AFFILIATE MARKETING

https://binomo.com?a=90810425bb57&t=0

Thursday, July 10, 2025

ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ

ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ

ଭୁବନେଶ୍ୱର, ୦୯/୦୭: ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ଆଜି ତୋଷାଳୀ ଭବନ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଷ୍ଟିସ ବିଶ୍ୱନାଥ ରଥ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ପଦାଧିକାରୀ ସଦସ୍ୟ ଶ୍ରୀ ମାନସ ରଞ୍ଜନ ବାରିକ, ପ୍ରଫେସର ଲଳିତ କୁମାର ଦେବ, ବରିଷ୍ଠ ଆଇନଜୀବୀ ଶ୍ରୀ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ସୌର ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥଲେ ।

ଏହି ପ୍ରଥମ ବୈଠକରେ ପାଞ୍ଚଟି କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଥିଲା ଯେଉଁଥିରେ କମିଶନର ଲୋଗୋ ଏବଂ ଇ-ମେଲ୍ ଆଇଡି oslc703@gmail.com ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉନ୍ମୋଚିତ ହେବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରିବାକୁ ଆବଶ୍ୟକୀୟ ଆଇନଗତ ଦିଗଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ଆଇନ ବିଭାଗର ତାରିଖ ୧୬.୦୩.୧୬ ରେ ହୋଇଥିବା ସଂକଳ୍ପ ପତ୍ରର ଧାରା ୧୯ (୧) ଅନୁଯାୟୀ ପ୍ରଫେସର ଲଳିତ କୁମାର ଦେବ, ବରିଷ୍ଠ ଆଇନଜୀବୀ ଶ୍ରୀ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ଶ୍ରୀ ସୌର୍ଯ୍ୟ ଚନ୍ଦ୍ର ମହାପାତ୍ରଙ୍କୁ ଓଡ଼ିଶା ରାଜ୍ୟ ଆଇନ କମିଶନର ଉପ-କମିଟିର ନିଯୁକ୍ତିକୁ ମଧ୍ୟ ଅନୁମୋଦନ କରାଯାଇଥିଲା ।

ଏଥିସହିତ ଧାରା ୧୪(୨) ଅନୁଯାଇ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ, କର୍ତ୍ତୃପକ୍ଷ, ବିଭିନ୍ନ ସଂସ୍ଥା ପକ୍ଷରୁ ଆଇନ୍ ରେ ସଂଶୋଧନ, ଆଇନଗତ ସହାୟତା, ପରାମର୍ଶ ନେଇ ଆସିବାକୁ ଥିବା ସମସ୍ତ ଦରଖାସ୍ତକୁ ବିଚାରକୁ ନେଇ ଆବଶ୍ୟକ ପରାମର୍ଶ ସୁପାରିଶ ଏବଂ ଚିଠିପତ୍ର ପଠାଇବା କ୍ଷେତ୍ରରେ କମିଶନର ସଚିବଙ୍କୁ ଅନୁମୋଦନ କରାଯାଇଥିବା ନେଇ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଝାରସୁଗୁଡ଼ାରେ ଅଟକ ୪୪୪ ସନ୍ଦିଗ୍ଧଙ୍କୁ ବଙ୍ଗୀୟ ଶ୍ରମିକ ବୋଲି ଦାବି କଲା ଟିଏମସି ନେତ୍ରୀ ମହୁଆ ମୋଇତ୍ରା

ଝାରସୁଗୁଡ଼ା, ୦୯/୦୭: ଝାରସୁଗୁଡାରେ ୪୪୪ ଜଣ ସନ୍ଦିଗ୍ଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ପ୍ରବାସୀଙ୍କୁ ଯାଞ୍ଚ ପାଇଁ ଅଟକ ରଖିବାର ଦିନକ ପରେ ତେଜିଲା ରାଜନୀତି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ ସେମାନେ ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକ ଥିଲେ।

ଏହାର ଜବାବରେ, ଝାରସୁଗୁଡ଼ାରେ ସନ୍ଦିଗ୍ଧଙ୍କୁ ଜାତୀୟ ସ୍ୱାର୍ଥ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି।

ପୂର୍ବରୁ ପଶ୍ଚିମବଙ୍ଗର କୃଷ୍ଣନଗରର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଅଭିଯୋଗ କରିଥିଲେ ଯେ, ପଶ୍ଚିମବଙ୍ଗର ୪୪୪ ଜଣ ବଙ୍ଗାଳୀ ଭାଷା କହୁଥିବା ପ୍ରବାସୀ ଶ୍ରମିକଙ୍କୁ ଝାରସୁଗୁଡ଼ାରେ ଅବୈଧ ଭାବରେ ଅଟକ ରଖାଯାଇଛି। ତାଙ୍କ ନିର୍ବାଚନମଣ୍ଡଳୀର ପାଣିଘାଟା ଅଞ୍ଚଳର ୨୩ ଜଣ ଶ୍ରମିକଙ୍କୁ ବୈଧ ପ୍ରମାଣପତ୍ର ଯାଞ୍ଚ କରାଯାଉଥିବା ବେଳେ ସେମାନଙ୍କୁ ଓଡ଼ିଶାରେ ଅଟକ ରଖାଯାଇଛି, ଯେତେବେଳେ କି ସେମାନଙ୍କ ନିକଟରେ ବୈଧ କାଗଜପତ୍ର ଅଛି। ଅଟକ ରଖା ଯାଇଥିବା ବେଳର ଭିଡ଼ିଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ଓଡ଼ିଶାର ଡିଜିପି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି, ଟିଏମସି ରାଜ୍ୟସଭା ସାଂସଦ ସମିରୂଲ ଇସଲାମ ଦାବି କରିଛନ୍ତି ଯେ ଓଡ଼ିଶା ସରକାର ସମ୍ପ୍ରତି ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲା ମୁର୍ଶିଦାବାଦ, ବୀରଭୂମି, ମାଲଦା, ନାଦିଆ, ପୂର୍ବ ବର୍ଦ୍ଧମାନ ଏବଂ ଦକ୍ଷିଣ ୨୪ ପ୍ରଗଣାରୁ ୨୦୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ବାଂଲାଦେଶୀ ନାଗରିକ ସନ୍ଦେହରେ ଅଟକ ରଖିଛନ୍ତି।

ଅନ୍ୟପଟେ, ଉତ୍ତର ରେଞ୍ଜ ଆଇଜି ହିମାଂସୁ କୁମାର ଲାଲ କହିଛନ୍ତି ଯେ, ଅଟକ ୪୪୪ ଜଣଙ୍କ ପାଖରେ ବାସସ୍ଥାନ କିମ୍ବା ନାଗରିକତା ପ୍ରମାଣପତ୍ର ନାହିଁ। ତେଣୁ ଦେଶର ସୁରକ୍ଷା ଦୃଷ୍ଟିରୁ ସେମାନଙ୍କର ଯାଞ୍ଚ କରିବା ଆବଶ୍ୟକ। ସେମାନଙ୍କୁ ଖାଦ୍ୟ ପାନୀୟ ବ୍ୟବସ୍ଥା ସହିତ ରଖାଯାଇଛି। ଯେଉଁମାନଙ୍କ ପାଖରେ ବୈଧ କାଗଜପତ୍ର ଥିଲା, ସେମାନଙ୍କୁ ଛାଡି ଦିଆଯାଇଛି। ଅଧିକ ବିବରଣୀ ପାଇଁ କିମ୍ବା କୌଣସି ବିଷୟରେ ଅବଗତ ହେବା ପାଇଁ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ମୋବାଇଲ୍ ଫୋନ୍ ନମ୍ବର 9437178799 ରେ ଯୋଗାଯୋଗ କରାଯାଇପାରିବ ବୋଲି ସେ କହିଛନ୍ତି।

Tuesday, July 8, 2025

ସିନେମା ପାଇଁ ଓଡ଼ିଶା ହେବ ପ୍ରଥମ ପସନ୍ଦ, ଐତିହ୍ୟସ୍ଥଳୀରେ ସୁଟିଂ କଲେ ମିଳିବ ସବ୍‌ସିଡି

 ସିନେମା ନିର୍ମାଣ  ପାଇଁ ଓଡ଼ିଶା ହେବ ବିଶ୍ୱ ସିନେ ନିର୍ମାତାଙ୍କ ପ୍ରଥମ ପସନ୍ଦ । ୨୦୩୬ ମସିହା ସୁଦ୍ଧା ଜାତୀୟସ୍ତର ଏବଂ ୨୦୪୭ ବେଳକୁ ଅନ୍ତର୍ଜାତୀୟସ୍ତରର  ଫିଲ୍ମ ସୁଟିଂର ପ୍ରମୁଖ କେନ୍ଦ୍ର ପାଲଟିବ ଓଡ଼ିଶା ।  ସାମଗ୍ରିକ ବିକାଶ ଲାଗି ଯେଉଁ ‘ଚଳଚ୍ଚିତ୍ର ବିକାଶ  ଓ ପ୍ରୋତ୍ସାହନ ନୀତି’ ଆସିବ, ତାହା ଦେଶରେ  ରାଜ୍ୟକୁ ୧ନଂ କରିବ । ଏହି ନୀତିରେ ଲକ୍ଷ୍ୟ,  ରଣନୀତି, ଉତ୍ତରଦାୟିତ୍ୱ ଓ ସମୟସୀମା ଧାର୍ଯ୍ୟ  ହେବ । ଖାସ୍‌ କରି ଐତିହ୍ୟସ୍ଥଳୀରେ ସୁଟିଂ  କଲେ ସରକାର ସବ୍‌ସିଡି ଦେବେ ।  

ଚାହିଦା ଅନୁସାରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ‘ଓଡ଼ିଆ ଅସ୍ମିତା’କୁ  ନେଇ ସ୍ଥାନୀୟ ବିଷୟ ଆଧାରରେ ସିନେମା  କଲେ ସବୁ ସୁବିଧା ମିଳିବ । ବିକଶିତ ଭାରତ-୨୦୪୭ ପାଇଁ ବିକଶିତ ଓଡ଼ିଶା-୨୦୩୬ ଲାଗି  ସରକାରଙ୍କ ପରିକଳ୍ପିତ ଓଡ଼ିଶା ଭିଜନ୍‌ରେ  ଓଡ଼ିଆ ସିନେମା ଓ ଓଡ଼ିଶାରେ ସିନେମା ନିର୍ମାଣ  ଶିଳ୍ପକୁ ସମୃଦ୍ଧ କରିବା ଲାଗି ଏଭଳି ଯୋଜନା  କରିଛନ୍ତି ଓଡ଼ିଶା ସରକାର । ନୂଆ ଚଳଚ୍ଚିତ୍ର ନୀତି ଓଡ଼ିଆ ସିନେମାର ବିକାଶକୁ ବଳ ଯୋଗାଇବ । ରାଜ୍ୟର ଅନନ୍ୟ ସାଂସ୍କୃତିକ ଓ ପ୍ରାକୃତିକ  ସମ୍ପତ୍ତିକୁ ବିନିଯୋଗ କରି ଆର୍ଥିକ ଅଭିବୃଦ୍ଧି ସହ ସିନେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ।  

