AFFILIATE MARKETING

https://binomo.com?a=90810425bb57&t=0

Sunday, December 24, 2023

ଆଜିର ରାଶିଫଳ

COASTAL NEWS ODIA 1603

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୨୪ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌹ମେଷ🌹
👉  ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।*
*✧═════•❁❀❁•═════✧*
*🌹ବୃଷ🌹
👉-ଆଜି  ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।*
*✧═════•❁❀❁•═════✧*

*🌹 ମିଥୁନ🌹
👉-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।*
*✧═════•❁❀❁•═════✧*

*🌹କର୍କଟ🌹
👉-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।*
*✧═════•❁❀❁•═════✧*

*🌹ସିଂହ🌹
👉-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।* 
*✧═════•❁❀❁•═════✧*
*🌹କନ୍ୟା🌹
👉-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।*

*✧═════•❁❀❁•═════✧*
*🌹ତୁଳା🌹
👉-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।*
*✧═════•❁❀❁•═════✧*

*🌹ବିଛା🌹
👉-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ  ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌹
👉-ଆଜି  ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।*
*✧═════•❁❀❁•═════✧*

*🌹ମକର🌹
👉-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।*
*✧═════•❁❀❁•═════✧*

*🌹କୁମ୍ଭ🌹
👉-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।*

*✧═════•❁❀❁•═════✧*
*🌹 ମୀନ🌹
👉-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।*
*✧═════•❁❀❁•═════✧*

Saturday, December 23, 2023

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉନାଇଟେଡ଼ କ୍ଳବ ଗଣ୍ଡରପୁର ଭୁବନେଶ୍ୱର ଫାଇନାଲ ରେ

COASTAL NEWS ODIA 1602

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ  ଉନାଇଟେଡ଼ କ୍ଳବ ଗଣ୍ଡରପୁର ଭୁବନେଶ୍ୱର ଫାଇନାଲ ରେ



ଆଳି - (CNO) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଦ୍ଵିତୀୟ ସେମିଫାଇନାଲ ରେ ରାମଧୁନ କ୍ଲବ ସୋନପୁର କୁ  5-0 ଟାଏ ବ୍ରେକର ରେ   ହରାଇ ଉନାଇଟେଡ଼ କ୍ଳବ ଗଣ୍ଡରପୁର ଭୁବନେଶ୍ୱର ଫାଇନାଲ ରେ l  ମ୍ୟାନ ଅଫ ଦି ମ୍ୟାଚ ଭାବେ ଗଣ୍ଡରପୁର କ୍ଳବ ର ଗୋଲକିପର  ଫଗୁ ଦାସକେ  ଙ୍କୁ 1000 ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା l 

ମୁଖ୍ୟ ଅତିଥି ଶ୍ରୀଯୁକ୍ତ କ୍ଷମା ସାଗର ପଣ୍ଡା ସନମାନିତ ଅତିଥି ମିନତୀ ବାରିକ ଉପାଧ୍ୟକ୍ଷା ଆଳି ପଞ୍ଚାୟତ ସମିତି ଉପସ୍ଥିତ ରହି ଖେଳାଳି ମାନଙ୍କୁ  ଉତ୍ସାହିତ କରିଥିଲେ l
ରେଫରୀ ଭାବେ ସୁଦିପ ଦାସ, ଜିତେନ୍ଦ୍ର ସ୍ୱାଇଁ, ପ୍ରତାପ ବାହିନୀପତି, ବରୁଣ ପ୍ରଧାନ, ଶରତ ଜେନା, ଭାଷ୍ୟକାର ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ଖେଳ ପରିଚାଳନା କରିଥିଲେ

ପୁନଶ୍ଚ କରୋନା ମହାମାରୀର ପଦଧ୍ୱନି

COASTAL NEWS ODIA 1601

ପୁନଶ୍ଚ କରୋନା ମହାମାରୀର ପଦଧ୍ୱନି



ନୂଆଦିଲ୍ଲୀ - (CNO) ପୁନଶ୍ଚ କରୋନା ମହାମାରୀର ପଦଧ୍ୱନି l ପୁଣି ଥରେ କାୟା ବିସ୍ତାର କରିଛି କରୋନା । ଗତ ଏକ ମାସ ମଧ୍ୟରେ ସାରା ବିଶ୍ୱରେ 8.5 ଲକ୍ଷ ନୂଆ ମାମଲା ରିପୋର୍ଟ ପ୍ରକାଶ ପାଇଛି । WHO କହିଛି ଯେ ଗତ ଚାରି ସପ୍ତାହ ମଧ୍ୟରେ କରୋନା ମାମଲା 52% ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁଯାୟୀ, ଚାରି ସପ୍ତାହ ମଧ୍ୟରେ ସାରା ବିଶ୍ୱରେ କରୋନା ଯୋଗୁଁ 3 ହଜାର ଲୋକ ପ୍ରାଣ ହରାଇଛନ୍ତି । ଗତ 28 ଦିନ ତୁଳନାରେ ଏହି ଚାରି ସପ୍ତାହରେ ମୃତ୍ୟୁ ମଧ୍ୟ 8% ବୃଦ୍ଧି ପାଇଛି । 

ଡିସେମ୍ବର 17 ପର୍ଯ୍ୟନ୍ତ ସାରା ବିଶ୍ୱରେ 77 କୋଟିରୁ ଅଧିକ ମାମଲା ରୁଜୁ ହୋଇଛି । WHO ଅନୁଯାୟୀ, ଗତ 28 ଦିନ ମଧ୍ୟରେ 118,000 ଲୋକ ସାରା ବିଶ୍ୱରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 1600 ଆଇସିୟୁରେ ଥିବାବେଳେ | ପୂର୍ବ ଦିନ ତୁଳନାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ 23% ବୃଦ୍ଧି ପାଇଛି । WHO ଅନୁଯାୟୀ, ଓମିକ୍ରନ୍ ଭାରିଆଣ୍ଟ JN.1 ଯୋଗୁଁ କରୋନାରେ ବୃଦ୍ଧି ଘଟିଛି । କରୋନାର ନୂଆ ଭାଇରସ JN.1 ର ଦ୍ରୁତ ଭାବରେ ସଂକ୍ରମଣ ବଢ଼ିବାରେ ଲାଗୁଛି । 

WHO ପ୍ରକାଶ କରିଛି ଯେ ବର୍ତ୍ତମାନର ଟିକା JN.1 ଏବଂ SARS-CoV-2 ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ରୋଗ ଏବଂ ମୃତ୍ୟୁରୁ ରକ୍ଷା କରିବାରେ ସକ୍ଷମ। WHO କହିଛି ଯେ ଏହା କ୍ରମାଗତ ଭାବରେ JN.1 ପ୍ରକାର ଉପରେ ନଜର ରଖିଛି | ଟୀକାକରଣ, ମାସ୍କ ପିନ୍ଧିବା ଏବଂ ଦୂରତା ବଜାୟ ରଖିବା ଭଳି ନିୟମ ପାଳନ କରିବାକୁ WHO ଲୋକଙ୍କୁ ପରାମର୍ଶ ଦେଇଛି, ଯାହା ଦ୍ୱାରା କରୋନା ସଂକ୍ରମଣକୁ ଏଡାଯାଇପାରିବ ।କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ WHO ପରୀକ୍ଷା କରିବାକୁ ପରାମର୍ଶ ଦେଇଛି। 

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 752 ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି । ମେ 21 ପରେ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା । ଏଥି ସହିତ, ସକ୍ରିୟ ମାମଲା ମଧ୍ୟ 3,420 କୁ ବୃଦ୍ଧି ପାଇଛି । ଭାରତରେ ଗତ 24 ଘଣ୍ଟା ମଧ୍ୟରେ କରୋନା କାରଣରୁ ଚାରି ଜଣ ପ୍ରାଣ ହରାଇଛନ୍ତି। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ 2 ଜଣ କେରଳର, ଜଣେ ରାଜସ୍ଥାନ ଏବଂ ଅନ୍ୟ ଜଣେ କର୍ଣ୍ଣାଟକର । 

ଓଡ଼ିଶାରେ ପାଦଥାପି ସାରିଛି କରୋନା ଏପର୍ଯ୍ୟନ୍ତ ଜଣେ ରୋଗୀ ଚିହ୍ନଟ ହେବା ରାଜ୍ୟ ସରକାରଙ୍କୁ ଓ ରାଜ୍ୟ ବାସୀଙ୍କୁ ଚିନ୍ତାରେ ପକାଇ ଥିବାବେଳେ ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ 5,33,332 ଜଣଙ୍କର ମୃତ୍ୟୁ ହୋଇଛି । ଏହାପୂର୍ବରୁ ଗୁରୁବାର ଦିନ ସାରା ଦେଶରେ 640 ମାମଲା ଦେଖିବାକୁ ମିଳିଥିଲା ।

Friday, December 22, 2023

ବିଶ୍ୱକୁ ଘାରିଲାଣି କରୋନା ଭୟ

COASTAL NEWS ODIA 1600

ବିଶ୍ୱକୁ ଘାରିଲାଣି କରୋନା ଭୟ


ନୂଆଦିଲ୍ଲୀ - (CNO) ବିଶ୍ୱକୁ ଘାରିଲାଣି କରୋନା ଭୟ । ଇଂଲଣ୍ଡରେ କାୟା ବିସ୍ତାର କରିଛି କରୋନା ପ୍ରତ୍ୟେକ 24 ଜଣରେ ଜଣେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଯାହା ଏବେ ପୁଣି ଚିନ୍ତାର କାରଣ ହୋଇଛି । ଭାଇରସର ନୂତନ JN.1 ଭାରିଆଣ୍ଟ ବିପଦ କ୍ରମାଗତ ଭାବରେ ବୃଦ୍ଧି ପାଉଛି । 

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା. ସ୍ବାମ୍ୟା ସ୍ବାମୀନାଥନ କହିଛନ୍ତି, ବର୍ତ୍ତମାନ ଲୋକଙ୍କୁ ଭୟଭୀତ କରିବାର ଆବଶ୍ୟକତା ନାହିଁ। ନୂତନ ଭାରିଆଣ୍ଟ ଚିନ୍ତାଜନକ ନୁହେଁ ବୋଲି ବର୍ଣ୍ଣନା କୁହାଯାଇଛି। ଅବଶ୍ୟ, ଏହା ପରେ ମଧ୍ୟ କୋଭିଡର ନୂତନ ଭାରିଆଣ୍ଟ ବିଷୟରେ ଲୋକଙ୍କ ମଧ୍ୟରେ ଭୟ ରହିଛି। ସ୍ବାମୀନାଥନ ଆହୁରି ମଧ୍ୟ କହିଛନ୍ତି, ଆମକୁ ସତର୍କ ରହିବା ଆବଶ୍ୟକ, କିନ୍ତୁ ଆମକୁ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଆମର ତଥ୍ୟ ନାହିଁ ଯାହା ଦର୍ଶାଇପାରେ ଯେ JN.1 ଭାରିଆଣ୍ଟ ବିପଜ୍ଜନକ। 

