AFFILIATE MARKETING

https://binomo.com?a=90810425bb57&t=0

Sunday, November 2, 2025

ପାକିସ୍ତାନ ଭଳି ଆମେରିକାର ପରିସ୍ଥିତି: ଚାରିଆଡ଼େ ହାହାକାର, ଖାଇବାକୁ ପାଉନାହାନ୍ତି ଲୋକେ

ମାଗଣା ଖାଦ୍ୟ ବଣ୍ଟନ କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡ଼ି

ନ୍ୟୁୟର୍କ, ୦୨/୧୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନରେ ଆମେରିକା ପାକିସ୍ତାନ ପରି କାଙ୍ଗାଳ ହେବାରେ ଲାଗିଛି। ପାକିସ୍ତାନ ପରି, ଆମେରିକାର ଲୋକମାନେ ଏବେ ଖାଦ୍ୟ ସନ୍ଧାନରେ ସଂଘର୍ଷ କରୁଛନ୍ତି। ପରିସ୍ଥିତି ଏପରି ସ୍ତରରେ ପହଞ୍ଚିଛି ଯେ ମାଗଣା ଖାଦ୍ୟ ପାଇବା ପାଇଁ ଆମେରିକାର ପ୍ରମୁଖ ସହରଗୁଡ଼ିକର ବିଭିନ୍ନ କେନ୍ଦ୍ରରେ ଲମ୍ବା ଧାଡ଼ି ଲାଗିଛି।

ଭାରତ ଏବଂ ଚୀନ୍ ସମେତ ବିଭିନ୍ନ ଦେଶରୁ ଟ୍ରମ୍ପଙ୍କ ଭାରୀ ଟିକସ ଆଦାୟ ସତ୍ତ୍ୱେ ଆମେରିକାରେ ଏହି ପରିସ୍ଥିତି ସୃଷ୍ଟି ହେଉଛି।

ପ୍ରକୃତରେ, ଆମେରିକାରେ ପାକିସ୍ତାନ ପରି ପରିସ୍ଥିତି ସେଠାରେ ସରକାରୀ ବନ୍ଦ ଯୋଗୁଁ ସୃଷ୍ଟି ହୋଇଛି। ସରକାରୀ ବନ୍ଦ ଅର୍ଥ ହେଉଛି ସରକାରଙ୍କ ପାଖରେ ବିଭିନ୍ନ ଜିନିଷ ପାଇଁ ଖର୍ଚ୍ଚ କରିବା ପାଇଁ ପାଣ୍ଠି ସରିଯାଉଛି। ଆମେରିକାରେ ଅକ୍ଟୋବର ୧ ତାରିଖରୁ ଏହି ବନ୍ଦ ଲାଗୁ ହୋଇଛି। ଫଳସ୍ୱରୂପ, ବିଭିନ୍ନ ବିଭାଗର କର୍ମଚାରୀମାନେ ବିନା ଦରମାରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଫଳସ୍ୱରୂପ, ସେମାନଙ୍କ ପାଖରେ ଖାଦ୍ୟ ଏବଂ ପାନୀୟ ପାଇଁ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ନାହିଁ। ଏପରି ପରିସ୍ଥିତିରେ, ଆମେରିକାର ବିଭିନ୍ନ ଏନଜିଓ ଏବଂ ସାମାଜିକ କର୍ମୀ ଭୋକିଲା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି, ସେମାନଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେଉଛନ୍ତି।

ଆମେରିକାର ପରିସ୍ଥିତି ଏତେ ଭୟଙ୍କର ହୋଇଯାଇଛି ଯେ ସରକାରୀ ବନ୍ଦ ଯୋଗୁଁ, ସଂଘୀୟ ସରକାର ସପ୍ଲିମେଣ୍ଟାଲ୍ ନ୍ୟୁଟ୍ରିସନ୍ ଆସିଷ୍ଟାନ୍ସ ପ୍ରୋଗ୍ରାମ୍ (SNAP) ସ୍ଥଗିତ ରଖିଛନ୍ତି, ଯାହା ଫଳରେ ମାଗଣା ଖାଦ୍ୟ ଏବଂ କିରାଣା ସାମଗ୍ରୀ ପାଇବା ପାଇଁ ଖାଦ୍ୟ ବଣ୍ଟନ କେନ୍ଦ୍ର ଏବଂ ଷ୍ଟୋରଗୁଡ଼ିକରେ ଲମ୍ବା ଧାଡି ଲାଗିଛି।

ଶନିବାର ଦିନ, ସାଧାରଣ ଅପେକ୍ଷା ପ୍ରାୟ ୨୦୦ ଅଧିକ ଲୋକ ନ୍ୟୁୟର୍କର ବ୍ରୋଙ୍କସ୍ ଅଞ୍ଚଳରେ ଥିବା ‘ୱାର୍ଲ୍ଡ ଅଫ୍ ଲାଇଫ୍ ଖ୍ରୀଷ୍ଟିଆନ୍ ଫେଲୋସିପ୍ ଇଣ୍ଟରନ୍ୟାସନାଲ୍ ପ୍ୟାଣ୍ଟ୍ରି’ରେ ପହଞ୍ଚିଥିଲେ। କିଛି ଲୋକ ସକାଳ ୪ଟା ସୁଦ୍ଧା ପହଞ୍ଚିଥିଲେ। ଯାହା ଦ୍ୱାରା ସେମାନେ ଫଳ, ପନିପରିବା, ରୁଟି, କ୍ଷୀର, ଜୁସ୍, ସାଣ୍ଡୱିଚ୍ ଇତ୍ୟାଦି ପାଇପାରିବେ।

ଏପରି ପରିସ୍ଥିତିରେ, ଏହି କାର୍ଯ୍ୟକ୍ରମର ସ୍ଥଗିତତା ଅନେକ ଲୋକଙ୍କ ଆର୍ଥିକ ଦୁର୍ବଳତାକୁ ପ୍ରକାଶ କରିଛି।

ଜିନ୍ଦଲ ଫାଉଣ୍ଡେସନକୁ ଏକ୍ସିଡ୍ ସିଏସଆର ଆଓ୍ୱାର୍ଡ- ୨୦୨୫

ପୁରସ୍କାର ପ୍ରଦାନ କଲେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ ଆଫେୟାର୍ସର ପୂର୍ବତନ ମହାନିର୍ଦ୍ଦେଶକ ଡକ୍ଟର ଭାସ୍କର ଚାଟ୍ଟାର୍ଜୀ

ଭୁବନେଶ୍ୱର, ୦୨/୧୧: ଲୋକଭିମୁଖୀ ସମନ୍ୱିତ ସିଏସଆର ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନକୁ ଏକ୍ସିଡ୍ ସିଏସଆର ଆଓ୍ୱାର୍ଡ- ୨୦୨୫ରେ ସମ୍ମାନିତ କରାଯାଇଛି। ଅକ୍ଟୋବର ୩୧ରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପୂର୍ବତନ ଶାସନ ସଚିବ ତଥା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ ଆଫେୟାର୍ସର ପୂର୍ବତନ ମହାନିର୍ଦ୍ଦେଶକ ଡକ୍ଟର ଭାସ୍କର ଚାଟ୍ଟାର୍ଜୀ ଏହି ପୁରସ୍କାର ପ୍ରଦାନ କରିଥିଲେ।

ଏହି ସମ୍ମାନ ଜିନ୍ଦଲ ଫାଉଣ୍ଡେସନର ବିସ୍ତାରିତ ସାମାଜିକ ପ୍ରଭାବକୁ ସ୍ୱୀକୃତି ପ୍ରଦାନ କରୁଛି ଯାହା ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଲକ୍ଷାଧିକ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି। ମାନ୍ୟବର ସାଂସଦ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିକୁ ଆଧାର କରି ଫାଉଣ୍ଡେସନ ଏହାର ପରିମଳ ଓ ପରିଚ୍ଛନ୍ନତା ଅଭିଯାନ, ‘ଜଳଛାୟା ପରିଚାଳନା’ ଏବଂ ‘ଓ୍ୱାସ’ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସମୁଦାୟଗୁଡ଼ିକରେ ଉଲ୍ଲେଖନୀୟ ବିକାଶ ଆଣିପାରିଛି। ଜଳ ଛାୟା ବିକାଶ କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମ୍ୟ ଜଳଛାୟା କମିଟି ଜରିଆରେ କାର୍ଯ୍ୟକାରୀ ହେଉଛି। ଏହି କାର୍ଯ୍ୟକ୍ରମ ଉଲ୍ଲେଖନୀୟ ଭାବେ ପ୍ରକଳ୍ପ ଅଞ୍ଚଳର ଭୂତଳଜଳ ସ୍ତର, ମାଟିର ଆର୍ଦ୍ରତା, କୃଷି ଉତ୍ପାଦିକା ଶକ୍ତି ଓ ନିରନ୍ତର ଜଳ ଉପଲବ୍ଧତାକୁ ମଧ୍ୟ ବୃଦ୍ଧି କରିଛି।

ଏହି ସମ୍ମାନଜନକ ପୁରସ୍କାର ମିଳିଥିବାରୁ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ, ଜୁରୀ ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି, “ଆମେ ବିଶ୍ୱାସ କରୁ, ବାସ୍ତବ ବିକାଶ ସେହିଠାରେ ହୁଏ, ଯେଉଁଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପରିବେଶ ଓ ସଂସ୍କୃତି ସମ୍ମନ୍ୱିତ ଭାବେ ନିରନ୍ତର ଉପାୟରେ ଜୀବନର ମାନକୁ ଉନ୍ନତ କରିଥାଏ। ଆମେ ଲୋକମାନଙ୍କ ମଧ୍ୟରେ ଥିବା ସମ୍ଭାବନାକୁ ବିକଶିତ କରିବା ସହ ଏହାର ଆଭ୍ୟନ୍ତରୀଣ ଉନ୍ନତିକୁ ଗୁରୁତ୍ୱ ଦେଇଥାଉ।”

ଜିନ୍ଦଲ ଷ୍ଟିଲର କାର୍ଯ୍ୟକ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳରେ ଜିନ୍ଦଲ ଫାଉଣ୍ଡେସନ ଏହାର ନିରନ୍ତର ବିକାଶକୁ ପ୍ରାଧାନ୍ୟ ଦେଇ ଆସୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଉନ୍ନୟନ ଏବଂ ନିରନ୍ତର ପରିବେଶ ସ୍ଥିରତା, ମହିଳା ସଶକ୍ତୀକରଣ ଓ ସାଂସ୍କୃତିକ ସଂରକ୍ଷଣ କ୍ଷେତ୍ରରେ ଏହା କାର୍ଯ୍ୟ କରିଆସୁଛି।

ଜିନ୍ଦଲ ଷ୍ଟିଲର ପ୍ରେସିଡେଣ୍ଟ ତଥା ଗ୍ରୁପ ହେଡ (ସିଏସଆର ଏଣ୍ଡ ଏଜୁକେସନ) ଶ୍ରୀ ପ୍ରଶାନ୍ତ ହୋତା ଏହି ସମ୍ମିଳନୀର ବୈଷୟିକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ସିଏସଆର ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ (SDG) ହାସଲ ପାଇଁ ବିଭିନ୍ନ କୌଶଳ ଓ ପଦକ୍ଷେପ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ମିଳିତ ଜାତିସଂଘର ସମସ୍ତ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ ସହ ସମନ୍ୱୟ ରଖି ଜିନ୍ଦଲ ଫାଉଣ୍ଡେସନ ଦେଶବ୍ୟାପୀ ଏହାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଜାରିରଖିଛି।

ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ଧରାପଡ଼ିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

ମାସେ ଧରି ଫେରାର ଥିଲା ଶଙ୍କର ପୃଷ୍ଟି

ଗିରଫ ପରେ ଭୁବନେଶ୍ୱର ଆଣିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର, ୦୨/୧୧: ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ ସବ-ଇନସପେକ୍ଟର ନିଯୁକ୍ତି କେଳେଙ୍କାରୀର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟିକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ମାସେ ଧରି ଫେରାର ଥିବା ବେଳେ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ଵର ବିମାନବନ୍ଦରରୁ ସିଧା କଟକ କ୍ରାଇମବ୍ରାଞ୍ଚ ଅଫିସ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏସଆଇ ନିଯୁକ୍ତି କେଳେଙ୍କାରୀ ସାମନାକୁ ଆସିବା ପରେ ଶଙ୍କର ପୃଷ୍ଟି ଗାଜିଆବାଦରେ ଥିବା ଏକ ଭଡ଼ା ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା। ସେଠାରୁ ସେ ନେପାଳ ପଳାଇଥିଲେ। ନେପାଳରୁ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା।

ଡିଏସ୍‌ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍‌ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାଙ୍କୁ ନେପାଳ ସୀମାରୁ ଧରିଥିଲେ।

ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଗାଜିଆବାଦର ଏକ ପାର୍କିଂରେ ଥିବା ଗୋଟିଏ ଫର୍ଚୁନର୍‌ ଗାଡ଼ି ଜବତ କରାଯାଇଛି।

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ବାରା ପରିଚାଳିତ ପୁଲିସ ଏସ୍‌ଆଇ ପରୀକ୍ଷାରେ ହୋଇଥିବା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି। ଏହି ଘଟଣାରେ ୧୧୪ ଆଶାୟୀଙ୍କୁ ଜାମିନ ମିଳିଥିବା ବେଳେ ବାକି ଅଭିଯୁକ୍ତମାନଙ୍କ ଜାମିନ ଖାରଜ କରାଯାଇଛି।

ପରୀକ୍ଷା ବାତିଲ୍ ପାଇଁ ହୋଇଥିଲା ୧୦୦୦ କୋଟିର ବିଲ୍: ଶଙ୍କର ପୃଷ୍ଟିର ଚାଞ୍ଚଲ୍ୟକର ବୟାନ

କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଘନଘନ ଜେରା


ଭୁବନେଶ୍ଵର, ୦୨/୧୧: କିଛି ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଛି ପୋଲିସ SI ନିଯୁକ୍ତି କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ଭୁବନେଶ୍ଵର ବିମାନବନ୍ଦରରେ ଗଣମାଧ୍ୟମକୁ ଶଙ୍କର ପୃଷ୍ଟି ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ମୁଖ୍ୟ କାର୍ପଟଦାର ନୁହେଁ, ଏହା ସମ୍ପୂର୍ଣ୍ଣ ମିଛ। ପରୀକ୍ଷା ବାତିଲ୍ କରିବାକୁ ହଜାରେ କୋଟିର ଡିଲ୍ ହୋଇଥିଲା। ଷଡ଼ଯନ୍ତ୍ରକାରୀଙ୍କ ସବୁ ଗୁମର ଖୋଲିଦେବି। ଗିରଫ ହୋଇଥିବା ୧୨୪ ଜଣଙ୍କ ଜନ୍ମକୁଣ୍ଡଳୀ କାଢ଼, ମୋର କାହା ସହ କଣ୍ଟାକ୍ଟ ନାହିଁ। ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢୁଛି। ହାଇକୋର୍ଟରେ ଆଗୁଆ ଜାମିନ କରିଛି, ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି। ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି କେସ୍ ନାହିଁ।

ସୂଚନାଯୋଗ୍ୟ, ନେପାଳ ସୀମା ଉତ୍ତରାଖଣ୍ଡରୁ ଶଙ୍କରଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆଣିଲା। ତେବେ ଗତ ମାସରେ ଧରି ପୁଲିସ SI ସ୍କାମ୍‌ ଜଣାପଡ଼ିବା ପରେ ଆତ୍ମଗୋପନ କରିଥିଲେ। ଦୁବାଇ ଯିବାକୁ ଯୋଜନା କରିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ।

ଭୁବନେଶ୍ଵର ବିମାନବନ୍ଦରରୁ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟ ଆସିଛନ୍ତି ପଞ୍ଚସଫ୍ଟ କମ୍ପାନୀର ମାଲିକ ଥିବା ଶଙ୍କର ପୃଷ୍ଟି। କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶଙ୍କରଙ୍କୁ ଘନଘନ ଜେରା କରାଯିବ। କୋର୍ଟଙ୍କ ଅନୁମତି ପରେ ଶଙ୍କରକୁ ରିମାଣ୍ଡରେ ନେଇପାରେ କ୍ରାଇମ୍‌ବ୍ରାଞ୍ଚ। ଶଙ୍କରକୁ ଟ୍ରାନଜିଟ୍‌ ରିମାଣ୍ଡରେ ଉତ୍ତରାଖଣ୍ଡରୁ ଆଣିଛି କ୍ରାଇମ୍‌ବ୍ରାଞ୍ଚ।

Saturday, November 1, 2025

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ

ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ

ନୂଆପଡ଼ା/ଭୁବନେଶ୍ୱର, ୦୧।୧୧: ନୂଆପଡାରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନ ପ୍ରଚାର ସମୟରେ ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।

ନୂଆପଡ଼ା ନିର୍ବାଚନ ମଣ୍ଡଳୀର କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ମାଳା ପ୍ରଧାନ ଓ ସମିତି ସଭ୍ୟ ଶ୍ରୀ ଡୋଳାମଣି ଶବର ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଙ୍କ ଉପସ୍ଥିତିରେ ଏହି ଦୁଇ ଲୋକ ପ୍ରତିନିଧି ତାଙ୍କର ଶତାଧିକ ସମର୍ଥକଙ୍କ ସହ ଡବଲ ଇଞ୍ଜିନ୍ ସରକାର ପ୍ରତି ଆକୃଷ୍ଟ ହୋଇ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ସରକାର ତାଙ୍କ ପଞ୍ଚାୟତକୁ ବିକଶିତ କରିପାରିବ ବୋଲି ଆଶା ବ୍ୟକ୍ତ କରି ଏଥର ଉପନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଅକୁଣ୍ଠ ସମର୍ଥନ କରିବେ ବୋଲି କହିଛନ୍ତି। ନୂଆପଡ଼ା ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ବିଜେପି ରେ ସାମିଲ ହେବା ଆମ ଦଳକୁ ଶକ୍ତିଶାଳୀ କରିଛି ବୋଲି ଉପମୁଖ୍ୟ ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ,ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଏବଂ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

କୋମନାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ନିର୍ବାଚନୀ ପ୍ରଚାର

ଘରକୁ ଘର ବୁଲି ଭୋଟ ଭିକ୍ଷା

ନୂଆପଡ଼ା/ଭୁବନେଶ୍ୱର, ୦୧/୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ଆଜି ଓଡ଼ିଶା ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କୋମନା ବ୍ଲକରେ ନିର୍ବାଚନୀ ପ୍ରଚାର କରିଥିଲେ । ପ୍ରଥମେ ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳର ୱାର୍ଡ଼ ନମ୍ବର-୮ ସଲେଭଟା ଅଞ୍ଚଳରେ ଘର ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ । ନରେନ୍ଦ୍ର ମୋଦୀ ଓ ମୋହନ ମାଝୀଙ୍କ ହାତକୁ ମଜଭୁତ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ ।

ପରେ ନୂଆପଡ଼ାର ଆମୋଦି ଠାରେ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସଭାରେ ମନ୍ତ୍ରୀ ଡ.ମହାଲିଙ୍ଗ ନିଜ ବକ୍ତବ୍ୟରେ ରାଜ୍ୟରେ କୃଷକ ଭାଇଭଉଣୀ ମାନଙ୍କୁ ସଶକ୍ତ ଏବଂ ସମୃଦ୍ଧ କରିବା ପାଇଁ ଧାନର ସର୍ବନିମ୍ନ ସହାୟତା ମୂଲ୍ୟରେ ବୃଦ୍ଧି, ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା, ଉନ୍ନତ ଏବଂ ନିଃଶୁଳ୍କ ଚିକିତ୍ସା ସେବା ପାଇଁ ଆୟୁଷ୍ମାନ ଏବଂ ବୟୋବନ୍ଦନା ଯୋଜନା, ନିରାଶ୍ରୟ ଲୋକ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ଆଦି ଅନେକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସପକ୍ଷରେ ନିଜର ସମର୍ଥନ ଜଣାଇ ଡବଲ ଇଞ୍ଜିନ ସରକାରର ଡବଲ ଦ୍ରୁତ ବିକାଶ ଧାରାରେ ନୂଆପଡା ସାମିଲ ହେବା ପାଇଁ ଆହ୍ଵାନ ଦେଇଥିଲେ ।

ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଛତିଶଗଡ ମହାସମୁନ୍ଦ ସଂସଦୀୟ କ୍ଷେତ୍ରର ସାଂସଦ ଶ୍ରୀମତୀ ରୂପକୁମାରୀ ଚୌଧୁରୀ, ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ ବିଧାୟିକା କୁସୁମ ଟେଟେ ଏବଂ ଯୁବ ନେତା ଅଭିନନ୍ଦନ ପଣ୍ଡାଙ୍କ ସମେତ ଦଳର ଅନ୍ୟ ନେତୃବୃନ୍ଦ ଯୋଗଦେଇଥିଲେ ।

ସେମିକଣ୍ଡକ୍ଟର କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଉ ପାଦେ ଆଗେଇଲା ଓଡିଶା

ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ ସିକ୍‌ସେମ୍‌ (SiCSem) ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ ପରେ, ଓଡ଼ିଶା ଭାରତର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୧/୧୧: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି। ଆଜି ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୨୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଦ୍ୱାରା ପ୍ରାୟ ୧୦୦୦ ପ୍ରଫେସନାଲ ମାନଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡିଶାର ବିକାଶ ଯାତ୍ରା ଆହୁରି ମଜବୁତ୍ ହେଉଛି। ଏହି ମୁହୂର୍ତ୍ତ କେବଳ ଇଟା ଏବଂ ସିମେଣ୍ଟ ବିଷୟରେ ନୁହେଁ; ଏହା ଆକାଂକ୍ଷା, ସ୍ଥିରତା, ସହଯୋଗ, ଏବଂ ଆତ୍ମନିର୍ଭରଶୀଳତାର ଉଦାହରଣ । ଏଥିରେ ଯେଉଁ ସେମିକଣ୍ଡକ୍ଟର ନିର୍ମିତ ହେବ, ତାହା ମିଜାଇଲ, ଇଲେକ୍ଟ୍ରୋନିକ୍ ଗାଡି, ପ୍ରତିରକ୍ଷା ଇକ୍ୟୁପ୍‌ମେଣ୍ଟ, ରେଲୱେ ଓ ସୌରଶକ୍ତି ଭଳି ଆଧୁନିକ କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଆଜି ଭୁବନେଶ୍ୱର ଆଇ.ଆଇ.ଟି ରେ ମଧ୍ୟ SicSem କମ୍ପାନୀ ୬୪ କୋଟି ଟଙ୍କା ବିନିଯୋଗରେ ଏକ Research and Innovation Centre ସ୍ଥାପନ କରିଛି। କେନ୍ଦ୍ର ରେଳ ମନ୍ତ୍ରୀ ତାଙ୍କ MP LAD ଫଣ୍ଡରୁ ୫ କୋଟି ଟଙ୍କା ବିନିଯୋଗ କରି ଆଇ.ଆଇ.ଟି ଭୁବନେଶ୍ୱରରେ ଏକ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରି’ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି। ଏହା ସ୍ଥାପନ ହେବା ଦ୍ୱାରା ଛାତ୍ରଛାତ୍ରୀ ମାନେ ସେମିକଣ୍ଡକ୍ଟର ସମ୍ପର୍କରେ ଅଧିକ ଗବେଷଣାର ସୁଯୋଗ ପାଇବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯାହା ପୂର୍ବରୁ ବର୍ଷ ବର୍ଷ ସମୟ ଲାଗି ଯାଉଥିଲା ତାହା ଏବେ ମାସକରେ ସମ୍ପୂର୍ଣ୍ଣ ହେଉଛି। ଏହା ହେଉଛି ନୂତନ ଭାରତର ଗତି ଏବଂ ଶକ୍ତି। ବେଙ୍ଗାଲୁରୁ ପରେ, ଆଜି ଓଡ଼ିଶା ଭାରତର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ ଭାବରେ ଉଭା ହେଉଛି। “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଭାରତ ଚିପ୍ ରୁ ସିପ୍ ପର୍ଯ୍ୟନ୍ତ ସମସ୍ତ ମିଶନରେ ଆଗକୁ ବଢ଼ୁଛି । ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଆତ୍ମନିର୍ଭରଶୀଳତାର ଓଡିଶା ଏକ ନୂତନ କାହାଣୀ ସୃଷ୍ଟି କରୁଛି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ପ୍ରଧାନମନ୍ତ୍ରୀଙ୍କ ସେମିକଣ୍ଡକ୍ଟର ମିଶନ୍‌ର ସଫଳତାରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଦିଲ୍ଲୀରେ ମଧ୍ୟ ଦୁଇଟି କମ୍ପାନୀ ଓଡ଼ିଶାରେ ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ପାଇଁ MoU କରିଥିଲେ । ଆଗାମୀ ଦିନରେ ଏହି ଦୁଇ କମ୍ପାନୀ ଓଡ଼ିଶାରେ ପ୍ରାୟ ୩୦୦୦ କୋଟି ଟଙ୍କା ନିବେଶ କରିବେ । ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶରେ ଓଡିଶା ଏକ ହବ୍ ଭାବେ ପରିଗଣିତ ହେବ ।

କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗ ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ସାକାର ହେଉଛି, ଓଡିଶା ପୂର୍ବୋଦୟର ଗେଟ-ୱେ ଭାବେ ବିକଶିତ ହେଉଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଶିଳ୍ପ ଏବଂ ଶିକ୍ଷାକୁ ସମନ୍ୱୟ କରି ଆଜି ଆଇ.ଆଇ.ଟି ଭୁବନେଶ୍ୱରରେ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରି’ ସ୍ଥାପନ କରାଯିବ ବୋଲି ସେ ଘୋଷଣା କରିଥିଲେ। ଆଜି ଯୁବ ପିଢି ପାଇଁ ଏ କ୍ଷେତ୍ରରେ ନିଜର ଅଧିକ ଜ୍ଞାନ ଆହରଣ ଓ ଗବେଷଣ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହେବ।

କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ଆଇ.ଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ସେମିକଣ୍ଡକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରୁଛି ଏବଂ ଓଡିଶା ଏହି ଗୁରୁ ଦାୟିତ୍ୱକୁ ବହନ କରି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଭାରତର ସ୍ୱପ୍ନକୁ ସାକାର କରୁଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଆଇ.ଆଇ.ଟି ଭୁବନେଶ୍ୱର ର ନିର୍ଦ୍ଦେଶକ ଶ୍ରୀ ଶ୍ରୀପଦ କର୍ମଲ୍‌କର୍, ଆର୍କେନ୍ କେମିକାଲ୍ ଇଣ୍ଡଷ୍ଟ୍ରୀଜ୍‌ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଶ୍ରୀ ରଞ୍ଜିତ ପେଣ୍ଡୁର୍ଥୀ, ସିକ୍‌ସେମ୍ ପ୍ରାଇଭେଟ୍ ଲିମିଟେଡ୍‌ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଶ୍ରୀ ଗୁରୁ ଥାଲ୍ଲାପାନେନୀ, କ୍ଲାସ୍-ସିକ୍ ୱାଫର୍ ଫ୍ୟାବ୍ ଲିମିଟେଡର ଚିଫ୍ ଏକ୍‌ଜୁକ୍ୟୁଟିଭ୍ ଅଫିସର ମିସ୍ ଜେନିଫର୍ ୱାଲ୍‌ସ ପ୍ରମୁଖ ଉପସ୍ଥିତ ଥିଲେ।

ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଉପଲକ୍ଷେ ସୁସଜ୍ଜିତ ପ୍ରଜ୍ଞାପନ ମେଢର ଶୁଭାରମ୍ଭ

ସମଗ୍ର ରାଜ୍ୟର ସାମୁଦ୍ରିକ ଐତିହ୍ୟର ବାର୍ତ୍ତା ପ୍ରଚାର କରିବ ଏହି ପ୍ରଜ୍ଞାପନ ମେଢ

କଟକ, ୦୧/୧୧ (ଦର୍ଶନ ନ୍ୟୁଜ୍): ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମେଳା ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଏହି ଅବସରରେ ବାଲିଯାତ୍ରା ଗାଥା ସମ୍ବଳିତ ଏକ ପ୍ରଜ୍ଞାପନ ମେଢର ଶୁଭାରମ୍ଭ କରାଯାଇଛି ।

 ଜିଲ୍ଳାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ବାଲିଯାତ୍ରା ପଡିଆଠାରେ ଏହି ପ୍ରଜ୍ଞାପନ ମେଢର ଶୁଭାରମ୍ଭ କରି ଏହି ପ୍ରଜ୍ଞାପନ ମେଢ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଳା ପରିକ୍ରମା କରିବ ବୋଲି କହିଛନ୍ତି । କଟକ ଜିଲ୍ଲା ଓ ବିଶେଷ କରି ସମଗ୍ର ରାଜ୍ୟର ସାମୁଦ୍ରିକ ଐତିହ୍ୟର ବାର୍ତ୍ତା ପ୍ରଚାର କରିବ ଏହି ପ୍ରଜ୍ଞାପନ ମେଢ । ଏହି ଅବସରରେ କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରନଦୀପ କୌର ସହୋତା, ଅତିରିକ୍ତ ଜିଲ୍ଳାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଳା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । 

ଏହି ଅବସରରେ ଆମ ଐତିହାସିକ ବାଲିଯାତ୍ରା ଉପରେ ଏକ ଗୀତର ମଧ୍ୟ ଅଡିଓ ରିଲିଜ ହୋଇଛି । ଓଡ଼ିଶାର ପୁରାତନ ବାଣିଜ୍ୟ, ଐତିହ୍ୟ ଓ ସାମୁଦ୍ରିକ ଗୌରବ ଏହି ଗୀତରେ ସ୍ଥାନିତ ହୋଇଛ । ଏସିପି କୃଷ୍ଣଚନ୍ଦ୍ର ସେଠୀ ଏହି ଗୀତ ରଚନା କରିଥିବାେବେଳ, ବିକାଶ ଶୁକ୍ଳା ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କଣ୍ଠଦାନ କରିଛନ୍ତି ଏସିପି କୃଷ୍ଣଚନ୍ଦ୍ର ସେଠୀ, ଏସିପି ସତ୍ୟଜିତ୍ ଦାସ, ବିଷ୍ଣୁ ମୋହନ କବି ଓ ସୌଜନ୍ୟା ରଥ ।

ବିଜେଡ଼ି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁଅନ୍ୟ ଜଣେ ବିଧାୟକଙ୍କ ନାଁରେ ମଧ୍ୟ ଏତଲା

ଅନ୍ୟ ଜଣେ ବିଧାୟକଙ୍କ ନାଁରେ ମଧ୍ୟ ଏତଲା

ନୂଆପଡ଼ା, ୦୧/୧୧: ନୂଆପଡା ଉପନିର୍ବାଚନ ପୂର୍ବରୁ ବିବାଦରେ ବିଜେଡି। ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ବିରୋଧରେ କୋମନା ଥାନାରେ ଲିଖିତ ଅଭିଯୋଗ ଦାଖଲ ହେବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ନୂଆପଡ଼ା କୋମନା ଥାନା ଅଞ୍ଚଳରେ ଜନୈକ ଯୁବକଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗରେ ମାମଲା ରୁଜୁ କଲା ପୋଲିସ।

ଅଭିଯୋଗ ଅନୁଯାୟୀ, କୋମନା ବ୍ଲକ ଅନ୍ତର୍ଗତ ପାଇକାପଡ଼ାର ବାସିନ୍ଦା ଜିତୁଙ୍କୁ ବବି ଦାସଙ୍କ ଏକ ଗୋଷ୍ଠୀ କୋମନାସ୍ଥିତ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ସେଠାରେ ତାଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିଲେ। ବିଜେପିରେ କାହିଁକି ବୁଲୁଛୁ କହି ମାଡ଼ ମାରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଯଦି ପୋଲିସ ଠିକ୍ ସମୟରେ ପହଞ୍ଚି ନଥାନ୍ତା, ତେବେ ମୋତେ ହତ୍ୟା କରାଯାଇଥାନ୍ତା ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତେବେ ଏ ଘଟଣାକୁ ନେଇ ବବି ଦାସଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ଧାରାରେ ମାମଲା ରୁଜୁ ହୋଇଛି।

ନଭେମ୍ବର ୧ରୁ ଏହି ସବୁ ଆର୍ଥିକ ନିୟମରେ ବଡ଼ ପରିବର୍ତ୍ତନଗ୍ରାହକ ହେବେ ସିଧାସଳଖ ପ୍ରଭାବିତ

ଗ୍ରାହକ ହେବେ ସିଧାସଳଖ ପ୍ରଭାବିତ

ନଭେମ୍ବର ପହିଲାରୁ ‍ବଦଳିବାକୁ ଯାଉଛି ଅନେକ ନିୟମ। ଆଜିଠୁ ଯେଉଁ ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି ତାହା ଆପଣଙ୍କ ଦୈନନ୍ଦିନ ଆର୍ଥିକ ସ୍ଥିତିକୁ ସିଧାସଳଖ ପ୍ରଭାବିତ କରିପାରେ। ଆଧାର କାର୍ଡ ଓ ବ୍ୟାଙ୍କ ସହ ଜଡିତ ଅନେକ ନିୟମ ବଦଳି ଯାଇଛି ।

୧. ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ପିଲାମାନଙ୍କ ପାଇଁ ଆଧାର କାର୍ଡର ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ୧୨୫ ଟଙ୍କା ଶୁଳ୍କ ଛାଡ଼ କରିଛି। ଏହା ଗୋଟିଏ ବର୍ଷ ପାଇଁ ମାଗଣା ରହିବ।

