AFFILIATE MARKETING

https://binomo.com?a=90810425bb57&t=0

Monday, March 11, 2024

ଏବେ ଘରେ ବସି ନିଜେ କରି ନିଅନ୍ତୁ ଆଧାରକାର୍ଡ ତ୍ରୁଟି ସଂଶୋଧନ

COASTAL NEWS ODIA 1750

ଏବେ ଘରେ ବସି ନିଜେ କରି ନିଅନ୍ତୁ ଆଧାରକାର୍ଡ ତ୍ରୁଟି ସଂଶୋଧନ


ଭୁବନେଶ୍ବର - (CNO) ତ୍ରୁଟି ସଂଶୋଧନ ବା ଅପ୍‌ଡେଡ୍‌ କରିବାକୁ ହେଲେ ଆପଣଙ୍କୁ ଅନ୍‌ଲାଇନ୍‌ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ । ମାର୍ଚ୍ଚ ୧୪ ଶେଷ ତାରିଖ । ମାଗଣାରେ ତୁରନ୍ତ କରନ୍ତୁ ଆଧାର ଅପ୍‌ଡେଟ୍‌ । ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । 

ଯେଉଁମାନଙ୍କ ଆଧାରକାର୍ଡରେ ତ୍ରୁଟି ରହିଛି, ସେଗୁଡ଼ିକ ତୁରନ୍ତ ଅପ୍‌ଡେଟ୍‌ କରିନିଅନ୍ତୁ । ମାର୍ଚ୍ଚ ୧୪ ତାରିଖ ହେଉଛି ଏହାର ଶେଷ ତାରିଖ । ଏହି ସମୟ ମଧ୍ୟରେ ଅପ୍‌ଡେଟ୍‌ କରାଗଲେ ତାହା ବିନା ଶୁଳ୍କରେ ହୋଇପାରିବ । ବହୁ ପୂର୍ବରୁ ଏହାର ଡେଡ୍‌ଲାଇନ୍‌ ଘୋଷଣା କରାଯାଇଥିଲା । କିନ୍ତୁ ପରେ ଏହା ୩ ମାସ ସମୟ ବୃଦ୍ଧି କରାଯାଇଥିଲା । କିନ୍ତୁ ଏବେ ଆଉ ସମୟ ବୃଦ୍ଧି କରାଯାଇପାରିବ ନାହିଁ । କାରଣ ଆଗକୁ ନିର୍ବାଚନ ଆସୁଛି । 

ଆଧାର ଅପ୍‌ଡେଟ୍‌ ପାଇଁ ୧୫-୧୨-୨୦୨୩ରୁ ୧୩-୩-୨୦୨୪ ଯାଏଁ ସମୟ ଦିଆଯାଇଥିଲା

ଅନ୍‌ଲାଇନ୍‌ରେ myAadhaar ପୋର୍ଟାଲକୁ ଯାଇ ମାଗଣାରେ ତ୍ରୁଟି ସଂଶୋଧନ ବା ଆଧାରକାର୍ଡ ଅପ୍‌ଡେଟ୍‌ କରିହେବ । UIDAIର ୱବେସାଇଟ୍‌କୁ ଯାଇ ଏଥିରେ ଆପଣ ନିଜର ନାଁ, ଠିକଣା ଆଦି ଭୁଲ ଥିଲେ ସଂଶୋଧନ କରିପାରିବେ । ଏହା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । 

ଏହି ସମାନ କାମ ଆପଣ କୌଣସି CSC (କମନ୍‌ ସର୍ଭିସ୍ ସେଣ୍ଟର)ରେ ମଧ୍ୟ ଯାଇ କରାଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡ଼ିପାରେ । ତ୍ରୁଟି ସଂଶୋଧନ ବା ଅପ୍‌ଡେଡ୍‌ କରିବାକୁ ହେଲେ ଆପଣଙ୍କୁ ଅନ୍‌ଲାଇନ୍‌ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ ।

କେମିତି କରିବେ ଆଧାରକାର୍ଡ ଅପ୍‌ଡେଟ୍‌ ?

୧- ପ୍ରଥମେ https://myaadhaar.uidai.gov.in/ କୁ ଯାଇ ନିଜ ଆଧାରକାର୍ଡ ନମ୍ବର ବ୍ୟବହାର କରି ଲଗ୍‌ଇନ୍‌ କରନ୍ତୁ ।୨- ତାପରେ ଏଥିରେ ଥିବା 'proceed to update address' ଉପରେ କ୍ଲିକ୍‌ କରନ୍ତୁ୩- ଏହି ସମୟରେ ଆପଣଙ୍କ ମୋବାଇଲକୁ ଆସିଥିବା OTP କୁ ବ୍ୟବହାର କରନ୍ତୁ୪- ତା’ପରେ ‘Document Update’ ପାଇଁ ଅପ୍‌ସନ୍‌ ଆସିବ । ସେଠାକୁ ଯାଇ ନିଜର ତ୍ରୁଟି ସଂଶୋଧନ କରନ୍ତୁ ।୫- ସଂଶୋଧନ କରିବା ପରେ NEXT ଉପରେ କ୍ଲିକ୍‌ କରନ୍ତୁ ।

୬- ଏହାପରେ ପରିଚୟ ପତ୍ର କିମ୍ବା ଠିକଣା ପ୍ରମାଣ ପତ୍ର ଅପ୍‌ଲୋଡ୍‌ କରନ୍ତୁ ।୭- ଶେଷରେ ସବୁ କାମ ସରିବା ପରେ ‘Submit’ ଉପରେ କ୍ଲିକ୍‌ କରନ୍ତୁ ।୮- ୧୪ ଟିକିଆ ଅପ୍‌ଡେଟ୍‌ ରିକ୍ୱେଷ୍ଟ ନମ୍ବର ଆସିବା ପରେ ଆପଣ ନିଶ୍ଚିତ ହୋଇଯିବେ ଯେ ଆପଣଙ୍କ ଆବେଦନକୁ ଗ୍ରହଣ କରାଗଲା । ଏବଂ ଖୁବ୍‌ଶୀଘ୍ର ତ୍ରୁଟି ସଂଶୋଧନ ହୋଇଯିବ ।

ଦୁଇ ଦୁଇ ଥର ପ୍ରଚଣ୍ଡ ଶବ୍ଦରେ ପ୍ରକମ୍ପିତ ହେଲା କୋଇଡ଼ା

COASTAL NEWS ODIA 1749

ଦୁଇ ଦୁଇ ଥର ପ୍ରଚଣ୍ଡ ଶବ୍ଦରେ ପ୍ରକମ୍ପିତ ହେଲା କୋଇଡ଼ା 


କେନ୍ଦୁଝର - (CNO) ପ୍ରଚଣ୍ଡ ଶବ୍ଦରେ ଥରିଲା କୋଇଡା । ଦୁଇ ଦୁଇ ଥର ପ୍ରଚଣ୍ଡ ଶବ୍ଦରେ ପ୍ରକମ୍ପିତ ହେଲା ପୁରା ଏରିଆ । ଆଉ ଶବ୍ଦ ଏତେ ତୀବ୍ର ଥିଲା ଯେ, ଭୟରେ ଲୋକେ ଘର ବାହାରୁ ଚାଲି ଆସିଲେ । ସୂଚନା ଅନୁସାରେ, କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ପ୍ରଚଣ୍ଡ ଶବ୍ଦ ହୋଇଛି । 

ଦୁଇଦୁଇ ଥର ପ୍ରଚଣ୍ଡ ଶବ୍ଦ ହେବା ସହ ଘରଦ୍ୱାର ଥରି ଉଠିଥିଲା। ତେବେ ଏହି ଶବ୍ଦର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ କେତେକ ଲୋକ ୨ଟି ଜେଟ୍‌ ବିମାନ ଯିବା ଫଳରେ ଶବ୍ଦ ହୋଇଥିବା କହୁଥିବା ବେଳେ କେତେକ ମୃଦୁ ଭୂକମ୍ପ ହୋଇଥିବା କହୁଛନ୍ତି । ଏହି ଶବ୍ଦ ପାଖାପାଖି ୧୦ ମିନିଟ୍‌ ଧରି ଅନୁଭୂତ ହୋଇଥିଲା । ଏଥି ସହ ଆକାଶରେ ଧୂଆଁ ଭଳି ଦେଖିବାକୁ ମିଳିଥିଲା । 

ପ୍ରଚଣ୍ଡ ଶବ୍ଦ ଯୋଗୁ ଲୋକେ ଆତଙ୍କିତ ହୋଇ ପଡିଥିଲେ ।  ତେବେ ପ୍ରଚଣ୍ଡ ଶବ୍ଦ ପଛର କାରଣ କଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । କୋଇଡା ସମେତ ଟେନସା, ବଣାଇଁ, ଗୁଆଲି, ବଡବିଲରେ ମଧ୍ୟ ଏହି ଶବ୍ଦ ଶୁଣାଯାଇଛି । ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ।

Sunday, March 10, 2024

ଆଜିର ରାଶିଫଳ

COASTAL NEWS ODIA 1748

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ମାର୍ଚ୍ଚ ମାସ ୧୦ ତାରିଖ ୨୦୨୪ ମସିହା(ରବିବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*    *✧═════•❁❀❁•═════✧*


