AFFILIATE MARKETING

https://binomo.com?a=90810425bb57&t=0

Thursday, February 29, 2024

କେତେ ନିରାଡମ୍ବର ଆମ ଦେଶର ରାଷ୍ଟ୍ରପତି

COASTAL NEWS ODIA 1719

କେତେ ନିରାଡମ୍ବର ଆମ ଦେଶର ରାଷ୍ଟ୍ରପତି 




ରାଇରଙ୍ଗପୁର-(CNO) ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଥିଲେ ହେଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଶୈଳୀ ଯେତେକି ସାଧାରଣ, ତାଙ୍କର ଖାଦ୍ୟପେୟ ସେତିକି ସାଧାସିଧା । ନିଜର ଜୀବନଶୈଳୀ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଓଡ଼ିଶା ଗସ୍ତରେ ଥିବାବେଳେ ତାଙ୍କର ଖାଦ୍ୟପେୟ ସାମ୍ନାକୁ ଆସିଛି । 

ଗତକାଲି(ବୁଧବାର) ରାତିରେ ନିଜ ରାଇରଙ୍ଗପୁରସ୍ଥିତ ବାସଭବନରେ ରାଷ୍ଟ୍ରପତି ରାତି ବିତାଇ ଥିବାବେଳେ ରାତ୍ରିଭୋଜନରେ କେବଳ ରୁଟି ତରକାରୀ ଖାଇଥିଲେ । ଏଥିସହ ନିଜ ବାସଗୃହରେ କେବଳ ଘର ଲୋକଙ୍କ ସହ ସମୟ କାଟିଥିଲେ । ଏହାପୂର୍ବରୁ ଦିନ ବେଳା ସେ ଝିଅ ଇତିଶ୍ରୀ ମୁର୍ମୁଙ୍କ ସହ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ୱରୀଙ୍କ ଦର୍ଶନ କରି ସେଠାରେ ଅନ୍ନ ପ୍ରସାଦ ସେବନ କରିଥିଲେ । ଏନେଇ ତାଙ୍କର ଝିଅ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆଜି (ଗୁରୁବାର) ମହାମହିମଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ସେ ରାଇରଙ୍ଗପୁରରୁ କେନ୍ଦୁଝର ଗସ୍ତ କରିଛନ୍ତି । କେନ୍ଦୁଝର ଅଭିମୁଖେ ଯାତ୍ରା ପାଇଁ ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ମହାମହିମ ପହଞ୍ଚିଥିବା ବେଳେ ସେଠାରେ ରାଜ୍ୟପାଳ ରଘୁବର ଦାସ ଓ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ତେବେ ଆଜି ସକାଳେ ନିଜ ବାସଭବନରେ ସକାଳ ଜଳଖିଆ ପରେ କିଛି ସାକ୍ଷାତ କାର୍ଯ୍ୟକ୍ରମ ରହିଥିଲା । 

ଘରେ ମହାମହିମଙ୍କ ଝିଅ ଇତିଶ୍ରୀ ମୁର୍ମୁ, ଭାଇ ତରଣୀସେନ ଟୁଡୁ, ଭାଉଜ ସାକ୍ରୋମଣି ଟୁଡୁଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ପରେ ବାସଭବନରୁ ଭାବବିହ୍ଵଳ ଅବସ୍ଥାରେ ତାଙ୍କୁ ବିଦାୟ ଦେଇଥିଲେ ଆତ୍ମୀୟ ସ୍ୱଜନ । ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ଏହା ମହାମହିମଙ୍କ ମୟୂରଭଞ୍ଜ ଜିଲ୍ଲାକୁ ତୃତୀୟ ଗସ୍ତ ।

ଗତକାଲି(ବୁଧବାର) ରାତିରେ ମାଆଙ୍କ ସହ ବାସଗୃହରେ କେବଳ ଘରଲୋକ ଥିଲେ ବୋଲି କହିଛନ୍ତି ଝିଅ ଇତିଶ୍ରୀ ମୁର୍ମୁ । ସେପଟେ ଆଗାମୀ ନିର୍ବାଚନରେ ଇତିଶ୍ରୀ ମୟୂରଭଞ୍ଜରୁ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ବିଷୟରେ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି । ତେବେ ଇତିଶ୍ରୀ ମୁର୍ମୁ ପାହାଡପୁର ସ୍ଥିତ ଏସଏଲଏସ ଟ୍ରଷ୍ଟ ବୋର୍ଡର ସଭାପତି ଥିବାରୁ ଆଜି ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଛନ୍ତି । ସେଠାରେ ଟ୍ରଷ୍ଟ ବୋର୍ଡର ଅନ୍ୟ ସଦସ୍ୟ ଓ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଭେଟି ସ୍କୁଲ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାଯାଇଛି ।

ଓଲଟିଲା ଅଟୋ ରିକ୍ସା ଦୁଇ ଜଣ ଶିକ୍ଷକ ଓ ଜଣେ ଛାତ୍ର ଆହତ

COASTAL NEWS ODIA 1718 

ଓଲଟିଲା ଅଟୋ ରିକ୍ସା ଦୁଇ ଜଣ ଶିକ୍ଷକ ଓ ଜଣେ ଛାତ୍ର ଆହତ 





ଆଳି - (CNO ): ଗତ କାଲି ସନ୍ଧ୍ୟାରେ ଏକ ଅଟୋ ରିକ୍ସା ଓଲଟି ଦୁଇ ଜଣ ଶିକ୍ଷକ ଓ ଜଣେ ଛାତ୍ର ଆହତ ହୋଇ ଆଜି ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ଜଣାପଡିଛି ଯେ, ଚୌଦକୁଲାଟ ମଦ୍ରାସାର ୨ ଶିକ୍ଷକ ୫ ଜଣ ଛାତ୍ରଙ୍କୁ ଏକ ଅଟୋ ରିକ୍ସାରେ ନେଇ ଆଳିରୁ ଚୌଦକୁଲାଟ ଅଭିମୁଖେ ଫେରୁଥିଲେ। ଏହି ସମୟରେ କଟକ-ଚାନ୍ଦବାଲି ରାସ୍ତାର ମାଳପାଟଣା ନିକଟରେ ଏକ କୁକୁର ଅଟୋର ଆଗ ଚକରେ ପିଟି ହୋଇ ଗାଡି ତଳକୁ ପଶି ଯାଇଥିଲା | ଫଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। 

ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ୨ ଶିକ୍ଷକ ଅବଦୁଲ ରହିମ୍, ଅବଦୁଲ ବାସିତ ଓ ଛାତ୍ର ସେଖ୍ ଆଏସ୍ ଆହତ ହୋଇ ରାସ୍ତା ଉପରେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ୩ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଳି ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଆହତ ୩ ଜଣଙ୍କ ମଧ୍ୟରୁ ଅବଦୁଲ ବାସିତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୌଭାଗ୍ୟ ବଶତଃ ଅନ୍ୟ ୩ ଛାତ୍ର ସୁରକ୍ଷିତ ଅଛନ୍ତି। 

ବେଆଇନ ଖଣି ଦୁର୍ନୀତି ମାମଲା: ସିବିଆଇ ରେ ହାଜର ହେବେ ନାହିଁ ଅଖିଳେଶ ଯାଦବ

COASTAL NEWS ODIA 1717

ବେଆଇନ ଖଣି ଦୁର୍ନୀତି ମାମଲା: ସିବିଆଇ ରେ ହାଜର ହେବେ ନାହିଁ ଅଖିଳେଶ ଯାଦବ 


ନୂଆଦିଲ୍ଲୀ - (CNO) ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ବେଆଇନ ଖଣି ଖନନ ମାମଲାରେ ସାକ୍ଷୀ ଭାବେ ପଚରାଉଚରା ପାଇଁ ସିବିଆଇ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଆଜି (29 ଫେବୃଆରୀ) ଏଜେନ୍ସିରେ ହାଜର ହେବାକୁ କହିଛନ୍ତି । 

ଅଖିଳେଶ ଯାଦବ ଆଜି ସିବିଆଇରେ ହାଜର ହେବେ ନାହିଁ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏସପି ସଭାପତି ଅଖିଳେଶ ଯାଦବଙ୍କ ସାକ୍ଷ୍ୟ ପାଇଁ ଦିଲ୍ଲୀ ଯିବା କଷ୍ଟକର। ସିବିଆଇ ଏଫଆଇଆରକୁ ଆଧାର କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏହି ମାମଲାରେ ଟଙ୍କା ହେରଫେର ଅଭିଯୋଗର ତଦନ୍ତ କରୁଛି । 
 
ଏଥି ସହ ସିବିଆଇର ଡକାଯାଇଥିବା ବେଳେ ଅଖିଳେଶ ଯାଦବ କହିଛନ୍ତି ଯେ ନିର୍ବାଚନ ହେତୁ ତାଙ୍କୁ ହଇରାଣ କରିବାକୁ ନୋଟିସ ପଠାଯାଇଛି। ସେ କହିଛନ୍ତି, "ସପା ସବୁଠାରୁ ବଡ ଟାର୍ଗେଟ, 2019 ରେ ମଧ୍ୟ ମୁଁ କିଛି ପ୍ରସଙ୍ଗରେ ନୋଟିସ ପାଇଥିଲି, କାରଣ ସେତେବେଳେ ବି ଲୋକସଭା ନିର୍ବାଚନ ହୋଇଥିଲା। 

ବର୍ତ୍ତମାନ ଯେତେବେଳେ ନିର୍ବାଚନ ଆସୁଛି, ମୁଁ ପୁଣି ଏକ ନୋଟିସ୍ ପାଇଛି । ମୁଁ ବୁଝିପାରୁଛି ଯେ ଯେତେବେଳେ ନିର୍ବାଚନ ଆସିବ, ନୋଟିସ୍ ମଧ୍ୟ ଆସିବ।  ଯଦି ଆପଣ ଗତ ଦଶ ବର୍ଷ ମଧ୍ୟରେ ବହୁତ କାମ କରିଛନ୍ତି, ତେବେ ଆପଣ କାହିଁକି ନର୍ଭସ ଅଛନ୍ତି ? କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଖିଳେଶ ।

Wednesday, February 28, 2024

ଓଡିଶାର ରୂପାନ୍ତରରେ ମା’ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି - ମୁଖ୍ୟମନ୍ତ୍ରୀ

