AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି: ୪% ବଢି ପାରେ ଡି ଏ ,ପିଛିଲା ଭାବେ ହେବ ଲାଗୁ

COASTAL NEWS Odia 790

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି:

 ୪% ବଢିଲା ଡି ଏ ପିଛିଲା ଭାବେ  ଲାଗୁ ହେବ 



ଦଶହରା ପୂର୍ବରୁ ହିଁ ବକେୟା ରାଶି ପ୍ରଦାନ କରାଯିବକୁ ଘୋଷଣା କରିଛନ୍ତି ସରକାର।

ନୁଆଦିଲ୍ଲୀ - କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡି ଏ ) ବୃଦ୍ଧିକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ସରକାର ଖୁବଶୀଘ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତୁତି ଶେଷ କରିଥିବା ବେଳେ କେବଳ ଘୋଷଣା ବାକି ରହିଛି । ଶୁଣିବାକୁ ମିଳୁଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ତିନି କିମ୍ବା ୪ ପ୍ରତିଶତ ବୃଦ୍ଧି କରାଯାଇପାରେ। ଏହା ସହିତ ବର୍ଦ୍ଧିତ ଟଙ୍କା ପିଛିଲା ଭାବେ ଲାଗୁ କରାଯିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ତେବେ ଏହା ପୂର୍ବରୁ ରାଜ୍ୟ ସରକାରମାନେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବା ଆରମ୍ଭ କରିଛନ୍ତି।


କେନ୍ଦ୍ର ସରକାର ଡିଅରନେସ୍ ଆଲୋଏନ୍ସ (ଡି ଏ ) ବୃଦ୍ଧି କରିବାକୁ ନେଇ ଯୋଜନା କରୁଥିବା ବେଳେ ସିକ୍କିମ୍ ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସିକ୍କିମ୍ ସରକାର । କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂହ ତମାଙ୍ଗ।


ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇବା ପରେ ଏବେ ସେମାନଙ୍କୁ ମୋଟ ୪୨% DA ମିଳିବ । ପୂର୍ବରୁ ତାହା ୩୮ପ୍ରତିଶତ ଥିଲା । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଲାଗୁ କରିବାକୁ ଘୋଷଣା କରିଛନ୍ତି ସିକ୍କିମ୍ ସରକାର। ଆସନ୍ତା ଦଶହରା ପୂର୍ବରୁ ହିଁ ବକେୟା ରାଶି ପ୍ରଦାନ କରାଯିବ । ଅର୍ଥାତ୍ ଦଶହରା ପୂର୍ବରୁ ହିଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ DA ଏରିଅର ମିଳିଯିବ।

ମାଛ ଖାଇ ମହିଳା ହରାଇଲେ ଗୋଡ଼ ଓ ହାତ

COASTAL NEWS Odia 789
ମାଛ ଖାଇ ମହିଳା ହରାଇଲେ ଗୋଡ଼ ଓ ହାତ



କାର୍ଲିଫୋର୍ଣ୍ଣିଆ - (ରିପୋର୍ଟ୍  ଭଞ୍ଜ ବିହାରୀ ମହାନ୍ତି) ଆପଣ ମାଛ ଖାଇବାକୁ ଭଲ ପାଉଛନ୍ତି କି ତେବେ ସାବଧାନ । ମାଛ ଖାଇଲେ ହରାଇବେ ଶରୀରର ଅଙ୍ଗ । ଜଣେ ମହିଳା ମାଛ ଖାଇ ନିଜ ଗୋଡ଼ ଓ ହାତ ହରାଇଛନ୍ତି । ଆପଣଙ୍କୁ କଥା ଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏଭଳି କିଛି ସତରେ ଘଟିଛି । ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ହାତ ଓ ଗୋଡ଼ କଟାଯାଇଛି ।

