AFFILIATE MARKETING

https://binomo.com?a=90810425bb57&t=0

Saturday, August 12, 2023

ଯୁବତୀଙ୍କୁ ଅପହରଣ ବେଳେ ଗୋଡ଼ାଇ ଧରିଲା ପୋଲିସ

 ଯୁବତୀଙ୍କୁ ଅପହରଣ ବେଳେ ଗୋଡ଼ାଇ ଧରିଲା ପୋଲିସ 





ନୟାଗଡ଼ : ଯୁବତୀଙ୍କୁ ଅପହରଣ ବେଳେ ଗୋଡ଼ାଇ ଧରିଲା ପୋଲିସ । ଯୁବତୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରାଯାଇଛି । ନୟାଗଡ଼ ସଦର ଥାନା ଅଞ୍ଚଳରୁ ଏହି ଘଟଣା ସାମନାକୁ ଆସିଛି । ୪ ଅପହର୍ତ୍ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ନୟାଗଡ଼ ସଦର ଥାନା ପୋଲିସ ।

ଅଭିଯୋଗ ହୋଇଛି, ନୟାଗଡ଼ ରାଜପାଟଣା ନିକଟରେ ଯୁବତୀ ଜଣକ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ୪ ଯୁବକ ଏକ କାରରେ ଆସି ତାଙ୍କୁ ଅଟକାଇଥିଲେ ।ପରେ ଯୁବତୀଙ୍କୁ ଅପହରଣ କରିନେଇଯାଉଥିବା ବେଳେ କେହି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ନୟାଗଡ଼ ସଦର ପୋଲିସ କାରକୁ ପିଛା କରି ଚଣ୍ଡୀବସ୍ତ ନିକଟରେ କାରକୁ ଧରିବା ସହ ଜବତ କରି ଥାନାକୁ ଆଣିଛି ।ତେବେ କ’ଣ ପାଇଁ ଅପହରଣ କରିଥିଲେ । ଏହାର ପଛରେ ଆଉ କ’ଣ କାରଣ ରହିଛି ସେନେଇ ପୁଲିସ ଅଧିକ ଖୋଳତାଡ କରୁଛି ।

ଗୁଜରାଟର ସୁରଟରେ ଭୁଲ୍‌ ପାର୍କିଂକୁ ନେଇ ଜଣେ ବ୍ୟକ୍ତି ଙ୍କୁ ମାଡ ମାରି ପୋଲିସ ଅଧିକାରୀ ସସପେଣ୍ଡ

 ଗୁଜରାଟର ସୁରଟରେ ଭୁଲ୍‌ ପାର୍କିଂକୁ ନେଇ ଜଣେ ବ୍ୟକ୍ତି ଙ୍କୁ ମାଡ ମାରି ପୋଲିସ ଅଧିକାରୀ ସସପେଣ୍ଡ 



ସୁରଟ : ଗୁଜରାଟର ସୁରଟରେ ଭୁଲ୍‌ ପାର୍କିଂକୁ ନେଇ ଜଣେ ବ୍ୟକ୍ତି ଜୋରିମାନା ଟଙ୍କା ଦେବାକୁ ମନା କରିବାରୁ ତାଙ୍କର ରେଳବାଇ ପୁଲିସ୍‌ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ପୁଲିସ୍‌ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା ମାରିଲେ। ଏହାର ଭିଡିଓ ଚିତ୍ର ପ୍ରଘଟ ହେବାରୁ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁସାରେ, ବ୍ୟକ୍ତିଜଣକ ଗତ ୫ ତାରିଖରେ ସୁରଟ ଷ୍ଟେସନ ନିକଟରେ ଭୁଲ୍‌ ଜାଗାରେ ଗାଡ଼ି ପାର୍କିଂ କରିଥିଲେ। ତାଙ୍କ ଉପରେ ଜୋରିମାନା କରାଯାଇଥିଲା। ବ୍ୟକ୍ତିଜଣକ ଜୋରିମାନା ଦେବାକୁ ମନା କରିବାରୁ ତୁରନ୍ତ ତାଙ୍କୁ ଥାନାକୁ ଅଣାଯାଇଥିଲା । ବ୍ୟକ୍ତିଜଣକ ଏହାର ଭିଡିଓ କରୁଥିଲେ। ଜିଆରପି ଅଧିକାରୀ ଏହା କରିବାକୁ ମନା କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହେବାରୁ ଜିଆରପି ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା ଲଗାଇ ଦେଇଥିଲେ। ସମ୍ପୃକ୍ତ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଛି

ବେଡ ବକ୍ସ ଭିତରୁ ବାହାରିଲା ପୁଅର ମୃତଦେହ

 ବେଡ ବକ୍ସ ଭିତରୁ ବାହାରିଲା ପୁଅର ମୃତଦେହ



ନୂଆଦିଲ୍ଲୀ - ପୁଅ ନିଖୋଜ ଥିବାରୁ ଚାରିଆଡ଼େ ଖୋଜି ବୁଲିଥିଲା ମା’ । ଥାନାରେ ବି ଅଭିଯୋଗ କରିଥିଲା। ହେଲେ ବହୁ ଖୋଜାଖୋଜି ପରେ ନିଜ ଘର ବେଡ ବକ୍ସ ଭିତରୁ ବାହାରିଲା ପୁଅର ମୃତଦେହ। ନିଜ ଏକମାତ୍ର ପୁଅକୁ ହରାଇ ମା’ ମନ ଛଟପଟ ହେଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏପରି ଏକ ଛାତିଥରା ଘଟଣା ରାଜଧାନୀ ଦିଲ୍ଲୀର ଇନ୍ଦ୍ରପୁରୀ ଅଞ୍ଚଳରେ ଘଟିଛି। ମୃତକ ୧୧ ବର୍ଷୀୟ ନାବାଳକ ବୋଲି ଜଣାଯାଇଛି।

ମୃତକଙ୍କ ମା’ ନିଲୁ ପୁଲିସ୍‌କୁ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କର ନିଜ ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନ ଥିବାରୁ ସେ ନିଜ ପୁଅକୁ ଧରି ଏକୁଟିଆ ରହୁଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ସେ ଘରକୁ ଫେରି ବାହାରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଅ ଡ୍ୟାନ୍ସ କ୍ଲାସ୍‌ ଯାଇଥିବ ଭାବିଥିଲେ। ମାତ୍ର ଡ୍ୟାନ୍ସ ଶିକ୍ଷକ ଫୋନ୍‌ କରି ପୁଅ ଯାଇ ନ ଥିବା କହିଥିଲେ। ଏହାପରେ ବିଭିନ୍ନ ଆଡ଼େ ଖୋଜାଖୋଜି କରିକି ବି ପୁଅକୁ ପାଇଲେନି।

ଘଟଣା ଜଣାଇବାକୁ ନିଲୁ ନିଜ ସ୍ୱାମୀ ଜୀତେନ୍ଦ୍ରଙ୍କୁ ଫୋନ୍‌ କରିଥିବା ବେଳେ ଜଣେ ମହିଳା ଫୋନ୍‌ ଉଠାଇଥିଲେ। ଏଥିସହ ନିଜ ଲୋକ ଦୂରେଇ ଗଲେ କିପରି ଲାଗେ ବୋଲି ପଚାରିଥିଲେ। ଉକ୍ତ ମହିଳାଙ୍କ କଥା ନିଲୁଙ୍କର ସହଜେ ହଜମ ନ ହେବାରୁ ଏ ନେଇ ସେ ପୁଲିସ୍‌କୁ ଜଣାଯାଇଥିଲେ।

