AFFILIATE MARKETING

https://binomo.com?a=90810425bb57&t=0

Monday, September 4, 2023

ବିକ୍ରମ’ ସଫଳତାର ସହିତ ପୁଣି ଥରେ କରିଛି ଲ୍ୟାଣ୍ଡିଂ।

 COASTAL NEWS Odia 601

ବିକ୍ରମ’ ସଫଳତାର ସହିତ ପୁଣି ଥରେ କରିଛି ଲ୍ୟାଣ୍ଡିଂ।



ନୂଆଦିଲ୍ଲୀ - ଚନ୍ଦ୍ରଯାନ-୩ ମିଶନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ମିଳିଛି ଆଉ ଏକ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଲ୍ୟାଣ୍ଡର ‘ବିକ୍ରମ’ ସଫଳତାର ସହିତ ପୁଣି ଥରେ କରିଛି ଲ୍ୟାଣ୍ଡିଂ। ଇସ୍ରୋ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଇସ୍ରୋ ପକ୍ଷରୁ କୁହାଯାଇଛି, ଲ୍ୟାଣ୍ଡର ବିକ୍ରମ ପାଇଁ ଯେତିକି କାର୍ଯ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ତା’ଠୁ ଆହୁରି ଅଧିକ କରିଛି। ନିର୍ଦ୍ଦେଶ ପ୍ରକାରେ ଲ୍ୟାଣ୍ଡର ବିକ୍ରମ ଇଞ୍ଜିନକୁ ଚଲାଇଥିଲା ଓ ଉପରକୁ ଉଠିଥିଲା। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୪୦ ସେଣ୍ଟିମିଟର ଉପରକୁ ଉଠିଥିଲା ଓ ସେହି ସ୍ଥାନରୁ ପ୍ରାୟ ୩୦ରୁ୪୦ ସେଣ୍ଟିମିଟର ଦୂରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ଇସ୍ରୋର ସୂଚନା ମୁତାବକ ଏହା ଏକ ବଡ଼ ସଫଳତା। ଭବିଷ୍ୟତରେ ମିଶନ ଶେଷ କରି ଚନ୍ଦ୍ରଯାନକୁ ଫେରାଇ ଆଣିବା ଓ ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ମିଶନକୁ ଏହା ଉତ୍ସାହିତ କରିଛି। 

 ଏହା ସହିତ ଲ୍ୟାଣ୍ଡର ବିକ୍ରମରେ ଥିବା ସବୁ ଯନ୍ତ୍ରାଂଶ ଠିକ୍ ଅଛି ଓ ଭଲ ଭାବେ କାର୍ଯ୍ୟ କରୁଛି ବୋଲି ଇସ୍ରୋ କହିଛି। 

ଅନ୍ୟପକ୍ଷରେ ଗତ ସପ୍ତାହରୁ ରୋଭର ‘ପ୍ରଜ୍ଞାନ’ ସ୍ଲିପ୍ ମୋଡ୍‌ରେ ରହିଛି। ସରଳ ଭାଷାରେ କହିବାକୁ ଗଲେ ନିର୍ଦ୍ଦେଶ ଦେଇ ଇସ୍ରୋ ଏହାକୁ ଶୁଆଇ ଦେଇଛି। ଚନ୍ଦ୍ରରେ ରାତି ହେବା ପୂର୍ବରୁ ରୋଭର ‘ପ୍ରଜ୍ଞାନ’ ତା’ର ସମସ୍ତ ଦାୟିତ୍ୱ ଶେଷ କରି ଦେଇଥିଲା। ତେଣୁ ଇସ୍ରୋ ତାକୁ ସୁରକ୍ଷିତ ସ୍ଥାନକୁ ନେଇ ସ୍ଲିପ୍ ମୋଡ୍‌ରେ ରଖି ଦେଇଛି।

ସେପ୍ଟେମ୍ବର ୨୨ ତାରିଖରେ ପୁଣି ସୂର୍ଯ୍ୟୋଦୟ ହେବା ପରେ ରୋଭର ‘ପ୍ରଜ୍ଞାନ’ ଆଉ କାର୍ଯ୍ୟ କରିବ ବୋଲି ଆଶା ରଖିଛି ଇସ୍ରୋ। ‘ପ୍ରଜ୍ଞାନ’ର ବ୍ୟାଟେରୀ ଫୁଲ୍ ଚର୍ଜ ରହିଥିବା ଇସ୍ରୋ କହିଛି। ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ସୂଚନା ଦେବା ସହିତ ସେଠାରେ ସଲଫର ସହିତ ଆଲୁମିନିୟମ (Al), କ୍ୟାଲସିୟମ (Ca), ଫେରସ (Fe), କ୍ରୋମିୟମ (Cr), ଟିଟାନିୟମ (Ti), ମାଙ୍ଗାନିଜ (Mn), ସିଲିକନ (Si) ଓ ଅକ୍ସିଜେନ୍ (O)ର ସନ୍ଧାନ କରିଛି।

ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ । ଟ୍ରଲିରେ ପ୍ରସବ କଲେ ମହିଳା

 COASTAL NEWS Odia 600

ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ ।  ଟ୍ରଲିରେ ପ୍ରସବ କଲେ ମହିଳା



ନୀଳିଗିରି : ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ ।  ଟ୍ରଲିରେ ପ୍ରସବ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ନୀଳଗିରି ସହରରେ। ସୂଚନା ମୁତାବକ ନୀଳିଗିରି ବ୍ଲକ ସଜନାଗଡ଼ ପଞ୍ଚାୟତ ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ସ୍ତ୍ରୀ ଦଶ ମାସର ଗର୍ଭବତୀ ଥିଲେ। ରାତି ପ୍ରାୟ ୮ଟାରେ ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ଏକ୍ସପ୍ରେସ ଓ ୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରାଯାଇଥିଲା।

ହେଲେ ଘଣ୍ଟେ  ବିଳମ୍ବ ହେବାରୁ ପରିବାରଲୋକେ ଏକ ଟ୍ରଲିରେ ଗର୍ଭବତୀଙ୍କୁ ମେଡିକାଲ ଆଣୁଥିଲେ। ଅଧାବଟାରେ ଟ୍ରଲି ଉପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ମାଆ ଓ ଶିଶୁକୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଚିକିତ୍ସା ଜାରି ରହିଛି।

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

 COASTAL NEWS Odia 599

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ



ଭୁବନେଶ୍ବର - ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେଇପାରେ। ଏହାର ପ୍ରଭାବରେ ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାବେଳେ ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ଉତ୍ତର ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିସ୍ତୃତି ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି। ଆସନ୍ତା ୭ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ମଧ୍ୟ ସମ୍ଭାବନା ରହିଛି।

ଚଳିତ ମୌସିମୀରେ ରାଜ୍ୟରେ ୮୦୦.୨ ମିମି ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୧୫ ପ୍ରତିଶତ କମ୍‌ ରହିଛି। ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar



ପଲିଥିନ ବ୍ୟାନ୍‌ ପ୍ରହସନ ପାଲଟିଛି

 COASTAL NEWS Odia 598

ପଲିଥିନ ବ୍ୟାନ୍‌ ପ୍ରହସନ ପାଲଟିଛି



 

ଜଗତ୍‌ସିଂହପୁର,୪ା୯ : ପଲିଥିନର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି। ଏଗୁଡ଼ିକ ବର୍ଷ ବର୍ଷ ଧରି ନଷ୍ଟ ନ ହୋଇ ପଡ଼ିରହିବାରୁ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ପଲିଥିନ ବ୍ୟାନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜଗତ୍‌ସିଂହପୁର ଜିଲାରେ ପ୍ରହସନ ପାଲଟିଛି। ବିଭିନ୍ନ ଦୋକାନ, ବଜାରରେ ପଲିଥିନ୍‌ ଖୁଲମଖୁଲା ବିକ୍ରି ଚାଲିଛି। ଇତିମଧ୍ୟରେ ଉପରଠାଉରିଆ ଭାବେ କାଁ ଭାଁ ଜିଲାର ବିଭିନ୍ନ ସ୍ଥାନ ବିଶେଷକରି ଜଗତ୍‌ସିଂହପୁର ଓ ପାରାଦୀପ ପୌରାଞ୍ଚଳରେ ଚଢ଼ାଉ କରାଯାଉଛି। ମାତ୍ର ଏହା କେବଳ ଔପଚାରିକତା ପୂରଣ ପାଇଁ ବୋଲି ଅଭିଯୋଗ ହେଉଛି।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୩୦ରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ଉଲ୍ଲେଖ ଥିଲା, ଯେଉଁ ପଲିଥିନ୍‌ଗୁଡିକ ଠିକ୍‌ ଭାବେ ନଷ୍ଟ ଅର୍ଥାତ୍‌ ଖତ ହୋଇପାରୁଛି ସେଗୁଡିକ ବ୍ୟବହାର ଉପଯୋଗୀ। ଅବଶିଷ୍ଟ ପଲିଥିନ ବ୍ୟବହାର ଉପଯୋଗୀ ନୁହେଁ। ତେଣୁ ଏହି ପଲିଥିନ୍‌ଗୁଡିକର ଉତ୍ପାଦନ ହୋଇପାରିବ ନାହିଁ। ଯଦି କେଉଁଠି ରହିଯାଇଥିବ ତେବେ ତାହା କିଣା ବିକା ହୋଇପାରିବ ନାହିଁ । ଅର୍ଥାତ୍‌ ଏହି ପଲିଥିନ ଉପରେ ଅଙ୍କୁଶ ଲଗାଗଲା। ଏପରି କି ପ୍ଲାଷ୍ଟିକ ଥାଳି, ଚାମଚ, ଗିନା, କପ୍‌, ପ୍ଲେଟ୍‌, ଗ୍ଲାସ୍‌ ଆଦି ମଧ୍ୟ ବ୍ୟବହାର ହୋଇପାରିବ ନାହିଁ । ଯେଉଁ ପଲିଥିନ୍‌ର ସ୍ଥଳତା (ଥିକ୍‌ନେସ୍‌) ୫୦ ମାଇକ୍ରୋନ୍‌ ତଳକୁ ଥିବ ତାହା ବ୍ୟବହାର ଉପଯୋଗୀ ନୁହେଁ। କେବଳ କ୍ଷୀର କିମ୍ବା ଅନ୍ୟ ଔଷଧୀୟ ସାମଗ୍ରୀ ରଖିବା ପାଇଁ ଉପଯୁକ୍ତ ମାନର ପଲିଥିନ୍‌ ବ୍ୟବହାର କରାଯାଇପାରେ। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲେ ସୁଦ୍ଧା ଜିଲାରେ ଏହା ପାଳନ କରାଯାଉନାହିଁ। ବିଶେଷକରି ଜିଲା ମୁଖ୍ୟାଳୟ ଜଗତ୍‌ସିଂହପୁର ଓ ପାରାଦୀପ ସହରରେ ଅବାଧରେ ପଲିଥିନ ବିକ୍ରି ଚାଲିଛି। ପାନ ଦୋକାନ, ରାଶନ, ଷ୍ଟେଶନାରି ଓ ଜଳଖିଆ ଆଦି ଦୋକାନରେ ପଲିଥିନ୍‌ କାରବାର ଖୋଲାଖୋଲି ଚାଲିଛି। ଧୀରେ ଧୀରେ ପୂର୍ବପରି ପଲିଥିନ୍‌ ବ୍ୟବହାର ହେବାରେ ଲାଗିଛି। ବଡ କଥା ହେଲା ଜିଲାରେ ପଲିଥିନ୍‌ ଉତ୍ପାଦନ ହେଉନାହିଁ। କଟକରୁ ପ୍ରାୟତଃ ପଲିଥିନ୍‌ ଆସୁଛି। ଅନ୍ୟପକ୍ଷରେ ଜିଲାର ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ପକ୍ଷରୁ ପଲିଥିନ୍‌ ବନ୍ଦ ପାଇଁ ଏନ୍‌ଫୋର୍ସମେଣ୍ଟ କମିଟି ଗଠନ କରାଯାଇଥିଲା। କିନ୍ତୁ କମିଟି ପକ୍ଷରୁ ଆଶାନୁରୂପ ଚଢ଼ାଉ କରାଯାଉ ନ ଥିବାରୁ ପଲିଥିନ୍‌ ପୂର୍ବପରି ବ୍ୟବହୃତ ହେଉଛି। ଯେତେବେଳେ ଅଭିଯୋଗ ହେଉଛି, ସେତେବେଳେ ଉଭୟ ପରିଷଦ ଚେଇଁ ଉଠୁଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି,ପଲିଥିନ ବ୍ୟାନ କଡ଼ାକଡି ଭାବେ ପାଳନ ପାଇଁ ବିଭାଗୀୟ ପତ୍ର ହସ୍ତଗତ ହୋଇଛି। ତେଣୁ ଚଢ଼ାଉ ଜୋରଦାର କରାଯିବ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar



ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ ଠାବ, ୨ ବଙ୍ଗୀୟ ଯୁବତୀ ଉଦ୍ଧାର

 COASTAL NEWS Odia 597

ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ ଠାବ, ୨ ବଙ୍ଗୀୟ ଯୁବତୀ ଉଦ୍ଧାର




ଭବାନୀପାଟଣା:  ଭବାନୀପାଟଣାର ରାମନଗର ପଡ଼ାରେ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ୍ ଚାଲିଥିବା ବେଳେ ଚଢ଼ାଉ କରି ଦୁଇ ବଙ୍ଗୀୟ ଯୁବତୀ ଙ୍କୁ ଉଦ୍ଧାର କଲା ଟାଉନ ଥାନା ପୋଲିସ୍ । ସେମାନଙ୍କ ସହ ଜଣେ ଦଲାଲ ଏବଂ ଜଣେ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

ସୂଚନା ଅନୁଯାୟୀ ଭବାନୀପାଟଣାର ରବୀନ୍ଦ୍ରନାଥ ଆରୁଖ ଜଣେ ପୂର୍ବତନ ପୋଲିସ ଡିଏସ୍‌ପି । ସେ ତାଙ୍କ ଘର ଉପର ମହଲାରେ ରହୁଥିବା ବେଳେ ତଳ ଘର ଜଣେ ଯୁବକଙ୍କୁ ଭଡାରେ ଦେଇଥିଲେ । ସେହି ପୂର୍ବତନ ପୋଲିସ ଅଧିକାରୀ ଜଣଙ୍କ  ମାନସିକ ସ୍ଥିତି ଠିକ ନଥିବାରୁ ସେ ପଡ଼ାର କାହା ସାଙ୍ଗରେ ମିଶୁନଥିବା କିମ୍ବା କଥା ବାର୍ତ୍ତା ମଧ୍ୟ ହେଉନଥିବା ବେଳେ ତାଙ୍କ ଘରକୁ ମଧ୍ୟ କେହି ଯିବାଆସିବା କରୁନଥିଲେ। ଯାହାର ଫାଇଦା ନେଇ ସେହି ଯୁବକ ଜଣକ କୋଲକାତାରୁ ୨ ଜଣ ବଙ୍ଗୀୟ ଯୁବତୀଙ୍କୁ ଆଣି ସେଠାରେ ସେକ୍ସ ରାକେଟ ଚଳାଉଥିବା ସୂଚନା ମିଳିଥିଲା ।

ଏହି ଖବର ପାଇ ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ନିଜ ଟିମ ସହ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠି ଜଣେ ଦଲାଲଙ୍କ ସହ ୨ ଜଣ ଯୁବତୀଙ୍କ ସହ ଏବଂ ଜଣେ ଗ୍ରାହକ ଥିବା ଜଣା ପଡିଥିଲା।  ପରେ ସମସ୍ତଙ୍କୁ ଟାଉନ ଥାନାକୁ ଆଣି ଟାଉନ ଥାନା ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି । ଏ ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି  ଥିବା ନେଇ ସୂଚନା ମିଳିଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ । ଜଣେ ପୋଲିସ ଅଧିକାରୀଙ୍କ  ଘରେ କେମିତି ଏତେ ବଡ଼ ରାକେଟ ଚାଲିଥିଲା ଏବଂ କେହି କେମିତି ଜାଣି ପାରୁନଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ରାଜସ୍ଥାନରେ ମଣିପୁର ଲଜ୍ଜା । ସ୍ତ୍ରୀକୁ ବିବସ୍ତ୍ର କଲା ସ୍ୱାମୀ, ଉଲଗ୍ନ କରି ପୂରା ଗାଁରେ ବୁଲାଇଲା ସଇତାନ

 COASTAL NEWS Odia 596

ରାଜସ୍ଥାନରେ ମଣିପୁର ଲଜ୍ଜା । ସ୍ତ୍ରୀକୁ ବିବସ୍ତ୍ର କଲା ସ୍ୱାମୀ, ଉଲଗ୍ନ କରି ପୂରା ଗାଁରେ ବୁଲାଇଲା ସଇତାନ



 

ରାଜସ୍ଥାନ -ରାଜସ୍ଥାନର ପ୍ରତାପଗଡ଼ରୁ ଆସିଥିବା ଏହି ଲଜ୍ଜାଜନକ ଦୃଶ୍ୟ, ପୂରା ଦେଶକୁ ଦୋହଲାଇ ଦେଇଛି । ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ । ଯାହା ପରେ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୂର ଘର ଲୋକେ ମହିଳାଙ୍କ ସହ ଏଭଳି କାଣ୍ଡ ଘଟାଇଲେ, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମହିଳାଙ୍କୁ ଗାଁରେ ଉଲଗ୍ନ କରି ବୁଲାଗଲା । କେହି ମୁହଁ ଖୋଲିନଥିଲେ । ଆଉ ଯେତେବେଳେ ଏହାର ଭିଡିଓ ଭାଇରାଲ ହେଲା, ରାଜସ୍ଥାନ ସରକାର ପ୍ରଶ୍ନଘେରକୁ ଆସିଛି । ସାରା ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏହାସହ ସେ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି । ଆଉ କହିଛନ୍ତି, ସଭ୍ୟ ସମାଜରେ ଏପରି ଅମାନବୀୟ ଅପରାଧର କୌଣସି ସ୍ଥାନ ନାହିଁ । ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବ । ସେପଟେ ପୀଡ଼ିତାଙ୍କ ଧୈର୍ଯ୍ୟ ଓ ସାହସକୁ ମଧ୍ୟ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ୍ ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ସେପଟେ ଜାତୀୟ ମହିଳା କମିଶନ ଘଟଣାକୁ ନିନ୍ଦା କରିବା ସହ କମିଟି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ମହିଳା ଗର୍ଭବତୀ ଥିବା ସହ ମାନସିକ ସ୍ତରରେ ଆଘାତ ପାଇଥିବା ଡାକ୍ତର କହିଛନ୍ତି । ସେପଟେ ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତ କହି ପୁଣିଥରେ ଗେହଲଟ ସରକାରଙ୍କୁ ଘେରିଛି ବିଜେପି । ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ସମେତ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ନାରାବାଜୀ କରିଛନ୍ତି ।

ପୋଲିସ ପୀଡ଼ିତାଙ୍କ ସ୍ୱାମୀ ସମେତ ୧୧ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।

ରାଜଧାନୀ ଦିଲ୍ଲୀରେ ରବିବାର ଇଏମ୍‌ୟୁ ଟ୍ରେନ୍‌ର ଏକ ବଗି ଲାଇନ୍‌ଚ୍ୟୁତ

 COASTAL NEWS Odia 595


ରାଜଧାନୀ ଦିଲ୍ଲୀରେ ରବିବାର ଇଏମ୍‌ୟୁ ଟ୍ରେନ୍‌ର ଏକ ବଗି ଲାଇନ୍‌ଚ୍ୟୁତ 

ଦିଲ୍ଲୀ: ପ୍ରଗତି ମୈଦାନ ନିକଟରେ ଲାଇନ୍‌ଚ୍ୟୁତ ହେଲା ଲୋକାଲ୍‌ ଟ୍ରେନ୍‌, ଯାତ୍ରୀ ଭୟଭୀତ




ରାଜଧାନୀ ଦିଲ୍ଲୀରେ ରବିବାର ଇଏମ୍‌ୟୁ ଟ୍ରେନ୍‌ର ଏକ ବଗି ଲାଇନ୍‌ଚ୍ୟୁତ ହୋଇଛି। ଏହାକୁ ନେଇ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ ରେଲେଓ୍ଵର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣା ଯୋଗୁ ଟ୍ରେନ୍‌ର ବଗି କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ଟ୍ରେନ୍‌ ଛାଡ଼ିବାରେ ବିଳମ୍ବ ହେବ ବୋଲି କୁହାଯାଉଛି।