ଓଡ଼ିଶାରେ ଫିଲ୍ମ ନିର୍ମାଣ ପାଇଁ ଜାତୀୟ ନିର୍ମାତା  ଏବଂ ପ୍ରଯୋଜକଙ୍କୁ ଆକର୍ଷିତ କରିବା ଲାଗି  ଟିକସ ଛାଡ଼, ଅନୁଦାନ ଏବଂ ସବ୍‌ସିଡି ମିଳିବ। ଆର୍ଟ ଷ୍ଟୁଡିଓ, ପୋଷ୍ଟ ପ୍ରଡକ୍ସନ୍‌ ସୁବିଧା ସାଙ୍ଗକୁ  ସିନେମା ସୁଟିଂ ଲାଗି ଅନୁକୂଳ ପରିବେଶ ସୃଷ୍ଟି  କରାଯିବ ଯାହାର ଫାଇଦା ଉଭୟ ଆଞ୍ଚଳିକ ଏବଂ  ଜାତୀୟ ଓ ଅନ୍ତର୍ଜାତୀୟ ନିର୍ମାତା ପାଇବେ । କିନ୍ତୁ  ସେମାନଙ୍କୁ ଏଥିପାଇଁ ରାଜ୍ୟର ଐତିହ୍ୟସ୍ଥଳୀରେ  ବାର୍ଷିକ ଅତି କମ୍‌ରେ ୧୦ଟି ଫିଲ୍ମ ସୁଟିଂ କରିବାକୁ  ପଡ଼ିବ । ଏହାଛଡ଼ା ଫିଲ୍ମ ପାଇଁ ତାଲିମ୍‌ କେନ୍ଦ୍ର  ସ୍ଥାପନ ସାଙ୍ଗକୁ କର୍ମଶାଳା ମାଧ୍ୟମରେ ସ୍ଥାନୀୟ  ପ୍ରତିଭାଙ୍କୁ ସୁଯୋଗ ଦେବେ । ପୁଣି ମହୋତ୍ସବ, ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଏବଂ ଅନ୍ତର୍ଜାତୀୟ  ସହଯୋଗ ମାଧ୍ୟମରେ ଓଡ଼ିଆ ଫିଲ୍ମର ବ୍ୟବସାୟ  ଓ ବିତରଣ ବ୍ୟବସ୍ଥାକୁ ସୁଗମ କରାଯିବ । ଫିଲ୍ମ  ନିର୍ମାଣ ଲାଗି ଲିଜ୍‌ରେ ଉପକରଣ ଯୋଗାଇବା ଏବଂ କନିଷ୍ଠ କଳାକାର ନିଯୁକ୍ତି ଆଦି କ୍ଷେତ୍ରରେ  ସେବା ପାଇଁ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଉତ୍ସାହିତ  କରାଯିବ ।  ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ  (ଓଏଫ୍‌ଡିସି) ଏବଂ କଳିଙ୍ଗ ଷ୍ଟୁଡିଓର  ପୁନଃନିର୍ମାଣ ହେବ । ଜାତୀୟ ଏବଂ ଅନ୍ତର୍ଜାତୀୟ  ସ୍ତରରେ ଓଡ଼ିଆ ସିନେମାକୁ ପ୍ରୋତ୍ସାହନ ସ୍ୱରୂପ  ଫିଲ୍ମ ଫେଷ୍ଟିଭାଲ୍‌ର ଆୟୋଜନ କରାଯିବ ।  ଓଡ଼ିଆ ଇତିହାସ ଏବଂ ସଂସ୍କୃତି ଉପରେ  ବିଶ୍ୱସ୍ତରୀୟ ଡକ୍ୟୁମେଣ୍ଟାରୀ ହେବ ।  

ଉଚ୍ଚମାନର ଚଳଚ୍ଚିତ୍ର ପ୍ରଯୋଜନା  ପାଇଁ ଆଧୁନିକ ଭିତ୍ତିଭୂମି ଏବଂ ଅପ୍‌ଗ୍ରେଡିଂ  ଉପକରଣର ବିକାଶ । ଅତିରିକ୍ତ ରାଜସ୍ୱ ଆୟ  ପାଇଁ ଷ୍ଟୁଡିଓ ଖୋଲି ଟୁର୍‌ ଗାଇଡ୍‌ ବ୍ୟବସ୍ଥା ସହ  ପର୍ଯ୍ୟଟକ ଆକର୍ଷଣୀୟ କେନ୍ଦ୍ର କରି ଓଡ଼ିଶାର  ସିନେମା ଐତିହ୍ୟ ପ୍ରଦର୍ଶନ କରିବା, ସୁଟିଂ ପାଇଁ  ଭଡ଼ା ଦେଇ ଷ୍ଟୁଡିଓକୁ ରୋଜଗାରର ଉତ୍ସରେ  ପରିଣତ କରାଯିବ । ଓଡ଼ିଶାର କାଳଜୟୀ  ସିନେମା ଏବଂ କିମ୍ବଦନ୍ତୀ ସିନେ ବ୍ୟକ୍ତିତ୍ୱଙ୍କ  କାହାଣୀ ସହ ଓଡ଼ିଆ ଫିଲ୍ମର ଐତିହାସିକ  ବିକାଶ ଯାତ୍ରାକୁ ଦେଖାଇବା ଲାଗି ଚଳଚ୍ଚିତ୍ର  ଅଭିଲେଖାଗାର ପ୍ରତିଷ୍ଠା କରାଯିବ । ବଡ଼  କଥା ହେଲା³ ଓଡ଼ିଆ ଫିଲ୍ମର ଅର୍ଥନୀତିକୁ  ପୁନର୍ଜୀବିତ କରିବା ସହ ହଲ୍‌ ଅଭାବ ପୂରଣ  ପାଇଁ ବ୍ଲକ୍‌ସ୍ତରରେ ଛୋଟ ଓ ସୁଲଭ ସିନେମା ହଲ୍‌ ତିଆରି ହେବ ।

ଭିତରକନିକା ଜାତୀୟ ଉଦ୍ୟାନରେ ୯୫ଟି କୁମ୍ଭୀର ବସା ଚିହ୍ନଟ

 

ଭିତରକନିକା ଜାତୀୟ ଉଦ୍ୟାନରେ ୯୫ଟି କୁମ୍ଭୀର ବସା ଚିହ୍ନଟ, କନିକା ରେଞ୍ଜରେ ସର୍ବାଧିକ ବସା

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ପକ୍ଷରୁ କୁମ୍ଭୀର ବସା ଗଣନା ଜାରି ରହିଛି  ାରାଜନଗର ବନଖଣ୍ଡର କନିକା ବନାଞ୍ଚଳ(ରେଂଜ୍‌)ରେ ମୋଟ  ୯୫ଟି କୁମ୍ଭୀର ବସା ଚିହ୍ନଟ  ହୋଇଛି । କନିକା ରେଞ୍ଜରେ ମୁଖ୍ୟତଃ ଭିତରକନିକା ଫରେଷ୍ଟ ବ୍ଲକ୍‌, ରଗଡ଼ାପାଟିଆ ଫରେଷ୍ଟ  ବ୍ଲକ୍‌, ଚିନ୍ତାମଣି ମହାନ୍ତି ଯୋର  ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକ୍‌ରେ  ସର୍ବାଧିକ ବସା ଚିହ୍ନଟ ହେବାରେ  ଲାଗିଛି । 

ସୂଚନାଯୋଗ୍ୟ, ଏପ୍ରିଲ  ମାସରୁ ମା’ କୁମ୍ଭୀରଙ୍କ ମିଳନ ପ୍ରକ୍ରିୟା  ଆରମ୍ଭ ହୋଇଥାଏ । ମା’ କୁମ୍ଭୀର  ନଦୀଠାରୁ କିଛି ଦୂରରେ ହେନ୍ତାଳ, କେଉଟି, ନାଳିଆ ପତ୍ରକୁ ଗଦା କରି  ତା’ ମଧ୍ୟରେ ଅଣ୍ଡା ଦେଇ ପୁନର୍ବାର  ପତ୍ର ଘୋଡ଼ାଇ ଦେଇଥାଏ । ତାକୁ  ମାଉଟ କୁହାଯାଏ । ମା’ କୁମ୍ଭୀର ଏହି  ସମୟରେ ନିଜ ଅଣ୍ଡାକୁ ସୁରକ୍ଷା ଦେବା  ପାଇଁ ତା’ ନିକଟରେ ଜଗି ରହିଥାଏ ।  

ସାଧାରଣତଃ ଗୋଧି, ବିଭିନ୍ନ ପ୍ରଜାତିର  ସାପ, ବାର୍‌ହା ଆଦି କୁମ୍ଭୀର ଅଣ୍ଡାକୁ  ଖାଇ ଯାଇଥାନ୍ତି । ପ୍ରଜନନ ଋତୁରେ  ସାଧାରଣତଃ କୁମ୍ଭୀରମାନେ ଅଧିକ  ହିଂସ୍ର ହୋଇ ଉଠିଥାନ୍ତି । ସେଥିପାଇଁ  ମେ ପହିଲାରୁ ଜୁଲାଇ ୩୧ ଯାଏ  ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ  ଆସିବା ପାଇଁ ବାରଣ କରାଯାଇଛି ।

ବିଦା ହେବେ ବାଂଲାଦେଶୀ; ୨୧ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୁଲିସ

ବିଦା ହେବେ ବାଂଲାଦେଶୀ; ୨୧ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୁଲିସ; ଚାଲିଛି ପରିଚୟ ପ୍ରମାଣପତ୍ର ଯାଞ୍ଚ
କେନ୍ଦ୍ରାପଡ଼ା - ଓଡ଼ିଶାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଗୁରୁବାର କେନ୍ଦ୍ରପଡ଼ା ଜିଲ୍ଲା ବଉଳକଣି ପଞ୍ଚାୟତର ୬ଜଣଙ୍କୁ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ଉଠାଇ ଆଣିଥିଲା । ସେମାନଙ୍କ ମଧ୍ୟରେ ଜଣେ ଦଶମ ଶ୍ରେଣୀ  ଛାତ୍ର ଥିବା ସୂଚନା ମିଳିଛି । ସେହିଭଳି କେନ୍ଦ୍ରାପଡ଼ା ଟାଉନ୍‌ର ବିଭିନ୍ନ ସ୍ଥାନରେ ବୁଲି ବୁଲି ଫେରି ବେପାର କରୁଥିବା ବଙ୍ଗ ଭାଷାଭାଷୀ ୧୫ଜଣଙ୍କୁ ଉଠାଇ ନେଇଛି ପୁଲିସ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ନିକଟକୁ ନିଆଯାଇ ବିଭିନ୍ନ ପରିଚୟ ପ୍ରମାଣପତ୍ର ଓ  ଠିକଣା ପ୍ରମାଣପତ୍ର ଯାଞ୍ଚ୍‌ କରାଯାଉଛି ।

ମହାକାଳପଡ଼ା ବ୍ଲକ୍‌ର ବଙ୍ଗ ଭାଷାଭାଷୀ ଅଞ୍ଚଳରେ ବସବାସ କରୁଥିବା ଅଣଭାରତୀୟମାନେ ବିଭିନ୍ନ ଗଳାବାଟ ଦେଇ ଭାରତରେ ପ୍ରବେଶ କରୁଥିଲେ । ପରେ ଅବୈଧ ଆଧାର କାର୍ଡ ଯୋଗାଡ଼ କରି ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ରାସନ କାର୍ଡ ଯୋଗାଡ଼ କରିବା, ଭୋଟର ପରିଚୟପତ୍ରରେ ନାମ ପଞ୍ଜିକରଣ  କରିବାରେ ଏମାନେ ସକ୍ଷମ ହୋଇଥିଲେ । କିନ୍ତୁ ରାଜ୍ୟ ସରକାର ବାଂଲାଦେଶୀ ଚିହ୍ନଟ  ପ୍ରକ୍ରିୟା ଆରମ୍ଭ କରିବା ପରେ ଏବେ ଛନକା  ପଶିଛି । ଯାହା ସୂଚନା ମିଳିଛି, ଲୁଚାଛପାରେ ଏଠାରେ ରହୁଥିବା ବାଂଲାଦେଶୀ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏମିତିକି କିଛି ପ୍ରତ୍ୟାବର୍ତ୍ତନ  ଆରମ୍ଭ କରିଥିବା ଜଣାଯାଇଛି । 

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ  ସୂଚନା ଅନୁସାରେ, କିଛି ଅଣହିନ୍ଦୁ  ମହାକାଳପଡ଼ା ଅଞ୍ଚଳରେ ଚିଙ୍ଗୁଡ଼ିଘେରି  ଜଗିବା ଓ ବୋଟ୍‌ରେ ମତ୍ସ୍ୟଜୀବୀ ଭାବେ କାମ କରିବାକୁ ନିଜର ବେଉସା ଭାବେ  ଆଦରି ନେଇଛନ୍ତି । ଏ ସବୁ ତଦନ୍ତ  ଭିତରେ ୨୦୦୫ ମସିହାରେ ସରକାରୀ ଭାବେ ମହାକାଳପଡ଼ା, ରାଜନଗର ଓ  ପଟ୍ଟାମୁଣ୍ଡାଇ ବ୍ଲକ୍‌ରେ ଚିହ୍ନଟ ୧୬୪୯  ବାଂଲାଦେଶୀ ଗଲେ କୁଆଡ଼େ ତାକୁ ନେଇ  ପ୍ରଶ୍ନ ଉଠିଲାଣି ?

