AFFILIATE MARKETING

https://binomo.com?a=90810425bb57&t=0

Sunday, November 12, 2023

ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

COASTAL NEWS ODIA 1433

ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ



ରାଞ୍ଚି,୧୨।୧୧ :ଭଞ୍ଜ ବିହାରୀ ମହାନ୍ତି - ଦିଲ୍ଲୀ ଅଭିମୁଖେ ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିବା ପୁରୀ-ନୂଆଦିଲ୍ଲୀ ପୁରୋଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। 

ରିପୋର୍ଟ ଅନୁସାରେ ଝାଡଖଣ୍ଡର କୋଡରମା ଜିଲାରେ ଟ୍ରେନ ଲାଇନ ଉପରେ କୌଣସି କାରଣରୁ ଓଭରହେଡ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଫଳରେ ଟ୍ରେନରେ ବିଦ୍ୟୁତ ସଂଚରଣ ବନ୍ଦ ହୋଇ ଯାଇଥିଲା। ଏହାକୁ ଲୋକୋ ପାଇଲଟ ଜାଣିବାକୁ ପାଇଥିଲେ। ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ହଠାତ ବ୍ରେକ୍‌ ଲଗାଇଥିଲେ। ଏହାଯୋଗୁ ସୃଷ୍ଟି ହୋଇଥିବା ଧକ୍କାରେ ଟ୍ରେନର ୨ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଶନିବାର ମଧ୍ୟାହ୍ନ ୧୨ଟା ୦୫ରେ ଗୋମା ଏବଂ କୋଡରମା ରେଳ ଷ୍ଟେଶନ ମଧ୍ୟରେ ଥିବା ପରସାବାଦ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ଧାନବାଦ ରେଳ ଉପଖଣ୍ଡ ବରିଷ୍ଠ ବାଣିଜି୍ୟକ ପ୍ରବନ୍ଧକ ଅମରେଶ କୁମାର କହିଛନ୍ତି ଓଭରହେଡ ବିଦ୍ୟୁତ ସଂଚରଣ ହଠାତ ବନ୍ଦ ହୋଇ ଯିବାରୁ ଲୋକୋ ପାଇଲଟ ସୁରକ୍ଷା ଦୃଷ୍ଟିରୁ ବ୍ରେକ୍‌ ଲଗାଇଥିଲେ। ଟ୍ରେନର ବେଗ ଅଧିକ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସେ କହିଛନ୍ତି। 

ଦୁର୍ଘଟଣାର ୪ ଘଣ୍ଟା ପର୍ଯ୍ୟନ୍ତ ଏହି ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିଲା। ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ରେଳ ବିଭାଗ କହିଛି।
ତେବେ ଟ୍ରେନକୁ ଗୋମା ପର୍ଯ୍ୟନ୍ତ ଡିଜେଲ ଇଞ୍ଜିନ ଯୋଗେ ଅଣାଯାଇଥିଲା। ଏହା ପରେ ଦିଲ୍ଲୀ ଅଭିମୁଖେ ଟ୍ରେନକୁ ଇଲେକ୍ଟ୍ରିକ ଇଞ୍ଜିନରେ ପଠାଯାଇଥିଲା।

Saturday, November 11, 2023

୪ଟି ହାତ ଓ ୪ଟି ଗୋଡ଼ ସହ ଏକ ଚମତ୍କାର ଶିଶୁ

COASTAL NEWS ODIA 1431

୪ଟି ହାତ ଓ ୪ଟି ଗୋଡ଼ ସହ ଏକ ଚମତ୍କାର ଶିଶୁ 



ମିରଟ - ଭଞ୍ଜ ବିହାରୀ ମହାନ୍ତି - ବାପା ମା’ଙ୍କର ସନ୍ତାନ ଟିଏ ଜନ୍ମ ହେଲେ ତାଙ୍କ ଖୁସି କହିଲେ ନସରେ । ପ୍ରତ୍ୟେକ ବାପା ମା’ ପିଲାଙ୍କ ସୁସ୍ଥ ଜୀବନ କାମନା କରନ୍ତି । କିନ୍ତୁ ନିକଟରେ ଜଣେ ଦମ୍ପତିଙ୍କର ଏପରି ଏକ ସନ୍ତାନ ଜନ୍ମ ହୋଇଛି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଶିଶୁ ଟି କୌଣସି ସାଧାରଣ ଶିଶୁ ଭାବେ ଜନ୍ମ ହୋଇନି । ଦମ୍ପତିଙ୍କର ଏହି ଶିଶୁଟି ଏକାଥରେ ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । 

ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କାରଣ ସାଧାରଣ ଶିଶୁମାନଙ୍କର ଦୁଇଟି ଗୋଡ଼ ଓ ଦୁଇଟି ହାତ ଥାଏ କିନ୍ତୁ ଏହି ଶିଶୁଟି ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । ମହମ୍ମଦ ଇରଫାନ ଏବଂ ରୁକସାନାଙ୍କର ଏଭଳି ଏକ ଅସାଧାରଣ ଶିଶୁ ଜନ୍ମ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଗାଁ ଲୋକେ ନିଜ ଆଖିକୁ ବିଶ୍ୱାସ କରି ପାରୁ ନାହାନ୍ତି ଏବଂ ଶିଶୁଟି କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି ଚର୍ଚ୍ଚା ଚାଲିଛି ।

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଘଟିଥିବା ଜଣା ପଡ଼ିଛି । ଏଠାକାର ଜଣେ ମହିଳା ଚାରି ହାତ ଏବଂ ଚାରି ଗୋଡ଼ ସହ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ଯାହାର ଚିକିତ୍ସା ମିରଟ ମେଡିକାଲ କଲେଜରେ କରାଯାଉଛି । ମେଡିକାଲ କଲେଜର ମିଡିଆ ଦାୟିତ୍ୱରେ ଥିବା ଡକ୍ଟର ଭି.ଡି ପାଣ୍ଡେ କହିଛନ୍ତି ଯେ ନଭେମ୍ବର ୬ ରେ ମୁଜାଫରନଗରରେ ଏହି ଦମ୍ପତିଙ୍କର ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା । ପିଲାଟି ଜନ୍ମ ହେବା ପରେ ଜଣା ପଡ଼ିଥିଲା ଯେ ନବଜାତ ଶିଶୁର ଚାରିଟି ହାତ ଏବଂ ୪ଟି ଗୋଡ ରହିଛି ।

ରିପୋର୍ଟ ଅନୁଯାୟୀ, ମହିଳା ଜଣକ ନିଜ ଘରେ ହିଁ ଏଭଳି ଅସାଧାରଣ ସନ୍ତାନକୁ ଜନ୍ମ ଦେଇଥିଲେ । ପିଲାଟିର ୪ ହାତ ଏବଂ ୪ ଗୋଡ ଥିବା ଦେଖି ପରିବାର ସଦସ୍ୟ ଚିନ୍ତାରେ ପଡ଼ି ଯାଇଥିଲେ ଏବଂ ପିଲାକୁ ନେଇ ମୁଜାଫରନଗର ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେଠାରୁ ତାକୁ ମିରଟ ମେଡିକାଲ କଲେଜକୁ ପଠାଯାଇଥିଲା । ଯେଉଁଠାରେ ତାର ଚିକିତ୍ସା କରାଯାଉଛି । ମିରଟ ମେଡିକାଲ କଲେଜର ଡାକ୍ତର ନବରତ୍ନ ଗୁପ୍ତା କହିଛନ୍ତି ଯେ ଏଭଳି ଅନେକ ଘଟଣା ପୂର୍ବରୁ ମଧ୍ୟ ଆସିଛି ।

ଡାକ୍ତର ନବରତ୍ନ ଗୁପ୍ତାଙ୍କ କହିବା ଅନୁସାରେ ହସ୍ପିଟାଲରେ ଆଡମିଟ ହେବା ପରେ ଶିଶୁର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା । ତାକୁ ଏକ ଟ୍ୟୁବ୍‌ ସାହାଯ୍ୟରେ ଖାଇବାକୁ ଦିଆଯାଇଥିଲା । ତାର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ ଅଛି । ଡାକ୍ତର ଗୁପ୍ତାଙ୍କ କହିବା ଅନୁସାରେ ଏହି ସମସ୍ୟାଟି ହେଉଛି କୋଜଏନ୍ଡ ଟ୍ଵିନ୍ସ, ଯେଉଁଥିରେ ଦୁଇଟି ଶିଶୁ ପରସ୍ପର ସହ ଯୋଡ଼ି ହୋଇ ଯାଇଥାନ୍ତି ଏବଂ ମା’ର ଗର୍ଭାଶୟରେ ବଢ଼ିଥାନ୍ତି । ଏହି କାରଣରୁ ନବଜାତ ଶିଶୁଟି ଚାରି ଗୋଡ ଏବଂ ଚାରି ହାତ ସହିତ ଜନ୍ମ ହୋଇଛି । ତେବେ ପିଲାଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

