AFFILIATE MARKETING

https://binomo.com?a=90810425bb57&t=0

Wednesday, August 6, 2025

ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଏବଂ ‘ଏକତା’ ଉତ୍ସବ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଜନତା ମଇଦାନଠାରେ ପାଳନ ହେବ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ‘ଏକତା’ ଉତ୍ସବ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ୭ ଅଗଷ୍ଟରେ ଜାତୀୟ ହସ୍ତତନ୍ତ ଦିବସର ଶୁଭ ଉଦ୍ଘାଟନ କରିବେ

ଆମ ବୁଣାକାର ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା: ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

ଭୁବନେଶ୍ଵର, ୫/୮: ଓଡ଼ିଶାର ବୁଣାକାରମାନେ ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା । ଆମ ହସ୍ତତନ୍ତ କେବଳ ଖଣ୍ଡେ କପଡ଼ା ନୁହେଁ, ଏହା ଆମ ଐତିହ୍ୟ । ଓଡ଼ିଶାର ହସ୍ତତନ୍ତ – ଐତିହ୍ୟର ସୂତ୍ରଧର ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ । ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ‘ଏକତା’ ଉତ୍ସବ ଆୟୋଜନ ଉପଲକ୍ଷେ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ବଳସାମନ୍ତ ।

ସୂଚନାଯୋଗ୍ୟ; ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୁଲ୍ୟରେ ଅଗଷ୍ଟ ୭ ତାରିଖରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ପାଳନ, ଅଗଷ୍ଟ ୮ ଓ ୯ ତାରିଖରେ ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ଵାରା ଜ୍ଞାନ ପ୍ରଦାନ କାର୍ଯ୍ୟକ୍ରମ “ଏକତା” ଉତ୍ସବ ଆୟୋଜନ ଏବଂ ଏହି ଉପଲକ୍ଷେ ୭ ରୁ ୧୩ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜନ କରାଯିବ । ସ୍ଥାନୀୟ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ଏ ସମ୍ପର୍କରେ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ।

ଜାତୀୟ ହସ୍ତତନ୍ତ ଦିବସକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୭ ଅଗଷ୍ଟ ୨୦୨୫ରେ ଉଦଘାଟନ କରିବେ । ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ଚଳଚିତ୍ର ଜଗତର ସ୍ଵନାମଧନ୍ୟ ତାରକା ଶ୍ରୀମତୀ ମାଧୁରୀ ଦୀକ୍ଷିତ ନେନେ ଯୋଗଦାନ କରିବେ ।

ଭାରତ ସରକାରଙ୍କ ବୟନ ମନ୍ତ୍ରାଳୟର ପ୍ରମୁଖ ପଦକ୍ଷେପ EKTA କାର୍ଯ୍ୟକ୍ରମ (EKTA- Exhibition cum Knowledge Sharing for Textile Advantage) (ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ଵାରା ଜ୍ଞାନ ପ୍ରଦାନ) ଓଡ଼ିଶା ଶାଖାକୁ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଅଗଷ୍ଟ ୮ ତାରିଖରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ।

ଅଗଷ୍ଟ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ସମସାମୟିକ ନୃତ୍ୟ ପ୍ରଦର୍ଶନ ସହ ଫ୍ୟାଶନ୍ ସୋ, ଲେଜର୍ ସୋ କାର୍ଯ୍ୟକ୍ରମ ଆୟୋଜନ ହେବ ।

ଅଗଷ୍ଟ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏକ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ ହେବ । ଓଡ଼ିଶାର ସମୃଦ୍ଧ ବୟନ ଐତିହ୍ୟ ଓ ହସ୍ତଶିଳ୍ପ ପ୍ରଦର୍ଶନ ପାଇଁ ୬୦ଟି ଷ୍ଟଲ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୧୫୦୦ ରୁ ଅଧିକ ହସ୍ତତନ୍ତ ବୁଣାକାର ଅଂଶଗ୍ରହଣ କରିବେ । ରାଜ୍ୟର ବିବିଧ ହସ୍ତତନ୍ତ ଅସ୍ମିତା ସହ ବୟନ ମନ୍ତ୍ରାଳୟ ସହଯୋଗରେ ୮ ରୁ ଅଧିକ ରାଜ୍ୟର ବୁଣାକାରମାନେ ସେମାନଙ୍କ ହସ୍ତତନ୍ତ ପ୍ରଦର୍ଶନ କରିବେ । ଫୁଡ୍ କୋର୍ଟ, ପ୍ଲେ ଜୋନ୍, ଆଦିର ବ୍ୟବସ୍ଥା ହୋଇଛି ।

ଏହି କାର୍ଯ୍ୟକ୍ରମଗୁଡ଼ିକରୁ ଫଳପ୍ରଦ ଫଳାଫଳ ପାଇବା ପାଇଁ ବିଭିନ୍ନ କର୍ମଶାଳା, କ୍ରେତା-ବିକ୍ରେତା-ନିର୍ମାତା ସମ୍ମିଳନୀ, ଡିଜାଇନର ଓ କାରିଗରଙ୍କ ସହ ବିଶେଷ ଅଧିବେଶନ ଆୟୋଜନ କରାଯିବ । ଯୋଗ୍ୟ ବୁଣାକାରମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ୭ ରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ପାଇଁ ମାନ୍ୟବର ମନ୍ତ୍ରୀ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଚେତନତା ବୈଠକ

କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଉପରେ ଆଲୋଚନା

ଭୁବନେଶ୍ବର, ୫/୮: ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaint Committee) ଦ୍ୱାରା କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ-୨୦୧୩ର ରୂପାୟନ ସମ୍ବନ୍ଧୀୟ ଏକ ବିସ୍ତୃତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଭାପତି ଶ୍ରୀମତୀ ସୌଦାମିନୀ ସେଠୀ, ସ୍ଵତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଶ୍ରୀମତୀ ରାଜଶ୍ରୀ ସିଂହ, ସ୍ଵତନ୍ତ୍ର ଶାସନ ସଚିବ, ଶ୍ରୀମତୀ ରଂଜିତା ବେହେରା, ବିତ୍ତ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ, କମିଟିର ସମସ୍ତ ସଦସ୍ୟ, କଟକସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ବସୁନ୍ଧରା’ର ପ୍ରତିନିଧି, ବିଭାଗୀୟ ବରିଷ୍ଠ ମହିଳା ଅଧିକାରୀବୃନ୍ଦ ଓ ସମସ୍ତ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ I ବୈଠକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସବିଶେଷ କାର୍ଯ୍ୟ ଓ କ୍ଷମତା ବିଷୟରେ ସଚେତନତାଧର୍ମୀ ଆଲୋଚନା ହୋଇଥିଲା l

ଯୁବକଙ୍କୁ ଥାନାରେ ନିର୍ଯାତନା ଅଭିଯୋଗପୋଲିସ ଧମକାଇବାରୁ ବିଷ ପିଇ ଦେଲେ

ପୋଲିସ ଧମକାଇବାରୁ ବିଷ ପିଇ ଦେଲେ

ଯାଜପୁର,୬/୮: ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା ଅଭିଯୋଗ। ଥାନାରେ ପ୍ରବଳ ମାଡ଼ ଯୋଗୁ ଯୁବକ ବିଷ ପିଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଯୁବକଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରାଯାଇଥିଲା। ଯେଉଁଥିପାଇଁ ଯୁବକ ଜଣକ ବିଷ ପିଇ ଦେଇଥିବା ସଂପର୍କୀୟମାନେ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ଆନାକା ପଞ୍ଚାୟତର ମହିପୁର ଗ୍ରାମର ବାସିନ୍ଦା ରବୀନ୍ଦ୍ର ମଲ୍ଲିକ (୨୮)ଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା କୁହାଯାଉଛି। ରବୀନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ହାଜତରେ ଥିବା ପୋଲିସ ନିର୍ମମ ଭାବରେ ମାଡ଼ ମାରିବା ସହିତ ଉଲଗ୍ନ କରିବାକୁ ବାଧ୍ୟ କରିଥିଲା। ଯେଉଁଥିପାଇଁ ସେ ଏଭଳି କଠୋର ପଦକ୍ଷେପ ନେଇଥିଲେ।

ଅନ୍ୟପକ୍ଷରେ ତାଙ୍କ ପରିବାର ପୋଲିସ ଉପରେ ଅଭିଯୋଗ କରିଛନ୍ତି ଯେ ସେମାନେ ଏହି ଘଟଣା ବିଷୟରେ କିମ୍ବା ରବୀନ୍ଦ୍ରଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ସେମାନଙ୍କୁ ସୂଚନା ଦେଇ ନଥିଲେ। ପରିବାର ଲୋକେ ରବିନ୍ଦ୍ରଙ୍କ ବିଷୟରେ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ତିନି ଦିନ ପରେ ଜାଣିବାକୁ ପାଇଥିଲେ।

ପାରିବାରିକ ବିବାଦ ସମ୍ପର୍କରେ ପଚରାଉଚରା ପାଇଁ ତାଙ୍କୁ ବାଲିଚନ୍ଦ୍ରପୁର ଥାନାରେ ଅଟକ ରଖାଯାଇଥିଲା। ପାରିବାରିକ କଳହରୁ ଗରମ ପାଣି ଫିଙ୍ଗିବା ଘଟଣାରେ ଥାନାରେ ଅଟକ ଥିଲେ। ହେଲେ ପୋଲିସର ନିର୍ଯାତନା ସହ୍ୟ କରି ନ ପାରି ସେ ଲକ୍ ଅପ୍ ରୁମରେ ପଡ଼ିଥିବା ବିଷ ବୋତଲକୁ ନେଇ ପିଇ ଦେଇଥିଲେ। ରବିନ୍ଦ୍ର ଅଭିଯୋଗ କରିଥିଲେ ଯେ ଜଣେ ପୋଲିସ କର୍ମଚାରୀ ସେଠାରେ ବିଷ ବୋତଲ ରଖିଥିଲେ ଏବଂ ତାଙ୍କୁ ଏହା ଖାଇବାର ଦେଖିବା ସତ୍ତ୍ୱେ, କୌଣସି ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲେ। ପୋଲିସ ମୋ ବିରୋଧରେ ସଙ୍ଗୀନ ଦଫା ଲଗାଇବାକୁ ଧମକ ଦେଇଥିଲେ। ତେଣୁ ସେ ବିଷ ପିଇଥିଲେ। ହେଲେ ବାଲିଚନ୍ଦ୍ରପୁର ପୋଲିସ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।

ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ସମ୍ୱଲପୁର, ୬/୮: ଭିଜିଲାନ୍ସ ଜାଲରେ ଫସିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍। ରାଜ୍ୟ ଡ୍ରଗ୍ସ ପରୀକ୍ଷାଗାରର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଦେବାଶିଷ ପଣ୍ଡାଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।

ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ଭୁବନେଶ୍ୱରର ୪ଟି ଘର ଓ ବ୍ରହ୍ମପୁରରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୪ DSP, ୧୦ ଇନ୍ସପେକ୍ଟର ଓ ୪ ASI ସାମିଲ୍ ହୋଇଛନ୍ତି।

ଭୁବନେଶ୍ବରର ନୟାପଲ୍ଲୀ ସ୍ଥିତ ବେହେରା ସାହି ସ୍ଥିତ ମେଟ୍ରୋସିଟିରେ ଥିବା ୨ଟି ଫ୍ଲାଟ, ଭୁବନେଶ୍ବର ଏସପ୍ଲାନେଡ୍ ମଲରେ ଥିବା ସ୍ଥାନ, ଭୁବନେଶ୍ବର ବଳଭଦ୍ରପୁରରେ ଥିବା ପ୍ରେଷ୍ଟିଜ ଆପାର୍ଟମେଣ୍ଟର ଫ୍ଲାଟ, ସମ୍ବଲପୁର ବରେଇପାଲ୍ଲୀରେ ଥିବା ଭଡ଼ାଘର, ବ୍ରହ୍ମପୁର ଚର୍ଚ୍ଚ ରୋଡରେ ଥିବା ପୈତୃକ ଘର, ସମ୍ବଲପୁରରେ ଥିବା ତାଙ୍କ ଅଫିସ ଚାମ୍ବରରେ ଚଢ଼ାଉ ଜାରି ରହିଛି।

ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା

ଆଉ ୬ ସଦସ୍ୟା ନିଯୁକ୍ତ

ଭୁବନେଶ୍ୱର, ୫/୮: ବବିତା ପାତ୍ରଙ୍କୁ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ସେହିପରି ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଛନ୍ତି ଆଉ ୬ ସଦସ୍ୟା। ସେମାନେ ହେଲେ ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ, ସୁଜାତା ନାୟକ ପ୍ରମୁଖ।


ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା

ମହିଳାଙ୍କୁ ନ୍ୟାୟ ପାଇଁ କାର୍ଯ୍ୟ କରିବି: ସୋଭନା


ଭୁବନେଶ୍ୱର, ୫/୮: ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା। ଏ ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସୋଭନା ମହାନ୍ତି ୫ ଅଗଷ୍ଟ ୨୦୨୫ ରୁ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।

ନିଯୁକ୍ତି ନେଇ ସୋଭନା କହିଛନ୍ତି, “ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରିବି। ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଛନ୍ତି। ବାଲେଶ୍ବର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି। ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ନିଆଯିବ।”

Monday, August 4, 2025

ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପୋଷ୍ଟ ଅଫିସ ଯୋଜନା! କମ୍ ନିବେଶ ଉପରେ ୨୪,୦୩୩ ଅତିରିକ୍ତ ରିଟର୍ଣ୍ଣ ୨ ବର୍ଷରେ ପାଆନ୍ତୁ।

ପୋଷ୍ଟ ଅଫିସ ସଞ୍ଚୟ ଯୋଜନା 

ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପୋଷ୍ଟ ଅଫିସ ଯୋଜନା! କମ୍ ନିବେଶ ଉପରେ ୨୪,୦୩୩ ଅତିରିକ୍ତ ରିଟର୍ଣ୍ଣ ୨ ବର୍ଷରେ ପାଆନ୍ତୁ। ସହଜ ପ୍ରକ୍ରିୟା ଏବଂ ଲାଭ ଜାଣନ୍ତୁ ବିଷୟରେ ଏଠାରେ ଜାଣନ୍ତୁ..

