AFFILIATE MARKETING

https://binomo.com?a=90810425bb57&t=0

Monday, September 8, 2025

କାହିଁକି ଦିଲ୍ଲୀ ଯାଇଛନ୍ତି ନବୀନ: ନିଜେ କହିଲେ

କାହିଁକି ଦିଲ୍ଲୀ ଯାଇଛନ୍ତି ନବୀନ: ନିଜେ କହିଲେ

ଭୁବନେଶ୍ବର - ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି । ଆସନ୍ତକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ଅନେକ ରାଜନୈତିକ ମହଲରେ ଆଲୋଚନା ହେଉଥିଲା । ତେବେ ନବୀନ କାହିଁକି ଦିଲ୍ଲୀ ଯାଇଛନ୍ତି ତାହାର ସୂଚନା ସେ ନିଜେ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟୁ କରିଛନ୍ତି । ନବୀନ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ, କୌଣସି ସାଂସଦଙ୍କୁ ଭେଟିବାର ନାହିଁ ।

ଏକ୍ସରେ ନବୀନ ଲେଖିଛନ୍ତି ଯେ ‘ମୁଁ କିଛି ଦିନ ପାଇଁ ଦିଲ୍ଲୀ ଆସିଛି, କିଛି ସାମାଜିକ ପ୍ରତିବଦ୍ଧତା ପାଇଁ । ଦିଲ୍ଲୀ ଗସ୍ତକୁ ନେଇ ଚାଲିଥିବା ଚର୍ଚ୍ଚାରେ ନବୀନଙ୍କ ଏଭଳି ପ୍ରତିକ୍ରିୟା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯାତନା ଦେବାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ, କୋର୍ଟ ଚାଲାଣ ହେଲେ ଶିକ୍ଷକ

ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯାତନା ଦେବାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ, କୋର୍ଟ ଚାଲାଣ ହେଲେ ଶିକ୍ଷକ
ଗୋଲାମୁଣ୍ଡା,୮ା୯:  କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନ ବନ୍ଧଗାଁରେ ଗତ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଛାତ୍ରୀ ଜଣଙ୍କର ଉକ୍ତ ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କ ସାଙ୍ଗରେ ଦୀର୍ଘ ୧ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। 

ଶିକ୍ଷକ ଜଣକ ବିଭିନ୍ନ ପ୍ରଲୋଭନ ଓ ବିବାହର ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କୁ ଅନେକ ଥର ଯୌନ ଶୋଷଣ କରିଥିଲେ। କୌଣସି କାରଣରୁ ଦୀର୍ଘ ୨ମାସ ହେବ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଫଳରେ ଶିକ୍ଷକ ଜଣକ ଉକ୍ତ ଛାତ୍ରୀ ସାଙ୍ଗରେ କଥାବାର୍ତ୍ତା ହେବା ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିଦେଇଥିଲେ ଓ ଛାତ୍ରୀଙ୍କଠାରୁ ଦୂରେଇ ଯାଇଥିଲେ। ଫଳରେ ଛାତ୍ରୀ ଜଣକ ଲୋକଲଜ୍ଜା ଭୟରେ ଓ ଶିକ୍ଷକଙ୍କ ପ୍ରତାରଣା ସହି ନ ପାରି ରବିବାର ସକାଳେ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। 

ଏନେଇ ଖବର ପାଇ ଦଶପୁର ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଏପରିକି ଘଟଣାସ୍ଥଳରୁ ଛାତ୍ରୀଙ୍କ ଏକ ହାତଲେଖା ଡାଇରୀ ଓ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଥିଲା ପୋଲିସ। ଏହାକୁ ଆଧାର କରି ଦଶପୁର ପୋଲିସ ଏକ ମାମଲା ନଂ( ୧୨୯/୨୫) ରୁଜୁ କରି ଅଭିଯୁକ୍ତ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶିକ୍ଷକଙ୍କ ଘର କେସିଙ୍ଗା ଥାନା ବ୍ରାହ୍ମଣୀ ଗାଁର ବୋଲି ଜଣାପଡ଼ିଛି।

ଗୋଟିଏ ରାତିରେ ଜଣଙ୍କଘରୁ ଚୋରୀ: ୭ଜଣଙ୍କ ଘରୁ ଚୋରୀ ଉଦ୍ୟମ

ଗୋଟିଏ ରାତିରେ ଜଣଙ୍କଘରୁ ଚୋରୀ: ୭ଜଣଙ୍କ ଘରୁ ଚୋରୀ ଉଦ୍ୟମ

କାହାର ଝରକା ତ କାହାର କବାଟ କୁ ଚୋର ମାନେ ତାଡିବା ପାଇଁ ସମର୍ଥ ହୋଇଛନ୍ତି ସତ କିନ୍ତୁ ଘର ଲୋକେ ଉଠି ପଡିବାରୁ ଚୋରୀ କରିବାରେ ସଫଳ ହୋଇପାରିନାହାନ୍ତି । ଯଦିଓ କିଛି ସ୍ଥାନରେ ଚୋରଙ୍କ ଆଂଶିକ ଫଟୋ ସିସିଟିଭିରେ କୟଦ ହୋଇଛି କିନ୍ତୁ ସେମାନଙ୍କୁ ଧରିବା ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଉଛି । ଏ ବାବଦରେ ଦୁଇ ଜଣ ଗ୍ରାମବାସୀ  ଥାନାରେ ଏତେଲା ଦେବାରୁ ପୋଲିସ ଗାଁ କୁ ଯାଇ ତଦନ୍ତ ଆରମ୍ଭ କରିବା ସହ ରାତ୍ରି ପେଟ୍ରୋଲିଙ୍ଗକୁ ଜୋରଦାର କରିଛି । କେବଳ ରାମନଗର ନୁହେଁ ଆଖପାଖ ବିଭିନ୍ନ ଗାଁରେ ମଧ୍ୟ ଚୋରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି ।

ଏଇ କିଛି ଦିନ ହେଲା ଚୋରମାନେ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜାଇ ଦେଇଥିବାବେଳେ ସଦର ପୋଲିସ ପାଟ୍ରୋଲିଙ୍ଗକୁ ଆହୁରି କଡାକଡ଼ି କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି ଜଣାଇଛନ୍ତି । ଏଇ ଚୋରୀରେ ନିଶାଡି କିମ୍ବା ସ୍ଥାନୀୟ ଅଂଚଳରେ ଗୃହ ନିର୍ମାଣ କାର୍ଯ୍ୟ ରତଥିବା  ଅନ୍ୟ ରାଜ୍ୟର ଯୁବକମାନଙ୍କ ହାତ ଥାଇପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ସନ୍ଦେହ କରୁଛନ୍ତି ।

ଦେଶ ଇତିହାସରେ ଜବତ ହୋଇଥିବା ସବୁଠାରୁ ବଡ଼ କୋକେନ କନସାଇନମେଣ୍ଟ

ଦେଶ ଇତିହାସରେ ଜବତ ହୋଇଥିବା ସବୁଠାରୁ ବଡ଼ କୋକେନ କନସାଇନମେଣ୍ଟ 
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପକ୍ଷରୁ ଦୁବାଇ ଭିତ୍ତିକ ଜଣେ ଡ୍ରଗ ଚୋରାଚାଲାଣକାରୀ ବିରୋଧରେ ଅନ୍ତର୍ଜାତୀୟ ସିଲଭର ନୋଟିସ ଜାରି କରାଯାଇଛି। ଦେଶ ଇତିହାସରେ ଜବତ ହୋଇଥିବା ସବୁଠାରୁ ବଡ଼ କୋକେନ କନସାଇନମେଣ୍ଟ ପଛରେ ମଧ୍ୟ ଏହି ଅଭିଯୁକ୍ତ ଜଣଙ୍କ ରହିଥିବା ଜଣାପଡ଼ିଛି।

ଅଭିଯୁକ୍ତ ଜଣକ ହେଲା ପବନ ଠାକୁର। ସେ ପ୍ରାୟ ୮୨ କେଜିର ହାଇ ଗ୍ରେଡ କୋକେନ ଜବତ ଘଟଣାର ମାଷ୍ଟରମାଇଣ୍ଡ। ୨୦୨୪ ନଭେମ୍ବର ମାସରେ ଦିଲ୍ଲୀରୁ ଏତେ ପରିମାଣର କୋକେନ ଜବତ ହୋଇଥିଲା। ଏହାର ବଜାରମୂଲ୍ୟ ପ୍ରାୟ ୨୫ ଶହ କୋଟି ହେବ। ଏତେ ପରିମାଣର କୋକେନ ବିଦେଶୀରୁ ପ୍ରଥମେ ଭାରତର ଗୋଟିଏ ପୋର୍ଟକୁ ଆସିଥିଲା। ସେଠାରୁ ଟ୍ରକ ଯୋଗେ ଦେଶର ରାଜଧାନୀରେ ପ୍ରବେଶ କରିଥିଲା। ଦିଲ୍ଲୀର ଗୋଟିଏ ୱେୟାର ହାଉସରେ ଏହାକୁ ରଖାଯାଇଥିବା ବେଳେ ଏନସିବି ସେଗୁଡ଼ିକୁ ଜବତକ କରିଥିଲା।

ଏବେ ଭାରତୀୟ ଅଧିକାରୀମାନେ ପ୍ରଥମଥର ପାଇଁ ଇଣ୍ଟରପୋଲର ସିଲଭର ନୋଟିସ ବ୍ୟବସ୍ଥାକୁ ବ୍ୟବହାର କରି ବିଦେଶରେ ଥିବା କୌଣସି ଡ୍ରଗ ଚୋରାଚାଲାଣକାରୀକୁ ଟାର୍ଗେଟ କରିଛନ୍ତି। ଏହି ନୋଟିସ ବଳରେ ଅନ୍ତର୍ଜାତୀୟ ତଦନ୍ତକାରୀ ଏଜେନ୍ସି ଅଭିଯୁକ୍ତ ସହ ଜଡ଼ିତ ସମ୍ପତ୍ତି, ବ୍ୟବସାୟକ ଓ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରିପାରିବେ। ଏଥିସହ ଇଣ୍ଟରପୋଲର ୧୯୬ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରଗୁଡ଼ିକ ଗୁଇନ୍ଦା ତଥ୍ୟ ଦେବେ ଓ ବେଆଇନ ସମ୍ପତ୍ତିକୁ ସିଜ କରିପାରିବେ।

ନୋଟିସକୁ ୟୁଏଇ, ସିଙ୍ଗାପୁର, ହଂକଂ ଓ ଏକାଧିକ ୟୁରୋପୀୟ ଦେଶ ସହ ଶେୟାର କରାଯାଇଛି। ଏହି ସବୁ ସ୍ଥାନରେ ପବନ ଠାକୁର ବିଭିନ୍ନ ରିୟଲ ଇଷ୍ଟେଟ ଓ ଅନ୍ୟାନ୍ୟ ବ୍ୟବସାୟରେ ପ୍ରବଳ ପୁଞ୍ଜି ନିବେଶ କରିଛି। ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତଥ୍ୟ ସଂଗ୍ରହ ପାଇଁ ଏନସିବି ଏପରି ପଦକ୍ଷେପ ନେଇଛି।

ଏନସିବି ତଦନ୍ତୁ ଜଣାପଡ଼ିଛି ଯେ ପବନ ଠାକୁର କେବଳ ନଭେମ୍ବର ୨୦୨୪ରେ ଜବତ ହୋଇଥିବା କୋକେନ ଚୋରାଚାଲାଣର ମାଷ୍ଟରମାଇଣ୍ଡ ନୁହେଁ, ବରଂ ସେ ଦୀର୍ଘ ସମୟର ଧରି ହାୱାଲା ଓ ମନି ଲଣ୍ଡରିଂ ବ୍ୟବସାୟରେ ମଧ୍ୟ ସାମିଲ ରହିଛି। ସେ ପ୍ରଥମେ ଦିଲ୍ଲୀର କୁଚା ମହାଜନୀ ମାର୍କେଟରେ ହାୱାଲା ଏଜେଣ୍ଟ ଭାବେ କାମ କରୁଥିଲା। ପରବର୍ତ୍ତୀ ସମୟରେ ସେ ବଡ଼ଧରଣର ନିଶାଦ୍ରବ୍ୟ ଚୋରାଚାଲାଣ ଜଗତରେ ପାଦ ଥାପିଥିଲା।
ତା’ର ବେଆଇନ କାର୍ଯ୍ୟକଳାପ ଭାରତ ଓ ଦୁବାଇକୁ ବ୍ୟାପିଛି। ନିଶାଦ୍ରବ୍ୟ ଚୋରାଚାଲାଣ ଦ୍ୱାରା ମିଳୁଥିବା କଳାଧନକୁ ହାୱାଲା ବ୍ୟବସ୍ଥା ଦ୍ୱାରା ଧଳା କରାଯାଉଛି। କ୍ରିପ୍ଟୋକରେନ୍ସୀ ଓ ଭାରତ, ଚାଇନା, ସିଙ୍ଗାପୁର, ହଂକଂ ଓ ୟୁଏଇରେ ଥିବା ଶେଲ କମ୍ପାନୀକୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଉଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର କହିବା କଥା ନକଲି ଆମଦାନୀ ଓ ରପ୍ତାନୀ ଦସ୍ତାବିଜ ଦ୍ୱାରା ପବନ ଠାକୁର ଓ ତା’ ଗ୍ୟାଙ୍ଗ ୬୮୧ କୋଟି ଟଙ୍କା ହାତେଇଛନ୍ତି। ଇଡି ଏନେଇ ପବନ ଠାକୁର ନାଁରେ ଏକାଧିକ ସମନ ଜାରି କରିଥିଲେ ହେଁ ସେ ହାଜର ହୋଇନାହିଁ। ଏଥିଯୋଗୁ ତା’ ନାଁରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରିଛନ୍ତି।