ଯଦି ଶିଶୁ ଠିକ୍‌ ରୁହେ ତେବେ ସର୍ଜରୀ ଦ୍ୱାରା ଶିଶୁର ଅନ୍ୟ ଦୁଇଟି ହାତ ଏବଂ ଗୋଡ଼କୁ ଅଲଗା କରାଯିବ । ଅନ୍ୟପଟେ ଶିଶୁର ଅଲଟ୍ରାସାଉଣ୍ଟ ହୋଇନଥିବାରୁ ଶିଶୁର ଏଭଳି ଅବସ୍ଥା ବିଷୟରେ ଜଣା ପଡ଼ିନଥିଲା । ଯେଉଁଥିପାଇଁ ଶିଶୁଟି ଏଭଳି ଭାବେ ଜନ୍ମ ହୋଇଛି ।

ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା

COASTAL NEWS ODIA 1431

ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା

 

ଗୁଜରାଟ - ଭଞ୍ଜ ବିହାରୀ ମହାନ୍ତି - ଗୁଜରାଟର ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା ଦେଖିବାକୁ ମିଳିଛି। ଛଟ ପୂଜା ଓ ଦୀପାବଳି ପାଇଁ ରେଳ ଷ୍ଟେଟସନରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଏପରି ଅଘଟଣ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ଦୀପାବଳି ଥିବାରୁ ଆଜି ହଜାର ହଜାର ଲୋକ ସୁରତ ଷ୍ଟେସନରେ ନିଜ ନିଜ ରାଜ୍ୟକୁ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ। ଅସମ୍ଭାଳ ଭିଡ଼ ଭିତରେ ଲୋକମାନେ ପରସ୍ପରକୁ ଠେଲାପେଲା କରି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ପ୍ରବଳ ଭିଡ଼ ଯୋଗୁ ଅଚେତ ହୋଇ ଯାଇଥିଲେ। ସେହିପରି କିଛି ଲୋକ ତଳେ ପଡ଼ି ଆହତ ମଧ୍ୟ ହୋଇଛନ୍ତି। ରେଳବାଇ ପୁଲିସ୍‌ ଓ ଅନ୍ୟ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲେ। ଏଥିସହ ଆହତମାନଙ୍କୁ ଉପଯୁକ୍ତ ମେଡିକାଲ ସୁବିଧା ମଧ୍ୟ ଯୋଗାଇ ଦେଇଥିଲେ।

କିଛି ଆହତ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ହସ୍ପିଟାଲ ଯାଇ ସୁରତ ସାଂସଦ ତଥା ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ଜାରଦୋଶ ଭେଟିଛନ୍ତି।

ପାର୍ବଣ ଋତୁ ଚାଲିଥିବାରୁ ରେଳବାଇ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ସେହିପରି ଅଧିକ ସଂଖ୍ୟକ ଫୋର୍ସକୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ମୁତୟନ କରାଯାଇଛି। ତଥାପି ସୁରତ ଭଳି ଗୋଟିଏ ଜନଗହଳୀପୂର୍ଣ୍ଣ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଯୋଗୁ ଦଳଚକଟା ସ୍ଥିତି ଦେଖିବାକୁ ମିଳିଛି।

ମୁଖ୍ୟ ପିଆରଓ ସୁମିତ ଠାକୋର କହିଛନ୍ତି, “ପାର୍ବଣ ଋତୁକୁ ନଜର ରଖି ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ୪୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନଗୁଡ଼ିକ ମୁମ୍ବାଇ, ଗୁଜରାଟ ଓ ମଧ୍ୟପ୍ରଦେଶ ମଧ୍ୟରେ ଯାତାୟାତ କରୁଛନ୍ତି। ଇତି ମଧ୍ୟରେ ପ୍ରାୟ ୭ ଲକ୍ଷ ଲୋକ ଏହି ଟ୍ରେନଗୁଡ଼ିକରେ ଯାତ୍ରା କରି ସାରିଲେଣି। ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୬୫ ଆରପିଏଫ ଓ ଜିଆପି ଯବାନମାନଙ୍କୁ ସୁରତ ଷ୍ଟେସନରେ ମୁତୟନ କରାଯାଇଛି। ସେହିପରି ଅତିରିକ୍ତ କାଉଣ୍ଟର ମଧ୍ୟ ଖୋଲା ଯାଇଛି।”

ରେଳ ବାଇ ଏତେ ପ୍ରକାରର ସବୁ ବ୍ୟବସ୍ଥା କରିଥିବା ବେଳେ ସୁରତ ଷ୍ଟେସନରେ କେମିତି ଏତେ ବଡ଼ ଅଘଟଣ ଘଟିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ପରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆଳି ଗାନ୍ଧି ସହଦେବ ଦାସଙ୍କ ଜୟନ୍ତୀ ଅବସରରେ ନୂଆଗାଁ ଓ ନିଆଳଠାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

COASTAL NEWS ODIA 1430

ଆଳି ଗାନ୍ଧି ସହଦେବ ଦାସଙ୍କ ଜୟନ୍ତୀ ଅବସରରେ ନୂଆଗାଁ ଓ ନିଆଳଠାରେ  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ 



ଆଳି, ୧୦/୧୧( CNO ) : ଆଳି ରତ୍ନ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ବିଧାୟକ ବିଶିଷ୍ଟ ସମାଜସେବୀ ତଥା ଆଳି ଗାନ୍ଧି ରୂପେ ପରିଚିତ ସ୍ଵର୍ଗତ ସହଦେବ ଦାସଙ୍କ ୧୨୪ତମ ଜୟନ୍ତୀ ପାଳିତ ହୋଇଯାଇଛି।ପ୍ରଥମେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ନୂଆଗାଁ ଉଚ୍ଚ ମୌଳିକ ବିଦ୍ୟାଳୟରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ତାଙ୍କ ସମାଧି ପୀଠକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ରାମଧୁନ ଗାନ କରାଯାଇଥିଲା। 

ଏହା ପରେ ବଡ଼ାମ୍ବିଳା ପଞ୍ଚାୟତ କାର୍ଯ୍ୟାଳୟରେ ମାଲ୍ୟାର୍ପଣ କରାଯିବା ସହ ନିଆଳଠାରେ ପ୍ରତିଷ୍ଠିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ଦାଶ, ଭରତ ସେଠୀ, ବିଜୟ ମହି, ରବୀନ୍ଦ୍ର ମହାନ୍ତି, ସ୍ମୃତି ସଂସଦ ସଭାପତି ଗୋବିନ୍ଦ ନନ୍ଦ, ସମ୍ପାଦକ ବିରେନ୍ଦ୍ର ପଣ୍ଡା, ରବୀନ୍ଦ୍ର ବେହେରା, ବିଦ୍ୟାଧର ପଣ୍ଡା, ବୃନ୍ଦାବନ ପଣ୍ଡା, ମଧୁସୂଦନ ଦାସ, ତ୍ରୈ ଲାକ୍ୟନାଥ ପଣ୍ଡା, ଆଦିକନ୍ଦ ପଣ୍ଡା, ରଞ୍ଜନ ମହାନ୍ତି, ଧନେଶ୍ଵର ରାଉତ, ସହଦେବ ସିଂ ଓ ଦର୍ପ ନାରାୟଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଯାତ୍ରୀବାହୀ ବସ୍‌ରେ ବାଣ ନେଉଥିଲେ ହୋଇଯାନ୍ତୁ ସାବଧାନ

COASTAL NEWS ODIA

 ଯାତ୍ରୀବାହୀ ବସ୍‌ରେ ବାଣ ନେଉଥିଲେ ହୋଇଯାନ୍ତୁ ସାବଧାନ



 
ଭୁବନେଶ୍ୱର,୧୧।୧୧: ଭଞ୍ଜ ବିହାରୀ ମହାନ୍ତି - ଏଣିକି ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏ ନେଇ ଚେତାବନୀ ଦିଆଯାଇଛି। ଶନିବାର ଭୁବନେଶ୍ୱର ଡେପୁଟି ଅଗ୍ନିଶମ ଅଧିକାରୀ ଅବନୀ ସ୍ବାଇଁ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି।

