AFFILIATE MARKETING

https://binomo.com?a=90810425bb57&t=0

Wednesday, January 17, 2024

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

COASTAL NEWS ODIA 1671

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ



ପୁରୀ - ( ନିମାଇଁ ଚରଣ ଦାସ ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହେଉଥିବା ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପର ଶୁଭ ମୁହୂର୍ଷର ଶୁଭକ୍ଷଣ ଯୁଗଯୁଗକୁ ସାକ୍ଷୀ ହୋଇରହିବ । ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର ଭକ୍ତ ତଥା ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେଉଛି।ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମକୁ ସୁବ୍ୟବସ୍ଥିତ କରିବା ଏବଂ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ନବୀନ ପଟ୍ଟନାୟକ ସ୍ଵପ୍ନ ଦେଖିଥିଲେ। 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ୧୯ ଅକ୍ଟୋବର ୨୦୧୯ରୁ ଆରମ୍ଭ ହୋଇଥିଲା । ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଗଜପତି ମହାରାଜା ଦିବ୍ୟସିଂହଦେବ ଶିଳା ସ୍ଥାପନ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୮ ମଠର ମହନ୍ତ ଓ ୧୦୮ଜଣ ବ୍ୟକ୍ତିଗତ ଜମିଦାତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଦିତ ମଧ୍ୟ କରିଥିଲେ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୫–ଟି ଅଧ୍ୟକ୍ଷ ଭି କେ କାର୍ତ୍ତିକେୟନ ପାଣ୍ଡିଆନ ନିଜକୁ ସଂପୂର୍ଣ୍ଣଭାବେ ଉତ୍ସର୍ଗ କରିଦେଇଥିଲେ। ପ୍ରକଳ୍ପ ପାଇଁ ବହୁ ବାଧାବିଘ୍ନ, ଅଦାଲତ ଲଢ଼େଇର ସମ୍ମୁଖୀନ ହେବାକୁ ପଡ଼ିଥିଲା ।


ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଲକ୍ଷ୍ୟକରି ଶ୍ରୀକ୍ଷେତ୍ର ପୁରୀ ସଜେଇ ହୋଇଛି। ପୁରୀର ପ୍ରମୁଖ ସାହି ଗଳିକୁ ବିଭିନ୍ନ ଆଲୋକମାଳାରେ ଆଲୋକିତ କରାଯାଇଛି। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଆଲୋକୀକରଣ କରାଯାଇଛି। ଖାଲି ବଡ଼ଦାଣ୍ଡ ନୁହେଁ, ଶ୍ରୀମନ୍ଦିର ଚାରିପାଖ ବିଭିନ୍ନ ଆଲୋକରେ ଆଲୋକିତ ହୋଇଛି। ମେଘନାଦ ପାଚେରିର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଛି। ରାତିରେ ଆଲୋକରେ ଝଲସୁଛି ମେଘନାଦ ପାଚେରି। 

ଶ୍ରୀସେତୁର ଶିରି ବଢ଼ାଇଛି ପଥରର କାରୁକାର୍ଯ୍ୟ। ସେତୁର ଉଭୟ ପାର୍ଶ୍ଵରେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର କଥା କହୁଛି। ପଥରର ଭାସ୍କର୍ଯ୍ୟା ସେତୁ ବଖାଣୁଛି ମାଣବସା ଚିତା ପରମ୍ପରାର ଗାଥା ଅତ୍ୟାଧୁନିକ ସେତୁରେ ଝଲସୁଛି ପରମ୍ପରାର ଛିଟା।କଳିଙ୍ଗ କଳା ସ୍ଥାପତ୍ୟର ନିଦର୍ଶନ ଭେଟି ଦେଉଛି ଶ୍ରୀସେତୁ। ଭକ୍ତ କେବଳ ଏହି ଟ୍ରମ୍ପଟ ସେତୁର ଅନୁଭବ ନେଉନାହାନ୍ତି, ଯାତାୟତବେଳେ ଓଡ଼ିଶାର କାରିଗରଙ୍କ କଳାକୃତିରେ ବିଭୋର ହେଉଛନ୍ତି।

ଶ୍ରୀ ସେତୁର ପ୍ରବେଶ ପଥରୁ ଆରମ୍ଭକରି ଜଗନ୍ନାଥବଲ୍ଲଭ ପାର୍କିଂରେ ପହଞ୍ଚିବା ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ପଥରର କାରୁକାର୍ଯ୍ୟ ଅଟକାଇଦେଉଛି । ସେଲଫି ନେବାକୁ। ରାସ୍ତାର ଉଭୟ ପାର୍ଶ୍ଵ ରେ ପତିତପାବନ ବାନାଠାରୁ ଆରମ୍ଭ କରି ଗରୁଡ଼ ସ୍ତମ୍ଭ ,ରାମାନନ୍ଦୀ ତିଳକ, ମହାପ୍ରଭୁଙ୍କ ଶଙ୍ଖ, ଚକ୍ର, ଗଦା, ପଦ୍ମ, କଠଉ, କୁଡୁଆରେ ଶ୍ରୀମନ୍ଦିରର ଭାସ୍କର୍ଯ୍ୟ ଶୋଭା ପାଉଛି। ପଥରେ ନିର୍ମିତ ସିଂହ ମୂର୍ତି ଓ ଶଙ୍ଖ ଚକ୍ର ମଧ୍ୟ ଭକ୍ତଙ୍କୁ ଆକୃଷ୍ଟ କରୁଛି। କିଛି ଭାସ୍କର୍ଯ୍ୟ ଏପରି ଭାରସାମ୍ୟରେ ସ୍ୱଳ୍ପ ସ୍ଥାନରେ
ପଥର ଉପରେ ଦଣ୍ଡାୟମାନ ହେଉଛି ଯାହାକୁ ଦେଖିଲେ ଭକ୍ତ ବା କଳାପ୍ରିୟ ଲୋକ ଅଭିଭୂତ ହୋଇଯାଉଛନ୍ତି। ଶ୍ରୀସେତୁର ନିର୍ମାଣ ଶୈଳୀ ଓ କଳା ସ୍ଥାପତ୍ୟ ଶୋଭାକୁ ଦ୍ବିଗୁଣିତ କରୁଛି।


ଦେଶ ବିଦେଶରୁ ପୁରୀ ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁ ଆଉ ଘଣ୍ଟା ଘଣ୍ଟା ଟ୍ରାଫିକ୍‌ରେ ଫସିବେନି କି ସମୟର ଅପଚୟ ହେବନି। ସହଜ ହେବ ଶ୍ରୀମନ୍ଦିରରେ ପହଞ୍ଚିବା ଓ ମହାପ୍ରଭୁଙ୍କୁ ଦର୍ଶନ କରିବା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନକରି ଶ୍ରଦ୍ଧାଳୁ ସାଉଁଟିବେ ସୁଖଦ ଅନୁଭୂତି। ଟ୍ରାଫିକ ଯନ୍ତ୍ରଣାର ତିକ୍ତ ଅନୁଭୂତି ଦୂର ହେବ। ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଭକ୍ତ ଓ ପର୍ଯ୍ୟଟକଙ୍କୁ ସୁବିଧା ଯୋଗାଇ ଦେବ। ଏହାମଧ୍ୟରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଧ୍ୟାନକେନ୍ଦ୍ର, ଲବି, ଫୁଡ଼କୋର୍ଟ ଓ ଶପିଂର ସୁବିଧା ରହିଛି। 

ଏହି ପ୍ରକଳ୍ପରେ ଭକ୍ତଙ୍କ ସୁବିଧାକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ପୂର୍ବରୁ ଧାଡ଼ି ବାନ୍ଧି ଖରାରେ ଠିଆ ହୋଇ ଦର୍ଶନ ପାଇଁ ଅପେକ୍ଷା କରୁଥିବା ଶ୍ରଦ୍ଧାଳୁ ଆଉ ଏ କଷ୍ଟ ପାଇବେ ନାହିଁ । ରାଜ୍ୟ ସରକାରଙ୍କର ଇଚ୍ଛାଶକ୍ତି, ମହାପ୍ରଭୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲପାଇବା କାରଣରୁ ଏହି ପ୍ରକଳ୍ପ ବାସ୍ତବ ରୂପ ନେଇପାରିଛି ।

ନିମାଇଁ ଚରଣ ଦାସ
ବରିଷ୍ଠ ସାମ୍ବାଦିକ,ପ୍ଲଟ ନଂ ୯୩୧୦,
ଭିଏସ୍ଏସ୍ ନଗର, ଭୁବନେଶ୍ୱର
ମୋ: ୭୯୭୮୭୦୪୮୮୪ 

22 STEPS OF SRIMANDIRA ଶ୍ରୀମନ୍ଦିରର ବାଇଶି ପାହାଚ

COASTAL NEWS ODIA 1670

22 STEPS OF SRIMANDIRA 
ଶ୍ରୀମନ୍ଦିରର ବାଇଶି ପାହାଚ 

  *🟢୨୨ ପାହାଚର ନାମ🟢*



*୧. ତ୍ରୀବା*
*୨. କୁମୁଦବତୀ*
*୩. ମନ୍ଦା*
*୪. ଚାନ୍ଦୋବତୀ*
*୫. ଦୟାବତୀ*
*୬. ରଞ୍ଜନୀ*
*୭. ରତିକା*
*୮. ରୋଦ୍ରା*
*୯. କ୍ରୋଧା*
*୧୦. ବଦ୍ରିକା*
*୧୧. ପ୍ରସାରଣୀ*
*୧୨. ବ୍ରତୀ*
*୧୩. ମାର୍ଜନୀ*
*୧୪. କ୍ଷାତୀ*
*୧୫. ରକ୍ତା*
*୧୬. ସନ୍ଦିପନୀ*
*୧୭. ଅଜପନୀ*
*୧୮. ମନ୍ଦାନ୍ତି*
*୧୯. ରୋହିଣୀ*
*୨୦. ରାମ୍ୟ*
*୨୧. ଉଗ୍ରା*
*୨୨. କ୍ଷୋଭିନୀ*

                    *👇🏵️*ଇତିହାସ*🏵️



*📝ବଉଳମାଳା ମାଙ୍କଡ଼ା ପଥରରେ ତିଆରି ବାଇଶି ପାହାଚର ନିର୍ମାଣ ସମ୍ପର୍କରେ ଏକ କିମ୍ବଦନ୍ତି ପ୍ରଚଳିତ । କିମ୍ବଦନ୍ତୀ ମତେ ନିଃସନ୍ତାନ ରାଜା ଭାନୁଦେବ ଜମ୍ବେଶ୍ୱରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ୱରଙ୍କୁ ଆରାଧନା କଲେ। ଜମ୍ବେଶ୍ୱର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।* 

                   *🔷*ବୈଶିଷ୍ଟ୍ୟ*🔷

*📝ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ଭକ୍ତମାନେ ବର୍ଷସାରା ବାଇଶି ପାହାଚ ବାଟଦେଇ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଶ୍ରୀ ଜୀଉମାନେ ଶ୍ରୀମନ୍ଦିର ର ରତ୍ନ ସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି ।*           


