AFFILIATE MARKETING

https://binomo.com?a=90810425bb57&t=0

Wednesday, January 3, 2024

ଆଜିର ରାଶିଫଳ

COASTAL NEWS ODIA 1632

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୦୩ ତାରିଖ ୨୦୨୪ ମସିହା(ବୁଧବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌹👉ମେଷ*
*ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ,  କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।* 

*✧═════•❁❀❁•═════✧*  
*🌹👉ବୃଷ*
*ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି  ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।*
*✧═════•❁❀❁•═════✧*  
*🌹👉ମିଥୁନ*
*ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।* 
*✧═════•❁❀❁•═════✧*  

*🌹👉କର୍କଟ* 
*ଆଜି  ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।* 
*✧═════•❁❀❁•═════✧*  
*🌹👉ସିଂହ*
*ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ  ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।* 
*✧═════•❁❀❁•═════✧*  

*🌹👉କନ୍ୟା*
*ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।* 
*✧═════•❁❀❁•═════✧*  

*🌹👉ତୁଳା*
*ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।* 
*✧═════•❁❀❁•═════✧*  
*🌹👉ବିଛା*
*ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।  ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।* 

*✧═════•❁❀❁•═════✧*  
*🌹👉ଧନୁ*
*ଆଜି  ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।* 
*✧═════•❁❀❁•═════✧*  
*🌹👉ମକର*
*ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।* 
*✧═════•❁❀❁•═════✧*  
*🌹👉କୁମ୍ଭ*
*ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।* 

*✧═════•❁❀❁•═════✧*  
*🌹👉ମୀନ*
*ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ*
*✧═════•❁❀❁•═════✧*

୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଉଦ୍ଧାର

COASTAL NEWS ODIA 1631

ବେଆଇନ୍ ଶ୍ରମିକ ଚାଲାଣ ୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଉଦ୍ଧାର



ପାଟଣାଗଡ଼ (CNO) ବେଆଇନ୍ ଶ୍ରମିକ ଚାଲାଣ ହେଉଥିବା ଖବର ପାଇ ଖପ୍ରାଖୋଲ ଥାନା ପୋଲିସ ଚଢାଉ କରି ୭ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଥିବା ବେଳେ ଦାଦନ ଚାଲାଣ ଅଭିଯୋଗ ରେ ୩ ମଧ୍ୟସ୍ଥି ଙ୍କୁ ଶନିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି। 

ଖବର ଅନୁସାରେ ଦାଦନ ଚାଲାଣ ସୂଚନା ପାଇଁ ଖପ୍ରାଖୋଲ ଥାନା ପୋଲିସ ଘୁଚାପାଲି ଛକ ନିକଟରେ ଛକି ବସିଥିବା ବେଳେ ଏକ ବୋଲେରୋ ଗାଡ଼ି ରେ ବେଆଇନ୍ ଶ୍ରମିକ ଚାଲାଣ ହେଉଥିବା ବେଳେ ପୋଲିସ ଗାଡ଼ି ଅଟକାଇ ପଚରାଉଚୁରା ବେଳେ ଜମୁନାପାଲି ଓ ଘୁଚାପାଲି ଗାଁ ର ୪ଜଣ ମହିଳା, ୪ଜଣ ପୁରୁଷ ସମେତ ୭ଜଣ ଶିଶୁଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନା କୁ ଆଣିଥିବା ବେଳେ ବୋଲେରୋ ଗାଡି ଓ ଏକ ମୋଟର ସାଇକେଲ ଜବତ କରିଥିଲେ।

ସେହି ପରି ବେଆଇନ୍ ଦାଦନ ଚାଲାଣ ଅଭିଯୋଗ ରେ ଖପ୍ରାଖୋଲ ଥାନା କେସ ନମ୍ବର ୨୭୨/୨୩ରେ ଏକ ମାମଲା ରୁଜୁ କରି ଚାଚରାଭଟା ଗାଁ ର ମକୁନ୍ଦ ମାଝୀ (୩୮), ଲାଠୋର ଗାଁ ର ମୁକ୍ତିରାମ ଠାକୁର (୩୮) ଓ ହେମନ୍ତ ନାଗ (୪୦) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି। ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ନିଜ ଗାଁ କୁ ପଠେଇ ଦେଇଥିବା ପ୍ରକାଶ କରିଛନ୍ତି।
ସୁଚନା ଅନୁସାରେ ଖପ୍ରାଖୋଲ ଥାନା ପୋଲିସ ଚଳିତ ବର୍ଷ ବେଆଇନ୍ ଦାଦନ ଶ୍ରମିକ ଚାଲାଣ ବେଳେ ଚଢାଉ କରି ମୋଟ ୧୮ ମାମଲା ରୁଜୁ କରିଥିବା ବେଳେ ମୋଟ ୯୩ ଜଣ ଶ୍ରମିକ ଓ ୪୦ ଜଣ ଶିଶୁ ଙ୍କୁ ଉଦ୍ଧାର କରିଥିବା ବେଳେ ୨୭ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଏହା ପରେବି ଦାଦନ ଚାଲାଣ ଥମୁନ ଥିବାବେଳେ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗାଁରୁ ୨୦ରୁ ଉର୍ଦ୍ଧ୍ବ ପରିବାର ଶ୍ରମିକ ମାନଙ୍କୁ ଚାଲାଣ ପାଇଁ ସର୍ଦ୍ଦାର ମାନେ ଯୋଜନା ଚଳାଇଥିବା ବେଳେ ବିଫଳ ହୋଇଥିବା ସୂଚନା ମିଳିଛି।

Tuesday, January 2, 2024

ଜାନୁଆରୀ ୬ରୁ BSKY ନବୀନ କାର୍ଡ ପାଇଁ ପଞ୍ଜୀକରଣ ଆରମ୍ଭ

COASTAL NEWS ODIA 1630

ଜାନୁଆରୀ ୬ରୁ BSKY ନବୀନ କାର୍ଡ ପାଇଁ ପଞ୍ଜୀକରଣ ଆରମ୍ଭ 



ଭୁବନେଶ୍ବର - (CNO) ଆସନ୍ତା ଜାନୁଆରୀ ୬ରୁ BSKY ନବୀନ କାର୍ଡ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହେବ । ଜାନୁୟାରୀ ୧୬ ତାରିଖ ଯାଏଁ ଅନ୍‌ଲାଇନ୍‌ ପଞ୍ଜୀକରଣର ହେବ । ଏହି କାର୍ଡ ଲାଗି ଯୋଗ୍ୟଆଶାୟୀ ଅନ୍‌ଲାନ୍‌ରେ ଆବେଦନ କରିପାରିବେ  । BSKYରୁ ବାଦ୍‌ ପଡ଼ିଥିବା ପରିବାର ଲାଗି ନବୀନ କାର୍ଡ ଉଦ୍ଦିଷ୍ଟ ହବ । 

ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାମ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । 

ଗତ ୫ ବର୍ଷରେ BSKY ଯୋଜନାରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍‌ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି। ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଏକ ଅନନ୍ୟ ଉଦାହରଣ। ଏକ ଉତ୍ତମ ମଡେଲ। ଓଡିଶାର ଲୋକଙ୍କ ପାଇଁ ଏହା ଏକ ସୁନିଶ୍ଚିତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ଯେଉଁଥିରେ କି ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସୁବିଧା ପ୍ରଦାନ କରାଯାଉଛି। 

ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଅଟେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ - ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ l ନିକଟସ୍ଥ ଜନସେବା କେନ୍ଦ୍ର ଅଥବା ମୋ ସେବାକେନ୍ଦ୍ର ରେ ପଞ୍ଜୀକରଣ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି l

ନିଶ୍ଚିନ୍ତକୋଇଲି ନିକଟରେ ମନୋରମା ବସ ଦୁର୍ଘଟଣା ଚାଳିଶ ଜଣ ଯାତ୍ରୀ ଆହତ

COASTAL NEWS ODIA 1629

ନିଶ୍ଚିନ୍ତକୋଇଲି ନିକଟରେ ମନୋରମା ବସ ଦୁର୍ଘଟଣା ଚାଳିଶ ଜଣ ଯାତ୍ରୀ ଆହତ 







ସୁକରପଡ଼ା - (CNO) ଚାନ୍ଦବାଲି ରୁ କଟକ ଆସୁଥିବା ମନୋରମା ବସ ଟ୍ରକ ସହିତ ମୁହାଁମୁହିଁ ଧକ୍କା ଚାଳିଶ ଜଣ ଯାତ୍ରୀ ଆହତ, ବସ ଭିତରେ ଚାପିହୋଇ ରହିଛନ୍ତି ଆଉ ଦୁଇଜଣ ଯାତ୍ରୀ ସେ ମଧ୍ୟରେ ଆଳି ବାଳକାଟି ର ଜଣେ ଝିଅ ଅନ୍ତର୍ଭୁକ୍ତ l ଉଦ୍ଧାର କାର୍ଯ୍ ପୁଲିସ ପ୍ରଶାସନ ଓ ଦମକଳ ବାହିନୀ ତତ୍ପରତାର ସହିତ କରୁଛନ୍ତି l ସୁକରପଡ଼ା ଓ କଟରପଡ଼ା ମଧ୍ୟରେ ହୋଇଛି ଏହି ଭୟାବହ ଦୁର୍ଘଟଣା l 