ଏହାପରେ ନିଲୁ ନିଜ ଘରେ ଖୋଜାଖୋଜି କରି ତାଙ୍କ ବେଡର ବକ୍ସ ଭିତରୁ ଅଚେତ ଅବସ୍ଥାରେ ପୁଅକୁ ଉଦ୍ଧାର କରିଥିଲେ। ତା ବେକରେ ଦାଗ ଚିହ୍ନ ଥିଲା। ପଡ଼ୋଶୀଙ୍କ ସହଯୋଗରରେ ତୁରନ୍ତ ତାକୁ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବହୁ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ରେଡ କରୁଛି। ପୁଲିସ୍‌ କହିବାନୁଯାୟୀ, ଅଭିଯୁକ୍ତ ନିଲାଙ୍କ ପରିବାର ସହ ଜଣାଶୁଣା। ତେଣୁ ସେ ନ ଥିବା ବେଳେ ଅନାୟସରେ ତାଙ୍କ ଘରେ ପଶି ପୁଅକୁ ହତ୍ୟା କରି ଖଟ ବକ୍ସରେ ପଶାଇ ବାହାରୁ ତାଲା ପକାଇ ପଳାଇଛି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

କ୍ରିମିନାଲ ଜଜ୍‌ଙ୍କ ଘରୁ ବାହାରିଲା ପତ୍ନୀଙ୍କ ଗୁଳିବିଦ୍ଧ ମୃତଦେହ

 କ୍ରିମିନାଲ ଜଜ୍‌ଙ୍କ ଘରୁ ବାହାରିଲା ପତ୍ନୀଙ୍କ ଗୁଳିବିଦ୍ଧ ମୃତଦେହ



ଆମେରିକା - କ୍ରିମିନାଲ ଜଜ୍‌ଙ୍କ ଘରୁ ବାହାରିଲା ପତ୍ନୀଙ୍କ ଗୁଳିବିଦ୍ଧ ମୃତଦେହ। ଏହି ମାମଲାରେ ପୁଲିସ୍‌ ସମ୍ପୃକ୍ତ ଜଜ୍‌ଙ୍କୁ ବାନ୍ଧିଥିବା ବେଳେ ତାଙ୍କ ଘରୁ ଯାହା ବାହାରିଛି ତାହା ଦେଖି ପୁଲିସ୍‌ ମୁଣ୍ଡ ବୁଲାଇ ଦେଇଛି। ଜଜ୍‌ଙ୍କ ଘରୁ ପୁଲିସ୍‌ ୪୭ଟି ହତିଆର ଓ ୨୬ ହଜାରରୁ ଅଧିକ ଗୁଳି ଜବତ କରିଛି।ଏପରି ଏକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାର ସାଉଥ କଲିଫର୍ଣ୍ଣିଆରେ ଘଟିଛି। 

କାଲିଫର୍ଣ୍ଣିଅର ଏକ କୋର୍ଟର ୭୨ ବର୍ଷ ବୟସ୍କ ବିଚାରପତି ଜେଫରି ଫେରଗୁସନଙ୍କ ପୁଅ କିଛି ଦିନ ପୂର୍ବେ ପୁଲିସ୍‌କୁ ଫୋନ୍‌ କରି ତାଙ୍କ ମା’ଙ୍କ ମୃତଦେହ ଘରେ ପଡ଼ିଥିବା ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ଘରେ ପହଞ୍ଚି ଗୁଳିବିଦ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ଯାଞ୍ଚ ସମୟରେ ଘରୁ ପୁଳା ପୁଳା ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ ହୋଇଥିଲା।

ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ଜଜ୍‌ଙ୍କୁ ଗିରଫ କରିଥିବା ବେଳେ ବୟସାଧିକ କାରଣରୁ ଗୋଟିଏ ଦିନ ପରେ ତାଙ୍କୁ ଜାମିନ ପାଇ ଯାଇଥିବା ଜଣାଯାଇଛି। ଏଥିନିମନ୍ତେ ବିଚାରପତିଙ୍କ ପରିବାରକୁ ୧ ମିଲିୟନ ଡଲାର ଦେବାକୁ ପଡ଼ିଛି। ମାତ୍ର ତାଙ୍କ ପାସପୋର୍ଟକୁ କୋର୍ଟ ଜିମା ଦେବାକୁ ଆଦେଶ ଦିଆଯାଇଛି।

ଏହି ଘଟଣାରେ ବୟସ୍କ ବିଚାରପତି ଜେଫରି ଫେରଗୁସନ ନିଜ ଦୋଷ ସ୍ୱୀକାର କରି ନ ଥିବା ବେଳେ ଏହା ଏକ ଦୁଃଖଦ ଘଟଣା ବୋଲି ତାଙ୍କ ଟିମ୍‌ ପକ୍ଷରୁ ଅଫିସିଆଲି ଟ୍ୱିଟ କରାଯାଇଛି।

ଜେଫରି ଫେରଗୁସନ ୨୦୧୫ ମସିହାରୁ କ୍ରିମିନାଲ ଜଜ୍‌ ଭାବେ କାର୍ଯ୍ୟରତ ଥିବା ବେଳେ ବହୁ ଅପରାଧିକ ମାମଲାର ଚୂଡ଼ାନ୍ତା ରାୟ ପ୍ରକାଶ କରି ସାରିଛନ୍ତି। ହେଲେ ଏବେ ସେ ଏପରି ଏକ ମାମଲାରେ ଫସି ଥିବାରୁ ଆଗକୁ ଏହା କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି

 ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି



ଜଳେଶ୍ଵର - ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଡାକ୍ତରଖାନେରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସର୍ଦ୍ଦାର ବନ୍ଧ ପଞ୍ଚାୟତର ଶଙ୍ଖାଭଙ୍ଗା ଗ୍ରାମର ଗଙ୍ଗାଧର ମହାନ୍ତ। ତାଙ୍କୁ ୪୫ ବର୍ଷ ହୋଇଥିଲା।

ଗଙ୍ଗାଧରଙ୍କର ପେଟ ଯନ୍ତ୍ରଣା ହେଉଥିଲା। ପରିବାର ଲୋକେ ଗୁରୁବାର ଦିନ ୩ଟା ସମୟରେ ତାଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଗଙ୍ଗାଧର ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ପେଟ ଯନ୍ତ୍ରଣା ଅଧିକ ହୋଇଥିଲା। ଏନେଇ ପରିବାର ଲୋକେ ନର୍ସ ଦିଦିଙ୍କୁ ଜଣାଇଥିଲେ। ନର୍ସ ଦିଦି ଆସି ଗଙ୍ଗାଧରଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ଦେବାର କିଛି ସମୟ ପରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିଲା। ନର୍ସ ଦିଦି ଭୁଲ୍ ଇଞ୍ଜେକସନ୍‌ ଦେବା ଯୋଗୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଗଙ୍ଗାଧର ସ୍ତ୍ରୀ ମାଳତି ମହାନ୍ତ କହିଛନ୍ତି, ନର୍ସ ଦିଦି ନିଦରୁ ଉଠି ଆସି ମୋ ସ୍ୱାମୀଙ୍କୁ ଇଞ୍ଜେକସନ୍ ଦେଇଦେଲେ। ଇଞ୍ଜେକସନ୍ ଦେବାର କିଛି ସମୟ ପରେ ମୋ ସ୍ୱାମୀ ଚାଲିଗଲେ। ନର୍ସ ଦିଦି ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ମୋ ସ୍ୱାମୀଙ୍କର ମୃତ୍ୟୁ ଘଟିଛି।

