AFFILIATE MARKETING

https://binomo.com?a=90810425bb57&t=0

Monday, October 2, 2023

ସମ୍ବାଦ ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ଅଧ୍ୟକ୍ଷ ପଦରୁ ସୌମ୍ୟ ରଂଜନଙ୍କ ଇସ୍ତଫା, ତନୟା ପଟ୍ଟନାୟକ ହେଲେ ସମ୍ବାଦ ସମ୍ପାଦକ

COASTAL NEWS ODIA 978

ସମ୍ବାଦ ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ଅଧ୍ୟକ୍ଷ ପଦରୁ ସୌମ୍ୟ ରଂଜନଙ୍କ ଇସ୍ତଫା, ତନୟା ପଟ୍ଟନାୟକ ହେଲେ ସମ୍ବାଦ ସମ୍ପାଦକ




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ବରିଷ୍ଠ ନେତା ସୌମ୍ୟ ରଂଜନ ପଟ୍ଟନାୟକ ବ୍ୟକ୍ତିଗତ କାରଣରୁ ଦୈନିକ ଖବରକାଗଜ ‘ସମ୍ବାଦ’ ର ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ଥଫା ଦେଇଛନ୍ତି । ‘ସମ୍ବାଦ’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତି ତନୟା ପଟ୍ଟନାୟକ ଆଜି ‘ସମ୍ବାଦ’ ର ନୂତନ ସମ୍ପାଦକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ରେମୁଣା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍

COASTAL NEWS ODIA 

ରେମୁଣା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍



ବାଲେଶ୍ଵର - ଭଞ୍ଜ ବିହାରୀ ମହାନ୍ତି - ବାଲେଶ୍ୱରର ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଏଟିଏମ୍‌ ଭାଙ୍ଗି ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। 

ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ିନି। କେବଳ ଲୋକଙ୍କ କହିବା କଥା କାଲି ଏହି ଏଟିଏମ୍‌ରେ ଟଙ୍କା ଭର୍ତି କରାଯାଇଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ହେଲେ ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କର କୌଣସି ଅଧିକାରୀ ଆସିନଥିବାରୁ ଆଗକୁ ବଢ଼ି ପାରିନି ପୁଲିସ୍‌ର ତଦନ୍ତ।

ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଫାଣ୍ଡି ମାତ୍ର ୫୦ ରୁ ୬୦ ମିଟର। ଫାଣ୍ଡିରେ କର୍ମଚାରୀ ଥିବା ସତ୍ତ୍ୱେ କିପରି ଏଟିଏମ୍‌ରୁ ଟଙ୍କା ଲୁଟ୍ ହେଲା, ତାକୁ ନେଇ ସ୍ଥାନୀୟ ଲୋକ ଉଠାଇଛନ୍ତି ପ୍ରଶ୍ନ।

ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ। ଖୋଲିଲାନି ଆମ୍ବୁଲାନ୍ସର ଦ୍ୱାର

COASTAL NEWS ODIA 976

ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ। ଖୋଲିଲାନି ଆମ୍ବୁଲାନ୍ସର ଦ୍ୱାର



କେନ୍ଦୁଝର - ଭଞ୍ଜ ବିହାରୀ ମହାନ୍ତି - ଗୁରୁତର ବୃଦ୍ଧା ଆମ୍ବୁଲାନ୍ସରେ ମେଡିକାଲ ଆସିଲେ। ହେଲେ ମେଡିକାଲ ବାହାରେ ଅଧ ଘଣ୍ଟାଏ ଧରି ଆମ୍ବୁଲାନ୍ସରେ ଫସି ରହିଲେ। କାରଣ ଖୋଲିଲାନି ଆମ୍ବୁଲାନ୍ସର ଦ୍ୱାର। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ।

ଗତକାଲି ରାତି ପ୍ରାୟ ୮ଟା ବେଳେ କେନ୍ଦୁଝର ସଦର ଥାନା କାଠବାଉଁଶୁଳି ଅଞ୍ଚଳର ଚମ୍ପାବତୀ ମହାନ୍ତ ନାମ୍ନୀ ଜଣେ ବୃଦ୍ଧା ଏକ ୧୦୮ ଆମ୍ବୁଲାନ୍ସରେ ଝୁମ୍ପୁରା ମେଡିକାଲ ଆସିଥିଲେ। ସେ ଗୁରୁତର ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲକୁ ଆଣିଥିଲା ଆମ୍ବୁଲାନ୍ସ। ହେଲେ ମେଡିକାଲ୍‌ରେ ପହଞ୍ଚିବା ପରେ ଖୋଲି ନଥିଲା ଆମ୍ବୁଲାନ୍ସ ଡୋର୍‌। ଅଧଘଣ୍ଟାଏ ଧରି ଆମ୍ବୁଲାନ୍ସ ଡୋର୍‌ ନଖୋଲିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ବ୍ୟସ୍ତ ହୋଇପଡ଼ିଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କ ବହୁ ପ୍ରୟାସ ପରେ ପ୍ରାୟ ଅଧା ଘଣ୍ଟା ପରେ ଡୋର୍ ଖୋଲିଥିଲା।

ବୃଦ୍ଧାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଝୁମ୍ପୁରାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଏକ ଘଟଣା ଘଟିଲା ସେନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କିମ୍ବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଆମେରିକାରେ ଶଟ୍‌ଡାଉନର ଭୟ ଟଳିଲା, ଫଣ୍ଡିଂ ବିଲ୍‌କୁ ମଞ୍ଜୁରୀ ଦେଲେ ପ୍ରତିନିଧିସଭା

COASTAL NEWS ODIA 975

ଆମେରିକାରେ ଶଟ୍‌ଡାଉନର ଭୟ ଟଳିଲା, ଫଣ୍ଡିଂ ବିଲ୍‌କୁ ମଞ୍ଜୁରୀ ଦେଲେ ପ୍ରତିନିଧିସଭା

 

ଓ୍ବାଶିଂଟନ,୧।୧୦: ଭଞ୍ଜ ବିହାରୀ ମହାନ୍ତି - ଆମେରିକାରେ ଅକ୍ଟୋବର ୧ ଅର୍ଥାତ୍‌ ରବିବାରରୁ ଶଟ୍‌ଡାଉନ ହେବାର ଆଶଙ୍କା ପ୍ରାୟ ଟଳିଛି। ଆମେରିକାର ସଂସଦର ନିମ୍ନ ସଦନ ପ୍ରତିନିଧିସଭା ସଂଘୀୟ ସରକାରଙ୍କୁ ୪୫ ଦିନର ଫଣ୍ଡିଂ ପାଇଁ ଉପସ୍ଥାପିତ ହୋଇଥିବା ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ପ୍ରତିନିଧିସଭା ବୁଝାମଣା ଫଣ୍ଡ୍‌ ମେଜର ବିଲ୍‌କୁ ୩୩୫-୯୧ ଭୋଟ ବ୍ୟବଧାନରେ ପାରିତ କରିଛନ୍ତି। ବିଲ୍‌କୁ ସିନେଟର ମଞ୍ଜୁରୀ ମିଳିବା ପରେ ନଭେମ୍ବର ଅଧା ପର୍ଯ୍ୟନ୍ତ ଶଟ୍‌ଡାଉନର ଆଶଙ୍କା ନାହିଁ।

ଡେମୋକ୍ରାଟଙ୍କ ସମେତ ଅଧିକାଂଶ ରିପବ୍ଲିକାନ ସାଂସଦ ଏହି ଫଣ୍ଡିଂ ବିଲ୍‌କୁ ସମର୍ଥନରେ ଭୋଟ ଦେଇଛନ୍ତି। ତେବେ ଜଣେ ଡେମୋକ୍ରାଟ ଏବଂ ୯୦ ରିପବ୍ଲିକାନ ସାଂସଦ ଏହି ବୁଝାମଣାକୁ ବିରୋଧ କରିଛନ୍ତି। ସିନେଟର ଉପର ସଦନକୁ ଏହି ବିଲ୍‌ ପଠାଯାଇଛି, ଯେଉଁଠାରେ ଶାସକ ଡେମୋକ୍ରାଟିକ ପାର୍ଟିର ସଂଖ୍ୟାଗରିଷ୍ଠତା ରହିଛି। ବିଲ୍‌କୁ ମଞ୍ଜୁରୀ ଦେବା ଏବଂ ଶଟ୍‌ଡାଉନକୁ ରୋକିବା ପାଇଁ ସିନେଟ ପାଖରେ ଶନିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ସମୟ ରହିଥିଲା। ତେବେ ବି୍‌ଲ ଉପର ସଦନ ଦ୍ୱାରା ଅନୁମୋଦନ ହେବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆଜିର ରାଶିଫଳ

