AFFILIATE MARKETING

https://binomo.com?a=90810425bb57&t=0

Thursday, November 2, 2023

ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା

COASTAL NEWS ODIA 1340

ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା



ଲକ୍ଷ୍ନୌ : (CNO) ଭଞ୍ଜ ବିହାରୀ ମହାନ୍ତି - ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଆଇଆଇଟି ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଅଭଦ୍ର ଆଚରଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି । ଦୁର୍ବୃତ୍ତମାନେ ଜଣେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ତାଙ୍କର ପୋଷାକ ଖୋଲିଥିଲେ ଓ ପରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଛାତ୍ରୀ ଜଣକ ରାତି ଖାଇବା ପରେ ନିଜର ପୁଅ ବନ୍ଧୁଙ୍କ ସହ କ୍ୟାମ୍ପସରେ ବୁଲୁଥିବା ବେଳେ ଏକ ବୁଲେଟରେ ୩ଜଣ ଦୁର୍ବୃତ୍ତ ଆସିଥିଲେ ।

ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ତାଙ୍କର ପୋଷାକ କାଢ଼ିଥିଲେ । ପରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଛାତ୍ରୀଙ୍କ ସହିତ ଥିବା ତାଙ୍କ ବନ୍ଧୁଙ୍କୁ ମଧ୍ୟ ମାଡ ମାରି କ୍ଷତାକ୍ତ କରିଥିଲେ ।ଛାତ୍ର-ଛାତ୍ରୀ ଦୁହେଁ ହଷ୍ଟେଲରେ ରହୁଥିବା ଜଣାଯାଇଛି । ଏହି ଖବର ଜଣାପଡିବା ପରେ ହଷ୍ଟେଲର ଛାତ୍ରଛାତ୍ରୀ କ୍ୟାମ୍ପସରେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ନିର୍ଦ୍ଦେଶକଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି କରିଥିଲେ । ପୂର୍ବରୁ ମଧ୍ୟ କ୍ୟାମ୍ପସରେ ଛାତ୍ରୀଙ୍କ ସହ ଏପରି ବହୁ ଦୁର୍ଘଟଣା ଘଟିଥିବା ଛାତ୍ର-ଛାତ୍ରୀ ଅଭିଯୋଗ କରିଥିଲେ । ବାହାରର ଅସାମାଜିକ ବ୍ୟକ୍ତିମାନେ ଆସି କ୍ୟାମ୍ପସ ଭିତରେ ନିଶା ସେବନ କରିବା ସହ ଛାତ୍ରୀମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ । କ୍ୟାମ୍ପସକୁ ଆସୁଥିବା ବ୍ୟକ୍ତିଙ୍କ ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଛାତ୍ର-ଛାତ୍ରୀ ଦାବି କରିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଟ ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ

COASTAL NEWS ODIA 1339

ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଟ ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ



ଭୁବନେଶ୍ବର -(CNO) ଭଞ୍ଜ ବିହାରୀ ମହାନ୍ତି - ରାଜ୍ୟର ବିଭିନ୍ନ ସ୍ଥାନରେ ମାର୍ଟ (ବାଣିଜ୍ୟିକ କେନ୍ଦ୍ର) ଖୋଲିବା ନାଁରେ ୧୨ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ବୁଧବାର ଅର୍ଥନୈତିକ ଅପରାଧିକ ଶାଖା (EOW) ଏମ୍‌/ଏସ୍‌ ଅମର୍ଦା ବଜାର ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରମୋଟର/ନିର୍ଦ୍ଦେଶକ ପଙ୍କଜ କୁମାର ପରିଡ଼ାଙ୍କୁ ଗିରଫ କରିଛି।

ପଙ୍କଜ ଏମ୍‌ବିଏ କରିଛନ୍ତି। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଚାନ୍ଦବାଲିପଡ଼ିଆରେ। ଆଜି EOW ଅଧିକାରୀମାନେ ତାଙ୍କୁ ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରର ଏକ ଆପାର୍ଟମେଣ୍ଟରୁ ଗିରଫ କରିଛନ୍ତି। ତାଙ୍କଠାରୁ ଲାପଟପ୍‌, ମୋବାଇଲ ଫୋନ୍, ଅନେକ ଚିଠି ଓ ମନି ରିସିପ୍‌ଟ ଜବତ କରାଯାଇଛି।

EOW ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ, ଋତୁରାଜ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିଲା। ଋତୁରାଜ ଅଭିଯୋଗ କରିଥିଲେ ଯେ ଏମ୍‌/ଏସ୍‌ ଅମର୍ଦା ବଜାର ପ୍ରାଇଭେଟ୍ ଲିମିଟେଡ୍‌ ଓ ଏହାର ନିର୍ଦ୍ଦେଶକ- ପର୍ଶୁରାମ ରାଜନେତଭାଇ ପାଲ ଏବଂ ପଙ୍କଜ କୁମାର ପରିଡ଼ା ତାଙ୍କୁ ଓ ତାଙ୍କର କିଛି ସଂପର୍କୀୟଙ୍କୁ ସେମାନଙ୍କ କମ୍ପାନୀରେ ନିବେଶ ନାଁରେ ୧.୨୬ କୋଟି ଟଙ୍କାର ଠକେଇ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୋସେରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ନିମନ୍ତେ ମାର୍ଟ ଖୋଲିବା ପାଇଁ ନିବେଶ କରିବାକୁ ସେମାନଙ୍କୁ କୁହାଯାଇଥିଲା। ଏଥିରୁ ସେମାନେ ଭଲ ଲାଭ ପାଇବେ ବୋଲି ଅଭିଯୁକ୍ତମାନେ କହିଥିଲେ।

ତଦନ୍ତ ବେଳେ ଜଣାପଡ଼ିଲା ଯେ ଏମ୍‌/ଏସ୍‌ ଅମର୍ଦା ବଜାର ପ୍ରାଇଭେଟ ଲିମିଟେଡ୍‌ ନିର୍ଦ୍ଦେଶକ ଓ ପ୍ରମୋଟରମାନେ ରାଜ୍ୟର ସାଧରଣ ଲୋକଙ୍କୁ ସେମାନଙ୍କ କମ୍ପାନୀରେ ନିବେଶ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ମିନି ମାର୍ଟ, ସୁପର ମାର୍ଟ, ହାଇପର ମାର୍ଟ, ମେଗା ମାର୍ଟ ଓ ସୁପର ମେଗା ମାର୍ଟ ଆଦି ଖୋଲିବା ନାଁରେ ସେମାନେ ଲୋକଙ୍କୁ ନିବେଶ କରିବାକୁ କହିଥିଲେ। 

ଏଥିରୁ ଅଧିକ ଲାଭ ମିଳିବାର ଲୋଭ ଦେଖାଇଥିଲେ ସେମାନେ। ଲୋକଙ୍କୁ ସେମାନେ ୨୦ ଲକ୍ଷରୁ ୫ କୋଟି ପର୍ଯ୍ୟନ୍ତ ନିବେଶ କରିବାକୁ କହିଥିଲେ। ଲୋକଙ୍କଠାରୁ ୧୨ କୋଟି ଆଦାୟ କରିବା ପରେ କମ୍ପାନୀର ନିର୍ଦ୍ଦେଶକ ଓ ପ୍ରମୋଟରଙ୍କ ଦେଖା ମିଳି ନଥିଲା। ନା ସେମାନେ କୌଣସି ସ୍ଥାନରେ ମାର୍ଟ ଖୋଲିଥିଲେ ନା ନିବେଶକଙ୍କୁ ଟଙ୍କା ଫେରାଇଥିଲେ। ଓଡ଼ିଶାରୁ ୧୨ କୋଟି ଟଙ୍କା ଆଦାୟ କରିବାରେ ପଙ୍କଜ କୁମାର ପରିଡ଼ା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

କେବଳ ଓଡ଼ିଶାରେ ନୁହେଁ, ଝାରଖଣ୍ଡ, ଜମ୍ମୁ ଓ କଶ୍ମୀର, ଗୁଜରାଟ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ମହାରାଷ୍ଟ୍ରରେ ମଧ୍ୟ ଏଭଳି ଢଙ୍ଗରେ ଏହି କମ୍ପାନୀ ଠକେଇ କରିଛି। ଗିରଫ ପଙ୍କଜ କୁମାର ପରିଡ଼ା କଂପାନୀର ଝାରଖଣ୍ଡ ଦାୟିତ୍ୱରେ ମଧ୍ୟ ଥିଲେ।

ଏକବିଂଶ ଶତାବ୍ଦୀର ଏମିତି ଗାଁ । ଘଂଟ ହିଁ ଯୋଗାଯୋଗର ପ୍ରମୁଖ ସାଧନ, ଘଂଟି ବାଜିଲେ ଏକାଠି ହୁଅନ୍ତି ଲୋକ

COASTAL NEWS ODIA 1338

ଏକବିଂଶ ଶତାବ୍ଦୀର ଏମିତି ଗାଁ । ଘଂଟ ହିଁ ଯୋଗାଯୋଗର ପ୍ରମୁଖ ସାଧନ, ଘଂଟି ବାଜିଲେ ଏକାଠି ହୁଅନ୍ତି ଲୋକ

 

