AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ନିଖୋଜ ନାବାଳକଙ୍କ ଶବ ଉଦ୍ଧାର

COASTAL NEWS ODIA 1042

ନିଖୋଜ ନାବାଳକଙ୍କ ଶବ ଉଦ୍ଧାର


କଟକ- ମାଲଗୋଦାମରୁ ନିଖୋଜ  ହୋଇଥିବା ଜଣେ ନାବାଳକଙ୍କ ଶବ ନୂଆବଜାର ନିକଟ ତାଳଦଣ୍ଡାରୁ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଅଲ୍ଲୀ(୧୬)। ସୂଚନା ସୟଦ ଅନୁଯାୟୀ, ଲାଲ୍‌ବାଗ ଥାନା ଚାନ୍ଦିନୀଚୌକ୍‌ର ଫକୀର୍ ଅଲ୍ଲୀଙ୍କ ପୁଅ ସୟଦ ଅଲ୍ଲୀ ତାଙ୍କ ମାମୁଙ୍କ ଅଟୋ ବ୍ୟବସାୟରେ ସହଯୋଗ କରୁଥିଲେ। ଗଲା ୩ ତାରିଖ ରାତି ପ୍ରାୟ ୭ଟା ବେଳେ ସେ ମାମୁ କବିରଙ୍କ ସହିତ ମାଲଗୋଦାମ ଆସିଥିଲେ । ସେଠାରେ ସେ ମାମୁଙ୍କ ନିକଟରୁ ଜଳଖିଆ ଖାଇବାକୁ ୩୦ ଟଙ୍କା ନେଇ ଯାଇଥିଲେ । ତା’ ପରଠାରୁ ସେ ଫେରି ନଥିଲେ  l 

ଏ ସଂକ୍ରାନ୍ତରେ ପରିବାର ଲୋକେ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ଗୁରୁବାର ଅପରାହ୍ନ ୪ଟା ବେଳେ ନୂଆବଜାର ସାଇ ମନ୍ଦିର ନିକଟ ତାଳଦଣ୍ଡା କେନାଲରୁ ସୟଦ୍‌ଙ୍କ ଶବ ଉଦ୍ଧାର କରିଥିଲା। ସିଆର୍‌ଆର୍‌ଆଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା ଏବେ ହେବ ଆହୁରି ଆରାମଦାୟକ

COASTAL NEWS ODIA 1041

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା ଏବେ ହେବ ଆହୁରି ଆରାମଦାୟକ



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଦେଶର ସବୁଠାରୁ ଲଗ୍‌ଜରୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା ଏବେ ଆହୁରି ଆରାମଦାୟକ ହୋଇଯିବ । ଲୋକମାନେ ଖୁବ୍ ଶୀଘ୍ର ବନ୍ଦେ ଭାରତ ଟ୍ରେନ୍‌ରେ ଶୋଇକି ଯାତ୍ରାର ମଜା ନେଇ ପାରିବେ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଫଟୋ ‘ଏକ୍ସ’ରେ ସେୟାର କରି କହିଛନ୍ତି, ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଡିଜାଇନ୍ ପ୍ରାୟତଃ ତିଆରି ହୋଇସାରିଛି ।

ବନ୍ଦେ ଭାରତ ସ୍ଲିପର କୋଚ୍ ଆଇସିଏଫ୍-ଇଣ୍ଟିଗ୍ରାଲ୍‌ କୋଚ୍ ଫ୍ୟାକ୍ଟ୍ରି ଏବଂ ବିଆଇଏମ୍ଏଲ୍-ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ ଦ୍ୱାରା ତିଆରି କରାଯାଉଛି। ତେବେ ରେଳ ମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, cooming soon… early 2024।

ସୂଚନା ମୁତାବକ, ଆଗାମୀ ବର୍ଷର ପ୍ରଥମ ତିନି ମାସରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଟ୍ରାଏଲ ଆରମ୍ଭ ହେବ ଏବଂ ଏହାପରେ ଯାତ୍ରୀମାନଙ୍କ ପାଇଁ ଏହାର ସଞ୍ଚାଳନ ଆରମ୍ଭ କରାଯିବ । ହେଲେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ କେଉଁ ରୁଟ୍ରେ ଚାଲିବ, ସେ ନେଇ କିଛି ସୂଚନା ମିଳିନାହିଁ ।
ସେୟାର କରାଯାଇଥିବା ଫଟୋରେ ସ୍ଲିପର କୋଚ୍ ବହୁତ ସୁନ୍ଦର ଦେଖାଯାଉଛି । ଏହି ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ବହୁତ ଭଲ ସୁବିଧା ସୁଯୋଗ ରହିଛି । ଟ୍ରେନ୍‌ରେ ଯାତ୍ରା ସମୟରେ ଯାତ୍ରୀମାନେ ଫାଇଭ୍‌ ଷ୍ଟାର ହୋଟେଲର ଅନୁଭୂତି ନେଇପାରିବେ ।

ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ରେ ୨୦ରୁ ୨୨ଟି କୋଚ୍ ରହିପାରେ। ଏହି ଟ୍ରେନ୍‌ରେ ପ୍ରାୟ ୮୫୦ ବର୍ଥ ରହିପାରେ। ଟ୍ରେନ୍‌ରେ ଷ୍ଟାପଙ୍କ ପାଇଁ ଅଲଗା ସିଟ୍ ରହିବ। ଏହା ବ୍ୟତୀତ ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା ପାଇଁ ର‍୍ୟାମ୍ପ୍‌ ଓ ହ୍ଵିଲ୍‌ ଚେୟାରର ସୁବିଧା ମଧ୍ୟ ଉପଲବ୍ଧ କରାଯିବ।

ଦେଶର ଅତ୍ୟାଧୁନିକ ସେମି ହାଇ ସ୍ପିଡ ଟ୍ରେନ୍‌ରେ ୧୮କୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ବଦଳାଇ ଦିଆଯାଇଥିଲା। ଟ୍ରେନ୍‌ରେ ୧୮ ସେଟ୍‌ର ପରିଚାଳନା ୨୦୧୭ ଜାନୁଆରୀରେ ହୋଇଥିଲା ଏବଂ ବନ୍ଦେ ଭାରତ ଏକ୍ସପ୍ରେସ୍ ୨୦୧୯ ଫେବୃଆରୀରେ ଆରମ୍ଭ ହୋଇଥିଲା । ଏହି ଟ୍ରେନ୍ ପ୍ରଥମେ ନୂଆଦିଲ୍ଲୀରୁ ବାରାଣସୀ ପର୍ଯ୍ୟନ୍ତ ଚଳାଚଳ ଆରମ୍ଭ କରିଥିଲା।