COASTAL NEWS ODIA 974

🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୦୨ ତାରିଖ ୨୦୨୩ ମସିହା(ସୋମବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


            *✧═════•❁❀❁•═════✧*
*🌹ମେଷ🌷👉ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।*

*✧═════•❁❀❁•═════✧*
*🌹ବୃଷ🌷👉ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।*

*✧═════•❁❀❁•═════✧*
*🌹ମିଥୁନ🌷👉ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।* 

*✧═════•❁❀❁•═════✧*
*🌹କର୍କଟ🌷👉ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।*

*✧═════•❁❀❁•═════✧*
*🌹ସିଂହ🌷👉ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।*
*✧═════•❁❀❁•═════✧*

*🌹କନ୍ୟା🌷👉ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।*

*✧═════•❁❀❁•═════✧*
*🌹ତୁଳା🌷👉ଆଜି  ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।*

*✧═════•❁❀❁•═════✧*
*🌹ବିଛା🌷👉ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ ।  ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌷👉ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।*

*✧═════•❁❀❁•═════✧*
*🌹ମକର🌷👉ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।*
*✧═════•❁❀❁•═════✧*
*🌹କୁମ୍ଭ🌷👉 *ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ  ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।* 

*✧═════•❁❀❁•═════✧*
*🌹ମୀନ🌷👉 ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।*
*✧═════•❁❀❁•═════✧*

ଗଣିଆ ପୋଲିସ କୁ ଆଉ ଏକ ବଡ଼ ସଫଳତା 400ଲିଟର ଦେଶୀ ମଦ ଜବତ

COASTAL NEWS ODIA 973
 
ଗଣିଆ ପୋଲିସ କୁ ଆଉ ଏକ ବଡ଼ ସଫଳତା 400ଲିଟର ଦେଶୀ ମଦ ଜବତ 



ଗଣିଆ - ଖୁଲମ୍ ଖୁଲା ଚାଲିଥିଲା ଦେଶୀ ମହୁଲି କାରବାର କରୁଥିବା ତିନି ଜଣ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଆଜି ଗଣିଆ ଥାନା ପୋଲିସ ଧରିବାରେ ସଫଳ ହୋଇଛି l କଣ୍ଟିଲୋ ରୁ ଗଣିଆ ଆଡ଼କୁ ଆସୁଥିବା ଏକ ସ୍କର୍ପିଓ (OD 02 9342) ଗାଡ଼ିକୁ ବିଶେଷ ସୂତ୍ର ରୁ ଖବର ପାଇ ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ପାଣ୍ଡରାସିଂହା ଛକ ନିକଟରୁ ସ୍କର୍ପିଓ ଗାଡ଼ି ଶହ 20 ଗୋଟି ରବର ବ୍ଲାଡର ରୁ400ଲିଟର ଦେଶୀ ମଦ ଜବତ କରିଥିଲେ,


ଦେଶୀ ମଦ କାରବାର ରେ ଖଣ୍ଡପଡା ର ଗଣେଶ୍ୱର ସାହୁ, ସୁକାନ୍ତ ସାହୁ ଓ ଆଠଗଡ଼ ର ଅନିଲ ସାହୁ ଲିପ୍ତ ଥିବା ଜଣା ପଡିଥିଲା ସେମାନଙ୍କୁ ସେକ୍ସନ 272,273,34IPC, 52 odisha ଏକ୍ସସାଇଜ ଧାରା ରେ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ଚାଳିଶ ହଜାର ଟଙ୍କା ହେବ ବୋଲି କୁହାଯାଉଛି ।

Sunday, October 1, 2023

ତେଲଙ୍ଗାନାକୁ ୧୩ ହଜାର ୫ଶହ କୋଟି ଟଙ୍କା ପରିଯୋଜନାର ଉପହାର ଦେଲେ ମୋଦି

COASTAL NEWS ODIA 972

ତେଲଙ୍ଗାନାକୁ ୧୩ ହଜାର ୫ଶହ କୋଟି ଟଙ୍କା ପରିଯୋଜନାର ଉପହାର ଦେଲେ ମୋଦି



ହାଇଦ୍ରାବାଦ- ଭଞ୍ଜ ବିହାରୀ ମହାନ୍ତି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନାର ମହବୁବନଗର ଜିଲାରେ ୧୩ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଷଳାକର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ୨୦୧୪ରେ ଏଲପିଜି ସଂଯୋଗ ସଂଖ୍ୟା ପ୍ରାୟ ୧୪କୋଟି ଥିଲା, ଯାହା ବର୍ତ୍ତମାନ ୩୨କୋଟିରୁ ଅଧିକ ହୋଇଛି। ସମ୍ପ୍ରତି ଆମେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ହ୍ରାସ କରିଛୁ।

ସଡ଼କ, ରେଳପଥ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୧୩ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ବଟନ ଦବାଇ ପ୍ରଧାନମନ୍ତ୍ରୀ ତେଲଙ୍ଗାନାର ଲୋକଙ୍କୁ ଏହି ଉପହାର ଦେଇଛନ୍ତି।

ଏହି ଅବଧି ମଧ୍ୟରେ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଟ୍ରେନ ସେବାକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ଅନେକ ପ୍ରମୁଖ ଅର୍ଥନୈତିକ କରିଡର ତେଲଙ୍ଗାନା ଦେଇ ଯାଉଛି। ସମସ୍ତ ରାଜ୍ୟକୁ ପୂର୍ବ ଏବଂ ପଶ୍ଚିମ ଉପକୂଳ ସହିତ ଯୋଡିବା ପାଇଁ ଏହା ଏକ ମାଧ୍ୟମ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ମୁଁ ତେଲଙ୍ଗାନା ମାଟିରୁ ଘୋଷଣା କରୁଛି ଯେ ହଳଦୀ ଚାଷୀଙ୍କ ସୁବିଧା ତଥା ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ ହଳଦୀ ବୋର୍ଡ ଗଠନ କରିଛନ୍ତି।

ରୋଗୀଙ୍କ ଜୀବନ ସହ ଖେଳ

COASTAL NEWS ODIA 971

ରୋଗୀଙ୍କ ଜୀବନ ସହ ଖେଳ



ତାଳଚେର - ଭଞ୍ଜ ବିହାରୀ ମହାନ୍ତି - ଦିନେ ନୁହେଁ କି ମାସେ ନୁହେଁ, ବର୍ଷ ବର୍ଷ ଧରି ରୋଗୀ ସେବା ନାଁରେ ଚାଲିଥିଲା ସାଂଘାତିକ ଖେଳ। ନକଲି ଡାକ୍ତର କରୁଥିଲେ ଲୋକଙ୍କ ଚିକିତ୍ସା। କେବଳ ସେତିକି ନୁହେଁ, ପ୍ରତିଦିନ ଶତାଧିକ ଲୋକ ଆସୁଥିବା ନର୍ସିଂ ହୋମର ଲାଇସେନ୍ସ ମଧ୍ୟ ୨୦୧୯ରୁ ଆଉ ନବୀକରଣ କରାଯାଇ ନାହିଁ। ତାଳଚେରରୁ ଏପରି ଘଟଣା ସାମ୍ନାକୁ ଆସିଛି।