ଏହି ଘଟଣା ପ୍ରଗତି ମୈଦାନରୁ ମାତ୍ର କିଛି କିଲୋମିଟର ଦୂରରେ ଘଟିଛି। ଏଠାରେ ଆସନ୍ତା ୯ ଏବଂ ୧୦ ତାରିଖରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ରେଲେଓ୍ଵ ଡିସିପିଙ୍କ ଅନୁସାରେ, ଦିଲ୍ଲୀର ଭୈରୋ ମାର୍ଗ ନିକଟରେ ଲୋକାଲ୍‌ ଇଏମ୍‌ୟୁ ଟ୍ରେନ୍‌ର ବଗି ଲାଇନ୍‌ଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କେହି ଯାତ୍ରୀ ଆହତ ହେବାର ସୂଚନା ନାହିଁ।

ଖବର ମୁତାବକ, ବଗି ଲାଇନ୍‌ଚ୍ୟୁତ ହେବା କ୍ଷଣି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଟ୍ରେନ୍‌ ଅଟକିବା ମାତ୍ରେ ସମସ୍ତେ ନିଜ ନିଜ କୋଚ୍‌ରୁ ବାହାରି ଆସିଥିଲେ। ତେବେ ମରାମତି କାର୍ଯ୍ୟ ପାଇଁ ରେଲେଓ୍ଵର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି ଯେ କିଛି ସମୟ ପରେ ଟ୍ରେନ୍‌ ପୁଣି ଯାତ୍ରା ଆରମ୍ଭ କରିବ।

ସେପଟେ ଲୋକାଲ୍‌ ଟ୍ରେନ୍‌ର ବଗି ରେଳଧାରଣାରୁ କାହିଁକି ଖସିଲା, ତାହାର ତଦନ୍ତ କରାଯିବ। କହି ରଖୁଛୁ ଯେ ୯ ଏବଂ ୧୦ ତାରିଖରେ ଦିଲ୍ଲୀର ପ୍ରଗତି ମୈଦାନରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଭଳି ସମୟରେ ପ୍ରଗତି ମୈଦାନରୁ ମାତ୍ର କିଛି କିଲୋମିଟର ଦୂରରେ ଟ୍ରେନ୍‌ ଲାଇନଚ୍ୟୁତ ହେବା ଘଟଣା ସାଧାରଣରେ ପ୍ରଶ୍ଚବାଚୀ ସୃଷ୍ଟି କରିଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

Sunday, September 3, 2023

୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ କଲା ପୋଲିସ

 COASTAL NEWS Odia 594

୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ କଲା ପୋଲିସ



 

ରାଇରଙ୍ଗପୁର,୩ା୯ : ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ କୁଇଲିସୁତା ଗ୍ରାମର ମଙ୍ଗଲ ଆଲଡ଼ାଙ୍କ ବିଧବା ପତ୍ନୀ ସୀତା ଦେଇଙ୍କ ପେନ୍‌ସନ ପାସବୁକ୍‌ରୁ ଟଙ୍କା ହଡ଼ପ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ବଡ଼ମଣଦା ଗ୍ରାମର ନରେଶଚନ୍ଦ୍ର ସାହୁ। ସେ ସୀତାଙ୍କୁ ବ୍ୟାଙ୍କ ଅକାଉଣ୍ଟରୁ ଚଞ୍ଚକତା କରି ୨୧ ଲକ୍ଷ ଟଙ୍କା ହଡ଼ପ୍‌ କରି ନେଇଥିଲେ। ଏ ନେଇ ୧୮ ଜୁଲାଇରେ ବିଶୋଇ ଥାନାରେ ଅଭିଯୋଗ ହୋଇଥିଲା।

ବିଧବା ମହିଳାଙ୍କୁ ବ୍ୟାଙ୍କ୍‌ରୁ ଅର୍ଥ ଉଠାଣ ପାଇଁ ବିଶୋଇକୁ ନେବା ଆଣିବାରେ ନରେଶ ସହାୟତା କରୁଥିଲେ। ସରଳତାର ସୁଯୋଗ ନେଇ ବ୍ୟାଙ୍କ୍‌ ଆକାଉଣ୍ଟରେ ଦିଆଯାଇଥିବା ମୋବାଇଲ୍‌ ନମ୍ବରକୁ ସୀତା ଦେଇଙ୍କ ନମ୍ବର ବଦଳରେ ନରେଶ ନିଜ ମୋବାଇଲ ନମ୍ବର ସଂଯୋଗ କରାଇଥିଲେ। ପରେ ତାଙ୍କର ଚେକ୍‌ରେ ଜାଲ ଦସ୍ତଖତ କରି ୨୧ ଲକ୍ଷ ଟଙ୍କା ହଡ଼ପ୍‌ କରିବାରେ ସକ୍ଷମ ହୋଇଥିଲେ। ଟଙ୍କା ନେଣଦେଣ ବେଳେ ମୋବାଇଲକୁ ମେସେଜ୍‌ ଆସୁ ନ ଥିବା ସମ୍ପର୍କରେ ଜାଣିବା ପାଇଁ ବ୍ୟାଙ୍କକୁ ଆସି ତାଙ୍କ ଖାତାରୁ ୨୧ ଲକ୍ଷ ଟଙ୍କା ହଡ଼ପ୍‌ ହୋଇଥିବା ସୀତା ଜାଣିବାକୁ ପାଇଥିଲେ।

ଅଭିଯୋଗ କ୍ରମେ ବିଶୋଇ ଥାନାରେ ଏକ ମାମଲା(ନଂ.୧୩୮/୨୩)ରେ ରୁଜୁ ହୋଇଥିଲା। ମାତ୍ର ନ୍ୟାୟ ପାଇବାରେ ବିଳମ୍ବ ହେବା ଯୋଗୁ ସୀତା ଗତ ଅଗଷ୍ଟ ୧୧ରେ ବିଶୋଇରେ ଅନୁଷ୍ଠିତ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଏହି ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ୍‌ ତତ୍ପରତା ପ୍ରକାଶ କରି ଶନିବାର ଅଭିଯୁକ୍ତଙ୍କୁ ବଡ଼ମଣଦାସ୍ଥିତ ବାସଭବନରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ସୂଚନା ଦେଇଛନ୍ତି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ପୁଳା ପୁଳା ଜାଲ ନୋଟ୍

 COASTAL NEWS Odia 593

ପୁଳା ପୁଳା ଜାଲ ନୋଟ୍

ସୁବର୍ଣ୍ଣପୁର - ପୁଳା ପୁଳା ନୋଟ୍ । ଏସଟିଏଫ୍ ହାତରେ ଲାଗିଛି, ଅବିକଲ୍ ଅସଲ ଦେଖାଯାଉଥିବା ଜାଲ୍ ନୋଟ୍ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରକେ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ଏହି କାରବାରରେ ସଂପୃକ୍ତ ଥିବା ଯୁବକର ନାଁ ଦୀପକ ମେହେର । ଘର ସୁବର୍ଣ୍ଣପୁର ଜିଲ୍ଲାରେ । ଦୁନିଆକୁ ଦେଖାଇବା ପାଇଁ ଉପରକୁ ଲୁଗା ବ୍ୟବସାୟ କରୁଥିଲେ, କିନ୍ତୁ ପରଦା ପଛରେ ଚଳାଇଥିଲେ ଜାଲ୍ ନୋଟର କାରବାର । ମାତ୍ର ସପ୍ତମ ପଢ଼ିଥିବା ଦୀପକ କେତେ ଦିନ ହେଲା ଏହି କାରବାରରେ ସଂପୃକ୍ତ ଥିଲେ? ଏବଂ ଏହି ରାକେଟ୍ କେତେଦୂର ଯାଏଁ ଲମ୍ବିଛି ସେ ନେଇ ତଦନ୍ତ ଆରମ୍ଭ କରିଛି ଏସଟିଏଫ୍ ।

ବଡ଼ କଥା ହେଉଛି- ୩ବର୍ଷ ଭିତରେ ୧ କୋଟି ୧୯ ଲକ୍ଷର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ୍ । ଆଉ  ଚରାଭୂଇଁ ପାଲଟିଛି ପଶ୍ଚିମ ଓଡ଼ିଶା । ସୁବର୍ଣ୍ଣପୁର ଜିଲ୍ଲାରୁ ଜାଲ୍ ନୋଟ୍ କାରବାର ସାମ୍ନାକୁ ଆସିବା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ସୁନ୍ଦରଗଡ଼ର ରାଉରକେଲା, ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଏବଂ ବରଗଡ଼ ଜିଲ୍ଲାରେ ଜାଲ୍ ନୋଟ୍ କାରବାର ଘଟଣା ସାମ୍ନାକୁ ଆସିଥିଲା । ତେବେ ସୁବର୍ଣ୍ଣପୁର ଜିଲ୍ଳାରୁ ଗିରଫ ହୋଇଥିବା ଏହି ଯୁବକର ଲିଙ୍କ୍ ପଡ଼ୋଶୀ ଛତିଶଗଡ଼ର ରାୟପୁର ସହର ସହ ଥିବା ଏସଟିଏଫ୍ ଆଶଙ୍କା କରୁଛି ।

ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ତେବେ ଘଟଣାସ୍ଥଳରୁ ଜାଲ ନୋଟ ପ୍ରସ୍ତୁତ ସଂରଜାମ ମଧ୍ୟ ଜବତ କରିଛି ଏସଟିଏଫ୍ ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି

 COASTAL NEWS Odia 592

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି 



ନୂଆଦିଲ୍ଲୀ - କଂଗ୍ରେସ ନେତ୍ରୀ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ସଂକ୍ରମଣ ପରେ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ ସ୍ୱତନ୍ତ୍ର ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। ଡାକ୍ତରଙ୍କ ଅନୁସାରେ, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସୋନିଆଙ୍କୁ ଶନିବାର ସନ୍ଧ୍ୟାରେ ହସ୍ପିଟାଲରେ ଆଡ୍‌ମିଟ କରାଯାଇଥିଲା।

ତେବେ ଏ ନେଇ ହସ୍ପିଟାଲ ପକ୍ଷରୁ ମଧ୍ୟ ଏକ ବୟାନ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ସୋନିଆ ଗାନ୍ଧିଙ୍କୁ ଏହି ସମସ୍ୟା ଦୀର୍ଘ ଦିନରୁ ରହିଛି। ସେ ରୁଟିନ୍‌ ଚେକ୍‌ଅପ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଛି।