*ମେଷ🌹👉:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ।   ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।*
*✧═════•❁❀❁•═════✧*
*ବୃଷ🌹👉:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା,  ପ୍ରଶାସନ ଓ ପରିବହନରେ ସମସ୍ୟା ଦୂର ହେବ।*
*✧═════•❁❀❁•═════✧*
*🌹ମିଥୁନ🌹👉:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ । ସାଧାରଣ କଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।*
*✧═════•❁❀❁•═════✧*
*🌹କର୍କଟ🌹👉:-ଆଜି ସନ୍ତାନଙ୍କର କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।*
*✧═════•❁❀❁•═════✧*
*🌹ସିଂହ🌹👉:-ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲ କରି ପାରିବେ। ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟକରିପାରେ। ନୂତନ ନିଯୁକ୍ତି , ସ୍ଥାନାନ୍ତର ସକାଶେ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିର କାର୍ଯ୍ୟ ସମ୍ପାଦିତ ହେବ। ବ୍ୟବସାୟ, ଜମିଜମାର ବକେୟା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ।*
*✧═════•❁❀❁•═════✧*
*🌹କନ୍ୟା🌹👉:-ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ମନେଇବେ।*
*✧═════•❁❀❁•═════✧*
*🌹ତୁଳା🌹👉:-ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହର ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ରହିଆସିଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।*
*✧═════•❁❀❁•═════✧*
*🌹ବିଛା🌹👉:-ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ।  ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।*
*✧═════•❁❀❁•═════✧*
*🌹ଧନୁ🌹👉:-ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।*
*✧═════•❁❀❁•═════✧*
*🌹ମକର🌹👉:-ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹କୁମ୍ଭ🌹👉:-ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ।*
*✧═════•❁❀❁•═════✧*
*🌹ମୀନ🌹👉:-ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ଲାଭ କରିପାରିବେ।*
*✧═════•❁❀❁•═════✧*

ସବୁ ଆସନ ପାଇଁ ବିଜେପି ପ୍ରସ୍ତୁତି, ମେଣ୍ଟ ଚର୍ଚ୍ଚା ଗଣମାଧ୍ୟମ କରୁଛି, ଆମେ ନୁହେଁ: ଲତା ଉସେଣ୍ଡି

COASTAL NEWS ODIA 1747

ସବୁ ଆସନ ପାଇଁ ବିଜେପି ପ୍ରସ୍ତୁତି, ମେଣ୍ଟ ଚର୍ଚ୍ଚା ଗଣମାଧ୍ୟମ କରୁଛି, ଆମେ ନୁହେଁ: ଲତା ଉସେଣ୍ଡି



ଭୁବନେଶ୍ବର - (CNO) ଓଡ଼ିଶାର ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ର ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ ବୋଲି କହିଲେ ଲତା ଉସେଣ୍ଡି । ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ବିଧାନସଭା ହେଉ କିମ୍ବା ଲୋକସଭା ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ ଓ ସବୁ ଆସନରେ ଆମେ ପ୍ରାର୍ଥୀ ଦେବୁ ବୋଲି ବୋଲି ସେ କହିଛନ୍ତି ।


ଗୋଟିଏ ଗୋଟିଏ ଆସନ ପାଇଁ ଚର୍ଚ୍ଚା ହୋଇଛି ବୋଲି ଲତା ଉସେଣ୍ଡି କହିଛନ୍ତି । ମେଣ୍ଟ ଚର୍ଚ୍ଚାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଲତାଙ୍କ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଆପଣମାନେ ଚର୍ଚ୍ଚା କରୁଛନ୍ତି, ଆମେ ନୁହେଁ; ସବୁ ଆସନ ପାଇଁ ଆମେ ପ୍ରସ୍ତୁତ ।

ମୁଖ୍ୟମନ୍ତ୍ରୀଙ୍କ ଗତକାଲିର ଭିଡିଓକୁ ନେଇ ଲତା ଉସେଣ୍ଡି କହିଛନ୍ତି ଯେ, ଏହା ତାଙ୍କ କଥା, କିଏ ମିଛ କହୁଛି, କିଏ କଣ କରୁଛି ଏହା ତାଙ୍କର କଥା ବୋଲି ସେ କହିଛନ୍ତି ।

ସେହିପରି ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ କହିଥିଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । 'ମେଣ୍ଟ ସଂପର୍କରେ ଦିଲ୍ଲୀରେ କୌଣସି ଚର୍ଚ୍ଚା, ଆଲୋଚନା ହୋଇନାହିଁ ବୋଲି କହିଥିଲେ ମନମୋହନ ।

ସେହିପରି ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଏନେଇ ସଂଧ୍ୟାରେ ବସୁଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି ।

Lata Usendi
ଦଳର ଅନ୍ୟ ବରିଷ୍ଠ ନେତାମାନେ ବି ସାମିଲ ହେବେ । ଏଥିରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ବିଭିନ୍ନ ଦିଗରୁ ଆଲୋଚନା କରାଯିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ୧୫୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବାର ସମ୍ଭାବନା ରହିଛି ।


ଗତକାଲି ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଫ୍ୟାନ କ୍ଳବ୍ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି। ଯେଉଁଥିରେ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି କି ରାଜନୀତିରେ ସବୁଠାରୁ ଖରାପ ଜିନିଷ କ'ଣ ? ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଗୁଜବ ଆଉ ମିଛକଥା ବୋଲି କହୁଛନ୍ତି। ଯାହା ରାଜ୍ୟରେ ଚାଲିଥିବା ମେଣ୍ଟ ଚର୍ଚ୍ଚାକୁ ଇଙ୍ଗିତ କରୁଥିବା କୁହାଯାଉଛି।

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର

COASTAL NEWS ODIA 1746

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର 



ଭୁବନେଶ୍ବର - (CNO) ଆଜି ମିଶନ ଶକ୍ତି ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରିଛନ୍ତି ଏହି ଘୋଷଣା। 

ଏହା ଦ୍ୱାରା ମିଶନ ଶକ୍ତିର ୫୯,୫୦୯ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ। ମିଶନ ଶକ୍ତିରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ ମଧ୍ୟରେ ରହିଛନ୍ତି- MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା।MBK, ବ୍ୟାଙ୍କ ମିତ୍ର ଓ ଜୀବିକା ସହାୟିକା ମାନେ ମାସିକ ପ୍ରୋତ୍ସାହନ ରାଶି ବାବଦକୁ ୬୭୫୦ ଟଙ୍କା ପାଉଥିଲେ। ଏବେ ଏହାକୁ ୧୦,୭୫୦କୁ ବୃଦ୍ଧି କରାଯାଇଛି। 

କୃଷି ମିତ୍ର ଓ ପ୍ରାଣୀ ମିତ୍ରମାନେ ମାସିକ ୩,୭୫୦ ଟଙ୍କା ପାଉଥିଲେ। ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ ଏବେ ମାସିକ ୬,୨୫୦ ଟଙ୍କା ପାଇବେ। ସେହିପରି CRP-CM ମାନେ ମାସକୁ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ। 

ସେମାନେ ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୨୩ ଅକ୍ଟୋବର ମାସରୁ ପାଇବେ। ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଟଙ୍କାର ଅତିରିକ୍ତ ଅର୍ଥ ରାଶି ବ୍ୟୟ ବରାଦ କରିଛନ୍ତି।

୧୧ ତାରିଖରୁ ୪ରୁ ୬ ଡିଗ୍ରୀ ବଢିବ ତାପମାତ୍ରା, ୪୦ ଛୁଇଁବ ପାରଦ

COASTAL NEWS ODIA 1745

୧୧ ତାରିଖରୁ ୪ରୁ ୬ ଡିଗ୍ରୀ ବଢିବ ତାପମାତ୍ରା, ୪୦ ଛୁଇଁବ ପାରଦ  



ଭୁବନେଶ୍ବର-(CNO) ଦିନକୁ ଦିନ ରାଜ୍ୟରେ ତାତି ବଢ଼ିବାରେ ଲାଗିଛି । ଦିନ ୧୧ ଟା ହୋଇଗଲେ ଘରୁ ବାହାରି ହେଉନି । ଆଉ ଆଗକୁ ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ବଢିବ ତାପମାତ୍ରା । ରାତିର ବି ତାପମାତ୍ର ଅଧିକ ରହୁଛି । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ହେବ ସ୍ଥିତି । 

ଆଜିଠୁ ହେବ ପ୍ରବଳ ଖରା । ତିନି ଦିନ ଲାଗି ରହିବ ହଟ୍ ଓ୍ବେଦର କଣ୍ଡିସନ୍ । ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଆସନ୍ତା ୧୨ରୁ ୧୩ ତାରିଖ ମଧ୍ୟରେ କିଛି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ୧୧, ୧୨ ଓ ୧୩ ତାରିଖରେ ଅଧିକ ଖରା ହେବ । ‘ 

କଟକ, ଭୁବନେଶ୍ବର ସମେତ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି ଓ ନୟାଗଡ ଭଳି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି । ଦକ୍ଷିଣ ଓଡ଼ିଶା ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବି ଦୁର୍ବଳ ହୋଇଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୪ ତାରିଖରେ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ । 

ଏହା ପ୍ରଭାବରେ ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଢେଙ୍କାନାଳ ଓ ଯାଜପୁରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ୪୦ ଡିଗ୍ରୀ ଛୁଇଁପାରେ ପାରଦ । ଖାଲି ଦିନ ନୁହେଁ ରାତି ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Saturday, March 9, 2024

ଅଟୋ ଧକ୍କାରେ ଆଳି ଥାନା ଅନ୍ତର୍ଗତ ସାନିଆଙ୍କୋ ଗ୍ରାମର ଡିଲର୍ ମୃତ

COASTAL NEWS ODIA 1744

ଅଟୋ ଧକ୍କାରେ ଆଳି ଥାନା ଅନ୍ତର୍ଗତ ସାନିଆଙ୍କୋ ଗ୍ରାମର 
ଡିଲର୍ ମୃତ


ଅଳି - (CNO )- ଆଜି ଏକ ଅଟେ ଧକ୍କାରେ ଜଣେ ଡିଲରଙ୍କ ମୃତ୍ୟୁ ଘଟିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଖବରରୁ ପ୍ରକାଶ ଯେ, ଆଳି ଥାନା ଅନ୍ତର୍ଗତ ସାନିଆଙ୍କୋ ଗ୍ରାମର ଉଦକର ପାଢ଼ୀ(୫୭) ଆଜି ପୂର୍ବାହ୍ନରେ କୌଣସି କାର୍ଯ୍ୟରେ କୋଚିଳାକୁ ଯାଇଥିଲେ। 

