AFFILIATE MARKETING

https://binomo.com?a=90810425bb57&t=0

Friday, May 16, 2025

ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ମହାମହିମଙ୍କ ୧୪ ପ୍ରଶ୍ନ

‘ସାମ୍ବିଧାନିକ ଶୀର୍ଷ ପଦର କ୍ଷମତା ଉପରେ ନ୍ୟାୟପାଳିକାର ହସ୍ତକ୍ଷେପ ଯଥାର୍ଥ କି’

ନୂଆଦିଲ୍ଲୀ, ୧୫/୦୫: ଏପ୍ରିଲ ୮ତାରିଖରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ତାମିଲନାଡୁ ରାଜ୍ୟପାଳ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲକୁ ପକେଇ ରଖି ପାରିବେ ନାହିଁ। ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ପାଖରେ ଭିଟୋ କ୍ଷମତା ନାହିଁ ଏବଂ ତାଙ୍କୁ ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ କାର୍ଯ୍ୟ କରିବାକୁ ପଡ଼ିବ। ରାଜ୍ୟପାଳଙ୍କ ଦ୍ୱାରା ପଠାଯାଉଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବେ। ଯଦି ରାଷ୍ଟ୍ରପତି ୩ ମାସ ଭିତରେ କୌଣସି ନିଷ୍ପତି ନ ନେଇ ପାରିବେ, ତାହାଲେ ରାଜ୍ୟଗୁଡିକୁ କାରଣ ସମ୍ପର୍କରେ ରାଷ୍ଟ୍ରପତି ଜଣାଇବେ। ୩ ମାସ ଭିତରେ ବିଲ୍ ଉପରେ କୌଣସି ନିଷ୍ପତ୍ତି ନ ନେଇ ପାରିଲେ ରାଜ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ତାମିଲନାଡୁ ବିଧାନସଭାରେ ଗୃହୀତ ୧୦ଟି ବିଲକୁ ରାଜ୍ୟପାଳ ଆର୍ ଏନ୍ ରବି ବହୁ ବର୍ଷ ଧରି ମୋହର ନ ମାରିବାରୁ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରି ଏହା କହିଥିଲେ।

ପ୍ରଥମେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମୟସୀମା ରାୟ ଉପରେ ପ୍ରଶ୍ନ ଉଠାଇଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ବିଚାରପତି ସୁପର ପାର୍ଲିଆମେଣ୍ଟ ଭାବେ କାର୍ଯ୍ୟ କରୁଥିବା କହିଥିଲେ। ଏବେ ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ କରିଛନ୍ତି। ସମ୍ବିଧାନର ଧାରା ୧୪୩ (୧) ଆଧାରରେ ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତି ଏହି ପ୍ରଶ୍ନ କରିଛନ୍ତି। ଏହି ପ୍ରଶ୍ନଗୁଡ଼ିକ ସମ୍ବିଧାନର ଧାରା ୨୦୦, ୨୦୧, ୩୬୧, ୧୪୩, ୧୪୨, ୧୪୫(୩), ୧୩୧ ସହିତ ଜଡ଼ିତ।

 

୧. ସମ୍ବିଧାନର ଧାରା ୨୦୦ ଅନୁଯାୟୀ, ରାଜ୍ୟପାଳଙ୍କ ନିକଟରେ ଏକ ବିଲ୍ ଉପସ୍ଥାପିତ ହେଲେ ତାଙ୍କ ସମ୍ମୁଖରେ କ’ଣ ସାମ୍ବିଧାନିକ ବିକଳ୍ପ ରହିଛି?

୨. ରାଜ୍ୟପାଳଙ୍କ ସମ୍ମୁଖରେ ଏକ ବିଲ୍ ଉପସ୍ଥାପିତ ହେବା ସମୟରେ ମନ୍ତ୍ରୀ ପରିଷଦର ଉପଦେଶ ମାନିବାକୁ ରାଜ୍ୟପାଳ କ’ଣ ବାଧ୍ୟ କି?

୩. ରାଜ୍ୟପାଳଙ୍କ ଦ୍ୱାରା ସାମ୍ବିଧାନିକ ବିବେଚନାର ପ୍ରୟୋଗ ନ୍ୟାୟସଙ୍ଗତ କି?

୪. ସମ୍ବିଧାନର ଧାରା ୩୬୧ ଅନୁଯାୟୀ, ରାଜ୍ୟପାଳଙ୍କ ଇଚ୍ଛାଧୀନ ବ୍ୟାପାରରେ କୋର୍ଟ ହସ୍ତକ୍ଷେପ କରି ପାରିବେ କି?

୫. ରାଜ୍ୟପାଳଙ୍କ କାର୍ଯ୍ୟକଳାପର ନ୍ୟାୟିକ ଯାଞ୍ଚ ଉପରେ ନିଷେଧାଦେଶ ଲଗାଇ ପାରିବ କି ଧାରା ୩୬୧? ଧାରା ୨୦୦ ଅନୁଯାୟୀ ରାଜ୍ୟପାଳ କିପରି ତାଙ୍କ କ୍ଷମତାର ବ୍ୟବହାର କରିବେ ତାହା ମଧ୍ୟ ସେ କହିପାରିବେ କି?

୬. ସମ୍ବିଧାନର ଧାରା ୨୦୧ ଅନୁଯାୟୀ, ରାଜ୍ୟପାଳଙ୍କୁ ନିଜ କ୍ଷମତାର ବ୍ୟବହାର ଲାଗି ସମୟ ସୀମା ଓ ପ୍ରକ୍ରିୟା ଧାର୍ଯ୍ୟ କରି ପାରିବ କି କୋର୍ଟ?

୭. ରାଷ୍ଟ୍ରପତିଙ୍କ ଇଚ୍ଛାଧୀନ ବ୍ୟାପାର ଉପରେ ହସ୍ତକ୍ଷେପ କରି ପାରିବେ କି ଅଦାଲତ?

୮. ସମ୍ବିଧାନର ଧାରା ୧୪୩ ଅନୁଯାୟୀ, ରାଷ୍ଟ୍ରପତିଙ୍କୁ ନିଜ ଇଚ୍ଛାଧୀନ କ୍ଷମତାର ବ୍ୟବହାର ଲାଗି ସମୟ ସୀମା ଏବଂ ପ୍ରକ୍ରିୟା ଧାର୍ଯ୍ୟ କରି ପାରିବେ କି କୋର୍ଟ?

୯. ରାଜ୍ୟପାଳଙ୍କ ଠାରୁ ଆସିଥିବା ବିଲ୍ ନେଇ ନିଷ୍ପତ୍ତି ନେବା ବେଳେ ସୁପ୍ରିମକୋର୍ଟର ମତ ନେବାକୁ ବାଧ୍ୟ କି ରାଷ୍ଟ୍ରପତି?

୧୦. ସମ୍ବିଧାନର ଧାରା ୧୪୨ ଅନୁଯାୟୀ, ରାଜ୍ୟପାଳ ଏବଂ ରାଷ୍ଟ୍ରପତି ନେଉଥିବା ନିଷ୍ପତ୍ତି ଆଇନତଃ ଯୁକ୍ତି ସଙ୍ଗତ ବୋଲି ପୂର୍ବରୁ ଦର୍ଶାଇବାକୁ ପଡ଼ିବ କି?

୧୧. ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା କ୍ଷମତାକୁ ନ୍ୟାୟିକ ବ୍ୟବସ୍ଥା ବଦଳାଇ ପାରିବ କି?

୧୨. ସମ୍ବିଧାନର ଧାରା ୧୪୫ (୩) ଅନୁଯାୟୀ, ରାଜ୍ୟପାଳଙ୍କ ବିନା ଅନୁମୋଦନରେ ରାଜ୍ୟରେ ଆଇନ କାର୍ଯ୍ୟକାରୀ ହୋଇ ପାରିବ କି?

୧୩. ସମ୍ବିଧାନର ଧାରା ୧୪୨ ଅନୁଯାୟୀ, ସାମ୍ବିଧାନିକ ବ୍ୟବସ୍ଥାକୁ ବିରୋଧ କରୁଥିବା ଭଳି ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦେଇ ପାରିବେ କି?

୧୪. ସମ୍ବିଧାନର ଧାରା ୧୩୧ ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାକୁ କୋର୍ଟକୁ ସମ୍ବିଧାନ ଅଧିକାର ଦେଇଛି କି?

Thursday, May 15, 2025

ରାଜ୍ୟସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ

ଜନତାଙ୍କ ସେବକ ଭାବେ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୦୫: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ, ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ।

ବୈଠକରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣ ମାନଙ୍କ ପାଖକୁ ପହଞ୍ଚେ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଛାଡ଼ିଦେଲା ପରେ, Chief Development Officer ଏବଂ ବ୍ଲକ୍‍ ସ୍ତରରେ ବିଡିଓ’ଙ୍କର ଗୁରୁଦାୟିତ୍ୱ ରହିଛି।

ଆପଣମାନେ କ୍ଷେତ୍ର ସ୍ତରରେ ଲୋକଙ୍କ ସହିତ ସିଧାସଳଖ ମିଶନ୍ତି। ସେମାନଙ୍କର ସୁବିଧା ଅସୁବିଧା ଜାଣନ୍ତି। ତେଣୁ ମୁଖ୍ୟ କଥା ହେଉଛି, ସରକାରଙ୍କ ସବୁ ଯୋଜନାକୁ ଆପଣମାନେ ଲୋକଙ୍କ ପାଖକୁ ଠିକ୍‍ ଭାବରେ ପହଞ୍ଚାନ୍ତୁ। ସେମାନଙ୍କୁ କୌଣସି ପରିସ୍ଥିତିରେ ଦୟାର ପାତ୍ର ବୋଲି ଭାବିବେ ନାହିଁ । ଯୋଜନାଗୁଡ଼ିକ ହେଉଛି କେବଳ ଲୋକଙ୍କ ପାଇଁ। ଏହା ସେମାନଙ୍କ ଅଧିକାର। ସରକାର ଓ ଲୋକଙ୍କ ଭିତରେ ଆପଣମାନେ ହେଉଛନ୍ତି ସେତୁ। ସେତୁ ସୁଦୃଢ଼ ଓ ପ୍ରଶସ୍ତ ହେଲେ ଯୋଗାଯୋଗ ବ୍ୟବସ୍ଥା ଭଲ ହୁଏ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେଯେ, ଆପଣମାନେ ନିଜକୁ ଜନସେବକ ଭାବି କାମ କରନ୍ତୁ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀ ସବୁବେଳେ ନିଜକୁ ପ୍ରଧାନ ସେବକ ବୋଲି କହି ଆସିଛନ୍ତି । ମୁଁ ମଧ୍ୟ ନିଜକୁ ଓଡ଼ିଶାର ମୁଖ୍ୟ ସେବକ ବୋଲି ମନେକରେ । ଆପଣ ନିଯୁକ୍ତି ପାଇଛନ୍ତି ଲୋକଙ୍କ ସେବା କରିବା ପାଇଁ, ତେଣୁ ସେବା ମନୋଭାବ ନେଇ ନିଷ୍ଠାର ସହ କାମ କରିବା ଆପଣମାନଙ୍କ ଦାୟିତ୍ୱ । ମୁଁ ଏଠାରେ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ, ଦାୟିତ୍ୱରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ।

ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମୁଖ୍ୟତଃ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାକୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ ଗରିବ ଓ ଆର୍ଥିକ ଅନଗ୍ରସର ଲୋକମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅନେକ ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଜଳଯୋଗାଣ ଓ ପରିମଳ, ବିକଶିତ ଗାଁ ବିକଶିତ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା, ସୁଭଦ୍ରା, ଭିଜନ ୨୦୩୬ ଓ ୨୦୪୭ ଭଳି ଅନେକ ଯୋଜନା ଜନହିତରେ କାର୍ଯ୍ୟ କରୁଛି ଓ କରିବାକୁ ଯାଉଛି, ଏହାର ସଫଳ ରୂପାୟନର ଗୁରୁ ଦାୟିତ୍ୱ ଆପଣଙ୍କର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟକାରୀତା ଉପରେ ଆଲୋକପାତ କରି କହିଥିଲେ, MGNREGSରେ ଅନ୍ୟୁନ୍ୟ ପକ୍ଷେ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ଯୋଗାଇଦେବା ସହ ଏହି ସବୁ କାର୍ଯ୍ୟରେ ମେସିନ୍ ବଦଳରେ ମାନବ ଶକ୍ତିର ଅଧିକ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ରୋଜଗାର ପାଇବା ସହିତ ଦାଦନ ସମସ୍ୟା ଦୂରିଭୁତ ହେବ। ସେ କହିଥିଲେ ଯେ, ପ୍ରକଳ୍ପ ଗୁଡିକ ପୂର୍ଣ୍ଣାଙ୍ଗ କରିବା ପାଇଁ ହେଲେ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରଖି କାମ କରନ୍ତୁ ଓ ନିୟମିତ ଭାବରେ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର କାର୍ଯ୍ୟକାରୀତା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ କହିଥିଲେ ଯେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଗାଁର ବିକାଶ ନହେଲେ ଦେଶର ବିକାଶ ହେବ ନାହିଁ। ଏହି ଦୃଷ୍ଟିକୋଣ ଆଧାରରେ ଆମେ କାମ କରୁଛୁ। ନୂଆ ସରକାରଙ୍କ ଆଭିମୁଖ୍ୟ ଓ ଦାୟିତ୍ୱବୋଧତାକୁ ଆପଣମାନେ ପ୍ରାଥମିକତା ଦେଇଛନ୍ତି । ସରକାରଙ୍କ ଯୋଜନାକୁ ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇଲେ, ସରକାରଙ୍କର ସଠିକ ମୂଲ୍ୟାଙ୍କନ ହୋଇ ପାରିବ ଓ ମୁଖ୍ୟମନ୍ତ୍ରୀଙ୍କ ଉତ୍ସାହ ଆମକୁ ସଫଳ କରାଇବ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ବିକଶିତ ଓଡିଶାର ରୋଡମ୍ୟାପରେ ଗାଁର ବିକାଶକୁ ହିଁ ଆମେ ପ୍ରାଥମିକତା ଦେଇଛୁ। ଏଣୁ ପ୍ରତ୍ୟେକ ବ୍ଲକରେ ଏହି ବିକାଶର ମନ୍ତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇବାର କାମ ହେଉଛି ଆପଣ ମାନଙ୍କର ।

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଗିରୀଶ ଏସ.ଏନ. ସ୍ୱାଗତଭାଷଣ ଦେଇଥିବା ବେଳେ, ନିର୍ଦ୍ଦେଶକ, ପାନୀୟ ଜଳ ଓ ପରିମଳ ଶ୍ରୀଯୁକ୍ତ ଭିନୀତ ଭରଦ୍ୱାଜ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଦ୍ବି-ଦିବସୀୟ କର୍ମଶାଳା ତଥା ବୈଠକରେ ୩୦ଟି ଜିଲ୍ଲାର ମୁଖ୍ୟ ଉନ୍ନୟନ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ୩୧୪ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଯୋଗ ଦେଇଥିଲେ।

ABDOଙ୍କ ଘରେ ଭିଜିଲାନ୍ସ ରେଡ୍ଆୟକୁ ଅଧିକ ସମ୍ପତ୍ତି ଅର୍ଜିତ

ଆୟକୁ ଅଧିକ ସମ୍ପତ୍ତି ଅର୍ଜିତ

ଭୁବନେଶ୍ୱର, ୧୫/୦୫: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ (ଏବିଡିଓ) ଅସିତ କୁମାର ପାତ୍ରଙ୍କ ଘରେ ଚଢ଼ାଉ କରାଯାଇଛି। ଆୟ‌ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଛି। ଏବିଡିଓଙ୍କ ଅଫିସ ସମେତ ଯାଜପୁର, କଟକ, ଭୁବନେଶ୍ୱର ଓ ଭଦ୍ରକର ୭ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।

ଏହି ଚଢ଼ାଉରେ ୮ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍ ସାମିଲ ଅଛନ୍ତି।

ଯାଜପୁର ରୋଡ୍ ର କହ୍ନେଇପୁର ନିକଟସ୍ଥ ଚୋରଡ଼ାଠାରେ ଥିବା ଏକ ୪ ମହଲା କୋଠା, କଟକର ଚାଉଳିଆଗଞ୍ଜସ୍ଥିତ ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟରେ ଥିବା ତାଙ୍କ ଫ୍ଲାଟ୍, ଯାଜପୁରର ସୁନ୍ଦରୀମୁହାଣ ନିକଟ ଗରଦେଶ୍ୱରସ୍ଥିତ ତାଙ୍କ ପୈତୃକ ଘର, ଭଦ୍ରକ ସାନବନସ୍ତରେ ତାଙ୍କ ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳା ବ୍ଲକସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର, ଧର୍ବ୍ଲମଶାଳାରେ ଥିବା ତାଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଏକ ବାସଗୃହ ପ୍ଲଟ୍ ଉପରେ ଚଢ଼ାଉ ଚାଲିଛି।

ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

ଓଡ଼ିଶାର ମୋଟ ଜନସଂଖ୍ୟାର ୫୨%ରୁ ଅଧିକ ହେଉଛନ୍ତି ଏସଇବିସି ବର୍ଗର, ଏହି ବର୍ଗର ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରାଥମିକତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଓଡ଼ିଶା ସରକାରଙ୍କ ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୪/୦୫: ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିବା ସହ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ ଓଡ଼ିଶାର ମୋଟ ଜନସଂଖ୍ୟାର ୫୨%ରୁ ଅଧିକ ହେଉଛନ୍ତି ଏସଇବିସି ବର୍ଗର । ଏହି ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ସହ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ । ଜାତୀୟ ଶିକ୍ଷା ନୀତି ଦୃଷ୍ଟିକୋଣରେ ଏହି ପଦକ୍ଷେପ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ବଢାଇବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସହାୟକ ହେବ । ଏହି ନୀତି ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳନ କରାଯିବ । ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ ମାଧ୍ୟମିକ, ଶିକ୍ଷକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିପିଏଡ ଓ ଏମପିଏଡ ପାଠ୍ୟକ୍ରମରେ ଲାଗୁ କରାଯିବ, ଯାହା ପ୍ରଶଂସନୀୟ ନିଷ୍ପତି ।

‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ମୋଦୀ ସରକାରଙ୍କ ବିଚାର ଓ ଦାର୍ଶନିକ ମତ । ଆମର ସମସ୍ତ କାର୍ଯ୍ୟକ୍ରମ, ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ । ମୋଦୀ ସରକାର ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଆସୁଛନ୍ତି । ଏସଇବିସି ବର୍ଗର ଲୋକମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସଂରକ୍ଷଣ ପ୍ରଦାନ କରିବାକୁ ତତ୍କାଳୀନ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ସତ୍ତ୍ୱେ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ନଦେଇ ଅବହେଳିତ କରିଆସୁଥିଲେ । ଆଜି ଦେଶରେ ଯେତେବେଳେ ଜାତିଗତ ଜନଗଣନା ଭଳି ଐତିହାସିକ ନିଷ୍ପତ୍ତିକୁ ମୋଦୀ ସରକାର କ୍ୟାବିନେଟରେ ମଞ୍ଜୁର ଦେଇଛନ୍ତି, ସେଭଳି ସମୟରେ ଓଡ଼ିଶା ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । ଏହି ଐତିହାସିକ ନିର୍ଣ୍ଣୟ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଏପ୍ରିଲ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଏସଇବିସି ଓ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ଉପରେ ଅବଗତ କରାଇଥିଲେ ।

ଶ୍ରୀ ପ୍ରଧାନ ତତ୍କୀଳୀନ ମୁଖ୍ୟମନ୍ତ୍ରୀଙ୍କୁ ୩୧ ଡିସେମ୍ବର ୨୦୨୦, ୧୫ ଜାନୁଆରୀ ୨୦୨୦ ଏବଂ ୨୫ ଜୁଲାଇ ୨୦୧୯ରେ ଏହି ପ୍ରସଙ୍ଗରେ ତିନି ଥର ପତ୍ର ଲେଖିବା ପରେ ବି ପୂର୍ବ ସରକାର କୌଣସି ତତ୍ପରତା ଦେଖାଇନଥିଲେ ।

Tuesday, May 13, 2025

ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ‘ନିଃସର୍ଭ’

ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ
‘ନିଃସର୍ଭ’ 
ଭୁବନେଶ୍ୱର  : ଆମର
ମ୍ୟୁଜିକ୍ ଦ୍ବାରା ରିଲିଜ୍ ହୋଇଛି ମ୍ୟୁଜିକ୍ ଭିଡିଓ
‘ନିଃସର୍ଭ’ । ଏହାର ସିଡି ଉନ୍ମୋଚିତ
ହୋଇଯାଇଛି । ଏହି ଅବସରରେ ପ୍ରଯୋଜକ
ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ, ଶିବାଶିଷ
ମହାନ୍ତି, ସମାଜସେବୀ ବୁଲନ ଭାଇଙ୍କ ସମେତ
ଭିଡିଓର ନିର୍ଦ୍ଦେଶକ ବାବୁ ବାବୁ, ଅଭିନେତା
ବିକ୍ରମ ଓ ଅଭିନେତ୍ରୀ ପ୍ରତୀକ୍ଷା ଉପସ୍ଥିତ
ଥିଲେ। ଭିଡିଓରେ ଏକ ନିଚ୍ଛକ ଭଲ ପାଇବାର
କାହାଣୀ ଦେଖିବାକୁ ମିଳିଛି। ସେହିପରି
ଗୀତକୁ ଗୌରବ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା
ଦେଇଥିବା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସହ
ନିଜେ ମଧ୍ଯ କଣ୍ଠଦାନ କରିଛନ୍ତି। ବିଭିନ୍ନ
ଚଳଚ୍ଚିତ୍ର ଓ ମେଗା ଧାରାବାହିକରେ ଅଭିନୟ
କରିଥିବା ବିକ୍ରମ ଓ ଅଭିନେତ୍ରୀ ପ୍ରତୀକ୍ଷା ଏହି
ମ୍ୟୁଜିକ୍ ଭିଡିଓରେ ସୁନ୍ଦର ଅଭିନୟ କରିଛନ୍ତି।

