AFFILIATE MARKETING

https://binomo.com?a=90810425bb57&t=0

Friday, September 22, 2023

ପ୍ରମିଳା ପ୍ରଥମ ମହିଳା ବାଚସ୍ପତି

COASTAL NEWS Odia 852

ପ୍ରମିଳା ପ୍ରଥମ ମହିଳା ବାଚସ୍ପତି


 
ଭୁବନେଶ୍ୱର,୨୨ା୯: (ଭଞ୍ଜ ବିହାରୀ ମହାନ୍ତି.) ପ୍ରଥମ ମହିଳା ବାଚସ୍ପତି ଭାବେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ଶୁକ୍ରବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ କେହି ନାମାଙ୍କନପତ୍ର ଭରି ନ ଥିବାରୁ ପ୍ରମିଳା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏନେଇ ଗୃହରେ ଉପବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ବାଚସ୍ପତି ଭାବେ ପ୍ରମିଳା  ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ତଥା ଭାଜପା ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର  ଶୁଭେଚ୍ଛା ଜଣାଇଛନ୍ତି।

ପ୍ରମିଳା  ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହୋଇଥିବାରୁ ଇତିହାସ ସୃଷ୍ଟି ହୋଇଛି। ବିଜେଡି, ଭାଜପା ଏବଂ କଂଗ୍ରେସ ତିନି ଦଳର ସମସ୍ତ ବରିଷ୍ଠ ନେତା ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାନୁଯାୟୀ, ପ୍ରମିଳା ୬ଥର ବିଧାୟିକା ହୋଇଛନ୍ତି। ୧୯୯୦ରେ ଜନତା ଦଳ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପରେ ସେ ବିଜେଡି ଟିକେଟରେ ୨୦୦୦,୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜୟ ଲାଭ କରିଥିଲେ।

ପୂର୍ବତନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ପଦରୁ ଗୁରୁବାର ଇସ୍ତଫା ଦେଇଥିଲେ। ଏହା ପରେ ସେ ଓଡ଼ିଶା ବିଧାନସଭା ବାଚସ୍ପତି ପଦ ପାଇଁ  ନାମାଙ୍କନପତ୍ର ଦାଖଲ କରିଥିଲେ। ସେପ୍ଟେମ୍ବର ୨୦ରେ ଶାସକ ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିଧାନସଭା ବାଚସ୍ପତି ନିର୍ବାଚନ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଓଡ଼ିଶା ବିଧାନସଭା ବାଚସ୍ପତି ପଦ ଖାଲି ପଡ଼ିଥିଲା।

ଆଜି ବିକ୍ରମ ଓ ପ୍ରଜ୍ଞାନ ସହ ଯୋଗାଯୋଗ କରିବ ISRO !

COASTAL NEWS Odia 851

ଆଜି ବିକ୍ରମ ଓ ପ୍ରଜ୍ଞାନ ସହ ଯୋଗାଯୋଗ କରିବ ISRO !



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ISRO ଆଜି ଚନ୍ଦ୍ରର ଦକ୍ଷିଣ ପୋଲରେ ଲ୍ୟାଣ୍ଡ କରିଥିବା ଭାରତର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସହ ପୁଣି ଥରେ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବ । ସ୍ଲିପିଂ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଆଜି ପୁଣି ଚେଇଁ ଉଠିବେ ବୋଲି ଆଶା କରାଯାଉଛି । 

ISROର ଅହମ୍ମଦାବାଦ ସ୍ଥିତ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (SAC)ର ନିର୍ଦ୍ଦେଶକ ନୀଲେଶ ଦେଶାଇ କହିଛନ୍ତି ଯେ ଯଦି ଭାଗ୍ୟରେ ଥିବ ତେବେ ସେମାନେ କେବଳ ବିକ୍ରମ ଓ ପ୍ରଜ୍ଞାନ ସହ ଯୋଗାଯୋଗ କରିବେ ତାହା ନୁହେଁ ବରଂ ଏହାକୁୁ ବ୍ୟବହାର ଯୋଗ୍ୟ ଅବସ୍ଥାରେ ମଧ୍ୟ ପାଇବେ ।

ସେପ୍ଟେମ୍ବର ୪ରେ ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ISRO ଉଭୟଙ୍କୁ ସ୍ଲିପ ମୋଡରେ ରଖିଥିଲା ଯେହେତୁ ଚନ୍ଦ୍ରରେ ରାତି ଆରମ୍ଭ ହୋଇଥିଲା । ବିକ୍ରମ ଓ ପ୍ରଜ୍ଞାନକୁ ଭୟଙ୍କର ଥଣ୍ଡା ଦେଇ ଗତି କରିବାକୁ ଥିବାରୁ ଏହାକୁ ସ୍ଲିପ ମୋଡରେ ରଖାଯାଇଥିଲା । SAC ISRO ପାଇଁ ସ୍ପେସରେ କାମ କରୁଥିବା ଉପକରଣ ତିଆରି କରେ, ଏହା ଚନ୍ଦ୍ରଯାନ –୩ ପାଇଁ କ୍ୟାମେରା ସିଷ୍ଟମ୍ ଲଗାଇଥିଲା । ଲ୍ୟାଣ୍ଡର୍ ଏବଂ ରୋଭରରେ ବିପଦ ସୂଚନା ଦେଉଥିବା ଏକ ସେନ୍ସର ସିଷ୍ଟମକୁ ମଧ୍ୟ ଇନଷ୍ଟଲ କରିଥିଲା ।

ଦେଶାଇଙ୍କ କହିବା ଅନୁସାରେ ଗତ ୨୦ ଦିନ ମଧ୍ୟରେ ଉଭୟ ବିକ୍ରମ ଓ ପ୍ରଜ୍ଞାନ ମାଇନସ୍ ୧୨୦ରୁ ମାଇନସ୍ ୨୦୦ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥଣ୍ଡାକୁ ସହିଛନ୍ତି । ବର୍ତ୍ତମାନ ପୃଥିବୀ ସମୟ ଅନୁଯାୟୀ ୨୦ ସେପ୍ଟେମ୍ବର ସନ୍ଧ୍ୟା ଠାରୁ ଚନ୍ଦ୍ରର ସାଉଥ ପୋଲରେ ସୂର୍ଯ୍ୟୋଦୟ ଆରମ୍ଭ ହୋଇଛି । ବିକ୍ରମ ଏବଂ ପ୍ରଜ୍ଞାନର ସୋଲାର ପ୍ୟାନେଲ ମଧ୍ୟ ଧୀରେ ଧୀରେ ସେମାନଙ୍କ ବ୍ୟାଟେରୀ ଚାର୍ଜ କରିଥିବା କୁହାଯାଉଛି ।

୪ ସେପ୍ଟେମ୍ବରରେ ବିକ୍ରମ ଲ୍ୟାଣ୍ଡରକୁ ସ୍ଲିପ ମୋଡରେ ରଖିବା ପରେ ଏହାର ପେଲୋଡସ୍‌ ବନ୍ଦ କରା ଯାଇଥିଲା । କିନ୍ତୁ ରିସିଭର୍ ଅନ୍‌ ରଖାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ଲିପ୍‌ ମୋଡକୁ ଯିବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ନିଜ ସ୍ଥାନ ଅର୍ଥାତ ଶିବଶକ୍ତି ପଏଣ୍ଟରୁ ଡେଇଁପଡିଥିଲା ଏବଂ ଲ୍ୟାଣ୍ଡ କରିଥିବା ସ୍ଥାନଠାରୁ ପ୍ରାୟ ୪୦ ମିଟର ଦୂରରେ ଲ୍ୟାଣ୍ଡ କରିଥିଲା ।

ସୂଚନା ଥାଉ କି ଚନ୍ଦ୍ରର ସାଉଥ ପୋଲରେ ସ୍ପେସ୍‌ କ୍ରାଫ୍ଟ ଲ୍ୟାଣ୍ଡ କରିବାରେ ଭାରତ ହେଉଛି ପ୍ରଥମ ଦେଶ । ସ୍ଲିପ୍‌ ମୋଡକୁ ଯିବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରେ ଏବଂ ମାଟିରେ ବିଭିନ୍ନ ପରୀକ୍ଷା କରିଥିଲେ ଏବଂ ଅନେକ ରହସ୍ୟ ବିଷୟରେ ସୂଚନା ଦେଇଥିଲେ । 