COASTAL NEWS ODIA 1716

ଓଡିଶାର ରୂପାନ୍ତରରେ ମା’ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି 
ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର - (CNO) ତା.୨୭.୦୨.୨୦୨୪   ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ୭୦ ଲକ୍ଷ ସୟଂ ସହାୟକ ଗୋଷ୍ଠି ମା’ ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ମାନଙ୍କ ସମ୍ମାନ ଓ ଉନ୍ନତି ପାଇଁ ମୋ ସରକାର ନିରନ୍ତର ଭାବେ କାମ କରିଚାଲିଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ସ୍ୱତନ୍ତ୍ର ଜୀବିକା ଅର୍ଜନ ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତି ମା’ ମାନଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଅଛି। 


ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ପାର୍ଟନର ହୋଇଛନ୍ତି। ନୂଆ ଓଡିଶା ଗଠନରେ ସାମିଲ ହୋଇଛନ୍ତି। ଆଜି ମିଶନ ଶକ୍ତି ମା’ ମାନଙ୍କର ଭଲ କାମ ଦେଶ ବିଦେଶରେ ପହଞ୍ଚି ପାରିଛି। ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ ଦୁବାଇ ଓ ସିଙ୍ଗାପୁରକୁ exposure visit ରେ ଯାଉଥିବାରୁ ଖୁସି ବ୍ୟକ୍ତ କରି କହିଥିଲେ ଯେ ଆଗକୁ ଅଧିକରୁ ଅଧିକ ମା’ ମାନେ ବିଦେଶ ଯିବେ। 

ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ SHG ରୁ SME ଆଡକୁ ଆଗଉଥିବାର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ସ୍ୱୟଂ ସହାୟକ ଗୋଷ୍ଠିର ମା’ ମାନେ Corporate ଜଗତ ସହ ଯୋଡି ହୋଇଛନ୍ତି। ବିଜିନେସ୍‌ କରିବା ପାଇଁ ଆଗଉଛନ୍ତି। ସେଥିପାଇଁ ରାଜ୍ୟର ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ଓ ୧.୫ ଲକ୍ଷ ଏସ.ଏଚ୍.ଜି. ଲିଡର ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ପାଇଁ ୭୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। 

ସେ ଆହୁରି ମଧ୍ୟ କହିଥିଲେ ଯେ ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ତିଆରି ଜିନିଷର ବିକ୍ରି ପାଇଁ ମିଶନ ଶକ୍ତି ବଜାର କରାଯାଉଛି। ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ମିଶନ ଶକ୍ତି ବଜାର ଆଜି ଖୋଲାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ Retail Outlet ଖୋଲାଯିବ। ଚଳିତ ବର୍ଷ ମିଶନ ଶକ୍ତି ମା’ ମାନେ ୧୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମା’ ମାନଙ୍କୁ ଯୋଗାଇ ଦିଆଯିବ । ଏଣିକି ଓଡିଶାର ମା’ ମାନେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ଏବଂ ସମସ୍ତ ସୁଧ ରାଜ୍ୟ ସରକାର ଫେରସ୍ତ କରିବେ । ଏହା ଦ୍ୱାରା ମା’ ମାନଙ୍କର ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ ହେବ । ଆଜି ମିଶନ ଶକ୍ତି ମା’ ମାନେ ଓଡିଶାର ରୂପାନ୍ତରରେ ଯୋଗଦାନ ଦେଉଛନ୍ତି ବୋଲି ସେ କହିଥିଲେ। 

ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଫେଡେରେସନ ଲିଡର ମାନେ ବହୁତ ଭଲ କାମ କରୁଛନ୍ତି ବୋଲି ପ୍ରଶଂସା କରି ଖୁବ୍‌ ଶୀଘ୍ର ସେମାନେ ଖୁସି ଖବର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରି ବରଗଡ ଜିଲ୍ଲା ମା’ ଯମୁନା ଏସ୍.ଏଚ୍.ଜି. ଓ ଗଂଜାମ ଜିଲ୍ଲା ମା’ ବିମଳା ଏସ୍‌.ଏଚ୍‌.ଜି.କୁ ଚେକ୍‌ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ମହିଳା ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧାତା ମିଶନ ଶକ୍ତି ମା’ମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏସ୍.ଏଚ.ଜି ସ୍ତରରେ ମହିଳା ନେତୃତ୍ୱାଧିନ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କୁ ଅହୁରି ଅଧିକ ସଶକ୍ତ କରିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମିଶନ ଶକ୍ତି ଉପଦେଷ୍ଟା  ଲୋପାମୁଦ୍ରା ବକ୍ସି ପାତ୍ର, ଗିତାଞ୍ଜଳୀ ବସ୍ତିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦିପ କୁମାର ଜେନା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କ ହାତମୁଠାକୁ ଟାଣ କରିବା ସହିତ ଆର୍ଥିକ କ୍ଷେତ୍ରରେ ସେମାନଙ୍କୁ ଅଧିକ ସଶକ୍ତ କରିଛି। ମିଶନ ଶକ୍ତି ମା’ମାନେ ଆଜି exposure visit ରେ ଯାଉଛନ୍ତି । ଆଜି ଓଡିଶାର ରୂପାନ୍ତରରେ ମା’ମାନଙ୍କର ଏକ ପଦ ଚିହ୍ନ ଅଧିକ ସ୍ପଷ୍ଟ  ହୋଇଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ଏସ୍.ଏଚ.ଏଜି. ଲିଡର କେତକୀ ବେହେରା ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମ ମା’ ମାନଙ୍କୁ ବହୁତ ସମ୍ମାନ ଦେଉଛନ୍ତି। ଆମକୁ ହାଣ୍ଡିଶାଳରୁ ବାହାର କରି ଦୁବାଇ ଓ ସିଙ୍ଗାପୁର ବୁଲାଇଲେ। ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କ ସମ୍ମାନାର୍ଥେ ୟୁନିଫର୍ମ ଓ ବ୍ଲେଜର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। 

କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ମିଶନ ଶକ୍ତିର ବହୁସଂଖ୍ୟକ ମା’ମାନେ ଯୋଗ ଦେଇଥିଲେ।

ଶଶିକାନ୍ତଙ୍କ ଦୁଇଟିଯାକ କିଡ୍‌ନୀ ସଂକ୍ରମିତ ଚିକିତ୍ସାରେ ଅର୍ଥ ବାଧକ

COASTAL NEWS ODIA 1715

ଶଶିକାନ୍ତଙ୍କ ଦୁଇଟିଯାକ କିଡ୍‌ନୀ ସଂକ୍ରମିତ ଚିକିତ୍ସାରେ ଅର୍ଥ ବାଧକ


ରାଜକନିକା - (CNO ): ଯେଉଁ ବୟସରେ ପରିବାରର ବୋଝ ମୁଣ୍ଡାଇବା କଥା, ସେହି ବୟସରେ ଅବିବାହିତ ଶଶିକାନ୍ତ ବିଶ୍ବାଳ(୩୦)ଙ୍କ ଦୁଇଟି ଯାକ କିଡ୍ନୀ ସଂକ୍ରମିତ ହୋଇଛି। ତେଣୁ ଦୀର୍ଘ ୬ ମାସ ହେବ ସେ ରୋଗଶଯ୍ୟାରେ ରହିଛନ୍ତି। 

ଅଭାବୀ ସଂସାର ଚଳାଇବା ପାଇଁ ଶଶିକାନ୍ତ ବଡ଼ ଭାଇଙ୍କ ସହ ବାଙ୍ଗାଲୋରରେ ଦାଦନ ଖଟୁଥିଲେ। ହେଲେ ହଠାତ୍ ଦେହ ଖରାପ ହେବାରୁ ଘରକୁ ଆସି କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସପ୍ତାହକୁ ୩ ଥର ଡାଏଲିସିସ୍ କରିବା ନିହାତି ଜରୁରି ହୋଇ ପଡ଼ିଛି। ଦୁଇ କିଡ୍‌ନୀ ସଂକ୍ରମଣ ଯୋଗୁଁ ଯୁଆନ ବୟସରେ ବୟସ୍କ ରୋଗୀଟିଏ ଭଳି ବୃଦ୍ଧ ବାପା-ମା’ଙ୍କ ଉପରେ ସେ ବୋଝ ହୋଇଛନ୍ତି। ଅପରପକ୍ଷରେ ଅର୍ଥାଭାବ ଶଶିକାନ୍ତଙ୍କ ଚିକିତ୍ସାରେ ବାଧକ ସାଜିଛି । 

ବାପା ରମାକାନ୍ତ ବିଶ୍ବାଳ(୭୦) ଜଣେ ଭୂମିହୀନ ତଥା ଦିନମଜୁରିଆ। ପୁଅର ଏଭଳି ଅବସ୍ଥାରେ ମା’ ଦ୍ରୌପଦୀ ମାଗିଯାଚି ଆଜିଯାଏ ପୁଅକୁ କଟକ ନେଇ ଚିକିତ୍ସା କରି ଆସୁଛନ୍ତି। ସରକାରଙ୍କ ତରଫରୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ କେବଳ ଡାଏଲିସିସ୍ ବାବଦକୁ ଥରକୁ ୧୮ ଶହ ଟଙ୍କା କଟିଯିବା ପରେ ଔଷଧ କିଣିବାକୁ ପ୍ରତିଥର ୩ ହଜାର ଟଙ୍କା ଦରକାର ପଡୁଛି। 

ଆଗରୁ ସପ୍ତାହରେ ଦୁଇ ଥର ଡାଏଲିସିସ୍  ହେଉଥିବା ବେଳେ ଏବେ ସପ୍ତାହକୁ ୩ ଥର ନ ହେଲେ ଅଚଳ। ଘରେ ୩ ଓଳି ଖାଇବାକୁ ଦାନା ନଥିବା ବେଳେ ଏଭଳି ବ୍ୟୟ ବହୁଳ ଚିକିତ୍ସା କେବଳ ହାତ ଉଧାରିରେ ଚାଲିଛି। ରୋଗ ଶଯ୍ୟାରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଥିବା ପୁଅକୁ ଭଲ କରିବା ପାଇଁ ମା’ ବାର ଓଳି ହୋଇ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। 

