AFFILIATE MARKETING

https://binomo.com?a=90810425bb57&t=0

Sunday, February 18, 2024

Morning News ସକାଳର ଖବର

COASTAL NEWS ODIA 1708

ସକାଳର ଖବର

୧୮-ଫେବୃଆରୀ-୨୦୨୪, ରବିବାର



➡️୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ହେଲା ବୃଦ୍ଧି l କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟିଲେ ମିଳିବ ୧ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା l

➡️୨-ବଢିଲା କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ । ଏବେ ବର୍ଷକୁ ମିଳିବ ୧୮ ହଜାର ଟଙ୍କା । ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ହେବ ଲାଗୁ l ଏହାଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ। 

➡️୩-ରାଜ୍ୟର ପ୍ରଥମ ଶିଳ୍ପନଗରୀ କଟକ ଚୌଦ୍ୱାର ଓଟିଏମ ଜମିରେ ହେବ ଟେକ୍ସଟାଇଲ ପାର୍କ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶ ହେବ ୩ହଜାର ୫୦ କୋଟି ଟଙ୍କା, ମିଳିବ ୧୦ହଜାରରୁ ଅଧିକ ନିଯୁକ୍ତି l

➡️୪-ଜମୁଛି ଖଣ୍ଡଗିରି କୁମ୍ଭ ମେଳା। ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ। ଆଜିଠାରୁ ଖଣ୍ଡଗିରି ପାଦଦେଶରେ ଶୁଭିବ ଦମଦାର ସଂଳାପ। ରଙ୍ଗୀନ ଆଲୋକରେ ଝଲସିବ ଯାତ୍ରା ମଞ୍ଚ।

➡️୫-ସ୍ବାସ୍ଥ୍ୟସେବାରେ ଯୋଡିହେଲା ନୂଆ ଇତିହାସ। ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୫ ଜିଲ୍ଲାର ୭୩ଟି ହସ୍ପିଟାଲ ହେଲା ରୂପାନ୍ତରିତ। ରୂପାନ୍ତରିତ ସରକାରୀ ଡାକ୍ତରଖାନାକୁ ଲୋକାର୍ପିତ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।

➡️୬-ସରିଲା ଦେଢ଼ବର୍ଷ ଅପେକ୍ଷାର ଅନ୍ତ। ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ। ଏଣିକି କେବଳ ଆପାର୍ଟମେଣ୍ଟ ନୁହେଁ କମନ୍ ଏରିଆର ମାଲିକ ହେବ ବାସଗୃହ କ୍ରେତା l

➡️୭-କଳାହାଣ୍ଡିର ୪ଟି ଆମ ହସ୍ପିଟାଲକୁ ଆଭାସି ମାଧ୍ୟମରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କହିଲେ ଏସବୁ ଡାକ୍ତରଖାନା ଏବଂ ନୂତନ ବ୍ୟବସ୍ଥା ଦ୍ଵାରା ରାଜ୍ୟ କଳାହାଣ୍ଡି ବାସି ଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିପାରିବ l

➡️୮-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କେନ୍ଦୁଝର ଜିଲ୍ଲାରେ 'ଆମ ହସ୍ପିଟାଲ' କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ୬ଟି ହସ୍ପିଟାଲର ହେଲା ଲୋକାର୍ପଣ l

➡️୯-ଇସ୍ରୋକୁ ମିଳିଲା ଆଉ ଏକ ସଫଳତା । ଆନ୍ଧ୍ର ଶ୍ରୀହରିକୋଟାରୁ ମହାକାଶକୁ ଉତକ୍ଷେପଣ ହେଲା ଭାରତର ସବୁଠାରୁ ଶ୍ରେଷ୍ଠ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୱେଦର ସାଟେଲାଇଟ ଇନସାଟ-ଥ୍ରୀ-ଡିଏସ l ପାଣିପାଗ, ଜଳବାୟୁ ପରିବର୍ତନ ସମେତ ପ୍ରାକୃତିକ ବିପର୍ଯ୍ୟୟ ନେଇ ଏହି ଉପଗ୍ରହ ଆଗୁଆ ସୂଚନା ଦେବାକୁ ସକ୍ଷମ ହେବ ଏହି ସାଟେଲାଇଟ୍ ।

➡️୧୦-ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଅଭିନୟ କରିଥିବା ବବିତା କୁମାରୀ ଫୋଗତଙ୍କ ଦିଲ୍ଲୀରେ ୧୯ ବର୍ଷ ବୟସରେ ହେଲା ଦେହାନ୍ତ l ସେ ମାଂସପେଶୀ ଦୁର୍ବଳତା ଓ ଚର୍ମ ଦାଗ ଦ୍ୱାରା ଚିହ୍ନିତ ଏକ ପ୍ରଦାହଜନକ ରୋଗରେ ପୀଡ଼ିତ ଥିଲେ।

➡️୧୧-ଚଳିତ ଥର ପ୍ରସିଦ୍ଧ ଊର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପାଇବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ଏହା ସହ ସଂସ୍କୃତ ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର ।

➡️୧୨-ମାହାଲ ମାଣ୍ଡା ପରେ ଏବେ ଉତ୍ତର ପ୍ରଦେଶରେ ଏକ ଆଡମିଟ କାର୍ଡରେ ଲେଖା ଯାଇଛି ପରୀକ୍ଷାର୍ଥିଙ୍କ ନାଁ ସନି ଲିଓନି । ଭାଇରାଲ ହେଉଥିବା ଆଡମିଟ କାର୍ଡରେ ପ୍ରାର୍ଥିଙ୍କ ନାଁ ସନି ଲିଓନି ଲେଖାଯାଇଥିବା ବେଳେ ଏଥିରେ ଅଭିନେତ୍ରୀଙ୍କର ଦୁଇଟି ଫଟୋ ମଧ୍ୟ ଲଗାଯାଇଛି ।

➡️୧୩-ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମାର୍ଚ୍ଚ ୧୬ ତାରିଖରେ ଶାରୀରିକ ଭାବେ ହାଜର ହେବାକୁ କୋର୍ଟଙ୍କୁ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ l

➡️୧୪-ଚେକ୍ ବାଉଁସ୍ ମାମଲାରେ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲ, ୨ କୋଟି ଜରିମାନା ଲଗାଇଲେ ଜାମନଗର କୋର୍ଟ l ରାଜକୁମାର ସନ୍ତୋଷୀ ଜାମନଗରର ବ୍ୟବସାୟୀ ଅଶୋକଲାଲଙ୍କ ଠାରୁ ୧ କୋଟି ଟଙ୍କା ଋଣ ନେବା ପରେ ଟଙ୍କା ଫେରସ୍ତ କରିନଥିଲେ ।

➡️୧୫-ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ କାଶୀରେ ପହଞ୍ଚିଲେ ରାହୁଲ ଗାନ୍ଧୀ, କଂଗ୍ରେସ କହିଲା- ଆମକୁ କ୍ୟାମେରା ନେବା ପାଇଁ ମିଳିଲାନି ଅନୁମତି l

➡️୧୬-ଭାରତ ଅଭିମୁଖେ ଆସୁଥିବା ପାନାମାର ଅଶୋଧିତ ତୈଳ ବୋଝେଇ ଟ୍ୟାଙ୍କର ଉପରେ ଲୋହିତ ସାଗରରେ ହେଲା କ୍ଷେପଣାସ୍ତ୍ର ଆକ୍ରମଣ l ଜାହାଜ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କର୍ମଚାରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି।

➡️୧୭-ଠକେଇ ମାମଲାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଦୁଇ ପୁଅ ହେଲେ ଦୋଷୀ ସାବ୍ୟସ୍ତ । ୩୫କୋଟି ୫୦ ଲକ୍ଷ ଟଙ୍କା ଦେବେ ଜରିମନା l

➡️୧୮-ତୃତୀୟ ଟେଷ୍ଟ: ୩ୟ ଦିନ ଖେଳ ଶେଷସୁଦ୍ଧା ଭାରତର ଦ୍ବିତୀୟ ପାଳିର ସ୍କୋର ୧୯୬/୨, ଇଂଲଣ୍ଡ ବିପକ୍ଷରେ ୩୨୨ ରନ୍‌ରେ ଅଗ୍ରଣୀ l

➡️୧୯-ମହିଳା ପ୍ରୋ ଲିଗ୍‌ ହକିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କଲା ଭାରତ l

➡️୨୦-କ୍ରିକେଟ୍‌ ଇତିହାସରେ ରେକର୍ଡ, ଭାରତ ବିରୋଧରେ ସବୁଠୁ ଅଧିକ ଥର ଶୂନରେ ଆଉଟ୍‌ ହେଲେ ଇଂଲଣ୍ଡର ଷ୍ଟାର ବ୍ୟାଟର ଜନି ବେୟାରଷ୍ଟୋ l ମୋଟ ୮ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଜନି ବେୟାରଷ୍ଟୋ।