ବୟସ୍କଙ୍କ ପାଇଁ, ନାମ, ଜନ୍ମ ତାରିଖ, ଠିକଣା, କିମ୍ବା ମୋବାଇଲ୍ ନମ୍ବର ଭଳି ବିବରଣୀ ଅପଡେଟ୍ କରିବା ପାଇଁ ୭୫ ଟଙ୍କା ଖର୍ଚ୍ଚ ହେବ, ଯେତେବେଳେ ଆଙ୍ଗୁଠି ଛାପ କିମ୍ବା ଆଇରିସ୍ ସ୍କାନ ଭଳି ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ୧୨୫ ଟଙ୍କା ଖର୍ଚ୍ଚ ହେବ।

ଆପଣ ଏବେ କୌଣସି ସମର୍ଥନକାରୀ ଡକ୍ୟୁମେଣ୍ଟ ଦାଖଲ ନକରି ଅନଲାଇନରେ ଆପଣଙ୍କର ଆଧାର ଠିକଣା, ଜନ୍ମ ତାରିଖ କିମ୍ବା ନାମକୁ ଅପଡେଟ୍ କରିପାରିବେ।

୨. ନଭେମ୍ବର ୧ ତାରିଖରୁ, ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ଗୋଟିଏ ଆକାଉଣ୍ଟ, ଲକର କିମ୍ବା ସୁରକ୍ଷିତ ରଖିବା ପାଇଁ ଚାରି ଜଣଙ୍କୁ ନୋମିନି ରଖିପାରିବେ। ଗ୍ରାହକ କେଉଁ ନୋମିନିକୁ କେତେ ସମ୍ପତ୍ତି ଦେବାକୁ ଚାହାନ୍ତି ତାହା ବି ଏଥିରେ ଉଲ୍ଲେଖ କରିପାରିବେ। ଏଫଡି, ଆରଡି ଓ ଅନ୍ୟ ଡିପୋଜିଟଗୁଡିକ ପାଇଁ ବି ଲାଗୁ ହେବ ଏହି ନିୟମ ।

୩. ନଭେମ୍ବର ୧ ତାରିଖରୁ ସାରା ଦେଶରେ ଦୁଇ ଥାକିଆ ଜିଏସଟି ବ୍ୟବସ୍ଥାର ଆରମ୍ଭ ହେବ। ପୂର୍ବରୁ ଥିବା ଚାରି-ସ୍ଲାବ୍ ସିଷ୍ଟମ ୫%, ୧୨%, ୧୮%, ଏବଂ ୨୮% କୁ ବଦଳାଯିବ। ୧୨% ଓ ୨୮% ଜିଏସଟି ସ୍ଲାବ ହଟିବ। ବିଳାସପୂର୍ଣ୍ଣ ଓ ପାପସାମଗ୍ରୀ ଉପରେ ୪୦% ଜିଏସଟି ଲାଗୁ ହେବ ।

୪. ଯେଉଁ କେନ୍ଦ୍ରୀୟ କର୍ମଚାରୀମାନେ ନ୍ୟାସନାଲ ପେନସନ ସିଷ୍ଟମରୁ ୟୁନିଫାଏଡ ପେନସନ୍ ସ୍କିମ୍‌କୁ ଯିବାକୁ ଚାହୁଁଛନ୍ତି ସେମାନେ ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସାରିପାରିବେ।

୫. ସମସ୍ତ ଅବସରପ୍ରାପ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନଭେମ୍ବର ଶେଷ ସୁଦ୍ଧା ସେମାନଙ୍କର ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ। ଏହା ସେମାନଙ୍କ ବ୍ୟାଙ୍କ ଶାଖାରେ କିମ୍ବା ଜୀବନ ପ୍ରମାଣ ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ କରାଯାଇପାରିବ। ସମୟସୀମା ପୂରଣ ନହେଲେ ପେନସନ ପ୍ରଦାନରେ ବିଳମ୍ବ କିମ୍ବା ବନ୍ଦ ହୋଇପାରେ।

୬. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଖୁବ୍ ଶୀଘ୍ର ସାରା ଭାରତରେ ଏହାର ଲକର ଭଡା ଶୁଳ୍କ ସଂଶୋଧନ କରିବ। ଅପଡେଟ୍ ହୋଇଥିବା ଶୁଳ୍କ ନଭେମ୍ବରରେ ଘୋଷଣା କରାଯିବ ଏବଂ ବିଜ୍ଞପ୍ତି ପ୍ରକାଶ ପାଇବାର 30 ଦିନ ପରେ କାର୍ଯ୍ୟକାରୀ ହେବ।

୭. ନଭେମ୍ବର ୧ରୁ, SBI କ୍ରେଡିଟ କାର୍ଡ ବ୍ୟବହାରକାରୀମାନେ MobiKwik ଏବଂ CRED ଭଳି ତୃତୀୟ ପକ୍ଷ ଆପ୍ ମାଧ୍ୟମରେ ଶିକ୍ଷା ସମ୍ବନ୍ଧୀୟ ପେମେଣ୍ଟ ଉପରେ ୧% ଶୁଳ୍କ ଦେବାକୁ ପଡିବ।

ଏହା ସହିତ, SBI କାର୍ଡ ବ୍ୟବହାର କରି ଡିଜିଟାଲ୍ ୱାଲେଟରେ ୧,୦୦୦ ଟଙ୍କାରୁ ଅଧିକ ଲୋଡ୍ କରିବା ଉପରେ ମଧ୍ୟ ୧% ଶୁଳ୍କ ଦେବାକୁ ପଡିବ।

ଅଲିଭ୍ ରିଢଲେ ସୁରକ୍ଷାଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ

ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ

କୋଣାର୍କ,୧।୧୧: ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି। ଅଲିଭ୍ ରିଡ୍‌ଲେ କଇଁଛଙ୍କ ମିଳନ ଓ ଅଣ୍ଡାଦାନ ଋତୁ ଆରମ୍ଭ ହେବାକୁ ଯାଉଛି। ଅଣ୍ଡାଦାନ ପାଇଁ ଏମାନେ ହଜାର ହଜାର ସଂଖ୍ୟାରେ ସମୁଦ୍ରକୂଳକୁ ଆସିବେ। ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଡଙ୍ଗା କିମ୍ବା ଟ୍ରଲର୍‌ ଚଳାଚଳ କରିପାରିବ ନାହିଁ। 

ପୁରୀର ଦେବୀ ମୁହାଣରୁ କେଳୁଣୀ ମୁହାଣ ସହ ବଙ୍ଗୋପସାଗରରେ ମାଛଧରା ଉପରେ କଟକଣା କରାଯାଇଛି। ଏହି କଟକଣା ନ ମାନିଲେ ମେରାଇନ୍ ଫିସିଂ ରେଗୁଲେସନ ଆକ୍ସ (ଏମଫ୍ରା) ଅନୁଯାୟୀ ଡଙ୍ଗା ଓ ଟ୍ରଲର ଜବତ କରାଯିବ ତେବେ ମତ୍ସ୍ୟଜୀବୀଙ୍କ ପରିବାର ପ୍ରତିପୋଷଣ କରିବାକୁ ପରିବାର ପିଛା ୧୫ ହଜାର ଟଙ୍କା ପ୍ରଦାନ କରାଯିବା କଇଁଛ କିଭଳି ସୁରକ୍ଷିତ ଅଣ୍ଡାଦାନ କରିବେ ସେ ନେଇ ମତ୍ସ୍ୟ ବିଭାଗ ଓ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ଚଳିତବର୍ଷ ପୁରୀ ଜିଲ୍ଲାର ଉପକୁଳରେ ୧୩ଟି ହାଚେରି କରାଯାଇଛି। 

ତେବେ ମାଛମରା କଟକଣା ହେବା ନୂଆ କ‌ଥା ନୁହେଁ ବରଂ ପ୍ରତ୍ୟେକ ବର୍ଷ ଏହି ଅଣ୍ଡାଦାନ ଋତୁରେ କଟକଣା କରାଯାଏ। କିନ୍ତୁ ଶହଶହ ଟ୍ରଲର ସମୁଦ୍ରରେ ବୁଲୁଥାଏ। ଯାହା ଫଳରେ ପ୍ରତ୍ୟେକ ବର୍ଷ ଏହି ଋତୁରେ ହଜାର ହଜାର କଇଁଛଙ୍କର ମୃତ୍ୟୁ ହେବା ନଜିର ରହିଛି।

ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ବନ ବିଭାଗ ସହିତ ମେରାଇନ୍ ପୁଲିସ ପକ୍ଷରୁ ମିଳିତ ଭାବରେ ସମୁଦ୍ରରେ ପାଟ୍ରୋଲିଂ କରାଯିବ। ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର ପ୍ରବେଶ କଲେ ଓମଫ୍ରା ଆଇନ ବଳରେ ଟ୍ରଲର ଜବତ କରାଯିବ ତେବେ କେବଳ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ଅନୁମତି ଦିଆଯାଇଛି। ସେହିଭଳି କଟକଣା ସମୟରେ ବେଆଇନ ଟ୍ରଲର ଚାଲୁଥିବାରୁ ପ୍ରତିବର୍ଷ ଅଲିଭ ରିଡ୍‌ଲେଙ୍କ ଗଦାଗଦା ମୃତଦେହ ଦେଖିବାକୁ ମିଳୁଛି। 

ଯାହାକୁ ନେଇ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ଥାନା ମଧ୍ୟରେ ସମନ୍ବୟ ରହୁ ନଥିବାରୁ ଏହି ସବୁ ଅନିୟମିତତା ବର୍ଷ ବର୍ଷ ଧରି ଚାଲିଛି।

Friday, October 31, 2025

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ...

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ୩ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଗଜପତି ଜିଲାର ରାମଗିରି (ବଡ଼ଗାଁ-ଅନଘା ମୁଖ୍ୟ ରାସ୍ତା) ଓ କାଶୀନଗର ଗର୍ଭାଠାରେ ୨ଟି ଭୂସ୍ଖଳନ ଘଟଣା ଏବଂ କୋରାପୁଟ ଜିଲାର ବରିପୁର ଘାଟିଠାରେ ଗୋଟିଏ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି। ଅଗ୍ନିଶମ ଦଳ ତ୍ବରିତ ବେଗରେ ମାଟି ଅତଡ଼ା ଓ ପଥରକୁ ଯୁଦ୍ଧକାଳୀନ ଭିତ୍ତିରେ ହଟାଇବା ପରେ ଚଳାଚଳ ସ୍ବାଭାବିକ ହୋଇଛି।