Post Office Scheme: ମାତ୍ର ଏତିକି ନିବେଶରେ ମହିଳାଙ୍କୁ ମିଳିବ ୧,୭୪,୦୩୩!

Post Office Scheme: ପୋଷ୍ଟ ଅଫିସ୍ ଦେଶର ନାଗରିକମାନଙ୍କ ପାଇଁ ଅନେକ ଆକର୍ଷଣୀୟ କ୍ଷୁଦ୍ର ସଞ୍ଚୟ ଯୋଜନା ଚଳାଏ, ଯାହା ପ୍ରତ୍ୟେକ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି।

 ଏଥିମଧ୍ୟରୁ ଅନ୍ୟତମ ହେଉଛି ପୋଷ୍ଟ ଅଫିସ୍ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା (MSSC)। ଏହି ଯୋଜନା ବିଶେଷ ଭାବରେ ମହିଳାମାନଙ୍କ ପାଇଁ ଡିଜାଇନ୍ କରାଯାଇଛି, ଯେଉଁଥିରେ ୨ ବର୍ଷ ପାଇଁ ନିବେଶ କରାଯାଇପାରିବ ଏବଂ ୭.୫% ଆକର୍ଷଣୀୟ ସୁଧ ହାର ମିଳିଥାଏ।

ଏଥିମଧ୍ୟରୁ ଅନ୍ୟତମ ହେଉଛି ପୋଷ୍ଟ ଅଫିସ୍ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା (MSSC)। ଏହି ଯୋଜନା ବିଶେଷ ଭାବରେ ମହିଳାମାନଙ୍କ ପାଇଁ ଡିଜାଇନ୍ କରାଯାଇଛି, ଯେଉଁଥିରେ ୨ ବର୍ଷ ପାଇଁ ନିବେଶ କରାଯାଇପାରିବ ଏବଂ ୭.୫% ଆକର୍ଷଣୀୟ ସୁଧ ହାର ମିଳିଥାଏ।

  ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସଞ୍ଚୟକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ସେମାନଙ୍କର ଆର୍ଥିକ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା। କେବଳ ଭାରତରେ ରହୁଥିବା ମହିଳାମାନେ ଏହି ଯୋଜନାର ଲାଭ ଉଠାଇପାରିବେ।

ପୋଷ୍ଟ ଅଫିସ MSSC ଯୋଜନା କ'ଣ? ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସଞ୍ଚୟକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ସେମାନଙ୍କର ଆର୍ଥିକ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା। କେବଳ ଭାରତରେ ରହୁଥିବା ମହିଳାମାନେ ଏହି ଯୋଜନାର ଲାଭ ଉଠାଇପାରିବେ।

 ପୋଷ୍ଟ ଅଫିସ MSSC ଯୋଜନାରେ ନିବେଶ କରିବାର ସର୍ବନିମ୍ନ ପରିମାଣ ୧୦୦୦ ଏବଂ ସର୍ବାଧିକ ସୀମା ୨ ଲକ୍ଷ ସ୍ଥିର କରାଯାଇଛି। ଯଦି ଜଣେ ମହିଳା ଏହାଠାରୁ ଅଧିକ ନିବେଶ କରିବାକୁ ଚାହାଁନ୍ତି, ତେବେ ସେ ଆଉ ଏକ ଆକାଉଣ୍ଟ ଖୋଲିପାରିବେ, କିନ୍ତୁ ଏଥିପାଇଁ ୬ ମାସର ବ୍ୟବଧାନ ବାଧ୍ୟତାମୂଳକ।

ପୋଷ୍ଟ ଅଫିସ MSSC ଯୋଜନାରେ ନିବେଶ କରିବାର ସର୍ବନିମ୍ନ ପରିମାଣ ୧୦୦୦ ଏବଂ ସର୍ବାଧିକ ସୀମା ୨ ଲକ୍ଷ ସ୍ଥିର କରାଯାଇଛି। ଯଦି ଜଣେ ମହିଳା ଏହାଠାରୁ ଅଧିକ ନିବେଶ କରିବାକୁ ଚାହାଁନ୍ତି, ତେବେ ସେ ଆଉ ଏକ ଆକାଉଣ୍ଟ ଖୋଲିପାରିବେ, କିନ୍ତୁ ଏଥିପାଇଁ ୬ ମାସର ବ୍ୟବଧାନ ବାଧ୍ୟତାମୂଳକ।

 ସୁଧ ହାର ଏବଂ ରିଟର୍ଣ୍ଣ- ୭.୫% ଆକର୍ଷଣୀୟ ରିଟର୍ଣ୍ଣ।ପୋଷ୍ଟ ଅଫିସ MSSC ଯୋଜନାରେ ସରକାର ୭.୫% ସୁଧ ହାର ପ୍ରଦାନ କରନ୍ତି । ଯଦି ଆପଣ ଏହି ଯୋଜନାରେ ୧,୫୦,୦୦୦ ନିବେଶ କରନ୍ତି, ତେବେ ୨ ବର୍ଷ ପରେ ଆପଣଙ୍କୁ ମୋଟ ୨୪,୦୩୩ ସୁଧ ମିଳିବ, ଅର୍ଥାତ୍ ୧,୭୪,୦୩୩ ରିଟର୍ଣ୍ଣ ଭାବରେ ଉପଲବ୍ଧ ହେବ।

ସୁଧ ହାର ଏବଂ ରିଟର୍ଣ୍ଣ- ୭.୫% ଆକର୍ଷଣୀୟ ରିଟର୍ଣ୍ଣ।
ପୋଷ୍ଟ ଅଫିସ MSSC ଯୋଜନାରେ ସରକାର ୭.୫% ସୁଧ ହାର ପ୍ରଦାନ କରନ୍ତି । ଯଦି ଆପଣ ଏହି ଯୋଜନାରେ ୧,୫୦,୦୦୦ ନିବେଶ କରନ୍ତି, ତେବେ ୨ ବର୍ଷ ପରେ ଆପଣଙ୍କୁ ମୋଟ ୨୪,୦୩୩ ସୁଧ ମିଳିବ, ଅର୍ଥାତ୍ ୧,୭୪,୦୩୩ ରିଟର୍ଣ୍ଣ ଭାବରେ ଉପଲବ୍ଧ ହେବ।

ପୋଷ୍ଟ ଅଫିସ MSSCରେ କିପରି ନିବେଶ କରିବେ? ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନାରେ ନିବେଶ କରିବାକୁ ହେଲେ, ନିକଟସ୍ଥ ଯେକୌଣସି ପୋଷ୍ଟ ଅଫିସକୁ ଯାଇ ଏକ ଆକାଉଣ୍ଟ ଖୋଲିପାରିବେ।

 ଆକାଉଣ୍ଟ ଖୋଲିବା ପାଇଁ ସର୍ବନିମ୍ନ ଜମା ୧୦୦୦ ଆବଶ୍ୟକ। ଆକାଉଣ୍ଟ ଖୋଲିବା ପରେ, ନିବେଶର ସର୍ବାଧିକ ସୀମା ୨ ଲକ୍ଷ ପର୍ଯ୍ୟନ୍ତ ରଖାଯାଏ। ଯଦି ନିବେଶକମାନେ ଅଧିକ ପରିମାଣ ଜମା କରିବାକୁ ଚାହାଁନ୍ତି, ତେବେ ସେମାନେ ଅନ୍ୟ ଏକ ଆକାଉଣ୍ଟ ଖୋଲିପାରିବେ।

ଆକାଉଣ୍ଟ ଖୋଲିବା ପାଇଁ ସର୍ବନିମ୍ନ ଜମା ୧୦୦୦ ଆବଶ୍ୟକ। ଆକାଉଣ୍ଟ ଖୋଲିବା ପରେ, ନିବେଶର ସର୍ବାଧିକ ସୀମା ୨ ଲକ୍ଷ ପର୍ଯ୍ୟନ୍ତ ରଖାଯାଏ। ଯଦି ନିବେଶକମାନେ ଅଧିକ ପରିମାଣ ଜମା କରିବାକୁ ଚାହାଁନ୍ତି, ତେବେ ସେମାନେ ଅନ୍ୟ ଏକ ଆକାଉଣ୍ଟ ଖୋଲିପାରିବେ।

 ଏହି ଯୋଜନାରେ ୧୦ ବର୍ଷରୁ କମ୍ ବୟସର ଝିଅମାନଙ୍କ ପାଇଁ ମଧ୍ୟ ଆକାଉଣ୍ଟ ଖୋଲାଯାଇପାରିବ। ପିତାମାତାମାନେ ସେମାନଙ୍କ ଝିଅମାନଙ୍କ ପାଇଁ ଏହି ଯୋଜନାରେ ନିବେଶ କରିପାରିବେ, ଯାହା ଫଳରେ ସେମାନଙ୍କ ଭବିଷ୍ୟତ ପାଇଁ ଏକ ଭଲ ପାଣ୍ଠି ସୃଷ୍ଟି ହୋଇପାରିବ।

ଏହି ଯୋଜନାରେ ୧୦ ବର୍ଷରୁ କମ୍ ବୟସର ଝିଅମାନଙ୍କ ପାଇଁ ମଧ୍ୟ ଆକାଉଣ୍ଟ ଖୋଲାଯାଇପାରିବ। ପିତାମାତାମାନେ ସେମାନଙ୍କ ଝିଅମାନଙ୍କ ପାଇଁ ଏହି ଯୋଜନାରେ ନିବେଶ କରିପାରିବେ, ଯାହା ଫଳରେ ସେମାନଙ୍କ ଭବିଷ୍ୟତ ପାଇଁ ଏକ ଭଲ ପାଣ୍ଠି ସୃଷ୍ଟି ହୋଇପାରିବ।

  ପୋଷ୍ଟ ଅଫିସ MSSC ଯୋଜନାରେ ନିବେଶ ଆୟକର ବିଭାଗର ଧାରା 80C ଅନୁଯାୟୀ କରମୁକ୍ତ। ଏହା ବ୍ୟତୀତ, ନିବେଶ ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିରେ, ଯଦି ଟଙ୍କାର ଆବଶ୍ୟକତା ପଡ଼େ, ତେବେ ଆକାଉଣ୍ଟରୁ ଟଙ୍କା ଉଠାଇହେବ। ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲେ, ପରିବାରର ଜଣେ ସଦସ୍ୟ ଜମା ହୋଇଥିବା ରାଶି ଉଠାଇପାରିବେ।

ଟିକସ ଛାଡ଼ ଏବଂ ନଗଦ ଟଙ୍କା କାଢ଼ିବା ସୁବିଧା- ପୋଷ୍ଟ ଅଫିସ MSSC ଯୋଜନାରେ ନିବେଶ ଆୟକର ବିଭାଗର ଧାରା 80C ଅନୁଯାୟୀ କରମୁକ୍ତ। ଏହା ବ୍ୟତୀତ, ନିବେଶ ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିରେ, ଯଦି ଟଙ୍କାର ଆବଶ୍ୟକତା ପଡ଼େ, ତେବେ ଆକାଉଣ୍ଟରୁ ଟଙ୍କା ଉଠାଇହେବ। ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲେ, ପରିବାରର ଜଣେ ସଦସ୍ୟ ଜମା ହୋଇଥିବା ରାଶି ଉଠାଇପାରିବେ।


IND vs ENG: ଏହି ୪ ଜଣ ହିଁ ଭାରତକୁ ଜିତାଇଲେ, ନଚେତ୍ ନିଶ୍ଚିତ ହାରିଥାନ୍ତା ଟିମ୍ ଇଣ୍ଡିଆ

IND vs ENG: ଏହି ୪ ଜଣ ହିଁ ଭାରତକୁ ଜିତାଇଲେ, ନଚେତ୍ ନିଶ୍ଚିତ ହାରିଥାନ୍ତା ଟିମ୍ ଇଣ୍ଡିଆ

IND vs ENG: ୫ମ ଟେଷ୍ଟ ମ୍ୟାଚ୍ ବିଜୟ ପଛରେ ୪ ଖେଳାଳିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଦୁଇ ଜଣ ବୋଲିଂ ତ ଆଉ ଦୁଇ ଜଣ ବ୍ୟାଟିଂରେ କରିଥିଲେ କମାଲ । 

