AFFILIATE MARKETING

https://binomo.com?a=90810425bb57&t=0

Saturday, March 16, 2024

୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

COASTAL NEWS ODIA 1772

୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର



ଭୁବନେଶ୍ବର - (CNO) ଘୋଷଣା ହୋଇଯାଇଛି ଓଡ଼ିଶା ବିଧାନସଭା ନିର୍ବାଚନ ତାରିଖ । କିନ୍ତୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୪ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

ରାଜଧାନୀର ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ହେବା ନେଇ କ୍ୟାବିନେଟରେ ସବୁଜ ସଂକେତ ମିଳିପାରିଛି । ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ପାଇଁ କ୍ୟାବିନେଟ ଅନୁମୋଦନ ମିିଳିଛି।ସେହିପରି କଟକ ଚାଉଳିଆଗଞ୍ଜରେ ଏକ ଡିଏଭି ମେଡିକାଲ ପବ୍ଲିକ ସ୍କୁଲ ତିଆରି କରିବେ ରାଜ୍ୟ ସରକାର । ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ କ୍ୟାବିନେଟରେ ନଷ୍ପତ୍ତି ହୋଇଛି। 



ଏହାବ୍ୟତୀତ କଟକ ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିପାରିଛି । ଅନ୍ୟପକ୍ଷରେ ସାଲେପୁର ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ବ୍ରିଜ ନିର୍ମାଣକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ ବୈଠକ । ଏଥିପାଇଁ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୩ ବର୍ଷରେ ସେତୁ ନିର୍ମାଣ କାମ ସରିବ।

ଜଳସେଚିତ ଅଞ୍ଚଳରେ ପୁରୁଣା କରନାଳୀର ପୁନଃନିର୍ମାଣ କାମ ବଢିବା ପାଇଁ ମଧ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ପୁନଃନିର୍ମାଣ କାର୍ଯ୍ୟର ଅବଧିକୁ ବୃଦ୍ଧି କରିବା ନିଷ୍ପତ୍ତି ନିଆଯାଇଛି । ତାଳଚେର ଫର୍ଟିଲାଇଜର ଲିମିଟେଡକୁ ୮୫୬ ଏକର ଜାଗା ପଞ୍ଜିକରଣ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଷ୍ଟାମ୍ପ ଭେଣ୍ଡରଙ୍କ କମିସନ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ; ୧୩ ମଇରୁ ଓଡ଼ିଶାରେ ଭୋଟ

COASTAL NEWS ODIA 1771

ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ; ୧୩ ମଇରୁ ଓଡ଼ିଶାରେ ଭୋଟ


ଭୁବନେଶ୍ବର - (CNO) ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ । ୧୩ ମଇରୁ ଓଡ଼ିଶାରେ ଭୋଟ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ।ଜୁନ୍‌ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି ହେବ । ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ । ଜୁନ୍‌ ୪ ମଙ୍ଗଳବାର ଦିନ ହେବ ଭୋଟ ଗଣତି ।

ଓଡିଶା ବିଧାନସଭା ନିର୍ବାଚନ 

ମେ ୧୩ରେ ୨୮ ବିଧାନସଭା ପାଇଁ ହେବ ଭୋଟ୍‌ ଗ୍ରହଣ । ମେ ୨୦ରେ ୩୫ ବିଧାନସଭା ପାଇଁ ଭୋଟ୍‌ । ମେ ୨୫ରେ ୪୨ ବିଧାନସଭା ଆସନରେ ଭୋଟ । ଜୁନ୍‌ ୧ରେ ୪୨ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହିତ ଅନ୍ୟ ଦୁଇ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ତଦନୁଯାୟୀ ଓଡ଼ିଶାରେ ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ । ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ ଗ୍ରହଣ କରାଯିବ । ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ ତାରିଖରେ ଭୋଟ ଗ୍ରହଣ କରାଯିବ । ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୨୪ ତାରିଖରେ ଶେଷ ହେବ । ୨୦୧୯ ଏପ୍ରିଲ ମାସରେ ଏଠାରେ ହୋଇଥିଲା ବିଧାନସଭା ନିର୍ବାଚନ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ଭୋଟ ଦେବେ । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି ।

ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସିଇସି ରାଜୀବ କୁମାର । ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌। ଭୋଟ ଗ୍ରହଣ ପାଇଁ ଦେଢ଼ କୋଟି ପୋଲିଂ ଅଫିସର ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୫୫ ଲକ୍ଷ ଇଭିଏମ୍‌ ପ୍ରସ୍ତୁତ ରହିଛି ।

ବିଜେଡି ଛାଡ଼ିଲେ ଅରିନ୍ଦମ୍; ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା

COASTAL NEWS ODIA 1770

ବିଜେଡି ଛାଡ଼ିଲେ ଅରିନ୍ଦମ୍; ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା 


ଭୁବନେଶ୍ବର - (CNO) ବିଜେଡି ଛାଡ଼ିଲେ ଅରିନ୍ଦମ୍ । ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ । ଦଳର ସଭାପତି ନବୀନ ପଟ୍ଟନାୟଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅରିନ୍ଦମ । ଇସ୍ତଫା ପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି ଅରିନ୍ଦମ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା କହିଲେ ଅରିନ୍ଦମ । ତେବେ ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବା ପରେ ଏହି ପ୍ରସଙ୍ଗ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।  

ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଭିଣୋଇ ଅରିନ୍ଦମ ରାୟ, ବିଜେଡି ଛାଡିବାକୁ ନେଇ କଟକ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ସୂଚନା ଅନୁଯାୟୀ, ସେହିପରି କିଛି ମାସ ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ଅରିନ୍ଦମ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ । ଦଳ ଯଦି ତାଙ୍କୁ ଆବଶ୍ୟକ କରୁନାହିଁ, ତେବେ ସେ ଦଳରେ କାହିଁକି ରହିବେ ବୋଲି କହିଥିଲେ । ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ଅରିନ୍ଦମ ବିଜେଡି ଛାଡି ପାରନ୍ତି ।

ବିଜେପିରେ ମିଶିବା ପରେ ବିଜେଡିକୁ ଟାର୍ଗେଟ କଲେ ଅରିନ୍ଦମ । ସେଠି ଆଉ କାମ କରିବାର ସୁଯୋଗ ନାହିଁ ବୋଲି କହିଲେ । ସେ ଦଳର ସାଚୁରେସନ ଆସିଗଲାଣି, ଆଉ ଫଙ୍କସନ୍‌ ନାହିଁ । ସେଠି କାମ କରିବାର ଶୈଳୀ ବଦଳି ଗଲାଣି, ଖାପଖୁଆଇ ପାରିଲିନି । 

ସେଠି କାମ କରିବା ସୁଯୋଗ ନାହିଁ, ସେଠି ମୋର ଜାଗା ଥିବା ଭାବିଲିନି । ସେମାନେ ମୋତେ ବହୁତ କାମ କରାଇଛନ୍ତି, ଆଉ କାମ ସୁଯୋଗ ନାହିଁ । ଦଳର ନେତାଙ୍କୁ ଭେଟିବା ଏବେ ଇମ୍ପସିବୁଲ ହୋଇଗଲାଣି ବୋଲି କହିଲେ ଅରିନ୍ଦମ। ଯଦି ନେତାଙ୍କୁ ଭେଟିପାରିବୁନି, ଆଉ ସେଠି ରହିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା : କେ. କବିତାଙ୍କୁ ଗିରଫ କଲା ଇଡି

COASTAL NEWS ODIA 1769

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା : କେ. କବିତାଙ୍କୁ ଗିରଫ କଲା ଇଡି



ନୂଆଦିଲ୍ଲୀ - (CNO) ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଏବଂ ବିଆରଏସ ଏମଏଲସି କେ. କବିତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆଜି ଚଢାଉ କରିଥିଲା । ଦିଲ୍ଲୀର ମଦ ସ୍କାମ ମାମଲାରେ ତାଙ୍କୁ ନାମିତ କରାଯାଇଥିଲା । ତାଙ୍କୁ ପୂର୍ବରୁ ଉଭୟ ଇଡି ଏବଂ ସିବିଆଇ ପଚରାଉଚରା ପାଇଁ ଡକାଯାଇଥିଲା । ଆଉ ବର୍ତ୍ତମାନ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍‌) ଏମ୍‌ଏଲ୍‌ସି କେ କବିତାଙ୍କୁ ଗିରଫ କରିଛି । 

ତଦନ୍ତକାରୀ ସଂସ୍ଥାର ଏକ ଟିମ୍ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ାଉ କରିବାର କିଛି ଘଣ୍ଟା ପରେ ବିଆର ଏସ୍ ନେତ୍ରୀଙ୍କୁ ଗିରଫ କରାଯାଇଥିଲା । ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ କବିତାଙ୍କୁ ତଦନ୍ତ ପାଇଁ ଦିଲ୍ଲୀ ଅଣାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି ।ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ଚଳିତ ବର୍ଷ ତଦନ୍ତକାରୀ ଏଜେନ୍‌ସି ଦ୍ୱାରା ଜାରି ହୋଇଥିବା ଅତି କମରେ ଦୁଇଟି ସମନକୁ ଏଡ଼ାଇ ଯାଇଥିଲେ ।  

ସୂଚନାନୁସାରେ ଏହାପୂର୍ବରୁ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ବିଆରଏସ ଏମଏଲସି କବିତାଙ୍କୁ ପ୍ରାୟ ନଅ ଘଣ୍ଟା ପଚରାଉଚରା କରାଯାଇଥିଲା । ଇଡି ତାଙ୍କୁ ସାଉଥ ଗ୍ରୁପର ଏକ ଅଂଶ ବୋଲି ଅଭିହିତ କରିଛି ଯେଉଁଥିରେ ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅଭିଷେକ ବୋଇନାପାଲ୍ଲୀ, ଅରୁଣ ପିଲ୍ଲାଇ ଏବଂ ଅନ୍ୟ ରାଜନୈତିକ ନେତାମାନେ ଆମ ଆଦମୀ ପାର୍ଟି କୁ ୧୦୦ କୋଟି ଟଙ୍କା ଲାଞ୍ଚ ପଠାଇଥିବା ଅଭିଯୋଗ ହୋଇଛି । 

ସେତେବେଳେ ବିଆରଏସ ଏମଏଲସି କବିତାଙ୍କୁ ପଚରାଉଚରା କରିବା ପରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ମନି ଲଣ୍ଡରିଂ ଘଟଣାରେ ଇଡି ତାଙ୍କ ପୂର୍ବତନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଦିଲ୍ଲୀ ଏକ୍ସାଇଜ ପଲିସି ୨୦୨୧-୨୨ ମାମଲାରେ ଅନିୟମିତତା ସମ୍ପର୍କରେ ଇଡି ଏପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୮ଥର ନୋଟିସ ପଠାଇଛି । ଏହା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ତଦନ୍ତକାରୀ ଏଜେନ୍ସିରେ ହାଜର ହୋଇନାହାଁନ୍ତି ।

ଦୋଛକିରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗ

COASTAL NEWS ODIA 1768

ଦୋଛକିରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗ 


  ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ - ଅମିତ ଶାହା 

ନୂଆଦିଲ୍ଲୀ - (CNO) ଦିଲ୍ଲୀରେ ବିଜେପି-ବିଜେଡି ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ। ଦିଲ୍ଲୀରେ ଇଣ୍ଡିଆ ଟୁଡେ କନକ୍ଲେଭରେ ବଡ଼ ବୟାନ ଦେଲେ ଅମିତ ଶାହ । ଅମିତ ଶାହା କହିଛନ୍ତି ଯେ ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତି । 

ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି ଅମିତ୍ ଶାହା କହିଛନ୍ତି । ଉଭୟ ଲୋକସଭା ଏବଂ ବିଧାନସଭାରେ ଦଳର ସ୍ଥିତିରେ ବଡ଼ ସୁଧାର ଆସିବ ବୋଲି କନକ୍ଲେଭରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଇ ନାହାନ୍ତି। ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Friday, March 15, 2024

ଆଜି ଘୋଷଣା ହୋଇପାରେ ଲୋକକସଭା ନିର୍ବାଚନ ତାରିଖ !