୨୦୨୪ ନଭେମ୍ବର ମାସରେ ଦିଲ୍ଲୀରୁ ୨୫ଶହ କୋଟିର କୋକେନ ଜବତ ହେବାର କିଛି ଦିନ ପରେ ସେ ଓ ତା’ ପରିବାର ଭାରତରୁ ପଳାୟନ କରିଥିଲେ। ଏବେ ସେମାନେ ଦୁବାଇରେ ରହୁଛନ୍ତି। ସେଠାରେ ରହି ପବନ ଠାକୁର ଚୋରାଚାଲାଣ ଓ ମନି ଲଣ୍ଡରିଂ ନେଟୱର୍କ ଜାରି ରଖିଛି।

ଦୁବାଇରେ ଏକାଧିକ ସମ୍ପତ୍ତି ଓ ବିଳାସପୂର୍ଣ୍ଣ କାର କିଣିଛି ପବନ ଠାକୁର। ଦୁବାଇ ହିଲ ଇଷ୍ଟେଟରେ ତା’ର ଗୋଟିଏ ବିରାଟକାୟ ଭିଲ୍ଲା ମଧ୍ୟ ରହିଛି। ଠାକୁର ସହ ଜଡ଼ିତ ଦିଲ୍ଲୀର ନଙ୍ଗଲୋଇର ଗୋଟିଏ ଠିକଣାରେ ଏନସିବି ଅଧିକାରୀମାନେ ୨୦୨୪ ମସିହା ନଭେମ୍ବର ୧୪ରେ ରେଡ କରିଥିଲେ।

ଏହି ସମୟରେ ୮୨ କେଜିର କୋକେନ ମିଳିଥିଲା। ଏହାକୁ ମେକ୍ସିକୋରୁ ଆସିଥିବା ଗୋଟିଏ କନସାଇନମେଣ୍ଟରେ ରଖାଯାଇଥିଲା। ଏଠାରୁ ସେଗୁଡ଼ିକୁ ଅଷ୍ଟ୍ରେଲିଆ ପଠାଯିବାର ଯୋଜନା ରହିଥିଲା। ଏହି ଘଟଣାରେ ପବନ ଠାକୁରର ୫ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।

କେବଳ ୨୦୨୫ରେ ଏନସିବି ବିଦେଶୀରୁ ୪ ଜଣ ନିଶା ବ୍ୟବସାୟୀଙ୍କୁ ଭାରତ ଫେରାଇ ଆଣିବାକୁ ସକ୍ଷମ ହୋଇଛି। ଏମାନଙ୍କ ମଧ୍ୟରେ ନବୀନ ଚିଚକର ଓ ଲିଜୋ ଜୋଶ ଭଳି କୁଖ୍ୟାତ ଚୋରାଚାଲାଣକାରୀ ରହିଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ

ଯାହା ଆଶଙ୍କା କରାଯାଉଥିଲା ସେୟା ହିଁ ହେଲା । ବିଜେଡିର ରାଜନୀତିକ ବ୍ୟାପାର କମିଟି(ପିଏସି) ପୁଣିଥରେ ଦନ୍ତହୀନ ଓ ମେରୁଦଣ୍ଡବିହୀନ ବୋଲି ଆଜି ପ୍ରମାଣିତ ହୋଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଚୂଡ଼ାନ୍ତ କରିବା ନିମନ୍ତେ ନବୀନ ନିବାସରେ ବସିଥିବା ପିଏସି ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରି ସମଦୂରତ୍ୱ ନୀତି ଆପଣାଇବା ସପକ୍ଷରେ ସମସ୍ତ ପିଏସି ସଦସ୍ୟ ମତ ଦେବାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଚାନକ ସେହି ପ୍ରସଙ୍ଗକୁ ବଦଳାଇ ସଂଗଠନ କିଭଳି ସୁଦୃଢ଼ ହେବ ତାହା ଉପରେ ଆଲୋଚନା କରିଥିବା ଜଣାପଡ଼ିଛି ।

ଆଜିର ବୈଠକ ମାଧ୍ୟମରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ପରଦା ପଛରେ ରହି ଦଳର ପିଏସିରେ ସାମିଲ ନେତାମାନଙ୍କୁ ସେମାନଙ୍କର ‘ଲିମିଟ୍‌’ ସମ୍ପର୍କରେ ପୁଣିଥରେ ଚେତାଇ ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ‘ପିଏସି’ କେବଳ ମୋହରା ବୋଲି ଆଜିର ବୈଠକରୁ ଏକରକମ ସ୍ପଷ୍ଟ ହୋଇଯାଇଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି ।

ବୈଠକରେ କ’ଣ ହେଲା, କହିଲେ ପ୍ରମିଳା----
ନବୀନ ନିବାସରେ ପିଏସି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପିଏସି ସଦସ୍ୟା ତଥା ଦଳର ବରିଷ୍ଠ ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ପିଏସି ଅଧ୍ୟକ୍ଷ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଉପରାଷ୍ଟ୍ରପତି ନିର୍ବାଚନ ନେଇ ପିଏସି ସଦସ୍ୟମାନେ ନିଜ ନିଜର ମତାମତ ଦେଇଛନ୍ତି । ଉଚିତ୍ ସମୟରେ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ । ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ଦଳର ଯୁବ,ଛାତ୍ର ଓ ମହିଳା ସଂଗଠନକୁ କିଭଳି ସୁଦୃଢ଼ କରାଯିବ ଓ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରାହେବ ତାହା ଉପରେ ଗୁରୁତ୍ୱ ଦେବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରମିଳା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ଦଳର ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପିଏସି ସଦସ୍ୟ ସଞ୍ଜୟ ଦାସବର୍ମା, ପ୍ରଣବପ୍ରକାଶ ଦାସ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ ଓ ସୁଦାମ ମାର୍ଣ୍ଡିଙ୍କ ସମେତ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ନିଷ୍ପତ୍ତିକୁ ନେଇ ଦ୍ୱନ୍ଦ୍ୱରେ ପିଏସି ସଦସ୍ୟ----

ସୂତ୍ର ଅନୁସାରେ, ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ରହିବ ସେନେଇ ପିଏସି ସଦସ୍ୟମାନେ ନିଜ ନିଜର ମତାମତ ରଖିଥିବା ସୂଚନା ମିଳିଛି । ରାଜ୍ୟର ସାମ୍ପ୍ରତିକ ରାଜନୀତିକ ପରିସ୍ଥିତି ଯାହା ରହିଛି ଓ ଦଳ ଭିତରେ ଯେଭଳି ଅସନ୍ତୋଷ ରହିଛି ତାକୁ ଦୃଷ୍ଟିରେ ରଖି ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ନଦେବାକୁ ପିଏସିର ସମସ୍ତ ସଦସ୍ୟ ନିଜ ନିଜର ମତ ରଖିଥିଲେ । କିନ୍ତୁ ନବୀନ କିଛି କହିଲେ ନାହିଁ । ତେବେ ବୈଠକରେ ପିଏସି ସଦସ୍ୟମାନଙ୍କ ମତାମତ ଶୁଣିବା ପରେ ତାକୁ ନବୀନ ବିଶେଷ ଗୁରୁତ୍ୱ ନଦେଇ ଅଚାନକ ପ୍ରସଙ୍ଗ ବଦଳାଇଥିଲେ । ଆଉ ସଂଗଠନକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଅଧିକ ଆଲୋଚନା କରିଥିବା ସୂଚନା ମିଳିଛି । ବୈଠକରେ ଉପସ୍ଥିତ ଥିବା ପିଏସି ସଦସ୍ୟମାନେ ମଧ୍ୟ ନବୀନ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କେଉଁ ନିଷ୍ପତ୍ତି ନେବେ ତାକୁ ନେଇ ଅନିଶ୍ଚିତତାରେ ରହିଛନ୍ତି ।

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ହିଁ ପରଦା ପଛରେ ରହି ଦଳର ଏହି ସର୍ବୋଚ୍ଚ ନୀତିନିର୍ଦ୍ଧାରକ କମିଟି(ପିଏସି)କୁ କେବଳ ସର୍ବସାଧାରଣରେ ମୋହରା ଓ ଲଜ୍ଜିତ କରିବା ପାଇଁ ବୈଠକ ଡାକିଥିବା ଚର୍ଚ୍ଚା ହେଉଛି । ପିଏସି ବୈଠକରେ ଯଦି ନିଷ୍ପତ୍ତି ହେବାର ନଥିଲା ଓ ସବୁକିଛି ପୂର୍ବରୁ ସ୍ଥରୀକୃତ ହୋଇସାରିଛି, ତା’ହେଲେ କାହିଁକି ବୈଠକ ଡକାଯାଉଥିଲା ବୋଲି ମଧ୍ୟ ପିଏସିର ଜଣେ ସଦସ୍ୟ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ହୋଇ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନିଷ୍ପତ୍ତି ନେବାର କ୍ଷମତା ନମିଳିବା ବହୁ ସଦସ୍ୟଙ୍କୁ ଆଘାତ ଦେଇଥିବା ଜଣାପଡ଼ିଛି । ନବୀନ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯାଇ ସେଠାରେ ଦଳର ଆଭିମୁଖ୍ୟ ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି ।
ସମନ୍ୱୟ କମିଟି ବୈଠକରେ ଆଲୋଚନା ହେଲାନି ------
ପିଏସି ବୈଠକ ପୂର୍ବରୁ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ସାମାନ୍ୟତମ ଆଲୋଚନା ହୋଇନଥିବା ଜଣାପଡ଼ିଛି । ବୁଥସ୍ତରୀୟ କମିଟି ଗଠନ ଓ ଜିଲ୍ଲା ଓ ବ୍ଲକ କମିଟି ଆଦି ଗଠନ ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା । ଆଜିର ବୈଠକରେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବପ୍ରକାଶ ଦାସ, ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଅବଶ୍ୟ ଏହି କୋର ଟିମ୍ ଗତ ଜୁଲାଇ ୨୪ତାରିଖ ବୈଠକରେ ଏନଡିଏ ପ୍ରାର୍ଥୀଙ୍କୁ ସିଧାସଳଖ ବିରୋଧ କରିବାକୁ ପ୍ରସ୍ତାବ ଦେଇଥିଲା ।

ଉଲ୍ଲେଖଯୋଗ୍ୟ,ଲୋକସଭାରେ ମୂଳପୋଛ ହୋଇସାରିଥିବା ବିଜେଡିର ରାଜ୍ୟସଭାରେ ୭ଜଣ ସଦସ୍ୟ ଅଛନ୍ତି । ବିଜେଡିର ସମର୍ଥନ ପାଇଁ ଉଭୟ ଏନଡିଏ ଓ ଇଣ୍ଡିଆ ମେଂଟ ପକ୍ଷରୁ ପ୍ରୟାସ ହୋଇସାରିଛି । ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ ଦେବାକୁ ଫୋନ୍ ମାଧ୍ୟମରେ ନବୀନଙ୍କୁ ଅନୁରୋଧ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗତ ମାସରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଜାଣିବା ପାଇଁ ଫୋନ୍ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ମଧ୍ୟ ‘ଇଣ୍ଡିଆ’ ମେଂଟର ପ୍ରାର୍ଥୀ ଜଷ୍ଟିସ ବି.ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ ଦେବାକୁ ନବୀନଙ୍କୁ ଅନୁରୋଧ କରିସାରିଛନ୍ତି ।

ଜନ୍ମ ଦିନରେ ଗଣଦୁଷ୍କର୍ମ

ଜନ୍ମ ଦିନରେ ଗଣଦୁଷ୍କର୍ମ
ପୁଣି କୋଲକାତାରୁ ଆସିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ହରିଦେବପୁରର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ତାଙ୍କର ଦୁଇ ଜଣ ସହଯୋଗୀ ଜନ୍ମ ଦିନରେ ଗଣଦୁଷ୍କର୍ମ କରିଛନ୍ତି। ସେମାନେ ଯୁବତୀଙ୍କୁ ଜନ୍ମ ଦିନ ପାଳନ କରିବା ନାଁରେ ଗୋଟିଏ ଫ୍ଲାଟକୁ ନେଇଥିଲେ।
 