ଗ୍ୟାସ୍ଆ କଟର ଯୋଗେ ବସ୍ ବଡି କୁ କଟାଯାଇ ଯାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି l ଆହତଙ୍କୁ ନିକଟସ୍ଥ ନିଶ୍ଚିନ୍ତକୋଇଲି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି l 108 ଆମ୍ବୁଲାନ୍ସ ନିଆଁ ଲିଭାଇବା ଗାଡି ମୁତୟନ କରାଯାଇଛି l କଟକରୁ ଆତ୍ୟାଧୁନିକ ମେସିନ୍ ମରାଯାଇଛି l ଶୋକାକୁଳ ପରିବେଶ ରେ ଈଶ୍ୱରଙ୍କୁ ପ୍ରାର୍ଥନା l ଯାତ୍ରୀଙ୍କ ଠାରୁ ପ୍ରକାଶ ଯେ ହୁଏତ ଟ୍ରକ ଡ୍ରାଇଭର ଅଘଟଣର ଶିକାର ହୋଇଯାଇଛନ୍ତି l

Monday, January 1, 2024

ଆଜିର ରାଶିଫଳ

COASTAL NEWS ODIA 1628

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୦୨ ତାରିଖ ୨୦୨୪ ମସିହା(ମଙ୍ଗଳବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*  *✧═════•❁❀❁•═════✧*



*ମେଷ🌹👉:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ।   ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।*
*✧═════•❁❀❁•═════✧*
*ବୃଷ🌹👉:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା,  ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।*
*✧═════•❁❀❁•═════✧*
*🌹ମିଥୁନ🌹👉:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।*
*✧═════•❁❀❁•═════✧*
*🌹କର୍କଟ🌹👉:-ଆଜି ସନ୍ତାନଙ୍କର କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।*
*✧═════•❁❀❁•═════✧*
*🌹ସିଂହ🌹👉:-ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରି ପାରିବେ। ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟକରିପାରେ। ନୂତନ ନିଯୁକ୍ତି , ସ୍ଥାନାନ୍ତର ସକାଶେ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ।*
*✧═════•❁❀❁•═════✧*
*🌹କନ୍ୟା🌹👉:-ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ମନେଇବେ।*
*✧═════•❁❀❁•═════✧*
*🌹ତୁଳା🌹👉:-ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହର ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉:-ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ।  ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।*
*✧═════•❁❀❁•═════✧*
*🌹ଧନୁ🌹👉:-ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।*
*✧═════•❁❀❁•═════✧*
*🌹ମକର🌹👉:-ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹କୁମ୍ଭ🌹👉:-ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ।*
*✧═════•❁❀❁•═════✧*
*🌹ମୀନ🌹👉:-ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।*
*✧═════•❁❀❁•═════✧*

ନୂଆ ବର୍ଷରେ ବଦଳିଲା ଏହି ନିୟମ

COASTAL NEWS ODIA 1627

ନୂଆ ବର୍ଷରେ ବଦଳିଲା ଏହି ନିୟମ



ନୂଆଦିଲ୍ଲୀ - (CNO) ନୂଆ ବର୍ଷରେ ବଦଳିଲା ଏହି ନିୟମ, ଜାଣି ରଖନ୍ତୁ କେଉଁ ନିୟମରେ ହୋଇଛି ପରିବର୍ତ୍ତନ  2023 ବର୍ଷ ବିଦାୟ ପରେ ଆସିଛି ଇଂରାଜୀ ନବ ବର୍ଷ 2024 । ଏହା ସହ ନୂଆ ବର୍ଷରୁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଲାଗୁ ହୋଇଛି ଅନେକ ନୂଆ ନିୟମ । 

ସୁକନ୍ୟା ଯୋଜନାର ସୁଧହାର ଠାରୁ ଆରମ୍ଭ କରି ନୂଆ ସିମ୍ କିଣିବା ପାଇଁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଏପିରିକି ନିଷ୍କ୍ରିୟ ୟୁପିଆଇ ଏବଂ ବ୍ୟାଙ୍କ ଲକରକୁ ନେଇ ହୋଇଛି ନିୟମରେ ପରିବର୍ତ୍ତନ । ରାମ ମନ୍ଦିର ମାମଲାର ନିଷ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଲେ ସିଜେଆଇ, ଜାଣନ୍ତୁ ସେହି ତଥ୍ୟ କଣ? 

ନୂଆ ବର୍ଷରେ ଲାଗୁ ହୋଇଛି  ନୂଆ ନିୟମ ସୁକନ୍ୟା ଯୋଜନାରେ 8 ପ୍ରତିଶତ ବଦଳରେ ମିଳିବ 8.2 ପ୍ରତିଶତ ସୁଧ । ଏହା ଦ୍ୱାରା ସଞ୍ଚୟ ରାଶିରେ ବୃଦ୍ଧି ହେବ । ସେହିପରି ତିନି ବର୍ଷିଆ ମିଆଦି ଜମାରେ 7.1 ପ୍ରତିଶତ ସୁଧ ମିଳିବ । ବ୍ୟାଙ୍କ ଲକର୍ ନୂଆ ନିୟମ ଲାଗୁ କରାଯିବ । 2023 ଡିସେମ୍ବର 31 ସୁଦ୍ଧା ଲକର ନିୟମ ପାଳନ କରିନଥିଲେ ଅସୁବିଧାରେ ପଡିବେ । ଏହା ବାଦ୍ କାର୍ କମ୍ପାନୀ ମାନେ ଦର ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ମାରୁତି, ଟାଟାଠାରୁ ଆରମ୍ଭ କରି ଅଡି ଓ ମର୍ସିଡିଜ୍ ବେଞ୍ଜ କାରର ଦର ବଢିବ । 

ଜାନୁଆରୀରେ କାର ଦାମ ବଢିବା ନେଇ ଘୋଷଣା କରିଛନ୍ତି କାର କମ୍ପାନୀ । ସେହିପରି ବର୍ଷେରୁ ଅଧିକ ସମୟ ନିଷ୍କ୍ରିୟ ଥିବା ୟୁପିଆଇ ଆଇଡିକୁ ଅଚଳ କରାଯିବ । ଏହା ଦ୍ୱାରା ସେଗୁଡ଼ିକୁ କେହି ଅପବ୍ୟବହାର କରିପାରିବେ ନାହିଁ । ସ୍ୱାସ୍ଥ୍ୟ ବୀମା ପଲିସି ଲୋକେ ବୁଝିବା ଭଳି ସରଳ ଭାଷାରେ କମ୍ପାନୀ ଉପସ୍ଥାପନ କରିବେ । 

ମୋବାଇଲ୍ ସିମ୍ କିଣିବା ବେଳେ କାଗଜପତ୍ର ଦେବାକୁ ପଡ଼ିବ ନାହିଁ । କେବଳ ଡିଜିଟାଲ KYC ଜରିଆରେ ହିଁ ସିମ୍ କିଣିହେବ । ଫଳରେ ଫେକ୍ ଡକ୍ୟୁମଣ୍ଟ ଦେଇ ଆଉ ସିମ୍ କାରବାର ହୋଇପାରିବ ନାହିଁ ଏବଂ ଗ୍ରାହକର ଡକ୍ୟୁମେଣ୍ଟ ଚୋରି ହେବ ନାହିଁ । ଏଥି ସହ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ନୂଆ ନିୟମ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ପାନ, ଗୁଟଖା ଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ।

ଆଜିର ରାଶିଫଳ

COASTAL NEWS ODIA 1626

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୦୧ ତାରିଖ ୨୦୨୪ ମସିହା(ସୋମବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹ମେଷ🌹👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*
*✧═════•❁❀❁•═════✧*

*🌹ବୃଷ🌹👉:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*

*✧═════•❁❀❁•═════✧*
*🌹ମିଥୁନ🌹👉:-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*

*✧═════•❁❀❁•═════✧*
*🌹କର୍କଟ🌹👉:-ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*