କୋଚିଳା ଗ୍ରାମ ସ୍କୁଲ ପାଖ ପୋଖରୀ ନିକଟରେ ଗାଡ଼ି ରଖି ଠିଆ ହୋଇ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥ‌ିଲେ। ଏହି ସମୟରେ ଅଟାଳ ଗ୍ରାମର ଜଣେ ବ୍ୟକ୍ତି ଅଟୋ ଚଳାଇ ଯାଉଥିବା ବେଳେ ଉଦକରଙ୍କୁ ପଛ ପଟରୁ ଧକ୍କା ଦେଇଥିଲେ । ଫଳରେ ଉଦକର ସେଠାରେ ପଡ଼ି ଯାଇଥିଲେ । 

ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହେବା ସହ ମୁଣ୍ଡ ପାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଆଳି ମେଡିକାଲକୁ ନେଇ ଯାଇଥିଲେ ।ସେଠାରେ ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର କେନ୍ଦ୍ରାପଡ଼ାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।  

ଏହି ଖବର ଆଳିରେ ପହିଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଥିଲା । ସାନଆଙ୍କୋର ଡିଲର ଥିବା ଉଦକର ଜଣେ ଶାନ୍ତ, ସରଳ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଥିଲେ । ମୃତଦେହ କେନ୍ଦ୍ରାପଡ଼ା ମେଡିକାଲକୁ ନିଆଯାଇ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। 

ରତ୍ନ ଭଣ୍ଡାରର ଅଳଙ୍କାର ତାଲିକା ପ୍ରସ୍ତୁତି ନେଇ ଆଦି ବସିବ ତଦାରଖ କମିଟି ବୈଠକ

COASTAL NEWS ODIA 1743

ରତ୍ନ ଭଣ୍ଡାରର ଅଳଙ୍କାର ତାଲିକା ପ୍ରସ୍ତୁତି ନେଇ ଆଦି ବସିବ ତଦାରଖ କମିଟି ବୈଠକ  



ପୁରୀ - (CNO) ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦୁର୍ମୂଲ୍ୟ ସୁନା ଅଳଙ୍କାର ହେବ ଗଣତି । ଏ ନେଇ ଗଠନ ହୋଇଛି ହାଇଲେବଲ କମିଟି । ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ଏହାର ଅଧ୍ୟକ୍ଷ ଅଛନ୍ତି । ଏହି କ୍ରମରେ ଆଜି ପୁରୀରେ ଏକ ଉଚ୍ଚସ୍ତରୀୟ ତଦାରଖ କମିଟିର ବୈଠକ ଅନୁଷ୍ଠିତ ହେବ । 

ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବେ । ସେଥିପାଇଁ ଆଜି ତଦାରଖ କମିଟିର ଅଧ୍ୟକ୍ଷ ଅରିଜିତ୍ ପଶାୟତ ଦିନ 11 ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାପରେ ଦିନ 2 ଟାରୁ ରତ୍ନଭଣ୍ଡାରରୁ ଦୁର୍ଲଭ ଅଳଙ୍କାର ଗଣତି ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ ।  

ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦାରଖ କମିଟିରେ ଅଧ୍ୟକ୍ଷଙ୍କ ସହିତ 12 ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିର ତିନିଜଣ ସଦସ୍ୟ, ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମଡି ଡକ୍ଟର ବିଧୁଭୂଷଣ ସାମଲ, ଚାଟାର୍ଡ ଆକାଉଟାଣ୍ଟ ଏ.କେ. ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି, ASI ଅଧିକାରୀ, ଭଣ୍ଡାର ମେକାପ ଶ୍ରୀଯୁକ୍ତ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିରେ ସ୍ଥାନ ପାଇଛନ୍ତି ।

ଦକ୍ଷିଣ ଉପକୂଳ ଅଞ୍ଚଳରେ ହେବ ବର୍ଷା, 11 ରୁ ବଢିବ ତାତି

COASTAL NEWS ODIA 1742

ଦକ୍ଷିଣ ଉପକୂଳ ଅଞ୍ଚଳରେ ହେବ ବର୍ଷା, 11 ରୁ ବଢିବ ତାତି


ଭୁବନେଶ୍ବର - (CNO) ଗତ ଦୁଇ ଦିନ ହେଲା ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ମେଘୁଆ ପାଗ ସହ ବର୍ଷା ହେଉଛି । ଆଜି ମଧ୍ୟ ରାଜ୍ୟର ବିଭିନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସକାଳ 8ଟା ସୁଦ୍ଧା ଉପକୂଳ ଓଡିଶାର କିଛି ଜିଲ୍ଲା ସମେତ 7 ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । 

ସେହିପରି ଆସନ୍ତାକାଲି ଯାଏଁ ଦକ୍ଷିଣ ଉପକୂଳ ଓଡିଶା କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ, ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପରେ । ଅନ୍ୟପଟେ ଆସନ୍ତା 3 ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । 11 ତାରିଖ ପରେ ତାତି ବଢିବ । 

ଦିନର ସର୍ବାଧିକ ତାପମାତ୍ରା 3-4 ଡିଗ୍ରୀ ବୃଦ୍ଧି ପାଇବ । ମାର୍ଚ୍ଚ 11 ତାରିଖରୁ ମାର୍ଚ୍ଚ 14ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ହେବ ।  9 ଓ 10 ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ କଟକରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି । 

ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବକି ଠାରୁ କମ୍ ରହିଛି । 11 ତାରିଖ ଠାରୁ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ 3-5 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଗତକାଲି ରାଜ୍ୟର 11 ଟି ସହରର ତାପମାତ୍ରା 36 ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଥିଲା । 38 ଡିଗ୍ରୀ ସହ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଥିଲା । 

ଏହା ସହ ମାର୍ଚ୍ଚ ମାସ ରୁ ମେ ପର୍ଯ୍ୟନ୍ତ ତିନି ମାସ ଅତ୍ୟନ୍ତ ଗରମ ଅନୁଭୂତ ହେବ । ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ' ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ । ତା' ସାଙ୍ଗକୁ ଗ୍ରୀଷ୍ମପ୍ରବାହ ବା ହିଟ୍ ୱେଭ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ପାଣିପାଗ ସଂଗଠନ । ଆମକୁ ଫୋଲୋ କରନ୍ତୁ

COASTAL NEWS ODIA 1741 ଆଜି ଉଦଘାଟନ ହେବ କଳିଙ୍ଗ ଇଣ୍ଡୋର ଆଥଲେଟିକ୍ ଷ୍ଡାଡିୟମ

COASTAL NEWS ODIA 1741

ଆଜି ଉଦଘାଟନ ହେବ କଳିଙ୍ଗ ଇଣ୍ଡୋର ଆଥଲେଟିକ୍ ଷ୍ଡାଡିୟମ 


ଭୁବନେଶ୍ୱର-(CNO - ଆଜି ଉଦଘାଟନ ହେବ କଳିଙ୍ଗ ଇଣ୍ଡୋର ଆଥଲେଟିକ ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ୍ ଷ୍ଟାଡିୟମ । ଇନଡୋର ଆଥଲେଟିକ୍ ଷ୍ଟାଡିୟମ ସହ ଇଣ୍ଡୋର ଡାଇଭିଂ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ନବୀନ ପଟ୍ଟନାୟକ । ବିଶ୍ୱକ୍ରୀଡ଼ାର ସବୁଠାରୁ ବଡ଼ ଇଭେଣ୍ଟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । 


2036 ଅଲିମ୍ପିକ୍ସ ପାଇଁ ଭାରତ ଦାବିଦାର ଥିବା ବେଳେ ଓଡ଼ିଶା ହେବ ବଡ଼ ଭାଗୀଦାର । ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ୍ ଷ୍ଟାଡିୟମ ହେବ । ଏହା ପରେ ଆଥଲେଟିକର ବିକାଶ ଆହୁରି ତ୍ୱରାନ୍ବିତ ହେବା ସହ ଖେଳାଳିମାନେ ବର୍ଷ ତମାମ ଅଭ୍ୟାସ କରିବାର ସୁଯୋଗ ପାଇବେ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । 

ଅତ୍ୟାଧୁନିକ ଜିମ୍ନାଷ୍ଟିକ ହଲ୍, ହାଇପରଫରମାନ୍ସ ସେଣ୍ଟର, ସ୍ପୋର୍ଟ୍ସ କ୍ଲାଇମିଂ ଓ୍ବାଲ୍, ବ୍ୟାଡମିଣ୍ଟନ ଓ ହକି ଉତ୍କର୍ଷ କେନ୍ଦ୍ର, ଫିପା ମାନର ଫୁଟବଲ ଷ୍ଟାଡିୟମ, ସିନ୍ଥେଟିକ ଟ୍ରାକ୍, ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର ଆଦି କ୍ରୀଡ଼ାକ୍ଷେତ୍ରକୁ ସମୃଦ୍ଧ କରିବା ସହ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । 

ବିଭିନ୍ନ ଅନ୍ତର୍ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଦକ୍ଷତା ପ୍ରତିପାଦନ କରିଛି ଓଡ଼ିଶା । ଏବେ ଏହି ତାଲିକାରେ ଯୋଡ଼ିହୋଇଛି 120 କୋଟି ଟଙ୍କାରେ ନିର୍ମିତ ଇନଡୋର ଆଥଲେଟିକ୍ ଷ୍ଟାଡିୟମ ।


ଶ୍ରୀମନ୍ଦିରରୁ ଖସିଲା ପଥର

COASTAL NEWS ODIA 1740

ଶ୍ରୀମନ୍ଦିରରୁ ଖସିଲା ପଥର  


ପୁରୀ-(CNO) ପୁରୀ ଶ୍ରୀମନ୍ଦିରରୁ ଆସିଲା ବଡ଼ ଖବର । ଶ୍ରୀମନ୍ଦିର ଉପରୁ ଖସିଛି ପଥର । ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ମନ୍ଦିରର ଉପର ଭାଗରୁ ପଥର ଖସିଥିବା ନେଇ ସୂଚନା ମିଳିଛି । ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ହୋଇନି । କେହି ବି ସେବାୟତ କିମ୍ବା ଭକ୍ତ ଆହତ ହେଇନାହାଁନ୍ତି ।