ଏହାପରେ ସେଠାରେ ତାଙ୍କୁ ରାତି ତମାମ ମାଡ଼ ମାରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତ ହେଲେ ଚନ୍ଦନ ମଲ୍ଲିକ ଓ ଦୀପ ବିଶ୍ୱାସ। ଘଟଣା ପରଠାରୁ ଦୁଇ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଧରପଗଡ଼ ଆରମ୍ଭ କରିଛି।
ପୁଲିସ୍‌ର କହିବା କଥା ଯେ କିଛି ମାସକ ତଳେ ପୀଡ଼ିତାଙ୍କ ପରିଚୟ ଚନ୍ଦନ ମଲ୍ଲିକଙ୍କ ସହ ହୋଇଥିଲା। ଚନ୍ଦନ ତାଙ୍କୁ ଦକ୍ଷିଣ କୋଲାକତା ପୂଜା କମିଟିର ମୁଖ୍ୟ ବୋଲି ପରିଚୟ ଦେଇଥିଲେ। କିଛି ଦିନ ପରେ ଚନ୍ଦନ ପୀଡ଼ିତାଙ୍କ ପରିଚୟ ଦୀପ ସହ କରାଇଥିଲେ।

 ଯୁବତୀଙ୍କୁ ସେମାନେ କମିଟି କାମରେ ନିୟୋଜତ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୩ ଜଣ ଯାକ ନିୟମିତ ଭାବେ ପରସ୍ପର ସହ କଥା ହେଉଥିଲେ।
ଶୁକ୍ରବାର ଯୁବତୀଙ୍କ ଜନ୍ମ ଦିନ ଥିଲା। ଜନ୍ମ ଦିନ ପାଳନ କରିବା ପାଇଁ ଚନ୍ଦନ ଓ ଦୀପ ତାଙ୍କୁ ରେଗେଣ୍ଟ ପାର୍କ ଅଞ୍ଚଳରେ ଥିବା ଗୋଟିଏ ଫ୍ଲାଟକୁ ନେଇ ଯାଇଥିଲେ। ସେମାନେ ପ୍ରଥମେ ଏକାଠି ଜନ୍ମ ଦିନ ପାଳନ କରିବା ସହ ଖାଇବା ପିଇବା କରିଥିଲେ। କାମ ସରିବା ପରେ ଯୁବତୀ ଜଣଙ୍କ ଯେତେବେଳେ ଯିବାକୁ ଚାହିଁଲେ ସେତେବେଳେ ଉଭୟ କବାଟ ବନ୍ଦ କରି ଦେଇଥିଲେ। ଏହାପରେ ଯୁବତୀଙ୍କୁ ମାଡ଼ ମାରି ରାତିତମାମ ଦୁଷ୍କର୍ମ କରିଥିଲେ। ତେବେ ଶନିବାର ସକାଳୁ ପୀଡ଼ିତା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲେ।
ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କ ସହାୟତାରେ ସେ ହରିଦେବପୁର ପୁଲିସ୍‌ ଷ୍ଟେସନକୁ ଯାଇଥିଲେ। ସେ ଦେଇଥିବା ଏଫଆଇଆରରେ ଅଭିଯୁକ୍ତ ଭାବେ ଚନ୍ଦନ ଓ ଦୀପଙ୍କ ନାଁ ଉଲ୍ଲେଖ କରିଛନ୍ତି।

ଘଟଣା ଦିନ ଚନ୍ଦନ ମାଲାଞ୍ଚାରେ ଥିବା ଦୀପଙ୍କ ଫ୍ଲାଟକୁ ଯୁବତୀଙ୍କୁ ନେଇଥିଲେ। ସେଠାରେ ସେମାନେ ତାଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲେ। ଏବେ ଘଟଣା ତଦନ୍ତ ଚାଲିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏଥିସହ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ପୁଲିସ୍‌ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।

ରୁଷ ତିଆରି କଲା କ୍ୟାନ୍ସର ଟିକା, ସବୁ ପରୀକ୍ଷଣ ସଫଳ

ରୁଷ ତିଆରି କଲା କ୍ୟାନ୍ସର ଟିକା, ସବୁ ପରୀକ୍ଷଣ ସଫଳ
 କର୍କଟ ବା କ୍ୟାନ୍ସର ରୋଗ ବିରୋଧୀ ଲଢ଼େଇରେ ରୁଷ ଏକ ନୂଆ ସଫଳତା ହାସଲ କରିଛି। କ୍ୟାନ୍ସରକୁ ରୋକିବା ଲାଗି ଏକ ଟିକା ପ୍ରସ୍ତୁତ କରିଛି। ଫେଡେରାଲ ମେଡିକାଲ ଆଣ୍ଡ ବାୟୋଲୋଜିକାଲ ଏଜେନ୍ସି(ଏଫଏମବିଏ) ଏହି ଟିକା ପ୍ରସ୍ତୁତ କରିଛି।
ଏଫଏମବିଡି ପ୍ରମୁଖ ଭେରୋନିକା କହିଛନ୍ତି ଯେ, ରୁଷ ତିଆରି କରିଥିବା ଏହି କ୍ୟାନ୍ସର ଟିକା ବର୍ତ୍ତମାନ ବ୍ୟବହାର ପାଇଁ ପ୍ରସ୍ତୁତ। ଏମଆରଏନଏ ଉପରେ ଆଧାରିତ ଏହି ଟିକା ସମସ୍ତ ପ୍ରକାର ପ୍ରାକ୍‌ ଡାକ୍ତରୀ ପରୀକ୍ଷଣ ସଫଳତାପୂର୍ବକ ଶେଷ ହୋଇଛି। ଏହାଦ୍ଵାରା ଟିକାର ସୁରକ୍ଷା ଏବଂ ପ୍ରଭାବଶାଳିତା ପ୍ରମାଣିତ ହୋଇଛି। ଏହି ଟିକାର ପ୍ରାରମ୍ଭିକ ଲକ୍ଷ୍ୟ କୋଲୋରେକ୍ଟଲ କ୍ୟାନ୍ସର ବୋଲି ସେ କହିଛନ୍ତି।
ରୁଷର ଗଣମାଧ୍ୟମ ସଂସ୍ଥା ଟାସ୍‌ ରିପୋର୍ଟ ଅନୁସାରେ, ଏହି କର୍କଟ ଟିକା ବହୁତ ଭଲ ପ୍ରଦର୍ଶନ କରିଛି। ଏଫଏମବିଏ ପ୍ରମୁଖ ଭେରୋନିକା ପୂର୍ବାଞ୍ଚଳ ଅର୍ଥନୈତିକ ମଞ୍ଚ(ଇଇଏଫ)ରେ ଏହାର ଘୋଷଣା କରିଛନ୍ତି।
ସେ କହିଛନ୍ତି, ଏହି ଟିକା ପାଇଁ ଅନେକ ବର୍ଷ ଧରି ଗବେଷଣା ଚାଲିଥିଲା। ଗତ ୩ ବର୍ଷ ଧରି କେବଳ ଏହାର କ୍ଲିନିକାଲ ପରୀକ୍ଷଣ ଜାରି ରହିଥିଲା। ଏହି ଟିକା ଏବେ ବ୍ୟବହାର ପାଇଁ ଉପଯୁକ୍ତ। କେବଳ ସରକାରୀ ସ୍ଵୀକୃତିକୁ ଅପେକ୍ଷା ରହିଛି।

ଅନନ୍ତ ବ୍ରତର ପ୍ରଚ୍ଛଦ ପଟ କାହାଣୀ

COASTAL NEWS ODIA 
 
ଅନନ୍ତ ବ୍ରତର ପ୍ରଚ୍ଛଦ ପଟ କାହାଣୀ

ଭାଦ୍ରବ ମାସର ଶୁକ୍ଳ ଚତୁର୍ଦ୍ଦଶୀ ତିଥି ଅନନ୍ତ ଚତୁର୍ଦଶୀ ବୋଲି ଖ୍ୟାତ ଅଛି | ଏହି ଦିନ ଶେଷନାଗ ପ୍ରଭୁ ଅନନ୍ତଙ୍କୁ ସମର୍ପିତ ଅନନ୍ତବ୍ରତ ପାଳନ କରା ଯାଏ l ଅନନ୍ତ ବ୍ରତ ପାଳନର ମାହାତ୍ମ୍ୟକୁ ନେଇ ଏକ ସୁନ୍ଦର ପୌରାଣିକ କଥା ରହିଛି l 

ପାଣ୍ଡବମାନଙ୍କ ବନବାସକାଳରେ ଦିନେ ଶ୍ରୀକୃଷ୍ଣ ଯାଇ ତାଙ୍କ ପାଖରେ ପହଁଚିଲେ l ଯୁଧିଷ୍ଠିର ତାଙ୍କୁ ପାଇ ଖୁବ୍ ଖୁସି ହେଲେ l ସେମାନଙ୍କ ଆଶ୍ରମରେ ସେଦିନ ଶ୍ରୀକୃଷ୍ଣ ରହିଲେ l ତାଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଳାପ, ଆଲୋଚନା ଚାଲିଲା l କଥା ମଝିରେ ଯୁଧିଷ୍ଠିର କହିଲେ, ବାସୁଦେବ ! ଆପଣ ଆମକୁ କୁହନ୍ତୁ କଅଣ କଲେ ଆମର ଏହି ଦୁଃଖ ଅକ୍ଲେଶରେ କଟି ଯିବ ଏବଂ ଆମେ ଆମର ହୃତ ଐଶ୍ୱର୍ଯ୍ୟ ଫେରି ପାଇବୁ l ପ୍ରଭୁ କିଛି ନକହି ଚୁପ୍ ରହିଲେ l ପ୍ରଭୁ କିଛି କ୍ଷଣ ପରେ କହିଲେ, ହଉ ! ଏ ସମ୍ବନ୍ଧରେ, ତୁମକୁ ମୁଁ ଏକ ପ୍ରାଚୀନ କାହାଣୀ କହୁଛି ମନ ଦେଇ ଶୁଣ l 

ସତ୍ୟଯୁଗରେ ବଶିଷ୍ଟ ଗୋତ୍ରୀୟ ସିମନ୍ତ ନାମକ ଜଣେ ଧାର୍ମିକବ୍ରାହ୍ମଣ ଥିଲେ l ତାଙ୍କ ପତ୍ନୀ ଥିଲେ ପତି ପରାୟଣା ଭୃଗୁମୁନିଙ୍କ କନ୍ୟା ଦୀକ୍ଷା l ଖୁବ ସୁଖମୟ ଥିଲା, ସେମାନଙ୍କର ଦାମ୍ପତ୍ୟ ଜୀବନ l କିଛିକାଳ ପରେ ତାଙ୍କର ସୁଶୀଳା ନାମରେ ଏକ କନ୍ୟା ଜନ୍ମ ହେଲା l ଦୁର୍ଭାଗ୍ୟକୁ ଦିନେ ଜ୍ଜରରେ ପଡ଼ି ବ୍ରାହ୍ମଣ ପତ୍ନୀ ଦୀକ୍ଷାଙ୍କ ମୃତ୍ୟୁ ହେଲା l ନିଜ ଘରଦ୍ୱାର କିଏ ଦେଖିବ, ବାଳିକାଟିକୁ ପୁଣି କିଏ ପାଳନ ପୋଷଣ କରିବ l ଏ କଥାକୁ ଚିନ୍ତା କରି ବ୍ରାହ୍ମଣ ଦ୍ୱିତୀୟ ଵିଵାହ କରିବାକୁ ମନସ୍ଥ କଲେ l ପରେ ସେ ଧର୍ମପୁତ୍ରଙ୍କ କନ୍ୟା କର୍କଶାଙ୍କୁ ଦ୍ୱିତୀୟ ବିବାହକଲେ l ବିମାତା କର୍କଶା କିନ୍ତୁ ସୁଶୀଳାକୁ ବିଲକୁଲ ସହି ପାରିଲେ ନାହିଁ l ବୟସ ହେବାରୁ ବ୍ରାହ୍ମଣ, ସୁଶୀଳାର ବିବାହ, କୌଣ୍ଡିନ୍ୟ ନାମରେ ଜଣେ ବ୍ରାହ୍ମଣ ଯୁବକ ସହ ସ୍ଥିର କଲେ l 

