ସେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। 

ତାଙ୍କ ପ୍ୟାଣ୍ଟ ପକେଟ୍ ଯାଞ୍ଚ ପରେ ସେଥୁରୁ ଲାଞ୍ଚ ଟଙ୍କା ମିଳିଥିଲା । ପ୍ରମାଣ ସ୍ଵରୂପ ତାଙ୍କ ହାତ ଧୋଇବା ପରେ କେମିକାଲର ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ମହେଶ୍ବରଙ୍କ ଯାଜପୁର ଜିଲ୍ଲାରେ ଥିବା ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।

ଘାଟ ତଳକୁ ଖସିଲା କାର୍ ବାପା , ପୁଅ ଓ ନାତି ମୃତ ଗୁରୁତର ଅବସ୍ଥାରେ ବୋହୂ ଉଦ୍ଧାର

COASTAL NEWS ODIA 1461

ଘାଟ ତଳକୁ ଖସିଲା କାର୍ ବାପା , ପୁଅ ଓ ନାତି ମୃତ ଗୁରୁତର ଅବସ୍ଥାରେ ବୋହୂ ଉଦ୍ଧାର



ରାଜନନ୍ଦଗାଁଓ (CNO ): ଛତିଶଗଡ଼ର ରାଜନନ୍ଦଗାଁଓରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଥିବା ଗୋଟିଏ କାର୍ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ପଟାଙ୍ଗି ବ୍ଲକ ଯୋଡ଼ିମାଦିଲି ଘାଟି ତଳକୁ କାର୍ ଖସି ପଡ଼ିବାରୁ ବାପା, ପୁଅ ଏବଂ ନାତି ମୃତ୍ୟୁବରଣ କରିଛନ୍ତି। ବୋହୂ ଅଳ୍ପକେ ବଞ୍ଚି ଯାଇଛି ହେଲେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । 

ମୃତକ ରାଜନନ୍ଦଗାଁର ନନ୍ଦୁ ଠକର, ତାଙ୍କ ପୁଅ ଗୌରଭ ଠକର ଏବଂ ନାତି ନମନ ଠକର (୯ବର୍ଷ) ବୋଲି ସୂଚନା ମିଳିଛି। ଗତକାଲି ସକାଳେ ଗୌରଭ ପରିବାର ସହ ବିଶାଖାପାଟଣା ବୁଲିବାକୁ ନିଜ କାର୍ (ସିଜି ୦୮ ଏଏନ୍ ୨୩୧୦)ରେ ବାହାରିଥିଲେ। ବିଶାଖାପାଟଣା ପହଞ୍ଚିବାକୁ ଆଉ ଆଉ ମାତ୍ର ୧୩୦କିଲୋମିଟର ରାସ୍ତା ବାକି ଥିବାବେଳେ ପଟାଙ୍ଗି ବ୍ଲକ ରାଲେଗଡା ପଞ୍ଚାୟତର ଯୋଡିମାଦିଲି ଘାଟିରେ କାର୍ ଟି ନିୟନ୍ତ୍ରଣ ହରାଇ ପ୍ରାୟ ୩୦ଫୁଟ୍ ତଳକୁ ଖସି ପଡ଼ିଥିଲା । 

ଆଜି ସକାଳେ ସ୍ଥାନୀୟ ଲୋକ ଦୁର୍ଘଟଣାଗ୍ରସ୍ତ କାରକୁ ଦେଖିବା ପରେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ସେତେବେଳକୁ ନନ୍ଦୁ, ଗୌରଭ ଏବଂ ନମନଙ୍କ ମୃତ୍ୟୁ ହୋଇ ସାରିଥିଲା। କେବଳ ବୋହୂ ଅର୍ଚ୍ଚନା ଠକର ଜୀବିତ ଥିଲେ, କିନ୍ତୁ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ଉଦ୍ଧାର ପରେ ବଞ୍ଚିବାକୁ କେମିତି ସଂଘର୍ଷ କରିଥିଲେ କହିଛନ୍ତି ଅର୍ଜନା। 