ବର୍ତ୍ତମାନ ପାଇଁ ପଥରଟିକୁ ଶ୍ରୀମନ୍ଦିର ଗାରଦରେ ଜମା କରାଯାଇଥିବାବେଳେ, ପଥରଟି କେଉଁଠୁ ପଡିଛି ସେ ନେଇ ଏଏସଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ବଡ଼ଦେଉଳ ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଛି ପଥର । 

ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଛି । ASI ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା । ସେଠାରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଛି ।

Friday, March 8, 2024

ଏକାକୀ ନିର୍ବାଚନ ଲଢିବ ବିଜେପି - ମନମୋହନ

COASTAL NEWS ODIA 1739

 ଏକାକୀ ନିର୍ବାଚନ ଲଢିବ ବିଜେପି - ମନମୋହନ



ଭୁବନେଶ୍ୱର - (CNO) ଆଜି ଦିନରେ ଦିଲ୍ଲୀରୁ ଫେରିଥିଲେ ଭି କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ । ବିଜେପିର ବରିଷ୍ଠ ନେତୃତ୍ୱଙ୍କ ସହ ମେଣ୍ଟ ସଂପର୍କରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ରାଜ୍ୟରେ ମେଣ୍ଟ ହେବା ଏବଂ ଆସନ ବୁଝାମଣା ନେଇ କଣ ସ୍ପଷ୍ଟ ହୋଇଛି ସେ ନେଇ କୌଣସି ବି ଦଳ ପକ୍ଷରୁ କିଛି ସୂଚନା ଦିଆଯାଇନଥିଲା । ଆଉ ଏହାରି ମଧ୍ୟରେ ଆଜି ସଂନ୍ଧ୍ୟାରେ ଦିଲ୍ଲୀରୁ ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।  

ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ ଦେଇଛନ୍ତି ସୂଚନା । କହିଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । 'ମେଣ୍ଟ ସଂପର୍କରେ ଦିଲ୍ଲୀରେ କୌଣସି ଚର୍ଚ୍ଚା, ଆଲୋଚନା ହୋଇନାହିଁ କହିଲେ ମନମୋହନ ।  ଆହୁରି କହିଛନ୍ତି, ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ ବିଜେପି । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । 

ଓଡିଶାରେ ବିଜେପି ସରକାର ଗଠନ ନେଇ ଚର୍ଚ୍ଚା ହୋଇଛି । ଓଡିଶାରେ ୧୪୭ ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବିଜେପି । ଉଭୟ ବିଧାନସଭା ଓ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି ବୋଲି କହିଛନ୍ତି ମନମୋହନ ।

COASTAL NEWS ODIA 1738 *ଖବର ଆଜିର*

COASTAL NEWS ODIA 1738

 *ଖବର ଆଜିର* 
*ତାରିଖ:୦୮/୦୩/୨୪, ଶୁକ୍ରବାର*



*୧-ଭୁବନେଶ୍ୱର:ଆଜି ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ।*

*୨-ବିଜେଡି-ବିଜେପି ମେଣ୍ଟ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା । ୧୨ରେ ଆସୁଛନ୍ତି ଅମିତ ଶାହା ଓ ନଡ୍ଡା । ନବୀନଙ୍କ ସହ ମିଶି କରିପାରନ୍ତି ଘୋଷଣା।*

*୩-ଭୁବନେଶ୍ୱର: ନିବେଶ ଟାଣିବାରେ ଏବେ ଓଡ଼ିଶା ଆଗରେ,୭ ବୃହତ୍ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ,ଆସିବ ୮୦,୦୦୦ କୋଟିର ନିବେଶ।*

*୪-ଚନ୍ଦ୍ରଶେଖରପୁର: ଜାତୀୟ ଧ୍ବଜା କ୍ଷେତ୍ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ପ୍ରତିଦିନ ଶୁଭିବ ଦେଶାତ୍ମବୋଧ ସଂଙ୍ଗୀତ ।*

*୫-ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉଚ୍ଚ ଶିକ୍ଷା ବିଭାଗର ତାଗିଦ୍: ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଏଆଇସିଟିଇ ଅନୁମୋଦନ ଆଣ।*

*୬-ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ମାମଲା;୮ଟି ସ୍ଥାନରେ ଇଡିର ଚଢ଼ାଉ।*

*୭-ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳିତ, ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଲେ- ମାଆ’ମାନଙ୍କ ପାଖରେ ରହିଛି ବହୁତ ସମ୍ଭାବନା।*

*୮-ଭୁବନେଶ୍ୱର:ବରିଷ୍ଠ ଆଇପିଏସ ଲଳିତ ଦାସ ଏବଂ ସ୍ବପ୍ନା ତିୱାରୀ ଡିଜି ପାହ୍ବାକୁ ପଦୋନ୍ନତି।*

*୯-କିଟ୍ ବିଶ୍ୱବିଦ୍ୟାଳୟ: ଯାନ୍ତ୍ରିକ ବିଦ୍ୟାଳୟରେ ଥର୍ମୋଫ୍ଲୁଇଡ ଓ ମାନୁଫାକ୍ଚରିଂ ବିଜ୍ଞାନରେ ୨ ଦିନିଆ ଆନ୍ତର୍ଜାତୀୟ କର୍ମଶାଳା ଉଦଘାଟିତ।*

*୧୦-ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମାସିକ ୪,୫୦୦ ଟଙ୍କାରୁ ୭ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।*

*୧୧-ତାତିରୁ ମିଳିବନି ନିସ୍ତାର,୧୧ରୁ ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ,୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା।*

*୧୨-ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ, ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତ।*

*୧୩-ଭୁବନେଶ୍ୱର:ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର।*

*୧୪-ଚନ୍ଦ୍ରଶେଖରପୁର: ଶ୍ରୀବିହାରରେ ଗଙ୍ଗାଧର ମେହେର ଓ ଅଗ୍ରିଆ ଭବନ ଶିଳାନ୍ୟାସ ସମ୍ପନ୍ନ, ଖର୍ଚ୍ଚ ହେବ ୬ କୋଟି।*

*୧୫-ବିଜେଡିରେ ଯୋଗଦେଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।*

*୧୬-କେନ୍ଦ୍ର କର୍ମଚାରୀଙ୍କୁ ହୋଲି ଭେଟି, ୪% ବଢିଲା ମହଙ୍ଗା ଭତ୍ତା, ବଢିବ HRA।*

*୧୭-ପୋଲସରା, ବରଗାଁ:ବନ୍ଦ ଘରୁ ଉଦ୍ଧାର ହେଲା ମାଆ-ଝିଅଙ୍କ ମୃତ ଦେହ, ପାରିବାରିକ କଳହରୁ ହତ୍ୟା ସନ୍ଦେହ କରୁଛି ପୋଲିସ।*

*୧୮-ପତ୍ନୀ ଠାରୁ ଘର କାମ ଆଶା କରିବା ଆଦୌ କ୍ରୂରତା ନୁହେଁ :ଦିଲ୍ଲୀ ହାଇକୋର୍ଟ।*

*୧୯-ନୂଆଦିଲ୍ଲୀ: ସେଲିବ୍ରିଟି ଏବଂ ଇନ୍‌ଫ୍ଲୁଏନ୍‌ସରମାନେ ଜୁଆ ଖେଳ ଏବଂ ବେଟିଂକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନ କରିପାରିବେ ନାହିଁ।*

*୨୦-ବାଙ୍ଗାଲୋରରେ ଗଭୀର ଜଳ ସଙ୍କଟ: ସ୍କୁଲ, କୋଚିଂ ସେଣ୍ଟର ବନ୍ଦ।*

*୨୧-ସବୁଠୁ କମ୍ ଟେଷ୍ଟରେ ଏକ ହଜାର ରନ୍, ଗୋଟିଏ ସିରିଜରେ ୭୦୦ ରନ୍, କ୍ରିକେଟ୍ ମହାରଥୀଙ୍କ ରେକର୍ଡକୁ ପଛରେ ପକାଇଲେ ଜୈସ୍ୱାଲ।*

.                 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
[08/03, 8:53 am] balaji: *╔━━━━🔅━━━━━━🔅━━╗*
*║    *🌼ଖବର ଆଜିର,ତାରିଖ ୦୮/୦୩/୨୦୨୪,ଶୁକ୍ରବାର🌼*                            ║*
*╚━━━━🔅━━━━━━🔅━━╝*       

*୦୧-ଭୁବନେଶ୍ୱର : ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ଉପଲକ୍ଷେ ଶୁକ୍ରବାର ଉତ୍ସବ ପାଳନ ପାଇଁ ନୀତି ନିର୍ଦ୍ଦଣ୍ଟ ସ୍ଥିର କରାଯାଇଛି।ରାତି ୧୦ଟାରେ ଉଠିବ ମହାଦୀପ।*

*୨-ବିଜେଡିର ୨ ନେତା ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନ ଦିଲ୍ଲୀ ଯାଇଥିବା ସୂଚନା ରହିଛି । ସ୍ୱତନ୍ତ୍ର ଚାର୍ଟର ବିମାନରେ ଦିଲ୍ଲୀ ଯାଇଥିବା ନେଇ ସୂଚନା ମିଳିଛି ।ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତ ନେଇ ରାଜନୀତି ସରଗରମ ।*

*୩-  ଭୁବନେଶ୍ୱର: ପୁଣି ଆପିଏସରେ ସ୍ତରରେ ବଡ଼ ଧରଣ ଅଦଳ ବଦଳ । ୧୯୯୨ ବ୍ୟାଚ୍‌ର ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି।*

