AFFILIATE MARKETING

https://binomo.com?a=90810425bb57&t=0

Wednesday, July 5, 2023

ଇଏ ମା’ ନା ପିଶାଚୀ

 ଇଏ ମା’ ନା ପିଶାଚୀ ! କଳହ ହେବାରୁ ନିଜ ଝିଅ ଏବଂ ନାବାଳକ ପୁଅକୁ ଦେଇଥିଲା ବି





ଉଦଳା( ମୟୁରଭଞ୍ଜ୍ ): ଖୋଲିଲା ବହୁ ଚର୍ଚ୍ଚିତ ଟିଟିଆ ବିଲ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ରହସ୍ୟ। ସେହି ଘଟଣାରେ ଯୁବତୀଙ୍କ ମୃତ୍ୟୁ ପଛର କାର୍ପଟଦାର ଖୋଦ୍‌ ମୃତକଙ୍କ ମାଆ । ମାଆ ସାଜିଲା ପିଶାଚୀ । ଭୁଲିଗଲା ସମ୍ପର୍କ । ଏଇ ଦୁନିଆରେ ଗୋଟେ ସନ୍ତାନ ପାଇଁ ଯଦି ସବୁଠାରୁ ସୁରକ୍ଷିତ ସ୍ଥାନ କିଛି ଥାଏ ତେବେ ତାହା ହେଉଛି ତା ମାର କୋଳ । ହେଲେ ସେହି ମା’ ଯଦି ପିଶାଚୀ ସାଜିବ ତେବେ ପରିଣାମ କଣ ହେବ ଭାବିଲା ବେଳକୁ ଛାତି ଥରିଉଠୁଛି ।


ତେବେ ଏମିତି ଗତ ଜୁନ୍‌ ୧୩ ତାରିଖ ଦିନ ଘଟିଥିଲା । ଘରେ ମା ଏବଂ ଝିଅଙ୍କ ମଧ୍ୟରେ କଳହ ହେବାରୁ ନିଜ ଝିଅ ଏବଂ ନାବାଳକ ପୁଅକୁ ଦେଇଥିଲା ବିଷ । ହେଲେ ସୌଭାଗ୍ୟ କାରଣରୁ ନାବାଳକ ଜଣକ ବଂଚିଯାଇଥିବା ବେଳେ ଝିଅର ହୋଇଥିଲା ମୃତ୍ୟୁ । ତେବେ ଦୀର୍ଘ ୧୫ ଦିନର ତଦନ୍ତ ପରେ ପୋଲିସ୍‌ ଖୋଲିଛି ପୁରା ଘଟଣାର ରହସ୍ୟ।


ଗତ ୧୩ ତାରିଖ ଖୁଂଟା ଥାନା ଟିଟିଆ ଗ୍ରାମ ନିକଟ ବିଲରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଯୁବତୀଙ୍କ ମୃତଦେହ ନିକଟରେ ଜଣେ ନାବାଳକ ସଂଜ୍ଞାହୀନ ଅବସ୍ଥାରେ ପଡିଥିଲେ । ପୋଲିସ୍‌ ନାବାଳକକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ୧୫ ଦିନର ତଦନ୍ତ ପରେ ପୋଲିସ୍‌ ସାମ୍ନାକୁ ଆସିଲା ସାଂଘାତିକ ସତ ।


ମୃତକ ଯୁବତୀ ରଇବାରୀ ସିଂଙ୍କ ବିଧବା ମାଆ ମଙ୍ଗୁଳି ସିଂ ୪ ମାସର ଗର୍ଭବତୀ ରହିଛନ୍ତି । ମଙ୍ଗୁଳିଙ୍କ ସ୍‌ୱାମୀଙ୍କ ଦେହାନ୍ତ ଦୀର୍ଘ ବର୍ଷରୁ ହୋଇସାରିଛି । ଜୁନ ୧୨ ତାରିଖରେ କୌଣସି କାରଣକୁ ନେଇ ଉଭୟ ମୃତକ ରଇବାରୀ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ମା ମଙ୍ଗୁଳି ନିଜ ଝିଅ ରଇବାରୀ ଏବଂ ନାବାଳକକୁ ସାଙ୍ଗରେ ନେଇ ଟିଟିଆ ଗ୍ରାମକୁ ଆସିଥିବା ବେଳେ ପୂର୍ବରୁ କିଣି ରଖିଥିବା ବିଷ ଉଭୟ ଝିଅ ଏବଂ ନାବାଳକ ପୁଅକୁ ଖୁଆଇଥିଲା ।


ଝିଅ ରଇବାରୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ନାବାଳକ ପୁଅ ଗୁରୁତର ହୋଇଥିଲା । ଏପଟେ କାଣ୍ଡ ଭିଆଇବା ପରେ ମଙ୍ଗୁଳି ସିଂ ସେଠାରୁ ଫେରାର ହୋଇଯାଇଥିଲା । ପୋଲିସ୍‌ ଖୋଜାଖୋଜି କରି ତଦନ୍ତ କରିବା ପୁରା ଘଟଣା ସାମ୍ନାକୁ ଆସିଛି । ତେବେ କେଉଁ କାରଣରୁ ପ୍ରକୃତରେ କଳହ ହୋଇଥିଲା ଏବଂ କାହିଁକି ଅନ୍ତଚିରି ଜନ୍ମ ଦେଇଥିବା ମାଆ ପିଶାଚୀ ସାଜିଲା ତାହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ?

Monday, July 3, 2023

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍ : ନୋ ଫ୍ଲାଇଂ ଜୋନରେ କିପରି ଡ୍ରୋନ୍ ଉଡ଼ିଲା, ପୋଲିସର ତନାଘନା

 ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍ : ନୋ ଫ୍ଲାଇଂ ଜୋନରେ କିପରି ଡ୍ରୋନ୍ ଉଡ଼ିଲା, ପୋଲିସର ତନାଘନା




ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍ । ସକାଳ ପ୍ରାୟ ୫ଟା ବେଳେ ସୁରକ୍ଷାରେ ମୁତୟନ ଥିବା ଏସପିଜି, ଦିଲ୍ଲୀ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଛି । ଖବର ପାଇ ପୋଲିସ ପ୍ରଧାନମନ୍ତ୍ରୀ ବାସଭବନରେ ପହଞ୍ଚିଥିଲେ । କିନ୍ତୁ ସେଠାରୁ କୌଣସି ଡ୍ରୋନ୍ ପୋଲିସ ହାତରେ ଲାଗିନଥିଲା । ପିଏମ୍ ଆବାସ ନୋ ଫ୍ଲାଇଂ ଜୋନରେ ଯାଉଥିବାରୁ ସେଠାରେ କିପରି ଡ୍ରୋନ୍ ଉଡ଼ିଲା, ସେନେଇ ତଦନ୍ତ ଚଳାଇଛି ପୋଲିସ । ଏପର୍ଯ୍ୟନ୍ତ ପୋଲିସ କିମ୍ବା ଅନ୍ୟ ସୁରକ୍ଷା ସଂସ୍ଥା ଆଖପାଖ ଅଞ୍ଚଳରେ ତଲାସ କରିଥିଲା । କିନନ୍ତୁ ସେଭଳି କୌଣସି ସାମଗ୍ରୀ ମିଳିନଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ, ପାଣିପାଗ ବିଭାଗ ପୂର୍ବାନୁମାନ

 ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ, ପାଣିପାଗ ବିଭାଗ ପୂର୍ବାନୁମାନ





ଭୁବନେଶ୍ୱର  :  ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଆସନ୍ତା ୪ ତାରିଖ ବେଳରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ୩ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା ବିସ୍ତତି । ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୪ ତାରିଖରେ ବର୍ଷା ପରିମାଣ ଅଧିକ ରହିବ । ଏଥିପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।


ଓଡ଼ିଶାରେ ଜୁନ ମାସରେ ନିଅଣ୍ଟିଆ ବର୍ଷା ହୋଇଛି । ୧୬୩.୭ ମିମି ବର୍ଷା ହୋଇଛି ଜୁନ ମାସରେ । ଯାହା ସ୍ୱାଭାବିକଠାରୁ ୨୨ ପ୍ରତିଶତ କମ୍‌ । ଅଧିକାଂଶ ଉପକୂଳ ସହ ଦକ୍ଷିଣ ଓ ଉତ୍ତର ଓଡିଶାରେ କମ ବର୍ଷା ହୋଇଛି । ୨୦ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ କିମ୍ବା ଅଧିକ ନିଅଣ୍ଟିଆ ବର୍ଷା । କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ ଜିଲ୍ଲାରେ ନିଅଣ୍ଟ ପରିମାଣ ଅତ୍ୟଧିକ ରହିଛି । ଏହି ତିନି ଜିଲ୍ଲାରେ ନିଅଣ୍ଟ ପରିମାଣ ୬୦ ପ୍ରତିଶତରୁ ଅଧିକ । ସେପଟେ ୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୬ ଜିଲ୍ଲାରେ ଅଧିକ କିମ୍ବା ଅତ୍ୟଧିକ ବର୍ଷା ହୋଇଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଜୁଲାଇରେ ଭଲ ବର୍ଷିବ । ଓଡ଼ିଶାରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି ।

ବଡ଼ ପରଦାରେ ଅନୁଭବଙ୍କୁ ଟକ୍କର ଦେବେ ବର୍ଷା: ‘ଲଭ୍ ଇନ ଲଣ୍ଡନ’କୁ ଜବାବ୍ ଦେବ ‘ବସ୍’

 ବଡ଼ ପରଦାରେ ଅନୁଭବଙ୍କୁ ଟକ୍କର ଦେବେ ବର୍ଷା: ‘ଲଭ୍ ଇନ ଲଣ୍ଡନ’କୁ ଜବାବ୍ ଦେବ ‘ବସ୍’