ରାଜକନିକା ବ୍ଲକ୍ ଭାରିଗଦା ପଞ୍ଚାୟତ ଅଚ୍ୟୁତପୁର ଗାଁର ଶଶିକାନ୍ତ ଜଣେ ସରଳ ଯୁବକ ଭାବରେ ଜଣାଶୁଣା । ହଠାତ୍ ତାଙ୍କର ଦୁଇଟି ଯାକ କିଡନୀ ସଂକ୍ରମଣ ହୋଇ ରୋଗଶଯ୍ୟାରେ ପଡ଼ି ଛଟପଟ ହେଉଥିବା ବେଳେ ଆର୍ଥିକ ସହଯୋଗ ମିଳିଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବେ ବୋଲି ଡାକ୍ତର କହିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ଶଶିକାନ୍ତଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ତାଙ୍କ ମା’ ଦ୍ରୌପଦୀ ନିବେଦନ କରିଛନ୍ତି।

ବରମୁଣ୍ଡା ବସ୍ ଟର୍ମିନାଲରେ ହେବ ପୋଲିସ୍ ଆଉଟ୍ ପୋଷ୍ଟ

COASTAL NEWS ODIA 1714

ବରମୁଣ୍ଡା ବସ୍ ଟର୍ମିନାଲରେ ହେବ ପୋଲିସ୍ ଆଉଟ୍ ପୋଷ୍ଟ



ଭୁବନେଶ୍ୱର - (CNO) ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିକଟରେ ଏହାର ଉଦ୍‌ଘାଟନ ହୋଇପାରେ । ଏହା ପୂର୍ବରୁ ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏଥିରେ 89 ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ ।

ଏହା ଲୋକାର୍ପିତ ହେବା ପରେ ଏଠାକୁ ଦୈନିକ 700 ରୁ 800 ବସ୍‌ ଯାତାୟତ କରିବ । ଭବିଷ୍ୟତରେ ବସ୍‌ ସଂଖ୍ୟା 1700 ରୁ 1800 କୁ ବୃଦ୍ଧି ପାଇପାରେ । ଏହା ସହ ଦୈନିକ 35 ରୁ 45 ହଜାର ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି ।


5T ଅଧ୍ୟକ୍ଷ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିବା ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଏକ ପୋଲିସ୍‌ ଆଉଟପୋଷ୍ଟ ପାଇଁ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏଠାରେ ପୋଲିସ୍‌ ଆଉଟପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।


ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ ନେବା ଆଣିବା ସୁବିଧା, 144 ଟି ବସ୍‌ ବେ, ସିଟି ବସ୍‌ ପାଇଁ ବସ୍‌ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହୁଛି । ଏହି ଆଉଟପୋଷ୍ଟରେ 89 ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ । ଏଥି ମଧ୍ୟରୁ 2 ଜଣ ସବ୍‌-ଇନ୍‌ସ୍ପେକ୍ଟର, 9ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର, 4ଜଣ ହାବିଲଦାର, 72 ଜଣ କନଷ୍ଟେବଳ ଓ 2 ଜଣ ଡ୍ରାଇଭର ରହିବେ ।

COASTAL NEWS ODIA 1713 ଭୁବନେଶ୍ବରରେ ବିଲ୍‌ ଗେଟ୍ସ

COASTAL NEWS ODIA 1713

ଭୁବନେଶ୍ବରରେ ବିଲ୍‌ ଗେଟ୍ସ
କୃଷି ଭବନ ପରିଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ କରିବେ ସାକ୍ଷାତ




ଭୁବନେଶ୍ବର - (CNO) ଭୁବନେଶ୍ବରରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ । ଆଜି(ବୁଧବାର) କୃଷି ଭବନ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେ କୃଷକ ମାନଙ୍କର କୃଷି ଶୈଳୀ ବିଷୟରେ ଆଲୋଚନା କରିବେ । 


ଏହା ସହ ଚାଷୀମାନଙ୍କୁ ନିୟମିତ ଫସଲ ଓ ଚାଷ ସଂକ୍ରାନ୍ତରେ ପାଣିପାଗ ସୂଚନା ଦିଆଯାଉଥିବା ନେଇ ମଧ୍ୟ ବିଲ୍ ଗେଟସକୁ ଅବଗତ କରାଯିବ । ରାଜ୍ୟର କିଛି ମହିଳା ଚାଷୀ , ମିଶନ ଶକ୍ତି ମହିଳା  ଉଦ୍ୟୋଗୀଙ୍କୁ ଭେଟି ସେମାନଙ୍କର ମତାମତ ନେବେ ବୋଲି ସୂଚନା ମିଳିଛି । 

ଓଡିଶା ସରକାର କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ତେବେ ଗେଟ୍ସ  ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି,  ସେ ନେଇ ସମୀକ୍ଷା କରିବେ । ବିଲ୍‌ ଗେଟ୍ସଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Tuesday, February 27, 2024

COASTAL NEWS ODIA ‘ଆମ ହସ୍ପିଟାଲ’ ଲୋକାର୍ପିତ ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ

COASTAL NEWS ODIA 1712


‘ଆମ ହସ୍ପିଟାଲ’ ଲୋକାର୍ପିତ
ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ


ଭୁବନେଶ୍ବର - (CNO) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି  ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ  BMRC କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍ ହେଉଛି ରୋଗୀଙ୍କ ସୁବିଧା ଓ ସେମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବ। ସରକାରୀ ହସ୍ପିଟାଲ ଗୁଡିକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।


ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଏହା ସରକାରୀ ସ୍ତରରେ ଆମର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5T ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି। ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪,୦୦୦ ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ସାରା ଓଡିଶାରେ ମଡେଲ ହୋଇଛି। ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଡିଶାର ଜନସାଧାରଣ ପ୍ରାଇଭେଟ ହସ୍ପିଟାଲ ଭଳି ସୁବିଧା ସୁଯୋଗ ସରକାରୀ ହସ୍ପିଟାଲରେ ପାଉଛନ୍ତି। 5T ଉପକ୍ରମରେ ସୋନପୁରରେ ଓଡିଶାର ଜିଲ୍ଲାସ୍ତରୀୟ ସବୁଠାରୁ  ବଡ ହସ୍ପିଟାଲ ବହୁତ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା ହୋଇଛି। ସୋନପୁରବାସୀଙ୍କ ବହୁ ଦିନର ସ୍ୱପ୍ନ ଏହା ମାଧ୍ୟମରେ ସାକାର ହୋଇଛି।

କାର୍ଯ୍ୟକ୍ରମକୁ 5T ତଥା  ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ ଏବଂ କହିଥିଲେ ବର୍ତ୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୧୪୦ଟି ‘ଆମ ହସ୍ପିଟାଲ’ ଲୋକାର୍ପିତ ହେଲା । ଏଥିପାଇଁ ୭୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ସମସ୍ତଙ୍କ ସହଯୋଗରେ ଏହି କାମ ସଫଳ ହୋଇଛି । ଏଥି ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏହିସବୁ ହସ୍ପିଟାଲଗୁଡିକୁ ନିଜ ସଂପତ୍ତି ଭଳି ରକ୍ଷଣାବେକ୍ଷଣ କରିବା ପାଇଁ ଅନୁରୋଧ କରିଥିଲେ।

 କାର୍ଯ୍ୟକ୍ରମରେ ଗଜପତି ପାରଳାଖେମୁଣ୍ଡିରୁ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଅନୁଗୋଳ ଜିଲ୍ଲା କୋଶଳାରୁ ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା, ପୁରୀ ଜିଲ୍ଲା ରେବଣା ନୂଆଗାଁରୁ ରାଜ୍ୟ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଭଦ୍ରକ ଜିଲ୍ଲା ଧାମନଗରରୁ ବିଧାୟକ ଶ୍ରୀ ପ୍ରଫୁଲ ସାମଲ, ନୟାଗଡ ଜିଲ୍ଲା ରଣପୁରରୁ ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ, ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନବୀନ ନାୟକ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିରୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ମେହେର, ଝାରସୁଗୁଡାରୁ ବିଧାୟକା ଦିପାଳୀ ଦାସ  ଯୋଗ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ। 

ଏଥିପାଇଁ ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପ୍ରଦାନକୁ ସେ ସବୁବେଳେ ଉଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି। ଆଜି ସରକାରୀ ଡାକ୍ତରଖାନା ଉପରେ ରାଜ୍ୟବାସୀଙ୍କ ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ନିଳଗିରୀରୁ ସସ୍ମିପ୍ରଭା ରାଉତ, ଦେବଗଡ ଜିଲ୍ଲାରୁ ସୁନୀତା ରାଣୀ ପୃଷ୍ଟି, ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗାରୁ ସାବିତ୍ରୀ ମେହେର, ଖୋର୍ଦ୍ଧା ଜିଲ୍ଲା ବୋଲଗଡରୁ ସୁନନ୍ଦିତା ସାହୁ, କୋରାପୁଟ ଜିଲ୍ଲା  ଲକ୍ଷ୍ମୀପୁରରୁ ଆରତି କୁଲଦୀପ, ଯାଜପୁର ଜିଲ୍ଲା ବଡଚଣାରୁ ସୋନାଲି ଦାସ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ତାକୁ ଠିକ୍ ଭାବେ ବୁଝିଛନ୍ତି ଆମ ମୁଖ୍ୟମନ୍ତ୍ରୀ। ସେଥିପାଇଁ ଆମ ପାଇଁ ଏଭଳି ଭଲ ହସ୍ପିଟାଲ ନିର୍ମାଣ କରିଛନ୍ତି। 

ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ଆମ ଅଞ୍ଚଳରେ ଥିବା ହସ୍ପିଟାଲଗୁଡିକର ବ୍ୟାପକ ରୂପାନ୍ତର ଘଟି ରୂପରେଖ ବଦଳି ଯାଇଛି। ମାଗଣାରେ ସବୁ ସେବା ଉପଲବ୍ଧ ହେଉଛି। ଏଥିପାଇଁ ଆମେ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ସେମାନେ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunday, February 25, 2024

Sudarshan Setu ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ ସୁଦର୍ଶନ ସେତୁ ଉଦ୍‌ଘାଟିତ