COASTAL NEWS ODIA 1758

ଆଜି ଘୋଷଣା ହୋଇପାରେ ଲୋକକସଭା ନିର୍ବାଚନ ତାରିଖ ! 


ନୂଆଦିଲ୍ଲୀ - (CNO) ନିର୍ବାଚନ ଆୟୋଗର ଦୁଇଜଣ ନୂତନ ନିର୍ବାଚନ କମିଶନରଙ୍କ ନାମ ଚୂଡାନ୍ତ ହୋଇସାରିଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅର୍ଥାତ୍ ମାର୍ଚ୍ଚ ୧୪ ତାରିଖରେ ଦିନ ଅନୁଷ୍ଠିତ ଚୟନ କମିଟି ବୈଠକରେ କେରଳର ଜ୍ଞାନେଶ୍ କୁମାର ଏବଂ ସୁଥବିନ୍ଧର ସିଂ ସାନ୍ଧୁଙ୍କ ନାମ ଚୂଡାନ୍ତ ହୋଇଛି। 

ଏହି ବୈଠକରେ ବିରୋଧୀଦଳ ନେତା ଅଧିର ରଞ୍ଜନ ମଧ୍ୟ ଉପସ୍ଥିତ ଥିଲେ । ଏହାରି ମଧ୍ୟରେ ଏକ ବଡ଼ ଖବର ରହିଛି, ସୂତ୍ରରୁ ପ୍ରକାଶ ଯେ ନିର୍ବାଚନ ଆୟୋଗ ଶୁକ୍ରବାର ତଥା ମାର୍ଚ୍ଚ ୧୫ ତାରିଖରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପାରନ୍ତି । ନିର୍ବାଚନ ଘୋଷଣା ସହିତ ଦେଶରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ମଧ୍ୟ ହେବ । 

ଜାମ୍ମୁ କାଶ୍ମୀରରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ହେଉଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି । ଏହି ସମୟରେ ସେ ଅନେକ ରାଜନୈତିକ ଦଳର ପ୍ରତିନିଧୀଙ୍କୁ ଭେଟିଥିଲେ। ଯେଉଁଠି ଜାମ୍ମୁ କାଶ୍ମୀରରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି କରିବାକୁ ସମସ୍ତ ଦଳ ଦାବି କରିଛନ୍ତି।

ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ତଥ୍ୟ, ଜାଣନ୍ତୁ କାହା ଠାରୁ କିଏ ପାଇଛି ଅଧିକ ପାଣ୍ଠି

COASTAL NEWS ODIA 1766

ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ତଥ୍ୟ, ଜାଣନ୍ତୁ କାହା ଠାରୁ କିଏ ପାଇଛି ଅଧିକ ପାଣ୍ଠି


ନୂଆଦିଲ୍ଲୀ - (CNO) ନିର୍ବାଚନ ବଣ୍ଡକୁ ନେଇ ଆସିଲା ବଡ ଖବର । କାହାକୁ କେତେ ମିଳିଛି ଚାନ୍ଦା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇଲେକ୍ଟୋରାଲ୍ ବଣ୍ଡ ତଥ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗତକାଲି ସାର୍ବଜନୀନ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଇଲେକ୍ସନ କମିଶନ ୱେବସାଇଟରେ ଅପଲୋଡ୍ ହୋଇଛି ଷ୍ଟେଟ ବ୍ୟାଙ୍କ୍ ଦାଖଲ କରିଥିବା ଡାଟା।


ତଥ୍ୟ ଥିବା ଦୁଇଟି ପିଡିଏଫ ମଧ୍ୟରୁ ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଏବଂ କ୍ରୟ ତାରିଖ ରହିଛି । ଅନ୍ୟଟିରେ ବଣ୍ଡକୁ ଏନକ୍ୟାଶ୍ କରିଥିବା ଦଳର ନାଁ, ତାରିଖ ଓ ମୂଲ୍ୟ ଲେଖାରହିଛି। ଯଥାକ୍ରମେ ୩୩୭ ଓ ୪୨୬ ପୃଷ୍ଠାର ରହିଛି ଏହି ଦୁଇଟି ପିଡିଏଫ୍ ।

ତେବେ ଆସନ୍ତୁ ନଜର ପକାଇବା କେଉଁ କଂପାନୀ ନିର୍ବାଚନୀ ବଣ୍ଡ୍ ଜରିଆରେ ସବୁଠୁ ଅଧିକ ଅର୍ଥ ଦାନ କରିଛି। ସୂଚନା ଅନୁସାରେ, ସବୁଠୁ ଅଧିକ ଟଙ୍କା ଦାନ କରିଛି ଫ୍ୟୁଚର ଗେମିଂ ଆଣ୍ଡ୍ ହୋଟେଲ ସର୍ଭିସେସ୍ । ଏହି କଂପାନୀ ଦେଇଛି ୧ ହଜାର ୩୬୮ କୋଟି ଟଙ୍କା। ତାମିଲନାଡ଼ୁ କୋଏମ୍ବଟୁରରସ୍ଥିତ ଏହି କଂପାନୀର ମାଲିକ ହେଉଛନ୍ତି ଭାରତର ଲଟେରି କିଙ୍ଗ୍ ଭାବେ ପରିଚିତ ସାଣ୍ଟିଆଗୋ ମାର୍ଟିନ।

ଟପ୍ ଟେନ୍ ଦାତା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ । ଏହି କମ୍ପାନୀ ଦାନ କରିଛି ୯୬୬ କୋଟି । କ୍ୱିକ୍ ସପ୍ଲାଏ ଚେନ୍ ପ୍ରାଇଭେଟ୍ ଲିମିଟେଡ୍ ୪୧୦ କୋଟି, ବେଦାନ୍ତ ୪ଶହ କୋଟି, ହଳଦିଆ ଏନର୍ଜି ଲିମିଟେଡ୍ ୩୭୭ କୋଟି, ଭାରତୀ ଗ୍ରୁପ୍ ୨୪୭ କୋଟି, ଏସେଲ୍ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ୨୨୪ କୋଟି, ୱେଷ୍ଟର୍ଣ୍ଣ ୟୁପି ପାୱାର ଟ୍ରାନ୍ସମିସନ୍ କଂପାନୀ ଲିମିଟେଡ୍ ୨୨୦ କୋଟି, କେଭେଣ୍ଟର ଫୁଡପାର୍କ ଇନଫ୍ରା ୧୯୫ କୋଟି ଏବଂ ଦଶମ ସ୍ଥାନରେ ରହିଛି ମଦନଲାଲ୍ ଲିମିଟେଡ୍ । ଏହି କମ୍ପାନୀ ୧୮୫ କୋଟି ଟଙ୍କା ଦାନ କରିଛି।

ଗତ ମଙ୍ଗଳବାର SBI ଏହି ତଥ୍ୟ ଦାଖଲ କରିବା ପରେ, ଏହାକୁ ୧୫ ତାରିଖ ସୁଦ୍ଧା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହା ଯେମିତି ମିଳିଥିଲା ସେମିତି ପ୍ରକାଶ କରାଯାଇଛି ବୋଲି ଦର୍ଶାଇଛି ECI। ଏଥିରେ ୧ ହଜାରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବଣ୍ଡ୍ କିଣାଯାଇଥିବା ଉଲ୍ଲେଖ ରହିଛି।

ଦାତା ସଂସ୍ଥା ତାଲିକାରେ ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ନିବାସ ମିତ୍ତଲ, ଏଡିଲୁଇସ୍, ପିଭିଆର୍, କେଭେଣ୍ଟର, ସନ୍ ଫାର୍ମା, ଟରେଣ୍ଟ ପାୱାର୍, ଭାରତୀ ଏୟାରଟେଲ, ଡିଏଲ୍ଏଫ୍ କମର୍ସିଆଲ୍ ଡେଭଲପର୍ସ, ବେଦାନ୍ତ, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍, ପିରାମଲ୍ କ୍ୟାପିଟାଲ୍ ଆଣ୍ଡ୍ ହାଉସିଂ ଫିନାନ୍ସ ଲିମିଟେଡ୍, ପେଗାସସ୍ ପ୍ରପର୍ଟିଜ୍, ବାଜାଜ୍ ଫାଇନାନ୍ସ, ଜିନ୍ଦଲ ପଲି ଫିଲ୍ମ ଲିମିଟେଡ୍, ଫିନୋଲେକ୍ସ କେବୁଲ୍ ଲିମିଟେଡ୍ ଆଦି କଂପାନୀର ନାଁ ରହିଛି ।

ଏହି କମ୍ପାନୀମାନଙ୍କଠାରୁ କୋଟି କୋଟି ଟଙ୍କାର ପାଣ୍ଠି ପାଇଛନ୍ତି ବିଜେପି, କଂଗ୍ରେସ, ବିଜେଡି, AIADMK, BRS, ଶିବସେନା, TDP, YSR କଂଗ୍ରେସ ଭଳି ଅନେକ ରାଜନୈତିକ ଦଳ।


ସୂଚନା ଅନୁସାରେ, ୧୨ ଏପ୍ରିଲ ୨୦୧୯ ଠାରୁ ୧୫ ଫେବୃଆରୀ ୨୦୨୪ ମଧ୍ୟରେ ୧୬ ହଜାର ୫୧୮ କୋଟି ଟଙ୍କାର ୨୨ ହଜାର ୨୧୭ଟି ବଣ୍ ବିକ୍ରି ହୋଇଛି ।