 


ଭୁବନେଶ୍ବର: ଲୋକପ୍ରିୟ ନାୟକ ଅନୁଭବଙ୍କୁ ଟକ୍କର ଦେବା ଲାଗି ଏବେ ପ୍ରସ୍ତୁତ ହେଲେଣି ଓଲିଉଡର କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ଉଭୟଙ୍କ ବାସ୍ତବ ଜୀବନରେ ତ ଯାହା ଚାଲିଛି, ସମସ୍ତଙ୍କୁ ଜଣା। ହେଲେ ବଡ଼ ପରଦାରେ ଅନୁଭବଙ୍କୁ ଜବାବ ଦେବା ଲାଗି ବର୍ଷା ପ୍ରସ୍ତୁତ। ଏବେ ବର୍ଷା ପ୍ରିୟଦର୍ଶିନୀ ବଡ଼ ପରଦାରେ ‘ବସ୍’ ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖା ଦେବେ। ‘ବସ୍’ ଚଳଚ୍ଚିତ୍ରର ପ୍ରଯୋଜକ ହେଲେ ଜଣାଶୁଣା ନିର୍ମାତା ରମେଶ ବାରିକ ଓ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ତ୍ରିପତି ସାହୁ । ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।


ଗୋଟିଏପଟେ ଅନୁଭବଙ୍କ ସିନେମା ‘ଲଭ୍ ଇନ ଲଣ୍ଡନ’ରେ ଅନୁଭବ – ବର୍ଷା – ଜଗୃତିଙ୍କୁ ଦର୍ଶାଯାଇଥିବା ଚର୍ଚ୍ଚା ହେଉଛି। ଅନୁଭବଙ୍କ ଜୀବନ କାହାଣୀକୁ ସିନେମାରେ ଦର୍ଶାଯାଇଥିବା କୁହାଯାଉଛି। ଏହାର ଉତ୍ତର ଦେବା ପାଇଁ ବର୍ଷା ‘ବସ୍’ ଟାଇଟଲରେ ଏକ ଫିଲ୍ମ ନେଇ ଆସୁଥିବା ଚର୍ଚ୍ଚା ହେଉଛି। ଆଜି ବର୍ଷାଙ୍କ ଅଭିନୀତ ଏହି ସିନେମାର ଶୁଭ ମହୁରତ ହୋଇଛି। ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ବର ମେୟର୍ ସୁଲୋଚନା ଦାସ। ‘ବସ୍’ ନାରୀ ସଶକ୍ତିକରଣ ଉପରେ ସିନେମା ଆଧାରିତ ବୋଲି ବର୍ଷା କହିଛନ୍ତି। ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି ସେ କହିଛନ୍ତି । ବସ ଟାଇଟଲ୍ ରୋଲରେ ଅଭିନୟ କରିବା ସହ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ବ ବି ନିଭାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ସୂଚନାଯୋଗ୍ୟ, ପୂର୍ବରୁ ବର୍ଷା ନିମିକି , ବିଜୟିନୀ ଓ କୁଇନ ଭଳି ନାରୀକୈନ୍ଦ୍ରିକ ସିନେମାରେ ବି ନଜର ଆସିଥିଲେ। ‘ବସ୍’ରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିବ।

ସାପ ପାଇଁ ଦେଢ ଘଣ୍ଟା ଅଟକି ରହିଲା ଟ୍ରେନ୍:

 ସାପ ପାଇଁ ଦେଢ ଘଣ୍ଟା ଅଟକି ରହିଲା ଟ୍ରେନ୍: ଟ୍ରେନକୁ ବିଦ୍ୟୁତ୍ ସଂଯୋଗ କରୁଥିବା ତାରରେ ଗୋଡାଇ ହୋଇଯାଇଥିଲା ସାପ




 ସାପ ପାଇଁ ଅଟକିଲା ଟ୍ରେନ୍ । ଏକ ସାପ ପାଇଁ ଦେଢ଼ ଘଂଟରୁ ଅଧିକ ସମୟ ଅଟକି ରହିଲା ବିଶାଖାପାଟଣା- କିରଣ୍ଡୁଲ ଟ୍ରେନ । କୋରାପୁଟ ଜିଲ୍ଲା ପାଲିବା ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି । ଫଳରେ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ବୈଷୟିକ ଟିମ୍ ଘଟଣାସ୍ଥଳକୁ ଆସି ଟ୍ରେନର ପାନ୍ଟୋଗ୍ରାଫକୁ ମରାମତି କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଏନେଇ ରେଳ ବିଭାଗର ଜଣେ ଅଧିକାରୀ ସୂଚନା ଦିଆଯାଇଥିଲା । ସୂଚନା ଅନୁସାରେ, କୋରାପୁଟ ଷ୍ଟେସନ ଠାରୁ ପ୍ରାୟ ୨୦ କିମି ଦୂର ପାଲିବା ଷ୍ଟେସନ ନିକଟରେ ହଠାତ୍ ଟ୍ରେନ୍ଟି ଅଟକି ଯାଇଥିଲା । ଖବର ପାଇ ଘଟଣା ସ୍ଥଳ କୁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ଯାଇଥିଲା । ସେଠାରେ କାରଣ ଖୋଜିବା ବେଳକୁ ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଟ୍ରେନର ପାନ୍ଟୋଗ୍ରାଫରେ ଏକ ସାପ ଗୁଡ଼ାଇ ହୋଇ ରହିଛି । ଫଳରେ ଟ୍ରେନକୁ ବିଦ୍ୟୁତ୍ ଯୋଗାଉଥିବା ତାର ଠାରୁ ବିଛିନ୍ନ ହୋଇ ଯାଇଛି । ତୁରନ୍ତ ସାପର ମୃତଦେହ କୁ ସେଠା ରୁ କାଢି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ । ମରାମତି ସରିବା ପର ପ୍ରାୟ ଦେଢ଼ ଘଂଟା ପରେ ଟ୍ରେନ୍ଟି ସ୍ୱାଭାବିକ ଭାବେ ଘଟଣା ସ୍ଥଳରୁ ଯାତ୍ରା ଆରମ୍ଭ କରିଥିଲା ।

Sunday, July 2, 2023

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଏବଂ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI) ମୁହାମୁହିଁ

 ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଏବଂ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI) ମୁହାଁମୁହିଁ 



ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଏବଂ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI) ନବମ ଶତାବ୍ଦୀର କେଦାର ଗୌରୀ ମନ୍ଦିରର ସୀମା ପ୍ରାଚୀରର ଏକ ଅଂଶକୁ  ନେଇ ମୁହାଁମୁହିଁ ହୋଇଥିଲେ।


 ସୁରକ୍ଷାକର୍ମୀଙ୍କ ଅଭିଯୋଗ ଅନୁଯାୟୀ ଆଜି ସକାଳେ କିଛି ଲୋକ ପହଞ୍ଚି ସୀମା କାନ୍ଥର ଏକ ଅଂଶ ଭାଙ୍ଗି ଦେଇଥିଲେ।


 ଯେତେବେଳେ ସିକ୍ୟୁରିଟି ଗାର୍ଡଙ୍କ ସହ ମୁହାଁମୁହିଁ ହୋଇଥିଲେ, ସେମାନେ ତାଙ୍କୁ କହିଥିଲେ ଯେ କର୍ପୋରେଟରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନେ ଡ୍ରେନ୍ ଖୋଳିବା ପାଇଁ ଜେସିବି ମେସିନ୍ କମ୍ପାଉଣ୍ଡରେ ପ୍ରବେଶ କରିବେ।  ଯେତେବେଳେ ସୁରକ୍ଷା କର୍ମୀ ସେମାନଙ୍କୁ ASI ର ଅନୁମତି ପତ୍ର ଦେଖାଇବାକୁ କହିଥିଲେ, ସେମାନେ ତାହା କରିବାରେ ବିଫଳ ହୋଇଥିଲେ |


 ଏ ବାବଦରେ ତାଙ୍କ ପ୍ରତିକ୍ରିୟା ପାଇଁ ASI ସୁଶାନ୍ତ ଗୋଖାୟତଙ୍କ ସହକାରୀ କନେଷ୍ଟବଳଙ୍କୁ ଯୋଗାଯୋଗ କରାଯିବାବେଳେ ସେ କହିଥିଲେ, “ମୁଁ ମୋବାଇଲ ଫୋନରେ କର୍ପୋରେଟରଙ୍କୁ କହିଥିଲି ଯେ ସେ ପ୍ରଥମେ କାର୍ଯ୍ୟର ପ୍ରକୃତି ବିଷୟରେ ASI କୁ ଜଣାଇବା ଉଚିତ ଏବଂ ASI ତାଙ୍କୁ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍।  କାର୍ଯ୍ୟ ସହିତ  ଯେତେବେଳେ ଆମେ ସେମାନଙ୍କୁ କାମ ବନ୍ଦ କରିବାକୁ କହିଲୁ, ସେମାନେ ଏହାକୁ ବନ୍ଦ କଲେ |  କିନ୍ତୁ ପରେ ସେମାନେ ଏହାକୁ ପୁନର୍ବାର ଆରମ୍ଭ କରି କହିଛନ୍ତି ଯେ ମନ୍ତ୍ରୀ ଏହା କରିବାକୁ କହିଛନ୍ତି। କୌଣସି ପ୍ରକାର କାର୍ଯ୍ୟ କରିବା ପୂର୍ବରୁ ସେମାନେ ନିଶ୍ଚିତ ଭାବରେ ASI ରୁ ଅନୁମତି ପାଇଥିବେ |  ଏ ସମ୍ପର୍କରେ ଆମେ ପୋଲିସ ନିକଟରେ ଅଭିଯୋଗ କରିଛୁ। ”