ପେଟ ଯନ୍ତ୍ରଣା ଭଲ ହେବା ପାଇଁ ମୁଁ ଇଞ୍ଜେକ୍ସନ ଦେଇଥିଲି। କିପରି ତାଙ୍କର ମୃତ୍ୟୁ ହୋଇଛି ମୁଁ ଜାଣି ନାହିଁ ବୋଲି ସଂପୃକ୍ତ ନର୍ସ ଦିଦି କହିଛନ୍ତି। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ

 ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ 



ଆମେରିକା - ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ଏହି ନିଆଁ କବଳରେ ପଡ଼ି ଏଯାଏ ଗଲାଣି ୬୭ ଜୀବନ । ଆଖି ପିଛୁଳାକେ ନିଆଁ ବ୍ୟାପୁଥିବାରୁ ହଜାର ହଜାର ଲୋକ ବେଘର ହୋଇ ସାରିଲେଣି। ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଉଛି।

ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସେଠାକାର ପ୍ରଶାସନ ତରଫରୁ ହେଉଥିବା ସବୁ ଉଦ୍ୟମ ଫେଲ୍‌ ମାରିଛି। ନିଆଁ ଦ୍ୱାରା କବଳିତ ହୋଇ ଏ ଯାଏ ହଜାରେରୁ ଅଧିକ ବଡ଼ ବଡ଼ ବିଲ୍ଡିଂ ଜଳି ଧ୍ୱସଂସ୍ତୁପରେ ପରିଣତ ହୋଇ ଯାଉଛି। ଏହି ଭୟଙ୍କର ନିଆଁ ଯୋଗୁ ଆମେରିକାର ଲାହୌନା ସହର ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଛି। ଯୁଆଡ଼େ ଦେଖିବ ସିଆଡ଼େ ଖାଲି ଗଦା ଗଦା ପାଉଁଶ ପଡ଼ିଛି। ଆଖି ପିଛୁଳାକେ ନିଆଁ ବ୍ୟାପିବାରେ ଲାଗିଥିବାରୁ ଏ ଯାବତ ପ୍ରାୟ ୧୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଗଲାଣି।

ହାୱାଇ ପ୍ରଦେଶର ଗଭର୍ନରଙ୍କ ସୂଚନା ଅନୁଯାୟୀ, ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲାହୌନା ସହର ଏବେ ଏପରି ଏକ ସାଂଘାତିକ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରୁଛି। ଏହାକୁ ପୁଣି ଥରେ ଛିଡ଼ା କରିବାକୁ ବର୍ଷ ବର୍ଷ ସମୟ ସହ କୋଟି କୋଟି ଟଙ୍କା ଆବଶ୍ୟକ ।

ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ ୧୯୧ ମସିହାରେ ଆସିଥିବା ସୁନାମୀ ଯୋଗୁ ୬୧ ଜୀବନହାନୀ ହୋଇଥିଲା। ମାତ୍ର ଏହା ତା’ଠୁ ବି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଆମେରିକାବାସୀ କହିଛନ୍ତି।

ନିଆଁ କେବେଠୁ ଲାଗିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଗତ ୮ ତାରିଖରେ ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁ କ୍ରମଃଶ ବ୍ୟାପିଥିବା ଅନୁମାନ କରାଯାଉଛି। ଏଥିସହ ସାମୁଦ୍ରିକ ପବନ ଯୋଗୁ ଏହି ନିଆଁ ବ୍ୟାପିବାରେ ଲାଗି ଭୟଙ୍କର ରୂପ ଧାରଣ କରିଛି।

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ

 ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ



ଅନୁଗୋଳଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ତାଙ୍କ ନାଁ ଶରତ ପ୍ରଧାନ। ସେ ଅନୁଗୋଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।

ଶରତ ପ୍ରଧାନ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ଲାଞ୍ଚ ନେବା ବେଳେ ସେ ଧରାପଡ଼ିଥିଲେ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ବିଦାୟୀ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)।

 କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ବିଦାୟୀ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)।



କନ୍ଧମାଳ - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ବିଦାୟୀ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)। ହିଂସାକାଣ୍ଡ ବେଳେ ଥାନା ଛାଡ଼ି ପଳାଇବା ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି। ଏହା ପୂର୍ବରୁ ତାଙ୍କୁ ଫିରିଙ୍ଗିଆ ରୁ କନ୍ଧମାଳ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।

ଗତ ଶନିବାର ଫିରିଙ୍ଗିଆ ଥାନାରେ ଘଟିଥିଲା ଲଙ୍କାକାଣ୍ଡ। ଲୋକେ ଥାନାରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇଥିଲେ। ଏଥିରେ ଥାନାର ପ୍ରାୟ ୭୦ ପ୍ରତିଶତ ଭିତ୍ତିଭୂମି ନଷ୍ଟ ହୋଇଛି।

ଥାନାରେ ଘଟିଥିବା ଏହି ହିଂସାକାଣ୍ଡ ପଛର କାରଣ ବି ଥିଲେ ଖୋଦ୍ ତତ୍‌କାଳୀନ ଆଇଆଇସି ତପନ ନାହାକ। ସେ ଓ ତାଙ୍କର ଦୁଇ ସହଯୋଗୀ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଲୋକେ ରାସ୍ତାରୋକ କରିଥିଲେ।

ଲୋକେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ପରେ ଫୁଲବାଣୀ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ସେଠାରେ ପହଞ୍ଚିଥିଲେ। ସେ ବୁଝାସୁଝା କରିବାକୁ ପ୍ରୟାସ କଲା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌କୁ ଠେଲାପେଲା କରିଥିଲେ। ପରେ ଏସ୍‌ଡିପିଓଙ୍କ ସମେତ ଅନ୍ୟ ପୁଲିସ୍ କର୍ମଚାରୀଙ୍କୁ ଲୋକେ ଆକ୍ରମଣ କରିଥିଲେ। ଶହ ଶହ ଲୋକ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ସେଠାରୁ ପ୍ରାୟ ୫୦୦ ମିଟର ଦୂର ଫିରିଙ୍ଗିଆ ଥାନା ପର୍ଯ୍ୟନ୍ତ ଆସିଥିଲେ। ଏହି ସମୟରେ ଲୋକେ ଏସ୍‌ଡିପିଓଙ୍କୁ ନିସ୍ତୁକ ମାଡ଼ ପିଟିଥିଲେ। ଏସ୍‌ଡିପିଓଙ୍କ ସହିତ ଅନ୍ୟ କିଛି ପୁଲିସ କର୍ମଚାରୀଙ୍କୁ ମଧ୍ୟ ପିଟିଥିଲେ। ଉତ୍ତ୍ୟକ୍ତ ଲୋକେ ଥାନାରେ ପଶି ଆସବାବପତ୍ର ଭଙ୍ଗାରୁଜା କରିବା ସହିତ କାଗଜପତ୍ରଗୁଡ଼ିକୁ ଚିରି ଫିଙ୍ଗି ଦେଇଥିଲେ। ଏହା ସହିତ ଥାନାରେ ସେମାନେ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ କିଛି ଗାଡ଼ିରେ ସେମାନେ ନିଆଁ ଲଗାଇ ଦେଇଥିଲେ।

ଏହି ଘଟଣା ପରେ ତପନ ନାହାକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତା’ ସହିତ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଏହା ସହିତ ଏହି ହିଂସାକାଣ୍ଡ ଘଟଣାରେ ପୁଲିସ ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଛି।