ପଶ୍ଚିମବଙ୍ଗର ଖଡ଼ଗ୍‌ପୁର ବସ୍‌ରେ ଶନିବାର ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶା ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ ଚେତିଛନ୍ତି ।

କାର,ପିକଅପକୁ ଧକ୍କା ଦେଲା ଟ୍ୟାଙ୍କର ; ୪ ମୃତ

COASTAL NEWS ODIA 1428

କାର,ପିକଅପକୁ ଧକ୍କା ଦେଲା ଟ୍ୟାଙ୍କର ; ୪ ମୃତ



 
ନୂଆଦିଲ୍ଲୀ : ଭଞ୍ଜ ବିହାରୀ ମହାନ୍ତି - ଦିଲ୍ଲୀ -ଜୟପୁର ରାଜପଥରେ ସିଧରାବଲୀ ନିକଟରେ ଏକ ଟ୍ୟାଙ୍କର କାର, ପିକଅପ୍‌‌ ଭ୍ୟାନକୁ ଧକ୍କା ଦେଇଥିବା ନେଇ ଶନିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଏକ ଗାଡିରେ ନିଆଁ ଲାଗି ଯାଇଥିବା ନେଇ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ।

ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଟ୍ୟାଙ୍କର ସହ ଧକ୍କା ହେବା ପରେ ଗାଡିରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ପିକଅପ ଭ୍ୟାନରେ ନିଆଁ ଲାଗିବା ପରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରୁ ଟ୍ୟାଙ୍କର ଚାଳକ ଫେରାର ହୋଇ ଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଅପ୍ରତ୍ୟାଶିତ ବିରଳ ଅସ୍ତ୍ରୋପଚାର

COASTAL NEWS ODIA 1427

ଅପ୍ରତ୍ୟାଶିତ ବିରଳ ଅସ୍ତ୍ରୋପଚାର



ନ୍ୟୁୟର୍କ,୧୧।୧୧: ଭଞ୍ଜ ବିହାରୀ ମହାନ୍ତି - ଯୁକ୍ତରାଷ୍ଟ୍ର ଆମେରିକାର ମେଡିକାଲ ସର୍ଜନମାନଙ୍କର ଏକ ଟିମ କହିଛନ୍ତି ଯେ ସେମାନେ ଏକ ବିଲକ୍ଷଣ ଚିକିତ୍ସା ପ୍ରକ୍ରିୟାରେ ସମଗ୍ର ଆଖିର ପ୍ରଥମ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି। ଏହା ବିଶ୍ୱର ପ୍ରଥମ ଘଟଣା। ତଥାପି, ରୋଗୀ ପ୍ରକୃତରେ ତାଙ୍କର ଦୃଷ୍ଟିଶକ୍ତି ଫେରି ପାଇବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏକ ଅପ୍ରତ୍ୟାଶିତ ଅସ୍ତ୍ରୋପଚାରରେ, ଦାତାଙ୍କର ବା ଡୋନରଙ୍କର ମୁହଁର ଏକ ଅଂଶ ଏବଂ ସମଗ୍ର ବାମ ଆଖିକୁ କାଢି ଦିଆଗଲା ଏବଂ ପ୍ରାପ୍ତକର୍ତ୍ତା ବା ଯାହାଙ୍କ ପାଖରେ ପ୍ରତିରୋପଣ କରାଗଲା ତାଙ୍କୁ ଲଗାଇଦିଆଗଲା। ପ୍ରାପ୍ତକର୍ତ୍ତା ଜଣେ ୪୬ ବର୍ଷୀୟ ଲାଇନ କର୍ମଚାରୀ ଯିଏକି ଜୁନ ୨୦୨୧ରେ ଏକ ୭,୨୦୦ଭୋଲ୍ଟ ଇଲେକ୍ଟ୍ରିକ ସକ୍‌ରୁ ବଞ୍ଚିଗଲେ ଯେତେବେଳେ ତାଙ୍କ ଚେହେରା ଏକ ଜୀବନ୍ତ ତାରକୁ ଛୁଇଁଥିଲା।

ଏହି ଦୁର୍ଘଟଣାରେ ୪୬ ବର୍ଷର ଆରୋନ ଜେମ୍ସ ଗୁରୁତର ଆହତ ହୋଇଥିଲେ, ଯେପରିକି ତାଙ୍କ ବାମ ଆଖି, କୋଣ ଉପରେ ଥିବା ପ୍ରାଧାନ୍ୟ ବାମ ହାତ, ପୁରା ନାକ ଏବଂ ଓଠ, ଆଗ ଦାନ୍ତ, ବାମ ଗାଲର କିଛି ଅଂଶ ଏବଂ ଚିନା ହାଡ କ୍ଷତିଗ୍ରସ୍ତ ହୋଇଥିଲା।

ଡାକ୍ତରୀ ଦଳର ଡକ୍ଟର ଏଡୁଆର୍ଡୋ ରୋଡ୍ରିଗେଜ କହିଛନ୍ତି ଯେ ଆମେ ଏକ ବଡ଼ ସଫଳତା ହାସଲ କରିଛୁ। ସେ କହିଛନ୍ତି, ଡାକ୍ତରମାନେ ଦୀର୍ଘ ସମୟ ଧରି ଏହା କରିବାକୁ ଚାହୁଁଥିଲେ କିନ୍ତୁ ଏହା ସମ୍ଭବ ନୁହେଁ। ଡକ୍ଟର ରୋଡ୍ରିଗେଜ ଏକ ୨୧ ଘଣ୍ଟିଆ ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ ଯେଉଁଥିରେ ରୋଗୀ ନିର୍ଦ୍ଦିଷ୍ଟ ଥ୍ରୀ-ଡି କଟିଙ୍ଗ ଗାଇଡ ବ୍ୟବହାର କରାଯାଇଥିଲା।

ବସରେ ଭୟଙ୍କର ଅଗ୍ନିକାଣ୍ଡ ଓଡ଼ିଶାର ଜଣେ ମହିଳା ଜୀବନ୍ତ ଦଗ୍ଧ

COASTAL NEWS ODIA 1426

ବସରେ ଭୟଙ୍କର ଅଗ୍ନିକାଣ୍ଡ ଓଡ଼ିଶାର ଜଣେ ମହିଳା ଜୀବନ୍ତ ଦଗ୍ଧ 



ଖଡ଼ଗପୁର- ଭଞ୍ଜ ବିହାରୀ ମହାନ୍ତି - ଗତକାଲି ରାତିରେ ପଶ୍ଚିମବଙ୍ଗର ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁର ନିକଟରେ ଏକ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ଓଡ଼ିଶାର ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି।

ମୃତକଙ୍କ ନାଁ ପୁଷ୍ପାଞ୍ଜଳି ଦାସ । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁରେ । ତାଙ୍କ ସ୍ୱାମୀ କୋଲକତାରେ ଚାକିରି କରିଥିଲେ । ମହିଳାଜଣକ କୋଲକତାରେ ରହୁଥିବା ବେଳେ ଦୀପାବଳି ପାଇଁ ନିଜ ସ୍ୱାମୀ ଓ ପୁଅଙ୍କ ସହ ଘରକୁ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି।

ନିଆଁ ଲାଗିଥିବା ବସରେ ସମୁଦାୟ ୩୮ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡିଶାର ଥିବା ସୂଚନା ମିଳିଛି । କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ଜଣ ଯାତ୍ରୀ ଅଛନ୍ତି।

ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ଖଡପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ବସରେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ସୂଚନା ମିଳିପାରୁନାହିଁ। କିନ୍ତୁ ମିଳୁଥିବା ସୂଚନା ଅନୁଯାୟୀ, ଗାଡ଼ି ଭିତରେ ବାଣ, ମହମବତି ଥିଲା। ଇଞ୍ଜିନ ନିକଟରେ ପ୍ରଥମେ ନିଆଁ ଲାଗିଥିଲା। ପୁଷ୍ପାଞ୍ଜଳି ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର ତାହା ସମ୍ଭବ ହୋଇ ପାରି ନ ଥିଲା। ଗାଡ଼ିର ଡୋର ଲକ୍‌ ହୋଇ ଯାଇଥିଲା। ଫଳରେ ପ୍ରାଣ ବିକଳରେ ଯାତ୍ରୀମାନେ ଝରକା ଡେଇଁ ବାହାରକୁ ବାହାରିଥିଲେ l