ମାଛରୁ ଓମେଗା-୩ ଫ୍ୟାଟି ଏସିଡ ଏବଂ ଡିଏଚଏ ଠାରୁ ଆରମ୍ଭ କରି ଭିଟାମିନ ଡି ମିଳିଥାଏ ବୋଲି ଆପଣ ଜାଣିଥିବେ । କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଏଭଳି ଏକ ଭୟଙ୍କର ମାମଲା ଜାଣିଲେ ଆପଣଙ୍କ ହୃଦୟ ଥରି ଉଠିବ । ଏହି ଘଟଣାରେ ଜଣେ ମହିଳା ମାଛ ଖାଇ ନିଜର ୪ଟି ଅଙ୍ଗ ହରାଇଛନ୍ତି । ତାଙ୍କର ଦୁଇ ହାତ ଓ ଦୁଇ ଗୋଡ଼ କାଟିବାକୁ ପଡ଼ିଛି । ଆପଣ ଭାବୁଥିବେ ଏହା କିପରି ସମ୍ଭବ ।

ଏଭଳି ଏକ ଅଭାବନୀୟ ଘଟଣା କାର୍ଲିଫୋର୍ଣ୍ଣିଆରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ୪୦ ବର୍ଷିୟ ଲୌରା ବାରାଜସ ନାମକ ଜଣେ ମହିଳା ଦୂଷିତ ତିଲାପିଆ ମାଛ ଖାଇବା ପରେ ତାଙ୍କର ଦୁଇଟି ହାତ ଓ ଗୋଡ଼ କାଟିବାକୁ ପଡ଼ିଥିଲା । 
ସୂଚନା ଅନୁସାରେ ଭିବ୍ରିଓ ବୁଲ୍ନିଫିକସ୍‌ ନାମକ ବ୍ୟାକ୍ଟେରିଆ ଉକ୍ତ ମାଛକୁ ଦୂଷିତ କରିଥିଲା । ଯେଉଁ କାରଣରୁ ଛ’ ମାସ ଶିଶୁର ମା’ ଏହିି ମାଛକୁ ଖାଇବା ପରେ ତାଙ୍କର ଏପରି ଅବସ୍ଥା ହୋଇଥିଲା । ମହିଳାଙ୍କ ବନ୍ଧୁମାନଙ୍କ କହିବା ଅନୁସାରେ ମହିଳାଙ୍କ ଏପରି ଅବସ୍ଥା ହେବାରେ କାରଣ ହେଉଛି ମାଛରେ ହୋଇଥିବା ଜୀବାଣୁ ସଂକ୍ରମଣ । ମହିଳା ଖାଇଥିବା ମାଛଟି ସମ୍ପୂର୍ଣ୍ଣ ରନ୍ଧା ଯାଇନଥିଲା ଏବଂ ବ୍ୟାକ୍ଟେରିଆ କାରଣରୁ ଏହା ଦୂଷିତ ହୋଇ ଯାଇଥିଲା । ପରେ ମହିଳା ସଂକ୍ରମଣର ଶିକାର ହୋଇଥିଲେ ।

ନ୍ୟୁୟର୍କ ରିପୋର୍ଟ ଅନୁଯାୟୀ, ୪୦ ବର୍ଷିୟ ଲୌରା ବାରାଜସଙ୍କୁ ଦୀର୍ଘ ଏକ ମାସ ରଖିବା ପରେ ତାଙ୍କର ସର୍ଜରୀ କରାଯାଇଥିଲା । ଯାହା ପରେ ତାଙ୍କ ଜୀବନ ବଞ୍ଚାଯାଇ ପାରିଥିଲା । ଏକ ଅନଲାଇନ ଫଣ୍ଡେରଜିଙ୍ଗ କ୍ୟାମ୍ପେନ ଠାରୁ ଜଣା ପଡ଼ିଛିି ଯେ ମହିଳା ମାଛ ଖାଇବା ପରେ ଏହି ଜୀବାଣୁ ସଂକ୍ରମଣରେ ପିଡ଼ିତ ହୋଇଥିଲେ । 

କୁହାଯାଉଛି ବୁଲ୍ନିଫିକସ୍‌ ଏକ ଘାତକ ଜୀବାଣୁ ଯାହା ସାଧାରଣତଃ ଅଧା ରନ୍ଧା ଯାଇଥିବା ସମୁଦ୍ର ଖାଦ୍ୟରେ ମିଳିଥାଏ । ମହିଳାଙ୍କ ସହ ଏପରି ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ଏବଂ ଅନ୍ୟମାନେ ଏଭଳି ଭାବେ ମାଛ ଖାଇବା ଠାରୁ ଦୂରେଇ ରହୁଛନ୍ତି ।

ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ଝଟକା

COASTAL NEWS Odia 788
ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ଝଟକା



 
ନୂଆଦିଲ୍ଲୀ,୧୮।୯: ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି ମବାର ସୁପ୍ରିମକୋର୍ଟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ହେମନ୍ତ ସୋରେନ୍‌ ଏହି ପିଟଶନ ଦାଖଲ କରିଥିଲେ। 

ତେବେ ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ବେଞ୍ଚ ହେମନ୍ତ ସୋରେନ୍‌ଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ଶୁଣାଣି ସମୟରେ ହେମନ୍ତ ସୋରେନ୍‌ଙ୍କ ପକ୍ଷରୁ ଓକିଲ ମୁକୁଲ ରେହତଗୀ ହାଜର ହୋଇଥିବା ବେଳେ ଇଡି ପକ୍ଷରୁ ଶୁଣାଣିରେ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନ୍‌ଙ୍କୁ ପଚରାଉଚରା ପାଇଁ ଇଡିର ରାଞ୍ଚି କାର୍ଯ୍ୟାଳୟ ସମନ ଜାରି କରିଥିଲା। ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ହେମନ୍ତ ସୋରେନ୍‌ଙ୍କୁ ଡକାଯାଇଥିଲା। ସୋରେନ୍‌ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ବିଘ୍ନବିନାଶକ ଶ୍ରୀ ଗଣେଶ ଚର୍ତୁଥୀ

COASTAL NEWS Odia 787

ଆସନ୍ତାକାଲି ବିଘ୍ନବିନାଶକ ଶ୍ରୀ ଗଣେଶ ଚର୍ତୁଥୀ



ଭୁବନେଶ୍ବର - ରିପୋର୍ଟ୍ଆ ଭଞ୍ଜ ବିହାରୀ ମହାନ୍ତି ଆଜି ବିଘ୍ନବିନାଶକ ଶ୍ରୀ ଗଣେଶ ଚର୍ତୁଥୀ। ଗଣେଶ ପୂଜା ପାଇଁ ଚାରିଆଡ଼େ ଚାଲିଛି ପ୍ରସ୍ତୁତି। ତେବେ ୬୯ କେଜି ସୁନା ଓ ୩୩୬ କେଜି ରୁପା ଖଚିତ ଗଣେଶ ମୂର୍ତ୍ତିକୁ ନେଇ ଚାରି ଆଡ଼େ ଚର୍ଚ୍ଚା।

ମୁମ୍ବାଇ ଗଣେଶ ପୂଜା ପାଇଁ ବେଶ ପରିଚିତ। ସହରର ପ୍ରସିଦ୍ଧ ଗଣେଶ ମଣ୍ଡପ ହେଉଛି ଗୋୱଡ ସାରସ୍ୱତ ବ୍ରାହ୍ମଣ(ଜିଏସ୍‌ବି) ସେବା ମଣ୍ଡଲ। ଏହି ସଂସ୍ଥା ପକ୍ଷରୁ ଚଳିତ ବର୍ଷ ପୂଜା ପାଇଁ ସ୍ୱତନ୍ତ୍ର ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଏହି ମୂର୍ତ୍ତିରେ ୯୬ କେଜି ସୁନା ଓ ୩୩୬ କେଜି ରୁପାର ବ୍ୟବହାର କରାଯାଇଛି।

ଗଣେଶ ମୁର୍ତ୍ତି ତିଆରି କରିବା ପାଇଁ ସେବା ମଣ୍ଡଳକୁ ଦାନ ସୂତ୍ରରେ ୩୭ କେଜି ରୁପା ଓ ୨୫୦ ଗ୍ରାମ ସୁନା ପଦକ ମିଳିଥିଲା। ଏହାବାଦ ସଂସ୍ଥା ପକ୍ଷରୁ ମୂର୍ତ୍ତି ତିଆରି ପାଇଁ ଅଧିକ ପରିମାଣର ସୁନା ଓ ରୁପାର ବ୍ୟବହାର କରାଯାଇଥିଲା। ଚଳିତ ବର୍ଷ ମୋଟ ୬୯ କେଜି ସୁନା ଓ ୩୩୬ କେଜି ରୁପାରେ ଗଣେଶଙ୍କ ମୂର୍ତ୍ତି ତିଆରି କରାଯାଇଛି।