କିନ୍ତୁ ଜ୍ୱାଇଁଙ୍କୁ କାଳେ ବ୍ରାହ୍ମଣ ଯୌତୁକରେ ସମସ୍ତ ଜିନିଷ ଦେଇ ଦେବେ, ଏହା ଭାବି କର୍କଶା ଘରେ ଥିବା ସମସ୍ତ ସାମଗ୍ରୀ ନେଇ ପିତ୍ରାଳୟକୁ ପଳାଇ ଗଲେ l ଏଣୁ ମାତ୍ର ତଣ୍ଡୁଳ ଗଣ୍ଡେ ଯୌତୁକ ଦେଇ ସୁମନ୍ତ ଝିଅକୁ ବିଦା କଲେ l ବାଟରେ ଯାଉ ଯାଉ ଏକ ନଦୀ କୂଳରେ ସ୍ତ୍ରୀଲୋକ ମାନେ ନାଲି ଲୁଗା ପିନ୍ଧି ଗୋଟିଏ ବ୍ରତ ପାଳନ କରୁଥିବା ଦେଖିଲେ l ସୁଶୀଳା ଯାଇ ସେମାନଙ୍କୁ କି ବ୍ରତ ପାଳନକରୁଛ ବୋଲି ପଚାରିଲା ଏବଂ ସେ ବ୍ରତବିଧି ତାଙ୍କଠାରୁ ଶିଖି, ନିଜେ ସେହି ବ୍ରତ କଲା l ଫଳରେ ବ୍ରାହ୍ମଣ କୌଣ୍ଡିନ୍ୟଙ୍କ ଘର ଧନ ଧାନ୍ୟ ଓ ସୁଖ ସମୃଦ୍ଧିରେ ପୁରି ଉଠିଲା l କର୍କଶା ପାଳିଥିବା ସେ ବ୍ରତ ଥିଲା ଅନନ୍ତ ବ୍ରତ l 

ଥରେ କର୍କଶା ହାତରେ ବାନ୍ଧିଥିବା ବ୍ରତ କୁଆଡ଼େ ହଜାଇଦେଇ ଏ ବ୍ରତ ଆଉ ପାଳନ କଲେ ନାହିଁ l ଫଳ ସ୍ୱରୂପ, ପୁଣି ତାଙ୍କର ସମ୍ପଦ ସବୁ ନଷ୍ଟଭ୍ରଷ୍ଟ ହୋଇଗଲା l କୌଣ୍ଡିନ୍ୟ ପୁଣି ଅନନ୍ତବ୍ରତ ପାଳନ କରି, ନିଜର ହୃତ ବିଭବ ଫେରି ପାଇଲେ l ଏହା କହି ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ, ଏଣୁ ତୁମେ ଏ ବ୍ରତ ପାଳନ କରି ଭଗବାନ୍ ଅନନ୍ତଙ୍କୁ ପୂଜା କର ଅଚିରେ ତୁମର କଷ୍ଟ ଦୂରହେବ ଓ ତୁମେ ତୁମର ହୃତ ଐଶ୍ଵର୍ଯ୍ୟ ଫେରି ପାଇବ l 

ଭଗବାନଙ୍କ ଉପଦେଶରେ ଯୁଧିଷ୍ଠିର ଅନନ୍ତ ବ୍ରତ ପାଳନ କଲେ ଓ ଯଥାକାଳେ ଯୁଦ୍ଧ ଜୟୀ ହୋଇ ହସ୍ତିନା ସିଂହାସନ ଅଳଙ୍କୃତ କଲେ l ସେହି ଦିନ ଠାରୁ ଭାରତବର୍ଷରେ ଏପରି ଅନନ୍ତବ୍ରତ ପାଳନ ହୋଇ ଆସୁଛି ବୋଲି କଥିତ ଅଛି|

ଭାରତରେ ଖ୍ରୀଷ୍ଟ ପୂର୍ବ ପ୍ରଥମ ଶତାବ୍ଦୀରୁ ଅନନ୍ତ ପୂଜା କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ଜଣା ଯାଏ l ଭୁବନେଶ୍ୱର ବିନ୍ଦୁ ସାଗର କୂଳରେ ଅନନ୍ତ ପୂଜାର ମୂକସାକ୍ଷୀ ରୂପେ ପୂଜା ପାଉଛନ୍ତି ପ୍ରଭୁ, ଅନନ୍ତ ବାସୁଦେବ l ଶ୍ରୀମନ୍ଦିରରେ ଅନନ୍ତ ରୂପେ ବିଜେ କରିଛନ୍ତି ପ୍ରଭୁ ବଳଦେବ l 

ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି l 

ସେ ତ୍ରେତୟାରେ ଥିଲେ ପ୍ରଭୁ ଶ୍ରୀରାମଙ୍କ ଅନୁଜ, ଲକ୍ଷ୍ମଣ l 

ଦ୍ୱାପର ଯୁଗରେ ସେ ଥିଲେ ଭଗବାନ୍ ଶ୍ରୀକୃଷ୍ଣଙ୍କ ଅଗ୍ରଜ ବଳରାମ l  

ମୁନି କଶ୍ୟପଙ୍କ ଔରସରୁ ଓ ତାଙ୍କର ଅନ୍ୟତମ ପତ୍ନୀ କଦ୍ରୁଙ୍କ ଗର୍ଭରୁ ଅଷ୍ଟକୂଳନାଗଙ୍କ ସହ ପ୍ରଭୁ ଶେଷଦେବ ବା ଅନନ୍ତ ଜନ୍ମ ଗ୍ରହଣ କରିଥିଲେ l 

ବେଦପତି ବ୍ରହ୍ମାଙ୍କୁ ତପସ୍ୟା କରି ଅନନ୍ତ ଅଭୟ ଆଶିର୍ବାଦ ପାଇଥିଲେ l ଏହା ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂ ମଣ୍ଡଳକୁ ସ୍ଥିର ରଖିବା ପାଇଁ ଆଦେଶ ପାଇ ଥିଲେ l ତେଣୁ ସେ ତାଙ୍କର ସହସ୍ର ଫଣାରେ ଧରଣୀମାତାଙ୍କୁ ଧାରଣ କରନ୍ତି l ଲୋକ କଥାରେ କୁହାଯାଇ ଥାଏ ପ୍ରଭୁ ଅନନ୍ତଙ୍କ ଲୋମ ଟିକିଏ ହଲି ଗଲେ,ପୃଥିବୀ କମ୍ପି ଉଠେ l ଏହାକୁ ଆମେ ଭୂକମ୍ପ କହିଥାଉ l 

ଅନନ୍ତ ହେଉଛନ୍ତି, ସ୍ୱୟଂ, ନାରାୟଣଙ୍କ ସ୍ୱରୂପ l ସେ ପରଂବ୍ରହ୍ମ, ପରମ ତତ୍ତ୍ୱର ପରିଚୟ ଅଟନ୍ତି l ଅନନ୍ତ, ସମସ୍ତ ଜଗତର ଆଶ୍ରୟ l ତେଣୁ ଅନନ୍ତ ଶଯ୍ୟାରେ ଭଗବାନ୍ ବିଷ୍ଣୁ ସୁଖ ନିଦ୍ରାରେ ଶୟନ କରିଥାନ୍ତି l ଅନନ୍ତ ବ୍ରତର ମାହାତ୍ମ୍ୟ ମାତା କୁନ୍ତୀ ନବବଧୂ ଦ୍ରୌପଦୀଙ୍କୁ କହିଥିଲେ ବୋଲି ବର୍ଣ୍ଣନା ରହିଛି l ଅନନ୍ତଙ୍କ ବ୍ରତ ଚତୁବର୍ଗଫଳ ପ୍ରଦାୟୀ 

ଅନନ୍ତଙ୍କ ମହିମା ବହୁ ପୁରାଣରେ ବର୍ଣ୍ଣିତ ଅଛି l ଶ୍ରୀମଦ୍ଭାଗବତ ମହାପୁରାଣ ଷଷ୍ଠସ୍କନ୍ଧ ଷୋଡଶ ଅଧ୍ୟାୟ, ରାଜା ଚିତ୍ରକେତୁ ଚରିତରେ ଭଗବାନ ଅନନ୍ତଙ୍କ ଦର୍ଶନର ଫଳ ବର୍ଣ୍ଣନା କରା ଯାଇଛି l

ମୋଦିଜୀଙ୍କ ୭୫ ବର୍ଷ ଜନ୍ମ ଦିବସ ରେ ଲାଗିବ ୭୫ ଲକ୍ଷ ଚାରା - ଏକ ସବୁଜ ପରିବେଶ ଗଠନ ଲକ୍ଷ୍ୟରେ

COASTAL NEWS ODIA 
ମୋଦିଜୀଙ୍କ ୭୫ ବର୍ଷ ଜନ୍ମ ଦିବସ ରେ ଲାଗିବ ୭୫ ଲକ୍ଷ ଚାରା - ଏକ ସବୁଜ ପରିବେଶ ଗଠନ ଲକ୍ଷ୍ୟରେ

ସେବା ହିଁ ପରମ ଧର୍ମ। ଏହି ମନ୍ତ୍ରକୁ ଚରିତାର୍ଥ କରି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ନିଜ ଜୀବନର ପ୍ରତ୍ୟେକ ମୁହୁର୍ତକୁ ଦେଶ ସେବାରେ ନିୟୋଜିତ କରିଛନ୍ତି। ଏହି କାରଣରୁ ତାଙ୍କ ଜନ୍ମଦିନକୁ “ସେବା ଦିବସ’ ଓ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରାଯାଉଛି। ଚଳିତ ବର୍ଷ ମୋଦିଜୀ ୭୫ ତମ ଜନ୍ମଦିବସ ପଡୁଥିବାରୁ ଏହାକୁ ସ୍ମରଣୀୟ କରିବା ଉଦେଶ୍ୟରେ “ମା’ ପାଇଁ ଗଛଟିଏ” ସେପ୍ଟେମ୍ବର ୧୭ରେ ୭୫ ଲକ୍ଷ ବୃକ୍ଷ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ କ୍ରିୟାନ୍ୱିତ କରିବାରେ ବିଜେପି କୃଷକ ମୋର୍ଚ୍ଚାର ଗୁରୁ ଦାୟିତ୍ୱ ରହିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ “ମା’ ପାଇଁ ଗଛଟିଏ କର୍ମଶାଳା”ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟରେ ପ୍ରତିଦିନ ଯେତିକି ଗଛ କଟାଯାଉଛି ସେହି ଅନୁସାରେ ବୃକ୍ଷ ଚାରା ରୋପଣ କରାଯାଉ ନାହିଁ। ଫଳରେ ଜଳବାୟୁ ପରବର୍ତନ ହେବା ସହ ପରିବେଶ ପ୍ରଦୂଷିତ ହେଉଛି। ଏଥିରୁ ରକ୍ଷାପାଇବା ପାଇଁ ବୃକ୍ଷ ଚାରା ରୋପଣ ଜରୁରୀ। କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଧାନ କୁଇଂଟାଲ ପିଛା ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କ ଆୟକୁ ଦ୍ୱିଗୁୁଣିତ କରିବାରେ ସହାୟକ ହୋଇଛି ବିଜେପି ସରକାର। ଏହାଛଡ଼ା ଜଳସେଚନଠାରୁ ଆରମ୍ଭ କରି ଅନେକ କୃଷି କଲ୍ୟାଣକାରୀ ଯୋଜନା କାର୍ଯକାରୀ କରି ଲୋକମାନଙ୍କ ଆସ୍ଥାଭାଜନ ହୋଇପାରିଛି। ଏସବୁ କୃଷି କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଁଚାଇବାରେ କୃଷକ ମୋର୍ଚ୍ଚା କାର୍ଯକର୍ତାମାନେ ପ୍ରମୁଖ ଭୂମିକା ନିର୍ବାହ କରିବେ।

କର୍ମଶାଳାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ କେଭି ସିଂହଦେଓ ଉଦ୍‌ଘାଟନ କରି କହିଥିଲେ, କୃଷକମାନେ ଯେ, କେବଳ ଅନ୍ନଦାତା ନୁହଁନ୍ତି, ସେମାନେ ଦେଶର ଭବିଷ୍ୟତ ନିର୍ମାତା।

ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ସେବା ପକ୍ଷରେ ଗାଁରୁ ସହର ପର୍ଯ୍ୟନ୍ତ ବୃକ୍ଷ ଚାରା ରୋପଣ କରି ସେବାର ସନ୍ଦେଶ ପହଁଚାଇବେ ବିଜେପି କାର୍ଯ୍ୟକର୍ତା କୃଷି ଉତ୍ପାଦିତ ସାମଗ୍ରୀକୁ ବିଶ୍ୱବଜାରରେ ପହଁଚାଇବା ପାଇଁ ରାଜ୍ୟ ସରକାର ପ୍ରୟାସରତ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ କହିଛନ୍ତି ଯେ, ସେବା, ସମର୍ପଣ ଓ ସଙ୍କଳ୍ପର ମନ୍ତ୍ର ନେଇ ପ୍ରତ୍ୟେକ ଗାଁରେ ରାଜ୍ୟ ସରକାର କାର୍ଯ୍ୟ କରିବେ। ଏତଦ୍‌ବ୍ୟତୀତ ସ୍ଥାନୀୟ ଅଂଚଳରେ କୃଷି ଉତ୍ପାଦନ ସାମଗ୍ରୀର ପ୍ରଦର୍ଶନୀ କରାଯିବା ସହ ସଫଳ କୃଷକମାନଙ୍କୁ ସମ୍ମାନିତ କରିବା ଏବଂ “ଭୋକାଲ ଫର ଲୋକାଲ” ଅଭିଯାନ କରି କୃଷକମାନଙ୍କ ପାଖରେ ପହଁଚିବାକୁ ଆହ୍ୱାନ ଦେଇଥିଲେ। ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ସେବା ପକ୍ଷରେ ରାଜ୍ୟର ସମସ୍ତଙ୍କ ଘରେ ଚାରା ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେପ୍ଟେମ୍ବର ୯ ଓ ୧୦ରେ ପ୍ରତ୍ୟେକ ଜିଲ୍ଲାରେ ଏଭଳି କର୍ମଶାଳା ଆୟୋଜନ କରିବା ପାଇଁ ନେତାମାନଙ୍କୁ ଦାୟିତ୍ୱ ବଂଟନ କରିଥିଲେ।