                *🔘ବିଭିନ୍ନ ତତ୍ତ୍ୱ ଓ ମତ*🔘

*▪️ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ଯଥା- ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତ, ଭ୍ରାନ୍ତି ଓ ପ୍ରଜ୍ଞା ।*

*▪️ଜଗନ୍ନାଥଙ୍କ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରି ଯିବାକୁ ପଡ଼ିଥାଏ । ତେଣୁ ଏହି ବାଇଶି ପାହାଚ ହେଉଛି ତତ୍ତ୍ୱମୟ ଓ ପବିତ୍ରମୟ ।*

*▪️ ବାଇଶି ପାହାଚରେ ଦ୍ୱିତୀୟ ସୋପାନରେ ରହିଛି ଯମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ୱାସ ରହିଛି । ବାଇଶି ପାହାଚର ତାତ୍ତ୍ୱିକ ମାହାତ୍ମ୍ୟ ଉପରେ ଅନେକ ବିଶ୍ୱାସ ପ୍ରଚଳିତ, ଯଥା;*

*🍁୧. କେତେକଙ୍କ ମତରେ ଦଶ ଅବତାର ଗୁଡ଼ିକର ଗୋଡ଼ ସଂଖ୍ୟା ମିଶି ବାଇଶି ହୋଇଥିବାରୁ ସେହି ଅନୁସାରେ ବାଇଶି ପାହାଚ ହୋଇଛି ।*

*🍁୨. ଦ୍ୱିତୀୟତଃ ପରଂବ୍ରହ୍ନ ହିରଣ୍ୟ ଗର୍ଭରେ ପଦ୍ମାସନରେ ଥାଆନ୍ତି । ଏହି ରତ୍ନବେଦୀ ନିକଟକୁ ଯିବାକୁ ହେଲେ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ ଦେଇ ଯିବାକୁ ହୁଏ । ଅଷ୍ଟ ବୈକୁଣ୍ଠ ଯଥା- ଶ୍ରୀବୈକୁଣ୍ଠ, କୌବଲ୍ୟ ବୈକୁଣ୍ଠ, କାରଣାର୍ଣ୍ଣବ ବୈକୁଣ୍ଠ, ଶେଷଶାୟୀ ବୈକୁଣ୍ଠ, ଶ୍ୱେତଦୀପ ବୈକୁଣ୍ଠ, ପରବେଶ୍ୟାମ ବୈକୁଣ୍ଠ, ଗଭୌଦକ ଶାୟୀ ବୈକୁଣ୍ଠ ଓ କୈଳାସ ବୈକୁଣ୍ଠ । ଏହି ଅଷ୍ଟ ବୈକୁଣ୍ଠ ନିମ୍ନରେ ଚଉଦ ଭୁବନ ବିଦ୍ୟମାନ । ଚଉଦ ଭୁବନ ମଧରେ ସପ୍ତଭୁବନ ମର୍ତ୍ତ୍ୟରେ ଓ ସପ୍ତଭୁବନ ପାତାଳରେ ଭୁମ୍ଫା, ଭୁବ, ସ୍ୱା, ମହ, ଜନ, ତପ ଓ ସତ୍ୟ ଏବଂ ସପ୍ତ ପାତାଳ ହେଉଛି ଅତଳ, ସ୍ୱତଳ, ବିତଳ, ତଳାତଳ, ମହୀତଳ, ରସାତଳ ଓ ପାତାଳ । ତେଣୁ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ (ସପ୍ତ ମର୍ତ୍ତ୍ୟ ଓ ସପ୍ତ ପାତାଳ) ମିଶି ବାଇଶି ଯାହାକି ବାଇଶି ପାହାଚର ପ୍ରତୀକ ରୂପେ ସୂଚିତ ହୋଇଛି ।*

*🍁୩. ଭାଗବତ ହେଉଛି ଜଗନାଥଙ୍କ ହୃଦୟର ଭାଷା ସ୍ୱରୂପ । ଏହା ଦ୍ୱାଦଶ (୧୨) ଖଣ୍ଡ ସହିତ ବାସୁଦେବ, ନୃସିଂହ, ରାମକୃଷ୍ଣ, ନାରାୟଣ, ଗୋବିନ୍ଦ, ମାଧବ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, କମଳା ଓ ଭୁବନେଶ୍ୱରୀ । ବାରଖଣ୍ଡ ଭାଗବତ ଓ ଦଶ ଦେବାଦେବୀ ମିଶି ବାଇଶି ସଂଖ୍ୟା ହେଉଛି ବାଇଶି ପାହାଚର ପ୍ରତିଫଳନ ।*

*🍁୪. ପଞ୍ଚମାତ୍ରା, ପଞ୍ଚଭୂତ, ପଞ୍ଚବୀଜ, ପଞ୍ଚଦେବଙ୍କ ସହିତ ଜୀବ ଓ ପରମ ଦୁଇ ମିଶି ବାଇଶି, ଏହାର ପ୍ରତୀକାମୂକ ହେଉଛି ବାଇଶି ପାହାଚ ।*

*🍁୫. ଅନ୍ୟ କେତେକଙ୍କ ମତରେ ବାଇଶିଟି ତୀର୍ଥ ଭୂମିର ସ୍ୱରୂପ ବାଇଶି ତତ୍ତ୍ୱର ପ୍ରତୀକ ଓ ବାଇଶିଟି ଭାବର ପ୍ରତୀକ ହେଉଛି ବାଇଶି ପାହାଚ ।*

*🍁୬. ପଞ୍ଚରସ, ଅଷ୍ଟାତାଳ୍ପିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ହେଉଛି ବାଇଶି । ଯାହାକି ବାଇଶି ପାହାଚରେ ପ୍ରତିଫଳିତ ରୂପେ କେତେକ କହନ୍ତି । ତେଣୁ ବାଇଶି ପାହାଚ ହେଉଛି ଅତ୍ୟନ୍ତ ତତ୍ତ୍ୱପୂର୍ଣ୍ଣ ଓ ରହସ୍ୟମୟ ।*

                     *🟢*ଗଠନ*🟢

*ପୁରୁଣା ବା ମୂଳ ସିଂହଦ୍ୱାରଠାରୁ ନୂଆ ସିଂହଦ୍ୱାର ପର୍ଯ୍ୟନ୍ତ ଲାଗିଥିବା ଏହି ପାହାଚକୁ ବାଇଶି ପାହାଚ ବୋଲି କୁହାଯାଏ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ଶ୍ରୀମନ୍ଦିର ପ୍ଳଟ ନଂ୧୫୭ (କ)ରେ ଏହା ଅବସ୍ଥିତ । ପୂର୍ବରୁ ଏଠାରେ ମହାପ୍ରସାଦ ବିକ୍ରି ହେଉଥଲା । ଭକ୍ତମାନେ ମହାପ୍ରସାଦ ଓ କୈବଲ୍ୟ ପାଉଥଲେ । ସେଥପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଲେଖିଛନ୍ତି :*

*❇️ବାଇଶି ପାବଚ୍ଛ ଗଲି ସୁଖେ , କୈବଲ୍ୟ ପସରା ବେନି ପାଶେ ।ଚାଣ୍ଡାଳୁ ବ୍ରାହ୍ମଣ ଶୁଦ୍ର ପରିଯନ୍ତେ, କୈବଲ୍ୟ ଭୂଞ୍ଜନ୍ତି ମୁଖେ ମୁଖେ ।*

*✍️ବାଇଶି ପାହାଚରେ ପ୍ରତି ପାହାଚର ଉଚ୍ଚ ୬ରୁ ୭ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି ।*

*✍️ଏହାର ଅଷ୍ଟାଦଶ ପାହାଚଟିର ପ୍ରସ୍ଥ ୧୫ ଫୁଟ, ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି । ଯାହା ଅର୍ଦ୍ଧଗୋଲାକାର ।*

*🔘ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ୱନାଥ ମନ୍ଦିର ରହିଛି । ଜନଶ୍ରୁତି ଅନୁଯାୟୀ ରାଜା ଭାନୁଦେବ ବାଇଶି ପାହାଚ ନିର୍ମାଣ କରିଥଲେ । ବାଇଶି ପାହାଚ ନିର୍ମାଣ କରିଥିବାରୁ ତାଙ୍କ ପୁତ୍ର ବିପଦମୁକ୍ତ ହୋଇଥବା କୁହଯାଏ ।*
                
*ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ଭକ୍ତମାନେ ବର୍ଷସାରା ବାଇଶି ପାହାଚ ବାଟଦେଇ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଶ୍ରୀ ଜୀଉମାନେ ଶ୍ରୀମନ୍ଦିର ର ରତ୍ନ ସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି ।*
         
*▪️ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ଯଥା- ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତ, ଭ୍ରାନ୍ତି ଓ ପ୍ରଜ୍ଞା ।*

*▪️ଜଗନ୍ନାଥଙ୍କ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରି ଯିବାକୁ ପଡ଼ିଥାଏ । ତେଣୁ ଏହି ବାଇଶି ପାହାଚ ହେଉଛି ତତ୍ତ୍ୱମୟ ଓ ପବିତ୍ରମୟ ।*

*▪️ ବାଇଶି ପାହାଚରେ ଦ୍ୱିତୀୟ ସୋପାନରେ ରହିଛି ଯମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ୱାସ ରହିଛି । ବାଇଶି ପାହାଚର ତାତ୍ତ୍ୱିକ ମାହାତ୍ମ୍ୟ ଉପରେ ଅନେକ ବିଶ୍ୱାସ ପ୍ରଚଳିତ, ଯଥା;*

*୧. କେତେକଙ୍କ ମତରେ ଦଶ ଅବତାର ଗୁଡ଼ିକର ଗୋଡ଼ ସଂଖ୍ୟା ମିଶି ବାଇଶି ହୋଇଥିବାରୁ ସେହି ଅନୁସାରେ ବାଇଶି ପାହାଚ ହୋଇଛି ।*