ରାଜ୍ୟରେ ଲଗାଣ ବର୍ଷା ଓ ପବନ ଯୋଗୁଁ ୬୦ ସ୍ଥାନରେ ଗଛ ଭାଙ୍ଗି ଘର ଉପରେ କିମ୍ବା ରାସ୍ତାରେ ପଡ଼ି ଅବରୋଧ ହୋଇଛି। ଗଜପତି, କୋରାପୁଟ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ବଲାଙ୍ଗିର ଜିଲାରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଛି। ଉକ୍ତ ସ୍ଥାନରୁ ତ୍ବରିତ ବେଗରେ ଗଛ କାଟି ସଫା କରିଛି ଅଗ୍ନିଶମ ବିଭାଗ। ଲଗାଣ ବର୍ଷା ଓ ପବନରେ ଗଜପତି ଓ କୋରାପୁଟ ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ଗଜପତିରେ ସର୍ବାଧିକ ୧୬ ସ୍ଥାନରେ ଗଛ କାଟି ରାସ୍ତା ସଫା କରାଯାଇଛି। ଗୁମ୍ମା ଅଧୀନ ରୁଙ୍ଗୁରୁଙ୍ଗୁବାଠାରେ ଏକ ଗଛ ଉପୁଡ଼ି ପଡ଼ିବାରୁ କର୍ଣ୍ଣ ଗମାଙ୍ଗଙ୍କ ଏକ ଗୁହାଳ କ୍ଷତିଗ୍ରସ୍ତ ହେବା ସହ ଦୁଇଟି ଗାଈ ଗୁରୁତର ଆହତ ହୋଇଥିଲେ। ଏଥିସହ ମୟୂରଭଞ୍ଜ, କଟକ, କେନ୍ଦୁଝର, ଜଗତସିଂହପୁରର, ଯାଜପୁର ଓ ଖୋର୍ଦ୍ଧାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗଛ ଭାଙ୍ଗିଯାଇଛି।

ଅନୁରୂପଭାବେ ବାତ୍ୟା ପ୍ରଭାବରେ ବର୍ଷା ହେବାରୁ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। ୮ଟି ସ୍ଥାନରେ ଜଳ ନିଷ୍କାସନ କାର୍ଯ୍ୟ କରାଯାଇଛି। ଗଞ୍ଜାମର ଚିକିଟି ଟାଉନ୍, ଏମ୍‌କେସିଜି ମେଡିକାଲ କ୍ୟାମ୍ପସ, ଦିଗପହଣ୍ଡି ରୋଡ଼, ଖଲ୍ଲିକୋଟ ଓ ପୁରୀର ଜଗନ୍ନାଥ ବଲ୍ଲଭ, ସୁଜାତା ନଗର, ବିଧବା ଆଶ୍ରମ ଓ ମାଟି ତୋଟାରେ ଜମିଥିବା ପାଣି ନିଷ୍କାସନ ହୋଇଛି। ସେପଟେ ବାତ୍ୟାର ସ୍ଥିତିରେ ସୁଧାର ଆସିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ସୂଚନାକୁ ଆଧାର କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୁବନେଶ୍ୱରରେ ୨୪ ଘଣ୍ଟିଆ ରାଜ୍ୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଆମେ ବିପର୍ଯ୍ୟୟ ପରର ସ୍ଥିତିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛୁ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Thursday, October 30, 2025

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ
ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇ ଏମାନେ ବ୍ରହ୍ମପୁର ଜେଲରେ ଥିଲେ। ଗତକାଲି କୋର୍ଟ ଏମାନଙ୍କୁ ଜାମିନ୍ ପ୍ରଦାନ କରିବା ପରେ ଆଜି ସମସ୍ତ ୧୧୪ ଜଣ ପରୀକ୍ଷାର୍ଥୀ ଜେଲରୁ ବାହାରିଛନ୍ତି। ଏହି ମାମଲାରେ ବ୍ରହ୍ମପୁର ପୁଲିସ୍‌ ଏବଂ କ୍ରାଇମବ୍ରାଞ୍ଚ ମୋଟ୍ ୧୨୩ ଜଣଙ୍କୁ ଗିରଫ କରିଥିଲା। ତେବେ ୯ ଜଣଙ୍କୁ ଜାମିନ୍ ମିଳିନଥିବାରୁ ସେମାନେ ଜେଲରେ ଅଛନ୍ତି। ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବେବି ଫେରାର୍‌ ଅଛି।

ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଏଯାଏଁ ମାମଲା ସିବିଆଇକୁ ହସ୍ତାନ୍ତର ହୋଇନଥିବାରୁ ପରବର୍ତ୍ତୀ ତଦନ୍ତ ଉପରେ ସମସ୍ତଙ୍କର ନଜର ରହିଛି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜେଲରୁ ଜାମିନରେ ବାହାରିଲେ ପୋଲିସ ଏସଆଇ ଆଶାୟୀ ପରୀକ୍ଷାର୍ଥୀ । ଗତ ମାସ ୩୦ ତାରିଖରେ ୩ଟି ବସରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଯିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା ।

ପଣବନ୍ଦୀ ନାଟକ

ବେଶ କିଛି ସମୟ ଧରି ମୁମ୍ବାଇରେ ଚାଲିଥିବା ପଣବନ୍ଦୀ ସଙ୍କଟରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଫିଲ୍ମ ଷ୍ଟାଇଲରେ ଘଟିଥିବା ଏହି ପଣବନ୍ଦୀ ଘଟଣାକୁ ସମାଧାନ କରିଛି ପୁଲିସ୍‌। ୧୭ ଜଣ ଛୋଟ ପିଲା, ଜଣେ ବରିଷ୍ଠ ନାଗରିକ ଓ ଆଉ ଜଣେ ସାଧାରଣ ଲୋକଙ୍କୁ ପୁଲିସ ସୁରକ୍ଷିତ ମୁକୁଳାଇବାରେ ସକ୍ଷମ ହୋଇଛି। 

ମୁମ୍ବାଇ ର ପୋୱାଇ ଅଞ୍ଚଳରେ ଥିବା ଗୋଟିଏ ବିଲଡିଂର ତଳ ମହଲାରେ ଚାଲିଥିବା ଷ୍ଟୁଡିଓକୁ ଅଡିସନ ଦେବାକୁ ଆସିଥିବା ବେଳେ ସମସ୍ତ ପିଲା ଓ ଅନ୍ୟମାନଙ୍କୁ ଜଣେ ବ୍ୟକ୍ତି ପଣବନ୍ଦୀ କରି ନେଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ପୂରା ସହରରେ ଆତଙ୍କ ଖେଳି ଯାଇଥିଲା।
ଖବର ପାଇ ପୁଲିସ୍ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା। ପୁଲିସ୍‌ ବେଶ ସତର୍କତାର ସହ ଷ୍ଟୁଡିଓକୁ ଯାଇ ପଣବନ୍ଦୀ ହୋଇ ରହିଥିବା ଛୋଟ ପିଲା ଓ ଅନ୍ୟମାନଙ୍କୁ ଉଦ୍ଧାର କରିଛି। ସେହିପରି ଅପହରଣ ଘଟଣା ପଛରେ ଥିବା ରୋହିତ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। 

ଡେପୁଟି କମିଶନର ଅଫ ପୁଲିସ୍‌ ଦତ୍ତା ନାଲାୱାଡେ କହିଛନ୍ତି ଯେ ପୁଲିସ୍‌ ଅଭିଯୁକ୍ତ ପାଖରୁ ଗୋଟିଏ ଏୟାର ଗନ୍‌ ଓ କିଛି କେମିକାଲ୍ସ ଜବତ କରିଛି। ଘଟଣା ପଛରେ ଜଣେ ମାତ୍ର ବ୍ୟକ୍ତି ରହିଥିଲା। ଅଧିକାରୀମାନେ ବାଥରୁମ ବାଟେ ଧସେଇ ପଶିବା ସହ ସମସ୍ତଙ୍କୁ ଉଦ୍ଧାର କରିଥିବା ସେ କହିଛନ୍ତି। 
ପୂରା ଘଟଣା ଆରଏ ଷ୍ଟୁଡିଓରେ ଘଟିଛି। ଏଠାରେ ପ୍ରତିଦିନ ଅଭିନୟର ଶିକ୍ଷା ଦିଆଯାଏ। ଏଠାରେ କାମ କରୁଥିବା ରୋହିତ ଆର୍ଯ୍ୟ ନାମକ ବ୍ୟକ୍ତି ସମସ୍ତଙ୍କୁ ପଣବନ୍ଦୀ କରି ରଖିଥିଲା। ସେ ନିଜେ ମଧ୍ୟ ଗୋଟିଏ ୟଟ୍ୟୁବ ଚ୍ୟାନେଲ ଚଳାଏ। ୪ରୁ ୫ ଦିନ ହେବ ଷ୍ଟୁଡିଓରେ ରୋହିତ ଅଡିସନ କରି ଆସୁଥିଲା। ଗୁରୁବାର ସକାଳେ ପ୍ରାୟ ୧୦୦ ଜଣ ପିଲା ଅଡିସନ ପାଇଁ ଆସିଥିଲେ। ଏହାପରେ ସେ ପ୍ରାୟ ୭୫ ଜଣଙ୍କୁ ଛାଡ଼ି ଦେଇଥିଲା। ବାକି ୧୭ ଜଣଙ୍କୁ ପଣବନ୍ଦୀ କରି ରଖିଥିଲା। 

ସମସ୍ତଙ୍କୁ ପଣବନ୍ଦୀ କରିବା ପରେ ସେ ଗୋଟିଏ ଭିଡିଓ ମେସେଜ ଜାରି କରିଥିଲା। ଏଥିରେ ସେ ନିଜକୁ ରୋହିତ ଆର୍ଯ୍ୟ ଭାବେ ପରିଚୟ ଦେଇଥିଲା। ସେ କହିଥିଲା, “ଏହି ପିଲାମାନଙ୍କୁ ପଣବନ୍ଦୀ କରି ରଖିବା ପଛରେ ମୋର ଗୋଟିଏ ଯୋଜନା ରହିଛି। ମୁଁ ଏହାକୁ ଯେମିତି ହେଲେ କାର୍ଯ୍ୟକାରୀ କରିବି। ଯଦି ମୁଁ ବଞ୍ଚି ରହିବି, ତା’ହେଲେ ନିଶ୍ଚିତ କରିବି। ଯଦି ମୁଁ ମରିଯାଏ, ତା’ହେଲେ ଆଉ କେହି ଏପରି କରିବ।
କିନ୍ତୁ ଏହା ନିଶ୍ଚିତ ହେବ। ଏହା ପ୍ରତିଟି ପିଲାଙ୍କ ସହ ହେବ। ଯଦି କେହି କୌଣସି ଚାଲାକି ଦେଖାଇବେ, ତା’ହେଲେ ପୂରା ବିଲଡିଂରେ ନିଆଁ ଲଗାଇ ଦେବି। ସମସ୍ତେ ମରିବେ। ମୁଁ ମରିବି କି ନାହିଁ ଜାଣିନି। କିନ୍ତୁ ପିଲାମାନେ ଅଯଥାରେ ଆଘାତ ପାଇବେ। ସେମାନଙ୍କ ମାନସିକ ଭାର ବଢ଼ିବ।

ନିଶ୍ଚିତ କିଛି ଗୋଟେ ଘଟିବ। ତେଣୁ ଏଥିପାଇଁ ମୋତେ ଦାୟୀ କରା ନ ଯାଉ। ମୋତେ କେହି ବି ଉସକାଇବାକୁ ଚେଷ୍ଟା କରନ୍ତୁ ନାହିଁ। ମୁଁ ଜଣେ ସାଧାରଣ ଲୋକଙ୍କ ଭଳି କଥା ହେବାକୁ ଚାହେଁ। ମୋ କଥାବାର୍ତ୍ତା ସରିଲେ, ମୁଁ ନିଜେ ଧରା ଦେବି। ମୁଁ ଏକା ନୁହେଁ। ମୋ ସହ ଅନେକ ଲୋକ ଅଛନ୍ତି।
 ଅନେକ ଲୋକଙ୍କ ସହ ଏପରି ସମସ୍ୟା ରହିଛି। ମୁଁ ସମାଧାନର ବାଟ ବତାଇବି। କେବଳ ଆଲୋଚନା ଦ୍ୱାରା। ଦୟା କରି ମୋତେ ଉସକାନ୍ତୁ ନାହିଁ। ମୁଁ କାହାର କିଛି କରିବି ନାହିଁ। ମୁଁ କେବଳ କିଛି ଲୋକଙ୍କ ସହ କଥା ହୋଇ ପ୍ରଶ୍ନ ପଚାରିବି ଓ ଉତ୍ତର ଦେବି। ମୁଁ ଆତଙ୍କବାଦୀ ନୁହେଁ।”