ଶରଧାବାଲି

ଶରଧାବାଲ  
ଶରଧାବାଲି ପୁରୀ ବଡ଼ଦାଣ୍ଡର ଅଂଶ ବିଶେଷ । ପୁରାତନ କାଳରେ ପୁରୀ ମାଳିନୀ ନଦୀକୁ ପୋତି ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରକୁ ଏକ ସିଧା ରାସ୍ତା ସଂଯୋଗ ସକାଶେ ବାଲି ପକାଇ ପୁର୍ଣ୍ଣ କରାଯାଇଥିଲା । ସେହି ସ୍ଥାନକୁ ଶରଧାବାଲି କୁହାଯାଉଛି।

କିମ୍ବଦନ୍ତୀ ଅନୁଯାୟୀ 
ତ୍ରୟୋଦଶ ଶତାବ୍ଦୀରେ ପୁରୀର ଗଜପତି ଥିଲେ ଭାନୁଦେବ ଏବଂ ମହାରାଣୀଙ୍କ ନାମ ଥିଲା ଶ୍ରଦ୍ଧାଦେବୀ ।  ଇନ୍ଦ୍ରଦ୍ୟୁମ୍ନରାଜା ପ୍ରଥମେ ସମୁଦ୍ରରୁ ଦାରୁ ସଂଗ୍ରହ କରିଥିଲେ । ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରତିମା ନିର୍ମାଣ କରିଥିଲେ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ନିର୍ମାଣ କରାଇ ତିନିଠାକୁରଙ୍କୁ ସିଂହାସନରେ ବସାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ସେତେବେଳ ପୁରୀ ସହରକୁ ତିନୋଟି ଛୋଟ ଛୋଟ ନଦୀ ଘେରି ରହିଥିଲେ । ସେଥିରୁ ମାଳିନୀ ନାମକ ନଦୀଟି ବାଙ୍କି ମୁହାଣଠାରେ ସମୁଦ୍ରରେ ମିଶିଥିଲା । ତେଣୁ ମାଳିନୀ ନଦୀଦ୍ୱାରା ବଡ଼ଦାଣ୍ଡ ଦୁଇଭାଗରେ ବିଭକ୍ତ ହୋଇଥିଲା । ଫଳରେ ଗୁଣ୍ଡିଚା ମନ୍ଦିରକୁ ଶ୍ରୀମନ୍ଦିର ସହିତ ସିଧା ସଂଯୋଗ ହୋଇ ପାରୁନଥିଲା । 
ଇନ୍ଦ୍ରଦ୍ୟୁମ୍ନ ରାଜା ପ୍ରଥମେ ତିନୋଟି ରଥ ନିର୍ମାଣ କରି ଠାକୁରମାନଙ୍କୁ ନେଇ ମାଳିନୀ ନଦୀକୂଳକୁ ନେଲେ । ନଦୀରେ ତିନୋଟି ବଡ଼ ଡଙ୍ଗାରେ ପ୍ରତିମାମାନଙ୍କୁ ପାରିକରି ଶ୍ରୀମନ୍ଦିର ପାର୍ଶ୍ୱକୁ ନେଲେ । ଏପଟେ ନଦୀକୂଳରୁ ଆଉ ତିନୋଟି ରଥ ନିର୍ମାଣ କରି ଶ୍ରୀମନ୍ଦିରକୁ ନେଇ ପ୍ରତିଷ୍ଠା କରିଥିଲେ ।
 
ସେହି ସମୟଠାରୁ ରଥଯାତ୍ରାର ସୃଷ୍ଟି ହୋଇଛି ବୋଲି ଅନେକ ମତ ଦିଅନ୍ତି । ଏହାଥିଲା ଠାକୁରଙ୍କ ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ପ୍ରଥମ ରଥଯାତ୍ରା । ଏହାପରେ ପ୍ରଭୁ ନିଜେ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ କହିଲେ, ସବୁବର୍ଷ ତାଙ୍କର ଜନ୍ମସ୍ଥାନ ବା ଆଡ଼ପ ମଣ୍ଡପକୁ ଯିବାକୁ ଆଷାଢ଼ମାସ ଶୁକ୍ଳ ପକ୍ଷଦ୍ୱିତୀୟାରେ ତାଙ୍କର ରଥଯାତ୍ରା କରିବାକୁ । ଇନ୍ଦ୍ରଦ୍ୟୁମ୍ନଙ୍କ ଶାସନ କାଳରୁ ଆଜିଯାଏ ସେହିପରି ରଥଯାତ୍ରା ଚଳିଆସୁଅଛି । ସେତେବେଳେ ଆଜିଭଳି ରାସ୍ତାଘାଟର ସୁବିଧା ନଥିଲା । ତେଣୁ ବାଲି ମାଟିରେ ରଥ ଟାଣିବା ବହୁତ କଷ୍ଟ ହେଉଥିଲା । ରାଜା ଅଶ୍ୱ, ଗଜ ଓ କଳାବେଠିଆମାନଙ୍କୁ ଲଗାଇ ରଥ ଟାଣୁଥିଲେ । ଛଅଟି ରଥ ତିଆରି କରି ରଥଯାତ୍ରା କରିବା ବହୁତ କଷ୍ଟସାଧ୍ୟ ହେଉଥିଲା । ଏଥିପାଇଁ ନବଦିନାତ୍ମକ ଯାତ୍ରା ଗୋଟିଏ ମାସରୁ ଉର୍ଦ୍ଧ୍ୱ ସମୟ ଲାଗୁଥିଲା ।
ଏହିପରି ଅସୁବିଧାକୁ ଦେଖି ମହାରାଣୀ ଶ୍ରଦ୍ଧାଦେବୀଙ୍କ ଏକ  ଚିନ୍ତା ଆସିଲା । ସେ ଗଜପତି ମହାରାଜାଙ୍କୁ କହିଲେ ଆମର ରଥଯାତ୍ରା କରିବାକୁ ଏତେ ଅସୁବିଧା ହେଉଛି । ତେଣୁ ତୁମେ ଯଦି ମାଳିନୀ ନଦୀକୁ ପୋତି ଦିଅନ୍ତ ତେବେ ତିନୋଟି ରଥ ସିଧା ଗୁଣ୍ଡିଚା ମନ୍ଦିରକୁ ଯାଇ ପାରନ୍ତା । ଭାନୁଦେବ ଏକଥା ଶୁଣି ହସିକରି କହିଲେ, ତୁମର ମୁଣ୍ଡ ଖରାପ ହେଲାଣି ନା କ’ଣ ? ନଦୀ ପୋତିବା କ’ଣ ଏତେ ସହଜ ? ରାଣୀ କହିଲେ ଭଣ୍ଡାରରୁ ମୋତେ କିଛି ଅର୍ଥ ଦିଅନ୍ତୁ ମୁଁ ଯାଇ ବାଲି ପକାଇ ନଦୀ ପୋତା କାର୍ଯ୍ୟ ଆରମ୍ଭ କରିବି । ତଥାପି ରାଜା ମହାରାଣୀଙ୍କ କଥାକୁ ବିଶ୍ୱାସ କରିପାରିଲେ ନାହିଁ । ଶେଷରେ ରାଣୀ କହିଲେ ଆମେ ପୋତିବା କାର୍ଯ୍ୟ ଆରମ୍ଭ କରିଦେଲେ ଆମର ପରପିଢ଼ି କେହି କେବେ ତ ଏ କାର୍ଯ୍ୟ ସଂପାଦନ କରିପାରିବେ । ତେଣୁ ଏହି କାର୍ଯ୍ୟଟି କରିବା ଦାୟିତ୍ୱ ମୋତେ ଦିଅନ୍ତୁ । 

ଶେଷରେ ରାଣୀଙ୍କ କଥାରେ ଗଜପତି ସମ୍ମତ ହୋଇ ବାଲି ପକାଇ ନଦୀ ପୋତା କାର୍ଯ୍ୟ ଆରମ୍ଭ କରିଦେଲେ । ଭଗବାନଙ୍କର ଏ ଥିଲା ଏକ ବିଚିତ୍ର ଲୀଳା । ଚାହୁଁ ଚାହୁଁ ସେହି ବର୍ଷ ରଥଯାତ୍ରା ପୂର୍ବରୁ ମାଳିନୀ ନଦୀଟି ବାଲିରେ ପୋତି ହୋଇଗଲା । ଗଜପତି ଆଶ୍ଚର୍ଯ୍ୟ ହୋଇଗଲେ । ଫଳରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରଯାଏ ଗୋଟିଏ ବଡ଼ଦାଣ୍ଡ ହୋଇପାରିଲା । ଛଅଟି ରଥ ପରିବର୍ତ୍ତେ ତିନୋଟି ରଥରେ ଠାକୁରଙ୍କର ଘୋଷଯାତ୍ରା ହୋଇପାରିଲା । 
ଗଜପତି ବହୁତ ଖୁସି ହୋଇଗଲେ । ମହାରାଣୀ ଶ୍ରଦ୍ଧାଦେବୀଙ୍କଦ୍ୱାରା ବାଲି ପୋତାଯାଇ ଏଭଳି ଏକ ଅସମ୍ଭବ କାର୍ଯ୍ୟ ହୋଇ ପାରିଥିବାରୁ, ଗଜପତି ଖୁସିହୋଇ ମହାରାଣୀଙ୍କ ନାମ ଶ୍ରଦ୍ଧା ସହିତ ବାଲିକୁ ଯୋଡ଼ି ଦେଇ ସେହି ସ୍ଥାନଟିର ନାମ ରଖିଲେ ‘ଶ୍ରଦ୍ଧାବାଲି’ । ହେଲେ କାଳକ୍ରମେ ଶ୍ରଦ୍ଧା ଶବ୍ଦର ଉଚ୍ଚାରଣ ଶରଧା ହୋଇ ନାମ ହୋଇଗଲା ‘ଶରଧାବାଲି’ ଯାହାକି ଆଜି ଏକ କାହାଣୀ ହୋଇଯାଇଛି* ।

ଦୁଇ ଦିନ ପ୍ରବଳ ବର୍ଷିବ, ସତର୍କ ସୂଚନା ଜାରି କଲା ଆଇଏମଡି

ଦୁଇ ଦିନ ପ୍ରବଳ ବର୍ଷିବ, ସତର୍କ ସୂଚନା ଜାରି କଲା ଆଇଏମଡି

ଏହି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

  ଉପକୁଳ ସମାଚାର 

ଭୁବନେଶ୍ୱର, ୦୮/୦୭: ଆଗାମୀ ଦୁଇ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଜୁଲାଇ ୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କେନ୍ଦୁଝର, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଏବଂ ବୌଦ୍ଧ ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିପରି ଜୁଲାଇ ୧୦ ତାରିଖରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଏବଂ କୋରାପୁଟ ଭଳି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏହି ଦୁଇ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ଏବଂ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା‌ ରହିଛି।

पुरी जगन्नाथ मंदिर का इतिहास और रहस्य

पुरी जगन्नाथ मंदिर का इतिहास और रहस्य


पुरी जगन्नाथ मंदिर भारत के सबसे उल्लेखनीय और पूजनीय तीर्थ स्थलों में से एक है, जो इतिहास, भक्ति और साज़िश से भरा हुआ है। भगवान जगन्नाथ को समर्पित यह प्राचीन मंदिर ओडिशा के समुद्र तटीय शहर पुरी में स्थित है, यह आध्यात्मिक महत्व के साथ-साथ रहस्यों और किंवदंतियों का खजाना है, जिसने तीर्थयात्रियों और इतिहासकारों दोनों को आकर्षित किया है। मंदिर में कई रहस्य हैं जिन्हें विज्ञान द्वारा समझाया नहीं जा सकता है, इसकी 12वीं शताब्दी की शुरुआत से लेकर इसकी पवित्र दीवारों के अंदर किए जाने वाले अनोखे अनुष्ठानों तक। पुरी जगन्नाथ मंदिर के इतिहास और रहस्यों में गहराई से जाने पर हमें उस दुनिया का एक नज़रिया मिलता है जो हमारे सामने थी, एक ऐसी दुनिया जो आधुनिक समझ से परे वास्तुशिल्प चमत्कारों और विज्ञान से भरी हुई थी।

पुरी जगन्नाथ मंदिर की ऐतिहासिक पृष्ठभूमि
पुरी जगन्नाथ मंदिर का इतिहास

किंवदंती है कि भगवान जगन्नाथ को मुख्य रूप से विश्ववसु के नेतृत्व में कुछ चरवाहों द्वारा जंगल में नील माधव (नीलम से बने देवता) के रूप में पूजा जाता था। राजा इंद्रद्युम्न जिद्दी थे और भगवान से आमने-सामने मिलने पर अड़े हुए थे और भगवान को खोजने के लिए यात्रा पर निकल पड़े। जब उन्होंने इस विशेष जंगल में भगवान की पूजा की अफवाह सुनी, तो उन्होंने अपने पुजारी विद्यापति को उस स्थान का पता लगाने के लिए भेजा। विद्यापति को विश्ववसु की बेटी से प्यार हो गया और उन्होंने उससे शादी कर ली।

बेटी की विनती पर राजा विद्यापति को पूजा स्थल पर ले जाने के लिए सहमत हो गए, लेकिन शर्त यह थी कि उनकी आंखों पर पट्टी बंधी होनी चाहिए। लेकिन विद्यापति ने राजा के लिए सरसों के बीज गिराकर उन दोनों को धोखा दिया। स्थान के बारे में सुनकर, राजा ने उस स्थान पर जाने का फैसला किया, लेकिन पता चला कि देवता वहां से चले गए थे। नारद मुनि उनके सामने प्रकट हुए और उन्हें नीलासाला या नीले पर्वत में एक मंदिर बनाने का निर्देश दिया, लेकिन ब्रह्मा के लंबे समय तक ध्यान करने के कारण मंदिर ढह गया। 