 
ସୁନ୍ଦରଗଡ଼ - (CNO) ଭଞ୍ଜ ବିହାରୀ ମହାନ୍ତି - ଏ କାହାଣୀ ହେଉଛି ସୁନ୍ଦରଗଡ ହେମଗିରି ବ୍ଲକ ତୁମ୍ବିଖୋଲ ଗାଁର । ଚର୍ଚ୍ଚ ସମ୍ମୁଖରେ ଘଂଟ ବାଜୁଛି, ଘଂଟ ବଜାଇ ଗାଁ ଲୋକଙ୍କୁ ଡକା ଯାଉଛି । ଘଂଟ ଶବ୍ଦ ଶୁଣି ଘରୁ ବାହାରି ଆସନ୍ତି ଗାଁ ଲୋକ । ଚର୍ଚ୍ଚ ସମ୍ମୁଖରେ ରୁଣ୍ଡ ହୁଅନ୍ତି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି । ବର୍ଷ ବର୍ଷ ଧରି ତୁମ୍ବିଖୋଲ ଗାଁରେ ଘଂଟ ହିଁ ଯୋଗାଯୋଗର ମାଧ୍ୟମ ପାଲଟିଛି ।

ଫାଇଭ-ଜି ଯୁଗରେ ଘଂଟ କାହିଁକି ଯୋଗାଯୋଗର ମାଧ୍ୟମ ସାଜିଛି । ଏହା ପଛର କାରଣ ଜାଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୁମରା ପଂଚାୟତର ତେୁମ୍ବିଖୋଲ, ତିଉରିଆ, ମାକଡିଖୋଲ ଭଳି ଗାଁରେ ଆଦୌରୁ ନେଟୱାର୍କ ନାହିଁ । ତେଣୁ ଲୋକମାନେ ଆଜି ବି ମୋବାଇଲ ବ୍ୟବହାର କରିନ୍ତିନାହିଁ । ଗାଁ ଠାରୁ ଗାଁର ଦୂରତା ପ୍ରାୟ ୧୦ରୁ ୧୨ କିଲୋମିଟର ହୋଇଥିବା ବେଳେ ଗାଁରେ ଘର ଘର ମଧ୍ୟ ଦୂରରେ ରହିଛି । ତେଣୁ ଗ୍ରାମବାସୀ ନିଜ ନିଜ ଭିତରେ ଯୋଗାଯୋଗ କରିବା ପାଇଁ ଚର୍ଚ୍ଚ ସମ୍ମୁଖରେ ଘଂଟ ବାଡେଇଥାନ୍ତି ।

କାହାର କିଛି ଜରୁରୀ କାମ ପଡିଲେ, କି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ଗାଁ ଲୋକ ଏକାଠି ହେବାର ଅଛି । ତେବେ ଜଣେ ବ୍ୟକ୍ତି ଚର୍ଚ୍ଚ ସମ୍ମୁଖକୁ ଆସି ଘଂଟ ବାଡାଇଥାନ୍ତି । ଆଉ ଘଂଟ ଶୁଣି ଲୋକମାନେ ପ୍ରାର୍ଥନା ଗୃହ ସମ୍ମୁଖରେ ଏକାଠି ହୋଇଥାନ୍ତି । ଗାଁରେ ନିୟମ ରହିଛି, ଯିଏ ଯେତେ ଗୁରୁତ୍ୱପୂର୍ଣ୍ଣ କାମ କରୁଥାନ୍ତୁ ପଛେ ଘଂଟ ବାଜିଲା ମାତ୍ରେ ହିଁ ଚର୍ଚ୍ଚ ପାଖକୁ ସମସ୍ତେ ଆସିବାକୁ ବାଧ୍ୟ   ।

ମହଙ୍ଗା ପଡ଼ିଲା ଚଢ଼ା ଦରରେ ମଦବିକ୍ରି କରିବା

COASTAL NEWS ODIA 1337

ମହଙ୍ଗା ପଡ଼ିଲା ଚଢ଼ା ଦରରେ ମଦବିକ୍ରି କରିବା



କଟକ - (CNO) ଭଞ୍ଜ ବିହାରୀ ମହାନ୍ତି - ମହଙ୍ଗା ପଡ଼ିଲା ଚଢ଼ା ଦରରେ ମଦବିକ୍ରି କରିବା। ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ଥ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ ।

କିଛି ଦିନ ତଳେ ରାମଦାସପୁର ଅଞ୍ଚଳରେରେ ଥିବା ମଦ ଦୋକାନୀ ବୋତଲରେ ଯେତିକି MRP ରହିଛି ତା’ ଠାରୁ ୧୦ ଟଙ୍କା ଅଧିକରେ ଲୋକମାନଙ୍କୁ ମଦ ବିକ୍ର କରୁଥିଲା। ଲୋକମାନେ ମଧ୍ୟ ୧୦ଟଙ୍କା ଅଧିକ ଦେଇ ମଦ କିଣିଥିଲେ। ଚଢ଼ା ଦାମରେ ମଦ ବିକ୍ରି କରୁଥିବା ଅଭିଯୋଗ ହେବାରୁ ଖାଉଟି ଅଦାଲତ ଯାଞ୍ଚ ପରେ ଉକ୍ତ ଦୋକାନୀଙ୍କ ଠାରୁ ୨୦ ଲକ୍ଷ ଜରିମାନା ନେଇଥିଲେ। 

ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗର ଏକ ସ୍ପେଶଲ ଟିମ୍ ସେଠାରେ ଛକି ରହିଥିଲେ। ସନ୍ଧ୍ୟା ସମୟରେ ଗୋଡିସାହି ଆସି ଦୋକାନକୁ ଅତର୍କିତ ଭାବେ ସିଲ୍ କରିଥିଲେ। ଏହା ପରେ ସେହି ଅଞ୍ଚଳରେ ଥିବା ବିଭିନ୍ନ ମଦ ଦୋକାନ ଯାଞ୍ଚ କରିଥିଲେ।

କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି, ବିଗତ ଦିନ ମାନଙ୍କର ଏପରି ଘଟଣା ଯେଉଁଠି ହେବ ତା’ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ଦୋକାନ ଉପରେ ଜୋରିମାନା କରାଯିବ। ଏହାସହ ସେହି ଦୋକାନୀ ନାଁରେ ମାମଲା ରୁଜୁ କରାଯିବ।

ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର

COASTAL NEWS ODIA 1336

ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର



ଭୁବନେଶ୍ୱର - (CNO) ଭଞ୍ଜ ବିହାରୀ ମହାନ୍ତି - ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏନେଇ ପୁଅ ସୁନୀଲ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିଛି । ଜଗନ୍ନାଥଙ୍କ ଆର୍ଶୀବାଦ ରହିଛି ଲୋକଙ୍କ ଭଲ ପାଇବା ରହିଛି ବାପାଙ୍କ ଦେହ ଭଲ ହୋଇଯିବ ବୋଲି ପୁଅ ସୁନୀଲ ମହାନ୍ତି କହିଛନ୍ତି।

ଅକ୍ଟୋବର ୩୧ ତାରଖ ସନ୍ଧ୍ୟା ସମୟରେ ପୁରୀ ସହରରେ ବିଭିନ୍ନ ଅଞ୍ଚଳରେ ଗଜ ଲକ୍ଷ୍ମୀ ପୂଜା କମିଟି ଭ୍ରମଣ କରୁଥଲେ ପୁରୀର ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ବାଚସ୍ପତି ମହେଶ୍ବର ମହାନ୍ତି । ସେହି ସମୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । 

ଏହାପରେ ତାଙ୍କର ଷ୍ଟ୍ରୋକ ହୋଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା କର୍ମୀ ମହଲରୁ ସୂଚାନା ମିଳିଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଦଳୀୟ କର୍ମୀ ।

ପୁରୀରୁ ୫ ଥର ବିଧାୟକ ଥିଲେ । ୧୯୯୫ ମସିହାରୁ ୨୦୧୪ ଯାଏ ଲଗାତାର ବିଧାୟକ ଭାବରେ ଜିତିଥିଲେ । ଜନତା ଦଳ ଟିକେଟରେ ପ୍ରଥମେ ନିର୍ବାଚନ ଜିତିଥିଲେ । ଏହାପରେ ୨୦୦୦ ମସିହାରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । 

୨୦୧୯ରେ ହାରିଥିଲେ ମହେଶ୍ବର ମହାନ୍ତି । ନବୀନଙ୍କ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ପଞ୍ଚାୟତିରାଜ, ପର୍ଯ୍ୟଟନ ଓ ସଂସ୍କୃତି, ଆଇନ, ରାଜସ୍ବ ଭଳି ମନ୍ତ୍ରୀ ଥିଲେ ମହେଶ୍ବର ମହାନ୍ତି । ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ ଦାୟିତ୍ବ ତୁଲାଇଥିଲେ ।

ଭାରତୀୟ ସେନାର ଜଣେ ମେଜର ବହିଷ୍କୃତ

COASTAL NEWS ODIA 1335

ଭାରତୀୟ ସେନାର ଜଣେ ମେଜର ବହିଷ୍କୃତ 



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଏସଏଫସି ୟୁନିଟରେ ଥିବା ଭାରତୀୟ ସେନାର ଜଣେ ମେଜରଙ୍କୁ ବହିଷ୍କୃତ କରିଛନ୍ତି । ମେଜର ଜଣକ ପୂର୍ବରୁ ଅନେକ ସନ୍ଦେହଜନକ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ଥିବା ସେନା ଯାଞ୍ଚରୁ ଜଣାପଡିଥିଲା ।  ଯାହା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ । ରାଷ୍ଟ୍ରପତି ସେନା ଅଧିନିୟମ, ୧୯୫୦ ଧାରା ୧୮ ସମ୍ବିଧାନ ଅନୁଚ୍ଛେଦ ୩୧୦ ଅନୁଯାୟୀ କ୍ଷମତା ପ୍ରୟୋଗରେ ପ୍ରାୟ ଏକ ସପ୍ତାହ ପୂର୍ବରୁ ମେଜରଙ୍କ ସେବା ବନ୍ଦ କରିବାକୁ ନିର୍ଦ୍ଦେଶରେ ଦସ୍ତଖତ କରିଥିଲେ ।