ହଠାତ୍‌ କାର୍‌ ଘାଟି ତଳକୁ ଦ୍ରୁତଗତିରେ ଖସିବା ଆରମ୍ଭ କରିଥିଲା। ଏହାପରେ ସବୁ କିଛି ଅନ୍ଧାର ହୋଇଗଲା, କଣ ହେଲା କିଛି ଜାଣିନାହାନ୍ତି। କାର୍ ଅଟକିବା ପରେ ସ୍ଵାମୀ, ଶ୍ଵଶୁର ଏବଂ ପୁଅକୁ ଡାକ ପକାଇଥିଲେ। କେହି ଉତ୍ତର ଦେଇନଥିବା ବେଳେ ୬ଘଣ୍ଟା ଧରି କାର୍ ଭିତରେ ଫସି ରହିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସହାୟତା ପାଇଁ ବାରମ୍ବାର ଚିତ୍କାର କରିଥିଲେ। ଶୀତ ରାତିରେ ସହାୟତା ପାଇଁ ଅପେକ୍ଷା କରି ଆଖି ସାମ୍ନାରେ ଶ୍ଵଶୁର, ସ୍ବାମୀ ଏବଂ ପୁଅର ମୃତ୍ୟୁ ଦେଖିଥିଲେ । 

ସକାଳେ ଖବର ପାଇ ପଟାଙ୍ଗି ଥାନା ଅଧିକାରୀ ଚତୁର୍ଭୁଜ ନାୟକ, ଏଏସ୍‌ଆଇ ଏନ୍. ଦୋରା, ଏଏସ୍‌ଆଇ ମାଧବ ତାଡିଙ୍ଗି ପ୍ରମୁଖ ଗୁରୁତର ଅର୍ଚ୍ଚନାଙ୍କୁ ପଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ | କାର ଭିତରୁ ମୃତଦେହ ବାହାର କରିବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ବ୍ୟବସ୍ଥା ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ରାଜନନ୍ଦଗାଁଓରୁ ତାଙ୍କ ସଂପର୍କୀୟ ପହଞ୍ଚିବାରୁ ଶବ ହସ୍ତାନ୍ତର କରାଯାଇଛି।

ଆଜିର ରାଶିଫଳ

COASTAL NEWS ODIA 1460



*🌹🌼👉ମହାବୀର ପଞ୍ଜିକା👈🌼🌹*
*ଓଡ଼ିଶା ବ୍ରାହ୍ମଣସମାଜ ଦ୍ଵାରା ଅନୁମୋଦିତ* *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୧୭ ତାରିଖ ୨୦୨୩ ମସିହା(ଶୁକ୍ରବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
   *✧═════•❁❀❁•═════✧*

*ମେଷ* 👉
*ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।  ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।* 
*✧═════•❁❀❁•═════✧*
 *ବୃଷ* 👉
 *ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।* 
*✧═════•❁❀❁•═════✧*
 *ମିଥୁନ*👉 
 *ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।  ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।* 
 *✧═════•❁❀❁•═════✧*
 *କର୍କଟ* 👉
 *ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ।  ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।* 
*✧═════•❁❀❁•═════✧*
 *ସିଂହ* 👉
 *ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।* 
*✧═════•❁❀❁•═════✧*
 *କନ୍ୟା* 👉
 *ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ।  ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।* 
*✧═════•❁❀❁•═════✧*
 *ତୁଳା* 👉
 *ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।* 
*✧═════•❁❀❁•═════✧*
 *ବିଛା* 👉
 *ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ସତର୍କ ନରହିଲେ ବିବାଦ  ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।* 
*✧═════•❁❀❁•═════✧*
 *ଧନୁ*👉 
 *ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।* 
*✧═════•❁❀❁•═════✧*
 *ମକର*👉 
 *ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ।  ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।* 
*✧═════•❁❀❁•═════✧*
 *କୁମ୍ଭ*👉 
 *ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।* 
*✧═════•❁❀❁•═════✧*
 *ମୀନ*👉 
*ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ* ।