ପଶ୍ଚିମବଙ୍ଗରେ ବଢିଲା ବିଜେପିର ବଳ, ସାମିଲ ହେବେ ଏହି ସବୁ ଟିଏମ଼ସି ନେତା

COASTAL NEWS ODIA 1765

ପଶ୍ଚିମବଙ୍ଗରେ ବଢିଲା ବିଜେପିର ବଳ, ସାମିଲ ହେବେ ଏହି ସବୁ ଟିଏମ଼ସି ନେତା 
 

କୋଲକତା - (CNO) ଦୁଇ ବର୍ଷ ପୂର୍ବେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିବା ଅର୍ଜୁନ ସିଂ ପୁଣିଥରେ ବିଜେପିରେ ଯୋଗଦେବେ ବୋଲି ସୂଚାଇ ଦେଇଛନ୍ତି । ବ୍ୟାରେକପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିଏମସିରୁ ଟିକେଟ ନ ପାଇବା ପରେ ସେ ବଙ୍ଗଳାର ଶାସକ ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । 
ଦେଶରେ ସିଏଏ ଲାଗୁ ହୋଇଥିବାରୁ ନିୟମକୁ ଅବଗତ କରାଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି । 

ଖବର ଅନୁସାରେ ଅର୍ଜୁନ ସିଂ ପୁଣିଥରେ ଭାରତୀୟ ଜନତା ପାର୍ଟିରେ ଶୁକ୍ରବାର ଯୋଗ ଦେବେ । କେବଳ ଅର୍ଜ୍ଜୁନ ସିଂ ନୁହଁନ୍ତି ଦିବେନ୍ଦୁ ଅଦବକାରୀ ମଧ୍ୟ ଶୁକ୍ରବାର ମାର୍ଚ୍ଚ ୧୫ରେ ସାମିଲ ହେବେ ବିଜେପିରେ । ବିଜେପିରେ ଯୋଗଦେବା ବିଷୟରେ ସୂଚନା ଦେଇ ସାଂସଦ ଅର୍ଜୁନ ସିଂ ବାରକପୁରରୁ ଟିକେଟ୍ ନ ପାଇ ଦଳ ତାଙ୍କୁ ବିଶ୍ୱାସଘାତକତା କରିଛନ୍ତି ବୋଲି କହିଛନ୍ତି । 

ଏହି ସମୟରେ ସେ ବାରକପୁର ଆସନରୁ ଟିଏମସି ପ୍ରାର୍ଥୀ ଭୋମିକଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶପଥ ନେଇଛନ୍ତି । ସିଂ କହିଛନ୍ତି ଯେ ୨୦୧୯ ରେ ତାଙ୍କୁ ଲୋକସଭାକୁ ନିର୍ବାଚିତ କରିଥିବା ଲୋକଙ୍କୁ ସେ ନିରାଶ କରିପାରିବେ ନାହିଁ । ସିଏଏ ସମ୍ବନ୍ଧରେ ମମତା ବାନାର୍ଜୀଙ୍କୁ କରିଛନ୍ତି ଟାର୍ଗେଟ । ସେ କହିଛନ୍ତି ଯେ ପଡୋଶୀ ଦେଶରେ ଦଳିତ ସଂଖ୍ୟାଲଘୁଙ୍କ ସ୍ୱପ୍ନକୁ ପୂରଣ କରି ସେମାନଙ୍କୁ ନାଗରିକତ୍ୱ ଅଧିକାର ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଉଛି । 

ସେ କହିଛନ୍ତି ଯେ ଯେଉଁମାନେ ଏପରି ଐତିହାସିକ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ସେମାନେ ରାଜନୈତିକ କାରଣରୁ ଏପରି କରୁଛନ୍ତି । ଏଥିସହ ବିଜେପିରେ ଯୋଗଦେବାକୁ ସୂଚନା ଦେଇ ଅର୍ଜୁନ ସିଂ ଟିଏମସି ସୁପ୍ରିମୋ ଏବଂ ଅଭିଷେକ ବାନାର୍ଜୀଙ୍କ ଫଟୋ ତାଙ୍କ କାର୍ଯ୍ୟାଳୟରୁ ହଟାଇ ଦେଇଛନ୍ତି । କେବଳ ଏତିକି ନୁହେଁ, ପିଏମ ମୋଦୀଙ୍କ ଫଟୋ ସେମାନଙ୍କ ସ୍ଥାନରେ ଲଗାଯାଇଛି ।

ସଂକ୍ଷିପ୍ତ ଖବର

COASTAL NEWS ODIA

ସଂକ୍ଷିପ୍ତ ଖବର 



➡️୧-ଚିପ୍‌ ଇଣ୍ଡିଷ୍ଟ୍ରୀର ହବ୍‌ ହେବ ଭାରତ, ୧.୨୫ ଲକ୍ଷ କୋଟି ଟଙ୍କାର ତିନି ସେମିକଣ୍ଡକ୍ଟର ପ୍ଲାଣ୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ l

➡️୨-ଜୟପୁରରେ ୧୧ ଏକର ବିଶିଷ୍ଟ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୩-ଏଣିକି ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରୀଙ୍କୁ ଆରବିକ୍ ତାଲିମଦିଆଯିବ l

➡️୪-ପ୍ରଥମ ଥର ପାଇଁ ବିଦେଶ ମାଟି ଦୁବାଇରେ ଆଜିଠାରୁ ଆରମ୍ଭ ହେବ ଓଡିଶା ଜନଜାତି ଚିତ୍ରକଳା ପ୍ରଦର୍ଶନୀ l ହ୍ୟାଟ ପ୍ଲେସ ଦୁବାଇ ଅଲ ରିଗା ଠାରେ ୩ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ l

➡️୫-ଲୋକସଭା ନିର୍ବାଚନ କାଉଣ୍ଟଡାଉନ ଆରମ୍ଭ: ମାର୍ଚ୍ଚ ୧୬ ଅବା ୧୭ରେ ହୋଇପାରେ ତାରିଖ ଘୋଷଣା, ଅଧିକାରୀଙ୍କୁ ଇସି ଦେଲେ ବିଶେଷ ପରାମର୍ଶ l

➡️୬-କେନ୍ଦ୍ର ଦେଲା ସମ୍ମାନ । ରାଜ୍ୟ ଦେବ ଅର୍ଥ । ଏଣିକି ପଦ୍ମ ବିଜେତାଙ୍କୁ ମିଳିବ ମାସକୁ ୨୫ ହଜାର ଟଙ୍କା । ଆସନ୍ତା ଏପ୍ରିଲ ମାସରୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୭-ଘନ କୁହୁଡି ତଳେ ଢାଙ୍କି ହୋଇଛି କେନ୍ଦୁଝର ସହର, ତାତିର ପ୍ରକୋପରୁ ଆଣିଲା ସାମାନ୍ୟ ଆଶ୍ୱସ୍ତି l

➡️୮-ଆସିଲା ବିଜେପିର ଦ୍ୱିତୀୟ ଲୋକସଭା ପ୍ରାର୍ଥୀ ତାଲିକା । ଏଥର ବି ତାଲିକାରେ ନାହିଁ ଓଡ଼ିଶା । ଲୋକସଭା ପାଇଁ ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ । 

➡️୯-ଗଞ୍ଜାମ ଜିଲା ଗୋପାଳପୁର ଥାନାର ନିର୍ମିତ କୋଠା ଓ ବିଜୁପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୧୦-ଦେଶର ପ୍ରଥମ ରାଜ୍ୟ ଭାବରେ ଉତ୍ତରାଖଣ୍ଡରେ ଲାଗୁହେଲା ୟୁସିସି l ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦେଲେ ଅନୁମୋଦନ l

➡️୧୧-ଦିଲ୍ଲୀ ମେଟ୍ରୋ ର ଚତୁର୍ଥ ପର୍ଯ୍ୟାୟ ପ୍ରକଳ୍ପର ଦୁଇଟି କରିଡରକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରି l ଦୁଇଟି କରିଡର ହେଉଛି; ଇନ୍ଦ୍ରଲୋକ – ଇନ୍ଦ୍ରପ୍ରସ୍ଥ-୧୨.୩୭୭ କି.ମି. l ଲାଜପତ ନଗର – ସାକେତ ଜି ବ୍ଲକ- ୮.୩୮୫ କିଲୋମିଟର l

➡️୧୨-ଖୁବ୍ ଶୀଘ୍ର ଛିଣ୍ଡିପାରେ ଗଣିତ, ମେଣ୍ଟ ସସପେନ୍ସ ଉପରୁ ଉଠିବ ପରଦା; ଶାହଙ୍କ ଇସାରାକୁ ଅପେକ୍ଷା l ଏପଟେ ଆଜି ନବୀନ ନିବାସରେ ବସିବ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । 

➡️୧୩-ବୁର୍ଲା ଭୀମସାରରେ ଆଜିଠୁ ପ୍ରତିବାଦକୁ ଓହ୍ଲାଇବ ଜୁନିଅର ଡାକ୍ତର ଆସୋସିଏସନ l ରୋଗୀ ସେବା ଉପରେ ଏହି ଆନ୍ଦୋଳନର ପ୍ରଭାବ ପଡିବାର ଉପୁଜିଲା ଆଶଙ୍କା l

➡️୧୪-ରାମଲୀଲା ମୈଦାନରେ ଆଜି ବସିବ କିସାନ ମହାପଞ୍ଚାୟତ । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିବେ ଚାଷୀ ସଂଗଠନ l

➡️୧୫-ଭାରତ ପରେ ଚୀନକୁ ଝଟକା ଦେଲା ଆମେରିକା, TikTok ବ୍ୟାନ କରିବା ପାଇଁ ସଂସଦରେ ପାସ ହେଲା ବିଲ୍ l

➡️୧୬-ଶିଥିଲ ପର୍ଯ୍ୟଟକ ଭିସା ମାନଦଣ୍ଡର ଅବମାନନା କରି ଶ୍ରୀଲଙ୍କାରେ ୨୧ ଭାରତୀୟ ହେଲେ ଗିରଫ, ବୁଲିବାକୁ ଯାଇ କରୁଥିଲେ ବ୍ୟବସାୟ l

➡️୧୭-ଥରିଲା ଆଫଗାନିସ୍ତାନ, ତୀବ୍ରତା ରିକ୍ଟର ସ୍କେଲରେ ୫.୩ରେ ହେଲା ମାପ l ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ନାହିଁ, 

➡️୧୮-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର୍‌ର ରାଜିନାମାକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରି l

➡️୧୯-ଶତକୀୟ ଟେଷ୍ଟ୍‌ରେ ୯ ୱିକେଟ୍‌ ସଫଳତା ପାଇବା ପରେ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଆଇସିସି ପୁରୁଷ ଟେଷ୍ଟ୍‌ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଲେ l

➡️୨୦-ଆଇପିଏଲ ଆସିବାରୁ ଟଙ୍କା ରୋଜଗାର ଲୋଭରେ ସୁସ୍ଥ ହେଲେ ପାଣ୍ଡ୍ୟା: ସମାଲୋଚନା କଲେ ପୂର୍ବତନ ପେସ୍ ବୋଲର ପ୍ରବୀଣ କୁମାର କଡ଼ା l