ଏହି ଆଦେଶ ୧୫ ସେପ୍ଟେମ୍ବରରେ ଜାରି କରାଯାଇଥିଲା । ସେପ୍ଟେମ୍ବର ମଧ୍ୟଭାଗରେ ଏହି ସମାପ୍ତି ନିର୍ଦ୍ଦେଶ ଜାରି କରାଯାଇଥିଲା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ତାଙ୍କୁ ଅବଗତ କରାଯାଇଥିଲା ।  ଚଳିତ ମାସ ଆରମ୍ଭରୁ ଷ୍ଟ୍ରାଟାଜିକ ଫୋର୍ସସ କମାଣ୍ଡ ୟୁନିଟରେ ଲାଗୁ କରାଯାଇଛି । ଏହି ମେଜର ଜଣକ ଉତ୍ତର ଭାରତରେ ନିୟୋଜିତ ରହିଥିଲେ ।

ମେଜରଙ୍କ ଗତିବିଧି ଉପରେ ୨୦୨୨ ମାର୍ଚ୍ଚରୁ ଯାଞ୍ଚ କରାଯାଉଥିଲା । ଅଧିକାରୀ ଜଣକ ରାଷ୍ଟ୍ରୀୟ ସୁରକ୍ଷା ସହିତ ବୁଝାମଣା ମାମଲାର ଯାଞ୍ଚ କରିବା ପାଇଁ ଅଧିକାରୀଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇଥିଲା । ଏସଏଫସି ଅଧିକାରୀ ଜଣକ ବୋର୍ଡର ଟିଜିଟାଲ ଉପକରଣକୁ ଜବତ କରିବା ସହିତ ସନ୍ଦିଗ୍ଧ ଗତିବିଧି/ସୋସିଆଲ ମିଡିଆ ଉଲ୍ଲଙ୍ଘନ/ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା/ଅନଧିକୃତ ଲୋକ ସହିତ ସୂଚନା ଦେବା/ଲିକ୍‌ କରିବା ଭଳି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ପ୍ରାରମ୍ଭିକ ଯାଞ୍ଚରେ ମିଳିଥିଲା ।

ତାଙ୍କ ବିରୋଧରେ ଯାଞ୍ଚ କରାଯିବା ପରେ ସୂଚନା ମିଳିଥିଲା କି, ମେଜର ଜଣକ ନିଜର ଇଲେକ୍ଟ୍ରୋନିକ ଡିଭାଇସରେ ଗୁପ୍ତ ଦସ୍ତାବିଜର ଏକ କପି ରଖିଥିଲେ । ଯାହା ସେନାର ନିୟମ ଅନୁଯାୟୀ ଅପରାଧ । ମେଜର ଜଣକ ସୋସିଆଲ ମିଡିଆ ଚାଟ୍‌ ଜରିଆରେ ପାକିସ୍ତାନର ଗୁପ୍ତ ସଂସ୍ଥା ସହିତ ସଂପର୍କ ଥିବା ମଧ୍ୟ ସୂଚନା ମିଳିଥିଲା ।

ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବଡ ଦାୟିତ୍ୱ

COASTAL NEWS ODIA 1334

ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବଡ ଦାୟିତ୍ୱ



ଭୁବନେଶ୍ୱର  - (CNO) ଭଞ୍ଜ ବିହାରୀ ମହାନ୍ତି - ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବଡ ଦାୟିତ୍ୱ । ପ୍ରତାପ ଜେନାଙ୍କୁ କେନ୍ଦ୍ରପଡ଼ା ଏବଂ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ବିଜୁ ଜନତା ଦଳ । ଉଭୟ ନେତାଙ୍କୁ ପର୍ଯ୍ୟବେପକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦିଆଯାଇଛି । ତେବେ ବାଚସ୍ପତି ଭାବେ ପ୍ରମିଳା ଶପଥ ନେବା ପରେ ପ୍ରତାପଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି ଦଳ ।

ନୂଆ ଦାୟିତ୍ୱ ପାଇବା ପରେ ସଞ୍ଜୟ କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି, ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି। ଏବେ ଯେଉଁ ଦାୟିତ୍ଵ ମିଳିଛି ତାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି। ମୋ ଉପରେ ଭରସା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସଞ୍ଜୟ ।
 

ଗୋଲାପୀ ନୋଟ୍ ବଦଳାଇବାକୁ ଆଜି ବି ଲମ୍ବା ଲାଇନ୍

COASTAL NEWS ODIA 1333

ଗୋଲାପୀ ନୋଟ୍ ବଦଳାଇବାକୁ ଆଜି ବି ଲମ୍ବା ଲାଇନ୍



ଭୁବନେଶ୍ବର : (CNO) ଭଞ୍ଜ ବିହାରୀ ମହାନ୍ତି - ଗୋଲାପୀ ନୋଟ୍ ବଦଳାଇବାକୁ ଆଜି ବି ଲମ୍ବା ଲାଇନ୍ । ଆଜି ବି ଭୁବନେଶ୍ବର ଆରବିଆଇ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ । କମିଶନ ନେଇ ଦୁଇ ହଜାର ଟଙ୍କା ନୋଟ ବଦଳାଇବା ଖବର ଉପରେ ଖୋଳତାଡ କରୁଛି EOW ଓ ED । ଗତକାଲି ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ଇଡି ଟିମ୍ ପହଞ୍ଚି ଖୋଳତାଡ କରିଥିଲା । ଏହାପୂର୍ବରୁ EOW ର ୨ ଜଣିଆ ଟିମ ପହଞ୍ଚି ତନାଘନା ତଦନ୍ତ କରିଥିଲା । ନୋଟ ବଦଳାଉଥିବା ଲୋକଙ୍କୁ ପଚରାଉଚରା କରାଯିବା ସହ ଧାଡ଼ିରେ ଥିବା ଲୋକଙ୍କ ଆଧାର କାର୍ଡ ଯାଞ୍ଚ ହୋଇଥିଲା ।

କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକ ଆସି ଆରବିଆଇ ଅଫିସ ଆଗରେ ଲାଇନ ଲଗାଇଛନ୍ତି। କିଛି ଲୋକ କମିଶନି ପାଇବା ପାଇଁ ଅନ୍ୟମାନଙ୍କର ଟଙ୍କା ବଦଳ କରିବାକୁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି । ୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି । ଏହି କମିଶନି ଦେଉଛି କିଏ ? କାହାର ଟଙ୍କା ବଦଳାଯିବା ପାଇଁ କମିଶନି କାରବାର ହେଉଛି ? ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ୪ ମାସ ମହଲତ ଦିଆଯାଇଥିବା ବେଳେ କାହିଁକି ସେତେବେଳେ ଟଙ୍କା ବଦଳାଇନଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି ।

ଇଣ୍ଡୋନେସିଆ ତିମୋର ଦ୍ବୀପରେ ୬.୧ ତୀବ୍ରତାର ଭୂମିକମ୍ପ

COASTAL NEWS ODIA 1332

ଇଣ୍ଡୋନେସିଆ ତିମୋର ଦ୍ବୀପରେ ୬.୧ ତୀବ୍ରତାର ଭୂମିକମ୍ପ


ଇଣ୍ଡୋନେସିଆ - (CNO) ଭଞ୍ଜ ବିହାରୀ ମହାନ୍ତି - ଇଣ୍ଡୋନେସିଆ ତିମୋର ଦ୍ବୀପରେ ୬.୧ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ଝଟକାରେ ପୁଣି ଥରିଲା ଇଣ୍ଡୋନେସିଆ । ଫଳରେ କେତେକ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇଛନ୍ତି । ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ଖବର ତୁରନ୍ତ ମିଳି ପାରିନାହିଁ । କିଛି ଲୋକ ଆହତ ହୋଇଥିବା ଖବର ମିଳିଛି ।

ୟୁଏସଜିଏସ୍‌ ରିପୋର୍ଟ ମୁତାବକ, ଇଷ୍ଟ୍ ନୁସା ତେଙ୍ଗାରା ପ୍ରଦେଶର ରାଜଧାନୀ ନଗରୀ କୁପାଙ୍ଗ୍ର ଉତ୍ତର-ଉତ୍ତରପୂର୍ବକୁ ୨୧ କିଲୋମିଟର୍ ଦୂର ଏବଂ ଭୂଗର୍ଭର ୩୬.୧ ଗଭୀର ଭୂମିକମ୍ପର ଉତ୍ପତ୍ତିସ୍ଥଳ ରହିଛି । ଭୂକମ୍ପ ହେବା ପରେ କେତେକ ସହର ଓ ଗ୍ରାମରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା । ଫଳରେ ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ ।

ଇଣ୍ଡୋନେସିଆରେ ସବୁବେଳେ ଭୂକମ୍ପ, ଜ୍ୱାଳାମୁଖୀ ବିସ୍ଫୋରଣ ଏବଂ ସୁନାମୀ ହୋଇଥାଏ । ଇଣ୍ଡୋନେସିଆରେ ଗତଥର ୫.୬ ତୀବ୍ରତାର ପଶ୍ଚିମ ଜାଭାର ସିୟାନଜୁର ସହରରେ ଅତିକମରେ ୬୦୨ ଲୋକଙ୍କ ଜୀବନ ଚାଲିଯାଇଥିଲା । ୨୦୧୮ରେ ମଧ୍ୟରେ ସୁନାମୀ ଏବଂ ଭୂକମ୍ପ ଆସି ୪,୩୦୦ ଅଧିକ ଲୋକ ମରିଥିଲେ ।