ଚଳିତ ବର୍ଷ ମାର୍ଚ୍ଚ ୩ରେ ପ୍ରବଳ ଜ୍ୱର ହେତୁ ସୋନିଆ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ଚେଷ୍ଟ୍‍ ମେଡିସିନ୍‌ର ଡାକ୍ତର ଅରୂପ ବସୁ ଓ ତାଙ୍କ ଟିମ୍‌ ସୋନିଆଙ୍କ ଚିକିତ୍ସା କରିଥିଲେ। ସେତେବେଳେ ତାଙ୍କର କିଛି ଟେଷ୍ଟ୍‍ ମଧ୍ୟ ହୋଇଥିଲା।

ଜାନୁୟାରୀରେ ମଧ୍ୟ ଭାଇରାଲ୍‌ ଇନ୍‌ଫେକ୍ସନ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ରାହୁଲ ଗାନ୍ଧି ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ଭାରତ ଯୋଡ଼ା ଯାତ୍ରା ଛାଡ଼ି ଆସିଥିଲେ। ସେହି ସମୟରେ ପାଖାପାଖି ୧ ସପ୍ତାହ ପର୍ଯ୍ୟନ୍ତ ସୋନିଆ ଗାନ୍ଧିଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିଥିଲା।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ଅମର ରହିବେ ସୂର୍ଯ୍ୟନାରାୟଣ

 COASTAL NEWS Odia 591

ଅମର ରହିବେ ସୂର୍ଯ୍ୟନାରାୟଣ 


ଭୁବନେଶ୍ୱର  : ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଶନିବାର ସନ୍ଧ୍ୟା ୭ଟା ୩୧ ମିନିଟ ସମୟରେ ତାଙ୍କର ପରଲୋକ ହୋଇଛି । ବରିଷ୍ଠ ନେତାଙ୍କ ବିୟୋଗ ପରେ ପରିବାର ଲୋକେ ତାଙ୍କ ଚକ୍ଷୁ ଦାନ କରିଥିବା ସୂଚନା ମିଳିଛି। ତାଙ୍କର ଗୋଟିଏ ପଟ ଚକ୍ଷୁ ଦାନ କରାଯାଇଛି। ବଞ୍ଚିଥିବା ବେଳେ ସୂର୍ଯ୍ୟ ଚକ୍ଷୁ ଦାନ କରିବାକୁ କହିଥିଲେ। ମୃତ୍ୟୁ ପରେ ବଡ଼ ପୁଅ ବିପ୍ଳବ ପାତ୍ରଙ୍କ ଅନୁମତି ପରେ ଭୁବନେଶ୍ୱର ପଟିଆରେ ଅବସ୍ଥିତ ଏଲ. ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ତାଙ୍କର ଆଖି ସଂଗ୍ରହ ହୋଇଛି । ବର୍ତ୍ତମାନ ଆଖିର ଲେନ୍ସ ଡାକ୍ତରଖାନାରେ ରହିବା ପରେ ପ୍ରକ୍ରିୟା ମୁତାବକ ଏହାକ ଅନ୍ୟକୁ ଦାନ କରାଯିବ ବୋଲି ସୂଚନା ମିଳିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରଛନ୍ତି । ଏବେ ତାଙ୍କ ମରଶରୀରକୁ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତି ବାସଭାବନରେ ଶେଷଦର୍ଶନ ପାଇଁ ରଖାଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିବା ନେଇ ସୂଚନା ରହିଛି । ଏହା ପରେ ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା, ଲୋକସେବା ଭବନ ଓ ପରେ ଶଙ୍ଖ ଭବନ ନିଆଯିବ । ଶେଷରେ ମରଶରୀରକୁ ତାଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ନିଆଯାଇ ସେଠାରେ ଶେଷକୃତ୍ୟ କରାଯିବ ।

ସୂଚନା ଯୋଗ୍ୟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜେଡିର ସେ ବିଧାୟକ ଥିଲେ। ସେ ଓଡ଼ିଶା ବିଧାନସଭାକୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନିଜ ରାଜନୈତିକ କ୍ୟାରିୟରରେ ସେ ଜଙ୍ଗଲ ଓ ପରିବେଶ, ମତ୍ସ୍ୟ ଓ ପଶୁସଂପଦ, ଶକ୍ତି, ବିପର୍ଯ୍ୟୟ ପ୍ରଶମନ, ସୂଚନା ଓ ଲୋକସଂପର୍କ, ଖାଦ୍ୟ ଯୋଗାଣ, ରାଜସ୍ବ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୯୦ରେ ସେ ପ୍ରଥମେ ଗଜପତି ଜିଲ୍ଲା ମୋହନାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୯୫, ୨୦୦୦, ୨୦୦୪ରେ ସେ ମୋହନାରୁ ବିଜୟ ଲାଭ କରିଥିଲେ। ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ୨୦୦୯, ୨୦୧୪ ଓ ୨୦୧୯ ରେ ସେ ବିଜୟୀ ହୋଇଥିଲେ। ଷୋଡ଼ଶ ବିଧାନସଭାରେ ୨୦୧୯ ଜୁନ୍ ୧ରୁ ୨୦୨୨ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ଜଣେ ଲୋକପ୍ରିୟ ଓ ଅମାୟିକ ବ୍ୟକ୍ତିତ୍ବ ଭାବେ ସୂର୍ଯ୍ଯ ପାତ୍ର ପରିଚିତ ଥିଲେ।

ଚୋରଣୀ ବିରାଡ଼ି

 COASTAL NEWS Odia 590

ଚୋରଣୀ ବିରାଡ଼ି 


ଭୁବନେଶ୍ବର - ମଣିଷ ଚୋରି କରିବା ଶୁଣିଥିବେ। କିନ୍ତୁ ଏକ ବିଲେଇ ଯେ, ଚୋରି କରେ ତାହା ଜାଣି ଆଶ୍ଚର୍ଯ୍ୟ ହେବେ। ମାତ୍ର ଭାଇରାଲ ହେଉଥିବା ଭିଡିଓ ଦେଖିଲେ ବିଶ୍ୱାସ କରିବେ। ଗୋଟିଏ ବିଲେଇ ବ୍ୟାଗ୍‌ରୁ କିପରି ଢଙ୍ଗରେ ପର୍ସ ଚୋରି କରୁଛି ତାହା ଭିଡିଓରୁ ଦେଖିବାକୁ ମିଳିଛି। ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିଲେଇଟି ଦେଖିବା ପାଇଁ ବହୁତ ସୁନ୍ଦର ଅଟେ। ସେ ଧଳା ଏବଂ କଳା ରଙ୍ଗର। ଭିଡିଓରେ ଏହି ବିଲେଇକୁ ‘ଦୁନିଆର ସବୁଠାରୁ ବିଲେଇ ଚୋରଣୀ’ ବୋଲି ବର୍ଣ୍ଣନା କରାଯାଇଛି। ଏହା ବ୍ୟତୀତ ଏହି ବିଲେଇ କଳା ବ୍ୟାଗରୁ ଟଙ୍କା ଚୋରି କରିଥିବା ଚତୁର ଉପାୟରେ ଆପଣ ମଧ୍ୟ ଦେଖିପାରିବେ। ଟଙ୍କା ଚୋରି କରିବା ପରେ ବିଲେଇ କୌଣସି ପାଟି ନ କରି ଘଟଣାସ୍ଥଳରୁ ଚାଲିଯାଉଛି।

ଭିଡିଓରେ ଏକ କଳା ବ୍ୟାଗ୍‌  ଚେୟାରରେ ରଖାଯାଇଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ଖୋଲା ଅଛି। ବିଲେଇଟି ସେହି ବ୍ୟାଗ୍‌ରେ ମୁହଁ ପୂରାଉଛି। ବହୁତ ସମୟ ପରେ ସେ ପାଟିରେ ଏକ ପର୍ସ ଧରି ବ୍ୟାଗରୁ ବାହାରୁଛି। ଏହା ପରେ ବିଲେଇ ଟେବୁଲ ଦେଇ ଚଟାଣରେ ପହଞ୍ଚି ତା’ପରେ କବାଟ ଦେଇ ବାହାରକୁ ଯାଏ। ବିଲେଇ ଏହା କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ମନେହୁଏ ।

‘ପୋଷା କଲେକ୍ଟିଭ’ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଏହି ଭିଡିଓ ପୋଷ୍ଟ କରିଛି। ୧୦ ଘଣ୍ଟା ପୂର୍ବରୁ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୮ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓଟି ‘ଚୋରି ଭାବରେ, ବିଲେଇ ମାଲିକଙ୍କ ବ୍ୟାଗରୁ ଟଙ୍କା ଚୋରି କରିଛି।’ ଶୀର୍ଷକ ସହିତ ଶେୟାର କରାଯାଇଛି। ଏହି ଭିଡିଓଟି ମାତ୍ର ୧୮ ସେକେଣ୍ଡର ଅଟେ। ଏହାର ଅର୍ଥ ବିଲେଇ ମାତ୍ର ୧୮ ସେକେଣ୍ଡରେ ଏହି ଚୋରି କରିଥିଲା।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 



ବିଜେପି ପକ୍ଷରୁ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଗଣଆନ୍ଦୋଳନ

 COASTAL NEWS Odia 589

ବିଜେପି ପକ୍ଷରୁ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଗଣଆନ୍ଦୋଳନ



ଆଳି - ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାରକୁ ବିରୋଧ କରି ଭାଜପା ପକ୍ଷରୁ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ଅବସରରେ ଶନିବାର ଆଳି ନିର୍ବାଚନ ମଣ୍ଡଳୀ ଆଳି ବ୍ଲକର ନୂଆପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଆଳି ନିର୍ବାଚନ ମଣ୍ଡଳୀ ସଂଯୋଜକ ରଶ୍ମିରଞ୍ଜନ ବେହୁରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗଣଆନ୍ଦୋଳନରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ବ୍ରଜସୁନ୍ଦର ଭୂୟାଁ, ଆଶାଲତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଦିନକୁ ଦିନ ଦୁର୍ନୀତିର ଗନ୍ତାଘର ପାଲଟିଛନ୍ତି ବୋଲି ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ପ୍ରକୃତ ହିତାଧ୍ୟାକାରୀ ବାଦ ପଡୁଥିବା ବେଳେ ଥିଲାବାଲାଙ୍କୁ ଆବାସ ଦିଆଯାଉଛି, ବାର୍ଦ୍ଧକ୍ୟ, ବିଧବା ଭତ୍ତା ଯୋଜନାରେ ଯୋଗ୍ୟ ହିତାଧିକାରୀ ସାମିଲ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା, ଖାଉଟି କାର୍ଡରୁ ପ୍ରକୃତ ହିତାଧ୍ୟାକାରୀ ବଞ୍ଚିତ ହେବା ସହିତ ରାଜ୍ୟର ପ୍ରତି ପଞ୍ଚାୟତକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ଯେପରି ଭାବେ ମିଳିମିଶି ହଡ଼ପ କରିବାରେ ଲାଗିଛନ୍ତି ଏଥୁରେ ରୋକ ଲାଗିବା ଆବଶ୍ୟକ ବୋଲି ସମସ୍ତ ନେତୃମଣ୍ଡଳୀ ମତପୋଷଣ କରିଛନ୍ତି । ରାଜ୍ୟ ସରକାର ଦୁର୍ନୀତିରୁ ନ ଦୂରେଇଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଭାଜପା କର୍ମୀ ମାନେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରାଜେନ୍ଦ୍ର ସାମଲ,ଇନ୍ଦ୍ରମଣୀ ସାହୁ,ଅମିୟ ରାଉତ, ଅଶ୍ବିନୀ ଦାସ, ଅତୁଲ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।

