AFFILIATE MARKETING

https://binomo.com?a=90810425bb57&t=0

Thursday, October 5, 2023

ମ୍ୟାଟ୍ରିମୋନିଆଲ ସାଇଟ୍ ରେ ଜୀବନସାଥି ଖୋଜି ଠକେଇର ଶିକାର ହେଲେ ଯୁବତୀ

COASTAL NEWS ODIA 1020

ମ୍ୟାଟ୍ରିମୋନିଆଲ ସାଇଟ୍ ରେ ଜୀବନସାଥି ଖୋଜି ଠକେଇର ଶିକାର ହେଲେ ଯୁବତୀ




କଟକ - ଭଞ୍ଜ ବିହାରୀ ମହାନ୍ତି - ମ୍ୟାଟ୍ରିମୋନିଆଲ ସାଇଟ୍ ରେ ଜୀବନସାଥି ଖୋଜି ଠକେଇର ଶିକାର ହେଲେ ଜଣେ ଯୁବତୀ। ସାତ ଦିନର ସମ୍ପର୍କରେ ବିଶ୍ୱାସ ଜନ୍ମାଇ ଲକ୍ଷାଧିକ ଟଙ୍କାର ସୁନା ଲୁଟ ସହ ବ୍ଲାକ ମେଲିଂକରୁଥିଲା ଅଭିଯୁକ୍ତ । ଏବେ ଅଭିଯୋଗ ପରେ ହାତରେ ପଡିଲା ହାତକଡି ।

ଦର୍ଶକବନ୍ଧୁ ଆଜିର ସମୟରେ ଅନଲାଇନ୍ ପାଲଟିଛି ଜୀବନ ସାଥୀ ଖୋଜିବାର ସରଳ ମାଧ୍ୟମ। ହେଲେ ଏହି ଅନଲାଇନ୍ ରେ ଖୋଜିଥିବା ଜୀବନ ସାଥି ଯୁବତୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ଖବର ମୁତାବକ, ଯାଜପୁର ଅଂଚଳର ଜନୈକ ଯୁବତୀ ଅନଲାଇନ୍ ମାଧ୍ୟମରେ କଟକର ସୁଧାଂଶୁ ବେହେରା ସହ ଯୋଗାଯୋଗ ରେ ଆସିଥିଲେ। ଏହାପରେ ସୁଧାଂଶୁ ନିଜକୁ ଜଣେ ଆୟକର ବିଭାଗର ଅଫିସର୍ ବୋଲି ପରିଚୟ ଦେଇ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ ଓ ବିବାହର ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ଯୁବତୀଙ୍କର ଦୁଇ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । ଏଥିପାଇଁ ଯୁବତୀ ସୁନା ବନ୍ଧକ ରଖି ଟଙ୍କା ନେବା ପାଇଁ ଚାହୁଁ ଥିବାରୁ ଏହାର ସୁଯୋଗ ନେଇ ୩୦ଗ୍ରାମ ସୁନା ଗହଣା ନେଇ ଚମ୍ପଟ ହୋଇଯାଇଥିଲା ସୁଧାଂଶୁ।

ସାତ ଦିନର ଚିହ୍ନା ପରିଚୟ ଭିତରେ କିଛି ବୁଝିବା ପୂର୍ବରୁ ଠାକାମି ର ଶିକାର ହୋଇ ସାରିଥିଲେ ଅଭିଯୋଗକାରିଣୀ ଜଣଙ୍କ। ଏମିତିକି ଯେତେବେଳେ ଯୁବତୀ ଜଣକ ସୁନା ଫେରସ୍ତ ମାଗିଥିଲେ ସେତେବେଳେ ତାଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବା ପାଇଁ ବାଧ୍ୟ କରୁଥିଲା। ଏହା ସହ ବ୍ଲାକ ମେଲିଂ ମଧ୍ୟ କରୁଥିଲେ। ଯାହା ଫଳରେ ଯୁବତୀ ଜଣକ କଟକ କ୍ୟାଣ୍ଟନ ମେଣ୍ଟ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଏମିତିକି ଅଭିଯୁକ୍ତ ଜଣକ ଏହିଭଳି ଅନେକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଠକୁଥିବା ର ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀ ଯୁବତୀ ଓ ତାଙ୍କର ସଂପର୍କୀୟ।

ଅନ୍ୟପଟେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୁଧାଂଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ୟାଣ୍ଟନ ମେଣ୍ଟ ଥାନା ପୋଲିସ। ଅଭିଯୁକ୍ତ ନିକଟରୁ ୩୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଯାହା ଯୁବତୀଙ୍କ ଅଭିଯୋଗ ରହିଥିଲା ସେହି ଆଧାରରେ ମାମଲା ରୁଜ୍ଜୁ କରାଯାଇଛି। ବର୍ତମାନ ସୁଦ୍ଧା ଜଣେ ଅଭିଯୋଗ କରିଛନ୍ତି । ଆଉ ଯଦି କେହି ଅଭିଯୋଗ କରନ୍ତି କି ଅତିରିକ୍ତ ଅଭିଯୋଗ ଆସେ ତେବେ ମାମଲା ରୁଜ୍ଜୁ କରାଯିବ ବୋଲି କହିଛନ୍ତି କଟକ ଏ ଡି ସି ପି ଅନିଲ କୁମାର ମିଶ୍ର। 

ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ।

COASTAL NEWS ODIA 1019

ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ।




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ। ପିପିପି ମୋଡ୍‌ରେ ପ୍ରଥମ ଥର ପାଇଁ ଚିକିତ୍ସାସେବା ସୁବିଧା ବିକଶିତ କରିବାକୁ ପଦକ୍ଷେପ ନିଆଯାଇଛି। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଥିପାଇଁ ଘରୋଇ ସହଭାଗୀଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛି। ଅନୁଗୋଳ, ବଡ଼ବିଲ, ଭଦ୍ରକ ଏବଂ ଝାରସୁଗୁଡ଼ାରେ ୧୦୦ରୁ ୨୦୦ ଶଯ୍ୟା ମଧ୍ୟରେ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଏବଂ ଝାରସୁଗୁଡ଼ାରେ ଏକ କର୍କଟ ସୁପର ସ୍ପେସିଆଲିଟି ହସ୍ପିଟାଲ ପିପିପି ମୋଡ୍‌ରେ କରାଯିବ। ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଗୁଣାତ୍ମକ ସ୍ବାସ୍ଥ୍ୟ‌େ‌ସବା ପାଇଁ ଭିତ୍ତିଭୂମିର ବିକାଶ କରିବା ହେଉଛି ମୋ ସରକାରର ପ୍ରାଥମିକତା। ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବାକୁ ରାଜ୍ୟ ପ୍ରତିବଦ୍ଧ। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’। ଏକ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ପାଇଁ ସମସ୍ତେ ଏକାଠି କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। 

ଓଡ଼ିଶାରେ ସ୍ବାସ୍ଥ୍ୟକ୍ଷେତ୍ରରେ ରୂପାନ୍ତରଣ ଯାତ୍ରା ଦେଖିବାକୁ ମିଳିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଖାପାଖି ଏକ କୋଟି ପରିବାରର ମନୋବଳ ବୃଦ୍ଧି କରିଛି। ଘରୋଇ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ପ୍ରମୁଖ ଭୂମିକା ଏଥିରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲାସ୍ତରରେ ସ୍ବାସ୍ଥ୍ୟାନୁଷ୍ଠାନ ସ୍ଥାପନ ପାଇଁ ଆମେ ସ୍ବାସ୍ଥ୍ୟ କ୍ଷେତ୍ରରେ ଘରୋଇ ନିବେଶକୁ ଉତ୍ସାହିତ କରୁଛୁ। ଘରୋଇ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଏହି ଚୁକ୍ତି ସ୍ବାକ୍ଷର ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର ସମସ୍ତ ସହାୟତା ଏବଂ ସୁବିଧା ପ୍ରଦାନ କରିବେ ବୋଲି କହିଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାରେ ରୂପାନ୍ତରଣ କରାଯାଉଛି। ସୁଲଭ ଏବଂ ସମନ୍ବିତ ସ୍ବାସ୍ଥ୍ୟସେବା ପାଇଁ ସରକାର ପ୍ରତିବଦ୍ଧ। ଚୁକ୍ତିନାମା ଅନୁସାରେ, ଅନୁଗୋଳ ଏବଂ ବଡ଼ବିଲରେ ଉତ୍କଳ ହେଲ୍‌ଥ କେୟାର ଏବଂ ସିଲିକନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର କନସୋର୍ଟିୟମ ପକ୍ଷରୁ ୨୦୦ ଶଯ୍ୟାବିଶିଷ୍ଟ ମଲ୍ଟି ସ୍ପେସିଆଲିଟି ପ୍ରକଳ୍ପ ବିକଶିତ କରାଯିବ। 

ସେହିପରି ଭଦ୍ରକ ଏବଂ ଝାରସୁଗୁଡ଼ାରେ ସାଇଗନସ୍ ମେଡିକେୟାର ଏବଂ ପ୍ରିଣ୍ଟ୍ ଲିଙ୍କ୍ କମ୍ପ୍ୟୁଟର ଏବଂ କମ୍ୟୁନିକେସନ୍ କନସୋର୍ଟିୟମ ଦ୍ବାରା ୧୦୦ ଶଯ୍ୟା ବିଶିଷ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଝାରସୁଗୁଡ଼ାରେ ୧୨୦ ଶଯ୍ୟାବିଶିଷ୍ଟ ଏକ କ୍ୟାନ୍‌ସର କେୟାର ସୁପର ସ୍ପେସିଆଲିଟି ହସ୍ପିଟାଲ ଭାଇଜାଗ୍‌ ହସ୍ପିଟାଲ୍ସ ଆଣ୍ଡ୍ କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟର ଦ୍ବାରା କାର୍ଯ୍ୟକାରୀ ହେବ। ସରକାର ଜମି ଯୋଗାଇବା ସହ ନିର୍ମାଣ ଏବଂ ଆବଶ୍ୟକ ଭିତ୍ତିଭୂମି ଯୋଗାଯୋଗ ପାଇଁ ପୁଞ୍ଜି ସହାୟତା କରିବେ। ପିପିପି ସହଭାଗୀ ୩୦ ବର୍ଷ ପାଇଁ ହସ୍ପିଟାଲ ନିର୍ମାଣ, ମାନବ ସମ୍ବଳ ନିୟୋଜନ ଏବଂ ଚିକିତ୍ସା ସେବା ପ୍ରଦାନ କରିବେ। କ୍ୟାନସର କେୟାର ହସ୍ପିଟାଲ ପାଇଁ ସରକାର ଜମି ସହ ହସ୍ପିଟାଲ ନିର୍ମାଣ ଏବଂ ଉପକରଣ ଯୋଗାଇ ଦେବେ। ଘରୋଇ ସହଭାଗୀ ପର୍ଯ୍ୟାପ୍ତ ମାନବ ସମ୍ବଳ ନିୟୋଜନ କରିବା ସହ ୧୫ ବର୍ଷ ପାଇଁ ଏହାର ପରିଚାଳନା, ତଦାରଖ କରିବ। 

୨୪x୭ ଟ୍ରମା କେୟାର, ଓପିଡି, ଆଇପିଡି ସେବା, ମଲ୍ଟି ସ୍ପେସିଆଲିଟି ଏବଂ ସୁପର ସ୍ପେସିଆଲିଟି ଚିକିତ୍ସା ସେବା ପ୍ରଦାନ କରିବାରେ ଏହି ସୁବିଧାଗୁଡ଼ିକ ପ୍ରଥମ ଏନ୍‌ଏବିଏଚ୍ ଡାକ୍ତରଖାନା ହେବ। ଏହି ହସ୍ପିଟାଲଗୁଡ଼ିକ ରାଜ୍ୟର ୬୦ ଲକ୍ଷ ଲୋକଙ୍କୁ ସେବା ଯୋଗାଇବ। ଏହାସହ ଭୁବନେଶ୍ବର, କଟକ ଏବଂ ଅନ୍ୟ ରାଜ୍ୟକୁ ଚିକିତ୍ସ‌ା ପାଇଁ ଯାଉଥିବା ରୋଗୀଙ୍କ ପକେଟ୍‌ ଖର୍ଚ୍ଚ ମଧ୍ୟ କମିବ। ଏହି ୫ଟି ପ୍ରକଳ୍ପ ୫୦୦ କୋଟି ଟଙ୍କାର ନିବେଶରେ ବିକଶିତ ହେବ। ଏଥିରେ ୩୫୦୦ରୁ ଅଧିକ ମେଡିକାଲ, ପାରାମେଡିକାଲ, ନର୍ସିଂ ଏବଂ ପ୍ରଶାସନିକ ବୃତ୍ତିଧାରୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ। ମୁଖ୍ୟ ସଚିବ ପିକେ ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।

ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମହାତ୍ମା ଗାନ୍ଧୀ କ୍ୟାନ୍‌ସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଏମ୍‌ଡି ଡ. ମୂରଲି କ୍ରିଷ୍ଣା ଭୁନା, ସିଇଓ ଏଏମ୍‌ଏ ମନିମୁଥୁ, ଆର୍‌ଏମ୍‌ ଏ ପ୍ରତାପ କୁମାର, ଏଜିଏମ୍‌ ମହେନ୍ଦ୍ର କୁମାର ମହାରଣା ଉପସ୍ଥିତ ଥିଲେ।

ଭାରତକୁ_ଆଉ_ଏକ_ସ୍ବର୍ଣ୍ଣ_ପଦକ

COASTAL NEWS ODIA 1018

ଭାରତକୁ_ଆଉ_ଏକ_ସ୍ବର୍ଣ୍ଣ_ପଦକ



*-ଏସିଆନ ଗେମ୍ସ: ତୀରନ୍ଦାଜରେ ମହିଳା ଟି୍‌ମ ସ୍ବର୍ଣ୍ଣ*
*-ମହିଳା ଟିମ୍‌ ଇଭେଣ୍ଟରେ ଭାରତକୁ ମିଳିଲା ସ୍ବର୍ଣ୍ଣ ପଦକ*
*-ସ୍ବର୍ଣ୍ଣ ପଦକ ଜିତିଲେ ଆଦିତି, ଜ୍ୟୋତି ଓ ପରନୀତ*
*-ଭାରତର ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟା ୧୯*
*-ରୌପ୍ୟ ୩୧, ବ୍ରୋଞ୍ଜ ୩୨ ସହ ମୋଟ ପଦକ ୮୨*

ଖବର ଆଜିର

COASTAL NEWS ODIA 2017

  *ଖବର ଆଜିର*
ତାରିଖ ୦୫/୧୦/୨୦୨୩ ଗୁରୁବାର ।।



ଭୁବନେଶ୍ବର - ରଜନି କାନ୍ତ ବକ୍ସି- ନୀରଜଙ୍କୁ କଡ଼ା ଟକ୍କର ଦେଲେ ଓଡ଼ିଆ ପୁଅ କିଶୋର ଜେନା, ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ।

୨୦୨୩ ବର୍ଷ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନ ନୋବେଲ । ଏହି ସର୍ବଶ୍ରେଷ୍ଠ ପୁରସ୍କାର ପାଇବାକୁ ମନୋନୀତ ତିନି ବୈଜ୍ଞାନିକ ହେଲେ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ, ଲୁଇସ୍‌ ଇ ବ୍ରୁସ୍‌ ଏବଂ ଆଲୋକ୍ସି ଏଲ୍‌ ଇକିମୋଭ୍‌ ।

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ଲାଲୁ ଓ ତାଙ୍କ ପରିବାରକୁ ଜାମିନ୍‌ ।

ନ୍ୟୁଜ୍ କ୍ଲିକ୍‌ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପ୍ରବୀର ପୁରକାୟସ୍ତ ।

ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଜାଭେଲିନ ପ୍ରତିଯୋଗିତାରେ‌ ‌ରୌପ୍ୟ ପଦକ ହାସଲ କରିଥିବା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। କିଶୋର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ ‌କ‌ୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ରହସ୍ୟ । ସୁସ୍ମିତା ମୃତ୍ୟୁ ମାମଲାରେ ବିଡିଓ ଏବଂ ସିଡିପିଓଙ୍କୁ ଜେରା କଲା ପୁଲିସ । 

ଦିଲ୍ଲୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସକୁ ୩ଟି ଆସନ ଛାଡ଼ିବ ଆମ୍‌ ଆଦ୍‌ମୀ ପାର୍ଟି। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଶରଦ ପାୱାର୍। 

ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢୀ । କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା ପରେ ପଜିଟିଭ ଆସିଲା ରିପୋର୍ଟ ।

ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ୧୦ଘଂଟା ଧରି ଜେରା କରିବା ପରେ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ । ଅକ୍ଟୋବର ୬ରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ଅନଲାଇନ ବେଟିଂ ଆପ୍ ମାମଲାରେ ତାଙ୍କୁ ସମନ୍ ଜାରି କରାଯାଇଥିବା ଜଣାପଡିଛି ।

ବେଙ୍ଗାଲୁରୁରେ ବାୟୁସେନାକୁ ମିଳିଲା ପ୍ରଥମ ହାଲୁକା ଯୁଦ୍ଧ ବିମାନ, ‘ଏଲିଟ୍‌ କ୍ଲବ’ରେ ସାମିଲ ହେଲା ଭାରତ ।

କ୍ୟାବିନେଟ ନିଷ୍ପତ୍ତି: କୃଷ୍ନା ଜଳ ବିବାଦ ଟ୍ରିବ୍ୟୁନାଲ-୨ ସର୍ତ୍ତାବଳୀକୁ ଅନୁମୋଦନ ।

ଭାରତୀୟ ସର୍ଜନ୍ ସଂଘ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ ।

ସୁସ୍ମିତା ମିଞ୍ଜ ଓ ଆଲିସ ନରିମା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ : ଜୁଏଲ ଓରାମ ।

ସିକ୍କିମରେ ଅଚାନକ ପ୍ରଳୟଙ୍କରୀ ବନ୍ୟା: ୨୩ ଯବାନଙ୍କ ସମେତ ୧୨୦ ନିଖୋଜ; ୧୪ ମୃତଦେହ ଉଦ୍ଧାର ।

ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।

ପ୍ରତି ତିନିରେ ଜଣେ ନିବେଶକ ପରାମର୍ଶଦାତା ପଞ୍ଜୀକୃତ ନୁହଁନ୍ତି: ସେବି ଚେୟାରମ୍ୟାନ ।

ବିଶ୍ଵକପ୍ ୨୦୨୩ ମହାମୁକାବିଲା ପୂର୍ବରୁ ଏକାଠି ହେଲେ ୧୦ଟି ଟିମ୍‌ର ଅଧିନାୟକ ।

ସୁପ୍ରଭାତ ,ଶୁଭ ସକାଳ ।
[05/10, 8:04 am] ରଜନି କାନ୍ତ ବକ୍ସି ହିଲି ପାଟଣା: *╭─────────────────────╮*
*🌄ସକାଳର ଖବର, ୦୫-ଅକ୍ଟବର -୨୦୨୩, ଗୁରୁବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ। ପିପିପି ମୋଡ୍‌ରେ ପ୍ରଥମ ଥର ପାଇଁ ଚିକିତ୍ସାସେବା ସୁବିଧା ବିକଶିତ କରିବାକୁ ନିଆଗଲା ପଦକ୍ଷେପ l

➡️୩-ଆଉ ୧୦୦ ଟଙ୍କା କମିଲା ଉଜ୍ଜ୍ବଳା ଗ୍ୟାସ୍‌ ଦାମ୍ l ଏଣିକି ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନଙ୍କୁ ମିଳିବ ଏଲ୍‌ପିଜି ସିଲିଣ୍ଡର ପିଛା ୩୦୦ ଟଙ୍କାର ସବ୍‌ସିଡି । 

➡️୪-ଆଜି ରାଜସ୍ଥାନ ଓ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ୧୭,୬୦୦ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ କରିବେ l

➡️୫-କ୍ୱାଣ୍ଟମ୍ ଡଟ୍‌ ପାଇଁ ୩ ଜଣଙ୍କୁ ମିଳିଲା ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର l ସେମାନେ ହେଲେ ମୌଙ୍ଗି ଜି ବାୱେଣ୍ଡି, ଲୁଇସ ଇ ବ୍ରୁସ ଓ ଆଲେକ୍ସି ଆଇ ଏକିମୋଭ l

➡️୬-ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୭-କଟକ ଏସଡିଜେଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କଲେ ସାଂସଦ ଅନୁଭବ ମହାନ୍ତି l ଆସନ୍ତା ୧୧ ତାରିଖରେ ଏସଡ଼ିଜେଏମ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

➡️୮-ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ । କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା ପରେ ପଜିଟିଭ ଆସିଲା ରିପୋର୍ଟ l

➡️୯-ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ । ବାଜି ମାରିନେଲେ ବିପିନ ପ୍ରଧାନ ଗୋଷ୍ଠୀ । ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ଯମୁନା ନାୟକ l

➡️୧୦-ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ, ଅନଲାଇନ ବେଟିଂ ଆପ୍ ମାମଲାରେ ଅକ୍ଟୋବର ୬ରେ ହେବେ ହାଜର l

➡️୧୧-ବହୁ ସଂଖ୍ୟାରେ ପାଇଲଟ ଚାକିରି ଛାଡ଼ିବାରୁ ୧୦ଟି ରୁଟ୍‌ରେ ବିମାନ ସେବା କମାଇଲା ଆକାଶ ଏୟାର, ୮ଟି ରୁଟ୍‌ରେ ଉଡ଼ାଣ ହେଲା ବନ୍ଦ l

➡️୧୨-ସିକ୍କିମରେ ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ୨୩ ଯବାନଙ୍କ ସମେତ ୧୨୦ ନିଖୋଜ; ୧୪ ମୃତଦେହ ଉଦ୍ଧାର l

➡️୧୩-ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ବିରୋଧରେ ତାଙ୍କ ପୂର୍ବତନ ବାନ୍ଧବୀ ତଥା କାନାଡାର ଗାୟିକା ଗ୍ରାଇମ୍‌ସ ‌ମାମଲା କଲେ ରୁଜୁ l

➡️୧୪-ଭାରତୀୟ ବଜାରକୁ ଆସିଲା ଗୁଗୁଲର ପ୍ରଥମ ସ୍ମାର୍ଟଓ୍ବାଚ୍, ୱାଚ୍ ୨ ର ମୂଲ୍ୟ ୩୪୯ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ, ଏହି ଘଣ୍ଟାର ମୂଲ୍ୟ ପାଖାପାଖି ୨୯୦୬୯ ଟଙ୍କା ହେବ। 

➡️୧୫-ବାୟୁସେନାକୁ ମିଳିଲା ଶକ୍ତିଶାଳୀ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସ୍‌, ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୮ ଦେବାକୁ ଲକ୍ଷ୍ୟ l

➡️୧୬-ଚୀନ ସୀମାରେ ଭାରତ ନିର୍ମାଣ କଲା ‘ସୁପର ହାଇ ଆଲଟିଚ୍ୟୁଡ୍’ ଫାୟାରିଂ ରେଞ୍ଜ୍ l

➡️୧୭-ନ୍ୟୁଜ୍ କ୍ଲିକ୍‌ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପ୍ରବୀର ପୁରକାୟସ୍ତ l

➡️୧୮-ଆଜିଠୁ କ୍ରିକେଟ୍‌ ମହାକୁମ୍ଭ l ଉଦଘାଟନୀ ଉତ୍ସବ ବିନା ଆରମ୍ଭ ହେବ ବିଶ୍ୱକପ । ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ ।

➡️୧୯-ଏସୀୟ କ୍ରୀଡ଼ା: ଜାଭେଲିନ ଥ୍ରୋରେ ଇତିହାସ ରଚିଲା ଭାରତ, ନୀରଜ ସ୍ବର୍ଣ୍ଣ ଓ ରୌପ୍ୟ ଆଣିଲେ ଓଡ଼ିଆ ପୁଅ କିଶୋର l ୮୧କୁ ଛୁଇଁଲା ପଦକ ସଂଖ୍ୟା l

➡️୨୦-ଏସୀୟ କ୍ରୀଡ଼ାର ଜାଭେଲିନ ପ୍ରତିଯୋଗିତାରେ‌ ‌ରୌପ୍ୟ ପଦକ ହାସଲ କରିଥିବା କିଶୋର କୁମାର ଜେନାଙ୍କୁ ମିଳିବ ଦେଢ଼ କୋଟି ଟଙ୍କାର ପୁରସ୍କାର, ଘୋଷଣା କଲେ ରାଜ୍ୟ ସରକାର l 



୧୬ ଦିନରେ ପହଞ୍ଚିଲା ସରପଞ୍ଚଙ୍କ ଆନ୍ଦୋଳନ

COASTAL NEWS ODIA 1016

୧୬ ଦିନରେ ପହଞ୍ଚିଲା ସରପଞ୍ଚଙ୍କ ଆନ୍ଦୋଳନ 
୧୬ ଦିନରେ ପହଞ୍ଚିଲା ସରପଞ୍ଚଙ୍କ ଆନ୍ଦୋଳନ

ଭୁବନେଶ୍ବର, ୦୪/୧୦/୨୦୨୩ : ସରପଞ୍ଚମାନଙ୍କ ୧୫ ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ଏହାର ସମାଧାନ ଦିଗରେ କୌଣସି ନିଷ୍କର୍ସ ବାହାରିପାରିନଥିଲା। ଫଳରେ ଗତ ସେପ୍ଟେମ୍ବର ୨୩ ତାରିଖ ଠାରୁ ପିଏମଜି ଛକ ଠାରେ ସରପଞ୍ଚମାନଙ୍କ ଚାଲିଥିବା ଧାରଣା ୧୬ ଦିନରେ ପହଞ୍ଚିଛି । 