*୪- ‌ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାପିଡ୍ ରେସ୍ପନ୍ସ ଟିମ୍; ରାଜ୍ୟର ୧୮ଟି ଡିଭିଜନରେ ନିୟୋଜିତ ହେବେ ସ୍ୱତନ୍ତ୍ର ଗାଡି।*

*୫-  ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଦେଓଗାଁ ବ୍ଲକ ବିଆରସି ମଧୁସୂଦନ ପଟେଲ ।୫୦୦୦ଟଙ୍କା  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।*

*୬-   ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।କର୍ମଚାରୀ ମାନଙ୍କ ପାରିଶ୍ରମିକରେ 25 ପ୍ରତିଶତ ବୃଦ୍ଧି ଘୋଷଣା।*

*୭- ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ଅରବିନ୍ଦ ।*

*୮-ପୁରୀ: ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ।ମହାଦେବଙ୍କ ପ୍ରତିକୂତିକୁ ସ୍ଥାନ ଦେବା ସହ ୫୦୦ଟି ଷ୍ଟୋନରେ ଶିବଲିଙ୍ଗ ସ୍ଥାପନ କରିଛନ୍ତି ।*

*୯-ଭୁବନେଶ୍ବର: ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ, ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତ।*

*୧୦- ଜମ୍ମୁ-କଶ୍ମୀରରେ ୬,୪୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କଲେ ମୋଦୀ।*

*୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟ (ପୂର୍ବ ଟିଡି-୫ ଗ୍ରେଡ୍ ସହ ସମାନ ଟିଡିଏନ୍-୩)ର ଏମଏସପି କ୍ୱିଣ୍ଟାଲ ପିଛା ୫,୩୩୫/- ଟଙ୍କା ଧାର୍ଯ୍ୟ କରାଯାଇଛି।*

*୧୨- ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ସିଲିଣ୍ଡର ପିଛା ୩୦୦ ଟଙ୍କାର ସବସିଡି ରହିବ ଜାରି।ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀମାନେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ଉପରେ ସବସିଡି ପାଇବେ।*

*୧୩- କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା।ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବଢ଼ାଇଛନ୍ତି କେନ୍ଦ୍ର ସରକାର ।*

*୧୪- ବିଜେପି ଦକ୍ଷିଣ ଭାରତରେ ନିଜର ସ୍ଥିତିକୁ ମଜବୁତ କରିବାରେ ଲାଗିଛି।କଂଗ୍ରେସରୁ ପାଞ୍ଚ ଥର କେରଳର ମୁଖ୍ୟମନ୍ତ୍ରୀ ଥିବା କରୁଣାକରନଙ୍କ ଝିିଅ ପଦ୍ମଜା ଭେନୁଗୋପାଲ ହାତ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।*

*୧୫-ଗୋପାଳପୁର: ଗୋପାଳପୁର ଅଞ୍ଚଳରେ ଆତଙ୍କ,  ବାଇକରେ ଆସି ଝାମ୍ପି ନେଲେ ସୁନାର ମଙ୍ଗଳସୂତ୍ର।*

*୧୬- ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ।ତେବେ ୧୧ ତାରିଖରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ଅନେକ ସ୍ଥାନରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।*

*୧୭- ଦାଣ୍ଡ ମୁକୁନ୍ଦପୁର ଆଇଡିବିଆଇ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣା ଗିରଫ ହୋଇଛନ୍ତି। ୩କୋଟି ୭୦ଲକ୍ଷ ଠକେଇ ମାମଲାରେ ଇଓଡବ୍ଲ୍ୟୁ ଗିରଫ କରିଛି ।*

*୧୮- ପୁଣି ଖୋଲିଲା ଚିଟଫଣ୍ଡ ଫାଇଲ  । ସିବିଆଇ ପରେ ମାମଲା ହାତକୁ ନେଇଛି ଇଡି  । ଏଟି ଚିଟଫଣ୍ଡ ଠକେଇ ମାମଲା ରେ ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜ ମାଲିକ  ବିକାଶ ସ୍ୱାଇଁଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଇଡି।*

*୧୯-୮ ମାର୍ଚ୍ଚ ୨୦୨୪ ରୁ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜରର ନିୟମିତ ସେବା।*

*୨୦-ନୂଆଦିଲ୍ଲୀ: ଏଣିକି ଜୁଆ ଓ ବେଟିଂ ବିଜ୍ଞାପନ କରି ପାରିବେନି ସେଲିବ୍ରିଟି।କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ(ସିସିପିଏ) ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଛି।*

*୨୧- ବାଙ୍ଗାଲୋରରେ ଗଭୀର ଜଳ ସଙ୍କଟ: ସ୍କୁଲ, କୋଚିଂ ସେଣ୍ଟର ବନ୍ଦ।*

*୨୨- ଅନୁଗୁଳରେ ରେକର୍ଡ ଭାଙ୍ଗିଲା ସାଇବର ଠକେଇ।ମାସକରେ ଦେଢ଼ କୋଟି ଟପିଲାଣି।*

*୨୩-କୋଲକାତା: ସିଏଏ- ଏନଆରସି ଲାଗୁ ହେବାକୁ ଦେବି ନାହିଁ: ଶାହାଙ୍କୁ ସମାଲୋଚନା କଲେ ମମତା।*

*୨୪- ମା’ମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି : ମୁଖ୍ୟମନ୍ତ୍ରୀ।*

*୨୫- ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ : ଟ୍ରଷ୍ଟ।*

.             

ବିଜେଡ଼ି ଓ ବିଜେପି ମେଂଟ ଚର୍ଚ୍ଚା - ସଶକ୍ତ ହେଉଛି କଂଗ୍ରେସ

COASTAL NEWS ODIA 1738

ବିଜେଡ଼ି ଓ ବିଜେପି ମେଂଟ ଚର୍ଚ୍ଚା - ସଶକ୍ତ ହେଉଛି କଂଗ୍ରେସ



କଂଗ୍ରେସରେ ଯୋଗଦେଲେ ବିଜେଡ଼ିର ଅନେକ ନେତା ଓ କର୍ମୀ

ଭୁବନେଶ୍ୱର - (CNO) ସାରା ରାଜ୍ୟରେ ବିଜେଡ଼ି ଓ ବିଜେପି ମେଂଟ ଚର୍ଚ୍ଚା ଜୋର ଧରୁଥିବାବେଳେ କଂଗ୍ରେସ ମିଶ୍ରଣ ପର୍ବ ମାଧ୍ୟମରେ ସଶକ୍ତ ହେଉଛି । ଏହିକ୍ରମରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଇଂ. ଦିଲ୍ଲୀପ କୁମାର ଦୁରିଆ, ରେଙ୍ଗାଲି ପରିଷଦର ସଭାପତି କିରଣ ଜୟପୁରିଆ, ସମୀର ପ୍ରଧାନ, ଜିଲ୍ଲା ସମ୍ପାଦକ ସମ୍ବଲପୁର ବିଜେଡ଼ି, ବିଶାଲ କୁମାର ପ୍ରଧାନ ଙ୍କ ସମେତ ଶତାଧିକ ସମର୍ଥକ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଲେ । 

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ବିଜେଡ଼ି ଓ ବିଜେପି ମଧ୍ୟରେ ହେଉଥିବା ଅସାଧୁ ମେଂଟ ସଂପର୍କରେ ମତ ଦେଇ କହିଥିଲେ ଏ ମେଂଟ ରାଜ୍ୟର ସ୍ୱାର୍ଥ ବିରୋଧି, ବିଜେଡ଼ି ଓ ବିଜେପି ନିଜର ରାଜନୈତିକ ଲାଭ ଉଦ୍ଦେଶ୍ୟରେ ଏ ମେଂଟ । 

ରାଜ୍ୟର ଜନସାଧାରଣଙ୍କୁ ଧୋକା ଦେଇ ଉଭୟ ଦଳ ମେଂଟ ମାଧ୍ୟମରେ ଯେଉଁ ଳାଭ ପାଇବା ପାଇଁ ଉଦ୍ୟମ କରୁଛନ୍ତି ତାହା ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ । ଏ ମେଂଟ ଓଡ଼ିଶାର ବିକାଶର ପରିପନ୍ଥୀ ଓ ଅଣଓଡ଼ିଆଙ୍କ ହାତରେ ଟେକି ଦେବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ନେତାମାନେ ପ୍ରକାଶ କରିଛନ୍ତି ।


ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦକ ଶରତ ରାଉତ, ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗଡ଼ତିଆ, ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ସରୋଜ ପୁଜାରୀ, ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପାର୍ଥୀ ବାଳକୃଷ୍ଣ ରୋହିତଦାସ, ରେଙ୍ଗାଲି ବ୍ଲକ ସଭାପତି ଚତୁର୍ଭୁଜ ଝଙ୍କାର, ଚୁମୁକି ମହାନନ୍ଦ, ବିଳାସୀନି କୁମ୍ଭାର ଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ ।

COASTAL NEWS ODIA 1736 ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

COASTAL NEWS ODIA 1736

ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ



ରେଳ ଯୋଗେ କେନ୍ଦୁଝରରୁ ଦିଲ୍ଲୀ ଯିବା ସ୍ଵପ୍ନ ହେଲା ପୂରଣ

କେନ୍ଦୁଝର - (CNO) ରେଳ ଯୋଗେ କେନ୍ଦୁଝରରୁ ସିଧାସଳଖ ଦିଲ୍ଲୀ ଯିବା ପାଇଁ ଜିଲାବାସୀ ଦେଖିଥିବା ସ୍ଵପ୍ନ ଆଜି ପୂରଣ ହୋଇଛି। ଯାହାପାଇଁ ଅନେକ ଥର ଜିଲାବାସୀ ତଥା ବିଭିନ୍ନ ସଂଗଠନ ରେଳ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହି ସ୍ଵପ୍ନ ପୂର୍ଣ୍ଣ ହୋଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଆଭାଷୀ ମାଧ୍ୟମରେ ଶୁଭ ଉଦ୍‌ଘାଟନ କରିଛନ୍ତି। ଟ୍ରେନଟି ପୁରୀରୁ ବାହାରି କେନ୍ଦୁଝରଗଡ଼ ଦେଇ ଆନନ୍ଦ ବିହାର ପର୍ଯ୍ୟନ୍ତ ଯିବ।