ନିଆଁଲାଗି ଯାଇଥିବା ବସଟି ଗତକାଲି ରାତିରେ କୋଲକତାର ବାବୁଘାଟ ବସଷ୍ଟାଣ୍ଡାରୁ ପାରାଦୀପ ଆସୁଥିଲା । ଅଧାବାଟରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍ ।

ଖବର ପାଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ଆମ୍ବୁଲାନ୍ସ ସହ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା । ଜଳେଶ୍ୱର ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ଓଡିଶାର ଆହତ ମାନଙ୍କୁ ଏକ ସ୍ୱତନ୍ତ୍ର ବସରେ ଅଣାଯାଇଛି ।

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜେଲ୍‌ ଗଲେ ଦୁଇ ଶିକ୍ଷକ

COASTAL NEWS ODIA 2425

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜେଲ୍‌ ଗଲେ ଦୁଇ ଶିକ୍ଷକ



ନବରଙ୍ଗପୁର - ଭଞ୍ଜ ବିହାରୀ ମହାନ୍ତି - ଗୁରୁ ପରି ପବିତ୍ର ନାଁରେ ଲଗାଇଲେ କଳଙ୍କ। ଶିକ୍ଷକ ହୋଇ ଛାତ୍ରୀଙ୍କ ଉପରେ ପକାଇଲେ ଲୋଲୁପ ଦୃଷ୍ଟି । ଶେଷରେ ନିଜ କୃତକର୍ମର ଫଳ ସ୍ୱରପ ଜେଲ୍‌ ଗଲେ ଦୁଇ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜେଲ୍ ଗଲେ ଦୁଇ ଶିକ୍ଷକ । ଗିରଫ ଶିକ୍ଷକଦ୍ୱୟ ସେହି ସ୍କୁଲର ପ୍ରଧାନ ଶିକ୍ଷକ ସୁଚନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝୀ ।

କୁନ୍ଦେଇ ପୁଲିସ ସେମାନଙ୍କୁ ଗିରଫ କରିବା ପରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ପୋକ୍ସୋ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବା ପରେ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡ଼ିଛି।

ଏହି ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୁଲିସ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବା ସଂପୃକ୍ତ ନାବାଳିକା ପାଖକୁ ଯାଇ ପୁଲିସ ସମସ୍ତ ତଥ୍ୟ ସଂଗ୍ରହ କରିଛି।

ସୂଚନାଯୋଗ୍ୟ, କୁନ୍ଦେଇ ଥାନା ଅଞ୍ଚଳର ଏକ ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗତ ୭ ତାରିଖ ଦିନ ପ୍ରଧାନ ଶିକ୍ଷକ ସଚିତ୍ରନନ୍ଦନ ବିଶ୍ୱାସ ଏବଂ ସହକାରୀ ଶିକ୍ଷକ କେଶବ ମାଝୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସଂପୃକ୍ତ ଛାତ୍ରୀଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଦୁଇ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା ଚଳାଇଥିବା କୁନ୍ଦେଇ ଥାନା ପୁଲିସ୍‌ ଶେଷରେ ସେମାନଙ୍କୁ ଗିରଫ କରିଛି।

ଦର୍ପଣଗଡ଼ ଗ୍ରାମକୁ ଫେରିଛି ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି

COASTAL NEWS ODIA 1424

ଦର୍ପଣଗଡ଼ ଗ୍ରାମକୁ ଫେରିଛି ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି



ଚଣ୍ଡିଖୋଲ,୧୧ା୧୧: ଭଞ୍ଜ ବିହାରୀ ମହାନ୍ତି - ଦୀର୍ଘ ୨ ବର୍ଷ ୧୦ ମାସର ପ୍ରତୀକ୍ଷା ପରେ ଶୁକ୍ରବାର ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମକୁ ଫେରିଛି। ଏହାପରେ ଗ୍ରାମରେ ଆନନ୍ଦର ଲହରି ଖେଳିଯାଇଛି। 

ଗୁରୁବାର ଦିଲ୍ଲୀରେ ମା’ଙ୍କ ମୂର୍ତ୍ତିକୁ ହସ୍ତାନ୍ତର ପରେ ଯାଜପୁର ପୋଲିସ ଓ ଦର୍ପଣ ସରପଞ୍ଚଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ ମୂର୍ତ୍ତି ଧରି ଫେରିଛନ୍ତି। ସେମାନେ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ବଡ଼ଚଣା ଥାନାକୁ ଆସିଥିଲେ। ଥାନାରେ ପୋଲିସ ଗ୍ରାମବାସୀଙ୍କୁ ମୂର୍ତ୍ତି ହସ୍ତାନ୍ତର କରିଥିଲା। ପରେ ସେଠାରୁ ଏକ ଶୋଭାଯାତ୍ରାରେ ମା’ଙ୍କୁ ଦର୍ପଣ ଗ୍ରାମକୁ ନିଆଯାଇଥିଲା। 

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚୀନ୍ଦ୍ର କୁମାର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ପ୍ରମୁଖ ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କଠାରୁ ମୂର୍ତ୍ତିକୁ ଗ୍ରହଣ କରିଥିଲେ। ପରେ ସେଠାରୁ ବାଜା, ବାଣ ଓ ରୋଶଣି କରାଯାଇ ମୂର୍ତ୍ତି ଅଣାଯାଇଥିଲା। ଏଥିରେ ବହୁ କୀର୍ତ୍ତନମଣ୍ଡଳୀ ମଧ୍ୟ ସାମିଲ ହୋଇଥିଲେ। ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବିରାଟ ଶୋଭାଯାତ୍ରାରେ ମା’ଙ୍କ ମୂର୍ତ୍ତିକୁ ନେଇ ଗ୍ରାମ ପରିକ୍ରମା କରାଇ ମନ୍ଦିରକୁ ନେଇଥିଲେ।

ଜାନୁୟାରୀ ୧୦ରେ ଦର୍ପଣ ଗଡ଼ ଗ୍ରାମର ଗ୍ରାମଦେବତୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି ହୋଇଯାଇଥିଲା। ବହୁ ପ୍ରଚେଷ୍ଟା ସତ୍ତ୍ୱେ ବଡ଼ଚଣା ପୋଲିସ ମୂର୍ତ୍ତିଠାବ କରିବାରେ ବିଫଳ ହୋଇଥିଲା। ୨୦୨୨ ନଭେମ୍ବରରେ ମୂର୍ତ୍ତିଟି ଦିଲ୍ଲୀ ବିମାନ ବନ୍ଦରରେ ଧରା ପଡ଼ିଥିଲା। କଷ୍ଟମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଯାଜପୁର ପୋଲିସକୁ ସୂଚନା ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକ୍ରମେ ମୂର୍ତ୍ତି ଫେରିଥିବା ସୂଚନା ମିଳିଛି।

ନିଜ ଝିଅକୁ ବଳାତ୍କାର କଲେ ବାପା

COASTAL NEWS ODIA 1423

ନିଜ ଝିଅକୁ ବଳାତ୍କାର କଲେ ବାପା

 

ବାଲିମେଳା,୧୧ା୧୧ -ଭଞ୍ଜ ବିହାରୀ ମହାନ୍ତି - ମାଲକାନଗିରି ଜିଲା ବାଲିମେଳା ସହରରେ ଶୁକ୍ରବାର ଏକ ଲଜ୍ୟାଜନକ ଘଟଣା ଘଟିଛି। ବାପା ନିଜ ଝିଅକୁ ବଳାତ୍କାର କରିବା ପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ବାଲିମେଳା ଥାନା ଅଞ୍ଚଳର ଜଣେ ୪୦ ବର୍ଷିୟ ବାପା ଗତ ୫ ତାରିଖ ରାତିରେ ନିଜ ଝିଅକୁ ବଳାତ୍କାର କରିଥିଲେ। ହେଲେ ୮ ତାରିଖରେ ସେ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବାକୁ ଝିଅକୁ ଧମକଚମକ ଦେଇଥିଲେ। ନାବାଳିକା ଜଣକ ପଡ଼ୋଶୀଙ୍କୁ କହି ତାଙ୍କ ସହାୟତାରେ ଗୁରୁବାର ସନ୍ଧ୍ୟାରେ ଓରକେଲ ଥାନାରେ ଘଟଣା ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ।