Friday, February 16, 2024

Human Sacrifice Case ମୟୂରଭଞ୍ଜରେ ନରବଳି ରୁ ବର୍ତ୍ତୀଲା ବାଳକ

COASTAL NEWS ODIA 1707

Human Sacrifice Case  ମୟୂରଭଞ୍ଜରେ ନରବଳି ରୁ ବର୍ତ୍ତୀଲା ବାଳକ 


ମୟୁରଭଞ୍ଜ - (CNO) ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରେ ନରବଳି ଉଦ୍ୟମ ଘଟଣା ଚାଞ୍ଚଲ୍ଯ ସ୍ରୁଷ୍ଟି କରିଛି । ଜନ୍ମ କଲା ମାଆ ଓ ବାପା ସାଜିଛନ୍ତି ପିଶାଚ, ପୁଅକୁ ମାମୁଁ ଘର କୁ ବୁଲାଇ ନେବାକୁ କହି ବଳି ଦେବାକୁ ନେଇଥିଲେ ବାପା ମାଆ । କୌଶଳ କ୍ରମେ ଖସିଲା ପୁଅ । ଉଭୟଙ୍କ ବିରୋଧରେ ମାମଲା ରୁଜୁ କଲା କପ୍ତିପଦା ପୋଲିସ । ନିଜ ଜନ୍ମ କଲା ପୁଅକୁ ବାପା ମାଆଙ୍କ ଦ୍ବାରା ବଳି ଦେବା ଉଦ୍ୟମ ଅଭିଯୋଗ ଆଣିଛି ପୁଅ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାତ ବର୍ଷର ପୁଅକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । 

ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ ଉଦଳା ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମର ସିଦ୍ଧ ମାରାଣ୍ଡି ଓ ତାଙ୍କ ସ୍ତ୍ରୀ ଫୁଲ ମାରାଣ୍ଡି ନିଜ ସାତ ବର୍ଷର ପୁଅକୁ ମାମୁଁ ଘରକୁ ବୁଲାଇବା ପାଇଁ ନେଇ ଯାଇଥିଲେ । ତେବେ ମାମୁଁ ଘର ଗାଁ ନୁଦଡ଼ିହା ଗ୍ରାମକୁ ନନେଇ ଉଭୟ ମାଆ ଓ ବାପା ପୁଅକୁ କପ୍ତିପଦା ଥାନା ଅନ୍ତର୍ଗତ ଏକ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ଯାଇଥିଲେ । ସେଠାରେ ନିଜ ସାତ ବର୍ଷର ପୁଅକୁ ବଳି ଦେବା ଉଦ୍ଦେଶ୍ୟରେ ପୁଅ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ସଇତାନ ବାପା ନାବାଳକ ପୁଅକୁ ବଳି ଦେବାକୁ ଉଦ୍ୟମ କରୁ ଥିବାବେଳେ ନିଜ ଜୀବନ ପ୍ରତି ଆସୁଥିବା ବିପଦକୁ ଦେଖି କୌଶଳ କ୍ରମେ ସେଠାରୁ ଖସି ପଳାଇ ଯାଇଥିଲା ନାବାଳକ ପୁଅ ।

ରାସ୍ଥାରେ ପିଲାଟି ଏକୁଟିଆ ଦୌଡ଼ିଥିବା ଦେଖି ସ୍ଥାନୀୟ ଲୋକ ଅଟକାଇ କାହିଁକି ଦୌଡୁଛି ବୋଲି ପଚାରିଥିଲେ । ବାଳକଟି ସମ୍ପୂର୍ଣ୍ଣ ଡ଼ରି ଯାଇଥିବାବେଳେ ସ୍ଥାନୀୟ ଲୋକେ ବାଳକ ଠାରୁ ସମସ୍ତ କଥା ପଚାରି ବୁଝିଥିଲେ । ଉକ୍ତ ନାବାଳକକୁ କିଛି ଖାଇବା ପାଇଁ ଦେଇ ଗାଁରେ ରଖିଥିଲେ । 

ସେହି ରାତିରେ ହିଁ ସ୍ଥାନୀୟ ଲୋକେ ପିଲାଟିର ମାଆ ଓ ବାପାକୁ ଧରିବାକୁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହୋଇଥିଲେ । ଏହାପରେ ଘଟଣା ସମ୍ପର୍କରେ କପ୍ତିପଦା ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ନାବାଳକକୁ ଉଦ୍ଧାର କରିଥିଲା ।

ସେହିପରି ନାବାଳକର ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ତାର ବାପା ଓ ମାଆଙ୍କୁ ଖୋଜିବାରେ ଲାଗିଛି । ଏମିତି କେଉଁ ଉଦ୍ଦେଶ୍ୟ ପୂରଣ ନିମନ୍ତେ ଗୋଟିଏ ବାପା ମାଆ ନିଜ ଜନ୍ମ କଲା ପୁଅକୁ ବଳି ପକାଇବାକୁ ଯାଉଥିଲେ, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହୋଇ ପାରିବ । ସେପଟେ ଏଭଳି ବାପା ମାଆଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Monday, February 12, 2024

COASTAL NEWS ODIA 1706 ପାରିତ ହେଲା ୟୁସିସି ବିଲ୍‌, ଏହା ଲାଗୁ କରିବାରେ ଦେଶରେ ଉତ୍ତରାଖଣ୍ଡ ହେଲା ପ୍ରଥମ ରାଜ୍ୟ

COASTAL NEWS ODIA 1706

ପାରିତ ହେଲା ୟୁସିସି ବିଲ୍‌, ଏହା ଲାଗୁ କରିବାରେ ଦେଶରେ ଉତ୍ତରାଖଣ୍ଡ ହେଲା ପ୍ରଥମ ରାଜ୍ୟ 



ଉତ୍ତରାଖଣ୍ଡ - (CNO) ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ଗୃହରେ ବହୁମତରେ ପାରିତ ହୋଇଛି । ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ୍ ପାରିତ ହେବା ପରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି । ସମସ୍ତ ବିଜେପି ବିଧାୟକ ଭୋଟ୍ ଦ୍ୱାରା ୟୁସିସି ବିଲ୍ ପାସ୍ ହୋଇଛି । ଏହି ପ୍ରସ୍ତାବକୁ ୮୦ ପ୍ରତିଶତ ସମ୍ମତି ସହିତ ଅନୁମୋଦନ କରାଯାଇଛି । ଏହା ପରେ ଗୃହରେ ସମସ୍ତ ସଦସ୍ୟ ଜୟ ଶ୍ରୀ ରାମ ନାରା ଦେଇଥିଲେ । ସିଏମ୍ ଧାମି ଗୃହରେ କହିଛନ୍ତି ଯେ ଆଜି ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇ କେବଳ ଏହି ଗୃହ ନୁହେଁ ଉତ୍ତରାଖଣ୍ଡରେ ପ୍ରତ୍ୟେକ ନାଗରିକ ଗର୍ବିତ ଅନୁଭବ କରୁଛନ୍ତି । ଭାରତ ରତ୍ନ ଦେବାର ନିୟମକୁ ଭାଙ୍ଗିଛି କେନ୍ଦ୍ର , ବିଜେପି ଉପରେ ଏଭଳି ଅଭିଯୋଗ ଆଣିଲେ ଗେହଲୋଟ ଏକ ସାମ୍ବାଦିକ ସମ୍ମିଳନୀ କରିବାବେଳେ ସିଏମ୍ ଧାମି କହିଛନ୍ତି ଯେ ଫେବୃଆରୀ ୧୨, ୨୦୨୨ ରେ ନିଆଯାଇଥିବା ସଂକଳ୍ପ ଆଜି ପୂରଣ ହୋଇଛି । ଆଜି ଦେବ ଭୂମିରେ ଏହା ପାରିତ ହୋଇଛି । ଲୋକମାନେ ଭିନ୍ନ କଥା କହୁଥିଲେ କିନ୍ତୁ ଆଜି ଆଲୋଚନା ସମୟରେ ଏହା ସ୍ପଷ୍ଟ ହୋଇଗଲା ଯେ ଏହି ନିୟମ କାହା ବିରୁଦ୍ଧରେ ନୁହେଁ ।

U19 World Cup:୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍‌ରେ ହାରିଲା ଭାରତ

COASTAL NEWS ODIA 1705

U19 World Cup:୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍‌ରେ ହାରିଲା ଭାରତ



New Delhi - (CNO) U19 World Cup:୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍‌ରେ ହାରିଲା ଭାରତ । ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ୭୯ ରନ୍‌ରେ ହାରିଲା ଭାରତ । ଅଷ୍ଟ୍ରେଲିଆ ହେଲା ଚାମ୍ପିଅନ, ଭାରତ ରନର୍ସଅପ୍‌ରେ ସୀମିତ । ଫାଇନାଲ୍ ମ୍ୟାଟ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୨୫୩ ରନ କରିଥିଲା ଓ ଜବାବରେ ଭାରତୀୟ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୪୩.୫ ଓଭରରେ ୧୭୪ ରନରେ ଅଲଆଉଟ୍ ହୋଇଛି । ଚାମ୍ପିଅନ ହେବା ପାଇଁ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ । 

କିନ୍ତୁ ଏହାର ପିଛା କରିବାକୁ ଯାଇ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ପକ୍ଷରୁ ଆଦର୍ଶ ସିଂ ୪୭ ରନ ଓ ମୁରୁଗନ ଅଭିଷେକ ୪୨ ରନ କରିଥିଲେ । ମୁସୀର ଖାଁ ୨୨ରନ କରିଥିଲେ । U19 World Cup: ଭାରତକୁ ଟାର୍ଗେଟ ୨୫୪ କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାଫଳରେ ଭାରତର ସ୍କୋର ୧୭୪ ରନରେ ଅଟକି ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାହଲି ବିୟର୍ଡମ୍ୟାନ ଓ ରାଫ ମାକମିଲାନ ୩ଟି ଲେଖାଏ୍‌ଁ ୱିକେଟ ନେଇଥିଲେ । 

:୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍‌ରେ ହାରିଲା ଭାରତ । ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ୭୯ ରନ୍‌ରେ ହାରିଲା ଭାରତ । ଅଷ୍ଟ୍ରେଲିଆ ହେଲା ଚାମ୍ପିଅନ, ଭାରତ ରନର୍ସଅପ୍‌ରେ ସୀମିତ । ଫାଇନାଲ୍ ମ୍ୟାଟ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୨୫୩ ରନ କରିଥିଲା ଓ ଜବାବରେ ଭାରତୀୟ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୪୩.୫ ଓଭରରେ ୧୭୪ ରନରେ ଅଲଆଉଟ୍ ହୋଇଛି । ଚାମ୍ପିଅନ ହେବା ପାଇଁ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ । 