इसके बाद नारद मुनि ने इंद्रद्युम्न को समुद्र तट पर तैरते हुए लकड़ी के लट्ठे से मूर्तियाँ बनाने का निर्देश दिया। उन्होंने एक अद्भुत मंदिर बनवाया, जिसमें भगवान जगन्नाथ, बलभद्र और सुभद्रा की मूर्तियाँ स्थापित की गईं, जो असफलताओं के बावजूद दृढ़ता के प्रतीक के रूप में खड़ी थीं।

पुरी जगन्नाथ मंदिर के रहस्य

1. ध्वज का रहस्य:

मंदिर के झंडे का व्यवहार इसकी सबसे आकर्षक विशेषताओं में से एक है। झंडे को बदलने के लिए, एक पुजारी मौसम की परवाह किए बिना हर दिन लगभग 214 फुट ऊंचे मंदिर के गुंबद पर चढ़ता है, और यह दशकों से एक नियमित दिनचर्या रही है। प्रकृति के नियमों के बावजूद, झंडा रहस्यमय तरीके से हमेशा हवा की विपरीत दिशा में लहराता है। स्थानीय लोग और पर्यटक दोनों ही इस घटना को भगवान जगन्नाथ की सर्वव्यापकता और सर्वशक्तिमानता का प्रतिनिधित्व करने वाली एक दिव्य क्रिया मानते हैं।

2. सुदर्शनचक्र की पहेली:

मंदिर के शीर्ष पर विशाल सुदर्शन चक्र स्थित है, जो सुरक्षा का प्रतीक है। इंजीनियरों और पर्यटकों को यह बात हैरान करती है कि सुदर्शन चक्र हमेशा पर्यवेक्षक के सामने ही रहता है, चाहे वे पुरी में कहीं भी हों। इस ऑप्टिकल भ्रम को एक स्वर्गीय डिज़ाइन माना जाता है क्योंकि इसे इंजीनियरिंग द्वारा समझाया नहीं जा सकता। माना जाता है कि मंदिर और पुरी शहर खुद चक्र द्वारा संरक्षित हैं, जिसकी अपनी एक किंवदंती है।

3. नो-फ्लाई ज़ोन

पुरी जगन्नाथ मंदिर के ऊपर कोई पक्षी या विमान सीधे नहीं उड़ता, जो इस तरह के स्मारक के लिए दुर्लभ है। अविश्वसनीय रूप से, किसी भी स्पष्ट बाधा की अनुपस्थिति के बावजूद मंदिर के ऊपर का हवाई क्षेत्र अभी भी साफ है। हालांकि सटीक कारण अज्ञात है, कई लोग सोचते हैं कि मंदिर के आसपास की आध्यात्मिक या स्वर्गीय ऊर्जा इसका कारण है। यह घटना अभी भी एक रहस्य है क्योंकि इस सिद्धांत का समर्थन करने के लिए कोई वैज्ञानिक प्रमाण नहीं मिला है कि यह चुंबकीय क्षेत्रों से संबंधित है।

4. महाप्रसाद रहस्य

मंदिर अपने महाप्रसाद के लिए विशेष रूप से प्रसिद्ध है, जो कि परंपरा के अनुसार मिट्टी के बर्तनों में तैयार किया जाने वाला एक पवित्र व्यंजन है। इस प्रसाद की सबसे अनोखी विशेषता यह है कि मंदिर में चाहे जितने भी भक्त आएं, हमेशा पर्याप्त मात्रा में महाप्रसाद तैयार किया जाता है। भक्त इसे एक दिव्य व्यवस्था मानते हैं क्योंकि इसमें कभी भी कमी या अधिकता नहीं होती है। इसके अलावा, इस विधि में मिट्टी के बर्तनों को पिरामिडनुमा व्यवस्था में बर्नर पर रखना शामिल है, जिसमें प्रत्येक बर्तन एक साथ उबलता है। अविश्वसनीय रूप से, सबसे ऊपर के बर्तन में रखा भोजन पहले पकता है, जो खाना पकाने के मूल सिद्धांतों के विपरीत है।

5. सिंहद्वार पर ध्वनि:

मंदिर के मुख्य प्रवेश द्वार, सिंहद्वार (सिंह द्वार) से जुड़ी एक रहस्यमयी ध्वनि है। द्वार पर खड़े होकर, आप समुद्र की लहरों की आवाज़ साफ़ सुन सकते हैं। लेकिन जब आप द्वार से गुज़रते हैं, तो लहरों की आवाज़ लगभग पूरी तरह से बंद हो जाती है। यह अकल्पनीय उलटा प्रभाव मंदिर के अलौकिक माहौल को और भी बढ़ा देता है। कुछ लोगों के अनुसार, यह मंदिर के शांत माहौल का प्रतीक है, जहाँ पवित्र भूमि पर कदम रखते ही बाहरी हलचलें गायब हो जाती हैं।

6. मूर्ति बदलने की रस्म

नवकलेवर, या देवताओं की लकड़ी की मूर्तियों को बदलने का समारोह, पुरी जगन्नाथ मंदिर में सबसे सम्मानित रीति-रिवाजों में से एक है। पुराने रीति-रिवाजों के अनुसार, इस समारोह के लिए एक गुप्त क्षेत्र से एक पवित्र नीम का पेड़ चुना जाता है, जो हर 12 से 19 साल में होता है। मूर्तियों को मंदिर परिसर के अंदर ब्रह्म परिवर्तन, या दिव्य सार के हस्तांतरण नामक समारोह में दफनाया जाता है, और यह प्रक्रिया पूरी गोपनीयता में की जाती है। यह समारोह अभी भी एक अच्छी तरह से संरक्षित रहस्य है क्योंकि यह प्रथा है कि जो व्यक्ति इस स्थानांतरण को देखता है, वह एक वर्ष के भीतर मर जाता है।

पुरी जगन्नाथ में रथ यात्रा:

पुरी जगन्नाथ मंदिर में आयोजित रथ यात्रा को रथ उत्सव भी कहा जाता है, इसे भारत के सबसे भव्य और सबसे प्रतिष्ठित धार्मिक आयोजनों में से एक माना जाता है। जगन्नाथ पुरी रथ यात्रा हर साल आयोजित होने वाला एक जीवंत उत्सव है, जिसमें भगवान जगन्नाथ, बलभद्र और सुभद्रा को एक विशाल अलंकृत रथ पर औपचारिक रूप से बिठाया जाता है और हज़ारों भक्तों द्वारा सड़कों पर खींचा जाता है, जो भगवान जगन्नाथ की उनके जन्मस्थान, गुंडिचा मंदिर की यात्रा का प्रतिनिधित्व करता है। अपनी जीवंतता और समृद्ध रंगों और संगीत के साथ यह उत्सव दुनिया भर से लाखों लोगों को आकर्षित करता है, और उन्हें भक्ति में जोड़ता है।


निष्कर्ष:
पुरी जगन्नाथ मंदिर, जिसने अपनी भक्ति से समझौता किए बिना युगों-युगों से अनगिनत आक्रमणों का सामना किया है, भारत की समृद्ध आध्यात्मिक विरासत और इसके लोगों की दृढ़ता का एक स्मारक है। मंदिर ने अपनी पवित्रता को नष्ट करने या उसे नष्ट करने के कई प्रयासों के बावजूद अपनी रहस्यमय आभा और पवित्र परंपराओं को बनाए रखा है, जिससे लाखों आगंतुक आकर्षित होते हैं जो इसके चमत्कारों का स्वयं अनुभव करना चाहते हैं। हमारा पुरी जगन्नाथ टूर पैकेज मंदिर के दिव्य आकर्षण और स्थायी विरासत में एक अविस्मरणीय अन्वेषण का वादा करता है।

ଲୋକଙ୍କ ସୁଖଦୁଃଖରେ ସବୁବେଳେ ଅଛନ୍ତି ‘ଲୋକଙ୍କ ସରକାର’

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାଦଶ ପାଳି ଅଭିଯୋଗ ଶୁଣାଣି। ଏକାଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୯୩ ପ୍ରତିଶତ ଅଭିଯୋଗର ସମାଧାନ

ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ଚଳିତ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ୪୮ ଜଣଙ୍କୁ ୫୩ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ

ଭୁବନେଶ୍ୱର, ୦୭/୦୭: ସମାଜର ଶେଷ ଧାଡିରେ ଥିବା ଲୋକମାନେ ଯେପରି ନିଜକୁ କେବେ ଅସହାୟ ନଭାବନ୍ତି ଏବଂ ସାଧାରଣ ଲୋକଟିଏ ଯେପରି ଅନୁଭବ କରିବ ଯେ ସରକାର ସୁଖଦୁଃଖରେ ତା ସହିତ ସବୁବେଳେ ଅଛନ୍ତି, ଏହି ମହତ ଉଦ୍ଦେଶ୍ୟ ରଖି ଲୋକଙ୍କ ସରକାର କ୍ରମାଗତ ଭାବେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଦ୍ୱାଦଶ ପାଳି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍‌କାଳ ପଦକ୍ଷେପ ନେଇଛନ୍ତି।

ଆଜି ପଞ୍ଜିକୃତ କରିଥିବା ୧ ହଜାର ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ୭ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ।

ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପ୍ରଥମେ ଅଭିଯୋଗ ପ୍ରକୋଷ୍ଠରେ ପହଁଚି ଭିନ୍ନକ୍ଷମ ଲୋକମାନଙ୍କ ପାଖକୁ ଯାଇଥିଲେ ଏବଂ ସେଠାରେ ଜଣ ଜଣ କରି ସମସ୍ତଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ପରେ ପ୍ରକୋଷ୍ଠ ଭିତରକୁ ଆସି ପଞ୍ଜିକୃତ କରିଥିବା ଅନ୍ୟ ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ସମସ୍ତ ଅଭିଯୋଗ ଗୁଡିକର ପ୍ରତିବିଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି, ଆପତ୍ତି ଅଭିଯୋଗ ଶୁଣାଇ ଆତ୍ମସନ୍ତୋଷର ସହ ଲୋକମାନେ ଫେରୁଥାନ୍ତି। ଅଭିଯୋଗ ପ୍ରକୋଷ୍ଠରୁ ଫେରୁଥିବା ପ୍ରତ୍ୟେକଙ୍କ ମୁହଁରେ ପ୍ରକାଶ ପାଉଥିଲା ଭରସା ଓ ଆତ୍ମସନ୍ତୋଷର ଚିହ୍ନ।

ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ବାବଦକୁ ୧୦ ଜଣଙ୍କ ପାଇଁ ୯ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ। ଚଳିତ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ୪୮ ଜଣଙ୍କୁ ୫୩ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଏକାଦଶ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୮୯୪ଟି ଅଭିଯୋଗ ମଧ୍ୟରୁ ୧୦,୧୩୨ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୯୩ ପ୍ରତିଶତ ଅଟେ । ବକେୟା ଅଭିଯୋଗ ଗୁଡ଼ିକ ପ୍ରୋସେସରେ ରହିଛି ।

ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୁଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ସ୍ୱତନ୍ତ୍ର ସଚିବ ଶ୍ରୀ ନିହାର ରଞ୍ଜନ ଦାଶ ଏବଂ ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଜେପି ମଙ୍ଗ ଧରିଲେ ମନମୋହନ ସାମଲ

ବିଜେପି ମଙ୍ଗ ଧରିଲେ ମନମୋହନ ସାମଲ

ସର୍ବ ସହମତିରେ ନିର୍ଦ୍ବନ୍ଦ୍ବରେ ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ୱର, ୦୭/୦୭: ପୁଣି ରାଜ୍ୟ ବିଜେପିର ମଙ୍ଗ ଧରିଲେ ମନମୋହନ ସାମଲ। ଓଡ଼ିଶା ବିଜେପି ସଭାପତି ଭାବରେ ସାମଲଙ୍କ ଚତୁର୍ଥ କାର୍ଯ୍ୟକାଳ ଆରମ୍ଭ ହେଲା।

ଗତ କାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଥିଲେ।

୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଦଳକୁ ଐତିହାସିକ ବିଜୟ ହାସଲ କରିବା, ବିଜେଡିର ୨୪ ବର୍ଷର ଶାସନର ଅନ୍ତ ଘଟାଇ ବିଜେପିକୁ ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାରେ ସକ୍ଷମ କରିବା ପାଇଁ ମନମୋହନ ସାମଲଙ୍କୁ ବହୁଳ ଭାବରେ ଶ୍ରେୟ ଦିଆଯାଇଛି। ତଥାପି, ସେ ନିଜେ ଭଦ୍ରକ ଜିଲ୍ଲାର ଚାନ୍ଦାବାଲି ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ। ପରାଜୟ ବରଣ ସତ୍ତ୍ୱେ, ତାଙ୍କ ନେତୃତ୍ୱ ଏବଂ ସାଂଗଠନିକ ଦକ୍ଷତା ତାଙ୍କୁ ଦଳ ଭିତରେ ଦୃଢ଼ ସମର୍ଥନ ପ୍ରଦାନ କରିଛି।