 ଅନ୍ୟପକ୍ଷରେ ସମ୍ପୃକ୍ତ କର୍ପୋରେଟର କହିଛନ୍ତି ଯେ ଏହି ଜମି ବିଏମସିର ଅଟେ ଏବଂ ଏହି ଜମିରେ କୌଣସି କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଅନୁମତିର ଆବଶ୍ୟକତା ନାହିଁ।


 “ଜମି ବିଏମସିର ଅଟେ।  ଏହା ନ ଜାଣି ସେମାନେ (ASI) ପୂର୍ବରୁ କାନ୍ଥ ନିର୍ମାଣ କରିଥିଲେ |  ତେବେ ମନ୍ଦିରର ବିକାଶ ପାଇଁ ଏହା କରାଯାଇଛି।  ମନ୍ଦିରର କେଦାର ଗୌରୀ ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି।  କାନ୍ଥର ଏକ ଅଂଶ ଭାଙ୍ଗିଯାଇଛି ଯାହାଦ୍ୱାରା ଏକ ଜେସିବି ମେସିନ୍ ନିର୍ମାଣ ସ୍ଥାନକୁ ଯାଇପାରିବ |  ଏହାପୂର୍ବରୁ ମନ୍ତ୍ରୀ ଏଏସଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନେ ସେମାନଙ୍କର ଅନୁମତି ମଧ୍ୟ ଦେଇଥିଲେ ବୋଲି କର୍ପୋରେଟର ବିରଞ୍ଚି ନାରାୟଣ ମହାସପୁକର କହିଛନ୍ତି।


 ସେ କହିଛନ୍ତି, “ଏହି ପ୍ଲଟଟି ବିଏମସିର ଅଟେ, ତେଣୁ ବିଏମସି ପ୍ଲଟରେ ଏକ ସୀମା ପ୍ରାଚୀର ନିର୍ମାଣ ପାଇଁ ଆମେ ସେମାନଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିବୁ।

ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ, ୫ ଗିରଫ

 ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ, ୫ ଗିରଫ



 

ମୟୂରଭଞ୍ଜ ଜିଲ୍ଲା ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ କରାଯିବା ସହ ଏହି ମାମଲାରେ ୫ ଜଣ ଗିରଫ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ଡିଭିଜନ ଉପ ନିର୍ଦେଶକଙ୍କ ନେତୃତ୍ୱରେ ଶିମିଳିପାଳ ଦକ୍ଷିଣ, ଶିମିଳିପାଳ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ଏସିଏଫ୍, ରେଞ୍ଜର୍ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଯଶୀପୁରର ଜାମକେଶ୍ବର ଗାଁରେ ଚଢଉ କରାଯାଇଥିଲା।


ଏହି ଟିମ୍ ୪ଟି ହାତୀଦାନ୍ତ ଜବତ କରିଥିଲା ଏବଂ ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହାତୀଦାନ୍ତ ବିକ୍ରି କରିବା ଲାଗି ମସୁଧା ଚଳାଇଥିଲେ। ଏନେଇ ଅଧିକ ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ବାରିପଦାକୁ ନିଆଯାଇଛି।

ବାହାନଗା ରେଳ ଦୁର୍ଘଟଣା : ରିଲେ ରୁମ୍‌ ଷ୍ଟାଫ୍‌ଙ୍କ ତ୍ରୁଟି ପାଇଁ ଘଟିଲା ଦୁର୍ଘଟଣା !

 ବାହାନଗା ରେଳ ଦୁର୍ଘଟଣା : ରିଲେ ରୁମ୍‌ ଷ୍ଟାଫ୍‌ଙ୍କ ତ୍ରୁଟି ପାଇଁ ଘଟିଲା ଦୁର୍ଘଟଣା !





 

ବାହାନଗା : ରିଲେ ରୁମରେ ତ୍ରୁଟି ପାଇଁ  ବାହାନଗା ରେଳ ଦୁର୍ଘଟଣା ଘଟିଲା ବୋଲି ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଏପରି ହୋଇଛି। ସିବିଆଇ ତଦନ୍ତ ଚାଲୁଥିବାରୁ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣାର ମାସେ ପରେ ପଦରୁ ହଟିଛନ୍ତି ଦକ୍ଷିଣ- ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ। ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟ ନିଯୁକ୍ତି ଅନୁମତି ଦେଇଛି ବୋଲି ଭାରତୀୟ ରେଳବାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପ୍ରକାଶ ଯେ, ବାହାନଗା ରେଳ ଦୁର୍ଘଟଣାରେ ୨୯୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ।

ଏସ୍‌ସିବିରେ ବିରଳ ‌ଅସ୍ତ୍ରୋପଚାର -

 ଏସ୍‌ସିବିରେ ବିରଳ ‌ଅସ୍ତ୍ରୋପଚାର - 




କଟକ - ଯୁବକଙ୍କୁ ମିଳିଲା ବଞ୍ଚିବାର ନୂଆ ରାହା । ବାଲେଶ୍ଵର ଜିଲ୍ଲାର ଯୁବକ ପ୍ରକାଶ ଦାସଙ୍କ କଟି ଯାଇଥିବା ବାମ ହାତ ପାପୁଲିକୁ ଅସ୍ତ୍ରୋପଚାର କରି ଯୋଡ଼ିବାରେ ସଫଳ ହୋଇଛନ୍ତି ଏସସିବି ଡାକ୍ତର । ଗତ ୨୦ ତାରିଖରେ ଜମିବାଡ଼ି କଳହକୁ କେନ୍ଦ୍ର କରି କଟୁରୀ ଚୋଟର ଶିକାର ହୋଇଥିଲେ ଯୁବକ । ବାମ ହାତ ପାପୁଲି ସମ୍ପୂର୍ଣ୍ଣ କଟିଯାଇଥିଲା । ତୁରନ୍ତ ପ୍ରକାଶଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କଟିଯାଇଥିବା ହାତ ପାପୁଲିକୁ ସୁରକ୍ଷିତ ସାଙ୍ଗରେ ନେଇ ଆସିଥିଲେ ପ୍ରକାଶ । ଏସସିବିରେ ପହଞ୍ଚିବା ପରେ ତୁରନ୍ତ ଡାକ୍ତରୀ ଟିମ୍ ୮ ଘଣ୍ଟା ଧରି ଅସ୍ତ୍ରଉପଚାର ଆରମ୍ଭ କରିଥିଲେ । ଡାକ୍ତରଙ୍କ ପ୍ରୟାସ ସଫଳ ହେବାପରେ ଯୁବକଙ୍କ ହାତ ଧୀରେଧୀରେ କାମ କରିବାକୁ ଆରମ୍ଭ କରିଛି । ଯାହାକୁ ନେଇ ସେ ନୂଆ ଜୀବନ ପାଇଥିବା କହି ଖୁସି ଜାହିର କରିଛନ୍ତି ।


ଏସସିବି ମେଡିକାଲର ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମର ପ୍ରଚେଷ୍ଟା ଯୋଗୁ ଏହି ଅସ୍ତ୍ରପ୍ରଚାର ସଫଳ ହୋଇପାରିଛି । କଟା ହାତଟିକୁ ସରକ୍ଷିତ କରି ଅଣାଯାଇଥିବାରୁ ଅସ୍ତ୍ରୋପଚାର ସଫଳ ହୋଇଥିବା କହିଛନ୍ତି ଏସସିବି ପ୍ଲାଷ୍ଟିକ ସର୍ଜାରୀ ବିଭାଗ ଡାକ୍ତର ବିଭୂତି ଭୂଷଣ ନାୟକ । ଅଳ୍ପଦିନ ମଧ୍ୟରେ ହାତଟି ସମ୍ପୂର୍ଣ୍ଣ ଯୋଡି ହେବା ସହ କାମ କରିବ । 


ଦୁଇମାସ ମଧ୍ୟରେ ଏହା ଦ୍ୱିତୀୟ ସଫଳତା ହୋଇଥିବାବେଳେ କିଛିବର୍ଷ ମଧ୍ୟରେ ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗର ୮ଟି ବିରଳ ଅସ୍ତ୍ରୋପଚାରରୁ ୭ଟି ସଫଳ ହୋଇଛି । ଯାହା ହସପିଟାଲ ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି କରିଛି ।

ମୁମ୍ବାଇ-ନାଗପୁର ଏକ୍ସପ୍ରେସ୍‌ୱେରେ ପୋଡ଼ିଗଲା ବସ୍‌; ୨୬ ମୃତ, ୭ ଆହତ

 ମୁମ୍ବାଇ-ନାଗପୁର ଏକ୍ସପ୍ରେସ୍‌ୱେରେ ପୋଡ଼ିଗଲା ବସ୍‌; ୨୬ ମୃତ, ୭ ଆହତ



 

ମୁମ୍ବାଇ: ଶୁକ୍ରବାର ରାତିରେ ମହାରାଷ୍ଟ୍ର ଅନ୍ତର୍ଗତ ‘ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍‌ୱେ’ରେ ଯାଉଥିବା ଗୋଟାଏ ବସ୍‌ରେ ନିଆଁ ଲାଗିଯିବାରୁ ପ୍ରାୟ ୨୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୭ଜଣ ଆହତ ହୋଇଥିବା କଥା ପୁଲିସ କହିଛି।


ସଦ୍ୟତମ ସୂଚନା ଅନୁସାରେ, ଜଣେ ଆହତଙ୍କ ମୃତ୍ୟୁ ଯୋଗୁଁ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି।


