AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ଇସ୍ରୋ ଆରମ୍ଭ କରିବ ସୌର ମିଶନ

 COASTAL NEWS Odia 562

ଇସ୍ରୋ ଆରମ୍ଭ କରିବ ସୌର ମିଶନ



ନୂଆଦିଲ୍ଲୀ - ଚନ୍ଦଯାନ-୩ର ସଫଳତା ପରେ ଆସନ୍ତାକାଲି ଇସ୍ରୋ ଆରମ୍ଭ କରିବ ସୌର ମିଶନ । ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ L1 । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି ତଥା ରିହର୍ସଅଲ । ଏବେ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌ ।

ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।

ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ।

ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ହେବ। ସେଠାରେ ପରାଗ ବା ଗ୍ରହଣର କୌଣସି ପ୍ରଭାବ ପଡ଼ୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରହିବ।

ଏଥିରେ ମୋଟ ୭ଟି ପେ'ଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ। ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ।

ଇସ୍ରୋ ପ୍ରଥମଥର ମିଶନ ସୂର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ସୂର୍ଯ୍ୟର ରହସ୍ୟ ଭେଦିବାକୁ ପ୍ରାଚୀନ କାଳରୁ ପ୍ରୟାସ ଜାରି ରହିଛି। କିଛି ବିକଶିତ ଦେଶ ସୂର୍ଯ୍ୟ ନିକଟକୁ ଅଧିକ ଗବେଷଣା ପାଇଁ ମହାକାଶଯାନ ବି ପଠାଇସାରିଛନ୍ତି।

ଇସ୍ରୋର ଚେୟାରମ୍ୟାନ କହିଛନ୍ତି, ଆଦିତ୍ୟ L1 ଉପଗ୍ରହକୁ ଲଞ୍ଚ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରକେଟ୍‌ ଓ ସାଟେଲାଇଟ୍‌ ପ୍ରସ୍ତୁତ ହୋଇ ସାରିଛି। ରିହର୍ସଲ ବି ସରିଛି। ଆଜିଠୁ କାଉଣ୍ଟଡାଉନ ଆରମ୍ଭ ହେବ ।

ଆଦିତ୍ୟ L1 ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ଶନିବାର ହେବାକୁ ଥିବା ଏହି ଲଞ୍ଚିଂ ପ୍ରୋଗ୍ରାମ ଦେଖିବାକୁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶ୍ରୀହରିକୋଟ ଲଞ୍ଚ ପ୍ୟାଡରୁ ଆଦିତ୍ୟ L1 ଉତକ୍ଷେପଣ ଦେଖିବା ନିମନ୍ତେ ସିଟ ବୁକିଂ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଇସ୍ରୋର ୱେବସାଇଟ୍‌ରେ ବି ଦର୍ଶକମାନେ ଆଦିତ୍ୟ L1 ଲଞ୍ଚର ଲାଇଭ ଟେଲିକାଷ୍ଟ ଦେଖିପାରିବେ। ଇସ୍ରୋର ୟୁଟ୍ୟୁବରେ ବି ଦର୍ଶକ ଏହାର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।

ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ L1ର ମୂଳ ଲକ୍ଷ୍ୟ । ସେଥିପାଇଁ ଲାଗ୍ରେଞ୍ଜ ପଏଣ୍ଟ ଏକ ସ୍ୱତନ୍ତ୍ର ସ୍ଥାନ । କାରଣ ସୂର୍ଯ୍ୟଠାରୁ ବାହାରୁଥିବା କରୋନାଲ ମାସ ଇଜେକ୍ସନ ଓ ସୌର ଝଡ଼ ଏହି ପଥ ଦେଇ ପୃଥିବୀ ଆଡ଼କୁ ଯାଇଥାଏ। ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମାସ୍ପିଅର ଓ ବାହ୍ୟସ୍ତର କରୋନାର ଅନୁଧ୍ୟନା କରିବା ପାଇଁ ଆଦିତ୍ୟ L1ରେ ୭ଟି ପ୍ଲେଲୋଡ ରହିବ । ସେଥି ମଧ୍ୟରୁ ଏହି ଚାରିଟି ପ୍ଲେଲୋଡ ସିଧାସଳଖ ସୂର୍ଯ୍ୟଙ୍କୁ ନିରୀକ୍ଷଣ କରିବ । ଅବଶିଷ୍ଟ ତିନିଟି L1 ପଏଣ୍ଟରେ କଣିକା ଏବଂ କ୍ଷେତ୍ରର ଇନ୍-ସିଟ୍ ଅଧ୍ୟୟନ କରାଯିବ ।

ସୌରପୃଷ୍ଠର ବାହାର ପରସ୍ତ ବା କରୋନାକୁ ଅନୁଧ୍ୟାନ କରିବା ପାଇଁ ଇନଷ୍ଟଲ ହୋଇଥିବା କୋରନାଗ୍ରାଫ ପେଲୋଡ ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟଟ ଅଫ୍‌ ଆଷ୍ଟ୍ରୋଫିଜିକ୍ସ ସ୍ୱଦେଶୀ ଜ୍ଞାନକୌଶଳ ଆପଣାଇ ବିକଶିତ କରାଯାଇଛି।





ରୋଭର ପ୍ରଜ୍ଞାନ ପଠାଇଲା ରେକର୍ଡ

 COASTAL NEWS Odia 561

ରୋଭର ପ୍ରଜ୍ଞାନ ପଠାଇଲା ରେକର୍ଡ 



ବେଙ୍ଗାଲୁରୁ,୧।୯: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଗୁରୁବାର କହିଛି ଯେ ଚନ୍ଦ୍ର ପୃଷ୍ଠରେ ବୁଲୁଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ପୋଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ରେକର୍ଡ କରିଛି। ଏହାକୁ ଏକ ପ୍ରାକୃତିକ ଘଟଣା ଭାବେ ବିବେଚନା କରାଯାଏ ଏବଂ ଇସ୍ରୋ ଏହି ଘଟଣାର ଉତ୍ସ ଖୋଜିବାକୁ ଚେଷ୍ଟା କରୁଛି। ବାସ୍ତବରେ, ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଏକ ସ୍ବତନ୍ତ୍ର ଭୂକମ୍ପ କମ୍ପନକୁ ରେକର୍ଡ କରିଛି।

ଏକ ସିଚ୍ୟୁଏଶନ ବୈଜ୍ଞାନିକ ପରୀକ୍ଷଣ ଭାବରେ, ଚନ୍ଦ୍ରୟାନ -୩ର ଲ୍ୟାଣ୍ଡର ଉପରେ ସ୍ଥାପିତ ଆଇଏଲଏସଏସ (ଇନଷ୍ଟ୍ରୁମେଣ୍ଟ ଅଫ ଚନ୍ଦ୍ର ଭୂକମ୍ପ କାର୍ଯ୍ୟକଳାପ) ପେଲୋଡ ମାଇକ୍ରୋ ଇଲେକ୍ଟ୍ରୋ ମେକାନିକାଲ ସିଷ୍ଟମ ଟେକ୍ନୋଲୋଜି ସହିତ ସଜ୍ଜିତ। ପ୍ରଥମ ଥର ପାଇଁ ଏପରି ଯନ୍ତ୍ରକୁ ଚନ୍ଦ୍ରକୁ ପଠାଯାଇଛି । ରୋଭର ପ୍ରଜ୍ଞାନ ଏବଂ ଅନ୍ୟାନ୍ୟ ପେଲୋଡର ଗତିବିଧିକୁ ରେକର୍ଡ କରିଛି। ଏହି ସମୟରେ, ୨୬ ଅଗଷ୍ଟ ୨୦୨୩ରେ, ଏକ ଘଟଣା ମଧ୍ୟ ରେକର୍ଡ କରାଯାଇଥିଲା। ଏହି ଘଟଣା ବର୍ତ୍ତମାନ ପ୍ରାକୃତିକ ମନେହୁଏ। ଯଦିଓ ଏହାର ଅନୁସନ୍ଧାନ କରାଯାଉଛି ।

ଜଗା ଦର୍ଶନ ପାଇଁ ଗଣିବେ ଟଙ୍କା

 COASTAL NEWS Odia 560

ଜଗା ଦର୍ଶନ ପାଇଁ ଗଣିବେ ଟଙ୍କା, ଭକ୍ତଙ୍କ ଉପରେ ବୋଝ ଲଦିବ ଶ୍ରୀମନ୍ଦିର ପ୍ରଶାସନ




ପୁରୀ  : ଜଗା ଦର୍ଶନ ପାଇଁ ଗଣିବେ ଟଙ୍କା । ଆୟ ବଢାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଉପରେ ଭାର ଲଦିଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରରେ ମାଗଣା ଦର୍ଶନ ମିଳିବନି । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠକୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ୍ ବ୍ୟବସ୍ଥା କରିବ । ଫଳରେ ନିର୍ଦିଷ୍ଟ ସମୟ ପାଇଁ ଭକ୍ତ ଦେୟଯୁକ୍ତ ଜଗା ଦର୍ଶନ କରିବେ ।

ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ମାବାଲ ଦେବାକୁ ପଡିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ପାରମାଣିକ ଦର୍ଶନ ସମୟ ଏବଂ ଟିକେଟ୍ ମୂଲ୍ୟ ଧାର୍ଯ୍ୟ ହେବ । ଆୟ ବଢ଼ାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପରେ ଭାର ଲଦିଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରରେ ମାଗଣା ମିଳିବନି ଦର୍ଶନ । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠରୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ ବ୍ୟବସ୍ଥା କରିବ । ଫଳରେ ନିର୍ଦ୍ଦିଷ୍ଟ ସମୟ ପାଇଁ ଭକ୍ତ ଦେୟଯୁକ୍ତ ଜଗା ଦର୍ଶନ କରିବେ । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ “ମାହାଲ’ ଦେବାକୁ ପଡ଼ିବ ।

ଏନେଇ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଅର୍ଥ ଓ ସଂସ୍ଥା ସବ୍‌କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ତେବେ ବୈଠକର ନିର୍ଯାସକୁ ପରିଚାଳନା କମିଟିରେ ଉପସ୍ଥାପିତ କରାଯିବ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ପାରମାଣିକ ଦର୍ଶନ ସମୟ ଓ ଟିକେଟ୍‌ ମୂଲ୍ୟ ଧାର୍ଯ୍ୟ ହେବ ବୋଲି ଶ୍ରୀ ଦାସ କହିଛନ୍ତି ।

ପୃଥିବୀର ସବୁଠୁ ଦାମିକା ଛେନା

 COASTAL NEWS Odia 559

ଛେନା କେଜିକୁ ୧୨.୩୨ ଲକ୍ଷ ଟଙ୍କା ! ତିଆରି ହେବାକୁ ଲାଗେ ୧୦ ମାସ



ସ୍ପେନ୍ --ପୃଥିବୀର ସବୁଠୁ ଦାମିକା ଛେନାର ମାନ୍ୟତା ରଖିଥିବା ‘କାବ୍ରେଲ୍‌ସ’ ଛେନାର ଦାମ୍‌ ଶୁଣିଲେ କାନକୁ ବିଶ୍ବାସ କରିହେବନି। ଏହାର କିଲୋଗ୍ରାମ୍‌ ପିଛା ଦର ହେଉଛି ପ୍ରାୟ ୧୨ ଲକ୍ଷ ୩୨ ହଜାର ଟଙ୍କା। ତଥାପି ଗ୍ରାହକ ତାକୁ କିଣୁଛନ୍ତି। ପ୍ରତିବର୍ଷ ଅଗଷ୍ଟ ଶେଷ ସପ୍ତାହରେ ସ୍ପେନ୍‌ର ଆସ୍ତୁରିଆସ୍‌ ପ୍ରଦେଶ ଅନ୍ତର୍ଗତ ଲାସ୍‌ ଆରେନାସ୍‌ ଡି କାବ୍ରେଲ୍‌ସ ପୌରାଞ୍ଚଳରେ ଏହି ସ୍ବତନ୍ତ୍ର ଛେନାର ନିଲାମ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଏକ ସ୍ପେନୀୟ ରେସ୍ତୋରାଁ ଉକ୍ତ ଛେନାର ଏକ ୪.୮୫ ପାଉଣ୍ଡ୍‌ ବା ୨.୨ କେଜି ଓଜନର ଖଣ୍ଡକୁ ୩୦,୦୦୦ ୟୁରୋ ବା ୩୨,୮୦୦ ଡଲାର ଦେଇ କିଣିଛି ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨୭ ଲକ୍ଷ ୧୦ ହଜାର ୯୧୩ ଟଙ୍କା ହେବ। ଏହି ଛେନାର ବିଶେଷତ୍ବ ହେଉଛି, ଏହା କଞ୍ଚା ଗାଈ କ୍ଷୀର ଅଥବା ଗାଈ, ମେଣ୍ଢା ଓ ଛେଳି କ୍ଷୀରର ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ। ତାହାକୁ ଉତ୍ତର ସ୍ପେନ୍‌ର ଲସ୍‌ ପିକୋସ୍‌ ଡି ୟୁରୋପା ପର୍ବତଶ୍ରେଣୀର ଗୁମ୍ଫା ଭିତରେ ୧୦ ମାସ ଧରି ସଂରକ୍ଷିତ ରଖି ପ୍ରାକୃତିକ ଉପାୟରେ ପାକଳ କରାଯାଇଥାଏ।

ଗୁମ୍ଫାର ଆର୍ଦ୍ର ଅବସ୍ଥା ଯୋଗୁଁ ସେଥିରେ ପେନ୍‌ସିଲିନ୍‌ ପରି ଏକପ୍ରକାର ଉପକାରୀ ବୀଜାଣୁ ଉତ୍ପନ୍ନ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ ଯାହା ଛେନାକୁ ବିରଳ ନୀଳ-ସବୁଜ ଦାଗରେ ଚିତ୍ରିତ କରିଥାଏ। ସୁତରାଂ ତାହାର ରକ୍ଷଣାବେକ୍ଷଣ ଓ ପାକଳ ପ୍ରକ୍ରିୟା ସମୟସାପେକ୍ଷ ତଥା ବ୍ୟୟସାପେକ୍ଷ ହୋଇଥିବାରୁ ତାହାର ଦର ଏପରି ଉଚ୍ଚ ରହିଛି। ଏହାକୁ କିଣିବା ଲାଗି ଲୋକେ ପାଣି ପରି ଅର୍ଥ ଖର୍ଚ୍ଚ କରୁଛନ୍ତି। ସ୍ପେନ୍‌ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ‘କାବ୍ରେଲ୍‌ସ’ ଛେନାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତବର୍ଷ କେବଳ ୟୁରୋପୀୟ ଦେଶମାନଙ୍କରେ ପ୍ରାୟ ୬୬,୨୨୬ କେଜି ଓଜନର ଏହି ଛେନା ବିକ୍ରି ହୋଇଥିଲା।

ବାହୁବଳି ନବଜାତକ

 COASTAL NEWS Odia 558

ବାହୁବଳି ନବଜାତକ 



ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି। ଯାହାକି ଦେଖୁଦେଖୁ ନିଆଁ ଭଳି ବ୍ୟାପି ଯାଇଥାଏ। ନିକଟରେ ବି ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭ‌ାଇରାଲ ଭିଡିଓରେ ଜଣେ ନବଜାତକୁ ଦେଖିବାକୁ ମିଳୁଛି।


ଏହି ନବଜାତ ଜନ୍ମହେବାପରେ ତାଙ୍କୁ ଜଣେ ନର୍ସ ଧରି ସଫା କରୁଛନ୍ତି। ନବଜାତର ‌ମୁଣ୍ଡତଳେ ଗୋଡ଼ ଉପରେ କରି ନର୍ସ ଡାକ୍ତରି ପଦ୍ଧତିରେ ପରିଷ୍କାର କରୁଛନ୍ତି, ଏହି ସମୟରେ ନବଜାତ ଯେଉଁ ଏକ ଲୁହାର ଟ୍ରେରେ ଶୋଇଥିଲା, ତାହାକୁ ଦୁଇହାତରେ ଉଠାଇ ଦେଉଛି। ଯାହାର ଦୃଶ୍ୟ ଆପଣ  ଦେଖି ପାରିବେ।

 

ଆମେରିକାରେ ହରିକେନର ଧ୍ବଂସଲୀଳା

 COASTAL NEWS Odia 557

ଆମେରିକାରେ ହରିକେନର ଧ୍ବଂସଲୀଳା 



ଆମେରିକା -ଆମେରିକାରେ ହରିକେନର ଧ୍ବଂସଲୀଳା । ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ତାଣ୍ଡବ ରଚିଛି ଇଡାଲିଆ । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ସମୁଦ୍ରରେ ଉଠିଥିଲା ୧୫ ଫୁଟରୁ ଅଧିକ ଉଚ୍ଚର ଜୁଆର । ୨୦୦ କିଲୋମିଟରରୁ ଅଧିକ ବେଗରେ ବହିଥିଲା ପବନ । ସାମନାରେ ଯାହା ପାଇଲା ଉଡ଼ାଇଲା, ଫୋପାଡିଲା ଓ ଭାଙ୍ଗିଲା ।

ଫ୍ଲୋରିଡା ସହର ଜଳମଗ୍ନ। କାଟାଗୋରୀ ୪ରେ ପରିଣତ ହୋଇ ଉତ୍ତର ଫ୍ଲୋରିଡାରେ ସ୍ଥଳଭାଗ ଛୁଇଁଥିଲା ଇଡାଲିଆ। ବିଗ ବେଣ୍ଡଠାରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଥିଲା । ଘଣ୍ଟାପ୍ରତି ପ୍ରାୟ ୨୧୦ କିମି ବେଗରେ ପବନ ବହି ଫ୍ଲୋରିଡାର ଗଲ୍ଫ ଅଫ କୋଷ୍ଟକୁ ଛାରଖାର କରି ଦେଇଛି। କିଛି ଘଣ୍ଟା ଧରି ତାଣ୍ଡବ ରଚିଲା ଇଡ଼ାଲିଆ। ଲ୍ୟାଣ୍ଡଫଲ ପରେ ପ୍ରବଳ ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହୋଇଛି।