ପୁଲିସ ପରିଚୟ ଦେଇ ଦୁଇ ଜଣଙ୍କ ବ୍ୟକ୍ତି ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି

ପୁଲିସ ପରିଚୟ ଦେଇ ଦୁଇ ଜଣଙ୍କ ବ୍ୟକ୍ତି ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି



କଟକ - ପୁଲିସ ପରିଚୟ ଦେଇ ଦୁଇ ଜଣଙ୍କ ବ୍ୟକ୍ତି ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଟକରେ। ଏନେଇ ଲାଲବାଗ୍ ଥାନାରେ ଅଭିଯୋଗ ହୋଇଛି।

ଲୁଟ୍‌ର ଶିକାର ହୋଇଥିବା ସୁନା ବ୍ୟବସାୟୀଙ୍କ ନାଁ ପଙ୍କଜ କୁମାର ସାହୁ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ରାସୋଳ ଅଞ୍ଚଳରେ। ସେଠାରେ ତାଙ୍କର ଏକ ଛୋଟ ସୁନା ଓ ରୁପା ଦୋକାନ ଅଛି। ଆଜି ସେ ୨ ଲକ୍ଷ ଟଙ୍କା ଧରି କଟକ ଆସିଥିଲେ କିଛି ସୁନା ଓ ରୁପା ଅଳଙ୍କାର କିଣିବା ପାଇଁ।

ପଙ୍କଜଙ୍କ କହିବା ଅନୁଯାୟୀ ସେ ହାଇକୋର୍ଟ ଛକରୁ ଚାଲି ଚାଲି ଯାଉଥିଲେ। ନୟାସଡ଼କ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅଟକାଇଲେ। ସେମାନେ ନିଜକୁ ପୁଲିସ ବୋଲି କହିଥିଲେ। ଆଇ କାର୍ଡ ମଧ୍ୟ ଦେଖାଇଥିଲେ। ସେ ବ୍ୟାଗ୍‌ରେ କ’ଣ ନେଇ ଯାଉଛନ୍ତି, ତାହା ସେମାନେ ଯାଞ୍ଚ କରିବେ ବୋଲି କହିଥିଲେ। କିନ୍ତୁ ପଙ୍କଜ ପ୍ରଥମେ ରାଜି ହୋଇ ନଥିଲେ। ସେମାନେ ତାଙ୍କୁ ବ୍ୟାଗ୍ ଯାଞ୍ଜ ପାଇଁ ବାଧ୍ୟ କରିଥିଲେ।

ପଙ୍କଜଙ୍କ ସମ୍ମୁଖରେ ସେମାନେ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଯାଞ୍ଚ କରିଥିଲେ। ତେଣୁ ପଙ୍କଜ ବାଧ୍ୟ ହୋଇ ଦୁଇ ନକଲି ପୁଲିସଙ୍କୁ ତାଙ୍କ ବ୍ୟାଗ୍ ଯାଞ୍ଜ ପାଇଁ ଦେଇଥିଲେ। ଆଉ ଯାଞ୍ଚ ବାହାନାରେ ସେମାନେ ପଙ୍କଜଙ୍କ ବ୍ୟାଗରୁ ୨ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଦୁଇ ଲୁଟେରା ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନେ ଉଭୟ ହିନ୍ଦୀ ଓ ଓଡ଼ିଆରେ କଥା ହେଉଥିଲେ ବୋଲି ପଙ୍କଜ କହିଛନ୍ତି।

ପଙ୍କଜଙ୍କ ଅଭିଯୋଗ ଆଧାରରେ ଲାଲବାଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି

ବ୍ରିଟିଶ ଅମଳର ୩ ଟି ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା ହଟିଯିବ

ବ୍ରିଟିଶ ଅମଳର ୩ ଟି ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା ହଟିଯିବ



ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ସଂସଦରେ ୩ ଟି ବିଧେୟକ ଆଗତ କରିଛନ୍ତି। ଏହି ବିଧେୟକ ଗୁଡ଼ିକ ଦେଶର ଆଇନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ବିଧେୟକ ଉପରେ ଶାହା କହିଛନ୍ତି ଯେ, ବର୍ତ୍ତମାନ ବ୍ରିଟିଶମାନେ ଆଣିଥିବା ଆଇନ ଦେଶରେ କାମ କରିବ ନାହିଁ ଏବଂ ଭାରତୀୟ ଅପରାଧିକ ଆଇନରେ ପରିବର୍ତ୍ତନ ଆସିବ।

ଏହି ବିଲ୍‌‌ ଅନୁଯାୟୀ, ବ୍ରିଟିଶ ଅମଳର ୩ ଟି ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା ହଟିଯିବ। ଆଇପିସି, ସିଆରପିସି ଏବଂ ଆଇଇଏ ହଟାଇବାକୁ ବ୍ୟବସ୍ଥା ହୋଇଛି। ଆଇପିସି ହଟି ତା’ସ୍ଥାନରେ ଆସିବ ଭାରତୀୟ ନ୍ୟାୟ ସଂହିତା -୨୦୨୩ , ସିଆର୍‌‌ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଆଇଇଏ ହଟି ତା ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ବ୍ୟବସ୍ଥା ଆସିବ। ବିଧେୟକ ଆଗତ ବେଳେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ଆଇନର ଉଦ୍ଦେଶ୍ୟ। ଆଇପିସିରେ ୫୧୧ଟି ଧାରା ଥିଲା। ଏବେ ୩୫୬ଟି ଧାରା ରହିବ। ୧୭୫ଟି ଧାରାରେ ପରିବର୍ତ୍ତନ ହୋଇ ୮ ନୂଆ ଧାରା ଯୋଡାଯିବ। ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟିବ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ସେହିପରି ସିଆରପିସିରେ ୫୩୩ଟି ଧାରା ରହିବ ଓ ୧୬୦ଟି ବଦଳିବ। ସିଆରପିସିରେ ୯ଟି ନୂଆ ଧାରା ସାମିଲ ହେବା ସହ ୯ଟି ଧାରା ଉଚ୍ଛେଦ ହେବ। ନୂଆ ବ୍ୟବସ୍ଥାରେ ସର୍ବାଧିକ ୩ଟି ବର୍ଷ ଭିତରେ ନ୍ୟାୟ ମିଳିବ।

ନୂଆ ଫୌଜଦାରୀ ଆଇନ ସମ୍ପର୍କରେ ଗୃହ ମନ୍ତ୍ରୀଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ଆଇନରେ ବ୍ୟାପକ ସଂସ୍କାର କରାଯାଇଛି। ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ। ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଭିଡ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ। ନୂଆ ଆଇନରେ ୯୦ ଦିନ ଭିତରେ ଚାର୍ଜସିଟ୍‌‌ ପାଇଁ ବ୍ୟବସ୍ଥା ହୋଇଛି। କୋର୍ଟ ଚାହିଁଲେ ଚାର୍ଜସିଟ୍‌‌ ପାଇଁ ଆଉ ୯୦ ଦିନ ଦେଇପାରିବେ। ଚାର୍ଜସିଟ୍‌‌ ଦାଖଲର ୬୦ ଦିନ ଭିତରେ ଚାର୍ଜଫ୍ରେମ୍‌‌ ହେବ। ୯୦ ଦିନ ଭିତରେ ଶୁଣାଣି ସାରି କୋର୍ଟ ରାୟ ଶୁଣାଇବେ। ଏହା ସହ ଉଚ୍ଛେଦ ହେବ ବ୍ରିଟିଶ ଅମଳର ରାଜଦ୍ରୋହ ଅପରାଧ ସଜା। ରାଜଦ୍ରୋହ ହଟାଯିବା ନେଇ ଶ୍ରୀ ଶାହା କହିଛନ୍ତି। ଏହା ଲୋକତନ୍ତ୍ର, ସମସ୍ତଙ୍କର କହିବାର ଅଧିକାର ଅଛି ବୋଲି ଗୃହମନ୍ତ୍ରୀ କହିଛନ୍ତି।

ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ

 ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ



 

ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ । ନିଜ ଗର୍ଭରେ ରଖି ଯାହାକୁ ଅନ୍ତଫାଡି ଜନ୍ମ ଦେଇଥିଲେ ନା ଯାହା ହାତଧରି ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ । ଏମିତି ଏକ ପରିସ୍ଥିତିରେ ବୋଧେ କେହି କେବେ ଜୀବନରେ ପଡ଼ିନଥିବେ । ଯେତେବେଳେ ନିଜ ଛୁଆ ଓ ନିଜ ସ୍ୱାମୀଙ୍କ ଭିତରୁ ଜଣଙ୍କୁ ବାଛିବାକୁ ପଡେ । ନା ଦଶମାସର କଷ୍ଟକୁ ଭୁଲିପାରୁଛନ୍ତି ନା ଜୀବନସାଥୀର ପ୍ରେମକୁ । ତଥାପି ମା'ର ମମତା ଆଗରେ ହାର ମାନିଯାଇଥିଲା ଜୀବନର ପ୍ରେମ ।

Friday, August 11, 2023

ସ୍କୁଲ୍ ସଭାପତି ଙ୍କ କାରନାମା

 ସ୍କୁଲ୍ ସଭାପତି ଙ୍କ କାରନାମା 




ଏ ମହାଶୟକୁ ଦେଖନ୍ତୁ । ଇଏ ହେଉଛନ୍ତି ସ୍କୁଲ ସଭାପତି । ହେଲେ ବାବୁଙ୍କ କାରନାମା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ । ଯଦି ସୁଲ ମାନଙ୍କରେ ଏଭଳି ସଭାପତି ରହିବେ ତାହେଲେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କେତେ ଉଜ୍ଜଳ ହେବ ତାହା ଏହି ଘଟଣା ଜାଣିଲେ ଆପଣମାନେ ଚିନ୍ତା କରିବେ । ସ୍କୁଲ ଚାଲିଥିଲା ଆଉ ଏହି ସମୟରେ ପହଞ୍ଚିଥିଲେ ସ୍କୁଲ ପରିଚାଳନା କମିଟିର ସଭାପତି ସଦାନନ୍ଦ ବନଛୋର । ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ 5-T କାମ କେଉଁ ସ୍ଥାନରେ ଚାଲିଛି ।

ଧାରୁଆ ଅସ୍ତ୍ରରେ ଝିଅକୁ ହତ୍ୟା କରିଲା ଜଣେ ବାପା

ଧାରୁଆ ଅସ୍ତ୍ରରେ ଝିଅକୁ ହତ୍ୟା କରିଲା ଜଣେ ବାପା



ପଞ୍ଜାବ - କ୍ରୋଧ ଆଉ ଅହଂ ଭାବ ମଣିଷକୁ ଏମିତି ବି ପିଶାଚ କରିଦିଏ। ଝିଅର ଚରିତ୍ରକୁ ସନ୍ଦେହ କରୁଥିଲେ ବୋଲି ଜଣେ ବାପା ଏପରି କାଣ୍ଡ ଭିଆଇଛନ୍ତି, ଯାହାକୁ ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଧାରୁଆ ଅସ୍ତ୍ରରେ ଝିଅକୁ ହତ୍ୟା କରି ଜଣେ ବାପା ନିଜ କୁକର୍ମକୁ ଲୁଚାଇବା ପାଇଁ ଶବକୁ ବାଇକରେ ବାନ୍ଧି ଘୋଷାଡି ଘୋଷାଡି ନେଇଛି। ରେଲୱେ ଟ୍ରାକରେ ମୃତଦେହ ଫିଙ୍ଗିବା ପାଇଁ ଏପରି କରିଛି ଜଣେ ବାପା। ପଞ୍ଜାବର ଅମୃତସର ଜିଲ୍ଲାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା।

ଗତକାଲି ଏହି ଘଟଣା ଘଟିଥିବା ବେଳେ ଅପରାଧର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ମୃତ ଯୁବତୀଙ୍କ ଜେଜେମାଙ୍କ କହିବା ଅନୁସାରେ, ନାତୁଣୀ ଘରୁ ବାହାରକୁ ଯାଇଥିଲେ। ସେ ଫେରିବା ପରେ ତାଙ୍କ ବାପା ଖୁବ୍ ଜୋରରେ ରାଗିଯାଇଥିଲେ। ହଠାତ୍ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ମୃତଦେହ ଲୁଚାଇବା ପାଇଁ ସେ ଏକ ବ୍ୟାଗ୍ ସାହାଯ୍ୟରେ ବାନ୍ଧି ବାଇକରେ ଘୋଷାଡି ଘୋଷାଡି ନେଇ ଅମୃତସରର ରେଲୱେ ଟ୍ରାକରେ ଫିଙ୍ଗି ଦେଇଥିଲେ।

ଘଟଣା ବାବଦରେ କାହାକୁ ନ କହିବା ପାଇଁ ଅନ୍ୟ ପରିବାର ସଦସ୍ୟଙ୍କୁ ମଧ୍ୟ ଧମକ-ଚମକ ଦେଇଥିଲେ। ଏପରିକି ଯଦି ସେମାନେ ଏ ବାବଦରେ ମୁହଁ ଖୋଲନ୍ତି, ତେବେ ତାଙ୍କୁ ମଧ୍ୟ ମାରିଦେବାକୁ ଧମକ ଦେଇଥିଲେ। ଭୟଭୀତ ହୋଇ ପରିବାର ଲୋକେ ବାହାରକୁ ଆସିପାରି ନଥିଲେ କି କାହାକୁ କିଛି ଜଣାଇ ନଥିବା ପୁଲିସ କହିଛି। ସିସିଟିଭ୍ ଫୁଟେଜରୁ ସବୁ ସତ ସାମ୍ନାକୁ ଆସିଛି।

ଝିଅର ଚରିତ୍ରକୁ ସନ୍ଦେହ କରି ହତ୍ୟା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ବୋଲି ପୁଲିସ କହିଛି। ଅଭିଯୁକ୍ତକୁ ଗିରଫ କରିବା ଖୋଜାଖୋଜି କରୁଛି ପୁଲିସ୍।

ଜନ୍ମକଲା ମା’ବାପା ନିଜର ୩ ଶିଶୁଙ୍କୁ ବଡ଼ବିଲସ୍ଥିତ ହରିହର ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇ ଗଲେ

 ଜନ୍ମକଲା ମା’ବାପା ନିଜର ୩ ଶିଶୁଙ୍କୁ ବଡ଼ବିଲସ୍ଥିତ ହରିହର ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇ ଗଲେ 




ବଡ଼ବିଲ, :ସନ୍ତାନଟିଏ ପାଇବାକୁ ମା’ବାପା ବ୍ରତ ଉପବାସ, ମାନସିକ କରିବା ସହ ମନ୍ଦିର ସମ୍ମୁଖରେ ଅଧିଆ ପଡୁଛନ୍ତି। ହେଲେ ଏମିତି ବି ମା’-ବାପା ଅଛନ୍ତି ଯେଉଁମାନେ ନିଜ ପିଲାଙ୍କୁ ଅନାଥ କରିବାକୁ ପଛାଉନାହାନ୍ତି। ଏଭଳି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲା ବଡ଼ବିଲ ଥାନାଞ୍ଚଳରେ ଦେଖିବାକୁ ମିଳିଛି। ଜନ୍ମକଲା ମା’ବାପା ନିଜର ୩ ଶିଶୁଙ୍କୁ ବଡ଼ବିଲସ୍ଥିତ ହରିହର ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇଥିବା ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବୁଧବାର ରାତିରେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଶିଶୁଙ୍କ କ୍ରନ୍ଦନ ଶୁଣି ମନ୍ଦିରର କର୍ମଚାରୀ ସଞ୍ଜିତ ସେମାନଙ୍କ ପରିଚୟ ପଚାରି ବୁଝିଥିଲେ। ୩ ଶିଶୁଙ୍କ ମଧ୍ୟରୁ ୨ ଜଣ ୯ ଓ ୬ବର୍ଷର ଶିଶୁକନ୍ୟା ଏବଂ ୩ ବର୍ଷୀୟ ପୁତ୍ର ସନ୍ତାନ ରହିଛନ୍ତି। ସେମାନଙ୍କ ଘର ପାଲହଟିଂ ଅଞ୍ଚଳରେ କହିଥିବା ବେଳେ ସେମାନଙ୍କ ମା’ ସତୀ ଏବଂ ବାପା ମୁନ୍ନା ସିଂ ସେମାନଙ୍କୁ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇଥିବା କହିଥିଲେ। ଗଲାବେଳେ ଶିଶୁମାନଙ୍କ ସହ ଏକ ଲୁଗା ଭର୍ତ୍ତି ବ୍ୟାଗ ମଧ୍ୟ ଛାଡ଼ିଯାଇଥିବା ଜଣାପଡ଼ିଛି। ଶିଶୁମାନଙ୍କୁ ନିଷ୍ଠୁରତାର ସହ ଘରକୁ ନ ଫେରିବାକୁ ତାଗିଦା କରିବା ସହ ଫେରିଲେ ହତ୍ୟା ଧମକ ଦେଇଥିବା ଶିଶୁମାନେ କହିଥିଲେ। ତେବେ ମନ୍ଦିର କର୍ମଚାରୀ ୩ ଶିଶୁଙ୍କୁ ମନ୍ଦିର ଭିତରକୁ ନେଇ ଖାଇବାକୁ ଦେଇ ସକାଳ ହେବା ପର୍ଯ୍ୟନ୍ତ ମା’ବାପାଙ୍କ ଆସିବା ନିମନ୍ତେ ଅପେକ୍ଷା କରିଥିଲେ। ଗୁରୁବାର ସକାଳେ କେହି ନେବାକୁ ନ ଆସିବାରୁ ମନ୍ଦିର କର୍ତ୍ତୃପକ୍ଷ ବଡ଼ବିଲ ପୋଲିସକୁ ଅବଗତ କରିଥିଲେ। ପୋଲିସ ପହଞ୍ଚତ୍ ୩ ଶିଶୁଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଚାଇଲ୍ଡ ଲାଇନକୁ ଖବର ଦେବା ସହ ନିଷ୍ଠୁର ମା’ବାପାଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ଜଣାପଡ଼ିଛି। ଏ ନେଇ ବଡ଼ବିଲ ଥାନା ଇନ୍ସପେକ୍ଟର ପ୍ରମୋଦିନୀ ସାହୁ କହିଛନ୍ତି, ପାଲହଟିଂରେ ସେହି ନାମଧାରୀ କେହି ବ୍ୟକ୍ତି ନ ଥିବା ଜଣାପଡ଼ିଛି। ଚାଇଲ୍ଡ ଲାଇନ୍‌କୁ ଶିଶୁମାନଙ୍କ ଉଦ୍ଧାର ନେଇ ଖବର ଦିଆଯାଇଛି। ସେମାନେ ଆସି ନ ଥିବାରୁ ଶିଶୁଙ୍କୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତିରେ ଦିନକ ପାଇଁ ରଖାଯାଇଛି। ଶିଶୁମାନଙ୍କ ମା’ବାପାଙ୍କର କିଛି ଖୋଜ ଖବର ମିଳିପାରିନାହିଁ। ମା’ବାପାଙ୍କର କୌଣସି ପତ୍ତା ନ ମିଳିଲେ ଶୁକ୍ରବାର ସିଡବ୍ଲ୍ୟୁସି (ଚାଇଲ୍ଡ ୱେଲଫେୟାର କମିଟି)କୁ ହସ୍ତାନ୍ତର କରାଯିବ।

ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ

 ଆରମ୍ଭ ହେଉଛି ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ 



ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ଦାୟିତ୍ୱବାନ ନାଗରିକ ଭାବରେ ନିଜ ଘରେ ବା ଅଫିସରେ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରକାଶ ଯେ, ଗତବର୍ଷ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସୂଚନା ଅନୁସାରେ, ଆଜିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସାରା ଦେଶରେ ହର ଘର ତ୍ରିରଙ୍ଗା କ୍ୟାମ୍ପେନ ଜାରି ରହିବ। ନିଜ ଘର ସହିତ ଅଫିସ ଏବଂ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବେ ପ୍ରତିଟି ଭାରତୀୟ । ଦେଶର ଲକ୍ଷେ ୬୦ ହଜାରରୁ ଅଧିକ ପୋଷ୍ଟ ଅଫିସରେ ୨୫ ଟଙ୍କାରେ ମିଳୁଛି ତ୍ରିରଙ୍ଗା । ପ୍ରକାଶ ଯେ, ସାମ୍ବାଧାନିକ ପଦରେ ଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟଙ୍କ ଯାନରେ ତ୍ରିରଙ୍ଗା ଲଗାଇବାର ଅନୁମତି ରହିଛି ।

ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ

  ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ



ଧର୍ମଶାଳା -- ସଞ୍ଜ ହେଲେ ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ ଚାଲିଛି। ସେହି ଶବ୍ଦ ଅଞ୍ଚଳବାସୀଙ୍କ ଛାତି ଥରାଇ ଦେଉଛି। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ବାରମାଣ ମୌଜାରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଜଙ୍ଗଲ ଜମିରୁ ଏବେ ପଥର ବ୍ୟବସାୟୀମାନେ ଏକାଧିକ ମେଶିନ ଓ ହାଇୱାରେ କଳାପଥର ଉତ୍ତୋଳନ କରି ଲୁଟ କରୁଥିବା ଦେଖିବାକୁ ମିଳୁଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନୀ ହେଉଛି। ତେବେ ତହସିଲ ପ୍ରଶାସନ କର୍ତ୍ତୃପକ୍ଷ ଏହା ଜାଣି ସୁଦ୍ଧା ନ ଜାଣିଲା ଭଳି ଅଭିନୟ କରୁଥିବାର ଅଭିଯୋଗ ହେଉଛି। ବାରମାଣ ମୌଜା ଏବେ ଏପରି ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଏହି ମୌଜାରେ କଳାପଥର ଉତ୍ତୋଳନ ଜାରି ରଖି ନିକଟସ୍ଥ କ୍ରଶରକୁ ଯୋଗାଇ ଦିଆଯାଉଛି। ଦୀର୍ଘଦିନ ଧରି ଏହି ପଥର ବ୍ୟବସାୟୀମାନେ ନିଜର ଆଧିପତ୍ୟକୁ ବିସ୍ତାର କରିଛନ୍ତି। ଡଙ୍କାରୀ ମୌଜାର ଜଙ୍ଗଲ କିସମ ଜମିରୁ ବାରମାଣ ଅଞ୍ଚଳର ପଥର ବ୍ୟବସାୟୀମାନେ ଦୁଇଟି ମେଶିନ, ୩ଟି କମ୍ପ୍ରେସର ଓ ୪ଟି ହାଇୱା ଦ୍ୱାରା ପ୍ରତିଦିନ ୩୦ରୁ ଅଧିକ ଟ୍ରିପ କଳାପଥର ଚାଲାଣ କରୁଛନ୍ତି । କେବଳ ଦିନ ନୁହେଁ ରାତିଅଧିଆ ସେମାନେ ବେଶ ସକ୍ରିୟ ହୋଇ ଏହି ଚୋରାଚାଲାଣ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୂର୍ବରୁ ତହସିଲ ପ୍ରଶାସନ ଏହି ପାହାଡ଼ ଲୁଟେରାଙ୍କୁ ଧରିବାରେ ସକ୍ଷମ ହେବା ସହିତ ବେଆଇନ ବ୍ଲାଷ୍ଟିଂ କରି କଳାପଥର ଚୋରି କାରବାରକୁ ରୋକ୍‌ ଲଗାଇଥିଲେ। ସେତେବେଳେ ଚଢଉ ସମୟରେ ମେଶିନ ଓ ଏକ ପିକ୍‌ଅପ ଭ୍ୟାନକୁ ଜବତ କରିବାବେଳେ ଜଣେ ପଥର ବ୍ୟବସାୟୀ ଖସି ପଳାଇବାକୁ ଉଦ୍ୟମ କରି ପାହାଡ଼ ଉପରକୁ ଚଢ଼ି ଯାଇଥିଲେ। ତେବେ ଚଢଉକାରୀ ଦଳ ଚାରିପାଖରୁ ଘେରିଯିବାରୁ ସେ ବାଧ୍ୟ ହୋଇ ଧରା ପଡିଥିଲେ। ପରେ ତହସିଲଦାରଙ୍କ ସୁଚନା ପାଇ ଜେନାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ମେଶିନକୁ ଜବତ କରିଥିଲେ। ପରବର୍ତ୍ତୀ ସମୟରେ ତହସିଲ କର୍ତ୍ତୃପକ୍ଷ ଏବଂ ପଥର ବ୍ୟବସାୟୀଙ୍କ ମଧ୍ୟରେ ସାଲିସ କରାଯାଇ ପୁଣି ସେଠାରୁ କଳାପଥର ବେଆଇନ ଉତ୍ତୋଳନ ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି। ଗତ ପ୍ରାୟ ୧ ବର୍ଷ ହେବ ତହସିଲ ପ୍ରଶାସନ ପକ୍ଷରୁ ସାଟୋଲାଇଟ ମାପଚୁପ କରି ବେଆଇନ ଉତ୍ତୋଳନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନୋଟିସ ଜାରି କରିଛି। ଏହାସହ କେତେକ ଖାଦାନର ମାପଚୁପ ସରିଥିଲେ ହେଁ ସେମାନଙ୍କ ନାମରେ ଏଯାଏ ଜରିମାନା ନୋଟିସ ହୋଇ ନ ଥିବାର ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ବୁଧବାର ରାତି ପ୍ରାୟ ୮ଟା ୨୩ ମିନିଟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।

Thursday, August 10, 2023

ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ଟଙ୍କା ନେଇ ଫେରାର୍

 ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ଟଙ୍କା ନେଇ ଫେରାର୍ 



ବାଲିଗୁଡ଼ା,୧୦ା୮ : କନ୍ଧମାଳ ଜିଲା ବାଲିଗଡ଼ା ଉପଖଣ୍ଡ ଅଧୀନ ଟିକାବାଲି ଥାନା ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଥିବା ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ୨ ଲକ୍ଷ ୯୦ ହଜାର ୩୫ ଟଙ୍କା ଆଦାୟ କରି କେଉଁଆଡ଼େ ଚମ୍ପଟ ମାରିଥିବା ସଂସ୍ଥାର ଶାଖା ପରିଚାଳକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। କର୍ମଚାରୀ ଦ୍ୱୟ ହେଲେ ଗଞ୍ଜାମର ଦିବାକର ରାଉତ ଓ ରାୟଗଡ଼ାର ଜଗନ୍ନାଥ ବେହେରା।

ସଂସ୍ଥା ଶାଖା ପରିଚାଳକ ନୟାଗଡ଼ ଜିଲା ଶରଣକୁଳ ଗ୍ରାମର ଋଷିକେଶ ରାଉତ ଏନେଇ ଟିକାବାଲି ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ. ୧୧୧/୨୩) ରୁଜୁ କରି ତଦନ୍ତ ଚଲାଇଥିବା ବିଷୟ ଥାନା ଅଧିକାରୀ କଲ୍ୟାଣୀମୟୀ ଷେଣ୍ଢ ସୂଚନା ଦେଇଛନ୍ତି।

ଓଡ଼ିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ନିଧନ

 ଓଡ଼ିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ନିଧନ 



କଟକ : କଟକ ମହାନଗର ନିଗମରୁ ନିର୍ବାଚିତ ହୋଇ ଓଡ଼ିଶାର ପ୍ରଥମ ମହିଳା ମେୟର ହୋଇଥିବା ନିବେଦିତା ପ୍ରଧାନଙ୍କ ବିୟୋଗ ଘଟିଛି। ନିବେଦିତା ୨୦୦୦ ମସିହାରେ ବିଜେପି ଟିକେଟରେ କଟକ ସଦର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।

 ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।



ନୂଆଦିଲ୍ଲୀ - ମୋଦି ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ମାତ ଦେଇଛନ୍ତି। ସଂସଦରେ ଆସ୍ଥା ରଖିବାକୁ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।

ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ଅନୁପସ୍ଥିତ ଥିବାରୁ ବାଚନିକ ବା ଭୟସ ଭୋଟ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ବିଜେପି ନାତୃତ୍ୱାଧୀନ ଏନଡିଏର ସବୁ ସାଂସଦ ସାମିଲ ହୋଇଥିଲେ।

ସେହିପରି ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହୋଇ ନଥିବା ବିଜେଡି, ୱାଇଏସ୍‌ଆର କଂଗ୍ରେସ, ବିଏସ୍‌ପି, ଅକାଳୀ ଦଳ, ସ୍ୱାଧୀନ ସାଂସଦ ସିମରନଜିତ ମାନ୍‌ ଓ ନବନୀତ ରାଣା ଉପସ୍ଥିତ ରହିଥିଲେ। ସେମାନଙ୍କ ଉପସ୍ଥିତରେ ଭୟସ ଭୋଟ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇଥିଲା।

ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପକ୍ଷ ରଖିଥିଲେ। ସେ ମଣିପୁର ଉପରେ କମ ଓ ବିରୋଧୀଙ୍କୁ ବେଶର ଟାର୍ଗେଟ କରିଥିଲେ। ସେ ନିଜ ଭାଷଣର ପ୍ରଥମ ଦେଢ଼ ଘଣ୍ଟାରୁ ଅଧିକ ସମୟ କେବଳ ବିରୋଧୀଙ୍କୁ ସମାଲୋଚନା କରିଥିଲେ।