ବସ୍‌ଟି ଯବତମାଲ୍‌ରୁ ପୁଣେ ଯାଉଥିଲା ବେଳେ ରାତି ପ୍ରାୟ ୨ଟା ବେଳେ ବୁଲଢାଣା ଜିଲ୍ଲାରେ ଅଘଟଣ ଘଟିଥିବା କଥା ‘ନିଉଜ୍‌ ଏଜେନ୍‌ସି ଏ.ଏନ୍‌.ଆଇ.’ ରିପୋର୍ଟ କରିଛି।


ବୁଲଢାଣା ଡେପୁଟି ପୁଲିସ କମିସନର୍‌ ବାବୁରାଓ ମହାମୁନି କହିଛନ୍ତି, ବସ୍‌ରୁ ୨୫ଟି ଶବ ବାହାର କରାଯାଇଛି। ସେ ବସ୍‌ରେ ସମୁଦାୟ ୩୩ଜଣ ଲୋକ ଥିଲେ। ୬ରୁ ୮ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁଲଢାଣା ସିଭିଲ୍‌ ହସ୍ପିଟାଲ୍‌କୁ ନିଆଯାଉଛି।


ବୁଲ୍‌ଢାଣା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସୁନୀଲ କଡ଼ାସନେ କହିଛନ୍ତି, ସେ ବସ୍‌ରେ ଯାଉଥିବା ସମୁଦାୟ ୩୩ଜଣ ଲୋକଙ୍କ ମଧ୍ୟରୁ ୨୫ଜଣଙ୍କର ମୃତ୍ୟୁ ଘଟିଛି ଓ ୮ଜଣ ଆହତ ହୋଇଛନ୍ତି। ବଞ୍ଚିଯାଇଥିବା ଉକ୍ତ ବସ୍‌ର ଡ୍ରାଇଭର୍‌ କହିଛନ୍ତି ଯେ, ବସ୍‌ର ଗୋଟାଏ ଟାୟାର୍‌ ଫାଟି ଓଲଟି ପଡ଼ିବା ଯୋଗୁଁ ନିଆଁ ଲାଗିଗଲା। ଘଟଣାର ତଦନ୍ତ ଆରମ୍ଭ ହୋଇଛି।


ଟାୟାର୍‌ ଫାଟିଯିବାରୁ ଘରୋଇ ବସ୍‌ଟି  ସିନ୍ଦଖେଡ଼ରାଜା ନିକଟରେ ରାସ୍ତା ‘ଡିଭାଇଡର୍‌’ ଆଡ଼କୁ ମାଡ଼ିଯାଇ ଓଲଟିପଡ଼ିଥିଲା ବୋଲି ସ୍ଥାନୀୟ ପୁଲିସ ମଧ୍ୟ କହିଛି।


ବୁଲଢାଣା ବସ୍‌ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପାମୂଳକ ସହାୟତା ଘୋ‌ଷଣା କରାଯାଇଛି।


ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଘଟଣାସ୍ଥଳକୁ ଯିବେ। ଘଟଣାର ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି।

Friday, June 30, 2023

ମାଉଣ୍ଟ ଆବୁ ର ଦିଲୱାରା ଜୈନ ମନ୍ଦିର |

 ମାଉଣ୍ଟ ଆବୁ ର ଦିଲୱାରା ଜୈନ ମନ୍ଦିର |



 ଏକାଦଶରୁ ତ୍ରୟୋଦଶ ତମ ଶତାବ୍ଦୀ ମଧ୍ୟରେ ସ୍ଥାପିତ ହୋଇଥିବା ଦିଲୱାରା ଜୈନ ମନ୍ଦିରଗୁଡିକ ଦେଶର ସ୍ଥାପତ୍ୟ ସିଦ୍ଧତାର ସର୍ବୋତ୍ତମ ନମୁନା ମଧ୍ୟରେ ପରିଗଣିତ ହୁଏ |  ପାଞ୍ଚଟି ମନ୍ଦିର ସଂରଚନାର ଏକ ଜଟିଳ, ଦିଲୱାରା ଜୈନ ମନ୍ଦିର ଆବୁ ପର୍ବତଠାରୁ ପ୍ରାୟ 2.5 କିଲୋମିଟର ଦୂରରେ ଅବସ୍ଥିତ |  ଧଳା ମାର୍ବଲରେ ଖୋଦିତ ଏହି ମନ୍ଦିରଗୁଡ଼ିକରେ ଭିତରେ ଅନ୍ୟନ୍ୟ କଳାର ସମାହାର ରହିଛି ଯାହା ଜଟିଳ ଡିଜାଇନ୍ ରହିଛି ଯାହା ଦ୍ୱାରଠାରୁ ଛାତ ପର୍ଯ୍ୟନ୍ତ ସବୁଆଡେ ବ୍ୟାପିଛି |  ଆବୁ ପର୍ବତରେ ଦିଲୱାରା ଜୈନ ମନ୍ଦିରଗୁଡିକ ଏକ ପରିଦର୍ଶନ ସ୍ଥାନ |



ସମୁଦ୍ରରୁ ବାହାରିଲା ମଣିଷ ଦାନ୍ତ ଥିବା ଅଦ୍ଭୁତ ମାଛ

ସମୁଦ୍ରରୁ ବାହାରିଲା ମଣିଷ ଦାନ୍ତ ଥିବା ଅଦ୍ଭୁତ ମାଛ





ପ୍ରକୃତିର ରହସ୍ୟ ଭିନ୍ନ । ପୃଥିବୀରେ ଏପରି ଅନେକ ଜୀବ ଲୁଚି ରହିଛନ୍ତି ଯେଉଁମାନଙ୍କ ଗଠନ ସମ୍ପୂର୍ଣ୍ଣ ରହସ୍ୟମୟ । ଏହି ଜୀବ ମାନଙ୍କୁ ଦେଖିବା ପରେ ଆଖିକୁ ମଧ୍ୟ ବିଶ୍ୱାସ କରିବା ଅସମ୍ଭବ ହୋଇଯାଏ । ତେବେ ଏହି ବିଚିତ୍ର ଜୀବ ମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିନ୍ତୁ ଅନେକ ସମୟରେ ଏପରି କିଛି ଜୀବଙ୍କ ଭିଡିଓ ସାମ୍ନାକୁ ଆସେ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଆମେରିକାର ବର୍ଜନିୟାରେ ଦେଖାଯାଇଛି । ଏଠାରେ ଥିବା ସମୁଦ୍ରରେ ଏକ ବିଚିତ୍ର ମାଛ ଭାସୁଥିବାର ଦେଖାଯାଇଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ମାଛର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ମିଳିଥିବା ସୂଚନା ଅନୁଯାୟୀ, ୩୮ ବର୍ଷିୟ ସ୍ପିୟରଫିସର ଟାଡ ଏଲ୍ଡର ଦିନେ ସମୁଦ୍ରରେ ମାଛ ଧରୁଥିଲେ । ଏହି ସମୟରେ ସେ ଏପରି ଏକ ମାଛ ଧରିଥିଲେ, ଯାହା ଅନ୍ୟ ସମସ୍ତ ମାଛଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସମୁଦ୍ରରୁ ମିଳିଥିବା ଏହି ମାଛର ଦାନ୍ତ ମଣିଷମାନଙ୍କ ଦାନ୍ତ ଭଳି ଦେଖାଯାଉଥିଲା । ଅନ୍ୟପଟେ ଏହି ମାଛର ମୁଣ୍ଡ ମଧ୍ୟ ଅନ୍ୟ ମାଛଙ୍କ ତୁଳନାରେ ଅଧିକ ବଡ଼ ଥିଲା । ଏହା ଦେଖିବାକୁ ବିଚିତ୍ର ଥିଲା ।


ଟାଡ ଏଲ୍ଡରଙ୍କ କହିବା ଅନୁସାରେ ସେ ପାଣି ଭିତରେ ପଶି ଶେଷରେ ଏହି ବିଚିତ୍ର ମାଛକୁ ଧରିବାରେ ସଫଳ ହୋଇଥିଲେ । ୮.୬ କିଲୋଗ୍ରାମର ଏହି ବିଚିତ୍ର ମାଛ ନିଜ ଦାନ୍ତରେ କାକଲ୍ସ, ଆଇଷ୍ଟର ଏବଂ କ୍ରାବ୍ସ ବା କଙ୍କଡ଼ା ଖାଇଥାଏ । ଟାଡ ଏଲ୍ଡରଙ୍କ କହିବା ଅନୁସାରେ ଏହି ମାଛର ବୟସ ୧୫ ବର୍ଷ ହେବ । ଏଲ୍ଡର ଯେଉଁଦିନ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ ସେ ତାଙ୍କ ପତ୍ନୀଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ । ମାଛ ଧରିବା ପରେ ସେ ଏହାର ଓଜନ ମାପିଥିବା ପ୍ରକାଶ କରିଛନ୍ତି ।


ଆନ୍ତର୍ଜାତୀୟ ଅଣ୍ଡରଓ୍ଵାଟର ସ୍ପିୟରଫିକ୍ସିଙ୍ଗ ଆସୋସିଏସନ ଅନୁସାରେ ସମୁଦ୍ରରେ ମିଳୁଥିବା ଏହି ବିଚିତ୍ର ମାଛ ସବୁଠାରୁ ଅଧିକ ଓଜନର ଶିପ୍‌ହେଡ ଫିସ ବୋଲି କୁହାଯାଇଥାଏ । ଏହାକୁ ନେଇ ଏକ ବିଶ୍ୱ ରେକର୍ଡ କରାଯାଇଛି । ଏହି ମାଛ ୩ରୁ ୪ ପାଉଣ୍ଡ ଅର୍ଥାତ ଏକ ରୁ ଦୁଇ କିଲୋଗ୍ରାମର ହୋଇଥାଏ । କିନ୍ତୁ ଏହାର ଦାନ୍ତ ମଣିଷମାନଙ୍କ ଦାନ୍ତ ଭଳି ହୋଇଥିବାରୁ ଏହା ଅନ୍ୟ ମାଛଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।