ଭିଡିଓ ବାର୍ତ୍ତା ପରେ ପୁଲିସ୍‌ ପୂରା ଅଞ୍ଚଳରେ ଘେରା ବନ୍ଦୀ କରି ଫିଲ୍ମ ଷ୍ଟାଇଲରେ ଷ୍ଟୁଡିଓ ଭିତରକୁ ଯାଇ ପଣବନ୍ଦୀମାନଙ୍କୁ ମୁକୁଳାଇଛି। ଏବେ ରୋହିତକୁ ଗିରଫ କରି ଅଧିକ ତଦନ୍ତ କରୁଛି।

୩୧ ଅକ୍ଟୋବର ୨୦୨୫, ଶୁକ୍ରବାର ରାଶିଫଳ

ନମସ୍କାର ଦର୍ଶକବନ୍ଧୁମାନେ,
ଆପଣ ଦେଖୁଛନ୍ତି କୋଷ୍ଟାଲ ନ୍ୟୁଜ ଓଡ଼ିଆ,
ଆମର ଦୈନିକ ରାଶିଫଳ ଅଂଶରେ ଆପଣଙ୍କ ସ୍ବାଗତ।

ଆଜି ହେଉଛି ୩୧ ଅକ୍ଟୋବର ୨୦୨୫, ଶୁକ୍ରବାର —
ଏହି ଦିନ ଶୁକ୍ର ଗ୍ରହର ପ୍ରଭାବ ଥିବାରୁ
ପ୍ରେମ, ସଫଳତା ଓ ଆନନ୍ଦର ଏକ ସନ୍ଦେଶ ନେଇ ଆସୁଛି।

ଆସନ୍ତୁ ଦେଖିନେବା, ଆଜିର ଦିନଟି ୧୨ଟି ରାଶି ପାଇଁ କିପରି ରହିବ।

ଭିଡିଓଟି ଭଲ ଲାଗିଲେ ନିଶ୍ଚୟ ଲାଇକ୍, ଶେୟାର ଓ ସବ୍ସକ୍ରାଇବ କରନ୍ତୁ
👉 କୋଷ୍ଟାଲ ନ୍ୟୁଜ ଓଡ଼ିଆ ୟୁଟୁବ ଚ୍ୟାନେଲକୁ,
ଓ ବେଲ୍ ଆଇକନ୍ ଦବାନ୍ତୁ, ଯେପରି ଆପଣ ପ୍ରତିଦିନ ରାଶିଫଳ ଓ ମୁଖ୍ୟ ଖବର ଅପଡେଟ୍ ପାଇପାରିବେ।


---

🌞 ମେଷ ରାଶି (Aries) — 
🎵 [Energetic morning background tone]
ଆଜି ଆପଣଙ୍କ ଆତ୍ମବିଶ୍ୱାସ ଅଧିକ ରହିବ ।
କାମକ୍ଷେତ୍ରରେ ନୂତନ ଦିଗ ଖୋଲିପାରେ।
ବଡ଼ମାନଙ୍କ ସହଯୋଗ ମିଳିବ ଓ ପଦୋନ୍ନତି ଯୋଗ ଅଛି।
ଧନ ଲାଭ ଓ ପରିବାରୀକ ଖୁସି ରହିବ।
ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟ ମାଧ୍ୟମରେ ମନ ଶାନ୍ତି ମିଳିପାରେ।
ବିବାହିତ ଜୀବନ ମଧ୍ୟ ସମନ୍ୱୟମୟ ରହିବ।
👉 ସୁଭ ରଙ୍ଗ – ଲାଲ। ସୁଭ ଦିଗ – ପୂର୍ବ।


---

🌙 ବୃଷ ରାଶି (Taurus) — 
🎵 [Soft soothing music background]
ଆଜି ଆପଣଙ୍କ ଧୈର୍ଯ୍ୟ ଓ ଦୃଢ଼ତା ଫଳ ଦେବ।
ଜମି, ଘର, ଜାଗା ବାଡ଼ି ସମ୍ପର୍କିତ ନିଷ୍ପତ୍ତି ନେବାକୁ ଶୁଭ ସମୟ।
ପରିବାରୀକ ଖୁସି ଓ ନୂତନ ସଂପର୍କରେ ସଫଳତା ମିଳିପାରେ।
ଧନ ନିବେଶ ରେ ସତର୍କ ହୋଇ ନିଷ୍ପତ୍ତି ନିଅନ୍ତୁ।
ସନ୍ଧ୍ୟା ସମୟରେ ଶୁଭ ସଂବାଦ ମିଳିପାରେ।
👉 ସୁଭ ରଙ୍ଗ – ଧଳା। ସୁଭ ସଂଖ୍ୟା – 6।


---

🔥 ମିଥୁନ ରାଶି (Gemini) — 
🎵 [Lively and light upbeat tune]
ଆଜି ଆପଣଙ୍କ ଚିନ୍ତା ଓ ଯୋଜନା ନୂତନ ସଫଳତା ଦେବ।
ପ୍ରେମ ସମ୍ପର୍କରେ ନୂତନ ଦିଗ ଖୋଲିପାରେ।
କାର୍ଯ୍ୟକ୍ଷେତ୍ରରେ ନେତୃତ୍ୱ ଦେଖାଇବାର ସୁଯୋଗ ମିଳିପାରେ।
ସନ୍ଧ୍ୟାରେ ପରିବାର ସହିତ ଆନନ୍ଦମୟ ସମୟ ଅତିବାହିତ ହେବ।


---

🌾 କର୍କଟ ରାଶି (Cancer) — 
🎵 [Calm emotional tone – sea wave ambience]
ଆଜି ମନ ଅଳ୍ପ ଅଶାନ୍ତ ରହିପାରେ, କିନ୍ତୁ ଧୈର୍ଯ୍ୟ ରଖନ୍ତୁ।
ସକାଳରେ କାମରେ ଚାପ ଥିବ, ଦିନ ଶେଷରେ ସଫଳତା ଆସିବ।
ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସତର୍କ ରହନ୍ତୁ।
ପରିବାରୀକ ସମ୍ପର୍କ ପାଇଁ ସମୟ ମିଳିଲେ ମନ ଖୁସି ହେବ।


---

🌻 ସିଂହ ରାଶି (Leo) — 
🎵 [Powerful orchestral tone]
ଆଜି ଆପଣ ନିଜ କାମରେ ଶୀର୍ଷସ୍ଥ ହେବେ।
ସମସ୍ତେ ଆପଣଙ୍କ ପରିଚାଳନା ଓ ବିଚାରକୁ ସ୍ୱୀକାର ଓ ପସନ୍ଦ କରିବେ।
ଧନ ଲାଭ ଓ ପ୍ରତିଷ୍ଠା ବଢ଼ିବ।
କିନ୍ତୁ ଅହଂକାର ରଖିଲେ ବିପଦ ଆସିପାରେ, ନମ୍ରତା ରଖନ୍ତୁ।


---

🍀 କନ୍ୟା ରାଶି (Virgo) — 
🎵 [Calm harp + flute background]
କାର୍ଯ୍ୟକ୍ଷେତ୍ରରେ ନୂତନ ଅବସର ଆସିପାରେ।
ଆଜି ଆପଣଙ୍କ ପାଇଁ ଦିନ ଶିକ୍ଷା ଓ ଅଭିଜ୍ଞତାର।
ପରିବାରୀକ ଖୁସି ଓ ସନ୍ତାନ ଙ୍କୁ ସଫଳତା ମିଳିପାରେ।
ଧନ ଆସିବ, କିନ୍ତୁ ଖର୍ଚ୍ଚ ମଧ୍ୟ ହେବ।


---

🌼 ତୁଳା ରାଶି (Libra) — 
🎵 [Romantic gentle tone]
ପ୍ରେମ ଓ ସମ୍ପର୍କରେ ଶୁଭ ସଂକେତ।
ଧନ ଲାଭ ହେବ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ।
ସହଧର୍ମୀଙ୍କ ସହିତ ସମୟ ଅତିବାହିତ କରନ୍ତୁ — ମନ ଖୁସି ହେବ।
ଅପେକ୍ଷିତ ଯାତ୍ରା ଯୋଗ ଅଛି।


---

🌸 ବୃଶ୍ଚିକ ରାଶି ବା (Scorpio) — 
🎵 [Medium intensity background tune]
ଆଜି ଦିନଟି ମିଶ୍ର ଫଳଦାୟକ ହେବ ।
ଧନ ଖର୍ଚ୍ଚ ହେଇପାରେ କିନ୍ତୁ ପଛରେ ଲାଭ ମିଳିବ।
ପରିବାରରେ ସମସ୍ୟା ଆସିଲେ ସାନ୍ତ୍ୱନା ଓ ଧୈର୍ଯ୍ୟ ରଖନ୍ତୁ।
ଧାର୍ମିକ କାର୍ଯ୍ୟରେ ମନ ଶାନ୍ତି ମିଳିପାରେ।


---

🌿 ଧନୁ ରାଶି (Sagittarius) — 
🎵 [Adventure background music]
ଭ୍ରମଣ ଯୋଗ ଅଛି।
ନୂତନ ବ୍ୟବସାୟ କିମ୍ବା ଯୋଜନା ରେ ସଫଳତା ମିଳିପାରେ।
ସାହସ ଓ ବିଶ୍ୱାସ ଆପଣଙ୍କ ଶକ୍ତି ହେବ।
ସନ୍ଧ୍ୟାରେ ନୂତନ ସମାଦେଶ ମିଳିପାରେ।


---

🌺 ମକର ରାଶି (Capricorn) — 
🎵 [Determined orchestral soft beat]
ଆଜି ଆପଣ ନିଜ କାମ ଦ୍ୱାରା ସମସ୍ତଙ୍କ ମନ ଜିତିବେ।
ଧନ ଲାଭ ଓ ପରିବାରୀକ ସମ୍ମାନ ମିଳିବ।
ବଡ଼ମାନଙ୍କ ସହଯୋଗ ରହିବ ।
ସନ୍ଧ୍ୟାରେ ଆତ୍ମବିଶ୍ୱାସ ବଢ଼ିବ।


---

🌷 କୁମ୍ଭ ରାଶି (Aquarius) — 
🎵 [Light thoughtful tone]
ସୃଜନଶୀଳ ଭାବନା ଆଜି ଆପଣଙ୍କୁ ଲାଭ ଦେବ।
ସମସ୍ୟାର ସମାଧାନ ନିଜ ମୁଖରେ ଆସିଯିବ।
ପରିବାରୀକ ସଂସ୍କାର ଓ ପ୍ରେମ ଆପଣଙ୍କୁ ଶକ୍ତି ଦେବ।
ନିଜର ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।