ମହିଳାଙ୍କ ପାଇଁ ଲଢ଼ି ବନ୍ଦୀ ଜୀବନ କାଟୁଥିବା ନର୍ଗିସ ମହମ୍ମଦି ପାଇବେ ନୋବେଲ୍‌ ଶାନ୍ତି ପୁରସ୍କାର

COASTAL NEWS ODIA 1040

ମହିଳାଙ୍କ ପାଇଁ ଲଢ଼ି ବନ୍ଦୀ ଜୀବନ କାଟୁଥିବା ନର୍ଗିସ ମହମ୍ମଦି ପାଇବେ ନୋବେଲ୍‌ ଶାନ୍ତି ପୁରସ୍କାର



 
ଷ୍ଟକ୍‌ହୋମ୍: ଭଞ୍ଜ ବିହାରୀ ମହାନ୍ତି - ଚଳିତ ବର୍ଷର ନୋବେଲ୍‌ ଶାନ୍ତି ବିଜେତାଙ୍କ ନାମ ଶୁକ୍ରବାର ଘୋଷଣା କରାଯାଇଛି। ଇରାନର ୫୧ ବର୍ଷୀୟା ମହିଳା ନର୍ଗିସ ମହମ୍ମଦି ପାଇବେ ଏହି ସମ୍ମାନଜନକ ପୁରସ୍କାର। ମହିଳା ଅଧିକାର ଓ ମାନବାଧିକାର ପାଇଁ କାମ କରନ୍ତି ନର୍ଗିସ। 

ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବି‌ରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର-୨୦୨୩ ପ୍ରଦାନ କରିବାକୁ ନରୱେ ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। 

ନର୍ଗିସ ମହମ୍ମଦି ହେଉଛନ୍ତି ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର(ଡିଏଚଆରସି)ର ଉପାଧ୍ୟକ୍ଷା। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରି ଇରାନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ନର୍ଗିସ।

ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା

COASTAL NEWS ODIA 1039


ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା 



ଅସ୍ତରଙ୍ଗ - ଭଞ୍ଜ ବିହାରୀ ମହାନ୍ତି - ଧାନ କ୍ଷେତ ମଝିରେ ଦୀର୍ଘ ୪୩ ବର୍ଷ ଧରି ମୁଣ୍ଡଟେକି ଠିଆ ହୋଇଛି ଛେନୁଅଁ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା । ଧାନକ୍ଷେତର ହିଡ଼ ରେ ପାଣି କାଦୁଅ ଭିତରେ ପଶି ସ୍କୁଲ ଯାଉଛନ୍ତି ଛାତ୍ର ଛାତ୍ରୀ ଆଉ ଶିକ୍ଷକ ।

୧୯୬୦ରେ ନିର୍ମାଣ କରାଯାଇଥିବା ବିଦ୍ୟାଳୟ ୪୩ ବର୍ଷରେ ପଦାର୍ପଣ କରିଛି । ହେଲେ ଏଯାଏଁ ସ୍କୁଲକୁ ସ୍ଥାୟୀ ରାସ୍ତାଟିଏ ନାହିଁ । ସ୍କୁଲକୁ ଯିବା ପାଇଁ ଧାନ ବିଲ ହିଡ଼ ମାଧ୍ୟମ ସାଜିଛି । ହିଡ଼ ରାସ୍ତାରେ କୁନି କୁନି ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକମାନେ ଯିବା ଆସିବା କରୁଛନ୍ତି । ଏ ସମସ୍ୟା କେଉଁ ଅପହଞ୍ଚ ଆଦିବାସୀ ଅଧ୍ୟୁଶୀତ ଅଞ୍ଚଳର ନୁହେଁ ,ଏହା ଉପକୂଳ ଓଡ଼ିଶା ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ଛେନୁଅଁ ପ୍ରାଥମିକ ବିଦ୍ୟାଳୟର ।

ଛେନୁଅଁ ପ୍ରାଥମିକ ବିଦ୍ୟାଳୟ ଚାରିପଟେ ରହିଛି ଧାନ ବିଲ । ସାମ୍ନାରେ ୨ଶହ ମିଟର ଦୂରରେ ସମୁଦ୍ର ରହିଥିବା ବେଳେ ପଛପଟେ ପ୍ରାୟ ଦେଢ ଶହ ମିଟର ବିଲ ହିଡ ଦେଇ ଗଲେ ପଡେ ପକା ରାସ୍ତା । ବିଲ ହିଡ ଦେଇ ପ୍ରତିଦିନ ବିଦ୍ୟାଳୟକୁ ଯାଉଛନ୍ତି ପ୍ରଥମରୁ ପଂଚମ ଯାଏଁ ୩୫ ଜଣ ପିଲା । ୨ ଜଣ ଶିକ୍ଷକ ସେମାନଙ୍କୁ ପଢାଇବାକୁ ଅଛନ୍ତି । ହେଲେ ୪୩ ବର୍ଷର ଏହି ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି । ଏହାର ସମାଧାନ ପାଇଁ ଦାବି ହୋଇଛି ।

ରାଜ୍ୟ ସରକାର ଏହି ବିଦ୍ୟାଳୟକୁ ଗୋଟିଏ ସୁବେବସ୍ଥିତ ରାସ୍ତା ନିର୍ମାଣ କରିବା ସହିତ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିବେଦନ କରିଛନ୍ତି ।

ପାକିସ୍ତାନର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ ନିକଟରେ ଭୟଙ୍କର ବିସ୍ଫୋରଣ

COASTAL NEWS ODIA 1038

ପାକିସ୍ତାନର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ ନିକଟରେ ଭୟଙ୍କର ବିସ୍ଫୋରଣ



ପାକିସ୍ତାନ - ଭଞ୍ଜ ବିହାରୀ ମହାନ୍ତି - ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। ପରମାଣୁ ପ୍ଲାଣ୍ଟ ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା। ଦେଶର ଡେରା ଗାଜି ଖାନ୍‌ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ସ୍ଥାନରୁ ଅଳ୍ପ ଦୂରରେ ପାକ୍‌ର ସବୁଠାରୁ ବଡ଼ ସୈନ୍ୟ ପରମାଣୁ ପ୍ଲାଣ୍ଟ ରହିଛି।