ନିଲାମ ହେବ ହିଟଲରଙ୍କ ଚାନ୍ଦି ପେନସିଲ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

 ନିଲାମ ହେବ ହିଟଲରଙ୍କ ଚାନ୍ଦି ପେନସିଲ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ




ଇତିହାସ ର ଶାସକମାନଙ୍କ ମଧ୍ୟରେ ଆଡଲଫ ହିଟଲର ହେଉଛନ୍ତି ଅନ୍ୟତମ । ତାଙ୍କ ଶାସନ ସମୟର ଅନେକ କାହାଣୀ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି । କିନ୍ତୁ ଅନେକ ଲୋକ ତାଙ୍କୁ ପସନ୍ଦ କରୁଥିଲେ । ଏବଂ ହିଟଲରଙ୍କ କୌଣସି ସାମଗ୍ରୀ ନିଲାମ ହେଲେ ଏହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗେ । ଯାହା କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ । ଗତ ବର୍ଷ ହିଟଲରଙ୍କ ଘଣ୍ଟା ନିଲାମ ହୋଇଥିଲା । ଏହାର ଚର୍ଚ୍ଚା ହେବା ସହ ଅନେକ ଦେଶରେ ଏହାକୁ ବିରୋଧ କରାଯାଇଥିଲା । ତେବେ ବର୍ତ୍ତମାନ ହିଟଲରଙ୍କ ଏକ ଚାନ୍ଦି ପେନସିଲ ନିଲାମ ହେବାକୁ ଯାଉଛି ।


ନିଲାମ ହେବାକୁ ଥିବା ଏହି ଚାନ୍ଦି ପେନସିଲଟି ହିଟଲରଙ୍କୁ ତାଙ୍କ ପ୍ରେମିକା ଉପହାର ଦେଇଥିବା କୁହାଯାଉଛି । ଅନ୍ୟପଟେ ଏହି ପେନସିଲର ମୂଲ୍ୟ ୮୦ ଲକ୍ଷ ରୁ ଏକ କୋଟି ମଧ୍ୟରେ କିଣା ଯାଇ ପାରିବ । ତେବେ ଏହି ପେନସିଲରେ ଏପରି କଣ ଖାସ ରହିଛି ଆପଣ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବେ ।


ଏହି ପେନସିଲ ଖାସ ହେବାର କାରଣ ହେଉଛି ଏହା ହିଟଲରଙ୍କ ପେନସିଲ । ଏହା ତାଙ୍କ ପ୍ରେମିକା ଇବା ବ୍ରାନ ତାଙ୍କୁ ଉପହାର ଦେଇଥିବାରୁ ଏହାର ମୂଲ୍ୟ ଏତେ ଅଧିକ ରହିଛି । ସୂଚନା ଅନୁସାରେ ହିଟଲରଙ୍କ ୫୨ତମ ଜନ୍ମ ଦିବସରେ ଇବା ଏହି ପେନସିଲ ଉପହାର ସ୍ୱରୂପ ଦେଇଥିଲେ । ଏହି ପେନସିଲ ଚାନ୍ଦିରେ ନିର୍ମିତ । ଏହି ପେନସିଲରେ ଏଏଚ ଲେଖାଯାଇଛି, ଯାହା ହିଟଲରଙ୍କ ଅନ୍ୟ ସମସ୍ତ ସାମଗ୍ରୀରେ ମଧ୍ୟ ଲେଖାଯାଇଛି । ଏହା ପୂର୍ବରୁ ନିଲାମ ହୋଇଥିବା ଘଣ୍ଟାରେ ମଧ୍ୟ ହିଟଲରଙ୍କ ଏହି ଚିହ୍ନ ରହିଥିଲା । ପେନସିଲ ବ୍ୟତୀତ ଅନ୍ୟ କିଛି ସାମଗ୍ରୀ ମଧ୍ୟ ନିଲାମ ହେବାର ସୂଚନା ରହିଛି ।


ଆୟରଲ୍ୟାଣ୍ଡରେ ଏହି ନିଲାମ ହେବାକୁ ଯାଉଛି । ବ୍ଲୁମଫିଲ୍ଡ ତରଫରୁ ଏହି ପଦକ୍ଷେପ ନିଆଯାଉଛି । ନିଲାମ ପରେ ହିଁ ଜଣା ପଡ଼ିବ ଏହା କେତେ ମୂଲ୍ୟରେ ବିକ୍ରି ହେବ । ବର୍ତ୍ତମାନ ସୁଦ୍ଧା ଏହା ୮୦ହଜାର ପାଉଣ୍ଡ ଅର୍ଥାତ ୮୦ ଲକ୍ଷ ଟଙ୍କା ରଖାଯାଇଛି । ତେବେ ପୂର୍ବରୁ ହିଟଲରଙ୍କ ସୁନା ଘଣ୍ଟା ୧.୧ ମିଲିଅନ ଡଲାରରେ ନିଲାମ ହୋଇଥିଲା । ୧୯୩୩ ମସିହାରେ ଜର୍ମାନୀର ଚାନ୍ସଲର ହେବା ପରେ ଏହି ଘଣ୍ଟା ତାଙ୍କୁ ଉପହାର ସ୍ୱରୂପ ଦିଆ ଯାଇଥିଲା ।



ଲାଇନ୍ ଥିଲେ ବି ଅନ୍ଧାର, ନ ଥିଲେ ବି ଅନ୍ଧାର: ଛାତ୍ରୀ ନିବାସରେ ପ୍ରତିକୂଳ ପରିବେଶରେ ଛାତ୍ରୀ

 ଲାଇନ୍ ଥିଲେ ବି ଅନ୍ଧାର, ନ ଥିଲେ ବି ଅନ୍ଧାର: ଛାତ୍ରୀ ନିବାସରେ ପ୍ରତିକୂଳ ପରିବେଶରେ ଛାତ୍ରୀ




ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ଭିତରେ ରହିଛି ଏକ ମାତ୍ର ମହାବିଦ୍ୟାଳୟ, ଯାହା ୧୯୮୧ ମସିହାରୁ ସ୍ଥାପିତ ହୋଇଛି। ଏହି ମହାବିଦ୍ୟାଳୟରେ ଆଖପାଖ ଅଞ୍ଚଳର ଅନେକ ଛାତ୍ର ଛାତ୍ରୀ ତାଙ୍କର ଭବିଷ୍ୟତ ଗଢ଼ିଛନ୍ତି। ପ୍ରଥମେ ଏଠାରେ କେବଳ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏବେ ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗ ମଧ୍ୟ ଖୋଲି ସାରିଛି। ତେଣୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।


ଏଠାରେ ଛାତ୍ରୀ ମାନେ ସୁରକ୍ଷିତ ଭାବରେ ରହି ଉଚ୍ଚ ଶିକ୍ଷା ଲାଭ କରି ପାରିବେ ବୋଲି ଦୁଇଟି ଛାତ୍ରୀ ନିବାସ ରହିଛି। ଏହି ଦୁଇ ଛାତ୍ରୀ ନିବାସର ବର୍ତ୍ତମାନ ୧୨୨ ଜଣ ଛାତ୍ରୀ ରହିଛନ୍ତି। କିନ୍ତୁ ଦୀର୍ଘ ଦୁଇ ବର୍ଷ ହେଲା ନୂତନ ଛାତ୍ରୀ ନିବାସରେ ଥିବା ଇନଭର୍ଟର ଅଚଳ ହୋଇ ପଡ଼ିଛି। ଲାଇନ୍ ଚାଲିଗଲେ ଅନ୍ଧାରରେ ଶୋଉଛନ୍ତି ଛାତ୍ରୀ ମାନେ। ସାମାନ୍ୟ ବର୍ଷାରେ ଅଣ୍ଠୁଏ ପାଣି ଜମୁଛି ଛାତ୍ରୀ ନିବାସ ସମ୍ମୁଖରେ। ଟିକିଏ ବର୍ଷା ଅଧିକ ହେଲେ ଆଣ୍ଠୁଏ ପାଣିରେ ପିଲା ମାନେ କ୍ୟାଣ୍ଟିନକୁ ଖାଇବା ପାଇଁ ଯାଇଥାନ୍ତି। ଏପରିକି ବାହାରେ ଲାଗିଥିବା ଷ୍ଟ୍ରୀଟ୍ ଲାଇଟ୍ ଗୁଡ଼ିକ ବନ୍ଦ ହୋଇ ପଡ଼ି ରହିଥିବାରୁ ଛାତ୍ରୀ ମାନେ ଲାଇନ୍ ଥିବା ସତ୍ତ୍ଵେ ଅନ୍ଧାରରେ ଯିବା ଆସିବା କରୁଛନ୍ତି। ପୁରୁଣା ଛାତ୍ରୀ ନିବାସର ଦୁଇଟି କୋଠରୀରେ ପାଣି ଝରୁଛି। ଏହାର ମରାମତି କରାଯାଇ ସୁବ୍ୟବସ୍ଥା ନ କରିବାରୁ ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏ ନେଇ ଏନଏସିକୁ ଲିଖିତ ଭାବେ ମଧ୍ୟ ପତ୍ର ସଂଖ୍ୟା ୩୭୮/ତା ୬/୨୩ ମାଧ୍ୟମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ଜଣାଇ ସାରିଛନ୍ତି। ହେଲେ ଏ ଯାଏଁ ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିବା ଜଣାପଡ଼ିଛି। ତେବେ ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ତଥା ତାଙ୍କର ଶିକ୍ଷାକୁ ଦୃଷ୍ଟିରେ ରଖି ଏନଏସି କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରି ବିହିତ ବ୍ୟବସ୍ଥା କରିବା ପାଇଁ ଅଭିଭାବକ ମାନେ ଦାବି ଜଣାଇଛନ୍ତି।