ଉତ୍ତର ଫ୍ଲୋରିଡା, ଜର୍ଜିଆ ଆଟଲାଣ୍ଟାରେ ମଧ୍ୟ ପ୍ରବଳ ବେଗରେ ପବନ ସହ ବର୍ଷା ହୋଇଛି। ମାଟିରେ ମିଶିଛି ଘରଦ୍ବାର। ଧରାଶାୟୀ ହୋଇଛି ବିଜୁଳି ଭିତ୍ତିଭୂମି। ଅନ୍ଧାରରେ ଅଛନ୍ତି ପ୍ରାୟ ଅଢ଼େଇ ଲକ୍ଷ ଲୋକ। ହଜାରେରୁ ଅଧିକ ବିମାନର ଉଡାଣ ରଦ୍ଦ କରାଯାଇଛି । ଫ୍ଲୋରିଡାର ୬୭ଟି କାଉଣ୍ଟିରୁ ୨୮ଟି କାଉଣ୍ଟିର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲା ବାଇଡେନ ପ୍ରଶାସନ।

ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ

 COASTAL NEWS Odia 556

ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ



ଆଫ୍ରିକା --ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ୪୩ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ନିଆଁକୁ ବହୁ ପରିମାଣରେ ଆୟତ୍ତ କରି ନିଆଯାଇଛି। ତେବେ ଘଟଣାସ୍ଥଳରେ ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ସେପଟେ ମୃତ୍ୟୁ ସଂଖ୍ୟା ଆହୁରି ବି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଏବଂ କ୍ଷୟକ୍ଷତିର ପରିମାଣ ଜଣା ପଡ଼ିନାହିଁ।

ଜରୁରୀକାଳୀନ ସେବାର ପ୍ରବକ୍ତା ରବର୍ଟ ମୁଲାଉଡଜୀ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡ ପ୍ରାତଃ ସମୟରେ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଘଟଣାସ୍ଥଳରେ ଖୋଜାଖୋଜି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଟିମ୍‌ ୫୨ଟି ମୃତଦେହକୁ ବାହାର କରିଛି। ଆହୁରି ମଧ୍ୟ ଅନେକ ଲୋକ ଭିତରେ ଫସିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଅଧିକାରୀମାନେ କହିଛନ୍ତି, ଅଗ୍ନିକାଣ୍ଡ ଘଟିଥିବା କୋଠାରୁ ଧୂଆଁ ବାହାରୁଛି। ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିବା ପାଇଁ ଆହୁରି କିଛି ସମୟ ଲାଗିବ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ନିଆଁ ଲାଗିଥିବା ବିଲ୍ଡିଂରେ ପ୍ରାୟ ୨୦୦ ଲୋକ ବାସ କରୁଥିଲେ।

ସଂସଦର ବିଶେଷ ଅଧିବେଶନ

 COASTAL NEWS Odia 555

ସଂସଦର ବିଶେଷ ଅଧିବେଶନ ଡକାଯାଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ଏହି ବିଶେଷ ଅଧିବେଶନରେ ମୋଟ ୫ଟି ବୈଠକ ହେବ।





ନୂଆଦିଲ୍ଲୀ -ସଂସଦର ବିଶେଷ ଅଧିବେଶନ ଡକାଯାଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ଏହି ବିଶେଷ ଅଧିବେଶନରେ ମୋଟ ୫ଟି ବୈଠକ ହେବ। କୁହାଯାଉଛି କି, ଅମୃତକାଳ ମଧ୍ୟରେ ଏହି ଅଧିବେଶନ ଡକାଯାଇଛି।

ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ଏକ ପୋଷ୍ଟ୍‍ କରି ଲେଖିଛନ୍ତି ଯେ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ଏକ ବିଶେଷ ଅଧିବେଶନ ଡକାଯାଇଛି। ମିଳିଥିବା ସୂଚନା ମୁତାବକ, ଏହି ଅଧିବେଶନରେ କେନ୍ଦ୍ର ସରକାର ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ କରିପାରନ୍ତି, ଯେଉଁ ପରିପ୍ରେକ୍ଷୀରେ ବିଶେଷ ଅଧିବେଶନ ଡକାଯାଇଛି।

କହି ରଖୁଛୁ କି, ଏହା ୧୭ତମ ଲୋକସଭାର ୧୩ତମ ଅଧିବେଶନ ଏବଂ ରାଜ୍ୟସଭାର ୨୬୧ତମ ଅଧିବେଶନ ହେବ। ସମ୍ବିଧାନର ଧାରା ୮୫ ମୁତାବକ, ସଂସଦର ବିଶେଷ ଅଧିବେଶନ ଡାକିବାର ସରକାରଙ୍କର ଅଧିକାର ରହିଛି। ଧାରା ୮୫ ଅଧୀନରେ ସଂସଦୀୟ ବ୍ୟାପାରର ମନ୍ତ୍ରୀମଣ୍ଡଳ କମିଟି ସଂସଦର ଅଧିବେଶନ ଡାକିବାକୁ ନିର୍ଣ୍ଣୟ ନେଇଥାଏ, ଯେଉଁଥିରେ ରାଷ୍ଟ୍ରପତି ଔପଚାରିକ ଭାବେ ନିଜର ସମ୍ମତି ଜଣାଇ ଥାଆନ୍ତି।



ଏହା ପୂର୍ବରୁ ଜୁଲାଇ ୨୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଚାଲିଥିଲା। ଏଥିରେ ମଣିପୁର ହିଂସା ସମେତ ଅନେକ ପ୍ରସଙ୍ଗ ଉପରେ ଉଭୟ ଗୃହରେ ଖୁବ୍‌ ତର୍କ ବିତର୍କ ହୋଇଥିଲା।

୩୦ ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ।

 COASTAL NEWS Odia 554

୩୦ ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ।



ଯାଜପୁର : ଯାଜପୁର ଜିଲ୍ଲା ଗସ୍ତ ସହିତ ଓଡ଼ିଶାର ୩୦ ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ। ଯାଜପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ ବି ବି କଲେଜ ପଡ଼ିଆରେ ପହଁଚି ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହାପରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଧର୍ମଶାଳା ମହୋତ୍ସବ ପଡ଼ିଆରେ ସାଧାରଣ ଅଭିଯୋଗ ଶୁଣିଥିଲେ। ଏହାପରେ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଯାଇ ବରୁଣେଶ୍ୱର ମନ୍ଦିର ବୁଲିବା ସହିତ ବରୁଣେଶ୍ୱର ପଡ଼ିଆରେ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଦ୍ୱିତୀୟ ଦିନର ଶେଷ କାର୍ଯ୍ୟକ୍ରମ ଭାବେ ଯାଜପୁର ନିର୍ବାଚନ ମଣ୍ଡଳୀର ପ୍ରଶାସନିକ ଏନକ୍ଲେଭରେ ପହଞ୍ଚିଛନ୍ତି। ଏଠି ମଧ୍ୟ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ସହିତ ଆଜି ଯାଜପୁର ସର୍କିଟ ହାଉସରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି।



କିଏ ହେବ ବାଚସ୍ପତି

 COASTAL NEWS Odia 553

କିଏ ହେବ ବାଚସ୍ପତି 



ଭୁବନେଶ୍ବର - ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ ହେବ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ରହିଛି । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ କିଏ ବାଚସ୍ପତି ହେବେ ତାଉପରେ ସମସ୍ତଙ୍କର ନଜର ରହିବ ।

ବାଚସ୍ପତି ରେସରେ ଅଛନ୍ତି ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ଦେବୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ ଓ ନୃସିଂହ ସାହୁ । ବଡ଼ଚଣାରୁ ବିଧାୟକ ଅଛନ୍ତି ଅମର ଶତପଥୀ । ୬ ଥର ବିଧାୟକ । ପୂର୍ବରୁ ମନ୍ତ୍ରୀ ମଧ୍ୟ ରହିଛନ୍ତି । ବାଚସ୍ପତି ପଦ ରେସରେ ତାଙ୍କ ନାଁ ରହିଛି । ସେହିପରି ଭଦ୍ରକ ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ । ଲମ୍ବା ରାଜନୈତିକ ଜୀବରେ ବହୁ ଅଭିଜ୍ଞତା ରହିଛି ।

ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ବଡ଼ମ୍ବାରୁ ୬ଥର ବିଧାୟକ ଦେବୀ ପ୍ରସାଦ ମିଶ୍ର । ଭେଟରାନ ନେତା । ପୂର୍ବରୁ ବିଭିନ୍ନ ବିଭାଗମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ବାଚସ୍ପତି ପଦ ପାଇଁ ତାଙ୍କ ନାଁ ଶୁଣାଯାଉଛି । ପାଲଲହଡ଼ାରୁ ବିଧାୟକ ଅଛନ୍ତି ନୃସିଂହ ସାହୁ । ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ତେଣୁ ତାଙ୍କ ନାଁ ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ରହିଛି ।

ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ବିଜୁ ଜନତା ଦଳର ଜଣେ ଆଗ ଧାଡ଼ିର ମହିଳା ନେତ୍ରୀ, ଦକ୍ଷ ସଂଗଠିକା । ମନ୍ତ୍ରୀ ବି ହୋଇଥିଲେ । ମହିଳାଙ୍କୁ ବିଜୁ ଜନତା ଦଳ ପ୍ରାଧାନ୍ୟ ଦେଉଥିବାରୁ ବାଚସ୍ପତି ପଦ ପାଇଁ ତାଙ୍କ ନାଁକୁ ନେଇ ଚର୍ଚ୍ଚା କରାଯାଉଛି ।



ସ୍କୁଲ ବ୍ୟାଗ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ

 COASTAL NEWS Odia 552

ସ୍କୁଲ ବ୍ୟାଗ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ


 


ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ପିଲାମାନଙ୍କୁ ବ୍ୟାଗ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବର୍ଷେ ହେବ ଅଧିକାଂଶ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଏହି ବ୍ୟାଗ ମିଳି ନ ଥିବା ଚର୍ଚ୍ଚା ହେଉଛି। ଏହାର ତଦନ୍ତ ଦାବି ହୋଇଛି।

କଟକ ଜିଲା ସମଗ୍ର ଶିକ୍ଷା ଯୋଜନାର ପ୍ରକଳ୍ପ ଅଧିକାରୀଙ୍କ ଚିଠି (ନଂ. ୩୮୪/୯-୨-୨୦୨୨) ଅନୁଯାୟୀ ଗଙ୍ଗାଧର ମେହେର ମାନକ ବୃଦ୍ଧି ଯୋଜନାରେ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ବ୍ୟାଗ ବଣ୍ଟନ ସମ୍ପର୍କରେ ଅବଗତ କରାଯାଇଥିଲା। ଏନେଇ ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନରେ ଥିବା ୧୮୩ ବିଦ୍ୟାଳୟର ୩୬୭୮ ଜଣ ଛାତ୍ରୀଛାତ୍ରଙ୍କ ନିମନ୍ତେ ୪ଲକ୍ଷ ୭୬ ହଜାର ୬୬୮ଟଙ୍କା ୮୦ ପଇସା ପଠାଯାଇଥିଲା। ଏହି ଟଙ୍କାରେ ବ୍ଲକ ଅଞ୍ଚଳର ପ୍ରତି ବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବ୍ୟାଗ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିଶ୍ଚିନ୍ତକୋଇଲି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ତଥା ବିଆର୍‌ସିସିଙ୍କ ନାମରେ ମାହାଙ୍ଗା ବ୍ଲକ ଗୌଡ଼ଗୋପରେ ଥିତ୍ବା ଏକ ଘରୋଇ ବ୍ୟାଙ୍କ ଜମା ଖାତାରେ ଏହି ଟଙ୍କା ଜମା କରାଯାଇଥିଲା। ଏଥିସହ ପ୍ରତି ବିଦ୍ୟାଳୟ ନାମରେ ଥିବା ଜମାଖାତାକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଉକ୍ତ ଟଙ୍କା ଉଠାଯାଇ ଛାତ୍ରୀଛାତ୍ରଙ୍କ ନିମନ୍ତେ ୧୩୦ ଟଙ୍କା ମୂଲ୍ୟରେ ବ୍ୟାଗ କିଣିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା। ଇତିମଧ୍ୟରେ ବର୍ଷକରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଲକର ବହୁ ଛାତ୍ରୀଛାତ୍ରଙ୍କୁ ବ୍ୟାଗ ମିଳିନାହଁି ବୋଲି ଅଭିଭାବକମାନେ କହିଛନ୍ତି। ବ୍ଲକର ନାମକୁ ମାତ୍ର କେତୋଟି ହାତଗଣତି ବିଦ୍ୟାଳୟରେ ଏହି ବ୍ୟାଗ ବଣ୍ଟନ କରାଯାଇଥିବା ଶୁଣିବାକୁ ମିଳୁଛି। ଅପରପକ୍ଷେ ୧୩୦ ଟଙ୍କା ପରିବର୍ତ୍ତେ ମାତ୍ର ୪୦ରୁ ୫୦ ଟଙ୍କା ମୂଲ୍ୟର ବ୍ୟାଗ କିଣାଯାଇ ଅବଶିଷ୍ଟ ଟଙ୍କା ହଡ଼ପ କରାଯାଇଛି ବୋଲିି କେତେଜଣ ଅଭିଭାବକ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ପ୍ରଧାନ ଶିକ୍ଷକ ଓ ସିଆର୍‌ସିସିମାନଙ୍କ ଏଥିରେ ସମ୍ପୃକ୍ତି ଥିବା କୁହାଯାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ  ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ  କୁହନ୍ତି, ପ୍ରତି ବିଦ୍ୟାଳୟ ଆକାଉଣ୍ଟକୁ ଅର୍ଥ ପଠାଯାଇଛି। କିଛି ବିଦ୍ୟାଳୟରେ ବ୍ୟାଗ ମଧ୍ୟ ବଣ୍ଟନ କରାଯାଇଛି। ତେବେ ବ୍ୟାଗ ବଣ୍ଟନ ହୋଇ ନ ଥିବା ନେଇ କୌଣସି ଅଭିଯୋଗ ଆମର ହସ୍ତଗତ ହୋଇନାହିଁ। ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।



ସରକାରୀ ମେଡିକାଲ, ଇଞ୍ଜିନିୟରିଂ କଲେଜରେ ପଢୁଥିବା ଏସ୍‌ଟି,ଏସ୍‌ସିଙ୍କ ଫି’ ଫେରସ୍ତ ହେବ

 COASTAL NEWS Odia 551

ସରକାରୀ ମେଡିକାଲ, ଇଞ୍ଜିନିୟରିଂ କଲେଜରେ ପଢୁଥିବା ଏସ୍‌ଟି,ଏସ୍‌ସିଙ୍କ ଫି’ ଫେରସ୍ତ ହେବ 


 


ଭୁବନେଶ୍ୱର :ସରକାରୀ ମେଡିକାଲ କଲେଜ ଏବଂ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସମସ୍ତ ଏସ୍‌ଟି,ଏସ୍‌ସି ଛାତ୍ରୀଛାତ୍ରଙ୍କ ସମସ୍ତ ଫି’ ଫେରାଯିବ। ସମସ୍ତ ପାଠପଢ଼ା ଖର୍ଚ୍ଚ ବିଭାଗ ତରଫରୁ ବହନ କରାଯିବ। ଏ ନେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ଗୁରୁବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏସ୍‌ସି,ଏସ୍‌ଟି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ଏମ୍‌ଏମ୍‌ସିପିୱାଇ)ଅଧୀନରେ ରାଜ୍ୟ ବଜେଟରୁ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରୀଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏମ୍‌ଏମ୍‌ସିପିୱାଇ ଅଧୀନରେ ଏମ୍‌ବିବିଏସ୍‌ ଏବଂ ଇଞ୍ଜିନିୟରିଂ (ବି-ଟେକ୍‌, ଏମ୍‌-ଟେକ୍‌) ପାଠ୍ୟକ୍ରମ ପ୍ରଦାନ କରୁଥିବା ସରକାରୀ ଅନୁଷ୍ଠାନର ଯୋଗ୍ୟ ଏସ୍‌ଟି ଏବଂ ଏସ୍‌ସି ଛାତ୍ରୀଛାତ୍ରଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି’ ଅନ୍ତର୍ଭୁକ୍ତ ହେବ। କୋର୍ସ ଫି’ରେ ନାମଲେଖା ଦେୟ, ସିଟ୍‌ ଗ୍ରହଣ ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି’(ଟ୍ୟୁଶନ୍‌ ଫି’ ଏବଂ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ), ଛାତ୍ରାବାସ ନାମଲେଖା ଦେୟ ଓ ବାର୍ଷିକ ହଷ୍ଟେଲ ଖର୍ଚ୍ଚ ଏବଂ ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ ହୋଇଛି। ଅନୁଷ୍ଠାନର ଡିନ୍‌/ମୁଖ୍ୟ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ବାକ୍ଷରିତ ଏ ସମସ୍ତ ଖର୍ଚ୍ଚକୁ ଏହି ଯୋଜନା ଅଧୀନରେ ଭରଣା ପାଇଁ ଜିଲାପାଳଙ୍କ ନିକଟକୁ ପଠାଇପାରିବେ। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ବିଭାଗକୁ ସମସ୍ତ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ଉପରୋକ୍ତ ଆବଶ୍ୟକତା ପଠାଯାଇପାରିବ ବୋଲି ଚିଠିରେ କୁହାଯାଇଛି।

ଦୁଷ୍କର୍ମ ଉଦ୍ୟମ ପଣ୍ଡ

 COASTAL NEWS Odia 550

ଦୁଷ୍କର୍ମ ଉଦ୍ୟମ ପଣ୍ଡ 



ଚୌଦ୍ଵାର - ଭାଇ ହାତରେ ରାକ୍ଷୀବାନ୍ଧି ଘରକୁ ଫେରୁଥିଲେ ଭଉଣୀ! ସେଥିପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଠିକ୍‌ ସେହି ସମୟରେ ଜଣେ ଯୁବକ ତାଙ୍କୁ ବାଇକ୍‌ରେ ଲିଫ୍‌ଟ ଦେବା ପାଇଁ ଡାକିଥିଲା। ରାତି ହେଉଥିବା ଦେଖି ଯୁବତୀ ଜଣକ ତାଙ୍କ ସହିତ ଆସିଥିଲେ। ହେଲେ ବିଚ୍‌ ରାସ୍ତାରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଲିଫ୍‌ଟ ଦେଇଥିବା ଯୁବକ। ଏପରି ଘଟଣା କଟକ ଟଙ୍ଗୀ-ଚୌଦ୍ୱାର ରାସ୍ତାରେ ଘଟିଛି।