ଜିଏସ୍‌ବି ସେବା ମଣ୍ଡଳର ଜଣେ ପ୍ରତିନିଧି କହିଛନ୍ତି, “ଚଳିତ ବର୍ଷ ଆମେ ୬୯ତମ ଗଣେଶ ଉତ୍ସବ ପାଳନ କରିବାକୁ ଯାଉଛୁ। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୨୫୦ ଗ୍ରାମ ଅଧିକ ସୁନା ଓ ୩୬ କେଜି ଅଧିକ ରୁପା ବ୍ୟବହାର କରାଯାଇଛି। ସେପ୍ଟେମ୍ବର ୧୯ ଓ ୨୦ରେ ସ୍ୱତନ୍ତ୍ର ଯଜ୍ଞ କରାଯିବ। ସେପ୍ଟେମ୍ବର ୧୯ରେ ଚନ୍ଦ୍ରଯାନ- ୩ର ସଫଳତା ପାଇଁ ଗଣେଶ ପ୍ରଭୁଙ୍କୁ ଧନ୍ୟବାଦ ଦିଆଯାଇ ଯଜ୍ଞ କରାଯିବ। ସେପ୍ଟେମ୍ବର ୨୦ରେ ଅଯୋଧ୍ୟାରେ ସଫଳତାର ସହ ରାମ ମନ୍ଦିର ନିର୍ମାଣ ଓ ଉଦଘାଟନ ପାଇଁ ଯଜ୍ଞ ହେବ।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ, ଜିଏସ୍‌ବି ମଣ୍ଡଳ ପକ୍ଷରୁ ୩୬୦.୪୫ କୋଟି ଟଙ୍କାର ବୀମା କରାଯାଇଛି। ଏହା ମଧ୍ୟରେ ପେଣ୍ଡାଲକୁ ଆସୁଥିବା ଲୋକଙ୍କ ପାଇଁ ୨୯୦ କୋଟି ଟଙ୍କା, ଗହଣା ପାଇଁ ୩୯ କୋଟି ଓ ଜନସାଧାରଙ୍କ ଦାୟିତ୍ୱ ପାଇଁ ୨୦ କୋଟି ଟଙ୍କା ରହିଛି। ସୁରକ୍ଷା ପାଇଁ ସଂସ୍ଥା ପକ୍ଷରୁ ଉନ୍ନତମାନର ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। 

ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ୧୦ ଦିନ ଧରି ଗଣେଶ ପୂଜା ପାଳନ କରାଯାଏ। ଲୋକ କଥା ଅନୁଯାୟୀ, ଗଣେଶ ଚର୍ତୁଥୀ ସମୟରେ ଭଗବାନ ଗଣେଶ ମା’ ପାର୍ବତୀଙ୍କ ସହ ଧରାପୃଷ୍ଠକୁ ଆସି ଥାଆନ୍ତି। ଚଳିତ ବର୍ଷ ଗଣେଶ ପୂଜା ଉତ୍ସବ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ୨୯ ଯାଏ ଚାଲିବ।


ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ, ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ : ମୋଦି... ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନକୁ ଲୋକସଭାରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ୭୫ ବର୍ଷର ସଂସଦ ବିଷୟରେ ଚର୍ଚ୍ଚା କରାଯିବ । ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୋଦି । ପୁରୁଣା ସଂସଦ ଭବନ ଛାଡ଼ିବା ଅନୁଭବ ହୋଇ ରହିବ । ନୂଆ ସଂସଦ ଭବନକୁ ଗଲେ ବି ଏହା ଆମକୁ ପ୍ରେରଣା ଆଣିଦେବ । ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ହେବ । ସ୍ୱାଧୀନତ ସଂଗ୍ରାମର ପ୍ରତୀକ ହୋଇ ରହିବ ପୁରୁଣା ସଂସଦ ଭବନ । ଅଧିବେଶନ ପୂର୍ବରୁ ପିଏମ୍ ମୋଦି କହିଥିଲେ, ଏହି ଅଧିବେଶନ ଛୋଟ କିନ୍ତୁ ସମୟ ଅନୁସାରେ ବଡ଼ । ଏହା ଐତିହାସିକ ନିଷ୍ପତ୍ତିର ଅଧିବେଶନ । ଏଥିସହ ଭାରତର G20 ଅଧ୍ୟକ୍ଷତାଠାରୁ ଚନ୍ଦଯାନ-୩ ସଫଳତା କଥା କହିଥିଲେ ମୋଦି । ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହୋଇପାରେ । ଆସନ୍ତାକାଲିଠୁ ନୂଆ ସଂସଦ ଭବନର ଚାଲିବ ଅଧିବେଶନ । ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ସମ୍ମତ ହୋଇଛନ୍ତି ଇଣ୍ଡିଆ ମେଣ୍ଟର ୨୪ଟି ଦଳ । ଜାଗାର ଅଭାବ ଏବଂ ଅତ୍ୟାଧୁନିକ ସୁବିଧା ନଥିବାରୁ ସରକାର ନୂଆ ସଂସଦ ଭବନ ନିର୍ମାଣ କରିଛନ୍ତି । ଏଠାରେ ସମସ୍ତ ପ୍ରକାରର ବୈଷୟିକ ସୁବିଧା ସହିତ ଦୁଇ ସଦନର କ୍ଷମତା ବଢାଇ ଦିଆଯାଇଛି । ପୁରୁଣା ସଂସଦକୁ ପୁନଃରୁଦ୍ଧାର କରାଯାଇ ବିକଳ୍ପ ଭାବେ ବ୍ୟବହାର କରାଯିବ । ଦେଶର ପୁରାତାତ୍ତ୍ୱିକ ସଂପତ୍ତିକୁ ସରଂକ୍ଷିତ କରି ରଖାଯିବ । ୧୯୨୧ରେ ସଂସଦ ନିର୍ମାଣ ଆରମ୍ଭ ହୋଇ ୧୯୨୭ରେ ଶେଷ ହୋଇଥିଲା । ପ୍ରଥମରୁ ଏହାକୁ କାଉନସିଲ ହାଉସ ନାମରେ ଜଣାଶୁଣା ଥିଲା ।

COASTAL NEWS Odia 786

ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ, ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ : ମୋଦି



ନୂଆଦିଲ୍ଲୀ - ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି - ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ପୁରୁଣା ସଂସଦ ଭବନର କାର୍ଯ୍ୟକାଳ ଶେଷ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନକୁ ଲୋକସଭାରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ମୋଦି କହିଛନ୍ତି, ୭୫ ବର୍ଷର ସଂସଦ ବିଷୟରେ ଚର୍ଚ୍ଚା କରାଯିବ । ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୋଦି । ପୁରୁଣା ସଂସଦ ଭବନ ଛାଡ଼ିବା ଅନୁଭବ ହୋଇ ରହିବ । ନୂଆ ସଂସଦ ଭବନକୁ ଗଲେ ବି ଏହା ଆମକୁ ପ୍ରେରଣା ଆଣିଦେବ । ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ହେବ । ସ୍ୱାଧୀନତ ସଂଗ୍ରାମର ପ୍ରତୀକ ହୋଇ ରହିବ ପୁରୁଣା ସଂସଦ ଭବନ ।

ଅଧିବେଶନ ପୂର୍ବରୁ ପିଏମ୍ ମୋଦି କହିଥିଲେ, ଏହି ଅଧିବେଶନ ଛୋଟ କିନ୍ତୁ ସମୟ ଅନୁସାରେ ବଡ଼ । ଏହା ଐତିହାସିକ ନିଷ୍ପତ୍ତିର ଅଧିବେଶନ । ଏଥିସହ ଭାରତର G20 ଅଧ୍ୟକ୍ଷତାଠାରୁ ଚନ୍ଦଯାନ-୩ ସଫଳତା କଥା କହିଥିଲେ ମୋଦି । ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । 

ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହୋଇପାରେ । 

ଆସନ୍ତାକାଲିଠୁ ନୂଆ ସଂସଦ ଭବନର ଚାଲିବ ଅଧିବେଶନ । ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ସମ୍ମତ ହୋଇଛନ୍ତି ଇଣ୍ଡିଆ ମେଣ୍ଟର ୨୪ଟି ଦଳ ।