ଆଜି ଧାରଣାସ୍ଥଳକୁ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖା ସଭାପତି ରବି ରଥ ଓ ସମ୍ପାଦକ ଡ଼ା. ରାଜାରାମ ଷଡ଼ଙ୍ଗୀ ପହଞ୍ଚି ସରପଞ୍ଚମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ । ଦାବି ପୂରଣ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଉଭୟେ ଘୋଷଣା କରିଥିଲେ । 

ଗତକାଲି ପଞ୍ଚାୟତିରାଜ ବିଭାଗର ମୁଖ୍ୟ ସଚ୍ଚିବ ସୁଶୀଲ କୁମାର ଲୋହାନି, ନିର୍ଦ୍ଦେଶକ ଅରିନ୍ଦମ ଡ଼ାକୁଆ ଓ ପଦାଧିକାରୀଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ରୋମାଞ୍ଚ ସାହୁ, କର୍ମକର୍ତ୍ତା ସୁଦର୍ଶନ କହଁର, ବିଜୟ କୁମାର ସାହୁ, ସତ୍ୟ ନାରାୟଣ ସାହୁ, ତପନ କୁମାର ଚକ୍ରବର୍ତ୍ତି, ରାଜ୍ୟ ସମ୍ପାଦକ କ୍ଷୀରୋଦ କୁମାର ପ୍ରଧାନ ଓ ଅନ୍ୟମାନେ ଆଲୋଚନା କରିଥିଲେ । ବିଭାଗୀୟ କର୍ତ୍ତୃପକ୍ଷମାନଙ୍କ ଠାରୁ ଆଶାଜନକ ପ୍ରତିଶ୍ରୁତି ନ ମିଳିବା ଫଳରେ ସଂଗଠନର କର୍ମକର୍ତ୍ତାମାନେ ଆନ୍ଦୋଳନକୁ ଚାଲୁ ରଖୁବେ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କରୋନା ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ । 

ବର୍ତମାନ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଏହି ଅନୁଦାନ ନିମନ୍ତେ ପ୍ରକଳ୍ପ ଚୟନ ଆଦି ନିଷ୍ପତ୍ତିରେ ସରପଞ୍ଚଙ୍କୁ ଗୁରୁତ୍ବ ଦିଆଯାଉନାହିଁ। ଏହା ସହ ସରପଞ୍ଚଙ୍କୁ ଅବସରକାଳୀନ ଭତ୍ତା, ସ୍ବାସ୍ଥ୍ୟ ବୀମା ପ୍ରଦାନ, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତକୁ ସ୍ବତନ୍ତ୍ର ପାଣ୍ଡୀର ବ୍ୟବସ୍ଥା, ଦରମା ୨୦ ହଜାର କରାଯାଉ, ୱାର୍ଡ ମେମ୍ବରମାନଙ୍କୁ ୫ ହଜାର ଦରମା ପ୍ରଦାନ କରାଯାଉ, ପିଅନ ଓ ରାତ୍ର ଜଗୁଆଳିଙ୍କ ଦରମା ବ୍ୟବସ୍ଥା କରାଯାଉ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରପଞ୍ଚଙ୍କ ହାତପାଣ୍ଠି ୧୦ଲକ୍ଷ ଟଙ୍କା ଓ ୫ଟି ଗୃହ ଆବଣ୍ଟନର କ୍ଷମତା ଦେବା ଆଦି ଦାବି ରହିଛି।

ଶ୍ରୀ ରଥ କହିଛନ୍ତି ଗଣତନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚମାନେ ହେଉଛନ୍ତି ମୂଳ ପିଢ଼ି । ଏମାନଙ୍କ ଉପରେ ପ୍ରଶାସନିକ ଅଧିକାରୀମାନଙ୍କ ଅଙ୍କୁଶ ଥିବାରୁ ସରପଞ୍ଚମାନଙ୍କ ଉନ୍ନୟନ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ପଞ୍ଚାୟତିରାଜକୁ କ୍ଷମତା ପ୍ରଦାନ ପାଇଁ ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନେ ବାଧା ସୃଷ୍ଟି କରୁଛନ୍ତି । ଫଳରେ ସରପଞ୍ଚଙ୍କ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି । 

ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଥିବାରୁ ସରକାର ଏ ଦିଗରେ ଦୃଷ୍ଟି ଦେବେ ବୋଲି ସେ ଦାବି କରିଛନ୍ତି । ଆସନ୍ତା ୮ ତାରିଖରେ ଦିଲ୍ଲୀର ନୋଇଡ଼ା ଠାରେ ସର୍ବଭାରତୀୟ ସରପଞ୍ଚ ସମ୍ମିଳନୀରେ ଓଡ଼ିଶା ସରପଞ୍ଚଙ୍କ ଦାବି ଉପସ୍ଥାପିତ କରାଯିବ ବୋଲି ଶ୍ରୀ ରଥ କହିଥିଲେ ।

ନୂଆ ଓଡ଼ିଆ ଫିଲ୍ମ ‘ଡଟ୍ ପେନ୍’ ଅଡିଓ ରିଲିଜ୍

COASTAL NEWS ODIA 1015

ନୂଆ ଓଡ଼ିଆ ଫିଲ୍ମ ‘ଡଟ୍ ପେନ୍’ ଅଡିଓ ରିଲିଜ୍


ଭୁବନେଶ୍ବର - ଶୁଭମୁକ୍ତି ଅକ୍ଟୋବର ୧୩ରେ ନୂଆ ଓଡିଆ ଫିଲ୍ମ ‘ଡଟପେନ୍‘ର ଅଡିଓ ଲୋକାର୍ପଣ ଉତ୍ସବ ବାଣୀବିହାରସ୍ଥିତ ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ,ନିର୍ଦ୍ଦେଶକ ଓ ପ୍ରଯୋଜକ ଅଶ୍ବିନୀ ତ୍ରୀପାଠି,କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ,ସ୍ୱୟଂପ୍ରକାଶ ପାଢୀ,ଅସୀମା ପଣ୍ଡା, ଅର୍ପିତା ଚୈ।ଧୁରୀ ଅଭିନେତା ଜ୍ୟୋତି,ଅଙ୍କିତ,ସନ୍ତୁ ନିଜେ,ଶକ୍ତି ବରାଳ,ପ୍ରତି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।ନୂଆ ଓଡ଼ିଆ ଫିଲ୍ମ ‘ ଡଟ୍ ? ପେନ୍ ? ’  ଏହାର ସୁଟିଂ ଓ ପୋଷ୍ଟ ପ୍ରଡସନ୍‌ କାର୍ଯ୍ୟ ଶେଷ ହୋଇସାରିଛି । ଅକ୍ଟୋବର ୧୩ରେ ପ୍ରେକ୍ଷାଳୟକୁ ଆସିବ ଚଳଚ୍ଚିତ୍ର ‘ଡଟପେନ୍‘ ଜଣେ ସାଇକୋ କିଲର  ର କାହାଣୀ ଉପରେ ନିର୍ମିତ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିବେ ଜ୍ୟୋତିରଞ୍ଜନ।ପୂର୍ବରୁ ସେ ଏକାଧିକ ପ୍ରେମ କାହାଣୀ, ଆକ୍ସନ, ରହସ୍ୟ ଓ ରୋମାଞ୍ଚ ଆଧାରିତ ସିନେମାରେ ନଜର ଆସିଛନ୍ତି ।

‘ଡଟ୍  ପେନ୍ ‘ରେ ସେ ଅଭିନୟ କରୁଛନ୍ତି ଜଣେ ସାଇକୋ କିଲର ? ଚରିତ୍ରରେ। ଏଭଳି ବିଷୟବସ୍ତୁ ସହିତ ଫିଲ୍ମ ଓଡ଼ିଆ ନିର୍ମାଣ ଶିଳ୍ପରେ ପ୍ରଥମ ବୋଲି କହିଛି ପ୍ରଯୋଜନା ସଂସ୍ଥା।ଏ ଫିଲ୍ମ ଦେଖ ଦର୍ଶକ ଜ୍ୟୋତିଙ୍କୁ ଭଲପାଇବେ, ଭୟ ମଧ୍ୟ କରିବେ।ଫିଲ୍ମର କାହାଣୀ ଜଣେ ଭାଇ, ଭଉଣୀ ଓ ‘ ଡଟ୍  ପେନ୍  ‘ ରୁ ଆରମ୍ଭଭାଇ ନିଜ ଭଉଣୀ ପାଇଁ ପ୍ରତିଶୋଧ ନେଉଛି ହେଲେ କାହିଁକ। ‘ ଡଟ୍  ପେନ୍ ‘ ର ସମ୍ପର୍କ ଏହି ଦୁଇଜଣଙ୍କର କ’ଣ ଅଛି ? ଏମିତି ବହୁ ପ୍ରଶ୍ନର ଉତ୍ତର ଧୀରେ ଧୀରେ ଫିଲ୍ମରେ ମିଳିବ ବୋଲି କହିଛି ପ୍ରଯୋଜନା ସଂସ୍ଥା।ଅଶ୍ବିନୀ ତ୍ରିପାଠୀ ଓ ଶ୍ରୀ ଟ୍ରାଇବାଲ ଏନ୍ଟରଟେନମେନ୍ଟ ପ୍ରଯୋଜିତ ଏହି ଫିଲ୍ମରେ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି ଦିବ୍ୟାଦିଶା ମହାନ୍ତି ଓ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି ଅଙ୍କିତ କୁମାର । ଏମାନଙ୍କ ବ୍ୟତୀତ ଶକ୍ତି ବରାଳ, ସୁପ୍ରିୟା ନାୟକ ଅର୍ପିତା ସାହୁ, ପ୍ରିୟମ୍ବଦା, ଅନନ୍ୟା ଦାସ ଓ ଓଡ଼ିଶାର ଲୋକପ୍ରିୟ ୟୁଟ୍ୟୁବର ରାଜୁ ଦାସ, ସନ୍ତୁ ନିଜେ ପରି କଳାକାର ମାନେ ମଧ୍ୟ ଅଛନ୍ତି । ଦୁଇ ନୂଆ ମୁହଁ ପ୍ରୀତି ବିଶ୍ବାଳ ଓ ରୋହନ୍ ଗର୍ଗ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ।

ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ଵରେ ଅଛନ୍ତି ଅଶ୍ବିନୀ ତ୍ରିପାଠୀ।କାହାଣୀ ଲେଖୁଛନ୍ତି ଡ. ଦୀପକ କୁମାର ଓ କ୍ରିଏଟିଭ୍ ହେଡ୍ ଓ ପବ୍ଲିସିଟି ଡିଜାଇନର୍‌ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ । ସୋମେଶ ଶତପଥୀଙ୍କ ସ୍ବର ସଂଯୋଜନାରେ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତୀ, ସ୍ବୟଂ ପାଢ଼ୀ, ଓ ଅର୍ପିତା। ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ ସୁଟିଂ ହୋଇଛି କାମାକ୍ଷା ନଗରରେ

ପୁଣି ବିବାଦରେ ଯଲିଉଡ କୁଇନ ନିଶା ମହାରଣା

COASTAL NEWS ODIA 1014

ପୁଣି ବିବାଦରେ ଯଲିଉଡ କୁଇନ ନିଶା ମହାରଣା



ଅନୁଗୋଳ : ଭଞ୍ଜ ବିହାରୀ ମହାନ୍ତି - ନିଶା ଆସିଲେ ଆଉ କିଛି ସମୟ ରହି ପୁଣି ଚାଲିଗଲେ। ଯାହାକୁ ସହଜରେ ଗ୍ରହଣ କରିପାରିଲେନି ଦର୍ଶକ । ତାପରେ ଯାହା ହେଲା ତାହା ନକହିବା ଭଲ । ଆଜ୍ଞା ପୁଣି ବିବାଦରେ ଯଲିଉଡ କୁଇନ ନିଶା ମହାରଣା। ଓଡିଆ ଯାତ୍ରା ଲୋକମାନଙ୍କ ମନୋରଂଜନର ଏକ ମାଧ୍ୟମ । 
ଯାତ୍ରାପେଣ୍ଡାଲରେ ଦର୍ଶକମାନଙ୍କୁ ବାନ୍ଧି ରଖିଥାନ୍ତି ନିଶା। କିନ୍ତୁ ବିଗତ କିଛିଦିନ ହେବ ଏହି ଯାତ୍ରା ମଞ୍ଚରେ ବିଭିନ୍ନ ଆଇଟମ ଗାର୍ଲମାନଙ୍କ ବୋଲ୍ଡ ନୃତ୍ୟ ଯୁବପିଢିମାନଙ୍କ ପାଇଁ ଏକ ଭିନ୍ନ ଧରଣର ମନୋରଂଜନର ମାଧ୍ୟମ ପାଲଟିଛି।ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚିତ ଆଇଟମ ଡାନ୍ସର୍‌ ନିଶା ମହାରଣାଙ୍କ ବୋଲ୍ଡ ଅନ୍ଦାଜ ତାଙ୍କୁ ଚର୍ଚ୍ଚିତ କରି ରଖିଛି।