ଏହା ଅଧିକ ନିମୋନିଆ କିମ୍ବା ମୃତ୍ୟୁ ଘଟାଇବ କି ନାହିଁ ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ବର୍ତ୍ତମାନ ଆମକୁ ସାଧାରଣ ପଦକ୍ଷେପ ନେବାକୁ ପଡ଼ିବ।ଭାରତରେ ୫୯୪ ନୂତନ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛି। ଏହିପରି ଦେଶରେ କୋଭିଡ ସକ୍ରିୟ ସଂଖ୍ୟା ୨୬୬୯ରେ ପହଞ୍ଚିଛି। କେରଳରେ ସର୍ବାଧିକ ସଂଖ୍ୟକ ମାମଲା ରେକର୍ଡ କରାଯାଇଛି। 

ଭାରତରେ JN.1 ଭାରିଆଣ୍ଟ ରୋଗୀଙ୍କ ସଂଖ୍ୟା ୨୬ ରହିଛି । ନୂଆ ବର୍ଷରେ ନନ୍ଦନକାନନ ଖୋଲା ରହିବ ନା ବନ୍ଦ, ବୁଲିବାକୁ ଆସିବା ପୂର୍ବରୁ ପଢି ନିଅନ୍ତୁ ଏହି ଖବର ବ୍ଲୁମବର୍ଗଙ୍କ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଏବଂ ସ୍କଟଲାଣ୍ଡର ୨୪ ଜଣଙ୍କ ମଧ୍ୟରୁ ଜଣେ କୋଭିଡ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। କୋଭିଡ ଦ୍ୱାରା ଲଣ୍ଡନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ମଧ୍ୟରୁ ଗୋଟିଏ।ଏଠାରେ JN.1 ଭାରିଆଣ୍ଟ ଦ୍ରୁତ ଗତିରେ ବିସ୍ତାର କରୁଛି । 

ବ୍ଲୁମବର୍ଗଙ୍କ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡର 24 ଜଣଙ୍କ ମଧ୍ୟରୁ ପ୍ରତ୍ୟେକ ଜଣେ ଲେଖାଏ କୋଭିଡରେ ସଂକ୍ରମିତ ହୋଇଛନ୍ତି। କୋଭିଡ ଦ୍ୱାରା ଲଣ୍ଡନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ମଧ୍ୟରୁ JN.1 ଭାଇରସ ଦ୍ରୁତ ଗତିରେ ବିସ୍ତାର କରୁଛି | ବ୍ରିଟେନର 'ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି' ଏବଂ 'ଅଫିସ୍ ଅଫ୍ ନ୍ୟାସନାଲ ଷ୍ଟାଟିଷ୍ଟିକ୍ସ'ର ମିଳିତ ରିପୋର୍ଟରେ କୁହାଯାଇଛି ଯେ 18 ରୁ 44 ବର୍ଷ ବୟସର ଲୋକମାନେ କୋଭିଡର ସବୁଠାରୁ ବଡ ଶିକାର ହେଉଛନ୍ତି। 

ରିପୋର୍ଟରେ କୁହାଯାଇଛି ଯେ କୋଭିଡ ରୋଗରେ ବୃଦ୍ଧି ହେବାର କାରଣ ହେଉଛି ଥଣ୍ଡା ତାପମାତ୍ରା, ସ୍ୱଳ୍ପ ଦିନ ଏବଂ ଶୀତ ଋତୁତରେ ଲୋକଙ୍କ ମିଶ୍ରଣ। ଏହି କାରଣରୁ, ଏପରି ଏକ ପରିବେଶ ସୃଷ୍ଟି ହେଉଛି ଯେଉଁଥିରେ କୋଭିଡ ସହଜରେ ବିସ୍ତାର କରୁଛି | ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡରେ କୋଭିଡ୍ର ବିସ୍ତାର ହାର 4.2 ପ୍ରତିଶତ ରହିଛି ।

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ରେ ସ୍ପୋର୍ଟ୍ସ ହଷ୍ଟେଲ କଟକ

COASTAL NEWS ODIA 1599

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର  ଫାଇନାଲ ରେ ସ୍ପୋର୍ଟ୍ସ ହଷ୍ଟେଲ କଟକ



ଆଳି - (CNO) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ପ୍ରଥମ ସେମିଫାଇନାଲ ରେ ଫ୍ରେଣ୍ଡ୍ସ ପରଡ଼ାଇସ କ୍ଲବ ଜଟଣୀ କୁ 1  -0 ରେ ହରାଇ ଫାଇନାଲ ରେ ସ୍ପୋର୍ଟ୍ସ ହଷ୍ଟେଲ କଟକ . ମ୍ୟାନ ଅଫ ଦି ମ୍ୟାଚ ଭାବେ ସ୍ପୋର୍ଟ୍ସ ହଷ୍ଟେଲ କଟକ ର 9 ନମ୍ବର ଜର୍ସି  ପିନ୍ଧିଥିବା ପାରୋ ମୁର୍ମୁ କୁ 1000 ଟଙ୍କା ସହିତ ଟ୍ରଫି ପ୍ରଦାନ କରା ଯାଇଥିଲା .  

ଅତିଥି ଭାବେ ଶ୍ରୀମତୀ ମିନତୀ ରାଉତ, ଅଧ୍ୟକ୍ଷା ରାଜକନିକା ପଂଚାୟତ ସମିତି, ରାଜକନିକା , ଶ୍ରୀମତୀ ମିନତୀ ଜଗଦେବ , ବ୍ଲକ ଉନ୍ନୟନ ଅଧିକାରୀ  ଆଳି, ଶ୍ରୀମତୀ ରିତାରାଣୀ ପରିଡା , ସରପଞ୍ଚ ଦେମାଳ ଗ୍ରାମ ପଂଚାୟତ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ . ଅନ୍ୟ ମାନଙ୍କ ମଧ୍ୟରେ  ପଞ୍ଚାୟତ ସମିତି ଅଧକ୍ଷ ମନୋରଞ୍ଜନ ସାମଲ , ନିର୍ମଳ ବେହେରା, ସୁବ୍ରତ ଦାସ, କୃଷ୍ଣ ଚନ୍ଦ୍ର ପରିଡା , ଗଣେଶ୍ୱର ସାମଲ , ଅରୁଣ ଖଣ୍ଡୁଆଳ , ମନୋଜ ମହାନ୍ତି  ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ . 

ରେଫରୀ ଭାବେ ସୁଦିପ ଦାସ, ଜିତେନ୍ଦ୍ର ସ୍ୱାଇଁ, ପ୍ରତାପ ବାହିନୀପତି, ବରୁଣ ପ୍ରଧାନ, ଶରତ ଜେନା, ଭାଷ୍ୟକାର ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ଖେଳ ପରିଚାଳନା କରିଥିଲେ . ଆସନ୍ତା କାଲି ର ମ୍ୟାଚ ଉନାଇଟେଡ଼ କ୍ଲବ ଗଣ୍ଡରପୁର  ଭୁବନେଶ୍ୱର ବନାମ ରାମଧୁନ କ୍ଲବ ସୋନପୁର ମଧ୍ୟରେ ଅନୁଷ୍ଠିତ ହେବ .

ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1598

*ସଂକ୍ଷିପ୍ତ ସମ୍ବାଦ* 

*ତାରିଖ ୨୨/୧୨/୨୩, ଶୁକ୍ରବାର*



ଭୁବନେଶ୍ବର - (CNO) *୧-ଜାନୁଆରୀ ୧୭ରେ ଲୋକାର୍ପିତ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମହାପ୍ରଭୁଙ୍କୁ ଅର୍ପଣ କରାଗଲା ନିମନ୍ତ୍ରଣ ପତ୍ର।*

*୨-ରାଜ୍ୟରେ ଡିସେମ୍ବର ୨୨ ପର ଠାରୁ ଶୀତ କମିବା ସହ କୁହୁଡି ବଢିବ।*

*୩-ନନ୍ଦନକାନନକୁ ଆସିବ ଅଷ୍ଟ୍ରେଲିୟାର କଙ୍ଗାରୁ : ନୂଆ ପ୍ରୋଜେକ୍ଟରେ ଖୋଲିବ ଟନେଲ ଆକ୍ବାରିୟମ, ଜଳପକ୍ଷୀ ଅଭୟାରଣ୍ୟ,ନାଇଟ ସଫାରୀ।*

*୪-୫-ଟି ଅଧ୍ୟକ୍ଷଙ୍କ କଟକ ଗସ୍ତ, ଚଣ୍ଡୀ ମନ୍ଦିର ରୂପାନ୍ତର କାମ ସାରିବାକୁ ନିର୍ଦ୍ଦେଶ।*

*୫-ବୁର୍ଲା ଭୀମସାରରୁ କଟକ ଏସସିବିକୁ ସ୍ଥାନାନ୍ତର ହେଲା ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ।*

*୬-ଆଜି ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ।ଢେଙ୍କାନାଳର ଯୋରନ୍ଦା ପୀଠରେ ପୁନଃବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।*

*୭-ଅପେକ୍ଷାର ଅନ୍ତ ; ଅନୁଭବ-ବର୍ଷା, ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି।*

*୮-ବିଏସକେୱାଇର କଳେବର ବୃଦ୍ଧି: ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲ, ଚିକିତ୍ସା ବାବଦ ଖର୍ଚ୍ଚରେ ୧୦୭ ପ୍ରତିଶତ ବୃଦ୍ଧି।*

*୯-ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ।*

*୧୦-ଭୁବନେଶ୍ୱର:ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା:ଭାରିଯାନ ଚାଳକଙ୍କ ପାଇଁ କରାଗଲା ମାଗଣା ଚା’ ଓ ବିଶ୍ରାମ ବ୍ୟବସ୍ଥା।*

*୧୧-କଟକ:ରାଜ୍ୟରେ ବଢି ଚାଲିଛି ସାଇବର ଠକେଇ, ଗୋଟିଏ ବର୍ଷରେ ୧୦ କୋଟି ଟଙ୍କା ଚଳୁ କରିଦେଇଛନ୍ତି ଅଦୃଶ୍ୟ ବ୍ୟକ୍ତି।*

*୧୨-ନୟାଗଡ଼:୨ଟି ପୃଥକ୍  ଘଟଣା; କୂଅରେ ପଡି ୨ ଶିଶୁ କନ୍ୟା ମୃତ।*

*୧୩-ଭୁବନେଶ୍ୱର:ଡିସ୍‌କାଉଣ୍ଟରେ କାର୍ ଦେବାକୁ କହି ୪୦ କୋଟି ଟଙ୍କାର ଠକେଇ, ଠକ ଦମ୍ପତି ଅଟକ।*

*୧୪-କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିଅନସିପ୍ ଉଦଘାଟିତ୍।*

*୧୫-ରାଉରକେଲାରେ ହଇଜା ସ୍ଥିତି ନିୟନ୍ତ୍ରଣଧୀନ ରହିଛି, ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।*

*୧୬-ନୁଆ ଦିଲ୍ଲୀ:ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ସଭାପତି ନିର୍ବାଚିତ।*

*୧୭-କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ।*

*୧୮-ନୂଆ ଦିଲ୍ଲୀ:ଏଣିକି ନକଲି ସିମ୍‌ ପାଇଁ ୩ ବର୍ଷ ଜେଲ୍‌, ୫୦ ଲକ୍ଷ ଜରିମାନା;*

*୧୯-ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍‌ ଲୋକସଭାରେ ପାରିତ।*

*୨୦-ପାର୍ଲ:ସାମସନଙ୍କ ଶତକ,ଅର୍ଶଦୀପଙ୍କୁ ୪ ଓ୍ବେକେଟ୍, ଦିନିକିଆ ଶୃଙ୍ଖଳା ଜିତିଲା ଭାରତ।*

.                   