ଏନେଇ ପୋଲିସ ଏକ ମାମଲା(ନଂ. ୩୯୫/୨୩) ରୁଜୁ କରି ଅଭିଯୁକ୍ତ ବାପାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଶୁକ୍ରବାର ଡାକ୍ତରୀମାଇନା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା। ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, ୮ ମାସ ତଳେ ପାଟିତୁଣ୍ଡ ହେବାରୁ ଅଭିଯୁକ୍ତଙ୍କ ସ୍ତ୍ରୀ ନିଜ ଛୋଟ ପୁଅକୁ ଧରି ବାପ ଘରକୁ ଚାଲି ଯାଇଛନ୍ତି। ତାଙ୍କର ଜଣେ ଝିଅ ବିବାହ କରିସାରିଥିବା ବେଳେ ୨ଜଣ ଝିଅ ଛାତ୍ରାବାସରେ ରହି ପଢୁଛନ୍ତି।

ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ

COASTAL NEWS ODIA 1422

ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ 



ବଲାଙ୍ଗୀର - ଭଞ୍ଜ ବିହାରୀ ମହାନ୍ତି - ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ଗିରଫ ହେଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ସୁଦର୍ଶନ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ ସୁଦର୍ଶନ ।

ଗତକାଲି ଗତକାଲି ବଲାଙ୍ଗୀର ଓ ପୁରୀରେ ତାଙ୍କର ଘର, ଅଫିସ ସମେତ ଏକକାଳୀନ ୬ ଜାଗାରେ ରେଡ କରିଥିଲା ଭିଜିଲାନ୍ସ ଟିମ୍ । ୨ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । ଚଢାଉ ବେଳେ ସୁଦର୍ଶନଙ୍କ ସମ୍ପତ୍ତି ଦେଖି ଭିଜିଲାନସ ଆଖି ଟେରା।ଯେଉଁଥିରେ ରହିଛି ୨୮ଟି ପ୍ଲଟ୍ । 

ଭୁବନେଶ୍ବର, ଗୋପ, ପିପିଲି ଓ ସତ୍ୟବାଦୀରେ ଏସବୁ ପ୍ଲଟ ରହିଛି । ସେହିପରି ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ୩ଟି ବହୁତଳ କୋଠା ରହିଛି । ସାକ୍ଷୀଗୋପାଳ ବ୍ଲକ ଛକରେ ରହିଛି ୩ ମହଲା କୋଠା । ସତ୍ଯବାଦୀ ଶ୍ରୀରାମଚନ୍ଦ୍ରପୁରରେ ଦୁଇ ମହଲା ଘର ଓ ଗୋପ ସୋରିଷପଦାରେ ଗୋଟିଏ ଘର ରହିଛି । ସେହିପରି ରେଡ୍ ବେଳେ ୨୫୦ ଗ୍ରାମ୍ ସୁନାଗହଣା ଓ ୩ଟି ଦାମୀ କାର୍ ଠାବ ହୋଇଛି ।

ପୁରୀ ରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନ

COASTAL NEWS ODIA 1421

ପୁରୀ ରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନ



ପୁରୀ  : ଭଞ୍ଜ ବିହାରୀ ମହାନ୍ତି - ଆଜି ଭୋରରୁ ପୁରୀ ଗସ୍ତ କରି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ସମୟସୀମା ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀ ବିଭିନ୍ନ ଦ୍ୱାରରେ ଲାଗିବାକୁ ଥିବା ନାମ ଫଳକ ଓ ଭିନ୍ନ ଭିନ୍ନ ରଙ୍ଗର ସାଇନେଜ ବ୍ୟବସ୍ଥା ସମ୍ପର୍କରେ 5T ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି।

ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟ କାରଣ ନେଇ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବ ସହିତ ସ୍ବତନ୍ତ୍ର ଆଲୋକୀକରଣ ନେଇ ପଦକ୍ଷେପ ଉପରେ ମଧ୍ୟ ପାଣ୍ଡିଆନ ଅବଗତ ହୋଇଥିଲେ। ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ 5ଟି ଅଧ୍ୟକ୍ଷ ନେଇ ଥିବାବେଳେ ପ୍ରକଳ୍ପ କାର୍ଯ୍ୟ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି ।

ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଜିଲ୍ଲାପାଳ,ପୁରୀ ଏସପିଙ୍କ ସମେତ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଦିନକୁ ଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଶ୍ରୀମନ୍ଦିରରେ ବଢୁଥିବା ବେଳେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ କିପରି ହୋଇପାରିବ ତାହା ଉପରେ ସ୍ୱତନ୍ତ୍ର ମ୍ୟାପ ପ୍ରସ୍ତୁତ କରାଯାଇ ପଦକ୍ଷେପ ନିଆଯିବାକୁ 5ଟି ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି ।

ଆସନ୍ତା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି

COASTAL NEWS ODIA 1420

ଆସନ୍ତା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି 



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଆସୁଛି ଲଘୁଚାପ । ଆସନ୍ତା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇପାରେ ସମ୍ଭାବ୍ୟ ଲଘୁଚାପ ।

ଏପଟେ ରାଜ୍ୟରେ ୧୫ରୁ ବଡ଼ ବର୍ଷା ସମ୍ଭାବନା ନେଇ କିଛି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ୧୬ ତାରିଖ ରାତିରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ଏବେ ଶୀତ ବଢ଼ିଛି । ଆସନ୍ତା ୧୪ ଯାଏ ପାଗ ଶୁଖିଲା ରହିବ ।

ଏପଟେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲାସଙ୍କ ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଟ୍ରିପକାଲ ଡେଭଲପମେଣ୍ଟର ସମ୍ଭାବନା ରହିଛି । ପୂର୍ବ ଭାରତରୁ ବାଙ୍ଗଲାଦେଶ ଯାଏ ଏହାର ପ୍ରଭାବ ପଡ଼ିପାରେ । .


ପାସପୋର୍ଟ ଜାରି କରିପାରୁନି ପାକିସ୍ତାନ

COASTAL NEWS ODIA 1419

ପାସପୋର୍ଟ ଜାରି କରିପାରୁନି ପାକିସ୍ତାନ




ଇସଲାମାବାଦ, ୧୦/୧୧: (CNO) ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଲାମିନେସନ ପେପର ଅଭାବ ଥିବାରୁ  ନୂଆ ପାସପୋର୍ଟ ଜାରି କରିପାରୁନାହିଁ। ଫଳରେ ପାଠପଢ଼ା, ଚାକିରି, ଭ୍ରମଣ ଆଦି ପାଇଁ ବିଦେଶ ଯିବାକୁ ଚାହୁଥିବା ପାକିସ୍ତାନ ନାଗରିକଙ୍କ ଯୋଜନା ପ୍ରଭାବିତ ହୋଇଛି । ଏହି ସଙ୍କଟ ଶୀଘ୍ର ସମାଧାନ କରିବା ଦିଗରେ ପାକିସ୍ତାନ ସରକାର କାମ କରୁଛନ୍ତି | 

ପାସପୋର୍ଟ ଲାଗି ପାକିସ୍ତାନ ଲାମିନେସନ କାଗଜ ଫ୍ରାନ୍ସରୁ ମଗାଉଥିଲା। ପାକିସ୍ତାନରେ ପାସପୋର୍ଟ ଜାରି କରିବା କାର୍ଯ୍ୟ ପ୍ରଭାବିତ ହେବାର ଏହା ନୂଆ ଘଟଣା ନୁହେଁ । ଆର୍ଥିକ ସମସ୍ୟା ଲାଗି ୨୦୧୩ରେ ମଧ୍ୟ ସେଭଳି ଘଟିଥିଲା। ପାକିସ୍ତାନର ଯେଉଁ କିଛି ଆଞ୍ଚଳିକ କାର୍ଯ୍ୟାଳୟରେ ଦୈନିକ ୩୦୦୦-୪୦୦୦ ପାସ୍ପୋର୍ଟର ପ୍ରକ୍ରିୟାକରଣ ହେଉଥିଲା, ଏବେ ସେହି ସଂଖ୍ୟା ୧୦-୧୨କୁ ହ୍ରାସ ପାଇଛି । ସ୍ଥିତିରେ କେବେ ସୁଧାର ହେବ ତାହା ଏବେବି ଅନିଶ୍ଚିତ ରହିଛି। 