Mar 8, 2024
ଏହି ଅବସରରେ କେନ୍ଦୁଝରଗଡ଼ ରେଳ ଷ୍ଟେସନଠାରୁ ଏହି ଟ୍ରେନଟି ବାହାରି ବାଂଶପାଣି ପର୍ଯ୍ୟନ୍ତ ଯିବା ସହିତ ଆଗାମୀ ନିର୍ଦ୍ଧାରିତ ସୂଚୀ ଅନୁସାରେ ପୁରୀରୁ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲକୁ ଯିବ। କେନ୍ଦୁଝରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ସହିତ ଶହ ଶହ କେନ୍ଦୁଝରବାସୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଭାଷୀ ମାଧ୍ୟମରେ ଲୋକାର୍ପଣ ଉତ୍ସବରେ ଟ୍ରେନକୁ ସ୍ୱାଗତ କରିଥିଲେ।

ଆଗାମୀ କିଛି ଦିନ ମଧ୍ୟରେ ପାରାଦୀପରୁ କେନ୍ଦୁଝରଗଡ଼ ମେମୁ ଟ୍ରେନ ମଧ୍ୟ ପ୍ରଧାନମନ୍ତ୍ରୀ ଉପହାର ଦେବେ ବୋଲି ବିଧାୟକ ମାଝୀ ତାଙ୍କ ଅଭିଭାଷଣରେ କହିଛନ୍ତି।

ବିଜେପି-ବିଜେଡ଼ି ମେଣ୍ଟ କେତେ ଜରୁରୀ

COASTAL NEWS ODIA 1735

ବିଜେପି-ବିଜେଡ଼ି ମେଣ୍ଟ କେତେ ଜରୁରୀ 



ନୂଆଦିଲ୍ଲୀ - (CNO) ମେଣ୍ଟ ରାଜନୀତି କାହାକୁ ଦରକାର ମେଣ୍ଟ ? କଣ ରହିଛି ମେଣ୍ଟ ପଛର ସତ୍ୟ...  ବିଜେପି-ବିଜେଡ଼ି ମେଣ୍ଟ: ରାଜ୍ୟରେ ନିର୍ବାଚନ ପୂର୍ବରୁ ରାଜନୈତିକ ମାହୋଲ ବେଶ୍ ସରଗରମ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ନିର୍ବାଚନ ପାଇଁ ସଜବାଜ ହେଉଥିବା ଦଳମାନେ ବର୍ତ୍ତମାନ ଅନ୍ୟ ଏକ ଦିଗ ଉପରେ ଆଲୋଚନା କରୁଛନ୍ତି । 

ରାଜ୍ୟରେ ଶାସକ-ବିରୋଧୀ ଥିବା ବିଜେଡ଼ି-ବିଜେପି ଗୋଟିଏ ମଞ୍ଚରେ ଆସିବା ନେଇ ଲାଗି ରହିଥିବା ଚର୍ଚ୍ଚା ଏକ ପ୍ରକାର ସ୍ପଷ୍ଟ ହେଉଛି । 



ନବୀନ ନିବାସରେ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ କେନ୍ଦ୍ର ନେତୃତ୍ୱଙ୍କ ମାରାଥନ୍ ବୈଠକ ଏହି ଚର୍ଚ୍ଚାକୁ ଆହୁରି ସରଳ କରିଦେଉଛି । ଏପରକି ମେଣ୍ଟକୁ ସିଧାସଳଖ ପ୍ରତ୍ୟାଖାନ କରୁଥିବା ଦୁଇ ଦଳର ନେତା ମାନେ ମଧ୍ୟ ବର୍ତ୍ତମାନ ମନା କରୁନାହାଁନ୍ତି । ରାଜ୍ୟ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବିଜେଡ଼ି କହୁଥିବା ବେଳେ ଦେଶର ବୃହତ୍ତର ସ୍ୱାର୍ଥକୁ ନେଇ କେନ୍ଦ୍ର ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି କହୁଛି ବିଜେପି । 

ଏଥି ମଧ୍ୟରେ ଏହା ଏକ ପ୍ରକାର ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ବିଜେପି-ବିଜେଡ଼ି 15 ବର୍ଷ ପରେ ପୁଣି ଏକ ହେବେ । ତେବେ ଆସନ ବୁଝାମଣାକୁ ନେଇ ଏବେ ଆଲୋଚନା ହେଉଛି ବୋଲି କୁହାଯାଉଛି । ସିଟ୍ ସେୟାରିଂ ଫାଇନାଲ ହେଲେ ମେଣ୍ଟ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି ।



ତେବେ ଏହି ସବୁ ଚର୍ଚ୍ଚା ମଧ୍ୟରେ ସାଧାରଣରେ ଆଲୋଚନା ହେଉଛି, କାହା ପାଇଁ ମେଣ୍ଟ ଆବଶ୍ୟକ ? ବିଜେଡ଼ି ନା ବିଜେପି ? କିଏ ମେଣ୍ଟକୁ ନେଇ ବେଶୀ ଉତ୍ସାହିତ ଅଛି ? ଯଦିଓ ରାଜ୍ୟରେ ବିଜେଡ଼ି ସହ ମେଣ୍ଟ ହେବ କି ନାହିଁ ଏ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କ ଉପରେ ସେତେଟା କିଛି ନିର୍ଭର କରୁନାହିଁ । 

ବିଜେପିର କେନ୍ଦ୍ର ନେତୃତ୍ୱ ହିଁ ଏହାର ନିଷ୍ପତ୍ତି ନେବେ ବୋଲି ମଧ୍ୟ କୁହାଯାଉଛି । ରାଜ୍ୟର ରାଜନୈତିକ ମାହୋଲକୁ ଦେଖିଲେ ବିଜେଡି ମେଣ୍ଟ ପାଇଁ ଆଗ୍ରହ ପ୍ରକାଶ କରିବାର ସେମିତି କିଛି ଖାସ୍ କାରଣ ନାହିଁ । ବର୍ତ୍ତମାନ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଭୋଟର କାହାକୁ ଦେଖୁ ନାହାଁନ୍ତି । 

ନବୀନ ଷଷ୍ଠଥର ଶାସନ ଭାର ଗ୍ରହଣ କରିବେ ବୋଲି ମଧ୍ୟ ବିଜେଡ଼ି ଦୃଢୋକ୍ତି ପ୍ରକାଶ କରିବା ସହ ଏ ନେଇ ଉତ୍ସାହିତ ଅଛି । ଏପରିକି ଅନେକ ସର୍ଭେ ମଧ୍ୟ ସେହି ରିପୋର୍ଟ ପ୍ରଦାନ କରିଛି । ବିଜେଡି ଜିତିବା ପରିସ୍ଥିତିରେ ଥିବା ବେଳେ କାହିଁକି ବିଜେପି ସହିତ ମେଣ୍ଟ କରିବ ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମେଣ୍ଟ ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଜେଡ଼ିର ନେତା ଗଣମାଧ୍ୟକୁ ପ୍ରତିକ୍ରିୟା ରଖି କହିସାରିଛନ୍ତି । 
ଅନ୍ୟ ଏକ ଦିଗରୁ ଦେଖିଲେ ରାଜ୍ୟରେ ଆଗ ଅପେକ୍ଷା ବିଜେପିର ଲୋକପ୍ରିୟତା ବଢିଛି । ଗତ ନିର୍ବାଚନରେ ବିଜେପି ଲୋକସଭା ଆସନରେ ଭଲ ପ୍ରଦର୍ଶନ କରିଥିଲା । ଏପରିକି ବିଧାନସଭାରେ ମଧ୍ୟ ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଥିଲା । ଏହି ଧାରାକୁ ବଢାଇବାକୁ ବିଜେପି ଚେଷ୍ଟା କରିବା ବଦଳରେ ବିଜେଡ଼ି ସହ କାହିଁକି ମେଣ୍ଟ କରୁଛି ବୋଲି ମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । 
 
କିନ୍ତୁ ରାଜ୍ୟକୁ ଛାଡ଼ି କେନ୍ଦ୍ର ଦୃଷ୍ଟିରେ ଦେଖିଲେ ବିଜେପିକୁ ମେଣ୍ଟ ଆବଶ୍ୟକ । କାରଣ, ପ୍ରଧାନମନ୍ତ୍ରୀ ମୋଦୀଙ୍କ 400 ପାର୍ ମିଶନକୁ ପୂରଣ କରିବାକୁ ବିଜେପିକୁ ସାହାଯ୍ୟ ଆବଶ୍ୟକ । ଅଲଗା ଅଲଗା ନିର୍ବାଚନ ଲଢିଲେ ବିଜେପି ହୁଏତ ଗତ ଲୋକସଭା ନିର୍ବାଚନ ଅପେକ୍ଷା 2-3 ଆସନ ହାତେଇପାରେ । 