IND vs ENG: ସମସ୍ତେ ଭାବିଥିଲେ ଭାରତ ମ୍ୟାଚ୍ ହାରିବା ଥୟ । ଇଂଲଣ୍ଡକୁ ଜିତିବାକୁ କମ୍‌ ରନ ଆବଶ୍ୟକ ଥିଲା । ଆଉ ହାତରେ ଓ୍ବିକେଟ ବି ଥିଲା । କିନ୍ତୁ ସବୁକିଛି ଓଲଟପାଲଟ କରିଦେଲେ ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା । ନିଶ୍ଚିତ ହାରିବା ମ୍ୟାଚ୍‌କୁ ବିଜୟରେ ପରିଣତ କରିଦେଲେ ଭାରତର ଦୁଇ ଷ୍ଟାର ବୋଲର ।

କୁହାଯାଏ ଟେଷ୍ଟ କ୍ରିକେଟ ସବୁଠୁ ବୋରିଂ । କିନ୍ତୁ ନା । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ବୋଧ୍‌ ହୁଏ ଇତିହାସରେ ଏକ ବିରଳ ମ୍ୟାଚ୍ ଭାବେ ଲିପିବଦ୍ଧ ହେବ । କାରଣ ଶେଷ ଟେଷ୍ଟ କୌଣସି ରୋମାଞ୍ଚ ଠାରୁ କମ୍‌ ନଥିଲା । ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ସମସ୍ତଙ୍କୁ ବିସ୍ମିତ କରିଛି । ନିଶ୍ଚିତ ପରାଜୟ ମ୍ୟାଚ୍‌କୁ ବିଜୟରେ ବଦଳାଇ ଦେଇଛି ଭାରତ ।

IND vs ENG Test Series: ନିଶ୍ଚିତ ପରାଜୟ ମ୍ୟାଚକୁ ବିଜୟରେ ବଦଳାଇ ଦେଇଥିଲା ଟିମ୍ ଇଣ୍ଡିଆ । ପ୍ରସିଦ୍ଧ କ୍ରିଷ୍ଣା ଏବଂ ମହମ୍ମଦ ସିରାଜଙ୍କ ଐତିହାସିକ ବୋଲିଂ ଭାରତକୁ ଐତିହାସିକ ବିଜୟ ଭେଟି ଦେଇଛି । ଟେଷ୍ଟ କ୍ରିକେଟ ବି ଏତେ ରୋମାଞ୍ଚକର ଏବଂ ଚିତ୍ତାକର୍ଷକ ହୋଇପାରେ ତାହା ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍‌ରୁ ହିଁ ପ୍ରମାଣିତ ହୋଇଛି ।

India vs England: ୫ମ ଟେଷ୍ଟରେ ଇଂଲଣ୍ଡକୁ ମାତ୍ର ୬ ରନ୍‌ରେ ପରାସ୍ତ କରି ସିରିଜ୍‌କୁ ୨-୨ରେ ବରାବର କରିଛି ଭାରତୀୟ ଦଳ । ଆଉ ଶେଷ ପର୍ଯ୍ୟନ୍ତ ଲଢେଇ କରି ଘରୋଇ ଇଂଲଣ୍ଡ ପରାସ୍ତ ହେବା ସହିତ ସିରିଜ ବି ହାତ ଛଡା କରିଛି l

ମ୍ୟାଚ୍‌ ବିଜୟ ସହିତ ସିରିଜ ବିଜୟ ପାଇଁ ଇଂଲଣ୍ଡକୁ ୨ୟ ଇନିଂସରେ ୩୭୪ ରନ୍ ଆବଶ୍ୟକତା ଥିବା ବେଳେ ଦଳ ୩୬୪ ରନ୍‌ରେ ଅଲଆଉଟ ହୋଇଯାଇଛି । ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଚିତ୍ତାକର୍ଷକ ବୋଲିଂ ଇଂଲଣ୍ଡର ପୂରା ବ୍ୟାଟିଂକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା ।

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ପ୍ରବାସୀଙ୍କ ପାଇଁ ନିଶୁଳ୍କ ପ୍ରବାସୀ ହେଲ୍ପଲାଇନ- ୧୮୦୦-୩୪୫-୭୮୮୫ ଜାରି

ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୫ ଗୋଟି ପ୍ରବାସ ପ୍ରବଣ ବ୍ଲକରେ ସଚେତନତା ସୃଷ୍ଟି କରିବ

ଭୁବନେଶ୍ଵର, ୪/୮: ଆଜି କୃଷି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି l ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଓ ଅନ୍ତର୍ଜାତୀୟ ପ୍ରବାସ ସଂଗଠନ (International Organization for Migration)ର ମିଳିତ ସହଯୋଗ ଓ ଜାତିସଂଘ ପ୍ରବାସୀ ମଲ୍ଟି-ପାର୍ଟନର ଟ୍ରଷ୍ଟ ଫଣ୍ଡର ସମର୍ଥନରେ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଆରମ୍ଭ କରାଯାଇଛି l ଗଞ୍ଜାମ ଓ କେନ୍ଦ୍ରାପଡ଼ାର ୫ ଟି ପ୍ରବାସ ପ୍ରବଣ ବ୍ଲକରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏହା କାର୍ଯ୍ୟ କରିବ l

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ଦାଦନ ଶ୍ରମିକଙ୍କ ସହାୟତା ନିମନ୍ତେ ଗଠିତ ଟାସ୍କଫୋର୍ସର ଚେୟାରମ୍ୟାନ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ବର୍ତ୍ତମାନ ଓଡ଼ିଶା ସରକାରଙ୍କ ତରଫରୁ ମହିଳା, ଯୁବବର୍ଗ, ଫେରନ୍ତା ପ୍ରବାସୀଙ୍କ ପାଇଁ ବିଭିନ୍ନ ଜୀବିକା ବିକାଶ କାର୍ଯ୍ୟକ୍ରମ ଓ ଦକ୍ଷତା ବିକାଶ, ନିଯୁକ୍ତି ସଂଯୋଜନ ପଦକ୍ଷେପମାନ ଗ୍ରହଣ କରାଯାଉଛି l ନିଜ ଅଞ୍ଚଳରେ ରୋଜଗାର ଯୋଗାଇ ସେମାନଙ୍କୁ ସ୍ଵାବଲମ୍ବୀ କରିବାକୁ ଆମର ଏହି ପ୍ରୟାସ ଆରମ୍ଭ ହୋଇଛି l ଆଜିର ଏହି ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ଗାଁ ଗାଁରେ ଲୋକଙ୍କୁ ସଚେତନ କରିବ l ଏଥିପାଇଁ ସରକାରଙ୍କ ଦ୍ଵାରା ନିଶୁଳ୍କ ପ୍ରବାସୀ ହେଲ୍ପଲାଇନ – ୧୮୦୦-୩୪୫-୭୮୮୫ ଜାରି କରା ଯାଇଛି l ଯେକୌଣସି ଜରୁରୀ ପରିସ୍ଥିତି କିମ୍ବା ସୂଚନା ପାଇବା ପାଇଁ ଏହି ନମ୍ବରକୁ ଡାଏଲ୍ କରିପାରିବେ l

ଏହି ଭ୍ରାମ୍ୟମାଣ କେନ୍ଦ୍ର ପ୍ରବାସୀଙ୍କୁ ସହଯୋଗ କରିବା ସହ ପ୍ରବାସ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏକ ଢାଞ୍ଚାଗତ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ ମତବ୍ୟକ୍ତ କରିଛନ୍ତି l

ଉଦଘାଟନୀ କାର୍ଯ୍ୟକ୍ରମରେ, ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ପ୍ରବାସୀ ସୁରକ୍ଷା ଅଧିକାରୀ ଶ୍ରୀ ସୁନିଲ ଶାହ,କୃଷି ବିଭାଗ ଅତିତିକ୍ତ ସଚିବ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଡ଼ ସଂଗ୍ରାମ କେଶରୀ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ, ଶ୍ରୀ ନଗେନ୍ଦ୍ର ମଲ୍ଲିକ, ସହକାରୀ ନିର୍ଦ୍ଦେଶକ, ୟୁନାଇଟେଡ଼ ନେସନ୍ସ ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନର ଶ୍ରୀ ଅମିତ ଚୌଧୁରୀ, ଅଙ୍କିତା ସୁରଭି, ନବନୀତା, ଋତୁମ୍ଭରା ପ୍ରିୟଦର୍ଶିନୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଏଫଏଓ, ୱାସନ, ଏସଏମଆରସି ର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l

ସବୁଠୁ ବଡ଼ ଚିନ୍ତା ଗଲା, ବାହାରିଲା କ୍ୟାନ୍ସର ଟିକା !

ସବୁଠୁ ବଡ଼ ଚିନ୍ତା ଗଲା, ବାହାରିଲା କ୍ୟାନ୍ସର ଟିକା ! 

କର୍କଟ ରୋଗର ଚିକିତ୍ସା ପାଇଁ ରୁଷ ଏକ ଟିକା ବିକଶିତ କରିଛି, ଯାହା ୨୦୨୫-୨୬ ମସିହାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ! ଏହି ଟିକା ମାଗଣାରେ ଦିଆଯିବ ଏବଂ ମଣିଷ ଉପରେ ଖୁବ୍ ଶୀଘ୍ର ପରୀକ୍ଷଣ ଆରମ୍ଭ ହେବ। ଏହି ଟିକା ବ୍ୟକ୍ତିଗତ ଡୋଜ୍ ଉପରେ ଆଧାରିତ ହେବ।


cancer

Cancer Vaccine: ସବୁଠୁ ବଡ଼ ଚିନ୍ତା ଗଲା, ବାହାରିଲା କ୍ୟାନ୍ସର ଟିକା ! କୋଭିଡ଼ ଟିକା ଭଳି ମାଗଣାରେ ମିଳିବ...

 କର୍କଟ ରୋଗ ଟୀକା: କର୍କଟ ରୋଗ ବିଶ୍ୱର ସବୁଠାରୁ ଗମ୍ଭୀର ରୋଗ ମଧ୍ୟରୁ ଗୋଟିଏ। ସେଥିପାଇଁ ଲୋକମାନେ କର୍କଟ ରୋଗ ଭଳି ଏକ ମାରାତ୍ମକ ଏବଂ ଜୀବନଘାତକ ରୋଗର ନାମ ଶୁଣିଲେ ଭୟଭୀତ ହୋଇଯାଆନ୍ତି ।

କର୍କଟ ରୋଗ ଟୀକା: କର୍କଟ ରୋଗ ବିଶ୍ୱର ସବୁଠାରୁ ଗମ୍ଭୀର ରୋଗ ମଧ୍ୟରୁ ଗୋଟିଏ। ସେଥିପାଇଁ ଲୋକମାନେ କର୍କଟ ରୋଗ ଭଳି ଏକ ମାରାତ୍ମକ ଏବଂ ଜୀବନଘାତକ ରୋଗର ନାମ ଶୁଣିଲେ ଭୟଭୀତ ହୋଇଯାଆନ୍ତି ।

 କର୍କଟ ରୋଗର ନାମ ଶୁଣିଲେ କେବଳ ପୀଡିତ ବ୍ୟକ୍ତି ନୁହେଁ ବରଂ ସମଗ୍ର ପରିବାର ଭାଙ୍ଗିପଡ଼ିଥାଏ । ଏହାର ସବୁଠାରୁ ବଡ଼ କାରଣ ହେଉଛି ମହଙ୍ଗା ଚିକିତ୍ସା ଏବଂ ସଠିକ୍ ଔଷଧ ନାହିଁ । କିନ୍ତୁ ଏବେ କର୍କଟ ରୋଗ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରାଯାଇଛି। ହଁ, କର୍କଟ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଏକ ଟୀକା ତିଆରି କରାଯାଇଛି। ଏହି ଚମତ୍କାର ଋଷ ଦ୍ୱାରା କରାଯାଇଛି।

କର୍କଟ ରୋଗର ନାମ ଶୁଣିଲେ କେବଳ ପୀଡିତ ବ୍ୟକ୍ତି ନୁହେଁ ବରଂ ସମଗ୍ର ପରିବାର ଭାଙ୍ଗିପଡ଼ିଥାଏ । ଏହାର ସବୁଠାରୁ ବଡ଼ କାରଣ ହେଉଛି ମହଙ୍ଗା ଚିକିତ୍ସା ଏବଂ ସଠିକ୍ ଔଷଧ ନାହିଁ । କିନ୍ତୁ ଏବେ କର୍କଟ ରୋଗ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରାଯାଇଛି। ହଁ, କର୍କଟ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଏକ ଟୀକା ତିଆରି କରାଯାଇଛି। ଏହି ଚମତ୍କାର ଋଷ ଦ୍ୱାରା କରାଯାଇଛି।