Friday, May 9, 2025

ପାକିସ୍ତାନ ର କମୁଛି ସମର୍ଥନ, କମୁଛି ଶକ୍ତି

କମୁଛି ସମର୍ଥନ, କମୁଛି ଶକ୍ତି

ନୂଆଦିଲ୍ଲୀ, ୦୯/୦୫: ପାକିସ୍ତାନ ବାରମ୍ବାର ଭାରତ ସହିତ ଲଢେ଼ଇ କରୁଛି। ଯେତିକି ଥର ପାକିସ୍ତାନ ଭାରତର ସାମ୍ନା କରିଛି, ସେତେବେଳେ ଆମେରିକାର ଶରଣ ପଶିଛି। ପାକିସ୍ତାନର ମନରେ ଆମେରିକାର ସାହସ ନେଇ ଭାରତ ସହ ଲଢିଥାଏ। କିନ୍ତୁ ଏଥର ପାକିସ୍ତାନର ଭରସାଯୋଗ୍ୟ ଲାଇଫଲାଇନ ଆମେରିକା ତା’ର ସାଥ୍ ଛାଡିଦେଇଛି। କୌଣସି ମତ୍ତେ ପାକିସ୍ଥାନକୁ ସମର୍ଥନ କରିବ ନାହିଁ ବୋଲି ସିଧା ଶୁଣାଇ ଦେଇଛି। ଭାରତର ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ପାଇଁ ଆମେରିକାର କୋଳ ଖାଲି ହୋଇଯାଇଛି।

ପୂର୍ବରୁ କାର୍ଗିଲ ଯୁଦ୍ଧ ବେଳେ ଭାରତ ଭିତରକୁ ରାଜସ୍ଥାନ ସୀମା ଦେଇ ପାକିସ୍ତାନ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବାର ଆମେରିକାର ସ୍ପାଏ ସାଟେଲାଇଟରେ ଦେଖିଥିଲା ଆମେରିକା। କିନ୍ତୁ ସାର୍ବଜନୀନ ଭାବେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସିଧାସଳଖ କାର୍ଗିଲରେ ପାକିସ୍ତାନର ଭୂମିକାକୁ ସିଧାସଳଖ ଏଡାଇ ଯାଇଥିଲେ। କିନ୍ତୁ ସରିଫ ଏ ବିଷୟରେ ଅବଗତ ଥିବାରୁ ସେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଶରଣ ପଶିଥିଲେ। ପରେ ସରିଫ କାର୍ଗିଲରୁ ନିଜ ଦେଶର ସୈନ୍ୟଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅନୁପ୍ରବେଶକାରୀହାନେ ଆଉ କାର୍ଗିଲରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ। ଯାହା ପରେ ଯୁଦ୍ଧ ଥମିଥିଲା।

ସେହିପରି ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଆମେରିକାର ପରମାଣୁ ଶକ୍ତି ଚାଳିତ ବିମାନବାହୀ ଜାହାଜ ୟୁଏସଏସ ଏଣ୍ଟରପ୍ରାଇଜ ନେତୃତ୍ୱରେ ବଙ୍ଗୋପସାଗରରେ ସ୍ଥଳ ସୀମାରୁ ଆକ୍ରମଣ କରିଥିଲା ପାକିସ୍ତାନ।

ସେହିପରି ୨୦୦୧ରେ ଭାରତର ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ପରେ ସମସ୍ୟାର ସମାଧାନ ପାଇଁ ଆମେରିକା ତା’ର ରାଷ୍ଟ୍ରଦୂତଙ୍କୁ ନୂଆଦିଲ୍ଲୀ ପଠାଇଥିଲା।

କିନ୍ତୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସିଧାସଳଖ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି କହି ଦେଇଛନ୍ତି। ଆମେ ଯାହା କରିପାରିବା ତାହା ହେଉଛି ଏହି ଲୋକମାନଙ୍କୁ ଟିକିଏ ଉତ୍ତେଜନା ହ୍ରାସ କରିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିବା। କିନ୍ତୁ ଆମେ ଏକ ଯୁଦ୍ଧ ମଝିରେ ସାମିଲ ହେବୁ ନାହୁଁ। ଆମେରିକା ଭାରତ କିମ୍ବା ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ନ ଉଠାଇବାକୁ କହିପାରିବୁ ନାହିଁ। କାରଣ ଏହା ଆମର ବ୍ୟକ୍ତିଗତ ଘଟଣା ନୁହେଁ ବୋଲି ଜେଡି ଭାନ୍ସ କହିଛନ୍ତି।

ଅନ୍ୟପଟେ ପାକିସ୍ତାନର ଏହି ଯୁଦ୍ଧ ମଧ୍ୟରେ ବେଲୁଚିସ୍ତାନକୁ ମଧ୍ୟ ଫାଇଦା ମିଳୁଛି। ବେଲୁଚିସ୍ତାନ ସ୍ୱତନ୍ତ୍ର ଭାବେ ଅଲଗା ରାଷ୍ଟ୍ର ଗଠନ ପାଇଁ ଦାବି କରି ଆସୁଥିବାରୁ ବିଏଲଏ ଆକ୍ରମଣ କରୁଛି। ବର୍ତ୍ତମାନ ସୁଦ୍ଧା ପାକିସ୍ତାନକୁ କେବଳ ଚୀନ, ତୁର୍କୀ ଓ ଆଜରବାଇଜାନ ସମର୍ଥନ କରୁଥିବା ବେଳେ ଅନ୍ୟ‌ କୌଣସି ରାଷ୍ଟ୍ର ପାକିସ୍ତାନର ସହଯୋଗ କରୁ ନାହାନ୍ତି। କିନ୍ତୁ ଭାରତକୁ ଆରବ ଦେଶଗୁଡ଼ିକ ସମର୍ଥନ କରୁଛନ୍ତି।

ଔଷଧ ବିକଳରେ ତାଟିଆ କାମୁଡିବା ଭଳି ପାକିସ୍ତାନ ସହଯୋଗ ପାଉନଥିବାରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ। ପାକିସ୍ତାନର ପୁରୁଣା ରେକର୍ଡ ରହିଛି ଯେ, ଯେତେବେଳେ ବି ଭାରତ ସହ ଉତ୍ତେଜନା ଲାଗି ରୁହେ ସେ ପରମାଣୁ ଆକ୍ରମଣର‌ ଧମକ ଦିଏ ନହେଲେ, ଅନ୍ତର୍ଜାତୀୟ ମଧ୍ୟସ୍ଥତାର ସହଯୋଗ ଲୋଡ଼େ ଏବଂ ଆମେରିକାର ଶରଣ ପଶେ। ଯାହା ଚଳିତ ଥର ସମ୍ଭବପର ହୋଇପାରିନାହିଁ।

Wednesday, May 7, 2025

ଅପରେସନ ସିନ୍ଦୁର’: ଭାରତର ବଦଲା

ପାକିସ୍ତାନ ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ

୮ ଜଣ ମୃତ: ପାକ୍ ଅଧିକାରୀ

ନୂଆଦିଲ୍ଲୀ, ୦୭/୦୫: ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଓ ଜୈଶ-ଏ-ମହମ୍ମଦର ଗଡ଼ ମୁରିଦକେ ଓ ବାହାଓ୍ଵାଲପୁର ସମେତ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ଭାରତୀୟ ସଶସ୍ତ୍ର ବାହିନୀ ବୁଧବାର କ୍ଷେପଣାସ୍ତ୍ର ଆକ୍ରମଣ କରିଛି।

ଏପ୍ରିଲ ୨୨ ରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ରାତି ୧ଟା ୪୪ମିନିଟରେ ଏହି ଆକ୍ରମଣ କରାଯାଇଛି। ଏହି ଅପରେସନର ନାମ ‘ଅପରେସନ ସିନ୍ଦୁର’ ରଖାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତିରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବାକୁ ନିଶ୍ଚିତ କରିଛି , ଯେଉଁଠାରୁ ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରାଯାଇଛି।

ଏୟାର ଷ୍ଟ୍ରାଇକ ଯୋଗୁଁ ଧର୍ମଶାଳା, ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଭୁଜ ଏବଂ ଅମୃତସରକୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍ ଜେଟ୍, ଆକାଶ ଏୟାର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ସମେତ ପ୍ରମୁଖ ବିମାନ ଚଳାଚଳ ବନ୍ଦ ରହିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏୟାର ଇଣ୍ଡିଆ କହିଛି ଯେ ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି।

ସେହିପରି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ବିକାନେର, ଯୋଧପୁର ଏବଂ ଧର୍ମଶାଳାକୁ ଆସୁଥିବା ଏହାର ସମସ୍ତ ବିମାନକୁ ଆଜି ପାଇଁ ବାତିଲ କରାଯାଇଛି। ଅନ୍ୟପଟେ ଜମ୍ମୁ, କାଠୁଆରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ। ସାମ୍ବା, ରାଜୌରୀ, ପୁଞ୍ଚେରେ ମଧ୍ୟ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦ ପ୍ରତି ବିଶ୍ୱ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିବା ଉଚିତ ବୋଲି ଏକ ପୋଷ୍ଟରେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆମେ ପାକିସ୍ତାନର କୌଣସି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇନାହିଁ। ଲକ୍ଷ୍ୟ ଚୟନ ଏବଂ କାର୍ଯ୍ୟକାରିତା ପଦ୍ଧତିରେ ଭାରତ ଯଥେଷ୍ଟ ସଂଯମତା ପ୍ରଦର୍ଶନ କରିଛି। ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦାୟୀ କରାଯିବ ବୋଲି ଭାରତ ପ୍ରତିଶ୍ରୁତି ପାଳନ କରୁଛି।

ପ୍ରତିକୂଳ ଆକ୍ରମଣ ହେଲେ ପ୍ରଭାବଶାଳୀ ବେସାମରିକ ସୁରକ୍ଷା ପାଇଁ ସମଗ୍ର ଦେଶରେ ପ୍ରତିରକ୍ଷା ସୁରକ୍ଷା ମକ୍ ଡ୍ରିଲ୍ ର କିଛି ଘଣ୍ଟା ପୂର୍ବରୁ ଭାରତ ଏହି ଆକ୍ରମଣ କରିଛି।

ଆକ୍ରମଣରେ ପାକର ୮ ଜଣଙ୍କ ମୃତ୍ୟୁ ହୋଇଥିବା ପାକ୍ ଅଧିକାରୀ କହିଛନ୍ତି।

Tuesday, May 6, 2025

ବିପ୍ଳବୀ ଧରଣୀଧର ନାୟକଙ୍କ ୧୬୧ତମ ଜୟନ୍ତୀ

ଭୁବନେଶ୍ୱରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ

ଭୁବନେଶ୍ୱର,୦୫/୦୫: ବିପ୍ଳବୀ ଧରଣୀଧର ନାୟକଙ୍କ ୧୬୧ତମ ଜୟନ୍ତୀ ଅବସରରେ ଇ.ଏସ୍‌.ଆଇ, ହସ୍ପିଟାଲ୍‌ ଛକ, ଭୁବନେଶ୍ୱରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି ଅବସରରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଅମରସ୍ମୁତିର ଜୟଗାନ କରଥିଲେ । ଏହି ଅବସରରେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ପୂର୍ବତନ ବିଧାୟକ ଶ୍ରୀ ପ୍ରୀୟଦର୍ଶି ମିଶ୍ର, ପୂର୍ବତନ ବିଧାୟକଶ୍ରୀ ସୁବର୍ଣ୍ଣ ନାଏକ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, କେନ୍ଦୁଝର ନାଗରିକ ବିକାଶ ପରିଷଦ ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି, ଭୁବନେଶ୍ୱରର ସଦସ୍ୟଗଣ ଉପସ୍ଥିତ ରହି ବିପ୍ଳବୀ ଧରଣୀଧରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ବଢ଼ିଲା ଯୁଦ୍ଧ ଆଶଙ୍କା୭ରେ ପ୍ରତିରକ୍ଷା ପ୍ରସ୍ତୁତି ମକଡ୍ରିଲ