---

🌻 ମୀନ ରାଶି (Pisces) — 
🎵 [Peaceful ending music – flute + tanpura fade]
ଆଜି ଆପଣଙ୍କ ମନୋକାମନା ପୂରଣ ହେବ।
ପ୍ରେମ ଓ ଧନ ଦୁଇଟିରେ ଭଲ ଯୋଗ ଅଛି।
ସନ୍ଧ୍ୟାରେ ଖୁସି ଖବର ମିଳିପାରେ।
ଧାର୍ମିକ ଭାବେ ଆଜି ଆପଣ ଶାନ୍ତି ପାଇବେ।


---

🎙️
ଏହା ଥିଲା ଆଜିର ୩୧ ଅକ୍ଟୋବର ଶୁକ୍ରବାର ରାଶିଫଳ,
କୋଷ୍ଟାଲ ନ୍ୟୁଜ ଓଡ଼ିଆ ଦେଇଥିବା ଦୈନିକ ଜ୍ୟୋତିଷ ଅପଡେଟ୍।

କେମିତି ଲାଗିଲା ଆପଣଙ୍କ ରାଶିଫଳ?
କମେଣ୍ଟ୍ ବକ୍ସରେ ନିଶ୍ଚୟ ଲେଖନ୍ତୁ।

ଭିଡିଓଟିକୁ ଲାଇକ୍, ଶେୟାର ଓ ସବ୍ସକ୍ରାଇବ କରନ୍ତୁ
👉 କୋଷ୍ଟାଲ ନ୍ୟୁଜ ଓଡ଼ିଆ ୟୁଟୁବ ଚ୍ୟାନେଲକୁ,
ଓ ବେଲ୍ ଆଇକନ୍ ଦବାନ୍ତୁ ଯେପରି ଆପଣ ଦିନ ପ୍ରତିଦିନ ରାଶିଫଳ, ଖବର ଓ ଆବହା ପୂର୍ବାନୁମାନ ପାଇପାରିବେ।

📧 Email: coastalnews12@gmail.com
🌐 Website: coastalnewsodia.blogspot.com

ଜଗନ୍ନାଥଙ୍କ କୃପା ଆପଣଙ୍କ ଉପରେ ରହୁ,
ଆପଣଙ୍କ ଦିନ ଶୁଭ ହେଉ! 🌸🌼
ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

କଥା ଦେଇ କଥା ରଖିଲେ ସରକାର: ବିକାଶ ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବ ପୂର୍ତ୍ତ ବିଭାଗ

ପ୍ରତ୍ୟେକ ନୂତନ ରାସ୍ତା ପାଶ୍ୱର୍ରେ ହେବ ବୃକ୍ଷରୋପଣ। ବୃକ୍ଷରୋପଣ ଲାଗି ବ୍ୟୟ ହେବ ନିର୍ମାଣ ଖର୍ଚ୍ଚର ୧%।

ପରିବେଶ ପ୍ରଦୂଷଣକୁ ରୋକିବାରେ ହେବ ବିଶେଷ ସହାୟକ

ଭୁବନେଶ୍ୱର, ୩୦/୧୦: ସଂପ୍ରତି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ବିଶ୍ୱରେ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଦ୍ରୁତ ସହରୀକରଣ ଓ ଜଙ୍ଗଲ ହ୍ରାସ ଯୋଗୁଁ ଏହାର କୁପ୍ରଭାବ ସାରା ମାନବ ସମାଜ ଓ ଜୀବଜଗତ ଉପରେ ପରିଲକ୍ଷିତ ହେଉଛି । ତେଣୁ ଏହି ସମସ୍ୟାର ମୁକାବିଲା କରିବା ଏବଂ ଓଡ଼ିଶାକୁ ପରିବେଶ ଅନୁକୂଳ ରାଜ୍ୟ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ, ତାହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନକୁ ଅନୁପାଳନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସାମଗି୍ରକ ପ୍ରଗତି ପଥରେ ଅଗ୍ରସର ହେଉଛି । ଏହି କ୍ରମରେ ସାରା ରାଜ୍ୟରେ ପୂର୍ତ୍ତ ବିଭାଗ ଅଧୀନରେ ନୂଆକରି ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ, ଅନ୍ୟାନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣକୁ ବାଧ୍ୟତାମୂଳକ କରାଯିବା ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏଥିନେଇ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ରାସ୍ତାର ଉଭୟ ପାଶ୍ୱର୍ ଏବଂ ଡିଭାଇଡର ମଝିରେ ଥିବା ଖାଲିସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରାଯିବା ନେଇ ଇଆଇସି (ସଭିଲ୍‌ ତଥା ରୋଡସ୍‌), ଇଆଇସି (ଏନ୍‌ଏଚ୍‌), ଏମ୍‌.ଡି, ଓବିସିସିଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି । ଗ୍ରୀନ୍‌ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟ ନେଇ ସବୁ ରାସ୍ତାକଡ଼ରେ ବୃକ୍ଷ ରୋପଣ କରାଯିବ । ଏହି କ୍ରମରେ ରାସ୍ତା ନିର୍ମାଣ ସମୟରେ ନିର୍ମାଣ ବ୍ୟୟର ଅତିରିକ୍ତ ୧ ପ୍ରତିଶତ ଅର୍ଥରାଶି ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରିବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ଏହାଦ୍ୱାରା ଅଙ୍ଗାରକାମ୍ଳ ଅବଶୋଷଣ ଓ ଅମ୍ଳଜାନ ସ୍ତର ବୃଦ୍ଧି ସହ ବାୟୁ ପ୍ରଦୂଷଣକୁ କମ୍‌ କରିହେବ । ଏହି ବୃକ୍ଷରୋପଣ ଶବ୍ଦ ପ୍ରଦୂଷଣକୁ କମ୍‌ କରିବା ସହ ମୃର୍ତ୍ତିକା କ୍ଷୟକୁ ରୋକିବା ଏବଂ ବାୟୁର ମାନକ ବୃଦ୍ଧି କରିବା ସହ ଖରାଦିନେ ଆଖପାଖ ଅଞ୍ଚଳରେ ଶୀତଳତା ସୃଷ୍ଟି କରିବାରେ ସହାୟକ ହେବ ।

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ପୂର୍ବରୁ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ବ୍ୟାପକ ବନୀକରଣ ସହ ଜଳବାୟୁ ପରିବର୍ତ୍ତନରେ ମୁକାବିଲା ଦିଗରେ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷିରେ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ ନିଷ୍ପତ୍ତି ମୃତ୍ତିକା ସଂରକ୍ଷଣ ଓ ବିଭିନ୍ନ ପ୍ରଦୂଷଣକୁ କମ୍‌ କରିବା ଦିଗରେ କାର୍ଯ୍ୟ କରିବ । ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏବଂ ସମଗ୍ର ଦେଶରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ ।

୩୦ ବର୍ଷ ପରେ ପରମାଣୁ ପରୀକ୍ଷଣ କରିବ ଆମେରିକା: ଟ୍ରମ୍ପଙ୍କ ନିର୍ଦ୍ଦେଶ

୩୦ ବର୍ଷ ପରେ ପରମାଣୁ ପରୀକ୍ଷଣ କରିବ ଆମେରିକା: ଟ୍ରମ୍ପଙ୍କ ନିର୍ଦ୍ଦେଶ

ଆମେରିକା ଉଲ୍ଲଂଘନ କରିବ ପରମାଣୁ ଅପ୍ରସାର ଚୁକ୍ତି

ୱାଶିଂଟନ, ୩୦/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ, ପେଣ୍ଟାଗନକୁ ତୁରନ୍ତ ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପରମାଣୁ ଅସ୍ତ୍ରର ଏହି ପରୀକ୍ଷଣ ଚୀନ୍ ଏବଂ ରୁଷ ସହିତ ସମାନ ସ୍ତରରେ କରାଯିବା ଉଚିତ। ଟ୍ରମ୍ପ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଅନ୍ୟ ଦେଶଗୁଡିକ ପରମାଣୁ ପରୀକ୍ଷଣ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି, ମୁଁ ପ୍ରତିରକ୍ଷା ବିଭାଗକୁ ପରମାଣୁ ଅସ୍ତ୍ର ପରୀକ୍ଷଣ ଯଥାଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି।”

କହି ରଖୁଛୁ ଯେ, ଏହା ପୂର୍ବରୁ ଆମେରିକା ଶେଷ ଥର ପାଇଁ ୨୩ ସେପ୍ଟେମ୍ବର ୧୯୯୨ ରେ ନେଭାଡାରେ ଏହାର ପରମାଣୁ ପରୀକ୍ଷଣ କରିଥିଲା ଏବଂ ଏହା ପରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଏଚ୍.ଡବ୍ଲୁ. ବୁଶ ମଧ୍ୟ ଭୂମିଗତ ପରମାଣୁ ପରୀକ୍ଷଣ ଉପରେ ନିଷେଧ ଘୋଷଣା କରିଥିଲେ।

ଗୋଟିଏ ପଟେ ଟ୍ରମ୍ପ ଗୁରୁବାର ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ ଏବଂ ଅନ୍ୟପଟେ ସେ ଏପରି ଏକ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରୁଷ ମଧ୍ୟ ନିକଟରେ ଏହାର ପରମାଣୁ ଅସ୍ତ୍ର ପରୀକ୍ଷଣ କରିଛି। ଏପରି ସ୍ଥିତିରେ, ବିଶ୍ୱରେ ଚାଲିଥିବା ଅଶାନ୍ତି ମଧ୍ୟରେ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ଆସିଛି।

ଟ୍ରମ୍ପ ତାଙ୍କ ପୋଷ୍ଟରେ ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକା ପାଖରେ ବିଶ୍ୱରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ର ଅଛି, କିନ୍ତୁ ‘ଆନ୍ତର୍ଜାତୀୟ ନ୍ୟୁକ୍ଲିୟର ଅସ୍ତ୍ର ବିଲୋପ ଅଭିଯାନ’ ଅନୁଯାୟୀ, ରୁଷ ପାଖରେ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ୫,୫୦୦ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି। ଏବଂ ଆମେରିକା ପାଖରେ ପ୍ରାୟ ୫,୦୪୪ ସଂଖ୍ୟକ ପରମାଣୁ ଅସ୍ତ୍ର ଅଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନ୍‌ ଦ୍ରୁତ ଗତିରେ ତାର କ୍ଷମତା ବୃଦ୍ଧି କରୁଛି, ଯାହା ୨୦୩୦ ସୁଦ୍ଧା ଅସ୍ତ୍ରଶସ୍ତ୍ର ସଂଖ୍ୟା ୧୦୦୦କୁ ବୃଦ୍ଧି ପାରେ। ଚୀନ୍‌ ୧୬ ଅକ୍ଟୋବର, ୧୯୬୪ ରେ ସଫଳତାର ସହ ତାର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ କରିଥିଲା। ଏହି ପରୀକ୍ଷଣ ସହିତ, ଆମେରିକା, ସୋଭିଏତ୍ ୟୁନିଅନ୍, ବ୍ରିଟେନ୍ ଏବଂ ଫ୍ରାନ୍ସ ପରେ ଚୀନ୍‌ ବିଶ୍ୱର ପଞ୍ଚମ ପରମାଣୁ ସମୃଦ୍ଧ ଦେଶ ହୋଇଗଲା। ଚୀନ୍‌ ଜୁଲାଇ ୧୯୯୬ ରେ ତାର ଶେଷ ପରମାଣୁ ପରୀକ୍ଷଣ କରିଥିଲା। ଚୀନ୍‌ ପାଖରେ ବର୍ତ୍ତମାନ ପ୍ରାୟ ୬୦୦ ପରମାଣୁ ଅସ୍ତ୍ର ଅଛି।