COASTAL NEWS ODIA 1711

Sudarshan Setu ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ ସୁଦର୍ଶନ ସେତୁ ଉଦ୍‌ଘାଟିତ



ଦ୍ଵାରକା - (CNO) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫେବୃଆରୀ 25 ରେ ଗୁଜୁରାଟର ଦ୍ୱାରକାଠାରେ 'ସୁଦର୍ଶନ ସେତୁ'ର ଲୋକାର୍ପଣ କରିଛନ୍ତି । ଏହା ହେଉଛି ଦେଶର ସବୁଠାରୁ ଲମ୍ବା କେବୁଲ ବ୍ରିଜ୍ । ଦ୍ୱାରକାରୁ ଓଖାକୁ ସଂଯୋଗ କରୁଛି ସୁଦର୍ଶନ ସେତୁ । ସେତୁ ନିର୍ମାଣ ପାଇଁ ବ୍ୟୟ ହୋଇଛି ୯୮୦ କୋଟି । ଏହାର ଲମ୍ବ ପ୍ରାୟ 2.32 କିଲୋମିଟର ଅଟେ |



'ସୁଦର୍ଶନ ସେତୁ' ନିର୍ମାଣର ମୂଲ୍ୟ 980 କୋଟି ଟଙ୍କା ହୋଇଛି। ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି । ୭ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ୱାରକାକୁ ପରସ୍ପର ସହିତ ସଂଯୋଗ କରିବ ।

ସୁଦର୍ଶନ ସେତୁର ଡିଜାଇନ୍ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଅନନ୍ୟ । ଏହି ସେତୁର ଉଭୟ ପାର୍ଶ୍ୱରେ ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ସଜ୍ଜିତ ଏକ ପଦ ରାସ୍ତା ଅଛି ।

ଚାଲିବା ରାସ୍ତାର ଉପର ଭାଗରେ ସୌର ପ୍ୟାନେଲ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରୁ ଗୋଟିଏ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେବ ।


ସୁଦର୍ଶନ ସେତୁ ଦ୍ୱାରକା-ବିଟ୍-ଦ୍ୱାରକା ମାର୍ଗ ମଧ୍ୟରେ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ ଅନେକ ସମୟ ସଞ୍ଚୟ କରିବେ । ସେତୁ ନିର୍ମାଣ ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ବିଟ୍ ଦ୍ୱାରକା ପହଞ୍ଚିବା ପାଇଁ ଡଙ୍ଗା ପରିବହନ ଉପରେ ନିର୍ଭର କରିବାକୁ ପଡୁଥିଲା ।

ସୁଦର୍ଶନ ସେତୁ ମଧ୍ୟ ଏହି କ୍ଷେତ୍ରରେ ସଂଯୋଗ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହି ସେତୁ ଦେବଭୂମି ଦ୍ୱାରକାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ।

ଏହି ଚାରି ଲେନ ବିଶିଷ୍ଟ ସେତୁର ଉଭୟ ପାର୍ଶ୍ୱରେ 2.50 ମିଟର ଚଉଡା ଫୁଟପାଥ ଅଛି । ଅକ୍ଟୋବର 2017 ରେ ପିଏମ ମୋଦୀ ସେତୁର ମୂଳଦୁଆ ପକାଇଥିଲେ । ଏହା ମୋଦୀଙ୍କ ସ୍ୱପ୍ନର ଅନ୍ୟତମ ପ୍ରକଳ୍ପ ।

ଆଜିର ରାଶିଫଳ

COASTAL NEWS ODIA 1710

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଫେବୃଆରୀ ମାସ ୨୫ ତାରିଖ ୨୦୨୪ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂*    *✧═════•❁❀❁•═════✧*


*🌹ମେଷ🌹👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା  ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବୃଷ🌹👉 : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।*
*✧═════•❁❀❁•═════✧*
*🌹ମିଥୁନ🌹👉 : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।*
*✧═════•❁❀❁•═════✧*
*🌹କର୍କଟ🌹👉 : ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹ସିଂହ🌹👉 : ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।*
*✧═════•❁❀❁•═════✧*
*🌹କନ୍ୟା🌹👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।* 
*✧═════•❁❀❁•═════✧*
*🌹ତୁଳା🌹👉 : ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉 : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌹ଧନୁ🌹👉 : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹ମକର🌹👉 :ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।*
*✧═════•❁❀❁•═════✧*
*🌹କୁମ୍ଭ🌹👉: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌹ମୀନ🌹👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।*
*✧═════•❁❀❁•═════✧*

Tuesday, February 20, 2024

COASTAL NEWS ODIA 1709 ଆଳି ଥାନା ଅନ୍ତର୍ଗତ ଧନେଶ୍ଵରପୁର୍ ଚାଷ ଜମିରୁ ଚୋରାଇ ନେଲେ ୮ କୁଇଣ୍ଟାଲ୍‌ ବିରି

COASTAL NEWS ODIA 1709

ଆଳି ଥାନା ଅନ୍ତର୍ଗତ ଧନେଶ୍ଵରପୁର୍ ଚାଷ ଜମିରୁ ଚୋରାଇ ନେଲେ ୮ କୁଇଣ୍ଟାଲ୍‌  ବିରି


ଆଳି - (CNO): ଆଳି ଥାନା ଅଞ୍ଚଳରେ ଲଗାତାର ଚୋରି, ଲୁଟ୍ ଲାଗିରହିଛି । ଗ୍ରାମାଞ୍ଚଳରେ ଘରେ ଆଳି ବଜାରରୁ ଦୋକାନ ଲୁଟ ସହିତ ରାସ୍ତା ଘାଟରେ ଛିନ୍ତାଇ ବୃଦ୍ଧି ସହିତ ଏବେ ଚାଷଜମି ବି ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇନାହିଁ। ଜମିରୁ ଉପଡା ହୋଇ ଅମଳ ହେବାକୁ ଥିବା ଅନ୍ୟୁନ ୬୦ ହଜାର ଟଙ୍କା ୮ କୁଇଣ୍ଟାଲ୍ ବିରି ଚୋରି ହୋଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି । 


ଏଭଳି ଘଟଣା ଘଟିଛି ଆଳି ଥାନା ଅଧୀନ ଧନେଶ୍ବରପୁର ଗ୍ରାମରେ | ଧନେଶ୍ଵରପୁର ଗ୍ରାମର ୨ ଚାଷୀ ଏ ନେଇ ଆଳି ଥାନାରେ ଏତଲା ଦେଇଛନ୍ତି । 


ଚାଷୀ ଭରତ ଚନ୍ଦ୍ର ଜେନା ଓ ସୁବାସ ବଳ ଆଳି ଥାନାରେ କରିଥିବା ଲିଖିତ ଅଭିଯୋଗ ପତ୍ରରେ ଜଣାଇଛନ୍ତି ଯେ, ଧନେଶ୍ଵରପୁର ପାଟରେ ସେମାନେ ବିରି ଚାଷ କରିଥିଲେ। ବିରି ଅମଳକ୍ଷମ ହେବା ପରେ ତାହାକୁ ଉପାଡି ଅମଳ ପାଇଁ ଜମିରେ ଗଦା ଦେଇ ରଖିଥିଲେ। 

କେହି ଦୁର୍ବୃତ୍ତ ରାତିରେ ଟ୍ରାକ୍ଟର ଲଗାଇ ଅମଳ ହେବାକୁ ଥିବା ଏହି ବିରିକୁ ଜମିରୁ ଚୋରି କରି ନେଇଛନ୍ତି। ଚୋରି ଯାଇଥିବା ପ୍ରାୟ ୮ କୁଇଣ୍ଟାଲ ବିରିର ମୂଲ୍ୟ ୬୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଚାଷୀଦ୍ଵୟ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ବିରି ଚୋରି ପରେ ଏହି ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

Sunday, February 18, 2024

Morning News ସକାଳର ଖବର

COASTAL NEWS ODIA 1708

ସକାଳର ଖବର

୧୮-ଫେବୃଆରୀ-୨୦୨୪, ରବିବାର



➡️୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ହେଲା ବୃଦ୍ଧି l କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟିଲେ ମିଳିବ ୧ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା l

➡️୨-ବଢିଲା କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ । ଏବେ ବର୍ଷକୁ ମିଳିବ ୧୮ ହଜାର ଟଙ୍କା । ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ହେବ ଲାଗୁ l ଏହାଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ। 

➡️୩-ରାଜ୍ୟର ପ୍ରଥମ ଶିଳ୍ପନଗରୀ କଟକ ଚୌଦ୍ୱାର ଓଟିଏମ ଜମିରେ ହେବ ଟେକ୍ସଟାଇଲ ପାର୍କ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶ ହେବ ୩ହଜାର ୫୦ କୋଟି ଟଙ୍କା, ମିଳିବ ୧୦ହଜାରରୁ ଅଧିକ ନିଯୁକ୍ତି l

➡️୪-ଜମୁଛି ଖଣ୍ଡଗିରି କୁମ୍ଭ ମେଳା। ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ। ଆଜିଠାରୁ ଖଣ୍ଡଗିରି ପାଦଦେଶରେ ଶୁଭିବ ଦମଦାର ସଂଳାପ। ରଙ୍ଗୀନ ଆଲୋକରେ ଝଲସିବ ଯାତ୍ରା ମଞ୍ଚ।

➡️୫-ସ୍ବାସ୍ଥ୍ୟସେବାରେ ଯୋଡିହେଲା ନୂଆ ଇତିହାସ। ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୫ ଜିଲ୍ଲାର ୭୩ଟି ହସ୍ପିଟାଲ ହେଲା ରୂପାନ୍ତରିତ। ରୂପାନ୍ତରିତ ସରକାରୀ ଡାକ୍ତରଖାନାକୁ ଲୋକାର୍ପିତ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।

➡️୬-ସରିଲା ଦେଢ଼ବର୍ଷ ଅପେକ୍ଷାର ଅନ୍ତ। ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ। ଏଣିକି କେବଳ ଆପାର୍ଟମେଣ୍ଟ ନୁହେଁ କମନ୍ ଏରିଆର ମାଲିକ ହେବ ବାସଗୃହ କ୍ରେତା l