ବୁଧବାର ରାକ୍ଷୀ ପୂର୍ଣ୍ଣିମା ଥିଲା। ସେଥିପାଇଁ ଭୁବନେଶ୍ୱର ପଟିଆ ଅଞ୍ଚଳର ଯୁବତୀ ନେତୀ(ଛଦ୍ମନାମ) ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ରାକ୍ଷୀ ବାନ୍ଧିବା ପାଇଁ ଯାଇଥିଲେ। ସେଠାରୁ ଘରକୁ ଫେରିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ମାତ୍ର ବସ୍‌ ଆସିବାରେ ବିଳମ୍ୱ ହେଉଥିଲା। ରାତି ପ୍ରାୟ ୮ଟା ବେଳେ ତାଙ୍କୁ ଜଣେ ଯୁବକ ବାଇକ୍‌ରେ ଲିଫ୍‌ଟ ଦେଇଥିଲେ। ଯୁବକ ଜଣକ ନେତୀଙ୍କୁ କଟକରେ ଛାଡିଦେବ ବୋଲି କହିଥିଲା।

ନେତୀ ତାଙ୍କ କଥାକୁ ବିଶ୍ୱାସ କରି ବାଇକ୍‌ରେ ଆସିଥିଲେ। ବାଇକ୍‌ରେ ପେଟ୍ରୋଲ୍‌ ପକାଇବା ପାଇଁ ୩୦୦ ଟଙ୍କା ମଧ୍ୟ ଦେଇଥିଲେ। ହେଲେ ଦୁର୍ଭାଗ୍ୟ, ଯୁବକ ଜଣକ ନେତୀଙ୍କୁ କଟକ ମୁଖ୍ୟ ରାସ୍ତା ଟାଙ୍ଗୀ-ଚୌଦ୍ୱାର ନିକଟରେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ନେତୀ ବିରୋଧ କରିଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ନେତୀ ତଳେ ପଡ଼ି ରକ୍ତାକ୍ତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଆସିଥିଲେ। ଏହାର ସୁଯୋଗ ନେଇ ଯୁବକ ଜଣକ ଚମ୍ପଟ ମାରିଥିଲା।

ସ୍ଥାନୀୟ ଲୋକେ ଏନେଇ ୧୦୮ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ଆମ୍ୱୁଲାନ୍ସ କର୍ମଚାରୀମାନେ ନେତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ଗୋଟିଏ ହାତ ଭାଙ୍ଗି ଯିବା ସହ ମୁଣ୍ଡ, ଗୋଡ଼, ପେଟ ଓ ଛାତିରେ ଆଘାତ ଲାଗିଛି। ପୀଡ଼ିତା ଏନେଇ ମେଡ଼ିକାଲ୍‌ ଫାଣ୍ଡିରେ ଅଭିଯୋଗ କରିଥିଲେ। କଟକ କମିଶନ୍‌ରେଟ୍‌ ପୁଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ୍‌ ରେକର୍ଡ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଯୁବକଙ୍କ ପାଖରେ ପହଞ୍ଚି ପାରିନାହିଁ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh


ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ

 COASTAL NEWS Odia 459

ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ 



ଭୁବନେଶ୍ବର - ବିଚାରାଧୀନ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ । ଏଥିନିମନ୍ତେ ଆବଶ୍ୟକ ସେମାନଙ୍କ ଅନୁମତି। ଜିପିଏସ୍ ସିଷ୍ଟମ ଲଗାଇଲେ ବିଚାରାଧୀନ କଏଦୀଙ୍କୁ ଘରେ ରହିବାର ମିଳିବ ଅନୁମତି। ନଚେତ ସେମାନଙ୍କୁ ଜେଲ୍‌ରେ କାଟିବାକୁ ପଡ଼ିବ ରାତି । ଏପରି ଏକ ପ୍ରସ୍ତାବ ଜେଲ୍‌ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଜେଲ୍‌ରେ ବନ୍ଦୀଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ଚାପ କମାଇବାକୁ ଏହି ପ୍ରସ୍ତାବ ଦିଆଯାଇଛି।

ଜେଲ୍‌ ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ଯେଉଁ କଏଦୀଙ୍କ ଅପରାଧର ଦଣ୍ଡ ୭ ବର୍ଷରୁ କମ୍ ହୋଇଥିବ, ଜଘନ୍ୟ ଅପରାଧରେ ସଂପୃକ୍ତ ନ ଥିବେ, ସାଧାରଣ ମାମଲାରେ ଅଭିଯୁକ୍ତ ଥିବେ- ସେମିତି ବନ୍ଦୀଙ୍କ ଦେହରେ ଲାଗିବ ଜିପିଏସ୍ । ଫଳରେ ସେମାନଙ୍କୁ ଜେଲ୍‌ରେ ନ ରଖି ସେମାନଙ୍କ ଘରେ ଛାଡ଼ିହେବ । କଏଦୀଙ୍କ ଗୋଡ଼ର ଗୋଇଠିର ଲାଗିବ ଏହି ଜିପିଏସ୍ ଟ୍ରାକର୍।

ଜିପିଏସ୍ ଟ୍ରାକରକୁ ନଷ୍ଟ କରିବାକୁ କିମ୍ବା ଭାଙ୍ଗିବାକୁ ଚେଷ୍ଟା କରାଗଲେ, ତୁରନ୍ତ ସ୍ଥାନୀୟ ଥାନାକୁ ସୂଚନା ଚାଲିଯିବ। ଫଳରେ ତୁରନ୍ତ ପୁଲିସ୍‌ ସେମାନଙ୍କୁ କାବୁ କରି ପାରିବ । ଏହାଦ୍ୱାରା ଜେଲରେ କ୍ଷମତାଠୁ ଅଧିକ ବନ୍ଦୀ ରହିବା ଯୋଗୁ ପଡ଼ୁଥିବା ଚାପକୁ କମାଇ ହେବ । ଏଥିସହ ଛୋଟମୋଟ ଅପରାଧର କଏଦୀ ଜେଲ୍‌ରେ ରହିଲେ ରାଜ୍ୟ ସରକାରଙ୍କ ଉପରେ ପଡ଼ୁଥିବା ଆର୍ଥିକ ବୋଝ ବି କମିଯିବ ।

ଏ ସମ୍ପର୍କରେ ଜେଲ୍ ଡିଜି ମନୋଜ କୁମାର ଛାବ୍ରା ଆଜି ଗଣମାଧ୍ୟକ ପ୍ରତିନିଧୀଙ୍କୁ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ କିଛି ଜେଲ୍‌ ଅଛି ଯେଉଁଠି କ୍ଷମତାଠୁ ଅଧିକ କଏଦୀ ରହୁଛନ୍ତି। ଜେଲ୍‌ରେ ରହୁଥିବା କଏଦୀଙ୍କ ମଦ୍ୟରୁ ୮୦% ବିଚାରାଧୀନ କଏଦୀ। ସେମାନେ ଦୋଷୀ ନୁହନ୍ତି। ହେଲେ ବେଳେବେଳେ ବର୍ଷ ବର୍ଷ ଧରି ରହି ଯାଉଛନ୍ତି। ଆମେ ଚାହୁଁଛୁ, ସେମାନେ ଜେଲ୍‌ରେ ନ ରହି, ନିଜ ଘରେ ରୁହନ୍ତୁ।

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଅନୁଯାୟୀ, ଯେଉଁ ଅଭିଯୁକ୍ତଙ୍କ ଦଣ୍ଡାଦେଶ ୭ ବର୍ଷରୁ କମ୍‌ ହେବ ସେମାନେ ଜେଲ୍‌ରେ ନ ରହିବା ଉଚିତ । ସେମାନଙ୍କୁ ବେଲ୍‌ ମିଳିବା ଉଚିତ । ଏହି ଜଟିଳ ସମସ୍ୟାକୁ ସମାଧାନ କରିବାକୁ ଆମେ ଜିପିଏସ୍ ଟ୍ରାକର ପରି ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରିବାକୁ ଚାହୁଁଛୁ। ଫଳରେ ଅଭିଯୁକ୍ତଙ୍କୁ ଆଉ ଜେଲ୍‌ରେ ରହିବାକୁ ପଡ଼ିବନି।

ଏଥିସହ ସେ କହିଛନ୍ତି, କଏଦୀଙ୍କୁ ସାଧାରଣତଃ ୩ଟି ସମସ୍ୟା ପାଇଁ ବେଲ୍‌ ମିଳିବାରେ ଅସୁବିଧା ହୁଏ। ବେଲ୍‌ ପାଇଲେ ଅଭିଯୁକ୍ତ ଖସି ଯାଇ ପୁଣି ଅପରାଧ କରିବାର ଆଶଙ୍କା ଥାଏ। ଏଥିସହ ସାକ୍ଷୀ, ପ୍ରମାଣକୁ ପ୍ରଭାବିତ କରିବାର ବି ସମ୍ଭାବନା ଥାଏ।