Thursday, December 21, 2023

ଜଳିଗଲା ଧାନ ଅମଳ କରୁଥିବା ହାର୍ଭେଷ୍ଟର

COASTAL NEWS ODIA 1597

ଜଳିଗଲା ଧାନ ଅମଳ କରୁଥିବା ହାର୍ଭେଷ୍ଟର



ଆଳି - (CNO) କେନ୍ଦ୍ରପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମରେ ଘଟିଛି ଏଜ ଅଭାବନୀୟ ଦୁର୍ଘଟଣା l ଗୋଟିଏ ଧାନ ଅମଳ କରୁଥିବା ଧାନ କାଟି ଅମଳ କରୁଥିବା ବିରଟକାୟ ଧାନକଟା ଜନ୍ତ୍ର l ଘଟଣାରୁ ପ୍ରକାଶ ଯେ ଏବେ ଧାନ ଅମଳ ସମୟ l ବାତ୍ୟା ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଆଳି ଅଞ୍ଚଳରେ ଚାଷ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକ ଚାଷ ଉପରୁ ଭରସା ଛାଡି ଦେଉଛନ୍ତି l ତେଣୁ ଗ୍ରାମାଞ୍ଚଳରୁ ଲୋକ ମାନେ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଚାଲିଯାଉଛନ୍ତି l ତେଣୁ ମଜୁରିଆ ସମସ୍ୟା ଉତ୍କଟ l ତେଣୁ କାଁ ଭାଁ ଚାଷ କରିଥିବା ବ୍ୟକ୍ତିମାନେ ଧାନ ଫସଲ ଅମଳ ପାଇଁ ଜନ୍ତ୍ର ଉପରେ ନିର୍ଭର କରୁଛନ୍ତି l

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମହୁ ଗ୍ରାମର ଜଣେ ବ୍ୟକ୍ତି ଗୋଟିଏ ହାର୍ଭେଷ୍ଟର ମେସିନ୍ ଆଣି ଚାଷୀ ମାନଙ୍କ ଜମିରେ ଭଡା ସୂତ୍ରରେ ଧାନ ଅମଳ କରୁଥିଲେ l କିନ୍ତୁ ହଠାତ୍ କୌଣସି କାରଣରୁ ଏହି ଯନ୍ତ୍ରରେ ନିଆଁ ଲାଗିଯାଇଥିଲା l ନିଆଁ ହାର୍ଭେଷ୍ଟର ର ତେଲ ଟାଙ୍କି ସଂସ୍ପର୍ଶରେ ଆସି ଭୟଙ୍କର ଭାବେ ଜଳି ଉଠିଥିଲା l ଡ୍ରାଇଭର୍ କୌଶଳକ୍ରମେ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ l 

ପ୍ରଚଣ୍ଡ ବେଗରେ ଜଳୁଥିବା ନିଆଁକୁ ଦେଖି ପାଖ ଆଖରେ ଥିବା ଲୋକେ ଡକାଡକି ହୋଇ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ l ଧାନ ଅମଳ କରିବାକୁ ଆସିଥିବା ଗାଡି ଟି ସମ୍ପୁର୍ଣ୍ଣ ଭାବରେ ଜଳି ଯାଇଥିଲା l ନିଆଁ ଲିଭା କେନ୍ଦ୍ରକୁ ଖବର ଦିଆଯାଇଥିଲା l ହେଲେ ନିଆଲିଭା ଗାଡି ଆସିବା ବେଳକୁ ଗାଡି ସମ୍ପୁର୍ଣ୍ଣ ଭାବରେ ଜଳି ଯାଇଥିଲା l ଏହି ନିଆଁର ପ୍ରଭାବରେ ପାଖରେ ଥିବା ପାଚିଲା ଧାନ କିଆରୀ ବି କ୍ଷତିଗ୍ରସ୍ତ ହୋଇଛି l

ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଫ୍ରେଣ୍ଡ୍ସ ପାରାଡାଇସ କ୍ଲବ ଜଟଣୀ ସେମି ଫାଇନାଲରେ

COASTAL NEWS ODIA 1596

ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ  ଫ୍ରେଣ୍ଡ୍ସ ପାରାଡାଇସ କ୍ଲବ ଜଟଣୀ  ସେମି ଫାଇନାଲରେ 


ଆଳି - (CNO) ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ ରେ ବାଦଲ ଏକାଡେମୀ କୁ ଟାଏ ବ୍ରେକର ଜରିଆରେ  6-4 ରେ ହରାଇ ଫ୍ରେଣ୍ଡ୍ସ ପାରାଡାଇସ କ୍ଲବ ଜଟଣୀ  ସେମି ଫାଇନାଲ ରେ .  ପାରାଡାଇସ କ୍ଲବ ର ଗୋଲକିପର ଶିଶିର ନାୟକ କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଟ୍ରଫି ସହିତ 1000 ଟଙ୍କା ପ୍ରଦାନ କରାଯାଇଥିଲା l

ଉକ୍ତ ମ୍ୟାଚ ରେ ଅତିଥି ଭାବେ  ଶ୍ରୀଯୁକ୍ତ ଦିବେଶ ଆଚାର୍ଯ୍ୟ ତହସିଲଦାର ଆଳି ଓ ଶ୍ରୀଯୁକ୍ତ ସବ୍ୟସାଚୀ ଶତପଥି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ , ଆଳି ଏଥଲେଟିକ ଆସୋସିଏସନ ର ସଭାପତି ତଥା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ ଙ୍କ 53 ତମ ଜନ୍ମ ଦିବସରେ  ଆଳି ଏଥଲେଟିକ ଆସୋସିଏସନ ର ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ସେନାପତି ଙ୍କ ସହିତ  ମନୋରଞ୍ଜନ ସାମଲ  ପଂଚାୟତ ସମିତି ଅଧକ୍ଷ , ଭୀଷ୍ମ ମହାନ୍ତି ଜିଲ୍ଲା ପରିଷଦ ସଭ୍ଯ , ନିର୍ମଳ ବେହେରା, ସୁବ୍ରତ ଦାସ, କୃଷ୍ଣ ଚନ୍ଦ୍ର ପରିଡା , ଗଣେଶ୍ୱର ସାମଲ , ଅରୁଣ ଖଣ୍ଡୁଆଳଙ୍କ ସମେତ ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣେଇଥିଲେ  . ରେଫ୍ରି ଭାବରେ  ଜିତେନ୍ଦ୍ର ସ୍ୱାଇଁ, ସୁଦିପ ଦାସ, ପ୍ରତାପ ବାହିନୀପତି , ବରୁଣ ପ୍ରଧାନ , ଶରତ ଜେନା, ପହଲି ଜେନା, ଭାଷ୍ୟକାର ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ . 

ଆସନ୍ତା କାଲି ର ପ୍ରଥମ ସେମି ଫାଇନାଲ ମ୍ୟାଚ ରେ ସ୍ପୋର୍ଟ୍ସ ହଷ୍ଟେଲ କଟକ ବନାମ ଫ୍ରେଣ୍ଡ୍ସ ପାରାଡାଇସ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ l

ଆଜିର ରାଶିଫଳ

COASTAL NEWS ODIA 1595

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୨୧ ତାରିଖ ୨୦୨୩ ମସିହା(ଗୁରୁବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌷ମେଷ🌷
👉: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକ ଜତ୍ନରେ ରଖିବା ଉଚିତ ହେବ ।*
*✧═════•❁❀❁•═════✧*
*🌷ବୃଷ🌷
👉 : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
*✧═════•❁❀❁•═════✧*
*🌷ମିଥୁନ🌷
👉 : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
*✧═════•❁❀❁•═════✧*
*🌷କର୍କଟ🌷
👉 : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
*✧═════•❁❀❁•═════✧*
 *🌷ସିଂହ🌷
👉: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।* 
*✧═════•❁❀❁•═════✧*
*🌷କନ୍ୟା🌷
👉: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*

*✧═════•❁❀❁•═════✧*
*🌷ତୁଳା🌷
👉: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
*✧═════•❁❀❁•═════✧*
*🌷ବିଛା🌷
👉: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
*✧═════•❁❀❁•═════✧*
*🌷ଧନୁ🌷
👉 : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
*✧═════•❁❀❁•═════✧*
*🌷ମକର🌷
👉 : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
*✧═════•❁❀❁•═════✧*
*🌷କୁମ୍ଭ🌷
👉 : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
*✧═════•❁❀❁•═════✧*
*🌷ମୀନ🌷
👉 : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।*
*✧═════•❁❀❁•═════✧*

Wednesday, December 20, 2023

ଶରତ କୁମାର ଦେବ ମେମୋରିଆଲ ଫୂଟବଲ ଟୁର୍ନାମେଣ୍ଟ ରାମଧୁନ କ୍ଲବ ସୋନପୁର ସେମିରେ

COASTAL NEWS ODIA 1504

ଶରତ କୁମାର ଦେବ ମେମୋରିଆଲ ଫୂଟବଲ ଟୁର୍ନାମେଣ୍ଟ  ରାମଧୁନ କ୍ଲବ ସୋନପୁର ସେମିରେ



ଆଳି - (CNO) ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୂଟବଲ ଟୁର୍ନାମେଣ୍ଟ ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ରେ ବାରିପଦା ସ୍ପୋର୍ଟ୍ସ ହଷ୍ଟେଲ କୁ 3-0 ରେ ହରାଇ ରାମଧୁନ କ୍ଲବ ସୋନପୁର ସେମିରେ.  ରାମଧୁନ କ୍ଲବ ର ଭାବଗ୍ରାହୀ ପରିହାରୀ କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ 1000 ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା . 

ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ରାଜକନିକା ପଂଚାୟତ ସମିତି ର ଉପାଧ୍ୟକ୍ଷ  ଶ୍ରୀ ଯୁକ୍ତ ତନ୍ମୟ ରଞ୍ଜନ ଦାସ, ସମ୍ମାନିତ  ଅତିଥି ଭାବେ  1 ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ କନକଲତା  ବେହେରା, 29 ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା  ଶ୍ରୀମତୀ ଅମିତା ସାହୁ ଉପସ୍ଥିତ ରହି , ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ.  ଅନ୍ୟ ମାନଙ୍କ ମଧ୍ୟରେ ଆଳି ପଂଚାୟତ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଞ୍ଜନ ସାମଲ , ଜିଲ୍ଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି, ଆଳି ଏଥଲେଟିକ ଆସୋସିଏସନ ର ସମ୍ପାଦକ ବିଜୟ କୁମାର ସେନାପତି, ନିର୍ମଳ ବେହେରା, ସୁବ୍ରତ ଦାସ, କୃଷ୍ଣ ଚନ୍ଦ୍ର ପରିଡା , ଅରୁଣ ଖଣ୍ଡୁଆଳ , ଶରତ ଦାସ, ଗଣେଶ୍ୱର ସାମଲ , ମନୋଜ ମହାନ୍ତି, ରବୀନ୍ଦ୍ର ମହାନ୍ତି ଓ ଏଥଲେଟିକ ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ଟିକୁ ପରିଚାଳନା ରେ ସାହାଯ୍ୟ କରିଥିଲେ. I

ରେଫରୀ ଭାବରେ ସୁଦିପ ଦାସ, ଜିତେନ୍ଦ୍ର ସ୍ୱାଇଁ, ପ୍ରତାପ ବାହିନୀପତି, ବରୁଣ ପ୍ରଧାନ, 
ଶରତ ଜେନା  , ପହଲି ଜେନା ଭାଷ୍ୟକାର ଭାବେ ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ଖେଳ ଟିକୁ ପରିଚାଳନା କରିଥିଲେ .