ଚନ୍ଦ୍ରଯାନ ମିଶନ ପାଇଁ ସୂର୍ଯ୍ୟୋଦୟ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ କାରଣ ଏହା ଲ୍ୟାଣ୍ଡର ଏବଂ ରୋଭରକୁ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଉତ୍ତାପ ଦେଇଥାଏ । ୧୪ ଜୁଲାଇ ୨୦୨୩ରେ ଲଞ୍ଚ ହୋଇଥିବା ଚନ୍ଦ୍ରଯାନ-୩ ମିଶନ ବଡ଼ ସଫଳତା ହାସଲ କରିସାରିଛି । ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରରେ ଥିବା ବିଭିନ୍ନ ରହସ୍ୟ ବିଷୟରେ ଅନୁସନ୍ଧାନ କରିବା । ଯଦି ଆଜି ବିକ୍ରମ ଓ ପ୍ରଜ୍ଞାନ ନ ଉଠନ୍ତି ତେବେ ଚିରଦିନ ପାଇଁ ସେମାନେ ଚନ୍ଦ୍ରପୃଷ୍ଠରେ ଲୁନାର ଆମ୍ବାସାଡାର ଭାବେ ସେଠାରେ ଅବସ୍ଥାନ କରିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ବିଧାନସଭାକୁ ମିଳିଲା ପ୍ରଥମ ମହିଳା ବାଚସ୍ପତି

COASTAL NEWS Odia 850

ଓଡ଼ିଶା ବିଧାନସଭାକୁ ମିଳିଲା ପ୍ରଥମ ମହିଳା ବାଚସ୍ପତି




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଓଡ଼ିଶା ବିଧାନସଭାକୁ ମିଳିଲା ପ୍ରଥମ ମହିଳା ବାଚସ୍ପତି। ଆଜି ବିଧିବଦ୍ଧ ଭାବେ ବାଚସ୍ପତି ଭାବେ ଆସନ ଗ୍ରହଣ କରିଛନ୍ତି ପ୍ରମିଳା ମଲ୍ଲିକା। ସର୍ବ ସମ୍ମତିକ୍ରମେ ପ୍ରମିଳାଙ୍କୁ ବାଚସ୍ପତି ଭାବେ ଚୟନ କରଯାଇଛିା

ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁରେ ପ୍ରସ୍ତାବ ରଖିଥିଲୋ ଯାହାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ ଜଣାଇଥିଲେ l

ଗତକାଲି ପ୍ରମିଳା ମଲ୍ଲିକ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ସେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବୁଧବାର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା।  ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ।

ବିଜେଡିର ପଞ୍ଚମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି। ସେହିଭଳି ବିଜେଡି ସରକାରରେ ଏକାଧିକ ଥର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ। ପ୍ରମିଳା ହେଉଛନ୍ତି ରାଜ୍ୟର ପ୍ରଥମ ମହିଳା।

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ

COASTAL NEWS Odia 849

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ



ଭୁବନେଶ୍ବର - ( ଭଞ୍ଜ ବିହାରୀ ମହାନ୍ତି.) ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ପ୍ରଥମାର୍ଦ୍ଧ ମୁଲତବି ରହିବ। ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନ ବେଶ୍ ସରଗରମ ହେବ ବୋଲି ଆଶଙ୍କା କରାଯାଉଛି । ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅପରାହ୍ନ ୫ଟାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ। ଅତିରିକ୍ତ ବଜେଟର ଆକାର ପ୍ରାୟ ୨୧ ହଜାର କୋଟି ବୋଲି ଜଣାପଡଛି।

ସୋମବାର ଅର୍ଥାତ୍ ୨୫ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଇଁ ୨୯ତାରିଖ, ଅକ୍ଟୋବର ୧ ରବିବାର ଓ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପାଇଁ ଛୁଟି ରହିବ । ଅକ୍ଟୋବର ୩ତାରିଖରେ ଏହି ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଆସିବ ଓ ଗୃହରେ ଉକ୍ତଦିନ ହିଁ ତାହା ପାରିତ ହେବ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ବିଜେଡି ଇତିମଧ୍ୟରେ ନିଜର ୩ଜଣ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବହିଷ୍କାର ଏବଂ ଜଣେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବନ କରିଥିବାରୁ ଗୃହରେ ସେମାନଙ୍କର ଆସନ ବଦଳିବାର ସମ୍ଭାବନା ଅଛି ।

ପୁଣି କାନାଡାରେ ସମାନ ଢଙ୍ଗରେ ସୁଖଦୁଲ୍‌ ସିଂକୁ ହତ୍ୟା – ପଞ୍ଜାବରେ ଏତିକି ଅପରାଧି ଘଟଣାପରେ ଖସି ପଳାଇଥିଲା

COASTAL NEWS Odia 848

ପୁଣି କାନାଡାରେ ସମାନ ଢଙ୍ଗରେ ସୁଖଦୁଲ୍‌ ସିଂକୁ ହତ୍ୟା – ପଞ୍ଜାବରେ ଏତିକି ଅପରାଧି ଘଟଣାପରେ ଖସି ପଳାଇଥିଲା



 
ଟରୋଣ୍ଟୋ- ଭଞ୍ଜ ବିହାରୀ ମହାନ୍ତି - ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ ଗୁଳି ମାରି ହତ୍ୟା କରାଯାଇଥିଲା । ହରଦୀପ ସିଂ ପଞ୍ଜାବରେ ବିଭିନ୍ନ ହତ୍ୟା ଘଟଣାରେ ସାମିଲ ଥିଲା । ଏହାପରେ ସେ ଭାରତ ଛାଡି କାନାଡା ପଳାୟନ କରି ସେଠାରେ କାନାଡାର ନାଗରିକ ଭାବେ ରହିଥିଲା । ତାକୁ କାନାଡାର ଟ୍ରୁଡେ ସରକାରଙ୍କ ପ୍ରଚ୍ଛନ୍ନ ସହାୟତା ଖୋଲାଖୋଲି ଭାବେ ମିଳୁଥିଲା । 

ହରଦୀପର ହତ୍ୟା ଘଟଣାରେ ଭାରତର ହାତ ଥିବା କଥା କାନାଡା ପ୍ରଧାନମନ୍ତ୍ରୀ ବି ଅଭିଯୋଗ କରିଥିଲେ । ଏହି ଘଟଣାରେ ଭରତର ଜଣେ ବରିଷ୍ଠ କୂଟନୈତିଜ୍ଞ ଅଧିକାରୀଙ୍କୁ କାନାଡାରୁ ବହିଷ୍କାର କରାଯାଇଥିଲା । ଏହି ଘଟଣାରେ ଭାରତ ମଧ୍ୟ କାନାଡାର ଜଣେ କୂଟନୀତିଜ୍ଞଙ୍କୁ ଭାରତ ଛାଡିବା ପାଇଁ ନିର୍ଦେଶ ଦେଇଛି ।

ଏହି ଘଟଣାର ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ପଞ୍ଜାବରେ ନିଶାକାରବାର ଏବଂ ବିଭିନ୍ନ ହତ୍ୟା ଏବଂ ଅନ୍ୟ ଅପରାଧରେ ସାମିଲ ଥିବା ଗ୍ୟାଙ୍ଗଷ୍ଟର ସୁଖଦୁଲ୍‌ ସିଂ ସୁଖ୍ଖା ଜାଲ୍‌ କାଗଜପତ୍ର କରି ନେପାଳ ରାସ୍ତା ଦେଇ କାନାଡ ପଳାୟନ କରିଥିଲା । ସେ ସେଠାରେ କନାଡାର ନାଗରିକ ଭାବ ବସବାସ କରୁଥିଲା । 

ଏହି ଅପରାଧି ଏବଂ ଆତଙ୍କବାଦୀମାନଙ୍କୁ କାନାଡା ସରକାର ନାଗରିକତ୍ୱ ପ୍ରଦାନ କରିଥିଲା । ୨୦ ସେପ୍ଟେମ୍ବର (ଗତକାଲି ବୁଧବାର) ରାତିରେ ସୁଖଦୁଲ୍‌ ସିଂ ସୁଖ୍କାକୁ ସମାନ ଢଙ୍ଗରେ ହତ୍ୟା କରାଯାଇଛି । ହରଦୀପ ସିଂଙ୍କୁ ଯେପରି ଗୁଳି ମାରି ହତ୍ୟା କରାଯାଇଥିଲା । ସେହି ପରି ସୁଖବିନ୍ଦରକୁ ୧୫ଟି ଗୁଳି ମାରି ହତ୍ୟା କରାଯାଇଛି । ସେ ଆତଙ୍କବାଦୀ ହରଦୀପର ଡାହାଣ ହାତ ଥିଲା ।