ଟିଉସନ୍ ସାର୍ ଙ୍କ ପୁଅକୁ ଛୁରୀ ଭୂଷି ହତ୍ୟା

COASTAL NEWS ODIA 1331

ଟିଉସନ୍ ସାର୍ ଙ୍କ ପୁଅକୁ ଛୁରୀ ଭୂଷି ହତ୍ୟା 



ଜଟଣୀ - (CNO - ଭଞ୍ଜ ବିହାରୀ ମହାନ୍ତି - ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍‌ ଫି’ ବାକି ରହିଥିଲା। ବାକି ଟଙ୍କା ଦେବାକୁ ବାରମ୍ବାର ତାଗିଦ କରୁଥିଲେ ଟିଉସନ୍‌ ସାର୍। ଏହାକୁ ନେଇ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲା ଅଭିଯୁକ୍ତ ଜଣକ। ଏହାପରେ ସେ ସୁଯୋଗ ଖୋଜି ଟ୍ୟୁସନ୍‌ ସାରଙ୍କ ପୁଅକୁ ଛୁରି ଭୁଶି ହତ୍ୟା କରିଛି। ତେଣୁ ବକେୟା ଟ୍ୟୁସନ୍‌ ଫି’ ପାଇଁ ନାବାଳକକୁ ହତ୍ୟା କରାଯାଇଛି।’

ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନବମ ଶ୍ରେଣୀ ଛାତ୍ର ଶୁଭମ୍‌ ସ୍ୱରୂପ ପାଲଟାସିଂଙ୍କୁ ଛୁରି ଭୁଶି ହତ୍ୟା କରାଯାଇଥିଲା। ପୁଲିସ୍‌ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଯୁକ୍ତ ୨ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରିଛି। ପଚରାଉଚରା ବେଳେ ସେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିବା ପୁଲିସ୍‌ କହିଛି। ଅଭିଯୁକ୍ତଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ଏହି ହତ୍ୟାକାଣ୍ଡ ପଛର କାରଣ ବଖାଣିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଭୁବନେଶ୍ୱର ଡିସିପି କହିଛନ୍ତି, ମୃତ ନାବାଳକର ବାପା, ମା’ ଟ୍ୟୁସନ୍‌ କରନ୍ତି। ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ପ୍ରାୟ ୨ ବର୍ଷ ପୂର୍ବେ ଟ୍ୟୁସନ୍‌ ହେଉଥିଲେ। ତାଙ୍କର ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍‌ ଫି’ ବାକି ରହିଥିଲା। ବାକି ଟଙ୍କା ଦେବାକୁ ତାକୁ ଟିଉସନ୍‌ ସାର୍ ବାରମ୍ବାର ତାଗିଦ କରିବାରୁ ସେ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ।

ଏହାପରେ ଅଭିଯୁକ୍ତ ଜଣକ ଗତକାଲି ସନ୍ଧ୍ୟାରେ ନାବାଳକଙ୍କ ଘରେ ପଶିଥିଲା। ଉକ୍ତ ସମୟରେ ନାବାଳକଙ୍କ ପରିବାର ସଦସ୍ୟ ଉପର ମହଲାରେ ଥିବା ବେଳେ ସେ ତଲ ମହଲାରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହାପରେ ସେ ଛୁରୀରେ ନାବାଳକଙ୍କୁ ବାରମ୍ବାର ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଶୁଭମଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ତଳକୁ ଆସି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାକୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ତୁରନ୍ତ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଯାଞ୍ଚ କରିବାରୁ ଏକ ବ୍ୟାଗରେ ୟୁନିଫର୍ମ ପଡ଼ିଥିବା ଦେଖିବାକୁ ପାଇଥିଲ। ଏହାପରେ ତଦନ୍ତ କରି ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଥିବା କହିଛନ୍ତି। ପଚରାଉଚରା ପରେ ତାଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ।

ଶୁଭମ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଗତକାଲି ପରୀକ୍ଷା ପାଇଁ ସେ ଘରେ ପ୍ରସ୍ତୁତ ହେଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଶୁଭମଙ୍କ ଏପରି ଅଚାନକ ମୃତ୍ୟୁ ତାଙ୍କ ପରିବାର ସମେତ ଗ୍ରାମବାସୀ ଓ ଆଦର୍ଶ ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଶକ୍ତ ଧକ୍କା ଦେଇଛି।

ଭୁବନେଶ୍ୱରରେ ଖୋଲାଖୋଲି ଚାଲିଛି କି ଟଙ୍କା ବଦଳ ସ୍କାମ୍

COASTAL NEWS ODIA 1330

ଭୁବନେଶ୍ୱରରେ ଖୋଲାଖୋଲି ଚାଲିଛି କି ଟଙ୍କା ବଦଳ ସ୍କାମ୍ 


ଭୁବନେଶ୍ବର - (CNO) ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କରେ ଖୋଲାଖୋଲି ଚାଲିଛି କି ଟଙ୍କା ବଦଳ ସ୍କାମ୍ ? ସମସ୍ତଙ୍କ ଆଖି ସାମ୍ନାରେ ଧଳା ହେଉଛି କି କଳା ଟଙ୍କା। ଗରିବଙ୍କୁ ମୋହରା କରାଯାଇ ସଂଘଠିତ ହେଉଛି କି ନୋଟ୍ ବଦଳ ସ୍କାମ୍। ଗତକାଲି ଭୁବନେଶ୍ୱର RBI ଆଗରେ ୨ ହଜାର ନୋଟ୍ ବଦଳ ପାଇଁ ହଠାତ ଲୋକଙ୍କ ଲମ୍ବା ଲାଇନ୍ ପରେ ଏତେ ସବୁ ପ୍ରଶ୍ନ ସାମ୍ନାକୁ ଆସିଛି।

ଏବେ ପ୍ରଶ୍ନ ଉଠୁଛି, ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ହଠାତ ଏପରି ଭିଡ଼ କାହିଁକି? ଟଙ୍କା ବଦଳ ପାଇଁ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଲୋକେ ? ଟଙ୍କା ବଦଳ କରୁଥିବା ଲୋକେ କହିଛନ୍ତି, ସେମାନ ୩ ଶହ ଟଙ୍କାର ମଜୁରୀ ନେଇ ୧୦ଟି ୨ ହଜାରିଆ ନୋଟ୍ ବଦଳ କରୁଛନ୍ତି। ତେବେ ଏ ବଦଳ କାହା ପାଇଁ କରୁଛନ୍ତି, ସେ ସମ୍ପର୍କରେ କେହିଁ ମୁହଁ ଖୋଲୁ ନାହାନ୍ତି।

ତେଣୁ ସନ୍ଦେହ କରାଯାଉଛି, ୟା ପଛରେ କିଛି ବଡ଼ ଧରଣର ରାକେଟ୍ କାମ କରୁଛି। ଏ ପଛରେ ହାୱଲା କାରବାରର ସନ୍ଦେହ ମଧ୍ୟ ବଢାଇଛି। ଏପରିକି ପଡ଼ୋଶୀ ରାଜ୍ୟର କୌଣସି ଅସାଧୁ ବ୍ୟକ୍ତିଙ୍କ ହାତ ମଧ୍ୟ ଥିବା ଅନୁମାନ କରାଯାଉଛି। କୁହାଯାଉଛି, ବ୍ୟାଙ୍କ ଖୋଲିବା ପୂର୍ବରୁ ବସରେ ଲୋକମାନେ ଏକାଠି ଆସି ଆରବିଆଇ ନିକଟରେ ଓହ୍ଲାଉଛନ୍ତି। ଏମାନଙ୍କ ହାତରେ ଟଙ୍କା ଧରାଇ, ସେମାନଙ୍କ ଉପରେ ନଜର ରଖୁୁଛନ୍ତି ଏଜେଣ୍ଟ। ହାତରୁ ଟଙ୍କା ନେଲା ପରେ ମଜୁରୀ ଦେଉଛନ୍ତି। ତେଣୁ ଏ ଘଟଣା ସାମ୍ନାକୁ ଆସିବା ପରେ ଏହା ଏକ ବଡ଼ ଧରଣର ସ୍କାମ୍ ବୋଲି ଚର୍ଚ୍ଚା ହେଉଛି l ସରକାରୀ ତଦନ୍ତକାରୀ ସଂସ୍ଥା ଏହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାର ଆବଶ୍ୟକତା ଅଛି ବୋଲି ସଚେତନ ଲୋକେ ମତବ୍ୟକ୍ତ କରିଛନ୍ତି l

ବିପର୍ଯ୍ୟୟ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି

COASTAL NEWS ODIA 1329
ବିପର୍ଯ୍ୟୟ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି



ଭୁବନେଶ୍ୱର: (CNO) ଭଞ୍ଜ ବିହାରୀ ମହାନ୍ତି - ବିପର୍ଯ୍ୟୟ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ।  କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ାରେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ୟୁନିଟ୍ ଖୋଲାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ବିପର୍ଯ୍ୟୟ ବେଳେ ଘଟଣାସ୍ଥଳରେ କମ ସମୟ ମଧ୍ୟରେ ଟିମ ପହଁଚିବା ପାଇଁ ଏହି ୟୁନିଟ ଖୋଲାଯିବ ।  