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ବିଦେଶୀ ମୁଦ୍ରାର ଅଭାବ ରହିଛି ଯେଉଁଥିପାଇଁ ଆମଦାନି ପ୍ରଭାବିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ଏହା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ଠାରୁ ପାଣ୍ଠି ଆଣିବାରେ ସଫଳ ହୋଇଛି। କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି l

ISLAMIC REPUBLIC OF
PAKISTAN
- tenth
اسلامی جمہوریہ پاکستان
PASSPORT ==

କୋର୍ଟ ପରିସରରେ ସଂଜୟ ସିଂହଙ୍କ ବଡ଼ ବୟାନ

COASTAL NEWS ODIA 1418

କୋର୍ଟ ପରିସରରେ ସଂଜୟ ସିଂହଙ୍କ ବଡ଼ ବୟାନ 



ନୂଆଦିଲ୍ଲୀ, ୧୦/୧୧: (CNO) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ କିଛି ବଡ଼ ଘଟଣା ଘଟିବ ବୋଲି ଆମ୍ ଆଦ୍‌ମୀ ପାର୍ଟି ନେତା ସଂଜୟ ସିଂହ ଆଜି ଦିଲ୍ଲୀର ଏକ ଅଦାଲତ ପରିସରରେ ଦାବି କରିଛନ୍ତି।

ଅବକାରୀ ଦୁର୍ନୀତି ମାମଲାରେ ଆଜି କୋର୍ଟରେ ହାଜର ହେବା ବେଳେ ଗଣମାଧ୍ୟମକୁ ସିଂହ କହିଥିଲେ ଯେ କେଜ୍ରିୱାଲ କେବଳ ଗିରଫ ହେବେନାହିଁ, ତାଙ୍କ ବିରୋଧରେ କିଛି ବଡ଼ ଅଘଟଣ ଘଟିବ ଏବଂ ଏବଂ ଏଥିପାଇଁ ଷଡ଼ଯନ୍ତ୍ର ଚାଲିଛି। ଅନ୍ୟପକ୍ଷରେ ଅବକାରୀ ଦୁର୍ନୀତି ମାମଲାରେ ସଂଜୟ ସିଂହଙ୍କୁ ଆଜି ପୁଣି କୋର୍ଟରେ ଝଟ୍‌କା ଲାଗିଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସଞ୍ଜୟ ସିଂହଙ୍କ ଜେଲ ହାଜତ ମିଆଦ ବଢ଼ାଇଛନ୍ତି। ଆପ୍ ସାଂସଦଙ୍କୁ ୨୪ ନଭେମ୍ବର ପର୍ଯ୍ୟନ୍ତ ତିହାର
ଜେଲ୍ ପଠାଯାଇଛି। 

ଏହା ସହିତ ପଂଜାବର ଅମୃତସର କୋର୍ଟରେ ମାନହାନି ମାମଲାରେ ମଧ୍ୟ ସଂଜୟ ସିଂହଙ୍କ ୱାରେଣ୍ଟ ଆଜି ଦାଖଲ କରାଯାଇଥିଲା। କୋର୍ଟ ଓ୍ବାରେଣ୍ଟକୁ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ଅମୃତସର କୋର୍ଟରେ ହାଜର ହେବାକୁ ଅନୁମତି ଦେଇଛନ୍ତି। ସଂଜୟ ସିଂହଙ୍କୁ ୪ ଅକ୍ଟୋବରରେ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା ।

ଆଜିର ରାଶିଫଳ

COASTAL NEWS ODIA 1417

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୧୧ ତାରିଖ ୨୦୨୩ ମସିହା(ଶନିବାର)*
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*



        *✧═════•❁❀❁•═════✧*
*🌹ମେଷ🌹👉ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରିବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାଇବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ।*  
*✧═════•❁❀❁•═════✧*  

*🌹ବୃଷ🌹👉ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ  ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।* 

*✧═════•❁❀❁•═════✧*  
*🌹ମିଥୁନ🌹👉ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟସତ୍ୟ କହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।* 
*✧═════•❁❀❁•═════✧*  
*🌹କର୍କଟ 🌹👉ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।*

*✧═════•❁❀❁•═════✧*  
*🌹ସିଂହ🌹👉ବିଭିନ୍ନ ପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ।  ସମସ୍ୟା ସରଳ ସମାଧାନ କରିବାରେ ସଫଳ ହେବେ।*

*✧═════•❁❀❁•═════✧*  
*🌹କନ୍ୟା🌹👉ଆଜି ଦିନଟିରେ ଯାହା କିଛି ପାଇବାର ଆଶା କରିବେ ତାହା ପୂରଣ ହୋଇପାରିବ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିର କଥା ମନକୁ ବାଧିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖାଦେଇପାରେ।*
*✧═════•❁❀❁•═════✧*  

*🌹ତୁଳା🌹👉ସାମାନ୍ୟ ପ୍ରତିବନ୍ଧକ ମଧ୍ୟରେ  ବନ୍ଧୁଙ୍କ ନିକଟରୁ ଆସାକରିଥିବା  ଅର୍ଥପ୍ରାପ୍ତି ହେବ। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।*

*✧═════•❁❀❁•═════✧*  
*🌹ବିଛା🌹👉ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ନିଜ ପରିବାରର ସଦସ୍ୟମାନଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।*

*✧═════•❁❀❁•═════✧*  
*🌹ଧନୁ🌹👉କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।ଅଫିସରେ  ସହକର୍ମୀ ମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।*
*✧═════•❁❀❁•═════✧*  

*🌹ମକର🌹👉ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନ ହାନି ଘଟିପାରେ।ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ ।* 

*✧═════•❁❀❁•═════✧*  
*🌹କୁମ୍ଭ🌹👉ଆଜି ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ବେଶି ବାଧିବ।*

*✧═════•❁❀❁•═════✧*  
*🌹ମୀନ🌹👉ଆଜି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରିବେ।*
*✧═════•❁❀❁•═════✧*

ୟୁପିରେ 'ଦେଶୀ ମଦ ସମ୍ମୁଖରେ ବିଦେଶୀ ମଦ ବିଫଳ

COASTAL NEWS ODIA 1416

ୟୁପିରେ 'ଦେଶୀ ମଦ ସମ୍ମୁଖରେ ବିଦେଶୀ ମଦ ବିଫଳ  




ଉତ୍ତରପ୍ରଦେଶ - (CNO) ଉତ୍ତରପ୍ରଦେଶର ପ୍ରତ୍ୟେକ ଜିଲ୍ଲାରେ ମଦପ୍ରେମୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।  ବର୍ତ୍ତମାନ ଦେଶର ବୃହତ୍ତମ ରାଜ୍ୟରେ ସର୍ବାଧିକ ମଦ୍ୟପାନ କରାଯାଉଛି।  ୟୁପି ଏକ୍ସାଇଜ୍ ବିଭାଗର ସର୍ବଶେଷ ଆକଳନରୁ ଜଣାପଡିଛି ଯେ ଗୋଟିଏ ବର୍ଷରେ ରାଜ୍ୟରେ 77 କୋଟି ଲିଟର ଦେଶ ମଦ ବିକ୍ରି ହେଉଛି।  ଏହାର ଅର୍ଥ ହେଉଛି ଯେ ରାଜ୍ୟବାସୀ ପ୍ରତିବର୍ଷ 77 କୋଟି ଲିଟର ଦେଶୀ ମଦ ପିଉଛନ୍ତି। କୌତୁହଳର ବିଷୟ ହେଉଛି ଲୋକମାନେ ଇଂରାଜୀ ମଦ ବଦଳରେ ଅଧିକ ଦେଶୀ ମଦ ପିଉଛନ୍ତି।

ଉତ୍ତରପ୍ରଦେଶ ଏକ୍ସାଇଜ୍ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଉତ୍ତରପ୍ରଦେଶର ଲୋକମାନେ ଗୋଟିଏ ବର୍ଷରେ 77 କୋଟି ଲିଟର ଦେଶୀ ମଦ ପିଉଛନ୍ତି, କିନ୍ତୁ ୟୁପିରେ ଗୋଟିଏ ବର୍ଷରେ 27 କୋଟି ଲିଟର ଇଂରାଜୀ ମଦ ବିକ୍ରି ହେଉଛି |  ଏହାର ଅର୍ଥ ସ୍ପଷ୍ଟ ଯେ ଲୋକମାନେ କେବଳ 27 କୋଟି ଲିଟର ଇଂରାଜୀ ମଦ ପିଉଛନ୍ତି ଏବଂ 77 କୋଟି ଲିଟର ଦେଶୀ ମଦ ଖାଉଛନ୍ତି।  ଏହାର ଅର୍ଥ ହେଉଛି ଉତ୍ତରପ୍ରଦେଶରେ ଦେଶୀ ମଦ ମୁଣ୍ଡ ପିଛା ବର୍ଷକୁ 3.20 ଲିଟର |