*୨. ଦ୍ୱିତୀୟତଃ ପରଂବ୍ରହ୍ନ ହିରଣ୍ୟ ଗର୍ଭରେ ପଦ୍ମାସନରେ ଥାଆନ୍ତି । ଏହି ରତ୍ନବେଦୀ ନିକଟକୁ ଯିବାକୁ ହେଲେ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ ଦେଇ ଯିବାକୁ ହୁଏ । ଅଷ୍ଟ ବୈକୁଣ୍ଠ ଯଥା- ଶ୍ରୀବୈକୁଣ୍ଠ, କୌବଲ୍ୟ ବୈକୁଣ୍ଠ, କାରଣାର୍ଣ୍ଣବ ବୈକୁଣ୍ଠ, ଶେଷଶାୟୀ ବୈକୁଣ୍ଠ, ଶ୍ୱେତଦୀପ ବୈକୁଣ୍ଠ, ପରବେଶ୍ୟାମ ବୈକୁଣ୍ଠ, ଗଭୌଦକ ଶାୟୀ ବୈକୁଣ୍ଠ ଓ କୈଳାସ ବୈକୁଣ୍ଠ । ଏହି ଅଷ୍ଟ ବୈକୁଣ୍ଠ ନିମ୍ନରେ ଚଉଦ ଭୁବନ ବିଦ୍ୟମାନ । ଚଉଦ ଭୁବନ ମଧରେ ସପ୍ତଭୁବନ ମର୍ତ୍ତ୍ୟରେ ଓ ସପ୍ତଭୁବନ ପାତାଳରେ ଭୁମ୍ଫା, ଭୁବ, ସ୍ୱା, ମହ, ଜନ, ତପ ଓ ସତ୍ୟ ଏବଂ ସପ୍ତ ପାତାଳ ହେଉଛି ଅତଳ, ସ୍ୱତଳ, ବିତଳ, ତଳାତଳ, ମହୀତଳ, ରସାତଳ ଓ ପାତାଳ । ତେଣୁ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ (ସପ୍ତ ମର୍ତ୍ତ୍ୟ ଓ ସପ୍ତ ପାତାଳ) ମିଶି ବାଇଶି ଯାହାକି ବାଇଶି ପାହାଚର ପ୍ରତୀକ ରୂପେ ସୂଚିତ ହୋଇଛି ।*

*୩. ଭାଗବତ ହେଉଛି ଜଗନାଥଙ୍କ ହୃଦୟର ଭାଷା ସ୍ୱରୂପ । ଏହା ଦ୍ୱାଦଶ (୧୨) ଖଣ୍ଡ ସହିତ ବାସୁଦେବ, ନୃସିଂହ, ରାମକୃଷ୍ଣ, ନାରାୟଣ, ଗୋବିନ୍ଦ, ମାଧବ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, କମଳା ଓ ଭୁବନେଶ୍ୱରୀ । ବାରଖଣ୍ଡ ଭାଗବତ ଓ ଦଶ ଦେବାଦେବୀ ମିଶି ବାଇଶି ସଂଖ୍ୟା ହେଉଛି ବାଇଶି ପାହାଚର ପ୍ରତିଫଳନ ।*

*୪. ପଞ୍ଚମାତ୍ରା, ପଞ୍ଚଭୂତ, ପଞ୍ଚବୀଜ, ପଞ୍ଚଦେବଙ୍କ ସହିତ ଜୀବ ଓ ପରମ ଦୁଇ ମିଶି ବାଇଶି, ଏହାର ପ୍ରତୀକାମୂକ ହେଉଛି ବାଇଶି ପାହାଚ ।*

*୫. ଅନ୍ୟ କେତେକଙ୍କ ମତରେ ବାଇଶିଟି ତୀର୍ଥ ଭୂମିର ସ୍ୱରୂପ ବାଇଶି ତତ୍ତ୍ୱର ପ୍ରତୀକ ଓ ବାଇଶିଟି ଭାବର ପ୍ରତୀକ ହେଉଛି ବାଇଶି ପାହାଚ ।*

*୬. ପଞ୍ଚରସ, ଅଷ୍ଟାତାଳ୍ପିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ହେଉଛି ବାଇଶି । ଯାହାକି ବାଇଶି ପାହାଚରେ ପ୍ରତିଫଳିତ ରୂପେ କେତେକ କହନ୍ତି । ତେଣୁ ବାଇଶି ପାହାଚ ହେଉଛି ଅତ୍ୟନ୍ତ ତତ୍ତ୍ୱପୂର୍ଣ୍ଣ ଓ ରହସ୍ୟମୟ ।*
    
*ପୁରୁଣା ବା ମୂଳ ସିଂହଦ୍ୱାରଠାରୁ ନୂଆ ସିଂହଦ୍ୱାର ପର୍ଯ୍ୟନ୍ତ ଲାଗିଥିବା ଏହି ପାହାଚକୁ ବାଇଶି ପାହାଚ ବୋଲି କୁହାଯାଏ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ଶ୍ରୀମନ୍ଦିର ପ୍ଳଟ ନଂ୧୫୭ (କ)ରେ ଏହା ଅବସ୍ଥିତ । ପୂର୍ବରୁ ଏଠାରେ ମହାପ୍ରସାଦ ବିକ୍ରି ହେଉଥଲା । ଭକ୍ତମାନେ ମହାପ୍ରସାଦ ଓ କୈବଲ୍ୟ ପାଉଥଲେ । ସେଥପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଲେଖିଛନ୍ତି :*

*❇️ବାଇଶି ପାବଚ୍ଛ ଗଲି ସୁଖେ , କୈବଲ୍ୟ ପସରା ବେନି ପାଶେ ।ଚାଣ୍ଡାଳୁ ବ୍ରାହ୍ମଣ ଶୁଦ୍ର ପରିଯନ୍ତେ, କୈବଲ୍ୟ ଭୂଞ୍ଜନ୍ତି ମୁଖେ ମୁଖେ ।*

*✍️ବାଇଶି ପାହାଚରେ ପ୍ରତି ପାହାଚର ଉଚ୍ଚ ୬ରୁ ୭ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି ।*

*✍️ଏହାର ଅଷ୍ଟାଦଶ ପାହାଚଟିର ପ୍ରସ୍ଥ ୧୫ ଫୁଟ, ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି । ଯାହା ଅର୍ଦ୍ଧଗୋଲାକାର ।*

*🔘ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ୱନାଥ ମନ୍ଦିର ରହିଛି । ଜନଶ୍ରୁତି ଅନୁଯାୟୀ ରାଜା ଭାନୁଦେବ ବାଇଶି ପାହାଚ ନିର୍ମାଣ କରିଥଲେ । ବାଇଶି ପାହାଚ ନିର୍ମାଣ କରିଥିବାରୁ ତାଙ୍କ ପୁତ୍ର ବିପଦମୁକ୍ତ ହୋଇଥବା କୁହଯାଏ ।*ଜୟ ଜଗନ୍ନାଥ 🌹

COASTAL NEWS ODIA 1669 ୧୯୪୮ ରେ ସ୍ଥାପିତ ମଧୁସାଗର ବିଦ୍ୟାପୀଠର ପ୍ଲାଟିନମ୍ ଜୁବୁଲି

COASTAL NEWS ODIA 1669

୧୯୪୮ ରେ ସ୍ଥାପିତ ମଧୁସାଗର ବିଦ୍ୟାପୀଠର ପ୍ଲାଟିନମ୍ ଜୁବୁଲି



ମାର୍ଶାଘାଇ - (CNO) - ବନବିଦ୍ୟାଳୟ ଶୈଳୀରେ ଗଢା ହୋଇଥିବା ମଧୁସାଗର ବିଦ୍ୟାପୀଠର ସ୍ୱତନ୍ତ୍ରତା ଥିଲା। ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶରେ ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତାମଣି ଗୁରୁଜୀଙ୍କ ଦ୍ବାରା ପ୍ରତିଷ୍ଠା ଲାଭ କରିଥିବା ଏହି ଅନୁଷ୍ଠାନ ଏକ ମଣିଷ ତିଆରି କାରଖାନା ଥିଲା ବୋଲି ପ୍ଲାଟିନମ୍ ଜୁବୁଲି ଉତ୍ସବର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । 

ପୁରାତନ ଛାତ୍ର ସଂସଦର ସଭାପତି ପ୍ରହ୍ଲାଦ ଚନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ଅଫ୍ ଇଣ୍ଡିଆର ଆଜୀବନ ସଦସ୍ୟ ଶ୍ରୀରାମ ଦାସ ମୁଖ୍ୟବକ୍ତା, ପ୍ରାକ୍ତନ ଛାତ୍ର ତଥା ଆଇନଜୀବୀ ଧ୍ରୁବ ଚରଣ ଜେନା, ଭକ୍ତଚରଣ ମଲ୍ଲ, କୁହୁଡି ସରପଂଚ ପ୍ରଭାତ ରଂଜନ ଦାସ, ଜିଲ୍ଲାପରିଷଦ ସଦସ୍ୟା ଦୁର୍ଗାବତୀ ପ୍ରଧାନ, ମୋସ୍କୁଲ ଅଭିଯାନର ସଭାପତି ଭ୍ରମର ରାଉତ, ଉମାକାନ୍ତ ଦାସ ସମ୍ମାନିତ ଅତିଥିଭାବରେ ଯୋଗ ଦେଇଥିଲେ। 

ପ୍ରାକ୍ତନ ଛାତ୍ର ଭକ୍ତ ଚରଣ ମଲ୍ଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଧୀରଂଜନ ବାରିକ ମଂଚ ସଂଯୋଜନା ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଦ୍ୟାପୀଠର ମୁଖପତ୍ର ‘୭୫ବର୍ଷର ସ୍ମୃତିକଥା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ଓ ଜୁବୁଲି କମିଟି ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଚିନ୍ତାମଣି ଗୁରୁଜୀଙ୍କ ଆଦର୍ଶରେ ଅନୁପ୍ରାଣିତ  ପ୍ରାକ୍ତନ ଛାତ୍ର ଭ୍ରମର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। 

ଜାନୁଆରୀ 29 ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ

COASTAL NEWS ODIA 1668

ଜାନୁଆରୀ 29 ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ 


ଭୁବନେଶ୍ବର - (CNO) - ଓଡିଶା ସରକାର ରାଜ୍ୟରେ ଶିକ୍ଷକ କର୍ମଗରୀ ମାରଣ ନୀତି ର ବିରୋଧ କରିଛନ୍ତି ପ୍ରାଥମିକ ଶିକ୍ଷକମାନେ । ସରକାର ସମସ୍ତଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରୁନାହାଁନ୍ତି ।ମାଧ୍ୟମିକ ବିଦ୍ୟାଳୟକୁ ୫-ଟିରେ ରୂପାନ୍ତରିତ କରିଥିଲେ ମଧ୍ୟ ପ୍ରାଥମିକ ବିଦ୍ୟାଳୟକୁ ଏଥୁରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ । ଶିକ୍ଷା ଅଧିକାର ଆଇନରେ ସମସ୍ତ ପଞ୍ଚମଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀରେ ରୂପାନ୍ତରିତ କରିବା ଯାହା ଆଇନ ଥୁଲା, ତାହା ନାଲିଫିତା ତଳେ ଆଜି ପର୍ଯ୍ୟନ୍ତ ଗପିହୋଇ ରହିଛି । 