*✧═════•❁❀❁•═════✧*
*🌹ସିଂହ🌹👉:-ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ସନ୍ତୋଷଜନକ ଫଳ ପାଇବେ।*

*✧═════•❁❀❁•═════✧*
*🌹କନ୍ୟା 🌹👉:-ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ଆଜି ଦିନଟି ଦେହଭଲ ରହିବା ସହିତ  ମନ ଆନନ୍ଦିତ  ରହିବ।*

*✧═════•❁❀❁•═════✧*
*🌹ତୁଳା🌹👉:-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ହସ୍ତା ନକ୍ଷତ୍ର ସକାଶେ ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ।  ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*

*✧═════•❁❀❁•═════✧*
*🌹ବିଛା🌹👉:-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*

*✧═════•❁❀❁•═════✧*
*🌹ଧନୁ🌹👉:-ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*

*✧═════•❁❀❁•═════✧*
*🌹ମକର🌹👉:-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*
*✧═════•❁❀❁•═════✧*

*🌹କୁମ୍ଭ🌹👉:-ଆଜି ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ,  ଆନୁଷ୍ଠାନିକ କାମରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜି ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ପ୍ରତ୍ୟେକ କ୍ଷେତ୍ରରେ  ସତର୍କ ରହି କାମକରିବା ଭଲ ହେବ।*

*✧═════•❁❀❁•═════✧*
*🌹ମୀନ🌹👉:-ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।*
*✧═════•❁❀❁•═════✧*

Sunday, December 31, 2023

ନୂଆ ଟାଙ୍କିରୁ ଗ୍ୟାସ୍ ଚୋରି କରି ବଢ଼ିଆ ରୋଜଗାର

COASTAL NEWS ODIA 1625

ନୂଆ ଟାଙ୍କିରୁ ଗ୍ୟାସ୍ ଚୋରି କରି ବଢ଼ିଆ ରୋଜଗାର


ମୁମ୍ବାଇ - (CNO) ନୂଆ ଟାଙ୍କିରୁ ଗ୍ୟାସ୍ ଚୋରି କରି ବଢ଼ିଆ ରୋଜଗାର, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ୍ ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍‌ର କୌଣସି କ୍ଷତି ହେଉନଥିଲା।

ରାସ୍ତା କଡ଼ରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଗାଡ଼ି ଅଟକି ଥିଲା। ଆଉ ଜଣେ ଦୁଇ ଜଣ ସେଠି ଟହଲ ମାରୁଥିଲେ। ପୋଲିସ୍‌ର ସନ୍ଦେହ ହେଲା। ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ଭ୍ୟାନ୍ ଭିତରେ ଅତି ସତର୍କତାର ସହ ଚାଲିଛି ଗ୍ୟାସ୍ ଚୋରି। ଆପଣ ବି ସତର୍କ ରୁହନ୍ତୁ। ଏମିତି ଗ୍ୟାସ୍ ଚୋରିର ଶିକାର ହୋଇ କମ୍ ଓଜନର ସିଲିଣ୍ଡର ପାଇପାରନ୍ତି।

ଏମିତି ଏକ ଘଟଣା ସାମ୍ନକୁ ଆସିଛି ମୁମ୍ବାଇର ଶିବାଜୀନଗର ଅଞ୍ଚଳରୁ। ଗତ ଶୁକ୍ରବାର ଦିନର ଘଟଣା। ପୋଲିସ ପାଟ୍ରୋଲିଂ କରିବା ବେଳେ ଏକ ଗ୍ୟାସ୍ ବୋଝେଇ ଗାଡ଼ି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦେଖି ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନଖି ଆରମ୍ଭ କରିଥିଲା। 
 
ତେବେ ଚୋରମାନେ ଅତି ଚତୁରତାର ସହ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଖଲାସ କରିବାରେ ଲାଗିଥିଲେ। ତେବେ ସବୁଠୁ ବଡ଼ କଥା ହେଉଛି, ସେମାନେ ଗ୍ୟାସ୍ ଚୋରି କରିବା ବେଳେ ସିଲ୍‌ର କୌଣସି କ୍ଷତି ହେଉନଥିଲା। ଫଳରେ ଗ୍ରାହକ ଗ୍ୟାସ୍ ନେବା ବେଳେ ଚୋରି ହୋଇଛି ବୋଲି ଜାଣିବାର ବାଟ ନଥିଲା।

ପ୍ରତି ଗ୍ୟାସ୍‌ ଟାଙ୍କିରୁ ସେମାନେ ଅଳ୍ପ ଅଳ୍ପ ଗ୍ୟାସ୍ ଚୋରି କରି ଅନ୍ୟଏକ ଟାଙ୍କିରେ ଭର୍ତ୍ତି କରୁଥିଲେ। ଏକ ପାଇପ୍ ସାହାଯ୍ୟରେ ସେମାନେ ଏହା ଅତି ଚତୁରତାର ସହ କରୁଥିଲେ। ଫଳରେ ସିଲ୍‌ର କୌଣସି କ୍ଷତି ହେଉନଥିଲା। କିଛି କିଛି ଗ୍ୟାସ୍ ଚୋରି କରି ସେମାନେ ଆଉ ଏକ ଟାଙ୍କି ଫୁଲ୍ କରିବା ପରେ ତାକୁ ବିକ୍ରି କରି ଭଲ ରୋଜଗାର କରୁଥିଲେ।

ପୋଲିସ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ଅନୁସଂଧାନ ଚଳାଇଛି। ଗିରଫ ଦୁଇ ଜଣ ହେଉଛନ୍ତି ସଲିମ୍ ବେଗ୍(୨୬) ଓ ମହମ୍ମଦ ଖାଁ (୨୮)। ସେମାନେ ଶିବାଜୀନଗର ଅଞ୍ଚଳରେ ଗତ ଏକ ବର୍ଷ ଧରି ଏହି କାରବାର ଚଳାଇ ଆସୁଥିଲେ।

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବିରୋଧ ଭାଜପା ଆଳି ବ୍ଲକ ଶାଖା ପକ୍ଷରୁ ବିଡିଓଙ୍କୁ ସ୍ମାରକପତ୍ର

COASTAL NEWS ODIA 1624

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବିରୋଧ ଭାରତୀୟ ଜନତା ପାର୍ଟି ଆଳି ବ୍ଲକ ଶାଖା ପକ୍ଷରୁ ବିଡିଓଙ୍କୁ ସ୍ମାରକପତ୍ର


ଆଳି - (CNO ) କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ସାଧାରଣରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ  ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଳି ବ୍ଲକ ଅରେହିକଣା ପଞ୍ଚାୟତରେ ଚାଲିଥିବା ବେଳେ କେତେଜଣ ଅସାମାଜିକ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମକୁ ବିରୋଧ କରି ଥିବା ପ୍ରତିବାଦରେ ଆଳି ବ୍ଲକ ଭାରତୀୟ ଜନତା ପାର୍ଟି  ପକ୍ଷରୁ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। 

କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ସାଧାରଣରେ ଅବଗତ କରାଇବା ପାଇଁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ଏହି କାର୍ଯ୍ୟକ୍ରମ ୨୬ ତାରିଖରୁ ଆଳି ବ୍ଲକ ଅନ୍ତର୍ଗତ ଅରେହିକଣା ପଞ୍ଚାୟତରେ ଚାଲିଥିବା ବେଳେ କେତେଜଣ ଲୋକ ଗଣ୍ଡଗୋଳ କରିବା ସହ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହିତ ମାର୍‌ପିଟ କରିବାରୁ ୩ ଦିନ ଧରି କାର୍ଯ୍ୟକ୍ରମ ବନ୍ଦ ରହିଛି। 

କାର୍ଯ୍ୟକ୍ରମକୁ ତୁରନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଲକ ପ୍ରଶାସନ ପଦକ୍ଷେପ ନେବା ଦାବି କରି ଆଳି ଭାଜପାର ଏକ ପ୍ରତିନିଧ୍ ଦଳ ନେତା ବ୍ରଜ ସୁନ୍ଦର ଭୂୟାଁଙ୍କ ନେତୃରେ ବିଡିଓଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । 

ଉକ୍ତ ପ୍ରତିନିଧ୍ ମଣ୍ଡଳୀରେ ଜିଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସେଠୀ, ପତ୍ରପୁର ମଣ୍ଡଳ ସଭାପତି ତଥା ସରପଞ୍ଚ ଅକ୍ଷୟ ଦାସ, ଜିଲା ଯୁବମୋର୍ଚ୍ଚା ସମ୍ପାଦକ ବରାହ ପଣ୍ଡା, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅନନ୍ତ ରଥ, ଜିଲା କୃଷକ ମୋର୍ଚ୍ଚା ସମ୍ପାଦକ ସୁବାସ ପାତ୍ର, ନେତା କ୍ଷୀରୋଦ ପଣ୍ଡା, ପୂର୍ବତନ ସରପଞ୍ଚ ଭୂପତି ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।