ପଞ୍ଜାବର ପ୍ରାୟ ୨୯ ଜଣ ଅପରାଧୀ ବିଭିନ୍ନ ଦେଶରେ ଶରଣ ନେଇଛନ୍ତି । ସୁଖଦୁଲ୍‌ ସିଂର ସମ୍ପର୍କ ମୋଷ୍ଟ ଓ୍ୱାଣ୍ଟେଡ୍‌ ଆସ୍‌ ଡାଲେ ଗ୍ୟାଙ୍ଗ ସହ ସାମିଲ ଥିଲା ।

ବହିଷ୍କୃତ ଦୁଇ ବିଧାୟକଙ୍କ ବିଧାନସଭାରେ ଆସନ ବଦଳିବ, ସେମାନଙ୍କୁ ନୂଆ ସିଟ୍ ମିଳିବ

COASTAL NEWS Odia 847

ବହିଷ୍କୃତ ଦୁଇ ବିଧାୟକଙ୍କ ବିଧାନସଭାରେ ଆସନ ବଦଳିବ, ସେମାନଙ୍କୁ ନୂଆ ସିଟ୍ ମିଳିବ



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ବିଜେଡିରୁ ବହିଷ୍କୃତ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡ଼ାଙ୍କ ବିଧାନସଭାରେ ଆସନ ବଦଳିବ । ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । 

ଏହି ଅଧିବେଶନରେ ସୌମ୍ୟରଂଜନ ଓ ସୁଧାଂଶୁ ନୂଆ ଆସନରେ ବସିବେ । ଏଥିପାଇଁ ସେମାନଙ୍କୁ ନୂଆ ସିଟ୍ ମିଳିବ। ଦଳ ତରଫରୁ ବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଏ ବାବଦରେ ଜଣାଇବା ପରେ ଏ ପରିବର୍ତ୍ତନ ହେବ। କିନ୍ତୁ ଏବେ ସେମାନଙ୍କୁ ସ୍ବାଧୀନ ବିଧାୟକ କୁହାଯିବ ନାହିଁ।

ଆଜିର ରାଶିଫଳ

COASTAL NEWS Odia 446

 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
🌼 ଆଜିର ରାଶିଫଳ 🌼 
*✧═════•❁❀❁•═════✧*


*ମେଷ*👉 : *ଆଜି  ଦିନଟି  ନିଜର କ୍ୟାରିୟର ସୁଧାର ପାଇଁ   ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।* 
*✧═════•❁❀❁•═════✧*
*ବୃଷ:👉ଆଜି ଆପଣଙ୍କ ଭାବନା  ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।* 
*✧═════•❁❀❁•═════✧*
*ମିଥୁନ:👉* *ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।* 
*✧═════•❁❀❁•═════✧*
*କର୍କଟ: 👉ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।* 
*✧═════•❁❀❁•═════✧*
 *ସି˚ହ:👉 ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।* 
*✧═════•❁❀❁•═════✧*
 *କନ୍ୟା: 👉ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।* 
*✧═════•❁❀❁•═════✧*
*ତୁଳା:*👉 *ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।* 
*✧═════•❁❀❁•═════✧*
 *ବିଛା:👉 କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।* 
*✧═════•❁❀❁•═════✧*
*ଧନୁ:👉 ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।* 
*✧═════•❁❀❁•═════✧*
*ମକର:*👉 *ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *କୁମ୍ଭ:👉ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।* 
*✧═════•❁❀❁•═════✧*
 *ମୀନ:👉ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ •❁❀❁•═════✧*

Thursday, September 21, 2023

ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ମୋଦୀଙ୍କ ନିମନ୍ତ୍ରଣ

COASTAL NEWS Odia 845

ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ମୋଦୀଙ୍କ ନିମନ୍ତ୍ରଣ


ନୂଆଦିଲ୍ଲୀ, ୨୦୮୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଆଗାମୀ ୨୦୨୪ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଛନ୍ତି । 

ଜି-୨୦ ସମ୍ମିଳନୀ ଅବସରରେ ବାଇଡେନଙ୍କୁ ମୋଦୀ ଏହି ନିମନ୍ତ୍ରଣ କରିଥିବା ନେଇ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗ୍ରାସେଟ୍ଟି ବୁଧବାର କହିଛନ୍ତି । ବାଇଡେନଙ୍କ ବ୍ୟତୀତ କ୍ଵାଦ ରାଷ୍ଟ୍ରର ନେତାମାନଙ୍କୁ ମଧ୍ୟ ଏହି ଉତ୍ସବର ଅତିଥି ଭାବେ ଭାରତ ନିମନ୍ତ୍ରଣ କରିବାକୁ ଯୋଜନା କରିଥିବା ଜଣାଯାଇଛି । 

୨୦୧୮ ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାଧାରଣ ଦିବସ ଉତ୍ସବର ମୁଖ୍ୟ ଅତିଥ୍‌ ଭାବେ ଭାରତ ନିମନ୍ତ୍ରଣ କରିଥିଲା । ମାତ୍ର ଘରୋଇ ସମସ୍ୟା କାରଣରୁ ଟ୍ରମ୍ପ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଇତାହ ଏଲ୍ ସିସି ସେହିବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିଲେ। 

୨୦୧୫ରେ ଆମେରିକା ରାଷ୍ଟ୍ରପତି ବରାକ ଓବାମା ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇଥିଲେ।

ସୁଇଜରଲ୍ୟାଣ୍ଡରେ ବ୍ୟାନ୍‌ ହେଲା ବୁର୍ଖା

COASTAL NEWS Odia 844

ସୁଇଜରଲ୍ୟାଣ୍ଡରେ ବ୍ୟାନ୍‌ ହେଲା ବୁର୍ଖା



ସୁଇଜରଲ୍ୟାଣ୍ଡ - ( ଭଞ୍ଜ ବିହାରୀ ମହାନ୍ତି.) ସୁଇଜରଲ୍ୟାଣ୍ଡରେ ବ୍ୟାନ୍‌ ହେଲା ବୁର୍ଖା। ଏଣିକି ସର୍ବସାଧାରଣ ଜାଗାରେ ବୁର୍ଖା ପିନ୍ଧି ପାରିବେନି ମହିଳା କିମ୍ବା ଯୁବତୀ। ଏପରି କଲେ ପଡ଼ିବ ଫାଇନ୍। ଏପରି ଏକ ବିଲ୍‌ ଗତକାଲି ସୁଇଜାରଲ୍ୟାଣ୍ଡର ନିମ୍ନ ସଦନରେ ପାରିତ ହୋଇଛି।

ସୁଇଜରଲ୍ୟାଣ୍ଡରେ କମ୍‌ ସଂଖ୍ୟକ ମୁସଲିମ୍ ମହିଳା ଓ ଯୁବତୀ ଥିବା ବେଳେ  ବୁର୍ଖା କଟକଣା ହଟାଇବା ନିମନ୍ତେ ଗତ କିଛି ବର୍ଷ ଧରି ସେମାନେ ଆଇନଗତ ଲଢ଼େଇ ଲଢ଼ି ଚାଲିଥିଲେ। ଏହି ବିଲ୍‌ ପୂର୍ବରୁ ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟର ଉପର ସଦନରେ ପାରିତ ହୋଇ ଯାଇଥିବା ବେଳେ ଏବେ ନିମ୍ନ ସଦନରେ ବି ତାହାକୁ ଗ୍ରୀନ୍‌ ସିଗନାଲ ମିଳି ସାରିଛି।