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ବ୍ୟୟ ବରାଦ ଅଧିକ ନ ହେବାରୁ ସେମାନେ ଅପପୁଷ୍ଟିର ଶିକାର ହେଉଛନ୍ତି । ଯାହାଦ୍ବାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା ହୋଇପାରୁ ନାହିଁ । ଶିକ୍ଷା ଅଧ୍ବକାର ଅଧ୍ୱନିୟମକୁ ଆମ ରାଜ୍ୟରେ ଆଦୌ କାର୍ଯ୍ୟକାରୀ କଲେ ନାହିଁ । ବିଭିନ୍ନ ଜିଲ୍ଲାରେ ପ୍ରଧାନ ଶିକ୍ଷକ, ଗ୍ରାଜୁଏଟ ଶିକ୍ଷକ ପଦବୀ ସଂଖ୍ୟା ବହୁ ସଂଖ୍ୟାରେ ଖାଲି ପଡ଼ିଥିଲେ ମଧ୍ୟ ପଦୋନ୍ନତି କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟର ସମସ୍ତ ଠିକା କର୍ମଋରୀ ମାନଙ୍କୁ ୬ ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ଇନକ୍ରିମେଣ୍ଟ ଦେଇ ମୂଳ ଖରକିରରେ ଗଣନା କରିବା ସହିତ ସେମାନଙ୍କୁ ନିୟମିତ କରାଗଲା । ପ୍ରାଥମିକ ଶିକ୍ଷାରୁ ନା ଉଠିଲା ଠିକା ନିଯୁକ୍ତି ନା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଗଲା । ଯେଉଁ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ କମ୍ ଟଙ୍କା ପାରିତୋଷିକ ପାଇ ରାଜ୍ୟ ସରକାରଙ୍କ ରାଜକୋଷକୁ ଭରଣା କରିଥିଲେ ସେମାନଙ୍କର ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଋକିରିରେ ଗଣନା କରାଗଲା ନାହିଁ । ଆମ ଦେଶର ପ୍ରାୟ ସବୁ ରାଜ୍ୟର ପ୍ରାଥମିକ ଶିକ୍ଷକ କେନ୍ଦ୍ରୀୟ ହାରରେ ଦରମା ପାଉଥିବା ବେଳେ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକ ୨୨୦୦ ଗ୍ରେଡ୍ ପେରେ ଦରମା ପାଉଛନ୍ତି । ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି । 

ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ସରକାର ବହୁ ଭାଗରେ ବିଭକ୍ତ କରି ଶୋଷଣ କରୁଛନ୍ତି । ଏକ୍ସ-କ୍ୟାଡ଼ର ମାନଙ୍କୁ କ୍ୟାଡ଼ରଭୁକ୍ତ କରୁନାହାଁନ୍ତି ଓ କଳାକ୍ରିଡ଼ା ଶିକ୍ଷକ ମାନଙ୍କର କ୍ୟାରିଅର ଆଡ଼ଭାନସମେଣ୍ଟ ପଲିସ କରୁନାହାଁନ୍ତି ।ଜଗତୀକରଣ, ଉଦାରୀକରଣ ଅର୍ଥନୀତି ଋପରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୫ ମସିହା ଠାରୁ ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି, ଶିକ୍ଷକ କର୍ମଚାରୀ ମାନଙ୍କୁ ସେଥ୍‌ରେ ବିଶେଷ କିଛି ଅବସରକାଳୀନ ସୁବିଧା ସୁଯୋଗ ମିଳୁନାହିଁ । ଜଣେ ଶିକ୍ଷକ ଅବସର ନେବା ପରେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି । ଯାହାଦ୍ବାରା ଅବସରର ଅବଶିଷ୍ଟ ଜୀବନକାଳ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି । ୧ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ନଭେମ୍ବର-୨୦୨୨ରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । 

ମୁଖ୍ୟ ଶାସନ ସଚିବଙ୍କ ସହିତ ଦୁଇଥର ଆଲୋଚନା ଓ ଲିଖୁତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା । କିନ୍ତୁ ସରକାର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କଲେ । ପ୍ରତିଶ୍ରୁତିର ୧୦ ମାସ ପରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି ସେପ୍ଟେମ୍ବର-୨୦୨୩ରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ । ମିନିଷ୍ଟେରିଆଲ କମିଟି ସହିତ ଆଲୋଚନା ଓ ୫-ଟି ଅଧକ୍ଷକଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ କୁ ସୁଗିତ ରଖାଯାଇଥିଲା । ଡିସେମ୍ବର ମାସରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ କରାଯିବ ବୋଲି ସମସ୍ତେ ଆଶା ରଖୁଥିଲେ । କିନ୍ତୁ ଡିସେମ୍ବରରେ କୌଣସି ଦାବି ପୂରଣ କରାଗଲା ନାହିଁ । 

ରାଜ୍ଯ ସରକାର ୩ଟି ମୁଖ୍ୟ ଦାବି ପୂରଣ ନକରି କ୍ୟାଡ଼ର ସଂଶୋଧନ କରୁଛନ୍ତି ବୋଲି ଶୁଣାଯାଉଛି । ଯଦି ସରକାର ଆସନ୍ତା ୨୭ ତାରିଖ ସୁଦ୍ଧା ଦାବି ପୂରଣ ନକରିବେ, ତେବେ ବାଧ୍ୟ ହୋଇ ପ୍ରାଥମିକ ଶିକ୍ଷକମାନେ ଜାନୁଆରୀ ୨୯ ତାରିଖ ଦିନ ସବୁବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଦିଲ୍ଲୀପ ସେଠୀ, ଦାପକ ସାହୁ, ଅଗାଧୁ ସେଠୀ,ଟୁଲୁ ଦେଇ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ସଂଗଠନ ସମ୍ପାଦକ ଆଭାଲିନ ପରିଡ଼ା, ଜନ୍ମଞ୍ଜୟ ପରିଡ଼ା, ଝୁନା ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ। 

COASTAL NEWS ODIA 1667 ଛାତ୍ରୀଙ୍କ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

COASTAL NEWS ODIA 1667

 ଛାତ୍ରୀଙ୍କ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ



ଧରାକୋଟ - (CNO) ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବାହାରପୁର ଗ୍ରାମ ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ଛାତ୍ରୀ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଛାତ୍ରୀ ଜଣକ ହେଲେ ସପ୍ତମ ଶେଣ୍ରୀର ରାଣୀ ଭୁୟା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ତେବେ ଏପର୍ଯ୍ୟନ୍ତ ବିଷ ପିଇବା ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନାନୁସାରେ ଛାତ୍ରୀ ଜଣକ ସ୍କୁଲର ଖାଇବା ଛୁଟିରେ ବ୍ୟାଗରେ ନେଇଥିବା ଏକ ବିଷ ବୋତଲରୁ ବିଷ ପିଇ ଦେଇଥିବା ଜଣେ ସହପାଠୀ ଦେଖ୍ ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଧରାକୋଟ ଅଣାଯାଇଥିଲା । ହେଲେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । 

ସେପଟେ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ପ୍ରତିକ୍ରିୟା କହିଛନ୍ତି ବିଷ ସ୍କୁଲକୁ ଆସିଲା କେମିତି ତା ଉପରେ ତଦନ୍ତ କରାଯିବ । ଆଗାମୀ ଦିନରେ ଏହା ଉପରେ ଅଧିକ ଯତ୍ନବାନ ହେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଜାଗ ରହିବାକୁ ହେବ । ଅଭିଭାବକମାନଙ୍କୁ ଏ ନେଇ କାଉନସେଲିଂ କରାଯିବ ବୋଲି ବିଇଓ କହିଛନ୍ତି । ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତେବେ ସେ ବିଷ ପିଇ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏନେଇ କିଛି ସ୍ପଷ୍ଟ ହୋଇନି ।    


ଆଜିର ରାଶିଫଳ

COASTAL NEWS ODIA 1666

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୧୭ ତାରିଖ ୨୦୨୪ ମସିହା(ବୁଧବାର)*
*✧═════•❁❀❁•════✧*

*ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹ମେଷ🌹👉ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।*
*✧═════•❁❀❁•═════✧*
*🌹ବୃଷ🌹👉ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।* 

*✧═════•❁❀❁•═════✧*
*🌹ମିଥୁନ🌹👉ଆଜି  ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।  ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।*

*✧═════•❁❀❁•═════✧*
*🌹କର୍କଟ🌹👉ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।* 
*✧═════•❁❀❁•═════✧*
*🌹ସିଂହ 🌹👉ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ  ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ*, 

*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।* 
*✧═════•❁❀❁•═════✧*
*🌹ତୁଳା🌹👉ଆଜି ପରିବାରରେ  ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।*

*✧═════•❁❀❁•═════✧*
*🌹ବିଛା🌹👉କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।*

*✧═════•❁❀❁•═════✧*
*🌹ଧନୁ🌹👉ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।*

*✧═════•❁❀❁•═════✧*
*🌹ମକର🌹👉ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।*
*✧═════•❁❀❁•═════✧*

*🌹କୁମ୍ଭ🌹👉ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।*
*✧═════•❁❀❁•═════✧*

*🌹ମୀନ🌹👉କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।*
*✧═════•❁❀❁•═════✧*

ପଟ୍ଟାମୁଣ୍ଡାଇ

COASTAL NEWS ODIA 1665

ପଟ୍ଟମୁଣ୍ଡାଇ 
ପଟ୍ଟାମୁଣ୍ଡାଇ 



ପଟ୍ଟାମୁଣ୍ଡାଇ - (CNO) କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପ୍ରମୂଖ ବ୍ୟବସାୟିକ ପେଣ୍ଠସ୍ଥଳ | ପଟ୍ଟାମୁଣ୍ଡାଇର ନାମକରଣ ସଂପର୍କରେ ଅନେକ ଲୋକକଥା ରହିଛି। ଘୋଡ଼ାଡିଆଁ ପାଟ, ବୋଇତାଳ ପାଟ ଓ ଓସଙ୍ଗରାପାଟ ଏହି ପାଟ ଗୁଡିକର ର ମିଶ୍ରଣକୁ ଉତିକଣ ପାଟ କୁହାଯାଉଥିଲା। ଏହି ବିଶାଳକାୟ ନିମ୍ନଭୂମି ଅଧିକାଂଶ ସମୟରେ ଜଳପୂର୍ଣ୍ଣ ହୋଇ ରହୁଥିଲା । ଏପରିକି ଏହି ପାଟରେ ଡଙ୍ଗା, ବୋଇତ ପ୍ରଭୃତି ଜଳଯାନ ଯାତାୟତ କରିପାରୁଥିଲା । ଉପରୋକ ତିନିଟି ପାଟମଧ୍ୟରୁ ବୃହତ୍ତମ ପାଟକୁ ବୋଇତାଳପାଟ ବୋଲି କୁହାଯାଉଥିଲା। 