Thursday, November 16, 2023

ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ

COASTAL NEWS ODIA 1459

ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ



ରାଜକନିକା - (CNO): ରାଜକନିକା ଥାନା ଅନ୍ତର୍ଗତ ବରାଡିଆ ଲଞ୍ଚ ଘାଟଠାରେ ନିର୍ମାଣ ସ୍ଥଳରେ ଥିବା ଟେଣ୍ଟ ରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି କିନ୍ତୁ ଏଠାରେ ଥିବା ଶ୍ରମିକମାନେ ଅଳ୍ପକେ ବର୍ତି ଯାଇଛନ୍ତି। ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଗ୍ୟାସ୍ ଓ ଅକ୍ସିଜେନ୍ ଟାଙ୍କି ଫାଟିଯିବାରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା।  

ରାଜକନିକା ବ୍ଲକ ଅନ୍ତର୍ଗତ ବରାଡିଆ ଗ୍ରାମ ପାଖରେ ଥିବା ବୈତରଣୀ ନଦୀକୂଳ ପାଖରେ ଅନ୍ତର୍ଦେଶୀୟ ଜଳପଥ ପରିବହନ ବିଭାଗ ପକ୍ଷରୁ ଲଞ୍ଚ ଘାଟ ଜେଟି ନିର୍ମାଣ ଚାଲିଛି। ଏଠାରେ ଶ୍ରମିକମାନେ ରହୁଥିବା ଏକ ଟେଣ୍ଟରେ ବୁଧବାର ସନ୍ଧ୍ୟା ସମୟରେ ବିଦ୍ୟୁତ୍ ସର୍ଟସର୍କିଟ୍ ହୋଇଥିଲା । ଏଥିଯୋଗୁଁ ରନ୍ଧନ ଗ୍ୟାସ୍ ଟାଙ୍କି ଓ ଅକ୍ସିଜେନ ଟାଙ୍କି ପ୍ରଚଣ୍ଡ ଶବ୍ଦ କରି ଫାଟିଯାଇଥିଲା। ବିସ୍ଫୋରଣର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ, ଆଖପାଖ ଅଞ୍ଚଳ ଥରି ଉଠିଥିଲା। ଶବ୍ଦ ଶୁଣି ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ।  

ଏହି ସମୟରେ ଲଞ୍ଚ ଘାଟରେ କାମ କରୁଥିବା ୩୦ ଜଣ ଶ୍ରମିକ ବରାଡ଼ିଆ ବଜାରକୁ ଯାଇଥିଲେ। ଟେଣ୍ଟରେ ପ୍ରାୟ ୧୦ ଜଣ ଶ୍ରମିକ ଥିଲେ। ନିଆଁ ଲାଗିବା ଦେଖି ସେମାନେ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇଥିଲେ। ଟେଣ୍ଟ ଭିତରେ    ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜଳି ଯିବା ସହ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା।

ବିଶ୍ୱକପ ଫାଇନାଲରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆର ସଂଘର୍ଷପୂର୍ଣ୍ଣ ଯାତ୍ରା

COASTAL NEWS ODIA 1458

ବିଶ୍ୱକପ ଫାଇନାଲରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆର ସଂଘର୍ଷପୂର୍ଣ୍ଣ ଯାତ୍ରା



ମ୍ୟାଚ୍ 1:: ଚେନ୍ନାଇରେ ଅଷ୍ଟ୍ରେଲିଆ 6 ଟି ୱିକେଟ୍ ରେ ଭାରତ ଠାରୁ ପରାସ୍ତ ବରଣ କରିଛି l

ମ୍ୟାଚ୍ 2:  ଲକ୍ଷ୍ନୌ ରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ 134 ରନ୍ର ରେ ହରାଇଲା |