୧୯୫୯ ମସିହାରେ ଭଦ୍ରକ ଜିଲ୍ଲାରେ ଜନ୍ମିତ ମନମୋହନ ସାମଲ କଳା ଏବଂ ଓକିଲାତିରେ ସ୍ନାତକ କରିଛନ୍ତି। ସେ ପୂର୍ବରୁ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ଏବଂ ୨୦୨୩ ମାର୍ଚ୍ଚରେ ପୁନର୍ବାର ନିଯୁକ୍ତ ହୋଇଥିଲେ। ମନମୋହନଙ୍କ ରାଜନୈତିକ କ୍ୟାରିୟର ୧୯୭୯ ମସିହାରୁ ଆରମ୍ଭ ହୋଇଥିଲା। ୧୯୭୯ରେ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ହୋଇଥିଲେ। ଏହାପରେ ୧୯୭୯ରୁ ୧୯୮୧ ପର୍ଯ୍ୟନ୍ତ ଏବିଭିପି ରାଜ୍ୟ ସମ୍ପାଦକ ଥିଲେ। ୧୯୮୧ରୁ ୧୯୮୨ ପର୍ଯ୍ୟନ୍ତ ଏବିଭିପିର ରାଜ୍ୟ ଉପସଭାପତି, ୧୯୮୩ରେ ଧାମନଗର ନିର୍ବାଚନମଣ୍ଡଳୀ ସଭାପତି, ୧୯୮୪ରେ ବିଜେପି ଜିଲ୍ଲା ସମ୍ପାଦକ, ବାଲେଶ୍ବର, ୧୯୯୦ରୁ ୯୨ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସମ୍ପାଦକ, ୧୯୯୨ରୁ ୯୯ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ, ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ରହିଥିଲେ। ୨୦୦୦ରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଧାମନଗର ବିଧାୟକ ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ଓ ଭାଜପା ମେଣ୍ଟ ସରକାରରେ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ହୋଇଥିଲେ। ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଥିଲେ। ୨୦୨୩ରେ ରାଜ୍ୟ ବିଜେପି ସଭାପତି ହୋଇଥିଲେ।

Monday, July 7, 2025

ମୋହିଁଲେ ମନମୋହନ

ମନମୋହନ ସାମଲ ପୁନର୍ବାର ଓଡିଶା ରାଜ୍ୟ ବିଜେପି ସଭାପତି ପଦବୀ ପାଇଁ ନିର୍ବାଚିତ ହେବାକୁ ଯାଉଛନ୍ତି।

ଭୁବନେଶ୍ୱର - ୭ ଜୁଲାଇ  ସୋମବାର ଦିନ ଭୁବନେଶ୍ଵର ବିଜେପି କାର୍ଯ୍ୟଳୟରେ ବିଜେପିର ଓଡ଼ିଶା ୟୁନିଟ୍ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଏକମାତ୍ର ପ୍ରାର୍ଥୀ ମନମୋହନ ସାମଲ ପୁନର୍ବାର ଏହି ପଦବୀ ପାଇଁ ନିର୍ବାଚିତ ହେବାକୁ ଯାଉଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଦାୟୀ ରାଜ୍ୟ ଦଳର ସଭାପତି ସାମଲ ଓଡ଼ିଶା ବିଜେପି ନିର୍ବାଚନ ଅଧିକାରୀ ଏବଂ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମ୍ମୁଖରେ ଏହି ପଦବୀ ପାଇଁ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ୟୁନିଟ୍ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସେ ଏକମାତ୍ର ନେତା ଥିଲେ, ଯାହାର ପ୍ରକ୍ରିୟା ଅପରାହ୍ନ ୩.୩୦ ରେ ସମାପ୍ତ ହୋଇଥିଲା।

ସାମଲଙ୍କ ବ୍ୟତୀତ, ଅନ୍ୟ ଅନେକ ନେତା ମଧ୍ୟ ବିଜେପି ଜାତୀୟ ପରିଷଦ ସଦସ୍ୟ ପଦ ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଦଳୀୟ ସୂତ୍ର ଅନୁସାରେ ମଙ୍ଗଳବାର ଦିନ ସାମଲଙ୍କୁ ନିର୍ବିରୋଧୀ ଭାବରେ ନିର୍ବାଚିତ ଘୋଷଣା କରାଯିବ।

୨୦୨୪ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ​​ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି)କୁ ପରାସ୍ତ କରିଥିବା ଦଳ ପ୍ରତି ସାମଲଙ୍କୁ ତାଙ୍କର ଅବଦାନ ପାଇଁ ପୁରସ୍କୃତ କରାଯିବାର ସମ୍ଭାବନା ଅଛି।

ତାଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୨୦ଟିରେ ବିଜୟୀ ହୋଇଥିଲା ଏବଂ ରାଜ୍ୟ ବିଧାନସଭାରେ ନିରଙ୍କୁଶ ବହୁମତ ହାସଲ କରି ରାଜ୍ୟରେ ସରକାର ଗଠନ କରିଥିଲା।

୧୪୭ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ବିଜେପି ୭୮ଟି ଆସନ ଜିତିଥିଲା, ଯେତେବେଳେ ନବୀନ ପଟ୍ଟନାୟକଙ୍କ ବିଜେଡି ୫୧ଟି ଆସନ ପାଇଥିଲା। କଂଗ୍ରେସ ୧୪ଟି ଆସନ ପାଇଥିଲା, ସ୍ୱାଧୀନ ପ୍ରାର୍ଥୀମାନେ ତିନୋଟି ଏବଂ ସିପିଆଇ(ଏମ୍) ଗୋଟିଏ ଆସନ ପାଇଥିଲା।

ତଥାପି, ସାମଲ ନିଜେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ​​ପରାସ୍ତ ହୋଇଥିଲେ।

ସେ ପୂର୍ବରୁ ନଭେମ୍ବର ୧୯୯୯ ରୁ ଅକ୍ଟୋବର ୨୦୦୦, ଅକ୍ଟୋବର ୨୦୦୦ ରୁ ମେ ୨୦୦୪ ଏବଂ ମାର୍ଚ୍ଚ ୨୦୨୩ ରୁ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ତିନିଥର ରାଜ୍ୟ ବିଜେପି ସଭାପତି ଥିଲେ।

ଭିଜିଲାନ୍ସ ଜାଲରେ ବ୍ଲକ ପଶୁ ଚିକିତ୍ସା ଅଧିକାରୀ

ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାର ଘୋଷଣା

ଚଳିତ ବର୍ଷ ‘ବନ ସୁରକ୍ଷା, ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ପୁରସ୍କାର’ ମିଳିତ ଭାବେ ପାଇଲେ କଳାହାଣ୍ଡିର ‘ତୁଲଙ୍ଗପଦର ବନ ସୁରକ୍ଷା ସମିତି’ ଏବଂ କରଞ୍ଜିଆ ଫରେଷ୍ଟ ଡିଭିଜନର ‘ପାହାଡପୁର ବନ ସୁରକ୍ଷା ସମିତି’, ଉଭୟ ସମିତିକୁ ଯୁଗ୍ମ ଭାବେ ୪ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍

୨୦୩୬ ସୁଦ୍ଧା ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ମଡେଲ ହେବ ଓଡିଶା: ମୁଖ୍ୟମନ୍ତ୍ରୀ

 #COASTAL NEWS ODIA*  

ଭୁବନେଶ୍ୱର, ୦୭/୦୭: ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟରେ କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଗୁଡିକର ପୁନର୍ବିନ୍ୟାସ (Restructuring) କରାଯାଇଛି । ଆଜି ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମ୍ ହାଇସ୍କୁଲରେ ଆୟୋଜିତ ବନମହୋତ୍ସବ ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏହି ନୂତନ ପୁରସ୍କାର ଆଜିଠାରୁ ହିଁ ଲାଗୁ ହୋଇଛି।

ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ପୁରସ୍କାର ଯୁଗ୍ମ ଭାବେ ପାଇଛନ୍ତି କଳାହାଣ୍ଡିର ‘ତୁଲଙ୍ଗପଦର ବନ ସୁରକ୍ଷା ସମିତି’ ଏବଂ କରଞ୍ଜିଆ ଫରେଷ୍ଟ ଡିଭିଜନର ‘ପାହାଡପୁର ବନ ସୁରକ୍ଷା ସମିତି’। ଉଭୟଙ୍କୁ ମିଳିତ ଭାବେ ୪ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି।

କଳାହାଣ୍ଡି ନର୍ଥ ଫରେଷ୍ଟ ଡିଭିଜନର ତୁଲଙ୍ଗପଦର ବନ ସୁରକ୍ଷା ସମିତି ବଜାରଗଡ ଜଙ୍ଗଲର ୫୦ ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରି ଏହି ଅବକ୍ଷୟ ପ୍ରାପ୍ତ ଜଙ୍ଗଲର ପୁନରୁଧାର କରିପାରିଛନ୍ତି। ଏହି ସମିତିର ଉଦ୍ୟମ ଯୋଗୁଁ ଗତ ତିନି ବର୍ଷରେ ଏହି ଜଙ୍ଗଲରେ ଗୋଟିଏ ବି ବନାଗ୍ନି ଘଟଣା ଘଟି ନାହିଁ। ସେହିପରି କରଞ୍ଜିଆ ଫରେଷ୍ଟ ଡିଭିଜନର ପାହଡପୁର ବନ ସୁରକ୍ଷା ସମିତି ବୁଢିପାଟ ଜଙ୍ଗଲର ୧୫୯ ହେକ୍ଟର ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରି ଜଙ୍ଗଲର ସୁରକ୍ଷା କରିଛନ୍ତି। ଗତ ୫ବର୍ଷ ମଧ୍ୟରେ ଏହି ଜଙ୍ଗଲରେ ଗୋଟିଏ ବି ବନାଗ୍ନି ଘଟଣା ଘଟି ନାହିଁ। ଏହା ସହିତ ମନୁଷ୍ୟ-ହାତୀ ସଂଘର୍ଷ ଘଟଣା ମଧ୍ୟ ନିୟନ୍ତ୍ରଣକୁ ଆସିପାରିଛି।

ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଏକ ସୁନ୍ଦର ଓ ସବୁଜ ଓଡିଶା ଗଠନ କରିବା ପାଇଁ କହିଲେ ଯେ, ୨୦୩୬ ସୁଦ୍ଧା ଭିଜନ ଓଡିଶା କାର୍ଯ୍ୟକ୍ରମରେ ‘ସବୁଜ ଓଡିଶା’ ଗଠନ ଏକ ପ୍ରମୁଖ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ସମ୍ପ୍ରଦାୟ ନେତୃତ୍ୱାଧୀନ ଜଙ୍ଗଲ ଉଦ୍ୟୋଗ ମାଧ୍ୟମରେ ୧୦ ଲକ୍ଷ ସବୁଜ ଜୀବିକା ସୃଷ୍ଟି କରାଯିବ ଏବଂ ଓଡିଶାକୁ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ବିକଶିତ କରାଯିବ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ସବୁଜ ଓଡିଶା ଯୋଜନାରେ ଆଦିବାସୀ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଶାଳ, ତେନ୍ତୁଳି, ବାଁଉଶ ଓ ଔଷଧୀୟ ଉଦ୍ଭିଦ ପାଇଁ ୧୦୦ ରୁ ଅଧିକ ପ୍ରକ୍ରିୟା କରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଏହାଦ୍ୱାରା ୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରାଯିବାର ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାରେ ଗତ ବର୍ଷ ଏକ୍ ପେଡ୍ ମା’ କେ ନାମ ଅଭିଯାନରେ ୬.୬୯ କୋଟି ଚାରା ରୋପଣ କରାଯାଇଥିଲା ଏବଂ ଓଡିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଚଳିତ ବର୍ଷ ‘ଏକ୍ ପେଡ୍ ମା’ କେ ନାମ-୨.୦’ ଅଭିଯାନରେ ୭.୫ କୋଟି ଚାରା ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ବଜ୍ରପାତରୁ ରକ୍ଷା ପାଇବା ପାଇଁ ଗତ ବର୍ଷ ସରକାର ୧୯ ଲକ୍ଷ ତାଳଗଛ ରୋପଣ କରିଥିଲେ ଏବଂ ଚଳିତ ବର୍ଷ ୧୮ ଲକ୍ଷ ତାଳ ଗଛ ରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିବା ପରେ ଆମ ଶିମିଳିପାଳ ଯୋଜନାରେ ରାଜ୍ୟ ସରକାର ଏଠାରେ ୫୦ କୋଟି ଟଙ୍କା ବ୍ୟୟରେ ବନ୍ୟପ୍ରାଣୀ ଓ ଉଦ୍ଭିଦର ସଂରକ୍ଷଣ ପାଇଁ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ଶିମିଳିପାଳ ଭଳି ଜଙ୍ଗଲ ମାନଙ୍କରେ ନିଆଁ ଲାଗିବାକୁ ରୋକିବା ପାଇଁ AI ଆଧାରିତ ବନାଗ୍ନି ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟକାରୀ କରିଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ମନୁଷ୍ୟ ଓ ବନ୍ୟପ୍ରାଣୀ ସଂଘର୍ଷରେ ଅନୁକମ୍ପା ମୂଳକ ସହାୟତା ରାଶି ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରି ବନ୍ୟପ୍ରାଣୀ ସଂଘର୍ଷରେ ଲୋକଙ୍କ ମୃତ୍ୟୁ ହେଲେ ସହାୟତା ରାଶି ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ। ଅନ୍ୟାନ୍ୟ କ୍ଷତିପୂରଣ ରାଶି ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କହିଲେ ଯେ, ୨୦୨୫ ବନ ମହୋତ୍ସବର ବିଷୟବସ୍ତୁ ହେଉଛି “ଏକ ପେଡ଼୍ ମା କେ ନାମ୍” ଯାହାର ଅର୍ଥ “ମା’ଙ୍କ ନାମରେ ଗୋଟିଏ ଗଛ”। ଏହି ବିଷୟବସ୍ତୁ ବୃକ୍ଷରୋପଣ ପ୍ରୟାସକୁ ସେମାନଙ୍କର ମା’ଙ୍କ ପ୍ରତି ଉତ୍ସର୍ଗ କରିବାକୁ ଉତ୍ସାହିତ କରୁଛି। ପରିବେଶ, ଅର୍ଥନୀତି ଏବଂ ମାନବ କଲ୍ୟାଣ ପାଇଁ ଜଙ୍ଗଲ ବହୁମୁଖୀ ହିତ ସାଧନ କରେ। ଜଳବାୟୁ ନିୟନ୍ତ୍ରଣ, ଜଳ ବିଶୋଧନ ଏବଂ ଜୈବ ବିବିଧତା ସଂରକ୍ଷଣରେ ଜଙ୍ଗଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଜୀବିକା ନିର୍ବାହରେ ସହାୟକ ହେବା ସଙ୍ଗେ ସଙ୍ଗେ କାଠ ଏବଂ ଖାଦ୍ୟ ଭଳି ସମ୍ବଳ ପ୍ରଦାନ କରିଥାଏ ।

ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଧାନମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ସୀତାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


ପୁରସ୍କାର ପୁନର୍ବିନ୍ୟାସ

ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୧ ବିଶ୍ୱ ବନ ଦିବସ, ଜୁନ୍ ୫ ବିଶ୍ୱ ପରିବେଶ ଦିବସ, ଜୁଲାଇ ମାସରେ ବନ ମହୋତ୍ସବ ସପ୍ତାହ ପାଳନ ଏବଂ ଅକ୍ଟୋବର ମାସରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ କରାଯାଇଥାଏ। ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ କର୍ମଚାରୀ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କୁ ପୁରସ୍କାର ଦିଆଯାଏ। ଯେହେତୁ ଏହା ଏକ ସାମାଜିକ ଦାୟିତ୍ୱ ତେଣୁ ଏଥିରେ ସମସ୍ତଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସବୁ ପୁରସ୍କାର ଗୁଡିକର ପୁନର୍ବିନ୍ୟାସ କରିଛନ୍ତି। ଅନେକ ପୁରସ୍କାରର ସଂଖ୍ୟା ଓ ପୁରସ୍କାର ରାଶି ପରିମାଣ ମଧ୍ୟ ବୃଦ୍ଧି ହୋଇଛି। ଏହି ସମସ୍ତ ପୁରସ୍କାର ଆଜିଠାରୁ କାର୍ଯ୍ୟକାରୀ କରାଯାଉଛି।

 

ଏହି ପୁରସ୍କାର ଗୁଡିକ ହେଉଛି-

ବିଶ୍ୱ ବନ ଦିବସ (ମାର୍ଚ୍ଚ ୨୧)

• ବନ ବିଭାଗର କ୍ଷେତ୍ର କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ବନ ପୁରସ୍କାର- ଏଥିରେ ୪ଜଣ ଫରେଷ୍ଟ ରେଞ୍ଜର, ୧୨ ଜଣ ଫରେଷ୍ଟର ଓ ୨୪ ଜଣ ଫରେଷ୍ଟ ଗାର୍ଡଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସମସ୍ତଙ୍କୁ ମାନପତ୍ର, ମେଡାଲ ସହିତ ୧୦ ହଜାର ଟଙ୍କା ଲେଖାଏ ପୁରସ୍କାର ଦିଆଯିବ।

• ବନୀ କରଣ କିମ୍ବା ବୃକ୍ଷ ରୋପଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କାର- ଏଥିରେ ପ୍ରତ୍ୟେକ ସବ୍‌ଡିଭିଜନ୍‌ର ଗୋଟିଏ ଶିକ୍ଷାନୁଷ୍ଠାନକୁ ୧୦ ହଜାର ଟଙ୍କା ଏବଂ ପ୍ରତ୍ୟେକ ସବଡିଭିଜନର ଗୋଟିଏ ଗ୍ରାମପଞ୍ଚାୟତକୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ।

 

ବିଶ୍ୱ ପରିବେଶ ଦିବସ (ଜୁନ ୫)

• ପ୍ରକୃତି ମିତ୍ର ପୁରସ୍କାର-ଏଥିରେ ପ୍ରତ୍ୟେକ ବ୍ଲକର ଗୋଟିଏ ଗ୍ରାମ, ଗୋଟିଏ ଶିକ୍ଷାନୁଷ୍ଠାନ କିମ୍ବା ଗୋଟିଏ ପଞ୍ଜିକୃତ ସଂସ୍ଥାକୁ ଉଲ୍ଲେଖନୀୟ କାମ ପାଇଁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ।

• ପ୍ରକୃତି ବନ୍ଧୁ ପୁରସ୍କାର- ଏଥିରେ ପ୍ରତ୍ୟେକ ବ୍ଲକର ଜଣେ ବ୍ୟକ୍ତିକୁ ପରିବେଶର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ।

ବନ ମହୋତ୍ସବ ସପ୍ତାହ (ଜୁଲାଇ ପ୍ରଥମ ସପ୍ତାହ)

• ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର- ଏଥିରେ ବନ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଗୋଟିଏ ବନ ସୁରକ୍ଷା ସମିତିକୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ପ୍ରମାଣପତ୍ର ସହିତ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହା ସହିତ ପ୍ରତ୍ୟେକ ସବଡିଭିଜନରେ ମଧ୍ୟ ଗୋଟିଏ ଲେଖାଏ ବନ ସୁରକ୍ଷା ସମିତିକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ।

ବନ୍ୟ ପ୍ରାଣୀ ସପ୍ତାହ (ଅକ୍ଟୋବର ମାସ)

• ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର – ଏଥିରେ ବନ୍ୟ ପ୍ରାଣୀ ଓ ଜୈବ-ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଅନୁଷ୍ଠାନକୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ଗୋଟିଏ ସାର୍ଟିଫିକେଟ୍ ଓ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ପ୍ରତ୍ୟେକ ସବଡିଭିଜନ ସ୍ତରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଗୋଟିଏ ସାର୍ଟିଫିକେଟ ଓ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।

ମୁଁ ଥିଲି ପାକିସ୍ତାନ ସେନାର ବିଶ୍ୱସ୍ତ ଏଜେଣ୍ଟ: ତହବୁରର ଚାଞ୍ଚଲ୍ୟକର ବୟାନ

ଲସ୍କର-ଇ-ତୋଏବାରୁ ନେଇଛି ତାଲିମ

ଆରାବିକ ସମେତ ଅନେକ ଭାଷାରେ ପାରଙ୍ଗମ

ନୂଆଦିଲ୍ଲୀ, ୦୭/୦୭: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହବୁର ହୁସେନ ରାଣା ଉଗାଳିଛି ସତ। ପଚରାଉଚରା କରିବା ସମୟରେ ଏନଆଇଏ ଆଗରେ ସବୁ ସତ ସ୍ୱୀକାର କରିଛି। ପାକିସ୍ତାନ ସେନାର ଜଣେ ବିଶ୍ୱସ୍ତ ଓ ଭରସାଯୋଗ୍ୟ ଏଜେଣ୍ଟ ଥିବା ସେ ମାରିଛି। ପାକିସ୍ତାନ ସେନା ଏକ ଗୁପ୍ତ ମିଶନରେ ତାକୁ ସାଉଦି ଆରବ ପଠାଇଥିଲା।

ତହବୁର କହିଛି ଯେ, ପାକିସ୍ତାନୀ ସେନାର ଜଣେ ବିଶ୍ୱସ୍ତ ଏଜେଣ୍ଟ ଥିଲା। ଇରାକର କୁୱେତରେ ଆକ୍ରମଣ ସମୟରେ ତାକୁ ସାଉଦି ଆରବକୁ ଏକ ଗୁପ୍ତ ମିଶନରେ ପଠାଯାଇଥିଲା।

ତହବୁର କହିଛି ଯେ, ସେ ୧୯୮୬ ମସିହାରେ ରାୱଲପିଣ୍ଡିର ଆର୍ମି ମେଡିକାଲ କଲେଜରୁ ଏମବିବିଏସ ଶେଷ କରିବା ପରେ କ୍ୱେଟାରେ କ୍ୟାପ୍ଟେନ୍ (ଡାକ୍ତର) ଭାବରେ ନିଯୁକ୍ତ ହୋଇଥିଲେ।

ମୁମ୍ବାଇ ଆକ୍ରମଣର ପ୍ରମୁଖ ଅଭିଯୁକ୍ତ ଡେଭିଡ୍ ହେଡଲି ୨୦୦୩ରୁ ରୁ ୨୦୦୪ ମଧ୍ୟରେ ଲସ୍କର-ଏ-ତୋଏବାରେ ତିନୋଟି ପାଠ୍ୟକ୍ରମରେ ତାଲିମ ନେଇଥିଲେ। କିନ୍ତୁ ସେସବୁ ମନେ ନାହିଁ। ପାକିସ୍ତାନ ସହ ଜଡ଼ିତ ଥିବା ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଅବଦୁଲ ରେହମାନ ପାଶା, ସାଜିଦ ମୀର ଏବଂ ମେଜର ଇକବାଲ ଭଳି ପ୍ରମୁଖ 26/11 ଷଡ଼ଯନ୍ତ୍ରକାରୀଙ୍କୁ ଜାଣିଥିବା ମଧ୍ୟ ସ୍ୱୀକାର କରିଛି। ସେ ହିନ୍ଦୀ, ଇଂରାଜୀ, ଆରାବିକ୍ ଏବଂ ପାସ୍ତୋ ସମେତ ଅନେକ ଭାଷାରେ ପାରଙ୍ଗମ।

ସେନା କ୍ୟାରିୟର ବିଷୟରେ ପଚାରିବାରୁ ସେ କହିଛି ଯେ, ସିଆଚେନରେ ତାର ପୋଷ୍ଟିଂ ସମୟରେ ସେ ପଲମୋନାରୀ ଏଡିମାରେ ପୀଡିତ ଥିଲା, ଯାହା ଫଳରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାକିରି ରେ ଯୋଗ ଦେଇ ପାରିନଥିଲା ଏବଂ ଚାକିରିରୁ ବହିଷ୍କାର କରାଯାଇଥିଲା।

ସୂଚନାଯୋଗ୍ୟ, ୨୬/୧୧ ମୁମ୍ବାଇର ଲସ୍କର-ଇ-ତୋଏବା ଆତଙ୍କୀ ହମଲାରେ ୧୬୬ ଲୋକ ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣରେ ତହବୁର ରାଣାର ପ୍ରମୁଖ ଭୂମିକା ରହିଥିଲା।

ପୁଣି ବିଜେପି ସଭାପତି ହେବେ ମନମୋହନ ସାମଲ

ପୁଣି ବିଜେପି ସଭାପତି ହେବେ ମନମୋହନ ସାମଲ

ଏକମାତ୍ର ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ ପତ୍ର

ଭୁବନେଶ୍ୱର, ୦୭/୦୭: ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ମନମୋହନ। ଯାହା ପରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ମନମୋହନ। ଆସନ୍ତା କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଏହା ପରେ ଆସନ୍ତାକାଲି ବିଜେପି ସଭାପତି ଘୋଷଣା ହେବ।