Sunday, September 7, 2025

ମୁଖ୍ୟମନ୍ତ୍ରୀଙ୍କ ‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ଦୃଷ୍ଟିକୋଣରେ କେଉଁଝରକୁ ସମ୍ପ୍ରସାରିତ ହେବ ଶୂନ ଦୁର୍ଘଟଣା ଦିବସ

୧୪ ଦିନ‌ ଧରି ଚାଲିବ ଏହି ଅଭିଯାନ

ଭୁବନେଶ୍ୱର, ୬/୯: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ, ଆରବିଜି ଲ୍ୟାବ୍ସ, ଆଇଆଇଟି ମାଡ୍ରାସ ସହଯୋଗରେ, କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ (ZAD) ଅଭିଯାନ ଆରମ୍ଭ ହେବାକୁ ଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ “ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ” ଦୃଷ୍ଟିକୋଣ ସହିତ ସଂଯୁକ୍ତ ଏହି ପଦକ୍ଷେପ ଭୁବନେଶ୍ୱରରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଥିଲା। ଭୁବନେଶ୍ବରରେ ଶୂନ ଦୁର୍ଘଟଣା ଦିବସର ଚମତ୍କାର ସଫଳତା ଯାହା ସଡ଼କ ଦୁର୍ଘଟଣାରେ ଏକ ଦୃଶ୍ୟମାନ ହ୍ରାସ ରେକର୍ଡ କରିଛି ଏବଂ ସୁରକ୍ଷିତ ସଡ଼କ ଅଭ୍ୟାସ ଉପରେ ବ୍ୟାପକ ନାଗରିକ ସଚେତନତା ସୃଷ୍ଟି କରିପାରିଛି।

କେନ୍ଦୁଝରରେ ଏହି ଅଭିଯାନ 14 ଦିନ ଧରି ଚାଲିବ ଯାହା ଶିକ୍ଷା, ସଚେତନତା, ପ୍ରବର୍ତ୍ତନ ଏବଂ ସମ୍ପ୍ରଦାୟ ଅଂଶଗ୍ରହଣକୁ ସମନ୍ୱିତ କରିବା ପାଇଁ ଡିଜାଇନ୍ କରାଯାଇଛି। କେଉଁଝର ଦୁର୍ଘଟଣା ପ୍ରବଣ ଜିଲ୍ଲା ହୋଇଥିବାରୁ ଋଣନୀତିକ ଭାବେ ବଛାଯାଇଛି- ଯାହା ସଡ଼କ ସୁରକ୍ଷା ପ୍ରତି ରାଜ୍ୟର ଗଭୀର ପ୍ରତିବଦ୍ଧତାର ପ୍ରତୀକ।

ଶୂନ ଦୁର୍ଘଟଣା ଦିବସ ପ୍ରଥମେ ଭୁବନେଶ୍ୱରରେ ପାଇଲଟ୍ ଭାବରେ ଆରମ୍ଭ ହୋଇଥିଲା, ଯେଉଁଠାରେ ଆଇଇସି ଅଭିଯାନ, ସମ୍ପ୍ରଦାୟ ଅଂଶଗ୍ରହଣ ଏବଂ ତଥ୍ୟ-ଚାଳିତ ପ୍ରବର୍ତ୍ତନ ଯୋଗୁଁ ବ୍ୟାପକ ଉନ୍ନତି ଆସିଥିଲା। ସ୍କୁଲ, କଲେଜ ଏବଂ ନାଗରିକ ଗୋଷ୍ଠୀମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରି ଏହି ପଦକ୍ଷେପ ପୂର୍ବ ବର୍ଷ ତୁଳନାରେ ଅଭିଯାନ ସମୟରେ ଦୁର୍ଘଟଣା ହ୍ରାସ କରିବାରେ ସଫଳ ହୋଇଥିଲା । ଏହାର ପ୍ରଭାବଶାଳୀ ସଫଳତା କେନ୍ଦୁଝର ଭଳି ଉଚ୍ଚ ବିପଦପୂର୍ଣ୍ଣ ଜିଲ୍ଲାଗୁଡ଼ିକରେ ଏହି ମଡେଲକୁ ଅନୁସରଣ କରିବାର ନିଷ୍ପତ୍ତିକୁ ପ୍ରେରଣା ଦେଇଥିଲା।

ପରିବହନ କମିଶନର ଶ୍ରୀ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେଉଁଝର ଶୂନ ଦୁର୍ଘଟଣା ଦିବସ ପାଇଁ ରୋଡମ୍ୟାପ୍ ଚୂଡ଼ାନ୍ତ ହୋଇଥିଲା। ଆଇଆଇଟି ମାଡ୍ରାସ eDAR ତଥ୍ୟ ଉପରେ ଆଧାରିତ ଦୁର୍ଘଟଣାର ଗମ୍ଭୀରତା, ଦୁର୍ଘଟଣାର ପିକ୍ ସମୟ, ଉଲ୍ଲଂଘନ ଧାରା ଏବଂ ଯାନବାହାନ ବର୍ଗୀକରଣ ସମେତ ତଥ୍ୟ ଅନ୍ତର୍ଦୃଷ୍ଟି ଉପସ୍ଥାପନ କରିଥିଲା। ଜିଲ୍ଲାପାଳ ଶ୍ରୀ ବିଶାଲ୍ ସିଂହଙ୍କ ସମେତ ପୋଲିସ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର କହିଥିଲେ, ଭୁବନେଶ୍ୱର ଆମକୁ ଦେଖାଇଛି ଯେ ସରକାର ଓ ନାଗରିକ ଏକାଠି ହେଲେ ଆଚରଣଗତ ପରିବର୍ତ୍ତନ ସମ୍ଭବ। କେଉଁଝରରେ ଏବେ ଏହି ସଫଳତାକୁ ଆହୁରି ଆଗକୁ ନେବାକୁ ପଡିବ ଏବଂ ସମଗ୍ର ରାଜ୍ୟ ପାଇଁ ଏକ ମଡେଲ ସ୍ଥାପନ କରିବାକୁ ପଡିବ।

 

ଏହି ଅଭିଯାନ ଦୁର୍ଘଟଣା ହ୍ରାସ କରିବା ଏବଂ ଦୀର୍ଘକାଳୀନ ଆଚରଣଗତ ପରିବର୍ତ୍ତନ ଆଣିବା ପାଇଁ ଏକ ବହୁମୁଖୀ ପଦ୍ଧତି ଅବଲମ୍ବନ କରିବ। ପାରମ୍ପରିକ ଓ ଡିଜିଟାଲ୍ ମିଡିଆ, ସ୍କୁଲ ଓ କଲେଜ କର୍ମଶାଳା ଏବଂ ଆଇଆଇଟି ମାଡ୍ରାସ ସହାୟତାରେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସଚେତନତା ଅଭିଯାନ କରାଯିବ। ସ୍ୱେଚ୍ଛାସେବୀ, ଛାତ୍ର ଏବଂ ସ୍ଥାନୀୟ ନେତାମାନେ ‘ସଡ଼କ ସୁରକ୍ଷା ଦୂତ’ ଭାବରେ କାର୍ଯ୍ୟ କରି ନାଟକ, ଷ୍ଟ୍ରିଟ୍ କ୍ୟାମ୍ପେନ୍ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରାଯିବ। କାର୍ଯ୍ୟାନୁଷ୍ଠାନ ତଥ୍ୟ-ଚାଳିତ ହେବ, ଦ୍ରୁତ ଗତିରେ ଗାଡି ଚାଳନା, ହେଲମେଟ ବିନା ଗାଡି ଚାଳନା, ଓଭରଲୋଡିଂ ଏବଂ ମଦ୍ୟପାନ କରି ଗାଡି ଚାଳନା ଭଳି ଉଲ୍ଲଂଘନ ଉପରେ ଧ୍ୟାନ ଦିଆଯିବ। ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ପରାମର୍ଶକୁ ପ୍ରାଥମିକତା ଦିଆଯିବ। ଆଇଆଇଟି ମାଡ୍ରାସ ମଧ୍ୟ ବ୍ଲାକସ୍ପଟ୍ ମ୍ୟାପିଂ ଓ ଚିହ୍ନଟ ଏବଂ ଏନଫୋର୍ସମେଣ୍ଟ ଓ ଇଞ୍ଜିନିୟରିଂ ପାଇଁ ବୈଷୟିକ ସହାୟତା ପ୍ରଦାନ କରିବ।

କେଉଁଝରରେ ଏହି ଅଭିଯାନ କେବଳ ଶୂନ ଦୁର୍ଘଟଣା ଦିବସ ହାସଲ କରିବା ବିଷୟରେ ନୁହେଁ ବରଂ ସଡ଼କରେ ସୁରକ୍ଷା, ମର୍ଯ୍ୟାଦା ଏବଂ ଦାୟିତ୍ୱର ଧାରା ସୃଷ୍ଟି କରିବ। ତଥ୍ୟ-ଆଧାରିତ ଅନ୍ତର୍ଦୃଷ୍ଟି, ଆଚରଣ ଜ୍ଞାନ ଏବଂ ସମ୍ପ୍ରଦାୟ ଅଂଶଗ୍ରହଣକୁ ମିଶ୍ରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପରିବର୍ତ୍ତନକାରୀ ଦୃଷ୍ଟିକୋଣ ଏବଂ ବିକଶିତ ଓଡ଼ିଶା 2047ର ଦୀର୍ଘକାଳୀନ ଲକ୍ଷ୍ୟ ଅଧୀନରେ ଓଡ଼ିଶା ଅଭିନବ ସଡ଼କ ସୁରକ୍ଷା ମଡେଲ ପାଇଁ ଏକ ଜାତୀୟ ମାନଦଣ୍ଡ ସ୍ଥାପନରେ ଅଗ୍ରସର ହେଉଛି।

ଇଟା କାରଖାନା ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି*।

ଇଟା କାରଖାନା ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି*। 
*ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଆଉଟ ପୋଷ୍ଟ, ଜିଲ୍ଲା-କଟକରେ ପୋଲିସ ଏସ୍ଆଇ ଶ୍ରୀ ପ୍ରସନ୍ନ କୁମାର ମୋହାଲିଙ୍କୁ ବୀମା ଦାବି ପାଇଁ ଫାୟାରର ପ୍ରମାଣିତ କପି ପ୍ରଦାନ କରିବା ପାଇଁ ଇଟା କାରଖାନା ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି*। 

ଆଜି ଅର୍ଥାତ୍ ୦୬.୦୯.୨୦୨୫ ରେ, କିଛି ସମୟ ପୂର୍ବରୁ, କଟକ ଜିଲ୍ଲା-ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଆଉଟ ପୋଷ୍ଟର ପୋଲିସ ଏସ୍ଆଇ ଶ୍ରୀ ପ୍ରସନ୍ନ କୁମାର ମୋହାଲିଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି *ଯେତେବେଳେ ସେ ଜଣେ ଅଭିଯୋଗକାରୀ (ଇଟା କାରଖାନା ମାଲିକ)ଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ ଏବଂ ବୀମା ଦାବି ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ପୂର୍ବରୁ ପଞ୍ଜିକୃତ ମାମଲା ସହିତ ଜଡିତ ମାମଲା ଏବଂ ଏଫଆଇଆରର ପ୍ରମାଣିତ କପି ପ୍ରଦାନ କରିବାକୁ କହିଥିଲେ କାରଣ କିଛି ଅଜଣା ଦୁର୍ବୃତ୍ତ ଉକ୍ତ କାରଖାନାକୁ ପୋଡ଼ି ଦେଇଥିଲେ*। ଅଭିଯୋଗ।  ଶ୍ରୀ ମୋହାଲିଙ୍କ ପାଖରେ ଡକ୍ୟୁମେଣ୍ଟ ପାଇଁ ବାରମ୍ବାର ଯୋଗାଯୋଗ କରିଥିଲେ; କିନ୍ତୁ, *ଶ୍ରୀ ମୋହାଲି ଅଭିଯୋଗକାରୀଙ୍କୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେବାକୁ ମନା କରିଦେଇଥିଲେ, ଯଦି ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରାଯାଇଥିଲା*। ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ତାଙ୍କ ହଇରାଣ ବିଷୟରେ ଅଭିଯୋଗ କରିଥିଲେ। ଏହା ପରେ, ଭିଜିଲାନ୍ସର ଏକ ଦଳ ଆଜି ଶ୍ରୀ ମୋହାଲି, ଏସଆଇଙ୍କୁ ଅଭିଯୋଗକାରୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। *ସମଗ୍ର ଲାଞ୍ଚ ଟଙ୍କା ଅଭିଯୁକ୍ତ ଶ୍ରୀ ମୋହାଲି, ପୋଲିସ ଏସଆଇଙ୍କଠାରୁ ୨୦,୦୦୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି*
.
ଟ୍ରାପ ପରେ, DA ଦୃଷ୍ଟିରୁ ଶ୍ରୀ ମୋହାଲିର ତିନୋଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି।