ଏହି ସୈନ୍ୟ ପରମାଣୁ ପ୍ଲାଣ୍ଟ ଟିଟିପିର ଟାର୍ଗେଟ୍‌ ଅଛି, ୧୧ ବର୍ଷ ଧରି ଏଠାରେ ବିସ୍ଫୋରଣ ନେଇ ଧମକ ମିଳିଆସୁଥିଲା। ଟିଟିପିକୁ ପାକିସ୍ତାନ ସରକାର ଆତଙ୍କବାଦୀ ସଙ୍ଗଠନ ବୋଲି କୁହନ୍ତି। ଏହି ଅଞ୍ଚଳ ବହୁତ ସମ୍ବେଦନଶୀଳ, ଯାହା ବଲୁଚିସ୍ତାନ ଏବଂ ଖୈବର ପଖ୍‌ତୁନଓ୍ଵା ପ୍ରଦେଶକୁ ଯୋଡ଼ିଥାଏ। ତେବେ ଏହି ବିସ୍ଫୋରଣରେ ମୃତାହତର କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ।

କହି ରଖୁଛୁ, ୨୦୧୨ରୁ ତେହରିକ୍‌-ଏ-ତାଲିବାନ-ପାକିସ୍ତାନ (ଟିଟିପି) ଅନେକ ଥର ଏହି ପରମାଣୁ ପ୍ଲାଣ୍ଟ୍‌ ଉପରେ ଆକ୍ରମଣର ଧମକ ଦେଇଛି। ଏହି ବିସ୍ଫୋରଣ କେଉଁ ପ୍ରକାରର ହୋଇଛି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଗତ କିଛି ମାସ ହେବ ପାକିସ୍ତାନରେ ଟିଟିପି କ୍ରମାଗତ ଭାବେ ଆକ୍ରମଣ କରୁଛି।

ଟଙ୍କା ମାଗିଥିଲେ, ଦେଲେନି ବୋଲି ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

COASTAL NEWS ODIA 1037

ଟଙ୍କା ମାଗିଥିଲେ, ଦେଲେନି ବୋଲି ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ



କେନ୍ଦୁଝର : ଭଞ୍ଜ ବିହାରୀ ମହାନ୍ତି - ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ । କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଘଟିଛି ଏ ଘଟଣା। ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର ଭଉଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିଲା କିନ୍ତୁ ସେଠାରେ ସେ ମୃତ୍ୟୁବରଣ କରିଛନ୍ତି ।

ମିଳିଥିବା ସୂଚନା ଆଧାରରେ  ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀରେ ଗନ ମ୍ୟାନ ଭାବେ କାର୍ଯ୍ୟ କରେ । ପ୍ରସନ୍ନର ଦେହ ଖରାପ ଥିବାରୁ ସେ ତାର ଭଉଣୀ ମାଳତୀ ବାରିକକୁ ଟଙ୍କା ମାଗିଥିଲା । ସେ ନଦେବାରୁ ଭାଇ ପ୍ରସନ୍ନ ଉତକ୍ଷିପ୍ତ ହୋଇ ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି ତଙ୍କର କାନ୍ଧ ତଳେ ବାଜି ଥିବାରୁ ଭଉଣୀ ମାଳତୀ ମୃତ୍ୟୁବରଣ କରିଛି ।

ଏସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ

COASTAL NEWS ODIA

ଏସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ 



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଏସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ ମିଳିଛି। ଭାରତ ପାଇଁ ମହିଳା ୭୬ କେଜି କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଛନ୍ତି କିରଣ ବିଷ୍ଣୋଇ। ସେ ବ୍ରୋଞ୍ଜ ପଦକ ଲଢ଼େଇରେ ମଙ୍ଗୋଲିଆର କୁସ୍ତିଯୋଦ୍ଧାକୁ ୬-୩ରେ ପରାସ୍ତ କରି ଏପରି ସଫଳତା ହାସଲ କରିଛନ୍ତି।

କିରଣଙ୍କ ବ୍ରୋଞ୍ଜ ପରେ ଏସିଆନ କ୍ରୀଡ଼ାରେ ଭାରତର ମେଡାଲ ସଂଖ୍ୟା ୯୨ରେ ପହଞ୍ଚି ଯାଇଛି। ଏଥିରେ ୨୧ଟି ସ୍ୱର୍ଣ୍ଣ, ୩୩ଟି ରୌପ୍ୟ ଓ ୩୮ଟି ବ୍ରୋଞ୍ଜ ପଦକ ରହିଛି।

ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ଲକ୍ଷ୍ୟ ନେଇ ଚାଇନାରେ ଅନୁଷ୍ଠିତ ଏସିଆନ ଗେମ୍ସକୁ ଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶର ଖେଳାଳିମାନେ ୯୨ଟି ପଦକ ଜିତି ସାରିଥିବା ବେଳେ ପୁରୁଷ କ୍ରିକେଟ, କବାଡି, ବ୍ରିଜ, ବ୍ୟାଡମିଣ୍ଟନ, ହକି ଓ ତୀରନ୍ଦାଜୀ ଭଳି କ୍ରୀଡ଼ାରୁ ଏକାଧିକ ପଦକ ନିଶ୍ଚିତ କରିଛି।

ଏହାର ଅର୍ଥ ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ନିଶ୍ଚିତ ହୋଇଛି। କେବଳ ମେଡାଲର ରଙ୍ଗ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

କରିଣଙ୍କ ପୂର୍ବରୁ ମହିଳା ୬୨ କେଜି ଫ୍ରିଷ୍ଟାଇଲରେ ସୋନମ ମଲିକ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ବ୍ରୋଞ୍ଜ ଲଢ଼େଇରେ ଚାଇନାର ଜିଆ ଲଙ୍ଗଙ୍କୁ ୬-୪ରେ ହରାଇ ଏପରି ସଫଳତା ହାସଲ କରିଥିଲେ।

