AFFILIATE MARKETING

https://binomo.com?a=90810425bb57&t=0

Friday, September 29, 2023

ଦୁଆରଶୁଣି ଘାଟିରେ ଦୁର୍ଘଟଣା: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ଦମ୍ପତି ମୃତ

COASTAL NEWS ODIA 944

ଦୁଆରଶୁଣି ଘାଟିରେ ଦୁର୍ଘଟଣା: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ଦମ୍ପତି ମୃତ



ବାଙ୍ଗିରିପୋଷି -  ଦୁଆରଶୁଣି ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ସହିତ ଏକ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଯାଉଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଦମ୍ପତ୍ତି ହେଲେ ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବ୍ଲକ କୋଲନୀର ବାସିନ୍ଦା ରବି ନାରାୟଣ ଦାସ ଓ ରେବତୀ ଦାସ । ତେବେ ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ।

ସୂଚନା ଅନୁଯାୟୀ, ବିଶୋଇ ବ୍ଲକ କୋଲନୀର ବାସିନ୍ଦା ରବି ନାରାୟଣ ଦାସ ଓ ତାଙ୍କ ସ୍ତ୍ରୀ ରେବତୀ ଦାସ କୌଣସି କାମରେ ଏକ ବାଇକ ଯୋଗେ ବାରିପଦା ଅଭିମୁଖେ ଯାଉଥିଲେ ।ପାଖାପାଖୁ ୩.୩୦ ସମୟରେ ଦୁଆରଶୁଣି ଘାଟିରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ଦମ୍ପତି ଙ୍କ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ରାସ୍ତା କଡକୁ ଛିଟିକି ପଡ଼ିବା ଫଳରେ ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁଘଟିଥିଲା । ଦୁର୍ଘଟଣା ଘଟାଇ ଥିବା ଟ୍ରକଟି ରାସ୍ତା ପାର୍ଶ୍ଵ ଗଛକୁ ଧକ୍କା ଦେବା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାଯାଇଛି ।

 ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବାଙ୍ଗିରିପୋଷି ମେଡିକାଲକୁ
ପିଠାଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବାଇକ ଏବଂ ଟ୍ରକକୁ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଡ୍ରାଇଭରକୁ ଖୋଜୁଛି ପୋଲିସ । 

ରବିନାରାୟଣ ଦାସ ଓ ତାଙ୍କ ସ୍ତ୍ରୀ ରେବତୀ ଦାସଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ବିଶୋଇ ବ୍ଲକ କୋଲନୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଆସନ୍ତାକାଲି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବିଭତ୍ସ ହତ୍ୟା

COASTAL NEWS ODIA 942

ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବିଭତ୍ସ ହତ୍ୟା





କାମାକ୍ଷାନଗର - ବହୁଚର୍ଚ୍ଚିତ ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ କାମାକ୍ଷାନଗର ଥାନା ଆଳତୁମା ଗାଁ ରେଲୱେ ଓଭର ବ୍ରିଜପାଖ ସଉରିଆ ନିକଟରେ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ବିଭତ୍ସ ଭାବେ ହତ୍ୟା କରିଛନ୍ତି  ଘଟଣା ସ୍ଥଳରୁ ଗୁଳିବିଦ୍ଧ ରକ୍ତ ଜୁଡୁବୁଡୁ ମୃତ ଦେହ ସହ ଗୁଳି ଜବତ କରିଛି ସ୍ଥାନୀୟ ପୋଲିସ । 

ପ୍ରକାଶ ଥାଉକି ଗତ ୨୦୨୧ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ ବିଳମ୍ବିତ ରାତିରେ ପଣ୍ଡୁଆ-ଜିରାଳ ରାସ୍ତାର ଜାମୁନାଳୀ ନିକଟରେ  ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତ ଙ୍କୁ  ନିର୍ମମ ଭାବେ ହତ୍ୟା କରାଯାଇଥିଲା
 ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ ସାହୁ। ଗତ କିଛି ମାସ ତଳେ ବେଲ୍ ରେ ଆସିଥିଲେ । 

ଗତ କାଲି ବାଲି ଘାଟ କାମରେ କାମାକ୍ଷାନଗର ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ବଡ଼ ଭାଇଙ୍କ ସର୍ବେଶ୍ୱର ସାହୁ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ କାମାକ୍ଷାନଗର ଏସଡିପିଓ ପ୍ରଭାତ ରଞ୍ଜନ ତ୍ରିପାଠୀ ଓ ଥାନା ଅଧିକାରୀ ଶରତ ମହାଳିକଙ୍କ ତତ୍ତ୍ଵାବଧାନରେ ତଦନ୍ତ ଜାରି ରହିଛି ।

ବଢିପାରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ସମୟସୀମା

COASTAL NEWS ODIA 942

ବଢିପାରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ସମୟସୀମା

ନୂଆଦିଲ୍ଲୀ,୨୯।୯:( ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି.) - ୨୦୦୦ଟଙ୍କିଆ ନୋଟ ବଦଳାଇବା ସମୟସୀମା ପାଖେଇ ଆସୁଛି, ତଥାପି ୨୪,୦୦୦ କୋଟି ଟଙ୍କାର ୨୦୦୦ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରିନାହିଁ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି ରିଜର୍ଭ ବ୍ୟାଙ୍କ ୨୦୦୦ଟଙ୍କା ନୋଟ ଫେରସ୍ତ ପାଇଁ ସମୟସୀମା ଆହୁରି ବଢାଯାଇପାରେ। ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଆରବିଆଇ ୨୦୦୦ ଟଙ୍କା ନୋଟକୁ ବଦଳାଇବା ପାଇଁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମୟସୀମା ବଢାଇପାରେ। ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଆରବିଆଇ ସମୟସୀମା ବୃଦ୍ଧି କରିବାକୁ ଚିନ୍ତା କରୁଛି।

ଏହି ପ୍ରସଙ୍ଗରେ ଆଲୋଚନା କରି ବରିଷ୍ଠ ଅଧିକାରୀ କହିଛନ୍ତି , ସମୟସୀମା ବୃଦ୍ଧି କରିବା ପଛରେ ଅନେକ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ଅନେକ ଭାରତୀୟ ବିଦେଶରେ ରୁହନ୍ତି। ଏଭଳି ପରିସ୍ଥିତିରେ ଏହି ଏନ୍‌ଆରଆଇଗୁଡିକୁ ଆଉ ଏକ ମାସର ସମୟ ମିଳିଯିବ, ଯାହା ମାଧ୍ୟମରେ ସେମାନେ ସହଜରେ ୨୦୦୦ ଟଙ୍କା ନୋଟ ବ୍ୟାଙ୍କରେ ଜମା କରିପାରିବେ।

ଶିଶୁ ବଦଳ ଅଭିଯୋଗ

COASTAL NEWS ODIA 941

ଭୁବନେଶ୍ୱର ପରେ ପୁଣି ବାରିପଦା, ଆସିଲା ଶିଶୁ ବଦଳ ଅଭିଯୋଗ



ବାରିପଦା ପିଆରଏମ ମେଡିକାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି 


ବାରିପଦା  : ଭଞ୍ଜ ବିହାରୀ ମହାନ୍ତି - ପୁଣି ଶିଶୁ ଅଦଳବଦଳ ଅଭିଯୋଗ । ବାରିପଦା ପିଆରଏମ ମେଡିକାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । କୁଳିଅଣା ଥାନା କିଶନଡାହି ଅଞ୍ଚଳର ରଙ୍ଗଲାଲ ସିଂ ଅିଭଯୋଗ କରିଛନ୍ତି । ମେଡିକାଲରେ ରଙ୍ଗଲାଲଙ୍କ ସ୍ତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା ନର୍ସ କହିଥିଲେ । କିନ୍ତୁ ପରେ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି ରଙ୍ଗଲାଲ । DNA ଟେଷ୍ଟ ପାଇଁ ଦାବି କରିଛନ୍ତି ପରିବାର ।