କିନ୍ତୁ ଏହାର ପିଛା କରିବାକୁ ଯାଇ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ପକ୍ଷରୁ ଆଦର୍ଶ ସିଂ ୪୭ ରନ ଓ ମୁରୁଗନ ଅଭିଷେକ ୪୨ ରନ କରିଥିଲେ । ମୁସୀର ଖାଁ ୨୨ରନ କରିଥିଲେ । U19 World Cup: ଭାରତକୁ ଟାର୍ଗେଟ ୨୫୪ କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାଫଳରେ ଭାରତର ସ୍କୋର ୧୭୪ ରନରେ ଅଟକି ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାହଲି ବିୟର୍ଡମ୍ୟାନ ଓ ରାଫ ମାକମିଲାନ ୩ଟି ଲେଖାଏ୍‌ଁ ୱିକେଟ ନେଇଥିଲେ ।

Sunday, February 11, 2024

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩୦ ଯାତ୍ରୀ ଆହତ

COASTAL NEWS ODIA 1704

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩୦ ଯାତ୍ରୀ ଆହତ 


ରାଉରକେଲା - (CNO) ଭାରସାମ୍ୟ ହରାଇ ଓଲଟିଲା ବସ୍ । ଯାହା ଫଳରେ ବସ୍‌ରେ ଥିବା ୩୦ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଅନୁସାରେ ଆଜି ଅପରାହ୍‌ଣରେ ଯାତ୍ରୀବାହୀ ଘରୋଇ ଯାତ୍ରୀବାହୀ ବସ୍ (ଓଆର ୧୬ସି ୫୧୪୫) ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲା ଠାରୁ କଳୁଙ୍ଗା ବାଲଣ୍ଡା ଯାଉଥିଲା । 

କଳୁଙ୍ଗା ଛକ ନିକଟରେରେ ବସ୍‌(ରଙ୍ଗୋଲି)ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଓଲଟିଲା ପିକଅପ୍ ଭ୍ୟାନ, ୫ ଶ୍ରମିକ ମୃତ, ୨୦ରୁ ଅଧିକ ଗୁରୁତର ଆହତମାନଙ୍କ ମଧ୍ୟରେ ମହିଳା ଓ ଶିଶୁମାନେ ମଧ୍ୟ ଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । 
ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଯାତ୍ରୀମାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Saturday, February 10, 2024

COASTAL NEWS ODIA 1703

ବିଦ୍ୟୁତ୍ ଶର୍ଟ ସର୍କିଟ୍ 
ଆଳି - (CNO) ବିଦ୍ୟୁତ୍ ଶର୍ଟସର୍କିଟରୁ ନିଆଁ ଲାଗି ୬ ବଖରା ଜଳିଯାଇଛି । ଏଭଳି ଘଟିଛି ଆଳି ତହସିଲ ଅନ୍ତର୍ଗତ ଦଶିପୁର
ଗାଁରେ। ଗ୍ରାମର ଗୁରୁ ମଳିକ, ମାତା ମଳିକ, ମାଳତି ମଳିକ ରାଜଶ୍ରୀ ମଳିକ, ଚାନ୍ଦିନୀ ମଳିକ ଓ ଈଶ୍ବର ମଳିକଙ୍କ ପରିବାର ଲୋକ ବୁଧବାର ରାତିରେ ଘରେ ଖାଇପିଇ ଶୋଇଥିଲେ। ରାତି ପ୍ରାୟ ସାଢେ ୧୧ଟାରେ ହଠାତ୍ ଘରେ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପିଯାଇଥିଲା।
ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ସେବା କେନ୍ଦ୍ରକୁ ଖବର ଦେଇଥିଲେ।
ଗାଡି ବିଳମ୍ବରେ
ଦମକଳ
ଆସିବାରୁ ଘରଗୁଡ଼ିକ ପୋଡି
ଯାଇଥିଲା। ଅଗ୍ନିକାଣ୍ଡରେ ଉକ୍ତ
ପରିବାର ଲୋକଙ୍କ ନିକଟରେ
ବ୍ୟତୀତ
ପିନ୍ଧାବସ୍ତ୍ର
ଅନ୍ଯ
କିଛି ନାହିଁ। ଧାନ, ଚାଉଳ,
ଟଙ୍କା, ଜରୁରୀ କାଗଜପତ୍ର,
ଜଳିଯାଇଛି।
ଆସବାବପତ୍ର
ଖବରପାଇ ଆଳି ପଞ୍ଚାୟତ
ସମିତି ଅଧ୍ୟକ୍ଷ ମନୋରଞ୍ଜନ
ସାମଲ, ପଞ୍ଚାୟତର ସରପଞ୍ଚ
ପ୍ରଦ୍ୟୋତ ମହାନ୍ତି ପ୍ରମୁଖ
ବିପନ୍ନମାନଙ୍କ ନିକଟରେ ପହଞ୍ଚି
ଶୁଖୁଲା ଖାଦ୍ୟ, ଆସବାବପତ୍ର
ଓ କିଛି ଅର୍ଥ ପ୍ରଦାନ କରିଛନ୍ତି।
ଆଳି ତହସିଲ ପକ୍ଷରୁ ରାଜସ୍ଵ
ନିରୀକ୍ଷକ ଘଟଣାସ୍ଥଳ ଅନୁଧ୍ୟାନ
କରି କ୍ଷତିଗ୍ରସ୍ତ ପରିବାରକୁ
ପାଲ ଯୋଗାଇ ଦେଇଛନ୍ତି।

Friday, February 9, 2024

COASTAL NEWS ODIA 1702 ପୂରଣ ହେଲା ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ

COASTAL NEWS ODIA 1702

ପୂରଣ ହେଲା ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ 




ନୂଆଦିଲ୍ଲୀ - (CNO) ୨୦୨୪ ମସିହାରେ ୮୬ ବର୍ଷୀୟ ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଛି। ଏହି ସ୍ବପ୍ନ ହେଉଛି ‘ପେଟ୍‌’ ପ୍ରୋଜେକ୍ଟ। ସେ ମୁମ୍ବଇରେ ଏକ ବଡ଼ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି। ମାର୍ଚ୍ଚ ମାସ ଆରମ୍ଭରେ ଏହି ଚିକିତ୍ସାଳୟରେ କାମ ଆରମ୍ଭ ହେବ। ଏହି ଚିକିତ୍ସାଳୟର ନାମ ହେଉଛି ଟାଟା ଟ୍ରଷ୍ଟ୍‌ସ ସ୍ମଲ ଆନିମଲ୍‌ ହସ୍ପିଟାଲ।

ରତନ ଟାଟା ମୁମ୍ବଇସ୍ଥିତ ମହାଲକ୍ଷ୍ମୀରେ ଏହି ହସ୍ପିଟାଲ ନିର୍ମାଣ କରିଛନ୍ତି, ଯାହା ୨.୨ ଏକର ଜମିରେ ନିର୍ମିତ। ଏହାକୁ ତିଆରି କରିବା ପାଇଁ ୧୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଚିକିତ୍ସାଳୟରେ କୁକୁର, ବିଲେଇ, ଠେକୁଆ ଭଳି ପଶୁମାନଙ୍କ ଚିକିତ୍ସା କରାଯିବ। ଏହି ହସ୍ପିଟାଲ ୨୪ ଘଣ୍ଟା ପ୍ରାଣୀମାନଙ୍କ ଚିକିତ୍ସା ଜାରି ରଖିବ।

ହସ୍ପିଟାଲ ଉଦଘାଟନ ପୂର୍ବରୁ ଏକ ସାକ୍ଷାତକାରରେ ରତନ ଟାଟା କହିଛନ୍ତି ଯେ, ଗୋଟିଏ ଗୃହପାଳିତ ପଶୁ ମଧ୍ୟ ଅନେକ ଲୋକଙ୍କ ପରିବାରର ସଦସ୍ୟ। ଅନେକ ଗୃହପାଳିତ ପଶୁ ମାଲିକଙ୍କୁ ଏହି ହସ୍ପିଟାଲର ଆବଶ୍ୟକତା ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ହସ୍ପିଟାଲ ନିର୍ମାଣ କରିବା ମୋର ସ୍ୱପ୍ନ ଥିଲା। ସହରଗୁଡ଼ିକରେ ଅତ୍ୟାଧୁନିକ ପ୍ରାଣୀ ଚିକିତ୍ସାଳୟ ରହିବା ନିହାତି ଜରୁରୀ। ଆଉ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ହୋଇଥିବାରୁ ମୁଁ ସବୁଠୁ ଅଧିକ ଖୁସି।

ଯେତେବେଳେ ରତନ ଟାଟାଙ୍କ ଗୃହପାଳିତ ପଶୁର ଗଣ୍ଠିରେ ସମସ୍ୟା ହୋଇଥିଲା, ସେତେବେଳେ ତା’ର ଗଣ୍ଠି ପ୍ରତିରୋପଣ ପାଇଁ ତାକୁ ଆମେରିକା ନିଆଯାଇଥିଲା। ସେଠାରେ ମିନେସୋଟା ୟୁନିଭର୍ସିଟିରେ ପହଞ୍ଚିବା ଏବଂ ସେଠାରେ ଚିକିତ୍ସା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ କହିଛନ୍ତି, ସେଠାରେ ପହଞ୍ଚିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ସେହି ଅନୁଭୂତି ପରେ ହିଁ ଏକ ପଶୁ ଚିକିତ୍ସାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ରତନ ଟାଟା। ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ ଅନେକ ସୁବିଧା ମିଳିଥାଏ। ମୁମ୍ବଇରେ ନିର୍ମିତ ଏହି ହସ୍ପିଟାଲରେ ମଧ୍ୟ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବ।