 ହୋଇଛି । ଏହି ଅବସରରେ ଶନିବାର ଆଳି ନିର୍ବାଚନ ମଣ୍ଡଳୀ ଆଳି ବ୍ଲକର ନୂଆପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଆଳି ନିର୍ବାଚନ ମଣ୍ଡଳୀ ସଂଯୋଜକ ରଶ୍ମିରଞ୍ଜନ ବେହୁରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗଣଆନ୍ଦୋଳନରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ବ୍ରଜସୁନ୍ଦର ଭୂୟାଁ, ଆଶାଲତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଦିନକୁ ଦିନ ଦୁର୍ନୀତିର ଗନ୍ତାଘର ପାଲଟିଛନ୍ତି ବୋଲି ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ପ୍ରକୃତ ହିତାଧ୍ୟାକାରୀ ବାଦ ପଡୁଥିବା ବେଳେ ଥିଲାବାଲାଙ୍କୁ ଆବାସ ଦିଆଯାଉଛି, ବାର୍ଦ୍ଧକ୍ୟ, ବିଧବା ଭତ୍ତା ଯୋଜନାରେ ଯୋଗ୍ୟ ହିତାଧିକାରୀ ସାମିଲ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା, ଖାଉଟି କାର୍ଡରୁ ପ୍ରକୃତ ହିତାଧ୍ୟାକାରୀ ବଞ୍ଚିତ ହେବା ସହିତ ରାଜ୍ୟର ପ୍ରତି ପଞ୍ଚାୟତକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ଯେପରି ଭାବେ ମିଳିମିଶି ହଡ଼ପ କରିବାରେ ଲାଗିଛନ୍ତି ଏଥୁରେ ରୋକ ଲାଗିବା ଆବଶ୍ୟକ ବୋଲି ସମସ୍ତ ନେତୃମଣ୍ଡଳୀ ମତପୋଷଣ କରିଛନ୍ତି । ରାଜ୍ୟ ସରକାର ଦୁର୍ନୀତିରୁ ନ ଦୂରେଇଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଭାଜପା କର୍ମୀ ମାନେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରାଜେନ୍ଦ୍ର ସାମଲ,ଇନ୍ଦ୍ରମଣୀ ସାହୁ,ଅମିୟ ରାଉତ, ଅଶ୍ବିନୀ ଦାସ, ଅତୁଲ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।
#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar #बीजेपी 

ସାହୁପଡା ରେ ଗୋଚର ଜମି ଉଚ୍ଛେଦ

 COASTAL NEWS Odia 588

ସାହୁପଡା ରେ ଗୋଚର ଜମି ଉଚ୍ଛେଦ 



ଆଳି - ଆଳି ତହସିଲ ଅନ୍ତର୍ଗତ ସାହୁପଡ଼ା ଗ୍ରାମର କେତେଜଣ ବ୍ୟକ୍ତି ଦୀର୍ଘଦିନ ହେବ ଜବରଦଖଲ କରିଥିବା ଗୋଚରଜମିକୁ ସୋମବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସୂଚନା ଅନୁଯାୟୀ,ଏହି ମୌଜାର ଖାତା ନଂ. ୫୪୪,ପ୍ଲଟ ନଂ. ୬୧୩ କିସମ ଗୋଚର ଜମି ଜବରଦଖଲରେ ରହିଥିଲା। ରାଜୀବ ମୁଦୁଲି ଓ ଅଞ୍ଜନ ମହାନ୍ତି ନାମକ ୨ ଜଣ ବ୍ୟକ୍ତି ଏ ସମ୍ପର୍କରେ ୨୦୨୨ ନଭେମ୍ବର ୨୮ରେ ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି ନଂ. ୩୧୬୯୨/୨୨ରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକ୍ରମେ ଦଖଲ କରିଥିବା ଅଧିକାରୀ ଖଣ୍ଡୁଆଳ, ଦିଜେନ୍ଦ୍ରଜେନା, ଆଲୋକ ଜେନା, ସରୋଜଖଣ୍ଡୁଆଳ, ଅଚ୍ୟୁତାନନ୍ଦ ରାଉଳ, ଜଗବନ୍ଧୁ ରାଉଳ ଓ ଗୌରହରି ରାଉଳଙ୍କୁ ଉଚ୍ଛେଦପାଇଁ ନୋଟିସ ହୋଇଥିଲା । ସୋମବାର ପ୍ରଶାସନ ପକ୍ଷରୁ ଏମାନଙ୍କ ଦଖଲରେଥିବା ଜାଗାକୁ ଉଚ୍ଛେଦ କରାଯିବା ସହ ଅଚ୍ୟୁତାନନ୍ଦଙ୍କ ଏକ ଚାଳ ଘରକୁ ଭାଙ୍ଗି ଦିଆଯାଇଛି। ଏହି ଉଚ୍ଛେଦରେ ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ସ୍ବାଇଁଙ୍କ ନେତୃତ୍ୱରେ ରାଜସ୍ୱ ନିରୀକ୍ଷକ କରୁଣାକର ମଲିକଙ୍କ ସହ ଅନ୍ୟ କର୍ମଚାରୀ ଭାଗନେଇଥିଲେ। ଆଳି ଥାନା ପୋଲିସ ଏସ୍‌ଆଇ ପ୍ରଦୋଷ ପଟ୍ଟନାୟକଙ୍କ ଉପସ୍ଥିତ ରହି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ବିରିୟାନି ନମିଳିବାରୁ ଭୟଙ୍କର ଗଣ୍ଡଗୋଳ

 COASTAL NEWS Odia 587

ବିରିୟାନି ନମିଳିବାରୁ ଭୟଙ୍କର ଗଣ୍ଡଗୋଳ 

ବିରିୟାନି ନମିଳିବାରୁ ଭୟଙ୍କର ଗଣ୍ଡଗୋଳ 


ପାକିସ୍ତାନ - ବିରିୟାନିରେ ମିଳିଲାନି ମଟନ । ଆଉ ମଟନ ନମିଳିବାରୁ ହେଲା ଭୟଙ୍କର ଗଣ୍ଡଗୋଳ । ବିବାହ ଭୋଜି ଖାଇବା ସମୟରେ ଖାଇବାରେ ମଟନ ନମିଳିବାରୁ ଅତିଥିଙ୍କର ରାଗ ମୁଣ୍ଡକୁ ଚଢ଼ିଗଲା । ଆଉ ପରେ ଏପରି କିଛି ହୋଇଥିଲା ଯାହା ଆପଣ ବିଶ୍ୱାସ କରି ପାରିବେନି ।

ବିବାହ ଭୋଜିରେ ଅତିଥିମାନଙ୍କ ପାଇଁ ସ୍ୱାଦିଷ୍ଟ ଭୋଜନ ରନ୍ଧା ଯାଇଥାଏ । ତେବେ ବର୍ତ୍ତମାନ ବିରିୟାନି ଟ୍ରେଣ୍ଡିଂରେ ଚାଲୁଛି । ତେଣୁ ବିବାହ ସମାରୋହରେ ମେନ କୋର୍ସ ବିରିୟାନି ରଖାଯାଉଛି । ତେବେ ଏହି ବିରିୟାନୀକୁ ନେଇ ଏକ ବିବାହରେ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା । ସାମାନ୍ୟ ବିରିୟାନି ପାଇଁ ପରସ୍ପରକୁ ମାରପିଟ କରିବାକୁ ପଛାଇଲେନି କିଛି ଅତିଥି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ‘ଘର କେ କଲସ’ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି ।

ଏଭଳି ଏକ ବିଚିତ୍ର ଘଟଣା ପାକିସ୍ତାନରୁ ସାମ୍ନାକୁ ଆସିଛି । ଏକ ବିବାହ ସମାରୋହରେ ବିରିୟାନି ନମିଳିବାରୁ ଭୟଙ୍କର ଗଣ୍ଡଗୋଳ ହୋଇଥିଲା ଯାହାର ଭିଡିଓ ବିର୍ତ୍ତମାନ ଭାଇରାଲ ହେଉଛି । ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା ବର୍ତ୍ତମାନ X ନାମକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଛଅ ମିନିଟର ଭିଡିଓ ପୋଷ୍ଟ କରାଯାଇଛି । ବିବାହ ସମାରୋହରେ ଯୋଗ ଦେଇଥିବା ଜଣେ ବ୍ୟକ୍ତିଙ୍କ ବିରିୟାନିରେ ପର୍ଯ୍ୟାପ୍ତ ପରିମାଣର ମଟନ୍ ନଥିଲା, ଫଳରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଏବଂ ଲୋକମାନେ ପରସ୍ପର ଉପରେ ଚେୟାର ଫିଙ୍ଗି ଝଗଡ଼ା କରୁଥିଲେ ।