କିନ୍ତୁ କେନ୍ଦ୍ରର ନଜର ଓଡିଶାର ସମସ୍ତ ଆସନ ଉପରେ ରହିଛି । ବିଜେଡ଼ି ସହ ଗୋଟିଏ ମଞ୍ଚରେ ନିର୍ବାଚନ ଲଢିଲେ ବିଜେଡ଼ି ପାଇଥିବା ଲୋକସଭା ଆସନ ମଧ୍ୟ ଏନଡିଏ ରେ ରହିବ । ଯାହାକି ମୋଦୀଙ୍କ 400 ପାର୍ ଲକ୍ଷ୍ୟକୁ ପୂରଣ କରିବାରେ ବେଶ୍ ସହାୟକ ହେବ । ତେବେ ରାଜନୀତିରେ କେହି କାହାର ଚିର ଶତ୍ରୁ କିମ୍ବା ମିତ୍ର ନୁହଁ, କ୍ରମରେ ବିଜେଡ଼ି-ବିଜେପି 15 ବର୍ଷ ପରେ ଏକାଠି ହେବା କିଛି ବଡ଼ କଥା ନୁହଁ । 
ଶାସନ କ୍ଷମତା ହେଉ କିମ୍ବା ରାଜ୍ୟ-କେନ୍ଦ୍ରର ସ୍ୱାର୍ଥ ବାହାନା ଦେଖାଇ ମେଣ୍ଟ କରିବା କିଛି ଅସମ୍ଭବ ନୁହଁ । ଆଗାମୀ ଦିନରେ ଏ ନେଇ ସ୍ପଷ୍ଟ ହେବା ସହ ଭୋଟର ଏହାକୁ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା । 

Thursday, March 7, 2024

କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ)

COASTAL NEWS ODIA 1734

କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) 




ନୂଆଦିଲ୍ଲୀ - (CNO) ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏହା ସହିତ ବର୍ତ୍ତମାନ କର୍ମଚାରୀମାନେ ୫୦ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ । 

ଉଭୟ କେନ୍ଦ୍ର କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବେ । ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ମୂଳ ଦରମା/ପେନସନର ୪୬% ଡିଏ/ଡିଆର୍ ମିଳୁଥିବା ବେଳେ ଏଥିରେ ଅତିରିକ୍ତ ୪% ବୃଦ୍ଧି କରାଯାଇଛି ଯାହାକି ଜାନୁଆରୀ ପହିଲା ୨୦୨୪ ଠାରୁ ପିଛିଲା ଭାବେ ଲାଗୁ ହେବ । 

ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଅନୁସାରେ ଯଦି ଡିଏ ୫୦ ପ୍ରତିଶତ ଯାଏ ପହଞ୍ଚି ଯାଏ ତେବେ ଘର ଭଡ଼ା ଭତ୍ତା ଅର୍ଥାତ୍ ଏଚଆରଏରେ ମଧ୍ୟ ବୃଦ୍ଧି ହେବ । ୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ୍ ଅନୁମୋଦନ ଏହି ବୃଦ୍ଧି ସହ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଟେକ୍‌-ହୋମ ଦରମା ପ୍ୟାକେଜ ମଧ୍ୟ ବଢିବା ନିଶ୍ଚିତ । 


ଉଲ୍ଲେଖଯୋଗ୍ୟ ଯେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଅନୁସାରେ ଏଚଆରଏ ବୃଦ୍ଧି ପାଇଁ ତିନୋଟି ବର୍ଗରେ ସହରଗୁଡିକୁ ଭାଗ କରାଯାଇଛି । ଏହି କ୍ୟାଟେଗୋରୀ ହେଉଛି x,y ଏବଂ z।

GOAT FARMING ଛେଳି ଚାଷୀଙ୍କ ପାଇଁ ସୁଯୋଗ ; ସରକାର ଦେଉଛନ୍ତି 60% ରିହାତି ।

COASTAL NEWS ODIA 1733

COURTESY - AUL AGRO PRODUCER COMPANY LIMITED 

GOAT FARMING  ଛେଳି ଚାଷୀଙ୍କ ପାଇଁ ସୁଯୋଗ ; ସରକାର ଦେଉଛନ୍ତି 60% ରିହାତି ।




ଭୁବନେଶ୍ଵର - (CNO) ଚାକିରୀ ପାଉ ନଥିବା ଯୁବପିଢ଼ି ଏବେ ଚାଷକାମ ପ୍ରତି ଆଗ୍ରହ ଦେଖାଉଛନ୍ତି l ଯାହା ତାଙ୍କୁ ବେଳବେଳେ ଆର୍ଥିକ ଅସୁବିଧା  ଭୋଗିବାକୁ ପଡୁଛି l ତେଣୁ ସେମାନଙ୍କୁ ସରକାର ସାହାଯ୍ୟ ମଧ୍ୟ କରୁଛନ୍ତି l କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି l ତେବେ ଏହାରି ମଧ୍ୟରେ ବିହାର ରାଜ୍ୟ ସରକାର ଚାଷୀଙ୍କ ପାଇଁ ଆଣିଛନ୍ତି ଖୁସି ଖବର l ବେରୋଜଗାର ଯୁବକମାନଙ୍କ ପାଇଁ ଆତ୍ମନିର୍ଭରଶୀଳ ଛେଳି ପାଳନକୁ ପ୍ରୋତ୍ସାହିତ କରିବା ପାଇଁ ବିହାର ସରକାରଙ୍କ ପଶୁପାଳନ ବିଭାଗ ଦୁଇ ବର୍ଷ ଧରି ବନ୍ଦ ହୋଇଥିବା ଇଣ୍ଟିଗ୍ରେଟେଡ୍ ଛେଳି ବିକାଶ ଯୋଜନାକୁ ପୁନଃ ଆରମ୍ଭ କରିଛନ୍ତି ।

ଚଳିତ ବର୍ଷ ରାଜ୍ୟ ସରକାର ପୁଣି ଥରେ ଛେଳି ପାଳିବା ଦ୍ୱାରା ଗରିବ ପରିବାରକୁ ଆତ୍ମନିଯୁକ୍ତି ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତ ବିଭାଗ ଏଥିରୁ ଉପକୃତ ହେବେ | ଛେଳି ପାଳିବା ପାଇଁ ସାଧାରଣ ବର୍ଗରେ ପଡୁଥିବା ଜାତିମାନଙ୍କୁ ୫୦ ପ୍ରତିଶତ ଅନୁଦାନ ଏବଂ ଏସସି ଏସଟି ପରିବାରକୁ ୬୦ ପ୍ରତିଶତ ଅନୁଦାନ ପ୍ରଦାନ କରାଯିବ। ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ଏହି ଜିନିଷ ପାଇଁ ୫ କୋଟି ୨୨ ଲକ୍ଷ ୮୫ ହଜାର ଟଙ୍କା ପାଣ୍ଠି ଯୋଗାଇ ଦେଇଛି | ଉନ୍ନତ ପ୍ରଜାତିର ଏକ ଛେଳିର ହାରାହାରି ମୂଲ୍ୟ ୧୫ ହଜାର ଟଙ୍କା | ଏଥିପାଇଁ ସାଧାରଣ ବର୍ଗଙ୍କୁ ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ଏସସି, ଏସଟି ୧ ଲକ୍ଷ ୪୫ ହଜାର ଟଙ୍କା ଅନୁଦାନ ପାଇବେ।

ଛେଳି ପିଛା ୨୦ ଛେଳିର ମୂଲ୍ୟ ୨ ଲକ୍ଷ ୪୨ ହଜାର ଟଙ୍କା, ଯେଉଁଥିରେ ସାଧାରଣ ବର୍ଗ ପାଇଁ ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ସଂରକ୍ଷିତ ବର୍ଗ ପାଇଁ ୧ ଲକ୍ଷ ୪୫ ହଜାର ଟଙ୍କା ଅନୁଦାନ ରହିଛି | ୪୦ ଛେଳିର ମୂଲ୍ୟ ୫ ଲକ୍ଷ ୩୨ ହଜାର ଟଙ୍କା, ଦୁଇଟି ଛେଳି ଉପରେ ସବସିଡି ହେଉଛି ୨ ଲକ୍ଷ ୬୬ ହଜାର ଟଙ୍କା | ସଂରକ୍ଷିତ ବର୍ଗ ପାଇଁ ଏହା ୩ ଲକ୍ଷ ୧୯ ହଜାର ଟଙ୍କା | ଶହେ ପ୍ରତି ପାଞ୍ଚଟି ଛେଳିର ମୂଲ୍ୟ ହେଉଛି ୧୩ ଲକ୍ଷ ଚାରି ହଜାର ଟଙ୍କା | ଯେଉଁଥିରେ ସବସିଡି ସାଧାରଣ ବର୍ଗ ପାଇଁ ୬ ଲକ୍ଷ ୫୨ ହଜାର ଏବଂ ସଂରକ୍ଷିତ ବର୍ଗ ପାଇଁ ୭ ଲକ୍ଷ ୮୨ ହଜାର ଟଙ୍କା l

ଯୋଜନାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି :-

ଜିଲ୍ଲା ପଶୁପାଳନ ଅଧିକାରୀ କହିଛନ୍ତି ଯେ ଏହି ଯୋଜନା ତିନୋଟି ଶ୍ରେଣୀରେ ଅଛି। ପ୍ରଥମ ଯୋଜନା ହେଉଛି ୨୦ ଛେଳି ଏବଂ ଗୋଟିଏ ଛେଳି ପାଇଁ | ଦ୍ୱିତୀୟ ଯୋଜନା ହେଉଛି ୪୦ ଟି ଛେଳି ଏବଂ ଦୁଇଟି ଛେଳି | ତୃତୀୟ ଯୋଜନା ୧୦୦ ଛେଳି ଏବଂ ୫ ଛେଳି ସହିତ ଆରମ୍ଭ ହେବ | ଯେଉଁଥିରେ ସାଧାରଣ ବର୍ଗ ପାଇଁ ୫୦ ପ୍ରତିଶତ ଅନୁଦାନ ଏବଂ ସଂରକ୍ଷିତ ବର୍ଗ ପାଇଁ ୬୦ ପ୍ରତିଶତ ଅନୁଦାନ ରହିଛି l