ରତନ ଟାଟା ୨୦୧୨ରେ ଟାଟା ସନ୍ସ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବାପରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ୧୨ ବର୍ଷ ପରେ ଏହାର କାମ ଶେଷ ହୋଇଛି। ମୁମ୍ବଇରେ ନିର୍ମିତ ଏହି ପ୍ରାଣୀ ଚିକିତ୍ସାଳୟ ଦେଶର ସବୁଠୁ ବଡ଼ ହସ୍ପିଲାରେ ସାମିଲ ହୋଇଛି। ଏହା ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ହେବ।

COASTAL NEWS ODIA 1701 ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନ ଭାଙ୍ଗିବା ସମୟରେ ଭୟଙ୍କର ଉତ୍ତେଜନା, ହିଂସାକାରୀ ଙ୍କୁ ଦେଖିବା ମାତ୍ରେ ଗୁଳି କର ନିର୍ଦ୍ଦେଶ

COASTAL NEWS ODIA 1701

ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନ ଭାଙ୍ଗିବା ସମୟରେ ଭୟଙ୍କର ଉତ୍ତେଜନା, ହିଂସାକାରୀ ଙ୍କୁ ଦେଖିବା ମାତ୍ରେ ଗୁଳି କର ନିର୍ଦ୍ଦେଶ 


ଉତ୍ତରାଖଣ୍ଡ - (CNO) ଗୁରୁବାର ଉତ୍ତରାଖଣ୍ଡ ହାଲଦ୍ୱାନୀର ୱାନବୁଲପୁରାରେ ହିଂସାକାରୀ ମାନେ ପଥର ଫିଙ୍ଗିବା କାରଣରୁ ୫୦ ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ବର୍ତ୍ତମାନ ସମସ୍ତେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ସେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଅନ୍ୟ ବରିଷ୍ଠ ପୋଲିସ ଏବଂ ଗୁପ୍ତଚର ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଥିଲେ । ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତ । 

ଡିଏମ୍ ୱାନବୁଲପୁରାରେ କର୍ଫ୍ୟୁ ଲାଗୁ କରିଛନ୍ତି ଏବଂ ଦଙ୍ଗାକାରୀଙ୍କ ଉପରକୁ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାନବୁଲପୁରା ପୋଲିସ ଷ୍ଟେସନ ନିକଟ ମଲିକଙ୍କ ବଗିଚାରେ ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନ ଭାଙ୍ଗିବା ସମୟରେ ଏକ ବଡ଼ ଧରଣର ଦଙ୍ଗା ହୋଇଥିଲା । ମ୍ୟୁନିସିପାଲ୍ କର୍ପୋରେସନ୍ ଏବଂ ପୋଲିସ୍ ଟିମ୍ ଙ୍କ ଉପସ୍ଥିତିରେ ମଲିକ୍ ବଗିଚାରେ ଏହି କାର୍ଯ୍ୟ କରାଯାଇଥିଲା । 
 
ଏହି ସମୟରେ ସେଠାରେ ଉପସ୍ଥିତ ଉପଦ୍ରବକାରୀ ମାନେ ପ୍ରଶାସନ, ପୋଲିସ ଏବଂ ସାମ୍ବାଦିକଙ୍କ ଉପରକୁ ପଥର ଫିଙ୍ଗିଥିଲେ ଯେଉଁଥିରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଉପଦ୍ରବୀ ମାନେ ପୋଲିସ, ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ସାମ୍ବାଦିକଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ । ବନଭୁଲପୁରା ପୋଲିସ ଷ୍ଟେସନ ନିକଟରେ ଏକ ପୋଲିସ ଗାଡିରେ ମଧ୍ୟ ନିଆଁ ଲଗାଇଦେଇଥିଲେ ଉପଦ୍ରବକାରୀ ମାନେ ।  
 
ଘଟଣା ସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସକୁ ଅନେକ ରାଉଣ୍ଡ ଗୁଳି ଚଳାଇବାକୁ ପଡିଥିଲା । ବର୍ତ୍ତମାନ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ହଲଦ୍ୱାନି ଘଟଣା ସମ୍ପର୍କରେ ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ।

Sunday, February 4, 2024

ଆଜିର ରାଶିଫଳ

COASTAL NEWS ODIA 1699

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଫେବୃଆରୀ ମାସ ୦୪ ତାରିଖ ୨୦୨୪ ମସିହା(ରବିବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*  *✧═════•❁❀❁•═════✧*


*🌷ମେଷ🌷👉: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
*✧═════•❁❀❁•═════✧*
*🌷ମିଥୁନ🌷👉 : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
*✧═════•❁❀❁•═════✧*
*🌷କର୍କଟ🌷👉 : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
*✧═════•❁❀❁•═════✧*
 *🌷ସିଂହ🌷👉: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।* 
*✧═════•❁❀❁•═════✧*
*🌷କନ୍ୟା🌷👉: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*

*✧═════•❁❀❁•═════✧*
*🌷ତୁଳା🌷👉: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
*✧═════•❁❀❁•═════✧*
*🌷ବିଛା🌷👉: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
*✧═════•❁❀❁•═════✧*
*🌷ଧନୁ🌷👉 : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
*✧═════•❁❀❁•═════✧*
*🌷ମକର🌷👉 : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
*✧═════•❁❀❁•═════✧*
*🌷ମୀନ🌷👉 : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।*
*✧═════•❁❀❁•═════✧*

Saturday, February 3, 2024

ଆଡଭାନୀଙ୍କୁ ଭାରତ ରତ୍ନ

COASTAL NEWS ODIA 1698

LK Advani got Bharat Ratna award
ଆଡଭାନୀଙ୍କୁ ଭାରତ ରତ୍ନ, ଟୁଇଟ କଲେ ପ୍ରଧାନମନ୍ତ୍ରୀ ମୋଦୀ


ନୂଆଦିଲ୍ଲୀ - (CNO ବରିଷ୍ଠ ରାଜନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ଏନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, 'ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ଦେଇ ମୁଁ ବହୁତ ଖୁସି। ମୁଁ ମଧ୍ୟ ତାଙ୍କ ସହ କଥା ହୋଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ଅଭିନନ୍ଦନ ଜଣାଇଛି। ଆମ ସମୟର ଅନ୍ୟତମ ସମ୍ମାନିତ ରାଜନେତା, ଭାରତର ବିକାଶରେ ତାଙ୍କର ଅବଦାନ ଅବିସ୍ମରଣୀୟ। ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଠାରୁ ଆରମ୍ଭ କରି ଆମର ଉପମୁଖ୍ୟମନ୍ତ୍ରୀ ଭାବରେ ଦେଶ ସେବା କରିବା ପର୍ଯ୍ୟନ୍ତ ତାଙ୍କ ଜୀବନ ଆରମ୍ଭ । ସେ ଆମର ଗୃହମନ୍ତ୍ରୀ ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଭାବରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ସଂସଦୀୟ ହସ୍ତକ୍ଷେପ ସବୁବେଳେ ଆଦର୍ଶ ଏବଂ ସମୃଦ୍ଧ ଜ୍ଞାନରେ ପରିପୂର୍ଣ୍ଣ ଥିଲା।
 
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, "ଜନସାଧାରଣ ଜୀବନରେ ଆଡଭାନୀ ଜୀଙ୍କର ଦୀର୍ଘ ଦଶନ୍ଧି ଧରି ସେବା ସ୍ୱଚ୍ଛତା ଏବଂ ଅଖଣ୍ଡତା ପାଇଁ ଏକ ଅଦମ୍ୟ ପ୍ରତିବଦ୍ଧତା ଦ୍ୱାରା ଚିହ୍ନିତ ହୋଇଛି, ଯାହାକି ରାଜନୈତିକତା କ୍ଷେତ୍ରରେ ଏକ ଆଦର୍ଶ ମାନଦଣ୍ଡ ସୃଷ୍ଟି କରିଛି। ଜାତୀୟ ଏକତା ତଥା ସାଂସ୍କୃତିକ ପୁନର୍ଜୀବନକୁ ଆଗକୁ ନେବା ଦିଗରେ ସେ ଅନନ୍ୟ ଉଦ୍ୟମ କରିଛନ୍ତି । ତାଙ୍କୁ ଭାରତ ରତ୍ନଙ୍କ ସହ ସମ୍ମାନ ଦେବା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ତାଙ୍କ ସହ ଯୋଗାଯୋଗ କରିବା ଏବଂ ତାଙ୍କଠାରୁ ଶିଖିବା ପାଇଁ ଅସଂଖ୍ୟ ସୁଯୋଗ ପାଇ ମୁଁ ସର୍ବଦା ମୋର ସୌଭାଗ୍ୟ ବୋଲି ବିବେଚନା କରିବି। "

ଏପର୍ଯ୍ୟନ୍ତ 49 ଜଣଙ୍କୁ ଭାରତ ରତ୍ନ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଲାଲ କୃଷ୍ଣ ଆଡଭାନୀଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ଏହି ଖବର ଦେଇଥିଲେ । ଲାଲ କୃଷ୍ଣ ଆଡଭାନୀ 1990 ଦଶକ ପୂର୍ବରୁ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ରଥ ଯାତ୍ରା ସହିତ ଦଳକୁ ଜାତୀୟ ମାନ୍ୟତା ପ୍ରଦାନ କରିବାରେ ତାଙ୍କର ଭୂମିକା ଥିଲା ।