ଘଟଣା ସାମ୍ନାକୁ ଆସିବା ପରେ ଆଜି ତାଳଚେର ଥର୍ମାଲ ସ୍ଥିତି ଉକ୍ତ ନର୍ସିଂ ହୋମ୍‌କୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ତାଳଚେର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଢ଼ଉ କରି ଏପରି ପଦକ୍ଷେପ ନିଆଯାଇଛି। ଉକ୍ତ ନର୍ସିଂ ହୋମ୍‌ର ଲାଇସେନ୍ସ ୨୦୧୯ ମସିହାରୁ ନବୀକରଣ ହୋଇନଥିଲା।
ନର୍ସିଂ ହୋମ୍‌ର ଜଣେ ଡାକ୍ତର ମଧ୍ୟ ନକଲି ବୋଲି ଜଣାପଡ଼ିଛି। ରୋଗୀ ସେବା ପାଇଁ ଡାକ୍ତରଙ୍କର ସେପରି କୌଣସି ଯୋଗ୍ୟତା ସାର୍ଟିଫିକେଟ ନାହିଁ। ସଂପୃକ୍ତ ଡାକ୍ତରଙ୍କୁ ପୁଲିସ୍‌ ଥାନାକୁ ଆଣି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ତାଳଚେର ଥର୍ମାଲ ସ୍ଥିତ ଚାଇଁପାଳ ଓଭର ବ୍ରିଜ ନିକଟରେ ରହିଛି ପୁରୁଷୋତ୍ତମ ନର୍ସିଂ ହୋମ। ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଏହାକୁ ଚଳାଉଥିଲେ। କିନ୍ତୁ ବାସ୍ତବରେ ତାଙ୍କ ପାଖରେ ରୋଗୀ ସେବା ପାଇଁ କୌଣସି ପ୍ରମାଣପତ୍ର ନଥିଲା। ଏପରି ଅଭିଯୋଗ ପରେ ନକଲି ଡାକ୍ତରଙ୍କୁ ପୁଲିସ୍‌ ପୂରା ଫିଲ୍ମ ଷ୍ଟାଇଲରେ ଧରିଛି।

ସେ ନର୍ସିଂ ହୋମରେ ଦୀର୍ଘ ଦିନ ହେଲା ରୋଗୀ ସେବା ଯୋଗାଇ ଆସୁଥିଲେ। କିନ୍ତୁ ସେ ରୋଗୀଙ୍କୁ ଭୁଲ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା। ଏପରି ଅଭିଯୋଗ ପରେ ତାଳଚେର ଥାନାର କିଛି ପୁଲିସ କର୍ମଚାରୀ ରୋଗୀ ବେଶରେ ଉକ୍ତ ନର୍ସିଂ ହୋମରେ ଚିକିତ୍ସା ହେବାକୁ ଯାଇଥିଲେ। ଏହି ସମୟରେ ନକଲି ଡାକ୍ତର ପ୍ରଦୀପ ବେହେରାଙ୍କ ଅସଲ ମୁଖା ଖୋଲି ଯାଇଥିଲା।
ପୁଲିସ୍‌ ଠାରୁ ଖବର ପାଇ ତାଳଚେର ଉପଜିଲ୍ଲାପାଳ ମନୋଜ ତ୍ରିପାଠୀ, ତାଳଚେର ଏସଡିପିଓ ମାନସ ବାରିକ, ତହସିଲଦାର ରୋଜାଲିନ ବେହେରା ଓ ତାଳଚେରର ସରକାରୀ ଡାକ୍ତରଖାନାର ଗୋଟିଏ ଡାକ୍ତରୀ ଟିମକୁ ଧରି ଉପଖଣ୍ଡ ପ୍ରଶାସନ ରେଡ କରିଥିଲା।

ଚଢ଼ଉ ବେଳେ ଜଣାପଡ଼ିଥିଲା ଯେ ଏଠାରେ କେବଳ ନକଲି ଡାକ୍ତର ନାହାନ୍ତି, ବରଂ ପୁରୁଷୋତ୍ତମ ନର୍ସିଂ ହୋମର ପଞ୍ଜିକରଣ ୨୦୧୯ ମସିହାରୁ ଆଉ ନବୀକରଣ ହୋଇନାହିଁ। ଏଥିଯୋଗୁ ନର୍ସିଂ ହୋମକୁ ସିଲ କରାଯାଇଛି। ସେହିପରି ବିନା ପ୍ରମାଣପତ୍ରରେ ଲୋକଙ୍କ ଜୀବନ ସହ ଖେଳୁଥିବା ନକଲି ଡାକ୍ତର ପ୍ରଦୀପ ବେହେରାଙ୍କୁ ଅଧିକ ପଚରାଉଚରା ପାଇଁ ପୁଲିସ୍‌ ଥାନାକୁ ନେଇ ଯାଇଛି।

ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ 'ବାଘ ନଖ'

COASTAL NEWS ODIA 970

ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ 'ବାଘ ନଖ'



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ନଭେମ୍ବରରେ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ 'ବାଘ ନଖ'। ଶିବାଜୀଙ୍କ ୩୫୦ତମ ରାଜ୍ୟାଭିଶେଷକ ଉତ୍ସବ ପାଳନ ଅବସରରେ ଏହି ଅସ୍ତ୍ର ବ୍ରିଟେନରୁ ଫେରିବ। ପୂର୍ବରୁ ଏନେଇ ବ୍ରିଟେନ ସରକାରଙ୍କ ସହ କଥାବାର୍ତ୍ତା ସରିଥିଲା।

ଆସନ୍ତା ମଙ୍ଗଳବାର ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ଲଣ୍ଡନ ଗସ୍ତ କରିବେ। ସେଠାରେ ପହଞ୍ଚିବା ପରେ ଅସ୍ତ୍ରଶସ୍ତ୍ର ଫେରସ୍ତ ପାଇଁ ସଂଗ୍ରହାଳୟ ସହ ଏକ ଚୁକ୍ତି ସ୍ୱାକ୍ଷର କରିବେ। ମୁଙ୍ଗନ୍ତୀୱାର କହିଛନ୍ତି ଯେ, ବ୍ରିଟେନରୁ ଆମେ ପ୍ରଥମ ପର୍ଯ୍ୟାୟରେ ବାଘ ନଖ ଫେରାଇ ଆଣିବୁ। ନଭେମ୍ବରରେ ଏହାକୁ ଭାରତ ଅଣାଯିବ। ସେଥିପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି।

ଯେଉଁ ଦିନ ଛତ୍ରପତି ଶିବାଜୀ ମହାରାଜ ଅଫଜଲ ଖାନକୁ ମାରିଥିଲେ ସେହି ଦିନ ବାଘନଖ ଫେରାଇ ଆଣିବାକୁ ପ୍ରୟାସ ଚାଲିଥିବା ମୁଙ୍ଗନ୍ତୀୱାର ଚଳିତ ମାସ ଆରମ୍ଭରେ କହିଥିଲେ।

୧୬୫୯ ମସିହାରେ ପ୍ରତାପଗଡ ଯୁଦ୍ଧରେ ମରାଠା ବିଜୟ ଛତ୍ରପତି ଶିବାଜୀଙ୍କ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା ଅଭିଯାନରେ ଏକ ପରିବର୍ତ୍ତନ ଆଣିଥିଲା। ସେ ୧୬୫୯ ମସିହାରେ ବିଜେପୁର ସୁଲତାନର ଜେନେରାଲ ଅଫଜଲ ଖାନକୁ ପରାସ୍ତ କରି ଏହି ବିଜୟ ହାସଲ କରିଥିଲେ। ବାଘ ନଖରେ ହିଁ ମହାରାଜା ଶିବାଜୀ ଅଫଜଲ ଖାନକୁ ମାରିଥିଲେ।. 