ଉପକୂଳବର୍ତ୍ତୀ ଜିଲ୍ଲାର ୧୦ ହଜାର ଗାଁକୁ ନେଇ ପଞ୍ଚାୟତିରାଜ ବିଭାଗ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯିବ । ବାତ୍ୟା ନିରୋଧୀ ଭିତ୍ତିଭୂମି ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଓଡ଼ିଶାର ପ୍ରତି ଘରୁ ସୃଷ୍ଟି କରାଯିବ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । 

ୱାର୍ଡମେମ୍ବରଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ନେବେ ପ୍ରଶିକ୍ଷଣ । ସବୁ ଗାଁରେ ୧୦ ଜଣଙ୍କୁ ରେଡକ୍ରସ୍ ପକ୍ଷରୁ ଦିଆଯିବ ଟ୍ରେନିଂ । ସେହିପରି  ସବୁ ସରକାରୀ ଅଧିକାରୀ ମଧ୍ୟ ନେବେ ବିପର୍ଯ୍ୟୟ ମୁକାବିଲାର ତାଲିମ । ସବୁ ପଞ୍ଚାୟତରେ ଲାଗିବ ଅଟୋମେଟଡ୍ ୱେଦର ଓ ରେନ ଗଜ ଷ୍ଟେସନ । ୩ ହଜାର ପଞ୍ଚାୟତ ପାଇଁ ବିଶ୍ଵ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ସଚିବ। 

ସେହିପରି ବିପର୍ଯ୍ୟୟ ମୁକାବିଲାରେ ଗତ ୧୦ ବର୍ଷରେ ଅନେକ ପରିବର୍ତ୍ତନ ଆସିଥିବା କହିଛି ଏସଆରସି । ବାହାନଗା ଟ୍ରେନ ଟ୍ରାଜେଡିରେ ଆମେ ଭଲ କାମ କରିଛନ୍ତି । ତେବେ ବଜ୍ରାଘାତ ମୃତ୍ୟୁ, ସାପ କାମୁଡା ଓ ପାଣି ବୁଡ଼ି ମୃତ୍ୟୁ ଏବେ ସରକାରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ। ତାଳ ଗଛ ଲଗାଇ ବଜ୍ରାଘାତ ପ୍ରଭାବ କମ ପାଇଁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାରେ ODRAF ଟିମ୍ ରହିବେ ବୋଲି କହିଛନ୍ତି ଏସଆରସି । ଏବେ ରାଜ୍ୟରେ ୨୦ଟି ODRAF  ଟିମ୍ ରହିଛି । 

Wednesday, November 1, 2023

ଆଜିର ରାଶିଫଳ

COASTAL NEWS ODIA 1328

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୦୨ ତାରିଖ ୨୦୨୩ ମସିହା(ଗୁରୁବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*

*🌹👉ମେଷ🌹*
*ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।*

*✧═════•❁❀❁•═════✧*
*🌹👉ବୃଷ🌹*
*ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।* 
*✧═════•❁❀❁•═════✧*

*🌹👉ମିଥୁନ🌹*
*ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।*

*✧═════•❁❀❁•═════✧*
*🌹👉କର୍କଟ🌹*
*ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।*
*✧═════•❁❀❁•═════✧*
*🌹👉ସିଂହ🌹*
*ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।*
*✧═════•❁❀❁•═════✧*
 *🌹👉କନ୍ୟା🌹*
*ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।*

*✧═════•❁❀❁•═════✧*
*🌹👉ତୁଳା🌹*
*ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନ ଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।*

*✧═════•❁❀❁•═════✧*
*🌹👉ବିଛା🌹*
*ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି।  ଆର୍ଥିକ ଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।*

*✧═════•❁❀❁•═════✧*
*🌹👉ଧନୁ🌹*
*ଆଜି ଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।*

*✧═════•❁❀❁•═════✧*
*🌹👉ମକର🌹*
*ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।*

*✧═════•❁❀❁•═════✧*
*🌹👉କୁମ୍ଭ🌹*
*ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।*

*✧═════•❁❀❁•═════✧*
*🌹👉ମୀନ🌹*
*ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।*
*✧═════•❁❀❁•═════✧*

ଆଳି ବ୍ଲକ୍ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

COASTAL NEWS ODIA 1327

ଆଳି ବ୍ଲକ୍ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ



ଆଳି,୩୦୧୦(ଆପ୍ର): ଆଳି ବ୍ଲକ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆଳି ବ୍ଲକ୍ ଚଣ୍ଡିଆଗଡ଼ି ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଓଡିଶା ସରକାରଙ୍କ ଶିକ୍ଷା ବିଭାଗର ପ୍ରୋତ୍ସାହନ ରେ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଭୌତିକ ବିକାଶ ପାଇଁ  ସୁରଭି ଏକ ସୁନ୍ଦର ମାଧ୍ୟମ l ଏହାଦ୍ଵାରା ଛାତ୍ରଛାତ୍ରୀ ମାନେ ନିଜର ଶିକ୍ଷା ବ୍ୟତିତ ଅନ୍ୟନ୍ୟ କଳା ବିଜ୍ଞାନ ସାହିତ୍ୟ ସଂସ୍କୃତି ରେ ନିଜର ପ୍ରତିଯୋଗିତା ମୂଳକ ଚିନ୍ତାଧାରାକୁ ଶାଣିତ କରିବା ସହିତ ବୌଦ୍ଧିକ ବିକାଶ ଓ ପ୍ରଦର୍ଶନ ରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି । ଏଥିରେ ସେମାନଙ୍କର ବିଭିନ୍ନ କଳା ଓ ପ୍ରତିଭା ର ବିକାଶ ହୋଇଥାଏ । 

ଆଳି ବ୍ଲକ୍ ଚଣ୍ଡିଆଗଡ଼ି ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ନିଜର ଜ୍ଞାନ ଗର୍ଭକ ଭାଷଣ ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଆଳି ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ସାମଲ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ ।ମୁଖ୍ୟବକ୍ତା ଭାବେ ଚଣ୍ଡିଆଗଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରିୟରଞ୍ଜନ ଦାଶ ଯୋଗ ଦେଇଥିଲେ। 

ଆଳି ବ୍ଲକ୍ ମଣ୍ଡଳ ଶିକ୍ଷାଧକାରୀ ରତିକାନ୍ତ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି, ସହ ଶିକ୍ଷାଧିକାରୀ ଉଦକର ସାମଲ, ସରପଞ୍ଚ ସନାତନ ସାହୁ, ବ୍ଳକ୍ ଉପାଧ୍ୟକ୍ଷ ମିନତି ବାରିକ, ସାମନ୍ତ କେଳୁଚରଣ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଅରାଧନା ଦାଶ, ସମିତି ସଭ୍ୟ ରାମଚନ୍ଦ୍ର ଦାସ, ମୋ ସ୍କୁଲ ଅଭିଯାନର ନାରାୟଣ ଲେଙ୍କା ଓ କମିଟି ସଭାପତି ବାମଦେବ ବରାଳ ଯୋଗ ଦେଇଥିଲେ। ସିଆରସିସି ନରେନ୍ଦ୍ର ଆଚାର୍ଯ୍ୟ ଅତିଥ ପରିଚୟ ପ୍ରଦାନ କରିଥିଲେ । 



ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥ ଭାବେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ପାବନୀ ରାଉତ ଓ ମୁଖ୍ୟବକ୍ତା ଭାବେ ଡେରାବିଶ ବ୍ଲକ୍ ଅବସରପ୍ରାପ୍ତ ସହ ଶିକ୍ଷାଧିକାରୀ ନରହରି ସୂତାର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସହଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦେବରାଜ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ସ୍ବାଗତିକା ରାଉତ, ଡାଏଟ୍ ଶିକ୍ଷକ ପ୍ରଶିକ୍ଷିକା ଲୋପାମୁଦ୍ରା ପଣ୍ଡା, ଆଳି ଥାନା ଆଇଆଇସି ସବ୍ୟସାଚୀ ଶତପଥୀ, ଚକ୍ରଧର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର ଯୋଗ ଦେଇଥିଲେ । ସମୀର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ସୁକାନ୍ତ ଲେଙ୍କା, ଦେବକାନ୍ତ ବେହେରା, ଅନ୍ତର୍ଯ୍ୟାମୀ ମଳିକ, ସଞ୍ଜୟ ମହାଳିକ ଓ ଗୌରହରି ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସବୁ ଆଲୋଚନାର ଅନ୍ତ ଜିଲାରେ ଖୋଲିବ ୬୩ ନୂତନ ପ୍ରାଥମିକ କୃଷି ସମବାୟ ସମିତି