ବିଶେଷ କଥା ହେଉଛି ଯେ ଋଷ ମଧ୍ୟ ନିଜ ଦେଶର ରୋଗୀଙ୍କୁ ମାଗଣାରେ ଟୀକା ଦେବ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଟୀକା କର୍କଟ ରୋଗକୁ ରୋକିବା ପାଇଁ ନୁହେଁ, ବରଂ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ l

 ରୁଷ ଖୁବ୍ ଶୀଘ୍ର ମାନବ ପରୀକ୍ଷଣ ଆରମ୍ଭ କରିବ  । ରୁଷର ଖବର ଏଜେନ୍ସି TASS ଅନୁଯାୟୀ, ରୁଷ ସମ୍ପ୍ରତି ଏକ କର୍କଟ ରୋଗ ପ୍ରତିଷେଧକ ବିକଶିତ କରିଥିବା ଦାବି କରିଛି । ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ଏହି ଟୀକା ୨୦୨୫ ମସିହାରେ ଆରମ୍ଭ ହେବ ।

ରୁଷ ଖୁବ୍ ଶୀଘ୍ର ମାନବ ପରୀକ୍ଷଣ ଆରମ୍ଭ କରିବ  । ରୁଷର ଖବର ଏଜେନ୍ସି TASS ଅନୁଯାୟୀ, ରୁଷ ସମ୍ପ୍ରତି ଏକ କର୍କଟ ରୋଗ ପ୍ରତିଷେଧକ ବିକଶିତ କରିଥିବା ଦାବି କରିଛି । ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ଏହି ଟୀକା ୨୦୨୫ ମସିହାରେ ଆରମ୍ଭ ହେବ ।

 ୩ ଅଗଷ୍ଟରେ ସରକାରୀ ଖବର ଏଜେନ୍ସି RT ର ଏକ ରିପୋର୍ଟ ଅନୁଯାୟୀ, ରୁଷ ଆଗାମୀ କିଛି ମାସ ମଧ୍ୟରେ କର୍କଟ ରୋଗ ବିରୁଦ୍ଧରେ ଏକ ନୂତନ ଟୀକାର ମାନବ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି। ଏହି ପରୀକ୍ଷଣଗୁଡ଼ିକ ମସ୍କୋ ସ୍ଥିତ ହର୍ଟସନ୍ ଗବେଷଣା ପ୍ରତିଷ୍ଠାନ ଏବଂ ବ୍ଲୋଖିନ୍ କର୍କଟ ରୋଗ କେନ୍ଦ୍ରରେ କରାଯିବ, ଯେତେବେଳେ ଗାମାଲେୟା କେନ୍ଦ୍ର ନାମକ ଏକ କମ୍ପାନୀ ଏହି ଟୀକା ଉତ୍ପାଦନ କରିବ ।

ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକଜାଣ୍ଡାର ଜିଣ୍ଟସ୍ ବର୍ଗ କହିଛନ୍ତି ଯେ ପ୍ରତ୍ୟେକ ଟିକା ଡୋଜ୍ ବ୍ୟକ୍ତିଗତ ହେବ ଏବଂ ମେଲାନୋମା ରୋଗୀଙ୍କ ଏକ ଗୋଷ୍ଠୀକୁ ଦିଆଯିବ । ନିଓଆଣ୍ଟିଜେନ୍ ଉପରେ ଆଧାରିତ mRNA ଔଷଧ ପ୍ରତ୍ୟେକ ରୋଗୀଙ୍କ ପାଇଁ ସେମାନଙ୍କର ନିର୍ଦ୍ଦିଷ୍ଟ ଟ୍ୟୁମର ତଥ୍ୟ ବ୍ୟବହାର କରି ସ୍ୱତନ୍ତ୍ର ଭାବରେ ସୃଷ୍ଟି କରାଯାଇଛି। ଏହାକୁ ଅନ୍ୟ କାହା ପାଇଁ ବ୍ୟବହାର କରାଯାଇପାରିବ ନାହିଁ।

 ଏହି ଟିକା କର୍କଟ ରୋଗର ବିକାଶକୁ ରୋକିବ। ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଆଣ୍ଡ୍ରେ କାପ୍ରିନ୍ କହିଛନ୍ତି ଯେ ରୁଷ କର୍କଟ ରୋଗ ବିରୁଦ୍ଧରେ ନିଜର mRNA ଟିକା ବିକଶିତ କରିଛି। ସେହିପରି, ଗାମାଣ୍ଟା ନ୍ୟାସନାଲ୍ ରିସର୍ଚ୍ଚ ସେଣ୍ଟର ଫର୍ ଏପିଡେମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକଜାଣ୍ଡାର ଜିଣ୍ଟସବର୍ଗଙ୍କ ଅନୁଯାୟୀ, କର୍କଟ ଟିକାର ପ୍ରି-କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ଏହା କର୍କଟ ରୋଗର ବିକାଶ ଏବଂ ପ୍ରସାରକୁ ରୋକିଥାଏ।

ଏହି ଟିକା କର୍କଟ ରୋଗର ବିକାଶକୁ ରୋକିବ। ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଆଣ୍ଡ୍ରେ କାପ୍ରିନ୍ କହିଛନ୍ତି ଯେ ରୁଷ କର୍କଟ ରୋଗ ବିରୁଦ୍ଧରେ ନିଜର mRNA ଟିକା ବିକଶିତ କରିଛି। ସେହିପରି, ଗାମାଣ୍ଟା ନ୍ୟାସନାଲ୍ ରିସର୍ଚ୍ଚ ସେଣ୍ଟର ଫର୍ ଏପିଡେମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକଜାଣ୍ଡାର ଜିଣ୍ଟସବର୍ଗଙ୍କ ଅନୁଯାୟୀ, କର୍କଟ ଟିକାର ପ୍ରି-କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ଏହା କର୍କଟ ରୋଗର ବିକାଶ ଏବଂ ପ୍ରସାରକୁ ରୋକିଥାଏ।


ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

 ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଭାରତୀୟ ହୋଇ ଆପଣ ଏମିତି କେମିତି କହିପାରିଲେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଅଭିଯୋଗ ହୋଇଥିଲା ଯେ, ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ କହିଥିଲେ ଚୀନର ସୈନ୍ୟମାନେ ଭାରତୀୟ ସୈନ୍ୟମାନଙ୍କୁ ମାଡ଼ ମାରୁଛନ୍ତି। ଭାରତର ୨ ହଜାର ବର୍ଗ କିଲୋମିଟର ଅଞ୍ଚଳ ନେଇଯାଇଛନ୍ତି ଚୀନ ସେନା। ଏଥିପାଇଁ ମୋଦି ଓ ଏନଡିଏ ସରକାରକୁ ଦାୟୀ କରିଥିଲେ ରାହୁଲ ଗାନ୍ଧୀ। ତାଙ୍କର ଏହି ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା। ଏବେ କଂଗ୍ରେସ ନେତାଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଲକ୍ଷ୍ନୌ ଟ୍ରାଏଲ୍ କୋର୍ଟର ସମନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ ଏହି ମାମଲାରେ ଏକ ନୋଟିସ ଜାରି କରି ଜବାବ ମାଗିଛନ୍ତି। ରାହୁଲ ଗାନ୍ଧୀ ଡିସେମ୍ବର୨୦୨୨ ରେ ତାଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ଭାରତୀୟ ସେନା ଉପରେ କଥିତ ମନ୍ତବ୍ୟ ଦେଇଥିଲେ । ଏହାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ସଂସଦରେ ଏହା କାହିଁକି କହି ନଥିଲେ ଏବଂ ସୋସିଆଲ ମିଡିଆରେ କାହିଁକି କହିଥିଲେ ? ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଆପଣ ଜଣେ ସଚ୍ଚା ଭାରତୀୟ ତେବେ ଆପଣଙ୍କୁ ଏହା କହିବା ଉଚିତ୍ ନଥିଲା ? ଆପଣଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଥିଲେ ମଧ୍ୟ ଆପଣ ଏହା କାହିଁକି କହିଲେ। ? ଆପଣ ଜଣେ ଦାୟିତ୍ୱବାନ ନେତା । ଜଣେ ପ୍ରକୃତ ଭାରତୀୟ ଏହା କହିବେ ନାହିଁ । ଭାରତର ସୀମାକୁ ଚୀନ ଦଖଲ କରିଛି ବୋଲି ଆପଣ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। କ’ଣ ପ୍ରମାଣ ଅଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ଡିସେମ୍ବର ୨୦୨୨ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏହାକୁ ନେଇ ରାହୁଲ ଗାନ୍ଧୀ ଦେଇଥିଲେ ବିବାଦୀୟ ମନ୍ତବ୍ୟ। ତେବେ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ ମଧ୍ୟ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ସ୍ଥଗିତାଦେଶ ଜାରିଛନ୍ତି।

ଓଡିଶା ସରକାରଙ୍କ ବ୍ରିଜ ମେଣ୍ଟେନାନ୍ସ ପଲିସି

ଓଡିଶା ସରକାରଙ୍କ ବ୍ରିଜ ମେଣ୍ଟେନାନ୍ସ ପଲିସି

ଅନ୍ୟ ରାଜ୍ୟରେ ବ୍ରିଜ ଭୁଶୁଡିବା ଘଟଣା ଦେଖି ସରକାରଙ୍କ ଆଗୁଆ ପଦକ୍ଷେପ, ଆଣିଲେ ବ୍ରିଜ ମେଣ୍ଟେନାନ୍ସ ପଲିସି
ସରକାରଙ୍କ ତରଫରୁ ବାରମ୍ବାର ତାଗିଦ ପରେ ବି ରାଜ୍ୟର ପ୍ରମୁଖ ନିର୍ମାଣ କାର୍ଯ୍ୟଗୁଡିକ ସଠିକ ସମୟରେ ସରୁ ନାହିଁ । ଯାହାକୁ ନେଇ ପୂର୍ତ୍ତ ମନ୍ତ୍ରୀ ସମୀକ୍ଷା ବୈଠକରେ ତାଗିଦ କରିଛନ୍ତି । ଏଥିସହିତ ଦେଶର ବିଭିନ୍ନ ରାଜ୍ୟରେ ପୁରୁଣା ପୋଲ ଭାଙ୍ଗି ବହୁ ଜୀବନ ଯାଉଥିବାରୁ ଓଡ଼ିଶାରେ ଏକ ବ୍ରିଜ ପଲିସି ଆଣିଛନ୍ତି ସରକାର । ଏହି ପଲିସି ଅନୁଯାୟୀ ରାଜ୍ୟର ସମସ୍ତ ପୋଲର ସ୍ଥିତି ତଦାରଖ କରିବା ସହ ସଠିକ ସମୟରେ ସେସବୁର ରକ୍ଷଣାବେକ୍ଷଣ କରାଯିବ ବୋଲି ପୂର୍ତ୍ତ ବିଭାଗର ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ।

ରାଜ୍ୟରେ ଆସିଲା ବ୍ରିଜ ମେଣ୍ଟେନାନସ ପଲିସି । ଦେଶର ବିଭିନ୍ନ ରାଜ୍ୟରେ ବ୍ରିଜ ଭୁଶୁଡି ପଡୁଥିବା ବେଳେ ଏହାକୁ ଆଖି ଆଗରେ ରଖି ଏହି ପଲିସି ଅଣାଯାଇଥିବା ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ । ଏହି ପଲିସି ଅନୁଯାୟୀ ରାଜ୍ୟର ପୁରୁଣା ଓ ନୂଆ ବ୍ରିଜର କିଭଳି ନିରନ୍ତର ପରିଚାଳନା ଠିକ ଭାବେ ହେବ ତା’ ଉପରେ ଫୋକସ କରାଯାଇଛି । ରୋଡ ମେଣ୍ଟେନାନ୍ସ ପଲିସି ମଧ୍ୟ କାର୍ଯ୍ୟକାରୀ ହେବ । ବ୍ରିଜ ଗୁଡିକର ପର୍ଯ୍ୟାୟ ଭିତ୍ତିକ ସୁପରଭିଜନ କରାଯିବ । ସମୟ ସୀମା ମଧ୍ୟରେ ତର୍ଜମା କରାଯିବ, ସମୀକ୍ଷା ହେବ । ଇଂଜିନିୟର ମାନେ ଯାଇ ସ୍ଥିତି ପରଖିବେ । ବ୍ରିଜର ସ୍ଥିତିକୁ ଦେଖି ମରାମତି କରିବେ କିମ୍ବା ଅନ୍ୟ ପଦକ୍ଷେପ ନେବେ । ଅନ୍ୟ ରାଜ୍ୟରେ ବ୍ରିଜ ଭୁଶୁଡିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେପଟେ ରାଜ୍ୟରେ ବହୁ ପ୍ରମୁଖ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ ନ ହେବାକୁ ନେଇ ତାଗିଦ କରିଛନ୍ତି ମନ୍ତ୍ରୀ । କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି । ପୂର୍ତ୍ତ ବିଭାଗ କାର୍ଯ୍ୟଗୁଡିକର ଅଗ୍ରଗତିକୁ ନେଇ ଚତୁର୍ଥ ବୈଠକରେ ମନ୍ତ୍ରୀ ଏଭଳି ତାଗିଦ କରିଛନ୍ତି । ଯେଉଁ ପ୍ରକଳ୍ପ ୫୦ କୋଟିରୁ ଅଧିକ ସେ ସମ୍ପର୍କରେ ଆଲୋଚନା ହୋଇଛି । ନିର୍ମାଣ ସଂସ୍ଥାଗୁଡିକର କାମ ଓ ଇଂଜିନିୟରଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଛି । ଜାତୀୟ ରାଜପଥ, ବିଲ୍ଡିଂ, ରୋଡ ଆଦି ସବୁ ସମ୍ପର୍କରେ ସମୀକ୍ଷା କରାଯାଇଛି । ଗତ ମାର୍ଚ୍ଚ ମାସରେ ଶେଷ ଥର ପାଇଁ ସମୀକ୍ଷା ହୋଇଥିଲା । ଯେଉଁଥିରେ ସମୟ ଅନୁସାରେ କାର୍ଯ୍ୟ ସାରିବା ଓ କ୍ବାଲିଟି ମେଣ୍ଟେନ ପାଇଁ ଉଦ୍ୟମ କରାଯିବାକୁ ନିଷ୍ପତ୍ତି ହୋଇଛି । ଯେଉଁ ପ୍ରକଳ୍ପ ବିଳମ୍ବିତ ହେଉଥିଲା ତାହା ସମାଧାନ କରାଯାଉଛି ।