ସୂଚନା ଥାଉ କି ରାଜଧାନୀ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସମାନ ଘଟଣା ଘଟିଥିଲା। ଅଭିଯୋଗ ଅନୁଯାୟୀ, ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍ ରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ। କିନ୍ତୁ ପରେ ତାଙ୍କୁ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିଲା। ଏ ନେଇ ପରିବାର ପକ୍ଷରୁ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ନିର୍ଦ୍ଦେଶକ କହିଛନ୍ତି, ଏ ଘଟଣାର ତଦନ୍ତ ସହ DNA ଟେଷ୍ଟ କରାଯାଉ ବୋଲି ଦାବି କରିଥିଲେ ।

ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ

COASTAL NEWS ODIA 940

ପାକିସ୍ତାନର ବେଲୁଚିସ୍ତାନରେ  ଭୟଙ୍କର ବିସ୍ଫୋରଣ 



ବେଲୁଚିସ୍ତାନ - ଭଞ୍ଜ ବିହାରୀ ମହାନ୍ତି - ପାକିସ୍ତାନର ବେଲୁଚିସ୍ତାନରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବେଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍‌ ନିକଟରେ ଇଦ ପର୍ବ ପାଳନ ନିମନ୍ତେ ଶତାଧିକ ଲୋକ ଏକାଠି ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଗୁରୁତର ହୋଇଛନ୍ତି। ଏହି ବିସ୍ଫୋରଣରେ ଜଣେ ଡିଏସ୍‌ପିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ପ୍ରପେଟ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ପାଳନ ନିମନ୍ତେ ମାସ୍ତୁଙ୍ଗ ଜିଲ୍ଲାର ଅଲ- ଫଲାହ ମସଜିଦ ନିକଟରେ ଆଜି ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରା ବାହାରୁଥିବା ବେଳେ ଉକ୍ତ ସମୟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଚାରିଆଡ଼ ଧୂଆଁମୟ ହୋଇ ଯାଇଥିବା ବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଲା। ବିସ୍ଫୋରଣ ପରେ ଚାରିଆଡ଼େ ମୃତଦେହ ପଡ଼ିଥିବା ବେଳେ ଗୁରୁତରମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିଲେ।

ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟବର୍ତ୍ତୀ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରିଛନ୍ତି। ଏକସଙ୍ଗେ ବହୁ ରୋଗୀଙ୍କୁ ଭର୍ତ୍ତି କରାଯାଉଥିବାରୁ ହସ୍ପିଟାଲରେ ବେଡ ସଂଖ୍ୟା କମ୍‌ ପଡ଼ି ଯାଉଛି। ଫଳରେ ଆଖପାଖ ହସ୍ପିଟାଲରେ ଆପାତ୍ତକାଳୀନ ପରିସ୍ଥିତି ଘୋଷଣା କରାଯିବା ସହ ସମସ୍ତ ଷ୍ଟାଫଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଯାବତ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି। ଏହା ପଛରେ ପାକିସ୍ତାନୀ ତାଲିବାନ (TTP) ର ହାତ ଥିବା କୁହାଯାଉଥିବା ବେଳେ ଉକ୍ତ ସଙ୍ଗଠନ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପାକିସ୍ତାନର ଅନ୍ତରୀଣ ଗୃହ ମନ୍ତ୍ରୀ ସରଫରାଜ ଅହମଦ ବୁଗତୀ ଘଟଣାର ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ନିଜ ଝିଅକୁ ନିଆଁ ମୁହଁକୁ ଠେଲି ଦେଲା ମା’

COASTAL NEWS ODIA 939

ନିଜ ଝିଅକୁ ନିଆଁ ମୁହଁକୁ ଠେଲି ଦେଲା ମା’




ଉତ୍ତରପ୍ରଦେଶ - ଭଞ୍ଜ ବିହାରୀ ମହାନ୍ତି - ନିଜ ଝିଅକୁ ନିଆଁ ମୁହଁକୁ ଠେଲି ଦେଲା ମା’ । ଭାଇ ବି ଏହି ଜଘନ୍ୟ କାଣ୍ଡରେ ମା’କୁ ସହଯୋଗ କଲା। ଭୁଲ୍‌ ଏତିକି ଥିଲା ଝିଅଟି ବିବାହ ପୂର୍ବରୁ ମା’ ହେବାକୁ ଯାଉଥିଲା। ଯୁବତୀଜଣକ ୭ ମାସର ଗର୍ଭବତୀ ଥିବା ବେଳେ ନିଜ ଜନ୍ମ କଲା ମା’ ହିଁ ତାକୁ ମରଣ ମୁହଁକୁ ଠେଲିଦେଲା। ଫଳରେ ଏବେ ମୁମୂର୍ଷ ଅବସ୍ଥାରେ ସେ ହସ୍ପିଟାଲ ବେଡରେ ପଡ଼ି ଛଟପଟ ହେଉଛି। ଏପରି ଏକ ଭୟାନକ ଘଟଣା ଉତ୍ତରପ୍ରଦେଶର ହାପୁର ଜିଲ୍ଲାରେ ଘଟିଛି।

ଉତ୍ତରପ୍ରଦେଶର ନାୱଡା ଖୁର୍ଦ ଗାଁର ଜଣେ ଯୁବତୀଙ୍କର ଉକ୍ତ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ଫଳରେ ଯୁବତୀଜଣକ ଗର୍ଭବତୀ ହୋଇଥିଲେ।

ପ୍ରଥମେ ଯୁବତୀଙ୍କ ପରିବାର ଲୋକେ ଏହା ଜାଣି ପାରି ନ ଥିବା ବେଳେ ଦିନ ଗଡ଼ିବାରୁ ଏହି କଥା ଉପରକୁ ପରଦା ହଟିଥିଲା। ଏହାକୁ ନେଇ ଯୁବତୀଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ଗାଁ ଲୋକେ ଟାହିଟାପରା କରିଥିଲେ।
ଏହା ମଧ୍ୟରେ ଯୁବତୀଜଣକ ୭ ମାସର ଗର୍ଭବତୀ ହୋଇ ସାରିଥିଲେ। ଝିଅର ଏପରି କାମ ଯୋଗୁ ମୁଣ୍ଡ ନଇଁ ଯାଇଥିବାରୁ ତାକୁ ରାସ୍ତାରୁ ହଟାଇବାକୁ ମା’, ଭାଇ ଷଡଯନ୍ତ୍ର କଲେ। ଏହାପରେ ସେମାନେ ସୁଚିନ୍ତିତ ଯୋଜନା ମୁତାବକ, ଯୁବତୀଙ୍କୁ ଡାକି ନେଇ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ସେମାନେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଯୁବତୀଜଣକ ଚିତ୍କାର କରିବାରୁ ତାଙ୍କ ମା’, ଭାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ଯୁବତୀଙ୍କ ଶରୀରର ୭୦% ଜଳି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯାଇଛି।
ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ପୀଡ଼ିତାଙ୍କ ମା’, ଭାଇଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି।

ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

COASTAL NEWS ODIA 938

ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ 



କଟକ - ଭଞ୍ଜ ବିହାରୀ ମହାନ୍ତି - କଟକ ସହର ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସବୁ ଜଳିଯାଇଛି। ହେଲେ କାହାର କିଛି କ୍ଷତି ହୋଇ ନାହିଁ। ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଆଜି ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ନିଆଁଟି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଉପରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ବିଲ୍ଡିକୁ ଯେପରି ନିଆଁ ନ ବ୍ୟାପିବ ସେନେଇ ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଛନ୍ତି।

ଅନ୍ୟ ପକ୍ଷରେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ସିଡ଼ି ଦ୍ୱାରା ଚଢ଼ି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ନିଆଁରେ ଲାଗି ଦୋକାନରେ ଥିବା ଜିନିଷ ପତ୍ର  ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ତେବେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଲା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ସ୍ଲିପମୋଡରୁ ଫେରିପାରନ୍ତି