ମ୍ୟାଚ୍ 3:: ଅଷ୍ଟ୍ରେଲିଆ ଲକ୍ଷ୍ନୌ ରେ ଶ୍ରୀଲଙ୍କାକୁ 5 ୱିକେଟରେ ପରାସ୍ତ କରିଛି

ମ୍ୟାଚ୍ 4: ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ପାକିସ୍ତାନକୁ 62 ରନ୍‌ରେ ପରାସ୍ତ କରିଛି |

ମ୍ୟାଚ୍ 5: ଅଷ୍ଟ୍ରେଲିଆ ଦିଲ୍ଲୀରେ 309 ରନ୍‌ରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି |

ମ୍ୟାଚ୍ 6:: ଅଷ୍ଟ୍ରେଲିଆ  ଧର୍ମଶାଳା ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି

ମ୍ୟାଚ୍ 7: ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ 33 ରନ୍ରେ ପରାସ୍ତ କରିଛି |

ମ୍ୟାଚ୍ :: ପୁଣେରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ 3 ୱିକେଟରେ ପରାସ୍ତ କରିଛି

ମ୍ୟାଚ୍ 9: ପୁଣେରେ ଅଷ୍ଟ୍ରେଲିଆ ବାଂଲାଦେଶକୁ 8 ୱିକେଟରେ ପରାସ୍ତ କରିଛି

ସେମିଫାଇନାଲ: କୋଲକାତାରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ 3 ୱିକେଟରେ ପରାସ୍ତ କରିଛି।

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ମାମଲା ପୁଲିସ କବ୍‌ଜାରେ ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ ର ଦୁର୍ଦାନ୍ତ ଅପରାଧୀ ବାବୁଲି

COASTAL NEWS ODIA 1457

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ମାମଲା ପୁଲିସ କବ୍‌ଜାରେ ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ ର ଦୁର୍ଦାନ୍ତ ଅପରାଧୀ ବାବୁଲି



କେନ୍ଦ୍ରାପଡ଼ା (CNO ): ଜମଧର ନିକଟରେ ଜଣେ ବାଇକ୍ ଚାଳକଙ୍କଠାରୁ ହୋଇଥିବା ଲୁଟ୍‌ ମାମଲାରେ ସଂପୃକ୍ତ ଅପରାଧୀ ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ ର ଦୁର୍ଦାନ୍ତ ଅପରାଧୀ ବାବୁଲି କୁ ପୁଲିସ ଧରିଛି । 

ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଆଳି ଥାନା ମହାକୁଳ ଗ୍ରାମର ବାବୁଲି ଓରଫ ପ୍ରଭାତ ମହାକୁଳ ପୁଲିସ ତା ନିକଟରୁ ବଂଧୁକ, ବାଇକ୍ ସମେତ ନଗଦ ୯ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତ ବାବୁଲି ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ଓ ତା ନାଁରେ ଲୁଟ୍, ଡକାୟତି, ଚୋରି ଭଳି ଅନେକ ସଂଗିନ୍ ଅପରାଧ ଜନିତ ମାମଲା ରହିଛି। ଏକଦା କଟକରେ ବାବୁଲି ଓ ତାର ଅନ୍ୟ ଜଣେ ସହଯୋଗୀ ଡେଙ୍ଗା-ଗେଡ଼ା ଗ୍ୟାଙ୍ଗ ଭାବେ ପରିଚିତ ଥିଲେ। କଟକ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା ଏହି ଡେଙ୍ଗା ଗେଡା ଗ୍ୟାଙ୍ଗ ର କାରନାମା l

ପୁଲିସ ସୂଚନାନୁଯାୟୀ, କୁଦାନଗରୀ ଥାନା ଜମପଡ଼ା ଅଂଚଳର ଅଜୟ ପରିଡ଼ା ବାଣ ଧରି ଘରକୁ ଆସୁଥିବା ବେଳେ ଜମଧର-ଜଣ୍ଟିଲୋ ରାସ୍ତାରେ ଅଭିଯୁକ୍ତ ବାବୁଲି ତାଙ୍କ ବାଇକ୍‌କୁ ଅଟକାଇବା ସହିତ ମୁଣ୍ଡରେ ବଂଧୁକ ଲଗାଇ ବାଣ ସମେତ ନଗଦ ୧୪ହଜାର ଟଙ୍କା ଲୁଟି ଫେରାର୍ ହେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ତାର ପିଛା କରିବାରୁ ସେ ରାସ୍ତାରେ ବାଇକ୍ ଫିଙ୍ଗି ବିଲରେ ଦୌଡ଼ି ଫେରାର ହେଇଯାଇଥିଲା। 