Thursday, June 29, 2023

ଧରାପଡ଼ିଲେ ରସିକିଆ ଶିକ୍ଷକ:

 ଧରାପଡ଼ିଲେ ରସିକିଆ ଶିକ୍ଷକ: ଛାତ୍ରୀଙ୍କୁ କରୁଥିଲେ ଅସଦାଚରଣ, ଘରେ ନକହିବାକୁ ଗୀତା ଛୁଇଁ ଶପଥ କରାଉଥିଲେ





ବାଲେଶ୍ଵର : ଧରାପଡ଼ିଲେ ରସିକିଆ ଶିକ୍ଷକ । ଘରୋଇ କୋଚିଂ ସେଣ୍ଟରରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ । ଘରେ ନକହିବାକୁ ଗୀତା ଛୁଇଁ ଶପଥପାଠ କରାଉଥିଲେ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ବଡନଗର ଗାଁର ଘଟଣା । ଗାଁର କଲ୍ୟାଣ କୁମାର ପଣ୍ତା କସିଦା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘରେ ଏକ କୋଚିଂ ସେଣ୍ଟର ଖୋଲି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପାଠ ପଢାନ୍ତି ।


ଦୀର୍ଘଦିନ ହେଲା କୋଚିଂ ସେଣ୍ଟରରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଘରେ ନଜଣାଇବାକୁ ଗୀତା ଛୁଇଁ ଶପଥ ପାଠ କରାଉଥିଲେ ଶିକ୍ଷକ । ପୂର୍ବରୁ ରସିକିଆ ଶିକ୍ଷକ ଜଣକ ଧରାପଡିଥିଲେ । ଛାତ୍ରୀ ଓ ଅଭିଭାବକଙ୍କୁ ଅନୁରୋଧ କରି କାହାକୁ ନକହିବାକୁ କହିଥିଲେ। ପୁଣିଥରେ ଅଭିଯୋଗ ଆସିବା ପରେ ଶିକ୍ଷକଙ୍କୁ ଘେରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଅଭିଭାବକ ଓ ଗ୍ରାମବସୀଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ଦିଆଯାଇନାହିଁ । ସେପଟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷକ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଗମ୍ଭୀର ରୋଗ, ମେଶିନ ସାହାଯ୍ୟରେ ଶୋଇବା ବେଳେ ନେଉଛନ୍ତି ନିଶ୍ୱାସ । ହ୍ୱାଇଟ ହାଉସ କଲା ଖୁଲାସା

 ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଗମ୍ଭୀର ରୋଗ, ମେଶିନ ସାହାଯ୍ୟରେ ଶୋଇବା ବେଳେ ନେଉଛନ୍ତି ନିଶ୍ୱାସ । ହ୍ୱାଇଟ ହାଉସ କଲା ଖୁଲାସା 




 

 ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୮୦ ବର୍ଷ ବୟସ ପାର କରିସାରିଛନ୍ତି । ଏହି କାରଣରୁ ତାଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଛି । ସେ ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି । ବର୍ତ୍ତମାନ ବାଇଡେନ ଶୋଇବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତେଣୁ ଶୋଇବା ସମୟରେ ତାଙ୍କୁ ସିଏପିଏ ବା କଣ୍ଟିନ୍ୟୁୟସ ଏୟାରୱେ ପ୍ରେସର ମେଶିନରେ ରଖାଯାଉଛି । ଏହା ଦ୍ୱାରା ସେ ରାତିରେ ଠିକ ଭାବରେ ଶୋଇପାରୁଛନ୍ତି । ହ୍ୱାଇଟ ହାଉସର ମୁଖପାତ୍ର ଆଣ୍ଡ୍ର୍ୟୁ ବେଟ କହିଛନ୍ତି, ୨୦୦୮ ମସିହାରୁ ରାଷ୍ଟ୍ରପତି ନିଦ୍ରାଜନିତ ସମସ୍ୟା ଦେଇ ଗତିକରୁଛନ୍ତି । ସେବେଠାରୁ ସେ ସିଏପିଏ ମେଶିନର ସାହାଯ୍ୟ ନେଉଛନ୍ତି ।


ରଏଟର୍ସର ରିପୋର୍ଟ ଅନୁସାରେ ବାଇଡେନଙ୍କୁ ନିଶ୍ୱାସ ନେବା ପାଇଁ ମେସିନର ବ୍ୟବହାର କରିଥାନ୍ତି । ଶୋଇବା ସମୟରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । ଏହି ରୋଗର ନାମ ହେଉଛି ସ୍ଲିପ୍ ଏପନିଆ । ଏହି ରୋଗ କାରଣରୁ ବାଇଡେନ ରାତିରେ ଠିକ ଭାବେ ଶୋଇପାରନ୍ତି ନାହିଁ ।


ନିକଟରେ ଏକ ପ୍ରେସମିଟ ବେଳେ ଜୋ ବାଇଡେନଙ୍କ ମୁହଁରେ ମୋଟା ପଟିର ଦାଗର ଚିହ୍ନ ରହିଥିଲା । ଏହା ପରେ ଅନୁମାନ ଲଗାଯାଇଥିଲା ଯେ ସେ ସିଏପିଏ ମେଶିନର ବ୍ୟବହାର କରୁଛନ୍ତି ।

୭ଟି ବିରାଡ଼ିଙ୍କ ନାଁ’ରେ ୨.୪ କୋଟି ଟଙ୍କାର ଇଷ୍ଟେଟ୍‌;

 ୭ଟି ବିରାଡ଼ିଙ୍କ ନାଁ’ରେ ୨.୪ କୋଟି ଟଙ୍କାର ଇଷ୍ଟେଟ୍‌; ବିରାଡ଼ିଙ୍କୁ ପୋଷ୍ୟ କରିବାକୁ ଲୋକେ ଧରାପରା




 

ଟାମ୍ପା: ଗତ ନଭେମ୍ବର ମାସରେ ମୃତ୍ୟୁବରଣ କରିଥିବା ଫ୍ଲୋରିଡାର ଜଣେ ମହିଳା ତାଙ୍କର ୨.୪ କୋଟି ଟଙ୍କାର ଇଷ୍ଟେଟ୍‌କୁ ପାଳିଥିବା ୭ଟି ‘ପାରସ୍ୟ ବିରାଡ଼ି’ଙ୍କ (ଲମ୍ବା ଲୋମଥିବା ବିରାଡ଼ି) ନାଁରେ ‘ୱିଲ୍‌’ ବା ଇଚ୍ଛାପତ୍ର କରିଯାଇଛନ୍ତି।


‘ଟାମ୍ପା ବେ’ ଟାଇମ୍‌’ ରିପୋର୍ଟ ଅନୁସାରେ, ଫ୍ଲୋରିଡ଼ା ଅନ୍ତର୍ଗତ ଟାମ୍ପାର ବାସିନ୍ଦା ନାନ୍‌ସି ସେୟୁର୍‌ ନଭେମ୍ବର ୨୬ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। କିନ୍ତୁ, ବିରାଡ଼ିମାନେ ତାଙ୍କ ଇଷ୍ଟେଟ୍‌ରେ ରହିବେ ଓ ଇଷ୍ଟେଟ୍‌ରୁ ପ୍ରତ୍ୟେକ ସମାନ ଭାଗ ପାଇବେ ବୋଲି ସେ ଇଚ୍ଛାପତ୍ରରେ ଉଲ୍ଲେଖ କରିଯାଇଛନ୍ତି।


ସେୟୁର୍‌ଙ୍କ ସାଙ୍ଗ ୟାନା ଆଲ୍‌ବାନ୍‌ ‘ଟାମ୍ପା ବେ’ ଟାଇମ୍‌’କୁ କହିଛନ୍ତି ଯେ, ଇଚ୍ଛାପତ୍ର ଅନୁସାରେ, ସବୁଯାକ ବିରାଡ଼ିଙ୍କ ମୃତ୍ୟୁ ନ ହେବା ଯାଏ ସେ ଇଷ୍ଟେଟ୍‌କୁ ବିକ୍ରୟ କରାଯାଇ ପାରିବ ନାହିଁ। ବିରାଡ଼ିମାନଙ୍କୁ ପୃଥକ୍‌ କରିଦେଲେ ସେମାନେ ହନ୍ତସନ୍ତ ହୋଇ ମରିଯିବେ ବୋଲି ସେୟୁର୍‌ ଚିନ୍ତିତ ଥିଲେ।


‘ହ୍ୟୁମେନ୍‌ ସୋସାଇଟି ଅଫ୍‌ ଟାମ୍ପା ବେ’ର ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ସେରି ସିଲ୍‌କ୍‌ କହିଛନ୍ତି, ଏତେ ବଡ଼ ଘରେ ବିରାଡ଼ିମାନେ ଏକା ଏକା ରହିବା ଅନୁଚିତ। ତେଣୁ, ପ୍ରତିଦିନ ବିରାଡ଼ିମାନଙ୍କ ଦେଖାଶୁଣା ପାଇଁ ଜଣକୁ ରଖାଯାଇଛି। କିନ୍ତୁ, ସବୁବେଳେ ବିରାଡ଼ିମାନଙ୍କର ଦାୟିତ୍ବ ବହନ କରିବା ତାଙ୍କଦ୍ବାରା ସମ୍ଭବ ହେଉ ନ ଥିବାରୁ ଆମକୁ ଯିବାକୁ ପଡୁଛି।