ଭାଇରାଲ ହୋଇଥିବା ଭିଡିଓରେ ଏକ ଧଳା ଟେଣ୍ଟ ନିର୍ମାଣ କରାଯାଇଥିଲା ଯେଉଁଥିରେ ମହିଳା ଏବଂ ପୁରୁଷଙ୍କ ଖାଇବା ସ୍ଥାନକୁ ଅଲଗା କରାଯାଇଥିଲା । ଭିଡିଓରେ ଝଗଡ଼ା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ବ୍ୟକ୍ତି ଖାଇବା ଟେବୁଲ ନିକଟକୁ ଆସି ଜଣେ ଅତିଥିଙ୍କ ଟୋପି କାଢ଼ି ଫୋପାଡି ଦେଇଥିଲେ । କିଛି ସମୟ ମଧ୍ୟରେ ସେହି ସ୍ଥାନରେ ପରିବେଶ ଭୟଙ୍କର ହୋଇଥିଲା ଏବଂ ଅତିଥିମାନେ ପରସ୍ପରକୁ ଚେୟାର ଫୋପାଡ଼ି ମାରିବାକୁ ଆରମ୍ଭ କରିଥିଲେ । କିଛି ମହିଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ । ତେବେ କିଛି ସମୟ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ଯଦିଓ ଝଗଡା କାହିଁକି ହୋଇଛି ତାହାର କୌଣସି ସ୍ପଷ୍ଟ କାରଣ ନାହିଁ, କିନ୍ତୁ ଘର କେ କଲେସ ନାମକ ଆକାଉଣ୍ଟରୁ ଭାଇରାଲ ହୋଇଥିବା ଏହି ପୋଷ୍ଟରେ ବିରିୟାନି ନମିଳିଥିବାରୁ ଗଣ୍ଡଗୋଳ ହୋଇଥିବା କୁହାଯାଇଛି । ବୋଲ୍ଟନର ରେଜିଣ୍ଟ ହଲରେ ଏହି ଘଟଣା ଘଟିଥିବା ଜଣାଯାଇଛି । ଏହି ଘଟଣା ୨୯ ଅଗଷ୍ଟ ୨୦୨୩ରେ, ୮ଟା ୪ ମିନିଟ ସମୟରେ ପୋଷ୍ଟ କରାଯାଇଛି । ସେୟାର ହେବା ପରଠାରୁ ଏହି କ୍ଲିପ୍ କୁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଅନେକ ଲାଇକ୍ ସହ ୟୁଜରମାନେ କମେଣ୍ଟ ମଧ୍ୟ ଦେଉଛନ୍ତି ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ମାତ୍ର ୩୨ ବର୍ଷ ହେଲେ ମଧ୍ୟ ୯୬ ପିଲାଙ୍କ ବାପା

 COASTAL NEWS Odia 486

  ମାତ୍ର ୩୨ ବର୍ଷ ହେଲେ ମଧ୍ୟ ୯୬ ପିଲାଙ୍କ ବାପା



ଆମେରିକା - ଆପଣ ଥରେ ଭାବନ୍ତୁ, ଜଣେ ପୁରୁଷ ନିଜ ଜୀବନ କାଳ ମଧ୍ୟରେ କେତେ ପିଲା ଜନ୍ମ କରି ପାରିବ? ୨, ୩, ୬ କିମ୍ବା ୯ .. ଆମେ ଏତିକି ସଂଖ୍ୟ ଏଥିପାଇଁ କହୁଛୁ କାରଣ ଆଗ କାଳରେ ଜଣ ଜଣଙ୍କର ୮, ୯ ଟି ପିଲା ଜନ୍ମ ହେଉଥିଲେ । ସେତେବେଳେ ଜୀବନଶୈଳୀ ଯେହେତୁ ପୁରା ଅଲଗା ଥିଲା ତେଣୁ ଏତିକି ପିଲା ଜନ୍ମ ହେବା ପରେ ବି ବାପା ମାଙ୍କ ସ୍ୱାସ୍ଥ୍ୟ ଠିକ ରହୁଥିଲା । କିନ୍ତୁ ଆଜି କାଲି ର ଲାଇଫଷ୍ଟାଇଲ ତ ପୁରା ବଦଳିଗଲାଣି । ଏବେ ଛୁଆ ଜନ୍ମ ଆଗରୁ ଫ୍ୟାମିଲି ପ୍ଲାନିଂ ହେଉଛି ।ଅତି ବେଶୀ ରେ କାହାର ୨ ରୁ ୩ ପିଲା ଆପଣ ଦେଖୁଥିବେ । କିନ୍ତୁ ଦୁନିଆରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାର ମୋଟ ୯୬ଟି ସନ୍ତାନ ଅଛନ୍ତି । ବୟସ ବେଶୀ ବି ନୁହେଁ । ମାତ୍ର ୩୨ ବର୍ଷ । ଏତେ କମ ବୟସ ହେଲେ ସୁଦ୍ଧା ସେ ୯୬ଟି ପିଲା ର ସେ ବାପା ବନିଛନ୍ତି । ତାଙ୍କ ଫଟୋ ଦେଖିଲେ ଆପଣ ବିଶ୍ୱାସ କରିବେନି କିନ୍ତୁ ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ ।

ଛୁଆ ଜନ୍ମ ହେବା ପରେ ସେ ସବୁ ପିଲାଙ୍କୁ ଦେଖିନଥିଲେ ଓ ଜାଣି ବି ନଥିଲେ ।କିନ୍ତୁ ଯେତେବେଳେ ସେ ସେମାନଙ୍କୁ ଭେଟିବାକୁ ଚିନ୍ତା କଲେ, ସେତେବେଳେ ତାଙ୍କୁ ଚାକିରି ଛାଡିବାକୁ ପଡିଲା ।

୯୬ ପିଲାଙ୍କ ବାପାଙ୍କ ବୟସ ମାତ୍ର ୩୨ ବର୍ଷ । ଏବେ ଯାଏ କେବଳ ସେ ୨୫ ଜଣକୁ ଭେଟିଛନ୍ତି । ଯୁବକ ଜଣଙ୍କ ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟି ରେ ସାଇକୋଲୋଜି ବିଭାଗର ଛାତ୍ର ଥିଲେ।ପ୍ରକୃତରେ ସେ କଲେଜ ଦିନରୁ ଦମ୍ପତିଙ୍କୁ ବାପା ମା ହେବାରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କର ୬ ବର୍ଷ ଅଧ୍ୟୟନ ସମୟମଧ୍ୟରେ ସେ ୯୬ ପିଲାଙ୍କ ବାପା ହୋଇ ଯାଇଥିଲେ। ଯେଉଁ ବ୍ୟବସ୍ଥାକୁ ଆମେ ସ୍ପର୍ମ ଡୋନେଟ କହିଥାଉ । ଏବେ ଆପଣ ବୁଝିପାରୁଥିବେ ନିଶ୍ଚୟ । ଏହା କରିବା ପଛରେ ତାଙ୍କର ଏକ କାରଣ ମଧ୍ୟ ଥିଲା ।

ରିପୋର୍ଟ ଅନୁଯାୟୀ, ଡାଇଲନ୍ ଷ୍ଟୋନ୍-ମିଲର୍ ତାଙ୍କର ୬ ବର୍ଷର ପାଠପଢ଼ା ସମୟରେ ଟଙ୍କା ରୋଜଗାର କରିବା ପାଇଁ Sperm donation କରିଥିଲେ। ସେ ପ୍ରତ୍ୟେକ ଥର ପାଇଁ ୮୨୦୦ ଟଙ୍କା ଚାର୍ଜ କରୁଥିଲେ । ଏହିପରି ଟଙ୍କା ରୋଜଗାର କରି ନିଜ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରୁଥିଲେ । ୧୮ ବର୍ଷ ହେବା ପରେ ଡାଇଲନ୍ Sperm bank କୁ ତାଙ୍କ ସୂଚନା ସେୟାର କରିବାକୁ ଅନୁମତି ଦେଇଥିଲେ । ସେବେଠାରୁ ସେ ନିଜ ବାଇଲୋଜିକାଲ ପିଲାମାନଙ୍କୁ ଭେଟିବା ଆରମ୍ଭ କଲେ । ୨୦୨୦ ମସିହାରେ ପ୍ରଥମ ଥର ପାଇଁ, ଡାଇଲାନ୍ ତାଙ୍କର ୬ ବର୍ଷର ଝିଅ ଓ ତା’ର ଭଉଣୀଙ୍କୁ ଭେଟିଥିଲେ । ଦୁହେଁ ତାଙ୍କର ହିଁ ଝିଅ ଥିଲେ।

ଯେତେବେଳେ ସେ ତାଙ୍କର Sperm bank ID କୁ ଫେସବୁକ୍ ଗ୍ରୁପ୍ ସହିତ ଯୋଡିଥିଲେ, ସେତେବେଳେ ସେ ଏପରି ଅନେକ ବାପା ମା ଙ୍କୁ ଭେଟିଥିଲେ ଯାହାଙ୍କୁ ସେ ସାହାଯ୍ୟ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କର ୨୩ ଟି ବାଇଲୋଜିକାଲ୍ ସନ୍ତାନଙ୍କୁ ଭେଟିଛନ୍ତି । ସେ ଏହି କାମ ପାଇଁ ଚାକିରି ଛାଡି ଦେଇଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କ ସନ୍ଧାନରେ ୯୦୦୦ ମାଇଲ୍ ଯାତ୍ରା କରିସାରିଲେଣି । ତାଙ୍କ ପାଖରେ ନାମ, ବୟସ ଏବଂ ପିଲାମାନଙ୍କର ଠିକଣାର ଏକ ସମ୍ପୂର୍ଣ୍ଣ ତାଲିକା ଅଛି, ଯାହା ସାହାଯ୍ୟରେ ସେ ତାଙ୍କର ବାଇଲୋଜିକାଲ ପିଲାମାନଙ୍କୁ ଖୋଜୁଛନ୍ତି ।

ବାପା ମା ର ସୋଭାଗ୍ୟ ପାଇବା କିଛି ଜଣକ କ୍ଷେତ୍ରରେ ମିଳିନଥାଏ । ସେମାନଙ୍କ ଆଶାକୁ ନିରାଶ ନକରି ଡାଇଲନ୍ ଙ୍କ ଏହି ପଦକ୍ଷେପ ନିହାତି ପ୍ରଶଂସା ଯୋଗ୍ୟ । ନିଜ ସ୍ପର୍ମ ଡୋନେଟ କରି ସେ ଅନ୍ୟ ମାନଙ୍କୁ ଗୋଟିଏ ଭଲ ପରିବାର ଦେଇଛନ୍ତି । ଯାହାକୁ ନେଇ ସେ ଏବେ ଚର୍ଚା ରେ ଅଛନ୍ତି ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 