ଲୁଟ୍‌ର ଶିକାର ହେଇଥିବା ଶ୍ରୀ ପରିଡ଼ା ଏ ସଂକ୍ରାନ୍ତରେ ଗତ ୮ତାରିଖରେ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୭୯୯/୨୩, ଦଫା ୩୪୧, ୨୯୪, ୩୯୨, ୨୫ଆଇପିସି ଓ ୨୭ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ODI ରେ ଅଧିକାଂଶ ରେକର୍ଡ କରିଥିବା ଖେଳାଳି

COASTAL NEWS ODIA

ODI ରେ ଅଧିକାଂଶ ରେକର୍ଡ କରିଥିବା ଖେଳାଳି |


ନୂଆ ଦିଲ୍ଲୀ - ( CNO) 
ODI ରେ ଅଧିକାଂଶ ଶତକ ସ୍କୋର କରିଥିବା ଖେଳାଳି
ବିରାଟ କୋହଲି - 279 ଇନିଂସ - 50 ଶତକ |
ସଚିନ ତେନ୍ଦୁଲକର - 452 ଇନିଂସ - 49 ଶତକ |
ରୋହିତ ଶର୍ମା - 253 ଇନିଂସ - 31 ଶତକ |
 ରିକି ପଣ୍ଟିଂ - 365 ଇନିଂସ - 30 ଶତକ |
ସନାଥ ଜୟସୁରିଆ - 433 ଇନିଂସ - 28 ଶତକ |

ବିଶ୍ୱକପ୍ ମ୍ୟାଚ୍ ରେ ଅଧିକାଂଶ ଛକା ର ରେକର୍ଡ |

33 - ଇଂଲଣ୍ଡ ବନାମ ଆଫଗାନିସ୍ତାନ, ମଞ୍ଚେଷ୍ଟର, 2019 |
32 - ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲ୍ୟାଣ୍ଡ, ଧରମଶାଲା, 2023
31 - ନ୍ୟୁଜିଲ୍ୟାଣ୍ଡ ବନାମ ୱେଷ୍ଟଇଣ୍ଡିଜ୍, ୱେଲିଙ୍ଗଟନ୍, 2015 କ୍ୱାର୍ଟରଫାଇନାଲ୍ |
31 - ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା, ଦିଲ୍ଲୀ, 2023
30 - ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ, ମୁମ୍ବାଇ, 2023 ସେମିଫାଇନାଲ |

ବିଶ୍ୱକପ୍ ମ୍ୟାଚ୍ ରେ ସର୍ବାଧିକ ସ୍କୋର
 (ଉଭୟ ଇନିଂସ ମିଳିତ) 

771 - ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲ୍ୟାଣ୍ଡ, ଧର୍ମଶାଲା, 2023
754 - ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା, ଦିଲ୍ଲୀ, 2023
724 - ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ, ମୁମ୍ବାଇ, 2023 ସେମିଫାଇନାଲ |

ଗୋଟିଏ ବିଶ୍ୱକପ୍‌ରେ ଅଧିକାଂଶ ମ୍ୟାଚ୍ ଜିତିବାର ରେକର୍ଡ |

 11 - ଅଷ୍ଟ୍ରେଲିଆ (2003)
 11 - ଅଷ୍ଟ୍ରେଲିଆ (2007)
 10 * - ଭାରତ (2023)
 9 - ଭାରତ (2003)
 8 - ଶ୍ରୀଲଙ୍କା (2007)
 8 - ନ୍ୟୁଜିଲ୍ୟାଣ୍ଡ (2015)

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...