ବଢ଼ିଲା ଯୁଦ୍ଧ ଆଶଙ୍କା

୭ରେ ପ୍ରତିରକ୍ଷା ପ୍ରସ୍ତୁତି ମକଡ୍ରିଲ


ନୂଆଦିଲ୍ଲୀ, ୦୫/୦୫: ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଯେକୌଣସି ମୁହୂର୍ତ୍ତରେ ବି ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଶସ୍ତ୍ର ବାହିନୀର ଘନଘନ ବୈଠକରୁ ସ୍ପଷ୍ଟ ଅନୁମାନ କରି ହେଉଛି। ଅନ୍ୟପଟେ ଅପରପଟୁ ଆକ୍ରମଣ ହେଲେ ପଡା ଜବାବ ଦେବା ପାଇଁ ପ୍ରଭାବଶାଳୀ ବେସାମରିକ ସୁରକ୍ଷା ସୁନିଶ୍ଚିତ କରିଛନ୍ତି କେନ୍ଦ୍ର ସରକାର। ତେଣୁ ଅନେକ ରାଜ୍ୟକୁ ମେ ୭ ତାରିଖ ବୁଧବାର ଦିନ ପ୍ରତିରକ୍ଷା ପ୍ରସ୍ତୁତି ମକ୍ ଡ୍ରିଲ୍ କରିବାକୁ କହିଛନ୍ତି।

ମକଡ୍ରିଲରେ ଏହି ସବୁ ବ୍ୟବସ୍ଥା କରାଯିବ:-

୧. ଶତ୍ରୁତାପୂର୍ଣ୍ଣ ଆକ୍ରମଣ ହେଲେ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଆକାଶମାର୍ଗରୁ ସାଇରନ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ଚେତାବନୀ ଆକାରରେ ଏହି ସାଇରନକୁ କାର୍ଯ୍ୟକ୍ଷମ କରାଯିବ।

୨. ଆକ୍ରମଣ ସମୟରେ ନାଗରିକଙ୍କ ସୁରକ୍ଷା ଦିଗ ଉପରେ ଦୃଷ୍ଟି ଦିଆଯାଇ ସାଧାରଣ ନାଗରିକ, ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ।

୩. ଜରୁରୀ ସମୟରେ ଆଲୋକ ନିୟନ୍ତ୍ରଣ ପାଇ ବ୍ଲାକ୍ ଆଉଟ୍ ବ୍ୟବସ୍ଥା କରାଯିବ।

୪. ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଶତ୍ରୁ ଆଢ଼ୁଆଳରେ ରଖିବା ପାଇଁ ଛଦ୍ମ ବେଶର ବ୍ୟବସ୍ଥା କରାଯିବ।

୫. ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍କାସନ ଯୋଜନାକୁ ବ୍ୟାପକ କରାଯିବ।

୧,୧୬୪ ଏକର ଜମିରେ ୫,୬୩୧ କୋଟି ଟଙ୍କା ବିନିଯୋଗରେ ବିକଶିତ ହେବ ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର

୩ଟି ପର୍ଯ୍ୟାୟରେ ନିର୍ମାଣ ହେବ

ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କ ବିମାନ ଯାତାୟତ ପାଇଁ ସୁବିଧା ପ୍ରଦାନ

ଭୁବନେଶ୍ୱର, ୦୬/୦୫: ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପୁରୀଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀଜଗନ୍ନାଥ ବିମାନ ବନ୍ଦର ନାମରେ ନାମିତ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପଟି ୫,୬୩୧ କୋଟି ଟଙ୍କା ମୂଲ୍ୟରେ ୧,୧୬୪ ଏକର ଜମିରେ ବିକଶିତ ହେବ। ଏହି ନିର୍ମାଣ କାର୍ଯ୍ୟ ୩ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବା ପରେ ବାର୍ଷିକ ୪୬ ଲକ୍ଷ ଯାତ୍ରୀଙ୍କ ବିମାନ ଯାତାୟତ ପାଇଁ ସୁବିଧା ପ୍ରଦାନ କରିବ ।

ଏହି ବିମାନ ବନ୍ଦର ଦ୍ୱାରା ରାଜ୍ୟରେ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧିହେବା ସହିତ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧିକୁ ଏକ ନୂତନ ଗତି ମିଳିବ ଏବଂ ପବିତ୍ର ପୁରୀ ସହର ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁଗମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକାଶ କରିଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ କେ. ରାମ ମୋହନ ନାଇଡୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରହିଛି ଲକ୍ଷ୍ୟ

ଗତ ତିନି ମାସ ମଧ୍ୟରେ ସାମିଲ ହୋଇଛନ୍ତି ଏକ ହଜାରରୁ ଉର୍ଦ୍ଧ୍ଵ ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗାଈ

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ରହିଛି ଲକ୍ଷ୍ୟ

ଭୁବନେଶ୍ଵର, ୦୬/୦୫: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋ-ପାଳନ ଯୋଜନାକୁ ମିଳିଛି ପ୍ରାରମ୍ଭିକ ସଫଳତା । ଗତ ତିନି ମାସ ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ୍ଵ ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗାଈ ଗୋ-ପାଳନ ଯୋଜନାରେ ସାମିଲ ହୋଇଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଆନ୍ଧ୍ର-ପ୍ରଦେଶ, ଛତିଶଗଡ଼, ତାମିଲନାଡୁ ଆଦି ରାଜ୍ୟରୁ ଏହି ଗାଈ ଅଣାଯାଇଛି । ଫଳରେ ଦୁଗ୍ଧ-ଚାଷୀଙ୍କ ଜୀବନ-ଜୀବିକାକୁ ଗୋ-ପାଳନ ଯୋଜନା ଅଧିକ ସୁରକ୍ଷିତ ଓ ସଶକ୍ତ କରିଛି ।  ଆମ ରାଜ୍ୟରେ ଉନ୍ନତ ପ୍ରଜାତିର ଗୋ-ପାଳନ ପାଇଁ ମଧ୍ୟ ଏହା ସହାୟକ ହେବ ଓ ଅନ୍ୟମାନଙ୍କୁ ପ୍ରେରିତ କରିବ ।

ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା -୨୦୨୫ ଆୟୋଜନ ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଚାଷୀମାନଙ୍କୁ ଗୋ-ଆହେଡ୍ ଲେଟର୍ ବା କାର୍ଯାଦେଶ ପତ୍ର ପ୍ରଦାନ କରିଥିଲେ । ସରକାରୀ ସହାୟତା ପାଇ ଚାଷୀମାନେ ବାହାର ରାଜ୍ୟରୁ ଦୁଧିଆଳୀ ଗାଈ କ୍ରୟ କରିଛନ୍ତି । ଏବେ ଏହି ଉତ୍କୃଷ୍ଟମାନର ଦୁଧିଆଳୀ ଗାଈ ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗେମ୍‌ଚେଞ୍ଜର୍‌ ଭାବେ ଉଭା ହୋଇଛି ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଏହି ଗୋପାଳନ ଯୋଜନାରେ ପ୍ରଥମ କରି ତିନୋଟି ୟୁନିଟ ପ୍ରତିଷ୍ଠା ହୋଇଛି । ସମସ୍ତ ତିନି ଦୁଗ୍ଧ ଚାଷୀ ହେଉଛନ୍ତି ମହିଳା । ଏହି ସଫଳତା ମହିଳା ସଶକ୍ତୀକରଣ ଓ ଲିଙ୍ଗଗତ ସମାନତାକୁ ପ୍ରତିଫଳିତ କରୁଛି । ଗୋପାଳକଙ୍କ ଜୀବିକାକୁ ଅଧିକ ସଶକ୍ତ ଓ ସୁରକ୍ଷିତ କରିବା ନିମନ୍ତେ  ରାଜ୍ୟ ସରକାର ଗୋ-ପାଳନ ଯୋଜନା ଆରମ୍ଭ କରିଛନ୍ତି  । ଦୈନିକ ଅତି କମରେ ୧୦ ଲିଟରରୁ ଅଧିକ ଦୁଗ୍ଧ ଦେଉଥିବା ଗାଈ କ୍ରୟ କରିବା ନିମନ୍ତେ ରାଜ୍ୟ ସରକାର ୭୦ ପ୍ରତିଶତ ପର୍ଯନ୍ତ ସବସିଡି ପ୍ରଦାନ କରୁଛନ୍ତି । ସମ୍ପୂର୍ଣ୍ଣ ସ୍ଵଚ୍ଛତାର ସହ ଚାଷୀମାନେ ସେମାନଙ୍କର ପସନ୍ଦ ମୁତବକ ଗାଈ ବାହାର ରାଜ୍ୟରୁ କ୍ରୟ କରି ପାରୁଛନ୍ତି । ଏହି ଯୋଜନାରେ ଗାଈ କ୍ରୟ କରିବାର ୭-୧୦ ଦିନ ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସବସିଡି ପ୍ରଦାନ କରାଯାଇଥାଏ ।  ତେଣୁ ଅଧିକରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ଯୋଜନାରେ ସାମିଲ ହେବାକୁ ମତ ପ୍ରକାଶ ପାଉଛି ।

ଦୁର୍ଘଟଣା ପୀଡ଼ିତଙ୍କ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର

ତୁରନ୍ତ ମିଳିବ ନଗଦ ବିହୀନ ଚିକିତ୍ସା

ଜାଣନ୍ତୁ କେତେ ଟଙ୍କା ପର୍ଯ୍ୟନ୍ତ ପାଇବେ ଚିକିତ୍ସା ସୁବିଧା

ନୂଆଦିଲ୍ଲୀ, ୦୬/୦୫: ଦେଶରେ ସଡ଼କ ଦୁର୍ଘଟଣାରେ ଆହତ ହେଲେ ତୁରନ୍ତ ମିଳିବ ନଗଦ ବିହୀନ ଚିକିତ୍ସା। ଏ ନେଇ କେନ୍ଦ୍ର ସରକାର ମଙ୍ଗଳବାର ଏକ ଯୋଜନା ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗତ ଜାନୁୟାରୀ ମାସ ୮ ତାରିଖରେ ଏହି ବିଷୟରେ ଘୋଷଣା କରିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ କ୍ୟାସଲେସ୍ ଚିକିତ୍ସା ଯୋଜନା, ୨୦୨୫ ଅଧୀନରେ ଜଣେ ପୀଡ଼ିତ ଦୁର୍ଘଟଣା ଘଟିବା ପରେ ଯେକୌଣସି ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ କ୍ୟାସଲେସ୍ ଚିକିତ୍ସା ପାଇ ପାରିବେ। ଦେଶର ଯେକୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ବି ଏହି ସୁବିଧା ମିଳିବ। ମେ ୫, ୨୦୨୫ରୁ ଏହା କାର୍ଯ୍ୟକାରୀ ହୋଇଛି।

କୃଷି କ୍ଷେତ୍ରର ବିକାଶରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର

ଆଗୁଆ ସୂଚନା ପ୍ରଦାନ ପାଇଁ ଆଗେଇ ଆସିଛି AMNEX

ଭୁବନେଶ୍ୱର, ୦୬/୦୫: କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ କୃଷିଭିତ୍ତିକ ଭୌଗଳିକ ତଥ୍ୟକୁ ଅନୁଧ୍ୟାନ କରି ଚାଷୀଙ୍କୁ ଆଗୁଆ ସୂଚନା ପ୍ରଦାନ କରିବା ପାଇଁ ଏଏମଏନଇଏକ୍ସ (AMNEX) ନାମକ ସଂସ୍ଥା ଆଗେଇ ଆସିଛି । ଏହି ସଂସ୍ଥାର ପ୍ରତିନିଧିଙ୍କ ପକ୍ଷରୁ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରଦର୍ଶନ କରାଯାଇଥିଲା ।