ଆଜିର ରାଶିଫଳ

COASTAL NEWS ODIA 1593

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୨୦ ତାରିଖ ୨୦୨୩ ମସିହା(ବୁଧବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*   *✧═════•❁❀❁•═════✧*



*🌹ମେଷ🌹
👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା  ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବୃଷ🌹
👉 : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌹ମିଥୁନ🌹
👉 : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌹କର୍କଟ🌹
👉 : ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹ସିଂହ🌹
👉 : ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌹କନ୍ୟା🌹
👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।* 
*✧═════•❁❀❁•═════✧*
*🌹ତୁଳା🌹
👉 : ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବିଛା🌹
👉 : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌹ଧନୁ🌹
👉 : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹ମକର🌹
👉 :ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹
👉: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌹ମୀନ🌹
👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।*
*✧═════•❁❀❁•═════✧*

ମାଧ୍ୟମିକ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ରାଜ୍ଯ ସରକାର ନିଯୁକ୍ତି ପାଇବେ ୩୭୧୪ ଟିଜିଟି, ୪୫୨ ପିଇଟି

COASTAL NEWS ODIA 1592

ମାଧ୍ୟମିକ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ରାଜ୍ଯ ସରକାର ନିଯୁକ୍ତି ପାଇବେ ୩୭୧୪ ଟିଜିଟି, ୪୫୨ ପିଇଟି 


ଭୁୁବନେଶ୍ୱର - (CNO) ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ  ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏହାସହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକମାନଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ମାର୍ଗଦର୍ଶନ କରାଇବେ। ଏହି ଶିବିରରେ ନିଯୁକ୍ତି ପାଇବାକୁ ଥିବା ସମସ୍ତ ଶିକ୍ଷକ ଯୋଗଦେବାର ଆୟୋଜନ କରାଯାଇଛି । 

ରାଜ୍ୟ ସରକାର ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବାବେଳେ ପର୍ଯ୍ୟାୟକ୍ରମେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ହୋଇଛି। ବର୍ତ୍ତମାନ ଶିକ୍ଷାଦାନ ଶୈଳୀରେ ପରିବର୍ତ୍ତନ ସହ ଶିକ୍ଷକ ନିଯୁକ୍ତି ଉପରେ ସରକାରଙ୍କ ପ୍ରାଥମିକତା ରହିଛି। କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଶାରୀରିକ ଶିକ୍ଷା ଶିକ୍ଷକଙ୍କ ନିଯୁକ୍ତି ଦ୍ୱାରା ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ ସଚେତନ ହେବାସହ ସେମାନଙ୍କ ମଧ୍ୟରେ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇବ। 

ଶିକ୍ଷକ ନିଯୁକ୍ତି ଦ୍ୱାରା ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି ପୂର୍ବପେକ୍ଷା ଅଧିକ ବିକଶିତ ହେବ। ଓଡ଼ିଶା କର୍ମଚାରୀ ମନୋନୟନ ଆୟୋଗ ପକ୍ଷରୁ ସିବିଟି ମାଧ୍ୟମରେ ପରୀକ୍ଷା କରାଯାଇ ଶିକ୍ଷକମାନଙ୍କୁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ଢାଞ୍ଚା, ନିୟମାବଳୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ସମଗ୍ର ଶିକ୍ଷା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଦିଗଦର୍ଶନ ଦିଆଯିବ । ୫- ଟି ସ୍କୁଲ ସମେତ ରାଜ୍ୟ ସରକାର ହାତକୁ ନେଇଥିବା ଗୁଣାତ୍ମକ ଶିକ୍ଷାଦାନ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ସୂଚନା ଦିଆଯିବ।


Tuesday, December 19, 2023

ତାମିଲନାଡୁରେ ପ୍ରଳୟଙ୍କାରୀ ବର୍ଷା ର ତାଣ୍ଡବଲୀଳା

COASTAL NEWS ODIA 1591

ତାମିଲନାଡୁରେ ପ୍ରଳୟଙ୍କାରୀ ବର୍ଷା ର ତାଣ୍ଡବଲୀଳା 



ତାମିଲନାଡୁ - (CNO) ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଗତ ୨ ଦିନ ହେବ ବର୍ଷା ଲାଗି ରହିଛି, ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଲଗଣା ବର୍ଷାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ରହିଛି । ଏହା ତାମିଲନାଡୁରେ ହୋଇଥିବା ପ୍ରଳୟଙ୍କାରୀ ବର୍ଷା ର ତାଣ୍ଡବଲୀଳା l

ପାଣିପାଗ ବିଭାଗ ପକ୍ଷରୁ ୪ ଜିଲ୍ଲା ତଥା କନ୍ୟାକୁମାରୀ, ତିରୁନେଲବେଲି, ଥୁଥୁକୁଡି ଏବଂ ତେନାକାସୀ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଏହ ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ବନ୍ଦ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚାଷ ଜମି, ରାସ୍ତା ଏବଂ ବ୍ରିଜ ଜଳମଗ୍ନ ହୋଇରହିଥିବା ବେଳେ ବହୁ ଜନବସତି ସ୍ଥାନ ମଧ୍ୟ ପାଣିରେ ବୁଡି ରହିଛି । ସେହିପରି ବିଦ୍ୟୁତ ସରରବରାହ ମଧ୍ୟ କଟିଯାଇଛି ।

ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଦକ୍ଷିଣ ପ୍ରାନ୍ତରେ ୪୦, ୪୫ ଏବଂ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ସେହିପରି ପ୍ରବଳ ବର୍ଷା ମଧ୍ୟ ଲାଗିରହିବ । ଏହି ସମୟରେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି ।

ସେହିପରି ଜଳବନ୍ଦୀ ଅଞ୍ଚଳରେ ଫସିଥିବା ଲୋକଙ୍କ ପାଖେର ଖାଜ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ମଧ୍ୟ ମୁତୟନ କରାଯାଇଛି ।

ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ବାଦଲ ଏକାଡେମୀ ର କ୍ୱାର୍ଟର ଫାଇନାଲ ରେ ପ୍ରବେଶ

COASTAL NEWS ODIA 1590

ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ବାଦଲ ଏକାଡେମୀ ର କ୍ୱାର୍ଟର ଫାଇନାଲ ରେ ପ୍ରବେ



ଆଳି - (CNO) ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସରେ ରାଜକନିକା ଏଥଲେଟିକ ଆସୋସିଏସନ କୁ 3-0 ରେ ହରାଇ ବାଦଲ ଏକାଡେମୀ କ୍ୱାର୍ଟର ଫାଇନାଲ ରେ ପ୍ରବେଶ କରିଛି .  ଉକ୍ତ ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ଭାବରେ ବାଦଲ ଏକାଡେମୀ ର 9 ନମ୍ବର ଜର୍ସି  ପିନ୍ଧିଥିବା ମୁନା ସିଂ  କୁ ପ୍ରଦାନ କରାଯାଇଥିଲା . 

ଅଥିତି ଭାବରେ ଶ୍ରୀଯୁକ୍ତ ପ୍ରତାପ ବେହେରା ଜିଲ୍ଲା ପରିଷଦ ସଭ୍ୟ ଓ ଶ୍ରୀଯୁକ୍ତ ଚିରଞ୍ଜୀବ ଦାସ ସମାଜସେବୀ  ଙ୍କ ସହିତ  ଏଥଲେଟିକ ଆସୋସିଏସନ ର ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ସେନାପତି ଉପସ୍ଥିତ ଥିଲେ . ରେଫ୍ରି ଭାବରେ ସୁଦିପ ଦାସ, ବରୁଣ ପ୍ରଧାନ, ପ୍ରତାପ ବାହିନୀପତି, ଜିତେନ୍ଦ୍ର ସ୍ୱାଇଁ, ଶରତ ଜେନା, ଭାଷ୍ୟକାର  ଭାବେ ଶିବପ୍ରସାଦ ମଲ୍ଲିକ ଉପସ୍ଥିତ ରହି ଖେଳ ର ସମ୍ପୂର୍ଣ ଧାରା ବିବରଣୀ କରିଥିଲେ . 

ଆସନ୍ତା କାଲି ର ମ୍ୟାଚ ବାରିପଦା ସ୍ପୋର୍ଟ୍ସ ହଷ୍ଟେଲ ବନାମ ରାମଧୁନ କ୍ଲବ ସୋନପୁର ମଧ୍ୟରେ ଅନୁଷ୍ଠିତ ହେବ . ଅନ୍ୟ ମାନଙ୍କ ମଧ୍ୟରେ ଏଥଲେଟିକ ଆସୋସିଏସନ ର ସଦସ୍ୟ ସୁବ୍ରତ ଦାସ, କୃଷ୍ଣ ଚନ୍ଦ୍ର ପରିଡା , ନିର୍ମଳ ବେହେରା, ମନୋଜ ମହାନ୍ତି, ଗଣେଶ୍ୱର ସାମଲ , ଶରତ ଦାସ, ଅରୁଣ ଖଣ୍ଡୁଆଳ, ସଦାନନ୍ଦ ସିଂ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ ଖେଳଟିକୁ ପରିଚାଳନା କରିଥିଲେ .

ଆଜିର ରାଶିଫଳ

COASTAL NEWS ODIA 1589

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୧୯ ତାରିଖ ୨୦୨୩ ମସିହା(ମଙ୍ଗଳବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌷ମେଷ🌷
👉 : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।* 
*✧═════•❁❀❁•═════✧*
*🌷ବୃଷ🌷
👉 : ଆଜି ନିଜର ଉତ୍ସାହ ଗୁଣ  ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।* 
*✧═════•❁❀❁•═════✧*
*🌷ମିଥୁନ🌷
👉 : ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।* 
*✧═════•❁❀❁•═════✧*
*🌷କର୍କଟ🌷
👉 : ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।*
*✧═════•❁❀❁•═════✧*
*🌷ସିଂହ🌷
👉 :  ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।*
*✧═════•❁❀❁•═════✧*
*🌷କନ୍ୟା🌷
👉 : ଆଜିର ଦିନ ବହୁତ ଶୁଭ ଅଟେ।  ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।*
*✧═════•❁❀❁•═════✧*
*🌷ତୁଳା🌷
👉 :  ଆଜି ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।*
*✧═════•❁❀❁•═════✧*
*🌷ବିଚ୍ଛା🌷
👉 : ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।*
*✧═════•❁❀❁•═════✧*
*🌷ଧନୁ🌷
👉 :  ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।*
*✧═════•❁❀❁•═════✧*
*🌷ମକର🌷
👉 : ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷
👉 : ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌷ମୀନ🌷
👉 : ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।*
*✧═════•❁❀❁•═════✧*

ଦକ୍ଷିଣ ଆଫ୍ରିକାରେ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଯୁବକଙ୍କ ମୃତ୍ୟୁ

COASTAL NEWS ODIA 1588

ଦକ୍ଷିଣ ଆଫ୍ରିକାରେ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଯୁବକଙ୍କ ମୃତ୍ୟୁ