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029Va55L4h1t90flMIEIw26 ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ପ୍ରତିଭା ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ପ୍ରଶ୍ନ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଗଣିତ ଦିବସ ll*
*🔅ଆଜି ବିଶ୍ୱ କିଡନୀ ଦିବସ ll*
*🔅ଆଜି ବୈଜ୍ଞାନିକ ଦିବସ ll*
*🔅ଆଜି ଆଇନ ସହାୟତା ଦିବସ ll*
*🔅ଆଜି ମାତୃ ଦିବସ ll*
*🔅ଆଜି ଜାତୀୟ ଶିଶୁ ହସ୍ତଶିଳ୍ପ ଦିବସ ll*
*🔅ଆଜି ଅଭିନେତା ଆମୀର ଖାନଙ୍କ ଜନ୍ମଦିନ ll*
*🔅ଆଜି ଜାତୀୟ ପାଇ (PI) ଦିବସ ll*
*🔅ଆଜି ପପକର୍ଣ୍ଣ ପ୍ରେମୀ ଦିବସ ll*
*🔅ଆଜି ବିଜ୍ଞାନ ଶିକ୍ଷା ଦିବସ ll*

ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ

COASTAL NEWS ODIA 1763

ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ  


ନୂଆଦିଲ୍ଲୀ - (CNO) ନିଯୁକ୍ତି ପାଇଲେ ୨ ନୂଆ ନିର୍ବାଚନ କମିଶନର । ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚୟନ ସମିତି ଏହି ନିଯୁକ୍ତି ଉପରେ ନିଜର ମୋହର ଲଗାଇ ଦେଇଛି । 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିସନରଙ୍କ ଚୟନ ପାଇଁ ଗଠିତ ସମିତିର ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । ସାରା ଦେଶରେ ପେଟ୍ରୋଲ ଡିଜେଲ ଦାମ କମାଇଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ କମିଛି ଲିଟର ପ୍ରତି ଦାମ ଜ୍ଞାନେଶ କୁମାର ହେଲେ କେରଳ କ୍ୟାଡରର ବରିଷ୍ଠ ଅଧିକାରୀ । 

ସେହିପରି ସୁଖବିନ୍ଦର ହେଉଛନ୍ତି ପଞ୍ଜାବ କ୍ୟାଡରର ଅଧିକାରୀ । ଅରୁଣ ଗୋୟଲ ନିର୍ବାଚନ କମିସନର ପଦରୁ ଇସ୍ତଫା ଦେବା ପରେ ୨ଟି ନିର୍ବାଚନ କମିସନର ପଦ ଖାଲି ପଡିଥିଲା । ଏହି ଦୁଇଟି ପଦ ପାଇଁ ଏବେ ଦୁଇଜଣ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦିଆଯାଇଛି । 
 
ସୂଚନା ଅନୁସାରେ ଆଜିର ବୈଠକରେ ଅଧୀର ରଂଜନ ଚୌଧୁରୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ବୈଠକରେ ସରିବା ପରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନଥିଲା କିନ୍ତୁ ତା ପୂର୍ବରୁ ଅଧୀର ରଂଜନ ଚୌଧୁରୀ ନବନିଯୁକ୍ତି କମିଶନରଙ୍କ ନାଁ ପ୍ରଘଟ କରିଥିଲେ ।

Thursday, March 14, 2024

COASTAL NEWS ODIA 1762 ସାରା ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟ କମାଇଲେ କେନ୍ଦ୍ର ସରକାର

COASTAL NEWS ODIA 1762

ସାରା ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟ କମାଇଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ - (CNO) ଲୋକସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ସରକାର ପେଟ୍ରୋଲ ଡିଜେଲର ଦାମ କମ କରିଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଲିଟର ପ୍ରତି ୨ଟଙ୍କା କମ୍ କରାଯାଇଛି । ଏହି ଦର ଶୁକ୍ରବାର ସକାଳ ୬ଟାରୁ ଲାଗୁ ହେବାକୁ ଯାଉଛି । 

ସୋସିଆଲ୍ ମିଡ଼ିଆ ଏକ୍ସରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଲେଖିଛନ୍ତି ଯେ, " ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨ ଟଙ୍କା ହ୍ରାସ କରି ଦେଶର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ସର୍ବଦା କୋଟି କୋଟି ଭାରତୀୟଙ୍କ ପରିବାରର କଲ୍ୟାଣ ଓ ସୁବିଧା ଉପରେ ରହିଛି । 


ଏହାପୂର୍ବରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରନ୍ଧନ ଗ୍ୟାସ ମୂଲ୍ୟରେ ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ । ମୂଲ୍ୟ ହ୍ରାସ, ପ୍ରାୟ ୩୩ କୋଟି ପରିବାର ଲାଭାନ୍ୱିତ ହୋଇଛନ୍ତି ଯାହା ପେଟ୍ରୋଲିୟମ ଗ୍ୟାସ (ଏଲ୍ପିଜି) କୁ ରନ୍ଧନ ଇନ୍ଧନ ଭାବରେ ବ୍ୟବହାର କରନ୍ତି ।  

ଯେତେବେଳେ ବିଶ୍ୱ କଠିନ ସମୟ ଦେଇ ଗତି କରୁଥିଲା ବିକଶିତ ତଥା ବିକାଶଶୀଳ ଦେଶମାନଙ୍କରେ ପେଟ୍ରୋଲ ମୂଲ୍ୟ ୫୦-୭୨ ପ୍ରତିଶତ ବୃଦ୍ଧି ପାଇଥିଲା ସେ ସମୟରେ ମଧ୍ୟ ଭାରତ ସରକାର କିପରି ତୈଳ ଦର ନିୟନ୍ତ୍ରଣରେ ରଖିଥିଲେ ତାହା ସେ କହିଛନ୍ତି । ଆଜି ବି ଅନେକ ଦେଶ ତୁଳନାରେ ଭାରତରେ ପେଟ୍ରୋଲର ମୂଲ୍ୟ କମ୍ ଥିବା ସେ କହିଛନ୍ତି ।"

ଏକା ଲଢିବ ବିଜେପି - ମନମୋହନ

COASTAL NEWS ODIA 1761

ଏକା ଲଢିବ ବିଜେପି - ମନମୋହନ 


ଭୁବନେଶ୍ବର - (CNO) ମନମୋହନଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା, କହିଲେ ସାରା ଓଡ଼ିଶା ଆନନ୍ଦିତ  କେବଳ କର୍ମୀ ନୁହଁନ୍ତି । ସାରା ଓଡ଼ିଶା ଆନନ୍ଦିତ । ମନମୋହନଙ୍କ ମନ୍ତବ୍ୟ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ତେବେ ଆଜି କେବଳ କର୍ମୀ ନୁହଁନ୍ତି, ସାରା ଓଡ଼ିଶାବାସୀ ଆନନ୍ଦିତ । 

ସଭାପତି ମନମୋହନ ସାମଲ ସ୍ପଷ୍ଟ ଭାବେ କହିଛନ୍ତି ଆମେ ଏକାକୀ ଲଢ଼ିବୁ । ଏହାକୁ ନେଇ ଆମେ ସମସ୍ତେ ଉତ୍ସବ ମନାଇବା ଉଚିତ ବୋଲି ସେ କହିଛନ୍ତି । ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୩ୟ ଥର ଓ ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କରିବ ବୋଲି ଦୃଢ଼ୋକ୍ତି ବଢ଼ିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । 

ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବ ବୋଲି କହିଛନ୍ତି ମନମୋହନ ସାମଲ । ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକାକୀ ଲଢ଼ିବ ବୋଲି ଦୋହରାଇ କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ୧୪୭ ଆସନ ପାଇଁ ପ୍ରାର୍ଥୀ ଦେବ ବିଜେପି । ୨୧ ସିଟ୍‌ରେ ସାଂସଦ ପ୍ରାର୍ଥୀ ଦେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ପ୍ରାର୍ଥୀଦେବ ବୋଲି ସେ କହିଛନ୍ତି ।  

ଏପଟେ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି । ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି । ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି ।

COASTAL NEWS ODIA 1760 କଂଗ୍ରେସକୁ ଲଗିଲା ଝଟ୍‌କା , ହାତ ଛାଡ଼ି ପଦ୍ମ ଧରିଲେ ଏହି ସାଂସଦ

COASTAL NEWS ODIA 1760

କଂଗ୍ରେସକୁ ଲଗିଲା ଝଟ୍‌କା , ହାତ ଛାଡ଼ି ପଦ୍ମ ଧରିଲେ ଏହି ସାଂସଦ


ନୂଆଦିଲ୍ଲୀ - (CNO) ଦଳ ବଦଳ ପ୍ରକ୍ରିୟାରେ ବିଜେପି ର ପାଲା ଭାରି ରହିଛି l ବିଭିନ୍ନ dalaru ନେତାଙ୍କ ସୁଅ ଛୁଟୁଛି ବିଜେପି ଦଳ ମଜବୁତ୍ଦେ ହେଉଥିବା ଗଣମାଧ୍ୟମରେ ଚର୍ଚ୍ଚା ର ବିଷୟ ହୋଇଛି l ବର୍ତ୍ତମାନ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ରହିଛି ବେସ୍ ସରଗରମ । 

ଶାସକ ବିରୋଧୀ କରୁଛନ୍ତି ଜୋରଦାର ପ୍ରଚାର । ଦେଶରେ କିଭଳି କ୍ଷମତା ଗାଦିକୁ କଂଗ୍ରେସ ଫେରିବ ସେ ନେଇ ଜୋର ଦାର ପ୍ରୟାସ ଚଳାଇଛି । କିନ୍ତୁ ଲୋକସଭା ନିର୍ବାଚନ ପାଖଉଥିବା ବେଳେ ଏବେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ପଞ୍ଜାବରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି । କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ ତଥା ଏମ୍‌ପି ପରିନୀତି କୌର ହାତଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି ।



ଏହାପୂର୍ବରୁ ପରିନୀତି ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ଖୁବ ଶୀଘ୍ର ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । ପ୍ରୀତି ହେଉଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ପତ୍ନୀ । ସେ ପଞ୍ଜାବର 'ରାଜକୀୟ ଆସନ' ପଟିଆଲାରୁ ଚାରିଥର କଂଗ୍ରେସ ଏମ୍‌ପି ହୋଇଛନ୍ତି । ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଭାଜପାରେ ଯୋଗଦେବା ପରେ ସେ କହିଛନ୍ତି, ମୁଁ ଆଜି ଭାଜପାରେ ଯୋଗ ଦେଉଛି ।