କୃଷି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ନିହାତି ଜରୁରୀ । କୃତ୍ରିମ ବୁଦ୍ଧିମତାର ଉପଯୋଗରେ ସଠିକ୍ ତଥ୍ୟ ହାତପାହାନ୍ତାରେ ପାଇବା ସହଜସାଧ୍ୟ ହୋଇପାରିଛି । ଆମ ଦେଶର ମେରୁଦଣ୍ଡ, କୃଷକଙ୍କୁ ସମୟୋପଯୋଗୀ କୃଷି ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ଫସଲ ହାନିରେ ହ୍ରାସ ତଥା ଉତ୍ପାଦନରେ ଅଭିବୃଦ୍ଧି ଆଣିବା ପାଇଁ ଆମେ ସର୍ବଦା ଚେଷ୍ଟିତ । ଏଥିପାଇଁ ଉପଯୁକ୍ତ ପଦକ୍ଷେପ ଆମେ ଗ୍ରହଣ କରୁଛୁ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

କୃଷି କ୍ଷେତ୍ରର ବିକାଶରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ଏହାର ବ୍ୟବହାର ଫଳରେ ଅଧିକ ସଂଖ୍ୟକ ଚାଷୀଙ୍କୁ ସମୃଦ୍ଧ ଚାଷୀରେ ପରିଣତ କରିବା ଦିଗରେ ଓଡ଼ିଶା ଅଗ୍ରସର ହେଉଛି ବୋଲି ମତପ୍ରକାଶ କରିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ।

ଏଏମଏନଇଏକ୍ସ ସଂସ୍ଥା ପୂର୍ବରୁ କୃଷି ବିଭାଗ ଦ୍ଵାରା କରାଯାଉଥିବା ଏଗ୍ରିଷ୍ଟାକ- ଡିଜିଟାଲ କ୍ରପ ସର୍ଭେ, ଫାର୍ମର୍ସ ରେଜିଷ୍ଟ୍ରୀ ଇତ୍ୟାଦି ପାଇଁ ବୈଷୟିକ ସହାୟତା ଯୋଗାଇ ଆସିଛି । ଏତଦବ୍ୟତୀତ, କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ ସହ ଯୋଡ଼ି ହୋଇ ୩୩ଟି ଫସଲ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରୁଛି ।

ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ଏଏମଏନଇଏକ୍ସ ପକ୍ଷରୁ ଶ୍ରୀ ପରିଚୟ କୁମାର ଦାସ, ନୀତିଶ ଠକ୍କର, ଜୟେନ୍ଦ୍ର ପୁୱାର, ଆନନ୍ଦ ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।

ଉପକୂଳବର୍ତ୍ତୀ ଓ ସହରାଞ୍ଚଳରେ ବାଜିବ ସାଇରନ୍

ଉପକୂଳବର୍ତ୍ତୀ ଓ ସହରାଞ୍ଚଳରେ ବାଜିବ ସାଇରନ୍

ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି


ଭୁବନେଶ୍ୱର, ୦୬/୦୫: ଗତ ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଏହାର ଜବାବରେ ଭାରତୀୟ ଗୃହ ମନ୍ତ୍ରଣାଳୟ ମେ ୭ ତାରିଖରେ ଦେଶବ୍ୟାପୀ ପ୍ରତିରକ୍ଷା ପ୍ରସ୍ତୁତି ମକ୍ ଡ୍ରିଲ୍ କରିବାକୁ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ୧୨ଟି ପ୍ରମୁଖ ସ୍ଥାନରେ ଏହି ମକ୍ ଡ୍ରିଲ୍ କରାଯିବ।

ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଏକ ଚିଠି ଜାରି କରିଛି, ଯେଉଁଥିରେ ମେ ୭ ତାରିଖରେ ଦେଶବ୍ୟାପୀ ୨୪୪ଟି ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟାପକ ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଦେଶବ୍ୟାପୀ ଅଭ୍ୟାସର ଉଦ୍ଦେଶ୍ୟ। ଓଡ଼ିଶାରେ ୧୨ଟି ଉପକୂଳବର୍ତ୍ତୀ ଓ ସହରାଞ୍ଚଳ ସ୍ଥାନରେ ଏହି ଅଭ୍ୟାସ କରାଯିବ।

ଓଡ଼ିଶାର ଯେଉଁ ୧୨ଟି ସ୍ଥାନରେ ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ ସେଗୁଡ଼ିକ ହେଲା ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର। ତାଳଚେରରେ କାଟେଗୋରି ୱାନ୍ ସ୍ଥାନ ଭାବେ ଚି଼ହ୍ନଟ ହୋଇଥିବାବେଳେ, କାଟେଗୋରି ଟୁ ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା ଏବଂ କାଟେଗୋରି ଥ୍ରି ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ରହିଛି।

୧. ଶତ୍ରୁତାପୂର୍ଣ୍ଣ ଆକ୍ରମଣ ହେଲେ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଆକାଶମାର୍ଗରୁ ସାଇରନ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ଚେତାବନୀ ଆକାରରେ ଏହି ସାଇରନକୁ କାର୍ଯ୍ୟକ୍ଷମ କରାଯିବ।

୨. ଆକ୍ରମଣ ସମୟରେ ନାଗରିକଙ୍କ ସୁରକ୍ଷା ଦିଗ ଉପରେ ଦୃଷ୍ଟି ଦିଆଯାଇ ସାଧାରଣ ନାଗରିକ, ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ।

୩. ଜରୁରୀ ସମୟରେ ଆଲୋକ ନିୟନ୍ତ୍ରଣ ପାଇ ବ୍ଲାକ୍ ଆଉଟ୍ ବ୍ୟବସ୍ଥା କରାଯିବ।

୪. ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଶତ୍ରୁ ଆଢ଼ୁଆଳରେ ରଖିବା ପାଇଁ ଛଦ୍ମ ବେଶର ବ୍ୟବସ୍ଥା କରାଯିବ।

୫. ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍କାସନ ଯୋଜନାକୁ ବ୍ୟାପକ କରାଯିବ।

Monday, May 5, 2025

ଖୁବ୍ ଶୀଘ୍ର ଆସିବ ଇସିଆଇର ନୂତନ ଆପ୍ ECINET

ଗୋଟିଏ ପ୍ଲାଟଫର୍ମରେ ମିଳିବ ନିର୍ବାଚନ ଆୟୋଗ ସମ୍ପର୍କିତ ସମସ୍ତ ସୁବିଧା

ଅନ୍ତର୍ଭୂକ୍ତ ହେବ ୪୦ଟି ଅତିରିକ୍ତ ଆଇଟି ଆପ୍ସ

ନୂଆଦିଲ୍ଲୀ, ୦୪/୦୫: ଭାରତୀୟ ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଏକ ସମଗ୍ର ଏପ୍ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛି। ଉପଯୋଗକର୍ତ୍ତା ଅନୁଭବକୁ ଉନ୍ନତ କରିବା ପାଇଁ ୪୦ଟି ଅତିରିକ୍ତ ଆଇ.ଟି. ଆପ୍ଲିକେସନକୁ ଏହି ପ୍ଲାଟଫର୍ମ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ।

ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ, ଭୋଟର, ନିର୍ବାଚନ ଅଧିକାରୀ, ରାଜନୈତିକ ଦଳ ଏବଂ ସିଭିଲ ସୋସାଇଟି ପାଇଁ ଏକ ସୁବିଧାଜନକ ଏବଂ ସହଜ ଡିଜିଟାଲ୍ ଇଣ୍ଟରଫେସ୍ ବିକାଶ କରୁଛି। ଏହି ନୂତନ ପ୍ଲାଟଫର୍ମ ECINET ନାମରେ ଜଣାଯିବ ଓ ୪୦ରୁ ଅଧିକ ଇସିଆଇର ପୂର୍ବତନ ଆପ୍ଲିକେସନକୁ ଏକତ୍ରିତ କରାଯିବ।

ECINET ଏକ ଆକର୍ଷଣୀୟ ଇଣ୍ଟରଫେସ୍ (UI) ଓ ସହଜ ଉପଯୋଗକର୍ତ୍ତା ଅନୁଭବ (UX) ଦେଇଥିବା ଏକ ଏକମାତ୍ର ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଏହା ଦ୍ୱାରା ଉପଯୋଗକର୍ତ୍ତାମାନେ ବହୁତ ଆପ୍ ଡାଉନଲୋଡ୍ କରିବା ଓ ବିଭିନ୍ନ ଲଗଇନ୍ ମନେ ରଖିବାର ଅସୁବିଧାରୁ ମୁକ୍ତ ହେବେ।

ଗତ ମାର୍ଚ୍ଚ ୨୦୨୫ରେ ସିଇଓ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏହି ପ୍ଲାଟଫର୍ମ‌ ବିଷୟରେ କହିଥିଲେ।

ECINET ଉପଯୋଗକର୍ତ୍ତାଙ୍କୁ ତାଙ୍କର ଡେସ୍କଟପ୍ କିମ୍ବା ସ୍ମାର୍ଟଫୋନ୍ ଦ୍ୱାରା ଉପଯୁକ୍ତ ତଥ୍ୟ ଅନୁଗମନ କରିବାର ସୁବିଧା ଦେଇଥିବ। ତଥ୍ୟ ସଠିକ୍ ରହିବାକୁ, ସେଗୁଡିକୁ କେବଳ ଅଧିକୃତ ଇସିଆଇ ଅଧିକାରୀମାନଙ୍କ ଦ୍ୱାରା ଇନପୁଟ କରାଯିବ। ଯଦି କୌଣସି ଦ୍ୱନ୍ଦ୍ୱ ଘଟେ, ତେବେ ବିଧିବଦ୍ଧ ଫର୍ମରେ ଭରାଯାଇଥିବା ପ୍ରାଥମିକ ତଥ୍ୟକୁ ବୈଧ ଧରାଯିବ।

ଏହି ନୂତନ ପ୍ଲାଟଫର୍ମ ଭୋଟର ହେଲ୍ପଲାଇନ, ଭୋଟର ଟର୍ଣ୍ଣଆଉଟ ଆପ୍, ସିଭିଜିଲ, ସୁବିଧା ୨.୦, ଇଏସଏମଏସ, ସକ୍ଷମ, ଏବଂ କେୱାଇସି ଆପ୍ ସହ ଅନ୍ୟ ୪୦ଟି ଆପ୍ଲିକେସନ୍ସକୁ ଅନ୍ତର୍ଭୁକ୍ତ କରାୟିବ। ECINET ଦ୍ୱାରା ପ୍ରାୟ ୧୦୦ କୋଟି ଭୋଟର ଏବଂ ଦେଶ ଜୁଡି ୧୦.୫ ଲକ୍ଷ ବିଏଲଓ, ୧୫ ଲକ୍ଷ ବିଏଲଏ, ୪୫ ଲକ୍ଷ ମତଦାନ କର୍ମଚାରୀ, ୧୫,୫୯୭ ଏଇଆରଓ, ୪,୧୨୩ ଇଆରଓ ଏବଂ ୭୬୭ ଡିଇଓ ମାନେ ଲାଭାନ୍ବିତ ହେବେ।