➡️୭-କଳାହାଣ୍ଡିର ୪ଟି ଆମ ହସ୍ପିଟାଲକୁ ଆଭାସି ମାଧ୍ୟମରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କହିଲେ ଏସବୁ ଡାକ୍ତରଖାନା ଏବଂ ନୂତନ ବ୍ୟବସ୍ଥା ଦ୍ଵାରା ରାଜ୍ୟ କଳାହାଣ୍ଡି ବାସି ଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିପାରିବ l

➡️୮-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କେନ୍ଦୁଝର ଜିଲ୍ଲାରେ 'ଆମ ହସ୍ପିଟାଲ' କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ୬ଟି ହସ୍ପିଟାଲର ହେଲା ଲୋକାର୍ପଣ l

➡️୯-ଇସ୍ରୋକୁ ମିଳିଲା ଆଉ ଏକ ସଫଳତା । ଆନ୍ଧ୍ର ଶ୍ରୀହରିକୋଟାରୁ ମହାକାଶକୁ ଉତକ୍ଷେପଣ ହେଲା ଭାରତର ସବୁଠାରୁ ଶ୍ରେଷ୍ଠ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୱେଦର ସାଟେଲାଇଟ ଇନସାଟ-ଥ୍ରୀ-ଡିଏସ l ପାଣିପାଗ, ଜଳବାୟୁ ପରିବର୍ତନ ସମେତ ପ୍ରାକୃତିକ ବିପର୍ଯ୍ୟୟ ନେଇ ଏହି ଉପଗ୍ରହ ଆଗୁଆ ସୂଚନା ଦେବାକୁ ସକ୍ଷମ ହେବ ଏହି ସାଟେଲାଇଟ୍ ।

➡️୧୦-ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଅଭିନୟ କରିଥିବା ବବିତା କୁମାରୀ ଫୋଗତଙ୍କ ଦିଲ୍ଲୀରେ ୧୯ ବର୍ଷ ବୟସରେ ହେଲା ଦେହାନ୍ତ l ସେ ମାଂସପେଶୀ ଦୁର୍ବଳତା ଓ ଚର୍ମ ଦାଗ ଦ୍ୱାରା ଚିହ୍ନିତ ଏକ ପ୍ରଦାହଜନକ ରୋଗରେ ପୀଡ଼ିତ ଥିଲେ।

➡️୧୧-ଚଳିତ ଥର ପ୍ରସିଦ୍ଧ ଊର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପାଇବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ଏହା ସହ ସଂସ୍କୃତ ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର ।

➡️୧୨-ମାହାଲ ମାଣ୍ଡା ପରେ ଏବେ ଉତ୍ତର ପ୍ରଦେଶରେ ଏକ ଆଡମିଟ କାର୍ଡରେ ଲେଖା ଯାଇଛି ପରୀକ୍ଷାର୍ଥିଙ୍କ ନାଁ ସନି ଲିଓନି । ଭାଇରାଲ ହେଉଥିବା ଆଡମିଟ କାର୍ଡରେ ପ୍ରାର୍ଥିଙ୍କ ନାଁ ସନି ଲିଓନି ଲେଖାଯାଇଥିବା ବେଳେ ଏଥିରେ ଅଭିନେତ୍ରୀଙ୍କର ଦୁଇଟି ଫଟୋ ମଧ୍ୟ ଲଗାଯାଇଛି ।

➡️୧୩-ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମାର୍ଚ୍ଚ ୧୬ ତାରିଖରେ ଶାରୀରିକ ଭାବେ ହାଜର ହେବାକୁ କୋର୍ଟଙ୍କୁ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ l

➡️୧୪-ଚେକ୍ ବାଉଁସ୍ ମାମଲାରେ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲ, ୨ କୋଟି ଜରିମାନା ଲଗାଇଲେ ଜାମନଗର କୋର୍ଟ l ରାଜକୁମାର ସନ୍ତୋଷୀ ଜାମନଗରର ବ୍ୟବସାୟୀ ଅଶୋକଲାଲଙ୍କ ଠାରୁ ୧ କୋଟି ଟଙ୍କା ଋଣ ନେବା ପରେ ଟଙ୍କା ଫେରସ୍ତ କରିନଥିଲେ ।

➡️୧୫-ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ କାଶୀରେ ପହଞ୍ଚିଲେ ରାହୁଲ ଗାନ୍ଧୀ, କଂଗ୍ରେସ କହିଲା- ଆମକୁ କ୍ୟାମେରା ନେବା ପାଇଁ ମିଳିଲାନି ଅନୁମତି l

➡️୧୬-ଭାରତ ଅଭିମୁଖେ ଆସୁଥିବା ପାନାମାର ଅଶୋଧିତ ତୈଳ ବୋଝେଇ ଟ୍ୟାଙ୍କର ଉପରେ ଲୋହିତ ସାଗରରେ ହେଲା କ୍ଷେପଣାସ୍ତ୍ର ଆକ୍ରମଣ l ଜାହାଜ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କର୍ମଚାରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି।

➡️୧୭-ଠକେଇ ମାମଲାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଦୁଇ ପୁଅ ହେଲେ ଦୋଷୀ ସାବ୍ୟସ୍ତ । ୩୫କୋଟି ୫୦ ଲକ୍ଷ ଟଙ୍କା ଦେବେ ଜରିମନା l

➡️୧୮-ତୃତୀୟ ଟେଷ୍ଟ: ୩ୟ ଦିନ ଖେଳ ଶେଷସୁଦ୍ଧା ଭାରତର ଦ୍ବିତୀୟ ପାଳିର ସ୍କୋର ୧୯୬/୨, ଇଂଲଣ୍ଡ ବିପକ୍ଷରେ ୩୨୨ ରନ୍‌ରେ ଅଗ୍ରଣୀ l

➡️୧୯-ମହିଳା ପ୍ରୋ ଲିଗ୍‌ ହକିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କଲା ଭାରତ l

➡️୨୦-କ୍ରିକେଟ୍‌ ଇତିହାସରେ ରେକର୍ଡ, ଭାରତ ବିରୋଧରେ ସବୁଠୁ ଅଧିକ ଥର ଶୂନରେ ଆଉଟ୍‌ ହେଲେ ଇଂଲଣ୍ଡର ଷ୍ଟାର ବ୍ୟାଟର ଜନି ବେୟାରଷ୍ଟୋ l ମୋଟ ୮ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଜନି ବେୟାରଷ୍ଟୋ।

Friday, February 16, 2024

Human Sacrifice Case ମୟୂରଭଞ୍ଜରେ ନରବଳି ରୁ ବର୍ତ୍ତୀଲା ବାଳକ

COASTAL NEWS ODIA 1707

Human Sacrifice Case  ମୟୂରଭଞ୍ଜରେ ନରବଳି ରୁ ବର୍ତ୍ତୀଲା ବାଳକ 


ମୟୁରଭଞ୍ଜ - (CNO) ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରେ ନରବଳି ଉଦ୍ୟମ ଘଟଣା ଚାଞ୍ଚଲ୍ଯ ସ୍ରୁଷ୍ଟି କରିଛି । ଜନ୍ମ କଲା ମାଆ ଓ ବାପା ସାଜିଛନ୍ତି ପିଶାଚ, ପୁଅକୁ ମାମୁଁ ଘର କୁ ବୁଲାଇ ନେବାକୁ କହି ବଳି ଦେବାକୁ ନେଇଥିଲେ ବାପା ମାଆ । କୌଶଳ କ୍ରମେ ଖସିଲା ପୁଅ । ଉଭୟଙ୍କ ବିରୋଧରେ ମାମଲା ରୁଜୁ କଲା କପ୍ତିପଦା ପୋଲିସ । ନିଜ ଜନ୍ମ କଲା ପୁଅକୁ ବାପା ମାଆଙ୍କ ଦ୍ବାରା ବଳି ଦେବା ଉଦ୍ୟମ ଅଭିଯୋଗ ଆଣିଛି ପୁଅ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାତ ବର୍ଷର ପୁଅକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । 

ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ ଉଦଳା ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମର ସିଦ୍ଧ ମାରାଣ୍ଡି ଓ ତାଙ୍କ ସ୍ତ୍ରୀ ଫୁଲ ମାରାଣ୍ଡି ନିଜ ସାତ ବର୍ଷର ପୁଅକୁ ମାମୁଁ ଘରକୁ ବୁଲାଇବା ପାଇଁ ନେଇ ଯାଇଥିଲେ । ତେବେ ମାମୁଁ ଘର ଗାଁ ନୁଦଡ଼ିହା ଗ୍ରାମକୁ ନନେଇ ଉଭୟ ମାଆ ଓ ବାପା ପୁଅକୁ କପ୍ତିପଦା ଥାନା ଅନ୍ତର୍ଗତ ଏକ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ଯାଇଥିଲେ । ସେଠାରେ ନିଜ ସାତ ବର୍ଷର ପୁଅକୁ ବଳି ଦେବା ଉଦ୍ଦେଶ୍ୟରେ ପୁଅ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ସଇତାନ ବାପା ନାବାଳକ ପୁଅକୁ ବଳି ଦେବାକୁ ଉଦ୍ୟମ କରୁ ଥିବାବେଳେ ନିଜ ଜୀବନ ପ୍ରତି ଆସୁଥିବା ବିପଦକୁ ଦେଖି କୌଶଳ କ୍ରମେ ସେଠାରୁ ଖସି ପଳାଇ ଯାଇଥିଲା ନାବାଳକ ପୁଅ ।

ରାସ୍ଥାରେ ପିଲାଟି ଏକୁଟିଆ ଦୌଡ଼ିଥିବା ଦେଖି ସ୍ଥାନୀୟ ଲୋକ ଅଟକାଇ କାହିଁକି ଦୌଡୁଛି ବୋଲି ପଚାରିଥିଲେ । ବାଳକଟି ସମ୍ପୂର୍ଣ୍ଣ ଡ଼ରି ଯାଇଥିବାବେଳେ ସ୍ଥାନୀୟ ଲୋକେ ବାଳକ ଠାରୁ ସମସ୍ତ କଥା ପଚାରି ବୁଝିଥିଲେ । ଉକ୍ତ ନାବାଳକକୁ କିଛି ଖାଇବା ପାଇଁ ଦେଇ ଗାଁରେ ରଖିଥିଲେ । 