ମୁଁ ଗତ ୨୫ ବର୍ଷ ଧରି ଗଣତନ୍ତ୍ର ପାଇଁ କାର୍ଯ୍ୟ କରିଛି । ଆଜି ହେଉଛି ସେହି ସମୟ ଯାହା ଆମ ପିଲାମାନଙ୍କର ଆସନ୍ତାକାଲିକୁ ଭଲ କରିପାରେ । ସେ ଆହୁରି କହିଛନ୍ତି ଯେ,ମୋଦି ଜୀଙ୍କର କାର୍ଯ୍ୟ ଏବଂ ନୀତି ଦେଖିବା ପରେ ଏବଂ ମୁଁ ଚାଲିଥିବା ବିକଶିତ ଭାରତର କାର୍ଯ୍ୟକ୍ରମରେ ପ୍ରଭାବିତ ହେବା ପରେ ମୁଁ ଭାଜପାରେ ଯୋଗ ଦେଉଛି । କେବଳ ମୋଦି ଜିଙ୍କ ନେତୃତ୍ୱରେ ଆମେ ଆମର ପିଲା ଏବଂ ଦେଶକୁ ସୁରକ୍ଷିତ ରଖିପାରିବା । ମୁଁ ପ୍ରଧାନମନ୍ତ୍ରୀ ମୋଦି, ଜେପି ନଡା ଏବଂ ଭାଜପାକୁ ଧନ୍ୟବାଦ ଦେଉଛି । ଜଣାଶୁଣା ଯେ ପ୍ରୀତି କୌର ଗତ ୨୫ ବର୍ଷ ଧରି ପଟିଆଲା ଲୋକସଭା ଆସନରୁ ନିର୍ବଚନ ଲଢୁଛନ୍ତି ।


Wednesday, March 13, 2024

COASTAL NEWS ODIA 1758 ବିଜେଡି ଓ ବିଜେପି ଦଳର ମେଣ୍ଟ ଚର୍ଚ୍ଚା ଭିତରେ ଅମିତ ଶାହଙ୍କ ଘରେ ଜରୁରୀ ବୈଠକ

COASTAL NEWS ODIA 1758

ବିଜେଡି ଓ ବିଜେପି ଦଳର ମେଣ୍ଟ ଚର୍ଚ୍ଚା ଭିତରେ ଅମିତ ଶାହଙ୍କ ଘରେ ଜରୁରୀ ବୈଠକ 



ନୂଆଦିଲ୍ଲୀ - (CNO) ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ବୈଠକ। ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ବୈଠକରେ ସାମିଲ। ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ବୈଠକରେ ସାମିଲ ସୂଚନା।

ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗ

ଆସନ୍ତାକାଲି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡାକରା
ପୂର୍ବ ବୈଠକରେ ଥିବା ନେତାଙ୍କୁ ପୁଣି ଡାକରା
ସବୁ ଜିଲ୍ଲା ପର୍ଯ୍ୟବେକ୍ଷକ ବି ବୈଠକରେ ଯୋଗଦେବେ
ଅପରାହ୍‌ଣରେ ଥିବା ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ଆଲୋଚନା

COASTAL NEWS ODIA 1758

Anuprash Mohanty: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଘରେ ରେଡ୍ । ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି କଟକ ଗଣ୍ତରପୁର ଅର୍ବାନ କୋପରଟିଭ୍ ବ୍ୟାଙ୍କରୁ ଋଣ ନେଇ ସୁଝିନପାରିବାରୁ ଆଜି କଟକ ଖାନନଗର ସ୍ଥିତ ଅନୁପ୍ରସାଙ୍କ ଘରେ ପହଞ୍ଚିଛି ବ୍ୟାଙ୍କ ରିକଭରି ଟିମ୍ ।


Anubhav Mohanty
ସୂଚନା ଅନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ଗଣ୍ତରପୁର ଅର୍ବାନ କୋପରଟିଭ୍ ବ୍ୟାଙ୍କରୁ ଋଣ ଆଣିଥିଲେ । ହେଲେ ସଠିକ୍ ସମୟରେ ସେ ଏହାକୁ ସୁଝି ପାରି ନଥିଲେ । ଏନେଇ ଅନୁପ୍ରାସଙ୍କୁ ପୂର୍ବରୁ ନୋଟିସ୍ ମଧ୍ୟ ପଠାଯାଇଥିଲା । ହେଲେ ସେ ଏହାକୁ ଅଣଦେଖା କରିଥିଲେ । ଯାହା ପରେ ଆଜି ଖାନନଗର ସ୍ଥିତ ଭଡ଼ା ଘରେ ବ୍ୟାଙ୍କ ପକ୍ଷରୁ ଚଢାଉ କରାଯାଇଛି ।

ତେବେ ବ୍ୟାଙ୍କ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଅନୁପ୍ରାସ ମହାନ୍ତି ଉକ୍ତ ବ୍ୟାଙ୍କରୁ ଋଣ ନେଇଛନ୍ତି ହେଲେ ଏହାକୁ ସଠିକ୍ ସମୟରେ ସେ ସୁଝିପାରି ନାହାଁନ୍ତି । ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ଋଣ ସୁଝି ପାରି ନାହାଁନ୍ତି ବୋଲି କୁହାଯାଉଛି । ତେବେ ସେ ବ୍ୟାଙ୍କରୁ କେତେ ଟଙ୍କା ଋଣ ନେଉଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

COASTAL NEWS ODIA ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଭେଟି; ଏଣିକି ପଦ୍ମ ପୁରସ୍କାରପ୍ରାପ୍ତ ଓଡ଼ିଶାର କୃତୀ ସନ୍ତାନମାନେ ପାଇବେ ମାସିକ ୨୫୦୦୦

COASTAL NEWS ODIA 

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଭେଟି; ଏଣିକି ପଦ୍ମ ପୁରସ୍କାରପ୍ରାପ୍ତ ଓଡ଼ିଶାର କୃତୀ ସନ୍ତାନମାନେ ପାଇବେ ମାସିକ ୨୫୦୦୦ 


ଭୁବନେଶ୍ବର - (CNO) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଭେଟି। ଏଣିକି ଏମାନଙ୍କୁ ମିଳିବ ୨୫ ହଜାର ଟଙ୍କା। ପଦ୍ମ ସମ୍ମାନରେ ସମ୍ମାନିତ ଓଡ଼ିଶାର କୃତୀ ସନ୍ତାନମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି। ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
 
ବୁଧବାର ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଭେଟି। ଏଣିକି ଏମାନଙ୍କୁ ମିଳିବ ୨୫ ହଜାର ଟଙ୍କା। ପଦ୍ମ ସମ୍ମାନରେ ସମ୍ମାନିତ ଓଡ଼ିଶାର କୃତୀ ସନ୍ତାନମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି। ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ।

ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି।

ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଦୁଇ ଦିନରେ ୪୦ ଡିଗ୍ରୀ ଡେଇଁବ ତାପମାତ୍ରା

COASTAL NEWS ODIA

ଦୁଇ ଦିନରେ ୪୦ ଡିଗ୍ରୀ ଡେଇଁବ ତାପମାତ୍ରା 


ଭୁବନେଶ୍ବର - (CNO) ରାଜ୍ୟର ୧୯ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେର୍କଡ କରାଯାଇଛି । ରାଜ୍ୟରେ ଧୀରେ ଧୀରେ ତାପମାତ୍ରାରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆହୁରି ୨ରୁ ୪ଡିଗ୍ରୀ ଯାଏ ପାରଦ ବୃଦ୍ଧି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । 

ଆଜି ମାଲକାନଗିରି, ସୋନପୁର, ଖୋର୍ଦ୍ଧା, ଟିଟିଲାଗଡ଼, ଭବାନୀପାଟଣା ସମେତ ବିଭିନ୍ନ ଅଞ୍ଚଳରେ ୩୯ ଡିଗ୍ରୀ ତାପମାତ୍ରା ଛୁଇଁବ । ଆସନ୍ତା କାଲିକୁ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀକୁ ଟପିଟିବ ବୋଲି ପୂର୍ବାନୁମାନ କରାଯାଇଛି । ଦୁଇ ଦିନରେ ୪୦ ଡେଇଁବ ତାପମାତ୍ରା । 



୧୫ ତାରିଖରେ ବର୍ଷା ସମ୍ଭାବନା ଥିବାରୁ ତାତିରେ ସାମନ୍ୟ ବେକ୍ର ଲାଗିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଉପକୂଳ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ୧୫ରୁ ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରୀ ଥିଲା । ମଙ୍ଗଳବାର ୩୭ ଡିଗ୍ରୀ ରହିଛି । 

ଦିନକରେ ପାଖାପାଖି ୯ ଡିଗ୍ରୀ ବଢ଼ିଛି ପାରଳାଖେମୁଣ୍ଡିରେ ୩୫.୬ ଡିଗ୍ରୀ ଥିଲା । ମଙ୍ଗଳବାର ୩୮ ଡିଗ୍ରୀ ଟପିଯାଇଛି । ସୋମବାର ତୁଳନାରେ ବଲାଙ୍ଗୀରରେ ପ୍ରାୟ ଦେଢ଼ ଡିଗ୍ରୀ ତାପମାତ୍ରା ବଢ଼ିଛି । ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିଛି ।

ଆଜିର ରାଶିଫଳ

COASTAL NEWS ODIA 1755


*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ମାର୍ଚ୍ଚ ମାସ ୧୩ ତାରିଖ ୨୦୨୪ ମସିହା(ବୁଧବାର)*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌹👉ମେଷ*
*ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।*

*✧═════•❁❀❁•═════✧*
*🌹👉ବୃଷ*
*ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।* 
*✧═════•❁❀❁•═════✧*
*🌹👉ମିଥୁନ*
*ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।* 

*✧═════•❁❀❁•═════✧*
*🌹👉କର୍କଟ*
*ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।* 
*✧═════•❁❀❁•═════✧*

*🌹👉ସିଂହ*
*ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।*
*✧═════•❁❀❁•═════✧*

*🌹👉କନ୍ୟା*
*ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ ।* ।
*✧═════•❁❀❁•═════✧*

*🌹👉ତୁଳା*
*ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।* 
*✧═════•❁❀❁•═════✧*

*🌹👉ବିଛା*
*ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।*

*✧═════•❁❀❁•═════✧*
*🌹👉ଧନୁ*
*ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।*
*✧═════•❁❀❁•═════✧*

*🌹👉ମକର*
*ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।*
*✧═════•❁❀❁•═════✧*

*🌹👉କୁମ୍ଭ*
*ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।*

*✧═════•❁❀❁•═════✧*
*🌹👉ମୀନ*
*ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।*
*✧═════•❁❀❁•═════✧*

COASTAL NEWS ODIA 1754 ମମତା ଯୋଜନାର ସହାୟତା ରାଶି ଦୁଇଗୁଣ କଲେ ରାଜ୍ୟ ସରକାର, ଏବେ ମିଳିବ ୧୦ ହଜାର

COASTAL NEWS ODIA 1754

ମମତା ଯୋଜନାର ସହାୟତା ରାଶି ଦୁଇଗୁଣ କଲେ ରାଜ୍ୟ ସରକାର, ଏବେ ମିଳିବ ୧୦ ହଜାର 



ଭୁବନେଶ୍ବର - (CNO) ମମତା ଯୋଜନାରେ ସହାୟତା ରାଶି ହେଲା ଦୁଇଗୁଣ କଲେ ରାଜ୍ୟ ସରକାର । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା ।  

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଗର୍ଭବତୀ ମହିଳାଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ । ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ । ଚଳିତ ଫେବୃଆରୀ ମାସ ୨୦ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀଙ୍କୁ ମିଳିବ । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ । 