ରାଜ୍ୟରେ ପୋଲଠୁ ଆରମ୍ଭ କରି ରାସ୍ତାଘାଟ ଅବସ୍ଥା ଖରାପ ବୋଲି ଅଭିଯୋଗ ହୋଇଆସୁଛି । ଏପରିକି ବହୁ ପ୍ରକଳ୍ପ କାର୍ଯ୍ୟ ଠିକ ଭାବେ ହୋଇ ନଥିବାରୁ ତାହା ନଷ୍ଟ ହେଉଛି । ତେଣୁ ମନ୍ତ୍ରୀଙ୍କ ତାଗିଦ ଏସବୁ ଦିଗରେ କେତେ କାର୍ଯ୍ୟକାରୀ ହେଉଛି ତା’ ଉପରେ ନଜର ରହିଛି l

ଆଜି ଶ୍ରାବଣର ଶେଷ ସୋମବାର: ଧବଳେଶ୍ୱର ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ

ଜଳ ଲାଗି କଲେ ୬୦ ହଜାରରୁ ଉର୍ଦ୍ଧ୍ଵ କାଉଡ଼ିଆ

ଖୁଣ୍ଟୁଣୀ, ୪/୮(ଦର୍ଶନ ନ୍ୟୁଜ): ପବିତ୍ର ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର ରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀଶ୍ରୀ ଧବଳେଶ୍ବରଙ୍କ ପୀଠରେ ୬୦ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଓ ଶ୍ରଦ୍ଧାଳୁ ଜଳଲାଗି କରିଛନ୍ତି । ଏଥିପାଇଁ ଗତକାଲି ରବିବାର ଦିନ ତମାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା । କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇ ଅତିରିକ୍ତ ଆରକ୍ଷୀ ନିରୀକ୍ଷକ, ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଉମାକାନ୍ତ ନାୟକ, ଆଠଗଡ଼ ଉପଜିଲ୍ଲାପାଳ ପ୍ରହ୍ଲାଦ ନାରାୟଣ ଶର୍ମା, ଦେବୋତ୍ତର ସୁପର ଭାଇଜର ଭବାନୀ ଶାଙ୍କର ପଣ୍ଡା, ଗୁରୁଡ଼ିଝାଟିଆ ଥାନା ଆଇଆଇସି ତପନ କୁମାର ପତ୍ରି, ଖୁଣ୍ଟୁଣୀ ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ, ଟାଙ୍ଗି, ତିଗିରିଆ ଓ କିଶନ ନଗର ଥାନା ଅଧିକାରୀ ପ୍ରମୁଖ ୫୦ ଅଫିସର ଓ ୫ ପ୍ଲାଟୁନ ଫୋର୍ସ ସହିତ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଥିଲେ । ଆଜି ରାତି ୨ଟାରୁ ନୀତିପାଳିଆ ସେବକ ଜୟଦେବ ପତ୍ରି ଓ ତାଙ୍କ ସହଯୋଗୀ ସେବକ ମାନେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶେଷ କରି ରାତି ୩ ଟାରୁ ମନ୍ଦିର ଦ୍ୱାର ଖୋଲିଥିଲେ । ପରେ ପରେ କାଉଡ଼ିଆ ମାନସିକଧାରୀ ମାନେ ଲମ୍ବା ଧାଡ଼ି ରେ ଆସି ଧବଳେଶ୍ୱରଙ୍କ ଠାରେ ଜଳ ଲାଗି କରିଛନ୍ତି । ଆରକ୍ଷୀ ଅଧିକ୍ଷକ ଓ ଉପଜିଲ୍ଲାପାଳ ଗତ ରବି ବାର ରାତିରୁ ପୀଠରେ ଉପସ୍ଥିତ ରହି ବାରିକେଡ, ଆଲୋକୀକରଣ, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥାର ଟିକନିଖୀ ତଦାରଖ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇ ନଜର ରଖାଯିବା ସହ , ଅଗ୍ନିସର୍ମ, ଓଡ୍ରାଫ ଟିମ ମୃତ୍ତୟନ କରାଯାଇଥିଲା । ମାଜିଷ୍ଟ୍ରେଟ ଭାବେ ଅତିରକ୍ତ ତହସିଲଦାର ସମରେନ୍ଦ୍ର ଭଟ୍ଟ,ଡେପୁଟି କଲେକ୍ଟର କାଜଲ ମଲ୍ଲିକ ଓ ସହକାରୀ ଜିଲ୍ଲାପାଳ ମାନସ ବେହେରା ପ୍ରମୁଖ ପୀଠରେ ଉପସ୍ଥିତ ଥିଲେ ବୋଲି ଆଇଆଇସି ତପନ କୁମାର ପତି କହିଛନ୍ତି । ଦେବୋତ୍ତର ପ୍ରଶାସନ ପକ୍ଷରୁ କଂକ୍ରିଟ ପୋଲ ଠାରୁ ମନ୍ଦିର ବେଢ଼ା ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇ ଭକ୍ତ ମାନଙ୍କୁ ସୁବିଧାରେ ଧାଡି ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରା ଯାଇଥିଲା ବୋଲି ପୂଜକ ସମାଜ ସଭାପତି ବିଷ୍ଣୁ ଚରଣ ପତ୍ରୀ ଓ ସମ୍ପାଦକ ନରେନ୍ଦ୍ର ପତ୍ରି କହିଛନ୍ତି । ତେବେ ମୋଟାମୋଟି ଭାବେ ଯାତ୍ରା ଶାନ୍ତି ପୂର୍ଣ୍ଣ ଭାବରେ ଶେଷ ହୋଇଥିବା ଆଠଗଡ ଦେବୋତ୍ତର ପ୍ରଶାସନ ପ୍ରତିକ୍ରିୟା ରେ କହିଛନ୍ତି।

ପିତା ହେବା ଭାରି କଷ୍ଟ

‘ବାପା’ ଶବ୍ଦ ନୁହେଁ, ଅସୀମ ଶକ୍ତିର ଉତ୍ସ

ପିତା ହେବା ଭାରି କଷ୍ଟ

 

ସୃଷ୍ଟି କର୍ତ୍ତା ଘୋଷଣା କଲେ

ସୃଷ୍ଟି କୁ ଆଗେଇ ନେବାକୁ ହେବ

“ପିତା” ଆବଶ୍ୟକ

 

ପିତା ! ଯିଏ

ଯାବତୀୟ କଷ୍ଟ ସହିବ

କିନ୍ତୁ କାନ୍ଦିବା ମନା.

 

ଦିନ ରାତି ପରିଶ୍ରମ କରିବ

ହାଲିଆ ହେବା ମନା.

 

ଉପାସ, ଭୋକରେ ରହିବ

ପାଟି ଖୋଲିବା ମନା.

 

ସ୍ନେହ,କରୁଣା,ଆଦର ବାଣ୍ଟିବ

ନିଜ ପାଇଁ ଖୋଜିବା ମନା.

 

ଏତେ ସବୁ ମନା ଭିତରେ କିନ୍ତୁ

ଆଗେଇ ଆସିଲେ ଜଣେ

ସେ ହେବେ ବାପା,  ବା ପିତା !!

 

ବ୍ରହ୍ମା ସୂଚେଇ ଦେଲେ

ବାବୁ ରେ,

ତୁ ହେବୁ ଫୁଲମାଳ ଭିତରର

ଟାଣୁଆ ସୂତା ଟିଏ,

ଯିଏ ମାଳକୁ ସୁଦୃଢ କରିବ

ହେଲେ ବାହାରକୁ ଦିଶିବ ନାହିଁ.

 

ଘୃତ ହେବ ଦୁଗ୍ଧ ମଧ୍ୟରେ

ହେଲେ ଦୃଶ୍ୟମାନ ହେବନାହିଁ.

 

ମେରୁଦଣ୍ଡ ହେବ ଶରୀରର ସିନା

କେହି ଦେଖିବେ ନାହିଁ.

 

ଖାଦ୍ୟ ଭିତରେ ଲବଣ ପରି

କମ୍ ବେଶୀ ନ ହେଲେ

କେହି ଖୋଜିବେନି ତତେ.

 

ସମ୍ମତି ଦେଲେ ବାପା.

ସତ୍ୟ,ସତ୍ୟ,ତ୍ରୀବାର ସତ୍ୟ

ସବୁ ପାରିବି ତୁମ ସୃଷ୍ଟି କୁ

ଆଗେଇନେବା ପାଇଁ

ପିତା ହେବି ,

ବିଶ୍ଵ ର ସବୁ ପିତା, ସବୁ କଟୁକ୍ତିକୁ

ସହ୍ୟ କରି, ହଜମ କରି !!

 

ପ୍ରଜାପତି ହସିଲେ ଓ କହିଲେ :-

 

ମୁଁ ସୃଷ୍ଟିକର୍ତ୍ତା ହେଲେ ବି

ମୋର ପୂଜା,  ସମ୍ମାନ ଯଥେଷ୍ଟ କମ୍।

 

ତୁ ବି ଜୀବଦ୍ଦଶାରେ

ଉଚିତ ସମ୍ମାନ ନ ପାଇପାରୁ

ତେବେ ତୁ ପଚଂଭୂତର

ଦୁଇଟି ମୁଖ୍ୟ ଉପାଦାନ “ବାପା”

ବାୟୁ ଓ ପାଣି ଭଳି

ଅହରହ ସେବା ଦେଇ ଚାଲିଥିବୁ

ବିନା ପ୍ରାପ୍ତି ର ଆଶା ରେ ….

 

ସେବେଠାରୁ ଏବେଯାଏଁ

ବାପା ମାନେ, ସତ୍ୟ ରକ୍ଷା କରି ଚାଲିଛନ୍ତି।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

୮୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ

ରାଞ୍ଚି, ୪/୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ପ୍ରତିଷ୍ଠାତା ଶିବୁ ସୋରେନଙ୍କର ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ଦିନ ୮୧ ବର୍ଷ ବୟସରେ ଦିଲ୍ଲୀର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି। ସୋରେନ ରାଜ୍ୟସଭାର ସାଂସଦ ଥିଲେ। ତାଙ୍କ ପୁଅ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୃତ୍ୟୁ ଘୋଷଣା କରିଛନ୍ତି।

ଗତ କିଛି ମାସ ଧରି ସକ୍ରିୟ ରାଜନୀତିରୁ ଦୂରେଇ ରହିଥିବା ଶିବୁ ସୋରେନଙ୍କୁ ଜୁନ୍ ମାସର ଶେଷ ସପ୍ତାହରେ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଜାନୁଆରୀ ୧୧, ୧୯୪୪ରେ ବର୍ତ୍ତମାନର ଝାଡ଼ଖଣ୍ଡର ନେମରା ଗ୍ରାମର ଏକ ସାନ୍ତାଳ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଆଦିବାସୀଙ୍କ ପାଇଁ ଭୂମି ଅଧିକାରକୁ ସମର୍ଥନ କରି ଏବଂ ଜମିଦାରମାନଙ୍କ ଦ୍ୱାରା ଶୋଷଣମୂଳକ ପ୍ରଥାକୁ ବିରୋଧ କରି ତୃଣମୂଳ ସ୍ତରରେ ଲଢେ଼ଇ କରି ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

ଜଣେ ଉଚ୍ଚ ଆଦିବାସୀ ନେତା ଏବଂ ଜେଏମଏମର ପ୍ରତିଷ୍ଠାତା ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ, ଶିବୁ ସୋରେନ ପ୍ରାୟ ଚାରି ଦଶନ୍ଧି ଧରି ଦଳର ନେତୃତ୍ୱ ନେଇଥିଲେ। ସେ ୧୯୮୭ ମସିହାରେ ଏହାର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହାର ସଭାପତି ରହିଥିଲେ।