ସେହି ରାତିରେ ହିଁ ସ୍ଥାନୀୟ ଲୋକେ ପିଲାଟିର ମାଆ ଓ ବାପାକୁ ଧରିବାକୁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହୋଇଥିଲେ । ଏହାପରେ ଘଟଣା ସମ୍ପର୍କରେ କପ୍ତିପଦା ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ନାବାଳକକୁ ଉଦ୍ଧାର କରିଥିଲା ।

ସେହିପରି ନାବାଳକର ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତାର ବାପା ଓ ମାଆଙ୍କୁ ଖୋଜିବାରେ ଲାଗିଛି । ଏମିତି କେଉଁ ଉଦ୍ଦେଶ୍ୟ ପୂରଣ ନିମନ୍ତେ ଗୋଟିଏ ବାପା ମାଆ ନିଜ ଜନ୍ମ କଲା ପୁଅକୁ ବଳି ପକାଇବାକୁ ଯାଉଥିଲେ, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହୋଇ ପାରିବ । ସେପଟେ ଏଭଳି ବାପା ମାଆଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Monday, February 12, 2024

COASTAL NEWS ODIA 1706 ପାରିତ ହେଲା ୟୁସିସି ବିଲ୍‌, ଏହା ଲାଗୁ କରିବାରେ ଦେଶରେ ଉତ୍ତରାଖଣ୍ଡ ହେଲା ପ୍ରଥମ ରାଜ୍ୟ

COASTAL NEWS ODIA 1706

ପାରିତ ହେଲା ୟୁସିସି ବିଲ୍‌, ଏହା ଲାଗୁ କରିବାରେ ଦେଶରେ ଉତ୍ତରାଖଣ୍ଡ ହେଲା ପ୍ରଥମ ରାଜ୍ୟ 



ଉତ୍ତରାଖଣ୍ଡ - (CNO) ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ଗୃହରେ ବହୁମତରେ ପାରିତ ହୋଇଛି । ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ୍ ପାରିତ ହେବା ପରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି । ସମସ୍ତ ବିଜେପି ବିଧାୟକ ଭୋଟ୍ ଦ୍ୱାରା ୟୁସିସି ବିଲ୍ ପାସ୍ ହୋଇଛି । ଏହି ପ୍ରସ୍ତାବକୁ ୮୦ ପ୍ରତିଶତ ସମ୍ମତି ସହିତ ଅନୁମୋଦନ କରାଯାଇଛି । ଏହା ପରେ ଗୃହରେ ସମସ୍ତ ସଦସ୍ୟ ଜୟ ଶ୍ରୀ ରାମ ନାରା ଦେଇଥିଲେ । ସିଏମ୍ ଧାମି ଗୃହରେ କହିଛନ୍ତି ଯେ ଆଜି ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇ କେବଳ ଏହି ଗୃହ ନୁହେଁ ଉତ୍ତରାଖଣ୍ଡରେ ପ୍ରତ୍ୟେକ ନାଗରିକ ଗର୍ବିତ ଅନୁଭବ କରୁଛନ୍ତି । ଭାରତ ରତ୍ନ ଦେବାର ନିୟମକୁ ଭାଙ୍ଗିଛି କେନ୍ଦ୍ର , ବିଜେପି ଉପରେ ଏଭଳି ଅଭିଯୋଗ ଆଣିଲେ ଗେହଲୋଟ ଏକ ସାମ୍ବାଦିକ ସମ୍ମିଳନୀ କରିବାବେଳେ ସିଏମ୍ ଧାମି କହିଛନ୍ତି ଯେ ଫେବୃଆରୀ ୧୨, ୨୦୨୨ ରେ ନିଆଯାଇଥିବା ସଂକଳ୍ପ ଆଜି ପୂରଣ ହୋଇଛି । ଆଜି ଦେବ ଭୂମିରେ ଏହା ପାରିତ ହୋଇଛି । ଲୋକମାନେ ଭିନ୍ନ କଥା କହୁଥିଲେ କିନ୍ତୁ ଆଜି ଆଲୋଚନା ସମୟରେ ଏହା ସ୍ପଷ୍ଟ ହୋଇଗଲା ଯେ ଏହି ନିୟମ କାହା ବିରୁଦ୍ଧରେ ନୁହେଁ ।

U19 World Cup:୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍‌ରେ ହାରିଲା ଭାରତ

COASTAL NEWS ODIA 1705

U19 World Cup:୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍‌ରେ ହାରିଲା ଭାରତ



New Delhi - (CNO) U19 World Cup:୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍‌ରେ ହାରିଲା ଭାରତ । ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ୭୯ ରନ୍‌ରେ ହାରିଲା ଭାରତ । ଅଷ୍ଟ୍ରେଲିଆ ହେଲା ଚାମ୍ପିଅନ, ଭାରତ ରନର୍ସଅପ୍‌ରେ ସୀମିତ । ଫାଇନାଲ୍ ମ୍ୟାଟ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୨୫୩ ରନ କରିଥିଲା ଓ ଜବାବରେ ଭାରତୀୟ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୪୩.୫ ଓଭରରେ ୧୭୪ ରନରେ ଅଲଆଉଟ୍ ହୋଇଛି । ଚାମ୍ପିଅନ ହେବା ପାଇଁ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ । 

କିନ୍ତୁ ଏହାର ପିଛା କରିବାକୁ ଯାଇ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ପକ୍ଷରୁ ଆଦର୍ଶ ସିଂ ୪୭ ରନ ଓ ମୁରୁଗନ ଅଭିଷେକ ୪୨ ରନ କରିଥିଲେ । ମୁସୀର ଖାଁ ୨୨ରନ କରିଥିଲେ । U19 World Cup: ଭାରତକୁ ଟାର୍ଗେଟ ୨୫୪ କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାଫଳରେ ଭାରତର ସ୍କୋର ୧୭୪ ରନରେ ଅଟକି ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାହଲି ବିୟର୍ଡମ୍ୟାନ ଓ ରାଫ ମାକମିଲାନ ୩ଟି ଲେଖାଏ୍‌ଁ ୱିକେଟ ନେଇଥିଲେ । 

:୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍‌ରେ ହାରିଲା ଭାରତ । ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ୭୯ ରନ୍‌ରେ ହାରିଲା ଭାରତ । ଅଷ୍ଟ୍ରେଲିଆ ହେଲା ଚାମ୍ପିଅନ, ଭାରତ ରନର୍ସଅପ୍‌ରେ ସୀମିତ । ଫାଇନାଲ୍ ମ୍ୟାଟ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୨୫୩ ରନ କରିଥିଲା ଓ ଜବାବରେ ଭାରତୀୟ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୪୩.୫ ଓଭରରେ ୧୭୪ ରନରେ ଅଲଆଉଟ୍ ହୋଇଛି । ଚାମ୍ପିଅନ ହେବା ପାଇଁ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ । 

କିନ୍ତୁ ଏହାର ପିଛା କରିବାକୁ ଯାଇ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ପକ୍ଷରୁ ଆଦର୍ଶ ସିଂ ୪୭ ରନ ଓ ମୁରୁଗନ ଅଭିଷେକ ୪୨ ରନ କରିଥିଲେ । ମୁସୀର ଖାଁ ୨୨ରନ କରିଥିଲେ । U19 World Cup: ଭାରତକୁ ଟାର୍ଗେଟ ୨୫୪ କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାଫଳରେ ଭାରତର ସ୍କୋର ୧୭୪ ରନରେ ଅଟକି ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାହଲି ବିୟର୍ଡମ୍ୟାନ ଓ ରାଫ ମାକମିଲାନ ୩ଟି ଲେଖାଏ୍‌ଁ ୱିକେଟ ନେଇଥିଲେ ।

Sunday, February 11, 2024

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩୦ ଯାତ୍ରୀ ଆହତ

COASTAL NEWS ODIA 1704

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩୦ ଯାତ୍ରୀ ଆହତ 


ରାଉରକେଲା - (CNO) ଭାରସାମ୍ୟ ହରାଇ ଓଲଟିଲା ବସ୍ । ଯାହା ଫଳରେ ବସ୍‌ରେ ଥିବା ୩୦ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଅନୁସାରେ ଆଜି ଅପରାହ୍‌ଣରେ ଯାତ୍ରୀବାହୀ ଘରୋଇ ଯାତ୍ରୀବାହୀ ବସ୍ (ଓଆର ୧୬ସି ୫୧୪୫) ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲା ଠାରୁ କଳୁଙ୍ଗା ବାଲଣ୍ଡା ଯାଉଥିଲା । 

କଳୁଙ୍ଗା ଛକ ନିକଟରେରେ ବସ୍‌(ରଙ୍ଗୋଲି)ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଓଲଟିଲା ପିକଅପ୍ ଭ୍ୟାନ, ୫ ଶ୍ରମିକ ମୃତ, ୨୦ରୁ ଅଧିକ ଗୁରୁତର ଆହତମାନଙ୍କ ମଧ୍ୟରେ ମହିଳା ଓ ଶିଶୁମାନେ ମଧ୍ୟ ଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । 
ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଯାତ୍ରୀମାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Saturday, February 10, 2024