Saturday, December 30, 2023

Odisha Public Service Commission ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି

COASTAL NEWS ODIA 1623

Odisha Public Service Commission   ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି


ଭୁବନେଶ୍ବର -(CNO) ଓଡିଶା ଲୋକସେବା ଆୟୋଗ OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି । ଜାନୁଆରୀ ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଫେବ୍ରୁଆରୀ ୧୨ରେ ଆବେଦନ ପ୍ରକ୍ରିୟା ଶେଷ ହେବ । ଅନ୍‌ଲାଇନ୍‌ ମାଧ୍ୟମରେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ www.opsc.gov.in. କୁ ଯାଇ ଆବେଦନକାରୀ ନିଜର ନାମ ପଞ୍ଜିକରଣ କରିବା ସହ ଚାକିରି ପାଇଁ ଆବେଦନ କରିପାରିବେ ।

ସିଭିଲ ଓ ମେକାନିକାଲ ଉଭୟ କ୍ଷେତ୍ରରେ ଆସିଷ୍ଟାଣ୍ଟ ଇଞ୍ଜିନୟର ପାଇଁ ମୋଟ ୬୨୧ ପଦବୀ ପୁରଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ସିଭିଲ ପାଇଁ ୫୮୦ ପଦବୀ ଓ ମେକାନିକାଲ ପାଇଁ ୪୧ ପଦବୀ ଖାଲି ରହିଛି ।ବିଜ୍ଞପ୍ତି ଅନୁଯାୟୀ ଆବେଦକାରୀଙ୍କ ବୟସ ୨୦୨୩ ଜାନୁଆରୀ ୧ ତାରିଖ ସୁଦ୍ଧା ୨୧ରୁ ୩୮ ମଧ୍ୟରେ ହୋଇଥିବା ଆବଶ୍ୟକ ।ଆସିଷ୍ଟାଣ୍ଟ ସିଭିଲ ଇଞ୍ଜିନିୟର ପାଇଁ ଆବେଦନ କରୁଥିବା ଆବେଦନକାରୀଙ୍କ ପାଖରେ ସରକାରୀ ସ୍ୱୀକୃତି ପ୍ରାପ୍ତ ଡିଗ୍ରୀ ସାର୍ଟିଫିକେଟ ରହିଥିବା ନିହାତି ଆବଶ୍ୟକ ।GATE ପରୀକ୍ଷା ମାଧ୍ୟମରେ ଆବେନକାରୀଙ୍କ ପରୀକ୍ଷା କରାଯିବ । ତାର ଫଳାଫଳ ଅନୁସାରେ ସେମାନଙ୍କୁ ଭାଇଭା ବା ଇଣ୍ଟରଭ୍ୟୁ ପାଇଁ ଡକାଯିବ ।ଏହି ଆବଦେନ ପାଇଁ ଆବେଦନକାରୀଙ୍କୁ କୌଣସି ପ୍ରକାର ଦେୟ ଦେବାକୁ ପଡ଼ିବ ନାହିଁ ।



କେମିତି କରିବେ ଆବେଦନ ?

ଏହାର ଅଫିସିଆଲ ୱେବସାଇଟ୍‌ opsc.gov.in କୁ ଯିବେହୋମ୍‌ ପେଜ୍‌ରେ ଲେଖାଥିବା ‘APPLY ONLINE’ ଉପରେ କ୍ଲିକ୍ କରିବେତା’ପରେ ରେଜିଷ୍ଟର ଆଣ୍ଡ ପ୍ରୋସିଡ୍‌କୁ ଯିବେଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରି ସବ୍‌ମିଟ୍‌ କରିବେ ଶେଷରେ ଏହାର ଏକ ପ୍ରିଣ୍ଟ ଆଉଟ୍‌ କାଢ଼ି ପାଖରେ ରଖିବେ

ରାଜ୍ୟ ସରକାରଙ୍କ ୧୩ ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ ମୋହର

COASTAL NEWS ODIA 1622

ରାଜ୍ୟ ସରକାରଙ୍କ ୧୩ ପ୍ରସ୍ତାବ ଉପରେ ଲାଗିଲା ରାଜ୍ୟ କ୍ୟାବିନେଟ ମୋହର 


ଭୁବନେଶ୍ବର - (CNO) ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଜି ୧୩ଟି ପ୍ରମୁଖ ପ୍ରସ୍ତାବ ଉପରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

ଓଡିଶା ରାଜ୍ୟ ସରକାରଙ୍କ ୧୦ଟି ବିଭାଗର ୧୩ଟି ପ୍ରସ୍ତାବ ପାରିତ ହୋଇଛି ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ଆଜି ୧୩ଟି ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା। ଏବେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇଛି । ଅର୍ଥାତ ପ୍ରାର୍ଥୀମାନେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ସଭିଲ ସର୍ଭିସ ଦେଇପାରିବେ । 

ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବି ସୃଷ୍ଟି କରିଛନ୍ତି। ପବ୍ଲିକ ହେଲ୍‌ଥ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆକୁ ୫ ଏକର ଜମି ଦେବା ପାଇଁ କ୍ୟାବିନେଟ୍ଅ ନୁମୋଦନ ଦେଇଛନ୍ତି। ସେହିପରି ୨ଶହ ଇଲେକ୍ଟ୍ରି ବସ୍‌ ଚଳାଇବାକୁ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବସ୍‌ଗୁଡ଼ିକ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ସେବା ଯୋଗାଇବ। ସହରାଂଚଳରେ ଏଲଇଡି ଲାଇଟ୍‌ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।

କେବିସି’ ର ଶେଷ ମଞ୍ଚରୁ ଲୁହ ଛଳଛଳ ଆଖିରେ ବିଦାୟ ନେଲେ ମହାନାୟକ ଅମିତାଭ ବଚ୍ଚନ

COASTAL NEWS ODIA 1621

କେବିସି’ ର ଶେଷ ମଞ୍ଚରୁ ଲୁହ ଛଳଛଳ ଆଖିରେ ବିଦାୟ ନେଲେ ମହାନାୟକ ଅମିତାଭ ବଚ୍ଚନ



ମୁମ୍ବାଇ - (CNO) ଭାରତୀୟ ସିନେମା ଜଗତର କିଂବଦନ୍ତି ପୁରୁଷ ଅମିତାଭ ବଚ୍ଚନ ତାଙ୍କ ଅଭିନୟ ପାଇଁ ଯେତିକି ପ୍ରସିଦ୍ଧ, ବର୍ତ୍ତମାନର ଯୁବଦର୍ଶକଙ୍କ ଭିତରେ ମଧ୍ୟ ସେତିକି ଲୋକପ୍ରିୟ। ସୋନିଟିଭିରେ ପ୍ରସାରିତ ରିୟଲିଟି ସୋ’ କୌନ୍ ବନେଗା କରୋଡ଼ପତି ( କେବିସି)ର ହଟସିଟ୍‌ରେ ବସି ପୂରା ସୋ’ର ସଂଚାଳନ ଅମିତାଭଙ୍କୁ ଘରେ ଘରେ ପରିଚିତ କରାଇଛି। ହେଲେ ଦୁଃଖର କଥା ହେଉଛି ଆଜି ରାତିରେ ‌ହିଁ କୌନ୍ ବନେଗା କରୋଡ଼ପତି ସିଜିନ୍‌ ୧୫ର ଶେଷ ଏପିସୋଡ଼ ଦେଖିବାକୁ ମିଳିବ। ଏହି କାରଣରୁ ବିଗ୍‌ ବିଙ୍କର ଏକ ଭାବବିହ୍ବଳ ମୁହୂର୍ତ୍ତର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଦର୍ଶକ ମନଜିଣା ଠାଣିରେ ୮୧ ବର୍ଷୀୟ ଅମିତାଭ ହଟ୍‌ ସିଟ୍‌ରେ ବସନ୍ତି, ପ୍ରଶ୍ନ ପଚାରନ୍ତି, ଠିକ୍‌ ଉତ୍ତର ଦେଇ କୋଟି କୋଟି ‌ଟଙ୍କା ଜିତିନିଅନ୍ତି ପ୍ରତିଯୋଗୀ। ହେଲେ ସେ ୮୧ ବର୍ଷୀୟ ବ୍ୟକ୍ତି ଜଣକ କେବଳ ପ୍ରଶ୍ନ ପଚାରନ୍ତି ନାହିଁ। ପ୍ରତିଯୋଗୀଙ୍କୁ ସେମାନଙ୍କ ହାଲ୍‌ଚାଲ୍‌, ଘରପରିବାର ବିଷୟରେ ବି ଭଲମନ୍ଦ ପଚାରି ବୁଝନ୍ତି। ତାଙ୍କର ଏହି ଅନ୍ଦାଜ ହିଁ ତାଙ୍କୁ କୋଟି କୋଟି ଲୋକଙ୍କ ମନର ସମ୍ରାଟ୍ ବନାଇ ଦେଇଛି ।