ସେ ସ୍ୱତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ ପାଇଁ ଆନ୍ଦୋଳନରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ। ସେ ଝାଡ଼ଖଣ୍ଡର ତିନିଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ମାର୍ଚ୍ଚ ୨୦୦୫ରେ, ଅଗଷ୍ଟ ୨୦୦୮ ରୁ ଜାନୁଆରୀ ୨୦୦୯ ଏବଂ ଡିସେମ୍ବର ୨୦୦୯ ରୁ ମେ ୨୦୧୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଯଦିଓ ସେ ରାଜନୈତିକ ଅସ୍ଥିରତା ଯୋଗୁଁ କେବେବି ପୂର୍ଣ୍ଣ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିନଥିଲେ। ବହୁମତ ସମର୍ଥନ ଅଭାବରୁ ୨୦୦୫ ରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମାତ୍ର ନଅ ଦିନ ଚାଲିଥିଲା।

ସେ ୨୦୦୪ ରୁ ୨୦୦୬ ମଧ୍ୟରେ ତିନୋଟି ପୃଥକ ପୃଥକ କାର୍ଯ୍ୟକାଳରେ କେନ୍ଦ୍ର କୋଇଲା କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୮୦ରୁ ୨୦୦୫ ପର୍ଯ୍ୟନ୍ତ ୬ ଥର ଲୋକସଭା ସାଂସଦ ରହିଥିଲେ। ସେ ତିନିଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣା: ଦୁଇ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ବନ୍ଧା ହେଲେ

ସମ୍ବଲପୁର, ୪/୮: ଫକୀରମୋହନ ବିଶ୍ବବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ପୂର୍ବରୁ ଏହି ଘଟଣାରେ ବି.ଇଡି ଡିପାର୍ଟମେଣ୍ଟ ଏଚଓଡି ସମୀର ସାହୁ ଓ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଆଉ ଦୁଇ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସେହି ଦୁଇ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏମାନେ ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମ ବେଳେ ସହଯୋଗ କରିଥିଲେ। ମୋବାଇଲରେ ଭିଡ଼ିଓ ରେକର୍ଡ କରିଥିଲେ।

ଗିରଫଦାରୀ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଭୟଙ୍କ ଜାତୀୟ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ। ଛାତ୍ରୀଙ୍କ ଆତ୍ମାହୁତିର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁଇ ଜଣଙ୍କ ମଧ୍ୟରୁ ଶୁଭ୍ର ସମ୍ବିତ ହେଉଛନ୍ତି ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ। ସେମାନଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ରହିଛି। ଏମାନେ ଛାତ୍ରୀଙ୍କୁ ଆତ୍ମାହୁତି ପାଇଁ ପ୍ରବର୍ତ୍ତାଇ ଥିଲେ। ଦୁଇ ଛାତ୍ରଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ହାତରେ ପ୍ରମାଣ ରହିଛି। ଉଭୟଙ୍କ ଗିରଫ ପରେ ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖରେ ଆତ୍ମାହୁତି ଉଦ୍ୟମ କରିଥିଲେ ପୀଡ଼ିତା ଛାତ୍ରୀ‌। ଛାତ୍ରୀ ନିଜ ଦେହରେ ନିଆଁ ଲଗାଇବା ବେଳେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଛାତ୍ରୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବା ବେଳେ ସେ ମଧ୍ୟ ଆହତ ହୋଇଥିଲେ। ସେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ।

Sunday, August 3, 2025

ପବନ କଲ୍ଯାଣ

ପବନ କଲ୍ଯାଣ 
ସେ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି। ଆଜି ମୋଦି ଏହି ବ୍ୟକ୍ତିଙ୍କ ଯୋଗୁଁ କେନ୍ଦ୍ରରେ ସରକାର ଗଠନ କରିପାରିଛନ୍ତି କାରଣ ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ।

ପ୍ରଥମତଃ, ସେ ଆନ୍ଧ୍ର ପ୍ରଦେଶରେ ଟିଡିପି ଏବଂ ବିଜେପିକୁ ନିକଟତର କରିଥିଲେ ଏବଂ ସେମାନଙ୍କୁ ଏକ ମେଣ୍ଟ ଗଠନ କରାଇଥିଲେ ଏବଂ ଦ୍ୱିତୀୟତଃ, ସେ ବିଜେପି ସହିତ ହାତ ମିଳାଇ ଏବଂ "କଂଗ୍ରେସ ହଟାଓ ଦେଶ ବଚାଓ" ସ୍ଲୋଗାନ ଦେଇ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ଉଭୟର ଲୋକଙ୍କ ପାଖକୁ ଯାଇଥିଲେ।

ତେଲେଙ୍ଗାନାରେ ବିଜେପି ୧୭ଟି ଆସନରୁ ୮ଟି ଏବଂ ଆନ୍ଧ୍ର ପ୍ରଦେଶରେ ୨୫ଟି ଆସନରୁ ୩ଟି ଜିତିବା ଘଟଣାରୁ ଏହି ବ୍ୟକ୍ତିଙ୍କର ଏହି ନିର୍ବାଚନରେ କେତେ ପ୍ରଭାବ ପଡ଼ିଥିଲା ତାହା ଆପଣ ଅନୁମାନ କରିପାରିବେ। ସେହି ସମୟରେ, ଏହି ବ୍ୟକ୍ତି ଟିଡିପିକୁ ୧୬ଟି ଆସନ ପାଇବାରେ ସାହାଯ୍ୟ କରିଥିଲେ।

ଯଦିଓ ଏହି ବ୍ୟକ୍ତି ବିଜେପି କିମ୍ବା ଟିଡିପିର ନୁହଁନ୍ତି, ତାଙ୍କର ଜନସେନା ନାମରେ ଏକ ପୃଥକ ରାଜନୈତିକ ଦଳ ଅଛି।

କଳ୍ପନା କରନ୍ତୁ, ଜଣେ ବ୍ୟକ୍ତି ଯାହାର ଜନସେନା ନାମରେ ନିଜର ପୃଥକ ରାଜନୈତିକ ଦଳ ଅଛି, କିନ୍ତୁ ସେହି ବ୍ୟକ୍ତି ଦକ୍ଷିଣରେ କଂଗ୍ରେସକୁ ରୋକିବା ପାଇଁ ବିଜେପି ଏବଂ ଟିଡିପିକୁ ନିକଟତର କରନ୍ତି ନାହିଁ ଏବଂ ତେଲେଙ୍ଗାନାରେ ମଧ୍ୟ ବିଜେପିକୁ ସାହାଯ୍ୟ କରନ୍ତି, ଯେଉଁଠାରେ ବିଜେପିର ସମର୍ଥନ ଆଧାର ବହୁତ କମ୍ ଥିଲା।

ଏହି କାରଣରୁ, ଏଥର ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନରେ ବିଜେପିକୁ ବହୁତ ସଫଳତା ମିଳିଛି। ବିଧାନସଭାର ୧୭୫ ଆସନ ମଧ୍ୟରୁ ଟିଡିପି ୧୩୫ଟି, ବିଜେପି ୮ଟି ଏବଂ ଜନସେନା ୨୧ଟି ଆସନ ପାଇଛି।

ଯଦି ଏହା ହୋଇନଥାନ୍ତା, ତେବେ ଆଜି ବିଜେପି ଲୋକସଭାରେ ୨୪୦ଟି ଆସନ ମଧ୍ୟ ପାଇ ନଥାନ୍ତା।

ସେ ମହାନ ରାଜନେତା ପବନ କଲ୍ୟାଣ

କୁମ୍ଭକର୍ଣ୍ଣ

କୁମ୍ଭକର୍ଣ୍ଣ ରାମାୟଣରେ ଏକ ବହୁତ ଆକର୍ଷଣୀୟ ଚରିତ୍ର ଥିଲେ, ଯାହାଙ୍କୁ ଛଅ ମାସ ଶୋଇବା ଏବଂ ତା'ପରେ ଗୋଟିଏ ଦିନ ଉଠିବା ଏବଂ ପୁଣି ଛଅ ମାସ ଶୋଇବାର ବରଦାନ ମିଳିଥିଲା। କିନ୍ତୁ ଏହା ବ୍ୟତୀତ, ବହୁତ କମ୍ ଲୋକ ଜାଣନ୍ତି ଯେ କୁମ୍ଭକର୍ଣ୍ଣ କ'ଣ କରୁଥିଲେ, ତାଙ୍କର ପାରିବାରିକ ଜୀବନ କିପରି ଥିଲା, ତାଙ୍କ ସ୍ତ୍ରୀ ଏବଂ ପୁଅ କିଏ ଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ସେମାନଙ୍କ ସହିତ କ'ଣ ଘଟିଥିଲା। ତେଣୁ, ଆସନ୍ତୁ ଜାଣିବା...


ରାମାୟଣରେ, ଅଧିକାଂଶ ଲୋକ କୁମ୍ଭକର୍ଣ୍ଣଙ୍କୁ କେବଳ ଶୋଇବା ପାଇଁ ଜାଣନ୍ତି, କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ କୁମ୍ଭକର୍ଣ୍ଣ ଜଣେ ବୈଜ୍ଞାନିକ ଏବଂ ଧର୍ମର ଜଣେ ଆଶ୍ଚର୍ଯ୍ୟଜନକ ବିଦ୍ୱାନ ଥିଲେ। କୁମ୍ଭକର୍ଣ୍ଣ ଋଷି ବୃଷଭ ଏବଂ ରାକ୍ଷସ କୈକସୀଙ୍କ ପୁତ୍ର ଥିଲେ। କୁମ୍ଭକର୍ଣ୍ଣ ଅର୍ଥ ପାତ୍ର ଏବଂ କର୍ଣ୍ଣ ଅର୍ଥ କାନ, ପିଲାଦିନରୁ ବଡ଼ କାନ ଥିବାରୁ ତାଙ୍କର ନାମ କୁମ୍ଭକର୍ଣ୍ଣ ରଖାଯାଇଥିଲା। ପୁରାଣ ଅନୁସାରେ, କୁମ୍ଭକର୍ଣ୍ଣ ଥିଲେ ହିରଣ୍ୟକ୍ଷ, ତାଙ୍କ ପୂର୍ବ ଜନ୍ମରେ ରାକ୍ଷସ ରାଜା ହିରଣ୍ୟକଶିପୁଙ୍କ ସାନ ଭାଇ, ଯିଏ ଭଗବାନ ବିଷ୍ଣୁଙ୍କ ବରାହ ଅବତାର ଦ୍ୱାରା ବଧ ହୋଇଥିଲେ। କୁମ୍ଭକର୍ଣ୍ଣଙ୍କ ଉଚ୍ଚତା ଛଅ ଶହ ଧନୁଷ ସହିତ ସମାନ ଏବଂ ତାଙ୍କର ଘନତା ଶହ ଶହ ଧନୁଷ ସହିତ ସମାନ ଥିଲା। କୁହାଯାଏ ଯେ ତାଙ୍କର ଆଖି ଗାଡ଼ିର ଚକ ପରି ବଡ଼ ଥିଲା।

କୁମ୍ଭକର୍ଣ୍ଣ ଏତେ ପରିମାଣରେ ଖାଉଥିଲେ ଯେ ତାଙ୍କର ଗୋଟିଏ ଖାଦ୍ୟ ଅନେକ ସହରକୁ ଖାଦ୍ୟ ଯୋଗାଇ ପାରିବ। ବ୍ରହ୍ମାଜୀ ଭାବୁଥିଲେ ଯେ ଯଦି ସେ ଏପରି ଖାଇ ଚାଲିବେ, ତେବେ ଗୋଟିଏ ଦିନ ମଣିଷ ଏବଂ ପ୍ରାଣୀମାନେ ସଂସାରରୁ ଲୋପ ପାଇଯିବେ। ତେଣୁ, ଯେତେବେଳେ ରାବଣ ଏବଂ କୁମ୍ଭକର୍ଣ୍ଣ ବ୍ରହ୍ମାଜୀଙ୍କୁ ଖୁସି କରିବା ପାଇଁ ତପସ୍ୟା କଲେ, ସେତେବେଳେ ବ୍ରହ୍ମାଜୀଙ୍କ ନିର୍ଦ୍ଦେଶରେ, ମାତା ସରସ୍ୱତୀ କୁମ୍ଭକର୍ଣ୍ଣଙ୍କ ମନକୁ କଳୁଷିତ କରିଦେଲେ ଏବଂ କୁମ୍ଭକର୍ଣ୍ଣ ଇନ୍ଦ୍ରାସନ ବଦଳରେ ନିନ୍ଦ୍ରାସନ ମାଗିଲେ। କୁମ୍ଭକର୍ଣ୍ଣ ଯେତେବେଳେ ତାଙ୍କର ଭୁଲ ବୁଝିଲେ, ସେ ବ୍ରହ୍ମାଜୀଙ୍କୁ ତାଙ୍କୁ ଜାଗ୍ରତ ହେବାର ସୁଯୋଗ ଦେବାକୁ ଅନୁରୋଧ କଲେ, ତା’ପରେ ବ୍ରହ୍ମାଜୀ ତାଙ୍କୁ ଗୋଟିଏ ଦିନ ଜାଗ୍ରତ ହେବାର ସୁଯୋଗ ଦେଲେ କିନ୍ତୁ ଏହା ମଧ୍ୟ କହିଲେ ଯେ ଯଦି ସେ ସମୟ ପୂର୍ବରୁ ଜାଗ୍ରତ ହୁଅନ୍ତି, ତେବେ ତାଙ୍କର ମୃତ୍ୟୁ ନିଶ୍ଚିତ। ତେଣୁ, କୁମ୍ଭକର୍ଣ୍ଣ ଛଅ ମାସ ଶୋଇ ରହୁଥିଲେ, ଗୋଟିଏ ଦିନ ଜାଗ୍ରତ ହେଉଥିଲେ ଏବଂ ପୁଣି ଶୋଇପଡ଼ୁଥିଲେ।