COASTAL NEWS ODIA 937


ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ସ୍ଲିପମୋଡରୁ ଫେରିପାରନ୍ତି


 
ବେଙ୍ଗାଲୁରୁ : ଭଞ୍ଜ ବିହାରୀ ମହାନ୍ତି - ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ସ୍ଲିପମୋଡରୁ ଫେରିପାରନ୍ତି ବୋଲି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏବେ ମଧ୍ୟ ଆଶା ରଖିଛନ୍ତି । ସେପ୍ଟେମ୍ବର ୨୨ ତାରିଖ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ସକାଳ ହୋଇଥିଲା। ଇତି ମଧ୍ୟରେ ସପ୍ତାହେ ବିତି ଗଲାଣି। ହେଲେ ଇସ୍ରୋ ଏବେବି ସିଗ୍ନାଲକୁ ଅପେକ୍ଷା କରି ରହିଛନ୍ତି । ଅନ୍ତରୀକ୍ଷ ଏଜେନ୍ସୀ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଏଥିପାଇଁ ଆଶା କରିବେ ବୋଲି କହିଛନ୍ତି। 

ଚନ୍ଦ୍ରର ଏହି ଅଂଶରେ ରାତି ହେବା ପାଇଁ ଏବେ ଆଉ ସପ୍ତାହଟିଏ ବାକି। ଇସ୍ରୋ ଅନୁସାରେ ଚନ୍ଦ୍ରରେ ଲ୍ୟାଣ୍ଡର ଓ ରୋଭର ଯଦିଓ ଏପର୍ଯ୍ୟନ୍ତ ଶୋଇଛନ୍ତି ତେବେ ସେମାନଙ୍କୁ ନେଇଯାଇଥିବା ଅର୍ବିଟର ଏବେବି ଚନ୍ଦ୍ରରେ ଚକ୍କର ଲଗାଉଛି। ଇସ୍ରୋଙ୍କ କହିବା କଥା ହେଉଛି ଏହା ଏବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚନ୍ଦ୍ର ଓ ପୃଥିବୀ ବ୍ୟତୀତ ଅନେକ ସୂଚନା ପ୍ରଦାନ କରିପାରିବ। ଚନ୍ଦ୍ରଯାନ ଅର୍ବିଟରରେ ଲାଗିଥିବା ପେ ଲୋଡ ସ୍ପେକ୍ଟ୍ରୋ ପୋଲାରୀମେଟ୍ରି ଅଫ ହେବିଟବଲ ପ୍ଲାନେଟ୍ ଇତି ମଧ୍ୟରେ ଇସ୍ରୋଙ୍କୁ ଅନେକ ତଥ୍ୟ ପଠାଇସାରିଲାଣି। ଏହା ଦ୍ୱାରା ସଂଗୃହିତ ହେଉଥିବା ତଥ୍ୟ ଏଗଜୋପ୍ଲାନେଟ୍‌ସ ସମ୍ପର୍କରେ ଅଧ୍ୟୟନ ନିମନ୍ତେ ସହାୟକ ସାବ୍ୟସ୍ତ ହୋଇପାରେ। 

ଏଗଜୋ ପ୍ଲାନେଟ୍ ଏପରି ଗ୍ରହ ଯାହା ଆମ ସୌର ମଣ୍ଡଳର ଅଂଶବିଶେଷ ନୁହନ୍ତି; ହେଲେ ସେମାନେ କୌଣସି ଅନ୍ୟ ତାରାକୁ ପ୍ରଦୀକ୍ଷଣ କରୁଛନ୍ତି ସେଗୁଡିକ କୌଣସି ଅନ୍ୟ ଗାଲେକ୍ସିର ମଧ୍ୟ ହୋଇପାରନ୍ତି। ଇସ୍ରୋ ମୁଖ୍ୟ ଡା.ଏସ୍. ସୋମନାଥ କହିଛନ୍ତି, ସେପ୍‌କୁ ସେତେବେଳେ ଅପରେଟ କରାଯିବ ଯେତେବେଳେ ପୃଥିବୀରୁ ଦୃଶ୍ୟତା ଭଲ ଥିବ। ସେପ୍ ଯାହାବି ତଥ୍ୟ ଦେଉଛି ଗବେଷଣା ଦୃଷ୍ଟିରୁ ବେଶ୍‌ କାମର। ପେ ଲୋଡ ଅନେକ ଡାଟା ଦେଲାଣି ତେବେ ଏଗୁ଼ଡିକର ବିଶ୍ଲେଷଣ କରିବା ଓ ଏଥିରୁ କିଛି ନୂଆ ଜାଣିବା ନିମନ୍ତେ ଦୀର୍ଘମାସ ଲାଗିଯାଇପାରେ ବୋଲି ଡା. ସୋମନାଥ କହିଛନ୍ତି। 

ଏଗଜୋ ପ୍ଲାନେଟ୍ ଉପରେ ଏବେ ଅଧ୍ୟୟନ କରାଯାଉଛି। ବ୍ରହ୍ମାଣ୍ଡରେ ପୃଥିବୀ ବ୍ୟତୀତ ଜୀବନର ସନ୍ଧାନରେ ନାସା ସମେତ ଅନେକ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି। ନାସାଙ୍କ ଅନୁସାରେ ଏପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଏଗଜୋ ପ୍ଲାନେଟ୍‌ଙ୍କ ଚିହ୍ନଟ କରାଯାଇସାରିଲାଣି। ତେବେ ଅର୍ବିଟରର ପ୍ରଥମ ଉଦ୍ଦେଶ୍ୟ ଥିଲା ଲ୍ୟାଣ୍ଡରକୁ ନେଇ ଚନ୍ଦ୍ରରେ ସଫଳ ସଫ୍ଟଲ୍ୟାଣ୍ଡିଂ କରାଇବା। ଯେଉଁଥିରେ ଏହା ଶହେ ପ୍ରତିଶତ ସଫଳ ହୋଇଛି। ତେବେ ଏହାର ସମ୍ପୂର୍ଣ୍ଣ ଲାଭ ନେବା ନିମନ୍ତେ ଏଥିରେ ସେପ୍ ପେଲୋଡ ଲଗାଇ ଦିଆଯାଇଛି। ଏହା ଏବେ ପୃଥିବୀକୁ ତଥ୍ୟ ଦେଇ ଚାଲିଛି।

ଆଜି ସୃଷ୍ଟି ହେବ ଲଘୁଚାପ, ଏହାର ପ୍ରଭାବରେ ଆଜିଠୁ ବଢ଼ିବ ବର୍ଷାର ପରିମାଣ

COASTAL NEWS ODIA 936

ଆଜି ସୃଷ୍ଟି ହେବ ଲଘୁଚାପ, ଏହାର ପ୍ରଭାବରେ ଆଜିଠୁ ବଢ଼ିବ ବର୍ଷାର ପରିମାଣ




ଭୁବନେଶ୍ୱର : ଭଞ୍ଜ ବିହାରୀ ମହାନ୍ତି - ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ଆଜିଠୁ ବଢ଼ିବ ବର୍ଷା ପରିମାଣ। ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ୨୧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସତର୍କତା ଜାରି କରାଯାଇଛି । ୩୦ ତାରିଖରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।୧ ଓ ୨ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

Thursday, September 28, 2023

ଆଜିର ରାଶିଫଳ

COASTAL NEWS ODIA 935

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ସେପ୍ଟେମ୍ବର ମାସ ୨୯ ତାରିଖ ୨୦୨୩ ମସିହା(ଶୁକ୍ରବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  


*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌹ମେଷ🌹👉ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।*
*✧═════•❁❀❁•═════✧*
*🌹ବୃଷ🌹👉ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।* 

*✧═════•❁❀❁•═════✧*
*🌹ମିଥୁନ🌹👉ଆଜି  ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।  ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।*

*✧═════•❁❀❁•═════✧*
*🌹କର୍କଟ🌹👉ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।* 
*✧═════•❁❀❁•═════✧*
*🌹ସିଂହ 🌹👉ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ  ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ*, 

*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।* 
*✧═════•❁❀❁•═════✧*
*🌹ତୁଳା🌹👉ଆଜି ପରିବାରରେ  ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।*

*✧═════•❁❀❁•═════✧*
*🌹ବିଛା🌹👉କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।*

*✧═════•❁❀❁•═════✧*
*🌹ଧନୁ🌹👉ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।*

*✧═════•❁❀❁•═════✧*
*🌹ମକର🌹👉ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।*
*✧═════•❁❀❁•═════✧*

*🌹କୁମ୍ଭ🌹👉ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।*
*✧═════•❁❀❁•═════✧*