ଏହି ବିଶାଳ ପାଟର ଅବବାହିକା ଅଂଚଳରେ ଥିବା ଜନବସତିଗୁଡିକୁ ପ୍ରଥମେ ପାଟମୁଣ୍ଡ ଗ୍ରାମ ଭାବେ ନାମିତ କରାଯାଇଥିଲା। ସେହି ଦୃଷ୍ଟିରୁ ପଟ୍ଟାମୁଣ୍ଡାଇର ପ୍ରଥମ ନାମଥିଲା ‘ପାଟମୁଣ୍ଡା’। ସୁବିଧା ସୃଷ୍ଟିରୁ କାଳକ୍ରମେ ପାଟମୁଣ୍ଡକୁ ପାଟମୁଣ୍ଡିଆ, ପାଟମୁଣ୍ଡେଇ, ପରେ ଅପଭ୍ରଂଶ ହୋଇ ପାଟମୁଣ୍ଡି ଓ ପରେ ପାଟମୁଣ୍ଡେଇ ବୋଲି କୁହାଯାଉଥିଲା। ଏବଂ ଶେଷରେ ‘ପଟ୍ଟାମୁଣ୍ଡାଇ’ରେ ଅଟକି ଗଲା। 


ସନ ୧୯୨୧ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଥାନାର ନାମ ‘ପଟ୍ଟାମୁଣ୍ଡି’ ଲେଖାଯାଉଥିଲା ବୋଲି ଅଂଚଳର ବିଶିଷ୍ଟ ସାହିତ୍ୟିକ ଦିବାକର ବିଶ୍ବାଳ କୁହନ୍ତି| | ଇତି ମଧ୍ୟରେ ପଟାକୁ ପଟ୍ଟା କରିଦିଆଯାଇଛି ଏବଂ ସୂର୍ଯ୍ୟାସ୍ତ ଆଇନ ବଳରେ ଜମିଦାରି ନିଲାମ ହେବା ପରଠାରୁ ଏହି ପଟ୍ଟାମୁଣ୍ଡାଇର ନାମକରଣ ପ୍ରଚଳିତ ହୋଇଆସୁଛି। ଆଜିମଧ୍ୟ ପଟ୍ଟାମୁଣ୍ଡାଇ ଏହିସବୁ ପାଟନାଳିରେ ଜାଲ ଭଳିଛନ୍ଦି ହୋଇରହିଛି। ଜଳସେଚନ ପାଇଁ ଉତିକଣ ଭେଡାର ବୋଇତାଳ ପାଟରେ ଶତାଧିକ ପାଟନାଳି ସକ୍ରିୟ ହୋଇ ରହିଛି। 


୧୮୬୬ ମସିହାରେ ରେଭେନସା ସାହେବ ପଟ୍ଟାମୁଣ୍ଡାଇ କେନାଲ ଖୋଳାଇ ସମସ୍ତ ପଟ୍ଟାମୁଣ୍ଡାଇକୁ ସମାନ ଦୁଇ ଭାଗ କରିଦେଇଥିଲେ। ଧୋୟା ଅଂଚଳ ଓ ଅଣଧୋୟାଞ୍ଚଳ |ଏହାଫଳରେ ୫୦ ଭାଗ ପଟ୍ଟାମୁଣ୍ଡାଇ ଅଂଚଳ କେନାଲ ଜଳସେଚିତ ଅଂଚଳ ଭାବେ ରହିଥିବା ବେଳେ ତାହାସହ ପାଟନାଳିଗୁଡିକ ମଧ୍ୟ କେନାଲ ଜଳରେ ପରିପୃଷ୍ଟ ହୋଇ ଜଳ ସେଚନ କାର୍ଯ୍ୟ ତୁଲାଇ ଆସୁଛି। ଏବେ ପଟ୍ଟାମୁଣ୍ଡାଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପଟ୍ଟମୁଣ୍ଡାଇ ସହରାଞ୍ଚଳ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି l

Monday, January 15, 2024

ରାମ ମନ୍ଦିରରେ ସ୍ଥାପନା ହେବ ଅରୁଣ ଯୋଗୀରାଜଙ୍କ ହାତତିଆରି ପ୍ରଭୁ ରାମଙ୍କ ମୂର୍ତ୍ତି

COASTAL NEWS ODIA 1664

ରାମ ମନ୍ଦିରରେ ସ୍ଥାପନା ହେବ ଅରୁଣ ଯୋଗୀରାଜଙ୍କ ହାତତିଆରି ପ୍ରଭୁ ରାମଙ୍କ ମୂର୍ତ୍ତି



ଅଯୋଧ୍ୟା - (CNO) ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଛି । ଶ୍ରୀ ରାମ ଜନ୍ମ ଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଏହି ମୂର୍ତ୍ତିର ଓଜନ 150 ରୁ 200 କିଲୋଗ୍ରାମ ଅଟେ । 

ଚମ୍ପତ ରାୟ କହିଛନ୍ତି ଯେ ଅରୁଣ ଯୋଗୀ ରାଜ କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଏବଂ ଇଣ୍ଡିଆ ଗୀତରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଅଯୋଧ୍ୟାରେ ମୂର୍ତ୍ତି ତିଆରି କରୁଥିବାବେଳେ ତାଙ୍କୁ ପନ୍ଦର ଦିନ ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ଠାରୁ ମଧ୍ୟ ଦୂରରେ ରଖାଯାଇଥିଲା। ତାଙ୍କର ପ୍ରତିମା ଚୟନ କରାଯାଇଛି।  ସେ କହିଛନ୍ତି ଯେ ମନ୍ଦିରରେ ସ୍ଥାପନ ହେବାକୁ ଥିବା ଏହି ପ୍ରତିମା ପ୍ରଭୁ ରାମଙ୍କ  ପାଞ୍ଚ ବର୍ଷର ଅଟେ।  ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମାକୁ ଶ୍ରୀ ରାମ ଜନ୍ମ ଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ଵାରା ଚୟନ କରାଯାଇଛି।

ଭାରତ ବନାମ ଆଫଗାନିସ୍ଥାନ ମ୍ୟାଚ୍ ରେ ଆଫଗାନିସ୍ତାନ କୁ ପ୍ରଥମ ଟି-20 ରେ ହରାଇଲା ଭାରତ

COASTAL NEWS ODIA 1663

ଭାରତ ବନାମ ଆଫଗାନିସ୍ଥାନ ମ୍ୟାଚ୍ ରେ ଆଫଗାନିସ୍ତାନ କୁ ପ୍ରଥମ ଟି-20 ରେ ହରାଇଲା ଭାରତ


ମୋହାଲି - (CNO) ଭାରତ ବନାମ ଆଫଗାନିସ୍ଥାନ ମ୍ୟାଚ୍ ରେ ଆଫଗାନିସ୍ତାନ କୁ ପ୍ରଥମ ଟି-20 ରେ ହରାଇଲା ଭାରତ । ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦଳ 5 ୱିକେଟ୍ ହରାଇ 158 ରନ୍ କରିଥିଲା । 

ଏହାର ଜବାବରେ 159 ରନ୍ ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ 18 ଓଭରରେ 4 ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଗତକାଲିର ଏହି ମ୍ୟାଚରେ ଶିବମ ଦୁବେ ଭାରତ ପାଇଁ ନିର୍ଣ୍ଣାୟକ ଭୂମିକା ନେଇଥିଲେ । ତାଙ୍କ କ୍ୟାରିୟରର ଦ୍ୱିତୀୟ ଟି-20 ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ନିଜର ଶ୍ରେଷ୍ଠ ଟି-20 ଅନ୍ତର୍ଜାତୀୟ ସ୍କୋର ମଧ୍ୟ ଏହି ମ୍ୟାଚରେ କରିଛନ୍ତି । 

ଭାରତ ପକ୍ଷରୁ ଶିବମ ଦୁବେ ଅପରାଜିତ 60 ରନ କରିଥିବାବେଳେ ଜିତେଶ ଶର୍ମା 31 ରନ କରିଥିଲେ । ସେହିପରି ତିଳକ ବର୍ମା 26 ରନ କରିଥିବାବେଳେ ଶୁଭମନ ଗିଲ୍ 23ରନ କରିଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ 51 ରନ କରିଥିଲେ । ତେବେ ଗୁରୁବାଜ 23 ରନ ଓ ଜଦରାନ 25 ରନରେ ଆଉଟ ହୋଇଥିଲେ । 

ସେହିପରି ମହମ୍ମଦ ନବି 42 ରନ ଓ ଅଜମାତୁଲ୍ଲା 29 ରନ କରିଥିଲେ । ନଜିବୁଲ୍ଲା ଜଦରାନ 19 ରନ କରିଥିଲେ । ଦଳ ନିର୍ଦ୍ଧାରିତ 20 ଓଭରରେ 5 ଓ୍ବିକେଟ ହରାଇ 158 ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର 2 ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।  ଏହି ସିରିଜରେ ମୋଟ 3 ଟି ଟି-20 ମ୍ୟାଚ ଖେଳାଯିବ । 2ୟ ଟି-20 ଆସନ୍ତା 14 ତାରିଖ ରବିବାର ଦିନ ଇନ୍ଦୋରଠାରେ ଓ ତୃତୀୟ ଟି-20 17 ତାରିଖ ବୁଧବାର ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ।

Sunday, January 14, 2024

ଆଜିର ରାଶିଫଳ

COASTAL NEWS ODIA 1662

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୧୫ ତାରିଖ ୨୦୨୪ ମସିହା(ସୋମବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*ମେଷ:👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।* 
 *✧═════•❁❀❁•═════✧*
 *ବୃଷ: 👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
 *ମିଥୁନ: 👉ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*  
*✧═════•❁❀❁•═════✧*
 *କର୍କଟ:👉 ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।* 
*✧═════•❁❀❁•═════✧*
 *ସି˚ହ: 👉ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।* 
*✧═════•❁❀❁•═════✧*
 *କନ୍ୟା:👉 ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।* 
*✧═════•❁❀❁•═════✧*
 *ତୁଳା:👉 ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।* 
 *✧═════•❁❀❁•═════✧*
 *ବିଛା:👉 ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।* 
*✧═════•❁❀❁•═════✧*
 *ଧନୁ:👉 ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *ମକର:👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।  ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* । 
*✧═════•❁❀❁•═════✧*
 *କୁମ୍ଭ:👉 ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।* 
*✧═════•❁❀❁•═════✧*
 *ମୀନ:👉 ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।*
*✧═════•❁❀❁•═════✧*

POACHER_ARRESTED IN SIMILIPAL ଶିମିଳିପାଳ ଅଭୟାରଣ୍ୟରୁ ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ।

COASTAL NEWS ODIA 1661

POACHER_ARRESTED IN SIMILIPAL 

ଶିମିଳିପାଳ ଅଭୟାରଣ୍ୟରୁ ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। 


ଶିମିଳିପାଳ - (CNO) ପୁଣି ଶିମିଳିପାଳ ଅଭୟାରଣ୍ୟରୁ ଚାରି ଶିକାରୀକୁ ଗିରଫ କରିଛି ବନବିଭାଗ । ଏଥ୍‌ସହ ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ଅଞ୍ଚଳରେ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ଶିକାରୀ ୪ ଜଣ ହେଲେ ଗମେଇଘାଟି ଗାଁର ସଞ୍ଜୟ ସିଂ, ସଂଗ୍ରାମ ସିଂ ଏବଂ ସୁବର୍ଣ୍ଣମଞ୍ଜରୀ ଗ୍ରାମର ବିଶୁ ସିଂ ଓ ମଣ୍ଟୁ ସିଂ।