ଏହି ଅବସରରେ ଖବର ଆସି ପହଁଚିଛି କି, ଅନୁଗୋଳ ଜିଲ୍ଲା କିଶୋରନଗର ବରପଡ଼ିଆର ଚାଲିଥିବା ଯାତ୍ରାରେ ନିଶା ମହାରଣାଙ୍କ ପାଇଁ ଉଡ଼ିଲା ଚେୟାର। କିଛି ସମୟ ପାଇଁ ଷ୍ଟେଜକୁ ଆସିବାକୁ ନେଇ ଦର୍ଶକଙ୍କ ହଟଗୋଳ ଦେଖିବାକୁ ମିଳିଥିଲା । ଷ୍ଟେଜକୁ ଚେୟାର ଫିଙ୍ଗିବାକୁ ଲାଗିଲେ ଦର୍ଶକେ। ଅଳ୍ପ ସମୟ ପାଇଁ ଆସିଲେ ନିଶା ମହାରଣା, ଆଉ ଚାଲିଗଲେ । ଯାହା ଦର୍ଶକମାନଙ୍କୁ ପସନ୍ଦ ଆସିଲାନି । ନିଶା ଆଉ କିଛି ସମୟ ରହି ମନୋରଂଜନ କରିବାକୁ ଚାହୁଁଥିଲେ ଦର୍ଶକେ । ହେଲେ ନିଶା ଖୁବ୍ କମ୍ ସମୟ ରହି ଫେରିଯାଇଥିଲେ।

ତେବେ ନିଶା ଯିବା ପରେ ପରେ ଯାତ୍ରା ପେଣ୍ଡାଲ୍ ଉପରେ ଉଡ଼ିଲା ଚେୟାର । ହଠାତ୍ ଉତକ୍ଷିପ୍ତ ହୋଇପଡ଼ିଲେ ଯାତ୍ରା ଦେଖୁଥିବା ଉପସ୍ଥିତ ଦର୍ଶକ । ରାଗିକି ନିୟନ୍ତ୍ରଣ ହରାଇ ବସିଲେ । ନିଶାଙ୍କ ପାଇଁ ଷ୍ଟେଜ ଉପରକୁ ଚେୟାର ଫିଙ୍ଗିଲେ । ଏହାପରେ କିଛି ସମୟ ପାଇଁ ନାଟକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ଭିତରେ ଆୟୋଜକଙ୍କ ବୁଝାସୁଝା ପରେ ପୁଣି ନାଟକ ଆରମ୍ଭ ହୋଇଥିଲା ।

Wednesday, October 4, 2023

ମହିଳା ମନସ୍ବିନୀ ମହାରଣା ୟାଚିଂ ଆସୋସିଏସନ ଅଫ୍ ଇଣ୍ଡିଆ (ୱାଇଏଆଇ) ବରିଷ୍ଠ ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ ରେ ସ୍ଵର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଲେ

COASTAL NEWS ODIA 1013

ମହିଳା ମନସ୍ବିନୀ ମହାରଣା ୟାଚିଂ ଆସୋସିଏସନ ଅଫ୍
ଇଣ୍ଡିଆ (ୱାଇଏଆଇ) ବରିଷ୍ଠ ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ ରେ ସ୍ଵର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଲେ 



ଗଞ୍ଜାମ - ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅଧୀନସ୍ଥ ପାଣିବନ୍ଧ ଗ୍ରାମର ମହିଳା ମନସ୍ବିନୀ ମହାରଣା ୟାଚିଂ ଆସୋସିଏସନ ଅଫ୍ ଇଣ୍ଡିଆ (ୱାଇଏଆଇ) ବରିଷ୍ଠ ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ର ଆର୍‌ଏକ୍ସ ମହିଳା ବର୍ଗରେ ପ୍ରତିଯୋଗିତା କରି ଉଲ୍ଲେଖନୀୟ ବିଜୟ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 

ମୁମ୍ବାଇରେ ଏହି ସମ୍ମାନଜନକ ଚମ୍ପିଆନ୍‌ସିପ୍ ଅନୁଷ୍ଠିତ ହୋଇଥିଲା । ବର୍ତମାନ ସେ ଗଞ୍ଜାମର ଛତ୍ରପୁର ବ୍ଲକ୍‌ରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍)ର ପୁଷ୍ଟି ପ୍ରକଳ୍ପରେ ଫାସିଲିଟେଟର ଭାବେ କାର୍ଯ୍ୟ କରୁଛନ୍ତି । ନିଜ ଯାତ୍ରା ସମ୍ପର୍କରେ ମନସ୍ଵିନୀ କହିଛନ୍ତି ଯେ, "ଏହି ପ୍ରତିଯୋଗିରେ ମୁଁ ବହୁ ଆହ୍ବାନ ସାମ୍ନା କରିବା ସହ ବର୍ଷା ଓ ପ୍ରବଳ ବେଗ ପବନର ମୁକାବିଲା କରିଥିଲି । ମୋ ପ୍ରଶିକ୍ଷକ ସବୀର ବକ୍ସ ମୋତେ ଅତୁଟ ସମର୍ଥନ କରିଥିଲେ ଏବଂ ମୁଁ କଠିନ ଅଭ୍ୟାସ ପ୍ରତି ନିଜକୁ ସମର୍ପିତ କରିଥିବା ବେଳେ ମୋର ଭୟ ଏଡ଼ାଇବାରେ ମୋତେ ସାହାଯ୍ୟ କରିଥିଲେ । ମୋ ଝିଅର ଉତ୍ସାହଜନକ କଥା ସଫଳତା ପାଇବା ଲାଗି ମୋ ସଂକଳ୍ପକୁ ସୁଦୃଢ଼ କରିଥିଲା ।” ଏହି କ୍ରୀଡ଼ା ବର୍ଗରେ ଉତ୍କର୍ଷ ହାସଲ କରିବାରେ ଓଡ଼ିଶାର ପ୍ରଥମ ମହିଳାର ଗୌରବମୟ ମାନ୍ୟତା ମନସ୍ବୀନିଙ୍କୁ ମିଳିଛି । ମୋତେ ସଦାସର୍ବଦା ଅନୁପ୍ରାଣିତ କରିଥିବାରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍)ର ୟୁନିଟ୍ ମୁଖ୍ୟ ରକି ମାର୍ଟିନ୍‌ଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ମୋର ଏହି ଯାତ୍ରାରେ ସହାୟତର ଦୃଢ଼ ସ୍ତମ୍ଭ ମୋ ଶାଶୁ-ଶ୍ବଶୂର, ଅଭିଭାବକ ଓ ମୋ ସ୍ବାମୀଙ୍କ ପ୍ରତି ମୁଁ କୃତଜ୍ଞ ବୋଲି କହିଛନ୍ତି ।ଏବେ ସେ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିବା
ପାଇଁ ଆଶାବାଦୀ ଅଛନ୍ତି । 

ଆଗାମୀ ଭବିଷ୍ୟତରେ ଆନ୍ତର୍ଜାତିକ ନୌଚାଳନା ପ୍ରତିଯୋଗିତାଗୁଡ଼ିକରେ ଓଡ଼ିଶା ଓ ଭାରତର ପ୍ରତିନିଧୂତ୍ବ କରିବା ହେଉଛି ତାଙ୍କର ପ୍ରମୁଖ ଲକ୍ଷ୍ୟ । ମନସ୍ଵିନୀଙ୍କ ପ୍ରଶିକ୍ଷକ ଲିମ୍‌କା ବୁକ୍ ରେକର୍ଡଧାରୀ ତଥା ଆନ୍ତର୍ଜାତିକ ସ୍କୁବା ଡାଇଭର୍ ସବୀର ବକ୍ସ କହିଛନ୍ତି ଯେ, “୨୦୦୯ରୁ ମନସ୍ବିନୀଙ୍କ ସହ ମୋର ଯାତ୍ରା ଆରମ୍ଭ ହୋଇଥିଲା । ନିଜ ଅଭିଳାଷ ଓ ଦୃଷ୍ଟାନ୍ତମୂଳକ କ୍ରୀଡ଼ା ମନୋଭାବ ପ୍ରତି ତାଙ୍କ ପ୍ରତିବଦ୍ଧତା ବେଶ ପ୍ରେରଣାଦାୟକ । ଏହି ମୁହୂର୍ତରେ ଏବେ ସେ ଆଗାମୀ ଜାତୀୟ ସ୍ତରୀୟ ଚମ୍ପିଆନ୍‌ସିପ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଏବଂ ମୋର ବିଶ୍ବାସ ରହିଛି ଯେ ଏହି ଉଲ୍ଲେଖନୀୟ ଯାତ୍ରାରେ ସେ ଉତ୍କର୍ଷ ହାସଲ କରିବା ଜାରି ରଖୁବେ ।

"ନୌଚାଳନାରେ ଉପଲବ୍ଧି ହାସଲ କରିବାର ଏକ ଇତିହାସ ମନସ୍ବୀନିଙ୍କର ରହିଛି । ଗୋଆରେ ୨୦୧୩ ଓ ୨୦୧୮ରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ସେ ଅଂଶଗ୍ରହଣ କରି ନୌଚାଳନା ପ୍ରତିଯୋଗିତାରେ ୧୩ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଏବଂ ଜାତୀୟ ଚମ୍ପିଆନ୍ ଘୋଷିତ ହୋଇଥିଲେ । ବ୍ୟାଙ୍କକ୍ ଓଫୋନ୍ ନୌଚାଳନା ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଜାତୀୟ ନୌସେନା ନୌଚାଳନା ଚମ୍ପିଆନ୍‌ସିପ୍ ଭଳି ଭାରତର ବିଭିନ୍ନ ପ୍ରକାର ପ୍ରତିଯୋଗିତାଗୁଡ଼ିକରେ ସେ ଅଂଶଗ୍ରହଣ କରି ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ । ଜାତୀୟ କ୍ରୀଡ଼ାରେ ଓଡ଼ିଶାକୁ ପ୍ରତିନିଧୂତ୍ବ କରିଥିବାରୁ ବିଜୁ ପଟ୍ଟନାୟକ କନ୍ୟା ରନ୍ ପୁରସ୍କାର ପ୍ରଦାନ କରି ତାଙ୍କ ଉତ୍କର୍ଷକୁ ଓଡ଼ିଶା ସରକାର ମାନ୍ୟତା ପ୍ରଦାନ କରିଛନ୍ତି । 

ଦେଶର ଶ୍ରେଷ୍ଠ ନୌଚାଳକ ଓ ମହିଳାଙ୍କ ସହ ପ୍ରତିଦ୍ବନ୍ଦିତା କରି ମନସ୍ବିନୀ ହାସଲ କରିଥିବା ବିଜୟ ତାଙ୍କ ଅତୁଟ ସଂକଳ୍ପ ଓ ଚମତ୍କାର ଦକ୍ଷତାର ପ୍ରମାଣ । ମନସ୍ଵିନୀଙ୍କ ଏହି ଉଲ୍ଲେଖନୀୟ ସଫଳତାକୁ ପାଳନ କରି ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ଗର୍ବିତ ହେବା ସହ ଏହି ତାଙ୍କର ଏହି ଚମତ୍କାର ବିଜୟ ପାଇଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ୱାସିଂଟନ ଡିସି ନାସନାଲ ମଲ୍ ରେ ତିନି ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ ୨୦୨୩ ସମାପ୍ତ

COASTAL NEWS ODIA 1012

ୱାସିଂଟନ ଡିସି ନାସନାଲ ମଲ୍  ରେ ତିନି ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ ୨୦୨୩   ସମାପ୍ତ 



ତିନି ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ ୨୦୨୩   ଆକର୍ଷଣୀୟ କାର୍ଯ୍ୟକ୍ରମ  ସମାପ୍ତ ହୋଇଥିଲା, ଯେଉଁଥିରେ ଏକ ବିଶେଷ ଓଡ଼ିଶୀ ପ୍ରଦର୍ଶନ ବିଶ୍ୱ ସଂସ୍କୃତି ମହୋତ୍ସବରେ ଉପସ୍ଥିତ ୧  ମିଲିୟନରୁ ଅଧିକ ଲୋକଙ୍କର ପ୍ରଶଂସା ଲାଭ କରିଥିଲା ​​|