*🌹ମୀନ🌹👉କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।*
*✧═════•❁❀❁•═════✧*



ଅଜା ନାତୁଣୀର ସମ୍ପର୍କ ଯୋଡି ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆବଦ୍ଧ ଘରେ ରଖି ବଳାତ୍କାର ଅଭିଯୋଗ

COASTAL NEWS ODIA 934

ଅଜା ନାତୁଣୀର ସମ୍ପର୍କ ଯୋଡି ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆବଦ୍ଧ ଘରେ ରଖି ବଳାତ୍କାର ଅଭିଯୋଗ 



କନ୍ଧମାଳ - ଭଞ୍ଜ ବିହାରୀ ମହାନ୍ତି - ଅଜବ ଏ ଦୁନିଆ! ଅଜବ ଏ ସମ୍ପର୍କ! କିଛି ଛାଡ଼ିଲେନି। ଅଜା ନାତୁଣୀର ସମ୍ପର୍କକୁ କଳଙ୍କିତ କରିଦେଲେ। କଲେଜ ଯାଉଥିବା ନାବାଳିକାକୁ ନାତୁଣୀ ବୋଲି କହି ଡାକିନେଲା। ମେଡ଼ିସିନ୍‌ ଖୁଆଇ ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଲା ଅଜା। ଦିନେ କି ଦୁଇ ଦିନ ନୁହେଁ, ଲଗାତର ଭାବେ ୧୦ ଦିନ ଧରି ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲା। ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

କୋଟଗଡ଼ ଅଞ୍ଚଳରେ ଏକ ଘରୋଇ କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି ରୀମା(ଛଦ୍ମନାମ)। ପ୍ରତିଦିନ କଲେଜ ଯିବା ଆସିବା ବେଳେ ନକୂଳ ପରାସେଠ ନାମକ ଜଣେ ବ୍ୟକ୍ତି ତାଙ୍କୁ ନାତୁଣୀ ବୋଲି ଡାକି ଥଟା ମଜା କରନ୍ତି। ରୀମା ସେଥିପ୍ରତି ବିଶେଷ ଧ୍ୟାନ ନଦେଇ କେବଳ ହସିଦେଇ କଲେଜ ପଳାଇ ଯାଆନ୍ତି। ରୀମାଙ୍କ ସେହି ହସରେ ଫିଦା ହୋଇଯାଇଥିଲେ ନକୂଳ। ଦିନେ ରୀମାଙ୍କୁ ବଳପୂର୍ବକ ବସ୍‌ରେ ବସାଇ ନେଇଥିଲେ। ସେହି ସମୟରେ ସେ ଧମକଚମକ ଦେଇଥିବାରୁ ଭୟରେ ଚୁପ୍‌ରେ ରହିଥିଲା।

ରୀମାଙ୍କୁ ନକୂଳ ବ୍ରହ୍ମପୁର ନେଇଯାଇଥିଲା। ସେଠାରେ ଗୋଟିଏ ନିଛାଟିଆ ଘରେ ଦଶ ଦିନ ଧରି ରଖିଥିଲା। ସେହିଠାରେ ନାବାଳିକାଙ୍କ ସହିତ ସେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖୁଥିଲା। ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ଗରମ ପାଣିରେ ଗୋଟିଏ ମେଡିସିନ୍‌ ଖାଇବାକୁ ଦେଉଥିଲା। ମେଡିସିନ୍‌ ନଖାଇଲେ ଧମକଚମକ ଦେଉଥିଲା। ମାଡ଼ ମାରୁଥିଲା। ତେଣୁ ଜୀବନ ବିକଳରେ ରୀମା ମେଡିସିନ୍‌ ଖାଇବାକୁ ବାଧ୍ୟ ହେଉଥିଲେ। ତା’ପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା ନକୂଳ। ଆଉ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ସେ ହାତ ମାରୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ସେପଟେ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ନକୂଳ ଘରକୁ ଯାଇଥିଲା। ଆଉ ତାଙ୍କ ପରିବାର ଲୋକଙ୍କୁ ଜେରା କରିଥିଲା। ପୁଲିସ୍‌ ଗଲା ପରେ ପରିବାର ଲୋକେ ଏନେଇ ନକୂଳକୁ ଫୋନ୍‌କରି କହିଥିଲେ। ଏହାପରେ ଅର୍ଥାତ ଗତ ୧୭ ତାରିଖରେ ରୀମାଙ୍କୁ ବସ୍‌ରେ ବସାଇ ଚମ୍ପଟ ମାରିଲା ନକୂଳ।

ପୀଡ଼ିତା ନାବାଳିକାଟି ବାଲିଗୁଡ଼ାରୁ କୌଣସି ପ୍ରକାରେ ନିଜ ଘର ଲୋକଙ୍କୁ ଫୋନ କରି ଘଟଣା ବାବଦରେ ଜଣାଇଥିଲେ। ପରିବାର ଲୋକ ଯାଇ ତାକୁ ବାଲିଗୁଡ଼ାରୁ ନିଜ ଘରକୁ ଆଣିଥିଲେ। ତା’ପରେ ପୀଡ଼ିତା କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ୧୧୬/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତ ନକୂଳକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକ।

ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ

COASTAL NEWS ODIA 933

ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପୂର୍ବରୁ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରେ ୩୦ ତାରିଖରୁ ଅକ୍ଟୋବର ୩ ତାରିଖ ସକାଳ ସାଢ଼େ ୮ଟା ଯାଏଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛନ୍ତି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ୨୪ ଘଣ୍ଟା ଭିତରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହ ଘଡଘଡ଼ି ମାରିବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ବାଲେଶ୍ୱର  ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ବଜ୍ରପାତ-ଘଡ଼ଘଡ଼ି ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୩୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼ ଓ ସମ୍ୱଲପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅକ୍ଟୋବର ୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର,ଅନୁଗୋଳ, ସୁନ୍ଦରଗଡ଼, ଦେବଗଡ଼, ସମ୍ୱଲପୁର,ବରଗଡ଼, ଝାରସୁଗୁଡ଼ା, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସାଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨ ତାରିଖରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା ମାଲକାନଗିରି, କୋରାପୁଟ, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିର ପର୍ଯ୍ୟନ୍ତ ବର୍ଷା ହୋଇପାରେ।


ବୃଦ୍ଧା ମହିଳାଙ୍କୁ ଅସଦାଚରଣ ଅଭିଯୋଗ

COASTAL NEWS Odia 932

ବୃଦ୍ଧା ମହିଳାଙ୍କୁ ଅସଦାଚରଣ ଅଭିଯୋଗ



କିଶନନଗର - ବୃଦ୍ଧା ମହିଳାଙ୍କୁ ଅସଦାଚରଣ ଉଦ୍ୟମ । ଥାନାରେ ହେଲା ଅଭିଯୋଗ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ମୁରକୁଣ୍ଡି ଗ୍ରାମରେ । ମୁରକୁଣ୍ଡି ଗ୍ରାମର ଜଣେ ମହିଳା ମହାନଦୀ ପଠାରେ ପରିବା ତୋଳିବା ସମୟରେ କିଶନନଗର ଥାନା ଗୋଠମୀରା ଗ୍ରାମର ଗେଟମ ଦେହୁରୀ ମହିଳା ଜଣକୁ ଅସଦାଚରଣ କରିବାପାଇଁ ଉଦ୍ୟମ କରିବା ସମୟରେ ମହିଳାଜଣକ ଗୁରୁତର ହୋଇଛନ୍ତି । 

ଗୁରୁତର ଅବସ୍ଥାରେ ପରିବାର ଓ ସ୍ତାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସାଲେପୁର ମେଡିକାଲକୁ ନେଇଥିଲେ । ମହିଳା ଜଣକଙ୍କ ମୁହଁରେ ଆଘାତ ଲାଗିବା ସହ ଦାନ୍ତମଧ୍ୟ ଭାଙ୍ଗି ଗଳି ପଡିଥିବାର ସୂଚନା ମିଳିଛି । ମହିଳା ଜଣକ ପାଟି କରିବାରୁ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଁଚି ଗେଟମକୁ ମାଡ଼ ମାରିବା ସହ କାବୁ କରି କିଶନନଗର ପୋଲିସର ଜିମା ଦେଇଥିଲେ । 