ଇଂରେଜମାନେ ମହାରାଜଙ୍କ ଏହି ସ୍ମୃତି ବ୍ରିଟେନ ନେଇଯାଇଥିଲା। ଇଂଲଣ୍ଡର ଭିକ୍ଟୋରିଆ ଆଣ୍ଡ ଅଲବର୍ଟ ସଂଗ୍ରହାଳୟରେ ବର୍ତ୍ତମାନ ବାଘ ନଖ ରହିଛି। ନଭେମ୍ବରରେ ଏହା ମହାରାଷ୍ଟ୍ରକୁ ଫେରିବ। ବାଘ ନଖକୁ ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ସଂଗ୍ରହାଳୟରେ ରଖାଯିବ ବୋଲି କୁହାଯାଉଛି।

ସଫେଇର ବାର୍ତ୍ତା ଦେଲେ ମୋଦୀ

COASTAL NEWS ODIA 969

ସଫେଇର ବାର୍ତ୍ତା ଦେଲେ ମୋଦୀ 



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ମୋଦିଙ୍କ ହାତରେ ଝାଡୁ । ଗାନ୍ଧୀ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତା ବାର୍ତା  ଦେଇ ନିଜେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ଶ୍ରମଦାନ କରିଛନ୍ତି ନରେନ୍ଦ୍ର ମୋଦୀ । ସ୍ୱଚ୍ଛତା ପାଇଁ ଗୋଟିଏ ଘଂଟା ଶ୍ରମଦାନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଥିଲେ । ଆଉ ଏହାକୁ ଗ୍ରହଣ କରି ସାରା ଦେଶରେ ଝାଡୁ ଧରି  ସ୍ୱଚ୍ଛତାର ବାର୍ତା ଦେଇଛନ୍ତି ନେତା ।


ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ଠିକ୍ ଦିନକ ପୂର୍ବରୁ ସାରା ଦେଶରେ ସ୍ୱଚ୍ଛତା ବାର୍ତା ନେଇ ନେତା ଉଠାଇଛନ୍ତି ସଫେଇ ଝାଡୁ । ସ୍ୱଚ୍ଛତା ହିଁ ସେବା ଏହି ନାରାକୁ ଅଭିଯାନ ଭାବେ ଗ୍ରହଣ କରି ନିଜେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ।

କ୍ଷେତରେ ଜରୁରୀ ଅବତରଣ କଲା ସେନା ହେଲକପ୍ଟର

COASTAL NEWS ODIA 968

କ୍ଷେତରେ ଜରୁରୀ ଅବତରଣ କଲା ସେନା ହେଲକପ୍ଟର

 

ଭୋପାଳ,୧।୧୦: ଭଞ୍ଜ ବିହାରୀ ମହାନ୍ତି - ମଧ୍ୟପ୍ରଦେଶର ଭୋପାଳରେ ଶନିବାର ବାୟୁସେନାର ଏୟାର ସୋ ସଫଳ ହୋଇଥିଲା। ରବିବାର ବେରାସିଆର ଡୁଙ୍ଗରିଆ ଗାଁର ଡେମ ନିକଟ ଏକ କ୍ଷେତରେ ଏକ ସେନା ହେଲିକପ୍ଟରକୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିବାକୁ ପଡିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା କରିବାକୁ ପଡିଲା ବୋଲି କୁହାଯାଇଛି। ଏହିପରି ହେଲିକପ୍ଟର ଅବତରଣ ଦେଖି ଗ୍ରାମବାସୀଙ୍କ ଭିଡ ଦେଖିବାକୁ ମିଳିଥିଲା।

ସୂଚନାନୁସାରେ, ରବିବାର ସକାଳେ ଭୋପାଳର ବେରାସିଆର ଡୁଙ୍ଗରିଆ ଗାଁର ଡେମ ନିକଟ ଏକ କ୍ଷେତରେ ସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଥିଲା। ହେଲିକପ୍ଟରରେ ୬ଜଣ ସେନା କର୍ମଚାରୀ ଥିଲେ। ଜରୁରୀକାଳୀନ ଅବତରଣ କିଛି ବୈଷୟିକ ତ୍ରୁଟି ଯୋଗୁ ହୋଇଛି ବୋଲି କୁହାଯାଉଛି। ଗ୍ରାମବାସୀଙ୍କ କହିବାନୁସାରେ, ହେଲିକପ୍ଟରଟି ଡେମ ଚାରିପାଖରେ ବୁଲୁଥିଲା ଏବଂ ପରେ କ୍ଷେତରେ ଅବତରଣ କରିଥିଲା। ଗ୍ରାମବାସୀଙ୍କ ଭିଡ ମଧ୍ୟ ହେଲିକପ୍ଟର ଦେଖିବା ଆରମ୍ଭ କରିଥିଲା। ସେନା ସେମାନଙ୍କୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୫ ଫୁଟ ୩ ଇଞ୍ଚର ଚପଲ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ

COASTAL NEWS ODIA 967

୫ ଫୁଟ ୩ ଇଞ୍ଚର ଚପଲ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ 

 

ମଧ୍ୟପ୍ରଦେଶ - ଭଞ୍ଜ ବିହାରୀ ମହାନ୍ତି - ପରିସ୍ଥିତି ଯାହା ହେଉନା କାହିଁକି ସ୍ବପ୍ନ ବଡ଼ ହେବା ଉଚିତ। ଏମିତି ଏକ ଖବର ମଧ୍ୟପ୍ରଦେଶର ବୁରହାନପୁରରୁ ଆସିଛି। ବାସ୍ତବରେ ନୟାମତପୁର ଅଞ୍ଚଳରେ ରହୁଥିବା ଚପଲ ନିର୍ମାତା ରମେଶ ଦାଶରଥ ଚିତ୍ରେ ତାଙ୍କ ନାମ ଗିନିଜ ବୁକ୍‌ରେ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି। ସେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ରେକର୍ଡ ପ୍ରସ୍ତୁତ କରିବାକୁ ସେ ରେଗାଜାଇନ ମ୍ୟାଟରୁ ୫ଫୁଟ ୩ଇଞ୍ଚର ଚପଲ ତିଆରି କରିଛନ୍ତି। ଏହି ଚପଲଟି ମଣିଷର ଉଚ୍ଚତା ସହିତ ସମାନ। ଏହି ଚପଲ ମାତ୍ର ୩ ଦିନରେ ତିଆରି ହୋଇଛି। ଏହି ଚପଲରେ ବ୍ୟବହୃତ ସାମଗ୍ରୀରେ ୧୫ ହଳ ଚପଲ ତିଆରି କରିପାରିବେ। ଆଜି ପର୍ଯ୍ୟନ୍ତ ଜିଲାର କୌଣସି ଚପଲ ଉତ୍ପାଦନକାରୀ କମ୍ପାନୀ ଏତେ ବଡ଼ ଚପଲ ତିଆରି କରିନାହାନ୍ତି।

ସାଧାରଣତଃ ଜଣେ ବ୍ୟକ୍ତିର ଉଚ୍ଚତା ୫ଫୁଟରୁ ୬ଫୁଟ। ଏହି ଚପଲର ଉଚ୍ଚତା ମଧ୍ୟ ସାଧାରଣ ଲୋକର ଉଚ୍ଚତା ସହିତ ସମାନ। ଏହି ଚପଲକୁ ଏକ ଟେପ୍‌ ସହିତ ମାପ କରି ଏହାର ଉଚ୍ଚତା ୫ ଫୁଟ ୩ ଇଞ୍ଚ ବୋଲି ଆକଳନ କରାଯାଇଛି। ଏହା ମଧ୍ୟପ୍ରଦେଶର ସବୁଠାରୁ ବଡ଼ ଚପଲ ଏବଂ ଲୋକମାନେ ଏହି ଚପଲ ଉତ୍ପାଦନକାରୀଙ୍କ ସ୍ଥାନକୁ ଆସୁଛନ୍ତି। ଚପଲ ନିର୍ମାତା ରମେଶ କହିଛନ୍ତି, ଗିନିଜ୍‌ ବୁକ୍‌ରେ ତାଙ୍କ ନାମ ପଞ୍ଜୀକରଣ କରିବା ପାଇଁ ସେ ଏହି ଚପଲ ତିଆରି କରିଛନ୍ତି। ମୁଁ ଗିନିଜ ବୁକ୍‌ ଓ୍ବାଲର୍‌ଡ ରେକର୍ଡସ ଓ୍ବେବ୍‌ସାଇଟ୍‌ରେ ଗିନିଜ ବୁକ୍‌ ଓ୍ବାଲର୍‌ଡ ରେକର୍ଡ ପାଇଁ ମଧ୍ୟ ଆବେଦନ କରିଛି। ଯଦି ଏହା ମଧ୍ୟ ମୋର ବିଶ୍ୱ ରେକର୍ଡ ନାମ ପଞ୍ଜୀକରଣ କରେ ନାହିଁ, ତେବେ ମୁଁ ଭବିଷ୍ୟତରେ ୧୦ଫୁଟ ଜୋତା ତିଆରି କରିବ।