ରାଜଧାନୀରେ ଘରୋଇ ମେଡିକାଲ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

COASTAL NEWS ODIA 1035

ରାଜଧାନୀରେ ଘରୋଇ ମେଡିକାଲ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା


 
ଭୁବନେଶ୍ୱର : ଭଞ୍ଜ ବିହାରୀ ମହାନ୍ତି - ଘରୋଇ ମେଡିକାଲ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା। ଡେଣ୍ଟାଲ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ଶୁକ୍ରବାର ଖବର ମିଳିଛି। ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିଛିା ମୃତ ଛାତ୍ରୀଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି ହୋଇଥିବା ବେଳେ ଖବର ପାଇ ପରିବାର ଲୋକେ ପହଞ୍ଚିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ। ଭରତପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୋସିଆଲ ମିଡିଆ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ

COASTAL NEWS ODIA 1034

ସୋସିଆଲ ମିଡିଆ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ।



ଭୁବନେଶ୍ବର - ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ଏହି ବିବାଦ ଭିତରେ ସୋଶାଆଲ ମିଡିଆରେ ଆଜି ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ। ସୋଶାଆଲ ମିଡିରେ ସେ ପତ୍ନୀ ବର୍ଷାଙ୍କ ପାଇଁ ଦେଇଛନ୍ତି ବନ୍ଧୁତାର ସଂଦେଶ। ଅନୁଭବଙ୍କ ଏହି ପୋଷ୍ଟକୁ ଚର୍ଚ୍ଚା ଜୋର ଧରିଛି।

ବର୍ଷାଙ୍କ ବିବାହ ପରେ ବିଦାୟ ବେଳର ଫୋଟୋ ପୋଷ୍ଟ କରିଛନ୍ତି ଅନୁଭବ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ମୁଁ ତୁମକୁ ହୃଦୟରୁ ଭଲ ପାଏ। ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି। ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ।

ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ହେଲ ବୋଲି ମୁଁ ଚାହେଁନି। କିନ୍ତୁ ଯେହେତୁ ବିଚ୍ଛେଦ ସୁନିଶ୍ଚିତ। ଏହା ସମ୍ମାନଜନକ ହେଉ,  ତିକ୍ତତା ନ  ହେଉ ବୋଲି ଅନୁଭବ ଲେଖିଛନ୍ତି । ଏହା ସହ ଅନୁଭବ ବର୍ଷାଙ୍କ ପାଇଁ ପ୍ରଣାମ ମୁଦ୍ରାର ଇମୋଜି ପୋଷ୍ଟ କରିଛନ୍ତି। ଏହାସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି।

ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ବିଭିନ୍ନ ସମୟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ କରି ଅନେକ କଥା ପୋଷ୍ଟ କରିଥାନ୍ତି। ଯାହାକୁ ନେଇ ସୋଶାଆଲ ମିଡିଆ ବର୍ଷା ଓ ଅନୁଭବ ମୁହିଁମୁହିଁ ହୋଇଛନ୍ତି। ଏବେ ଅନୁଭବଙ୍କ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ବର୍ଷାଙ୍କର କୌଣସି ଉତ୍ତର ମିଳିନାହିଁ।

ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

COASTAL NEWS ODIA 1033

ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ 




ପଞ୍ଜାବ - ଭଞ୍ଜ ବିହାରୀ ମହାନ୍ତି - ପଞ୍ଜାବର ଅମୃତସରରେ ଥିବା ଏକ ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଗତକାଲି ଲାଗିଥିଲା ଭୟଙ୍କର ନିଆଁ। ଏଥିରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି।

ଫାର୍ମା କମ୍ପାନୀରେ ବିପୁଳ ପରିମାଣରେ କେମିକାଲ ଥିବା ବେଳେ ଗତରାତିରେ ହଠାତ୍‌ କୌଣସି କାରଣବଶଃତ ସେଥିରେ ନିଆଁ ସଂଯୋଗ ହୋଇ ଯାଇଥିଲା। ଫଳରେ ଉକ୍ତ ସମୟରେ ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଜୀଅନ୍ତା ଜଳି ଯାଇଥିଲେ। ତେବେ ଅଗ୍ନିକାଣ୍ଡର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି।

ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଫ୍ୟାକ୍ଟ୍ରିରେ ଫସି ରହିଥିବା ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।  ଫ୍ୟାକ୍ଟ୍ରିରେ ବିପୁଳ ପରିମାଣରେ କେମିକାଲ ମହଜୁଦ ଥିବା ବେଳେ ଅଗ୍ନି ନିରାପତ୍ତା ଗାଇଡଲାଇନ୍‌ ପାଳନ କରାଯାଇଥିଲା ନା ନାହିଁ ତାହାର ତଦନ୍ତ କରାଯାଉଛି l

୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ

COASTAL NEWS ODIA 1032

୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ 



ମୁମ୍ବାଇ - ଭଞ୍ଜ ବିହାରୀ ମହାନ୍ତି - ମୁମ୍ବାଇର ଗୁରଗାଁଓରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ଆଜି ଭୋର ପ୍ରାୟ ୩ଟା ବେଳେ ଏହି ଅଘଟଣ ଘଟିଛି।

ପ୍ରଥମେ ଆପାର୍ଟମେଣ୍ଟର ପାର୍କିଂ ଏରିଅରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ଆପାର୍ଟମେଣ୍ଟ ତଳେ ପାର୍କ ହୋଇଥିବା ବହୁ କାର୍‌ ଓ ବାଇକ୍‌ ହୁତୁହୁତୁ ହୋଇ ଜଳିଥିଲା। ଏହାପରେ ନିଆଁ କ୍ରମଶଃ ଉପରକୁ ବ୍ୟାପିଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ସେମାନେ ନିଆଁକୁ କାବୁ କରିଥିବା ବେଳେ ଏହାପରେ ଭିତରେ ପଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆପାର୍ଟମେଣ୍ଟର ବିଭିନ୍ନ ମହଲାରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଜୀବନ୍ତ ଦଗ୍ଧ ହୋଇ ପଡ଼ିଥିବା ଜଣାଯାଇଛି। ଏଥିସହ ଗୁରୁତର ଅବସ୍ଥାରେ ୪୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ଭୋରୁ ଭୋରୁ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଉକ୍ତ ସମୟରେ ଲୋକେ ଶୋଇ ପଡ଼ିଥିବାରୁ ବାହାରକୁ ବାହାରି ପାରି ନ ଥିବା ଆଲୋଚନା ହେଉଛି। 