କୌନ ବନେଗା କରୋଡପତି ଦର୍ଶକଙ୍କୁ ଭାବ ବିହ୍ଵଳ କରିଦିଏ, ମହାନାୟକ ଅମିତାଭ ବଚ୍ଚନ ଙ୍କ ଆତ୍ମିକ ସ୍ଵତନ୍ତ୍ର ଶୈଳୀରେ ଉପସ୍ଥାପନା ପାଇଁ, ସେଥିପାଇଁ ତ କୁହାଯାଏ କୌନ୍ ବନେଗା କରୋଡ଼ପତି ( କେବିସି) ସୋ’ ନୁହେଁ, ଏକ ସଂପର୍କର ଡୋରି । ଭାଇରାଲ୍‌ ହୋଇଥିବା ଭିଡିଓରେ ବିଗ୍‌ ବି ଲୁହ ଛଳ ଛଳ ଆଖିରେ କହୁଛନ୍ତି, ‘‘ଦେବୀ ଓ ସଜ୍ଜନ ମୁଁ ଯାଉଛି, କାଲିଠାରୁ ଏହି ମଞ୍ଚ ଆଉ ସଜା ହେବନାହିଁ।’’

ଜଣେ ପ୍ରଶଂସିକା କହିଲେ , ‘‘ଆମ ଭିତରୁ ଭଗବାନଙ୍କୁ କେହି ବି ଦେଖୁନୁ। ହେଲେ ଆଜି ଆମେ ଭଗବାନଙ୍କର ସବୁଠାରୁ ପ୍ରିୟ ପୁତ୍ରଙ୍କୁ ଦେଖୁଛୁ।’’ ମହିଳାଙ୍କ ଏହି କଥା ବି ବିଗ୍‌ ବିଙ୍କ ଆଖିରେ ଖୁସିର ଲୁହ ଆଣିଦେଉଛି।

ଆଜିର ରାଶିଫଳ

COASTAL NEWS ODIA 1620

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୩୦ ତାରିଖ ୨୦୨୩ ମସିହା(ଶନିବାର)*
*✧═════•❁❀❁•════✧*
*ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌹ମେଷ🌹
👉:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।*

*🌹ବୃଷ🌹
👉:-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।*

*🌹ମିଥୁନ🌹
👉:-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ।* 

*🌹 କର୍କଟ 🌹
👉:-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଶିଳ୍ପ, ରପ୍ତାନି ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।*

*🌹ସିଂହ🌹
👉:-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।*

*🌹କନ୍ୟା🌹
👉:-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।*

*🌹ତୁଳା🌹
👉:-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।*

*🌹ବିଛା🌹
👉:-ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେନ।*

*🌹ଧନୁ🌹
👉:-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।*

*🌹ମକର🌹
👉:-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।*

*🌹କୁମ୍ଭ🌹
👉:-ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।*

*🌹ମୀନ🌹
👉:-ଆଜି ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।*

Friday, December 29, 2023

ପାରିନୁଆପାଡ଼ା ରୁ ଆଳି କୁ ସଂଯୋଗ କରିବାକୁ ଖରସ୍ରୋତା ନଦୀ ଉପରେ ବଳିତର ସେତୁର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

COASTAL NEWS ODIA 1619

ପାରିନୁଆପାଡ଼ା ରୁ ଆଳି କୁ ସଂଯୋଗ କରିବାକୁ ଖରସ୍ରୋତା ନଦୀ ଉପରେ ବଳିତର ସେତୁର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ



ଆଳି - (CNO) କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ପାରିନୁଆପାଡ଼ା ହାବଳଗଣ୍ଡ, ଦଶିପୁରୁ, ଦେଉଳତରା ଗ୍ରାମ ପଞ୍ଚାୟତର ଆଠ ପଟଣା ବାସୀଙ୍କ ଦୀର୍ଘ ବର୍ଷର ଦାବି ପୁରଣ ହେଲା । ପାରିନୂଆପଡ଼ା ହାବଳ ଗଣ୍ଡ ପଞ୍ଚାୟତ ରୁ ଆଳି କୁ ସଂଯୋଗ କରି ଖରସ୍ରୋତା ନଦୀ ଉପରେ ଶହେ ଚଉଦ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ବଳିତର ସେତୁର ଶିଳାନ୍ୟାସ କରିଛନ୍ତି ପୂର୍ତ୍ତ , ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । 

ପାରିନୁଆପାଡା ଖେଳ ପଡିଆରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥିଭାବେ ରାଜକନିକା ପଞ୍ଚାୟତ ସମିତି ଅଧକ୍ଷା ମିନତୀ ରାଉତ, ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ରାଜକନିକା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ପାରିନୁଆପଡା ହାବଳ ଗଣ୍ଡ ପଞ୍ଚାୟତର ସରପଞ୍ଚ ମଞ୍ଜୁଲତା ରାଉତ, ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ବେହେରା, ପ୍ରବୀଣା ଦାସ, ଅମିତା ସାହୁ ଯୋଗ ଦେଇଥିଲେ । 



ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ଏହି ଖରସ୍ରୋତା ନଦୀ ଉପରେ ବଳିତର ସେତୁର ବ୍ୟୟ ଅଟକଳ ମୂଲ୍ୟ ଶହେ ୧୪କୋଟି ୭୫ ଲକ୍ଷ ଟଙ୍କା ଥିବା ବେଳେ ଏହାର ଲମ୍ବ ୧୨୯୬ ମିଟର ରହିଛି ଓ ଏହି ପୋଲର କାମ ତିରିଶ ମାସ ମଧ୍ୟରେ ଶେଷ କରାଯିବ । ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ ସ୍ଵର୍ଗତ ରାଜା ସାହେବ ଶରତ ଦେବ ୧୯୭୪ମସିହା ନିର୍ବାଚନ ଜିତିବା ପରେ ପ୍ରତିଶୃତି ଦେଇ ଥିଲେ ଯେ ଏହି ଖରସ୍ରୋତା ନଦୀର ବଳିତର ଘାଟ ରେ ସେତୁ ନିମାଣ କରାଯିବ । ଏହା ଦ୍ଵାରା ଆଠ ପଟଣା ବସିଙ୍କ ଦୁଃଖ ଦୂର ହେବ ଓ ଏହି ରାସ୍ତା ଆରଡ଼ି ଯିବା ଆସିବାକୁ ସୁବିଧା ହେବ ତଥା ଆଠପାଟଣା ବାସୀଙ୍କ ଜିଲ୍ଲା ହେଡ୍ କ୍ୱାଟର ସହିତ ଯୋଗାଯୋଗ ସହଜ ହେବ ଓ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ସହଜସାଧ୍ୟ ହେବ । 

ଦିର୍ଘ ପଚାଶ ବର୍ଷ ପରେ ସ୍ଵର୍ଗତ ଶରତ ଦେବଙ୍କ ସ୍ଵପ୍ନ କୁ ସାକାର କରି ତାଙ୍କ ସୁଯୋଗ୍ୟ ପୁତ୍ର ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ପିତାଙ୍କ ପ୍ରତିଶୃତି ପୂରଣ କରିବାକୁ ବଦ୍ଧପରିକର ବୋଲି ପ୍ରକାଶ କରିଛନ୍ତି । ଆମ ସରକାର ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କରେ । ସାଂସଦଙ୍କ ପ୍ରତିନିଟ୍ ପବିତ୍ର ରାଉତ, ପ୍ରଦୀପ ରାଉତ, ସତ୍ୟକାନ୍ତ ରାଉତ, ଅନିଲ ପ୍ରଧାନ, ସତ୍ୟବ୍ରତ ଦାସ, ବିମଳ କାନ୍ତ ବିଶ୍ୱାଳ, ବିକ୍ରମ ନନ୍ଦ ବେହେରା, ଶଶିକାନ୍ତ ବେହୁରିଆ, ଆଲୋକ ପରିଡା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକେ ଏହି ସଭାରେ ଯୋଗଦେଇଥିବା ଦେଖାଯାଇଥିଲା l