ହେଲେ କଏଦୀର ଗୋଡ଼ରେ ଜିପିଏସ୍ ଟ୍ରାକର ଲାଗିଲେ ତା’ର ଲୋକେସନ ସବୁବେଳେ ପୁଲିସ୍‌ ପାଖରେ ରହିବ । ଫଳରେ ସେ ନିଜ ପରିବାର ସହ ରହି ପାରିବ, ଦୈନଦିନ ଜୀବନଯାପନ ଅତି ସହଜରେ କରି ପାରିବ । ଯଦି ଉକ୍ତ ଜିପିଏସ୍‌କୁ କାଟିବାକୁ ବାହାର କରିବାକୁ ଚେଷ୍ଟା କରାଯିବ, ତା’ ହେଲେ ସତର୍କ ଘଣ୍ଟି ବାଜିବ ।

ଆମେ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଏକ ନିର୍ଦ୍ଦିଷ୍ଟ ଜେଲ୍‌ର କିଛି ନିର୍ଦ୍ଦିଷ୍ଟ ଅପରାଧରେ ସାବ୍ୟସ୍ତ ହୋଇଥିବା ଦୋଷୀଙ୍କ ଉପରେ ବ୍ୟବହାର କରିବାକୁ ଯୋଜନା କରିଛୁ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଉଛୁ। ଏଥିନିମନ୍ତେ ଆଇଟି ଡିପାର୍ଟମେଣ୍ଟ, ପୁଲିସ୍‌ ଓ ନ୍ୟାୟିକ ବ୍ୟବସ୍ଥାର ଅନୁମୋଦନ ବି ଆବଶ୍ୟକ ।

ଏହା ଲାଗୁ ହେଲେ ଏପରି ନିୟମ କାର୍ଯ୍ୟକ୍ଷମ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହେବ । ଫଳରେ ଦେଶର ବିଭିନ୍ନ ଜେଲ୍‌ରେ ଦେଖାଦେଉଥିବା ଅଧିକ ସଂଖ୍ୟକ କଏଦୀ ସମସ୍ୟାକୁ ସମାଧାନ କରିହେବ ।

ଭାରତ ବାହାରେ ପ୍ରାୟ ୪୦ଟି ପାଶ୍ଚାତ୍ୟ ଦେଶରେ ଏହି ବ୍ୟବସ୍ଥା ଲାଗୁ ହୋଇ ସାରିଛି। ଏହା କଏଦୀଙ୍କ ପାଦରେ ଲାଗିବ । ଫଳରେ ଏହାକୁ ଲୁଚାଇ ରଖିହେବ । ଏହାଦ୍ୱାରା କଏଦୀଙ୍କ ଗୋପନୀୟତା ରକ୍ଷା କରି ହେବ । ଏହାଦ୍ୱାରା ସରକାରଙ୍କ ବହୁ ରାଜସ୍ୱ ବଞ୍ଚି ପାରିବ ବୋଲି କହିଛନ୍ତି ଜେଲ୍‌ ଡିଜି ।

ଏଥିସହ ସେ କହିଛନ୍ତି, ଆମର ଏହି ପ୍ରସ୍ତାବକୁ ମାନବାଧିକାର କର୍ମୀ ବି ସମର୍ଥନ କରୁଛନ୍ତି। କାରଣ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କଏଦୀଙ୍କ ଅନୁମତି ଲୋଡ଼ା । ସେମାନଙ୍କ ବିନା ଅନୁମତିରେ କେହି ସେମାନଙ୍କ ଉପରେ ଏହାକୁ ଜୋରଜବରଦସ୍ତି ଲାଗୁ କରି ପାରିବେ ନାହିଁ l

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 

Thursday, August 31, 2023

ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହୋଇପାରେ ନିର୍ବାଚନ’

 COASTAL NEWS Odia 548

‘ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହୋଇପାରେ ନିର୍ବାଚନ’


 


ନୂଆଦିଲ୍ଲୀ,୩୧।୧: ସୁପ୍ରିମକୋର୍ଟରେ ଧାରା ୩୭୦ ଉପରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ନିଜ ପକ୍ଷ ରଖାଯାଇଛି। ଖୁବ ଶୀଘ୍ର ଜମ୍ମୁ କଶ୍ମୀରରେ ନିର୍ବାଚନ ଘୋଷଣା ହୋଇପାରିବ ବୋଲି କେନ୍ଦ୍ର କହିଛି। କେନ୍ଦ୍ର କହିଛି ଯେ, ଜମ୍ମୁ କଶ୍ମୀରରେ ତିନୋଟି ନିର୍ବାଚନ ବାକି ଅଛି। ପ୍ରଥମ ତିନି ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହେବା ମାତ୍ରେ ପଞ୍ଚାୟତ ପାଇଁ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେବ।

ସୁପ୍ରିମକୋର୍ଟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ଲେହ ହିଲ ବିକାଶ ପରିଷଦ ନିର୍ବାଚନ ଶେଷ ହୋଇଛି ଏବଂ କାରଗିଲ ନିର୍ବାଚନ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।

କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବାର ସମୟ ସୀମା ନିର୍ଦ୍ଦିଷ୍ଟ କହି ହେବ ନାହିଁ। ତେବେ କେନ୍ଦ୍ର ସ୍ପଷ୍ଟ କରିଛି ଯେ, ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରୀ ସ୍ଥିତି ସାମୟିକ ଏବଂ ଏହାକୁ ପୂର୍ଣ୍ଣ ରାଜ୍ୟ ଦେବା ପାଇଁ ପଦକ୍ଷେପ ନିଆଯାଉଛି।



#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ଚାରିଗୋଡ଼ିଆ ପ୍ରାଣୀଙ୍କ ପରି ଚାଲୁଛନ୍ତି ମଣିଷ

 COASTAL NEWS Odia 547

ଚାରିଗୋଡ଼ିଆ ପ୍ରାଣୀଙ୍କ ପରି ଚାଲୁଛନ୍ତି ମଣିଷ






 

ଲଣ୍ଡନ: ତୁର୍କୀର ଦକ୍ଷିଣାଞ୍ଚଳର ଉଲାସ୍‌ଠାରେ ବାସ କରୁଥିବା ଏକ ପରିବାରକୁ ନେଇ ଗବେଷକଙ୍କ ଘୋର୍‌ ଚିନ୍ତା। ଏହି ପରିବାରର ୧୯ ସଦସ୍ୟଙ୍କ ମଧ୍ୟରୁ ୬ଜଣ ଚାରି ଗୋଡ଼ିଆ ପ୍ରାଣୀଙ୍କ ଭଳି ଦୁଇଗୋଡ଼ ଓ ଦୁଇ ହାତରେ ଚାଲନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ହୋଇ ସାରିଥିବା ବେଳେ ଆଉ ୪ଜଣଙ୍କୁ ସବୁବେଳେ ଚାରି ଗୋଡ଼ିଆ ପ୍ରାଣୀଙ୍କ ପରି ଚାଲୁଥିବା ଦେଖିବାକୁ ମିଳେ। ଏହାର କାରଣ ସମ୍ପର୍କରେ ଚିକିତ୍ସକମାନେ ଅନୁଧ୍ୟାନ କରିଥିଲେ ମଧ୍ୟ ନିଷ୍କର୍ଷରେ ପହଞ୍ଚିପାରି ନାହାନ୍ତି। ସେମାନଙ୍କୁ ନେଇ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍‌ (ବିବିସି) ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିବା ପରେ ଏହା ବିଶ୍ବସ୍ତରୀୟ ଗବେଷକଙ୍କ ନଜରକୁ ଆସିଥିଲା। ଏହା ପରଠାରୁ ସେମାନଙ୍କୁ ନେଇ ଗବେଷଣା ଜାରି ରହିଛି। ଆଦିମ ମଣିଷ କ୍ରମଶଃ ସଳଖ ହୋଇ ଚାଲିଥିବା ବେଳେ ଏମାନେ କ୍ରମଶଃ ଆଦିମ ମଣିଷ ପରି ଚାଲୁଥିବା ଓ ସିମ୍ପାଞ୍ଜି ପରି ଆଚରଣର କାରଣ ସେମାନେ ଖୋଜୁଛନ୍ତି।