ଚୀନରୁ ଏକ ଛାତିଥରା ଘଟଣା

 COASTAL NEWS Odia 585

ଚୀନରୁ ଏକ ଛାତିଥରା ଘଟଣା



ଚୀନ - ଚୀନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମା’ ତା’ ନବଜାତକକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଖବରରୁ ଜଣାପଡ଼ିଛି ଯେ ଜଣେ ଗର୍ଭବତୀ ମହିଳା ଛୁଟି କାଟିବା ପାଇଁ ସାଉଥ୍ ଓ୍ଵଷ୍ଟେ ଚୀନର ନଗରପାଳିକା ଚୋଙ୍ଗକିଙ୍ଗ୍ ଆସିଥିଲେ। ଏଠାରେ ସେ ଏକ ଆବାସିକ ବିଲ୍ଡିଂର ଲିଫ୍ଟରେ ଶିଶୁକୁ ଜନ୍ମ ଦେଇଥିଲେ। ଲୋକେ ଯେପରି ଜାଣିପାରିବେ ନାହିଁ, ସେଥିପାଇଁ ମହିଳା ନିଜ ଦେହରେ ଏବଂ ଶିଶୁ ଦେହରେ ଲାଗିଥିବା ରକ୍ତକୁ ସଫା କରିବା ସହ ଲିଫ୍ଟରେ ପଡ଼ିଥିବା ରକ୍ତକୁ ମଧ୍ୟ ଟିସୁ ସାହାଯ୍ୟରେ ସଫା କରିଦେଇଥିଲେ।

ଏହାପରେ ସେ ନିଜ ନବଜାତକକୁ ଡଷ୍ଟବିନ୍‌ରେ ଫିଙ୍ଗି କିଛି ଟିସୁ ପେପରକୁ ସେଥିରେ ପକାଇ ଦେଇଥିଲେ, ଯଦ୍ଦ୍ଵାରା ଶିଶୁଟି ଡଷ୍ଟବିନ୍‌ରେ ପଡ଼ିଛି ବୋଲି କେହି ଜାଣିପାରିବେ ନାହିଁ। ଏହି ଘଟଣା ଅଗଷ୍ଟ ୨୧ରେ ଘଟିଥିଲା।

ମହିଳା ଜଣକ ସୁଟ୍‌କେଶ ଧରି ଲିଫ୍ଟରେ ଚଢିଥିଲେ। ଏହାପରେ ଲିଫ୍ଟରେ ସେ ଶିଶୁକୁ ଜନ୍ମ ଦେଇଥିଲେ। ରାତି ୮.୪୭ରେ ମହିଳା ନିଜ ନବଜାତକକୁ ଧରି ଲିଫ୍ଟରୁ ବାହିରିଥିଲେ ଏବଂ ସେଠାରେ ଏକ ଡଷ୍ଟବିନ୍‌ରେ ଶିଶୁଟିକୁ ଫିଙ୍ଗି ଦେଇଥିଲେ।

ତେବେ ବିଲ୍ଡିଂରେ ରହୁଥିବା କିଛି ଲୋକଙ୍କ ନଜର ଯେତେବେଳେ ଡଷ୍ଟବିନ୍ ଉପରେ ପଡ଼ିଥିଲା, ସେତେବେଳେ ସେମାନେ ସଙ୍ଗେ ସଙ୍ଗେ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। ସୂଚନା ଅନୁସାରେ, ଶିଶୁଟି ଏବେ ସୁସ୍ଥ ଅଛି। ପୋଲିସ ଘଟଣାର ତଦନ୍ତ କରୁଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ

 COASTAL NEWS Odia 584

ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ 




ନୂଆଦିଲ୍ଲୀ : ଶୋଇ ପଡିଲା ରୋଭର ପ୍ରଜ୍ଞାନ। ମିଶନ ପୂରା କରିବା ପରେ ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ । ଶିବଶକ୍ତି ପଏଣ୍ଟ ଠାରୁ ୧୦୧.୪ମିଟର ବାଟ ଅତିକ୍ରମ କରି କାମ ଶେଷ କରିଛି । ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ସ୍ଥାନକୁ ନେଇ ସ୍ଲିପ୍ ମୋଡ୍ ରେ ରଖିଛି ଇସ୍ରୋ । ଏଥିରେ ଲାଗିଥିବା ଉଭୟ ପେଲୋଡ୍ ଏପିଏକ୍ସଏସ ଓ ଏଲଆଇବିଏସକୁ ବନ୍ଦ କରିଦିଆଯାଇଛି । ଏହି ପେଲୋଡରୁ ଡାଟା ଲ୍ୟାଣ୍ଡର ଜରିଆରେ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚା ଯାଇଛି। ରୋଭରରେ ଥିବା ବ୍ୟାଟେରୀ ସଂପୂର୍ଣ୍ଣ ଚାର୍ଜରେ ରହିଛି ।

ଏହାକୁ ଏହିଭଳି ଦିଗରେ ରଖାଯାଇଛି ସେପ୍ଟେମ୍ବର ୨୨ରେ ଯେତେବେଳେ ଚନ୍ଦ୍ରରେ ପରବର୍ତ୍ତୀ ସୂର୍ଯ୍ୟୋଦୟ ହେବ , ସେତେବେଳେ ସୂର୍ଯ୍ୟର ଆଲୋକ ଏହାର ସୌର ପ୍ୟାନେଲ ଉପରେ ପଡିବ । ସେପ୍ଟେମ୍ବର ୨୨ ପରେ ପୁଣି ସ୍ବାଭାବିକ ଭାବେ କାର୍ଯ୍ୟ କରିବ ବୋଲି ଇସ୍ରୋ ଆଶା ରଖିଛି । ଲ୍ୟାଣ୍ଡର ଓ ରୋଭର ଉପରେ ଇସ୍ରୋ ଟିମ ନଜର ରଖିଛି । ଏଯାଏ ଉଭୟଙ୍କର ସ୍ଥିତି ସ୍ବାଭାବିକ ରହିଛି । ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ପୂର୍ବକ ସଫ୍ଟଲ୍ୟାଣ୍ଡି କରିଥିଲା।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 



ଜଗତ୍ସିଂହପୁର ଜିଲାରେ ପୁଷ୍ଟିକର ଖାଦ୍ୟ ଯୋଗାଣ ନିମ୍ନମାନର

 COASTAL NEWS Odia 583

ଜଗତ୍ସିଂହପୁର ଜିଲାରେ ପୁଷ୍ଟିକର ଖାଦ୍ୟ ଯୋଗାଣ ନିମ୍ନମାନର



ଜଗତ୍‌ସିଂହପୁର, ୩ା୯- ଜଗତସିଂହପୁର ଜିଲାର ପାଖାପାଖି ୩୧,୪୬୭ ଶିଶୁ, ୨୨୮ ଦୁର୍ବଳ ଶିଶୁ, ୧୦,୩୫୧ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଥିବା ନେଇ ସରକାରୀ ଭାବେ ଦର୍ଶାଯାଉଛି। ବାସ୍ତବରେ କିନ୍ତୁ ପ୍ରତ୍ୟେକଙ୍କ ପାଖରେ ଏହା ପହଞ୍ଚତ୍ପାରୁନାହିଁ। ଏହାବାଦ୍‌ ଖାଦ୍ୟ ପରିମାଣ ଏବଂ ମାନ କମ୍‌ କରାଯାଇ ବାର୍ଷିକ ଏକାଧିକ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଲୁଚି ରହିଥିବା ରହସ୍ୟ ପଦାକୁ ଆସିବ ବୋଲି ଦାବି ହେଉଛି।

ଅତୀତରେ ଏହି ଯୋଜନାରେ ଯୋଗାଇ ଦିଆଯାଉଥିବା ଡାଲି ଏବଂ ଚାଉଳରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ୨୦୧୧ରୁ ଛତୁଆ ଯୋଗାଇ ଆସୁଛନ୍ତି। କିନ୍ତୁ ଏଥିରେ କୌଣସି ସୁଧାର ଆସୁନାହିଁି । ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକରେ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଏହି ପୁଷ୍ଟିକର ଖାଦ୍ୟ ଯୋଗାଇ ଆସୁଛନ୍ତି। ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବଣ୍ଟନର ସୁବିଧା ଦୃଷ୍ଟିରୁ ଭିନ୍ନଭିନ୍ନ ରଙ୍ଗର ପ୍ୟାକେଟ୍‌ରେ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଛତୁଆ ଯୋଗାଇ ଦିଆଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ କେତେକ ସ୍ବୟଂ ସହାୟକ ଗୋଷ୍ଠୀକୁ ବାଦ୍‌ ଦେଲେ ଅଧିକାଂଶ ଗୋଷ୍ଠୀର ଲାଭଖୋର ମନୋଭାବ ଯୋଗୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁି । ଛତୁଆ ପ୍ରସ୍ତୁତକାରୀ ସଂସ୍ଥାଗୁଡିକ ଓଜନରେ ଅର୍ଥାତ୍‌ ମାସିକ ଲକ୍ଷାଧିକ ପ୍ୟାକେଟ୍‌ ଛତୁଆରେ ସିଧାସଳଖ ବାଟମାରଣା କରୁଛନ୍ତି। ଏବାବଦରେ ବାର୍ଷିକ ବହୁ ଟଙ୍କାର ବାଟମାରଣା ହେଉଛି। କେବଳ ଓଜନରେ ନୁହେଁ, ଗୁଣାତ୍ମକ ମାନରେ ମଧ୍ୟ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଗହମ, ବୁଟ, ଚିନାବାଦାମ ଏବଂ ଚିନିର ଭାଗ ଠିକ୍‌ ରହୁନି। ସରକାରୀ ଭାବେ ଏସ୍‌ଏଚ୍‌ଜିଗୁଡ଼ିକୁ କିଲୋଗ୍ରାମ ପିଛା ୨ ଟଙ୍କା ଦରରେ ଗହମ ଯୋଗାଣ ହେଉଛି। ବଜାରରେ ଏହା ଉପଲବ୍ଧ ହେଉ ନ ଥିବା ବେଳେ ଯେଉଁଠି ମିଳୁଛି ଅଧିକ ଦରରେ ବିକ୍ରି ହେଉଛି। ଫଳରେ ଏହାର ଚାହିଦା ଅଧିକ ରହୁଛି। ଏହାର ସୁଯୋଗରେ ଗୋଷ୍ଠୀଗୁଡିକ ବର୍ଦ୍ଧିତ ଦରରେ ଗହମ ବିକି ବେଶ ଲାଭବାନ ହେଉଛନ୍ତି। ଏଥିସହ ଚିନି, ବୁଟ ଏବଂ ଚିନାବାଦାମ ବାବଦରେ ବାର୍ଷିକ ପାଖାପାଖି ଏକାଧିକ କୋଟି ଟଙ୍କାର ହେରଫେର ହେଉଛି। ଜିଲାରେ ଏକାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦୀର୍ଘ ବର୍ଷ ଧରି ଛତୁଆ ଯୋଗାଇ ଆସୁଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଏହି ଏସ୍‌ଏଚ୍‌ଜି ନାମରେ ଅନେକ ପ୍ରଭାବଶାଳୀ ଲୋକ ଏହାକୁ ନିୟନ୍ତ୍ରଣ କରୁଛନ୍ତି । ସେମାନେ ବିଭାଗୀୟ ଅଧିକାରୀମାନଙ୍କ ସହ ବୁଝାମଣା କରି ମନଇଚ୍ଛା କାରବାର ଚଳାଇଛନ୍ତି । ଅତୀତରେ ଜଗତ୍‌ସିଂହପୁର ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ସଭ୍ୟାସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ। ସେମାନେ କହିଥିଲେ, ବର୍ଷାଧିକ କାଳହେବ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଛତୁଆ ଉତ୍ପାଦନ ଏବଂ ଯୋଗାଣ ଦାୟିତ୍ୱ ଦିଆଯାଇଛି। ମାତ୍ର ଏଗୁଡିକର ମାନ ନିର୍ଦ୍ଧାରଣ କିମ୍ବା ତଦାରଖ ହେଉ ନାହିଁ । କେବଳ ଛତୁଆ ଯୋଗାଉଥିବା ଏସ୍‌ଏଚ୍‌ଜିଗୁଡ଼ିକର ଅବଧି ପ୍ରତିବର୍ଷ ନବୀକରଣ କରାଯାଉଛି । ଏଥିସହ ପ୍ରତି ମାସରେ ଷ୍ଟେଟ୍‌ ଲାବୋରେଟୋରିକୁ ସାମ୍ପଲ ପରୀକ୍ଷା ପାଇଁ ପଠାଯାଉଛି କି ନାହିଁ ଜଣାପଡୁନାହିଁ। ଏହାଦ୍ୱାରା ଶିଶୁ, ଗର୍ଭବତୀ ଏବଂ ପ୍ରସୂତିଙ୍କ ସହ ଖେଳ ଖେଳାଯାଉଛି। ତେଣୁ ପ୍ରତି ପଞ୍ଚାୟତରେ ଷ୍ଟାଣ୍ଡିଂ କମିଟି ଗଠନ କରାଯାଉ।