କୁମ୍ଭକର୍ଣ୍ଣଙ୍କ ବିଷୟରେ କୁହାଯାଏ ଯେ ତାଙ୍କର ସମସ୍ତ ବେଦ ଏବଂ ଧର୍ମ-ଅଧର୍ମର ଜ୍ଞାନ ଥିଲା। ସେ ଅତୀତ ଏବଂ ଭବିଷ୍ୟତର ଜ୍ଞାତା ଥିଲେ। ସେ ଅଧିକାଂଶ ସମୟ ଶୋଇ ରହୁଥିବାରୁ ପାପରୁ ମଧ୍ୟ ଦୂରରେ ଥିଲେ, ତେଣୁ ତାଙ୍କୁ ଅଧିକ କାମ କରିବାର ସୁଯୋଗ ମିଳୁନଥିଲା। ରାକ୍ଷସ ସ୍ୱଭାବର ହେବା ସତ୍ତ୍ୱେ, କୁମ୍ଭକର୍ଣ୍ଣ ବହୁତ ସରଳ ସ୍ୱଭାବର ଥିଲେ। ଯଦି ସେ ଗୋଟିଏ ଦିନ ପାଇଁ ଜାଗ୍ରତ ହୁଅନ୍ତି, ତେବେ ସେ ସମସ୍ତ ପରୀକ୍ଷଣ କରୁଥିଲେ। ନୂତନ ବିମାନ, ଯନ୍ତ୍ର, ଅସ୍ତ୍ରଶସ୍ତ୍ର ଇତ୍ୟାଦି ତିଆରି କରିବାରେ ତାଙ୍କର ବହୁତ ଆଗ୍ରହ ଥିଲା। ତେଣୁ, ସେ ତାଙ୍କର ସମ୍ପୂର୍ଣ୍ଣ ଦିନ ସେଗୁଡ଼ିକୁ ପରୀକ୍ଷା କରିବାରେ ବିତାଇ ଦେଉଥିଲେ।

କୁମ୍ଭକର୍ଣ୍ଣଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର କ’ଣ ହେଲା? କୁମ୍ଭକର୍ଣ୍ଣ ଜାଣିଥିଲେ ଯେ ଭଗବାନ ରାମ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅବତାର ଏବଂ ମାତା ସୀତା ହେଉଛନ୍ତି ମାତା ଲକ୍ଷ୍ମୀଙ୍କ ଅବତାର। ତେଣୁ, ସେ ପ୍ରଥମେ ରାବଣଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଯେତେବେଳେ ସେ ରାଜି ହେଲେ ନାହିଁ, ସେ ତାଙ୍କର ଭାଇ କର୍ତ୍ତବ୍ୟ ପାଳନ କରିବାକୁ ଯୁଦ୍ଧଭୂମିକୁ ଗଲେ। କୁମ୍ଭକର୍ଣ୍ଣ ମଧ୍ୟ ଜାଣିଥିଲେ ଯେ ଭଗବାନ ରାମଙ୍କ ହାତରେ ମୃତ୍ୟୁବରଣ କଲେ ତାଙ୍କୁ ମୋକ୍ଷ ମିଳିବ। କୁମ୍ଭକର୍ଣ୍ଣଙ୍କର ତିନୋଟି ସ୍ତ୍ରୀ ଥିଲେ - ବଜ୍ରଜବାଳା, କର୍କଟି, ତଡିତମାଳା। ପ୍ରଥମ ସ୍ତ୍ରୀଙ୍କ ପୁଅଙ୍କ ନାମ କୁମ୍ଭ ଏବଂ ନିକୁମ୍ଭ ଥିଲା, ଯେଉଁଥିରୁ ନିକୁମ୍ଭ ବହୁତ ଶକ୍ତିଶାଳୀ ଥିଲେ। ତାଙ୍କୁ କୁବେରଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା। ଦ୍ୱିତୀୟ ସ୍ତ୍ରୀଙ୍କ ପୁଅର ନାମ ଭୀମାସୁର ଥିଲା, ଯିଏ ତାଙ୍କ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଦେବତାମାନଙ୍କ ସହିତ ମଧ୍ୟ ଯୁଦ୍ଧ କରିଥିଲେ। ପରେ ସେ ଭଗବାନ ଶିବଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ଶିବ ତାଙ୍କୁ ଭସ୍ମ କରିଦେଇଥିଲେ। ତୃତୀୟ ସ୍ତ୍ରୀଙ୍କଠାରୁ ଜନ୍ମିତ ପୁଅର ନାମ ମୂଳକାସୁର ଥିଲା, ଯାହାଙ୍କ ବିଷୟରେ ଅଧିକ ସୂଚନା ଉପଲବ୍ଧ ନାହିଁ।

ପଥର ଖଣିରେ ବିସ୍ଫୋରଣ: ୬ ଓଡ଼ିଆ ମୃତ ମୃତ

ଆନ୍ଧ୍ରର ଏକ ପଥର ଖଣି ବିସ୍ଫୋରଣରେ ୬ ଓଡ଼ିଆଙ୍କ ମୃତ୍ୟୁ ସୂଚନା। ବପଟ୍‌ଲା ଜିଲ୍ଲାର ବଲିକୁରଭା ଗ୍ରାନାଇଟ୍‌ ପଥର ଖଣିରେ ମୃତ।

୧୦ ଜଣ ଶ୍ରମିକ ଗୁରୁତର

ଅମରାବତୀ, ୩/୮: ଆଜି ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବପଟ୍‌ଲା ଜିଲ୍ଲାରେ ବଲିକୁରଭା ଗ୍ରାନାଇଟ୍‌ ପଥର ଖଣିରେ ଖଣି ବିସ୍ଫୋରଣ ହେବା ଫଳରେ ଓଡ଼ିଶାରୁ ଅତି କମରେ ଛଅ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ପଥର ଖଣି ବିସ୍ଫୋରଣ ହେବା ସମୟରେ ପ୍ରାୟ ୨୦ ଜଣ ଶ୍ରମିକ ଘରୋଇ ଗ୍ରାନାଇଟ୍ ଖଣିରେ କାମ କରୁଥିଲେ। ସୂଚନା ପାଇ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଦୁର୍ଘଟଣା ଯୋଗୁଁ ଅତି କମରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଆହତ ଶ୍ରମିକମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ପଥର ତଳେ ଫସି ରହିଥିବା କିଛି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି।

ସୂଚନା ଅନୁଯାୟୀ, ମୃତ ୬ ଜଣ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଦୁଇଜଣ ଗଜପତି ଜିଲ୍ଲାର ମୋହନା ଅଞ୍ଚଳର ବାସିନ୍ଦା। ମୃତକଙ୍କ ନାମ ଭାସ୍କର ବିସୋଇ ଏବଂ ଟୁକୁନା ଦଳେଇ। ଏହି ଦୁଇଜଣ ଗଜପତିର ମୋହନା ଅଞ୍ଚଳର ଆଲୋରା ଗାଁର ଥିଲେ। ବାକି ଚାରି ମୃତ ଶ୍ରମିକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ସେମାନେ ଗଞ୍ଜାମ ଜିଲ୍ଲାର ବୋଲି ଦାବି କରାଯାଇଛି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଗ୍ରାନାଇଟ୍ ଖଣିରେ ହୋଇଥିବା ଦୁର୍ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ସେ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରେଲୱେ ଟ୍ରାକ ଉଡ଼ାଇଲେ ମାଓବାଦୀ

ଲ୍ୟାଣ୍ଡମାଇନ ବିସ୍ପୋରଣ: ଟ୍ରେନ ଚଳାଚଳ ପ୍ରଭାବିତ

କୋଇଡ଼ା, ୩/୮: ସହିଦ୍ ସପ୍ତାହରେ ରେଲୱେ ଟ୍ରାକ୍ ଉଡ଼ାଇଲେ ମାଓବାଦୀ। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲୱେ ଟ୍ରାକ୍ ଉଡ଼ାଇଛନ୍ତି। ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ବିସ୍ଫୋରଣ ହୋଇଛି। ସଂପୃକ୍ତ ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ରେଳ ଟ୍ରାକରେ ବିସ୍ଫୋରଣ ପରେ ଆଜି ହାଓଡ଼ା-ମୁମ୍ବାଇ ରୁଟ୍ ଦେଇ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।

ଏହି ଘଟଣା ପାଞ୍ଚଟି ରାଜ୍ୟ ଯଥାକ୍ରମେ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିବା ଅବସରରେ ଏହି ଅଘଟଣ ଘଟିଛି। ସୁରକ୍ଷା କର୍ମୀମାନେ ବିସ୍ଫୋରଣ ସ୍ଥାନରୁ ପ୍ରାୟ ଏକ କିଲୋମିଟର ଦୂରରେ ମାଓ ପୋଷ୍ଟର ମଧ୍ୟ ପାଇଛନ୍ତି, ଯାହା ମାଓବାଦୀ ଗୋଷ୍ଠୀର ସମ୍ପୃକ୍ତିକୁ ନିଶ୍ଚିତ କରିଛି।

ରେଳ ସୁରକ୍ଷା ବଳ (RPF) ଏବଂ ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀ (RPSF) ବିଶ୍ରା, ଭାଲୁଲତା ଏବଂ ଜରାଇ ଷ୍ଟେସନରେ ମୁତୟନ କରାଯାଇଛି। ଏହି ଷ୍ଟେସନଗୁଡ଼ିକରେ ନଜର ରଖାଯାଉଛି। ସରକାରୀ ରେଳବାଇ ପୋଲିସ (GRP) ସମେତ ସୁରକ୍ଷା ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି।

ବଣ୍ଡାଘାଟିରେ ଧର୍ମାନ୍ତରୀକରଣ

ଖ୍ରୀଷ୍ଟିଆନ ମିଶିନାରି ୟୁନିଟ କବଳରେ ନୀରିହ ଜନଜାତି

ଖଇରପୁଟ ୨/୮(ଦର୍ଶନ ନ୍ୟୁଜ୍): ମାଲକାନଗିରି ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଧର୍ମାନ୍ତରୀକରଣ କରାଯାଉଛି ଓ ଫାଇଦା ନେଉଛି ଖ୍ରୀଷ୍ଟିଆନ ମିଶିନାରି ୟୁନିଟ। ବଣ୍ଡା ଅଞ୍ଚଳରେ ଆନ୍ଧ୍ରର ଏକ ମିଶୀନାରି ୟୁନିଟ ସକ୍ରିୟ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

ଆଦିମ ଜନଜାତି ବଣ୍ଡା ମାନଙ୍କୁ ନାନା ପ୍ରକାର ପ୍ରଲୋବନ ଦେଖେଇ ଧର୍ମାନ୍ତରୀକରଣ କରାଇ କୁନି କୁନି ପିଲଙ୍କ ହାତରେ ବହି ବଦଳରେ ବାଇବେଲ ଧରାଇ ଦିଆଯାଉଛି । ଏହାକୁ ଘୋର ବିରୋଧ କରିଛନ୍ତି ବଣ୍ଡା ସମାଜ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକର ବଣ୍ଡାଘାଟିରେ । ଏବେ ବଣ୍ଡା ଘାଟିରେ ଧର୍ମ ପରିବର୍ତ୍ତନ ର କାୟା ବିସ୍ତାର କରିବାରେ ଲାଗିଛି । ଅଳ୍ପ କିଛି ଦିନ ଭିତରେ ବଣ୍ଡା ଘାଟିର ବଣ୍ଡା ମଣିଷ ମାନଙ୍କୁ ଧର୍ମାନ୍ତରୀକରଣ କରିବାରେ ସଫଳ ହେବାକୁ ଯାଉଛି ଖ୍ରୀଷ୍ଟିୟାନମାନେ । ଗାଁକୁ ଗାଁକୁ ଯାଇ ଜନସେବା ନାଁରେ ଲୋକଙ୍କୁ ପ୍ରଲୋବନ ଦେଖାଇ ପିଲାମାନଙ୍କୁ ପାଠ ପଢ଼େଇବା ବାହାନାରେ ସେମାନଙ୍କୁ ବହି ବଦଳରେ ହାତରେ ବାଇବଲ ଧରେଇ ଦିଆଯାଉଛି । ଯାହା ଫଳରେ କୁନି କୁନି ପିଲାମାନେ ସ୍କୁଲ ନଯାଇ ଏବେ ଚର୍ଚ୍ଚ ମୁହାଁ ହେବାରେ ଦେଖିବାକୁ ମିଳିଛ