ମମତା ଯୋଜନା ବେଶ ଲୋକପ୍ରିୟ ଯୋଜନା ଓ ଏହାକୁ ଜାତୀୟ ସ୍ତରରେ ଏକ ମଡେଲ ଭାବରେ ଗ୍ରହଣ କରାଯାଇଛି । ନୂଆ ମମତା ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ । ପ୍ରଥମ କିସ୍ତିରେ (ଗର୍ଭାବସ୍ଥାର ୬ ମାସ ପରେ) ୬୦୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଦଶମାସ ହେବା ପରେ ୪୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି । ୧୯ ବର୍ଷରୁ ଊର୍ଦ୍ଧ୍ୱ ସବୁ ଗର୍ଭବତୀ ମହିଳା ୨ଟି ଜୀବିତ ସନ୍ତାନ ନିମନ୍ତେ ଏହି ସହାୟତା ପାଇପାରିବେ । 

୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମାଆଙ୍କୁ ପ୍ରତ୍ୟେକ ଗର୍ଭ ନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ମାଆମାନେ ଏହି ସହାୟତା ରାଶି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିବା ପରେ ମମତା ଯୋଜନାର ସହାୟତା ରାଶି ପରିମାଣକୁ ବୃଦ୍ଧି କରାଯାଇଛି । 

ଉଲ୍ଲେଖଯୋଗ୍ୟ ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ଉପକୃତ ହେଉଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର ୯୦୦ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି । ଏହି ଯୋଜନା ବିଷୟରେ ସୂଚନା ବା ଅଭିଯୋଗ ନିମନ୍ତେ ୧୮୧ ହେଲଫଲାଇନକୁ କଲ୍‌ କରନ୍ତୁ କିମ୍ବା ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

CAA ଲାଗୁ ହେବା ପରେ ୩୦ ଲକ୍ଷ ମତୁଆ ସମ୍ପ୍ରଦାୟ ଲୋକ ପାଳିଲେ ଉତ୍ସବ

COASTAL NEWS ODIA 1753

CAA ଲାଗୁ ହେବା ପରେ ୩୦ ଲକ୍ଷ ମତୁଆ ସମ୍ପ୍ରଦାୟ ଲୋକ ପାଳିଲେ ଉତ୍ସବ 



କୋଲକତା - (CNO) ସିଏଏ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର , ୩ ପଡ଼ୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ବ ଗତକାଲିି ସନ୍ଧ୍ୟାରେ ମୋଦୀ ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ ସିଏଏ ଲାଗୁ କରିଛନ୍ତି ।

କେନ୍ଦ୍ର ସରକାର ସିଏଏ  ଲାଗୁ କରିବା ମାତ୍ରେ ପଶ୍ଚିମବଙ୍ଗର ମତୁଆ ସମ୍ପ୍ରଦାୟର ଲୋକମାନେ ସବୁଠୁ ଅଧିକ ଆନନ୍ଦିତ ହୋଇଛନ୍ତି । ସେମାନେ ଏହି ଘୋଷଣାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । କେନ୍ଦ୍ରର ଏହି ଘୋଷଣା ପରେ ଉତ୍ତର ୨୪ ପ୍ରାଗଣାର ଠାକୁରନଗରରେ ଥିବା ସମ୍ପ୍ରଦାୟର ମୁଖ୍ୟାଳୟରେ ସେ ଉତ୍ସବ ପାଳନ କରିଥିଲେ । 

ଉତ୍ସବ ପାଳନ କରୁଥିବା ଲୋକମାନେ ଏହା ସେମାନଙ୍କର 'ଦ୍ୱିତୀୟ ସ୍ୱାଧୀନତା ଦିବସ' ବୋଲି କହିଛନ୍ତି । ମତୁଆ ସମ୍ପ୍ରଦାୟର ସଦସ୍ୟମାନେ ବାଜା ବଜାଇ ପରସ୍ପରକୁ ଅଭିବାଦନ ଜଣାଇଥିଲେ । ସିଏଏ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ମତୁଆ ସମ୍ପ୍ରଦାୟର ସଦସ୍ୟମାନେ ଏହି ମୁହୂର୍ତ୍ତକୁ ସେମାନଙ୍କ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ବୋଲି କହିଛନ୍ତି । 

ସେମାନେ ଭାରତୀୟ ନାଗରିକତା ପାଇବାରେ  ଖୁସି ବ୍ୟକ୍ତ କରିଛନ୍ତି । ଆଉ ସେମାନେ ଏହାକୁ ତାଙ୍କର 'ଦ୍ୱିତୀୟ ସ୍ୱାଧୀନତା ଦିବସ' ବୋଲି କହିଛନ୍ତି । ମତୁଆ ସମ୍ପ୍ରଦାୟ ହିନ୍ଦୁମାନର ଏକ କମଜୋର ସମ୍ପ୍ରଦାୟ ଭାବରେ ଗଣାଯାଏ । ପଶ୍ଚିମବଙ୍ଗରେ ଏହି ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ପ୍ରାୟ ୩୦ ଲକ୍ଷ । ଏହି ସମ୍ପ୍ରଦାୟ ପୂର୍ବ ବିଭାଜନରେ ଅବିଭକ୍ତ ଭାରତରେ ରହୁଥିଲେ, ଯାହା ଦେଶ ବିଭାଜନ ପରେ ପାକିସ୍ତାନକୁ ହସ୍ତାନ୍ତର କରାଯାଇଥିଲା । ଏହା ପରେ, ମତୁଆ ସମ୍ପ୍ରଦାୟର ନିର୍ଯ୍ୟାତନା ସମୟ ଆରମ୍ଭ ହେଲା ଏବଂ ଲୋକମାନେ ବିରକ୍ତ ହୋଇ ସେଠାରୁ ଭାରତକୁ ଆସିବାକୁ ଲାଗିଲେ ।  

ମତୁଆ ସମ୍ପ୍ରଦାୟ ନଦିଆ ଏବଂ ବାଂଲାଦେଶ ସୀମାବର୍ତ୍ତୀ ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ୩୦ ରୁ ଅଧିକ ବିଧାନସଭା ଆସନରେ କୌଣସି ବି ରାଜନୈତିକ ଦଳର ଭାଗ୍ୟ ସ୍ଥିର କରିପାରିବେ । ମତୁଆ ସମ୍ପ୍ରଦାୟର ସଦସ୍ୟମାନେ, ଥରେ ଟିଏମସିର ସମର୍ଥନ,ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ସମର୍ଥନ କରିଥିଲେ । 

ମତୁଆ ସମ୍ପ୍ରଦାୟ ୧୮୬୦ ମସିହାରେ ଅବିଭକ୍ତ ବଙ୍ଗଳାରେ ଉତ୍ପନ୍ନ ହୋଇଥିଲା । ମତୁଆ ମହାସଙ୍ଗର ମୌଳିକ ଆତ୍ମା ହେଉଛି ଚର୍ତୁବର୍ଣ୍ଣ (ବ୍ରାହ୍ମଣ, କ୍ଷତ୍ରିୟ, ବୈଷ୍ଣବ, ଶୁଦ୍ର)ର ବ୍ୟବସ୍ଥାକୁ ଶେଷ କରିବା । ଏହି ସମ୍ପ୍ରଦାୟ ହିନ୍ଦୁ ଧର୍ମକୁ ସ୍ୱୀକୃତି ଦେଇଥାଏ କିନ୍ତୁ କୌଣସି ଭେଦଭାବ ବିନା । ଏହାକୁ ସାମାଜିକ ସଂସ୍କାରକ ହରିଚଂନ୍ଦ ଠାକୁର ଆରମ୍ଭ କରିଥିଲେ । 

ହରିଚଂନ୍ଦ ଠାକୁର ଏକ ଗରିବ ଏବଂ ଦଳିତ ନାମଶୁଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏହି ସମ୍ପ୍ରଦାୟ ସହିତ ଜଡିତ ଲୋକମାନେ ହରିଚନ୍ଦ ଠାକୁରଙ୍କୁ ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କର ଅବତାର ବୋଲି ବିବେଚନା କରନ୍ତି । ତାଙ୍କ ସମ୍ମାନାର୍ଥେ ତାଙ୍କୁ ଶ୍ରୀ ଶ୍ରୀ ହରିଚନ୍ଦ ଠାକୁର ବୋଲି କୁହାଯାଏ ।  

ମତୁଆ ସମ୍ପ୍ରଦାୟ 'ସ୍ୱୟମ୍‌-ଦର୍ଶନ' ବା 'ଆତ୍ମା-ଦର୍ଶନ'ରେ ବିଶ୍ୱାସ କରନ୍ତି , ଯେଉଁଥିରେ ଭଗବାନ ଆତ୍ମ-ହୃଦୟଙ୍ଗମ ଦ୍ୱାରା ଜଣାଯାଏ । ସେମାନେ 'ହରିନାମ ସଙ୍କୀର୍ତନ' ମଧ୍ୟ କରନ୍ତି, ଯେଉଁଥିରେ ଭଗବାନଙ୍କ ନାମ ଜପ କରାଯାଏ । ମତୁଆ ସମ୍ପ୍ରଦାୟ 'ହରିଚନ୍ଦ ଠାକୁରଙ୍କୁ ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କ ଅବତାର ବୋଲି ବିବେଚନା କରନ୍ତି । ମତୁଆ ସମ୍ପ୍ରଦାୟ ମୁଖ୍ୟତ ବଙ୍ଗଳା ଏବଂ ବାଂଲାଦେଶରେ , ବସବାସ ବାସ ମରନ୍ତି । 

ଏହି ସମ୍ପ୍ରଦାୟ ବିଭିନ୍ନ ଜାତି ଏବଂ ସାମାଜିକ ଗୋଷ୍ଠୀ ଦ୍ୱାରା ଗଠିତ, ଯେଉଁମାନେ 'ହରିଚଂନ୍ଦ ଠାକୁର'ଙ୍କ ଶିକ୍ଷା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ମତୁଆ ସମ୍ପ୍ରଦାୟରେ ମହିଳାମାନଙ୍କୁ ସମାନ ଅଧିକାର ଏବଂ ସମ୍ମାନ ଦିଆଯାଇଥାଏ । ପଶ୍ଚିମବଙ୍ଗରେ ମତୁଆ ସମ୍ପ୍ରଦାୟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଶକ୍ତି । 

ସେମାନେ 'ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)' କୁ ସମର୍ଥନ କରନ୍ତି,କାରଣ ଏହା ବାଂଲାଦେଶୀ ହିନ୍ଦୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଥାଏ ।ଏହି ସମ୍ପ୍ରଦାୟ ତଥାପି ସାମାଜିକ ଏବଂ ଅର୍ଥନୈତିକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଶିକ୍ଷାର ଅଭାବ ଏବଂ ରୋଜଗାରର ସୁଯୋଗ, ଦାରିଦ୍ରତା ଏବଂ ଭେଦଭାବ ହେଉଛି କେତେକ ପ୍ରମୁଖ ସମସ୍ୟା । 