ଏହାକୁ ବିରୋଧ କରି ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ। ଏହାପରେ ମୋଦି ମଣିପୁର ଉପରେ ମାତ୍ର କିଛି ମିନିଟ ପାଇଁ ମତ ରଖିଥିଲେ। ମଣିପୁରରେ ନୂଆ ସୂର୍ଯ୍ୟ ଉଦୟ ହେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଦୀର୍ଘ ୨ ଘଣ୍ଟା କାଳ ଭାଷଣ ଦେଇଥିଲେ। ସେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିବା ସହ ମଣିପୁର ହିଂସା ପାଇଁ ହାଇକୋର୍ଟଙ୍କୁ ଦାୟୀ କରିଥିଲେ।

ମଣିପୁରରେ ମେ’ ୩ରୁ ହିଂସା ଆରମ୍ଭ ହୋଇଛି। ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ପୂରା ରାଜ୍ୟ ଜଳୁଛି। ତେବେ ପ୍ରଧାନମନ୍ତ୍ରୀ ଜୁଲାଇ ୨୦ରେ ମଣିପର ହିଂସା ସମ୍ପର୍କରେ ମାତ୍ର କିଛି ସେକେଣ୍ଡ ପାଇଁ ମୁହଁ ଖୋଲିଥିଲେ। ଏହାର ଦିନକ ପୂର୍ବରୁ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସାମ୍ନାକୁ ଆସିଥିଲା।

ତେଣୁ ମୋଦି ସଂସଦ ବାହାରେ ଏହି ଘଟଣାରେ ଗଭୀର ମର୍ମାହତ ଓ ବ୍ୟଥିତ ଥିବା କହିଥିଲେ। ଏଥିସହ ସେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ମୋଦି ମଣିପୁରକୁ ନେଇ ଗୃହ ଭିତରେ କିମ୍ବା ବାହାରେ ଏଯାଏ କୌଣସି ପ୍ରକାରର ବିବୃତି ସିଧାସଳଖ ରଖି ନଥିଲେ। ଅବଶ୍ୟ ସରକାରୀ ସୂତ୍ର ଅନୁସାରେ, ମୋଦି ନିୟମିତ ମଣିପୁରର ସ୍ଥିତି ସମୀକ୍ଷା କରୁଥିବା ରିପୋର୍ଟ ପ୍ରକାଶ ପାଉଛି।

ଏସବୁ ଭିତରେ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବି କରି ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ନାରାବାଜୀ କରିଥିଲେ। ତଥାପି ମୋଦି କିଛି ନ କହିବାରୁ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ନିଶାସକ୍ତ ଅବସ୍ଥାରେ ପବ୍‌ରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା

 ନିଶାସକ୍ତ ଅବସ୍ଥାରେ ପବ୍‌ରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା



ଗୋଆ - ନିଶାସକ୍ତ ଅବସ୍ଥାରେ ପବ୍‌ରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଏପରି ସାଂଘାତିକ ଅଭିଯୋଗ ଆସିବା ପରେ ଗୋଆର ଡିଆଇଜି ଡ. ଏ. କୋଆନଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏଥିସହ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଗତ ସୋମବାର ରାତିରେ ଡିଆଇଜି ନିଶାସକ୍ତ ଅବସ୍ଥାରେ ଗୋଆର ଏକ ନାଇଟ କ୍ଲବକୁ ଯାଇଥିଲେ। ସେଠାରେ ଜଣେ ମହିଳାଙ୍କୁ ସେ ଅସଦ୍‌ ବ୍ୟବହାର କରିବାରୁ ମହିଳାଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହିଳାଜଣକ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହାପରେ କ୍ଲବରେ ହଙ୍ଗାମା ସୃଷ୍ଟି ହୋଇଥିଲା।

ଉକ୍ତ କ୍ଲବଟି ଗୋଆର ଜଣେ ପ୍ରତିଷ୍ଠିତ ରାଜନେତାଙ୍କର ବୋଲି ଜଣାଯାଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡ. ଏ. କୋଆନ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଥିବା ବେଳେ କ୍ଲବରେ କ’ଣ କରୁଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଖବର ପ୍ରଚାରିତ ହେବା ପରେ ଡିଆଇଜିଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଯିବା ସହ ଡିଜିପିଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଏହି ଘଟଣାକୁ ନେଇ ଗୋଆ ବିଧାନସଭାରେ ହଙ୍ଗାମା ହୋଇଛି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ବୁଧବାର ଗୃହରେ ଏ ବିଷୟରେ ନିଜ ମତ ରଖିଛନ୍ତି। ଭାରତୀୟ ପୁଲିସ୍‌ ସେବାର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଗୃହରେ କହିଛନ୍ତି ।

ଗୋଆ ପୁଲିସ୍‌ ପକ୍ଷରୁ ଏହି ଘଟଣାରେ ବିଭାଗୀୟ ଯାଞ୍ଚ ଆରମ୍ଭ ହୋଇଛି। ଯାଞ୍ଚ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛି। ଘଟଣା ସମୟରେ ଉକ୍ତ ବାର୍‌ର ସିସିଟିଭି ସାମନାକୁ ଆସିଛି, ଯେଉଁଥିରେ ଡିଜିପି ମହିଳାଙ୍କ ସହ ଅଭଦ୍ର ଆଚରଣ କରୁଥିବା ଦେଖିବାକୁ ମିଳିଛି।

ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡା ଥାନାରେ ଅଟକ ସୂଚନା

 ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡା ଥାନାରେ ଅଟକ ସୂଚନା 



ବଲାଙ୍ଗୀର: ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ସୂଚନା ଯେ, ମୃଣ୍ମୟୀଙ୍କ ସହ ୪ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲା ଶିକ୍ଷାଧିକାରୀ । ଅଭିଯୋଗ ଆଧାରରେ ମୃଣ୍ମୟୀଙ୍କୁ ଥାନାରେ ଅଟକ ରଖାଯାଇଛି। ୨୦୧୩ ମସିହାରୁ ଗତ ୧୦ ବର୍ଷ ଧରି ନକଲି ବିଇଡି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି I ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ ବୋଲି ଜିଲା ଶିକ୍ଷା ବିଭାଗ ମାମଲାର ତଦନ୍ତ କରି ସତ ଜାଣିବାକୁ ପାଇଛି । ଏହି ମାମଲାରେ ଅନ୍ୟ ତିନି ନକଲି ଶିକ୍ଷକ ଫେରାର ଅଛନ୍ତି।

ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ

 ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ



ଭୁବନେଶ୍ବର : ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ମାମଲାର ୨ ଅଭିଯୁକ୍ତଙ୍କ ନିକଟରୁ ଜବତ ୪୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ବ୍ୟାଜାପ୍ତି କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆବେଦନ କରିଛି । ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ୱରସ୍ଥିତ ସ୍ପେଶାଲ ପିଏମଏଲ୍ଏ ଅଦାଲତରେ ପ୍ରସିକ୍ୟୁସନ୍ ଅଭିଯୋଗ ଦାଖଲ କରିଥିବା ସୂଚନା ମିଳିଛି। ପ୍ରକାଶଯେ, ଅଭିଯୁକ୍ତମାନେ ଏମ୍‌ବିବିଏସ୍‌ ସିଟ୍‌ରେ ବିଭିନ୍ନ କଲେଜର ମ୍ୟାନେଜମେଣ୍ଟ କୋଟାରେ ନାମ ଲେଖାଇବା ନାଁରେ ବହୁ ଆଶାୟୀଙ୍କଠାରୁ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ପ୍ରସିକ୍ୟୁସନ୍ ଅଭିଯୋଗ ଦାଖଲ କରିବା ସହ ୪୬ ଲକ୍ଷ ଟଙ୍କା ବ୍ୟାଜାପ୍ତି କରିବାକୁ ଆଦେଦନ କରିଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...