ଖବର ଅନୁଯାୟୀ ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନସ୍ଥ ଘନ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଯୁଗ୍ମ ଟାସ୍କ ଫୋର୍ସ ମୁଖ୍ୟ ଧୃବେନ୍ଦ୍ର ନାଥ ନାଏକ ଓ ଡେପୁଟି ରେଞ୍ଜର ସୁବାସ ସାହୁଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ୍ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ କିଛି ଶିକାରୀ ଦେଶୀ ବନ୍ଧୁକ ପାଖରେ ରଖି ଶିକାର କରିବା ଉଦ୍ଦେଶ୍ୟରେ ଲୁଚି ରହିଥିଲେ । 

ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଗୁଳି ଚଳାଇବେ ବୋଲି ସିଧାସଳଖ ଧମକ ଦେଇଥିଲେ । ହେଲେ ପାଟ୍ରୋଲିଂରେ ଥିବା ବନ ବିଭାଗର ଟିମ୍ ସାହସର ସହ ମୁକାବିଲା କରି ଶିକାରୀଙ୍କୁ କାବୁ କରିଥିଲା । ଏଥିସହ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ମୋବାଇଲ ଫୋନ, କିଛି ଲୁହା ବୋଲ୍ ଓ କିଛି ଶୁଖୁଲା ରାସନ୍ ସାମଗ୍ରୀ ଜବତ କରିଛି ବନ ବିଭାଗ । ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରଖାଯିବା ସହିତ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଅଧିକ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ଗତ ୩୦ ତାରିଖରୁ କାଠ ମାଫିଆ ଓ ଶିକାରୀଙ୍କୁ ଜଗିବାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ନିମନ୍ତେ ୧୪ କଷ୍ଟମାଇଜ୍ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ ମୁତୟନ କରାଯାଇଛି । ଅଲିଭ ଗ୍ରୀନ ରଙ୍ଗର ଗାଡ଼ିକୁ ସ୍ବତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି । ଏଥୁରେ ରିମୋଟ କଣ୍ଟ୍ରୋଲ ସର୍ଜ ଲାଇଟ ଖଞ୍ଜାଯାଇଛି, ଯାହାକି ରାତି ସମୟରେ ସବୁ ଦିଗକୁ ଦେଖୁପାରିବ । ଏମିତିକି ଏସବୁ ଯାନରେ ଥିବା ୱିଞ୍ଚ ବର୍ଷା ଋତୁରେ ରେପ୍ୟ ଅପରେସନରେ ବେଶ ସହାୟକ ହେବ । ଏହାଦ୍ବାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ କରାଯାଇପାରିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

COASTAL NEWS ODIA 1660

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ



ଭୁବନେଶ୍ବର - (CNO) ନୂଆବୋହୂ ରୂପରେ ସଜେଇ ହୋଇଛି ବଡ଼ଦାଣ୍ଡ; ପରିକ୍ରମା ପ୍ରକଳ୍ପରେ ମନ ମୋହୁଛି ସବୁଜବଳୟ l ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। 

ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନଟିକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି।  


ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ l
ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ।

ଓଡ଼ିଆ ସିନେ ଅଭିନେତା କୁମାର ନାୟକଙ୍କୁ କଳାନିଧି ପୁରସ୍କାର

COASTAL NEWS ODIA 1659

ଓଡ଼ିଆ ସିନେ ଅଭିନେତା କୁମାର ନାୟକଙ୍କୁ କଳାନିଧି ପୁରସ୍କାର 


ମଞ୍ଜୁଷା (ଶ୍ରୀକାକୁଲମ୍) - (CNO)  ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘର ରାଜ୍ୟ ଉପ-ସଭାପତି ତଥା ସୁନାମଧନ୍ୟ ସିନେ କଳାକାର କୁମାର ନାୟକ ରାଜମହେନ୍ଦ୍ରୀ ନରେନ୍ଦ୍ର ମଞ୍ଚ ଠାରେ ଜାନୁଆରୀ ସାତ ତାରିଖରେ ଅନୁଷ୍ଠିତ ଆନ୍ତର୍ଜାତୀୟ ତେଲୁଗୁ ମହାସଭାରେ ସମ୍ମାନଜନକ କଳାନିଧ୍ୱ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । 

ନାଗାଲାଣ୍ଡ ରାଜ୍ୟପାଳ ମହାମହିମ ଲାଲ୍ ଗଣେଶନ୍ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଶ୍ରୀ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଜଣେ ଓଡ଼ିଆ କଳାକାର ଚାଳିଶ ଗୋଟି ତେଲୁଗୁ ଚଳଚ୍ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର, ଟିଭି ଧାରାବାହିକ ଇତ୍ୟାଦିରେ ଅଭିନୟ କରି ସୁନାମ ଅର୍ଜନ କରିବା ଅତ୍ୟନ୍ତ ବିରଳ। ତାଙ୍କରି ଏହି ସଫଳତା ନିମନ୍ତେ ବଧେଇ ଜଣାଇବା ନିମନ୍ତେ ସ୍ଥାନୀୟ ରାଜନବର ପାର୍ଶ୍ବ ସ୍ଥିତ ସୁରେଶ ହସ୍ପିଟାଲ୍ ସଭାକକ୍ଷଠାରେ ମହାସଂଘ ସଭାପତି ନାଲ୍ଲା ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। 

ଏଥିର ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଓଡ଼ିଆ କଳାକାର ମହାସଂଘର କାର୍ଯ୍ୟଧାରା ଏବଂ ଆନ୍ଧ୍ର ନିବାସୀ ଓଡିଆ କଳାକାରଙ୍କ ଏକତ୍ରୀକରଣ ଓ ଏକାତ୍ମତା ଅନ୍ୟମାନଙ୍କ ପ୍ରତି ଆଦର୍ଶ ଭାବେ ପ୍ରତିଭାତ ବୋଲି ମତବ୍ୟକ୍ତ କରିବା ସହ ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ସମସ୍ତ ସହଯୋଗ ରହିବାନେଇ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବରିଷ୍ଠ ଶିକ୍ଷାବିତ୍ ନାଲ୍ଲା ନୀଳକଣ୍ଠ,ଜଳନ୍ଧର ସାହୁ, କଳାକାର ୟୁ. ବ୍ରହ୍ମାନନ୍ଦ ପ୍ରମୁଖ ଅତିଥ୍ ଭାବରେ ମଞ୍ଚାସୀନ ଥିଲେ। 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ସୁରେଶ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଅତିଥ୍ ପରିଚୟ ପ୍ରଦାନ କରିଥିବାବେଳେ ପରିଶେଷରେ ଖଗେଶ୍ବର ଗୌଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧୂକ ଆନ୍ଧ୍ର ନିବାସୀ ଓଡିଆ କଳାକାର ଉପସ୍ଥିତ ରହି କାର୍ଯ୍ୟକ୍ରମର ଶ୍ରୀବୃଦ୍ଧି ଘଟାଇବାରେ ସହଯୋଗ କରିଥିଲେ। 

ଶ୍ରୀଜଗନ୍ନାଥ ଙ୍କ ମାନବ ଲୀଳା

COASTAL NEWS ODIA 1658

*ଯଥା_ଦେହି_ତଥା_ଦେବ!* 


ଯେଉଁଭଳି ଭାବେ ମନୁଷ୍ୟ ନିଜର ଦୈନଦିନ ନିତ୍ୟ କର୍ମ କରିଥାଏ ଠିକ୍ ସେହିପରି ନିଳାଦ୍ରୀ କନ୍ଦର ରେ ରତ୍ନ ସିଂହାସନ ରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ,  ଶ୍ରୀବଳଭଦ୍ର, ମା ସୁଭଦ୍ରା , ଶ୍ରୀ ସୁଦର୍ଶନ, ଶ୍ରୀ ମାଧବ, ଶ୍ରୀଦେବୀ ଓ ଭୂଦେବୀ ଆଦି ସପ୍ତଧା ମୂର୍ତ୍ତୀ ଙ୍କର ମଧ୍ୟ କରାଯାଇଥାଏ। ମହାପ୍ରଭୁ ଶ୍ରୀକ୍ଷେତ୍ର ଧାମ ରେ ମାନବୀୟ ଲୀଳା ସମ୍ବରଣ କରୁଛନ୍ତି। ସେ ଯେମିତି ସାରା ବିଶ୍ୱରେ ଅନନ୍ୟ ଠିକ୍ ସେପରି ତାଙ୍କ ନୀତି ପରମ୍ପରା ଯାନିଯାତ୍ରା ମଧ୍ୟ ଅନନ୍ୟ।

 *ବଡ଼_ଦେଉଳ* 


ଶ୍ରୀ ମନ୍ଦିର ର ଗର୍ଭ ଗୃହର ଆକାର ଉଭୟେ ଲମ୍ବା ଓ ପ୍ରସ୍ଥ ରେ ୩୦ ଫୁଟ ତଥା ଉଚ୍ଚତା ୪୮ ଫୁଟ  ବିଶିଷ୍ଟ ।ସିଂହାସନ ବା ରତ୍ନସିଂହାସନ  ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଛି  କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହେଇଛି ।ଏହି ବେଦୀ ବା ସିଂହାସନ ଉପରେ ତିନୋଟି କଳା ମୁଗୁନି ପଥରର ଚକା ରହିଛି ।ରତ୍ନବେଦିରେ ଯଥାକ୍ରମେ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ଜଗନ୍ନାଥ ଭୂଦେବୀ ଶ୍ରୀଦେବୀ ମାଧବ ସମେତ ଚକ୍ରରାଜ ସୁଦର୍ଶନ ବିରାଜମାନ କରିଛନ୍ତି ।ସ୍କନ୍ଦ ପୁରାଣ ବର୍ଣ୍ଣନାନୁସାରେ ଶ୍ରୀ ବଳଭଦ୍ର ୮୫ ଯବ ଉଚ୍ଚ ଓ ଶଙ୍ଖାକୃତି ଶୁଭ୍ରବର୍ଣ୍ଣ,ସୁଭଦ୍ରା ୫୨ ୧/୨ ଯବ ପଦ୍ମାକୃତି ହରିଦ୍ରାବର୍ଣ୍ଣ,ଶ୍ରୀଜଗନ୍ନାଥ ୮୪ ଯବ ଚକ୍ରାକୃତି ମେଘବର୍ଣ୍ଣ ଓ ସୁଦର୍ଶନ ୮୪ଯବ ଗଦାକୃତ ରକ୍ତବର୍ଣ୍ଣ  ସମ୍ପୂର୍ଣ୍ଣ ଶାସ୍ତ୍ର ଅନୁସାରେ ଶ୍ରୀବିଗ୍ରହ ମାନେ ଶଙ୍ଖ ଯନ୍ତ୍ର, ଚକ୍ର ଯନ୍ତ୍ର, ପଦ୍ମ ଯନ୍ତ୍ର ଓ ଗଦା ଯନ୍ତ୍ର ଅନୁସାରେ ନିର୍ମିତ ।ନବକଳେବର ସମୟରେ ଏହି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମେତ ମାଧବ ଙ୍କର ମଧ୍ଯ କଳେବର ହୋଇଥାଏ ।ନିଳାଦ୍ରି ମହୋଦୟରେ ବର୍ଣ୍ଣିତ :-
       