ଫୁଟବଲ ଏକାଡେମୀ ପାଇଁ l୧୧.୮ କୋଟି ଅର୍ଥ ମଞ୍ଜୁର

COASTAL NEWS ODIA 1031

ଫୁଟବଲ ଏକାଡେମୀ ପାଇଁ l୧୧.୮ କୋଟି ଅର୍ଥ ମଞ୍ଜୁର



ଆଳି,୫।୧୦ ଫୁଟବଲର ଅନ୍ତୁଡ଼ିଶାଳ ଭାବେ ପରିଚିତ ଆଳି ଅଞ୍ଚଳରେ ଥିବା ଆଳି ହାଇସ୍କୁଲ ମିନି ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ନିମନ୍ତେ ଏକ ଫୁଟବଲ ଏକାଡେମୀ କରିବାକୁ ଘୋଷଣା ହୋଇଥିଲା। ଏହି ଫୁଟବଲ ଏକାଡେମୀ ନିମନ୍ତେ ୧୧ କୋଟି ୮୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି। 

ଏହି କାର୍ଯ୍ୟ ପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲି, ଯାହାକି ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର  ପ୍ରକ୍ରିୟା ଆରମ୍ଭ ହୋଇଛି। କିଛିଦିନ ପୂର୍ବେ ଯୁଥ ଆଣ୍ଡ ସ୍ପୋର୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଏକ ସ୍ବତନ୍ତ୍ର ସର୍ଭେ ଦଳ ଆଳି ହାଇସ୍କୁଲ ମିନି ଷ୍ଟାଡିୟମରେ ପହଞ୍ଚି ଏଠିକାର ସୁବିଧା ବିଷୟରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । 

ଏହି ଖବର ଆଳିବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ଆଳି ଆଥଲେଟିକ ଆସୋସିଏଶନର ସଭାପତି ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ସମ୍ପାଦକ ବିଜୟ କୁମାର ସେନାପତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।


ଆଜିର ଖବର

COASTAL NEWS ODIA 1030

*ଖବର ଆଜିର* 
*ତାରିଖ ୦୬/୧୦/୨୩, ଶୁକ୍ରବାର*



*୧-ଭୁବନେଶ୍ୱର: ମାଟ୍ରିକ ଢାଞ୍ଚାରେ ଆଇନ୍ ପରୀକ୍ଷା କରିବାକୁ ପ୍ରସ୍ତାବ।*

*୨-ଭୁବନେଶ୍ୱର:୨୦୦ କୋଟି ବ୍ୟୟ ବରାଦ,୧୫ ହଜାର ପ୍ରାଥମିକ ବିଦ୍ୟାଳୟର ବଦଳିବ ରୂପରେଖ।*

*୩-ଏଥର ଦୁର୍ଗା ପୂଜାରେ ଦୁଲୁକିବ ମଞ୍ଚ, ରାତି ୧୨ ପର୍ଯ୍ୟନ୍ତ ଚାଲିବ ମେଲୋଡି।*

*୪-କିସ୍ ଫାଉଣ୍ଡେସନର ସହାୟତା: ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କର ବଦଳିଲା ଭାଗ୍ୟ।*

*୫-ଭୁବନେଶ୍ୱରରେ ବୈଶ୍ବିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରିବ ଆକ୍ସେଞ୍ଚର।*

*୬-ରାୟଗଡ଼ାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ, ୫ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି।*

*୭-ସପ୍ତମ ଶ୍ରେଣୀର ଛାତ୍ରୀ ଓଡିଶା ଝିଅ ଆକାଂଶୀ ପ୍ରିୟଦର୍ଶନୀଙ୍କ ଭାଷଣରେ କମ୍ପିଲା ସଂସଦ ଭବନ।*

*୮-ବିପିୟୁଟି ଟେକ୍ନୋଲୋଜି କାର୍ଣ୍ଣିଭାଲ,ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*

*୯-ଜଗତସିଂହପୁର:ସରିନି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାଦ, ବିବାହ ପାଇଁ କୋର୍ଟରେ କଲେ ଆବେଦନ।*

*୧୦-ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟର ୨୦ ଗବେଷକ।*

*୧୧-ଛାତ୍ର ସଂସଦ ନିର୍ବାଚନ, ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍: ସପ୍ତାହେ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ।*

*୧୨-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗାଁ:ବାରୁଦ ଉପରେ ଚଢିଗଲା କାର, ଠୋ ଠା କରି ଫାଟି ଏରିଆ କମ୍ପାଇଲା।*

*୧୩-ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ । ଭିସି ଯୋଗେ ହାଜର ହେଲେ ଅଭିଯୁକ୍ତ ଗୋପାଳ ଦାସ।*

*୧୪-ମହାଦେବ ଅନଲାଇନ ଗେମିଂ ମନିଲଣ୍ଡ୍ରିଂ ମାମଲା: E-Mail  କରି EDଙ୍କୁ ଦୁଇ ସପ୍ତାହ ସମୟ ମାଗିଲେ ରଣବୀର କପୁର।*

*୧୫-ଆଲାହାବାଦ ହାଇକୋର୍ଟଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ: ଥାନାରେ ବିବାହ ଅବୈଧ।*

*୧୬-ଉତ୍ତର ପ୍ରଦେଶର ସାହାଜାନପୁର:ଦାଦା ବଟି ନ ମିଳିବାରୁ ୭ କିଲୋମିଟର ପିଚୁ ରାସ୍ତାକୁ ଖୋଳିଦେଲେ ଏମଏଲଏଙ୍କ ସମର୍ଥକ।*

*୧୭-ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଆକ୍ସନ, ହତ୍ୟାକାଣ୍ଡ ଘଟଣାରେ ୧୫ ଅଧିକାରୀଙ୍କୁ ନିଲମ୍ବିତ।*

*୧୮-ନରୱେ ନାଟ୍ୟକାର ୟୁନ ଫସା ପାଇବେ ସାହିତ୍ୟ ପାଇଁ ନୋବେଲ।*

*୧୯-ଅହମଦାବାଦ : ଆଇସିସି ବିଶ୍ବକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ ।*


.             