ଉତ୍ତରପ୍ରଦେଶ ଏକ୍ସାଇଜ୍ ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଇଂରାଜୀ ମଦ ଦୋକାନ ଅପେକ୍ଷା ଉତ୍ତରପ୍ରଦେଶରେ ଅଧିକ ଦେଶ ମଦ ଦୋକାନ ଅଛି |  ଉତ୍ତରପ୍ରଦେଶରେ 15,730 ଦେଶ ମଦ ଦୋକାନ ଥିବାବେଳେ 6,346 ଇଂରାଜୀ ମଦ ଦୋକାନ ଅଛି |  ସେଠାରେ 5,654 ବିୟର ଦୋକାନ ଅଛି ଏବଂ ଯଦି ଆମେ ମଡେଲ ଦୋକାନ ବିଷୟରେ କଥା ହେଉ, ତେବେ ସେମାନଙ୍କ ସଂଖ୍ୟା ହେଉଛି 434. ବର୍ତ୍ତମାନ ଉତ୍ତରପ୍ରଦେଶରେ ଏହି ଅନେକ ମଦ ଦୋକାନ କାର୍ଯ୍ୟ କରୁଛି |


ଉତ୍ତରପ୍ରଦେଶରେ ପ୍ରତିବର୍ଷ 70 କୋଟି ବିୟର କ୍ୟାନ୍ ଖିଆଯାଏ |  ଏହାର ଅର୍ଥ ହେଉଛି ଉତ୍ତରପ୍ରଦେଶର ଲୋକମାନେ ଗୋଟିଏ ବର୍ଷ ମଧ୍ୟରେ 70 କୋଟି ବିୟର କ୍ୟାନ୍ ଖାଲି କରୁଛନ୍ତି।  ଯଦି ଆମେ ସଂପୂର୍ଣ୍ଣ ଆକଳନକୁ ଦେଖିବା, ତେବେ ଉତ୍ତରପ୍ରଦେଶର ଜନସଂଖ୍ୟାକୁ ପ୍ରାୟ 24 ରୁ 25 କୋଟି ବୋଲି ବିଚାର କଲେ, ୟୁପିର ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବର୍ଷରେ ହାରାହାରି 2.91 ଲିଟର ବିୟର ପିଇଥା’ନ୍ତି |

Friday, November 10, 2023

*ଖବର ଆଜିର*

COASTAL NEWS ODIA 1415

:*ଖବର ଆଜିର*

*ତାରିଖ ୧୦/୧୧/୨୩, ଶୁକ୍ରବାର*


*୧-ବାଣକୁ ନେଇ ତୁଟୁନି ଦ୍ୱନ୍ଦ୍ୱ, ଗ୍ରାହକ ଓ ବ୍ୟବସାୟୀଙ୍କ ଦ୍ୱନ୍ଦ୍ୱ ବଢ଼ାଉଛି କଟକଣା ଓ ଲାଇସେନ୍ସ।*

*୨-ଆଜି ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବ୍ଲକ ସ୍ତରୀୟ ମାସିକ ବୈଠକ, ବିଦ୍ୟାଳୟର ଶୈକ୍ଷିକ ବିକାଶ ଉପରେ ହେବ ଆଲୋଚନା।*

*୩-ମିଲେଟ୍ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ।*

*୪-ସମଲେଇ ପ୍ରକଳ୍ପ ସମୀକ୍ଷା କଲେ  ପାଣ୍ଡିଆନ, ଡିସେମ୍ବର ୩୧ ସୁଦ୍ଧା କାମ ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ।*

*୫-ଜୋର ଧରିଲା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି, କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ ଆରମ୍ଭ।*

*୬-କେନ୍ଦ୍ରାପଡ଼ାରେ ବାଣ ଗୋଦାମରେ ଚଢଉ, ଲକ୍ଷାଧିକ ଟଙ୍କାର ବାଣ ଜବତ।*

*୭-ବ୍ରହ୍ମପୁରରେ ନକଲି ଘିଅ ତିଆରି ୟୁନିଟ ଠାବ, ଅଭିଯୁକ୍ତ ଗିରଫ।*

*୮-ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହି ପଞ୍ଚାୟତ:ଶିକ୍ଷକଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା,  ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା।*

*୯-ଖୋଲୁଛି ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ସମ୍ପତ୍ତି ପେଡି, ପୁରୀର ପ୍ରାଇମ୍ ଲୋକେସନରେ ରହିଛି ୧୬ଟି ପ୍ଲଟ୍।*

*୧୦-ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ଏହାର ପ୍ରଯୋଜିକା ସନଲିସା।*

*୧୧-ଯାଜପୁର ସଦର ଥାନା ବରୁହାଁ ଛକ:ବାଇକ-ଟ୍ୟାଙ୍କର ଧକ୍କାରେ ୨ ମୃତ; ଜଣେ ଗର୍ଭବତୀ ଗୁରୁତର।*

*୧୨-ରାଜଧାନୀର ଆପାର୍ଟମେଣ୍ଟରେ ଅପରାଧୀଙ୍କ ଉପଦ୍ରବ, ଘରେ ପଶି ବେଧଡକ କଳାକନା ବୁଲାଉଛନ୍ତି ଲୁଟେରା।*

*୧୩-ବିହାରର ଐତିହାସିକ ନିଷ୍ପତ୍ତି; ଜାତିଗତ ସଂରକ୍ଷଣ ସୀମା ୬୫%କୁ ବୃଦ୍ଧି।*

*୧୪-ଦୁବାଇ ଏୟାର ଶୋରେ ଶକ୍ତି ପ୍ରଦର୍ଶନ କରିବ ଯୁଦ୍ଧ ବିମାନ ତେଜସ୍‌‌ ଓ ଧ୍ରୁବ ହେଲିକପ୍ଟର।*

*୧୫-ଭାରତରେ ୨୦୨୬ ସୁଦ୍ଧା ଆରମ୍ଭ ହୋଇପାରେ E-Air Taxis ସର୍ଭିସ୍,୯୦ କି.ମି ଯାତ୍ରାକୁ ଲାଗିବ ୭ ମିନିଟ୍‌।*

*୧୬-ନୂଆ ଦିଲ୍ଲୀ:ଦେଶରେ ନେତାଙ୍କ ବିରୋଧରେ ରହିଛି ୫୧୭୫ଟି ମାମଲା, ଶୀଘ୍ର ରାୟ ଶୁଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ।*

*୧୭-ସୁପ୍ରିମକୋର୍ଟର ସମସ୍ତ ୩୪ଟି ପଦ ପୂରଣ, ଶପଥ ନେଲେ ୩ ବିଚାରପତି।*

*୧୮-ବିଶ୍ବକପ : ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ୫ ୱିକେଟରେ ନ୍ୟୁଜିଲାଣ୍ଡ ବିଜୟୀ।*

*୧୯-ଅରୁଣାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୧।*


ଆଜିର ଶୀର୍ଷ ଖବର

COASTAL NEWS ODIA 1414

* ଆଜିର ଶୀର୍ଷ ଖବର *



ଭୁବନେଶ୍ବର - (CNO) ପାକିସ୍ତାନ 80 ଜଣ ଜେଲରେ ଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି, ଭାରତରେ ପରିବାର ସହିତ ଦିୱାଲୀ ପାଳନ କରିବେ |

ଇଣ୍ଡିଆ ଦ୍ରୁତ ଗତିରେ ଅଗ୍ରଗତି କରୁଛି, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି

ସଂସଦର ଶେଷ ଅଧିବେଶନ ଡିସେମ୍ବର 4 ରୁ ଆରମ୍ଭ ହେବ, 19 ଦିନରେ 15 ଟି ବୈଠକ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ସଂସଦରୁ ମାହୁଆ ମିତ୍ରଙ୍କ ବିଦାୟ ନିଷ୍ପତ୍ତି ହୋଇଛି!  ନୈତିକ କମିଟି ରିପୋର୍ଟରେ 6 ଜଣ ସାଂସଦଙ୍କ ସମର୍ଥନ ମିଳିଥିଲା