COASTAL NEWS ODIA 1326

ସବୁ ଆଲୋଚନାର ଅନ୍ତ ଜିଲାରେ ଖୋଲିବ ୬୩ ନୂତନ ପ୍ରାଥମିକ କୃଷି ସମବାୟ ସମିତି


କେନ୍ଦ୍ରାପଡ଼ା, ୩୧/୧୦: (CNO) କେନ୍ଦ୍ରାପଡା ଜିଲାରେ ନୂତନ ଭାବେ ପଞ୍ଜିକରଣ ହୋଇ କାର୍ଯ୍ୟକାରୀ କରିବାକୁ ଥିବା ୬୩ଟି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଓ ସମ୍ପାଦକଙ୍କୁ ପରିଚାଳନା ପାଇଁ ତାଲିମ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକରେ ୪, ପଟ୍ଟାମୁଣ୍ଡାଇ-୬, ମହାକାଳପଡା-୮, ଗରଦପୁର-୯, ମାର୍ଶାଘାଇ-୧୪, ରାଜନଗର-୩, ଡେରାବିଶ-୮, ଆଳି-୧୧ ମୋଟ୍ ୬୩ଟି ପ୍ରାଥମିକ କୃଷି ସମବାୟ ସମିତିର ମନୋନିତ ହୋଇଥିବା ପରିଚାଳନା କମିଟିର ସଭାପତି ଓ ସଂପାଦକଙ୍କୁ ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ଏହି ସମିତିଗୁଡିକ କିଭଳି ସୁରୁଖୁର ରେ ପରିଚାଳନା କରାଯାଇ ପାରିବ ସେନେଇ ଏ.ଆର.ସି.ଏସ୍ ସନ୍ତୋଷ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହିକାର୍ଯ୍ୟକ୍ରମରେ ଏସ୍.ଆର.ସି.ଏସ୍ ଯୋଗେନ୍ଦ୍ର ନାଥ ବିଶ୍ବାଳ, ରବି ନାରାୟଣ ସାହୁ, ବ୍ୟାଙ୍କ ପରିଚାଳକ ଦୁର୍ଗା ମାଧବ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ରାଶିଫଳ

COASTAL NEWS ODIA 1325

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୦୧ ତାରିଖ ୨୦୨୩ ମସିହା(ବୁଧବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌹ମେଷ🌹👉ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ  ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।*
*✧═════•❁❀❁•═════✧*

*🌹ବୃଷ🌹👉ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍‌ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ଯାତ୍ରା, ବାଣିଜ୍ୟରେ ଲାଭବାନ ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ ସତ କିନ୍ତୁ ଅବହେଳା ଜନିତ କୌଣସି ଉପଚାର କରିବା ସହଜସାଧ୍ୟ ନ ହୋଇପାରେ।*

*✧═════•❁❀❁•═════✧*
*🌹ମିଥୁନ🌹👉ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ ହେବ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ବାରୁଦ ଓ ବିଦ୍ୟୁତ୍‌ ପ୍ରତି ସାବଧାନ ରହିବା ଭଲ। କ୍ରୀଡା, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।*

*✧═════•❁❀❁•═════✧*
*🌹କର୍କଟ🌹👉ଆଜି ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍‌ ଭାବରେ ସାମନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ସମସ୍ୟା ସମାଧାନର ଆଶା କରିପାରନ୍ତି।*

*✧═════•❁❀❁•═════✧*
*🌹ସିଂହ🌹👉ଆଜି ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବାରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ।ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଆଜି ଦିନଟି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ବହୁତ ଭଲ।*

*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ଅର୍ଥଲାଭ କରାଇବା ସହ ସମସ୍ୟା ସମାଧାନ ପାଇଁ ରାସ୍ତା ପରିଷ୍କାର କରିଦେବେ। ତଥାପି ଖଳକଥାରେ ପ୍ରଭାବିତ ହୋଇ ଚିତ୍ରା ନକ୍ଷତ୍ର ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ।*

*✧═════•❁❀❁•═════✧*
*🌹ତୁଳା🌹👉ଆଜି ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ। ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।*

*✧═════•❁❀❁•═════✧*
*🌹ବିଛା🌹👉ଆଜି ମନ ଅସ୍ଥିର ରହିବ। କିନ୍ତୁ କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ୍‌ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନାହିଁ।ଏଜେନ୍ସିପ୍‌, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।*

*✧═════•❁❀❁•═════✧*
*🌹ଧନୁ🌹👉କାଲିର ପରିସ୍ଥିତି କ୍ରମଶଃ ବଦଳିଯିବା ସାଙ୍ଗକୁ ସଙ୍କଟମୁ୍‌କ୍ତ ହୋଇପାରନ୍ତି। ଦିନର ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର ପ୍ରଭାବ ଅନୁଭବ କରିବାକୁ ପଡିପାରେ। ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇ ପାରନ୍ତି। ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।*

*✧═════•❁❀❁•═════✧*
*🌹ମକର🌹👉ଆଜି କୌଣସି କାମରେ ସାହାଯ୍ୟ କରିବାକୁ ମନ ବଳିବ।କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।*
*✧═════•❁❀❁•═════✧*

*🌹କୁମ୍ଭ🌹👉ଆଜି ପାରିବାରିକ ଜୀବନ ଓ କର୍ମକ୍ଷେତ୍ର ସରଳୀକୃତ ହେବ। ତଥାପି  କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢିଯିବାର ସୂଚନା ରହିଛ।*
*✧═════•❁❀❁•═════✧*

*🌹ମୀନ🌹👉ଆଜି କର୍ମୋନ୍ନତି ସହ ସମ୍ମାନଜନକ ସ୍ଥିତିକୁ ନେବାରେ ସମର୍ଥ ହେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ। ଆନୁଷ୍ଠାନିକ କାମରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି।*
*✧═════•❁❀❁•═════✧*

ହାଇକୋର୍ଟ ଗଲେ ପ୍ରତାପ ଜେନା

COASTAL NEWS ODIA 1324

ହାଇକୋର୍ଟ ଗଲେ ପ୍ରତାପ ଜେନା
 

  
କଟକ,୩୧।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ଗଲେ ବିଧାୟକ ପ୍ରତାପ ଜେନା। ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ପ୍ରତାପ।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ମଙ୍ଗଳବାର କୋର୍ଟରେ ହାଜର ହୋଇନାହାନ୍ତି ପ୍ରତାପ ଜେନା। ପ୍ରତାପ ନିଜେ ହାଜର ନ ହୋଇ ନିଜର ଓକିଲଙ୍କ ମାଧ୍ୟମରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର ହୋଇଥିଲେ। ପ୍ରତାପଙ୍କ ଓକିଲ ଆଇପିସି ୨୦୫ ଧାରାରେ ବଳରେ ବ୍ୟକ୍ତିଗତ ହାଜିରାରୁ ବାଦ ଦେବାକୁ ସେ କୋର୍ଟରେ ଅନୁରୋଧ କରିଥିଲେ। ତେବେ ଏହି ଅପିଲକୁ ଗ୍ରହଣ ନ କରିବାକୁ ପ୍ରତିପକ୍ଷ ଓକିଲ ଆବେଦନ କରିଛନ୍ତି। ଅସୁସ୍ଥ ଥିବା ନେଇ ପ୍ରତାପ କ୍ୟାପିଟାଲ ହସ୍ପିଟାଲର ସାର୍ଟିଫିକେଟ କୋର୍ଟଙ୍କ ପାଖରେ ଦେଇଛନ୍ତି।

Tuesday, October 31, 2023

ନଭେମ୍ବରରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ।

COASTAL NEWS ODIA 1317

ନଭେମ୍ବରରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ



ନୂଆଦିଲ୍ଲୀ,୩୧।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ସାଧାରଣତଃ ପ୍ରତି ମାସ ପହିଲାରେ ଟଙ୍କା ସହ ଜଡ଼ିତ କିଛି ନୂଆ ପରିବର୍ତ୍ତନ ଲାଗୁ ହୋଇଥାଏ। ବୁଧବାରଠାରୁ ନଭେମ୍ବର ମାସ ଆରମ୍ଭ ହେଉଥିବାରୁ କିଛି ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସଠାରୁ ଆରମ୍ଭ କରି ବଜେଟ୍‌ ଉପରେ ପଡ଼ିପାରେ। 

ଏଲପିଜି ସିଲିଣ୍ଡର ଦାମ: ତୈଳ କମ୍ପାନୀମାନେ ପ୍ରତିମାସ ପହିଲାରେ ସମୀକ୍ଷା ପରେ ଗ୍ୟାସର ମୂଲ୍ୟ ଘୋଷଣା କରିଥାନ୍ତି। ନଭେମ୍ବର ୧ରୁ ଗ୍ୟାସ ସିଲିଣ୍ଡର ଦାମ୍‌ ଜାରି କରାଯିବ, ଯେଉଁଥିରେ ବୃଦ୍ଧି ଅଥବା ହ୍ରାସ ସ୍ଥିତି ଦେଖାଯାଇପାରେ। ନଚେତ ଦାମ୍‌ ଅପରିବର୍ତ୍ତିତ ରହିପାରେ।

ଜିଏସ୍‌ଟି ସହ ଜଡ଼ିତ ପରିବର୍ତ୍ତନ:

୧୦୦ କୋଟି ଟଙ୍କା ଅଥବା ଏହାଠାରୁ ଅଧିକ ଟର୍ନଓଭର ଥିବା କମ୍ପାନୀଗୁଡ଼ିକୁ ୩୦ ଦିନ ମଧ୍ୟରେ ଇ-ଚାଲାଣ ପୋର୍ଟାଲରେ ଜିଏସ୍‌ଟି ଚାଲାଣ ଅପଲୋଡ଼ କରିବାକୁ ହେବ। ଏହି ନୂଆ ନିୟମ ପହିଲାରୁ ଲାଗୁ ହେବ।

ଲାପଟପ-ଟାବଲେଟ୍‌ ଆମଦାନୀ:

ଲାପଟପ-ଟାବଲେଟ୍‌ ଏବଂ ଅନ୍ୟ ଇଲେକ୍ଟୋନିକ୍‌ ଉତ୍ପାଦଗୁଡ଼ିକର ଆମଦାନୀର ନିୟମ ପରିବର୍ତ୍ତିତ ହେବାକୁ ଯାଉଛି। ଅଗଷ୍ଟ ୨୦୨୩ରେ ସରକାର ଲାପଟପ୍‌, ଟାବଲେଟ୍‌ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟରର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ। ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ବ୍ୟାନ୍‌ ଲାଗୁ ନ ହେଲେ ବି ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଆମଦାନୀ ଲାଗି କମ୍ପାନୀଗୁଡ଼ିକୁ ଲାଇସେନ୍ସ ଲାଗି ଆବେଦନ କରିବାକୁ ହେବ ବୋଲି କୁହାଯାଇଛି।

ଶେୟାରରେ ନେଣଦେଣ ଲାଗି କର:

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ନଭେମ୍ବର ପହିଲାରୁ ନେଣଦେଣ କରକୁ ବଢ଼ାଇବାକୁ ଯାଉଛି।

କେଓ୍ବୋଇସି କରାଇବା ଜରୁରୀ: ଇନ୍‌ସୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ ସମସ୍ତ ବୀମାଧାରକଙ୍କ ଲାଗି କଓ୍ବୋଇସି କରାଇବାକୁ ଜରୁରୀ କରିଛନ୍ତି। ନଭେମ୍ବର ପହିଲାରୁ ଏହି ନିୟମ ଲାଗୁ ହେବ।

ବ୍ୟାଙ୍କ ବନ୍ଦ: ନଭେମ୍ବରରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ।

ବଜାରକୁ ଆସିଲାଣି ନକଲି ରସୁଣ

COASTAL NEWS ODIA 1322

ବଜାରକୁ ଆସିଲାଣି ନକଲି ରସୁଣ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ରୋଷେଇ କରିବା ସମୟରେ ରସୁଣ ବ୍ୟବହାର କରିବା କେବଳ ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ନୁହେଁ, ବରଂ ଏହା ଖାଦ୍ୟର ସ୍ୱାଦକୁ ମଧ୍ୟ ବଢାଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏବେ ବଜାରକୁ ଆସିଲାଣି ନକଲି ରସୁଣ। ବଜାରରେ ବିକ୍ରି ହେଉଥିବା ଏହି ନକଲି ରସୁଣ ଭାରତର ଅନେକ ଘରେ ନିୟମିତ ଖିଆଯାଏ, ଯାହା ବିଷୟରେ କେତେକ ଲୋକ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ଏହି ଧଳା ରସୁଣକୁ ଚିହ୍ନିବା ଏତେ କଷ୍ଟକର ନୁହେଁ। ଏହି ରସୁଣ କିପରି ଉତ୍ପାଦିତ ହୁଏ ଯଦି ଆପଣ ଜାଣିବେ, ତେବେ ଆଶ୍ଚର୍ଯ୍ୟ ହୋଇଯିବେ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ଏହି ନକଲି ରସୁଣ କିପରି ତିଆରି ହୁଏ ସେ ବିଷୟରେ କହୁଛନ୍ତି, ଯାହାକୁ ଆପଣ କିଛି ନ ଭାବି ତୁରନ୍ତ କିଣି ନେଉଛନ୍ତି।

ଏହି ନକଲି ରସୁଣର ଚୋପା ଛଡ଼ାଇବା ବହୁତ ସହଜ। ଏହାର ସ୍ୱାଦ ପ୍ରକୃତ ରସୁଣ ପରି, ତେଣୁ ଫରକ ବାରିବା କଷ୍ଟକର ହୋଇପାରେ। ଭିଡିଓରେ ବ୍ୟକ୍ତି କହୁଛନ୍ତି ଯେ, ଏହି ନକଲି ରସୁଣ ଉତ୍ପାଦନ କରିବାର ପଦ୍ଧତି ଆପଣଙ୍କୁ ଚକିତ କରିଦେବ। ଭିଡିଓରେ ଦାବି କରାଯାଇଛି ଯେ, ଏହାକୁ ତେଲ ଏବଂ ଅନ୍ୟାନ୍ୟ ଧାତୁ ବ୍ୟବହାର କରି ଖୁବଶୀଘ୍ର ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ଏହାକୁ କ୍ଲୋରିନ୍ ସହିତ ବ୍ଲିଚ୍ କରାଯାଏ, ଯାହାଫଳରେ ଏହା ଧଳା ରହିଥାଏ।

ନକଲି ଏବଂ ଅସଲି ରସୁଣ ଚିହ୍ନଟ କରିବାକୁ କେତେକ ପଦ୍ଧତି କୁହାଯାଇଛି। ସର୍ବପ୍ରଥମେ ଜାଣନ୍ତୁ ଯେ, ବଜାରରେ ଉପଲବ୍ଧ ନକଲି ରସୁଣ ବହୁତ ଧଳା ଦେଖାଯାଏ। ଆପଣ ଏଥିରେ କୌଣସି ପ୍ରକାରର ଚିହ୍ନ କିମ୍ବା ଦାଗ ଦେଖିବାକୁ ପାଇବେ ନାହିଁ। ଜାଣିବା ପାଇଁ ଆପଣଙ୍କୁ ରସୁଣକୁ ଓଲଟାଇବାକୁ ପଡିବ। ଯଦି ତଳ ଭାଗରେ କୌଣସି ଦାଗ ଦେଖାଯାଏ, ତାହେଲେ ଏହାର ଅର୍ଥ ଏହା ଅସଲି ରସୁଣ। ସେହିପରି ଯଦି ରସୁଣ ସମ୍ପୂର୍ଣ୍ଣ ଧଳା ଦେଖାଯାଏ, ତେବେ ଏହା ଚୀନର ନକଲି ରସୁଣ ହୋଇଥାଇପାରେ। ତେଣୁ ଭବିଷ୍ୟତରେ ରସୁଣ କିଣିବା ବେଳେ ସାବଧାନ ରୁହନ୍ତୁ।

କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ

COASTAL NEWS ODIA 1321

କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ


ମହାରାଷ୍ଟ୍ର - (CNO) ଭଞ୍ଜ ବିହାରୀ ମହାନ୍ତି - ବ୍ୟାଙ୍କ୍ ଟଙ୍କା ନଷ୍ଟ କରି ଦେଲା ବନ୍ୟା ଜଳ। ହଜାରେ କି ଦି ହଜାର ନୁହଁ କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ। ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅତି କମରେ ୪୦୦ କୋଟି ଟଙ୍କା ମୂଲ୍ୟର ନୋଟ୍ ନଷ୍ଟ ହୋଇଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। 

ସୂଚନା ଅନୁସାରେ, ସେପ୍ଟେମ୍ବର ୨୪ରେ ନାଗପୁରର ନାଗ ନଦୀରେ ବନ୍ୟା ଆସିଥିଲା। ଏକାଧିକ କୋଠାବାଡ଼ିକୁ ଜଳମଗ୍ନ କରିଦେଇଥିଲା ବନ୍ୟା ଜଳ। ଏଥିରେ ସୀତବୁଲଦି ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର(BoM) ଶାଖା ମଧ୍ୟ ପ୍ରଭାବିତ ହୋଇଥିଲା। ବ୍ୟାଙ୍କରେ ନୋଟ୍ ରହୁଥିବା କୋଠରୀକୁ ମାଡ଼ି ଯାଇଥିଲା ପାଣି। ଫଳରେ ନୋଟ୍ ରହିଥିବା ବାକ୍ସ ପାଣିରେ ବୁଡ଼ି ଯାଇଥିଲା।

ପୂରା ଗୋଟିଏ ଦିନ ପରେ ଜଳ ନିଷ୍କାସନ ହୋଇଥିଲା। କିନ୍ତୁ ନୋଟ୍ ଥିବା ବାକ୍ସଟି ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିଲା। ଏଥିରେ ଥିବା ଟଙ୍କାଗୁଡିକ୍ ଏକ ପ୍ରକାର ଖରାପ ହୋଇଯାଇଥିଲା। ଏନେଇ ବ୍ୟାଙ୍କ୍ ପକ୍ଷରୁ ଆରବିଆଇକୁ ସୂଚନା ଦିଆଯାଇଥିଲା। ଆରବିଆଇ ଟିମ୍ ବ୍ୟାଙ୍କରେ ପହଞ୍ଚି ନୋଟ୍‌ଗୁଡ଼ିକ ଯାଞ୍ଚ କରିଥିଲେ ଓ କ୍ଷତିଗ୍ରସ୍ତ ନୋଟକୁ ସଂଗ୍ରହ କରିଥିଲେ। ଆରବିଆଇର ଅଧିକାରୀମାନେ ଅତ୍ୟନ୍ତ ନଷ୍ଟ ହୋଇଯାଇଥିବା ନୋଟଗୁଡିକୁ ବାଦ୍ ଦେଇ ଅନ୍ୟ ନୋଟଗୁଡ଼ିକୁ ସାବଧାନତାର ସହ ଗଣିବା ସହ ସ୍କାନ୍ କରିଥିଲେ। 

ରିପୋର୍ଟ ଅନୁଯାୟୀ, ନୋଟଗୁଡ଼ିକୁ ବଦଳା ଯାଇଛି। ପ୍ରକୃତରେ କେତେ ଟଙ୍କାର ନୋଟ୍ ନଷ୍ଟ ହୋଇଛି ସେନେଇ ବ୍ୟାଙ୍କ୍ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ବିଶେଷ ସୂତ୍ର ଅନୁସାରେ ୪୦୦ କୋଟି ନୋଟ୍ ନଷ୍ଟ ହୋଇଥିବା କୁହାଯାଉଛି। ଜଣେ ଅଧିକାରୀ କହିଛନ୍ତି, 'ଛଅ ଦଶନ୍ଧି ମଧ୍ୟରେ ପ୍ରଥମ କରି ଏକ ବ୍ୟାଙ୍କ ବିଲ୍ଡିଂ ଜଳମଗ୍ନ ହୋଇଛି।'
୧୯୬୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସନ୍ତରାଓ ନାଏକ ଏହି ବ୍ୟାଙ୍କର ଉଦଘାଟନ କରିଥିଲେ। 