ଆଜିର ରାଶିଫଳ

COASTAL NEWS ODIA 1029

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୦୬ ତାରିଖ ୨୦୨୩ ମସିହା(ଶୁକ୍ରବାର)*

*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


  *✧═════•❁❀❁•═════✧*
*ମେଷ : 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।* 
*✧═════•❁❀❁•═════✧*
 *ବୃଷ : 👉ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।* 
*✧═════•❁❀❁•═════✧*
 *ମିଥୁନ : 👉ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।* 
*✧═════•❁❀❁•═════✧*
 *କର୍କଟ: 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।* 
*✧═════•❁❀❁•═════✧*
 *ସିଂହ : 👉ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।* 
*✧═════•❁❀❁•═════✧*
 *କନ୍ୟା: 👉ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।* 
*✧═════•❁❀❁•═════✧*
 *ତୁଳା :👉 ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।* 
*✧═════•❁❀❁•═════✧*
 *ବିଛା :👉 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।* 
*✧═════•❁❀❁•═════✧*
 *ଧନୁ : 👉ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।* 
*✧═════•❁❀❁•═════✧*
 *ମକର : 👉ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ।   କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।* 
*✧═════•❁❀❁•═════✧*
 *କୁମ୍ଭ : 👉ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*
*✧═════•❁❀❁•═════✧*
*ମୀନ : 👉କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି  ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।*
*✧═════•❁❀❁•═════✧*


Thursday, October 5, 2023

ସଚେତନତାର ବାର୍ତ୍ତା ପ୍ରସାର ପାଇଁ ସାଇବର୍ ସୁରକ୍ଷା ରଥର ଆଳି ପରିକ୍ରମା

COASTAL NEWS ODIA 1028

ସଚେତନତାର ବାର୍ତ୍ତା ପ୍ରସାର ପାଇଁ ସାଇବର୍ ସୁରକ୍ଷା ରଥର ଆଳି ପରିକ୍ରମା


ଆଳି - ରାଜ୍ୟରେ ବଢୁଥିବା ସାଇବର ଠକେଇରୁ ସୁରକ୍ଷିତ ରହିବା ଓ ଏଥି ପାଇଁ ଜନସଧାରଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ସାଇବର ସୁରକ୍ଷା ରଥ ଅଭିଯାନ ଆରମ୍ଭ ହୋଇଛି। ଏ ନେଇ ସାଇବର ସୁରକ୍ଷା ରଥ ଏସ୍ ଡି ପିଓ କ୍ଷମାସାଗର ପଣ୍ଡାଙ୍କ ନେତୃତ୍ବରେ ଆଳି ନୂଆବଜାରସ୍ଥିତ ଅନ୍ନପୂର୍ଣ୍ଣା ପଡିଆରେ ପହଞ୍ଚିବା ପରେ ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସାଇବର୍ ସୁରକ୍ଷା ରଥ କୁ ସ୍ବାଗତ କରାଯାଇଥିଲା।  

ଏହି ସାଇବର୍ ସୁରକ୍ଷା ରଥ  ଆଳି ବ୍ଲକର ନରେନ୍ଦ୍ରପୁର, ଜୁଆଣିଆ ସମେତ ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରସାର କରାଯାଇଥିଲା |କେନ୍ଦ୍ରାପଡା ପୋଲିସ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଏସଡିପିଓ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ, ଏସଆଇ ବିଭୂପ୍ରସାଦ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ଅଭିଭାବକ ତଥା ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l 

ବାରୁଦ ଉପରେ କାର ଚଢ଼ିଯିବାରୁ ଜଳିଲା କାର୍ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡାକ୍ତର

COASTAL NEWS ODIA 1027

ବାରୁଦ ଉପରେ କାର ଚଢ଼ିଯିବାରୁ ଜଳିଲା କାର୍ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡାକ୍ତର 



କେନ୍ଦ୍ରାପଡ଼ା : ଭଞ୍ଜ ବିହାରୀ ମହାନ୍ତି - ଦାଣ୍ଡରେ ସୁଖୁଥିଲା ବାରୁଦ ।  ବାରୁଦ ଉପରେ କାର ଚଢ଼ିଯିବାରୁ ଠୋ କରି ଫାଟିଲା।  ଶବ୍ଦ ଶୁଣି କାର ଚାଳକ କାର ଛାଡ଼ି ଦଉଡ଼ି ପଳାଇଲେ। ଗାଁ  ଲୋକ ପାଣି ପକାଇ ବାରୁ କାରର ଅଳ୍ପ କ୍ଷତି ହୋଇଛି। ଏପରି ଅଘଟଣ ଘଟିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗାଁରେ।  ପୁରୁଷୋତ୍ତମପୁର ଗାଁର ରମାକାନ୍ତ ମଲିକ ଛୋଟ ଛୋଟ ସୁନୁ ଫୋଟକା ତିଆରି କରନ୍ତି।

ପୁରୁଣା ବାରୁଦ୍ ବର୍ଷାରେ ଖରାପ ହୋଇଯାଇଥିବା ତାକୁ ଘର ଆଗ ଦାଣ୍ଡରେ ସୁଖାଇଥିଲେ।  ସେହି ରାସ୍ତା ଦେଇ କାର ନେଇ ଡାକ୍ତର ସୁଜିତ୍ ସାମଲ ଯାଉଥିଲେ। କାରର ଗରମ ଇଞ୍ଜିନ ବାରୁଦ୍ ପାଖକୁ ଯିବା ମାତ୍ରକେ ନିଆ ବାହାରି ଥିଲା। ବିସ୍ଫୋରଣ ସମୟରେ ଡାକ୍ତର କାରରୁ ବାହାରି ଯାଇଥିଲେ। ତାଙ୍କର କୌଣସି କ୍ଷତି ହୋଇନାହିଁ । ସେହି ପାଖରେ ଶୁଖୁଥିବା ଗଡମା ଉପରେ ବାଣ ନିଆ ପଡ଼ିବାରୁ ଗଡ଼ମା ୫ଟି ଏକାଥରେ ଫୁଟିଥିଲା। ପ୍ରଚଣ୍ଡ ଶବ୍ଦ ହୋଇଥିଲା।  ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।

ଏସସିବିରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି

COASTAL NEWS ODIA 1026

ଏସସିବିରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି 



କଟକ - ଭଞ୍ଜ ବିହାରୀ ମହାନ୍ତି -ଏସସିବିରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି । ଆଇସିୟୁରେ ଥିବା ରୋଗୀଙ୍କ ମାନସିକ ଚାପ ପକାଇବା ପାଇଁ ୨୪ଘଂଟା ଇନଷ୍ଟ୍ରୁମେଂଟାଲ ମ୍ୟୁଜିକ୍ ଓ ଭକ୍ତି ସଙ୍ଗୀତ ବାଜିବ । ମେଡିକାଲ କର୍ତୃପକ୍ଷଙ୍କ ଏହି ପଦକ୍ଷେପ ଦ୍ୱାରା ରୋଗୀଙ୍କ ମନୋବଳ ବଢିବ ଓ ରୋଗୀ ସୁସ୍ଥ ହେବ ବୋଲି ଆଶା କରିଛନ୍ତି କର୍ତୃପକ୍ଷ । ବିଶେଷଜ୍ଞ ମଧ୍ୟ ଏଥିରେ ସହମତ ହୋଇଛନ୍ତି ।

ଏମିତି ଏକ ନିଷ୍ପତି ନେଇଛନ୍ତି କଟକ ଏସସିବି ମେଡିକାଲ କର୍ତୁପକ୍ଷ । ନିଆଯାଇଥିବା ନିଷ୍ପତି ଅନୁସାରେ, ଆଇସିୟୁରେ ଚିିକିତ୍ସିତ ହେଉଥିବା ରୋଗୀଙ୍କ ମାନସିକ ଚାପ କମାଇବା ପାଇଁ ୨୪ଘଂଟା ଇନଷ୍ଟ୍ରୁମେଂଟାଲ ମ୍ୟୁଜିକ୍ ବାଜିବ । ଏହା ଦ୍ୱାରା ଆଇସିୟୁରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ମନୋବଳ ବଢ଼ିବ । ଯାହାକି ରୋଗୀ ସୁସ୍ଥ ହେବାରେ ସହାୟକ ହେବ । ତେଣୁ ଏଭଳି ଯୋଜନା କରାଯାଇଥିବା କହିଛନ୍ତି ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ ।

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଅଖ-ଚକ ସବୁ ଠପ୍‌

COASTAL NEWS ODIA 1025

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଅଖ-ଚକ ସବୁ ଠପ୍‌




ସୁନ୍ଦରଗଡ଼  : ଭଞ୍ଜ ବିହାରୀ ମହାନ୍ତି - ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯାହାଫଳରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ସୁନ୍ଦରଗଡ଼ ସହକାରୀ ଜିଲ୍ଲାପାଳ ରଶ୍ମିତା ମିଞ୍ଜ ଓ ଏଏସ୍‌ଆଇ ଆଲିଶା ଲୁଗୁନ୍‌ଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ଦୁଇ ସରକାରୀ ମହିଳା ଅଧିକାରୀଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ କରିବାରେ ପୋଲିସ ଏ ଯାଏଁ ସଫଳ ହୋଇପାରି ନାହିଁ । ଏହି ଦୁଇଟି ଘଟଣାରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛି । 

ଫଳରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପିର ସୁନ୍ଦରଗଡ଼, ପାନପୋଷ ଓ ବଣାଇଁ ସାଂଗଠନିକ ଜିଲ୍ଲାର ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦିଆଯାଇଛି। ଏଥିପାଇଁ ସମସ୍ତ ଦୋକାନ ବଜାର ପେଟ୍ରୋଲ ପମ୍ପ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଶିକ୍ଷା ଅନୁଷ୍ଠାନ ଓ ଗାଡି ମୋଟର ବନ୍ଦ ରହିବ।

ଅଧିକ ସୁଦୃଢ ହେବ ରାଜ୍ୟର ସ୍ୱାସ୍ଥ୍ୟସେବା: ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

COASTAL NEWS ODIA 1024

ଅଧିକ ସୁଦୃଢ ହେବ ରାଜ୍ୟର ସ୍ୱାସ୍ଥ୍ୟସେବା: ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।  

ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ କ୍ରୟ ହୋଇଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସକୁ ପତକା ଦେଖାଇ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗୀସେବା ଯୋଗାଇଦେବା ଉଦ୍ଦେଶ୍ୟରେ କ୍ରୟ ହୋଇଥିବା ଏହି ୨୬ଟି ଆମ୍ବୁଲାନ୍ସ ପାଇଁ ୧୦.୯୨ କୋଟି ଟଙ୍କା ବିନିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନାକୁ ନେବା ପାଇଁ ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସଫଳତାର ସହ କାର୍ଯ୍ୟ କରୁଛି । ଜୀବନ ରକ୍ଷାକାରୀ ସୁବିଧା ଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସ ସାମିଲ ହେବାପରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ ହେବ। ଟୋଲ୍ ଫ୍ରି ନମ୍ବର ୧୦୮କୁ ଫୋନ୍ କରି ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସୁବିଧା ଉପଲବ୍ଧ ହେଉଛି।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, 5T ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଅନ୍ତିମ ସଂସ୍କାର ବେଳେ ଜଣାପଡିଲା ଜୀବନ୍ତ

ବିସ୍ମୟକର ଘଟଣା ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଅନ୍ତିମ ସଂସ୍କାର ବେଳେ ଜଣାପଡିଲା ଜୀବନ୍ତ