ନିମ୍ନ ସଦନରେ ପାରିତ ହେବା ପରେ ଏହି ବିଲ୍‌ ଆଇନ୍‌ରେ ପରିଣତ ହୋଇଛି। ଫଳରେ ଏହାକୁ ଉଲ୍ଲଘଂନ କଲେ ଆର୍ଥିକ ଜରିମାନା ଦେବାକୁ ପଡ଼ିବ ବୋଲି ଜଣାଯାଇଛି। ଏପରିକି ଏହି ନିୟମ ଉଲ୍ଲଂଘନକାରୀଙ୍କୁ ୧୧୦୦ ଡଲାର ଫାଇନ୍‌ ଦେବାକୁ ପଡ଼ିବ ବୋଲି ଜଣାଯାଇଛି। ଏହି ନିୟମ ଅନୁଯାୟୀ ଏଣିକି ସର୍ବସାଧାରଣ ସ୍ଥାନରେ ମହିଳା ଓ ଯୁବତୀମାନେ ନିଜ ନାକ, ମୁହଁ, ପାଟି ଆଦିକୁ କପଡ଼ାରେ ଆବୃତ୍ତ କରି ପାରିବେନି। ଏବେ ସୁଇଜରଲ୍ୟାଣ୍ଡରେ ହିଜାବ ବ୍ୟାନ୍‌ ହେବା ପରେ ତାହା ବେଲଜିୟମ, ଫ୍ରାନ୍ସ ଆଦି ଦେଶ ସହ ସାମିଲ ହେବ।

ସୁଇଜରଲାଣ୍ଡ ସରକାରଙ୍କ ଏପରି ନିଷ୍ପତ୍ତିକୁ ବହୁ ମୁସଲିମ ସଙ୍ଗଠନ ପକ୍ଷରୁ ନାପସନ୍ଦ କରାଯାଇଛି। ଏନେଇ ‘ପର୍ପଲ ହେଡସ୍କାର୍ପ’ ନାମକ ମୁସଲିମ ଲେଡି ୱିଙ୍ଗ ପକ୍ଷରୁ କୁହାଯାଇଛି, ସୁଇଜରଲାଣ୍ଡରେ ବହୁ କମ୍‌ ସଂଖ୍ୟକ ମହିଳା ଓ ଯୁବତୀ ବୁର୍ଖା ବ୍ୟବହାର କରୁଛନ୍ତି। ଏପରି ସ୍ଥିତିରେ ସୁଇଜରଲାଣ୍ଡରେ ହିଜାବକୁ ବ୍ୟାନ୍‌ କରିବା ଦ୍ୱାରା ଦେଶରେ ମୁସଲମାନଙ୍କ ଭାବନାକୁ ଆଘାତ ପହଞ୍ଚା ଯାଇଛି। ଏହାର ଫଳାଫଳ ଆସନ୍ତା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି କୁହାଯାଇଛି।

ସେପ୍ଟେମ୍ବର ୨୩ରେ ପୁଣି ଆକ୍ଟିଭ ହୋଇପାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍‌, ରୋଭର

COASTAL NEWS Odia 843

ସେପ୍ଟେମ୍ବର ୨୩ରେ ପୁଣି ଆକ୍ଟିଭ ହୋଇପାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍‌, ରୋଭର


 
ନୂଆଦିଲ୍ଲୀ,୨୧।୯: ( ଭଞ୍ଜ ବିହାରୀ ମହାନ୍ତି.) ଇସ୍ରୋର ଚନ୍ଦ୍ରୟାନ-୩ ମିଶନ ସଫଳତାର ସହିତ ଶେଷହୋଇଛି, କିନ୍ତୁ ଖବର ଆସୁଛି ଯେ ଏହି ମିଶନ ବର୍ତ୍ତମାନ ପୁଣି ଆରମ୍ଭ ହୋଇପାରେ। ଇସ୍ରୋର ସ୍ପେସ ବୈଜ୍ଞାନିକମାନେ କହିଛନ୍ତି , ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍‌ ଏବଂ ରୋଭର ସେପ୍ଟେମ୍ବର ୨୩ରେ ପୁନର୍ବାର ସକ୍ରିୟ ହୋଇପାରେ। ଯଦି ଏହା ଘଟେ, ତେବେ ଚନ୍ଦ୍ରୟାନର ରୋଭର ଚନ୍ଦ୍ର ପୃଷ୍ଠରେ ଅଧିକ ପରୀକ୍ଷାମୂଳକ ତଥ୍ୟ ଇସ୍ରୋକୁ ପଠାଇପାରେ।

ସୁଦାମ ମାରାଣ୍ଡିଙ୍କୁ ମିଳିଲା ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ

COASTAL NEWS Odia 842

ସୁଦାମ ମାରାଣ୍ଡିଙ୍କୁ ମିଳିଲା ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ




ଭୁବନେଶ୍ୱର  : - ଭଞ୍ଜ ବିହାରୀ ମହାନ୍ତି - ସୁଦାମଙ୍କୁ ରାଜସ୍ବ ବିଭାଗ ଦାୟିତ୍ବ। ସୁଦାମ ମାରାଣ୍ଡିଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅଛନ୍ତି ସୁଦାମ ମାରାଣ୍ଡି। ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପୁଣି ଜଣେ ମନ୍ତ୍ରୀଙ୍କୁ ଟିମରେ ସାମିଲ କରିବା ବଦଳରେ ପୂର୍ବରୁ ଥିବା ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ନବୀନ ।
୨୦୧୯ରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ ସୁଦାମ । ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିଥିଲେ।

ବିଜେଡିର ବଡ଼ ଆକ୍ସନ : ଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା

COASTAL NEWS Odia 841

ବିଜେଡିର ବଡ଼ ଆକ୍ସନ : ଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା




ଭୁବନେଶ୍ୱର  : Bhanja bihari mohanty ବିଜେଡିର ବଡ଼ ଆକ୍ସନ । ଦଳରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ମଧ୍ଯ ବହିଷ୍କାର ହୋଇଛନ୍ତି। ତାଙ୍କୁ ବହିଷ୍କାର କରିଛି ବିଜେଡି । ଦଳରୁ ବହିଷ୍କାର ନେଇ ନିଜେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ଗତ କିଛି ଦିନ ହେବ ବିଜେଡି ଓ ସୌମ୍ୟରଞ୍ଜନଙ୍କ ଭିତରେ ବଢ଼ିଥିଲା ଦୂରତା । ସୌମ୍ୟ ବାବୁ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ଏହା ପରେ ବିଜେଡିର ଅନେକ ତୁଙ୍ଗ ନେତା ଗଣମାଧ୍ୟମକୁ ଆସି ସୌମ୍ୟ ନିଜ ଆଲେଖ୍ୟ ମାଧ୍ୟମରେ ପାର୍ଟି ଓ ସରକାରଙ୍କୁ ସମାଲୋଚନା ବନ୍ଦ କରିବା ପାଇଁ ଆହ୍ବାନ ଦେଇଥିଲେ। ନହେଲେ ପାର୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ଉଠିଥିଲା । 

ସୌମ୍ୟବାବୁ ପାର୍ଟି ଓ ସରକାରକୁ ବ୍ଲାକମେଲ୍ କରୁଛନ୍ତି ବୋଲି ବିଜେଡିର ବିଧାୟକ, ମନ୍ତ୍ରୀମାନେ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କୁ ବିଜେଡି ଉପସଭାପତି ପଦରୁ ବିଦା କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଓ ସୌମ୍ୟଙ୍କ ମଧ୍ୟରେ ବିବାଦ ହେବା ଦିନଠାରୁ ବିଜେଡି ନେତା ଇସ୍ତଫା ଦାବି କରି ଆସୁଥିଲେ । ବିଜେଡିରେ ରହି ଦଳ ବିରୋଧରେ କହିବା ତାଙ୍କ ପାଇଁ ମହଙ୍ଗା ହୋଇଛି ।

ବାଚସ୍ପତି ପଦ ପାଇଁ ପ୍ରମିଳା ମଲ୍ଲିକଙ୍କ ନାମାଙ୍କନ ପତ୍ର ଦାଖଲ

COASTAL NEWS Odia 840

ବାଚସ୍ପତି ପଦ ପାଇଁ ପ୍ରମିଳା ମଲ୍ଲିକଙ୍କ ନାମାଙ୍କନ ପତ୍ର ଦାଖଲ

 

ଭୁବନେଶ୍ୱର : ଭଞ୍ଜ ବିହାରୀ ମହାନ୍ତି - ବିଧାନସଭାରେ ବିଜେଡି ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ଗୁରୁବାର ପ୍ରମିଳା ମଲ୍ଲିକ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ। ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ।

ଏହାପୂର୍ବରୁ ମନ୍ତ୍ରୀ ପଦରୁ ଗୁରୁବାର ପ୍ରମିଳା ମଲ୍ଲିକ ଇସ୍ତଫା ଦେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବାଚସ୍ପତି ପଦ ପାଇଁ ଆଜି ବିଜେଡି ପକ୍ଷରୁ ନାମାଙ୍କନ ଦାଖଲ କରିବା ସହ ନାମାଙ୍କନ ଭରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଗୁଜବ

COASTAL NEWS Odia 839

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଗୁଜବ 



ଆମେରିକା - ଭଞ୍ଜ ବିହାରୀ ମହାନ୍ତି - ‘ମୁଁ ବହୁ ଦୁଃଖିତ ହୋଇ କହୁଛି ଯେ, ମୋ’ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ପରଲୋକ ହୋଇ ଯାଇଛି। ତେଣୁ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ମୁଁ ପ୍ରାର୍ଥୀ ହେବି।’ ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏପରି ଖବର ସୋଶାଲ ମିଡିଆରେ ପ୍ରଚାରିତ ହେବା ପରେ ସମସ୍ତେ ଏକ ପ୍ରକାର ସ୍ତବ୍ଧ ହୋଇଯାଇଥିଲେ। ଉକ୍ତ ପୋଷ୍ଟ ଟ୍ରମ୍ପଙ୍କ ପୁଅ ଜୁନିୟର ଡୋନାଲ୍ଡ ଟ୍ରମ୍ପଙ୍କ ସୋଶାଲ ମିଡିଆ ଆକାଉଣ୍ଟ Xରୁ ପୋଷ୍ଟ କରାଯାଇଥିଲା।
 
ଏପରି ପୋଷ୍ଟକୁ ଦେଖି ସମସ୍ତେ ଚକିତ ହୋଇ ଯାଇଥିବା ବେଳେ ଏହାକୁ ଅବିଶ୍ୱାସ କରିବାର କିଛି ଅବକାଶ ନ ଥିଲା। ମାତ୍ର ପରେ ଛାନଭିନରୁ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ଆକାଉଣ୍ଟ ଗତ ରାତିରୁ ହ୍ୟାକ୍‌ ହୋଇଥିବା ଜଣାପଡ଼ିଥିଲା।
ଗତ ରାତିରେ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ X ଆକାଉଣ୍ଟରୁ ସିରିଜ ଅଫ୍‌ ମେସେଜ ପୋଷ୍ଟ କରାଯାଇଥିବା ବେଳେ ଟ୍ରମ୍ପଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକ ସେଥିରେ ବାଇଡେନଙ୍କୁ ବି ଟାର୍ଗେଟ କରାଯାଇଥିଲା। ବହୁ ଛାନଭିନ ପରେ ଉକ୍ତ ଆକାଉଣ୍ଟ ହ୍ୟାକ୍‌ ହୋଇ ଯାଇଥିବା ସ୍ପଷ୍ଟ ହେଲା।

ଏପରି ଆକାଉଣ୍ଟ ହ୍ୟାକ୍ କରି ସାଇବର ଅପରାଧୀ ସମାଜରେ ମିଥ୍ୟା ଓ ନକରାତ୍ମକ ଖବର ପରିବେଷଣ କରୁଥିବା ଅଭିଯୋଗ ହେଉଛି। ତେଣୁ ଡିଜିଟାଲ ଯୁଗରେ ଏହାର ସୁରକ୍ଷା ଏବେ ବିରାଟ ପ୍ରଶ୍ନବାଚୀ ଭାବେ ଉଭା ହୋଇଛି।

ଜୁନିୟର ଡୋନାଲ୍ଡ ଟ୍ରମ୍ପ ରାଜନୀତି କ୍ଷେତ୍ରରେ ବେଶ୍‌ ସକ୍ରିୟ ଥିବା ବେଳେ ନିଜ ମତ ଉପସ୍ଥାପନ କରିବାକୁ ସେ ସବୁ ସମୟରେ ସୋଶାଲ ମିଡିଆ ସାଇଟ୍‌ Xର ବ୍ୟବହାର କରନ୍ତି। ଏବେ ତାଙ୍କ ଆକାଉଣ୍ଟ ହ୍ୟାକ୍‌ ହେବା ଘଟଣା ପଛରେ କାହାର ହାତ ଅଛି, ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ତୁର୍କୀ-ପର୍ତ୍ତୁଗାଲ

COASTAL NEWS Odia 838

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ତୁର୍କୀ-ପର୍ତ୍ତୁଗାଲ
ସୁରକ୍ଷା ପରିଷଦରେ


 
ନ୍ୟୁୟର୍କ,୨୧।୯ :( ଭଞ୍ଜ ବିହାରୀ ମହାନ୍ତି) ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୮ ତମ ଅଧିବେଶନରେ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ଆସନ ମଧ୍ୟ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଦେ ସୋସାଙ୍କ ସମର୍ଥନ ପାଇଛି। ଭାରତ ଏବଂ ବ୍ରାଜିଲ ପାଇଁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ସେ ଦୃଢ଼ ଭାବରେ ସମର୍ଥନ କରିଥିଲେ ଏବଂ ଏହି ଦେଶଗୁଡ଼ିକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଥିଲେ। ଅନ୍ୟ ପଟେ, ତୁର୍କୀ ୫ ଜଣ ସଦସ୍ୟଙ୍କୁ ସ୍ଥାୟୀ କରି ୧୫ ଜଣ ଅସ୍ଥାୟୀ ସଦସ୍ୟ କରିବାକୁ ପସନ୍ଦ କରିଥିଲେ।

ପର୍ତ୍ତୁଗୀଜ ରାଷ୍ଟ୍ରପତି କହିଛନ୍ତି ସୁରକ୍ଷା ପରିଷଦର ଧାରଣା ପୁରୁଣା ସଂରଚନାରେ ସଠିକ ହୋଇଥାଇପାରେ କିନ୍ତୁ ସେହି ଜଗତ ଆଉ ନାହିଁ। ବର୍ତ୍ତମାନ ଭାରତ ଏବଂ ବ୍ରାଜିଲ ବିଶ୍ୱକୁ ବଡ ଦେଶ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପ୍ରତିନିଧିତ୍ୱ କରୁଛନ୍ତି, ତେଣୁ ସେମାନଙ୍କୁ ଅଣଦେଖା କରାଯାଇପାରିବ ନାହିଁ। ଭାରତ ଏବଂ ବ୍ରାଜିଲ ଭଳି ଦେଶକୁ ସ୍ଥାୟୀ ସଦସ୍ୟ ହେବାକୁ ରକ୍ଷା କରି ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର ଆଣିବାକୁ ସେ ଆହ୍ବାନ କରିଛନ୍ତି।

ବର୍ତ୍ତମାନର ବ୍ୟବସ୍ଥା ଇକ୍ୱିଟି ଏବଂ ନ୍ୟାୟ ସହିତ ସ୍ଥାୟୀ ବିକାଶକୁ ଅର୍ଥ ପ୍ରଦାନ କରିବାରେ ସକ୍ଷମ ନୁହେଁ ବୋଲି ସେ କହିଛନ୍ତି କାରଣ ଗରିବ ଦେଶ ଅପେକ୍ଷା ଧନୀ ଦେଶ ଅଧିକ ପ୍ରାଥମିକତା ପାଆନ୍ତି। ଏହାପୂର୍ବରୁ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ମଧ୍ୟ ୟୁଏନଏସସିରେ ସ୍ଥାୟୀ ଆସନ ପାଇଁ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିଲେ। ଯଦି ଭାରତ ୟୁଏନଏସସିର ପୂର୍ଣ୍ଣ ସଦସ୍ୟ ହୋଇଯାଏ ତେବେ ତୁର୍କୀ ଗର୍ବିତ ହେବ ବୋଲି ସେ କହିଛନ୍ତି। ସମସ୍ତ ଦେଶ ପରିଷଦ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି।
ତୁର୍କୀ ରାଷ୍ଟ୍ରପତି ଏରଡୋନ କହିଛନ୍ତି, ୫ ସ୍ଥାୟୀ ସଦସ୍ୟଙ୍କ ଅପେକ୍ଷା ବିଶ୍ୱ ବହୁତ ବଡ଼ ଏବଂ ଏଭଳି ପରିସ୍ଥିତିରେ ଭାରତ ସ୍ଥାୟୀ ସଦସ୍ୟତା ପାଇବାକୁ ପଡିବ। ମୋଟ ୨୦ ସଦସ୍ୟ ଘୂର୍ଣ୍ଣନ ଦ୍ୱାରା ୟୁଏନଏସସିରେ ସେମାନଙ୍କର ପ୍ରଭାବ ଜାରି ରଖିପାରିବେ ।

ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ଉଚ୍ଚ ସ୍ତରୀୟ ୭୮ ତମ ଅଧିବେଶନରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଏବଂ ସହଯୋଗ ମାଧ୍ୟମରେ ଦକ୍ଷିଣ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ରାସ୍ତା କାଶ୍ମୀରରେ ଏକ ସ୍ଥାୟୀ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ।

ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

COASTAL NEWS Odia 837

ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍


ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଚାଲିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ। ଦକ୍ଷିଣପୂର୍ବ ରେଳପଥ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦିଆଯାଇଛି।

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସପ୍ତାହକୁ ୬ ଦିନ ଚଳାଚଳ କରିବ। ଏହା ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡିବାକୁ ଥିବା ବେଳେ ଦିନ ୧୨ଟା ୪୫ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।

ସେହିପରି ଫେରିବା ମାର୍ଗରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଅପରାହ୍ନ ୨ଟା ୧୦ରେ ରାଉଲକେଲା ଛାଡ଼ିବ ଓ ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଳପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ ରହଣି କରିବ।

ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପୂର୍ଣ୍ଣ ଟ୍ରାଏଲ ରନ୍ ହୋଇଥିଲା। ଟ୍ରେନଟି ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିଥିଲା। ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିଥିଲା।

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ

COASTAL NEWS Odia 836

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ


ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ମିଳିବ ବଡ଼ କ୍ଷତିପୂରଣ ରାଶି । ଏହି କ୍ଷତିପୂରଣ ରାଶି ପୂର୍ବାପେକ୍ଷା ୧୦ ଗୁଣ ଅଧିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଟ୍ରେନ୍‌ ଦୁର୍ଘଟଣା ଓ ଅତର୍କିତ ଭାବେ ଘଟୁଥିବା ଅନ୍ୟ ଘଟଣା ଯୋଗୁ ଟ୍ରେନ ଯାତ୍ରୀଙ୍କ ମୃତ୍ୟୁ ହେଲେ ଏହି ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ପୂର୍ବରୁ ରେଳବାଇ ପକ୍ଷରୁ ୨୦୧୨ ଓ ୨୦୧୩ ମସିହାରେ କ୍ଷତିପୂରଣ ରାଶିର ପରିମାଣରେ ସଂଶୋଧନ କରାଯାଇଥିଲା।

ରେଳବାଇର ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫୦ ହଜାର ପରିବର୍ତ୍ତେ ୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସେହିପରି ଗୁରୁତର ଆହତଙ୍କୁ ମିଳୁଥିବା କ୍ଷତିପୂରଣ ରାଶିକୁ ୨୫ ହଜାରରୁ ବଢ଼ାଇ ୨.୫୦ ଲକ୍ଷ ଟଙ୍କା କରାଯାଇଛି। । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ୫ ହଜାର ପରିବର୍ତ୍ତେ ୫୦ ହଜାର ଟଙ୍କା ମିଳିବ ।

ଏହାବାଦ ଅତର୍କିତ ଘଟଣା ଯେପରି ଟ୍ରେନ୍‌ ଉପରେ ଆତଙ୍କବାଦୀ ଆକ୍ରମଣ, ଟ୍ରେନ୍‌ରେ ଡକାୟତି, ହିସାଂକାଣ୍ଡ ଆଦି ଘଟଣା ଘଟି କାହାର ଜୀବନ ହାନୀ ଘଟିଲେ ତଥା କେହି ଗୁରୁତର ଆହତ ହେଲେ ସହାୟତା ରାଶିର ପରିଣାମ ବଢ଼ାଯିବ । ଏପରି ଘଟଣାରେ ମୃତ୍ୟୁମୁଖରେ ପଡ଼ୁଥିବା ଯାତ୍ରୀଙ୍କୁ ଦେଢ ଲକ୍ଷ, ଗୁରୁତରଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫ ହଜାର ମିଳିବ । ପୂର୍ବରୁ ଏହି ରାଶି ଯଥାକ୍ରମରେ ୫୦ ହଜାର, ୨୫ ହଜାର ଓ ୫ ହଜାର ଟଙ୍କା ଥିଲା।

ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ ଅନୁକମ୍ପା ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।

ତିଆରି ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ରେଳକୋଚ୍‌ ରେଷ୍ଟୁରାଣ୍ଟ

COASTAL NEWS Odia 835

ତିଆରି ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ରେଳକୋଚ୍‌ ରେଷ୍ଟୁରାଣ୍ଟ



ରାୟଗଡ଼ା,୨୧।୯  : ଭଞ୍ଜ ବିହାରୀ ମହାନ୍ତି - ରାୟଗଡ଼ାରେ ନୂତନ ରେଳ ଡିଭିଜନ କାର୍ଯ୍ୟ ଆରମ୍ଭ ହେବା ପରଠୁ ରାୟଗଡ଼ା ରେଳ ଷ୍ଟେଶନ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। କିଛି ମାସ ହେବ ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରେଳ ବିଭାଗ ପକ୍ଷରୁ ଏକ ଅଲ୍‌ଟ୍ରା ଆଧୁନିକ ରେଳ କୋଚ ରେଷ୍ଟୁରାଣ୍ଟ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଥିରେ ଦେଖିବାକୁ ମିଳିବ ଡଙ୍ଗରିଆଙ୍କ କଳାକୃତି l ଉକ୍ତ ରେଳ ବଗିରେ ରାୟଗଡ଼ା ଜିଲାର ଡଙ୍ଗରିଆଙ୍କ କଳାକୃତି ଦେଖିବାକୁ ମିଳିଛି। ଏହା ଲୋକଙ୍କର ବେଶ୍‌ ମନ ମୋହୁଛି। ଉଦ୍‌ଘାଟନ ନ ହେବା ଆଗରୁ ହିଁ ଲୋକେ ଏଠାରେ ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛି। 

ଦକ୍ଷିଣ ଓଡ଼ିଶାର ଏହା ପ୍ରଥମ ଅଲ୍‌ଟ୍ରା ରେଳ କୋଚ୍‌ ରେଷ୍ଟୁରାଣ୍ଟ ବୋଲି କୁହାଯାଉଛି। ଏହା ୨୪x ୭ ସେବା ଯୋଗାଇବ। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଉଦ୍‌ଘାଟନ କରାଯିବ। ସାଧାରଣ ଲୋକଙ୍କୁ ସୁହାଇବା ଭଳି ଟଙ୍କାରେ ବିଭିନ୍ନ ଖାଦ୍ୟପେୟ ଏଥିରେ ରଖା ଯାଇଥିବା ବିଭଗୀୟ ସୂତ୍ରରୁ ଜଣା ପଡିଛି। ଜନ୍ମଦିନ ପାର୍ଟି ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଏହା ବ୍ୟବହାର କରିପାରିବେ ବୋଲି ଜଣାପଡ଼ିଛି। ରେଲଓ୍ବେ ଯାତ୍ରୀ, ଅନ୍ୟ ଲୋକମାନେ ଏହି ସୁବିଧା ଉଠାଇପାରିବେ ବୋଲି ଜଣାପଡ଼ିଛି।

ଭାରତ ଷ୍ଟେଶନ ଯୋଜନାନୁଯାୟୀ ରାୟଗଡ଼ା ରେଳ ଷ୍ଟେଶନର ଭିତ୍ତି ଭୂମିକୁ ବିକାଶ କରାଯାଉଛି। ରାୟଗଡ଼ାର ପୁରାତନ ରେଳ ଷ୍ଟେଶନରେ ପରିତ୍ୟକ୍ତ ଏବଂ ପ୍ରତିବନ୍ଧିତ ହୋଇପଡି ରହିଥିବା ବଗିଟିକୁ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ କରାଯାଇଛି। ଏହାର ଭିତର ବାହାରେ ସୁନ୍ଦରଭାବେ ଡଙ୍ଗରିଆଙ୍କ ଚିତ୍ରକଳା ରହିଛି। 