ସର୍ବୋଚ୍ଚ ନ୍ୟାୟାଳୟ 3 ନୂତନ ବିଚାରପତି ନିଯୁକ୍ତ , କେନ୍ଦ୍ର ଆଜି ନିଜେ କଲେଜିୟମର ସୁପାରିଶକୁ ଅନୁମୋଦନ କରିଛି |

ବିହାରରେ 75 ପ୍ରତିଶତ ସଂରକ୍ଷଣ ପାଇଁ ରାସ୍ତା ସଫା ହୋଇଛି, ବିଧାନସଭା ସିଏମ ନୀତୀଶଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି

ଅଳିଆ ଉଠାଉଥିବା ବ୍ୟକ୍ତିଙ୍କୁ 30 ଲକ୍ଷ ଆମେରିକୀୟ ଡଲାର ମିଳିଛି: ଅଳିଆ ଆବର୍ଜନାରେ ପଡ଼ିଥିବା ବ୍ୟାଗରୁ ଜାତିସଂଘର ସିଲ୍ ଥିବା ଚିଠି ମଧ୍ୟ ପୋଲିସକୁ ହସ୍ତାନ୍ତର କରାଯାଇଛି।

19 ନଭେମ୍ବରରେ ପନ୍ନୁଙ୍କ ଧମକକୁ ନେଇ ଖଲିସ୍ତାନ ସମର୍ଥକ WSO ର ଟେନସନ ମଧ୍ୟ ବୃଦ୍ଧି ପାଇଛି, କାନାଡା ସରକାରଙ୍କୁ ପଦକ୍ଷେପ ନେବାକୁ ପଡିବ |

ଦୁଇ ଦିନ କୃତ୍ରିମ ବର୍ଷା ପାଇଁ ଦିଲ୍ଲୀ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ, ସରକାର ଏକ ମେଗା ଯୋଜନା ପ୍ରସ୍ତୁତ କରିଛନ୍ତି।

ଇସ୍ରାଏଲ୍ ହାମାସ୍ ଯୁଦ୍ଧ: ଇସ୍ରାଏଲ୍ ବନ୍ଧକମାନଙ୍କୁ ତୁରନ୍ତ ସର୍ତ୍ତମୂଳକ ମୁକ୍ତ କରିବା ଦ୍ୱାରା ଏହି ବିବାଦର ସମାଧାନ ହେବ l ଏହି ବିବାଦରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି।

ଇଣ୍ଡିଆ-ଆମେରିକା ଆଲୋଚନା : ଆମେରିକାର ବୈଦେଶିକ ସଚିବ ବ୍ଲିଙ୍କେନ୍ ଦିଲ୍ଲୀରେ ପହଞ୍ଚିଛନ୍ତି, ଯାହା ଆଜି ଭାରତ ଏବଂ ଆମେରିକା ମଧ୍ୟରେ ବୈଦେଶିକ ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

ମୋ ସରକାର ଗରିବଙ୍କ ପାଇଁ କୋଟି କୋଟି ପକ୍କା ଘର ନିର୍ମାଣ କରିଥିଲେ, କିନ୍ତୁ ମୁଁ ନିଜ ପାଇଁ ନିର୍ମାଣ କରି ନାହିଁ - ପିଏମ ମୋଦୀ

 '' ଯାହା ବି ହେଉ , ଦେଶରେ ଜନଗଣନା କରାଯିବ ': ରାହୁଲ ଗାନ୍ଧୀ

CWC 23: ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ 5 ୱିକେଟରେ ପରାସ୍ତ କରିଛି, ସେମିଫାଇନାଲରେ ପାକିସ୍ତାନର ରାସ୍ତା କଷ୍ଟକର ହୋଇପଡିଛି |

କତାରରେ 9 ଜଣ ପୂର୍ବତନ ନାବିକଙ୍କ ଦଣ୍ଡ ଉପରେ ଇଣ୍ଡିଆ ଆବେଦନ କରିଥିଲା, ବୈଦେଶିକ ମନ୍ତ୍ରଣାଳୟ ଏହା ଏକ  ମହତ୍ତ୍ୱପୂର୍ଣ୍ଣ ଅବଦାନ

2026 ସୁଦ୍ଧା ଭାରତରେ ଏୟାର-ଟ୍ୟାକ୍ସି ସେବା ଆରମ୍ଭ ହୋଇପାରେ, 7 ମିନିଟରେ 90 ମିନିଟର ଯାତ୍ରା ଶେଷ ହେବ |

Thursday, November 9, 2023

ଆଜିର ରାଶିଫଳ

COASTAL NEWS ODIA

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ନଭେମ୍ବର ମାସ ୧୦ ତାରିଖ ୨୦୨୩ ମସିହା(ଶୁକ୍ରବାର)*

*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*



*🌹ମେଷ🌹👉ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।*
*✧═════•❁❀❁•═════✧*
*🌹ବୃଷ🌹👉ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।* 

*✧═════•❁❀❁•═════✧*
*🌹ମିଥୁନ🌹👉ଆଜି  ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।  ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।*

*✧═════•❁❀❁•═════✧*
*🌹କର୍କଟ🌹👉ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।* 
*✧═════•❁❀❁•═════✧*
*🌹ସିଂହ 🌹👉ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ  ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ*, 

*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।* 
*✧═════•❁❀❁•═════✧*
*🌹ତୁଳା🌹👉ଆଜି ପରିବାରରେ  ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।*

*✧═════•❁❀❁•═════✧*
*🌹ବିଛା🌹👉କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।*

*✧═════•❁❀❁•═════✧*
*🌹ଧନୁ🌹👉ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।*

*✧═════•❁❀❁•═════✧*
*🌹ମକର🌹👉ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।*
*✧═════•❁❀❁•═════✧*

*🌹କୁମ୍ଭ🌹👉ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।*
*✧═════•❁❀❁•═════✧*

*🌹ମୀନ🌹👉କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।*
*✧═════•❁❀❁•═════✧*

ଭୁବନ ରେ ଅବକାରୀ ବିଭାଗର ଚଢଉ

COASTAL NEWS ODIA 1412

ଭୁବନ ରେ ଅବକାରୀ ବିଭାଗର ଚଢଉ 



ଢେଙ୍କାନାଳ - (CNO) ଜିଲ୍ଳାକୁ  ନିଶାମୁକ୍ତ କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକ  ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରି ୫ ଜଣ ବ୍ୟକ୍ତି ଙ୍କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ୨୦୦ ଲିଟର ଦେଶୀ ମଦ ସମେତ ବିପୁଳ ପରିମାଣ ର ବିଦେଶୀ ମଦ ଜବତ କରାଯାଇଛି ।


ଜିଲ୍ଲା ଅବକାରୀ ଇନିସ୍ପେକ୍ଟର ଏବଂ ସମ୍ବଲପୁର ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ଭୁବନ ସୁଣ୍ଡି ସାହି ର ରାମ ଚନ୍ଦ୍ର ଜେନା ଙ୍କ ନିକଟରୁ ୧୪ ଲିଟର, ରଞ୍ଜିତ ପତ୍ର ଙ୍କ ନିକଟରୁ ୧୫ ଲିଟର,ନନ୍ଦ ବେହେରା ଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଢେ଼ଙ୍କାନାଳ ଜିଲ୍ଲା ଇନ୍ଦିପୁର ଆନନ୍ଦ ନାଥ ଙ୍କ ନିକଟରୁ ୨୦.୩୮୫ ଲିଟର ବିଦେଶୀ ମଦ ଓ ୪୧.୧୪୫ ଲିଟର ବିଅର ଜବତ କରାଯାଇଛି । ସେହିପରି ତଳଗଡ ର ନିର୍ମଳ ବିଶ୍ବାଳ ଙ୍କ ନିକଟରୁ ୧୨.୧୪୦ ଲିଟର ବିଦେଶୀ ମଦ ଜବତ କରାଯିବା ସହ ସେମାନଙ୍କୁ ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ଗିରଫ କରାଯାଇ ଜେଲ କୁ ପଠା ଯାଇଛି । 

ଅବକାରୀ ଏସ ଆଇ ସୌରଭ ମିଶ୍ର, ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ ଙ୍କ ନେତୃତ୍ୱ ରେ କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ । ଏହି ଚଢାଉ ରେ ନିଶା ମାଫିଆ ଙ୍କ ନିଦ ହଜିଯାଇଛି l

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...