ଓଡ଼ିଶାର ବିକାଶ କରିବ ବିଜେପି : ମୋଦୀଙ୍କ ଗ୍ୟାରେଣ୍ଟି

COASTAL NEWS ODIA 1697

ଓଡ଼ିଶାର ବିକାଶ କରିବ ବିଜେପି : ମୋଦୀଙ୍କ ଗ୍ୟାରେଣ୍ଟି 




ଭୁବନେଶ୍ବର - (CNO) ଓଡ଼ିଶାର ସମ୍ବଲପୁର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । IIM ସମ୍ବଲପୁରର ନୂଆ କ୍ୟାମ୍ପସ ଲୋକାର୍ପଣ କରିବା ପରେ ରେମେଡ୍‌ ସଭାରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯାହାର କେହି ନାହିଁ, ତାର ମୋଦୀ ଅଛି ।


ଜୟ ଜଗନ୍ନାଥ, ଜୟ ମା ସମଲେଇ କହି ଭାଷଣ ଆରମ୍ଭ କରିଥିଲେ ମୋଦୀ । ସମ୍ବଲପୁରୀ ଭାଷାରେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଓଡ଼ିଶାର 4 ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


ଓଡ଼ିଶାର ବିକାଶ ଓ ଗରିବ କଲ୍ୟାଣ ପାଇଁ ମୋଦି ସରକାର ଗ୍ୟାରେଣ୍ଟି ଦେଇଛନ୍ତି । ଆଜି ବିଜେପିର ପ୍ରତି କର୍ମକର୍ତ୍ତାଙ୍କ ପାଇଁ ଗର୍ବ, ଗୌରବର ଦିନ । ଆଜି ଆଡଭାନିଜୀଙ୍କୁ ଭାରତରତ୍ନ ଦେବାକୁ ଘୋଷଣା ହୋଇଛି । ଏ ସମ୍ମାନ ରାଷ୍ଟ୍ରସେବାକୁ ସମ୍ମାନ ହିସାବରେ ଆମ ସମସ୍ତଙ୍କୁ ସମ୍ମାନ । 2 ସାଂସଦରୁ ବିଶ୍ୱର ସର୍ବୋଚ୍ଚ ପାର୍ଟି ହେବାର ଏ ସମ୍ମାନ ।




ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ କିଛି ବି ଛାଡ଼ିବନି ବୋଲି କହିଛନ୍ତି ମୋଦୀ । ନୂଆ ବଜେଟ ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ଆଣିଛି । କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଗ୍ୟାରେଣ୍ଟି ଆଣିଛନ୍ତି । ମୋଦୀଙ୍କ ଗ୍ୟାରେଣ୍ଟିମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ଲଗାତାର ଆପଣଙ୍କ ସୁବିଧା ପାଇଁ କାମ କରୁଛି । ଆପଣଙ୍କ ରୋଜଗାର ବଢ଼ିବ, ଖର୍ଚ୍ଚ କମିବ, ଆମ ପ୍ରାଥମିକତା । ଦେଶବାସୀଙ୍କ ବିଜୁଳି ବିଲ୍‌ ଶୂନ ହେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଆଦିବାସୀ ଓ ଯୁବକଙ୍କ ପାଇଁ କାମ କରୁଥିବା ନେଇ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ

ରୁଫ୍‌ଟପ୍‌ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢ଼ିବ । ଓଡ଼ିଶା ସୂର୍ଯ୍ୟ ଭଗବାନଙ୍କ ରାଜ୍ୟ, ଏଠି ସୋଲାର ଚମକିବ । ଆଶା, ଅଙ୍ଗନବାଡ଼ି କର୍ମୀ ଆୟୁଷ୍ମାନ ଭାରତରେ ସାମିଲ ହେବେ । ଓଡ଼ିଶାର 60 ଲକ୍ଷ ପରିବାରକୁ ପାଇପ ପାଣି ଯୋଗାଣ ହେଉଛି । ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଦେଇଛି ମୋଦୀ ବୋଲି ନିଜ ଅଭିଭାଷଣରେ ସେ କହିଛନ୍ତି ।

ଏହା ସହ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶାର 40 ଲକ୍ଷ ଚାଷୀ ଲାଭାନ୍ଵିତ ହୋଇଛନ୍ତି । ଧାନର MSP ଦେଢ଼ ଗୁଣ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି । କ୍ଷୁଦ୍ର ଚାଷୀଙ୍କଠୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ମୋଦୀ ଗ୍ୟାରେଣ୍ଟି ମତ୍ସ୍ୟ ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ, ଏଥିପାଇଁ ପୃଥକ ମନ୍ତ୍ରାଳୟ ହୋଇଛି ।

ଓଡ଼ିଶାର 25 ଲକ୍ଷ ଲାଭାର୍ଥୀ ପକ୍କା ଘର ପାଇଛନ୍ତି । ଗରିବଙ୍କ ପାଇଁ ଆଉ 2 କୋଟି ଘର ତିଆରି ଘୋଷଣା ହୋଇଛି । କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବେନି । ଗରିବଙ୍କୁ ଲାଭ ମିଳିବା ବିଜେପି ସରକାରର ପ୍ରାଥମିକତା ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଅଶ୍ଳୀଳ ଫଟୋ ଭାଇରାଲ୍ ଥାନାରେ ଅଭିଯୋଗ

COASTAL NEWS ODIA 1696

ଅଶ୍ଳୀଳ ଫଟୋ ଭାଇରାଲ୍ ଥାନାରେ ଅଭିଯୋଗ



ଆଳି - (CNO) ସୋସିଆଲ ମିଡିଆରେ ନକଲି ଆଇଡି ଖୋଲି ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରାଯାଇଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଆଳି ଥାନା ଧୋୟାଞ୍ଚଳ ଅର୍ଗଳ ପଞ୍ଚାୟତର ଜଣେ ଯୁବତୀ ଆଳି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ରାଜକନିକା ଥାନା ଅନ୍ତର୍ଗତ କଣ୍ଡିଆ ଫାଣ୍ଡି ଅଞ୍ଚଳର ରାହୁଲ ଦାଶ ତାଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ଇନ୍‌ଷ୍ଟାଗ୍ରାମ୍ ଓ ଫେସବୁକ୍‌ରେ ଛାଡ଼ିବାରେ ଲାଗିଛି । 

ଏଥିଯୋଗୁଁ ତାଙ୍କ ସମ୍ମାନ ହାନି ହେବା ସହ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ତାଙ୍କୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି। ସେ ଉକ୍ତ ଆଇଡି ର ପ୍ରମାଣ ଥାନାରେ ଦାଖଲ କରିଛନ୍ତି। ଏନେଇ ଆଳି ଥାନାଧିକାରୀ ସବ୍ୟସାଚୀ ଶତପଥୀଙ୍କୁ ପଚରାଯିବାରୁ ଅଭିଯୁକ୍ତ ଏବେ ଫେରାର ଥିବା ପ୍ରକାଶ କରିଛନ୍ତି । ତଦନ୍ତ ଚାଲୁ ରହିଛି l

COASTAL NEWS ODIA ନିଶାର୍ଦ୍ଧରେ ଲିଫ୍ଟ୍ ଦେବା କେତେ ନିରାପଦ

COASTAL NEWS ODIA 1695

ନିଶାର୍ଦ୍ଧରେ ଲିଫ୍ଟ୍ ଦେବା କେତେ ନିରାପଦ 



ଭୁବନେଶ୍ବର - (CNO) ମୁଁ ଏକ ଭିଡିଓ ଦେଖିଲି ଯାହା ମୁଁ ମୋର  ସୋସିଆଲ ସାଇଟ୍ ରୁ ଦେଖିବାକୁ ପାଇଛି ଯେଉଁଠାରେ ଜଣେ ସୁନ୍ଦରୀ ଯୁବତୀ ରାତି ପ୍ରାୟ 2 ଟା ସମୟରେ ଏକ ବ୍ରିଜ୍ ଉପରେ ଲିଫ୍ଟ ମାଗୁଛି, କାରରେ ବସିଥିବା ବ୍ୟକ୍ତିଙ୍କୁ ତାଙ୍କ ଘରେ ଛାଡିଦେବାକୁ ଅନୁରୋଧ କରୁଛି |

ତୁମ ଘରୁ ବାହାରକୁ ଯିବାକୁ ଅନୁରୋଧ |  ଯେତେବେଳେ କାର୍ ଚାଳକ ଯୁବକ ପଚାରିଲେ , ତୁମେ ବର୍ତ୍ତମାନ ଏଠାରେ କ’ଣ କରୁଛ? ଯୁବତୀ ଜଣକ ସେ ଉତ୍ତର ଦେଲେ ଯେ ତାଙ୍କ ପ୍ରେମିକଙ୍କ ସହ କିଛି ଯୁକ୍ତିତର୍କ ହୋଇଗଲା ତେଣୁ ତାଙ୍କ ପ୍ରେମିକ ତାଙ୍କୁ ଏକୁଟିଆ ଏହି ନିଛାଟିଆ ସ୍ଥାନ ରେ ଛାଡି ଦେଇଛନ୍ତି।

ବ୍ୟକ୍ତି ଜଣକ କଣ କରିବେ ସେ ବିଷୟରେ ଦ୍ୱନ୍ଦ୍ୱରେ ଥିଲେ ଏବଂ ବିଳମ୍ବିତ ରାତିରେ ତାଙ୍କୁ ଲିଫ୍ଟ ଦେବାକୁ ଡରୁଥିଲେ|  ହଠାତ୍ ସେ  ଦେଖିଲେ, 5 କିମ୍ବା 6 ପୁଅ ଆସି କାର ଚାବି ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି |


କିନ୍ତୁ ବ୍ୟକ୍ତି ଜଣକ ଅତି ଶୀଘ୍ର କାର ଦ୍ୱାରର ଗ୍ଲାସକୁ ବନ୍ଦ କରି କାର ଚଳାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ କରିପାରିନଥିଲେ କାରଣ କିଛି ଲୋକ କାରର ପଛ ଓ ସାମ୍ନାରେ ଛିଡା ହୋଇ ଗ୍ଲାସକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ।

ଉକ୍ତ ଯୁବତୀ ମଧ୍ୟ କାର ସାମ୍ନାରେ ଠିଆ ହୋଇ କାରକୁ ଅଟକାଇବାକୁ ଚେଷ୍ଟା କରୁଛି କିନ୍ତୁ ସୌଭାଗ୍ୟବଶତଃ କୌଣସି ପ୍ରକାରେ ବ୍ୟକ୍ତି ଜଣକ କାରଟିକୁ ସେଠାରୁ ବାହାର କରି ସେଠାରୁ ଖସିଯିବାରେ ସଫଳ ହୋଇଥିଲେ।

ତେଣୁ, ଯଦି କେହି ଆପଣଙ୍କୁ ବିଳମ୍ବିତ ରାତିରେ କିମ୍ବା ନିଛାଟିଆ ଅଞ୍ଚଳରେ ଲିଫ୍ଟ ମାଗୁଛନ୍ତି ତେବେ ଆପଣଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି |  ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ବିଷୟ, କାରଣ ସେମାନଙ୍କ ପାଇଁ କିଛି ଲୋକ ସାହାଯ୍ୟ ଆବଶ୍ୟକ କରୁଥିଲେ ମଧ୍ୟ ପାଇ ପାରନ୍ତି ନାହିଁ |  କାରଣ ଲୋକମାନେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଭୟ କରନ୍ତି, |

 ମୂଳ ଉତ୍ସ - WHATSAPP |


ଏହି ଉତ୍ତର ପାଇଁ ମୂଳ କ୍ରେଡିଟ୍ ମୂଳ ପୋଷ୍ଟର ଲେଖକଙ୍କ ନିକଟକୁ ଯିବ |  ମୁଁ କେବଳ ଜଣେ ଅନୁବାଦକ :

Friday, February 2, 2024

ଆଳି ରେ ସକ୍ରିୟ ଲୁଟେରା

COASTAL NEWS ODIA 1694

ଆଳି ରେ ସକ୍ରିୟ ଲୁଟେରା 


ଆଳି - (CNO) କେନ୍ଦ୍ରାପଡ ଜିଲ୍ଲା ଆଳି ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରେ ତ୍ରସ୍ତ ଜନତା l ଲୁଟେରାମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ପୋଲିସ ନୀରବ ଦ୍ରଷ୍ଟା ସାଜିଛି । ଗତ ସପ୍ତାହେ ପୂର୍ବେ ଥାନା ନିକଟରୁ ଜଣେ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବାବେଳେ ମଙ୍ଗଳବାର ରାତିରେ ଥାନାଠାରୁ ଅଳ୍ପ ଦୂର ଲୋକାପଡ଼ା ଗ୍ରାମର ତିଳୋତ୍ତମା ବେହେରାଙ୍କ ଘରୁ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଅଳଙ୍କାର ସହିତ ନଗଦ ୫୦ ହଜାର ଟଙ୍କା ଓ ଦାମୀ ଶାଢ଼ି ଚୋରି ହୋଇଥିବା ଆଳି ଥାନାରେ ଅଭିଯୋଗ ହୋଇଛି । 

ଲୁଟର ଶିକାର ହୋଇଥିବା ତିଳୋତ୍ତମା ଆଳି ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ତାଙ୍କ ଭାଇଙ୍କ ଆଳି ଡାକବଙ୍ଗଳା ପାଖରେ ଥିବା ଘରେ ପୂଜା ହେଉଥିଲା। ସେ ରାତି ୧୦ଟାରେ ଘରେ ତାଲା ପକାଇ ଭାଇଙ୍କ ଘରକୁ ଯାଇଥିଲେ | ସକାଳୁ ଘରକୁ ଫେରି ଦେଖିବାକୁ ପାଇଲେ ଘର ଭିତରେ ଥିବା ଗ୍ରୀଲ ଖୋଲାଥିଲା ବେଡ୍‌ରୁମରେ ଥିବା ଗଡ୍‌ରେଜ୍ ଲକର ତଡା ହୋଇ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ସହିତ ନଗଦ ୫୦ ହଜାର ଟଙ୍କା ଓ ୧୦ ଗୋଟି ଦାମୀ ଶାଢ଼ି ଚୋରି ହୋଇଥିଲା । 


ଅଭିଯୋଗ ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି। ଝିଅ ବାହାଘର ନିମନ୍ତେ ରଖୁଥିବା ସୁନା ଅଳଙ୍କାର ଲୁଟ୍ ହେବା ପରେ ତିଳୋରମା ଭାଙ୍ଗି ପଡିଛନ୍ତି।ତୁରନ୍ତ ଲୁଟେରାଙ୍କୁ ଆଳି ପୋଲିସ ଗିରଫ କରିବାକୁ ସେ ଦାବି କରିଛନ୍ତି। ଏହି ଲୁଟେରା ଗୋଷ୍ଠୀ କବଳରୁ ରକ୍ଷା କରିବା ପାଇଁ ପୋଲିସ ର ଅତ୍ୟଧିକ ସକ୍ରିୟ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

Thursday, February 1, 2024

COASTAL NEWS ODIA 1693 ଗିରଫ୍ ହେଲେ ହେମନ୍ତ ସୋରେନ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ

COASTAL NEWS ODIA 1693

ଗିରଫ୍ ହେଲେ ହେମନ୍ତ ସୋରେନ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ 


ରାଞ୍ଚି - (CNO) ବହୁଚର୍ଚ୍ଚିତ ଜମି ଘୋଟାଲା ମାମଲାରେ ଗିରଫ ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ଇଡି’ ହେମନ୍ତଙ୍କୁ ପ୍ରାୟ 6 ଘଣ୍ଟା ଜେରା କରିବା ପରେ ରାତିରେ ଗିରଫ କରିଛି । ଏହା ପୂର୍ବରୁ ସେ ଇଡି ଅଧିକାରୀଙ୍କ ସହ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଛି । 

ଆଜି ହେମନ୍ତ ସୋରେନ ଇଡି କଷ୍ଟଡିରେ ରାତି କାଟିବେ । ଆସନ୍ତାକାଲି ସକାଳେ ତାଙ୍କୁ କୋର୍ଟରେ ହାଜର କରି କେନ୍ଦ୍ରୀୟ ସଂସ୍ଥା । ଝାଡଖଣ୍ଡ ରାଜଭବନ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସବୁ ସ୍ଥାନରେ ଧାରା 144 ଜାରି କରାଯିବା ସହ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ।

ଅନ୍ୟପଟେ ଦଳର ନେତା ଓ ବିଧାୟକ ଆଜି ରାତିରେ ରାଜ୍ୟପାଳଙ୍କୁ ଭେଟିବାକୁ ରାଜଭବନ ଯାଇଥିଲେ । ହେଲେ ମାତ୍ର 5 ଜଣ ବିଧାୟକଙ୍କ ସହ ରାଜ୍ୟପାଳ ସାକ୍ଷାତ କରିବାକୁ ସୁଯୋଗ ଦେଇଥିଲେ । 

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୋଟ 45 ବିଧାୟକଙ୍କ ସମର୍ଥନପତ୍ର ସହ ଦଳର ବରିଷ୍ଠ ନେତା ତଥା ବର୍ତ୍ତମାନର ପରିବହନ ମନ୍ତ୍ରୀ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେବାକୁ ରାଜ୍ୟପାଳଙ୍କୁ ଅବଗତ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏଥିପାଇଁ ସମୟ ଦିଆଯିବା ନେଇ ରାଜଭବନ ପକ୍ଷରୁ କୁହାଯାଇଛି ।

ଆଜିର ରାଶିଫଳ

COASTAL NEWS ODIA 1692

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଫେବୃଆରୀ ମାସ ୦୧ ତାରିଖ ୨୦୨୪ ମସିହା(ଗୁରୁବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
 *✧═════•❁❀❁•═════✧*


*🌹ମେଷ🌹👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।* 
*✧═════•❁❀❁•═════✧*
*🌹ବୃଷ🌹👉ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |*
*✧═════•❁❀❁•═════✧*
*🌹ମିଥୁନ🌹👉ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |*
*✧═════•❁❀❁•═════✧*
*🌹କର୍କଟ🌹👉ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ  ।*
*✧═════•❁❀❁•═════✧*
*🌹ସିଂହ🌹👉ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |*
*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |*
*✧═════•❁❀❁•═════✧*
*🌹ତୁଳା🌹👉ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |*
*✧═════•❁❀❁•═════✧*
*🌹ବିଛା🌹👉ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |*
*✧═════•❁❀❁•═════✧*
*🌹ଧନୁ🌹👉ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |*
*✧═════•❁❀❁•═════✧*
*🌹ମକର 🌹👉ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ  ।*
*✧═════•❁❀❁•═════✧*
*🌹କୁମ୍ଭ🌹👉ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |*
*✧═════•❁❀❁•═════✧*
*🌹ମୀନ🌹👉ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ  ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି  ।*
*✧═════•❁❀❁•═════✧*

Wednesday, January 31, 2024

COASTAL NEWS ODIA 1691 Accident in baramulla ବାରାମୁଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ୭ ମୃତ