ଏକ ବେସରକାରୀ ସଂସ୍ଥାକୁ ଟେଣ୍ଡର ଦିଆଯାଇଛି, କିନ୍ତୁ ରେଳ ବିଭାଗ ନିୟମାନୁଯାୟୀ କାର୍ଯ୍ୟ କରାଯିବ। ୫ ବର୍ଷ ପର୍ଯ୍ୟନ୍ତ ଏହି ଟେଣ୍ଡର ରହିବ। ପ୍ରତ୍ୟେକ ୫ ବର୍ଷରେ ମାଲିକାନା ପରିବର୍ତ୍ତନ କରାଯିବ ବୋଲି ରାୟଗଡ଼ା ଷ୍ଟେଶନ ମାଷ୍ଟର ପରମାନନ୍ଦ ବିଡ଼ିକା କହିଛନ୍ତି। ଏହା ରେଳ ବିଭାଗର ଉନ୍ନତୀକରଣ କାର୍ଯ୍ୟରେ ଯାଉଛି। ଷ୍ଟେଶନକୁ ସୁନ୍ଦର କରିବା ସହ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଏଭଳି ପ୍ରୟାସ କରାଯାଇଛି ।

୪୩ କୁଖ୍ୟାତ ଖାଲିସ୍ଥାନୀ ଅପରାଧୀଙ୍କ ତାଲିକା ଜାରି

COASTAL NEWS Odia 834

୪୩ କୁଖ୍ୟାତ ଖାଲିସ୍ଥାନୀ ଅପରାଧୀଙ୍କ ତାଲିକା ଜାରି 



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଖଲ୍ଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜାରର ମୃତ୍ୟୁକୁ ନେଇ ଭାରତ-କାନାଡା ସଂପର୍କରେ ତିକ୍ତତା ଆସିଥିବା ବେଳେ ବଡ଼ ପଦକ୍ଷେପ ନେଇଛି ଏନଆଇଏ। କାନାଡାର ଆତଙ୍କୀ ଗ୍ୟାଙ୍ଗଷ୍ଟର ସହ ସଂପର୍କରେ ଥିବା ୪୩ କୁଖ୍ୟାତ ଅପରାଧୀଙ୍କ ତାଲିକା ଜାରି କରିଛି ଏନଆଇଏ। ଏଥିସହ ଭାରତରେ ଖଲ୍ଲିସ୍ତାନୀ ମୁଭମେଣ୍ଟକୁ ରୋକିବା ଲାଗି ଏନଆଇଏ ଆଉ ଏକ ବଡ଼ ପଦକ୍ଷେପ ନେଇଛି।
ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ୍ ଘୋଷଣା କରିଛି ଏନଆଇଏ। ଆତଙ୍କବାଦୀ ହରୱିନ୍ଦର ସିଂ ସାନ୍ଧୁ ଓରଫ ରିଣ୍ଡା ଏବଂ ଲଖବୀର ସିଂହ ସାନ୍ଧୁ ଓରଫ ଲାଣ୍ଡାକୁ ଧରାଇବା ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ୟାସ୍ ପ୍ରାଇଜ୍ ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ସେହିପରି ଏମାନଙ୍କର ଅନ୍ୟ ୩ ସହଯୋଗୀଙ୍କ ନାଁରେ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ।
ଅପରାଧୀମାନଙ୍କର ଫଟୋ ସହ ତାଲିକା ଜାରି କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଏଥିସହ ଏ ସମସ୍ତ ଅପରାଧୀଙ୍କର ସଂପତ୍ତି ବିଷୟରେ ଜଣାଇବାକୁ ଲୋକଙ୍କୁ ଅନୁରୋଧ କରିଛି ଏନଆଇଏ। ଯଦି କୌଣସି ବ୍ୟକ୍ତି ଏହି ଏନଆଇଏ ଜାରି କରିଥିବା ଅପରାଧୀଙ୍କର ସଂପତ୍ତି ବିଷୟରେ କୌଣସି ତଥ୍ୟ ପାଆନ୍ତି ତେବେ ଜଣାଇବାକୁ ଅନୁରୋଧ କରିଛି ଏନଆଇଏ।
ତଥ୍ୟ ପ୍ରଦାନ ଲାଗି ଏନଆଇଏ ଏକ ହ୍ୱାଟସଆପ୍ ନମ୍ବର ମଧ୍ୟ ଶେଆର କରିଛି। ଏଥିସହ ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ଏନଆଇଏ ସ୍ପଷ୍ଟ କରିଛି। ଏନଆଇଏର ଏହି ଲିଷ୍ଟରେ ଟପରେ ରହିଛି ଲରେନ୍ସ ବିଷ୍ନୋଇ। ସେହିପରି ଯଶଦୀପ ସିଂହ, କାଲା ଜଠେରୀ ଓରଫ ସନ୍ଦୀପ, ବୀରେନ୍ଦ୍ର ପ୍ରତାପ ଓରଫ କାଲା ରାଣା ଏବଂ ଯୋଗୀନ୍ଦର ସିଂହର ଫଟୋ ସହ ଲିଷ୍ଟ ଜାରି କରିଛି ଏନଆଇଏ।
ଏହି ଲିଷ୍ଟରେ ଏନଆଇଏ କହିଛି ଯେ ଏମାନଙ୍କ ମଧ୍ୟରୁ ଅନେକ ଗ୍ୟାଙ୍ଗଷ୍ଟର କାନାଡାରେ ରହୁଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକାଣ୍ଡ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କ ହାତ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ କାନାଡା ସଂସଦରେ ଜଣାଇବା ପରେ ଭାରତ-କାନାଡା ମଧ୍ୟରେ ତିକ୍ତତା ଦେଖା ଦେଇଛି।

ସଂକ୍ଷିପ୍ତ ଖବର

COASTAL NEWS Odia 833
ସକ୍ଷିପ୍ତ ଖବର 
ରଜନି କାନ୍ତ ବକ୍ସି 


ଭୁବନେଶ୍ବର - ( ରଜନି କାନ୍ତ ବକ୍ସି) _➡️୧-ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି, ରବି ଫସଲ ପାଇଁ ୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି କାଳିଆ ଟଙ୍କା l

➡️୨-ଏବେ କିଷାନ କ୍ରେଡିଟ୍ କାର୍ଡ ତିଆରି ପ୍ରକ୍ରିୟାକୁ କେନ୍ଦ୍ର ସରକାର କଲେ ଆହୁରି ସରଳ l ଏଣିକି ଆବେଦନର ୧୪ ଦିନ ମଧ୍ୟରେ ମିଳିବ କିଷାନ କ୍ରେଡିଟ କାର୍ଡ l

➡️୩-ହିନ୍ଦୁ ସାଧୁ ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ବିଶାଳ ପ୍ରତିମୂର୍ତ୍ତି ନର୍ମଦା ନଦୀ କୂଳରେ ଥିବା ଓମକାରେଶ୍ୱରରେ ଆଜି ହେବ ଉନ୍ମୋଚିତ l ମଧ୍ୟପ୍ରଦେଶ ସିଏମ ଶିବରାଜ ଏହି ପ୍ରତିମୂର୍ତ୍ତିକୁ କରିବେ ଉନ୍ମୋଚନ l

➡️୪-ଶିକ୍ଷକ ମହାସଂଘକୁ CMO ଅଫିସ୍‌ରୁ ହେଲା ଡକରା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସନ୍ତା ୨୩ରେ ହେବ ଏହି ଆଲୋଚନା l

➡️୫-ସରିଲା ସସ୍‌ପେନ୍ସ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଜେଡି ବାଚସ୍ପତି ପ୍ରାର୍ଥୀ l ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା । ୨୨ ତାରିଖ ସକାଳ ସାଢ଼େ ୯ଟାରେ ହେବ ବାଚସ୍ପତି ନିର୍ବାଚନ l

➡️୬-ହ୍ଵାଟସ୍ ଆପ୍ ଆଣିଲା ନୂତନ ବୈଶିଷ୍ଟ୍ୟ, ଏଣିକି ପେଟିଏମ୍ ଏବଂ ଗୁଗୁଲ୍ ପେ ପରି କରିପାରିବେ ପେମେଣ୍ଟ୍ l

➡️୭-ଲୋକସଭାରେ ଭୋଟିଂ ଜରିଆରେ ପାସ୍‌ ହେଲା ମହିଳା ସଂରକ୍ଷଣ ବିଲ୍‌ l ଦୁଇ ତୃତୀୟାଂଶ ବହୁମତରେ ହେଲା ବିଲ ପାସ l ବିଲ୍‌ ସପକ୍ଷରେ ରହିଛି ୪୫୪ ଓ ବିପକ୍ଷରେ ୨ଟି ଭୋଟ୍‌ l