       "ବଳେନ ଭଦ୍ରାୟାଯୁକ୍ତଃ ସୋ{ୟଂ ସହ ସୁଦର୍ଶନଃ।
         ବିଶ୍ୱଧାତ୍ର୍ୟାଚ ଲକ୍ଷ୍ମୀ ଚ ମାଧବେନ ସମଂ।
         ସପ୍ତଧାର ବିର୍ଭବୋଦେବଃ ସ୍ୱୟଂ ତତ୍ର ଦନାର୍ଦ୍ଦନଃ।"

 ସାଧାରଣ ମାନବ ଭଳି ଚତୁର୍ଦ୍ଧାମୂର୍ତ୍ତି ସ୍ୱୟଂ ମାନବୀୟଲୀଳା ପ୍ରକଟ କରୁଥିବାରୁ ସମସ୍ତ ମାନବୀୟ କର୍ମ ତାଙ୍କର ଉପଚାର ତଥା ଦୈନନ୍ଦିନ ଦିନଚର୍ଯ୍ୟାରେ ପ୍ରତିଫଳିତ ହୋଇଛି ।ରାଶି ନକ୍ଷତ୍ର ମଧ୍ୟ ତିନି ଠାକୁରଙ୍କ ର ରହିଛି ।


#ଶ୍ରୀବଳଭଦ୍ର :-ମକର ରାଶି ଓ ଶ୍ରବଣା ନକ୍ଷତ୍ର  ।

#ଦେବୀ_ସୁଭଦ୍ରା :-ବିଛା ରାଶି ଓ  ଜ୍ୟେଷ୍ଠା ନକ୍ଷତ୍ର ।

#ଶ୍ରୀଜଗନ୍ନାଥ :-ବୃଷରାଶି ଓ  ରୋହିଣୀ ନକ୍ଷତ୍ର ।

ସାଧାରଣରେ ଶ୍ରୀମନ୍ଦିରରେ ତିନିବାଡ଼ରେ ପରମ୍ପରା ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପୂଜାବିଧି ପାଳିତ ହୋଇଥାଏ ଯଥା :-

ଶ୍ରୀ ବଳଭଦ୍ର  (ବଡବାଡ)ଦ୍ଵାଦଶାକ୍ଷର ମନ୍ତ୍ର"ଓଁ ନମୋ ଭଗବତେ ବାସୁଦେବାୟ"

ଶ୍ରୀ ସୁଭଦ୍ରା  (ମଝିବାଡ)"ଏକାକ୍ଷରୀ ଭୂବନେଶ୍ୱରୀମନ୍ତ୍ର ରେ 

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାଡରେ ଅନ୍ୟ ସମସ୍ତ ବିଗ୍ରହ ସମେତ ଅର୍ଥାତ୍ ଭୂଦେବୀ ଶ୍ରୀଦେବୀ ମାଧବ ଓ ଚକ୍ରରାଜ ସୁଦର୍ଶନ ସମେତ :-ଅଷ୍ଟାଦଶକ୍ଷର ମନ୍ତ୍ର (ରାଜମନ୍ତ୍ର) "ଓଁ କ୍ଳୀଁ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନବଲ୍ଲଭାୟ ନମଃ "ଆଦି  ମନ୍ତ୍ର ରେ ପୂଜା ପାଇଥାନ୍ତି ।

 *ଦୈନିକ ନୀତି*

୧. ଦ୍ଵାରଫିଟା
୨. ମଙ୍ଗଳ_ଆଳତି
୩. ମୈଲମ (ବେଶ ଉଲାଗି)
୪. ଅବକାଶ
୫. ଅବକାଶ_ପରେ_ମୈଲମ
୬. ସାହାଣମେଲା ବା ସର୍ବସାଧାରଣ_ଦର୍ଶନ
୭. ବେଶ_ଲାଗି
୮. ରୋଷହୋମ
୯. ସୂର୍ଯ୍ୟ_ପୂଜା
୧୦. ଦ୍ଵାରପାଳ_ପୂଜା
୧୧. ଗୋପାଳବଲ୍ଲଭ_ଭୋଗ
୧୨. ସକାଳ_ଧୂପ
୧୩. ମଇଲମ ( ବେଶ ଉଲାଗି)
୧୪. ବେଶ
୧୫. ଭୋଗମଣ୍ଡପ 
୧୬. ମଧ୍ୟାହ୍ନ_ଧୂପ
୧୭. ମଧ୍ୟାହ୍ନ_ପହୁଡ଼
୧୮. ପହୁଡ଼_ଫିଟିବା ଓ ସନ୍ଧ୍ୟା_ଆଳତି
୧୯. ସନ୍ଧ୍ୟା_ଧୂପ
୨୦. ସନ୍ଧ୍ୟା_ଧୂପ_ପରେ_ସାହାଣମେଲା
୨୧. ମଇଲମ ଓ ଚନ୍ଦନଲାଗି
୨୨. ବଡ଼ସିଂହାର_ବେଶ
୨୩.  ବଡ଼ସିଂହାର_ଧୂପ
୨୪. ପହୁଡ଼, ବୀଣାଗାନ ଓ ଖଟସେଯ ଲାଗି, ପୁଷ୍ପାଞ୍ଜଳି, ପୁଷ୍ପ ଲାଗି, ମୁଦ ଓ ଶୋଧ।

Saturday, January 13, 2024

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି ୩ରୁ ଅଧିକ ସନ୍ତାନ ଥିଲେ ସରାକାରୀ ଯୋଜନାରୁ ହେବେ ବଞ୍ଚିତ

COASTAL NEWS ODIA 1657

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି ୩ରୁ ଅଧିକ ସନ୍ତାନ ଥିଲେ ସରାକାରୀ ଯୋଜନାରୁ ହେବେ ବଞ୍ଚିତ


ନୂଆଦିଲ୍ଲୀ - (CNO) ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସହାୟତା ଯୋଜନାରେ ଆସାମ ସରକାର କିଛି ନୂତନ ସର୍ତ୍ତ ଜାରୀ କରିଛନ୍ତି । ଏଥିରେ ଜଣେ ମହିଳାଙ୍କ ସନ୍ତାନ ସଂଖ୍ୟା ଉପରେ ଏକ ସୀମା ଯୋଡି ଦିଆଯାଇଛି । ଯଦି ଜେନେରାଲ ଏବଂ ଓବିସି ବର୍ଗର ମହିଳାମାନେ କୌଣସି ଯୋଜନାର ଲାଭ ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କର ତିନିରୁ ଅଧିକ ସନ୍ତାନ ନଥିବେ , ଯେତେବେଳେ କି ଅନୁସୂଚିତ ଜନଜାତି (ଏସଟି) ଏବଂ ଅନୁସୂଚିତ ଜାତି (ଏସସି) ମହିଳାଙ୍କ ପାଇଁ ଏହି ସୀମା ଚାରି ସନ୍ତାନଙ୍କ ପର୍ଯ୍ୟନ୍ତ ରହିଛି ।


ଜାନୁୟାରୀ ୧୧ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମହିଳା ଉଦ୍ୟୋଗୀ ଅଭିଯାନ (ଏମଏମୟୁଏ) ଘୋଷଣା କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସମସ୍ତ ହିତାଧିକାରୀ ଯୋଜନାରେ ଧୀରେ ଧୀରେ ଏଭଳି ଜନସଂଖ୍ୟା ମାନଦଣ୍ଡ କାର୍ଯ୍ୟକାରୀ ହେବ । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ୨୦୨୧ ରେ ତାଙ୍କ ଘୋଷଣା ସହିତ ଖାପ ଖାଉଛି ।

ତେବେ ଏମଏମୟୁଏ ଯୋଜନା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନିୟମରେ କୋହଳ ଦିଆଯାଇଛି ଏବଂ ଏସଟିର ମାନ୍ୟତା ଦାବିରେ ମୋରାନ, ମୋଟୋକ ଏବଂ ଟି ଆଦିବାସୀ' ଉପରେ ଚାରି ପିଲାଙ୍କ ସୀମା ମଧ୍ୟ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ସ୍ୱୟଂ ସହାୟକ ଗୋଷ୍ଠୀରେ ଜଡିତ ମହିଳାମାନଙ୍କୁ ଗ୍ରାମୀଣ ମାଇକ୍ରୋ ଉଦ୍ୟୋଗୀ ଭାବରେ ବିକାଶ କରିବାକୁ ସାହାଯ୍ୟ କରିବା ।


ଶର୍ମା ଆହୁରି କହିଛନ୍ତି ଯେ ଏହି ଯୋଜନା ଶିଶୁଙ୍କ ସଂଖ୍ୟା ସହିତ ଜଡିତ ହୋଇଛି ଯାହା ଦ୍ୱାରା ମହିଳାମାନେ ଏହି ଅର୍ଥକୁ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠା ପାଇଁ ବ୍ୟବହାର କରିପାରିବେ । ସେ କହିଥିଲେ ଯେ ଯଦି ଜଣେ ମହିଳାଙ୍କର ଚାରି ସନ୍ତାନ ଅଛନ୍ତି, ତେବେ ସେ ଟଙ୍କା ଖର୍ଚ୍ଚ କରିବାକୁ ସମୟ କେଉଁଠୁ ପାଇବେ, ଆଉ ବ୍ୟବସାୟ କରିବା ପାଇଁ ସମୟ ସେ କେଉଁଠୁ ପାଇବେ? ସେ ପିଲାମାନଙ୍କୁ ଶିକ୍ଷା ଦେବାରେ ବ୍ୟସ୍ତ ରହିବେ । ଏହି ଯୋଜନାରେ ମହିଳାମାନେ ବ୍ୟବସାୟ କରିବାକୁ ସକ୍ଷମ ହେବେ l

ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି

COASTAL NEWS ODIA 1656

ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି, କମିଲା ପକ୍ଷୀଙ୍କ ସଂଖ୍ୟା



ଭୁବନେଶ୍ୱର - (CNO) ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି, କମିଲା ପକ୍ଷୀଙ୍କ ସଂଖ୍ୟା । ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ତାଙ୍କ ସୂଚନା ଅନୁସାରେ, ଗତ ବର୍ଷ ତୁଳନାରେ ମଗର ସଂଖ୍ୟା ବୃଦ୍ଧି ପାଇଛି ସେହିପରି ଘଡ଼ିଆଳ କୁମ୍ଭୀର ସଂଖ୍ୟା ମଧ୍ୟ ବଢିଥିବା ବେଳେ ଗତ ବର୍ଷ ତୁଳନାରେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା ଖୁବ୍ କମିଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ତାଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଗତ ବର୍ଷ ମଗରଙ୍କ ସଂଖ୍ୟା ୮୧ ଥିଲା ଯାହା ଚଳିତ ବର୍ଷ ବୃଦ୍ଧି ପାଇ ୯୭ରେ ପହଞ୍ଚିଛି । ଘଡ଼ିଆଳଙ୍କ ସଂଖ୍ୟା ୭ରୁ ୧୪କୁ ବୃଦ୍ଧି ପାଇଛି । ସେହିପରି ଗତ ବର୍ଷ ପକ୍ଷୀଙ୍କ ସଂଖ୍ୟା ୩୮୦୦ ଥିବା ଯାହା ଚଳିତ ବର୍ଷ ହ୍ରାସ ପାଇ ୩୩୦୦ରେ ପହଞ୍ଚିଛି ।