ECINET ବିକାଶର ଶେଷ ଚରଣରେ ପହଞ୍ଚିଛି ଓ ବ୍ୟବହାରର ସହଜତା, ସୁଚାଳନ ଓ ସାଇବର ସୁରକ୍ଷା ଦୃଢ଼ କରିବା ପାଇଁ କଠିନ ପରୀକ୍ଷା ହେଉଛି। ଏହି ବିକାଶ ପ୍ରକ୍ରିୟାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୬ ଜଣ ସିଇଓ, ୭୬୭ ଡିଇଓ ଓ ୪,୧୨୩ ଇଆରଓ ଅଂଶ ନେଇଛନ୍ତି।

Saturday, May 3, 2025

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

କୃଷକଙ୍କ ଉନ୍ନତି ଓ ପ୍ରଗତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଭୁବନେଶ୍ବର, ୦୨/୦୫: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ଵାକ୍ଷର କରିଛି । ନିଗମ ଗୁଡିକ ହେଲା ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ଼ (OSSC), ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡ଼ (OSCDCL) ।

ବିଗତ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓଡ଼ିଶା କୃଷି ଶିଳ୍ପ ନିଗମ ଓ ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ ଅଧ୍ୟକ୍ଷଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି କହିଥିଲେ ଯେ, ଅନୁବନ୍ଧିତ ସମସ୍ତ ନିଗମ ଗୁଡିକ ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରଗତିର ଏହି କାର୍ଯ୍ୟଧାରା ଆଗକୁ ଜାରି ରହୁ । ଗତ ଆର୍ଥିକ ବର୍ଷ ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ଯ ସରକାରଂକ ଏକ ପ୍ରମୁଖ ବିଭାଗ ଭାବେ ଅନୁମୋଦିତ ବଜେଟର ୯୪.୭ ପ୍ରତିଶତ ଖର୍ଚ୍ଚ କରିପାରିଛି । କୃଷକଙ୍କ ଉନ୍ନତି ଓ ପ୍ରଗତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।

ଓଡ଼ିଶା କୃଷି ଶିଳ୍ପ ନିଗମ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ୪୫,୦୦୦ ଟନ୍ ସାର, ୨୦ କୋଟି ଟଙ୍କାର ଜୈବିକ ସାର ଓ କୀଟନାଶକ, ୭୦୦୦ ଟ୍ରାକ୍ଟର, ୧୦୦୦ ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି, ୫୨୦୦ ବିଦ୍ୟୁତ ଚାଳିତ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ, ୪୮୦୦ ସୌରଚାଳିତ ଜଳନିଧି ପ୍ରକଳ୍ପ, ୧୦୦୦ ଅଗଭୀର ନଳକୂପ ପ୍ରକଳ୍ପ (Shallow Tube Well) ଏବଂ ନିର୍ମାଣ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷ ୩୦ କୋଟି ଟଙ୍କା କାର୍ଯ୍ୟ ପାଇଁ ଲକ୍ଷ୍ୟ ରଖିଛି । ସମୁଦାୟ ୧୦୦୦ କୋଟି ଟଙ୍କାର କାରବାର କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସେହିଭଳି ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ଼ ସହ ହୋଇଥିବା ସହଭାଗୀତା ଓଡ଼ିଶାର ବିହନ ଉତ୍ପାଦନ ଏବଂ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖିଛି । କୃଷି ବିଭାଗ ପ୍ରଜନନକାରୀ ପ୍ରାମାଣିକ ବିହନର ସମୟୋଚିତ ଯୋଗାଣ ସୁନିଶ୍ଚିତ କରି ଚାଷୀଙ୍କ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବ । ଏହି ସହଯୋଗରେ ଉଭୟପକ୍ଷ ସମନ୍ବିତ ଚାଷୀ ସଚେତନତା ଅଭିଯାନ ମାଧ୍ୟମରେ ବିହନ ପ୍ରତିସ୍ଥାପନ ଓ କିସମ ଉନ୍ନତିକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ଏଥିପାଇଁ ୫୬ କୋଟି ଟଙ୍କାର କାରବାର ଲକ୍ଷ୍ୟ ରହିଛି ।

ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ ୬,୫୦୦ଟି ବ୍ୟବସାୟିକ ଉଦ୍ୟମ ନିର୍ମାଣ ସହିତ ୨୫୦ କୋଟି ମୂଲ୍ୟର ସବସିଡ଼ି ପ୍ରଦାନ କରିବା ଲକ୍ଷ୍ୟ ରଖିଛି । ସେଥିରୁ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ପାଇଁ ୨୦୦ କୋଟି ଏବଂ ଶୀତଳ ଭଣ୍ଡାର ସହାୟତା ଯୋଜନା ପାଇଁ ୫୦ କୋଟି ରହିଛି ।

ଅନୁରୂପଭାବେ, ଓଡ଼ିଶାରେ କାଜୁ ଚାଷକୁ ସୁଦୃଢ କରିବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ନିଗମ ୫୦୦ ହେକ୍ଟର ହାଇବ୍ରିଡ଼ କାଜୁ ପୁନଃରୋପଣ କାର୍ଯ୍ୟକ୍ରମ ଏବଂ ୧୩୩୬.୨୨ ହେକ୍ଟରରୁ ଅଧିକ ବୃକ୍ଷର ରକ୍ଷଣାବେକ୍ଷଣ କରିବ । ଏହାଛଡ଼ା ଏହାର ବିଦ୍ୟମାନ ୨୦ ଟି କ୍ଲୋନାଲ୍ ନର୍ସରୀରୁ ୩୫ ଲକ୍ଷ ହାଇବ୍ରିଡ଼ କାଜୁ କଲମ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି ।

ଏହି ଏମଓୟୁ ସ୍ୱାକ୍ଷରିତବେଳେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Friday, May 2, 2025

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କେମିତି ରେଜଲ୍ଟ ଚେକ୍ କରିବେ ଜାଣନ୍ତୁ

ଉପକୁଳ ସମାଚାର 

ଭୁବନେଶ୍ୱର, ୦୨/୦୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଅପରାହ୍ନ ୪ଟାରେ କଟକ ସ୍ଥିତ ବିଏସଇ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ। ଏହାପରେ ସନ୍ଧ୍ୟା ୬ଟାରୁ ଛାତ୍ରଛାତ୍ରୀ ମାନେ ବୋର୍ଡର ଅଫିସିଆଲ ୱେବସାଇଟ www.bseodisha.ac.in ଅନଲାଇନରେ ନିଜର ରେଜଲ୍ଟ ଦେଖିପାରିବେ ।

ଏହାବ୍ୟତୀତ ଇଣ୍ଟରନେଟ୍ ସଂଯୋଗ ନଥିବା ଛାତ୍ରଛାତ୍ରୀ ମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ଦେଖିପାରିବେ। “OR10<space>ରୋଲ୍ ନମ୍ବର” ଟାଇପ୍ କରି 5676750 ନମ୍ବରରେ ପଠାଇ ରେଜଲ୍ଟ ଦେଖି ପାରିବେ।

ଉଲ୍ଲେଖଯୋଗ୍ୟ, ୩୦ଟି ଜିଲ୍ଲାର ୩୧୩୩ଟି ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ ସେଣ୍ଟରରେ ଅନୁଷ୍ଠିତ ଏଚ୍ଏସ୍ସି ପରୀକ୍ଷାରେ ମୋଟ ୫ ଲକ୍ଷ ୧୦ ହଜାର ୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ରାଜ୍ୟରେ ରବି ଋତୁ ଧାନକିଣା ନେଇ ଆନ୍ତଃ ମନ୍ତ୍ରୀ ସ୍ତରୀୟ ସମୀକ୍ଷା ବୈଠକ

ଧାନକିଣା ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି

୨୦ ଜିଲ୍ଲାରୁ ୧୪ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯିବା ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର, ୦୧/୦୫: ରାଜ୍ୟରେ ଚଳିତ ରବି ଋତୁରେ ଧାନ କିଣା ନେଇ ବିଭିନ୍ନ ବିଭାଗୀୟ ପ୍ରସ୍ତୁତି ଶେଷ ହୋଇଛି । ସମ୍ପୃକ୍ତ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ରଖି ଧାନ କିଣା ସୁପରିଚାଳନା ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ଆନ୍ତଃ ମନ୍ତ୍ରୀ ସ୍ତରୀୟ ସମୀକ୍ଷା ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତଙ୍କ ସମେତ ବିଭାଗୀୟ ସଚିବ ଏବଂ ଆଭାସୀ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଚଳିତ ବର୍ଷ ଖରିଫ ଧାନକିଣା ସମ୍ପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ଗତ ଖରିଫ୍‌ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଥିଲା । ଏଥିନିମନ୍ତେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନ୍‌ପୁଟ୍‌ ସହାୟତା ଭାବେ ୫୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସେହିଭଳି ଚଳିତ ରବି ଋତୁ ପାଇଁ  ଆସନ୍ତା ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଧାନକିଣା ପ୍ରକ୍ରିୟା ଜାରି ରହିବ । ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ନେଇ ବୈଠକରେ ଅବଗତି କରାଯାଇଥିଲା । ଏଥିନିମନ୍ତେ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଯାହା ଗତବର୍ଷ ତୁଳନାରେ  ଅଧିକ ରହିଛି । ଚଳିତ ରବି ଋତୁରେ ମୋଟ୍‌ ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ଯିବ ।