*ଖବର ଆଜିର*

COASTAL NEWS ODIA 1618

*ଖବର ଆଜିର* 
*ତାରିଖ ୨୯/୧୨/୨୩, ଶୁକ୍ରବାର*



*୧-ଭୁବନେଶ୍ୱର: ନିଯୁକ୍ତି ପାଇଲେ ୨୪୭୩ ଚିକିତ୍ସାଧିକାରୀ , ଶ୍ରେଷ୍ଠ ସେବା ପ୍ରଦାନ ପାଇଁ ଚେଷ୍ଠା କର:ପାଣ୍ଡିଆନ୍।*

*୨-ଭୁବନେଶ୍ୱର: ଶିତ କମିଛି,୧୬ ଜିଲ୍ଲାକୁ ଘନ କୁହୁଡି ସତର୍କତା।*

*୩-ନନ୍ଦପୁର:ପାତାଳିରେ ବୁଡିଲା ଦେଶୀ ଡଙ୍ଗା,ଜଣେ ମୃତ,୪ ନିଖୋଜ।*

*୪-ଆନନ୍ଦପୁର: ବଣଭୋଜି ବସ୍ ଦୁର୍ଘଟଣାଗ୍ରସ୍ତ,୨୦ ଛାତ୍ର ଆହତ,୨ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର।*

*୫-SCBରେ ରୋଗୀ ସେବା ବ୍ୟାହତ, ୮ଦିନ ହେବ ଅଚଳ ଜରୁରୀ କାଳୀନ ବିଭାଗ ଲିଫ୍ଟ।*

*୬-ନୂଆ ବର୍ଷ ପାଇଁ ପୁରୀରେ ଭକ୍ତଙ୍କ ଭିଡ଼,୩୧ ରାତି ସାରା ମନ୍ଦିର ଖୋଲା।*

*୭-ଢେଙ୍କାନାଳ ଅନନ୍ତ ଶୟନ କ୍ଷେତ୍ରର ବିକାଶ ଓ ଉନ୍ନୟନ ପାଇଁ ଅର୍ଥ ମଞ୍ଜୁର, ଧନ୍ୟବାଦ ସଭାରେ ଯୋଗଦେଲେ 5-T ଅଧ୍ୟକ୍ଷ।*

*୮-ବଲାଙ୍ଗୀର:ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ, ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରେ ଉତ୍ତେଜନା।*

*୯-ଭୁବନେଶ୍ୱର ବିମାନବନ୍ଦର ଠାରୁ କଟକ ନେତାଜୀ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ ଟ୍ରେନ୍।*

*୧୦-ପୁରୀ:ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର; ଡାକ୍ତରଖାନାରେ ଭର୍ତ୍ତି।*

*୧୧-ନୂଆ ବର୍ଷ ପୂର୍ବରୁ ଭୁବନେଶ୍ବରରେ ଫୁଟିଲା ଗୁଳି । କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ କମିଶନରେଟ୍ ପୋଲିସର ଏନ୍‌କାଉଣ୍ଟର।*

*୧୨-ଭୁବନେଶ୍ୱର:OJS ରେଜଲ୍ଟ; କିଟ୍ ର ତିନି ଛାତ୍ରୀ ପାଇଲେ ସଫଳତା।*

*୧୩-ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦିନକରେ ୬୯୨ ସଂକ୍ରମିତ ଚିହ୍ନଟ, ୨୪ଘଂଟାରେ ଗଲା ୬ଜଣଙ୍କ ଜୀବନ।*

*୧୪-କେନ୍ଦ୍ରାପଡାର ଗୋବରୀ ନଦୀ ତିନିମୁହାଣୀ ଛକ ଉପରେ କେବେ ସରିବ ପୋଲ କାମ । ଦିନ ଗଡୁଛି ହେଲେ ନିର୍ମାଣଧିନ ଭାଙ୍ଗା ପୋଲର ହେଉନାହିଁ ପୁନଃନିର୍ମାଣ।*

*୧୫-ବାଲିଗୁଡ଼ା:ଏସିଡ୍ ଆକ୍ରମଣରେ ବାପ-ପୁଅଙ୍କ ସମେତ ୩ ଆହତ, ଆକ୍ରମଣକାରୀକୁ କାବୁ କଲେ ସ୍ଥାନୀୟ ଲୋକେ।*

*୧୬-ରଙ୍ଗିନ ପୋଷ୍ଟରରେ ଝଲସୁଛି ଅଯୋଧ୍ୟା, ସହରରେ ମଦ ଓ ମାଂସ ବିକ୍ରି ନିଷିଦ୍ଧ।*

*୧୭-ନୂଆ ଦିଲ୍ଲୀ:ଅଟା, ଡାଲି ପରେ ଚାଉଳ ଦରରେ ମିଳିବ ଆଶ୍ୱସ୍ତି, ୨୫ ଟଙ୍କାରେ କିଲେ ଚାଉଳ ବିକ୍ରି କରିବେ ସରକାର !*

*୧୮-ଜୋମାଟୋକୁ ୪୦୧ କୋଟିର ଜିଏସ୍‌ଟି ନୋଟିସ୍, କମ୍ପାନି କହିଲା- ଆଇନଗତ ଉପାୟରେ ଦେବୁ ଉତ୍ତର।*

*୧୯-କୂଟନୀତିରେ ଭାରତକୁ ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ।*

*୨୦-ଅଯୋଧ୍ୟା ଯିବେ ମୋଦୀ, ଉଦଘାଟନ କରିବେ ଅଯୋଧ୍ୟା ଧାମ ଜଙ୍କସନ ଓ ଅମୃତ ଭାରତ ଟ୍ରେନ୍।*

*୨୧-୯୬ ଲକ୍ଷ ତୀର୍ଥଯାତ୍ରୀ ପରିଦର୍ଶନ କଲେ ବୈଷ୍ଣୋଦେବୀଙ୍କ ପବିତ୍ର ଗୁମ୍ଫା।*

Thursday, December 28, 2023

ଆଜିର ରାଶିଫଳ

COASTAL NEWS ODIA 1617

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଡିସେମ୍ବର ମାସ ୨୮ ତାରିଖ ୨୦୨୩ ମସିହା(ଗୁରୁବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌷ମେଷ🌷
👉: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।*
*✧═════•❁❀❁•═════✧*
*🌷ବୃଷ🌷
👉: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।*
*✧═════•❁❀❁•═════✧*
*🌷ମିଥୁନ🌷
👉: ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।*
*✧═════•❁❀❁•═════✧*
*🌷କର୍କଟ 🌷
👉: ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।*
*✧═════•❁❀❁•═════✧*
*🌷ସିଂହ🌷
👉: ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।*
*✧═════•❁❀❁•═════✧*
*🌷କନ୍ୟା🌷
👉: ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।*
*✧═════•❁❀❁•═════✧*
*🌷ତୁଳା🌷
👉: ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌷ବିଛା🌷
👉: ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।*
*✧═════•❁❀❁•═════✧*
*🌷ଧନୁ🌷
👉: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।*
*✧═════•❁❀❁•═════✧*
*🌷ମକର🌷
👉: ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।*
*✧═════•❁❀❁•═════✧*
*🌷କୁମ୍ଭ🌷
👉: ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।*
*✧═════•❁❀❁•═════✧*
*🌷ମୀନ🌷
👉: ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।*
*✧═════•❁❀❁•═════✧*

Wednesday, December 27, 2023

ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା, ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହେଲେ ମହିଳା

COASTAL NEWS ODIA 1616

A stampede-like situation occurred in the Sri Jagannath temple in Puri on Friday because of overcrowding of devotees during the Mangal Aalati ritual at early morning.
 ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା, ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହେଲେ ମହିଳା



ପୁରୀ - (CNO) ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ପୁରୀ ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା । ଦର୍ଶନ ଲାଗି ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହୋଇଗଲେ ମହିଳା ଶ୍ରଦ୍ଧାଳୁ। ନୂଆବର୍ଷ ପାଖେଇ ଆସୁଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି। ତେବେ ବ୍ୟାରିକେଡ୍‌ ଯନ୍ତ୍ରଣା ଯୋଗୁଁ ଛଟପଟ ହେଉଛନ୍ତି ଭକ୍ତ ।

ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପରିକ୍ରମା ପ୍ରକଳ୍ପ ଆଳରେ ୪ ଦ୍ୱାର ଖୋଲା ଯାଉ ନ ଥିବାରୁ ଭକ୍ତ ଅକଥନୀୟ କଷ୍ଟ ଭୋଗୁଥିବା ଅଭିଯୋଗ ହୋଇଛି ।