Saturday, September 2, 2023

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

 COASTAL NEWS Odia 582

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ


 


ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଯାଇଛି। ଦିଗପହଣ୍ଡିର ବର୍ତ୍ତମାନ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଆଉ ନାହାନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ। ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ୭୫ ବୟସରେ ପରଲୋକ ହୋଇଛି। ‘ସୂର୍ଯ୍ୟ ପାତ୍ର’ ଓ ‘ଆନ୍ନା’ ଭାବେ ଜଣାଶୁଣା ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟରେ ମନ୍ତ୍ରୀ, ବାଚସ୍ପତି ଏବଂ ବିଜେଡି ଦଳର ବିଭିନ୍ନ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ଘନଘନ ବିଜୁଳିରେ ଥରିଲା ରାଜଧାନୀ

 COASTAL NEWS Odia 581

ଘନଘନ ବିଜୁଳିରେ ଥରିଲା ରାଜଧାନୀ



ଭୁବନେଶ୍ବର - ଘନଘନ ବିଜୁଳିରେ ଥରିଲା ରାଜଧାନୀ ଭୁବନେଶ୍ୱର। ଘଣ୍ଟାଏରେ ଭୁବନେଶ୍ୱର ସହରରେ ମାରିଛି ୪୨ ହଜାରରୁ ଅଧିକ ଥର ବିଜୁଳି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ରାଜଧାନୀବାସୀ ଭୟଭୀତ ହୋଇଛନ୍ତି। ସେପଟେ ଲଗାଣ ବର୍ଷାରେ ଭାସିଛି ଦ୍ୱୈତନଗରୀ।

ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ଭୁବନେଶ୍ୱର ଆକାଶରେ ଘୋଟି ଆସିଥିଲା କାଳାହାଣ୍ଡିଆ ମେଘ। ପ୍ରଥମେ ଝିପିଝିପି ବର୍ଷା ହୋଇଥିଲା। ତା’ପରେ ଆରମ୍ଭ ହୋଇଥିଲା ବଜ୍ରପାତ। ଗୋଟିଏ ପରେ ଗୋଟିଏ ବିଜୁଳି ମାରିଥିଲା। କଳାହାଣ୍ଡିଆ ମେଘ ଭିତରେ ଆଲୋକିତ ହୋଇଯାଇଥିଲା ରାଜଧାନୀର ଆକାଶ। ମିଳିଥିବା ସୂଚନା ଅନୁସାରେ ପ୍ରାୟ ଏକ ଘଣ୍ଟାରେ ୪୨ ହଜାର ଥର ବିଜୁଳି ମାରିଛି। ପରେ ମେଘର ପରିମାଣ ବଢ଼ିଥିଲା।

ରାଜଧାନୀରେ ନିର୍ଧୁମ ଛେଚିଥିଲା ବର୍ଷା। ପ୍ରାୟ ଦେଢ଼ଘଣ୍ଟା ଧରି ବର୍ଷା ଲାଗି ରହିଥିଲା। ଆଜି ରାଜଧାନୀରେ ୧୨୬ ମିଲିମିଟର ବର୍ଷା ହୋଇଛି। ଜଳାର୍ଣ୍ଣବ ହୋଇ ପଡ଼ିଛି ରାଜଧାନୀର ରାସ୍ତାଘାଟ। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ଇସ୍କନ ମନ୍ଦିର ଆଗ, ଲକ୍ଷ୍ମୀସାଗର, ଓଲ୍‌ଡ ଟାଉନ୍‌, ନୟାପଲ୍ଲୀ ପ୍ରମୁଖ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ଜୀବନଯାତ୍ରା ପ୍ରବାହିତ ହୋଇଯାଇଛି। ଓଭରବ୍ରିଜ୍‌ ତଳ ଆଶ୍ରୟ ସ୍ଥଳ ପାଲଟିଛି।

ସେପଟେ ରୁପାର ସହର କଟକର ଅବସ୍ଥା ବେହାଲ ହୋଇଛି। ରାସ୍ତାରେ ଜମିଛି ଆଣ୍ଠୁଏ ଉଚ୍ଚର ବର୍ଷା ପାଣି। ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଛି। ଲୋକମାନେ ଘରୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ପାଣି ନିଷ୍କାସନ ପାଇଁ ମହାନଗର ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଜି କଟକରେ ୯୫.୮ ମିଲିମିଟର ବର୍ଷା ହୋଇଛି।

ବର୍ଷା କେବଳ ଦ୍ୱୈତନଗରରେ ହୋଇନାହିଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଛି ବଜ୍ରପାତ ଓ ବର୍ଷା। ଏଥିରେ ଯାଇଛି ୪ରୁ ଅଧିକ ଜୀବନ। ଏହାଛଡ଼ା ଅନେକ ଗୁରୁତ ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛି। ବର୍ଷା ୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ଚନ୍ଦ୍ରଯାନ ୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛି

  COASTAL NEWS Odia 580

ଚନ୍ଦ୍ରଯାନ ୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛି



ନୂଆଦିଲ୍ଲୀ - ଭାରତୀୟଙ୍କ ପାଇଁ ଶନିବାର ଡବଲ ଖୁସି ଆଣି ଦେଇଛି ଇସ୍ରୋ। ଆଜି ଇସ୍ରୋ ବେଶ ସଫଳତାର ସହ ତା’ର ପ୍ରଥମ ସୌର ମିଶନ ଆରମ୍ଭ କରିଛି। ଆଦିତ୍ୟ-ଏଲ ୧ ଆଜି ଦିନ ୧୧.୫୦ରେ ସୂର୍ଯ୍ୟ ଅଭିମୁଖେ ଉଡ଼ାଣ ଭରିଛି। ସେହିପରି ଦ୍ୱିତୀୟ ଘଟଣାରେ ଚନ୍ଦ୍ରଯାନ ୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛି।

ଜହ୍ନ ରାଇଜରେ ରୋଭର ପ୍ରଜ୍ଞାନ ୧୦୦ ମିଟର ରାସ୍ତା ଅତିକ୍ରମ କରିଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ୧୦୦ ମିଟର ଯାତ୍ରା କରିବା ପରେ ପ୍ରଜ୍ଞାନ ଥକି ପଡ଼ିନି। ସେ ଆଗକୁ ବଢ଼ିବାରେ ଲାଗିଛି।

ପ୍ରଜ୍ଞାନର ଏପରି ସଫଳତା ପରେ ଇସ୍ରୋ ଗୋଟିଏ ଟ୍ୱିଟ କରିଛି। ଏଥିରେ ଲେଖିଛି ଯେ “ଚନ୍ଦ୍ରଯାନ ୩ ମିଶନ: ପ୍ରଜ୍ଞାନ ୧୦୦* ବା ନଟଆଉଟ। ଏସବୁ ମଧ୍ୟରେ ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ଏପର୍ଯ୍ୟନ୍ତ ୧୦୦ ମିଟର ଦୂରତା ଅତିକ୍ରମ କରି କ୍ରମାଗତ ଭାବେ ଆଗକୁ ବଢ଼ି ଚାଲିଛି।”

ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି ଯେ ରୋଭର ଓ ଲ୍ୟାଣ୍ଡରକୁ “ସ୍ଲିପ ମୋଡ”ରେ ରଖିବା ପ୍ରକ୍ରିୟା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ। କାରଣ ସେମାନଙ୍କୁ ଖୁବଶୀଘ୍ର ଚନ୍ଦ୍ରର ଅନ୍ଧକାରମୟ ସ୍ଥିତିକୁ ସାମ୍ନା କରିବାକୁ ହେବ ବୋଲି ସେ କହିଛନ୍ତି।

ଜୁଲାଇ ୧୪ରେ LVM-3 ଯୋଗେ ଚନ୍ଦ୍ରପୃଷ୍ଠକୁ ଯାଇଥିଲା ଚନ୍ଦ୍ରଯାନ-୩ । ଶତୀଶ ଧାୱନ ପରୀକ୍ଷଣ କେନ୍ଦ୍ରରୁ ଇସ୍ରୋ ଏହାକୁ ଉତକ୍ଷେପଣ କରିଥିଲା। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଅଗଷ୍ଟ ୨୩ରେ ଦକ୍ଷିଣ ମେରୁରେ ନିଜର ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ତିଂ କରି ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା।



ଏହାପରେ ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରି ଜହ୍ନ ରାଇଜର ତଥ୍ୟ ସଂଗ୍ରହ କରିବାରେ ଲାଗିଛି।

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...