ଗତ ଖରିଫ ଋତୁରେ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା କରାଯାଇ ଅଧିକ ପରିମାଣର ଧାନ ସଂଗ୍ରହ କରାଯାଇଥିଲା। ଏଥିନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ଖରିଫ ଋତୁରେ ଧାନକିଣା ପ୍ରକ୍ରିୟା ସୁଗମ ହୋଇପାରିଥିବା ନେଇ ଉପ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । ଅନୁରୂପ ଭାବେ ଚଳିତ ରବି ଋତୁରେ ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ ଏଥିପ୍ରତି ସଜାଗ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ପ୍ରତ୍ୟେକ ମଣ୍ଡିରେ କ୍ୟାମେରା ଲଗାଇବା ସହ ନୋଡାଲ ଅଫିସର ଓ ସୁପରଭାଇଜର ନିଯୁକ୍ତି ତୁରନ୍ତ କରିବାକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଅଧିକ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଥିବାରୁ ଏଥିପ୍ରତି ସଜାଗ ରହିବା ଆବଶ୍ୟକତା ରହିଛି । ସେହିଭଳି ମଣ୍ଡି ମନିଟରିଂ ଆପ୍‌ ମାଧ୍ୟମରେ ସେମାନଙ୍କର ପଞ୍ଜୀକରଣ କରିବା ଏବଂ କର୍ତ୍ତବ୍ୟରେ ଅବହେଳା କରୁଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଥିଲେ ।  ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରି ଉତ୍ତମ ଅନୁଭୂତି ନେଇ ଫେରିବେ ଏବଂ ଧାନକିଣା ସମ୍ପର୍କିତ ଅଭିଯୋଗ ଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଖରିଫ ଭଳି ଚଳିତ ରବିଋତୁରେ ମଧ୍ୟ ଧାନ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଓ ଇନ୍‌ପୁଟ୍‌ ସହାୟତା ବାବଦକୁ ୮୦୦ ଟଙ୍କା ଭାବେ ମୋଟ୍‌ ୩୧୦୦ ଟଙ୍କା ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ପ୍ରଦାନ କରାଯିବ ।  ଏଥିସହ ୧୯୬୭ ମାଧ୍ୟମରେ ଧାନକିଣା ନେଇ ଅଭିଯୋଗ କରିହେବ । ପ୍ରତ୍ୟେକ ମଣ୍ଡିରେ ପାନୀୟ ଜଳ ସହ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଅଦିନିଆ ବର୍ଷା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଣ୍ଡିରେ ରଖାଯାଇଥିବା ଧାନର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯଇଥିବା ନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିଭଳି ବାହାର ରାଜ୍ୟର ଧାନଗାଡ଼ି ଯେଭଳି ଆମ ରାଜ୍ୟ ଭିତରକୁ ନଆସେ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସ୍କ୍ୱାଡ୍‌ ମୁତୟନ ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି । ମଣ୍ଡିରୁ ମିଲ୍‌କୁ ଯାଉଥିବା ଧାନଗାଡ଼ିକୁଡ଼ିକ ଉପରେ କ୍ୟାମେରା ସଂଯୋଗ କରାଯିବ । ଏଥିନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ  ଶୁଭମ୍‌ ସକ୍ସେନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦାମ ଚରଣ ମଣ୍ଡଳ, ସମବାୟ ସମିତି ରେଜିଷ୍ଟ୍ରର ଶ୍ରୀ ସିଦ୍ଧାର୍ଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପୁଣି କିଟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଭୁବନେଶ୍ୱର, ୦୧/୦୫: ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)ରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ପ୍ରିଶା ଶାହା। ୪ ନମ୍ବର କ୍ୟାମ୍ପସ ହଷ୍ଟେଲ ରୁମ ୧୧୧ରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଡିସିପି ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଥାଇପାରେ ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ପୋଲିସ କମିଶନର ସେ ଦେବଦତ୍ତ ସିଂହ। ସେ କମ୍ପ୍ୟୁଟର ସାଇନ୍ସ ପଢୁଥିଲେ ଏବଂ ନେପାଳର ବୀରଗଞ୍ଜ ଅଞ୍ଚଳର ବାସିନ୍ଦା ଥିଲେ। ତେବେ ଏହି ଘଟଣା ସମ୍ପର୍କରେ କିଟ୍ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏବେ ବି କାଶ୍ମୀରରେ ଲୁଚି ରହିଛନ୍ତି ଆତଙ୍କୀପାଖରେ ମହଜୁଦ ରଖିଛନ୍ତି ଅତ୍ୟାବଶ୍ୟକୀୟ ସାମଗ୍ରୀ

ପାଖରେ ମହଜୁଦ ରଖିଛନ୍ତି ଅତ୍ୟାବଶ୍ୟକୀୟ ସାମଗ୍ରୀ

ନୂଆଦିଲ୍ଲୀ, ୦୧/୦୫: ପହଲଗାମରେ ତାଣ୍ଡବ ରଚି ଭାରତୀୟମାନଙ୍କ ନିଦ ହଜାଇ ଦେଇଥିବା ଆତଙ୍କବାଦୀମାନେ ଏବେ ବି କାଶ୍ମୀରରେ ଲୁଚି ରହିଛନ୍ତି। ଦକ୍ଷିଣ କାଶ୍ମୀରରେ‌ ଏହି ଆତଙ୍କବାଦୀମାନେ ଏବେ ବି ସକ୍ରିୟ ରହିଥିବାର ଏନଆଇଏକୁ ସୂଚନା ମିଳିଛି। ଯଦି ସୁରକ୍ଷା ବାହିନୀ ପକ୍ଷରୁ ଦୃଢ଼ ଜବାବ ଦିଆଯାଏ ତେବେ ଏହି ଆତଙ୍କବାଦୀମାନେ କଭର ଫାୟାର କରିବାର ସମ୍ଭାବନା ରହିଛି।

ଏହି ଆତଙ୍କବାଦୀମାନେ ଜଙ୍ଗଲ ମଧ୍ୟରେ ଦୀର୍ଘ ସମୟ ଧରି ରହିବା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଶୁଖିଲା ଖାଦ୍ୟ ଓ ଫଳମୂଳ ପାଖରେ ରଖୁଛନ୍ତି। ସେହିପରି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆତଙ୍କୀମାନେ ପ୍ରଥମେ ବୈସରନ ଉପତ୍ୟକାର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ଅବରୋଧ କରିଥିଲେ। ଦୁଇ ଜଣ ମୁଖ୍ୟ ଗେଟ୍ ଦେଇ ପ୍ରବେଶ କରିଥିଲେ, ଜଣେ ପ୍ରସ୍ଥାନ ପଥରେ ନିୟୋଜିତ ଥିଲେ ଏବଂ ଚତୁର୍ଥ ଜଣକ ପାଖ ଜଙ୍ଗଲରେ ଲୁଚି ରହିଥିଲେ। ଦୁଇ ଜଣ ସାମରିକ ପୋଷାକ ପିନ୍ଧିଥିବା ବେଳେ ଅନ୍ୟ ଜଣେ ପାରମ୍ପରିକ କାଶ୍ମୀରୀ ପୋଷାକ ପିନ୍ଧିଥିଲେ।

ସେମାନେ ପ୍ରବେଶ ଦ୍ଵାର ପାଖରେ ଥିବା ପ୍ରଥମେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସେମାନେ ମୁଖ୍ୟତଃ ହିନ୍ଦୁ ପୁରୁଷମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଚା’ ଓ ଭେଲପୁରୀ ଷ୍ଟଲ ନିକଟରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ବେଳେ ସେଠାରେ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଏହି ହତ୍ୟାକାଣ୍ଡ ପରେ ଆତଙ୍କବାଦୀମାନେ ବୈସରନ ଘାଟିର ବାମ ପାର୍ଶ୍ୱରେ ଥିବା କାନ୍ଥ ଡେଇଁ ଅଞ୍ଚଳ ଛାଡ଼ି ପଳାଇଥିଲେ‌ ବୋଲି ଜଣାପଡ଼ିଛି।

ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ କଂଗ୍ରେସର ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ପଛୁଆ ଓ ବଞ୍ଚିତ ବର୍ଗଙ୍କ ଅଧିକାରକୁ କଂଗ୍ରେସ ସର୍ବଦା ଉପେକ୍ଷିତ କରିଛି, କାକା କାଲେଲକର କମିଶନଙ୍କ ରିପୋର୍ଟକୁ କିଏ ପ୍ରତ୍ୟାଖ୍ୟାନ କରିଥିଲା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

କଂଗ୍ରେସ ଦଳ ସର୍ବଦା ଦେଶର ବଞ୍ଚିତ, ଆଦିବାସୀ, ଦଳିତ ଏବଂ ପଛୁଆ ବର୍ଗଙ୍କୁ ବିରୋଧ କରିଛି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୧/୦୫: ଜାତିଭିତ୍ତିକ ଜନଗଣନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ନିଷ୍ପତ୍ତି ନେବା ପରେ କିଛି ଲୋକ ବିଳି ବିଳେଇ ହେଉଛନ୍ତି । ସେମାନେ ‘ସରକାର ତୁମର ଓ ବ୍ୟବସ୍ଥା ଆମର’ ବୋଲି କହୁଛନ୍ତି । ତେବେ ୧୯୫୧ରେ ସରକାର କାହାର ଥିଲା ଏବଂ ସିଷ୍ଟମ କାହାର ଥିଲା? କାକା କାଲେଲକର କମିଶନର ରିପୋର୍ଟ, ମଣ୍ଡଳ କମିଶନଙ୍କ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିବା ତଥା ସାମାଜିକ ନ୍ୟାୟ ବିରୋଧରେ ସବୁବେଳେ ଥିବା କଂଗ୍ରେସ ବିଜେପିକୁ ଏହି ପ୍ରସଙ୍ଗରେ ଟାଇମଲାଇନ ନେଇ ପ୍ରଶ୍ନ କରିବା ଦୁର୍ଭାଗ୍ୟଜନକ ବୋଲି ଗୁରୁବାର ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ କଂଗ୍ରେସର ମନ୍ତବ୍ୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଜେପି ପାର୍ଟି ଯାହା କୁହେ, ସେହି କଥାକୁ ପାଳନ କରେ । ସାମନ୍ତବାଦ ଏବଂ ଅହଙ୍କାର କଂଗ୍ରେସର ପରିଚୟ । ୧୯୫୧ ମସିହାରେ ସରକାର ଓ ବ୍ୟବସ୍ଥା କାହା ପାଖରେ ଥିଲା ? ସେତେବେଳେ ଜାତିଭିତ୍ତିକ ଜନଗଣନା କାହିଁକି ଗ୍ରହଣ କରାଯାଇନଥିଲା ? ଏହାର କାରଣ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଜାତିଗତ ସଂରକ୍ଷଣର ଘୋର ବିରୋଧୀ ଥିଲେ । ଏହି କଥା କେବଳ ତାଙ୍କର ବୟାନବାଜିରେ ସୀମିତ ନ ଥିଲା ବରଂ ସେ ରାଜ୍ୟ ସରକାରଙ୍କୁ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚିନ୍ତାପ୍ରକଟ କରିଥିଲେ, ଯଦି ଜାତି ଆଧାରରେ ସଂରକ୍ଷଣ ମିଳେ ତେବେ ଗୁଣବତ୍ତା ହ୍ରାସ ପାଇବ । କାକା କାଲେଲକର କମିଶନଙ୍କ ରିପୋର୍ଟକୁ ଲମ୍ବା ସମୟ ଧରି ସାମ୍ନାକୁ ନ ଆଣିବା ପାଇଁ କିଏ ଯୋଜନା କରିଥିଲା ? ଯଦି ବାପୁ, ସର୍ଦ୍ଦାର ପଟେଲ, ବାବା ସାହେବ ଏବଂ ସମ୍ବିଧାନ ସଭା ନ ହୋଇଥାନ୍ତା ତେବେ କଂଗ୍ରେସ ସଂରକ୍ଷଣର ବ୍ୟବସ୍ଥା ବି କରିନଥାନ୍ତା ।

୧୯୭୭ ମସିହାରେ ଜନତା ପାର୍ଟି ସରକାର ସାମାଜିକ ନ୍ୟାୟକୁ ତୃଣମୂଳ ସ୍ତରରେ ଆଣିବା ପାଇଁ ମଣ୍ଡଳ କମିଶନ ଗଠନ କରିଥିଲେ। ବିଜେପିର ପୂର୍ବ ସ୍ୱରୂପ ଜନସଂଘ ଜନସଂଘ ଏହି ସରକାରର ଅଂଶବିଶେଷ ଥିଲା । ମଣ୍ଡଳ କମିଶନ ରିପୋର୍ଟକୁ ଦୀର୍ଘ ୧୦ ବର୍ଷ ଧରି କଳା କୋଠରୀରେ ରଖିବା ପାଇଁ କିଏ ଚେଷ୍ଟା କରିଥିଲା ? ସେତେବେଳେ ‘ସରକାର ଓ ବ୍ୟବସ୍ଥା’ କାହା ହାତରେ ଥିଲା ? ମଣ୍ଡଳ କମିଶନ ଯେତେବେଳେ ଲାଗୁ କରାଗଲା ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବୟାନ କ’ଣ ଥିଲା? କ’ଣ ଥିଲା କଂଗ୍ରେସର ଆଭିମୁଖ୍ୟ ? ଯେଉଁମାନେ ‘ସରକାର ତାଙ୍କର ଏବଂ ଆମର ସିଷ୍ଟମ’ ବୋଲି କହୁଛନ୍ତି, ସେମାନଙ୍କ ଅହଂକାର ଓ ଦମ୍ଭ ସ୍ପଷ୍ଟ ଭାବେ ପଦାକୁ ଆସିଛି ।