ବେରୋଜଗାର ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ପଶୁପାଳନ ବିଭାଗ ଦୁଇ ବର୍ଷ ଧରି ବନ୍ଦ ହୋଇଥିବା ଇଣ୍ଟିଗ୍ରେଟେଡ୍ ଛେଳି ବିକାଶ ଯୋଜନାକୁ ପୁନଃ ଆରମ୍ଭ କରିଛି । ଚଳିତ ବର୍ଷ ରାଜ୍ୟ ସରକାର ପୁଣି ଥରେ ଛେଳି ପାଳିବା ଦ୍ୱାରା ଗରିବ ପରିବାରକୁ ଆତ୍ମନିଯୁକ୍ତି ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି । ସମସ୍ତ ବିଭାଗ ଏଥିରୁ ଉପକୃତ ହେବେ | ଛେଳି ପାଳିବା ପାଇଁ ସାଧାରଣ ବର୍ଗରେ ପଡୁଥିବା ଜାତିମାନଙ୍କୁ ୫୦ ପ୍ରତିଶତ ଅନୁଦାନ ଏବଂ ଏସସି ଏସଟି ପରିବାରକୁ ୬୦ ପ୍ରତିଶତ ଅନୁଦାନ ପ୍ରଦାନ କରାଯିବ । ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ଏହି ମୁଣ୍ଡରେ ୫ କୋଟି ୨୨ ଲକ୍ଷ ୮୫ ହଜାର ଟଙ୍କା ପାଣ୍ଠି ରଖିଛି ।

ଛେଳି ପାଳନ ସମ୍ପର୍କରେ:-

ଉନ୍ନତ ପ୍ରଜାତିର ଏକ ଛେଳିର ହାରାହାରି ମୂଲ୍ୟ ୧୫ ହଜାର ଟଙ୍କା | ଏଥିପାଇଁ ସାଧାରଣ ବର୍ଗଙ୍କୁ ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ଏସସି, ଏସଟି ୧ ଲକ୍ଷ ୪୫ ହଜାର ଟଙ୍କା ଅନୁଦାନ ପାଇବେ । ଜିଲ୍ଲା ପଶୁପାଳନ ଅଧିକାରୀ କହିଛନ୍ତି ଯେ ଏହି ଯୋଜନା ତିନି ପ୍ରକାରର, ପ୍ରଥମ ସେବାରେ ଆସିବା ପାଇଁ ପ୍ରଥମ ଯୋଜନା ହେଉଛି ୨୦ ଟି ଛେଳି ଏବଂ ଗୋଟିଏ ଛେଳି , ଦ୍ୱିତୀୟ ଯୋଜନା ୪୦ ଟି ଛେଳି ଏବଂ ଦୁଇଟି ଛେଳି ପାଇଁ ହୋଇଥିବାବେଳେ ତୃତୀୟ ଯୋଜନା ୧୦୦ ଟି ଛେଳି ଏବଂ ପାଞ୍ଚଟି ଛେଳିରୁ ଆରମ୍ଭ ହେବ । ତେବେ ଆଶା ଏହି ସବସିଡି ନିଷ୍ପତ୍ତି ଛେଳି ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିବ l

କେମିତି ଆବେଦନ କରିବେ?

  1. ପ୍ରଥମେ ଆପଣ google କୁ ଯାଇ ଗୋ ସୁଗମ search କରନ୍ତୁ ।
  2. application open ହେଲାପରେ animal husbandry କୁ click କରନ୍ତୁ ।
  3. Small Scale Goat Farming(10+1) ଏହି ପାଖରେ apply କରନ୍ତୁ ।
  4. ନହେଲେ ଏଠି click କରନ୍ତୁ 

 

ଚଳଚ୍ଚିତ୍ର 'ଧାରା 370' ସୁପରହିଟ୍

COASTAL NEWS ODIA 1731

ଚଳଚ୍ଚିତ୍ର 'ଧାରା 370' ସୁପରହିଟ୍ 



ନୂଆଦିଲ୍ଲୀ - (CNO) ୟାମି ଗୌତମଙ୍କ ଚଳଚ୍ଚିତ୍ର 'ଧାରା 370' ସୁପରହିଟ୍ ହୋଇ ଯାଇଛି , ଘରୋଇ ରୋଜଗାର 50 କୋଟି ଟଙ୍କା ଅତିକ୍ରମ କଲା |

23 ଫେବୃଆରୀ 2024 ରେ ମୁକ୍ତିଲାଭ କରିଥିବା ଆଦିତ୍ୟ ଜାମ୍ବଲେ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଧାରା 370'  ସୁପରହିଟ୍ ହୋଇପାରିଛି ।  ଏହି ଚଳଚ୍ଚିତ୍ର ଅନେକ ବଡ ଚଳଚ୍ଚିତ୍ର କୁ ପଛରେ ଛାଡି ନିଜର ରୋଜଗାର ଜାରି ରଖିଛି |  ଫିଲ୍ମ ରିଲିଜ ହେବାର 12 ଦିନ ବିତିଗଲାଣି ଏବଂ ଏପର୍ଯ୍ୟନ୍ତ ଫିଲ୍ମଟି 54 କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି |

ୟାମି ଗୌତମ ବର୍ତ୍ତମାନ ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣତି ହୋଇଛନ୍ତି, ଯେଉଁମାନେ ସେମାନଙ୍କ ଚରିତ୍ର ସହିତ ପରୀକ୍ଷା କରିବାକୁ ଆଦୌ ଭୟ କରନ୍ତି ନାହିଁ |  ଏହି କାରଣରୁ ଲୋକମାନେ ଗୁପ୍ତଚର ଅଧିକାରୀ ଭାବରେ ଅଭିନୟ କରିଥିବା ତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରନ୍ତି |  ତାଙ୍କ ସହ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରିୟମାନି ମଧ୍ୟ ଏକ ଭଲ କାମ କରିଛନ୍ତି।  ଆପଣ ତାଙ୍କୁ ପୂର୍ବରୁ ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ'ରେ ମଧ୍ୟ ଦେଖିଥିବେ।

 ଏହି ଦୁଇ ଅଭିନେତ୍ରୀ ନିଜ ଅଭିନୟ ସହିତ ଫିଲ୍ମରେ ଏକ ନୂଆ ଜୀବନ ଦେଇଛନ୍ତି।  


 ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ କାଶ୍ମୀରରୁ ଧାରା 370 ହଟାଇବା ପାଇଁ ଭାରତ ସରକାରଙ୍କୁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଏବଂ ଏହା ଆଦୌ ସହଜ ନଥିଲା।  ଲୋକମାନେ ଏହି ରାଜନୈତିକ  ଡ୍ରାମା ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଛନ୍ତି ଏବଂ ଲାଗୁଛି ଯେ ଘରୋଇ ବକ୍ସ ଅଫିସରେ ଫିଲ୍ମ 80 କୋଟି ଟଙ୍କା ସହଜରେ ବ୍ୟବସାୟ କରି ପାରିବ |

 ଏହି ଚଳଚ୍ଚିତ୍ରରେ ଅରୁଣ ଗୋବିଲ ପିଏମ ମୋଦୀ ଭୂମିକାରେ ଅଭିନୟ କରିଛନ୍ତି।  ଏହି ଚଳଚ୍ଚିତ୍ରର ବିଶ୍ଵ ବ୍ୟାପୀ ସଂଗ୍ରହ 73 କୋଟି ଟଙ୍କାରେ ପହଞ୍ଚିଛି |  ତେବେ ଅଜୟ ଦେବଗନ ଏବଂ ଆର ମାଧବନଙ୍କ ଅଭିନୀତ ଫିଲ୍ମ 'ସଇତାନ୍ ' ମାର୍ଚ୍ଚ 8 ରେ ମୁକ୍ତିଲାଭ କରୁଛି।  ଏଭଳି ପରିସ୍ଥିତିରେ ୟାମି ଗୌତମଙ୍କ ଚଳଚ୍ଚିତ୍ର କେତେ ଭଲ ପ୍ରଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଲା।

ବିଜେପି ଓ ବିଜେଡି ଦଳର ଲୋକସଭା ଆସନର ସମ୍ଭାବ୍ଯ ବୁଝାମଣା

COASTAL NEWS ODIA 1731

ବିଜେପି ଓ ବିଜେଡି ଦଳର ଲୋକସଭା ଆସନର ସମ୍ଭାବ୍ଯ ବୁଝାମଣା 


ବିଜେପି ଲୋକସଭା: 14, ବିଜେଡି ଲୋକସଭା: 7
 ବିଜେପି ବିଧାନସଭା: 40-46
 ବିଜେଡି ବିଧାନସଭା: 101-107


1 - ଆସ୍କା - ବିଜେଡି
 2 - ବାଲେଶ୍ୱର - ବିଜେପି
 3 - ବରଗଡ - ବିଜେପି
 4 - ବ୍ରହ୍ମପୁର - ବିଜେଡି
 5 - ଭଦ୍ରକ - ବିଜେପି
 6 - ଭୁବନେଶ୍ୱର - ବିଜେଡି
 7 - ବଲାଙ୍ଗୀର - ବିଜେପି
 8 -  କଟକ - ବିଜେପି
 9 -  ଢେଙ୍କାନାଳ - ବିଜେପି
 10 - ଜଗତ୍ସିଂହପୁର - ବିଜେଡି
 11 - ଜାଜପୁର - ବିଜେଡି
 12 - କାଲାହାଣ୍ଡି - ବିଜେପି |
 13 - କନ୍ଧମାଳ - ବିଜେଡି
 14 - କେନ୍ଦ୍ରାପଡା - ବିଜେଡି
 15 - କୋରାପୁଟ - ବିଜେପି
 16 - କେଉଁଝର  - ବିଜେପି
 17 - ମୟୂରଭଞ୍ଜ - ବିଜେପି
 18 - ନବରଙ୍ଗପୁର - ବିଜେପି |
 19 - ପୁରୀ - ବିଜେପି
 20 - ସମ୍ବଲପୁର - ବିଜେପି |
 21 - ସୁନ୍ଦରଗଡ - ବିଜେପି 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...