ତେଣୁ, ଏ ସପ୍ତାହ ଶେଷଆଡ଼କୁ ସେ ବିରାଡ଼ିମାନଙ୍କୁ ପୋଷ୍ୟ କରିନେବା ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ପ୍ରତି ଜଣେ ଆଟର୍ଣ୍ଣି ଇଷ୍ଟେଟ୍‌ରେ ପ୍ରତି ବିରାଡ଼ିର ଭାଗ କେତେ ତାହା ସ୍ଥିର କରୁଛନ୍ତି।


ଦକ୍ଷିଣ ଟାମ୍ପାରେ ଥିବା ଏହି ବିଶାଳ ବାସଭବନରେ ‘ମିଡ୍‌ନାଇଟ୍‌’, ‘ସ୍ନୋବଲ୍‌’, ‌‘ଗୋଲ୍‌ଡ୍‌ପିଙ୍ଗର୍‌’, ‘ଲିଓ’, ‘ସ୍କୁଇକି’, ‘କ୍ଲିଓପାଟ୍ରା’ ଏବଂ ନେପୋଲିୟନ୍‌’ ନାମରେ ୭ଟି ବିରାଡ଼ି ରହୁଛନ୍ତି।


ସିଲ୍‌କ୍‌ ଆହୁରି ମଧ୍ୟ କହିଛନ୍ତି, ବିରାଡ଼ିମାନଙ୍କୁ ମାତ୍ର ୫ ବ‌ର୍ଷ ବସୟ। ଏହି ପ୍ରଜାତିର ବିରାଡ଼ିମାନଙ୍କୁ ପାଳିବା ବ୍ୟୟବହୁଳ ଓ କଷ୍ଟସାଧ୍ୟ। କିନ୍ତୁ, ପ୍ରତି ବିରାଡ଼ି ଇଷ୍ଟେଟ୍‌ରୁ ଯାହା ବାଣ୍ଟ ପାଇବେ ତାହା ସେମାନଙ୍କ ଖର୍ଚ୍ଚ ପାଇଁ ଯଥେଷ୍ଟରୁ ଅଧିକ ହେବ।


‌‘ସ୍ନୋବଲ୍‌’ର ହୃତ୍‌ପିଣ୍ଡ ସମସ୍ୟା ଥିବାରୁ ତା’ର ଚିକିତ୍ସକ ତାକୁ ପୋଷ୍ୟ କରିନେଇଛନ୍ତି। ଏହାଛଡ଼ା, ବାକି ୬ଟି ବିରାଡ଼ିକୁ ପୋଷ୍ୟ କରିନେବା ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୧୫୬ଜଣ ଆବେଦନ କରିସାରିଲେଣି।

ପବିତ୍ର ସୁନାବେଶର ରହସ୍ୟ

 *ପବିତ୍ର ସୁନାବେଶର ରହସ୍ୟ....*


*ଜାଣନ୍ତୁ କେଉଁ ଅଳଙ୍କାରରେ ସଜ୍ଜିତ ହୁଅନ୍ତି ତିନି ଠାକୁର :-*



ଆଷାଢ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଠାକୁରଙ୍କ ୩ ରଥ ପହଞ୍ଚିବା ପରେ ମହାବାହୁଙ୍କ ସୁନାବେଶ ହୋଇଥାଏ ।


ବର୍ଷକୁ ୪ଥର ମହାପ୍ରଭୁଙ୍କର ସୁନାବେଶ ଧାରଣ କରନ୍ତି । କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ସମୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ହେଉଥିବା ବେଳେ ବାହୁଡ଼ା ଯାତ୍ରାର ଅନ୍ତିମ ଦିନ ବଡଦାଣ୍ଡରେ ରଥ ଉପରେ ହିଁ ଶ୍ରୀବିଗ୍ରହଙ୍କ ସୁନାବେଶ ହୋଇଥାଏ ।



ଭଗବାନଙ୍କ ସୁନାବେଶରେ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନେ ଅଳଙ୍କୃତ ହୋଇଥାନ୍ତି ।


*ବଡ଼ଭାଇ ବଳଭଦ୍ର :-*


ଅଳଙ୍କାର ଗୁଡ଼ିକ ହେଉଛି ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ହଳ ଏବଂ ମୁଷଳ ।


*ଭଉଣୀ ସୁଭଦ୍ରା:-*


 କିରୀଟ, ଓଡ଼ିଆଣୀ, କାନ ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତୀ ମାଳି ଭଳି ଆଭୁଷଣ ପରିଧାନ କରିଥାନ୍ତିି ।


*ପ୍ରଭୁ ଜଗନ୍ନାଥ :-*


ଜଗମୋହନଙ୍କ ଶ୍ରୀଅଙ୍ଗରେ ମଧ୍ୟ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ ଇତ୍ୟାଦି ସହିତ ଆଡ଼କାନି, ହରିଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ସୁବର୍ଣ୍ଣ ଚକ୍ର ଏବଂ ରୋପ୍ୟ ଶଙ୍ଖରେ ବିଭୁଷିତ ହୋଇଥାନ୍ତି ।


*ସଂଗୄହିତ*

Wednesday, June 28, 2023

ଏଥର କାରରେ ଯାଇପାରିବେ ଭାରତରୁ ଥାଇଲ୍ୟାଣ୍ଡ । ମୋଦୀ ସରକାରଙ୍କ ଆକ୍ଟ ଇଷ୍ଟ ପଲିସିର ପ୍ରଭାବ--- -- ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନିର୍ମାଣ ହୋଇଥିବା ଭାରତରୁ ଚୀନ ଯାଏଁ ଯାଉଥିବା ଏକମାତ୍ର ରାସ୍ତାକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ଏହା ମଣିପୁର ସହ ମିଆଁମାର ଓ ଥାଇଲ୍ୟାଣ୍ଡକୁ ସଂଯୋଗ କରୁଛି ଏହି ହାଇୱେ । ମୋଦୀ ସରକାରଙ୍କ ଆକ୍ଟ ଆକ୍ଟ ଇଷ୍ଟ ପଲିସିର ପ୍ରଭାବରେ ଏହି ହାଇୱେର ୭୦ ପ୍ରତିଶତ କାମ ଶେଷ ହୋଇସାରିଲାଣି ।ତେବେ ମଣିପୁରରେ ହିଂସା ଯୋଗୁଁ ଏହାର କାମ କିଛି ଦିନ ପାଇଁ ଧିମା ହୋଇଥିବା କହିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ୨୦୨୭ ସୁଦ୍ଧା ଏହି ରାଜପଥ ନିର୍ମାଣ କାର୍ୟ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।ଏହା ଶେଷ ହେବା ପରେ ଭାରତରୁ ଥାଇଲାଣ୍ଡ ଯିବା ସହଜ ହେବ । ବିମାନ ଉଡ଼ାଣ ପରିବର୍ତ୍ତେ ଲୋକମାନେ କାର୍ ଯୋଗେ ଥାଇଲାଣ୍ଡ ଯାଇପାରିବେ। ଏହି ତିନି ଦେଶ ମିଳିତ ଭାବେ ଭାରତ-ମିଆଁମାର ଏବଂ ଥାଇଲାଣ୍ଡ ରାଜପଥ ନିର୍ମାଣ କରୁଛନ୍ତି, ଯାହାର ମୋଟ ଲମ୍ବ ପ୍ରାୟ ୧୪୦୦ କିଲୋମିଟର । ତତ୍କାଳୀନ ବାଜପେୟୀ ସରକାର ଏହି ପ୍ରକଳ୍ପ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏହା କେବଳ କାଗଜପତ୍ରରେ ସୀମିତ ରହିଥିଲା। ଏହାପରେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା । ତିନି ଦେଶକୁ ସଂଯୋଗ କରୁଥିବା ଏହି ରାଜପଥ କୋଲକାତାରୁ ଆରମ୍ଭ ହୋଇ ସିଲିଗୁଡ଼ି ଯାଏ ଏବଂ ପରେ ବିହାରର ଦେଇ ବଙ୍ଗଳାର ଶ୍ରୀରାମପୁର ସୀମାରୁ ଆସାମରେ ପ୍ରବେଶ କରେ । ଆସାମ ଦେଇ ଦିମାପୁର ଓ ନାଗାଲାଣ୍ଡ ଯିବା ପରେ ଏହି ମାର୍ଗ ମଣିପୁରର ଇମ୍ଫାଲ ନିକଟସ୍ଥ ମୋରେହ ନାମକ ସ୍ଥାନରୁ ବିଦେଶ ଅର୍ଥାତ ମିଆଁମାରରେ ପ୍ରବେଶ କରିବ। ଯାତ୍ରୀମାନେ ମିଆଁମାରର ବାଗୋ ଓ ୟାଙ୍ଗୁନ୍ ଦେଇ ଥାଇଲାଣ୍ଡରେ ପ୍ରବେଶ କରିବେ।


 ଏଥର କାରରେ ଯାଇପାରିବେ ଭାରତରୁ ଥାଇଲ୍ୟାଣ୍ଡ  । ମୋଦୀ ସରକାରଙ୍କ ଆକ୍ଟ ଇଷ୍ଟ ପଲିସିର ପ୍ରଭାବ



 