ଗତ ୨୫ ବର୍ଷ ଧରି ରମେଶ ଚପଲ ତିଆରି କରିଆସୁଛନ୍ତି। ତାଙ୍କ ପିତା ଜୋତା ମଧ୍ୟ ତିଆରି କରୁଥିଲେ। ଏହା ପରେ ସେ ତାଙ୍କ ପିତା ଦଶରଥଙ୍କଠାରୁ ଏହି କଳା ଶିଖିଥିଲେ ଏବଂ ଆଜି ସେ ନିଜେ ଚପଲ ତିଆରି କରୁଛନ୍ତି। ତାଙ୍କ କମ୍ପାନୀରେ ଚମଡ଼ା ଜୋତା ଏବଂ ଚପଲ ତିଆରି କରାଯାଏ। ରମେଶ ତାଙ୍କ ଦୋକାନରେ ଅଧା ଡଜନରୁ ଅଧିକ ପ୍ରକାରର ଚପଲ ଏବଂ ଜୋତା ତିଆରି କରନ୍ତି। ଏଥିରେ କୋହ୍ଲାପୁରୀ ଲାଖାନି ମହାରାଜା ଜୋତା ଚମଡ଼ାରୁ ତିଆରି କରନ୍ତି। ଯାହାକୁ ଲୋକମାନେ ପସନ୍ଦ କରନ୍ତି। ଲୋକମାନେ ତାଙ୍କଠାରୁ ଜୋତା ଅର୍ଡର କରିଥାନ୍ତି।

ହୀରାକୁଦ ଜଳସ୍ତର ଖସିଲା

COASTAL NEWS ODIA 966


 ହୀରାକୁଦ ଜଳସ୍ତର ଖସିଲା




ସମ୍ବଲପୁର - ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଗତକାଲି ଅପରାହ୍ଣରେ ଏହାର ସର୍ବୋଚ୍ଚ ଚଳଧାରଣ କ୍ଷମତା ୬୩୦ ଫୁଟରେ ପହଂଚିଥିଲା। ହେଲେ, ଆଗାମୀ ଦିନରେ ଉପରମୁଣ୍ଡରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିକୋଣରୁ ଜଳସ୍ତର ହ୍ରାସ ଗତକାଲି ୭ଟି ସୁଇସ୍‌ ଗେଟ୍ ଖୋଲା ଥିବା ବେଳେ ଆଜି ଆହୁରି ୩ଟି ଅଧିକ ସୁଇସ୍‌ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

ଫଳରେ ଆଜି ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୯,୧୯ ଫୁଟ୍‌କୁ ଖସି ଆସିଛି। ଜଳଭଣ୍ଡାରକୁ ୯୮,୭୫୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨,୦୦,୪୦୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସେଥିରୁ ସୁଇସ୍ ଗେଟ୍ ଦେଇ ୧, ୬୩,୮୨୦ କ୍ୟୁସେକ୍ ଜଳ ଓ ପାୱାର ଚାନେଲ ୩୨,୫୩୨ ଦେଇ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। କଳସେଚନ ନିମନ୍ତେ ୩୭୫୭ ଶିଳ୍ପାନୁଷ୍ଠାନକୁ ଓ ମେଗା ପ୍ରକଳ୍ପକୁ କ୍ୟୁସେକ୍ ଓ ୨୫୭ କ୍ୟୁସେଜ୍ ଉଠାଜଳସେଚନ ୩୬ କ୍ୟୁସେକ୍ ଜଳ ଯୋଗାଇ ଦିଆଯାଉଛି।

ଯୁବତୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ ଅଦାଲତ ଆଜୀବନ କରାଦଣ୍ଡ

COASTAL NEWS ODIA 965

ଯୁବତୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ ଅଦାଲତ ଆଜୀବନ କରାଦଣ୍ଡ



କଟକ - ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଏକରୁଖି ଗ୍ରାମରେ ୨୦୧୬ରେ ଘଟିଥିବା ଜଣେ ଯୁବତୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ ଅଦାଲତ ଆଜୀବନ କରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। କଟକ ଜିଲ୍ଲା ଓ ଦୌରା ଜଜ୍ ସୌମେନ୍ଦ୍ର କୁମାର ରାଜଗୁରୁ ମାମଲାର ଶୁଣାଣି କରି ପ୍ରଭାତକୁ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ମେ’ ୯ ତାରିଖ ସନ୍ଧ୍ୟାରେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ନତକାଇ ପଞ୍ଚାୟତ ଏକରୁଖି ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପ୍ରିୟଦର୍ଶିନୀ ପଣ୍ଡା ସନ୍ଧ୍ୟା ପ୍ରାୟ ୭ଟାରେ ପଡ଼ୋଶୀଙ୍କ ଘରୁ ନିଜ ଘରକୁ ଫେରୁଥିଲା ବେଳେ ହତ୍ୟାର ଶିକାର ହୋଇଥିଲେ। ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି ଓ ଶରୀରର ଅନ୍ୟ ଅଙ୍ଗକୁ ଆକ୍ରମଣ କରାଯାଇଥିଲା । ଅନ୍ଧାରର ସୁଯୋଗ ନେଇ ଆକ୍ରମଣକାରୀ ଘଟଣାସ୍ଥଳରୁ ଖସି ପଳାଇଥିଲା। ପୀଡ଼ିତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଏ ନେଇ ମୃତକଙ୍କ ପରିବାର ତରଫରୁ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦିଆଯିବା ପରେ ପୁଲିସ ପ୍ରଭାତକୁ ଗିରଫ କରିଥିଲା। ମାମଲାର ଶୁଣାଣି ସମୟରେ ଅଦାଲତରେ ପ୍ରସିକ୍ୟୁସନ ତରଫରୁ ୧୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ତରଫରୁ ପବ୍ଲିକ୍ ପ୍ରସିକ୍ୟୁଟର୍ କ୍ଷେତ୍ରମୋହନ ବେହେରା ମାମଲା ପରିଚାଳନା କରୁଥିଲା ବେଳେ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଦେବାଶିଷ ସାମନ୍ତରାୟ ସହାୟତା କରୁଥିଲେ।

ଇମ୍ରାନ ଖାଁ ଓ ମହମୁଦ କୁରେଶୀ ଦୋଷୀ ସାବ୍ୟସ୍ତ

COASTAL NEWS ODIA 964

ଇମ୍ରାନ ଖାଁ ଓ ମହମୁଦ କୁରେଶୀ ଦୋଷୀ ସାବ୍ୟସ୍ତ



ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ସିଫର ମାମଲାରେ ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ଏଫଆଇଏ ଦୋଷୀ ସାବ୍ୟସ୍ତ କରିଛି । ନ୍ୟୁଜ ଏଜେନ୍ତି ପିଟିଆଇ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଜିଓଟିଭି ଏହି ସୂଚନା ଦେଇଛି। 

ପାକିସ୍ତାନୀ ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ତି ଉଭୟଙ୍କ ବିରୋଧରେ ଏକ ସ୍ଵତନ୍ତ୍ର କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ । ଉଭୟ ପିଟିଆଇ ମୁଖ୍ୟ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବର୍ତ୍ତମାନ ନ୍ୟାୟିକ ରିମାଣ୍ଡରେ ଜେଲରେ ଅଛନ୍ତି।

ବାକ୍-ସ୍ବାଧୀନତା ମାନେ ନୁହେଁ ହିଂସାକୁ ଉସକାଇବା: ଜୟଶଙ୍କର

COASTAL NEWS ODIA 963

ବାକ୍-ସ୍ବାଧୀନତା ମାନେ ନୁହେଁ ହିଂସାକୁ ଉସକାଇବା: ଜୟଶଙ୍କର



ୱାସିଂଟନ, ୩୦/୯: ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କାନାଡ଼ାକୁ ଲକ୍ଷ୍ୟ କରି କହିଛନ୍ତି ଯେ, ବାକ୍-ସ୍ବାଧୀନତା ବାବଦରେ ଅନ୍ୟ କୌଣସି ଦେଶ ଭାରତକୁ ପାଠ ପଢ଼ାଇବାର ଆବଶ୍ୟକତା ନାହିଁ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ମାନେ ହିଂସାକୁ ଉସକାଇବା ନୁହେଁ। ଶୁକ୍ରବାର ୱାସିଂଟନଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜୟଶଙ୍କର କହିଲେ, ମୁଁ ଏଠାରେ ଆମେରିକାକୁ ଓ କାନାଡ଼ାକୁ ମଧ୍ୟ କହି ରଖିବାକୁ ଚାହେଁ ଯେ ଭାରତ ଏକ ଗଣତାନ୍ତ୍ରିକ ଦେଶ। 