ଆଳି - (CNO): ଆଳି ଥାନା ଭୂଇଁପୁର ପଞ୍ଚାୟତ ମାନପୁର ଗ୍ରାମର ଯୁବକ ଦିବାକର ଜେନା ୭ ମାସ ତଳେ ଜୀବନ ଜୀବିକା ପାଇଁ ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ । ଗତ ୪ ଦିନ ତଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମୃତଦେହ ଭାରତ ଆସି ପାରୁନାହିଁ । ଏପଟେ ପୁଅର ଅକାଳ ମୃତ୍ୟୁ ଖବର ମିଳିବା ପରେ ପରିବାରରେ ଶୋକର ଲହରୀ ଖେଳିଯାଇଛି ।ମୃତଦେହ ଆଣିବାକୁ ନିବେଦନ 

ଘଟଣାରୁ ପ୍ରକାଶ ଯେ ଓଡିଶାରେ କର୍ମନିଯୁକ୍ତି ଅଭାବରୁ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଦିବାକର ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରିବା ପାଇଁ ୭ ମାସ ତଳେ ଜଣେ ଦଲାଲଙ୍କ ମାଧ୍ୟମରେ ଦକ୍ଷିଣ ଆଫ୍ରିକାର କଙ୍ଗୋକୁ ଯାଇଥିଲେ । ଶୁକ୍ରବାରଠାରୁ ଦିବାକରଙ୍କର ମୃତ୍ୟୁ ଘଟିଥିବା ଖବର ପରିବାର ଲୋକେ ପାଇଥିଲେ ମଧ୍ୟ ଆଜିଯାଏ ମରଶରୀର ଗାଁକୁ ଆସି ପାରୁନାହିଁ । ଦିବାକରଙ୍କ କେମିତି ମୃତ୍ୟୁ ଘଟିଲା, ତାହାର କାରଣ ମଧ୍ୟ ରହସ୍ୟଜନକ ହୋଇ ରହିଛି ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କିଛି ଜଣା ପଡ଼ିନାହିଁ । 

ଏମିତି ସମୟରେ ଦିବାକରଙ୍କ ଘରେ ଚୁଲି ଜଳୁନି । କାନ୍ଦବୋବାଳିରେ ଘର ଫାଟି ପଡୁଥିବା ବେଳେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦିବାକର କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହ ଛାଡୁନାହିଁ ବୋଲି ପରିବାର ଲୋକେ କହିଛନ୍ତି। ମୃତଦେହ ଫେରାଇ ଆଣିବା ପାଇଁ ମୃତ ଦିବାକରଙ୍କ ପରିବାର ଲୋକେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି । 

ସାମନ୍ତ ଚନ୍ଦ୍ରଶେଖର ଜୟନ୍ତୀ

COASTAL NEWS ODIA 1587

ସାମନ୍ତ ଚନ୍ଦ୍ରଶେଖର ଜୟନ୍ତୀ 

"ଉତ୍କଳ ମାତାର ଯୋଗ୍ୟତମ ସୁତ
ତୁମ୍ଭଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ"
(କବିବର ରାଧାନାଥ ରାୟ)



ଖଣ୍ଡପଡ଼ା - (CNO) ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର  ଓଡିଶାର ଗର୍ବ ଏବଂ ଗୌରବ ଏଥିରେ ଦ୍ୱିରୁକ୍ତି ନାହିଁ ।୧୮୩୫ ମସିହା ଡିସେମ୍ବର ୧୩ ତାରିଖରେ(ପୌଷ,କୃଷ୍ଣ ଅଷ୍ଟମୀ) ଖଣ୍ଡପଡା ଗଡଜାତର ରାଜବଂଶରେ ଜନ୍ମଲାଭ କରିଥିବା ଏହି ମୁକୁଟହୀନ ସମ୍ରାଟଙ୍କର ଜ୍ୟୋତିର୍ବିଜ୍ଞାନ ଜଗତକୁ ଦାନ ଅତୁଳନୀୟ ।
କିନ୍ତୁ ଉତ୍କଳର ଏହି ବରପୁତ୍ରଙ୍କ  କୃତି ସମ୍ବନ୍ଧରେ  ଖୁବ୍ କମ୍ ଲୋକ ଜାଣନ୍ତି।ସର୍ବସାଧାରଣରେ 'ପଠାଣି ସାମନ୍ତ'ନାମରେ ବିଦିତ ଏହି ମହାତ୍ମାଙ୍କର କୃତି ଉପରେ ସାମାନ୍ୟ ଆଲୋକପାତ କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ।

ଭାରତରେ ଜ୍ୟୋତିଶ୍ଚକ୍ରୀୟ ଗଣନାର ଆଧାର ଥିଲା ସିଦ୍ଧାନ୍ତଗ୍ରନ୍ଥ ସମୂହ ଯଥା ଆର୍ଯ୍ୟସିଦ୍ଧାନ୍ତ, ସୂର୍ଯ୍ୟସିଦ୍ଧାନ୍ତ, ଭାସ୍କରାଚାର୍ଯ୍ୟକୃତ ସିଦ୍ଧାନ୍ତଶିରୋମଣି ଇତ୍ୟାଦି  ।ଏଥିରେ ସନ୍ନିବେଶିତ  ସ୍ଥୂଳ ଗଣନାକୁ ଆଧାର କରି ,ବିବାହ ବ୍ରତ ଗୃହପ୍ରବେଶ, ପର୍ବପର୍ବାଣୀ  ଇତ୍ୟାଦି ପାଇଁ  ଦିନ,ଦଣ୍ଡ ଏବଂ ଲିତା ସ୍ଥିର କରାଯାଉଥିଲା।କିନ୍ତୁ ଏହି ସ୍ଥୂଳ ଗଣନାରେ ଅନେକ ବିଭ୍ରାଟ ବା ତ୍ରୁଟି ଦେଖାଯାଉଥିଲା।ଭାରତ ଭଳି ଏକ ହିନ୍ଦୁ ରାଷ୍ଟ୍ରରେ ଏଭଳି ତ୍ରୁଟିପୂର୍ଣ୍ଣ  ତିଥି ଗଣନା କଦାପି ଗ୍ରହଣୀୟ  ହୋଇ ନପାରେ।

ଏହିଠାରୁ ଆରମ୍ଭ ହୁଏ ସାମନ୍ତ ଚନ୍ଦ୍ରଶେଖରଙ୍କ ଗବେଷଣା।ଗ୍ରହ ନକ୍ଷତ୍ର ମାନଙ୍କର ନିର୍ଭୁଲ ସ୍ଥିତି ଏବଂ ଗତି ନିର୍ଣ୍ଣୟ କରିବାପାଇଁ  ସେ ତାଙ୍କର ମହାକାଶ ଗବେଷଣା ଆରମ୍ଭ କରିଦିଅନ୍ତି।ପାଖରେ ଗବେଷଣାଗାର ନାହିଁ ।ବିଶାଳ ମହାକାଶହିଁ ଗବେଷଣାଗାର।ଦୂରବୀକ୍ଷଣ ଯନ୍ତ୍ର ପାଇବେ କେଉଁଠାରୁ?ଦୁଇଖଣ୍ଡି  କାଠିରେ ତିଆରି କରିଦେଲେ ଗବେଷଣା ପାଇଁ ଯନ୍ତ୍ରଟିଏ।ନାଁ'ଟି ତାର ଦେଲେ 'ମାନଯନ୍ତ୍ର' ।ଦେଖିବାକୁ ଇଁରାଜୀ ଅକ୍ଷର 'T' ପରି।ତା ସହିତ ଶଙ୍କୁଯନ୍ତ୍ର ନାମକ ଆଉ ଗୋଟିଏ ଯନ୍ତ୍ର ସାହାଯ୍ୟରେ ଖାଲି ଆଖିରେ ଗ୍ରହ,ଉପଗ୍ରହ, ନକ୍ଷତ୍ରଙ୍କ ଉପରେ ଗବେଷଣା କରିଚାଲିଲେ।ଖାଲି ଆଖିରେ ଦେଖୁଥିବା  ଏହି ସିଦ୍ଧାନ୍ତକୁ "ଦୃକସିଦ୍ଧ ସିଦ୍ଧାନ୍ତ" ନାମଦେଇ ଉପଲବ୍ଧିକୁ ଲେଖିଚାଲିଲେ ସଂସ୍କୃତ ଶ୍ଳୋକ ଆକାରରେ।ଯେତେବେଳେ ଏହି ଗବେଷଣା ସେ ଆରମ୍ଭ କଲେ ସେତେବେଳେ ତାଙ୍କୁ ମାତ୍ର ଚଉଦ ବର୍ଷ।ଦୀର୍ଘ କୋଡିଏ ବର୍ଷ ପରେ,୧୮୬୯ ମସିହାରେ  ଗବେଷଣା ଶେଷ ହେଲା।ସେତେବେଳକୁ ତାଙ୍କ ବୟସ ୩୪ ବର୍ଷ।ଏହି ଗବେଷଣାର ଫଳ ସ୍ୱରୂପ :--

୧.  ଗ୍ରହ ନକ୍ଷତ୍ର ମାନଙ୍କର ସ୍ଥିତି ଏବଂ ଗତି ସେ ନିର୍ଭୁଲ ଭାବରେ  ଲିପିବଦ୍ଧ  କଲେ।ଏହାକୁ ଆଧାର କରି ଆସନ୍ତା ଦଶହଜାର ବର୍ଷ ପାଇଁ  ନିର୍ଭୁଲ ପଞ୍ଜିକା ପ୍ରଣୟନ ହୋଇପାରିବ।ଏହି ପଞ୍ଜିକା ଏତେ ନିର୍ଭୁଲ ଯେ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ଏହି ସାମନ୍ତ ପଞ୍ଜିକା ଆଧାରରେ ଚଳାଇବା ପାଇଁ ଶ୍ରୀମନ୍ଦିରର ପଣ୍ଡିତ ସଭା ୧୮୭୬ ମସିହାରେ ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ନିଷ୍ପତ୍ତି ବଳବତ୍ତର ରହିଛି।

୨.  ସାମନ୍ତଙ୍କ ଗବେଷଣା ଗାଣିତିକ ସୂତ୍ର ଉପରେ ପର୍ଯ୍ୟବେଷିତ ।ବୀଜ ଗଣିତ,ପାଟୀଗଣିତ,ପରିମିତି, ତ୍ରିକୋଣମିତି  ଏବଂ ଜ୍ୟାମିତି ସୂତ୍ର ତାଙ୍କ ଜିହ୍ୱାଗ୍ରରେ ଥିଲା।ଯେକୌଣସି ସ୍ଥାନର ଉଚ୍ଚତା,ଦୂରତା (ବୃକ୍ଷ ଲତା ପାହାଡ ପର୍ବତ ଇତ୍ୟାଦିର) ସେ ଗଣନାକରି ସଙ୍ଗେ ସଙ୍ଗେ ନିର୍ଭୁଲ ଭାବରେ କହିଦେଉଥିଲେ।ମହେନ୍ଦ୍ର ପର୍ବତର ଉଚ୍ଚତା ମଞ୍ଜୁଷା ରାଜାଙ୍କୁ ଏବଂ ସପ୍ତଶଜ୍ୟା ପାହାଡର ଉଚ୍ଚତା ଏବଂ ଦୂରତା ବ୍ରିଟୀଶ କମିଶନର କୁକ୍ ସାହେବଙ୍କୁ ସେ ଏହିପରି ଗଣନା ମାଧ୍ୟମରେ ନିର୍ଭୁଲ ଭାବରେ ବତାଇ  ଦେଇଥିଲେ ।ଇଂଲଣ୍ଡ  ଏବଂ ଆମେରିକାରେ ଘଟିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗର ପୂର୍ବାନୁମାନ  ସଠିକ ଭାବରେ ପ୍ରତିପାଦିତ କରିବାପରେ ତାଙ୍କର ଖ୍ୟାତି  ପୃଥିବୀରେ ସବୁ ଦେଶରେ ବ୍ୟାପିଗଲା।