COASTAL NEWS ODIA 1691

Accident in baramulla ବାରାମୁଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ୭ ମୃତ 


ନୂଆଦିଲ୍ଲୀ - (CNO) ଜାମ୍ମୁ କାଶ୍ମୀରର ବାରାମୁଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅଧିକ ଲୋକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବାରାମୁଲ୍ଲା ଜିଲ୍ଲାର ବୋନିୟର ଅଞ୍ଚଳରେ ଏକ ଯାତ୍ରୀବାହୀ ଗାଡି ଏକ ଗଭୀର ଖାଇକୁ ଖସି ପଡ଼ିଥିଲା । ଯେଉଁଥିରେ କି ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି ।


ଜଣେ ଅଧିକାରୀ କହିଛନ୍ତି ଯେ ଆଜି ଅପରାହ୍ନରେ ଉତ୍ତର କଶ୍ମୀର ଜିଲ୍ଲାର ଉରିର ବୋନିଆର ଅଞ୍ଚଳରେ ଏକ ଯାତ୍ରୀବାହୀ ଗାଡ଼ି ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲା । କଶ୍ମୀରର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର ପଲ୍ ସିଂହ କହିଛନ୍ତି ଯେ ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ମୃତଦେହଗୁଡ଼ିକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ଆହତମାନଙ୍କୁ ବାରାମୁଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାରାମୁଲା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବ୍ଲକ ମେଡିକାଲ ଅଫିସର ଖୁରସିଦ ଅହମ୍ମଦ ଖାନ ନିଶ୍ଚିତ କରିଛନ୍ତି ଯେ ବୋନିୟର ପିଏଚସିରେ ରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଗୁରୁତର ଆହତଙ୍କୁ ଜିଏମସି ବାରାମୁଲ୍ଲା ପଠାଯାଇଛି, ସେଥିମଧ୍ୟରୁ ତିନିଜଣଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ।

Under 19 World Cup: ଭାରତର ବଡ଼ ବିଜୟ, ନ୍ୟୁଜିଲ୍ୟାଣ୍ଡକୁ ୨୧୪ ରନରେ ପରାସ୍ତ କଲା ଭାରତ

COASTAL NEWS ODIA 1690

Under 19 World Cup: ଭାରତର ବଡ଼ ବିଜୟ, ନ୍ୟୁଜିଲ୍ୟାଣ୍ଡକୁ ୨୧୪ ରନରେ ପରାସ୍ତ କଲା ଭାରତ

 

ନୂଆଦିଲ୍ଲୀ - (CNO) ଅଣ୍ଡର ୧୯ ବିଶ୍ୱକପରେ ଭାରତର ବଡ଼ ବିଜୟ । ସୁପର-୬ ରେ ଭାରତୀୟ ଦଳ ଏହି ମ୍ୟାଚକୁ ୨୧୪ ରନ୍ ବ୍ୟବଧାନରେ ଜିତି ନେଇଛି । ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ବୋଲିଂ କରିବାକୁ ବାଛିଥିଲା ଏବଂ ଏହି ନିଷ୍ପତ୍ତି ସଠିକ୍ ବୋଲି ପ୍ରମାଣିତ ହୋଇଥିଲା।


ଭାରତୀୟ ଦଳର ଓପନର୍ ବ୍ୟାଟ୍ସମ୍ୟାନ୍ ଅର୍ଶିନ କୁଲକର୍ଣ୍ଣି ୯ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ କିନ୍ତୁ ପରେ ରନ୍ ବର୍ଷା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ୱିକେଟ୍ ପାଇଁ ଆଦର୍ଶ ସିଂ ଏବଂ ମୁଶୀର ଖାନ୍ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ ।


ଆଦର୍ଶ ପଚାଶ ସ୍କୋର କରିବା ପରେ ସେ ବ୍ୟକ୍ତିଗତ ୫୨ ରନ୍ କରି ଆଉଟ୍ ହୋଇଥିଲେ। ଟୁର୍ଣ୍ଣାମେଣ୍ଟରେ ଶତକୀୟ ସ୍କୋର କରିସାରିଥିବା ମୁଶୀର ଖାନ ମଧ୍ୟ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। ମୁଶିର୍ ଦମଦାର ବ୍ୟାଟିଂ କରିଥିଲେ । ସେ ଏକ ଶତକ ହାସଲ କରି ୧୨୬ ବଲରେ ୧୩୧ ରନ୍ ସ୍କୋର କରିଥିଲେ।

india beat newzealand
କ୍ୟାପଟେନ ଉଦୟ ସାହାରନ ୩୪ ରନର ଇନିଂସ ଖେଳିଥିଲେ ଏବଂ ବୋର୍ଡ ୮ ଟି ୱିକେଟ ପାଇଁ ୨୯୫ ରନ ସ୍କୋର କରିଥିଲା। ନ୍ୟୁଜିଲ୍ୟାଣ୍ଡ ପାଇଁ ଦ୍ରୁତ ବୋଲର ମେସନ କ୍ଲାର୍ସ ସର୍ବାଧିକ ୱିକେଟ୍ ନେଇଥିଲେ। ମେସନ କ୍ଲାର୍ସ ୪ ଟି ୱିକେଟ୍ ନେଇଥିଲେ । ତାଙ୍କ ବ୍ୟତୀତ ଚାରି ବୋଲର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।


କାଉଣ୍ଟର ଇନିଂସରେ ଖେଳିବାବେଳେ ନ୍ୟୁଜିଲ୍ୟାଣ୍ଡ ଦଳ ଖରାପ ଫ୍ଲପ୍ ହୋଇଥିଲା। ବ୍ୟାଟରମାନେ ଗୋଟିଏ ପରେ ଗୋଟିଏ ବାହାରକୁ ଚାଲିଆସୁଥିଲେ । ଟମ ଜୋନ୍ସଙ୍କ ରୂପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଝଟକା ପାଇଲା। ସେ ଖାତା ଖୋଲିପାରିଲେ ନାହିଁ । ଏହା ପରେ କିୱି ଦଳ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇଥିଲା ।

ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଓସ୍କାର ଜ୍ୟାକସନ ସର୍ବାଧିକ ରନ୍ ସ୍କୋର କରିଥିଲେ। ସେ ୧୯ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ହୋଇଥିଲେ ଏବଂ ପୁରା କିୱି ଦଳ ମାତ୍ର ୮୧ ରନ୍ ସ୍କୋରରେ ଆଉଟ୍ ହୋଇଥିଲେ । ଭାରତ ପାଇଁ ସୋମି ପାଣ୍ଡେ ଚମତ୍କାର ବୋଲିଂ କରି ମୋଟ ୪ ୱିକେଟ୍ ନେଇଥିଲେ ।

ଆଜିର ରାଶିଫଳ

COASTAL NEWS ODIA 1689

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୩୧ ତାରିଖ ୨୦୨୪ ମସିହା(ବୁଧବାର)*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌷ମେଷ🌷👉 : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।* 
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*
*✧═════•❁❀❁•═════✧*
*🌷ମିଥୁନ🌷👉 :ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।* 
*✧═════•❁❀❁•═════✧*
*🌷କର୍କଟ🌷👉 : କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।  ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*
*✧═════•❁❀❁•═════✧*
*🌷ସିଂହ🌷👉 : ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*
*✧═════•❁❀❁•═════✧*
*🌷କନ୍ୟା🌷👉 : ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌷ତୁଳା🌷👉 : ଆଜି  ଆପଣ ଅନ୍ୟ ବ୍ୟକ୍ତି  କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।* 
*✧═════•❁❀❁•═════✧*
*🌷ଧନୁ🌷👉: ଆଜି  ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*
*✧═════•❁❀❁•═════✧*
*🌷ମକର🌷👉 : ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ।  ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*
*✧═════•❁❀❁•═════✧*
 *🌷ମୀନ🌷👉 : ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।*
*✧═════•❁❀❁•═════✧*

Tuesday, January 30, 2024

COASTAL NEWS ODIA 1688 ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ପ୍ରଥମ ସ୍ଥାନ ଅଧିକାର କଲା 'ଓଡ଼ିଶାର ପ୍ରଜ୍ଞାପନ ମେଢ'

COASTAL NEWS ODIA 1688


ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ପ୍ରଥମ ସ୍ଥାନ ଅଧିକାର କଲା 'ଓଡ଼ିଶାର ପ୍ରଜ୍ଞାପନ ମେଢ' 


ନୂଆଦିଲ୍ଲୀ - (CNO) ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ତେବେ ସବୁ ରାଜ୍ୟର ପ୍ରଜ୍ଞାପନ ମେଢକୁ ମାତ ଦେଇ ବାଜି ମାରିଲା ଓଡ଼ିଶାର 'ପ୍ରଜ୍ଞାପନ ମେଢ' । ପ୍ରଥମ ସ୍ଥାନ ପାଇଲା ଓଡ଼ିଶା ପ୍ରଜ୍ଞାପନ ମେଢ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । 

ଏ ବର୍ଷ ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥର ପ୍ରଦର୍ଶିକ ହୋଇଥିଲା ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ଏବଂ ଗ୍ରାମୀଣ ଭାରତ ତଥା ଗ୍ରାମୀଣ ଭାରତ ସଶକ୍ତିକରଣ ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ । 