ସୂଚନାଯୋଗ୍ୟ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ହୋଇଥିଲା

Sunday, July 6, 2025

ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରୟାସ

ଭୁବନେଶ୍ୱର, ୦୨/୦୭: ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ପୂର୍ବ ତଟ ରେଳପଥ ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ ଦ୍ୱୟରେ ଅତିରିକ୍ତ ଏସି-୩ ଟାୟାର କୋଚ୍ ଅସ୍ଥାୟୀ ସଂଯୋଗ ପାଇଁ ନିଷ୍ପତ୍ତି ନେଇଛି |  ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଅଧିକ ଚାହିଦା ଥିବା ସମୟରେ ଯାତ୍ରୀମାନଙ୍କ ପାଇଁ ଅଧିକ ଆରାମଦାୟକ ଏବଂ ସୁଗମ ଯାତ୍ରା ସୁନିଶ୍ଚିତ କରିବା |

22823/22824 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ 8 ଏବଂ 11 ଜୁଲାଇ 2025ରେ  ଏବଂ ନୂଆଦିଲ୍ଲୀରୁ 9 ଏବଂ 12 ଜୁଲାଇ 2025ରେ ଗୋଟିଏ ଅତିରିକ୍ତ ଏସି-3 ଟାୟାର କୋଚ୍ ସଂଯୋଗ ସହିତ ଏହାର ଗଠନକୁ ବର୍ଦ୍ଧିତ କରାଯିବ |

18417/18418 ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ 3 ରୁ 9 ଜୁଲାଇ 2025 ପର୍ଯ୍ୟନ୍ତ ପ୍ରତିଦିନ ରାଉରକେଲାରୁ ଏବଂ 4 ରୁ 10 ଜୁଲାଇ 2025 ପର୍ଯ୍ୟନ୍ତ ପ୍ରତିଦିନ ଗୁଣୁପୁରରୁ ଗୋଟିଏ ଅତିରିକ୍ତ ଏସି-3 ଟାୟାର କୋଚ୍ ସଂଯୋଗ ସହିତ ବର୍ଦ୍ଧିତ କରାଯିବ |

ଏହି ଅସ୍ଥାୟୀ ବୃଦ୍ଧିର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ଦୂର କରିବା ଏବଂ ଏହି ସମୟ ମଧ୍ୟରେ ସୁଗମ ଯାତ୍ରା ସୁନିଶ୍ଚିତ କରିବା |  ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଏବଂ ଉପଲବ୍ଧ ଅତିରିକ୍ତ ରହଣି ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି |

ପୂର୍ବ ତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି କରିବା ଏବଂ ବର୍ଦ୍ଧିତ ଟ୍ରାଫିକକୁ ଦକ୍ଷତାର ସହିତ ପରିଚାଳନା କରିବା ପାଇଁ ପ୍ରତିବଦ୍ଧ |  ଅଧିକ ବିବରଣୀ ଏବଂ ବୁକିଂ ପାଇଁ, ଯାତ୍ରୀମାନେ www.irctc.co.in ପରିଦର୍ଶନ କରିପାରିବେ କିମ୍ବା ନିକଟସ୍ଥ ରେଳ ଷ୍ଟେସନ ଅନୁସନ୍ଧାନ କେନ୍ଦ୍ର ସହିତ ଯୋଗାଯୋଗ କରିପାରିବେ |

Thursday, July 3, 2025

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପିର ପାଞ୍ଚ ଜଣ ସଦସ୍ୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ଦଳର ମୁଖ୍ୟ ସଦସ୍ୟତାରୁ ନିଲମ୍ବିତ କରିଛନ୍ତି। ପାଞ୍ଚ ଜଣ ସଦସ୍ୟ ହେଉଛନ୍ତି: କର୍ପୋରେଟର ଅନୁରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜିବ ମିଶ୍ର।

ୱାର୍ଡ ନମ୍ବର ୩୦, ୩୨, ୯, ୪୦ ଏବଂ ୪୪ ର ସଫେଇ କର୍ମୀମାନେ ଅଳିଆ ସଫା କରିବାକୁ ମନା କରି ପ୍ରତିବାଦ କରିଥିଲେ। କର୍ମଚାରୀମାନେ ସେମାନଙ୍କର ନିୟମିତ ଅଳିଆ ସଂଗ୍ରହ ପାଇଁ ଯାଇ ନଥିଲେ। ସେମାନେ ପ୍ରାୟ ୧୫ ଟି ଗାଡ଼ି ପାର୍କିଂ କରି ପ୍ରତିବାଦ ପାଇଁ ଏକାଠି ହୋଇଥିଲେ।

ଅନ୍ୟପଟେ ବିଏମସି ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣକୁ ଓଏଏସ୍ ଆସୋସିଏସନ୍ ନିନ୍ଦା କରିଥିଲା ଏବଂ ଓଏଏସ୍ ଅଧିକାରୀଙ୍କ ସାମୂହିକ ଛୁଟି ଡାକରା ଦେଇଥିଲା। ହେଲେ, ଗତ କାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ଓ ସାମୂହିକ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ।

ଏହା ପୂର୍ବରୁ ତିନି ଜଣଙ୍କୁ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି ପୋଲିସ। ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ଗତ କାଲି ବିଜେଡ଼ି ପକ୍ଷରୁ ଏହି ଘଟଣାକୁ ନେଇ ଜନପଥରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟାନ୍ୟ ବିଜେଡ଼ି ନେତାଙ୍କୁ ଉଠାଇ ନେଇଥିଲା ପୋଲିସ।

ବନ୍ଦ ହେବ ଇସ୍ରାଏଲ-ହମାସ ଯୁଦ୍ଧ ?

କାମ ଦେବ କି ଟ୍ରମ୍ପଙ୍କ ମଧ୍ୟସ୍ଥତା

ଟ୍ରମ୍ପ କଲେ ବଡ ଘୋଷଣା

ଜେରୁଜେଲମ, ୦୨/୦୭: କାମ ଦେବ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥି? ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ହୋଇଥିବା ବେଳେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରତି ହେବାକୁ ଯାଉଛି। ଏ ନେଇ ଟ୍ରମ୍ପ ନିଜେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।

ଟ୍ରମ୍ପ ମଙ୍ଗଳବାର ଘୋଷଣା କରି କହିଛନ୍ତି ଯେ, “ମୋ ପ୍ରତିନିଧିମାନେ ଗାଜାରେ ଆଜି ଇସ୍ରାଏଲ ଅଧିକାରୀଙ୍କ ସହିତ ଏକ ଦୀର୍ଘ ଏବଂ ଫଳପ୍ରଦ ବୈଠକ କରିଛନ୍ତି। ଇସ୍ରାଏଲ ୬୦ ଦିନ ପାଇଁ ଅସ୍ତ୍ରବିରତି ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀରେ ରାଜି ହୋଇଛି, ଏହି ସମୟ ମଧ୍ୟରେ ଆମେ ଯୁଦ୍ଧ ସମାପ୍ତ କରିବା ପାଇଁ ଉଭୟ ପକ୍ଷଙ୍କ ସହିତ କାମ କରିବୁ। ଶାନ୍ତି ଆଣିବାରେ ସାହାଯ୍ୟ କରିବା ପାଇଁ ବହୁତ କଠିନ ପରିଶ୍ରମ କରିଥିବା କତାର ଏବଂ ଇଜିପ୍ଟ ମଧ୍ୟ ଏହି ଚୂଡ଼ାନ୍ତ ପ୍ରସ୍ତାବ ପ୍ରଦାନ କରିବେ। ମୁଁ ଆଶା କରୁଛି, ମଧ୍ୟପ୍ରାଚ୍ୟର ମଙ୍ଗଳ ପାଇଁ, ହମାସ ଏହି ଚୁକ୍ତିନାମାକୁ ଗ୍ରହଣ କରିବ”। ବୋଲି ଟ୍ରମ୍ପ କହିଛନ୍ତି।

ହମାସ ଅଧିକାରୀ ତାହେର ଅଲ-ନୁନୁ କହିଛନ୍ତି ଯେ ହମାସ  ଚୁକ୍ତିନାମା କରିବା ପାଇଁ ପ୍ରସ୍ତୁତ। ଯୁଦ୍ଧର ଅନ୍ତ ଘଟାଇବା ଯେଉଁ ପଦକ୍ଷେପ ନେବାକୁ ପଡ଼ିବ ଆମେ କରିବୁ।

ତେବେ ଟ୍ରମ୍ପଙ୍କ ପୋଷ୍ଟ ପରେ ଇସ୍ରାଏଲର କୌଣସି ଅଧିକାରୀଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।

ଜଣେ ଇଜିପ୍ଟର ଅଧିକାରୀଙ୍କ ଅନୁଯାୟୀ, ବୁଧବାର ଦିନ ହମାସର ଏକ ପ୍ରତିନିଧି ଦଳ କାଏରୋରେ ଇଜିପ୍ଟ ଏବଂ କତାର ମଧ୍ୟସ୍ଥିଙ୍କ ସହ ଏହି ପ୍ରସ୍ତାବ ଉପରେ ଆଲୋଚନା କରିପାରନ୍ତି।

ଇସ୍ରାଏଲରର ରିପୋର୍ଟ ଅନୁଯାୟୀ, ହମାସ ୨୦୨୩ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଗାଜାରେ ଯୁଦ୍ଧ ଆରମ୍ଭ ହୋଇଥିଲା, ଯେଉଁଥିରେ ୧,୨୦୦ ଲୋକଙ୍କୁ ହତ୍ୟା କରାଯାଇଥିଲା ଏବଂ ୨୫୧ ଜଣଙ୍କୁ ବନ୍ଧକ କରାଯାଇଥିଲା। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ଆକ୍ରମଣରେ ୫୬ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି।

Wednesday, July 2, 2025

ସିଗାଚ୍ଛି କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଓଡ଼ିଆ

ଏକାଧିକ ଗୁରୁତର

ହାଇଦ୍ରାବାଦ, ୦୨/୦୭: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ସୋମବାର ଘଟିଥିବା ଭୟଙ୍କର ବିସ୍ଫୋରଣରେ ଚାରି ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି।

ମୃତକମାନେ ଗଞ୍ଜାମର ଜଗନ୍ନ ମୋହନ, କଟକର ତିଗିରିଆର ଲଗ୍ନଜିତ ଦୁଆରୀ, ବାଲେଶ୍ୱରର ମନୋଜ ରାଉତ ଏବଂ ଯାଜପୁରର ଦୋଳଗୋବିନ୍ଦ ସାହୁ ବୋଲି ଚିହ୍ନଟ କରାଯାଇଛି।

ଓଡ଼ିଶାର ଶ୍ରମ ଓ ପରିବାର କଲ୍ୟାଣ ବିଭାଗ କହିଛି ଯେ ରାଜ୍ୟର ଅନ୍ୟ ଚାରି ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି।

ସୋମବାର ଦିନ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ସିଗାଚ୍ଛି କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୪୨ରେ ପହଞ୍ଚିଛି। ଏହି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ଆଧାରର ସର୍ବାଧିକ ଉପଯୋଗିତା ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା

ସମସ୍ତ ସମ୍ଭାବନାକୁ ବାସ୍ତବତାରେ ରୂପାନ୍ତରିତ କରି ଜନସାଧାରଣଙ୍କ ଜୀବନକୁ ସହଜ କରିବା ପାଇଁ ଆଧାର ଏକ ପ୍ରକୃଷ୍ଟ ମାଧ୍ୟମ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୦୧/୦୭: ବିଗତ ଏକଦଶନ୍ଧି ମଧ୍ୟରେ ଆଧାର ଭାରତୀୟମାନଙ୍କ ଜୀବନକୁ ସହଜ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ଉଦାହରଣ ସ୍ୱରୂପ ଆଧାର ପ୍ଲାଟଫର୍ମ ବ୍ୟବହାର କରି ଓଡ଼ିଶା ସରକାର ଖୁବ୍‌ ଅଳ୍ପ ଦିନ ମଧ୍ୟରେ ‘ସୁଭଦ୍ରା’ ଭଳି ଯୁଗାନ୍ତକାରୀ ଯୋଜନାର ସଫଳ ରୂପାୟନ କରିପାରିଛନ୍ତି । ଆଧାର ଇକୋ ସିଷ୍ଟମ୍‌ର ବ୍ୟାପକ ବ୍ୟବହାର କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏକ ସମ୍ମିଳିତ ପ୍ରୟାସ କ୍ରମେ ରାଜ୍ୟରେ ଥିବା ସମସ୍ତ ସମ୍ଭାବନାକୁ ବାସ୍ତବତାରେ ରୂପାନ୍ତରିତ କରିପାରିଲେ ଓଡ଼ିଶାବାସୀଙ୍କ ଜୀବନ ଜୀବିକାକୁ ଅଧିକ ସହଜ ଓ ସାବଲୀଳ କରାଯାଇ ପାରିବ ବୋଲି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଶାବ୍ୟକ୍ତ କରିଛନ୍ତି ।