Tuesday, March 12, 2024

COASTAL NEWS ODIA 1752 ଜାଣନ୍ତୁ କିପରି କରିବେ ଛେଳି ପାଳନ ; ହେବ ଲକ୍ଷାଧିକ ଲାଭ।

COASTAL NEWS ODIA 1752

ଜାଣନ୍ତୁ କିପରି କରିବେ ଛେଳି ପାଳନ ; ହେବ ଲକ୍ଷାଧିକ ଲାଭ।


ଭୁବନେଶ୍ବର - (CNO) ଚାଷ ସହିତ ପଶୁପାଳନ ମଧ୍ୟ କରନ୍ତୁ । ଆସନ୍ତୁ ଜାଣିବା ଛେଳି ଚାଷ ପାଳନ ର ସମ୍ପୂର୍ଣ ଟିପ୍ସ । 

କରନ୍ତୁ ଏହି ଉପାୟ ରେ ଛେଳି ଚାଷ (ସମ୍ପୂର୍ଣ guidline):-

ଏଠାରେ ଛେଳି ଚାଷର ଜଟିଳତା, ସଠିକ୍ ପ୍ରଜାତି ବାଛିବା ଠାରୁ ଆରମ୍ଭ କରି ପ୍ରଭାବଶାଳୀ ପରିଚାଳନା ଅଭ୍ୟାସ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଲାଭ ଲାଭ କରିବାକୁ ଆପଣଙ୍କୁ କଣ ସବୁ କାର୍ଯ୍ୟପ୍ରତି ଅଧିକ ଦୃଷ୍ଟି ଦେବାକୁ ପଡିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି |

ଛେଳି ପାଳିବା, ଏକ ପାରମ୍ପାରିକ ଅଭ୍ୟାସ, ସ୍ଥାୟୀ ଏବଂ ଲାଭଜନକ କୃଷି ବିକଳ୍ପ ଖୋଜୁଥିବା କୃଷକମାନଙ୍କ ପାଇଁ ଏକ ଲାଭଜନକ ଉଦ୍ୟମରେ ପରିଣତ ହୋଇଛି | ଆପଣମାନେ ନିଶ୍ଚିତ ଭବରେ ଛେଳି ପାଳିବା ଦେଖିଥିବେ, କିନ୍ତୁ ଏହାକୁ କିପରି ଆପଣ ମଧ୍ୟ ସହଜରେ ପରିଚାଳନା କରି ଭଲ ଲାଭ ପାଇଁ ପାରିବେ ସେ ସମ୍ପର୍କରେ ଜାଣିବା ପାଇଁ ଆମର ଏହି ଆର୍ଟିକିଲକୁ ପୁରା ପଢନ୍ତୁ l

ଏହି ବିସ୍ତୃତ ଗାଇଡ୍ ଛେଳି ଚାଷର ଜଟିଳତା, ସଠିକ୍ ପ୍ରଜାତି ବାଛିବା ଠାରୁ ଆରମ୍ଭ କରି ପ୍ରଭାବଶାଳୀ ପରିଚାଳନା ଅଭ୍ୟାସ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଲାଭ ଲାଭ କରିବାକୁ ଆପଣଙ୍କୁ କଣ ସବୁ କାର୍ଯ୍ୟପ୍ରତି ଅଧିକ ଦୃଷ୍ଟି ଦେବାକୁ ପଡିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି |


ସଠିକ୍ ଛେଳି ପ୍ରଜାତି ବାଛନ୍ତୁ:-

ସଫଳ ଛେଳି ପାଳନର ମୂଳଦୁଆ ହେଉଛି ସଠିକ ପ୍ରଜାତିର ଛେଳି ବାଛିବା | ଆପଣ ମାଂସ, କ୍ଷୀର କିମ୍ବା ଉଭୟର ମିଶ୍ରଣ ଉପରେ ଧ୍ୟାନ ଦେଉଛନ୍ତି କି ନାହିଁ ତାହା ବିଚାର କରନ୍ତୁ | ବୋଇର, ସାନେନ୍, ଏବଂ ନ୍ୟୁବିଆନ୍ ପରି ଲୋକପ୍ରିୟ ପ୍ରଜାତିଗୁଡିକ ସେମାନଙ୍କର ଉଚ୍ଚ ଉତ୍ପାଦନ ପାଇଁ ଜଣାଶୁଣା, କିନ୍ତୁ ପସନ୍ଦ ଆପଣଙ୍କ ଚାଷର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଏବଂ ସ୍ଥାନୀୟ ଜଳବାୟୁ ପରିସ୍ଥିତି ସହିତ ସମାନ ହେବା ଉଚିତ୍ |

ଏକ କଠିନ ଭିତ୍ତିଭୂମି ନିର୍ମାଣ କରନ୍ତୁ:-

ଆଶ୍ରୟସ୍ଥଳ ଏବଂ ଗୃହ:-

ଆପଣଙ୍କ ଛେଳିମାନଙ୍କ ପାଇଁ ଏକ ସୁସଜ୍ଜିତ ଏବଂ ଭେଣ୍ଟିଲେଟେଡ୍ ଆଶ୍ରୟସ୍ଥଳରେ ବିନିଯୋଗ କରନ୍ତୁ | ପର୍ଯ୍ୟାପ୍ତ ଭେଣ୍ଟିଲେସନ୍ ଶ୍ୱାଶକ୍ରିୟା ସମସ୍ୟାକୁ ରୋକିଥାଏ, ଯେତେବେଳେ ସ୍ୱଚ୍ଛତା ଏକ ସୁସ୍ଥ ପରିବେଶ ସୁନିଶ୍ଚିତ କରେ | ତୁମର ଗୋରୁକୁ ଶିକାରକାରୀଙ୍କଠାରୁ ରକ୍ଷା କରିବା ଏବଂ ନିରାପତ୍ତା ଭାବନା ପ୍ରଦାନ କରିବା ପାଇଁ ସୁରକ୍ଷିତ ବାଡ଼ ପ୍ରୟୋଗ କରନ୍ତୁ |

ପୁଷ୍ଟିକର ପରିଚାଳନା

ଏକ ସନ୍ତୁଳିତ ଖାଦ୍ୟ ପ୍ରସ୍ତୁତ କରନ୍ତୁ ଯାହା ବିଭିନ୍ନ ବୟସ ବର୍ଗ ଏବଂ ଉଦ୍ଦେଶ୍ୟକୁ ପୂରଣ କରେ | ଚାରଣ ଚରିବା, ପୁଷ୍ଟିକର ଫିଡ୍ ସହିତ ସପ୍ଲିମେଣ୍ଟ, ସର୍ବୋତ୍ତମ ଅଭିବୃଦ୍ଧି ଏବଂ ଉତ୍ପାଦନ ପାଇଁ ଜରୁରୀ | ଏକ ସ୍ଥିର ଜଳ ଯୋଗାଣ ନିଶ୍ଚିତ କରନ୍ତୁ ଏବଂ ଖାଇବା ଗୁଣ ଉପରେ ନଜର ରଖନ୍ତୁ |


ସ୍ୱାସ୍ଥ୍ୟସେବା ଅଭ୍ୟାସ

ଏକ ସକ୍ରିୟ ସ୍ୱାସ୍ଥ୍ୟସେବା ରୁଟିନ୍ ପ୍ରତିଷ୍ଠା କରନ୍ତୁ | ଟୀକାକରଣ କାର୍ଯ୍ୟସୂଚୀ, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କର ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ | ଏକ ସୁପରିଚାଳିତ ଏବଂ ରୋଗମୁକ୍ତ ଗୋରୁ ସଫଳତାର ଚାବିକାଠି |

ଷ୍ଟ୍ରାଟେଜିକ୍ ପ୍ରଜନନ ଏବଂ କିଡ୍ ପରିଚାଳନା:-

ସଫଳତା ପାଇଁ ପ୍ରଜନନ:-

ଛେଳିମାନଙ୍କର ପ୍ରଜନନ ଚକ୍ରକୁ ଭଲ ଭାବେ ବୁଝନ୍ତୁ ଏବଂ ବଜାର ଚାହିଦା ସହିତ ସମାନ୍ତରାଳ ଭାବରେ ରଣନ .ତିକ ପ୍ରଜନନ ଯୋଜନା କରନ୍ତୁ | ଉତ୍ପାଦନ ବୃଦ୍ଧି ପାଇଁ ଉନ୍ନତ ଜେନେଟିକ୍ସ ଚୟନ କରନ୍ତୁ | ନିୟନ୍ତ୍ରିତ ପ୍ରଜନନ ପାଇଁ କୃତ୍ରିମ ପ୍ରଜନନ ବିଷୟରେ ବିଚାର କରନ୍ତୁ |

କିଡ୍ କେୟାର:-

ନର୍ସିଂ ପାଇଁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପ୍ରଦାନ କରନ୍ତୁ ଏବଂ ପିଲାମାନେ ପର୍ଯ୍ୟାପ୍ତ ପରିମାଣର କୋଲଷ୍ଟ୍ର୍ରମ୍ ପାଇବାକୁ ନିଶ୍ଚିତ କରନ୍ତୁ | ତୁମର ଛେଳି ପଲ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବାକୁ ପ୍ରାରମ୍ଭିକ ସ୍ୱାସ୍ଥ୍ୟ ହସ୍ତକ୍ଷେପ ଏବଂ ଟୀକାକରଣ କାର୍ଯ୍ୟକାରୀ କରନ୍ତୁ |



ଆର୍ଥିକ ଯୋଜନା:-


ସଫଳତା ପାଇଁ ବଜେଟ୍:-
ପ୍ରାରମ୍ଭିକ ସେଟଅପ୍ ଖର୍ଚ୍ଚ, ଚାଲୁଥିବା କାର୍ଯ୍ୟକ୍ଷମ ଖର୍ଚ୍ଚ ଏବଂ ସମ୍ଭାବ୍ୟ ରିଟର୍ଣ୍ଣ ଆକଳନ କରନ୍ତୁ | ଆପଣଙ୍କର ଆର୍ଥିକ ନିଷ୍ପତ୍ତିଗୁଡିକୁ ମାର୍ଗଦର୍ଶନ କରିବା ପାଇଁ ଏକ ବିସ୍ତୃତ ବଜେଟ୍ ବିକାଶ କରନ୍ତୁ | ତୁମର ଅପରେସନ୍ ବୁଝିବା ସହିତ ନିୟମିତ ଭାବରେ ତୁମର ବଜେଟ୍ ଅପଡେଟ୍ କର |
ରେକର୍ଡ ରଖିବା:-
ପ୍ରଜନନ ଏବଂ କିଡିଂ ଚକ୍ର, ସ୍ୱାସ୍ଥ୍ୟ ପାରାମିଟର ଏବଂ ଆର୍ଥିକ କାରବାରର ବିସ୍ତୃତ ରେକର୍ଡଗୁଡିକ ବଜାୟ ରଖନ୍ତୁ | ସଠିକ୍ ରେକର୍ଡଗୁଡିକ ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସହଜ କରିଥାଏ ଏବଂ ଉନ୍ନତି ପାଇଁ କ୍ଷେତ୍ର ଚିହ୍ନଟ କରିବାରେ ସାହାଯ୍ୟ କରେ |