ଅନ୍ୟ କୌଣସି ଦେଶ ଭାରତକୁ ବାକ୍- ସ୍ବାଧୀନତା ବାବଦରେ ପାଠ ପଢ଼ାଇବାର ଆବଶ୍ୟକତାନାହିଁ । ହିଂସାକୁ ପ୍ରୋତ୍ସାହନ ଦେବା ଭଳି ଭାଷଣକୁ ବାକ୍-ସ୍ବାଧୀନତା କୁହାଯାଏ ନାହିଁ । ଏହା ସ୍ବାଧୀନତାର ସୁରକ୍ଷା ନୁହେଁ, ବରଂ ସ୍ବାଧୀନତାର ଦୁରୂପଯୋଗ | ସେ ପୁଣି କହିଥିଲେ ଯେ, ଭାରତ ଜାଗାରେ ଅନ୍ୟ କୌଣସି ଦେଶ ଥିଲେ ଏବଂ ତାଙ୍କ ଦେଶର କୂଟନୀତିଜ୍ଞଙ୍କୁ ଧମକ ଦିଆଯାଉଥିଲେ ସେମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତେ ? ଗତ ଜୁଲାଇ ମାସରେ ସାନ ଫ୍ରାନ୍ସିସ୍କୋଠାରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ବାବଦରେ ଜୟଶଙ୍କର କହିଲେ ଯେ, ତାଙ୍କ ଆମେରିକା ଗସ୍ତ ସମୟରେ ସେ ଏ ପ୍ରସଙ୍ଗ ଉଠାଇଥିଲେ । ଆମେରିକା ଏହାର ଦୃଢ଼ ନିନ୍ଦା କରିବା ସହ ଏହାର ତଦନ୍ତ ଆଦେଶ ଦେଇଥିବା ଜୟଶଙ୍କର କହିଥିଲେ

ପୃଥିବୀଠାରୁ ୯.୨ଲକ୍ଷ କିମି ଦୂରରେ ‘ଆଦିତ୍ୟ ଏଲ୧

COASTAL NEWS ODIA 962

ପୃଥିବୀଠାରୁ ୯.୨ଲକ୍ଷ କିମି ଦୂରରେ ‘ଆଦିତ୍ୟ ଏଲ୧


ବେଙ୍ଗାଲୁରୁ - ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନରେ ସେପ୍ଟେମ୍ବର ୨ରେ ଯାଇଥିବା ଆଦିତ୍ୟ ଏଲ୍‌ ଗତ ୧୮ ତାରିଖ ରାତିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ବିଦାୟ ଜଣାଇଥିବାବେଳେ ଏବେ ସଫଳତାର ସହ ପୃଥିବୀ ଓ ସୂର୍ଯ୍ୟ ମଧ୍ୟସ୍ଥ ଟ୍ରାନ୍ସ ଲାଗ୍ରାଙ୍ଗିଆନ୍ ପଏଣ୍ଟ-୧ ବା ‘ଟିଏଲ-୧ଆଇ’ ଅଭିମୁଖେ ଆଗେଇ ଚାଲିଛି । 

ଇତିମଧ୍ୟରେ ଆଦିତ୍ୟ ଏଲ୍‌ ପୃଥିବୀରୁ ୯ ଲକ୍ଷ ୨୦ହଜାର କିଲୋମିଟର ଅତିକ୍ରମଣ କରିସାରିଲାଣି ଏବଂ ପୃଥିବୀର ବାୟୁମଣ୍ଡଳ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ବୋଲି ଶନିବାର ଇସ୍ରୋ ପକ୍ଷରୁ କୁହାଯାଇଛି।

ପୃଥିବୀର ପ୍ରଭାବ ସଫଳତାର ସହ ଅତିକ୍ରମ କରିବାରେ ଏହି ମହାକାଶ ଯାନ ଦ୍ଵିତୀୟ ବୋଲି ଇସ୍ରୋ କହିଛି। ମଙ୍ଗଳଯାନର ଅର୍ବିଟର ଏ କ୍ଷେତ୍ରରେ ପ୍ରଥମ ଥିଲା l ସୂଚନାଯୋଗ୍ୟ ଯେ ଆଦିତ୍ୟ ଏଲ୧ ପୃଥିବୀର କକ୍ଷପଥରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ ଅଭିମୁଖେ ୧୧୦ ଦିନିଆ ଯାତ୍ରା ଜାରି ରଖୁଛି।

ପାକିସ୍ତାନ କୁ ହରାଇ ଭାରତକୁ ସ୍ବର୍ଣ୍ଣ ପଦକ

COASTAL NEWS ODIA 961

ପାକିସ୍ତାନ କୁ ହରାଇ ଭାରତକୁ ସ୍ବର୍ଣ୍ଣ ପଦକ



ହ୍ବାଙ୍ଗଝୋ - ଏସୀୟ କ୍ରୀଡ଼ାର ପୁରୁଷ ସ୍କାଶ squash ଦଳଗତ ବିଭାଗରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି।ଶନିବାର ଖେଳାଯାଇଥିବା ଫାଇନାଲରେ ପାକିସ୍ତାନକୁ ୨-୧ରେ ପରାସ୍ତ କରିଥିଲା ଭାରତୀୟ ଦଳ। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଥିଲା। 

ପ୍ରଥମ ମ୍ୟାଚ୍‌ରେ ଭାରତର ମହେଶ ମାଙ୍ଗ ଗାଓକରଙ୍କୁ ପାକିସ୍ତାନର ନାସିର୍ ଇକବାଲ୍ ୧୧-୮, ୧୧-୩, ୧୧-୨ ପଏଣ୍ଟରେ ପରାସ୍ତ କରିଥିଲେ । ପରବର୍ତ୍ତୀ ମ୍ୟାଚ୍‌ରେ ଭାରତର ସୌରଗ ଘୋସାଲ ଚମତ୍କାର ପ୍ରଦର୍ଶନ କରିବା ସହ ପାକିସ୍ତାନର ମହମ୍ମଦ ଆସିମ୍ ଖାନ୍‌ଙ୍କୁ ୧୧-୫, ୧୧-୧, ୧୧-୩ ପଏଣ୍ଟରେ ପରାସ୍ତ କରି ଖେଳକୁ ୧-୧ ସ୍ତରକୁ ଆଣିଥିଲେ। 

ତୃତୀୟ ମ୍ୟଚାରେ ଭାରତର ଅଭୟ ସିଂହ ଓ ପାକିସ୍ତାନର ନୁର ଜମନଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌କୁ ଅଭୟ ୧୧- ୭, ୯-୧୧, ୭-୧୧, ୧୧-୯ ଓ ୧୨-୧୦ ପଏଣ୍ଟରେ ଜିତି ଭାରତ ନିମନ୍ତେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରଥମ ସେଟ୍‌କୁ ଅଭୟ ସହଜରେ ୧୧-୭ ପଏଣ୍ଟରେ ଜିତିଥିବା ବେଳେ ଦ୍ବିତୀୟ ସେଟ୍‌ରେ ନୁର ଭଲ ପ୍ରଦର୍ଶନ କରିବା ସହ ୯-୧୧ରେ ବିଜୟୀ ହୋଥିଲେ। 