ଏହି ସମ୍ପର୍କରେ, କଟକ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୭ ତାରିଖ ୦୫.୦୯.୨୦୨୫, ୟୁ/ଏସ୍-୭ପିସି (ସଂଶୋଧନ) ଆଇନ, ୨୦୧୮ ବାଙ୍କି ପିଏସ୍ ଅଧୀନରେ ସୁବର୍ଣ୍ଣପୁର ଆଉଟ ପୋଷ୍ଟ ପୋଲିସ ଏସଆଇଙ୍କ ବିରୋଧରେ ପଞ୍ଜିକୃତ ହୋଇଛି। ତଦନ୍ତ ଚାଲିଛି। ବିସ୍ତୃତ ରିପୋର୍ଟ ନିମ୍ନରେ ଦିଆଯାଇଛି।

Saturday, September 6, 2025

*ଲିପିଡ୍ ପ୍ରୋଫାଇଲ୍ କ’ଣ?*

*ଲିପିଡ୍ ପ୍ରୋଫାଇଲ୍ କ’ଣ?
ଜଣେ ପ୍ରସିଦ୍ଧ ଡାକ୍ତର ଲିପିଡ୍ ପ୍ରୋଫାଇଲ୍ କୁ ବହୁତ ଭଲ ଭାବରେ ବ୍ୟାଖ୍ୟା କରିଥିଲେ ଏବଂ ଏହାକୁ ଏକ ଅନନ୍ୟ ଉପାୟରେ ବ୍ୟାଖ୍ୟା କରି ଏକ ସୁନ୍ଦର କାହାଣୀ ସେୟାର କରିଥିଲେ।

କଳ୍ପନା କରନ୍ତୁ ଯେ ଆମ ଶରୀର ଏକ ଛୋଟ ସହର। ଏହି ସହରର ସବୁଠାରୁ ବଡ଼ ସମସ୍ୟା ସୃଷ୍ଟିକାରୀ ହେଉଛି - *କୋଲେଷ୍ଟ୍ରଲ୍*।

ତାଙ୍କର କିଛି ସାଥୀ ମଧ୍ୟ ଅଛନ୍ତି। ଅପରାଧରେ ତାଙ୍କର ମୁଖ୍ୟ ଅଂଶୀଦାର ହେଉଛି - *ଟ୍ରାଇଗ୍ଲିସେରାଇଡ୍।*

ସେମାନଙ୍କର କାମ ହେଉଛି ରାସ୍ତାରେ ବୁଲିବା, ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ରାସ୍ତା ଅବରୋଧ କରିବା।

*ହୃଦୟ* ଏହି ସହରର କେନ୍ଦ୍ର। ସମସ୍ତ ରାସ୍ତା ହୃଦୟକୁ ନେଇଯାଏ।

ଯେତେବେଳେ ଏହି ସମସ୍ୟା ସୃଷ୍ଟିକାରୀମାନେ ବଢ଼ିବାକୁ ଆରମ୍ଭ କରନ୍ତି, ଆପଣ କଳ୍ପନା କରିପାରିବେ କ’ଣ ହୁଏ। ସେମାନେ ହୃଦୟର କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି।
କିନ୍ତୁ ଆମର ଶରୀର-ନଗରରେ ଏକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ଅଛି - *HDL*
ଭଲ ପୋଲିସ ଏହି ସମସ୍ୟା ସୃଷ୍ଟିକାରୀମାନଙ୍କୁ ଧରି ଜେଲରେ ରଖେ *(ଯକୃତ)*।
ତା’ପରେ ଯକୃତ ସେମାନଙ୍କୁ ଶରୀରରୁ ବାହାର କରିଦିଏ - ଆମର ଡ୍ରେନେଜ୍ ସିଷ୍ଟମ ମାଧ୍ୟମରେ।

କିନ୍ତୁ ଏକ ଖରାପ ପୋଲିସ ମଧ୍ୟ ଅଛି - *LDL* ଯିଏ କ୍ଷମତା ପାଇଁ ଭୋକିଲା।

 LDL ଏହି ଅପରାଧୀମାନଙ୍କୁ ଜେଲରୁ ବାହାର କରି ପୁଣି ରାସ୍ତାରେ ଛାଡ଼ିଦିଏ।

ଯେତେବେଳେ ଭଲ ପୋଲିସ *HDL* ଖସିଯାଏ, ସମଗ୍ର ସହର ଅସ୍ତବ୍ୟସ୍ତ ହୋଇଯାଏ।

ଏପରି ସହରରେ କିଏ ରହିବାକୁ ଚାହିଁବ?

ଆପଣ କ’ଣ ଏହି ଅପରାଧୀମାନଙ୍କୁ କମ କରିବାକୁ ଏବଂ ଭଲ ପୋଲିସଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଚାହାଁନ୍ତି?

*ଚାଲିବା* ଆରମ୍ଭ କରନ୍ତୁ!

ପ୍ରତ୍ୟେକ ପଦକ୍ଷେପ ସହିତ *HDL* ବୃଦ୍ଧି ପାଇବ, ଏବଂ *କୋଲେଷ୍ଟ୍ରଲ୍, ଟ୍ରାଇଗ୍ଲିସେରାଇଡ୍* ଏବଂ *LDL* ପରି ଅପରାଧୀମାନେ ହ୍ରାସ ପାଇବେ।

ଆପଣଙ୍କ ଶରୀର (ନଗର) ପୁଣି ଜୀବନ୍ତ ହୋଇଯିବ।

ଆପଣଙ୍କ ହୃଦୟ - ସହର କେନ୍ଦ୍ର - ଦୁର୍ବ୍ୟବହାରକାରୀଙ୍କ ଅବରୋଧ *(ହୃଦୟ ଅବରୋଧ)* ରୁ ସୁରକ୍ଷିତ ରହିବ।

ଏବଂ ଯେତେବେଳେ ହୃଦୟ ସୁସ୍ଥ ରହିବ, ଆପଣ ମଧ୍ୟ ସୁସ୍ଥ ରହିବେ।

ତେଣୁ ଯେତେବେଳେ ଆପଣ ସୁଯୋଗ ପାଇବେ - ଚାଲିବା ଆରମ୍ଭ କରନ୍ତୁ!

 *ସୁସ୍ଥ ରୁହନ୍ତୁ...* ଏବଂ *ଆପଣଙ୍କ ସୁସ୍ଥତା କାମନା କରୁଛି*
*ଏହି ଲେଖାଟି ଆପଣଙ୍କୁ HDL (ଭଲ କୋଲେଷ୍ଟ୍ରଲ୍) ବୃଦ୍ଧି କରିବା ଏବଂ LDL (ଖରାପ କୋଲେଷ୍ଟ୍ରଲ୍) ହ୍ରାସ କରିବାର ସର୍ବୋତ୍ତମ ଉପାୟ ଅର୍ଥାତ୍ ଚାଲିବା ବିଷୟରେ କହିଥାଏ।*
ପ୍ରତ୍ୟେକ ପଦକ୍ଷେପ HDL ବୃଦ୍ଧି କରେ।  ତେଣୁ – *ଆସନ୍ତୁ, ଆଗକୁ ବଢ଼ନ୍ତୁ ଏବଂ ଆଗକୁ ବଢ଼ିବା ଜାରି ରଖନ୍ତୁ।*

*ବରିଷ୍ଠ ନାଗରିକ ସପ୍ତାହର ଶୁଭେଚ୍ଛା*

ଏହି ଜିନିଷଗୁଡ଼ିକ ହ୍ରାସ କରନ୍ତୁ:-

୧. ଲୁଣ

୨. ଚିନି

୩. ବ୍ଲିଚ୍ ହୋଇଥିବା ରିଫାଇନ୍ ମଇଦା

୪. କ୍ଷୀରଜାତ ଦ୍ରବ୍ୟ

୫. ପ୍ରକ୍ରିୟାକୃତ ଖାଦ୍ୟ

*ପ୍ରତିଦିନ ଏହି ଜିନିଷଗୁଡ଼ିକ ଖାଆନ୍ତୁ:-*

୧. ପନିପରିବା

୨. ଡାଲି

୩. ବିନ୍ସ

୪. ବାଦାମ

୫. ଥଣ୍ଡା ଚାପଯୁକ୍ତ ତେଲ

୬. ଫଳ

* ଭୁଲିଯିବାକୁ ଚେଷ୍ଟା କରିବାକୁ ତିନୋଟି ଜିନିଷ:*

୧. ଆପଣଙ୍କ ବୟସ

୨. ଆପଣଙ୍କ ଅତୀତ

୩. ଆପଣଙ୍କ ଅଭିଯୋଗ

*ଚାରୋଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ଗ୍ରହଣ କରିବାକୁ:*

୧. ଆପଣଙ୍କ ପରିବାର

୨. ଆପଣଙ୍କ ବନ୍ଧୁ

୩. ସକାରାତ୍ମକ ଚିନ୍ତାଧାରା

୪. ସଫା ଏବଂ ସ୍ୱାଗତଯୋଗ୍ୟ ଘର

*ନିଜ ଗତିରେ ନିୟମିତ ଶାରୀରିକ କାର୍ଯ୍ୟକଳାପ କରନ୍ତୁ

୩. ଆପଣଙ୍କ ଓଜନ ଯାଞ୍ଚ କରନ୍ତୁ ଏବଂ ନିୟନ୍ତ୍ରଣ କରନ୍ତୁ

*ଛଅଟି ଜରୁରୀ ଜୀବନଶୈଳୀ ଅଭ୍ୟାସ ଯାହାକୁ ଆପଣ ଗ୍ରହଣ କରିବା ଉଚିତ:*

୧. ପାଣି ପିଇବା ପାଇଁ ଶୋଷ ଲାଗିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ।  ୨. ବିଶ୍ରାମ ନେବା ପାଇଁ କ୍ଳାନ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ।

୩. ଡାକ୍ତରୀ ପରୀକ୍ଷା ପାଇଁ ଅସୁସ୍ଥ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ।

୪. ଚମତ୍କାର ପାଇଁ ଅପେକ୍ଷା କରନ୍ତୁ ନାହିଁ, ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତୁ।

୫. କେବେବି ନିଜ ଉପରେ ବିଶ୍ୱାସ ହରାନ୍ତୁ ନାହିଁ।

୬. ସକାରାତ୍ମକ ରୁହନ୍ତୁ ଏବଂ ସର୍ବଦା ଏକ ଭଲ କାଲି ପାଇଁ ଆଶା କରନ୍ତୁ।

ଯଦି ଆପଣଙ୍କର ଏହି ବୟସ ଗୋଷ୍ଠୀର ବନ୍ଧୁ ଅଛନ୍ତି *(୪୫-୮୦ ବର୍ଷ)* ଦୟାକରି ସେମାନଙ୍କୁ ଏହା ପଠାନ୍ତୁ।
ଅଖିଳ

*ବରିଷ୍ଠ ନାଗରିକ ସପ୍ତାହର ଶୁଭେଚ୍ଛା!* 


ଟେଲିଗ୍ରାମ ସ୍କାମ୍

ଟେଲିଗ୍ରାମ ସ୍କାମ୍
ଜିକାଲି ଟେଲିଗ୍ରାମରେ *ସ୍କାମ୍* ବହୁତ ବଢ଼ିଯାଇଛି ଏବଂ ଲୋକମାନେ ସହଜରେ ଶିକାର ହୋଇଯାଆନ୍ତି।

ମୁଁ ଏଠାରେ ଆପଣଙ୍କୁ ଟେଲିଗ୍ରାମରେ ହେଉଥିବା *ସାଧାରଣ ଠକେଇ* ବିଷୟରେ ପଏଣ୍ଟରେ କହୁଛି:

*🔴 ଟେଲିଗ୍ରାମରେ ହେଉଥିବା ଠକେଇର ପ୍ରକାର*

*ନକଲି ନିବେଶ ଠକେଇ*

ସେମାନେ ଆପଣଙ୍କୁ ଏକ ଗୋଷ୍ଠୀ କିମ୍ବା ଚ୍ୟାନେଲରେ ଯୋଡନ୍ତି ଏବଂ ଆପଣଙ୍କୁ ଦେଖାନ୍ତି ଯେ "ଏଠାରେ ₹500 ବିନିଯୋଗ କରନ୍ତୁ ଏବଂ ₹5000 ରୋଜଗାର କରନ୍ତୁ"।