 
ଗୁଆହାଟୀ,୫।୧୦: ଭଞ୍ଜ ବିହାରୀ ମହାନ୍ତି - ଆସାମର ସିଲଚର ସହରର ଏକ ଘରୋଇ ଡାକ୍ତରଖାନାରେ ପ୍ରସବ ସମୟରେ ଅବହେଳା ମାମଲା ସାମ୍ନାକୁ ଆସିଛି। ଡାକ୍ତରମାନେ ମୃତ ଘୋଷଣା କରିଥିବା ନବଜାତ ଶିଶୁର ଅନ୍ତିମ ସଂସ୍କାର ସମୟରେ ଜୀବନ୍ତ ଦେଖିବାକୁ ମିଳିଥିଲା। ଏ ନେଇ ଡାକ୍ତରଖାନା ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଜଣେ ଗର୍ଭବତୀ ମହିଳାଙ୍କୁ ସିଲଚରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପ୍ରସବ ପ୍ରକ୍ରିୟାରେ ଡାକ୍ତରମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜଣେ ମା’ ଏବଂ ଶିଶୁକୁ ଜଣଙ୍କୁ ବଞ୍ଚା ଯାଇପାରିବ ବୋଲି ଡାକ୍ତରମାନେ କହିଥିଲେ। ଶିଶୁର ପିତା କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପ୍ରସବ ପାଇଁ ଅନୁମତି ଦେଇଥିଲେ। ତେବେ କିଛି ସମୟ ପରେ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ତାଙ୍କ ସ୍ତ୍ରୀ ଏକ ମୃତ ସନ୍ତାନକୁ ଜନ୍ମ ଦେଇଛନ୍ତି। ପରେ ସେମାନଙ୍କୁ ଶିଶୁର ମୃତଦେହ ଏବଂ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଶିଶୁର ପିତା କହିଛନ୍ତି ଯେ, ସିଲଚରରେ ପହଞ୍ଚିବା ପରେ ମୃତଦେହ ଥିବା ପ୍ୟାକେଟ ଖୋଲିବା ପରେ ପିଲାଟି କାନ୍ଦୁଥିଲା। ଏହି ଘଟଣା ପରେ ମାଲିନିବିଲ ଅଞ୍ଚଳର ବାସିନ୍ଦା ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଡାକ୍ତରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ସ୍ଥାନୀୟ ନାଗରିକ କହିଛନ୍ତି ଯେ, ଡାକ୍ତରଖାନା କର୍ମଚାରୀମାନେ ଶିଶୁଟିକୁ ଚିହ୍ନଟ ନ କରି ମୃତ ଘୋଷଣା କରିଥିଲେ ଏବଂ ତାଙ୍କୁ ଅଳିଆ ପରି ପ୍ୟାକେଟରେ ରଖିଥିଲେ।

ଶିଶୁଟି ମୃତ ଘୋଷଣା ହେବା ପରେ ଆଠ ଘଣ୍ଟା ପର୍ଯ୍ୟନ୍ତ ନଜରରେ ରଖାଯାଇଥିଲା ବୋଲି ଡାକ୍ତରଖାନା ସ୍ପଷ୍ଟ କରିଛି। ଜଣେ କର୍ମଚାରୀ କହିଛନ୍ତି ଯେ ପିଲାଟିକୁ ବାରମ୍ବାର ଯାଞ୍ଚ କରାଯାଇଥିଲା। ଏହି ଘଟଣା ପରେ ପିଲାମାନଙ୍କର ପରିବାର ସଦସ୍ୟ ଡାକ୍ତରଖାନା ଏବଂ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

COASTAL NEWS ODIA 1022

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବାତିଲ


ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବାଲେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ରେଳ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରୁନି। ପ୍ରବଳ ବର୍ଷା କାରଣରୁ ବାଲେଶ୍ଵର – ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ରେଳ ଟ୍ରାକ ଦବି ଯାଇଥିଲା। ରେଳ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ଟ୍ରାକ ଦବି ଯାଇଥିବା ସ୍ଥାନରେ ପୁନଃ ମେଟାଲ ଫିଲିଙ୍ଗ ପାଇଁ ଆସିଥିବା ଏକ ମାଲ ବାହି ଟ୍ରେନ ସେହି ସମାନ ଜାଗାରେ ହିଁ ଲାଇନ୍ଚ୍ୟୁତ ହୋଇଛି ।

ଫଳରେ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥିତି ସ୍ଵାଭାବିକ ହୋଇନାହିଁ । ଅନେକ ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ ଟ୍ରାକଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ସେହିଭଳି ଲାଇନଚ୍ୟୁତ ବଗି ଟିକୁ ହଟାଯାଇଛି । ଘଟଣାସ୍ଥଳରେ ଦକ୍ଷିଣ ପୂର୍ବ ରେଳବାଇ ଜିଏମ, ଡି ଆରଏମଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଟ୍ରଙ୍କ୍‌ ଭିତରୁ ୩ ଭଉଣୀଙ୍କ ମୃତଦେହ

COASTAL NEWS ODIA 1021

 ଟ୍ରଙ୍କ୍‌ ଭିତରୁ ୩ ଭଉଣୀଙ୍କ ମୃତଦେହ



ପଞ୍ଜାବ - ଭଞ୍ଜ ବିହାରୀ ମହାନ୍ତି - ପଞ୍ଜାବର ଜଳନ୍ଧର ସହରରେ ୩ ଭଉଣୀଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଘଟଣା ଘଟିଛି ମକ୍‌ସୁଦା ଥାନା ଅଧୀନ କାନପୁର ଅଞ୍ଚଳରେ। ଏଠାରେ ଏକ ଘର ବାହାରେ ୩ ଭଉଣୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରଙ୍କ୍‌ ଭିତରୁ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସିଭିଲ୍‌ ହସ୍ପିଟାଲ ପଠାଇଛି।

ଏହି ଘଟଣାରେ ପେଲିସ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ଯେ ବିଳମ୍ବିତ ରାତିରେ ଝିଅମାନେ ନିଖୋଜ ହେବା ନେଇ ତାଙ୍କ ବାପା ବଡ଼ ଜୋର୍‌ରେ ପାଟି କରୁଥିଲେ। ଖବର ପାଇ ପୋଲିସ ମଧ୍ୟ ବିଳମ୍ବିତ ରାତିରେ ପହଞ୍ଚିଥିଲା। କିନ୍ତୁ ଯାଞ୍ଚ ପରେ ପୋଲିସ ଫେରିଯାଇଥିଲା।

ପରଦିନ ସକାଳେ ଯେତେବେଳେ ଅଞ୍ଚଳବାସୀ ସେହି ଗଳି ଦେଇ ଯାଇଥିଲେ, ତ ଝିଅମାନଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରଙ୍କ୍‌ ଭିତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ସଙ୍ଗେ ସଙ୍ଗେ ଏ ନେଇ ପୋଲିସକୁ ଖବର ଦେଇଥିଲେ।

ଅନ୍ୟପଟେ ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଝିଅମାନଙ୍କ ବାପା ହିଁ ଏହି କାଣ୍ଡ କରିଛନ୍ତି। ସେମାନଙ୍କ କହିବା ହେଲା, ଝିଅମାନଙ୍କର ନିଖୋଜ ହେବାର କାହାଣୀ ରଚି ବାପା ନିଜର ଦୋଷ ଘୋଡ଼ାଇବାକୁୁ ଚେଷ୍ଟା କରୁଥିଲା। ପୋଲିସ ଏହି ଘଟଣାରେ ମାମଲାର ତଦନ୍ତ ଚାଲିଥିବା କହିଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...