COASTAL NEWS ODIA 1703

ବିଦ୍ୟୁତ୍ ଶର୍ଟ ସର୍କିଟ୍ 
ଆଳି - (CNO) ବିଦ୍ୟୁତ୍ ଶର୍ଟସର୍କିଟରୁ ନିଆଁ ଲାଗି ୬ ବଖରା ଜଳିଯାଇଛି । ଏଭଳି ଘଟିଛି ଆଳି ତହସିଲ ଅନ୍ତର୍ଗତ ଦଶିପୁର
ଗାଁରେ। ଗ୍ରାମର ଗୁରୁ ମଳିକ, ମାତା ମଳିକ, ମାଳତି ମଳିକ ରାଜଶ୍ରୀ ମଳିକ, ଚାନ୍ଦିନୀ ମଳିକ ଓ ଈଶ୍ବର ମଳିକଙ୍କ ପରିବାର ଲୋକ ବୁଧବାର ରାତିରେ ଘରେ ଖାଇପିଇ ଶୋଇଥିଲେ। ରାତି ପ୍ରାୟ ସାଢେ ୧୧ଟାରେ ହଠାତ୍ ଘରେ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପିଯାଇଥିଲା।
ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ସେବା କେନ୍ଦ୍ରକୁ ଖବର ଦେଇଥିଲେ।
ଗାଡି ବିଳମ୍ବରେ
ଦମକଳ
ଆସିବାରୁ ଘରଗୁଡ଼ିକ ପୋଡି
ଯାଇଥିଲା। ଅଗ୍ନିକାଣ୍ଡରେ ଉକ୍ତ
ପରିବାର ଲୋକଙ୍କ ନିକଟରେ
ବ୍ୟତୀତ
ପିନ୍ଧାବସ୍ତ୍ର
ଅନ୍ଯ
କିଛି ନାହିଁ। ଧାନ, ଚାଉଳ,
ଟଙ୍କା, ଜରୁରୀ କାଗଜପତ୍ର,
ଜଳିଯାଇଛି।
ଆସବାବପତ୍ର
ଖବରପାଇ ଆଳି ପଞ୍ଚାୟତ
ସମିତି ଅଧ୍ୟକ୍ଷ ମନୋରଞ୍ଜନ
ସାମଲ, ପଞ୍ଚାୟତର ସରପଞ୍ଚ
ପ୍ରଦ୍ୟୋତ ମହାନ୍ତି ପ୍ରମୁଖ
ବିପନ୍ନମାନଙ୍କ ନିକଟରେ ପହଞ୍ଚି
ଶୁଖୁଲା ଖାଦ୍ୟ, ଆସବାବପତ୍ର
ଓ କିଛି ଅର୍ଥ ପ୍ରଦାନ କରିଛନ୍ତି।
ଆଳି ତହସିଲ ପକ୍ଷରୁ ରାଜସ୍ଵ
ନିରୀକ୍ଷକ ଘଟଣାସ୍ଥଳ ଅନୁଧ୍ୟାନ
କରି କ୍ଷତିଗ୍ରସ୍ତ ପରିବାରକୁ
ପାଲ ଯୋଗାଇ ଦେଇଛନ୍ତି।

Friday, February 9, 2024

COASTAL NEWS ODIA 1702 ପୂରଣ ହେଲା ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ

COASTAL NEWS ODIA 1702

ପୂରଣ ହେଲା ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ 




ନୂଆଦିଲ୍ଲୀ - (CNO) ୨୦୨୪ ମସିହାରେ ୮୬ ବର୍ଷୀୟ ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଛି। ଏହି ସ୍ବପ୍ନ ହେଉଛି ‘ପେଟ୍‌’ ପ୍ରୋଜେକ୍ଟ। ସେ ମୁମ୍ବଇରେ ଏକ ବଡ଼ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି। ମାର୍ଚ୍ଚ ମାସ ଆରମ୍ଭରେ ଏହି ଚିକିତ୍ସାଳୟରେ କାମ ଆରମ୍ଭ ହେବ। ଏହି ଚିକିତ୍ସାଳୟର ନାମ ହେଉଛି ଟାଟା ଟ୍ରଷ୍ଟ୍‌ସ ସ୍ମଲ ଆନିମଲ୍‌ ହସ୍ପିଟାଲ।

ରତନ ଟାଟା ମୁମ୍ବଇସ୍ଥିତ ମହାଲକ୍ଷ୍ମୀରେ ଏହି ହସ୍ପିଟାଲ ନିର୍ମାଣ କରିଛନ୍ତି, ଯାହା ୨.୨ ଏକର ଜମିରେ ନିର୍ମିତ। ଏହାକୁ ତିଆରି କରିବା ପାଇଁ ୧୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଚିକିତ୍ସାଳୟରେ କୁକୁର, ବିଲେଇ, ଠେକୁଆ ଭଳି ପଶୁମାନଙ୍କ ଚିକିତ୍ସା କରାଯିବ। ଏହି ହସ୍ପିଟାଲ ୨୪ ଘଣ୍ଟା ପ୍ରାଣୀମାନଙ୍କ ଚିକିତ୍ସା ଜାରି ରଖିବ।

ହସ୍ପିଟାଲ ଉଦଘାଟନ ପୂର୍ବରୁ ଏକ ସାକ୍ଷାତକାରରେ ରତନ ଟାଟା କହିଛନ୍ତି ଯେ, ଗୋଟିଏ ଗୃହପାଳିତ ପଶୁ ମଧ୍ୟ ଅନେକ ଲୋକଙ୍କ ପରିବାରର ସଦସ୍ୟ। ଅନେକ ଗୃହପାଳିତ ପଶୁ ମାଲିକଙ୍କୁ ଏହି ହସ୍ପିଟାଲର ଆବଶ୍ୟକତା ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ହସ୍ପିଟାଲ ନିର୍ମାଣ କରିବା ମୋର ସ୍ୱପ୍ନ ଥିଲା। ସହରଗୁଡ଼ିକରେ ଅତ୍ୟାଧୁନିକ ପ୍ରାଣୀ ଚିକିତ୍ସାଳୟ ରହିବା ନିହାତି ଜରୁରୀ। ଆଉ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ହୋଇଥିବାରୁ ମୁଁ ସବୁଠୁ ଅଧିକ ଖୁସି।

ଯେତେବେଳେ ରତନ ଟାଟାଙ୍କ ଗୃହପାଳିତ ପଶୁର ଗଣ୍ଠିରେ ସମସ୍ୟା ହୋଇଥିଲା, ସେତେବେଳେ ତା’ର ଗଣ୍ଠି ପ୍ରତିରୋପଣ ପାଇଁ ତାକୁ ଆମେରିକା ନିଆଯାଇଥିଲା। ସେଠାରେ ମିନେସୋଟା ୟୁନିଭର୍ସିଟିରେ ପହଞ୍ଚିବା ଏବଂ ସେଠାରେ ଚିକିତ୍ସା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ କହିଛନ୍ତି, ସେଠାରେ ପହଞ୍ଚିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ସେହି ଅନୁଭୂତି ପରେ ହିଁ ଏକ ପଶୁ ଚିକିତ୍ସାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ରତନ ଟାଟା। ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ ଅନେକ ସୁବିଧା ମିଳିଥାଏ। ମୁମ୍ବଇରେ ନିର୍ମିତ ଏହି ହସ୍ପିଟାଲରେ ମଧ୍ୟ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବ।

ରତନ ଟାଟା ୨୦୧୨ରେ ଟାଟା ସନ୍ସ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବାପରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ୧୨ ବର୍ଷ ପରେ ଏହାର କାମ ଶେଷ ହୋଇଛି। ମୁମ୍ବଇରେ ନିର୍ମିତ ଏହି ପ୍ରାଣୀ ଚିକିତ୍ସାଳୟ ଦେଶର ସବୁଠୁ ବଡ଼ ହସ୍ପିଲାରେ ସାମିଲ ହୋଇଛି। ଏହା ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ହେବ।

COASTAL NEWS ODIA 1701 ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନ ଭାଙ୍ଗିବା ସମୟରେ ଭୟଙ୍କର ଉତ୍ତେଜନା, ହିଂସାକାରୀ ଙ୍କୁ ଦେଖିବା ମାତ୍ରେ ଗୁଳି କର ନିର୍ଦ୍ଦେଶ

COASTAL NEWS ODIA 1701

ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନ ଭାଙ୍ଗିବା ସମୟରେ ଭୟଙ୍କର ଉତ୍ତେଜନା, ହିଂସାକାରୀ ଙ୍କୁ ଦେଖିବା ମାତ୍ରେ ଗୁଳି କର ନିର୍ଦ୍ଦେଶ 


ଉତ୍ତରାଖଣ୍ଡ - (CNO) ଗୁରୁବାର ଉତ୍ତରାଖଣ୍ଡ ହାଲଦ୍ୱାନୀର ୱାନବୁଲପୁରାରେ ହିଂସାକାରୀ ମାନେ ପଥର ଫିଙ୍ଗିବା କାରଣରୁ ୫୦ ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ବର୍ତ୍ତମାନ ସମସ୍ତେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ସେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଅନ୍ୟ ବରିଷ୍ଠ ପୋଲିସ ଏବଂ ଗୁପ୍ତଚର ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଥିଲେ । ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତ । 

ଡିଏମ୍ ୱାନବୁଲପୁରାରେ କର୍ଫ୍ୟୁ ଲାଗୁ କରିଛନ୍ତି ଏବଂ ଦଙ୍ଗାକାରୀଙ୍କ ଉପରକୁ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାନବୁଲପୁରା ପୋଲିସ ଷ୍ଟେସନ ନିକଟ ମଲିକଙ୍କ ବଗିଚାରେ ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନ ଭାଙ୍ଗିବା ସମୟରେ ଏକ ବଡ଼ ଧରଣର ଦଙ୍ଗା ହୋଇଥିଲା । ମ୍ୟୁନିସିପାଲ୍ କର୍ପୋରେସନ୍ ଏବଂ ପୋଲିସ୍ ଟିମ୍ ଙ୍କ ଉପସ୍ଥିତିରେ ମଲିକ୍ ବଗିଚାରେ ଏହି କାର୍ଯ୍ୟ କରାଯାଇଥିଲା । 
 
ଏହି ସମୟରେ ସେଠାରେ ଉପସ୍ଥିତ ଉପଦ୍ରବକାରୀ ମାନେ ପ୍ରଶାସନ, ପୋଲିସ ଏବଂ ସାମ୍ବାଦିକଙ୍କ ଉପରକୁ ପଥର ଫିଙ୍ଗିଥିଲେ ଯେଉଁଥିରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଉପଦ୍ରବୀ ମାନେ ପୋଲିସ, ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ସାମ୍ବାଦିକଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ । ବନଭୁଲପୁରା ପୋଲିସ ଷ୍ଟେସନ ନିକଟରେ ଏକ ପୋଲିସ ଗାଡିରେ ମଧ୍ୟ ନିଆଁ ଲଗାଇଦେଇଥିଲେ ଉପଦ୍ରବକାରୀ ମାନେ ।  
 
ଘଟଣା ସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସକୁ ଅନେକ ରାଉଣ୍ଡ ଗୁଳି ଚଳାଇବାକୁ ପଡିଥିଲା । ବର୍ତ୍ତମାନ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ହଲଦ୍ୱାନି ଘଟଣା ସମ୍ପର୍କରେ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ।