ସେହିପରି ତୃତୀୟ ସେଟ୍‌ରେ ମଧ୍ୟ ନୁର୍ ବିଜୟୀ ହୋଇ ଆଗୁଆ ହୋଇ ପାରିଥିଲେ । ତେବେ ଚତୁର୍ଥ ସେଟ୍‌ରେ ଅଭୟ ଲଢ଼ୁଆ ଖେଳ ପ୍ରଦର୍ଶନ କରିବା ସହ ୧୧-୯ ପଏଣ୍ଟରେ ଜିତି ମ୍ୟାଚ୍‌କୁ ସମାନ ସ୍ତରକୁ ଆଣି ପାରିଥିଲେ। ପଞ୍ଚମ ସେଟ୍‌ରେ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ତେବେ ଅଭୟ ଧୈର୍ଯ୍ୟପୂର୍ଣ୍ଣ ଖେଳ ଜାରି ରଖିବା ସହ ଏହି ସେଟ୍‌କୁ ୧୨-୧୦ରେ ଜିତିଥିଲେ।

ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ହତ୍ୟା ମାମଲା

COASTAL NEWS ODIA 960

ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ହତ୍ୟା ମାମଲା


କୋଦଳା - ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଗତ ୨୮ତାରିଖ ରାତିରେ ଆସିକା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୁର ତଥା ଆସିକା ବ୍ଲକ୍ କୋଟିନଡ଼ା ଥାନା ଅନ୍ତର୍ଗତ ବରଗାଁର ଦୁର୍ଦ୍ଦାନ୍ତ ସୁନୀଲ ନାହାକ ହତ୍ୟା ଘଟଣା ରାଜନୈତିକ ମୋଡ଼ ନେଇଛି । ଏହି ହତ୍ୟାକାଣ୍ଡ ପଛରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ବାମୀ ତଥା ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ହାତ ରହିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । 

ରାଜନୈତିକ ଶତ୍ରୁତାରୁ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏତଲାକାରୀ ତଥା ଦାନପୁର ଗ୍ରାମର ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ କୋଦଳା ଥାନା ପୁଲିସ କେସ୍ ନମ୍ବର ୪୭୩/୨୩ ଦଫା ୧୨୦-ବି, ୨୯୪, ୩୦୨, ୩୦୭, ୩୨୩, ୩୨୪, ୩୪ ଓ ୩୪୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । 

ଦୈତାରୀଙ୍କ ସହିତ ଦାନପୁର ଗ୍ରାମରେ ଆଉ ଜଣେ ବିଜେଡି ଯୁବ ନେତା କୁମର ସାହୁଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ମୋଟ ୪ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଗତକାଲି ଦୀପକ ଖଟୁଆ ଓ ଜିତେନ୍ଦ୍ର ପ୍ରଧାନ ଓରଫ୍ ଜିତୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଅନ୍ୟତମ ଅଭିଯୁକ୍ତ ତଥା ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷ ଦୈତାରୀ ଓ କୁମରଙ୍କୁ ପୁଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରି ନାହିଁ । ଏତଲାକାରୀ ମନୋଜ ତାଙ୍କର ଏତଲାରେ ଦର୍ଶାଇଛନ୍ତି ଯେ, ଗତ ୨୮ତାରିଖ ରାତି ପ୍ରାୟ ୮ଟା ୧୫ ମିନିଟରେ ସେ ଓ ତାଙ୍କର ବନ୍ଧୁ ସୁନୀଲ ଓରଫ୍ ଯୁଧିଷ୍ଠିର ନାହାକ ଦାନପୁର ଗ୍ରାମ ଗଣେଶ ପୂଜା ମଣ୍ଡପ ନିକଟରେ ପ୍ରସାଦ ସେବନ କରୁଥିଲେ । ଏହି ସମୟର କୁମର, ଦୀପକ ଓ ଜିତୁ ସେଠାକୁ ଆସି ଅଭଦ୍ର ଭାଷାରେ ଗାଳି କରି ଦୈତାରୀଙ୍କୁ କାହିଁକି ବିରୋଧ କରୁଛୁ ବୋଲି କହିବା ସହ ମନୋଜଙ୍କୁ ଆକ୍ରମଣ କରିଥିଲେ । ଏହା ଦେଖି ନିକଟରେ ଛିଡ଼ା ହୋଇଥିବା ସୁନୀଲ ପ୍ରତିବାଦ କରିବାରୁ ସେମାନେ ସୁନୀଲଙ୍କୁ ଶାବଳ, ଲୁହାରଡ଼ ଓ ଛୁରିରେ ଆକ୍ରମଣ କରିଥିଲେ । ସୁନୀଲ ତଳେ ପଡ଼ିଯିବା ପରେ ସେମାନେ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣା ସ୍ଥଳରେ ହିଁ ସୁନୀଲଙ୍କ ମୃତ୍ୟୁ ଘଟିଥିଲା ବୋଲି ମନୋଜ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ମନୋଜଙ୍କ ସହିତ ଦୈତାରୀଙ୍କ ରାଜନୈତିକ ଶତ୍ରୁତା ରହିଥିଲା । ଏଣୁ ଦୈତାରୀଙ୍କ ପ୍ରରୋଚନାରେ ଆକ୍ରମଣ ହୋଇଥିବା ମନୋଜ ଅଭିଯୋଗ କରିଛନ୍ତି। 

ସେପଟେ ବ୍ଲକ୍ ଅଧ୍ୟକ୍ଷ ଦୈତାରୀ କହିଛନ୍ତି, ମୁଁ ଘଟଣା ଦିନ ଭୁବନେଶ୍ବରରେ ଥିଲି। ସେହି ଘଟଣା ସମ୍ପର୍କରେ ମୁଁ କିଛି ଜାଣି ନାହିଁ । ସେହି ପଞ୍ଚାୟତରୁ ମୁଁ ସମିତି ସଭ୍ୟ ହୋଇଛି। ଏଣୁ ବିରୋଧୀ ଗୋଷ୍ଠୀ ମୋ ନାମରେ ଏଭଳି ମିଥ୍ୟା ଅଭିଯୋଗ କରି ଥାଇପାରନ୍ତି। ଘଟଣାର ତଦନ୍ତ ହେଉ, ତଦନ୍ତରେ ମୁଁ ପୂର୍ଣ୍ଣ ସହଯୋଗ କରିବି। ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

ଭୁବନେଶ୍ବର କୁ ଜିଲ୍ଲା ମାନ୍ୟତା ଦାବି

COASTAL NEWS ODIA 959

ଭୁବନେଶ୍ବର କୁ ଜିଲ୍ଲା ମାନ୍ୟତା ଦାବି


 
ଭୁବନେଶ୍ୱର - ଭୁବନେଶ୍ୱରକୁ ଜିଲା ମାନ୍ୟତା ପ୍ରଦାନ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି। ଏଥୂପାଇଁ ବିଭିନ୍ନ ସଙ୍ଗଠନଗୁଡ଼ିକ ପକ୍ଷରୁ ସଭାସମିତି କରି ଦସ୍ତଖତ ସଂଗ୍ରହ କରାଯାଇଛି । ଭୁବନେ ଶ୍ୱର ଆଇନଜୀବୀମାନେ ମଧ୍ୟ ଜିଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରଖୁଛନ୍ତି। ଜିଲା ପୁର୍ନଗ ଠନ ପ୍ରକ୍ରିୟାରେ ଭୁବନେଶ୍ୱରକୁ ସାମିଲ କରି ଜିଲା ମାନ୍ୟତା ଦେବାକୁ ଆଇନଜୀବୀମାନେ ଦାବି କରିଛନ୍ତି। 

ସେପ୍ଟେମ୍ବର ୨୯, ୧୯୯୩ରେ ଭୁବନେ ଶ୍ଵର ଓକିଲଙ୍କ ଦାବିକୁ ଗ୍ରହଣ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଭୁବନେଶ୍ଵର କଚେରି ନିକଟରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ କରିଥିଲେ । ତାହା ଅନେକ ଦିନ କାର୍ଯ୍ୟ କଲା ପରେ ରାଜ୍ୟ ସରକାର ହଠାତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଖୋର୍ଦ୍ଧାକୁ ସ୍ଥାନାନ୍ତର କରିଥିଲେ। ସେହିଦିନଠାରୁ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା କରିବା ପାଇଁ ଆନ୍ଦୋଳନ ଜାରିରହିଛି । 