୩. ସାମନ୍ତଙ୍କ ଗଣନାର ଫଳ ସ୍ୱରୂପ,ସୂର୍ଯ୍ୟଙ୍କର ମହାକର୍ଷଣ ପ୍ରଭାବରେ  ଚନ୍ଦ୍ରର ଗତି ଏବଂ ସ୍ଥିତିରେ ଘଟୁଥିବା 'ବିଶୃଙ୍ଖଳା'  ପ୍ରଥମଥର ପାଇଁ ଆବିଷ୍କୃତ ହେଲା।ଆଗରୁ କୌଣସି ଜ୍ୟୋତିର୍ବିଜ୍ଞାନୀ ଏହି ବିଶୃଙ୍ଖଳା  ଆବିଷ୍କାର କରିନଥିଲେ।ଏହି ବିଶୃଙ୍ଖଳା  ତିନି ପ୍ରକାରର ଯଥା ତୁଙ୍ଗାନ୍ତର,ପାକ୍ଷିକ ଓ ଦିଗଂଶ।
ତୁଙ୍ଗାନ୍ତର ବିଶୃଙ୍ଖଳା ଯୋଗୁଁ  ଚନ୍ଦ୍ରର କକ୍ଷପଥ ପରିକ୍ରମଣରେ  ସାମାନ୍ୟ ପରିବର୍ତ୍ତନ ଆସେ;ପାକ୍ଷିକ ବିଶୃଙ୍ଖଳା  ଯୋଗୁଁ  ଚନ୍ଦ୍ରକଳାରେ ହ୍ରାସ-ବୃଦ୍ଧିରେ ପ୍ରଭେଦ ହୁଏ ଏବଂ ଦିଗଂତ ବିଶୃଙ୍ଖଳା ଚନ୍ଦ୍ରଠାରୁ ପୃଥିବୀର ଦୂରତାରେ ସାମାନ୍ୟ ପରିବର୍ତ୍ତନ  ଦର୍ଶାଏ।

୪.  ଏହା ବ୍ୟତୀତ ସାମନ୍ତ ଗ୍ରହ ନକ୍ଷତ୍ର ମାନଙ୍କର ବ୍ୟାସ ନିରୂପଣ ନିର୍ଭୁଲ ଭାବରେ କରି ଯାଇଛନ୍ତି ।ସୂର୍ଯ୍ୟଙ୍କ ବ୍ୟାସ ୭୨୦ଲକ୍ଷ ଯୋଜନ ବୋଲି ନିର୍ଣ୍ଣୟ କରିଛନ୍ତି ।ସୂର୍ଯ୍ୟ ସିଦ୍ଧାନ୍ତରେ ଏହା ୬୫୦ ଲକ୍ଷ ଯୋଜନ ବୋଲି ଉଲ୍ଲେଖ ଅଛି ଏବଂ ଭାସ୍କରାଚାର୍ଯ୍ୟ ସିଦ୍ଧାନ୍ତ ଶିରୋମଣିରେ ଏହା ୬୫୨.୨ ଲକ୍ଷ ଯୋଜନ ବୋଲି ଉଲ୍ଲେଖ କରିଛନ୍ତି ।"ସୂର୍ଯ୍ୟ ସିଦ୍ଧାନ୍ତ"  ଏବଂ "ସିଦ୍ଧାନ୍ତ ଶିରୋମଣି" ଅନୁଯାୟୀ ଗଣନାକରି ସାମନ୍ତ ଦେଖିଲେ ଯେ ସୂର୍ଯ୍ୟ ପରାଗ  ଠିକ୍ ସମୟରେ ସଂଘଟିତ ହେଉନାହିଁ ।ତେଣୁ ସେ,ଅଥର୍ବ ବେଦରେ  ଉଲ୍ଲିଖିତ ଦୂରତା ୭୨୦ଲକ୍ଷ ଯୋଜନ ହିସାବରେ ଗଣନାକରି ଦେଖିଲେ ଯେ ସୂର୍ଯ୍ୟ ପରାଗ ଠିକ୍ ସମୟରେ ସଂଘଟିତ ହେଉଛି।(ଗୋଟିଏ ଯୋଜନ ହାରାହାରି ୮କିଲୋମିଟର)।
ଚନ୍ଦ୍ରର ବ୍ୟାସ ୪୪.୪ ଲକ୍ଷ ଯୋଜନ ଏବଂ ପୃଥିବୀର ବ୍ୟାସ ୧୬୦ଲକ୍ଷ ଯୋଜନ ବୋଲି ସେ ନିର୍ଣ୍ଣୟ  କରିଛନ୍ତି ।ସେହିପରି  ମଙ୍ଗଳ,ବୁଧ,ବୃହସ୍ପତି, ଶୁକ୍ର ଏ ଶନି ଗ୍ରହ ମାନଙ୍କର ବ୍ୟାସ ସେ ଯୋଜନ ପରିମାଣର ନିର୍ଣ୍ଣୟ କରିଛନ୍ତି ।

୫. ସାମନ୍ତଙ୍କ ଗବେଷଣାର ଫଳ ସ୍ୱରୂପ ଏକ ନୂତନ ନକ୍ଷତ୍ର  ଆବିଷ୍କୃତହୋଇଛି।ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ର ମାନଙ୍କରେ,ଅଶ୍ୱିନୀ,ଦ୍ୱିଜା,କୃତିକା ଇତ୍ୟାଦି  ୨୭ ଟି ନକ୍ଷତ୍ରର ଅବତାରଣା କରାଯାଇଛି।ସାମନ୍ତ, "ଅଭିଜିତ"ନାମକ ଏକ ନୂତନ ନକ୍ଷତ୍ରର ଆବିଷ୍କାର କରିବାପରେ ନକ୍ଷତ୍ର ସଂଖ୍ୟା ୨୮କୁ ବୃଦ୍ଧି ହୋଇଛି।

୬. ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥରେ  ସାମନ୍ତ ଉଲ୍ଲେଖ କରିଛନ୍ତି ଯେ ବ୍ୟାସ-ସମାନ ଦୂରରେ ସୂର୍ଯ୍ୟଙ୍କ ତେଜ ଏକ ଶତାଂଶ (ଶହେ ଭାଗରୁ ଏକ ଭାଗ)ଅନୁଭୂତ ହୁଏ।ସୂର୍ଯ୍ୟ-ବ୍ୟାସର ଦୁଇଶହ ଗୁଣ ଦୂରରେ ସୂର୍ଯ୍ୟତାପ ଆଦୌ ଅନୁଭୂତ ହୁଏନାହିଁ ।

୭.  ଗ୍ରହ ନକ୍ଷତ୍ର ମାନଙ୍କର ଅବସ୍ଥାନ ନିରୂପଣ କରିବାରେ ଅୟନାଂଶର ଭୂମିକା  ଗୁରୁତ୍ବପୂର୍ଣ୍ଣ ।ପୃଥିବୀଠାରୁ ଗ୍ରହ ନକ୍ଷତ୍ର ମାନଙ୍କର ଦୂରତା ନିରୂପଣକରି ସେଥିରେ  ଅୟନାଂଶ ଯୋଗକଲେ ସେମାନେ ଦୃଷ୍ଟିଗୋଚର ହୁଅନ୍ତି ।ଅୟନାଂଶ ଯୋଗ ନକଲେ ଦୃଷ୍ଟିଗୋଚର ହୁଅନ୍ତି ନାହିଁ ।ଅୟନାଂଶ ଯୁକ୍ତ ଗ୍ରହ/ନକ୍ଷତ୍ରକୁ ସାୟନ ଗ୍ରହ/ନକ୍ଷତ୍ର କୁହାଯାଏ।ନିରାୟଣ ଗ୍ରହ ପ୍ରତ୍ୟକ୍ଷ ହୁଅନ୍ତି ନାହିଁ ।ନିର୍ଭୁଲ ଦୂରତା ନିରୂପଣକରି ଏବଂ ନିର୍ଭୁଲ ଅୟନାଂଶ ଯୋଗକରି ସାମନ୍ତ ଗ୍ରହ ନକ୍ଷତ୍ର ମାନଙ୍କର ଯେଉଁ  ସଠିକ ଗତି ଏବଂ ସ୍ଥିତି ସ୍ଥିର କରିଯାଇଛନ୍ତି ହଜାର ହଜାର ବର୍ଷ ପାଇଁ ଜ୍ୟୋତିର୍ବିଜ୍ଞାନ ତାଙ୍କ ପାଖରେ ଋଣୀ   ରହିବ।

୮.   ସାମନ୍ତଙ୍କ ଗବେଷଣା ସମ୍ବନ୍ଧରେ କିଛି ଭୁଲ୍ ଧାରଣା ସର୍ବସାଧାରଣରେ ସୃଷ୍ଟି  ହୋଇଛି।ତାଙ୍କର ମତ ପାଶ୍ଚାତ୍ୟ  ବୈଜ୍ଞାନିକମାନଙ୍କ ମତ ଠାରୁ ସମ୍ପୂର୍ଣ୍ଣ ବିପରୀତ ବୋଲି ଧାରଣା ସୃଷ୍ଟି  ହୋଇଛି।କିନ୍ତୁ ଦେଖିବାକୁ ଗଲେ ସାମନ୍ତଙ୍କ ମତ ପାଶ୍ଚାତ୍ୟ ବୈଜ୍ଞାନିକମାନଙ୍କ ମତ ସହିତ ଅନେକାଂଶରେ ସମାନ।ଯଥା:---
*ପୃଥିବୀ  ଗୋଲାକାର ଏବଂ ଏହାର ଆହ୍ନିକ ଗତି ଅଛି।ଏହି ଆହ୍ନିକ ଗତି ଯୋଗୁଁ  ଦିବା ରାତ୍ରି ସଂଘଟିତ ହୁଏ।
*ପୃଥିବୀର ଉପଗ୍ରହ ଚନ୍ଦ୍ର ତାର ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ।
*ମଙ୍ଗଳ,ବୁଧ,ବୃହସ୍ପତି, ଶୁକ୍ର ଆଦି ଗ୍ରହମାନେ  ସୂର୍ଯ୍ୟ ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ।
*ଉପରୋକ୍ତ ଗ୍ରହମାନେ ପୃଥିବୀ ଚତୁର୍ଦ୍ଦିଗରେ ମଧ୍ୟ ଘୂର୍ଣ୍ଣନ କରୁଛନ୍ତି । 
ମତବାଦରେ ଉପରୋକ୍ତ ସାମ୍ୟ ପରିଲକ୍ଷିତ ହେଲେ ମଧ୍ୟ  ସାମନ୍ତ ସୌରମଣ୍ଡଳର ପୃଥିବୀ- କୈନ୍ଦ୍ରିକ ଗତି ଉପରେ ବିଶ୍ୱାସ  କରୁଥିଲେ।