ଛେଳି ପାଇଁ ମାର୍କେଟିଂ କୌଶଳ:-

ଆୟ ସୃଷ୍ଟି ପାଇଁ ବିଭିନ୍ନ ଉପାୟ:-
ଆୟ ସୃଷ୍ଟି ପାଇଁ ବିଭିନ୍ନ ଉପାୟ ଅନୁସନ୍ଧାନ କରନ୍ତୁ, ଯେପରିକି ମାଂସ ଉତ୍ପାଦନ ପାଇଁ ଜୀବନ୍ତ ଛେଳି ବିକ୍ରୟ, ଛେଳି କ୍ଷୀର ମାର୍କେଟିଂ, ଏବଂ ଖତ ଏବଂ ଲୁଚାଇବା ପରି ଉପ-ଦ୍ରବ୍ୟ ବ୍ୟବହାର କରିବା |

ଏକ ବ୍ରାଣ୍ଡ ନିର୍ମାଣ କରନ୍ତୁ:-
ଆପଣଙ୍କର ଚାଷ ପାଇଁ ଏକ ଚିହ୍ନିବା ଯୋଗ୍ୟ ବ୍ରାଣ୍ଡ ପ୍ରତିଷ୍ଠା କର | କ୍ରେତା ଏବଂ ଗ୍ରାହକଙ୍କ ସହିତ ସଂଯୋଗ କରିବାକୁ ଅନଲାଇନ୍ ଏବଂ ସ୍ଥାନୀୟ ବଜାର ବ୍ୟବହାର କରନ୍ତୁ | ତୁମର ଛେଳି ଦ୍ରବ୍ୟର ଗୁଣ ଏବଂ ସ୍ୱତନ୍ତ୍ରତା ଉପରେ ଗୁରୁତ୍ୱ ଦିଅ |


ବଜାର ଚାହିଦା ଉପରେ ଆଧାର କରି ଧୀରେ ଧୀରେ ତୁମର ଛେଳି ପାଳନ ବିସ୍ତାର କର | ଅଭିବୃଦ୍ଧିର ସୁଯୋଗଗୁଡିକ ଆକଳନ କରନ୍ତୁ ଏବଂ ସେହି ଅନୁଯାୟୀ ଆପଣଙ୍କର ଭିତ୍ତିଭୂମି ଅନୁକୂଳ କରନ୍ତୁ | ସ୍ଥାୟୀ ଅଭିବୃଦ୍ଧି ନିଶ୍ଚିତ କରିବାକୁ ଏକ ସନ୍ତୁଳନ ବଜାୟ ରଖନ୍ତୁ |

ମୂଲ୍ୟ-ଯୋଗ ହୋଇଥିବା ଭେଞ୍ଚରଗୁଡିକ ଏକ୍ସପ୍ଲୋର୍ କରନ୍ତୁ:-
ଛେଳି ଉତ୍ପାଦ ପାଇଁ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ପନିର କିମ୍ବା ସାବୁନ୍ ପରି ଅତିରିକ୍ତ ଉତ୍ପାଦ ସୃଷ୍ଟି କରିବା ଭଳି ମୂଲ୍ୟଯୁକ୍ତ ଉଦ୍ୟୋଗଗୁଡିକ ବିଷୟରେ ବିଚାର କରନ୍ତୁ | ଅତିରିକ୍ତ ଆୟ ପାଇଁ ଏଗ୍ରିଟୋରିଜିମ୍ ମଧ୍ୟ ଅନୁସନ୍ଧାନ କରାଯାଇପାରେ |

ଚ୍ୟାଲେଞ୍ଜ:-
ରୋଗ ବିସ୍ତାର, ବଜାରର ପରିବର୍ତ୍ତନ, ଏବଂ ଫିଡ୍ ଉପଲବ୍ଧତାକୁ ପ୍ରଭାବିତ କରୁଥିବା ଜଳବାୟୁ କାରଣ ପରି ସାଧାରଣ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ | ଏକ ଦୃଢ ଜୈବିକ ନିରାପତ୍ତା ଯୋଜନା ପ୍ରସ୍ତୁତ କରନ୍ତୁ, ବଜାର ବିପଦକୁ କମ୍ କରିବାକୁ ଉତ୍ପାଦଗୁଡିକୁ ବିବିଧ କରନ୍ତୁ ଏବଂ ଚ୍ୟାଲେଞ୍ଜଗୁଡିକୁ ପ୍ରଭାବଶାଳୀ ଭାବରେ ନେଭିଗେଟ୍ କରିବାକୁ ଶିଳ୍ପ ମଧ୍ୟରେ ସହଭାଗିତା ପ୍ରତିଷ୍ଠା କରନ୍ତୁ |

ସଫଳ ଛେଳି ପାଳିବା ହେଉଛି ଉତ୍ସାହ, ଜ୍ଞାନ ଏବଂ ରଣନୀତିକ ନିଷ୍ପତ୍ତି ଗ୍ରହଣର ଏକ ଜଟିଳ ମିଶ୍ରଣ | ସଠିକ୍ ପ୍ରଜାତି ବାଛିବା, ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ, ପ୍ରଭାବଶାଳୀ ପରିଚାଳନା ଅଭ୍ୟାସ କାର୍ଯ୍ୟକାରୀ କରିବା ଏବଂ ସ୍ମାର୍ଟ ମାର୍କେଟିଂ କୌଶଳ ଆପଣ ଗ୍ରହଣ କରି ଆପଣ କେବଳ ସୁସ୍ଥ ଏବଂ ଉତ୍ପାଦନକାରୀ ଗୋରୁ ପାଳାଇ ପାରିବେ ନାହିଁ ବରଂ ଆପଣଙ୍କ ଛେଳି ଚାଷ ଉଦ୍ୟମକୁ ଏକ ସମୃଦ୍ଧ ତଥା ଲାଭଜନକ ବ୍ୟବସାୟରେ ପରିଣତ କରିପାରିବେ | ଯେତେବେଳେ ଆପଣ ଏହି ଯାତ୍ରା ଆରମ୍ଭ କରନ୍ତି, ମନେରଖନ୍ତୁ ଯେ ଛେଳି ପାଳନର ଗତିଶୀଳ ଦୁନିଆରେ ଦୀର୍ଘକାଳୀନ ସଫଳତାର ନିରନ୍ତର ଶିକ୍ଷା ଏବଂ ଆଡାପ୍ଟେସନ୍ ହେଉଛି ପ୍ରମୁଖ |

ଭାରତୀୟ ରେଳବାଇରେ ପୂରଣ ହେବ ୯୧୪୪ ଟି ପଦବୀ; ତୁରନ୍ତ କରନ୍ତୁ ଆବେଦନ

 COASTAL NEWS ODIA 1751


ଭାରତୀୟ ରେଳବାଇରେ ପୂରଣ ହେବ ୯୧୪୪ ଟି ପଦବୀ; ତୁରନ୍ତ କରନ୍ତୁ ଆବେଦନ 



ନୂଆଦିଲ୍ଲୀ - (CNO) ଭାରତୀୟ ରେଳବାଇରେ କରନ୍ତୁ ଚାକିରୀ । RRB ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଆପଣ ଯଦି ଏଥିପାଇଁ ଆଶାୟୀ ତେବେ ତୁରନ୍ତ ଆବେଦନ ପାଇଁ ପ୍ରସ୍ତୁତ ହୁଅନ୍ତୁ । 

ଏହି ନିଯୁକ୍ତି ପ୍ରକ୍ରିୟାରେ ଟେକ୍ନିସିଆନ ପଦବୀ ପୂରଣ ହେବ। ଦଶମ ପାଶ୍‌ ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇ ପାରିବେ । ଏନେଇ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତି ମାଧ୍ୟମରେ ମୋଟ ୯୧୪୪ ଟି ପଦବୀ ପୂରଣ ହେବ । 



ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍ https://rrbbbs.gov.in/କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। SSB Exam: ୭୮୬ଟି ଅଧ୍ୟାପକ ପଦବୀ ହେବ ପୂରଣ, ତୁରନ୍ତ କରନ୍ତୁ ଆବେଦନ ଗୁରୁତ୍ୱପୂର୍ଣ୍ଣ ତାରିଖ: ଅନ୍‌ଲାଇନ୍ ଆବେଦନ ୦୯ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ୦୮ ଏପ୍ରିଲ୍ ୨୦୨୪ରେ ଶେଷ ହେବ । 

ବୟସ ସୀମା

ସର୍ବନିମ୍ନ ବୟସ - ୧୮ ବର୍ଷ ସର୍ବାଧିକ ବୟସ - ୩୬ ବର୍ଷ ମାସିକ ଦରମା: ଟେକ୍ନିସିଆନ୍ Gr-III - ୧୯,୯୦୦ ରୁ ୬୩,୨୦୦ ଟଙ୍କା ଟେକ୍ନିସିଆନ୍ Gr-I ସିଗ୍ନାଲ୍ - ୨୯,୨୦୦ ରୁ ୯୨,୩୦୦ ଟଙ୍କା ଆବେଦନ ଶୁଳ୍କ: ସାଧାରଣ ବର୍ଗ/ EWS/ OBC - ୫୦୦ ଟଙ୍କା SC/ST/PwD/ମହିଳା - ୨୫୦ ଟଙ୍କା ଖାଲି ପଦବୀ: ଟେକ୍ନିସିଆନ Gr-I ସିଗ୍ନାଲ୍ - ୧୦୯୨ଟି ପୋଷ୍ଟ୍‌ ଟେକ୍ନିସିଆନ୍ Gr-III - ୮୦୫୨ଟି ପୋଷ୍ଟ୍‌ RPF 

ଶିକ୍ଷାଗତ ଯୋଗ୍ୟତା

ଦଶମ ସହିତ ସମ୍ବନ୍ଧିତ ଟ୍ରେଡ୍‌ରେ ITI କିମ୍ବା PCM / B.sc/ B.Tech / B.E / ଡିପ୍ଲୋମା ଇଞ୍ଜିନିୟରିଂ ସହିତ ବିଜ୍ଞାନରେ ଦ୍ୱାଦଶ ପାସ୍ 

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍: 

HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍ +2/ITI ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍ ଜାତି ପ୍ରମାଣପତ୍ର ସିଗ୍ନେଚର୍ ଆଧାର କାର୍ଡ ରେସିଡେନ୍ସ ସାର୍ଟିଫିକେଟ୍ ଫଟୋଗ୍ରାଫ୍ 

ଚୟନ ପ୍ରକ୍ରିୟା

ଲିଖିତ ପରୀକ୍ଷା, 

ସାକ୍ଷାତକାର, 

ଡକ୍ୟୁମେଣ୍ଟ୍ ଯାଞ୍ଚ

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...