କିଶନନଗର ପୋଲିସ ଗେଟମକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି । ସୂଚନାମୁତାବକ ମହିଳା ଜଣକ ଗେଟମ ଦେହୁରୀଙ୍କ ବିରୁଦ୍ଧରେ କିଶନନଗର ଥାନାରେ ଅଭିଯୋଗ ଆଗରୁ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ମହିଳାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । 

ଚନ୍ଦ୍ର ଓ ସୂର୍ଯ୍ୟ ମିଶନ ପରେ ଏବେ ଶୁକ୍ରରେ ପହଞ୍ଚିବ ଭାରତ

COASTAL NEWS Odia 931

ଚନ୍ଦ୍ର ଓ ସୂର୍ଯ୍ୟ ମିଶନ ପରେ ଏବେ ଶୁକ୍ରରେ ପହଞ୍ଚିବ ଭାରତ




ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଚନ୍ଦ୍ରଯାନ ୩ ଓ ଆଦିତ୍ୟ ଏଲ୍ ୧ ପରି ସଫଳ ମିଶନ ପରେ ଏବେ ଇସ୍ରୋର ନଜର  ଶୁକ୍ର ଗ୍ରହ ଉପରେ। ଶୁକ୍ର ଗ୍ରହ ଉପରେ ଗବେଷଣା ଆରମ୍ଭ କରିବ ISRO, ଚନ୍ଦ୍ର , ସୂର୍ଯ୍ୟ  ମିଶନର ଐତିହାସିକ ସଫଳତା ପରେ ବର୍ତ୍ତମାନ ଶୁକ୍ର ମିଶନ ପାଇଁ ପ୍ରସ୍ତୁତ ହେଉଛି 'ଇସ୍ରୋ' । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଯେ ସୌର ମଣ୍ତଳରେ ସବୁଠାରୁ ଉଜ୍ଜ୍ୱଳ ଗ୍ରହ ଶୁକ୍ରରେ ରିସର୍ଚ୍ଚ କରିବା ପାଇଁ ଇସ୍ରୋରେ  କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଗକୁ ଆରମ୍ଭ ହେବାକୁ ଥିବା ଏହି ମିଶନ ପାଇଁ ପେ ଲୋଡ୍ ବିକଶିତ ହୋଇସାରିଛି। ଦିଲ୍ଲୀର ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀକୁ ସମ୍ବୋଧିତ କରିବା ବେଳେ ଇସ୍ରୋ ମୁଖ୍ୟ ଏନେଇ ସୂଚନା ଦେଇଥିଲେ ।

ଶୁକ୍ର ଏକ ଆକର୍ଷଣୀୟ ଗ୍ରହ ଏବଂ ଏହାର  ତଥ୍ୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରିବାରେ ସହାୟକ ହେବ । ଶୁକ୍ର ଏକ ରୋମାଞ୍ଚକ ଗ୍ରହ ଏବଂ ଏହାର ବାୟୂମଣ୍ତଳ ମଧ୍ୟ ରହିଛି । କିନ୍ତୁ ଏହାର ବାୟୁମଣ୍ଡଳୀୟ ଚାପ  ପୃଥିବୀ ଠାରୁ ୧୦୦ ଗୁଣ ଅଧିକ ଏବଂ ଏହା ଏସିଡରେ ପରିପୂର୍ଣ୍ଣ । ଏହାର ପୃଷ୍ଠକୁ ପ୍ରବେଶ କରିବା ଅସମ୍ଭବ । ଏହାର ପୃଷ୍ଠଭୂମି କଠିନ କି ନୁହେଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

ତେବେ ଏଠାରେ ଏତେ ବାୟୁମଣ୍ଡଳୀୟ ଚାପ ରହିବା ପଛରେ କ’ଣ କାରଣ ରହିଛି  ଏକଥା ଜାଣିବା ପାଇଁ ଏହି ମିଶନର ପ୍ରଥମ ଲକ୍ଷ।  ସୌର ମଣ୍ଡଳର ଉତ୍ପତ୍ତି ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବାକୁ ହେଲେ ଶୁକ୍ର ବିଷୟରେ  ମଧ ଅଧ୍ୟୟନ ଜରୁରୀ ଏବଂ ଏହି ଶୁକ୍ରଯାନ ୪ ବର୍ଷ ପର୍ଯ୍ୟନ୍ତ ଶୁକ୍ର ଗ୍ରହର ଅଧ୍ୟୟନ କରିବବୋଲି କହିଛନ୍ତି ଇସ୍ରୋ ମୁଖ୍ୟ। ତେବେ ପୃଥିବୀ ଦିନେ ଶୁକ୍ର ଗ୍ରହ ପରି  ପରିବରତ୍ତିତ  ହୋଇପାରେ  ବୋଲି ଆସଙ୍କା କରିଛନ୍ତି ଇସ୍ରୋ ମୁଖ୍ୟ। ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ  ପୃଥିବୀ ମଧ ଶୁକ୍ର ଗ୍ରହ ପରି ଥିଲା  ଏବଂ ଏଥିରେ ଜୀବନ ସତ୍ତା ନଥିଲା। କିନ୍ତୁ  ସମୟ କ୍ରମେ ପୃଥିବୀର ବାଯୁ ମଣ୍ଡଳରେ ପରିବର୍ତ୍ତନ  ହେଲା। ତେବେ ଆଗକୁ ଶୁକ୍କର  ମଧ୍ୟ ଏପରି ପରିବତ୍ରନ ହେବାର  ସମ୍ଭାବନା ରହିଛି  ଏବଂ ଏଥିରେ ଜୀବନ ସତ୍ତା ସୃଷ୍ଟି ହୋଇପାରେ ବୋଲି ଆଶା କରିଛନ୍ତି ଏସ୍ ସୋମନାଥ କହିଛନ୍ତି । 

ପ୍ରକାଶ ଥାଉକି ପୃଥିବୀ ଏବଂ ସୂର୍ଯ୍ୟର ନିକଟତମ ଗ୍ରହ ହେଉଛି ଶୁକ୍ର ।

ଯଦି ପୃଥିବୀ ୨ ମିନିଟ୍‌ ଘୂରିବା ବନ୍ଦ କରିଦେବ, ତେବେ କ’ଣ ଘଟିବ ଜାଣନ୍ତି କି

COASTAL NEWS ODIA 930

ଯଦି ପୃଥିବୀ ୨ ମିନିଟ୍‌ ଘୂରିବା ବନ୍ଦ କରିଦେବ, ତେବେ କ’ଣ ଘଟିବ ଜାଣନ୍ତି କି



 
ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି- ପୃଥିବୀ ପୃଷ୍ଠରେ ଦିନ ଏବଂ ରାତି କିପରି ଘଟେ କିମ୍ବା ବର୍ଷଗୁଡ଼ିକ କିପରି ବଦଳେ ସେ ବିଷୟରେ ଜାଣିବା ଆବଶ୍ୟକ । ଏହି ପୂରା ପ୍ରକ୍ରିୟା ପୃଥିବୀର ଅକ୍ଷରେ ଘୂର୍ଣ୍ଣନ ଏବଂ ସୂର୍ଯ୍ୟର ଘୂର୍ଣ୍ଣନ ଉପରେ ନିର୍ଭର କରେ। ପୃଥିବୀ ସର୍ବଦା ଘୂରିଥାଏ। ଏହି କାରଣରୁ ସମୟ ସବୁବେଳେ ବଢିଥାଏ। କେବେ ଭାବିଛନ୍ତି ଯଦି ପୃଥିବୀ ହଠାତ୍‌ ନିଜ ଅକ୍ଷରେ ଘୂର୍ଣ୍ଣନ ବନ୍ଦ କରିଦିଏ ତେବେ କ’ଣ ଘଟିବ? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ 