ପ୍ରାୟତଃ ଏହା କ୍ରିପ୍ଟୋ, ସେୟାର ମାର୍କେଟ୍, ବେଟିଂ ଇତ୍ୟାଦି ନାମରେ ଘଟେ।

*କ୍ରିପ୍ଟୋ ଠକେଇ / ଏୟାରଡ୍ରପ୍ ଠକେଇ*

ସେମାନେ ଆପଣଙ୍କୁ ମାଗଣା କ୍ରିପ୍ଟୋ ସହିତ ପ୍ରଲୋଭିତ କରନ୍ତି।

ସେମାନେ ଆପଣଙ୍କୁ ଏକ ଲିଙ୍କରେ କ୍ଲିକ୍ କରିବାକୁ ଏବଂ ଆପଣଙ୍କ ୱାଲେଟ୍ ଖାଲି କରିବାକୁ କୁହନ୍ତି।

*ଲୋନ୍ ଠକେଇ*
ସେମାନେ "ତୁମେ ତୁରନ୍ତ ଋଣ ପାଇବ" କହି ପରିଚୟ ପତ୍ର, ଆଧାର କାର୍ଡ, ପାନ କାର୍ଡ ମାଗନ୍ତି।

ପରେ ସେମାନେ ଆପଣଙ୍କ ଡାଟାର ଅପବ୍ୟବହାର କରନ୍ତି ଏବଂ ଆପଣଙ୍କୁ ବ୍ଲାକମେଲ୍ କରନ୍ତି।

*ଜବ୍ ଠକେଇ*
ସେମାନେ "ଘରୁ କାମ" କିମ୍ବା "ଅନଲାଇନ୍ ଚାକିରି" ନାମରେ ଆଗୁଆ ଟଙ୍କା ମାଗନ୍ତି।

ପରେ ସେମାନେ ଆପଣଙ୍କୁ ବ୍ଲକ୍ କରନ୍ତି।

*ନକଲି ଆପ୍ / ଲିଙ୍କ୍ ସ୍କାମ୍*
ସେମାନେ ଆପଣଙ୍କୁ କିଛି ଆପ୍ (ବ୍ୟାଙ୍କିଂ, UPI, ଟ୍ରେଡିଂ) ର ଏକ ଲିଙ୍କ୍ ପଠାନ୍ତି ଏବଂ ଆପଣଙ୍କୁ ଏଥିରେ ଲଗଇନ୍ କରିବାକୁ କୁହନ୍ତି।

ସେମାନେ ଆପଣଙ୍କର ବ୍ୟକ୍ତିଗତ ବିବରଣୀ ଚୋରି କରନ୍ତି।

*ରୋମାନ୍ସ / ବନ୍ଧୁତା ସ୍କାମ୍*
ସେମାନେ ଏକ ଆକର୍ଷଣୀୟ DP ରଖନ୍ତି ଏବଂ ଆପଣଙ୍କୁ ବନ୍ଧୁତା ଏବଂ ଡେଟିଂ ପାଇଁ ପ୍ରଲୋଭିତ କରନ୍ତି।

ସେମାନେ ଧୀରେ ଧୀରେ ଟଙ୍କା ଆଦାୟ କରନ୍ତି କିମ୍ବା ଆପଣଙ୍କୁ ବ୍ଲାକମେଲ୍ କରନ୍ତି।

*ଲଟେରୀ / ପୁରସ୍କାର ସ୍କାମ୍*
ଏକ ମେସେଜ୍ ଆସେ "ତୁମେ ଏକ ଲଟେରୀ ଜିତିଛ - କର ଦିଅ ଏବଂ ପୁରସ୍କାର ପାଅ"।

ତୁମେ ଟଙ୍କା ପଠାଇବା ମାତ୍ରେ ତୁମକୁ ବ୍ଲକ୍ କରିଦିଏ।

*ପ୍ରତିରୂପଣ ସ୍କାମ୍ (ନକଲି ପରିଚୟ)*
ସେମାନେ କୌଣସି ବଡ଼ ଚ୍ୟାନେଲ୍, ସେଲିବ୍ରିଟି କିମ୍ବା ବନ୍ଧୁଙ୍କ ନାମରେ ଏକ ନକଲି ଚ୍ୟାନେଲ୍ / ଆଇଡି ତିଆରି କରନ୍ତି ଏବଂ ଟଙ୍କା ମାଗନ୍ତି।

*ଅନଲାଇନ୍ ସପିଂ ସ୍କାମ୍*
ସେମାନେ ନକଲି ଟେଲିଗ୍ରାମ୍ ଷ୍ଟୋର୍ ତିଆରି କରନ୍ତି ଏବଂ ଶସ୍ତା ଉତ୍ପାଦ ଦେଖାନ୍ତି।

ସେମାନେ ପେମେଣ୍ଟ ନିଅନ୍ତି, କିନ୍ତୁ କେବେବି ଉତ୍ପାଦ ପଠାନ୍ତି ନାହିଁ!

*ଫିସିଂ ସ୍କାମ୍*
ସେମାନେ ଏପରି ଲିଙ୍କ୍ ପଠାନ୍ତି ଯେ ସେଗୁଡ଼ିକୁ କ୍ଲିକ୍ କରିବା ଦ୍ୱାରା, ତୁମର ଟେଲିଗ୍ରାମ୍ କିମ୍ବା Gmail OTP ଏବଂ ପାସୱାର୍ଡ ରିଲିଜ୍ ହୋଇଯାଏ।

*👉 ନିଜକୁ କିପରି ସୁରକ୍ଷିତ ରଖିବେ:*

କୌଣସି ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ।

ମାଗଣା ଟଙ୍କା/ଲଟେରୀ/କ୍ରିପ୍ଟୋର ଫାଶରେ ପଡ଼ନ୍ତୁ ନାହିଁ।

କାହାକୁ ପରିଚୟ ପତ୍ର କିମ୍ବା OTP ଦିଅନ୍ତୁ ନାହିଁ।

କେବଳ ସରକାରୀ ଉତ୍ସରୁ ଚ୍ୟାନେଲରେ ଯୋଗଦାନ କରନ୍ତୁ।

ଯଦି କେହି ବହୁତ ଲାଭ ଦେଖାଉଛନ୍ତି → ଏହା 100% ଠକେଇ।

*ଯଦି ଆପଣଙ୍କୁ ସୂଚନା ପସନ୍ଦ ଆସେ, ତେବେ ଏହାକୁ ସମସ୍ତଙ୍କ ସହିତ ସେୟାର କରନ୍ତୁ ଯାହା ଦ୍ୱାରା କେହି ଏହାର ଶିକାର ନ ହୁଅନ୍ତି।*

*ଆପଣଙ୍କ ପାଖରେ ଥିବା ସମସ୍ତ ହ୍ୱାଟସଆପ୍ ଏବଂ ଟେଲିଗ୍ରାମ ଗ୍ରୁପରେ ସେୟାର କରନ୍ତୁ ଏବଂ ଏହାକୁ ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ପଠାନ୍ତୁ ଯାହା ଦ୍ଵାରା ଏହି ଠକେଇକୁ ଏଡାଯାଇପାରିବ*

ଜନନୀ ଯନ୍ତ୍ରଣା


ଜନନୀ ଯନ୍ତ୍ରଣା: ଉଛୁଳା ଭରା ନଇରେ ଷ୍ଟ୍ରେଚର୍ ରେ ବୁହାହେଲା ଗର୍ଭବତୀ ମହିଳା

ଗାଁକୁ ନାହିଁ ରାସ୍ତା କି ପୋଲ

ବାଲିଗୁଡ଼ା (ଦର୍ଶନ ନ୍ୟୁଜ, ରିପୋର୍ଟର ସୁରେଶ କୁମାର ପତି), ୬/୯: କନ୍ଧମାଳ ଜିଲ୍ଲାରେ ଲାଗିରହିଛି ବର୍ଷା। ବର୍ଷାରେ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଛି। ଗାଁ କୁ ରାସ୍ତା ଓ ପୋଲ ନଥିବାରୁ ଜଣେ ଗର୍ଭବର୍ତୀଙ୍କୁ କିଭଳି ଭରା ନଇରେ ଷ୍ଟ୍ରେଚର୍ ରେ ଲୋକେ ବୋହୁଛନ୍ତି ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କନୂଆଗାଁ ବ୍ଳକର ଗୁଞିବାଡୀ ପଞ୍ଚାୟତର ଗୁଡରିପଡି ମୁରଡି ଗ୍ରାମ ନଇରେ। ଦୀର୍ଘଦିନ ଦାବି ପରେ ମଧ୍ୟ ଗୁଦୁରିପଡି ଗ୍ରାମକୁ ଯିବାକୁ ନାଅଛି ରାସ୍ତା ନା ଅଛି ପୋଲ।ସେଥିପାଇଁ ଗୁଡୁରିପଡି ଗ୍ରାମର ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଏହି ନଦୀ ପାର ହେବାକୁ ବାଧ୍ୟ ହେଉଛନ୍ତି। ନନ୍ଦିନୀ ପ୍ରଧାନ ନାମକ ଜଣେ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସେଠାକାର ଆଶାଦିଦୀ କନୂଆଗାଁ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରକୁ ଫୋନ କରିଥିଲେ। ଡାକ୍ତର ଟିମ ସଂଗେସଂଗେ ନଦୀ କୂଳରେ ପହଁଚିଥିଲେ। ନଦୀରେ ପାଣିର ପ୍ରଖର ବେଗ ଥିବାରୁ ଡାକ୍ତର ଟିମକୁ ଅସୁବିଧାରେ ପକାଇଥିଲା। ଶେଷରେ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଲୋକେ ଷ୍ଟ୍ରେଚରେ ନଦୀ ପାର କରିଥିଲେ। ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନନ୍ଦିନୀ ପ୍ରଧାନ ସୁସ୍ଥ ଥିବା ସୂଚନା ମିଳିଛି।

ମାଣ୍ଡିଆ ଦିବସ ୨୦୨୫ ପାଳନ ଉପଲକ୍ଷେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ ଚଳିତ ବର୍ଷର ଥିମ୍

ଭୁବନେଶ୍ୱର, ୦୬/୦୯: ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ଏକମାତ୍ର ରାଜ୍ୟଭାବେ ମାଣ୍ଡିଆ ଦିବସ ପାଳନ କରୁଛି । ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖକୁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଅଛି । ଏହି ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧୦ ଓ ୧୧ ରେ ଦୁଇଦିନ ଧରି ଅନ୍ତର୍ଜାତୀୟ ପୁଷ୍ଟିଶସ୍ଯ ସମ୍ମିଳନୀ ଅନୁଷ୍ଠିତ ହେବ । “କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ” ଏହିବର୍ଷର ବିଷୟବସ୍ତୁ ରହିଛି । ପୂର୍ବବର୍ଷ ଭଳି ବିଭିନ୍ନ ସେସନ୍ ବିଶିଷ୍ଟ ଗବେଷକ/ବୈଜ୍ଞାନିକଙ୍କ ଦ୍ୱାରା ପରିଚାଳିତ ହେବ । ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ମାଣ୍ଡିଆ, ସୁଆଁ, କାଙ୍ଗୁ ଓ ବିସ୍ମୃତ ପ୍ରାୟ ଖାଦ୍ୟାନ୍ନର ଉତ୍ପାଦନ, ବ୍ୟବହାର ଓ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଉଦାହରଣ ସାଜିଛି । ନିକଟରେ ଏଫସିଆଇ ରାଜ୍ୟରୁ ମାଣ୍ଡିଆ ଅନ୍ଯ ରାଜ୍ଯକୁ ପ୍ରେରଣ କରିଛି ଏବଂ ପର୍ଯ୍ୟାୟକ୍ରମେ ମୋଟ ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ କେବଳ ଓଡିଶାରୁ ନେବା ପାଇଁ ଯୋଜନା ରହିଛି ।

ଏଥରର ମାଣ୍ଡିଆ ଦିବସ ସମାବେଶରେ ୪୦୦ରୁ ଅଧିକ ଚାଷୀ, ଏମଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ଯକ୍ଷା, ଡ଼ ସୌମ୍ୟା ସ୍ୱାମୀନାଥନ, ୟୁନାଇଟେଡ଼ ନେସନ୍ସ ର ଫୁଡ଼ ଏଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନରୁ ବୈଜ୍ଞାନିକ, ୱାର୍ଲଡ଼ ଫୁଡ଼ ପ୍ରୋଗ୍ରାମ, ଆଇସିଏଆର, ଆଇସିଏଆର-ସିଆଇଡବ୍ଲୁଏ ରୁ ମହିଳା ବୈଜ୍ଞାନିକ, ଦେଶ ବିଦେଶରୁ ବହୁ ଖ୍ୟାତନାମା ବୈଜ୍ଞାନିକ ତଥା ଅଧିକାରୀ ପ୍ରମୁଖ ଯୋଗଦେବେ ।

ପ୍ରସ୍ତୁତି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥାର ସୂଚନା ପ୍ରଦାନ କରିଥିଲେ । କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଶ୍ରୀ ସୁବ୍ରତ କୁମାର ପଣ୍ଡା, ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ ।