ୟୁଆଇଡିଏଆଇର ଆଞ୍ଚଳିକ କାର୍ଯ୍ୟାଳୟ, ହାଇଦ୍ରାବାଦ ଏବଂ ଓଡ଼ିଶା ସରକାରଙ୍କ ବୈଦୁତିକ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ମିଳିତ ଆନୁକୂଲ୍ୟରେ ଆଧାରର ସର୍ବାଧିକ ଉପଯୋଗିତା ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳା କୃଷି ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି ।

ଆଧାର କାର୍ଡ ଏବେ ଦେଶର ସର୍ବାଧିକ ବ୍ୟବହୃତ ଓ ବିଶ୍ୱାସଯୋଗ୍ୟ ପରିଚୟ ପତ୍ର । ଆଧାର ଅନୁବନ୍ଧନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଓକାକ୍‌ର ନିରନ୍ତର ପ୍ରୟାସ ଫଳରେ ଏହା ସମ୍ଭବପର ହୋଇପାରିଛି । ରାଜ୍ୟର ୫ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କର ଆଧାର ଅନୁବନ୍ଧନରେ ଆହୁରି ଅଧିକ କ୍ରିୟାଶୀଳତାର ଆବଶ୍ୟକତା ରହିଛି । ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ବୈଦ୍ୟୁତିକ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ପ୍ରକାଶ କରିଛନ୍ତି ।

ସାଧାରଣରେ ବିଶ୍ୱାସ ରହିଛି ଯେ ଆଧାର ଅନେକ ତଥ୍ୟକୁ ଏକତ୍ରିତ କରୁଛି । କିନ୍ତୁ ବାସ୍ତବରେ ଆଧାର ମାତ୍ର ୭ଟି ଅତି ଆବଶ୍ୟକୀୟ ତଥ୍ୟକୁ ଏକତ୍ରିତ କରି ଭାରତୀୟମାନଙ୍କର ଜୀବନକୁ ଅତି ସହଜ କରିପାରିଛି । ସଂପ୍ରତି ଦେଶର ପ୍ରାୟ ୯୫ ପ୍ରତିଶତ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି । ଦେଶରେ ପ୍ରତିଦିନ ପ୍ରାୟ ୯.୩୮ କୋଟି ପ୍ରାମାଣୀକରଣ ଆଧାର ମାଧ୍ୟମରେ ସହଜରେ ହୋଇ

ପାରୁଛି । ତା’ସହ ଆଧାର ପ୍ଲାଟଫର୍ମ ବ୍ୟବହାର କରାଯାଇ ଦେଶରେ ୨୪ ଶହରୁ ଉର୍ଦ୍ଦ୍ୱ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚି

ପାରୁଛି । ବ୍ୟାଙ୍କିଙ୍ଗ୍‌, ବୀମା, ଟେଲିକମ୍‌ ଭଳି କ୍ଷେତ୍ରର ପ୍ରାୟ ୫୫୦ଟି ସଂସ୍ଥାକୁ ଆଧାର ଇକୋ ସିଷ୍ଟମ୍‌ ବ୍ୟବହାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶର ବିଭିନ୍ନ ରାଜ୍ୟ ଆଧାର ପ୍ଲାଟଫର୍ମକୁ ବ୍ୟବହାର କରି ନୂତନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ତି । ଏହି ଯୋଜନାଗୁଡ଼ିକ ଲୋକମାନଙ୍କ ଜୀବନରେ ଆଶାତୀତ ଉନ୍ନତି ଆଣି ପାରିଛି । ଓଡ଼ିଶା ସରକାର ଆଧାର ବ୍ୟବହାର ଓ ନୂତନ ଯୋଜନା ପ୍ରଣୟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଆଜି ଉଭା ହୋଇଛନ୍ତି ବୋଲି ୟୁଆଇଡିଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭୁବନେଶ କୁମାର ଓଡିଶା ସରକାରକୁ ପ୍ରଶଂସା କରି କହିଛନ୍ତି ।

କର୍ଣ୍ଣାଟକରେ ଆଧାର ଉପରେ ପର୍ଯ୍ୟବେଶିତ ଭୂମି ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ବ୍ୟାପକ ସଫଳତା ହାସଲ କରାଯାଇପାରିଛି । କାରଣ ଏହି ବ୍ୟବସ୍ଥା ପ୍ରଚଳନ ପରେ ଅନେକ ଲୁକାୟିତ ତଥ୍ୟ ସରକାରଙ୍କ ନଜରକୁ ଆସି ପାରିଥିଲା । ଏହି ବ୍ୟବସ୍ଥାକୁ ବ୍ୟବହାର କରାଯାଇ କର୍ଣ୍ଣାଟକ ଭଳି ଓଡ଼ିଶାର କୃଷକମାନଙ୍କ ଜୀବନ ଜୀବିକାରେ କିପରି ବ୍ୟାପକ ପରିବର୍ତ୍ତନ କରାଯାଇପାରିବ ସେ ସମ୍ପର୍କରେ କର୍ଣ୍ଣାଟକ ସରକାରଙ୍କ ରାଜସ୍ୱ କମିଶନର ଶ୍ରୀ ସୁନୀଲ କୁମାର ପୋମାଲ ବର୍ଣ୍ଣନା କରିଥିଲେ ।

ଏହି କର୍ମଶାଳାରେ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀ ବିବେକ ଚନ୍ଦ୍ର ବର୍ମା, ପି.ସଙ୍ଗୀତା, କର୍ଣ୍ଣେଲ ନିଖିଲ ସିହ୍ନା, ସଂଜୀବ ଯାଦବ ପ୍ରମୁଖ ଆଧୁନିକ ସମୟରେ ଆଧାରର କାର୍ଯ୍ୟକାରିତା ଓ ବିବିଧ ଉପଯୋଗିତା ସମ୍ପର୍କରେ ବିସ୍ତୀର୍ଣ୍ଣ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ଆଧାର ଅନୁବନ୍ଧନରେ ଉଲ୍ଲେଖନୀୟ ସଫଳତା ପାଇଁ ଓକାକ୍‌ର ସିଇଓ ଡା. ପ୍ରଦୀପ କୁମାର ରାଉତ, ଶ୍ରୀ ପ୍ରଦୀପ ବିଶୋଇ ଏବଂ ଶ୍ରୀ ସୁଜିତ କୁମାର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ୟୁଆଇଡିଏଆଇର ଡିଡିଜି ଶ୍ରୀମତୀ ପି. ସଙ୍ଗୀତା ସ୍ୱାଗତ ଭାଷଣ ଦେଇଥିଲାବେଳେ ୟୁଆଇଡିଏଆଇ ରାଜ୍ୟ କାର୍ଯ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଦେବରାଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଆଧାରର ଅଂଶୀଦାରମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ ।

Tuesday, July 1, 2025

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପିର ପାଞ୍ଚ ଜଣ ସଦସ୍ୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ଦଳର ମୁଖ୍ୟ ସଦସ୍ୟତାରୁ ନିଲମ୍ବିତ କରିଛନ୍ତି। ପାଞ୍ଚ ଜଣ ସଦସ୍ୟ ହେଉଛନ୍ତି: କର୍ପୋରେଟର ଅନୁରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜିବ ମିଶ୍ର।

ୱାର୍ଡ ନମ୍ବର ୩୦, ୩୨, ୯, ୪୦ ଏବଂ ୪୪ ର ସଫେଇ କର୍ମୀମାନେ ଅଳିଆ ସଫା କରିବାକୁ ମନା କରି ପ୍ରତିବାଦ କରିଥିଲେ। କର୍ମଚାରୀମାନେ ସେମାନଙ୍କର ନିୟମିତ ଅଳିଆ ସଂଗ୍ରହ ପାଇଁ ଯାଇ ନଥିଲେ। ସେମାନେ ପ୍ରାୟ ୧୫ ଟି ଗାଡ଼ି ପାର୍କିଂ କରି ପ୍ରତିବାଦ ପାଇଁ ଏକାଠି ହୋଇଥିଲେ।

ଅନ୍ୟପଟେ ବିଏମସି ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣକୁ ଓଏଏସ୍ ଆସୋସିଏସନ୍ ନିନ୍ଦା କରିଥିଲା ଏବଂ ଓଏଏସ୍ ଅଧିକାରୀଙ୍କ ସାମୂହିକ ଛୁଟି ଡାକରା ଦେଇଥିଲା। ହେଲେ, ଗତ କାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ଓ ସାମୂହିକ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ।

ଏହା ପୂର୍ବରୁ ତିନି ଜଣଙ୍କୁ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି ପୋଲିସ। ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ଗତ କାଲି ବିଜେଡ଼ି ପକ୍ଷରୁ ଏହି ଘଟଣାକୁ ନେଇ ଜନପଥରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟାନ୍ୟ ବିଜେଡ଼ି ନେତାଙ୍କୁ ଉଠାଇ ନେଇଥିଲା ପୋଲିସ।

ଆଜିଠୁ ଟ୍ରେନ ଭଡା ବୃଦ୍ଧି

ଜାଣନ୍ତୁ କେତେ କିମି ପାଇଁ କେତେ ଭଡ଼ା ବଢ଼ିଛି


ନୂଆଦିଲ୍ଲୀ, ୦୧/୦୭: ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ଆଜିଠୁ ଭଡ଼ା ବୃଦ୍ଧି ପାଇଛି‌। ପାସେଞ୍ଜର ଟ୍ରେନର ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ କୌଣସି ବୃଦ୍ଧି ହୋଇନାହିଁ। ୫୦୧ କିମିରୁ ୧୫୦୦ କିମି ଦୂରତା ପାଇଁ ୫ ଟଙ୍କା, ୧୫୦୧ରୁ ୨୫୦୦ କିମି ପର୍ଯ୍ୟନ୍ତ ୧୦ ଟଙ୍କା ଏବଂ ୨୫୦୧ରୁ ୩୦୦୦ କିମି ଦୂରତା ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି। ଏ ନେଇ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି।

ସ୍ଲିପର କ୍ଲାସ ପ୍ରତି କିମିରେ ୫୦ ପଇସା ଏବଂ ପ୍ରଥମ ଶ୍ରେଣୀ ପ୍ରତି କିମିରେ ୫୦ ପଇସା ବୃଦ୍ଧି ପାଇଛି। ମେଲ/ଏକ୍ସପ୍ରେସ, ଦ୍ୱିତୀୟ ଶ୍ରେଣୀ, ସ୍ଲିପର କ୍ଲାସ, ପ୍ରଥମ ଶ୍ରେଣୀ ପାଇଁ ପ୍ରତି କିମି ପିଛା ୧ ପଇସା ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଏସି ଚେୟାର କାର୍, ଏସି-୩ ଟାୟାର /ଏସି-୩ ଟାୟାର ଇକୋନୋମି, ଏସି ୨-ଟାୟାର, ଏବଂ ଏସି ପ୍ରଥମ/ଏକଜିକ୍ୟୁଟିଭ ଶ୍ରେଣୀ ଲାଗି ପ୍ରତି କିଲୋମିଟରରେ ୦୨ ପଇସା ବୃଦ୍ଧି କରାଯାଇଛି।

ଏହି ଭଡା ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ବନ୍ଦେ ଭାରତ, ତେଜସ, ହମସଫର, ଅମୃତ ଭାରତ, ମହାମାନ, ଗତିମାନ, ଅନ୍ତ୍ୟୋଦୟ, ଜନ ଶତାବ୍ଦୀ, ଯୁବା ଏକ୍ସପ୍ରେସ, ଏହି ଭିଷ୍ଟାଡୋମ୍ କୋଚ୍, ଅନୁଭୂତି କୋଚ୍ ଏବଂ ସାଧାରଣ ଅଣ-ଉପନଗର ସେବା ଭଳି ପ୍ରିମିୟର ଏବଂ ସ୍ୱତନ୍ତ୍ର ଟ୍ରେନ ସେବା ପାଇଁ ଲାଗୁ ହୋଇଛି।

COASTAL NEWS

ଛାରପୋକ

ଜଣେ ରାଜା ତାଙ୍କ ଶୟନ କକ୍ଷରେ ନାର୍ପି ନାମକ ଏକ ବିଛା ପୋକ ରଖିଥିଲେ। ଯେତେବେଳେ ରାଜା ରାତିରେ ବାହାରକୁ ଯାଉଥିଲେ, ସେ ଚୋରି କରି ବାହାରକୁ ଆସୁଥିଲେ, ରାଜାଙ୍କ ରକ୍ତ ଶ...