ସୋସିଆଲ ମିଡିଆ ପ୍ଲାଟଫର୍ମ କୋରାରେ ଲୋକମାନେ ସେମାନଙ୍କର ପ୍ରଶ୍ନ ପଚାରନ୍ତି ଏବଂ ଅନ୍ୟ ୟୁଜରମାନେ ସେମାନଙ୍କୁ ଉତ୍ତର ଦେଇଥାନ୍ତି। ସମ୍ପ୍ରତି ଏହି ପ୍ଲାଟ୍‌ଫର୍ମରେ ଜଣେ ବ୍ୟକ୍ତି ପଚାରିଛନ୍ତି, ପୃଥିବୀ ୨ ମିନିଟ୍‌ ପାଇଁ ଘୂର୍ଣ୍ଣନ ବନ୍ଦ କଲେ କଣ ହେବ? କିଛି ଲୋକ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ପୃଥିବୀ ଘୂର୍ଣ୍ଣନ ବନ୍ଦ କଲେ କଣ ହେବ ବୋଲି ନିଜ ପଦ୍ଧତିରେ ବ୍ୟାଖ୍ୟା କରିଛନ୍ତି। ଅମିତ ନାମକ ଜଣେ ବ୍ୟକ୍ତି କହିଛନ୍ତି- ଯଦି ପୃଥିବୀ ମାତ୍ର ୨ ମିନିଟ୍‌ ପାଇଁ ଘୂର୍ଣ୍ଣନ ବନ୍ଦ କରେ, ତେବେ ଦୃଶ୍ୟ ଭୟଙ୍କର ହେବ, କାରଣ ପୃଥିବୀ ନିଜ ଅକ୍ଷରେ ଘଣ୍ଟା ପ୍ରତି ୧୦୦୦ ମାଇଲ ବେଗରେ ଘୂର୍ଣ୍ଣନ କରିଥାଏ। ପୃଥିବୀ ଘୂର୍ଣ୍ଣନ ବନ୍ଦ କରିବା ମାତ୍ରେ ଘଣ୍ଟା ପ୍ରତି ୧୦୦୦ ମାଇଲ ବଳ ଦ୍ୱାରା ଆମକୁ ପୂର୍ବ ଆଡ଼କୁ ନିକ୍ଷେପ କରାଯିବ। ଯଦି ପୃଥିବୀ ସବୁଦିନ ପାଇଁ ଘୂର୍ଣ୍ଣନ ବନ୍ଦ କରେ ତେବେ ପୃଥିବୀର ଗୋଟିଏ ଭାଗରେ ଦିନ ଏବଂ ଅନ୍ୟ ପଟେ ରାତି ରହିବ। ଏହି କାରଣରୁ, ଗୋଟିଏ ଅଂଶର ତାପମାତ୍ରା ବୃଦ୍ଧି ପାଇବ ଏବଂ ଅନ୍ୟ ଅଂଶ ଥଣ୍ଡା ରହିବ।

ନୀତୀଶ ନାମକ ଜଣେ ୟୁଜର କହିଛନ୍ତି, ପୃଥିବୀ ଘୂର୍ଣ୍ଣନ ବନ୍ଦ କରିବାର କାରଣ ହେଉଛି ପୃଥିବୀର ନିଜସ୍ବ ମାଧ୍ୟାକର୍ଷଣ ଶକ୍ତି ସମାପ୍ତ ହେବ। ଯଦି ଏହା ୨ ମିନିଟ୍‌ରୁ କମ୍‌ ସମୟ ପର୍ଯ୍ୟନ୍ତ ଘଟେ ତେବେ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ଶକ୍ତି ହେତୁ ପୃଥିବୀ ଅତି ଉଚ୍ଚ ବେଗରେ ଗତି କରିବ। ଏହା ସୂର୍ଯ୍ୟର ମଧ୍ୟଭାଗକୁ ଗତି କରିବ ଏବଂ କିଛି ସମୟ ମଧ୍ୟରେ ଏହା ସୂର୍ଯ୍ୟର ମଧ୍ୟଭାଗରେ ପ୍ରବେଶ କରିବ ଏବଂ ସମଗ୍ର ପୃଥିବୀ ସୂର୍ଯ୍ୟଙ୍କ ନିକଟରେ ଅବଶୋଷିତ ହେବ।

ଏଗୁଡ଼ିକ ଲୋକଙ୍କ ଉତ୍ତର ଥିଲା। କିନ୍ତୁ ବିଜ୍ଞାନ ପ୍ରକୃତରେ କ’ଣ କହୁଛି । ଜ୍ୟୋତିର୍ବିଜ୍ଞାନ ଏବଂ ବିଜ୍ଞାନ ସହ ଜଡ଼ିତ ଏକ ଓ୍ବେବସାଇଟ୍‌ ସ୍ପେସ୍‌ ଡଟ୍‌ କମ୍‌ରେ ଏହି ପ୍ରଶ୍ନର ଉତ୍ତର ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଯଦିଓ ଏହା ସମ୍ଭବ ନୁହେଁ, କିନ୍ତୁ ଯଦି ପୃଥିବୀ ଘୂର୍ଣ୍ଣନ ବନ୍ଦ କରେ ତେବେ ଦିନରାତି ବନ୍ଦ ହୋଇଯିବ। ଯଦି ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରି ବୁଲିବ, ତେବେ ସେଠାରେ ୬ ମାସ ଦିନ ଏବଂ ୬ ମାସ ରାତି ହେବ। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ନଷ୍ଟ ହେତୁ ମହାକାଶରୁ ଆସୁଥିବା ବିକିରଣ ପୃଥିବୀରେ ପହଞ୍ଚିବ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେବ। ଏହା ପ୍ରାଣୀ ଜଗତର ଧ୍ୱଂସର କାରଣ ହେବ l

ମିଳିଲା ଅଷ୍ଟମ ମହାଦେଶ, ସୂଚନା ଦେଲେ ବୈଜ୍ଞାନିକ

COASTAL NEWS ODIA 929

ମିଳିଲା ଅଷ୍ଟମ ମହାଦେଶ, ସୂଚନା ଦେଲେ ବୈଜ୍ଞାନିକ

 

ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଆମେ ପୂର୍ବରୁ ଜାଣିଛେ ବିଶ୍ୱରେ ୭ଟି ମହାଦେଶ ରହିଛି। ମାତ୍ର ଭୂବିଜ୍ଞାନୀଙ୍କର ଏକ ଛୋଟ ଦଳ ବିଶ୍ୱର ଅଷ୍ଟମ ମହାଦେଶ ଆବିଷ୍କାର କରିଛନ୍ତି, ଯାହାର ନାମ ଜିଲାଣ୍ଡିଆ। 

ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ଯେ, ଏହି ମହାଦେଶ ଗୋଣ୍ଡଓ୍ବାନା ନାମକ ଏକ ମହାଦେଶର ଅଂଶ ଅଟେ। ପ୍ରାୟ ୧୦୫ ନିୟୁତ ବର୍ଷ ପୂର୍ବେ ଜିଲାଣ୍ଡିଆ ଗୋଣ୍ଡଓ୍ବାନା ଠାରୁ ଅଲଗା ହୋଇଥିଲା। ଜେଲାଣ୍ଡିଆ ପ୍ରଥମେ ୧୬୬୨ ମସିହାରେ ଡଚ୍‌ ବଣିକ ତଥା ନାବିକ ଆବେଲ ତସମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା।

ନିଖୋଜ କାନାରା ବ୍ୟାଙ୍କ ମ୍ୟାନେଜର୍‌ ତପନ ସାହୁଙ୍କ ମିଳିଲା ପତ୍ତା

COASTAL NEWS ODIA 928

ନିଖୋଜ କାନାରା ବ୍ୟାଙ୍କ ମ୍ୟାନେଜର୍‌ ତପନ ସାହୁଙ୍କ ମିଳିଲା ପତ୍ତା



କଟକ : ଭଞ୍ଜ ବିହାରୀ ମହାନ୍ତି - ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର୍‌ ତପନ ସାହୁଙ୍କ ପତ୍ତା ମିଳିଲା। ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରେ ତପନଙ୍କୁ ଧରିଲା ପୋଲିସ୍। ବ୍ୟାଙ୍କ ମ୍ୟାନେଜର ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମୋବାଇଲ୍‌ ଟ୍ରାକ୍‌ କରି ତପନଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ତାଙ୍କୁ ଅଧିକ ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ, ତପନଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ। ସୋମବାର ସେ ବାଙ୍କୀ କଳାପଥରରୁ ବଡ଼ମ୍ବା ଆସୁଥିବା ସମୟରେ ବାଟରେ କେଉଁଠି ନିଖୋଜ ହୋଇଯାଇଥିଲେ । କଟକ ଜିଲ୍ଲା ବଡ଼ମ୍ବା କାନାରା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ତପନ ସାହୁ ନିଖୋଜ ନେଇ ବୈଦେଶ୍ବର ଥାନାରେ ଏତଲା ଦିଆଯାଇଥିଲା ।

ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ

COASTAL NEWS Odia 927

ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ



ଭଦ୍ରକ  – ଭଞ୍ଜ ବିହାରୀ ମହାନ୍ତି - ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ ହୋଇଯାଇଛି ବୋଲି ବାଂଶଡା ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ଥାନା ଅର୍ନ୍ତଗତ ନଛିବିନ୍ଧା ଗ୍ରାମର ଜୈନିକା ନାବାଳିକା ଗତକାଲି ଟ୍ୟୁସନକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲା । ସଂପୃକ୍ତ ଝିଅର ବାପା ନିଜର ବନ୍ଧୁବାନ୍ଧବ ଙ୍କ ଘରେ ବହୁ ଖୋଜା ଖୋଜି ପରେ ମଧ୍ୟ ନ ପାଇବାରୁ ବାଧ୍ୟ ହୋଇ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । 

କୌଣସି ସୂତ୍ରରୁ ଖବର ପାଇ ଝିଅ ର ବାପା ଜାଣିବାକୁ ପାଇଛନ୍ତି ସେହି ଅଂଚଳର ଏକ ପୁଅ ତାଙ୍କର ନାବାଳିକା ଝିଅକୁ ଜୋର ଜବରଦସ୍ତ ନେଇ ଯାଇଛନ୍ତି । ତୁରନ୍ତ ତାଙ୍କର ନାବାଳିକା ଝିଅକୁ ଉଦ୍ଧାର କରିବାକୁ ସେ ପୁଲିସ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି । ଏ ନେଇ ବାଂଶଡା ଥାନାଧିକାରୀଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ସଂପୃକ୍ତ ନାବାଳିକାକୁ ଉଧାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ତଣ୍ଡ

COASTAL NEWS Odia 926

ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ତଣ୍ଡ



ସମ୍ବଲପୁର  : ଭଞ୍ଜ ବିହାରୀ ମହାନ୍ତି - ୩ ଟଙ୍କା ପାଇଁ ୨୫ ହଜାର ଫାଇନ୍ । ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କାର ଫାଇନ ଦେବାକୁ କହିଛନ୍ତି ଖାଉଟି ଅଦାଲତ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।

ସୂଚନା ଅନୁସାରେ ସମ୍ବଲପୁରର ଜଣେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଗତ ଏପ୍ରିଲ ୨୮ ତାରିଖରେ ଜେରକ୍ସ କରିବାକୁ ଯାଇଥିଲେ । ଗୋଟିଏ କପିକୁ ଜେରକ୍ସ କରି ୫ ଟଙ୍କା ଦେଇଥିଲେ । ଗୋଟିଏ କପି ଜେରକ୍ସ କରିବା ପରେ ବଳକା ୩ ଟଙ୍କା ଫେରାଇନଥିଲେ ଦୋକାନୀ । ତାଙ୍କୁ ଗ୍ରାହକ ଟଙ୍କା ମାଗିବାରୁ ଯୁକ୍ତିତର୍କ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ପରେ ଦୋକାନୀ ଜଣକ ୫ ଟଙ୍କା ଫେରାଇବା ସହ ଭିକାରୀକୁ ଦାନ କରିଦେଲି ବୋଲି କହିଥିଲେ। 

ଏହାକୁ ନେଇ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ଗ୍ରାହକ । କୋର୍ଟ ମାମଲାର ଶୁଣାଣି କରି ଦୋକାନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋକାନୀ ଜଣକ କୌଣସି ରସିଦ କିମ୍ବା ବିଲ୍ ନ ଦେଇ ଅସାଧୁ ଉପାୟରେ ବ୍ୟବସାୟ କରୁଥିବା ଦର୍ଶାଇଛନ୍ତି । ବଳକା ୩ ଟଙ୍କା ଫେରସ୍ତ ସହ ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜରିମାନା ନଦେଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ କହିଛନ୍ତି।

୫୩ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

COASTAL NEWS Odia 925

୫୩ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ




ନୂଆଦିଲ୍ଲୀ - ଆତଙ୍କବାଦୀ, ଗ୍ୟାଙ୍ଗ୍‌ଷ୍ଟର ଓ ଡ୍ରଗ୍ଧ ଚାଲାଣକାରୀଙ୍କ ଅସାଧୁ ମେଣ୍ଟ ଉପରେ ବୁଧବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୫ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୫ଟି ସ୍ଥାନରେ ଏହି ଫେଡେରାଲ ଏଜେନ୍ସି ଚଢ଼ାଉ କରିଛି।

ତାଲିକାଭୁକ୍ତ ଆତଙ୍କବାଦୀ ଅର୍ଶ ଦଲ୍ଲାଙ୍କ ସହଯୋଗୀ ଓ ଅନେକ ଦୁର୍ଘ୍ୟନ୍ତ ଗ୍ୟାଙ୍ଗ୍‌ଷ୍ଟରଙ୍କ ବିରୋଧରେ ଚାଲିଥିବା ମାମଲାର ଖୋଳତାଡ଼ ପାଇଁ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ଚଣ୍ଡିଗଡ଼ରେ ଚଢ଼ାଉ ବେଳେ ବନ୍ଧୁକ, ଅନ୍ୟ ଅସ୍ତ୍ରଶସ୍ତ୍ର, ଡିଜିଟାଲ ଉପକରଣ ଏବଂ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଏହି ଗ୍ୟାଙ୍ଗ୍‌ଷ୍ଟରମାନେ ପାକିସ୍ତାନ, ୟୁଏଇ, କାନାଡା, ପର୍ତ୍ତୁଗାଲ ସମେତ ଆଉ କେତେକ ଦେଶର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ସହ ଯୋଗସୂତ୍ରରେ ରହି ଡ୍ରଗ୍ଧ ଚାଲାଣ କରୁଥିଲେ ବୋଲି ଜଣେ ଏନ୍‌ଆଇଏ ଅଧିକାରୀ ସୂଚନା ଦେଇଛନ୍ତି।

ଟଙ୍କିକିଆ ଚାଉଳ ପାଇଁ ୧୪କିମି ଯାତ୍ରା

COASTAL NEWS Odia 924

ଟଙ୍କିକିଆ ଚାଉଳ ପାଇଁ ୧୪କିମି ଯାତ୍ରା


 
ପାତ୍ରପୁର :  ଭଞ୍ଜ ବିହାରୀ ମହାନ୍ତି - ଗଞ୍ଜାମ ଜିଲା ପାତ୍ରପୁର ବ୍ଳକରେ ବହୁ ଆଦିବାସୀ ଗ୍ରାମ ଦୁର୍ଗମ ପାହାଡ ଅଞ୍ଚଳରେ ରହିଛି। ଏହି ସବୁ ଗ୍ରାମ ମଧ୍ୟରୁ ବହୁ ଗ୍ରାମକୁ ଏବେ ବି ରାସ୍ତା ସାତ ସପନ ପାଲଟିଛି। ଫଳରେ ଆଦିବାସୀ ଲୋକଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ଦୁର୍ଗମ ପଥରେ ମାଇଲ ମାଇଲ ଦୂର ଚାଲିବାକୁ ପଡୁଛି। ବହୁ ଆଦିବାସୀ ଗ୍ରାମର ଲୋକମାନେ ଟଙ୍କିକିଆ ଚାଉଳ ସଂଗ୍ରହପାଇଁ ୧୦ରୁ ୨୦ କିମିର ଦୂର ଅତିକ୍ରମ କରୁଛନ୍ତି।