କର୍ଲାମୁଣ୍ଡାରେ ସାର ଯୋଗାଣ ସ୍ଥିତିର ନିରୀକ୍ଷଣମାର୍କଫେଡ୍‌ ଜରିଆରେ ଯୋଗାଇ ଦିଆଯିବ ୟୁରିଆ ସାର

ମାର୍କଫେଡ୍‌ ଜରିଆରେ ଯୋଗାଇ ଦିଆଯିବ ୟୁରିଆ ସାର

ଭୁବନେଶ୍ୱର, ୦୬/୦୯: ସଂପ୍ରତି କର୍ଲାମୁଣ୍ଡା ବ୍ଲକ୍‌ରେ ୟୁରିଆ ସାରର ଅଭାବ ପରିପ୍ରେକ୍ଷୀରେ ସୂଚନା ପାଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ଘଟଣାସ୍ଥଳରେ ପହଞ୍ଚି ବଣ୍ଟନ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ଏହି ସମୟରେ ତହସିଲଦାର କର୍ଲାମୁଣ୍ଡା, ବ୍ଲକ୍‌ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ଉପସ୍ଥିତ ଥିଲେ । ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାର ବଣ୍ଟନ କାମ ସୁରୁଖୁରୁରେ ଚାଲିଛି । ଜିଲ୍ଲା କୃଷି ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ମାର୍କଫେଡ୍‌ ଜରିଆରେ ତା. ୦୪.୦୯.୨୦୨୫ରିଖ କର୍ଲାମୁଣ୍ଡା ପ୍ୟାକ୍ସକୁ ୩୦.୪୨ ମେଟ୍ରିକ୍‌ ଟନ୍‌, ରିସିଡା ପ୍ୟାକ୍ସକୁ ୩୦.୬୦ ମେଟ୍ରିକ୍‌ ଟନ୍‌ ଓ ଜୋରାଡବରା ପ୍ୟାକ୍ସକୁ ୩୦.୬୦ ମେଟ୍ରିକ୍‌ ଟନ୍‌, ଏହିପରି ସମୁଦାୟ କର୍ଲାମୁଣ୍ଡା ବ୍ଲକ୍‌କୁ ୯୧.୬୨ ମେଟ୍ରିକ୍‌ ଟନ୍‌ ୟୁରିଆ ଯୋଗାଇ ଦିଆଯାଇଅଛି । ଏଥି ସହ ଉପସ୍ଥିତ ଥିବା ଚାଷୀଙ୍କ ତୁଳନାରେ କର୍ଲାମୁଣ୍ଡା ବ୍ଲକ୍‌ର ୩ଟି ପ୍ୟାକ୍ସରେ ଯଥେଷ୍ଟ ସାର ଗଚ୍ଛିତ ଅଛି ବୋଲି ଜଣାପଡ଼ିଛି । ସମସ୍ତ ପ୍ୟାକ୍ସକୁ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ତଥା ତାଙ୍କ ଦଳ ପରିଦର୍ଶନ କରି ପରିସ୍ଥିତି ନିରୀକ୍ଷଣ କରିଛନ୍ତି । ଆବଶ୍ୟକ ସ୍ଥଳେ ଆସନ୍ତା ଦୁଇଦିନ ଭିତରେ ଅଧିକ ୟୁରିଆ ସାର ମାର୍କଫେଡ୍‌ ଜରିଆରେ ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି । ନିରୀକ୍ଷଣରୁ ଜଣାପଡ଼ିଛି ଯେ, କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ଯଥେଷ୍ଟ ପରିମାଣର ସାର ମହଜୁଦ ଅଛି । ଆଗାମୀ ଦିନରେ ସରକାରଙ୍କ ତରଫରୁ ଅଧିକ ୟୁରିଆ ସାରର ଯୋଗାଇ ନିମନ୍ତେ ବ୍ୟବସ୍ଥା କରାଯାଉଅଛି । ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼ ବ୍ଲକ୍‌ରେ ସାର କଳାବଜାରକୁ ପ୍ରତିରୋଧ କରିବା ନିମନ୍ତେ ବ୍ୟାପକ ପ୍ରବର୍ତ୍ତନ କାର୍ଯ୍ୟ ଜାରି ରହିଛି । ଗତକାଲି ଏହି ତିନୋଟି ବ୍ଲକରେ ୩ ଟି ପାକ୍ସ ଓ ୨୦ ଟି ବେସରକାରୀ ସାର ଡିଲରଙ୍କ ଦୋକାନରେ ପ୍ରବର୍ତ୍ତନ କାର୍ଯ୍ୟ କରାଯାଇ ୬ ଟି ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଓ କେସିଙ୍ଗା ବ୍ଲକରେ ଗୋଟିଏ ସାର ଡିଲରଙ୍କ ଦୋକାନକୁ ଜବତ କରାଯାଇଛି । ଚାଷୀମାନେ ଶାନ୍ତିଶୃଙ୍ଖଳାର ସହ ୟୁରିଆ ସାରର ବଣ୍ଟନରେ କୃଷି ବିଭାଗର ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କରିବା ନିମନ୍ତେ ଅନୁରୋଧ କରାଯାଉଛି ।

ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ

ଭିତ୍ତିପ୍ରସ୍ତର ସ୍ଥାପନ କଲେ ବାଚସ୍ପତି

ଭୁବନେଶ୍ୱର, ୦୬/୦୯: ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ଏଥି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ପୁରାତନ ଅତିଥି ଭବନରେ ୨୩ଟି ରୁମ୍‌ ଥିବାବେଳେ ଏବେ ସ୍ଥାନାଭାବର ସମସ୍ୟା ଦେଖାଦେଉଛି । ଏଥିପାଇଁ ୩ କୋଟି ୮ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ବ୍ୟୟରେ ସମ୍ପ୍ରସାରିତ ଅଟ୍ଟାଳିକାର କାର୍ଯ୍ୟ ଆରମ୍ଭ ହେବ । ଏହି ତିନିମହଲାବିଶିଷ୍ଟ ଅଟ୍ଟାଳିକାରେ ମୋଟ ୧୬ଟି ରୁମ୍‌ ନିର୍ମାଣ ହେବାକୁ ଥିବାବେଳେ ଏହିସବୁ ବିଲ୍‌ଡିଂ ଲିଫଫ ଦ୍ୱାରା ସଂଯୁକ୍ତ ହେବ । ମୋଟ ୯ ହଜାର ବର୍ଗଫୁଟରୁ ଊଦ୍ଧ୍ୱର୍ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବାକୁ ଥିବାବେଳେ ଆଗାମୀ ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଏହା ଦ୍ୱାରା ସମୁଦାୟ ରୁମ୍‌ ସଂଖ୍ୟା ୩୯କୁ ବୃଦ୍ଧି ପାଇବ । ଅନ୍ୟ ପକ୍ଷରେ ବିଧାନସଭାର ଓଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ନୂତନ ଅତିଥି ଭବନରେ ୧୮ଟି ରୁମ୍‌ ରହିଥିବାବେଳେ ନୂଆ ଓ ପୁରୁଣାକୁ ମିଶାଇ ରୁମ୍‌ ସଂଖ୍ୟା ୫୭ ହେବ ।

ଏହି ଅତିଥି ଭବନ ପାଇଁ ଏବେ ଅନ୍‌ଲାଇନ୍‌ର ବୁକିଂର ସୁବିଧା କରାଯିବା ସହ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ଆହୁରି ସମନ୍ୱିତ ହେବ । ଏହା ଦ୍ୱାରା ଏହିସବୁ ଅତିଥି ଭବନରେ ରହଣି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଓ ଆରାମଦାୟକ ହୋଇପାରିବ । ଏହା ଦ୍ୱାରା ଭୁବନେଶ୍ୱରକୁ ଆସୁଥିବା ପୂର୍ବତନ ବିଧାୟକମାନେ ସୁବିଧାରେ ଏହି ଅତିଥି ଭବନରେ ରହିପାରିବେ ।

ଏହି କାର୍ଯ୍ୟକ୍ରମରେ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ମୋଦି ମୋର ଭଲ ବନ୍ଧୁ, ସେ ମହାନ ପ୍ରଧାନମନ୍ତ୍ରୀ: ଟ୍ରମ୍ପଙ୍କ ପ୍ରଶଂସା

ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି: ମୋଦିଙ୍କ ପ୍ରତିକ୍ରିୟା


ନୂଆଦିଲ୍ଲୀ, ୬/୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ବଡ଼ ବୟାନ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମହାନ ବୋଲି କହିଛନ୍ତି। ମୋଦିଙ୍କୁ ତାଙ୍କର ବହୁତ ଭଲ ବନ୍ଧୁ ବୋଲି କହିଛନ୍ତି। ଏଥି ସହ ଭାରତ ସହିତ ଆମେରିକାର ସମ୍ପର୍କ ଅତି ସ୍ୱତନ୍ତ୍ର ବୋଲି ମଧ୍ୟ କହିଛନ୍ତି। ଭାରତ ଓ ରୁଷ ଅନ୍ଧକାରମୟ ଚୀନ ପାଖରେ ହଜିଯିବା କହିବାର ଦିନକ ପରେ ଟ୍ରମ୍ପ ଏଭଳି ବୟାନ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି, “ଭାରତ ରୁଷରୁ ବିପୁଳ ପରିମାଣରେ ତେଲ କିଣୁଥିବା ଯୋଗୁଁ ସେ ବହୁତ ନିରାଶ, ଏବଂ ତାଙ୍କ ପ୍ରଶାସନ ପ୍ରତିକ୍ରିୟା ସ୍ବରୂପ ନୂଆଦିଲ୍ଲୀ ଉପରେ ବହୁତ ବଡ଼ ଶୁଳ୍କ ଲାଗୁ କରିଛି। ୫୦ ପ୍ରତିଶତ ଶୁଳ୍କ, ବହୁତ ଉଚ୍ଚ ଶୁଳ୍କ। ମୋଦିଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ଅଛି। ମୋଦି ଜଣେ ମହାନ ପ୍ରଧାନମନ୍ତ୍ରୀ। ଭାରତ ଓ ଆମେରିକା ମଧ୍ୟରେ ଅତି ସ୍ୱତନ୍ତ୍ର ସମ୍ପର୍କ ରହିଛି। ସମ୍ପର୍କ ଥିଲେ ମତଭେଦ ଥାଏ। ମତଭେଦ ସତ୍ତ୍ୱେ ମୁଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଭଲ ବନ୍ଧୁ ହୋଇ ରହିବୁ। କିନ୍ତୁ ବର୍ତ୍ତମାନ ସେ ଯାହା କରୁଛନ୍ତି ତାହା ମୋତେ ପସନ୍ଦ ନୁହେଁ। କିନ୍ତୁ ଭାରତ ଏବଂ ଆମେରିକାର ଏକ ଅତ୍ୟନ୍ତ ବିଶେଷ ସମ୍ପର୍କ ଅଛି। ଚିନ୍ତା କରିବାର କିଛି ନାହିଁ।”

ତେବେ ଟ୍ରମ୍ପଙ୍କ ବୟାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡ଼ିଆରେ ସମ୍ମାନ ଜଣାଉଥିବା କହି ଅତି ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, “ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି। ଭାରତ ଓ ଆମେରିକା ମଧ୍ୟରେ ବୁଝାମଣା ମହତ୍ତ୍ୱପୂର୍ଣ୍ଣ। ଦୁଇ ଦେଶ ମଧ୍ୟରେ ଦୂରଦର୍ଶୀ ଓ ବ୍ୟାପକ ବୁଝାମଣା ରହିଛି। ସକରାତ୍ମକ ରଣନୈତିକ ସହଭାଗିତା ରହିଛି। ଉଭୟ ରାଷ୍ଟ୍ର ଆନ୍ତର୍ଜାତୀୟ ସ୍ତରରେ ଏକାଠି କାମ କରିବାକୁ ଆଗ୍ରହୀ। ଟ୍ରମ୍ପଙ୍କ ସକରାତ୍ମକ ମୂଲ୍ୟାୟନ ନେଇ ଧନ୍ୟବାଦ ଜଣାଉଛି।”

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଚୀନର ତିଆନଜିନରେ ସାଂଘାଇ ସହଯୋଗ ସମ୍ମିଳନୀ ଚାଲିଥିବା ବେଳେ ଏହି ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଉତ୍ତମ ବନ୍ଧୁତା ଥିବା ସାରା ବିଶ୍ବକୁ ଜଣାଇଥିଲେ। ହେଲେ, ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦି, ପୁଟିନ ଓ ଜିନପିଙ୍ଗଙ୍କ ଏକ ମିଳିତ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଭାରତ ଓ ରୁଷ ଅନ୍ଧକାରମୟ ଚୀନ୍ ପାଖରେ ହଜାଇ ଦେଇଥିବା କହିଥିଲେ। ଏବଂ ଏକ ଦୀର୍ଘ ଓ ସମୃଦ୍ଧ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ‌। ଟ୍ରମ୍ପଙ୍କ ଏହି ପୋଷ୍ଟ ଉପରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆ ଯାଇନାହିଁ।

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...