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନିର୍ମାଣ ହୋଇଥିବା ଭାରତରୁ ଚୀନ ଯାଏଁ ଯାଉଥିବା ଏକମାତ୍ର ରାସ୍ତାକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ  କରାଯାଉଛି । ଏହା ମଣିପୁର ସହ ମିଆଁମାର ଓ ଥାଇଲ୍ୟାଣ୍ଡକୁ ସଂଯୋଗ କରୁଛି ଏହି ହାଇୱେ । ମୋଦୀ ସରକାରଙ୍କ ଆକ୍ଟ ଆକ୍ଟ ଇଷ୍ଟ ପଲିସିର ପ୍ରଭାବରେ ଏହି ହାଇୱେର ୭୦ ପ୍ରତିଶତ କାମ ଶେଷ ହୋଇସାରିଲାଣି ।ତେବେ ମଣିପୁରରେ ହିଂସା ଯୋଗୁଁ ଏହାର କାମ କିଛି ଦିନ ପାଇଁ ଧିମା ହୋଇଥିବା କହିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।


୨୦୨୭ ସୁଦ୍ଧା ଏହି ରାଜପଥ ନିର୍ମାଣ କାର୍ୟ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।ଏହା ଶେଷ ହେବା ପରେ   ଭାରତରୁ ଥାଇଲାଣ୍ଡ ଯିବା ସହଜ ହେବ । ବିମାନ ଉଡ଼ାଣ ପରିବର୍ତ୍ତେ ଲୋକମାନେ କାର୍ ଯୋଗେ ଥାଇଲାଣ୍ଡ ଯାଇପାରିବେ। ଏହି ତିନି ଦେଶ ମିଳିତ ଭାବେ ଭାରତ-ମିଆଁମାର ଏବଂ ଥାଇଲାଣ୍ଡ ରାଜପଥ ନିର୍ମାଣ କରୁଛନ୍ତି, ଯାହାର ମୋଟ ଲମ୍ବ ପ୍ରାୟ ୧୪୦୦ କିଲୋମିଟର । ତତ୍କାଳୀନ ବାଜପେୟୀ ସରକାର ଏହି ପ୍ରକଳ୍ପ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏହା କେବଳ କାଗଜପତ୍ରରେ ସୀମିତ ରହିଥିଲା। ଏହାପରେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା ।


ତିନି ଦେଶକୁ ସଂଯୋଗ କରୁଥିବା ଏହି ରାଜପଥ କୋଲକାତାରୁ ଆରମ୍ଭ ହୋଇ ସିଲିଗୁଡ଼ି ଯାଏ ଏବଂ ପରେ ବିହାରର ଦେଇ ବଙ୍ଗଳାର ଶ୍ରୀରାମପୁର ସୀମାରୁ ଆସାମରେ ପ୍ରବେଶ କରେ । ଆସାମ ଦେଇ ଦିମାପୁର ଓ ନାଗାଲାଣ୍ଡ ଯିବା ପରେ ଏହି ମାର୍ଗ ମଣିପୁରର ଇମ୍ଫାଲ ନିକଟସ୍ଥ ମୋରେହ ନାମକ ସ୍ଥାନରୁ ବିଦେଶ ଅର୍ଥାତ ମିଆଁମାରରେ ପ୍ରବେଶ କରିବ। ଯାତ୍ରୀମାନେ ମିଆଁମାରର ବାଗୋ ଓ ୟାଙ୍ଗୁନ୍ ଦେଇ ଥାଇଲାଣ୍ଡରେ ପ୍ରବେଶ କରିବେ।

ନଦୀକୁ ଖସିଲା ମିନିଟ୍ରକ ; ୧୦ରୁ ଅଧିକ ମୃତ, ୩୦ ଆହତ

 ନଦୀକୁ ଖସିଲା ମିନିଟ୍ରକ ; ୧୦ରୁ ଅଧିକ ମୃତ, ୩୦ ଆହତ



ଭୋପାଳ : ମଧ୍ୟପ୍ରଦେଶର ଦତିଆ ଜିଲାର ଦୁରସଡା ଥାନା ଅଞ୍ଚଳରେ ଏକ ନିର୍ମାଣଧୀନ ପୋଲ ନିକଟରେ ଏକ ମିନିଟ୍ରକ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଏଥିରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁର୍ଘଟଣା ବିଷୟରେ ଖବର ପାଇ ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥଳରେ ପହଞ୍ଚି ସାରିଛନ୍ତି।

ସୂଚନାନୁଯାୟୀ, ଦୁରସଡା ଥାନା ଅନ୍ତର୍ଗତ ବୁହାରା ଗାଁ ନିକଟରେ ପୋଲ ତିଆରି କାମ ଚାଲୁଥିଲା। ମଙ୍ଗଳବାର ରାତିରେ ଲୋକ ଭର୍ତ୍ତି ଏହି ମିନିଟ୍ରକ ସେହି ବାଟରେ ଯାଉଥିବା ବେଳେ ଅନିୟନ୍ତ୍ରିତ ହୋଇ ନଦୀକୁ ଖସି ପଡିଥିଲା। ସଭିଏଁ ଏକ ବିବାହ ସମାରୋହରେ ଯୋଗ ଦେବାକୁ ଯାଉଥିଲେ। ଖବର ପାଇ ପୁଲିସ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାର ତଦନ୍ତ କରାଯାଉଛି।

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ





 

ଭୁବନେଶ୍ୱର: ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଯଜ୍ଞରେ ପୁଷ୍ପାଞ୍ଜଳି ଦେବା ସହ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ।


ଏହି ଅବସରରେ ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ରକ୍ଷେତ୍ର । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ ଅନୁସାରେ ଆରମ୍ଭ ହେବ କାମ। ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠକୁ ଭବ୍ୟ ଓ ସୁନ୍ଦର କରାଯିବା ଲାଗି ଯୋଜନା ହୋଇଛି।


ଉଲ୍ଲେଖଯୋଗ୍ୟ, ସୋମବାର ମାଙ୍ଗଳିକ ଅଙ୍କୁରରୋପଣ ସରିବା ପରେ ମଙ୍ଗଳବାର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଗଢ଼ା ହୋଇଥିବା ଯଜ୍ଞ ମଣ୍ଡପରେ ହରିହରାତ୍ମକ ଯଜ୍ଞ ଆରମ୍ଭ ହୋଇଥିଲା।  ଭୋର୍‌ ୪ଟାରୁ ବିନ୍ଦୁସାଗରରୁ କଳସ ଯାତ୍ରା ଓ ଗଙ୍ଗା ଆବାହନ କରାଯାଇଥିଲା। ପରେ ପରେ ଗୁରୁ ପୂଜନ, ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ଧରିତ୍ରୀ ପୂଜା, ବାହ୍ୟଦ୍ୱାର ପୂଜା, ଦୀକ୍ଷା ଗ୍ରହଣ, ଶିଳା ପ୍ରବେଶ ଓ ମଣ୍ଡଳ ପୂଜା ସରିବା ପରେ ପ୍ରାୟ ୨ଟା ବେଳକୁ ଅଗ୍ନି ସ୍ଥାପନ (ହବନ) ଓ ଯଜ୍ଞ କର୍ମ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବେଦବାଚସ୍ପତି ବୀରେନ୍ଦ୍ର କିଶୋର ତ୍ରିପାଠୀଙ୍କ ସହ ୨୫ଜଣ ବ୍ରାହ୍ମଣ ଓ ବେଦପାଠୀମାନେ ଯଜ୍ଞ କରିଥିଲେ।


ଆଜି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଯଜ୍ଞ ପୂର୍ଣ୍ଣାହୁତି ହେଉଛି। ଏଥିପାଇଁ ସକାଳ ୬ଟା ୩୦ ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶାଳା ପୂଜା, ଅଗ୍ନିପୂଜା ଓ ବଦନ ପରେ ୯ଟା ୩୦ ବେଳକୁ ଶିଳା ଶିଶୋଧନ, ଶିଳା ପ୍ରତିଷ୍ଠା, ଗର୍ଭ ସଂସ୍କାର ଓ ଶିଳାନ୍ୟାସ କର୍ମ କରାଯିବା ପରେ ଯଜ୍ଞ ପୂର୍ଣ୍ଣାହୁତି

ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍, ୫ମୃତ

 ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍, ୫ମୃତ 




ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅଛନ୍ତି । କନ୍ୟାଘର ସାମ୍ନାରେ ନାଚୁଥିବା ବେଳେ ଚଢିଗଲା ଟ୍ରକ୍ । ୯ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠୀଘର ନିକଟରେ ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣା ଯୋଗୁଁ ବର ଫେରି ଯାଇଛି, ବାହାଘର ହୋଇପାରି ନାହିଁ ।


ବିବାହ ଶୋଭାଯାତ୍ରା ଚାଲିଥିଲା । ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ନିକଟସ୍ଥ ମାନପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ କେନ୍ଦୁଝର ଆସିଥିଲେ । ଷଠୀଘର ସାହିରେ କନ୍ୟାଘର ସମ୍ମୁଖରେ  ବରଯାତ୍ରୀମାନେ ନାଚୁଥିଲେ । ଏହି ସମୟରେ ଶୁଆକାଟୀ ପଟୁ ହଠାତ୍ ଏକ ଟ୍ରକ୍ ଦ୍ରୁତବେଗରେ ଆସି ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ୫ ଜଣ ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇବା ସହ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଥିଲେ ।


ମୃତକଙ୍କ ମଧ୍ୟରେ ୩ ଜଣ କନ୍ୟାଘରର ବୋଲି ଜଣାପଡ଼ିଛି । ମୃତକମାନେ ମାନପୁର ଗ୍ରାମର ଜିତ୍ ପାତ୍ର , କାଳିଆ ମହାନ୍ତ , ଲକ୍ଷ୍ମୀପାଦର ରତି ମୁଣ୍ଡା , ଷଠୀଘରର ଅମିତ ପାତ୍ର ଏବଂ କେଉଟସାହିର  ବାପୁନ ଦେହୁରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...