ଗତ ତିନି ଦିନ ମଧ୍ୟରେ, ୧୮୦  ଟି ଦେଶରୁ ଏକ ମିଲିୟନରୁ ଅଧିକ ଲୋକ ୱାଶିଂଟନ୍ ଡିସିର ଆଇକନିକ୍ ନ୍ୟାସନାଲ୍ ମଲ୍କୁ ମାନବିକତାର ଏହି ଏତିହାସିକ ସମାବେଶରେ ଯୋଗ ଦେଇଥିଲେ  ଏବଂ ନୃତ୍ୟ, ସଙ୍ଗୀତ, ଧ୍ୟାନ ଏବଂ ସଂସ୍କୃତି ମାଧ୍ୟମରେ ମାନବ ବିବିଧତାକୁ ପାଳନ କରିବା  କରି ଭାଇଚାରା ବିଷୟରେ ଏକ ବାର୍ତ୍ତା ପଠାଇବାକୁ ଲକ୍ଷ୍ୟ ରଖିଥିଲେ|



ସମଗ୍ର ବିଶ୍ୱରୁ  ୧୮୦  ଅଂଶଗ୍ରହଣକାରୀ ଦେଶ   ୧୭ ,୦୦୦ ରୁ ଉର୍ଧ  କଳାକାରଙ୍କ ରେ ଦ୍ୱାରା  ୫୧ ଟି ସାଂସ୍କୃତିକ  କାର୍ଯ୍ୟକ୍ରମ  ପ୍ରଦର୍ଶନ କରିଥିଲେ \   ୧୦ ,୦୦୦ - ଗର୍ଭା ନୃତ୍ୟଶିଳ୍ପୀ ଯେଉଁମାନେ ଏକତା ପାଇଁ ଗର୍ଭା ପରିବେଷଣ କରିଥିଲେ ଯାହାକି ସମାଶାଙ୍କୁ ମନମୁଗ୍ଧ କରିଥିଲା |ଏଥିରେ ୨୦୦ ରୁ ଉର୍ଧ  ନୁରତ୍ୟାଙ୍ଗନା ଓଡିଶୀ ନୁର୍ତ୍ୟ  ପରିବେଷଣ କରିଥିଲେ ୪୭  ଜଣ ମାନ୍ୟଗଣ୍ୟ ବ୍ୟକ୍ତି ଯେଉଁମାନେ ଏହି କାର୍ଯ୍ୟକ୍ରମରେ କହିଥିଲେ ଲିଙ୍କନ୍ ମେମୋରିଆଲରେ ଗୁରୁଦେବଙ୍କ ସହ ଯୋଗ, ନିଶ୍ୱାସ ଏବଂ ଧ୍ୟାନ ଅଧିବେଶନ ପାଇଁ ଏକତ୍ରିତ ୧୦୦୦ ଯୋଗ ଉତ୍ସାହୀ  ଯୋଗ କରିଥିଲେ |

ଭାରତର ସାଂସ୍କୃତିକ କୁ ଆଧାର କରି , ଏହି ଉତ୍ସବରେ ଓଡ଼ିଶୀ, ଭାରତନାଟ୍ୟମ୍, କଥକ, ଓଡ଼ିଶୀ, କୁଚିପୁଡି, ଏବଂ ମୋହିନାଟମ୍, ଏବଂ ସୀତାର, ଭୀନା, ତବଲା, ମରିଦଙ୍ଗମ୍, ବଂଶୀ ବଜାଉଥିବା ୫  ଟି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଫର୍ମ ମାଧ୍ୟମରେ ପ୍ରତିନିଧିତ୍ 'ହୋଇଥିବା' ପଞ୍ଚାବୁଥମ୍ 'ପ୍ରଦର୍ଶିତ ହୋଇଥିଲା |

ଉଲ୍ଲେଖନୀୟ  ବ୍ୟକ୍ତିଙ୍କ ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ଭାରତରବୈଦେଶିକ  ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ,ଡ। ବାନ କି-ମୁନ୍, ମିଳିତ ଜାତିସଂଘର ଅଷ୍ଟମ ମହାସଚିବ ଏସ୍,  ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ ଆମେରିକାର ସର୍ଜନ ଜେନେରାଲ୍ ଡକ୍ଟର ବିବେକ ମୁର୍ତ୍ତୀ; ଡି.ସି ମେୟର ମୁରିଏଲ ବୋଉସର୍, ଶ୍ରୀ ହାକୁବୁନ୍ ଶିମୋମୁରା, ସାଂସଦ, ଜାପାନ, ଏରିକ୍ ସୋଲହିମ୍, ଜାତିସଂଘର ପୂର୍ବତନ ଡେପୁଟି ସେକ୍ରେଟେରୀ ଜେନେରାଲ୍ ତଥା ୟୁଏନପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅନ୍ୟାନ୍ୟ ରାଜ୍ୟ ଉପସ୍ଥିତ  ଥିଲେ |

ଭାରତର ବୈଦେଶିକ  ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର "ଏହି ସମାବେଶ ଏକ ଶକ୍ତିଶାଳୀ ପ୍ରମାଣକୁ ଦର୍ଶାଉଛି ଯେ ମାନବିକତା ସମସ୍ତ ବିଭାଗଠାରୁ ଅଧିକ। ଶାନ୍ତି ଏବଂ ସଦ୍ଭାବନା ବିସ୍ତାର କରୁଥିବା ଏକ ବିଶ୍ୱ ଗଠନ ପାଇଁ ଆମକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ହେବ।"କୁ ଉପଦେଶ ଦେଇଥିଲେ |

ମାନବ ସଂଯୋଗ, ଏକତା ଏବଂ ମାନବ ଆତ୍ମାର ଉତ୍ଥାନର ଅଂଶୀଦାର ମୂହୁର୍ତ୍ତ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା | ଏହି ଉତ୍ସବର ସ୍ମରଣୀୟ ମୂହୁର୍ତ୍ତଗୁଡିକ ମଧ୍ୟରେ ୟୁକ୍ରେନ କଣ୍ଟିଜେଣ୍ଟ୍ର ଏକ ହୃଦୟସ୍ପର୍ଶୀ ପାଠ ପରେ ଗୁରୁଦେବଙ୍କ ନେତୃତ୍ୱରେ ୟୁକ୍ରେନବାସୀଙ୍କ ପାଇଁ ଏକ କ୍ଷଣିକ ପ୍ରାର୍ଥନା ଥିଲା | ତଥାପି ଅନ୍ୟ ଜଣେ ଗୁରୁଦେବଙ୍କ ସହ ଲିଙ୍କନ୍ ମେମୋରିଆଲରେ ଯୋଗ ପ୍ରବାହ ଏବଂ ଯୋଗ ଜ୍ଞାନ ଉପଭୋଗ କରୁଥିବା ଏକ ହଜାର ଲୋକ ଥିଲେ |


ଆଜିର ରାଶିଫଳ

COASTAL NEWS ODIA 1011

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୦୫ ତାରିଖ ୨୦୨୩ ମସିହା(ଗୁରୁବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌹ମେଷ🌷👉 : ଘରେ ଲାଗିରହିଥିବା ଅଶାନ୍ତି  ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।*
*✧═════•❁❀❁•═════✧*  
*🌹ବୃଷ🌷👉 : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।*
*✧═════•❁❀❁•═════✧*  
*🌹ମିଥୁନ🌷👉 : ପୂର୍ବରୁ ବିରୁଦ୍ଧରେ   ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।*
*✧═════•❁❀❁•═════✧*  
*🌹କର୍କଟ🌷👉 : କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।*
*✧═════•❁❀❁•═════✧*  
*🌹ସିଂହ 🌷👉: ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।*
*✧═════•❁❀❁•═════✧*  
*🌹କନ୍ୟା🌷👉 : ଅବାଞ୍ଛିତ ଭାବେ  ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।*
*✧═════•❁❀❁•═════✧*  
*🌹ତୁଳା🌷👉 : ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।*
*✧═════•❁❀❁•═════✧*  
*🌹ବିଛା🌷👉 : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।*
*✧═════•❁❀❁•═════✧*  
*🌹ଧନୁ🌷👉 : ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।*
*✧═════•❁❀❁•═════✧*  
*🌹ମକର🌷👉 : ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।*
*✧═════•❁❀❁•═════✧*  
*🌹କୁମ୍ଭ🌷👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ ।  ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।*
*✧═════•❁❀❁•═════✧*  
*🌹ମୀନ🌷👉 : ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।*

ଗହଣା ଚୋରି ରାକେଟ୍‌ର ପର୍ଦାଫାସ୍ ୪ଜଣ ସଦସ୍ୟଙ୍କୁ ଗିରଫ କରିଛି ନିମଖଣ୍ଡି ପୁଲିସ

COASTAL NEWS ODIA 1010

ଗହଣା ଚୋରି ରାକେଟ୍‌ର ପର୍ଦାଫାସ୍ ୪ଜଣ ସଦସ୍ୟଙ୍କୁ ଗିରଫ କରିଛି ନିମଖଣ୍ଡି ପୁଲିସ 



ବ୍ରହ୍ମପୁର,୦୩/୧୦/୨୦୨୩: ନିମଖଣ୍ଡି ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଥିବା ଜଣାପଡିଛି । ଏକ ତାଲାବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁଥିବା ବେଳେ ପୁଲିସ୍ ଏକ ବଡ଼ ଗହଣା ଚୋରି ରାକେଟ୍‌ର ପର୍ଦାଫାସ୍ କରିବା ସହିତ ରାକେଟ୍‌ର ୪ଜଣ ସଦସ୍ୟଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତି ସନିଆ ଗୌଡ, ମୁଥୁଟ ଫିଇନାନ୍ସ ମ୍ୟାନେଜର ଥିବା ମୋହନ ପାଢୀ, ସୁନାରୀ ସନ୍ତୋଷ ଗାଇୱାଡା ଓ ସୁରେନ୍ଦ୍ର ମହାପାତ୍ର ରହିଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ୨କିଲୋ ୭୨୮ ଗ୍ରାମ ସୁନା ଓ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜବତ କରାଯାଇଥିବା ନେଇ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

ସୁନା ଚୋରି ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସନିଆ ଗୌଡକୁ ବିଶାଖାପାଟଣାରୁ ଗିରଫ କରାଯାଇଥିବା ଏସପି କହିଛନ୍ତି । ଏହି ସଫଳତା ପାଇଁ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ନିମଖଣ୍ଡି ଥାନା ଅଧିକ ଭାବାନନ୍ଦ ପ୍ରଧାନ ଓ ତାଙ୍କ ଟିମକୁ ଏସପି ପ୍ରସଂସା କରିଛନ୍ତି ଏବଂ ପୁଲିସ କର୍ମଚାରୀଙ୍କୁ ପୁରସ୍କାର ଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି । 

ସୂଚନାନୁସାରେ ଗତ ୨୧ ତାରିଖରେ ହୋଇଥିବା ଅଭିଯୋଗ ପ୍ରକାରେ ଲୋଚାପଡ଼ା ନିକଟସ୍ଥ ବିଜୟ ବିହାର ତୃତୀୟ ଲାଇନ୍‌ରେ ରହୁଥିବା କାଳୀ ଚରଣ ପଣ୍ଡା(୫୯)ଙ୍କ ଘରୁ ୩୦ ଭରି ସୁନା ଚୋରି ହୋଇଥିବା ନେଇ କରାଯାଇଥିବା ଏତଲା ପ୍ରକାରେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ସେଠାରେ ଲାଗିଥିବା ଏକ ସିସିଟିଭି ଫୁଟେଜ୍ ଅଧାରରେ ପୁଲିସ୍ ଚୋରକୁ ବିଶାଖାପାଟଣାରୁ କାବୁ କରିଥିଲା। ତେବେ ତାକୁ ଅଧିକ ପଚରାଉଚରା କରିବାରୁ ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଜାଣିବାକୁ ପାଇଥିଲା। 

ସେହି ସୂଚନାକୁ ଭିତ୍ତି କରି ପୁଲିସ୍ ବିଭିନ୍ନ ସ୍ଥାନରୁ ୪ଜଣଙ୍କୁ ଉଠାଇ ନେଇଥିଲା। ସେମାନଙ୍କଠାରୁ ପୁଲିସ୍‌କୁ ୨କେଜି ୭ ୨୮ଶହ ଗ୍ରାମ୍ ସୁନା ଅଳଙ୍କାର ଓ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ମିଳିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଥିବା ଏସପିଙ୍କ ପକ୍ଷରୁ ସୂଚନା ମିଳିଅଛି ।

ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ ଦିନଟି ଅତି ସୁନ୍ଦର ରହିବ

COASTAL NEWS ODIA 1009

ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ ଦିନଟି ଅତି ସୁନ୍ଦର ରହିବ



ଭଞ୍ଜ ବିହାରୀ ମହାନ୍ତି 

ମେଷ: ମନରେ ଆଶା- ନିରାଶା ଭାବନା ଆସିପାରେ । ପରିବାରର ସମସ୍ୟା ଯୋଗୁ ଚିନ୍ତିତ ରହିବେ । ଅଧିକ ଖର୍ଚ୍ଚ ହୋଇପାରେ । ବାପାମାଆଙ୍କ ସହ ଦିନଟି ଭଲ ରହିବ । କିଛି କାମରେ ବାଧା ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।
ବୃଷ: ପାଠପଢାରେ ରୁଚି ବଢିବ । ବ୍ୟବସାୟରେ ଭାଇ କିମ୍ବା ଭଉଣୀଙ୍କର ସାହାଯ୍ୟ ମିଳିପାରେ । ମନ ପ୍ରସନ୍ନ ରହିବ । ପାରିବାରିକ ଜୀବନରେ କଠିନ ପରିସ୍ଥିତି ଆସିପାରେ । ଛାତ୍ରଛାତ୍ରୀଙ୍କୁ ଆଜି ସଫଳତା ମିଳିପାରେ । ଆଜି ଆପଣ କଥାବାର୍ତ୍ତା ଠିକ୍‌ ରଖନ୍ତୁ ।
ମିଥୁନ: ଲୋକଙ୍କ ସହ କଥାବାର୍ତ୍ତା ଠିକ୍‌ ରଖିବା ଉଚିତ୍‌ । କଳାତ୍ମକ କାର୍ଯ୍ୟରେ ରୁଚି ବଢିପରେ । ଚାକିରି ମଳିବାର ସମ୍ଭାବନା ରହିଛି । ଆଜି ଅଧିକ କ୍ରୋଧିତ ହୋଇପାରନ୍ତି । ଖର୍ଚ୍ଚ ଯୋଗୁ ଚିନ୍ତତ ହୋଇପାରନ୍ତି । ପରିବାରରେ ସୁଖ ଶାନ୍ତି ରହିବ । କୌଣସି କାମ ଯୋଗୁ ଠକାମିରେ ପଡି ପାରନ୍ତି ।
କର୍କଟ: ମନ ଅଶାନ୍ତି ରହିବ । ଚାକିରି ପାଇଁ ପରୀକ୍ଷା ଥିଲେ ସଫଳତା ମିଳିବ । ମାଆଙ୍କ ସ୍ୱାସ୍ଥ୍ୟରେ ଧ୍ୟାନ ଦେବାକୁ ପଡିବ, ନଚେତ ଖରାପ ହୋଇପାରେ । କାହାର ସହଯୋଗ ମିଳିବ । ଆୟର ସ୍ଥିତି ଠିକ୍‌ ଠାକ୍‌ ରହିବ । ବ୍ୟବସାୟରେ କିଛି କ୍ଷତି ହୋଇପାରେ  । ସ୍ୱାସ୍ଥ୍ୟ ଠିକ୍‌ ଠାକ୍‌ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ବାହାରକୁ ଯାତ୍ରା କରିପାରନ୍ତି ।
ସିଂହ: ଅଧିକ ଖର୍ଚ୍ଚ ଯୋଗୁ ଚିନ୍ତିତ ରହିବେ । ମାଆବାପାଙ୍କ ସାହାଯ୍ୟ ମିଳିବ । ସାଙ୍ଗ ସହ ବାହାରକୁ ଯାଇ ପାରନ୍ତି । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ମନ ଅସାନ୍ତ ରହିବ । ଆଜି ଅଧିକ କ୍ରୋଧିତ ରହିବେ । ପୁରୁଣା ବନ୍ଧୁ ସହ ଭେଟ ହୋଇପାରେ ।
କନ୍ୟା: କଥାବାର୍ତ୍ତ ଠିକ୍‌ ରଖନ୍ତୁ । ଚାକିରିରେ ଆଗକୁ ଯାଇ ପାରନ୍ତି । ଆୟରେ ବୃଦ୍ଧି ହୋଇପାରେ । କୌଣସି କାମକୁ ଧୌର୍ଯ୍ୟର ସହ କରିବେ । ଜୀବନସାଥି ସହ କଳହ ସୃଷ୍ଟି ହୋଇପାରେ । କାର୍ଯ୍ୟ ପାଇଁ ଚିନ୍ତିତ ରହିବେ । ଖର୍ଚ୍ଚ ବଢିପାରେ ।
ତୁଳା: ମସ୍ତିଷ୍କ ଶାନ୍ତ ରଖିବେ । ବ୍ୟବସାୟରେ ବୃଦ୍ଧି ହୋଇପାରେ । କୌଣସି କାମରେ ଲାଭ ମିଳିବ । ସାଙ୍ଗର ସାହାଯ୍ୟ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ମାତାପିତାଙ୍କ ଦ୍ୱାରା ଆର୍ଥିକ ସାହାଯ୍ୟ ମିଳିବ ।
ବିଛା: ଚାକିରିରେ ଉନ୍ନତି ହୋଇପାରେ । ଆୟରେ ବୃଦ୍ଧି ହୋଇପାରେ । ଖର୍ଚ୍ଚ ବଢିପାରେ । ଘରେ ସୁଖ ମିଳିବ । ମନ ଅଶାନ୍ତ ରହିବ । ପୁରୁଣ ସାଙ୍ଗ ସହ ଭେଟ ହୋଇପାରେ । ଚାକିରିରେ ପରିବର୍ତ୍ତନ ଆସିପାରେ ।
ଧନୁ: ନିଜ ଉପରେ ଆତ୍ମବିଶ୍ୱାସ ରହିବ । କାମର ଭଲ ପରିଣାମ ମିଳିବ । କିଛି ଜିନିଷ ପ୍ରତି ରୁଚି ବଢି ପାରେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ରହିଛି । ଘରେ ମାଙ୍ଗଳିକ କାମ ହୋଇପାରେ । ଭାଇ ଓ ଭଉଣୀ ସହ ଝଗଡା ହୋଇପାରେ ।
ମକର: ନିଜ ଭାବନାକୁ ଆୟତରେ ରଖିବେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଧନ ଲାଭ ହୋଇପାରେ । ଅଳ୍ପ ଚିଡିଚିଡା ରହିବେ । ଚକିରି ପାଇଁ ଚିନ୍ତିତ ରହିବେ । ମାନସିକ ଶାନ୍ତି ରହିବ । ଭଉଣୀ ସହ ସମୟ କାଟିବେ ।
କୁମ୍ଭ: ବାଣୀରେ ମଧୁରତା ରହିବ । ଚାକିରିରେ ଉନ୍ନତି ମିଳିପାରେ । ଦୂର ଯାତ୍ରା କରିପାରନ୍ତି । ପରିବାର ଠାରୁ ଦୂରେଇ ପାରନ୍ତି । କୌଣସି କାରଣରୁ ମନ ଦୁଃଖ ରହିପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଠିକ୍‌ ହୋଇଯିବ । ସାଙ୍ଗର ସାହାଯ୍ୟ ମଳିପାରେ ।
ମୀନ: ମନ ପ୍ରସନ୍ନ ରହିବ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଧନ ପ୍ରାପ୍ତି ହୋଇପାରେ । ସାଙ୍ଗର ସାହାଯ୍ୟ ମିଳିବ । ମାନସିକ ଶାନ୍ତି ରହିବ । ବ୍ୟବସାୟରେ କିଛି କ୍ଷତି ହୋଇପାରେ । ଆଜି ଅଧିକ କ୍ରୋଧିତ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ୟେଲୋ ସାଗରରେ ବୁଡିଲା ଚାଇନାର ବୁଡାଜାହାଜ, ୫୫ଜଣ ନାବିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା

COASTAL NEWS ODIA 1008

ୟେଲୋ ସାଗରରେ ବୁଡିଲା ଚାଇନାର ବୁଡାଜାହାଜ, ୫୫ଜଣ ନାବିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା


 
ବେଜିଂ,୪।୧୦: ଭଞ୍ଜ ବିହାରୀ ମହାନ୍ତି - ଚାଇନାର ପରମାଣୁ ବୁଡ଼ାଜାହାଜ ୟେଲୋ ସାଗରରେ ବଡ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୫୫ଜଣ ଚାଇନାର ନାବିକ ମୃତ୍ୟୁବରଣ କରିଛନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟେଲୋ ସାଗରରେ ବ୍ରିଟିଶ ଏବଂ ଆମେରିକୀୟ ଜାହାଜକୁ ଫାଶରେ ପକାଇବା ଉଦ୍ଦେଶ୍ୟରେ ପରମାଣୁ ବୁଡ଼ାଜାହାଜ ନିର୍ମାଣ କରାଯାଇଥିଲା, କିନ୍ତୁ ଏହା ନିଜ ଜାଲରେ ନିଜେ ଫଶି ଯାଇଛି।

ଏହି ବୁଡ଼ାଜାହାଜ ଏକ ଚେନ ଓ ଆଙ୍କର୍‌ ଜାଲର ସମ୍ମୁଖୀନ ହୋଇଛି। ବୁଡ଼ାଜାହାଜର ଅମ୍ଳଜାନ ସିଷ୍ଟମରେ ତ୍ରୁଟି ଯୋଗୁଁ ବୁଡ଼ାଜାହାଜ ନାବିକଙ୍କର ମୃତ୍ୟୁ ଘଟିଛି। ବୁଡ଼ା ଜାହାଜରେ ଥିବା କୌଣସି ନାବିକ ବଞ୍ଚି ନାହାଁନ୍ତି ବୋଲି ଆଶଙ୍କା କରାଯାଉଛି।

ପ୍ରାଣ ହରାଇଥିବା ନାବିକମାନଙ୍କ ମଧ୍ୟରେ ଚାଇନା ନୌସେନା ବୁଡାଜାହାଜର ୦୯୩-୪୧୭ କ୍ୟାପ୍ଟେନଙ୍କ ସମେତ ୨୧ ଅଧିକାରୀ ସାମିଲ ଅଛନ୍ତି। ତେବେ ଚାଇନା ଏହି ଘଟଣାକୁ ଗ୍ରହଣ କରିବାକୁ ସରକାରୀ ଭାବେ ମନା କରିଦେଇଛି। ଏଥିସହ ଏହି ବୁଡ଼ାଜାହାଜ ପାଇଁ କୌଣସି ଆନ୍ତର୍ଜାତୀୟ ସହାୟତା ନେବାକୁ ମନା କରି ଦେଇଛି।

କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି, ଟାଇମ୍ସ ନାଓ ଇଟିଜି ସର୍ଭେ

COASTAL NEWS ODIA 1007

କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି, ଟାଇମ୍ସ ନାଓ ଇଟିଜି ସର୍ଭେ




ନୂଆଦିଲ୍ଲୀ _ଭଞ୍ଜ ବିହାରୀ ମହାନ୍ତି --କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି। ଆଜି ଲୋକସଭା ନିର୍ବାଚନ ହେଲେ ଏଭଳି ରେଜଲ୍ଟ ଦେଖିବାକୁ ମିଳିପାରେ। ଟାଇମ୍ସ ନାଓ-ETGର ଓପିନିଅନ୍ ପୋଲରେ ଏହି ଅନୁମାନ କରାଯାଇଛି। ସର୍ଭେ ଦର୍ଶାଇଛି, ଓଡ଼ିଶାରେ ବଢିବ ବିଜେଡି ସିଟ୍ ସଂଖ୍ୟା ।

୧୩ରୁ ୧୫ ଲୋକସଭା ଆସନ ପାଇବ ବିଜେଡି । ଗତ ଅଗଷ୍ଟରେ ଟାଇମ୍ସ ନାଓ ଇଟିଜି ସର୍ଭେ କହିଥିଲା ବିଜେଡିକୁ ୧୨ରୁ ୧୪ ଲୋକସଭା ଆସନ ମିଳିପାରେ । ସେହିପରି ଓପିନିଅନ୍ ପୋଲ କେନ୍ଦ୍ରରେ ଏନଡିଏକୁ ୨୯୭ରୁ ୩୧୭ ଓ ଇଣ୍ଡିଆ ମେଣ୍ଟକୁ ୧୬୫ରୁ ୧୮୫ ସିଟ୍ ମିଳିବ ବୋଲି କହିଛି ।
ଅର୍ଥାତ ଏବେର ଓପିନିଅନ୍ ପୋଲ୍ କହୁଛି ଧୀରେ ଧୀରେ ବଢୁଛି ବିଜେଡିର ସିଟ୍ ସଂଖ୍ୟା । ୨୦୧୯ରେ ବିଜେଡି ୨୧ରୁ ହାତେଇଥିଲା ୧୨ଟି ଲୋକସଭା ଆସନ । ବିଧାନସଭାରେ ଦଳ ୧୧୨ ସିଟରେ ବିଜୟୀ ହୋଇଥିଲା ।