ଆଦିମ ବଣ୍ଡା ଜନଜାତୀଙ୍କ ବେଶଭୂଷ ଓ ପର୍ବପର୍ବାଣି ଅନ୍ୟ ସମାଜ ଠାରୁ ଅଲଗା । ନିହାର ଢଙ୍ଗରେ ପର୍ବ ପର୍ବାଣୀ ପାଳନ କରିଥାନ୍ତି । ସେମାନଙ୍କ ମୁଖ୍ୟ ଦେବତା ହେଉଛି ଡଙ୍ଗର ଦେବତା । କେଉଁ କାଳରୁ ସେମାନେ ଡଙ୍ଗର ଦେବତାଙ୍କୁ ପୂଜା କରି ଆସୁଛନ୍ତି ଏବଂ ଭାଇ ଚାରା ହୋଇ ଚଳି ଆସୁଛନ୍ତି । ସମାଜ ସେବା ନାଁରେ ଏମାନଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଛି । ଧୀରେ ଧୀରେ ବଣ୍ଡା ସମାଜ ନଷ୍ଟ ହେବାରେ ଲାଗିଲାଣି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ବଣ୍ଡା ସମାଜକୁ ସୁରକ୍ଷିତ ରଖିବାକୁ ବଣ୍ଡା ସମାଜ ତରଫରୁ ଅନୁରୋଧ କରାଯାଉଛି । ତେବେ ସରକାର ଧର୍ମାନ୍ତରୀକରଣ ରଖିବାରେ କେତେ ସକ୍ଷମ ହେଉଛି ତାହା ଦେଖିବାର ବାକି ରହିଲା ।

Saturday, August 2, 2025

ମହାନଦୀକୁ ନେଇ ବିଜେଡିର ଅଭିଯୋଗ: ବର୍ଷିଲା ବିଜେପି

୨୦୧୮ରୁ ୨୦୨୪, ୬ବର୍ଷ ଭିତରେ ମହାନଦୀ ବିବାଦର ସମାଧାନ କରିବେ ବୋଲି ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିପାରିଲେନି କାହିଁକି?

ବିଜେପି ସରକାର ଓଡିଶାବାସୀଙ୍କୁ ନ୍ୟାର୍ଯ୍ୟ ଅଧିକାର ଦେବାପାଇଁ ବଦ୍ଧପରିକର: ଅନିଲ ବିଶ୍ୱାଳ

ଭୁବନେଶ୍ୱର, ୨/୮: ୨୪ ବର୍ଷ କାଳ ଓଡିଶା ଲୋକଙ୍କୁ ମିଛ କହି ଠକିବା ପରେ ବି ବୋଧ ହୁଏ ବିଜୁ ଜନତା ଦଳର ମନ ବୁଝିଲା ନାହିଁ ଆଜି ସେମାନେ ପୁଣି ମିଛ କହିବାର ଅପଚେଷ୍ଟା କରୁଛନ୍ତି । ଯେଉଁମାନେ ସରକାରରେ ଲମ୍ବା ସମୟ ରହିବା ପରେ ବି ମହାନଦୀରେ କେନାଲଟିଏ କରିପାରିଲେ ନାହିଁ , ବନ୍ଧଟିଏ ବାନ୍ଧି ପାରିଲେ ନାହିଁ ସେମାନେ ଆଜି ମହାନଦୀ ପାଇଁ ଉଦ୍‌ବେଗ ପ୍ରକାଶ କରିବା ହାସ୍ୟାସ୍ପଦ । ପ୍ରଥମେ ବିଜୁ ଜନତା ଦଳ ସ୍ପଷ୍ଟ କରୁ ଯେ, ସେମାନେ ଯେଉଁ ଟ୍ରିବ୍ୟୁନାଲ କଥା କହି ଓଡିଶାବାସୀଙ୍କୁ ୨୦୧୮ରୁ ୨୦୨୪, ୬ବର୍ଷ କାଳ ମହାନଦୀ ବିବାଦର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ତାହା ସେମାନେ ପୂରଣ କରିପାରି ନଥିଲେ କାହିଁକି? ଟ୍ରିବ୍ୟୁନାଲ ବାବଦରେ କେବଳ ଓକିଲ ଖର୍ଚ୍ଚ ବାବଦରେ ରାଜ୍ୟ ରାଜକୋଷରୁ ସେତେବେଳେ ୩୦କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାର ଲାଭ ଓଡିଶା ଲୋକଙ୍କୁ କ’ଣ ମିଳିଲା ତାହା ଟିକେ ବିଜୁ ଜନତା ଦଳ ସ୍ପଷ୍ଟ କଲେ ଭଲ ହୁଅନ୍ତା । ଭାରତ ଇତିହାସରେ କୌଣସି ବି ଆର୍ନ୍ତରାଜ୍ୟ ନଦୀ ବିବାଦର ସମାଧାନ ଟ୍ରିବ୍ୟୁନାଲ ଦ୍ୱାରା ହୋଇପାରିନାହିଁ । ଯାହା ବି ସମାଧାନ ହୋଇଛି କେବଳ ଆପୋଷ ଆଲୋଚନା ମାଧ୍ୟମରେ ହୋଇଛି । ଭାରତୀୟ ଜନତା ପାର୍ଟି ସରକାର ଏବେ ଯେତେବେଳେ ମହାନଦୀ ବିବାଦର ସମାଧାନ ପାଇଁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରୁଛନ୍ତି ସେତେବେଳେ ବିଜୁ ଜନତା ଦଳକୁ କାହିଁକି କଷ୍ଟ ହେଉଛି ତାହା ବୁଝା ପଡୁନାହିଁ । ଯେଉଁମାନେ ସରକାରରେ ଥିଲାବେଳେ ମହାନଦୀକୁ ମାରି ଦେବା ପାଇଁ ଚକ୍ରାନ୍ତ କରୁଥିଲେ ସେମାନେ ଏବେ ବିରୋଧୀ ଦଳରେ ବସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜୁ ଜନତା ଦଳର ବନ୍ଧୁମାନେ ଆଶ୍ୱସ୍ତ ରୁହନ୍ତୁ ଯେ, ମହାନଦୀ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ସରକାର ଓଡିଶାବାସୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାର ଦେବାପାଇଁ ବଦ୍ଧପରିକର ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ନିଜେ ନବୀନ ବାବୁ ୨୦୦୦ ମସିହାରୁ ୨୦୧୬ ପର୍ଯ୍ୟନ୍ତ ଓଡିଶାର ଜଳ ସଂପଦ ମନ୍ତ୍ରୀ ଥିଲେ । ବିଧାନସଭାରେ ନବୀନ ବାବୁ ନିଜେ ଲେଖିକି ଦେଇଥିଲେ ଯେ ମହାନଦୀରୁ ୨୭ ପ୍ରତିଶତରୁ ଅଧିକ ପାଣି ରହିଛି ଯାହା ସମୁଦ୍ରକୁ ବୋହି ଯାଉଛି । ତାଙ୍କରି ମୁଖ୍ୟମନ୍ତ୍ରୀତ୍ୱ ଏବଂ ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ସେ ଥିବାବେଳେ ସରକାର ଲେଖିକି ଦେଇଥିଲେ ଯେ, ଛତିଶଗଡ ଶହେ ବ୍ୟାରେଜ୍ କରିଲେ ବି ମହାନଦୀରେ ଏତେ ପାଣି ଅଛି ଯେ ଓଡିଶାର କିଛି ଅସୁବିଧା ହେବ ନାହିଁ । ପୂର୍ବ ବିଜେଡି ସରକାରର ଦୂରଦୃଷ୍ଟି ଅଭାବ ଏବଂ ଭୁଲ୍ ନିଷ୍ପତି କାରଣରୁ ଆଜି ଓଡିଶା ପ୍ରଭାବିତ ହେଉଛି । ଏବେ ଭାରତୀୟ ଜନତା ପାର୍ଟି ସରକାର ପୂର୍ବ ଭୁଲ୍ ନିଷ୍ପତିର ତ୍ରୁଟି ସଂଶୋଧନ କରି ଓଡିଶାର ଜଳସଂପଦର ସୁବିନିଯୋଗ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ବଣ୍ଡାଘାଟିରେ ଧର୍ମାନ୍ତରୀକରଣ

ଖ୍ରୀଷ୍ଟିଆନ ମିଶିନାରି ୟୁନିଟ କବଳରେ ନୀରିହ ଜନଜାତି

ଖଇରପୁଟ ୨/୮(ଦର୍ଶନ ନ୍ୟୁଜ୍): ମାଲକାନଗିରି ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଧର୍ମାନ୍ତରୀକରଣ କରାଯାଉଛି ଓ ଫାଇଦା ନେଉଛି ଖ୍ରୀଷ୍ଟିଆନ ମିଶିନାରି ୟୁନିଟ। ବଣ୍ଡା ଅଞ୍ଚଳରେ ଆନ୍ଧ୍ରର ଏକ ମିଶୀନାରି ୟୁନିଟ ସକ୍ରିୟ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

ଆଦିମ ଜନଜାତି ବଣ୍ଡା ମାନଙ୍କୁ ନାନା ପ୍ରକାର ପ୍ରଲୋବନ ଦେଖେଇ ଧର୍ମାନ୍ତରୀକରଣ କରାଇ କୁନି କୁନି ପିଲଙ୍କ ହାତରେ ବହି ବଦଳରେ ବାଇବେଲ ଧରାଇ ଦିଆଯାଉଛି । ଏହାକୁ ଘୋର ବିରୋଧ କରିଛନ୍ତି ବଣ୍ଡା ସମାଜ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକର ବଣ୍ଡାଘାଟିରେ । ଏବେ ବଣ୍ଡା ଘାଟିରେ ଧର୍ମ ପରିବର୍ତ୍ତନ ର କାୟା ବିସ୍ତାର କରିବାରେ ଲାଗିଛି । ଅଳ୍ପ କିଛି ଦିନ ଭିତରେ ବଣ୍ଡା ଘାଟିର ବଣ୍ଡା ମଣିଷ ମାନଙ୍କୁ ଧର୍ମାନ୍ତରୀକରଣ କରିବାରେ ସଫଳ ହେବାକୁ ଯାଉଛି ଖ୍ରୀଷ୍ଟିୟାନମାନେ । ଗାଁକୁ ଗାଁକୁ ଯାଇ ଜନସେବା ନାଁରେ ଲୋକଙ୍କୁ ପ୍ରଲୋବନ ଦେଖାଇ ପିଲାମାନଙ୍କୁ ପାଠ ପଢ଼େଇବା ବାହାନାରେ ସେମାନଙ୍କୁ ବହି ବଦଳରେ ହାତରେ ବାଇବଲ ଧରେଇ ଦିଆଯାଉଛି । ଯାହା ଫଳରେ କୁନି କୁନି ପିଲାମାନେ ସ୍କୁଲ ନଯାଇ ଏବେ ଚର୍ଚ୍ଚ ମୁହାଁ ହେବାରେ ଦେଖିବାକୁ ମିଳିଛ

ଆଦିମ ବଣ୍ଡା ଜନଜାତୀଙ୍କ ବେଶଭୂଷ ଓ ପର୍ବପର୍ବାଣି ଅନ୍ୟ ସମାଜ ଠାରୁ ଅଲଗା । ନିହାର ଢଙ୍ଗରେ ପର୍ବ ପର୍ବାଣୀ ପାଳନ କରିଥାନ୍ତି । ସେମାନଙ୍କ ମୁଖ୍ୟ ଦେବତା ହେଉଛି ଡଙ୍ଗର ଦେବତା । କେଉଁ କାଳରୁ ସେମାନେ ଡଙ୍ଗର ଦେବତାଙ୍କୁ ପୂଜା କରି ଆସୁଛନ୍ତି ଏବଂ ଭାଇ ଚାରା ହୋଇ ଚଳି ଆସୁଛନ୍ତି । ସମାଜ ସେବା ନାଁରେ ଏମାନଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଛି । ଧୀରେ ଧୀରେ ବଣ୍ଡା ସମାଜ ନଷ୍ଟ ହେବାରେ ଲାଗିଲାଣି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ବଣ୍ଡା ସମାଜକୁ ସୁରକ୍ଷିତ ରଖିବାକୁ ବଣ୍ଡା ସମାଜ ତରଫରୁ ଅନୁରୋଧ କରାଯାଉଛି । ତେବେ ସରକାର ଧର୍ମାନ୍ତରୀକରଣ ରଖିବାରେ କେତେ ସକ୍ଷମ ହେଉଛି ତାହା ଦେଖିବାର ବାକି ରହିଲା ।

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...