ବିଜେପି ସମର୍ଥନରେ ଭିପି ସିଂ ସରକାର ମଣ୍ଡଳ କମିଶନ ଲାଗୁ କରିଥିଲେ । ସେହି ସମୟରେ ବିରୋଧୀ ଦଳ ନେତା ରାଜୀବ ଗାନ୍ଧୀ ସଂସଦରେ ଲମ୍ବା ସମୟ ଧରି ଓବିସି ସମାଜ ବିରୁଦ୍ଧରେ ନିଜ ବିଷ ଓଗାଳିଥିଲେ । କଂଗ୍ରେସ ଦଳ ସବୁବେଳେ ଓବିସି, ବଞ୍ଚିତ ବର୍ଗ, ଆଦିବାସୀ, ଦଳିତ, ପଛୁଆ ବର୍ଗଙ୍କ ବିରୋଧୀ । ଯେଉଁମାନଙ୍କୁ ଏହି ପ୍ରସଙ୍ଗରେ ଜ୍ଞାନ ନାହିଁ ସେମାନେ ସାମାଜିକ ନ୍ୟାୟ କଥା କହୁଛନ୍ତି ? ୨୦୧୦ରେ କଂଗ୍ରେସ ସରକାର ନିର୍ଣ୍ଣୟ କଲା ମନ୍ତ୍ରୀ ସମୂହ ହେବ ଏବଂ ୨୦୧୧ ଜନଗଣନାରେ ଜାତିଗତ ଜନଗଣନାକୁ ସାମିଲ କରାଯିବ । କିନ୍ତୁ ସେମାନେ ଏଥିରୁ ପଛକୁ କାହିଁକି ହଟିଲେ ? ଭାରତରେ ସାମାଜିକ ନ୍ୟାୟ ଏକ ପ୍ରତିବଦ୍ଧ ବିଷୟ ହୋଇସାରିଛି ଏହା ଉପରେ ଜନଜାଗରଣ ହୋଇସାରିଛି । ଯେଉଁ ମାନେ ସାମାଜିକ ନ୍ୟାୟର ଡିଣ୍ଡିମ ପିଟୁଛନ୍ତି ସେହିମାନେ ବାବା ସାହେବଙ୍କୁ ଭାରତ ରତ୍ନ ଦେଇନଥିଲେ । ମାତ୍ର ବିଜେପି ସମର୍ଥିତ ଭିପି ସିଂ ସରକାର ବାବା ସାହେବଙ୍କୁ ଭାରତ ରତ୍ନ ଦେଇଥିଲେ ।

ଶ୍ରୀ ପ୍ରଧାନ ଜାତିଭିତ୍ତିକ ଜନଗଣନାର ସକରାତ୍ମକ ଚିପ୍ପଣୀ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ଧନ୍ୟବାଦ ଦେଇଛନ୍ତି । ସବକା ସାଥ୍, ସବକା ବିକାଶ ମୋଦୀ ସରକାରଙ୍କ ବିଚାର ଓ ଦାର୍ଶନିକ ମତ । ଆମର ସମସ୍ତ କାର୍ଯ୍ୟକ୍ରମ, ଯୋଜନାର ମୂଳ ଲକ୍ଷ୍ୟ ସାମାଜିକ ନ୍ୟାୟ ହିଁ ଥିଲା। ସମାଜର ସମସ୍ତ ବର୍ଗକୁ ଲାଭ, ସୁବିଧା ଦେବା ଏହା ଆମର ଲକ୍ଷ୍ୟ ଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗ୍ରହଣ କରାଯାଇଥିବା ଜାତୀୟ ଜନଗଣନାର ନିଷ୍ପତ୍ତି ସାମାଜିକ ନ୍ୟାୟ ପାଇଁ ଏନଡ଼ିଏ ସରକାରଙ୍କର ପ୍ରତିବଦ୍ଧତାର ଏକ ବହୁତ ବଡ ପଦକ୍ଷେପ ।

ଯେପରି ପୁସ୍ତକର ମଲାଟ ବଦଳାଇଦେଲେ ପୁସ୍ତକର ବିଷୟବସ୍ତୁରେ କୌଣସି ପରିବର୍ତ୍ତନ ଆସିନାହିଁ, ସେହିପରି କଂଗ୍ରେସର ଚରିତ୍ର ସବୁବେଳେ ସୁଯୋଗବାଦୀ ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି ଉପରେ କେନ୍ଦ୍ରୀଭୂତ । ଦେଶରେ ପ୍ରଥମ ଥର ଲମ୍ବା ସମୟର ବ୍ୟବଧାନ ପରେ ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ଦେବା, ବହୁ ସଂଖ୍ୟାରେ ବଞ୍ଚିତ ସମାଜର ପ୍ରତିନିଧିତ୍ଵକୁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ପରିଧିକୁ ଆଣିବା, କେନ୍ଦ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବା, ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଏହି ବର୍ଗରୁ ପ୍ରତିନିଧିତ୍ୱ କରିବା, ଲୋକସଭା ରାଜ୍ୟସଭାରେ ପ୍ରତିନିଧିତ୍ଵ କରିବା ପାଇଁ ସୁଯୋଗ ଦେବା ସାମାଜିକ ନ୍ୟାୟର ପ୍ରତିବଦ୍ଧତାର ପ୍ରତିଫଳନ । ଦେଶ ସ୍ଵାଧୀନତା ପର ଠାରୁ ଆଗାମୀ ଜନଗଣନା ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଜାତିଗତ ଜନଗଣନା ଭଳି ଐତିହାସିକ ନିଷ୍ପତ୍ତି କ୍ୟାବିନେଟରେ ମଞ୍ଜୁର ହୋଇଛି । ଦଳଗତ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଆଜି ଯେଉଁଭଳି ଭାବେ ଦେଶ ଏହି ଦୃଢ ନିର୍ଣ୍ଣୟକୁ ସ୍ୱାଗତ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ତିନୋଟି ନୂତନ ପଦକ୍ଷେପ

ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ତିନୋଟି ନୂତନ ପଦକ୍ଷେପ

ଭୋଟର ତାଲିକାର ଅପଡେସନ୍ ପାଇଁ ମୃତ୍ୟୁ ପଞ୍ଜୀକରଣର ତଥ୍ୟ ଇଲେକ୍ଟ୍ରୋନିକ୍ ଦ୍ୱାରା ହାସଲ କରିବା। ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ମାନକ ଫଟୋ ପରିଚୟପତ୍ର ମିଳିବ। ଭୋଟର ସୂଚନା ସ୍ଲିପ୍‌ଗୁଡ଼ିକୁ ଅଧିକ ଭୋଟର ଅନୁକୂଳ କରାଯିବ।

ନୂଆଦିଲ୍ଲୀ, ୦୧/୦୫: ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକାର ସଠିକତାକୁ ଉନ୍ନତ କରିବା, ନାଗରିକମାନଙ୍କ ପାଇଁ ଭୋଟ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିବା ପାଇଁ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଚଳିତ ବର୍ଷ ମାର୍ଚ୍ଚ ମାସରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ଉପସ୍ଥିତିରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସମ୍ମିଳନୀ ସମୟରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କ ଦ୍ୱାରା ପରିକଳ୍ପିତ ପଦକ୍ଷେପ ସହିତ ସମାନ ।

କମିଶନ ଏବେ ଭୋଟର ପଞ୍ଜୀକରଣ ନିୟମ, ୧୯୬୦ର ନିୟମ ୯ ଏବଂ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଆଇନ, ୧୯୬୯ର ଧାରା ୩(୫)ବି ରେ ସଂଶୋଧିତ) ଅନୁଯାୟୀ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କଠାରୁ ଇଲେକ୍ଟ୍ରୋନିକ୍ ଭାବରେ ମୃତ୍ୟୁ ପଞ୍ଜୀକରଣ ତଥ୍ୟ ପ୍ରାପ୍ତ କରିବେ। ଏହା ନିଶ୍ଚିତ କରିବ ଯେ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନେ ପଞ୍ଜିକୃତ ମୃତ୍ୟୁ ବିଷୟରେ ସମୟାନୁସାରେ ସୂଚନା ପାଇବେ। ଏହା ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ଫର୍ମ ୭ ଅନୁଯାୟୀ ଆନୁଷ୍ଠାନିକ ଅନୁରୋଧକୁ ଅପେକ୍ଷା ନକରି କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ସୂଚନା ପୁନଃଯାଞ୍ଚ କରିବାକୁ ସକ୍ଷମ କରିବ ।

ଭୋଟର ସୂଚନା ସ୍ଲିପ୍ କୁ ଅଧିକ ଭୋଟର ଅନୁକୂଳ କରିବା ପାଇଁ, କମିଶନ ଏହାର ଡିଜାଇନ୍ ପରିବର୍ତ୍ତନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଭୋଟରଙ୍କ କ୍ରମିକ ସଂଖ୍ୟା ଏବଂ ଅଂଶ ସଂଖ୍ୟା ଏବେ ଅଧିକ ପ୍ରମୁଖ ଭାବରେ ପ୍ରଦର୍ଶିତ ହେବ, ଫଣ୍ଟ ଆକାର ବୃଦ୍ଧି କରାଯିବ, ଯାହା ଫଳରେ ଭୋଟରମାନେ ସେମାନଙ୍କର ମତଦାନ କେନ୍ଦ୍ର ଚିହ୍ନଟ କରିପାରିବେ ଏବଂ ମତଦାନ ଅଧିକାରୀମାନେ ଭୋଟର ତାଲିକାରେ ଦକ୍ଷତାର ସହିତ ସେମାନଙ୍କର ନାମ ଚିହ୍ନଟ କରିପାରିବେ।

କମିଶନ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୧୩ ବି ଅନୁଯାୟୀ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନଙ୍କ ଦ୍ୱାରା ନିଯୁକ୍ତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ମାନକ ଫଟୋ ପରିଚୟପତ୍ର ପ୍ରଦାନ କରାଯିବ ଯାହା ଦ୍ୱାରା ନାଗରିକମାନେ ଭୋଟର ଯାଞ୍ଚ ଏବଂ ପଞ୍ଜିକରଣ ଅଭିଯାନ ସମୟରେ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ  ଚିହ୍ନିପାରିବେ ଏବଂ ସେମାନଙ୍କ ସହିତ ଆତ୍ମବିଶ୍ୱାସର ସହିତ ଯୋଗାଯୋଗ କରିପାରିବେ । ନିର୍ବାଚନ ସମ୍ବନ୍ଧୀୟ କର୍ତ୍ତବ୍ୟ ପାଳନ କରିବାରେ ଭୋଟର ଏବଂ ଭାରତୀୟ ନିର୍ବାଚନ କମିଶନ ମଧ୍ୟରେ ପ୍ରଥମ ଇଣ୍ଟରଫେସ୍ ଭାବରେ, ଘରକୁ ଘର ପରିଦର୍ଶନ କରିବା ସମୟରେ ବ୍ଲକ ସ୍ତରୀୟ ଅଧିକାରୀମାନେ ସାଧାରଣ ଲୋକଙ୍କ ଦ୍ୱାରା ସହଜରେ ଚିହ୍ନଟ ହୋଇପାରିବେ।

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...