ପୁରୀ ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯାତ୍ରୀମାନଙ୍କର ମୌଳିକ ସୁଖ ସୁବିଧା ପାଇଁ କୌଣସି ବ୍ୟବସ୍ତା କରାଯାଉନାହଁ l

INDIA vs SOUTH AFRICA FIRST TEST MATCH : ରାହୁଲଙ୍କ ଜବରଦସ୍ତ ଶତକ, ପ୍ରଥମ ଇନିଂସରେ ୨୪୫ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ

COASTAL NEWS ODIA 1615

INDIA vs SOUTH AFRICA FIRST TEST MATCH : 
ରାହୁଲଙ୍କ ଜବରଦସ୍ତ ଶତକ, ପ୍ରଥମ ଇନିଂସରେ ୨୪୫ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ 



ନୂଆଦିଲ୍ଲୀ - (CNO) ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ୨୪୫ ରନରେ ପାଇଁ ଆଉଟ୍ ହୋଇଛି । ଆଜି (27 ଡିସେମ୍ବର) ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ସବୁଠାରୁ ଚିତାକର୍ଷକ ଥିଲା କେ.ଏଲ୍ ରାହୁଲଙ୍କ ଶତକ । ରାହୁଲ, ଜେରାଲ୍ଡ କୋଟଜୀଙ୍କୁ ଛକା ମାରି ଅଷ୍ଟମ ଶତକ ହାସଲ କରିଥିଲେ । ବିଶେଷ କଥା ହେଉଛି ତାଙ୍କର ଶେଷ ଟେଷ୍ଟ ଶତକ ମଧ୍ୟ ୨୬ ଡିସେମ୍ବର ୨୦୨୧ରେ ସେଞ୍ଚୁରିଅନରେ ଆସିଥିଲା । ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ ଆକର୍ଷଣ ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଇନିଂସରେ ବ୍ୟାଟିଂ ଆରମ୍ଭ କରିଛି ।

ଦକ୍ଷିଣ ଆଫ୍ରିକା ଦଳ ପାଇଁ ବ୍ୟାଟିଂ କରିବାକୁ ଟନି ଡି ଜର୍ଜି ଏବଂ ଡିନ୍ ଏଲଗାର ବ୍ୟାଟିଙ୍ଗ କରୁଛନ୍ତି । ଦଳ ମକ୍ରମଙ୍କ ୱିକେଟ ହରାଇଛି ।  ପ୍ରଥମ ୱିକେଟ୍: ଆଡେନ ମାର୍କ୍ରାମ (5), ଆଉଟ୍: ମହମ୍ମଦ ସିରାଜ 1-11 କେ.ଏଲ୍ ରାହୁଲ ତାଙ୍କର ଅଷ୍ଟମ ଶତକ ସ୍କୋର କରିଥିଲେ ଆଜି ମହମ୍ମଦ ସିରାଜ ଜେରାଲ୍ଡ କୋଟଜୀଙ୍କ ପ୍ରଥମ ଶିକାର ହୋଇଥିଲେ। ସମାନ ଓଭରରେ (ସିରାଜ 66 ଓଭରରେ ଆଉଟ୍ ହେବା ମାତ୍ରେ) କେ.ଏଲ୍ ରାହୁଲ ପ୍ରଥମେ ଏହି ଓଭରର ଶେଷ ବଲରେ ନିଜର ଶତକ ପୂରଣ କରିଥିଲେ।  କେ.ଏଲ୍ ରାହୁଲ 95 ରନରେ ଥିଲେ, ସେ 14 ଚୌକା ଓ 4 ଛକା ସହାୟତାରେ 133 ବଲ ସମ୍ମୁଖୀନ ହୋଇ ଶତକ ପୂରଣ କରିଥିଲେ। ତେବେ 4 ଟି ବଲର ସମ୍ମୁଖୀନ ହେବା ପରେ ସେ ନନ୍ଦ୍ରେ ବର୍ଗରଙ୍କ ଦ୍ୱାରା ସ୍ୱଚ୍ଛ ବୋଲିଂ କରିଥିଲେ। କାଗିସୋ ରାବାଡା ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳ ବୋଲର ହୋଇଛନ୍ତି, ସେ ୫ଟି ୱିକେଟ୍ ନେଇଥିଲେ। ଡେବ୍ୟୁ ମ୍ୟାଚ୍ ଖେଳୁଥିବା ନନ୍ଦ୍ରେ ବର୍ଗରଙ୍କୁ ୩ଟି ୱିକେଟ୍ ମିଳିଥିଲା।


ବର୍ଷା ହେତୁ ପ୍ରଥମ ଦିନରେ 90 ଓଭର ଖେଳାଯାଇ ନ ଥିବାରୁ 98 ଓଭର ଆଜି ଏବଂ ମ୍ୟାଚର ଅବଶିଷ୍ଟ ଦିନରେ ବୋଲିଂ କରାଯିବ। ଟିମ୍ ଇଣ୍ଡିଆ ପ୍ରଥମ ଦିନରେ 59 ଓଭରରେ 208/8 ସ୍କୋର କରିଥିଲା। ମ୍ୟାଚର ପ୍ରଥମ ଦିନ ଏହିପରି ଥିଲା RBI କାର୍ଯ୍ୟାଳୟକୁ ବିଷ୍ପୋରଣରେ ଉଡାଇଦେବା ଧମକ ମାମଲାରେ ୩ ଗିରଫ, ତଦନ୍ତ ଜାରି ଆଫ୍ରିକୀୟ ଅଧିନାୟକ ଟେମ୍ବା ବାଭୁମା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ 8 ୱିକେଟ୍ ହରାଇ 208 ରନ୍ ସଂଗ୍ରହ କରିଥିଲା। ୱିକେଟ୍ କିପର ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଖେଳୁଥିବା କେ.ଏଲ୍ ରାହୁଲ 70 ରନର ଇନିଂସ ଖେଳି ଟିମ୍ ଇଣ୍ଡିଆର ଦାୟିତ୍ଵ ଗ୍ରହଣ କରିଥିଲେ । 24 ରନ୍ ମଧ୍ୟରେ କ୍ୟାପଟେନ ରୋହିତ ଶର୍ମା (5), ଯଶାସଭି ଜୟ ସୱାଲ (17), ଶୁବମାନ ଗିଲ (2) ଆଉଟ୍ ହୋଇଥିଲେ । ଶ୍ରେୟସ୍ ଆୟର (31) ଏବଂ ବିରାଟ କୋହଲି (38) ମଧ୍ୟ ସେମାନଙ୍କର ଇନିଂସ ଲମ୍ବା କରିପାରି ନଥିଲେ।

CHSE EXAMINATION DOWNLOAD ```ADMITCARD`` ଯୁକ୍ତ ଦୁଇ ପରୀକ୍ଷା; ଆଜିଠାରୁ ମିଳିବ ଆଡମିଟ୍ କାର୍ଡ

COASTAL NEWS ODIA 1614

CHSE EXAMINATION DOWNLOAD ```ADMITCARD``
www.samsodisha.gov.in
 ଯୁକ୍ତ ଦୁଇ ପରୀକ୍ଷା; ଆଜିଠାରୁ ମିଳିବ ଆଡମିଟ୍ କାର୍ଡ


ଭୁବନେଶ୍ବର - (CNO) ନୂଆବର୍ଷ ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ । ତେବେ ଏହା ଭିତରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠାରୁ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ କଲେଜ ଯାଇ ଆଜିଠୁ ଆଡମିଟ କାର୍ଡ ଆଣିବେ । 

ଛାତ୍ରଛାତ୍ରୀମାନଙ୍କ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଆସନ୍ତା ୪୧ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର, ଉତ୍ତରଖାତା ଆଦି ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପହଞ୍ଚିବ । ପରୀକ୍ଷା ଅଧୀକ୍ଷକମାନେ ପ୍ରଶ୍ନପତ୍ର, ଉତ୍ତରଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଗ୍ରହଣ କରିବା ସମୟରେ ତାହାକୁ ଭଲ ଭାବେ ଯାଞ୍ଚ କରିବେ । ଯଦି କୌଣସି ସ୍ଥାନରେ ପ୍ରଶ୍ନପତ୍ର କିମ୍ବା ଉତ୍ତରଖାତା‌ରେ ତ୍ରୁଟି ରହିଥିବ ତେବେ ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଫୋନ୍‌ କରି ଜଣାଇବେ । ପରୀକ୍ଷା ସରିବା ପରେ ମଧ୍ୟ ପ୍ରଶ୍ନପତ୍ର ଓ ପ୍ୟାକେଟ୍‌ ସାମଗ୍ରୀକୁ ସେମାନେ ସାଇତି ରଖିବେ । 