୨୫୦୦ ଶ୍ଳୋକ ସମ୍ବଳିତ "ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ " ବୋଧହୁଏ  ସେହପରି ଲୋକ ଲୋଚନ ଅନ୍ତରାଳରେ ରହିଯାଇଥାନ୍ତା।ଗୁଣଗ୍ରାହୀ କବିବର ରାଧାନାଥ ରାୟ,ତତ୍କାଳୀନ ରେଭେନ୍ସା ମହାବିଦ୍ୟାଳୟର ବିଜ୍ଞାନ ପ୍ରଫେସର୍ ଯୋଗେଶଚନ୍ଦ୍ର ରାୟ ,କଲିକତା ବିଶ୍ଵବିଦ୍ୟାଳୟର ସଂସ୍କୃତ ଅଧ୍ୟକ୍ଷ  ମହେଶଚନ୍ଦ୍ର ନ୍ୟାୟରତ୍ନ ଆଦି ଗୁଣଗ୍ରାହୀ ବ୍ୟକ୍ତିଗଣ ଏହି ମନୀଷୀଙ୍କର ପ୍ରତିଭାକୁ ଚିହ୍ନିପାରି ତାଙ୍କୁ ଲୋକ ଲୋଚନକୁ ଆଣିଥିଲେ।୧୮୯୩ ମସିହା ଅକ୍ଟୋବର ୫ ତାରିଖରେ ବ୍ରିଟୀଶସରକାର ତାଙ୍କୁ ମହାମହୋପାଧ୍ୟାୟ ଉପାଧିରେ  ଭୂଷିତ  କଲେ।

ତଥାପି ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥଟି  ୧୮୯୯ ମସିହାରେ ମୁଦ୍ରିତ ହୋଇ,ରଚିତ ହେବାର ୩୦ ବର୍ଷ ପରେ ଲୋକ ଲୋଚନକୁ ଆସିଲା।ପ୍ରଥମ ମୁଦ୍ରଣରେ ୫୦୦୦ କପି,ସେ ସମୟରେ ୧୨୫୦ ଟଙ୍କା ବ୍ୟୟରେ ମୁଦ୍ରିତ ହୋଇଥିଲା।ସାମନ୍ତଙ୍କର ଏଭଳି ପ୍ରସିଦ୍ଧି  ଦେଶ ବିଦେଶରେ ଥିଲା ଯେ ଜର୍ମାନୀରେ ୧000 ଖଣ୍ଡ, ଇଁଲଣ୍ଡରେ ୭00 ଖଣ୍ଡ  ଏବଂ ଆମେରିକାରେ ୮00 କପି ବିକ୍ରି ହୋଇଗଲା। 
ସାମନ୍ତ ଚନ୍ଦ୍ରଶେଖର ଜଗନ୍ନାଥ ମହାପ୍ରଭୁଙ୍କର ପରମ ଭକ୍ତ ଥିଲେ ଏବଂ ଅନ୍ତିମ କ୍ଷଣରେ ନୀଳଚକ୍ରକୁ ଚାହିଁ  ପ୍ରାଣ ବିସର୍ଜନ କରିବାକୁ ଚାହୁଁଥିଲେ।ନିଜର  ମୃତ୍ୟୁଦିନ ନିଜେ ଗଣନାକରି ସେ ପୁରସ୍ତମ ଯାତ୍ରା କରିଥିଲେ।୧୯୦୪ ମସିହା ଜୁନ୍ ମାସ ୧୧ତାରିଖରେ ନୀଳଚକ୍ରକୁ ଚାହିଁ ଚାହିଁ  ସେ ଇହଲୀଳା ସାଙ୍ଗ କରିଥିଲେ।ମୃତ୍ୟୁ ସମୟକୁ ତାଙ୍କୁ ମାତ୍ର ୬୯ ବର୍ଷ ହୋଇଥିଲା।ମାତ୍ର ଜୀବନ ବିଶାଳ ହେବା ଆବଶ୍ୟକ,ଦୀର୍ଘ ନୁହେଁ ।

ସେହି ମହାପୁରୁଷ ଓଡିଆ ଜାତିର ଅସ୍ମିତାର  ପ୍ରତୀକ ଥିଲେ।ଓଡିଆ ଜାତି ଯେତେବେଳେ ନିଜର ପରିଚୟ ହରାଇ ବସିଥିଲା,ପଡୋଶୀ ପ୍ରଦେଶମାନେ,"ଓଡିଆ ଏକଟୁ ଭାଷା ନଏ"କହି ବିଦ୍ରୂପ କରୁଥିଲେ ସେହି ସମୟରେ ପଠାଣି ସାମନ୍ତ ଆମ୍ଭମାନଙ୍କର ପରିଚୟ ହୋଇ ବିଦ୍ୟମାନ ହୋଇଥିଲେ।ଦୁଃଖର କଥା ଆଜି ଏ ଜାତି ସେ ମହାପୁରୁଷଙ୍କୁ  ପ୍ରାପ୍ୟ ସମ୍ମାନ ଦେଇ ପାରୁନାହିଁ ।
 ©️ କୁଳମଣି ଷଡଙ୍ଗୀ

Saturday, December 16, 2023

କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଓଡିଶାରୁ ଗିରଫ୍

COASTAL NEWS ODIA 1586

କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଓଡିଶାରୁ ଗିରଫ୍

 

ଭୁବନେଶ୍ୱର - (CNO) ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି ଓଡ଼ିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ l ବଙ୍ଗଳାଦେଶର ଅନୁପ୍ରବେଶକାରୀ ମାନେ ସାଧାରଣ ଜନଜୀବନକୁ ପ୍ରଭାବିତ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ତତ୍ପରତା ଶୂନ୍ୟ l ଭୋଟ ରାଜନୀତିର ଗୋଲକ ଧନ୍ଦାରେ ପେଶୀ ହୋଇଯାଇଛି ଉପକୂଳବର୍ତ୍ତୀ ଅଞ୍ଚଳରେ ମୂଳ ଓଡ଼ିଶାବାସୀଙ୍କ ମୌଳିକ ସୁବିଧା ସୁଯୋଗ l Protected ବି ଲୋକଙ୍କ ଧନଜୀବନ ଆଶଙ୍କାରେ l ଏବେ ଧରାପଡିଛି ଓଡ଼ିଶାରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ । 

କାଶ୍ମୀର ପୋଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଓଡ଼ିଶାରୁ ଗିରଫ କଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ । ଏହାସହ ତା ପାଖରୁ ବହୁ ବିଦେଶୀ ନକଲି କାଗଜ ପତ୍ର ମଧ୍ୟ ଜଗତ କରାଯାଇଛି । ଯାଜପୁର ଜିଲ୍ଲା ନେଉଳପୁରରୁ କାଶ୍ମୀର ଆତଙ୍କବାଦୀକୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି । ସେ ଦୀର୍ଘ ଦିନ ହେବ ନିଜ କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ଆସୁଥିଲା । 

ସେ କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ସେନା ଅଫିସର ଭାବେ ପରିଚୟ ଦେଉଥିଲା । ପ୍ରାଥମିକ ତଦନ୍ତ ଅନୁସାରେ ତାର ୬ ରୁ ୭ଟି ସ୍ତ୍ରୀ ଥିବା ନେଇ ମଧ୍ୟ ସୂଚନା ରହିଛି ।  କାଶ୍ମୀର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼଼ିଶାରେ ମଧ୍ୟ ସୟଦ ଇସାନ ବୁଖାରୀ ବିବାହ କରିଥିବା କଥା ସ୍ପଷ୍ଟ ହୋଇଛି । 

ସେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ  କାମ କରୁଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେହିପରି ଗିରଫ ଆତଙ୍କବାଦୀର କେଉଁ କେଉଁ ଆକ୍ରମଣରେ ସଂପୃକ୍ତି ରହିଛି ତାହା ଜାଣିବା ପାଇଁ ବର୍ତ୍ତମାନ ପୋଲିସ ତନାଘନା ତଦନ୍ତ ଚଳାଇଛି ।

ଆଜିର ରାଶିଫଳ

COASTAL NEWS ODIA 1585

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   


 *ଅଦ୍ୟ ଡିସେମ୍ବର ମାସ ୧୬ ତାରିଖ ୨୦୨୩ ମସିହା(ଶନିବାର)*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*  *✧═════•❁❀❁•═════✧*

*🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।*
*✧═════•❁❀❁•═════✧*
*🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।*
*✧═════•❁❀❁•═════✧*
*🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।*
*✧═════•❁❀❁•═════✧*
*🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।*
*✧═════•❁❀❁•═════✧*
*🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ  ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।*
*✧═════•❁❀❁•═════✧*
*🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।*
*✧═════•❁❀❁•═════✧*
*🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।*
*✧═════•❁❀❁•═════✧*
*🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।*
*✧═════•❁❀❁•═════✧*
*🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।*

Friday, December 15, 2023

ସଂକ୍ଷିପ୍ତ ଖବର

COASTAL NEWS ODIA 1584

ସଂକ୍ଷିପ୍ତ ସମ୍ବାଦ



➡️୧-ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ହେଲା ଅନ୍ତ l ବିସ୍ଥାପିତଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ସବୁ ରେକର୍ଡ ଭାଙ୍ଗିଲା ଥଣ୍ଡା, ଘୁ.ଉଦୟଗିରିରେ ପାରା ୭ଡିଗ୍ରି ରେକର୍ଡ, ପ୍ରବଳ ଥଣ୍ଡାରେ ଥରୁଛନ୍ତି ଲୋକେ l ସେପଟେ ଜାମ୍ମୁ କାଶ୍ମୀରରେ ରାତିରେ ତାପମାତ୍ରା -୫.୪ ଡିଗ୍ରୀ ସେଲସିୟସ ଥିବାବେଳେ ପାଇପ୍ ପାଣି ପାଲଟିଯାଉଛି ବରଫ, ଜନଜୀବନ ପୁରା ଅତିଷ୍ଠ l

➡️୩-ସାରା ବିଶ୍ୱରେ ମୋଦୀଙ୍କ ଜଲୱା, ପାଇଛନ୍ତି ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ୨୦୧୪ ମସିହାରୁ ୧୪ ଟି ଦେଶର ସର୍ବୋଚ୍ଚ ଜାତୀୟ ପୁରସ୍କାର l

➡️୪-ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା।

➡️୫-ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ l ୧ କୋଟି ୩୦ ଲକ୍ଷରୁ ଅଧିକ ଭୋଟ ବିଜେଡି କିପରି ନିଜ ସପକ୍ଷରେ ଆଣିବ ସେନେଇ ଆଜି ମୂଳଦୂଆ ପକାଇବ ବିଜେଡି। ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ନୂଆ ରଣନୀତି ପ୍ରସ୍ତୁତ କରିବ।

➡️୬-ସଂସଦର ସୁରକ୍ଷା ତ୍ରୁଟି ମାମଲାରେ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ।

➡️୭-ନୂଆବର୍ଷଠାରୁ ପ୍ଲେ ମୁଭିଜ୍ ଏବଂ ଟିଭି ଆପ୍‌କୁ ବନ୍ଦ କରିବାକୁ ଘୋଷଣା କଲା ଗୁଗୁଲ୍‌ l

➡️୮-ସ୍ପୋଟ୍ସ ସାଇନ୍ସ ଇଣ୍ଡିଆ ଆନୁକୂଲ୍ୟରେ ଆସନ୍ତାକାଲି କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଏସ୍‌ଏସ୍‌ଆଇ ସ୍ପୋଟ୍ସ ସାଇନ୍ସ କନକ୍ଲେଭ ଅନୁଷ୍ଠିତ ହେବ । ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ l