Sunday, February 4, 2024

ଆଜିର ରାଶିଫଳ

COASTAL NEWS ODIA 1699

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଫେବୃଆରୀ ମାସ ୦୪ ତାରିଖ ୨୦୨୪ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*  *✧═════•❁❀❁•═════✧*


*🌷ମେଷ🌷👉: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
*✧═════•❁❀❁•═════✧*
*🌷ମିଥୁନ🌷👉 : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
*✧═════•❁❀❁•═════✧*
*🌷କର୍କଟ🌷👉 : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
*✧═════•❁❀❁•═════✧*
 *🌷ସିଂହ🌷👉: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।* 
*✧═════•❁❀❁•═════✧*
*🌷କନ୍ୟା🌷👉: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*

*✧═════•❁❀❁•═════✧*
*🌷ତୁଳା🌷👉: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
*✧═════•❁❀❁•═════✧*
*🌷ବିଛା🌷👉: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
*✧═════•❁❀❁•═════✧*
*🌷ଧନୁ🌷👉 : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
*✧═════•❁❀❁•═════✧*
*🌷ମକର🌷👉 : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
*✧═════•❁❀❁•═════✧*
*🌷ମୀନ🌷👉 : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।*
*✧═════•❁❀❁•═════✧*

Saturday, February 3, 2024

ଆଡଭାନୀଙ୍କୁ ଭାରତ ରତ୍ନ

COASTAL NEWS ODIA 1698

LK Advani got Bharat Ratna award
ଆଡଭାନୀଙ୍କୁ ଭାରତ ରତ୍ନ, ଟୁଇଟ କଲେ ପ୍ରଧାନମନ୍ତ୍ରୀ ମୋଦୀ


ନୂଆଦିଲ୍ଲୀ - (CNO ବରିଷ୍ଠ ରାଜନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ଏନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, 'ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ଦେଇ ମୁଁ ବହୁତ ଖୁସି। ମୁଁ ମଧ୍ୟ ତାଙ୍କ ସହ କଥା ହୋଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ଅଭିନନ୍ଦନ ଜଣାଇଛି। ଆମ ସମୟର ଅନ୍ୟତମ ସମ୍ମାନିତ ରାଜନେତା, ଭାରତର ବିକାଶରେ ତାଙ୍କର ଅବଦାନ ଅବିସ୍ମରଣୀୟ। ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଠାରୁ ଆରମ୍ଭ କରି ଆମର ଉପମୁଖ୍ୟମନ୍ତ୍ରୀ ଭାବରେ ଦେଶ ସେବା କରିବା ପର୍ଯ୍ୟନ୍ତ ତାଙ୍କ ଜୀବନ ଆରମ୍ଭ । ସେ ଆମର ଗୃହମନ୍ତ୍ରୀ ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଭାବରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ସଂସଦୀୟ ହସ୍ତକ୍ଷେପ ସବୁବେଳେ ଆଦର୍ଶ ଏବଂ ସମୃଦ୍ଧ ଜ୍ଞାନରେ ପରିପୂର୍ଣ୍ଣ ଥିଲା।
 
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, "ଜନସାଧାରଣ ଜୀବନରେ ଆଡଭାନୀ ଜୀଙ୍କର ଦୀର୍ଘ ଦଶନ୍ଧି ଧରି ସେବା ସ୍ୱଚ୍ଛତା ଏବଂ ଅଖଣ୍ଡତା ପାଇଁ ଏକ ଅଦମ୍ୟ ପ୍ରତିବଦ୍ଧତା ଦ୍ୱାରା ଚିହ୍ନିତ ହୋଇଛି, ଯାହାକି ରାଜନୈତିକତା କ୍ଷେତ୍ରରେ ଏକ ଆଦର୍ଶ ମାନଦଣ୍ଡ ସୃଷ୍ଟି କରିଛି। ଜାତୀୟ ଏକତା ତଥା ସାଂସ୍କୃତିକ ପୁନର୍ଜୀବନକୁ ଆଗକୁ ନେବା ଦିଗରେ ସେ ଅନନ୍ୟ ଉଦ୍ୟମ କରିଛନ୍ତି । ତାଙ୍କୁ ଭାରତ ରତ୍ନଙ୍କ ସହ ସମ୍ମାନ ଦେବା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ତାଙ୍କ ସହ ଯୋଗାଯୋଗ କରିବା ଏବଂ ତାଙ୍କଠାରୁ ଶିଖିବା ପାଇଁ ଅସଂଖ୍ୟ ସୁଯୋଗ ପାଇ ମୁଁ ସର୍ବଦା ମୋର ସୌଭାଗ୍ୟ ବୋଲି ବିବେଚନା କରିବି। "

ଏପର୍ଯ୍ୟନ୍ତ 49 ଜଣଙ୍କୁ ଭାରତ ରତ୍ନ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଲାଲ କୃଷ୍ଣ ଆଡଭାନୀଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ଏହି ଖବର ଦେଇଥିଲେ । ଲାଲ କୃଷ୍ଣ ଆଡଭାନୀ 1990 ଦଶକ ପୂର୍ବରୁ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ରଥ ଯାତ୍ରା ସହିତ ଦଳକୁ ଜାତୀୟ ମାନ୍ୟତା ପ୍ରଦାନ କରିବାରେ ତାଙ୍କର ଭୂମିକା ଥିଲା ।

ଓଡ଼ିଶାର ବିକାଶ କରିବ ବିଜେପି : ମୋଦୀଙ୍କ ଗ୍ୟାରେଣ୍ଟି

COASTAL NEWS ODIA 1697

ଓଡ଼ିଶାର ବିକାଶ କରିବ ବିଜେପି : ମୋଦୀଙ୍କ ଗ୍ୟାରେଣ୍ଟି 




ଭୁବନେଶ୍ବର - (CNO) ଓଡ଼ିଶାର ସମ୍ବଲପୁର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । IIM ସମ୍ବଲପୁରର ନୂଆ କ୍ୟାମ୍ପସ ଲୋକାର୍ପଣ କରିବା ପରେ ରେମେଡ୍‌ ସଭାରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯାହାର କେହି ନାହିଁ, ତାର ମୋଦୀ ଅଛି ।


ଜୟ ଜଗନ୍ନାଥ, ଜୟ ମା ସମଲେଇ କହି ଭାଷଣ ଆରମ୍ଭ କରିଥିଲେ ମୋଦୀ । ସମ୍ବଲପୁରୀ ଭାଷାରେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଓଡ଼ିଶାର 4 ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


ଓଡ଼ିଶାର ବିକାଶ ଓ ଗରିବ କଲ୍ୟାଣ ପାଇଁ ମୋଦି ସରକାର ଗ୍ୟାରେଣ୍ଟି ଦେଇଛନ୍ତି । ଆଜି ବିଜେପିର ପ୍ରତି କର୍ମକର୍ତ୍ତାଙ୍କ ପାଇଁ ଗର୍ବ, ଗୌରବର ଦିନ । ଆଜି ଆଡଭାନିଜୀଙ୍କୁ ଭାରତରତ୍ନ ଦେବାକୁ ଘୋଷଣା ହୋଇଛି । ଏ ସମ୍ମାନ ରାଷ୍ଟ୍ରସେବାକୁ ସମ୍ମାନ ହିସାବରେ ଆମ ସମସ୍ତଙ୍କୁ ସମ୍ମାନ । 2 ସାଂସଦରୁ ବିଶ୍ୱର ସର୍ବୋଚ୍ଚ ପାର୍ଟି ହେବାର ଏ ସମ୍ମାନ ।




ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ କିଛି ବି ଛାଡ଼ିବନି ବୋଲି କହିଛନ୍ତି ମୋଦୀ । ନୂଆ ବଜେଟ ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ଆଣିଛି । କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଗ୍ୟାରେଣ୍ଟି ଆଣିଛନ୍ତି । ମୋଦୀଙ୍କ ଗ୍ୟାରେଣ୍ଟିମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ଲଗାତାର ଆପଣଙ୍କ ସୁବିଧା ପାଇଁ କାମ କରୁଛି । ଆପଣଙ୍କ ରୋଜଗାର ବଢ଼ିବ, ଖର୍ଚ୍ଚ କମିବ, ଆମ ପ୍ରାଥମିକତା । ଦେଶବାସୀଙ୍କ ବିଜୁଳି ବିଲ୍‌ ଶୂନ ହେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଆଦିବାସୀ ଓ ଯୁବକଙ୍କ ପାଇଁ କାମ କରୁଥିବା ନେଇ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ

ରୁଫ୍‌ଟପ୍‌ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢ଼ିବ । ଓଡ଼ିଶା ସୂର୍ଯ୍ୟ ଭଗବାନଙ୍କ ରାଜ୍ୟ, ଏଠି ସୋଲାର ଚମକିବ । ଆଶା, ଅଙ୍ଗନବାଡ଼ି କର୍ମୀ ଆୟୁଷ୍ମାନ ଭାରତରେ ସାମିଲ ହେବେ । ଓଡ଼ିଶାର 60 ଲକ୍ଷ ପରିବାରକୁ ପାଇପ ପାଣି ଯୋଗାଣ ହେଉଛି । ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଦେଇଛି ମୋଦୀ ବୋଲି ନିଜ ଅଭିଭାଷଣରେ ସେ କହିଛନ୍ତି ।

ଏହା ସହ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶାର 40 ଲକ୍ଷ ଚାଷୀ ଲାଭାନ୍ଵିତ ହୋଇଛନ୍ତି । ଧାନର MSP ଦେଢ଼ ଗୁଣ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି । କ୍ଷୁଦ୍ର ଚାଷୀଙ୍କଠୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ମୋଦୀ ଗ୍ୟାରେଣ୍ଟି ମତ୍ସ୍ୟ ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ, ଏଥିପାଇଁ ପୃଥକ ମନ୍ତ୍ରାଳୟ ହୋଇଛି ।

ଓଡ଼ିଶାର 25 ଲକ୍ଷ ଲାଭାର୍ଥୀ ପକ୍କା ଘର ପାଇଛନ୍ତି । ଗରିବଙ୍କ ପାଇଁ ଆଉ 2 କୋଟି ଘର ତିଆରି ଘୋଷଣା ହୋଇଛି । କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବେନି । ଗରିବଙ୍କୁ ଲାଭ ମିଳିବା ବିଜେପି ସରକାରର ପ୍ରାଥମିକତା ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...