ପାତ୍ରପୁର ବ୍ଲକର ବୁରାତାଲ ପଞ୍ଚାୟତର ବଡ଼ ଅଞ୍ଚୁପା ଏବଂ ସାନ ଅଞ୍ଚୁପା ଗ୍ରାମ ମହେନ୍ଦ୍ରତନୟା ପାହାଡ଼ ଉପରେ ରହିଥିବା ବେଳେ ପଞ୍ଚାୟତ ଠାରୁ ଦୁଇ ଗ୍ରାମର ଦୂରତା ୧୪କିଲୋମିଟର। ବୁରାତାଲ ପଞ୍ଚାୟତଟି ପାହାଡ ଉପରେ ରହିଥିବା ବେଳେ ଲୋକଙ୍କ ଯାତାୟାତ ପାଇଁ ଭଲ ରାସ୍ତା ଟିଏ ନଥିବା ଯୋଗୁଁ ପାହାଡ ତଳ ୭ କିଲୋମିଟର ଦୂର ଡୁଡୁକାବାଡ ନିକଟରେ ପଡ଼ିକାର୍ଡ ରେ ସାମଗ୍ରୀ ବଣ୍ଟନ କରାଯିବା ସହିତ ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ସମ୍ପାଦନ ହେଉଛି। 

ଡୁଡୁକାବାଡଠାରୁ ବଡ଼ ଅଞ୍ଚୁପା, ସାନ ଅଞ୍ଚୁପା ପ୍ରାୟ ୧୪ କିଲୋମିଟର ଦୂରତା ହୋଇ ଥିବା ବେଳେ ଲୋକମାନେ ପଞ୍ଚାୟତରୁ ବିଭିନ୍ନ ସାମଗ୍ରୀ ମୁଣ୍ଡରେ ଧରି ଘାଟି ରାସ୍ତାରେ ଚାଲିଚାଲି ଫେରିଥାନ୍ତି। ଦୁଇ ଗ୍ରାମ ମଧ୍ୟରୁ ବଡ଼ ଅଞ୍ଚୁପା ଗ୍ରାମ ପଞ୍ଚାୟତ ର ସର୍ବ ବୃହତ୍ ଗ୍ରାମ। ଗ୍ରାମରେ ୧୨୦ ପରିବାରର ୬୦୦ରୁ ଊର୍ଦ୍ଧ୍ବ ଆଦିବାସୀ ବସବାସ କରନ୍ତି। ଗ୍ରାମକୁ ଜିନିଷ ନେବାକୁ ହେଲେ ଗଜପତି ସୀମା ମାଡା ପର୍ଯ୍ୟନ୍ତ ଅଟୋରେ ଯିବା ପରେ ପାହାଡ଼, ଘାଟି ଓ ମାଟି ରାସ୍ତାରେ ଚାଲିଚାଲି ବହୁ କଷ୍ଟରେ ଯିବାକୁ ପଡୁଛି। ଟଙ୍କିକିଆ ସାମଗ୍ରୀ ପରିବହନ ପାଇଁ ଲୋକମାନେ ଗ୍ରାମରୁ ଘାଟି ରାସ୍ତା ରେ ମାଡା ଆସିବା ପରେ ସେଠାରୁ ଅଟୋ ଭଡ଼ା କରି ଡୁଡୁକାବାଡ ଯାଇ ସେହିଠାରୁ ପୁଣି ଜିନିଷ ଧରି ଫେରିଆନ୍ତି। 

ଏହି ପାହାଡିଆ ଅଞ୍ଚଳରେ ଲୋକମାନେ ପଡି କାର୍ଡ ରେ ଜିନିଷ ସଂଗ୍ରହ ସହ ଭତ୍ତା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ଡୁଡୁକାବାଡ ଆସି ଥାଆନ୍ତି।ତେବେ କାର୍ଯ୍ୟ ରେ ବିଳମ୍ବହେଲେ ଫେରିବା ବେଳେ ରାତି ହୋଇଗଲେ ଜଙ୍ଗଲ ରାସ୍ତାରେ ଯିବାକୁ ପଡିଥାଏ। ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ଜଙ୍ଗଲ ମଧ୍ୟରେ ବହୁ ଗଛ କାଟି ମାଟି ରାସ୍ତା ନିର୍ମାଣ ହୋଇଥିଲା। ବର୍ଷାରେ ମାଟି ଧୋଇ ଖାଲଖମା ହେବା ସହ ଲଟାବୁଦା ମାଡ଼ିଯାଇଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି।

ପଞ୍ଚାୟତର ବଡ଼ ଗ୍ରାମ ହୋଇ ଥିବା ସତ୍ତ୍ବେ ବଡ଼ଅଞ୍ଚୁପାକୁ ପକ୍କା ରାସ୍ତା ଟିଏ ନଥିବାରୁ ରୋଗୀ ,ପ୍ରସବ ପାଇଁ ଯାଉଥିବା ମହିଳା ସହିତ ସାଧାରଣ ଜନତା ଡାକ୍ତରଖାନା, ବ୍ଲକ୍ ସହିତ ବିଭିନ୍ନ ସ୍ଥାନକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ୍ ହୋଇଥାନ୍ତି। ଗାଁକୁ ରାସ୍ତା ନିର୍ମାଣପାଇଁ ଗ୍ରାମବାସୀ ବାରମ୍ବାର ନିବେଦନ କରିବା ସତ୍ତ୍ବେ ସେଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଏହି ଦୁଇ ଗ୍ରାମ ସହିତ ରାସ୍ତା ନଥିବା ଗ୍ରାମକୁ ତୁରନ୍ତ ରାସ୍ତା ନିର୍ମାଣ କଲେ ଗାଁବାସୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଉଛି।

୧୦ରୁ ଘରୋଇ ବସ୍ ଧର୍ମଘଟ

COASTAL NEWS Odia 923

୧୦ରୁ ଘରୋଇ ବସ୍ ଧର୍ମଘଟ


 
ଭୁବନେଶ୍ୱର : ଭଞ୍ଜ  ବିହାରୀ ମହାନ୍ତି - ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଯୋଜନାକୁ ବିରୋଧ କରି ନିଖିଳ ଓଡ଼ିଶା ଘରୋଇ ବସ ମାଲିକ ସଂଘ ଆସନ୍ତା ଅକ୍ଟୋବର ୧୦ରୁ ରାଜ୍ୟବ୍ୟାପୀ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ଘୋଷଣା କରିଛି। ବୁଧବାର ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନେଇ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସୂଚନାେଯାଗ୍ୟ ଯେ ଆସନ୍ତା ୨ ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ସେହିଦିନ କେବଳ କୋରାପୁଟ, ମାଲକାନଗିରି, ଜୟପୁର ଓ ନବରଙ୍ଗପୁରକୁ କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ। ଏହା ପରେ ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଧର୍ମଘଟ ଚାଲିବ।
ନିଖିଳ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଲକ୍ଷ୍ମୀ ଯୋଜନାରେ ବସ୍‌ ନ କିଣି ଆମ ବସକୁ ଲିଜ୍‌ରେ ନେଇ ଚଲାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲୁ। ୩ ମାସ ହେଲା ସରକାରଙ୍କ ସହ ଏ ନେଇ ଆଲୋଚନା ମଧ୍ୟ ହେଇଥିଲା। ରାଜ୍ୟ ସରକାର ବସମାଲିକଙ୍କ ସ୍ବାର୍ଥକୁ ଉପେକ୍ଷା କରି ଲକ୍ଷ୍ମୀ ଯୋଜନାରେ ବସ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଯଦି ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ବସ ଚଳାଇବେ, ଆମେ କେଉଁଠି ବସ୍‌ ଚଳାଇବୁ? ଏହି ଯୋଜନାରେ ସରକାର ରାଜ୍ୟ ବାହାର ସଂସ୍ଥାକୁ ମାଲେମାଲ କରିବାକୁ ବସିଥିବା ବେଳେ ଆମକୁ ବରବାଦ କରିବା ପାଇଁ ଯୋଜନା କରୁଛନ୍ତି। ମୋ’ ବସ ଓ ଲକ୍ଷ୍ମୀ ବସ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ନ ଆସିଲା ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ଜାରି ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...