➡️୯-ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା ସିପିଆଇର ଜାତୀୟ କାର୍ଯ୍ୟକାରୀ କମିଟି ବୈଠକ ଆଜିଠାରୁ ତିନିଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ l

➡️୧୦-ଐଶ୍ୱର୍ଯ୍ୟା ରାୟଙ୍କ ଏକ ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ l ଭିଡିଓରେ ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଉଥିବା ଜଣେ ମହିଳାଙ୍କୁ ସ୍ୱିମିଂ ପୁଲରେ ଦେଖାଯାଇଛି l

➡️୧୧-ଶାହରୁଖ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି ରିଲିଜ ପୂର୍ବରୁ ସେ ଶିରିଡ଼ି ସାଇ ବାବା ମନ୍ଦିରକୁ ଯାଇ କଲେ ପୂଜାର୍ଚ୍ଚନା ଓ ଆଳତୀ l

➡️୧୨-ସୁରକ୍ଷା ମହାବିଭ୍ରାଟକୁ ନେଇ ହୁଲୁସ୍ତୁଲ୍ ହେଲା ପାର୍ଲାମେଣ୍ଟ, ଗୃହ ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ହଙ୍ଗାମାରୁ ନିବୃତ୍ତ ନହେବାରୁ ଶେଷରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୪ ବିରୋଧୀ ସାଂସଦ ଚଳିତ ଶୀତ ଅଧିବେଶନ ସରିବା ପର୍ଯ୍ୟନ୍ତ ହେଲେ ସସପେଣ୍ଡ।  

➡️୧୩-ନୂଆଦିଲ୍ଲୀ ଠାରେ ଆଇଆଇଟି କାନପୁର ଏବଂ କୋଟକ୍ ବ୍ୟାଙ୍କ୍ ଦ୍ୱାରା ସ୍ଥାପିତ ହୋଇଥିବା ‘କୋଟକ୍ ସ୍କୁଲ୍ ଅଫ୍ ସଷ୍ଟେନବିଲିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

➡️୧୪-ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ ମିଳିଥିବା ଅନ୍ତରୀଣ ଜାମିନର ଅବଧିକୁ ସୁପ୍ରିମକୋର୍ଟ ଆସନ୍ତା ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ କଲେ ବୃଦ୍ଧି l

➡️୧୫-ରଂଜିତ ପାତ୍ର ହେଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି l ସେ ଦୀର୍ଘ ୧୨ ବର୍ଷଧରି ଯୁବ କଂଗ୍ରେସର ଜଣେ ନିଷ୍ଠାବାନ କର୍ମୀ ଭାବରେ କାର୍ଯ୍ୟ କରିଆସୁଛନ୍ତି ।

➡️୧୬-ଭାରତକୁ ଶସ୍ତା ତୈଳ ବିକୁଥିବା ଋଷିଆ ଦେଲା ଆଉ ଏକ ବଡ଼ ଅଫର l ଋଷିଆରେ ଆମେରିକା ଓ ୟୁରୋପୀୟ କମ୍ପାନୀ ଛାଡିଯାଇଥିବା ବ୍ୟବସାୟକୁ ଭାରତୀୟ କମ୍ପାନୀଙ୍କୁ ଦେବା ନିମନ୍ତେ ଋଷିଆ କଲା ଆଗ୍ରହ ପ୍ରକାଶ l

➡️୧୭-ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ହମାସ୍ ବିପକ୍ଷରେ ବିଜୟ ନମିଳିବା ଯାଏଁ ଲଢେଇ ଜାରି ରହିବ l ଆମକୁ କେହି ରୋକିପାରିବେନି । 

➡️୧୮-ତୃତୀୟ ଟି-୨୦ : ଅଧିନାୟକ ସୂର୍ଯ୍ୟଙ୍କ ଶତକ ପରେ କୁଲଦୀପଙ୍କ ଯାଦୁଗରୀ ବୋଲିଂ, ମ୍ୟାଚ୍ ଜିତି ସିରିଜ୍ ୧-୧ରେ ବରାବର କଲା ଭାରତ l ପ୍ରଥମ ଟି-୨୦ ବର୍ଷାରେ ଧୋଇଯିବା ପରେ ଦ୍ଵିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା l

➡️୧୯-ଅବିଶ୍ୱସନୀୟ। ସ୍ମରଣୀୟ। ରେକର୍ଡ ବ୍ରେକିଂ। ୮୮ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଭାରତୀୟ ମହିଳା ଟିମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୪୦୦ରୁ ଅଧିକ ରନ କରିବାର କଲା ରେକର୍ଡ । ପୂର୍ବରୁ ୧୯୩୫ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଦିନରେ ୪୩୧ ରନ କରିଥିଲେ। 

➡️୨୦-ଭାରତୀୟ ମହିଳା ଲିଗ୍‌ (IWL)ରେ ଆଜି ଦୁଇ ଓଡ଼ିଶା ଦଳଙ୍କ ମଧ୍ୟରେ ହେବ ମୁକାବିଲା । କ୍ୟାପିଟାଲ୍‌ ଫୁଟ୍‌ବଲ୍‌ ଏରେନାରେ ଓଡ଼ିଶା ଏଫ୍‌ସିକୁ ଭେଟିବ ସ୍ପୋର୍ଟ୍ସ ଓଡ଼ିଶା। 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ରମ୍ଭା ତୃତୀୟା ll*
*🔅ଆଜି ଆନ୍ତର୍ଜାତୀୟ ଚା ଦିବସ ll*
*🔅ଆଜି ବିଲେଇ ପଶୁପାଳକ ଦିବସ ll*
*🔅ଆଜି ବିଲ ଅଧିକାର ଦିବସ ll*
*🔅ଆଜି ଜାତୀୟ କପ୍ କେକ୍ ଦିବସ ll*
*🔅ଆଜି 73ତମ ଆଇରନ୍ ମ୍ୟାନ୍ ସର୍ଦ୍ଦାର*
     *ଶ୍ରୀ ଭାଲାଭଭାଇ ପଟେଲ ସ୍ମୃତି ଦିବସ ll*
*🔅ଆଜି ରେସଲର ଗୀତା ଫୋଗାଟଙ୍କ ଜନ୍ମଦିନ ll*

*📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll*

         *ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
                  *ll ଶୁଭ ସକାଳ,ସୁପ୍ରଭାତ ll*
[15/12, 8:40 am] ରଜନି କାନ୍ତ ବକ୍ସି ହିଲି ପାଟଣା: *ଖବର ଆଜିର* 
*ତାରିଖ ୧୫/୧୨/୨୩, ଶୁକ୍ରବାର*

*୧-କଟକ: ସାରଳା ସାହିତ୍ଯ ସଂସଦର ସାରସ୍ବତ ଆସର;ପାଞ୍ଚ ପ୍ରତିଭା ହେଲେ ସମ୍ମାନିତ।*

*୨-ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା।*

*୩-ଭୁବନେଶ୍ୱର:ଆଜି ଜାତୀୟ ରେଳ ପୁରସ୍କାର ପ୍ରଦାନ କରିବେ ରେଳ ମନ୍ତ୍ରୀ।*

*୪-ଶହେ ବର୍ଷର ସମସ୍ୟା, ଶହେ ଦିନରେ ଅନ୍ତ; ବିସ୍ଥାପିତଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*

*୫-ଜନତା ମଇଦାନରେ ଆଜିଠୁ ଆରଂଭ ତୋଷାଳୀ ଜାତୀୟ ହସ୍ତତନ୍ତ ମେଳା,୧୨ ଦିନ ଧରି ଚାଲିବ।*

*୬-ଡିସେମ୍ବର ୨୬ରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ, ରାଜ୍ୟବ୍ୟାପୀ ପାଳନ ପାଇଁ ଦଳର ଯୋଜନା।*

*୭-କୋଚିରେ ବିମାନ ଚଳାଚଳ ତାଲିମ ନେବେ ନୂଆ ଓଡିଶା ଅଭିଯାନର ୧୭ ପ୍ରଶିକ୍ଷକ।*

*୮-ଭୁବନେଶ୍ୱର:ଜି ଉଦୟଗିରିରେ ପାରଦ ଏବେ ୭ ଡିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ।*

*୯-ପୁରୀ: ସାଷ୍ଟାଂଗ ପ୍ରଣାମ ସହ ଜୟ ଜଗନ୍ନାଥ କହିଲେ ଦୁଇଟି ବିଦେଶୀ ମୂଷା।*

*୧୦-ଭୁବନେଶ୍ୱର:ଲାଞ୍ଚ ନେଇ ଗିରଫ ହେଲେ କ୍ଷୁଦ୍ର ଜଳ ସେଚନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁ।*

*୧୧-ନୟାଗଡ଼ ସବ୍‌ ରେଜିଷ୍ଟ୍ରାର ଶାଶ୍ବତ ପଟ୍ଟନାୟକ ଗିରଫ, ଦରମା ତୁଳନାରେ ଆୟ ୭୯% ଅଧିକ।*

*୧୨-Google ଦେଲା ଭୁଲ୍ ଠିକଣା, ଚାନ୍ଦିପୁର ବଦଳେ ସିନ୍ଧୁଆ ପହଞ୍ଚି ଗଲେ ଫ୍ରାନ୍ସ ଯୁବକ।*

*୧୩-କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍, ୨୩୪ ପଞ୍ଚାୟତକୁ ଯୋଡ଼ିବ ୬୩ଟି ଲକ୍ଷ୍ମୀ ବସ୍।*

*୧୪-ମୋହନା ବ୍ଲକ ମଳାସପଦର ପଞ୍ଚାୟତ:ଗାଁରେ ବୁଲୁଛି ବାଘ ! ଭୟରେ ଲୋକେ ତାଟି କବାଟ ବୁଜି ଘରେ ବସିଛନ୍ତି।*

*୧୫-ମା'ଶାରଳାଙ୍କ ହୁଣ୍ଡିରୁ ଚୋରି । ୭ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା।*

*୧୬-ସାବଧାନ ! Olxରେ ଘର ଭଡ଼ା ଖୋଜୁଛନ୍ତି କି ? ମାତିଛନ୍ତି ସାଇବର ଠକ; ଲୁଟିନେବେ ଟଙ୍କା !*

*୧୭-ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୃଷ୍ଣ ଜନ୍ମଭୂମିକୁ ଲାଗିଥିବା ଇଦଗାହର ହେବ ଏଏସଆଇଏ ସର୍ଭେ।*

*୧୮-ସୁରକ୍ଷା ମହାବିଭ୍ରାଟକୁ ନେଇ ହୁଲୁସ୍ତୁଲ୍ ପାର୍ଲାମେଣ୍ଟ, ବିଶୃଙ୍ଖଳିତ ଆଚରଣ ପାଇଁ ୧୪ ବିରୋଧୀ ସାଂସଦ ସସପେଣ୍ଡ।*

*୧୯-ଜୋହାନ୍ସବର୍ଗ:T20 ଶୃଙ୍ଖଳା ବରାବର,ଶେଷ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ।*

*୨୦-ରାଜସ୍ଥାନ:ଜୀବନ ହାରିଲେ ଗୋଟିଏ ପରିବାରର ୫ ସଦସ୍ୟ, ଋଣ ଭାର ସହିିନପାରି ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ।*

.               

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...