➡️୮-ଓଡ଼ିଆ ବୈଜ୍ଞାନିକ ଡା. ସ୍ୱାତୀ ନାୟକଙ୍କୁ ମିଳିବ ସମ୍ମାନଜନକ ‘ନରମାନ ବୋରଲଗ ପୁରସ୍କାର ୨୦୨୩’ । ଏନେଇ ଆମେରିକା ସ୍ଥିତ ୱାର୍ଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ (ଆଇଡବ୍ଲ୍ୟୁଏ) ପକ୍ଷରୁ ହେଲା ଘୋଷଣା l 

➡️୯-ଇଲେକ୍ସନ କମିଶନ ରିଲିଜ କଲେ ୨ଟି ପୁସ୍ତକ l ଏଣିକି କାର୍ଟୁନ ତଥା ବ୍ୟଙ୍ଗ ପୁସ୍ତକ ମାଧ୍ୟମରେ ପିଲାମାନେ ନିର୍ବାଚନ ସମ୍ବନ୍ଧୀୟ ଅନେକ ତଥ୍ୟ ଜାଣିପାରିବେ l

➡️୧୦-ଫିଲ୍ମ ‘ଗଦର-୨’ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଫିଲ୍ମଟି ଆସନ୍ତାମାସ ଅକ୍ଟୋବର ୬ ତାରିଖରେ ଓଟିଟି ପ୍ଲାଟଫର୍ମ ଜି୫ ରିଲିଜ୍‌ ହେବ।

➡️୧୧-ଆସନ୍ତା ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଜାନୁଆରୀ ୨୬ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

➡️୧୨-ବାହାଘର ପୂର୍ବରୁ ହରିଦ୍ବାର ଯାଇ ଆଶୀର୍ବାଦ‌ ନେଲେ ରାଘବ-ପରୀ l ଆଗାମୀ ୨୪ ତାରିଖରେ ଲିଲା ପ୍ୟାଲେସ୍‌ରେ ସେ ଦୁହେଁ ବିବାହ କରିବେ l

➡️୧୩-ଏଲନ ମସ୍କଙ୍କ ବ୍ରେନ ଚିପ୍ ଷ୍ଟାଟଅପ ନ୍ୟୁରାଲିିଙ୍କକୁ ମିଳିଲା ଏଫଡିଏର ମଂଜୁରୀ l ଖୁବ ଶିଘ୍ର ମଣିଷ ମସ୍ତିଷ୍କରେ ଚିପ୍ ଲଗାଇ କରାଯିବ ପରୀକ୍ଷଣ l

➡️୧୪-ବନ୍ଦ ହେବନି ଆକାଶା ଏୟାର ଲାଇନ୍। ଖବରକୁ ଗୁଜବ ବୋଲି କହିଲେ ସିଇଓ ବିନୟ ଦୁବେ । 

➡️୧୫-ଜୁଲାଇରେ ନୂଆ ରେକର୍ଡ, ଗୋଟିଏ ମାସରେ EPFO ସହ ଯୋଡ଼ିହେଲେ ୧୮ ଲକ୍ଷରୁ ଅଧିକ କର୍ମଚାରୀ l ଇପିଏଫଓ ପେରୋଲ ଡାଟା ଅନୁଯାୟୀ, ସବୁଠୁ ଅଧିକ ସଦସ୍ୟ ଯୋଡ଼ିବାରେ ହେଲା ନୂଆ ରେକର୍ଡ ।

➡️୧୬-ତିକ୍ତ ହେଉଛି ଭାରତ-କାନାଡା ସଂପର୍କ । କାନାଡାରେ ଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରିକଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ l

➡️୧୭-ଆମେରିକାର ୩ଟି ସ୍ଥାନରେ ଖେଳାଯିବ ଟି-୨୦ ବିଶ୍ୱକପ ୨୦୨୪, ଆଇସିସି କଲା ବଡ଼ ଘୋଷଣା l

➡️୧୮-ଇତିହାସ ରଚିଲା ଭାରତୀୟ ପୁରୁଷ ଭଲିବଲ ଟିମ୍: ୧୯୬୬ ମସିହା ଠାରୁ ପ୍ରତିବର୍ଷ ପଦକ ଜିତି ଆସୁଥିବା ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ହରାଇଲା ଭାରତ l

➡️୧୯-ରିଲିଜ ହେଲା ICC କ୍ରିକେଟ ବିଶ୍ୱକପର ଆନ୍ଥେମ ‘ଦିଲ ଜଶନ ବୋଲେ’ l ନଜର ଆସିଲେ ପ୍ରସିଦ୍ଧ ଅଭିନେତା ରଣବୀର ସିଂ l

➡️୨୦-ଆଇସିସି ରାଙ୍କିଙ୍ଗରେ ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ କମାଲ: ୮ମ ସ୍ଥାନରୁ ପ୍ରଥମ ସ୍ଥାନରେ ପହଁଚିଲେ ସିରାଜ l

Wednesday, September 20, 2023

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ

COASTAL NEWS Odia 832

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ



ନୂଆଦିଲ୍ଲୀ - ( ଭଞ୍ଜ ବିହାରୀ ମହାନ୍ତି) ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ ହୋଇଛି। ଲୋକସଭାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍‌କୁ ଅନୁମୋଦନ ମିଳିଛି। ଭୋଟିଂ ଜରିଆରେ ପାସ୍‌ ହୋଇଛି ମହିଳା ସଂରକ୍ଷଣ ବିଲ୍‌। ବିଲ୍‌ ସପକ୍ଷରେ ୪୫୪ଟି ଭୋଟ୍‌ ହୋଇଥିବା ବେଳେ ବିପକ୍ଷରେ ପଡ଼ିଥିଲା ମାତ୍ର ୨ଟି ଭୋଟ୍‌।
ଭୋଟିଂ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। 

ଏହି ବିଲ୍‌କୁ ଏବେ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବୁଧବାର ମହିଳା ସଂରକ୍ଷଣ ବିଲ୍‌ ଉପରେ ହୋଇଥିବା ଆଲୋଚନାରେ ପାଖାପାଖି ୬୦ ଜଣ ସାଂସଦ ଭାଗ ନେଇଥିଲେ। ଏହି ସମୟରେ ଅଧିକାଂଶ ବିରୋଧୀ ଦଳ ବିଲ୍‌କୁ ସମର୍ଥନ କରିଥିଲେ। ଏହା ସହିତ ଏହାକୁ ଜଲ୍‌ଦି ଲାଗୁ କରିବା ଏବଂ ଓବିସି କୋଟା ସାମିଲ କରିବାକୁ ଦାବି କରିଥିଲେ।

ବିଲ୍‌ରେ ଥିବା ପ୍ରାବଧାନ ଅନୁସାରେ, ଦିଲ୍ଲୀ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରହିବ। ଲୋକସଭାରେ ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ। ସମସ୍ତ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ରହିବ। ମହିଳାଙ୍କ ପାଇଁ ସଂରକ୍ଷଣର ଅବଧି ୧୫ ବର୍ଷ ପାଇଁ ଲାଗୁ ହେବ। ସଂରକ୍ଷଣର ଅବଧି ବୃଦ୍ଧି ନେଇ ସଂସଦ ନିଷ୍ପତ୍ତି ନେବ। ଗତକାଲି ମହିଳା ସଂରକ୍ଷଣ ବିଲ୍‌କୁ ଲୋକସଭାରେ ଆଗତ କରାଯାଇଥିଲା।


ନୂଆଁଖାଇରେ ଚାଷୀ ପାଇଲେ କାଳିଆ ସହାୟତା, ୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି

COASTAL NEWS Odia 831

ନୂଆଁଖାଇରେ ଚାଷୀ ପାଇଲେ କାଳିଆ ସହାୟତା, ୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି




ଭୁବନେଶ୍ବର -  ( ଭଞ୍ଜ ବିହାରୀ ମହାନ୍ତି.) ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି। ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି।

ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି। ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି। 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି। ସେ ପୁଣି କହିଲେ ଯେ ଚାଷୀ ପରିବାର ର ପିଲାମାନେ doctor, engineer ହୋଇ, ଭଲ ଭଲ profession ରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି। ଏହାଦ୍ବାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟ ମନ୍ତ୍ରୀ କହୁଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ scholarship ଦେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର premium ଦେଉଛନ୍ତି। 

ଏ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...