ଖବରରୁ ପ୍ରକାଶ ଯେ, ବିଚାରକ ମଣ୍ତଳୀ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଅଧିକ ପସନ୍ଦ କରିଛନ୍ତି । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ଗୁଜୁରାଟ ପ୍ରଜ୍ଞାପନ ମେଢ ଏବଂ ତୃତୀୟ ସ୍ଥାନରେ ରହିଥିଲା ତାମିଲନାଡୁର ପ୍ରଜ୍ଞାପନ ମେଢ । ସେହିପରି ଜନତାଙ୍କ ପସନ୍ଦ ଅନୁସାରେ ପ୍ରଥମ ସ୍ଥାନରେ ରହିଥି ଗୁଜୁରାଟ, ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ ଏବଂ ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ର୍ରପ୍ରଦେଶ । 

ତେବେ ଏଥର ନାରୀ ସଶକ୍ତିକଣର ବାର୍ତ୍ତା ସହ ରଘୁରାଜପୁରର କଳା ଓ ସମ୍ବଲପୁରୀ ନୃତ୍ୟରେ ଝଲସିଲା କର୍ତ୍ତବ୍ୟ ପଥ ଏବଂ ପୁରା ବିଶ୍ୱ ଦେଖିଥିଲା ଓଡ଼ିଶାର କଳା । ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପ୍ରଜ୍ଞାପନ ମେଢ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା । 

ସୂଚନା ଯୋଗ୍ୟ, ୩ ବର୍ଷ ପରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି । ବି‌ଶେଷକରି ନାରୀ ଶକ୍ତି ଏଠାରେ ଅଧିକ ସକ୍ରିୟ ରହି କିପରି ବିଭିନ୍ନ କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ଏଥିରେ ସ୍ଥାନ ପାଇଛି । ମେଢ଼ର ସମ୍ମୁଖ ଭାଗରେ କନ୍ଦର୍ପ ହାତୀର ପ୍ରତିକୃତି ରହିବା ସହିତ ପଛଭାଗରେ ରଘୁରାଜପୁର ଗାଁରେ କିଭଳି ନାରୀଶକ୍ତି କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ସ୍ଥାନ ପାଇଛି । ମେଢ଼ ସହିତ ସମ୍ବଲପୁରୀ ନୃତ୍ୟ-ସଙ୍ଗୀତର ସୁନ୍ଦର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା ।

Saturday, January 27, 2024

COASTAL NEWS ODIA 1687 ମହୁ ଆଳି ଅଧା ପନ୍ତରିଆ ରାସ୍ତାରେ ଦୁର୍ଘଟଣା ଜଣେ ମୃତ,ଜଣେ ଆହତ

COASTAL NEWS ODIA 1687

ମହୁ ଆଳି ଅଧା ପନ୍ତରିଆ ରାସ୍ତାରେ ଦୁର୍ଘଟଣା ଜଣେ ମୃତ,ଜଣେ ଆହତ 


ମହୁ:୨୭/୧(CNO ) ମହୁରୁ ଆଳି ଅଭିମୁଖେ ନିଜ ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ବେଳେ ବଡ଼ଆଙ୍କୋ  ଗ୍ରାମର ମହେଶ୍ବର ବେହୁରାଙ୍କ ପୁଅ ମୁନା ବେହୁରା ଆଳି ମହୁ ରାସ୍ତାରେ ଥିବା ଗ୍ୟାସ ଅଫିସ ର କିଛି ଦୂରରେ ଅର୍ଦ୍ଧ ମରାମତି ହୋଇଥିବା ଖରାପ ରାସ୍ତା ରେ ଭାରସାମ୍ଯ ହରାଇ ଗଛ ରେ ପିଟି ହୋଇ ରାସ୍ତା ତଳକୁ ଖସି ପଡ଼ିଥିଲେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ତାଙ୍କୁ ଉଦ୍ଧାର କରାଯାଇ ଆଳି ମେଡିକାଲ କୁ ପଠାଯାଇଥିଲା କିନ୍ତୁ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତିଦିନ ଏହି ରାସ୍ତା ରେ ଦୁର୍ଘଟଣା ଘଟୁଛି। ବହୁତ ଲୋକ ଆହତ ହେଉଛନ୍ତି। କର୍ତ୍ତୃପକ୍ଷ ଜାଣି ନଜାଣିଲା ଭଳି ରହୁଛନ୍ତି। 


ରାସ୍ତା କାମ ଅଧା ପନ୍ତରିଆ କରି କାମ କୁ ବନ୍ଦ ରଖିଛନ୍ତି। ବାରମ୍ୱାର ଦାବି ସତ୍ତ୍ବେ କର୍ତ୍ତୃପକ୍ଷ ଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁ ନାହିଁ । ଏ ନେଇ ଆମ ପ୍ରତିନିଧି କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିବାରୁ ସେ କହିଲେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ଏହି ରାସ୍ତା କାର୍ଯ୍ୟ କେବେ ଶେଷ ହେବ ଲୋକଙ୍କ ଭିତରେ ଆଲୋଚନା ଏବଂ ଚର୍ଚ୍ଚାର କାରଣ ହୋଇଛି। ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଶେଷ କରିବାକୁ ସାଧାରଣ ରେ ଦାବି ହେଉଛି।

MELANISTIC TIGER PARK ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରି

COASTAL NEWS ODIA 1686

MELANISTIC TIGER PARK 

ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ୱର ପ୍ରଥମ କଳାବାଘ  ସଫାରି



ଭୁବନେଶ୍ବର - (CNO) ଖୁବଶୀଘ୍ର କଳାବାଘ ସଫାରି ହେବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାବାଘ ସଫାରି ପାଇଁ ନ୍ୟାସନାଲ ଟାଇଗର କଞ୍ଜରଭେସନ ଅଥରିଟି (ଏନଟିସିଏ) ପକ୍ଷରୁ ଅନୁମତି ମିଳିଛି।

ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ମାସରୁ ପର୍ଯ୍ୟଟକମାନେ କଳାବାଘ ସଫାରି ବୁଲିବେ। ଶିମିଳିପାଳ ଅଭୟାରଣ୍ୟକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ଏକ ନୂତନ ଅନୁଭୂତି ଦେବ।

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟଠାରୁ ୧୫ କିମି ଦୂରରେ ଏହି ସଫାରି ହେବ। ଶିମିଳିପାଳ ଅଭୟାରଣ୍ୟର ୨୦୦ ହେକ୍ଟର ଜମିରେ କଳାବାଘ ସଫାରି ପ୍ରତିଷ୍ଠା ହେବ। ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ବାଘ ରହଣି ସ୍ଥଳ ହେବ। ବଳକା ୧୦୦ ହେକ୍ଟର ଜମିରେ ପାର୍କିଂ ଓ ସ୍ଵାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ।



ସ୍ୱାସ୍ଥ୍ୟ କେନ୍ଦ୍ରଟି ବିଶ୍ୱସ୍ତରୀୟ ବ୍ୟାଘ୍ର ଚିକିତ୍ସା କେନ୍ଦ୍ର ହେବ। ପ୍ରାଥମିକ ଭାବେ ନନ୍ଦନକାନନରେ ଥିବା ୩ଟି କଳାବାଘ ଓ ଗୋଟିଏ ଧଳାବାଘଙ୍କୁ ଏହି ସଫାରିକୁ ଅଣାଯିବ। ଏଠାରେ ଖୋଲା ଏନକ୍ଲୋଜର ମଧ୍ୟରେ ବାଘମାନଙ୍କୁ ରଖାଯିବ।

ପ୍ରାରମ୍ଭିକ ଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୩ଟି କଳା ଓ ଧଳାବାଘଙ୍କୁ ସେଠାକୁ ନିଆଯିବ। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ବାଘ, ଅନାଥ ହୋଇଯାଇଥିବା ବାଘମାନଙ୍କୁ ଏଠାକୁ ଅଣାଯିବ। ଯେଉଁମାନେ ଜଙ୍ଗଲରେ ରହିବାକୁ ଯୋଗ୍ୟ ନଥିବେ ଏବଂ ପ୍ରଦର୍ଶନୀ ପାଇଁ ଯୋଗ୍ୟ ଥିବେ ସେମାନଙ୍କୁ ସଫାରିର ଖୋଲା ଏନ୍‌କ୍ଲୋଜରରେ ରଖାଯିବ।

ଓଡ଼ିଶାରେ ବନ୍ୟପ୍ରାଣୀ ପର୍ଯ୍ୟଟନ କ୍ଷେତ୍ରକୁ ଉତ୍ସାହିତ କରିବାରେ ଏହି ସଫାରି ବେଶ୍‌ ସହାୟକ ହେବ। ଏଭଳି ପଦକ୍ଷେପ ନିଆଯିବା ଦ୍ଵାରା ପରିବେଶବିତ୍‌, ଗବେଷକ, ବନ୍ୟପ୍ରାଣୀ କ୍ଷେତ୍ରରେ ଉତ୍ସାହିତ ବ୍ୟକ୍ତି ଓ ସାଧାରଣ ଲୋକେ କଳା ବାଘଙ୍କୁ ନିକଟରୁ ଦେଖିବା ସହ ସେମାନଙ୍କ ସଂରକ୍ଷଣ ସମ୍ପର୍କରେ ଜାଣିପାରିବେ। ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ସଫାରି ଭ୍ରମଣ କରିପାରିବେ।

ଏନଟିସିଏର ୨୦୨୨ ମସିହା ରିପୋର୍ଟ ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ ୧୮ଟି ମହାବଳ ବାଘ ଅଛନ୍ତି। ସେଥିମଧ୍ୟରୁ ୯ଟି କଳାବାଘ ରହିଛନ୍ତି। ବାଘମାନେ ସୁସ୍ଥ ରହିଛନ୍ତି ଓ ନିର୍ଭୟରେ ଘୂରି ବୁଲୁଛନ୍ତି। ଏହି ରିପୋର୍ଟକୁ ନେଇ ପରିବେଶବିତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...