ଜାନୁଆରୀ ୨ରେ ପ୍ରାକ୍ଟିକାଲ ଏବଂ ଫେବ୍ରୃଆରୀ ୧୬ରୁ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ । ସାମ୍ସ ୱେବସାଇଟ www.samsodisha.gov.in କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜ କର୍ତୃପକ୍ଷ  । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସମସ୍ତ କଲେଜକୁ ଅବଗତ କରାଇଛି । ଆଡମିଟ୍ କାର୍ଡ ଡାଉନଲୋଡ ପରେ ପ୍ରଥମେ ସମସ୍ତ ତଥ୍ୟକୁ ଠିକ ଅଛି କି ନାହିଁ ଯାଞ୍ଚ କରିବା ପରେ ଦସ୍ତଖତ କରି ପରୀକ୍ଷାର୍ଥୀମାନଙ୍କୁ ପ୍ରଦାନ କରିବେ କଲେଜ କତୃପକ୍ଷ ।  ଆଡମିଟ କାର୍ଡ ରେ କୌଣସି ତ୍ରୁଟି ଥିଲେ ତୁରନ୍ତ କଲେଜ କର୍ତୃପକ୍ଷ ମେଲ ଜରିଆରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । 

SIMILIPAL NATIONAL PARK OPENING TODAY FOR TOURISTS ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

COASTAL NEWS ODIA 1613

SIMILIPAL NATIONAL PARK IS OPENING TODAY FOR TOURISTS 
ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ 


ଶିମିଳିପାଳ - (CNO) ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ମାସକ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି । ତେବେ ଏହାକୁ ନେଇ ପର୍ଯ୍ୟଟକଙ୍କ ମନରେ ଉଲ୍ଲାସ ଦେଖିବାକୁ ମିଳିଛି । ଶିମିଳିପାଳ ମୁଖ୍ୟ ରାସ୍ତାରେ ମୋରମ ବିଛାଇବା ସହିତ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ସଜାଡିବା ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଥିଲା । 

ଶିମିଳିପାଳ ବିକାଶ ପରିଷଦ ତରଫରୁ ରାଜ୍ୟ ସରକାରଙ୍କ ବନ ବିଭାଗ ମନ୍ତ୍ରୀ, ସଚିବ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା । ପ୍ରଶାସନିକ ସ୍ତରରେ ଆଲୋଚନା ପରେ ୪ଦିନ ହେବ ରାସ୍ତାରେ ମୋରମ ବିଛା କାମ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ଶିମିଳିପାଳ ଯିବାକୁ ଅନୁମତି ମିଳିଛି । ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ଶିମିଳିପାଳ ବିକାଶ ପରିଷଦ ।  

ଶିମିଳିପାଳ ଜୈବମଣ୍ଡଳ ର ଆୟତନ୨୭୫୦ ବର୍ଗ କି.ମି ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତ ର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟ ମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ ।ଏଠାରେ ବିଭିନ୍ନ ପ୍ରଜାତି ର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ ତନ୍ମଧ୍ୟରୁ ୧୦୭୬ ପ୍ରଜାତି ର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତି ର ପକ୍ଷୀ, ୨୯ ପ୍ରଜାତି ର ସରୀସୃପ ଅଟନ୍ତି । ସମୁଦ୍ର ପତ୍ତନ ଠାରୁ ଶିମିଳିପାଳ ର ହାରାହାରି ଉଚ୍ଚତା ହେଉଛି ୯୦୦ ମି. । 

ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ପ୍ରକାରର ଗଛ ବୃକ୍ଷ ଦେଖାଯାଏ ଯଥା ଶାଳ, ପିଆଶାଳ,ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣଷ ଇତ୍ୟାଦି । ସୁଉଚ୍ଚ ପର୍ବତ ଶିଖର ଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମି.) ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ନଦୀ ଗୁଡିକ ଯଥା ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳ ରୁ ଉତ୍ପନ୍ନ ହୋଇଛନ୍ତି । ବରେହିପାଣି (୪୦୦ ମି.) ଓ ଯୋରନ୍ଦା ଜଳପ୍ରପାତ (୧୫୦ ମି.) ର ଦୃଶ୍ୟ ଅତୀବ ମନୋରମ ।

ଧୂଆଁରେ ଅଣନିଶ୍ଵାସୀ ହୋଇ ୫ ଗୋରୁ ମୃତ

COASTAL NEWS ODIA 1612

ଧୂଆଁରେ ଅଣନିଶ୍ଵାସୀ ହୋଇ ୫ ଗୋରୁ ମୃତ


ଆଳି - (CNO )  ଗୁ ହାଳରେ ଦିଆଯାଇଥିବା ଧୂଆଁରେ ଅଣନିଶ୍ଵାସୀ ହୋଇ ୫ଟି ଗୋରୁ ଙ୍କର ମୃତ୍ୟୁ
ଘଟିଛି। ଏହାକୁ ନେଇ ସ୍ଥାନୀୟ
ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ,
ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର
ପଞ୍ଚାୟତ ଗୋପାଳପୁର ଗ୍ରାମର ସନ୍ନ୍ୟାସୀ
ପଣ୍ଡା ସୋମବାର ସନ୍ଧ୍ୟାରେ ସବୁଦିନ ପରି
ତାଙ୍କ ଗାଈ ବାଛୁରୀଙ୍କୁ ଗୁହାଳରେ ବାନ୍ଧି
ମଶା ନଲାଗିବା ନିମନ୍ତେ ଧୂଆଁ ଦେଇଥିଲେ।
ରାତି ପ୍ରାୟ ୩ଟା ବେଳେ ସବୁଦିନ ଭଳି
ସେ ଆସି ଗୁହାଳ କବାଟ ଖୋଲିଥିଲେ।
ସେତେବେଳକୁ ଘଷିଗଦାରେ ନିଆଁ ଲାଗି
ଗୁହାଳଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ଯାଇଥିବା
ବେଳେ ଏଥରେ ଅଣନିଶ୍ଵାସୀ ହୋଇ
ଗୁହାଳରେ ଥିବା ୪ଟି ଗାଈଙ୍କର ମୃତ୍ୟୁ
ଘଟିଥିବା ବେଳେ ଛୋଟ ବାଛୁରୀଟି ଛଟପଟ
ହେଉଥିବା ଦେଖିଥିଲେ। ବାଛୁରୀକୁ
ବାହାରକୁ ନେଇ ଆସିବାର କିଛି ସମୟ
ପରେ ତା’ର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା।
ଗ୍ରାମବାସୀ ନିଆଁ ଲିଭାଇଥିବା ବେଳେ
ଦମକଳ ମଧ୍ୟ ଆସି ପହଞ୍ଚିଲା । ଏଭଳି
ଦୁଃଖଦ ଖବର ପ୍ରଚାରିତ ହେବା ପରେ
ଗ୍ରାମବାସୀ ଘଟଣା ସ୍ଥଳରେ ରୁଣ୍ଡ ହୋଇ
ଯାଇଥିଲେ। ଖବର ପାଇ ନରେନ୍ଦ୍ରପୁର
ସରପଞ୍ଚଙ୍କ ପ୍ରତିନିଧି ବଂଶୀଧର ସ୍ୱାଇଁ, ଯୁବ
ସମାଜସେବୀ ଅବିନାଶ ଦାସ, ଦେବାଶିଷ
ମଲ୍ଲିକ ପ୍ରମୁଖ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ
ସାଙ୍ଗନା ଦେବା ସହିତ ସରକାରୀ ସ୍ତରରୁ
ସନ୍ନ୍ୟାସୀଙ୍କୁ ସହାୟତା ଯୋଗାଇ ଦେବାକୁ
ଦାବି କରିଥିଲେ। ଘଟଣା ସ୍ଥଳରେ ଅତିରିକ୍ତ
ତହସିଲଦାର ମାନସ ସ୍ବାଇଁ ପହଞ୍ଚି ଘଟଣାର
ତଦନ୍ତ କରିଥିଲେ। ସରକାରୀ ସ୍ତରରେ
ଯାହା ସମ୍ଭବ କ୍ଷତିଗ୍ରସ୍ତ ପରିବାରକୁ ଯୋଗାଇ
ଦିଅଯିବ ବୋଲି ଶ୍ରୀ ୱାଇଁ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସନ୍ନ୍ୟାସୀଙ୍କର ଦୁଇ
ଜଣ ଦିବ୍ୟାଙ୍ଗ ଝିଅ ଥିବା ବେଳେ ସେ
ପୂଜାପାଠ କରିବା ସହିତ ଗାଈ ପାଳନ
କରି ପରିବାର ପ୍ରତିପୋଷଣ କରୁଥିଲେ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...