ସୂଚନାଥାଉ ଯେ, ଚନ୍ଦକା-ଡମପଡା ଅଭୟାରଣ୍ୟରେ ଚାଲିଥିବା ପକ୍ଷୀ ଗଣନା ଶେଷ ହୋଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀ ସଂଖ୍ୟାରେ କମ୍ ପରିଲକ୍ଷିତ ହୋଇଛି । ଚଳିତବର୍ଷ 16 ହଜାର 675 ପକ୍ଷୀ ଆସିଥିବା ଜଣାପଡିଛି । ଗତବର୍ଷ ଅଭୟାରଣ୍ୟ କୁ 22 ହଜାର 840 ପକ୍ଷୀ ଆସିଥିଲେ । ହେଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ ସଂଖ୍ୟାକ ପକ୍ଷୀ ଆସିଥିବା ଏହି ଗଣନା ରୁ ଜଣାପଡିଛି । ଏଥର ସମୁଦାୟ 56 ପ୍ରଜାତିର ପକ୍ଷୀ ଆସିଛନ୍ତି । ସେଥିମଧ୍ୟରୁ 24 ପ୍ରଜାତିର ବିଦେଶାଗତ ପକ୍ଷୀ ରହିଛନ୍ତି

ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍

COASTAL NEWS ODIA 1655


ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍



ବାଲେଶ୍ୱର - (CNO) ଗୋପିନାଥପୁର ନୀଳଗିରି ଷ୍ଟେସନରୁ ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ୍ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ବ କରିଛନ୍ତି । ଲୋକାର୍ପଣ ପାଇଁ ନୂଆ ମେମୁ ଟ୍ରେନ ସହ ନିଳଗିରି ଷ୍ଟେସନକୁ ଫୁଲରେ ସଜାଯାଇଥିଲା । ୮ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଗି ରହିଥିବା ବେଳେ ମୋଟ୍ ୧୬ କିଲୋମିଟର ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ କରିବା ନେଇ ସୂଚନା ରହିଛି । ତେବେ ଗୋପିନାଥପୁର, ନିଳଗିରି ଏବଂ ବାଲେଶ୍ୱର ଲୋକଙ୍କ ପାଇଁ ଯାତାୟତା ପାଇଁ ସୁବିଧା ହେବ । ବାଲେଶ୍ୱର ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନ ଲୋକାର୍ପିତ ହୋଇଯାଇଛି ।


ସେହିପରି ବେତନଟୀରେ ସବ୍ ୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରେଳମନ୍ତ୍ରୀ । ଲୋକଙ୍କ ସୁବିଧା ଓ ନିରାପତ୍ତା ପାଇଁ ଏହି ସବ୍-ୱେ ର ନିର୍ମାଣ କରାଯିବ ଯାହା ଦ୍ୱାରା ଲୋକ ମାନେ ଆଉ ଟ୍ରେନ୍ ଲାଇନ୍ ଅତିକ୍ରମ ନ କରି ସବ୍ ୱେ'ରେ ଯାହାୟତ କରିପାରିବେ । ସେହିପରି ବେତନଟୀରେ ପିଆରଏସ୍ ବୁକିଂ ଓ କାଉଣ୍ଟରର ଉଦଘାଟନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ଉପସ୍ଥିତ ଥିଲେ ।


ଆଜି ଗୋପିନାଥପୁର ନୀଳଗିରିରୁ ଷ୍ଟେସନରୁ ମେମୁ ଟ୍ରେନର ଶୁଭାରମ୍ଭ କରିବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଦର୍ଶନ ପରେ କମିଟି ସହ ଆଲୋଚନା କରି ସୁବିଧା ଅସୁବିଧା ମଧ୍ୟ ପଚାରି ବୁଝିଥିଲେ । ଏହା ସହ ମନ୍ଦିର ଯାତ୍ରୀ ନିବାସ ପାଇଁ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।



ଲକ୍ଷ୍ମଣ ଏବଂ ଉର୍ମିଳାଙ୍କ ପ୍ରେମ ଓ ବଳିଦାନ କାହାଣୀ


COASTAL NEWS ODIA 1654

ପ୍ରଭୁ ରାମଙ୍କ ଭାଇ ଲକ୍ଷ୍ମଣ ଏବଂ ଉର୍ମିଳାଙ୍କ ପ୍ରେମ ଓ ବଳିଦାନ କାହାଣୀ


ଅଯୋଧ୍ୟା _(CNO) ନୂଆ ବଧୂ ରୂପରେ ସଜାଇ ହେଉଛି ରାମ ନଗରୀ ଅଯୋଧ୍ୟା । ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ପୁରା ଦେଶର ଆଖି ରହିଛି ଅଯୋଧ୍ୟା ଉପରେ । କିନ୍ତୁ ଆପଣ ଜାଣନ୍ତି କି ରାମଙ୍କ ସାନଭାଇ ଏବଂ ତାଙ୍କ ପତ୍ନୀ ଉର୍ମିଳା , ଯିଏ ମାତା ସୀତାଙ୍କ ସାନ ଭଉଣୀ ଥିଲେ? ରାମାୟଣର କାହାଣୀ ଆମକୁ ଜୀବନରେ ସମ୍ମାନ, ପ୍ରେମ ଏବଂ ବଳିଦାନର ମହତ୍ତ୍ୱ ଶିକ୍ଷା ଦିଏ । ନିଜ ଭାଇ ପ୍ରତି ଅସୀମ ପ୍ରେମ ଏହି କାହାଣୀରେ ଦେଖିବାକୁ ମିଳେ । ରାମାୟଣରେ ମୁଖ୍ୟତ ରାମ ଏବଂ ସୀତାଙ୍କୁ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳାଙ୍କୁ ରାମାୟଣର ବହୁତ କମ୍ ସ୍ଥାନରେ ଉଲ୍ଲେଖ କରାଯାଇଛି, କିନ୍ତୁ ଉର୍ମିଳାଙ୍କ ବଳିଦାନ ଏବଂ ପ୍ରେମ ପ୍ରଶଂସନୀୟ ।

ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ପୃଥିବୀରେ ଅବତାର ହେବା ପରେ ସେମାନଙ୍କର ପ୍ରିୟ ଶେଷନାଗ ଶ୍ରୀ ରାମଙ୍କ ସାନଭାଇ ଲକ୍ଷ୍ମଣ ଭାବରେ ଜନ୍ମ ହୋଇଥିଲେ। ଯଦି ଲକ୍ଷ୍ମଣ ଶେଷନାଗଙ୍କ ଅବତାର ଥିଲେ ତେବେ କାହାର ଅବତାର ଉର୍ମିଳା ଥିଲେ l


ଯେତେବେଳେ ପ୍ରଭୁ ରାମ ଏବଂ ସୀତା ଚଉଦ ବର୍ଷ ପାଇଁ ନିର୍ବାସନ ଆରମ୍ଭ କଲେ, ସେତେବେଳେ ସେମାନଙ୍କର ସାନଭାଇ ଲକ୍ଷ୍ମଣ ମଧ୍ୟ ସେମାନଙ୍କ ସହିତ ଜଙ୍ଗଲକୁ ଯିବାକୁ ସ୍ଥିର କଲେ ଏବଂ ସେ ମଧ୍ୟ ଚଉଦ ବର୍ଷ ନିର୍ବାସନରେ ଯାଇଥିଲେ, କିନ୍ତୁ ତାଙ୍କ ପତ୍ନୀ ଉର୍ମିଳା ମଧ୍ୟ ତାଙ୍କ ଜୀବନ କାଳରେ ଶ୍ରେଷ୍ଠ ବଳିଦାନ ଦେଇଥିଲେ। ସେ ଚଉଦ ବର୍ଷ ଜଣେ ଋଷି ଭାବରେ ବିତାଇଲେ । ସେ ଚଉଦ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ଲକ୍ଷ୍ମଣଙ୍କ ବ୍ରତକୁ ମଧ୍ୟ ଗ୍ରହଣ କରିଥିଲେ। ଯାହାଫଳରେ ଲକ୍ଷ୍ମଣ ତାଙ୍କ ବଡ଼ ଭାଇ ଏବଂ ମାତା ସୀତାଙ୍କ ସେବା କରିପାରିବେ ।

ଉର୍ମିଳାଙ୍କ ବଳିଦାନ ସୀତାଙ୍କ ଅପେକ୍ଷା ଅଧିକ ବିବେଚନା କରାଯାଏ କାରଣ ସେ ଚଉଦ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ଲକ୍ଷ୍ମଣଙ୍କଠାରୁ ଦୂରରେ ରହିଥିଲେ। ଆସନ୍ତୁ ଜାଣିବା ଉର୍ମିଳା କାହାର ଅବତାର ଥିଲେ । ଯେତେବେଳେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପୃଥିବୀରେ ଅବତାରିତ ହେଲେ, ସେମାନଙ୍କର ପ୍ରିୟ ଶେଷନାଗ ମଧ୍ୟ ଲକ୍ଷ୍ମଣ ଭାବରେ ଜନ୍ମ ଗ୍ରହଣ କଲେ | ଶ୍ରୀ ରାମଙ୍କର ଅନ୍ୟ ଭାଇ ଭରତ ଭଗବାନ ବିଷ୍ଣୁଙ୍କ ହାତରେ ସୁସଜ୍ଜିତ ସୁଦର୍ଶନ ଚକ୍ରର ଅବତାର ଥିଲେ। ଭଗବାନ ବିଷ୍ଣୁଙ୍କ ହାତରେ ରଖାଯାଇଥିବା ଶଙ୍ଖର ଅବତାର ଥିଲା ପଞ୍ଚର୍ଜନ୍ୟ | ଏହା ବ୍ୟତୀତ କୁହାଯାଏ ଯେ ଉର୍ମିଳା ମାତା ଲକ୍ଷ୍ମୀଙ୍କ ଅବତାର ଥିଲେ । ଲକ୍ଷ୍ମଣ ଏବଂ ଉର୍ମିଳାଙ୍କର ଦୁଇ ପୁଅ ଥିଲେ ଅଙ୍ଗଦ ଏବଂ ଚନ୍ଦ୍ରକେତୁ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...