ଅର୍ଥାତ ବିଧାନସଭାରେ ୭୬ ପ୍ରତିଶତ ଓ ଲୋକସଭାରେ ୫୬ ପ୍ରତିଶତ ସିଟ୍ ଅକ୍ତିଆର କରିଥିଲା ବିଜେଡି । ଏବେ ଓପିନିଅନ୍ ପୋଲ୍ ଅନୁସାରେ ବିଜେଡି ୧୩ରୁ ୧୫ ଆସନ ପାଇଲେ ବିଧାନସଭାରେ ବି ସିଟ୍ ସଂଖ୍ୟା ବଢ଼ିବ ।

ଷ୍ଟ୍ରେଚରରେ ଛଟପଟ ରକ୍ତାକ୍ତ ରୋଗୀ, ଚିକିତ୍ସା କରିବେ କ’ଣ ଜଳଖିଆ ଖାଇବାରେ ବ୍ୟସ୍ତ ଡାକ୍ତର

COASTAL NEWS ODIA 1006

ଷ୍ଟ୍ରେଚରରେ ଛଟପଟ ରକ୍ତାକ୍ତ ରୋଗୀ, ଚିକିତ୍ସା କରିବେ କ’ଣ ଜଳଖିଆ ଖାଇବାରେ ବ୍ୟସ୍ତ ଡାକ୍ତର




ଯାଜପୁର ଟାଉନ : ଭଞ୍ଜ ବିହାରୀ ମହାନ୍ତି - ଡାକ୍ତର ନାଟି ଶୁଣିବା ମାତ୍ରକେ ରୋଗୀ ସତେ ଯେମିତି ସୁସ୍ଥ ହୋଇଯାଏ । ଶରୀରର ଭଲ ମନ୍ଦ ସବୁ ତାଙ୍କରୀ ଆଗରେ ବଖାଣି ପକାଏ । ଏ ସମାଜ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ରୂପେ ବିବେଚନା କରେ। ହେଲେ ଆବେଗର ବିଷୟ ରୋଗୀଟି ଯଦି ଡାକ୍ତରଖାନାରେ ଛଟପଟ ହେଉଥିବା ଆଉ ଏଥିରେ ଡାକ୍ତରଙ୍କୁ କିଛି ଫରକ ପଡୁନଥିବ ତେବେ ପରିସ୍ଥିତି କଣ ହେବ ଟିକେ ଚିନ୍ତା କଲେ । ଏମିତି ଏକ ଘଟଣା ଘଟି ଯାଇଛି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ।

ଡାକ୍ତରଖାନାରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳାକୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ଭାଇରାଲ୍ ଭିଡିଓ । ଡାକ୍ତରଙ୍କ ହାବଭାବରେ ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ଭିଡିଓରେ । ଯାହା ଫଳରେ କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଭିଡିଓରେ ଦେଖିବାକୁ ମିଳିଛି କେମିତି ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତର ଖଟ ଉପରେ ଶୋଇ ଜଳଖିଆ ପୁଡିଆ ଧରି ଖାଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ ବିକଳ ହୋଇ ଡାକ୍ତରଙ୍କୁ ଖୋଜୁଥିବାବେଳେ, କିଛି ଶୁଣୁ ନାହାନ୍ତି ଡାକ୍ତର, ସେ ଜଳଖିଆ ଖାଇବାରେ ମଗ୍ନ । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ । ରୋଗୀଙ୍କ ସମ୍ପର୍କୀୟ ଯାହାର ଭିଡିଓ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ପଟେ ଷ୍ଟ୍ରେଚରରେ ରୋଗୀ ଛଟପଟ ହେଉଛନ୍ତି । କଷ୍ଟରେ ଚିତ୍କାର କରୁଛନ୍ତି । ଆଉ ଅନ୍ୟପଟେ କାଯ୍ୟରତ ଡାକ୍ତର ବେଡ଼ରେ ଶୋଇ, ମୋବାଇଲ ଦେଖି ଦେଖି ଜଳଖିଆ ଖାଇବାରେ ବ୍ୟସ୍ତ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗରେ ଏପରି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆହୁରି ଦେଖିବାକୁ ମିଳିଛି କି, ଦୁର୍ଘଟଣାରେ ଶିକାର ହୋଇ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଷ୍ଟ୍ରେଚରରେ ପଡି ଯନ୍ତ୍ରଣାରେ କଲବଲ ହେଉଛନ୍ତି । ଏତେ କଷ୍ଟ ହେଉଛି ଯେ ସେ ଚିତ୍କାର କରିବାକୁ ଲାଗୁଛନ୍ତି । ସମ୍ପର୍କିୀୟ ଲୋକେ ଯେତେବେଳେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଡାକିବାକୁ ଯାଇଛନ୍ତି ସେ ଆସୁନାହାନ୍ତି । ବିଶ୍ରାମ କକ୍ଷରେ ଜଳଖିଆ ଖାଉଛନ୍ତି ବୋଲି କହି କଥାକୁ ଏଡାଇ ଦେଉଛନ୍ତି ।

ସୂଚନାଥାଉ କି, ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ଡାକ୍ତରଙ୍କ ମନାମାନୀ କରୁଥିବା ରୋଗୀମାନେ ଅଭିଯୋଗ କରି ଆସୁଛନ୍ତି । ଏପରି ସ୍ଥିତିରେ ଏହି ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାଯ୍ୟ କରୁଥିବା ଡାକ୍ତର ମାନଙ୍କ ଉପରେ ଏବେ ଏକ ବଡ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

COASTAL NEWS ODIA 1005

ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ



ଭୁବନେଶ୍ୱର  :ଭଞ୍ଜ ବିହାରୀ ମହାନ୍ତି - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା।

ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ତାକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ପାଇବାପରେ 5T ସଚିବ ସମ୍ପୃକ୍ତ ଆବାସିକ କଲୋନୀଗୁଡିକର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି। ସ୍ମାର୍ଟ ସିଟି ଭୁବନେଶ୍ୱର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି। ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି। ଆବାସିକ କଲୋନୀଗୁଡିକରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା।

ସୂଚନାଯୋଗ୍ୟ ଯେ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ସବସିଡି ୩୦୦ ଟଙ୍କାକୁ ବୃଦ୍ଧି

COASTAL NEWS ODIA 1004

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ସବସିଡି ୩୦୦ ଟଙ୍କାକୁ ବୃଦ୍ଧି


 
ନୂଆଦିଲ୍ଲୀ,୪।୧୦: ଭଞ୍ଜ ବିହାରୀ ମହାନ୍ତି - ମୋଦି କ୍ୟାବିନେଟ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛି। ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ପାଇଁ ସବସିଡି ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।ତ୍ରକ୍ଷା ବନ୍ଧନ ଏବଂ ଓନମ ଅବସରରେ ଏଲପିଜି ୨୦୦ ଟଙ୍କାକୁ ହ୍ରାସ ଘୋଷଣା କରାଯାଇଥିଲା। ଆଜି ଉଜ୍ଜ୍ୱଳାର ହିତାଧିକାରୀଙ୍କ ପରିମାଣ ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ବର୍ତ୍ତମାନ ୬୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ପାଇବେ।

ବିଶେଷ ଖବର

COASTAL NEWS ODIA 1003

       

     *ବିଶେଷ ଖବର, ୦୪-ଅକ୍ଟବର -୨୦୨୩, ବୁଧବାର*
       •┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଛତିଶଗଡରେ ୨୭,୦୦୦ କୋଟିର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ଯୁକ୍ତ ଦୁଇ ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ତୃତୀୟ ପର୍ଯ୍ୟାୟ ଅନ୍‌ଲାଇନ୍‌ ନାମଲେଖା ତାରିଖ ହେଲା ଘୋଷଣା, ଅକ୍ଟୋବର ୪ରୁ ୮ ମଧ୍ୟରେ କରିହେବ ଆବେଦନ l

➡️୩-ରାମସେତୁକୁ ଜାତୀୟ ସ୍ମାରକୀ ମାନ୍ୟତା ଦେବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ l

➡️୪-କେନ୍ଦ୍ରାପଡ଼ାର ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା l ମାନ ଓ ଗୁଣବତ୍ତା ଯାଞ୍ଚ ପରେ ଏହି ସ୍ୱୀକୃତି ମିଳିଛି।

➡️୫-ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ l ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ସହ ମୋଟ ୧୨ଟି ବିଲ୍‌ ହେଲା ପାରିତ l

➡️୬-ପାର୍କିଂ ସହ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ୫ଦିନ ତାଲା ପଡ଼ିବା ପରେ ଆଜି ବିଧିବଦ୍ଧ ଭାବରେ ଖୋଲିଲା ୟୁନିଟ୍‌-୧ ମାର୍କେଟ୍‌ l ବିଏମସିର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲା ବ୍ୟବସାୟୀ ସଂଘ l

➡️୭-OAS ସ୍ତରରେ ହେଲା ଅଦଳବଦଳ, BMC ଅତିରିକ୍ତ କମିଶନର ହେଲେ ଘାସିରାମ ମୁର୍ମୁ l

➡️୮-ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ରୋମ ଗସ୍ତରେ ଯାଇଥିବା ଶ୍ରଦ୍ଧା କିଏ, ଗୃହରେ ସ୍ପଷ୍ଟ କଲେ ନବୀନ l କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ l ଫିଜିକାଲ ଫିଟନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ।

➡️୯-ପୁଣି ଦରବୃଦ୍ଧି ନେଇ ଆଶଙ୍କା ପ୍ରକାଶ କଲା ବିଶ୍ବ ବ୍ୟାଙ୍କ, ୬.୩% ରହିପାରେ ଭାରତର ଜିଡିପି l

➡️୧୦-ପ୍ରେକ୍ଷାଳୟ ପରେ ଏଣିକି ଏବେ ଓଟିଟିରେ ରିଲିଜ୍‌ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍‌-୨’ ଫିଲ୍ମ l ଏହି ଫିଲ୍ମଟି ଅକ୍ଟୋବର ୮ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ପାଇଁ ପ୍ରସ୍ତୁତ ହେଉଛି।

➡️୧୧-ଭୂମିକମ୍ପ ଯୋଗୁ ପଶ୍ଚିମ ନେପାଳରେ ହେଲା ବ୍ୟାପକ କ୍ଷୟକ୍ଷତି, ପକ୍କା ଘର ସହ ଭାଙ୍ଗିଲା କଚ୍ଚା ଘର l

➡️୧୨-ଡିଜିଟାଲ ନ୍ୟୁଜ୍‌ ଓ୍ବେବସାଇଟ ନ୍ୟୁଜକ୍ଲିକ୍‌ର ଫଣ୍ଡିଂ ମାମଲାରେ ଦିଲ୍ଲୀ ପୋଲିସ୍‌ ଏହାର ସଂସ୍ଥାପକ ପ୍ରବୀର ପରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀକୁ କଲା ଗିରଫ l

➡️୧୩-ନିଜକୁ ଶିଖ ଧାର୍ମିକ ଉପଦେଶକ କହୁଥିବା ଖାଲିସ୍ତାନ ସମର୍ଥକ ଅମୃତ ପାଲ ସିଂହ ୯ ଜଣ ସାଥୀ ବନ୍ଦୀଙ୍କ ସହିତ ଆସାମ ଦିବ୍ରୁଗଡ ଜେଲରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଆରମ୍ଭ କଲା ଅନଶନ l

➡️୧୪-ନ୍ୟାସନାଲ ଲିବରେସନ ଫଣ୍ଟ ଅଫ୍‌ ତ୍ରିପୁରା ଓ ଅଲ୍‌ ଟ୍ରିପୁରା ଟାଇଗର ଫୋର୍ସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ କେନ୍ଦ୍ର ସରକାର। ଏହି ଦୁଇ ସଂଗଠନକୁ ବେଆଇନ୍‌ ହେଲା ଘୋଷଣା l

➡️୧୫-ମହାରାଷ୍ଟ୍ରରେ ଆଉ ଏକ ହସ୍ପିଟାଲରେ ୨୪ ଘଣ୍ଟାରେ ୧୮ ଜଣଙ୍କ ମୃତ୍ୟୁ, ନାନ୍ଦେଡ଼ ହସ୍ପିଟାଲ୍‌ରେ ଆଉ ୭ ଜଣଙ୍କ ମୃତ୍ୟୁ l ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି।

