AFFILIATE MARKETING
Sunday, February 18, 2024
Morning News ସକାଳର ଖବର
Friday, February 16, 2024
Human Sacrifice Case ମୟୂରଭଞ୍ଜରେ ନରବଳି ରୁ ବର୍ତ୍ତୀଲା ବାଳକ
Monday, February 12, 2024
COASTAL NEWS ODIA 1706 ପାରିତ ହେଲା ୟୁସିସି ବିଲ୍, ଏହା ଲାଗୁ କରିବାରେ ଦେଶରେ ଉତ୍ତରାଖଣ୍ଡ ହେଲା ପ୍ରଥମ ରାଜ୍ୟ
U19 World Cup:୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍ରେ ହାରିଲା ଭାରତ
Sunday, February 11, 2024
ଭାରସାମ୍ୟ ହରାଇ ଓଲଟିଲା ବସ୍, ୩୦ ଯାତ୍ରୀ ଆହତ
Saturday, February 10, 2024
Friday, February 9, 2024
COASTAL NEWS ODIA 1702 ପୂରଣ ହେଲା ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ
COASTAL NEWS ODIA 1701 ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନ ଭାଙ୍ଗିବା ସମୟରେ ଭୟଙ୍କର ଉତ୍ତେଜନା, ହିଂସାକାରୀ ଙ୍କୁ ଦେଖିବା ମାତ୍ରେ ଗୁଳି କର ନିର୍ଦ୍ଦେଶ
Sunday, February 4, 2024
ଆଜିର ରାଶିଫଳ
Saturday, February 3, 2024
ଆଡଭାନୀଙ୍କୁ ଭାରତ ରତ୍ନ
ଓଡ଼ିଶାର ବିକାଶ କରିବ ବିଜେପି : ମୋଦୀଙ୍କ ଗ୍ୟାରେଣ୍ଟି
ଅଶ୍ଳୀଳ ଫଟୋ ଭାଇରାଲ୍ ଥାନାରେ ଅଭିଯୋଗ
COASTAL NEWS ODIA ନିଶାର୍ଦ୍ଧରେ ଲିଫ୍ଟ୍ ଦେବା କେତେ ନିରାପଦ
Friday, February 2, 2024
ଆଳି ରେ ସକ୍ରିୟ ଲୁଟେରା
Thursday, February 1, 2024
COASTAL NEWS ODIA 1693 ଗିରଫ୍ ହେଲେ ହେମନ୍ତ ସୋରେନ ଚମ୍ପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ
ଆଜିର ରାଶିଫଳ
Wednesday, January 31, 2024
COASTAL NEWS ODIA 1691 Accident in baramulla ବାରାମୁଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ୭ ମୃତ
Under 19 World Cup: ଭାରତର ବଡ଼ ବିଜୟ, ନ୍ୟୁଜିଲ୍ୟାଣ୍ଡକୁ ୨୧୪ ରନରେ ପରାସ୍ତ କଲା ଭାରତ
ଆଜିର ରାଶିଫଳ
Tuesday, January 30, 2024
COASTAL NEWS ODIA 1688 ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ପ୍ରଥମ ସ୍ଥାନ ଅଧିକାର କଲା 'ଓଡ଼ିଶାର ପ୍ରଜ୍ଞାପନ ମେଢ'
Saturday, January 27, 2024
COASTAL NEWS ODIA 1687 ମହୁ ଆଳି ଅଧା ପନ୍ତରିଆ ରାସ୍ତାରେ ଦୁର୍ଘଟଣା ଜଣେ ମୃତ,ଜଣେ ଆହତ
MELANISTIC TIGER PARK ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରି
MELANISTIC TIGER PARK
ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରି
ଭୁବନେଶ୍ବର - (CNO) ଖୁବଶୀଘ୍ର କଳାବାଘ ସଫାରି ହେବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାବାଘ ସଫାରି ପାଇଁ ନ୍ୟାସନାଲ ଟାଇଗର କଞ୍ଜରଭେସନ ଅଥରିଟି (ଏନଟିସିଏ) ପକ୍ଷରୁ ଅନୁମତି ମିଳିଛି।
ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ମାସରୁ ପର୍ଯ୍ୟଟକମାନେ କଳାବାଘ ସଫାରି ବୁଲିବେ। ଶିମିଳିପାଳ ଅଭୟାରଣ୍ୟକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ଏକ ନୂତନ ଅନୁଭୂତି ଦେବ।
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟଠାରୁ ୧୫ କିମି ଦୂରରେ ଏହି ସଫାରି ହେବ। ଶିମିଳିପାଳ ଅଭୟାରଣ୍ୟର ୨୦୦ ହେକ୍ଟର ଜମିରେ କଳାବାଘ ସଫାରି ପ୍ରତିଷ୍ଠା ହେବ। ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ବାଘ ରହଣି ସ୍ଥଳ ହେବ। ବଳକା ୧୦୦ ହେକ୍ଟର ଜମିରେ ପାର୍କିଂ ଓ ସ୍ଵାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ।
ସ୍ୱାସ୍ଥ୍ୟ କେନ୍ଦ୍ରଟି ବିଶ୍ୱସ୍ତରୀୟ ବ୍ୟାଘ୍ର ଚିକିତ୍ସା କେନ୍ଦ୍ର ହେବ। ପ୍ରାଥମିକ ଭାବେ ନନ୍ଦନକାନନରେ ଥିବା ୩ଟି କଳାବାଘ ଓ ଗୋଟିଏ ଧଳାବାଘଙ୍କୁ ଏହି ସଫାରିକୁ ଅଣାଯିବ। ଏଠାରେ ଖୋଲା ଏନକ୍ଲୋଜର ମଧ୍ୟରେ ବାଘମାନଙ୍କୁ ରଖାଯିବ।
ପ୍ରାରମ୍ଭିକ ଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୩ଟି କଳା ଓ ଧଳାବାଘଙ୍କୁ ସେଠାକୁ ନିଆଯିବ। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ବାଘ, ଅନାଥ ହୋଇଯାଇଥିବା ବାଘମାନଙ୍କୁ ଏଠାକୁ ଅଣାଯିବ। ଯେଉଁମାନେ ଜଙ୍ଗଲରେ ରହିବାକୁ ଯୋଗ୍ୟ ନଥିବେ ଏବଂ ପ୍ରଦର୍ଶନୀ ପାଇଁ ଯୋଗ୍ୟ ଥିବେ ସେମାନଙ୍କୁ ସଫାରିର ଖୋଲା ଏନ୍କ୍ଲୋଜରରେ ରଖାଯିବ।
ଓଡ଼ିଶାରେ ବନ୍ୟପ୍ରାଣୀ ପର୍ଯ୍ୟଟନ କ୍ଷେତ୍ରକୁ ଉତ୍ସାହିତ କରିବାରେ ଏହି ସଫାରି ବେଶ୍ ସହାୟକ ହେବ। ଏଭଳି ପଦକ୍ଷେପ ନିଆଯିବା ଦ୍ଵାରା ପରିବେଶବିତ୍, ଗବେଷକ, ବନ୍ୟପ୍ରାଣୀ କ୍ଷେତ୍ରରେ ଉତ୍ସାହିତ ବ୍ୟକ୍ତି ଓ ସାଧାରଣ ଲୋକେ କଳା ବାଘଙ୍କୁ ନିକଟରୁ ଦେଖିବା ସହ ସେମାନଙ୍କ ସଂରକ୍ଷଣ ସମ୍ପର୍କରେ ଜାଣିପାରିବେ। ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ସଫାରି ଭ୍ରମଣ କରିପାରିବେ।
ଏନଟିସିଏର ୨୦୨୨ ମସିହା ରିପୋର୍ଟ ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ ୧୮ଟି ମହାବଳ ବାଘ ଅଛନ୍ତି। ସେଥିମଧ୍ୟରୁ ୯ଟି କଳାବାଘ ରହିଛନ୍ତି। ବାଘମାନେ ସୁସ୍ଥ ରହିଛନ୍ତି ଓ ନିର୍ଭୟରେ ଘୂରି ବୁଲୁଛନ୍ତି। ଏହି ରିପୋର୍ଟକୁ ନେଇ ପରିବେଶବିତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
COASTAL NEWS
COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର
COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...