ସ୍ତ୍ରୀ ଶାରୀରିକ ସମ୍ପର୍କ ପାଇଁ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ: ହାଇକୋର୍ଟ

COASTAL NEWS ODIA 1320

ସ୍ତ୍ରୀ ଶାରୀରିକ ସମ୍ପର୍କ ପାଇଁ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ: ହାଇକୋର୍ଟ 


 
  
ନୂଆଦିଲ୍ଲୀ,୩୧।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - କରୋନା ଅବଧି ପରଠାରୁ ଦେଶରେ ଛାଡପତ୍ର ଏବଂ ଘରୋଇ ହିଂସା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପ୍ରତିଦିନ ଏଭଳି ମାମଲା ଦେଶର ବିଭିନ୍ନ କୋର୍ଟରେ ପଞ୍ଜୀକୃତ ହେଉଛି। ଏକ ଛାଡପତ୍ର ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ଛାଡପତ୍ର ଦେବାକୁ ମନା କରିଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ବିବାହିତ ଦମ୍ପତିଙ୍କ ମଧ୍ୟରେ ଅସନ୍ତୋଷ, ସାମାନ୍ୟ ମତଭେଦ ଏବଂ ବିଶ୍ୱାସର ଅଭାବକୁ କ୍ରୂରତା କୁହାଯାଇ ପାରିବ ନାହିଁ।
ମାନସିକ ନିର୍ଯାତନା କାରଣରୁ ସ୍ବାମୀ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ସେ ଶାଶୁ ଘରେ ରହିବାକୁ ଆଗ୍ରହୀ ନୁହଁନ୍ତି। ସ୍ତ୍ରୀ ଚାହୁଁଛନ୍ତି ଘର ଜ୍ୱାଇଁ ହୋଇ ରହିବାକୁ। ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହେଁ ୧୯୯୬ ରେ ବିବାହ କରିଥିଲେ ଏବଂ ୧୯୯୮ ରେ ଏହି ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥଥିଲେ। ଘର ଆଶାନ୍ତି ସୃଷ୍ଟି କରିବା ସହ ସ୍ତ୍ରୀ ସ୍ବାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିବା ସ୍ବାମୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।
ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ସଚ୍ଚଦେବ ଏବଂ ମନୋଜ ଜେନାଙ୍କ ଏକ ବେଞ୍ଚ କହିଛନ୍ତି ଯୌନ ସମ୍ପର୍କକୁ ମନା କରିବା ମାନସିକ କ୍ରୁରତାର ଏକ ରୂପ ଭାବରେ ବିବେଚନା କରାଯାଇପାରେ, ଯେତେବେଳେ ଏହା ସ୍ଥିର, ସୁଚିନ୍ତିତ ଏବଂ ବହୁ ସମୟ ଧରି ରହିଥାଏ। ବେଞ୍ଚ କହିଛନ୍ତି , ଏପରି ସମ୍ବେଦନଶୀଳ ତଥା ସୂକ୍ଷ୍ମ ସମସ୍ୟାର ମୁକାବିଲା ପାଇଁ କୋର୍ଟ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଦାମ୍ପତ୍ୟ ଜୀବନରେ ସାଧାରଣ ଭାବେ ଶାରୀରିକ ସମ୍ପର୍କ ପାଇଁ ସ୍ତ୍ରୀ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ।
ହାଇକୋର୍ଟ କହିଛନ୍ତି ଏହି ଅଭିଯୋଗ କେବଳ ଅସ୍ପଷ୍ଟ ବିବୃତ୍ତି ଆଧାରରେ ପ୍ରମାଣିତ ହୋଇପାରିବ ନାହିଁ, ବିଶେଷ କରି ଯେତେବେଳେ ବିବାହ ଠିକ ଭାବରେ ପାଳନ କରାଯାଇଥିଲା। ବେଞ୍ଚ କହିଛନ୍ତି ସ୍ବାମୀ ତାଙ୍କ ଉପରେ ହୋଇଥିବା କୌଣସି ମାନସିକ କ୍ରୁରତାକୁ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି ଏବଂ ବର୍ତ୍ତମାନର ମାମଲାକୁ କେବଳ ବୈବାହିକ ବନ୍ଧନରେ ସାଧାରଣ ମତଭେଦ ଭାବେ ପରିଗଣିତ କରାଯାଇଛି। ବେଞ୍ଚ କହିଛନ୍ତି, କୌଣସି ସକାରାତ୍ମକ ସୂଚନା ନାହିଁ ସ୍ତ୍ରୀଙ୍କ ଆଚରଣ ଏପରି ଥିଲା ଯାହାଦ୍ୱାରା ସ୍‌ସ୍ବାମୀ ତାଙ୍କ ସହ ରହିବା ସମ୍ଭବ ନୁହେଁ। ସାମାନ୍ୟ କ୍ରୋଧ ଏବଂ ବିଶ୍ୱାସର ଅଭାବକୁ ମାନସିକ କ୍ରୁରତା ଭାବେ ଗ୍ରହଣ କରାଯିବ ନାହିଁ। ଏହା ସହିତ କୋର୍ଟ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଛନ୍ତି।

ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି

COASTAL NEWS ODIA 1319

ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି 



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି ମେଟା କମ୍ପାନୀ । ୟୁରୋପୀୟ ୟୁନିଅନର ଚାପରେ ଏହି ପଦକ୍ଷେପ ନିଆଯାଇଛି । ତେଣୁ ଏହି ବିକଳ୍ପ ବର୍ତ୍ତମାନ କେବଳ ୟୁରୋପୀୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ ।
ମେଟା କିଛି ଉପଭୋକ୍ତାଙ୍କୁ ଏକ ବଡ଼ ଝଟକା ଦେଇଛି । ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି । ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଚାଲିଥିଲା କି ଯେ ମାର୍କ ଜୁକରବର୍ଗ ଫେସବୁକ ଚଳାଇବା ପାଇଁ କିଛି ଦେୟ ନେଇପାରନ୍ତି ।  ବର୍ତ୍ତମାନ କମ୍ପାନୀ ଏହିପରି ପଦକ୍ଷେପ ନେବାକୁ ଯାଉଛି । ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ସେବା ଦେବାକୁ ସଦସ୍ୟତା ସବସ୍କ୍ରିପସନ୍  ଘୋଷଣା କରିଛି । ୟୁରୋପୀୟ ୟୁନିଅନର ଚାପ ପରେ ଏହି ପଦକ୍ଷେପ ନିଆଯାଇଛି । ତେଣୁ ବର୍ତ୍ତମାନ ଏହି ବିକଳ୍ପ କେବଳ ୟୁରୋପୀୟ ବ୍ୟବହାରକାରୀଙ୍କ ପାଇଁ ଲାଗୁ  ହେବ ।
ଏହାର ମୂଲ୍ୟ କେତେ ହେବ ?
ଏହି ଯୋଜନାଗୁଡିକର ମୂଲ୍ୟ ୱେବ୍ ପାଇଁ ମାସକୁ ୯.୯୯ ୟୁରୋ (ପ୍ରାୟ ୮୮୫ ଟଙ୍କା) ଏବଂ ସ୍ମାର୍ଟଫୋନ୍ (ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍) ପାଇଁ ମାସକୁ ୧୨.୯୯ ୟୁରୋ (ପ୍ରାୟ ୧୧୪୫ ଟଙ୍କା) ହେବ ।  ୟୁରୋପରେ ୧୮ ବର୍ଷରୁ ଅଧିକ ବୟସର ଉପଭୋକ୍ତାଙ୍କ ପାଇଁ ଏହି ବିଜ୍ଞାପନମୁକ୍ତ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଯୋଜନା ଉପଲବ୍ଧ କରିବ ବୋଲି ମେଟା ଘୋଷଣା କରିଛି । ଏହି ଯୋଜନାଗୁଡିକ ସ୍ୱିଜରଲ୍ୟାଣ୍ଡ, ୟୁରୋପୀୟ ୟୁନିଅନ୍ ଏବଂ ୟୁରୋପୀୟ ଅର୍ଥନୈତିକ କ୍ଷେତ୍ରରେ ଉପଲବ୍ଧ ହେବ ।
ଭାରତୀୟମାନଙ୍କ ପାଇଁ କ’ଣ? 
ଏହା ଭାରତର ଉପଭୋକ୍ତାମାନଙ୍କୁ ସେମାନଙ୍କର ଫେସବୁକ ଓ ଇନଷ୍ଟାଗ୍ରାମ ଫିଡରେ ବିଜ୍ଞାପନ ପ୍ରଦାନ ଜାରି ରଖିବ ।  କିନ୍ତୁ ଯଦି ଏହି ସବସ୍କ୍ରିପସନ୍ ଯୋଜନାଗୁଡିକ EU ରେ ଲୋକପ୍ରିୟ ହୁଏ ତେବେ ଏହା ସମ୍ଭବ ଯେ ମେଟା ମଧ୍ୟ ଏହି ସେବାକୁ ଭାରତରେ ଲାଗୁ କରାଇପାରେ ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...