➡️୧୬-‘ଆମେ ବିବାଦ ଆଗକୁ ବଢ଼ଇବାକୁ ଚାହୁନାହୁଁ’, ଭାରତର ଆକ୍ସନ ମଧ୍ୟରେ କାନାଡା ପିଏମ୍‌ ଜଷ୍ଟିନ ଟ୍ରୁହୋ ଦେଲେ ନିଜର ପ୍ରତିକ୍ରିୟା l

➡️୧୭-ଆଜି ସନ୍ଧ୍ୟା ୭ଟାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜନ ହେବ ବିଶ୍ଵକପ୍ ୨୦୨୩ର ଉଦଘାଟନୀ ସମାରୋହ। ଦେଖିବାକୁ ମିଳିବ ବଲିଡଉ କଳାକାରଙ୍କ ଜବରଦସ୍ତ ଜଲଓ୍ଵା l

➡️୧୮-ଏସୀୟ କ୍ରୀଡାର ଦଶମ ଦିନରେ ଭାରତକୁ ମିଳିଲା ୯ଟି ପଦକ l ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୬୯କୁ ହେଲା ବୃଦ୍ଧି l

➡️୧୯-ବିଶ୍ଵକପ୍ ୨୦୨୩ର ମାନ ବଢାଇବେ ସଚିନ, ଗ୍ଲୋବାଲ ଆମ୍ବାସଡର କଲା ଆଇସିସି l

➡️୨୦-ପୁଣି ବର୍ଷାରେ ଧୋଇଗଲା ନେଦରଲ୍ୟାଣ୍ଡ୍ସ ବିପକ୍ଷ ୱାର୍ମଅପ୍‌ ମ୍ୟାଚ୍, ଏବେ ସିଧା ଚେନ୍ନାଇରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*


ଆଜିର ଖବର

COASTAL NEWS ODIA 1002

ଆଜିର ଖବର 


.                 
*ତାରିଖ ୦୪/୧୦/୨୦୨୩ ବୁଧବାର*

*୧- କ୍ୱାର୍ଟର ଫାଇନାଲରୁ ନିଜ ଅଭିଯାନ ଆରମ୍ଭ କରିଥିବା ଭାରତ ପ୍ରଥମ ମ୍ୟାଚରେ ନେପାଳକୁ ମାତ୍ ଦେଇ ସେମି ଫାଇନାଲକୁ ଏଣ୍ଟ୍ରି କରିଛି।*

*୨- ‘ଜନ ଗଣ ମନ’ ଶୁଣି ରୋକିପାରିଲେନି ଲୁହ: ପଡ଼ିଆ ମଝିରେ କାନ୍ଦି ପକାଇଲେ ସାଇ କିଶୋର।*

*୩- ୪୦ ବର୍ଷରେ ସମ୍ବାଦ, ୧୫ ବର୍ଷରେ କନକ ନ୍ୟୁଜ୍ । ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଲେ ଦୁଇ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ।*

*୪- ରାଜଧାନୀରେ ହିଟ୍ ଆଣ୍ଡ ରନ୍ ମାମଲା। ଗିରଫ ହେଲେ କାର୍ ମାଲିକ। ଭୁବନେଶ୍ୱରରୁ ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କଲା ପୋଲିସ ।*

*୫- ମାଟିରେ ମିଶିବ ଅଭିଯୁକ୍ତର ଘର । ଉଜ୍ଜୟିନୀ ନାବାଳିକା ଦୁଷ୍କର୍ମ ମାମଲା।*

*୬- ନେପାଳରେ ୬.୨ ତୀବ୍ରତାର ଭୂମିକମ୍ପ ପରେ ଦିଲ୍ଲୀରେ ତୀବ୍ର ଭୂମିକମ୍ପ।*

*୭- ରୟାଲ ସ୍ବିସ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ପକ୍ଷରୁ ୨୦୨୩ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ବିଶ୍ବର ଏହି ସର୍ବଶ୍ରେଷ୍ଟ ପୁରସ୍କାର ପାଇବାକୁ ୩ ଜଣ ବୈଜ୍ଞାନିକ ମନୋନୀତ ହୋଇଛନ୍ତି। ସେମାନେ ହେଲେ ପିୟରି ଆଗୋଷ୍ଟିନି, ଫେରେନ୍ସ କ୍ରାଉଜ ଏବଂ ଆନେ ଏଲ’ହୁଇଲିୟର।*

*୮- ଓଡ଼ିଶାରେ ଏବେ ୧୯୭୬ ହାତୀ ଓ ୭୮୦ ବାଘ ରହିଛନ୍ତି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ।*

*୯- ବିଧାନସଭା ମୌସୁମୀ ଅଧିବେଶନ ସରିଲା, ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି।*

*୧୦- ଡିଜିଟାଲ ନ୍ୟୁଜ୍‌ ଓ୍ବେବସାଇଟ ନ୍ୟୁଜକ୍ଲିକ୍ର ଫଣ୍ଡିଂ ମାମଲାରେ ଦିଲ୍ଲୀ ପୋଲିସ୍‌ ମଙ୍ଗଳବାର ଏହାର ସଂସ୍ଥାପକ ପ୍ରବୀର ପରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀକୁ ଗିରଫ କରିଛି।*

*୧୧- ‘ଯେପର୍ଯ୍ୟନ୍ତ ଚୀନ୍‌ ହଟିବନି ସେପର୍ଯ୍ୟନ୍ତ, ସେ ପର୍ଯ୍ୟନ୍ତ ଏୟାରଫୋର୍ସ LAC ଉପରେ ନଜର ରଖିବ’: ବାୟୁସେନା ମୁଖ୍ୟଙ୍କ କଡ଼ା ଆଭିମୁଖ୍ୟ।*

*୧୨- ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ତୃତୀୟ ପର୍ଯ୍ୟାୟ ଅନ୍‌ଲାଇନ୍‌ ନାମଲେଖା ତାରିଖ ଘୋଷଣା, ଅକ୍ଟୋବର ୪ରୁ ୮ ମଧ୍ୟରେ ଆବେଦନ।*

*୧୩- ୬ ଦିନ ପରେ ଆଜି ଅକ୍ଟୋବର ୪ରେ ଖୋଲିବ ୟୁନିଟ୍‌-୧ ହାଟ, ବ୍ୟବସାୟୀ ଉତ୍ସାହିତ।*

*୧୪- କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। ଆବେଦନ ପତ୍ରର ତର୍ଜମା କରିବା ସହ ‘ରସାବଳି’ର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି।*

*୧୫- ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି।*

*୧୬- କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି।* 

*୧୭- ରହସ୍ୟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ ଦାବିରେ ଏସପି ଅଫିସ ଘେରିଲେ ଶତାଧିକ ଆଦିବାସୀ।*

*୧୮- ସୌରୀନ ଭଟ୍ଟଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି ପାଇଁ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କଲା ପୁଲିସ।*

*୧୯- କର୍ଣ୍ଣାଟକ ହାଇକୋର୍ଟ ‘ଆଜତକ୍‌’ର ପରାମର୍ଶଦାତା ସମ୍ପାଦକ ସୁଧୀର ଚୌଧୁରୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ଅକ୍ଟୋବର ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।*

*୨୦- ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା-୨୦୨୨ର ଦଶମ ଦିବସରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ମଙ୍ଗଳବାର ଭାରତ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ୯ଟି ପଦକ ପାଇଛି।* 

*୨୧- କରୋନା ପରେ ବଲିଉଡ୍‌ର ଦମଦାର୍‌ କମ୍‌ବ୍ୟାକ୍‌, ୯ ମାସରେ ୯୩୧୫ କୋଟି ଆୟ ।*

*୨୨- ବିଶ୍ଵକପ୍ ୨୦୨୩ର ମାନ ବଢାଇବେ ସଚିନ, ଗ୍ଲୋବାଲ ଆମ୍ବାସଡର କଲା ଆଇସିସି ।*


ସଂକ୍ଷିପ୍ତ ଖବର

COASTAL NEWS ODIA 1001

ସଂକ୍ଷିପ୍ତ ଖବର 
ତାରିଖ ୦୪/୧୦/୨୩, ବୁଧବାର



*୧-ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଧାର୍ଯ୍ୟ ସମୟର ଦିନକ ପୂର୍ଵରୁ ଅନର୍ଦ୍ଦିଷ୍ଟକାଳ ପାଇଁ ଗୃହ ମୁଲତବୀ।*

*୨-କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିଛି । ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଛି।*

*୩-ଜଟଣୀରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ, ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ।*

*୪-ଅକ୍ଟୋବର ୨୯ରୁ ପାଳନ ହେବ ମହାକାର୍ତ୍ତିକ ବ୍ରତ : ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ, ଶେଷ ତାରିଖ ୨୦ ଅକ୍ଟୋବର।*

*୫-ରାଜଧାନୀରେ ହିଟ ଆଣ୍ଡ ରନ୍ ମାମଲା ,ଗିରଫ ହେଲେ ବ୍ୟାଙ୍କ ସହକାରୀ ପରିଚାଳକ।*

*୬-ଭୁବନେଶ୍ୱର:୯ ଜିଲାକୁ ସତର୍କ ସୂଚନା, ପ୍ରବଳ ବର୍ଷା ସମ୍ଭାବନା।*

*୭-ପାର୍କିଂ ସମସ୍ୟାର ହେଲା ସମାଧାନ: ଆଜିଠୁ ଖୋଲିବ ୧ନଂ ହାଟ।*

*୮-କଟକ ଚାଉଳିଆ ଗଞ୍ଜ:ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଖାଇବା ପାଇଁ ଜମୁଛି ଲୋକଙ୍କ ଭିଡ଼, ସ୍ୱାଦ ଯେମିତି ମହକ ବି ସେମିତି।*

*୯-କିସ୍ ରେ ବଲିଉଡ ଅଭିନେତ୍ରୀ ଶ୍ରୀୟା ପିଲଗାଁଉଙ୍କର।ପିଲାମାନଙ୍କ ସହିତ ସମୟ ବିତାଇ କଲେ କିସର ଭୂୟସୀ ପ୍ରଶଂସା।*

*୧୦-ଲୋକସେବା ଭବନର ପ୍ରଥମ ମହଲାରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ।*

*୧୧-ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍‌ ୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ।*

*୧୨-ପଖାଳ, ଆଳୁ ସିଝା, କଞ୍ଚା ଲଙ୍କା ଧରି ଧାରଣାରେ ଅଙ୍ଗନବାଡି ଦିଦି ଓ ସହାୟିକା । ମାସିକ ଦରମା ବୃଦ୍ଧି କରିବାକୁ ଦାବି । ସେପଟେ ଓଏସଏସସି ଅଫିସ ଆଗରେ ଆଶାୟୀଙ୍କ ଆନ୍ଦୋଳନ।*

*୧୩-ବାଙ୍କୀ ଜାତିମୁଣ୍ଡିଆ ମହାନଦୀ ବ୍ରିଜରେ ବାଡ଼ରେ ପିଟି ହୋଇ ଝୁଲି ରହିଲା ବସ୍ । କ୍ରେନ ଯୋଗେ ଉଠାଗଲା ବସ୍ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ବହୁ ଜୀବନ।*

*୧୪-ଯାଜପୁର:ରୋଗୀ ବେଡ୍‌ରେ ଶୋଇ ଡାକ୍ତର ଖାଉଛନ୍ତି ଜଳଖିଆ, ଭାଇରାଲ ହେଲା ମୁଖ୍ୟ ଚିକିତ୍ସାଳୟର ଭିଡ଼ିଓ।*

*୧୫-ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ନବୀନ କହିଲେ, ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ଫିଜିକାଲ ଫିଟନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ।*

*୧୬-ଅନୁଗୁଳ ବନଖଣ୍ଡରେ ହାତୀ ଆତଙ୍କ, ଗାଁରେ ବୁଲୁଛନ୍ତି ୪୭ ଟିକିଆ ହାତୀପଲ।*

*୧୭-କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି, ଟାଇମ୍ସ ନାଓ ଇଟିଜି   ଓପିନିଅନ୍ ପୋଲର ସର୍ଭେ।*

*୧୮-ନେତାଜୀ ବସ୍ ଟର୍ମିନାଲରେ ମୌଳିକ ସୁବିଧାରୁ ବଞ୍ଚିତ ଯାତ୍ରୀ, ୧୮ ଦିନ ପରେ ବି ମିଳିପାରିନି ସେବା।*

*୧୯-ଆଉ ଜୀବନ ନେବନି ମ୍ୟାଲେରିଆ ! ଭାରତର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଟିକା ପ୍ରସ୍ତୁତ।*

*୨୦-ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ୍, ପିଏରେ ଅଗୋସ୍ତିନି, ଫେରେଙ୍କ୍‌ କ୍ରାଉଜ, ଆନେ ଏଲ’ହୁଇଲିଅରଙ୍କୁ ମିଳିବ ଫିଜିକ୍ସ ନୋବେଲ୍ ପ୍ରାଇଜ୍।*

.                 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...