ସୂଚନାନୁଯାୟୀ, ଉଲାସ ପରିବାର ବିଶ୍ବରେ ବିରଳ। ଏହାର ୪ ଭଉଣୀ ଓ ଦୁଇ ଭାଇ ଜନ୍ମରୁ ଏଭଳି ଚାଲିବା ଆରମ୍ଭ କରିଥିଲେ। ବୟସ ବଢ଼ିବା ସହ ଏଥିରେ ସେମାନଙ୍କର ପରିବର୍ତ୍ତନ ହୋଇ ନଥିଲା। ଇତିମଧ୍ୟରେ ଦୁଇ ଭଉଣୀଙ୍କ ମୃତ୍ୟୁ ହେଲାଣି। ତିନି ନିୟୁତ ବର୍ଷ ପୂର୍ବେ ସୃଷ୍ଟ ଜୀବ କ୍ରମ ବିବର୍ତ୍ତନ ଆଧାରରେ ପଶୁରୁ ମଣିଷ ହୋଇ ୪ ଗୋଡ଼ରୁ ଦୁଇ ଗୋଡ଼ରେ ଚାଲିବାର ପ୍ରମାଣ ରହିଛି; କିନ୍ତୁ ମଣିଷ ପଶୁ ଭଳି ଚାଲିବା ବା ଆଚରଣ କରିବା ଆଶ୍ଚର୍ଯ୍ୟଜନକ ବୋଲି ଲିଭରପୁଲ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନେ ଆଧୁନିକ ଓ ଆଦିମ ମଣିଷ ମଧ୍ୟରେ ରହିଥିବା ଯୋଗସୂତ୍ରକୁ ହରାଇଥିବା ଅନେକ ବିଶ୍ବାସ କରୁଛନ୍ତି। ଏହାକୁ ଏକ ପ୍ରକାର ଗୁଣସୂତ୍ର ଆଧାରିତ ବ୍ୟାଧି ବୋଲି ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି।



#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା---   ନୂଆଦିଲ୍ଲୀ : ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆସିବ ବୋଲି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ଏ ନେଇ ସିରମ ଇନଷ୍ଟିଚ୍ୟୁଟ ଟିକା ବିକଶିତ କରିବା ପାଇଁ ବ୍ୟବହାର କରୁଥିବା ଟେକ୍ନୋଲୋଜି ପାଇଁ ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ଭିଷ୍ଟେରା ସହିତ ସହଯୋଗ କରିଛି। ପୁନାୱାଲା କହିଛନ୍ତି ଯେ, ଆଫ୍ରିକୀୟ ଦେଶ ଏବଂ ଭାରତରେ ଏହି ନୂତନ ଟିକାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏଠାରେ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ସଂକ୍ରମିତ ହେଉଛନ୍ତି। ବିକଶିତ ହେଉଥିବା ଟିକା ଡେଙ୍ଗୁର ୪ଟି ଷ୍ଟ୍ରେନ ଉପରେ ପ୍ରଭାବଶାଳୀ ହେବ। ଗୋଟିଏ ବର୍ଷ ମଧ୍ୟରେ, ଆମେ ଡେଙ୍ଗୁ ପାଇଁ ଏକ ଟିକା ପ୍ରସ୍ତୁତ କରିବୁ। ସିରମ ଇନଷ୍ଟିଚ୍ୟୁଟ ଦୀର୍ଘ ଦିନ ଧରି ଡେଙ୍ଗୁ ଟିକା ଉପରେ କାର୍ଯ୍ୟ କରିଆସୁଛି।

 COASTAL NEWS Odia 545

ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା



 

ନୂଆଦିଲ୍ଲୀ : ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆସିବ ବୋଲି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ଏ ନେଇ ସିରମ ଇନଷ୍ଟିଚ୍ୟୁଟ ଟିକା ବିକଶିତ କରିବା ପାଇଁ ବ୍ୟବହାର କରୁଥିବା ଟେକ୍ନୋଲୋଜି ପାଇଁ ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ଭିଷ୍ଟେରା ସହିତ ସହଯୋଗ କରିଛି। ପୁନାୱାଲା କହିଛନ୍ତି ଯେ, ଆଫ୍ରିକୀୟ ଦେଶ ଏବଂ ଭାରତରେ ଏହି ନୂତନ ଟିକାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏଠାରେ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ସଂକ୍ରମିତ ହେଉଛନ୍ତି। ବିକଶିତ ହେଉଥିବା ଟିକା ଡେଙ୍ଗୁର ୪ଟି ଷ୍ଟ୍ରେନ ଉପରେ ପ୍ରଭାବଶାଳୀ ହେବ। ଗୋଟିଏ ବର୍ଷ ମଧ୍ୟରେ, ଆମେ ଡେଙ୍ଗୁ ପାଇଁ ଏକ ଟିକା ପ୍ରସ୍ତୁତ କରିବୁ। ସିରମ ଇନଷ୍ଟିଚ୍ୟୁଟ ଦୀର୍ଘ ଦିନ ଧରି ଡେଙ୍ଗୁ ଟିକା ଉପରେ କାର୍ଯ୍ୟ କରିଆସୁଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh 

ସାତ ମିନିଟରେ କ୍ୟାନସର ଚିକିତ୍ସା; ବିଶ୍ଵରେ ବ୍ରିଟେନ ହେବ ପ୍ରଥମ

 COASTAL NEWS Odia 545


ସାତ ମିନିଟରେ କ୍ୟାନସର ଚିକିତ୍ସା; ବିଶ୍ଵରେ ବ୍ରିଟେନ ହେବ ପ୍ରଥମ





ବ୍ରିଟେନ୍ - ବର୍ତ୍ତମାନ ବ୍ରିଟେନ ଏଭଳି କିଛି କରିବାକୁ ଯାଉଛି । ଯାହା ପାଇଁ ସେ ସାରା ବିଶ୍ଵରେ ପ୍ରଥମ ଦେଶ ହେବ। ଯିଏ ନିଜ ଦେଶରେ କ୍ୟାନସର ରୋଗୀଙ୍କୁ ସାତ ମିନିଟ୍‌ରେ ତାହାର ଉପଚାରର ଔଷଧ ଦିଆଯିବ। ବ୍ରିଟେନର ଜନସ୍ଵାସ୍ଥ୍ୟ ସେବା (NHS) ଦେଶରେ ଶହ ଶହ କର୍କଟ ରୋଗୀଙ୍କୁ ଗୋଟିଏ ଇଞ୍ଜେକ୍ସନ ଦେଇ ଚିକିତ୍ସା ସମୟକୁ ତିନି ଚତୁର୍ଥାଂଶ ହ୍ରାସ କରିବାରେ ବିଶ୍ଵରେ ପ୍ରଥମ ହେବାକୁ ଯାଉଛି।

ଇମ୍ୟୁନୋଥେରାପି ସହିତ ଚିକିତ୍ସିତ ହେଉଥିବା ଶହ ଶହ କର୍କଟ ରୋଗୀଙ୍କୁ ବର୍ତ୍ତମାନ ଚର୍ମ ତଳେ ଆଟେଜୋଲିଜୁମାବ ଇଞ୍ଜେକ୍ସନ ଦିଆଯିବାକୁ ପ୍ରସ୍ତୁତ କରାଯାଉଛି ବୋଲି ବ୍ରିଟିଶ ମେଡିସିନ୍ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) ର ଅନୁମୋଦନ ପାଇବା ପରେ NHS ମଙ୍ଗଳବାର ଦିନ କହିଛି। ଏହା କର୍କଟ ଚିକିତ୍ସା ପାଇଁ ସମୟ ହ୍ରାସ କରିବ । ଏନେଇ NHS କହିଛି ଯେ ଆଟେଜୋଲିଜୁମାବ, ଯାହା ଟେକେଣ୍ଟ୍ରିକ୍ ଭାବରେ ମଧ୍ୟ ଜଣାଶୁଣା। ସାଧାରଣତଃ ରୋଗୀମାନଙ୍କୁ ସିଧାସଳଖ ସେମାନଙ୍କ ଶିରାରେ ଡ୍ରପ୍ ମାଧ୍ୟମରେ ଦିଆଯାଏ । ଏହି ପ୍ରକ୍ରିୟା କିଛି ରୋଗୀଙ୍କ ପାଇଁ ପ୍ରାୟ ୩୦ ମିନିଟ୍ କିମ୍ବା ଏକ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ। ଅନେକ ରୋଗୀଙ୍କ କ୍ଷେତ୍ରରେ, ଏହି ସମୟ ମଧ୍ୟ ଅଧିକ ସମୟ ନେଇଥାଏ, ଯେତେବେଳେ ଔଷଧ ସେମାନଙ୍କ ଶିରାରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଯାଏ।

କିନ୍ତୁ ନୂତନ ପଦ୍ଧତି ସହିତ, ବର୍ତ୍ତମାନ ଏହି ଔଷଧ ଶିରାରେ ଦେବା ପରିବର୍ତ୍ତେ ଚର୍ମ ତଳେ ଇଞ୍ଜେକ୍ସନ ଦିଆଯିବ । ଇଂଲଣ୍ଡ ଏହା କରିବାରେ ପ୍ରଥମ ଦେଶ ହେବ। ଟେକେଣ୍ଟ୍ରିକ୍ ହେଉଛି ଏକ ମୋନୋକ୍ଲୋନାଲ ଆଣ୍ଟିବଡି । ଯାହା କର୍କଟ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରଭାବିତ କରିଥାଏ ।ଆଟେଜୋଲିଜୁମାବ ହେଉଛି ଏକ ଇମ୍ୟୁନୋଥେରାପି ଔଷଧ । ଯାହା କର୍କଟ ରୋଗର କୋଷ ଖୋଜିବା ଏବଂ ନଷ୍ଟ କରିବା ପାଇଁ ରୋଗୀଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତି ଦେଇଥାଏ। ବର୍ତ୍ତମାନ ଫୁସଫୁସ, ସ୍ତନ, ଯକୃତ ଏବଂ ବ୍ଲାଡର କର୍କଟ ସମେତ ବିଭିନ୍ନ ପ୍ରକାରର କର୍କଟ ରୋଗରେ ପୀଡିତ ରୋଗୀଙ୍କୁ ଏହି ଚିକିତ୍ସା ଦିଆଯାଉଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା

 COASTAL NEWS Odia 545

ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା



ପୁରୀ: ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା। କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଟିଆ ବାବାଜୀ ଛକରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ। ମୃତ ଯୁବକ ହେଉଛନ୍ତି ନରେନ୍ଦ୍ରକୋଣ ଗୋପବନ୍ଧୁ କଲୋନୀର ନଡୁ ନାୟକ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସିଟି ଡିଏସପି କହିଛନ୍ତି।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ନଡୁ ଜଟିଆ ବାବାଜୀ ଛକରେ ବସିଥିବା ସମୟରେ ଦୁର୍ବୁତ୍ତମାନେ ତାଙ୍କୁ ଚିମୁଟା ଓ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ନଡୁଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ଓ ସିଟି ଡିଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ସିଟି ଡିଏସପି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ଚକୋ ବାର ଡବାରେ ଖାଣ୍ଟିସୁନା – ଆଣିଥିବା ବ୍ୟକ୍ତି ଗିରଫ

 COASTAL NEWS Odia 543


 ଚକୋ ବାର ଡବାରେ ଖାଣ୍ଟିସୁନା – ଆଣିଥିବା ବ୍ୟକ୍ତି ଗିରଫ



 
ତ୍ରିଚି – ସୁନା ଚୋରା ଚାଲାଣର ବିଭିନ୍ନ ଉପାୟ ବିଷୟରେ ଆପଣ ଜାଣିଥିବେ । କିଏ ଟ୍ରଲିବ୍ୟାଗର ମେଟାଲ୍‌ ପାଇପ୍‌ ତ କିଏ ପେଟର ପାଚନତନ୍ତ୍ର ଆଉ କେତେବେଳେ ଗୋଡ ହାତ ଭାଙ୍ଗିଛି କହି ବ୍ୟାଣ୍ଡେଜ୍‌ ଭିତରେ ସୁନା ଚୋରା ଚାଲାଣ କରୁଛନ୍ତି । ଏପରି କି ହାଡ ଭାଙ୍ଗିଛି ମେଟାଲ ଲାଗିଛି କହି ସେଥିରେ ବି ସୁନା ଚୋରା ଚାଲାଣ କରୁଛନ୍ତି । ଏବେ ତାମିଲନାଡୁର ତ୍ରିଚିରେ ନ୍ୟୁଟେଲା ଚକୋବଟର ଜାରରେ ଖାଣ୍ଟି ସୁନା ବିଦେଶରୁ ଚୋରା ଚାଲାଣ ବେଳେ ଧରାପଡିଛି ।

ନ୍ୟୁଟେଲା ଜାର ଭିତରେ ଚକୋବଟରେ ସୁନା ଗୁଣ୍ଡ ଗୋଳାଯାଇଥିବା ବେଳେ କିଛିଟା ଖାଣ୍ଟି ସୁନା ଖଣ୍ଡ ବି ଥିଲା । କୁଆଲାମ୍ପୁରରୁ ଏହି ଯାତ୍ରୀମାନେ ଭାରତ ଆସିଥିଲେ । ହେଲେ ସୁନା ଚୋରା ଚାଲାଣ ବିଷୟରେ କଷ୍ଟମ ବିଭାଗକୁ ଆଗରୁ ସୂଚନା ମିଳିଥିଲା ।
ଯାତ୍ରୀମାନେ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କୁ ଯାଞ୍ଚ କରାଯାଇଥିଲା । ସୁନା ମିଳି ନ ଥିଲା । ପରେ ନ୍ୟୁଟେଲା ଚକୋବଟର ଜାରକୁ ଯାଞ୍ଚ କରାଯିବାରୁ ସୁନା ମିଳିଥିଲା । ସୁନା ଚୋରା ଚାଲାଣ ଅଭିଯୋଗରେ ଏହି ଦୁଇ ଯାତ୍ରୀଙ୍କୁ ଗିରଫ କରାଯାଇଛି ।


#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ପାନ ଦୋକାନୀଙ୍କୁ ହତ୍ୟା

  COASTAL NEWS Odia 542

 ପାନ ଦୋକାନୀଙ୍କୁ ହତ୍ୟା



ବରଗଡ଼ - ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାରଗୁଡ଼ା ଗାଁରେ ଜଣେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ଗୋପବନ୍ଧୁ ସେଟ୍‌।
ଗୋପବନ୍ଧୁଙ୍କର ବାରଗୁଡ଼ା ଗାଁ ରେଳ ଫାଟକ ନିକଟରେ ଏକ ପାନ ଦୋକାନ ଥିଲା। ଗତକାଲି (ମଙ୍ଗଳବାର) ରାତିରେ ସେ ଦୋକାନ ବାରଣ୍ଡାରେ ଶୋଇଥିଲେ। ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇଥିଲା।
ଆଜି ସକାଳେ ଦୋକାନ ବାରଣ୍ଡାରେ ଖଟ ଉପରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିରହିଥିବା ଲୋକେ ଦେଖିବାକୁ ପାଇଥିଲେ। ଖଟ ତଳେ ମଧ୍ୟ ରକ୍ତ ପଡ଼ିଥିଲା।
ଘଟଣା ସଂପର୍କରେ ବରପାଲି ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ମୃତ ଗୋପବନ୍ଧୁଙ୍କ ପୁଅ ଅନୀଲ ସେଟ୍‌ ଏନେଇ ବରପାଲି ଥାନାରେ ଏତଲା ଦେଇଛନ୍ତି।
ଅନୀଲ ଏତଲାରେ ଦର୍ଶାଇଛନ୍ତି ଯେ କିଛି ଦିନ ତଳେ ତାଙ୍କ ବାପାଙ୍କର ଜଣେ ପାଖ ପଡ଼ୋଶୀ ଓ ତାଙ୍କ ପରିବାର ଲୋକଙ୍କ ସହିତ ଝଗଡ଼ା ହୋଇଥିଲା। ଢେକଳ ଧରେଇ, କର୍ଲୋ ଧରେଇ, ଆକାଶ ଧରେଇ ଓ ବିକାଶ ଧରେଇଙ୍କ ନାଁ ସେ ଉଲ୍ଲେଖ କରିଛନ୍ତି। ଏମାନଙ୍କ ସହିତ ଗୋପବନ୍ଧୁଙ୍କର ଝଗଡ଼ା ହୋଇଥିଲା ବୋଲି ତାଙ୍କ ପୁଅ ଅନୀଲ ଏତଲାରେ ଲେଖିଛନ୍ତି।


#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

ଆସୁଛି ବଡ଼ ବିପର୍ଯ୍ୟୟ

 COASTAL NEWS Odia 541

ଆସୁଛି ବଡ଼ ବିପର୍ଯ୍ୟୟ

 


ଓ୍ବାଶିଂଟନ,୩୦ା୮: ସମ୍ଭାବ୍ୟ ଝଡ଼ ‘ଇଡାଲିଆ’ ଫ୍ଲୋରିଡ଼ାଠାରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ବିପଦପୂର୍ଣ୍ଣ ବର୍ଗ-୪କୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବହିବା ସହ ଫ୍ଲୋରିଡାର ପଶ୍ଚିମ କୂଳରେ ବିପର୍ଯ୍ୟୟ ଘଟାଇବାର ଆଶଙ୍କା ରହିଛି। ବୁଧବାର ଏହି ଝଡ଼ ଅତ୍ୟନ୍ତ ବିପଜ୍ଜନକ ଭାବେ ଫ୍ଲୋରିଡାର ଗଲ୍ଫ କୋଷ୍ଟକୁ ଛୁଇଁଛି। ଏନେଇ ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ୨୯ ତାରିଖ ଅର୍ଥାତ୍‌ ଗୁରୁବାର ଭୟଙ୍କର ରୂପ ନେବ। ରାଷ୍ଟ୍ରୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ସାଟେଲାଇଟ୍‌ ଚିତ୍ର ଆମେରିକାର ପୂର୍ବ ଉପକୂଳ, ବରମୁଡାର ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ହରିକେନ ଇଡାଲିଆ, ଫ୍ଲୋରିଡାର ଗଲ୍ଫ କୋଷ୍ଟ ଏବଂ ଝଡ଼ ଫ୍ରାଙ୍କଲିନକୁ ଦର୍ଶାଉଛି। ଫ୍ଲୋରିଡାର ବୈଜ୍ଞାନିକମାନେ କହିଛନ୍ତି, ଏହି ଝଡ଼ ବଡ଼ଧରଣର ହେବ ବୋଲି ଆଶା କରାଯାଉଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews #ମେଡିକାଲ #publichealth #health #sundaragarh #astrology 

COASTAL NEWS

ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରୟାସ ଭୁବନେଶ୍ୱର, ୦୨/୦୭:...