ଅନ୍ୟପଟେ ଟ୍ରମ୍ପଙ୍କ ପରମାଣୁ ପରୀକ୍ଷଣ ପୁନଃ ଆରମ୍ଭ କରିବା ଆଦେଶ ପରମାଣୁ ଅପ୍ରସାର ଚୁକ୍ତି (NPT) ଉଲ୍ଲଂଘନ କରିପାରେ। କାରଣ ଆମେରିକା ୧୯୯୨ ମସିହାରେ ପରମାଣୁ ପରୀକ୍ଷଣ ବନ୍ଦ କରିବାକୁ ଘୋଷଣା କରିଥିଲା।

ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ପୂର୍ବରୁ ଚେତାବନୀ ଦେଇସାରିଛି ଯେ ଏପରି ନୂତନ ପରମାଣୁ ପରୀକ୍ଷଣ ବିଶ୍ୱବ୍ୟାପୀ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଆରମ୍ଭ କରିପାରେ।

ଖୁବଶୀଘ୍ର ‘ୱାନ୍ ନେସନ ୱାନ୍ ପୋଲିସ ୟୁନିଫର୍ମ ପଲିସି’

ଭିନ୍ନ ରାଜ୍ୟରେ ରହିବନି ଭିନ୍ନ ପୋଲିସ ୟୁନିଫର୍ମ

ନୂଆଦିଲ୍ଲୀ, ୩୦/୧୦: ଖୁବଶୀଘ୍ର ଦେଶରେ ଲାଗୁ ହେବ ୱାନ୍ ନେସନ ୱାନ୍ ପୋଲିସ ୟୁନିଫର୍ମ ପଲିସି। ଦେଶରେ ଏଣିକି ସବୁ ରାଜ୍ୟର ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ। ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସ ୟୁନିଫର୍ମ ଆଉ ରହିବ ନାହିଁ।

ଏ ନେଇ ଓଡ଼ିଶା ସମେତ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରାଳୟ। ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ୍‌, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ଲେଖିଛି।

ଚିଠିରେ ନଭେମ୍ବର ୪ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। କେନ୍ଦ୍ରର ଚିଠି ପରେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ତଥ୍ୟ ପାଇଁ ଡିଜିପି କଣ୍ଟ୍ରୋଲ୍‌ ରୁମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

CBSE ଦଶମ ଓ ଦ୍ବାଦଶ ପରୀକ୍ଷା ତାରିଖ ଘୋଷଣା

ଦଶମ ପିଲାଙ୍କ ପାଇଁ ହେବ ୨ଟି ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ, ୩୦/୧୦: CBSE ଦଶମ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏ ନେଇ CBSE ପକ୍ଷରୁ ପରୀକ୍ଷାର ୧୧୦ ଦିନ ପୂର୍ବରୁ ପ୍ରକାଶ ପାଇଲା ସୂଚୀ।

ବିଜ୍ଞପ୍ତି ଅନୁସାରେ, ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ଦଶମ ଓ ଦ୍ବାଦଶ ପରୀକ୍ଷା। ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୧୦ ଯାଏଁ ହେବ ଦଶମ ପରୀକ୍ଷା। ଚଳିତ ଥରଠାରୁ ଦଶମ ଶ୍ରେଣୀ ପାଇଁ ହେବ ୨ଟି ବୋର୍ଡ ପରୀକ୍ଷା। ସେହିପରି ଫେବ୍ରୁଆରୀ ୧୭ରୁ ଏପ୍ରିଲ୍ ୯ ଯାଏଁ ହେବ ଦ୍ବାଦଶ ପରୀକ୍ଷା। ପ୍ରତିଦିନ ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ପରୀକ୍ଷା।

ଏସଆଇ ଚାକିରି କେଳେଙ୍କାରୀ: ମୁକୁଳିଲେ ଆଶାୟୀମାସେ ପରେ ଜେଲରୁ ବାହାରିଲେ

ମାସେ ପରେ ଜେଲରୁ ବାହାରିଲେ

ବ୍ରହ୍ମପୁର, ୩୦/୧୦: ବ୍ରହ୍ମପୁର ଜେଲ୍‌ରୁ ବାହାରିଲେ ୧୧୪ SI ଆଶାୟୀ। କୋର୍ଟରୁ ଜାମିନ ମଞ୍ଜୁର ପରେ ଜେଲ୍‌ରୁ ବାହାରିଲେ। ପ୍ରାୟ ମାସେ ଧରି ଜେଲ୍‌ରେ ରହିଲା ପରେ ମୁକୁଳିଲେ। ଅକ୍ଟୋବର ୧ରେ ସେମାନେ ଗିରଫ ହୋଇଥିଲେ।

ଗତ କାଲି ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ପ୍ରଦାନ କରିଥିଲେ।

ଗିରଫ ହୋଇଥିବା ୧୨୩ ଜଣଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ୍ ମିଳିଥିବା ବେଳେ ବାକି ୯ ଜଣଙ୍କୁ ଜାମିନ ମିଳିନଥିଲା। କୋର୍ଟ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କାର ଜେଲ୍ ବଣ୍ଡ ଏବଂ ଦୁଇଜଣ ଜାମିନଦାରଙ୍କ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, SI ପରୀକ୍ଷା ଦୁର୍ନୀତିର CBI ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲା।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ, ୩୦/୧୦: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ସେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସ୍ଥାନ ନେବେ। ୨୪ ନଭେମ୍ବର ୨୦୨୫ରେ କାର୍ଯ୍ୟଭାର ଗ୍ରହଣ କରିବେ ଏବଂ ୧୪ ମାସ ପାଇଁ ଅର୍ଥାତ୍ ୯ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ X ରେ ଏ ନେଇ ଘୋଷଣା କରିଥିଲେ।

ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ବି.ଆର ଗଭାଇ ୨୩ ନଭେମ୍ବର, ୨୦୨୫ରେ ନିଜ ପଦବୀରୁ ଅବ୍ୟାହତି ନେବାକୁ ଯାଉଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନିଯୁକ୍ତି ପାଇଁ ସୁପାରିସ୍ କରିଥିଲେ ବି.ଆର ଗଭାଇ।

୧୯୬୨ ମସିହା ଫେବୃଆରୀ ୧୦ରେ ହରିୟାଣାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହରିଆଣାରୁ ଆସିଥିବା ପ୍ରଥମ ପ୍ରଧାନ ବିଚାରପତି ହେବେ।

ଜାତୀୟ ଜଳପଥ-୫ ଏବଂ ୬୪ର ବିକାଶ ଏବଂ କାର୍ଯ୍ୟକ୍ଷମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଜାତୀୟ ଜଳପଥ-୫ ଏବଂ ୬୪ର ବିକାଶ ଏବଂ କାର୍ଯ୍ୟକ୍ଷମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

₹୧୨,୨୦୦ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ହେବ

ମୁମ୍ବାଇ, ୩୦/୧୦: ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI), ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ (PPA) ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମଧ୍ୟରେ ମୁମ୍ବାଇର NESCO ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ୨୦୨୫ ସମୟରେ ଜାତୀୟ ଜଳପଥ-୫ (NW–୫) ଏବଂ ଜାତୀୟ ଜଳପଥ-୬୪ (NW–୬୪) ର ବିକାଶ ଏବଂ କାର୍ଯ୍ୟକ୍ଷମତା ପାଇଁ ଏକ ଐତିହାସିକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇ ଯାଇଛି।

ସ୍ଥାୟୀ ମାଲ ପରିବହନ ଏବଂ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ପାଇଁ ଓଡ଼ିଶାର ନଦୀ ପ୍ରଣାଳୀକୁ ଉପଯୋଗ କରିବା ଦିଗରେ ଏହି ଚୁକ୍ତିନାମା ଏକ ପ୍ରମୁଖ ପଦକ୍ଷେପ। ₹୧୨,୨୦୦ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ତାଳଚେର କୋଇଲା କ୍ଷେତ୍ରରୁ ପାରାଦୀପ ଏବଂ ଧାମରା ବନ୍ଦରକୁ କୋଇଲା ଏବଂ ଅନ୍ୟାନ୍ୟ ବଲ୍କ କାର୍ଗୋର ସୁଗମ ପରିବହନ।

ଏହି ପଦକ୍ଷେପ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ, ରାସ୍ତା ଏବଂ ରେଳ ନେଟୱାର୍କକୁ କମ କରିବାରେ ଏବଂ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ। ଏହା ଭାରତ ସରକାରଙ୍କ ବିକଶିତ ଭାରତ @୨୦୪୭ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିବ l

ଏହି ପ୍ରକଳ୍ପ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ – ଓଡ଼ିଶା ଲିମଟେଡ୍ (IWCOL) ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। IWAI ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତି, ବୈଧାନିକ ମଞ୍ଜୁରୀ ହାସଲ ଏବଂ ଟର୍ମିନାଲ, ବ୍ୟାରେଜ୍ ଏବଂ ନାଭିଗେସନ୍ ସିଷ୍ଟମ ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କରିବାରେ ନେତୃତ୍ୱ ନେବ। ଓଡ଼ିଶା ସରକାର ଜବରଦଖଲମୁକ୍ତ ଜମି ଯୋଗାଇବ, ମଞ୍ଜୁରୀକୁ ସହଜ କରିବ ଏବଂ ପ୍ରଶାସନିକ ସହାୟତା ପ୍ରଦାନ କରିବ। MCL ନିଶ୍ଚିତ କାର୍ଗୋ ପରିବହନ ଏବଂ ପ୍ରଥମ ମାଇଲ୍ ସଂଯୋଗୀକରଣ ନିଶ୍ଚିତ କରିବ l ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କାର୍ଗୋ ପରିଚାଳନାକୁ ପ୍ରୋତ୍ସାହିତ କରିବ ଏବଂ ଅନ୍ତର୍ଦେଶୀୟ ଜଳପଥକୁ ମୋଡାଲ୍ ସ୍ଥାନାନ୍ତରକୁ ଉତ୍ସାହିତ କରିବ।

କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ୍ ରିଜିଜୁ ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଓଡିଶା ସରକାରଙ୍କ ପକ୍ଷରୁ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି।

ଏହି ମିଳିତ ପ୍ରୟାସ ଓଡ଼ିଶାରେ ଏକ ସମନ୍ୱିତ ଏବଂ ସ୍ଥାୟୀ ଆଭ୍ୟନ୍ତରୀଣ ଜଳ ପରିବହନ ନେଟୱାର୍କ ପାଇଁ ମାର୍ଗ ପ୍ରଦର୍ଶିତ କରୁଛି, ଯାହା ପୂର୍ବ ଭାରତରେ ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ବର୍ଦ୍ଧିତ ଲଜିଷ୍ଟିକ୍ସ ଦକ୍ଷତା ପାଇଁ ପଥ ପ୍ରଶସ୍ତ କରୁଛି।

COASTAL NEWS

କାମଧେନୁ ଯୋଜନା

ନମସ୍କାର! କୋଷ୍ଟାଲ ନିଉଜ୍ ଓଡ଼ିଆ ର ସମସ୍ତ ଦର୍ଶକ ବନ୍ଧୁଙ୍କୁ ମୋର ସ୍ୱାଗତ । ମୁଁ ଶେଖର ଦାସ ।ଆଜି ଆମେ ଆଲୋଚନା କରିବା ଓଡିଶା ସରକାରଙ୍କ ଏକ ଅଭିନବ ଯୋଜ...