ରାଜଧାନୀ ବାସିନ୍ଦା ଏବଂ ଅନ୍ୟାନ୍ୟ ସଙ୍ଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ସରକାର ଅଗ୍ରାଧିକାର ଭିତ୍ତିରେ ଭୁବନେଶ୍ବରକୁ ଜିଲା ମାନ୍ୟତା ନ ଦେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପିସିସି ବରିଷ୍ଠ ଉପସଭାପତି ତଥା ବରିଷ୍ଠ ଆଇନଜୀବୀ(ଆଡ଼ଭୋକେଟ) ଶିବାନନ୍ଦ ରାୟ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।


ଆଜିର ରାଶିଫଳ

COASTAL NEWS ODIA 958

*🌹🌼👉ମହାବୀର ପଞ୍ଜିକା👈🌼🌹*

*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*

*🌷ମେଷ🌹👉 ଆଜି କୌଣସି କାରଣ ରୁ ଆପଣ ଖୁସି ରେ  ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ବୃଷ 🌹👉: ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ଅଟେ।*
*✧═════•❁❀❁•═════✧*
*🌷ମିଥୁନ🌹👉 : ଆଜି ଅପଙ୍କୁ ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌷କର୍କଟ🌹👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ସିଂହ🌹👉 : ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌷କନ୍ୟା 🌹👉: କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି  ବଜାୟରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌷ତୁଳା🌹👉: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌷ବିଛା 🌹👉: ଆଜିର ଦିନଟି ଏକ ସ୍ମରଣୀୟ ଦିନ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌷ଧନୁ🌹👉ଆଜି ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌷ମକର🌹👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ବ୍ୟୟ ବଢିପାରେ ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।* 
*✧═════•❁❀❁•═════✧*
*🌷କୁମ୍ଭ 🌹👉: ଆଜି ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଧନଲାଭ ହୋଇପାରେ।*
*✧═════•❁❀❁•═════✧*
*🌷ମୀନ🌹👉: ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାର ପ୍ରସ୍ତୁକରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ।  ଦୂରଯାତ୍ରାର ଯୋଗ ଅଛି।*
*✧═════•❁❀❁•═════✧*

*ସଂକ୍ଷିପ୍ତ ଆଜିର*

COASTAL NEWS ODIA 957
*ସଂକ୍ଷିପ୍ତ ଆଜିର* 
*ତାରିଖ ୦୧/୧୦/୨୩, ରବିବାର*



*୧-ଭୁବନେଶ୍ୱର: ବିଜେପି ବିଧାୟକଙ୍କ ହଟ୍ଟଗୋଳ,  କଂଗ୍ରେସ ବିଧାୟକଙ୍କ କକ୍ଷତ୍ୟାଗ ମଧ୍ୟରେ ଅତିରିକ୍ତ ଖର୍ଚ୍ଚ ଦାବି ଗୃହୀତ।*

*୨-ସମୟ ମାଗିଲେ ସରକାର, ଆନ୍ଦୋଳନରୁ ଓହରିଲେ ଆୟୁଷ ଭେଷଜ ଛାତ୍ରଛାତ୍ରୀ।*

*୩-ସକାଳ ୮ରୁ ସନ୍ଧ୍ୟା ୫ ଯାଏଁ ଖୋଲା ରହିବ ନନ୍ଦନକାନନ।*

*୪-୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ସମୟସୀମା ବୃଦ୍ଧି, ଅକ୍ଟୋବର ୭ ଶେଷଦିନ।*

*୫-୧୯ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ସହ ଓଡ଼ିଶାର ଅର୍ଥନୈତିକ ପ୍ରଗତି ଜାରି; ୩,୬୬୩ କୋଟି ଟଙ୍କାର ପ୍ରକଳ୍ପରେ  ପ୍ରାୟ ୧୩,୬୬୩ ନିଯୁକ୍ତି ସମ୍ଭାବନା।*

*୬-ରାଜଧାନୀରେ ହିଟ ଆଣ୍ଡ ରନ୍, ଶ୍ରମିକ ମୃତ, ରାଜମହଲ ଛକ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର।*

*୭-କେନିୟାର ବିଶିଷ୍ଟ ସମାଜସେବୀ ତଥା ଫାଷ୍ଟ ଲେଡି ରାଚେଲ୍ ରୁଟୋଙ୍କୁ ପ୍ରଦାନ କରାଗଲା କିସ୍ ହ୍ୟୁମାନିଟାରିଆନ୍ ଆୱାର୍ଡ।*

*୮-ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ୬ ଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ସମୀକ୍ଷା।*

*୯-ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତ୍ତି, ଅକ୍ଟୋବର ୫ ଯାଏଁ ଘୁଞ୍ଚିଲା ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍ ତାରିଖ।*

*୧୦-ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟ ସାରା ବୁଲିବ ୩୪ଟି ସାଇବର ସୁରକ୍ଷା ରଥ ବାଣ୍ଟିବ ସଚେତନତାର ମନ୍ତ୍ର, ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ – ମୁଖ୍ୟମନ୍ତ୍ରୀ।*

*୧୧-ସୃଷ୍ଟି ହେଲା ସୁଦୃଶଃ ଲଘୁଚାପ କ୍ଷେତ୍ର ! ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି।*

*୧୨-ବ୍ରହ୍ମଗିରି ଥାନା ଡିମିରିସୋଣା ଗାଁରେ ଘଟିଛି ଅଘଟଣ ।ଗଣେଶ ଭସାଣି ବେଳେ ଅଘଟଣ, ବାପାର ଟ୍ରାକ୍ଟର ଚକା ତଳେ ପଡି ପୁଅ ମୃତ।*

*୧୩-ଢେଙ୍କାନାଳ:ଭିଜିଲାନ୍ସ ଜାଲରେ ଓଏସଏପି ପ୍ରଥମ ବାଟାଲିଅନ କମାଣ୍ଡାଣ୍ଟ, ଜବତ ହେଲା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା।*

*୧୪-ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପ୍ରତି ଜିଲ୍ଲାରେ କରାଯିବ Language Lab।*

*୧୫-ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ ଗେଟ୍‌, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି।*

*୧୬-ଅକ୍ଟୋବର ୧୩ରେ ନିଲାମ ହେବ ବଡ଼ମ୍ବା ଚିନିକଳ । ପ୍ରତିବାଦରେ ବିଜେପିର ଜନ ଆକ୍ରୋଶ ସମାବେଶ।*

*୧୭-ଗାଁ ସାଥୀଙ୍କ ନିଆରା ପ୍ରତିବାଦ। ଝାଡୁମାରି, ଦଣ୍ଡବତ କରି ରଖିଲେ ଦାବି। ସେପଟେ ସରୁନି ଶିକ୍ଷକଙ୍କ ଆନ୍ଦୋଳନ।*

*୧୮-ଆସିଲା ନୂଆ ଆପାର୍ଟମେଣ୍ଟ ନିୟମ; ଆଉ ମନମାନି କରିପାରିବେନି ବିଲଡର।*

*୧୯-ବାଲେଶ୍ବରରୁ ଉତ୍ତରପ୍ରଦେଶ ଲମ୍ବିଛି ଜାଲ୍‌ ସାର୍ଟିଫିକେଟ୍‌ ଚେର, RI ଓ ସରପଞ୍ଚ ବି କାର୍ପଟଦାର।*

*୨୦-SSC ବାହାର କଲା ଷ୍ଟେନୋଗ୍ରାଫର୍ ପଦବୀ; ଦ୍ୱାଦଶ ପାଶ୍ ହୋଇଥିଲେ କରନ୍ତୁ ଅନଲାଇନ୍ ଆବେଦନ: ssc.nic.in*

*୨୧-ଭାରତକୁ ମିଳିଲା ନବମ ସ୍ୱର୍ଣ୍ଣ ; ମୋଟ୍‌‌ ପଦକ ସଂଖ୍ୟା ୩୫।*

*୨୨-ବିଶ୍ୱକପ ଆଉ ୫ ଦିନ – ଆଇସିସି ଜାରି କଲା ମାସ୍କଟ ବ୍ଲେଜ୍ ଓ ଟୋଙ୍କ୍।*

*୨୩-ଆମେରିକାର ଆଲାସ୍କାରେ ଭାରତ-ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ।*

.               

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...