ଜାଗାର ଅଭାବ ଏବଂ ଅତ୍ୟାଧୁନିକ ସୁବିଧା ନଥିବାରୁ ସରକାର ନୂଆ ସଂସଦ ଭବନ ନିର୍ମାଣ କରିଛନ୍ତି । ଏଠାରେ ସମସ୍ତ ପ୍ରକାରର ବୈଷୟିକ ସୁବିଧା ସହିତ ଦୁଇ ସଦନର କ୍ଷମତା ବଢାଇ ଦିଆଯାଇଛି । 

ପୁରୁଣା ସଂସଦକୁ ପୁନଃରୁଦ୍ଧାର କରାଯାଇ ବିକଳ୍ପ ଭାବେ ବ୍ୟବହାର କରାଯିବ ।ଦେଶର ପୁରାତାତ୍ତ୍ୱିକ ସଂପତ୍ତିକୁ ସରଂକ୍ଷିତ କରି ରଖାଯିବ । ୧୯୨୧ରେ ସଂସଦ ନିର୍ମାଣ ଆରମ୍ଭ ହୋଇ ୧୯୨୭ରେ ଶେଷ ହୋଇଥିଲା । ପ୍ରଥମରୁ ଏହାକୁ କାଉନସିଲ ହାଉସ ନାମରେ ଜଣାଶୁଣା ଥିଲା ।

୧୪୦ କୋଟି ଦେଶବାସୀଙ୍କ ସହଯୋଗ ନୂଆ ଯାତ୍ରାକୁ ସ୍ବତନ୍ତ୍ର କରିବ’, ଓମ ବିର୍ଲା

COASTAL NEWS Odia 785
‘୧୪୦ କୋଟି ଦେଶବାସୀଙ୍କ ସହଯୋଗ ନୂଆ ଯାତ୍ରାକୁ ସ୍ବତନ୍ତ୍ର କରିବ’, ଓମ ବିର୍ଲା
 

ନୂଆଦିଲ୍ଲୀ,୧୮।୯: ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି - ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଲୋକ ସଭା ଓ ରାଜ୍ୟ ସଭାରେ ଉତ୍ତେଜନା ସହିତ ଆରମ୍ଭ ହୋଇଥିଲା। ଏହି ସ୍ବତନ୍ତ୍ର ଅଧିବେଶନରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡିଆ ଆଲାଇନ୍ସର ସମସ୍ତ ନେତା ଉପସ୍ଥିତ ଅଛନ୍ତି। ଅନ୍ୟପକ୍ଷରେ, ଏହି ଅବସରରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସଂସଦର ସ୍ବତନ୍ତ୍ର ଅଧିବେଶନ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।
ଲୋକ ସଭା ବାଚସ୍ପତି ଓମ ବିର୍ଲା ଏକ୍ସରେ ଲେଖିଛନ୍ତି ଯେ ସୋମବାଠାରୁ ଆରମ୍ଭ ହେବାକୁ ଥିବା ଲୋକ ସଭାର ୧୩ତମ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ। ଏହି ଅଧିବେଶନରେ, ଆମେ ଗୌରବମୟ ଗଣତାନ୍ତ୍ରିକ ଇତିହାସରୁ ପ୍ରେରଣା ଗ୍ରହଣ କରିବୁ ଏବଂ ନୂତନ ସଂସଦ ଗୃହରେ ନୂତନ ଶକ୍ତି ଏବଂ ଆତ୍ମବିଶ୍ୱାସ ସହିତ ଗଣତନ୍ତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ଏକ ନୂତନ ଯାତ୍ରା ଆରମ୍ଭ କରିବୁ। ୧୪୦ କୋଟି ଦେଶବାସୀଙ୍କ ଅଂଶଗ୍ରହଣ ଏହାକୁ ଅଧିକ ସ୍ବତନ୍ତ୍ର କରିବ।

ପଞ୍ଚଭୂତରେ ବିଲୀନ ହେଲେ ପ୍ରସିଦ୍ଧ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା

COASTAL NEWS Odia 784

ପଞ୍ଚଭୂତରେ ବିଲୀନ ହେଲେ ପ୍ରସିଦ୍ଧ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା


ନୂଆଦିଲ୍ଲୀ - ରିପୋର୍ଟ୍ (ଭଞ୍ଜ ବିହାରୀ ମହାନ୍ତି) ପଞ୍ଚଭୂତରେ ବିଲୀନ ହେଲେ ପ୍ରସିଦ୍ଧ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା । ନୂଆଦିଲ୍ଲୀର ଲୋଧି ରୋଡ଼ସ୍ଥିତ ଶ୍ମଶାନରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ମା’ ଗୀତା ମେହେଟ୍ଟାଙ୍କୁ ମୁଖାଗ୍ନି ଦେଇଛନ୍ତି।

ନିଜ ଏକମାତ୍ର ଭଉଣୀଙ୍କ ଶେଷ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଲୋଧି ରୋଡ଼ସ୍ଥିତ ଶ୍ମଶାନରେ ଉପସ୍ଥିତ ଥିଲେ। ଏହି ଅବସରରେ ନିକଟ ସମ୍ପର୍କୀୟଙ୍କ ସମେତ ସାଂସଦ ପିନାକ ମିଶ୍ର, ମାନସ ମଙ୍ଗରାଜ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ ।

ଗୀତା ମେହେଟ୍ଟା ଗତ ୨ବର୍ଷ ଧରି ପାରାଲେସିସ୍ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଶୁକ୍ରବାର ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା।  ଏହାପରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।  ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ୨୦୧୯ ମସିହାରେ ତାଙ୍କ ସ୍ୱାମୀ ତଥା ବିଶିଷ୍ଟ ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କ ପରଲୋକ ପରଠୁ ସେ ଭାରତରେ ରହୁଥିଲେ ।

୧୯୪୩ ମସିହାରେ ଦିଲ୍ଲୀରେ ଜନ୍ମିତ ଗୀତା ବ୍ରିଟେନ, ୟୁରୋପ ଓ ଆମେରିକା ନେଟୱାର୍କ ପାଇଁ ୧୪ଟି ଡକ୍ୟୁମେଂଟାରୀ ଫିଲ୍ମ ପ୍ରଯୋଜନା କରିଛନ୍ତି । ଗୀତାଙ୍କ ଲିଖିତ ବହିଗୁଡ଼ିକ ପ୍ରାୟ ୨୧ଟି ଭାଷାରେ ଟ୍ରାନ୍ସଲେଟ୍ ହୋଇଛି ଓ ୟୁରୋପ, ଆମେରିକା ଓ ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ ଭାବେ ପରିଗଣିତ ହୋଇଥିଲା ।
ଉଲ୍ଲେଖ ଯୋଗ୍ୟ, ୧୯୬୫ ମସିହାରେ ସେ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ। ୨୦୧୯ ମସିହାରେ ଗୀତା ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇ ଚର୍ଚ୍ଚାରେ ରହିଥିଲେ। ତାଙ୍କର ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି । 

ଅନୁପ୍ରବେଶକାରୀଙ୍କୁ ମିଳିଛି ସରକାରୀ ଜମି

COASTAL NEWS Odia
ଅନୁପ୍ରବେଶକାରୀଙ୍କୁ ମିଳିଛି ସରକାରୀ ଜମି


 
କେନ୍ଦ୍ରାପଡ଼ା,୧୮ା୯  : ( ରିପୋର୍ଟ୍ ଭଞ୍ଜ ବିହାରୀ ମହାନ୍ତି) ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲାର ୫୭୯ ଜଣ ଗୃହହୀନ ବ୍ୟକ୍ତିଙ୍କୁ ବସୁନ୍ଧରା ଯୋଜନାରେ ମୋଟ ୧୩.୩୮୦ ଏକର ପତିତ ଜମି ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ ଏହି ଯୋଜନାରେ ଜିଲାରେ ଅଦ୍ୟାବଧି ଆଳି ତହସିଲ ଅଞ୍ଚଳର ୪୫୦ ଜଣ ଭୂମିହୀନଙ୍କୁ ୧୫.୯୭୧ ଏକର ଜମି ପ୍ରଦାନ କରାଯାଇଛି। ସେହିପରି ଡେରାବିଶ ତହସିଲ ଅଞ୍ଚଳରେ ୧୫୧ ଜଣଙ୍କୁ ୫.୬୮୦ ଏକର, ଗରଦପୁରରେ ୨୧୭ ଜଣଙ୍କୁ ୮.୬୮୦ ଏକର, ରାଜକନିକାରେ ୫୮୩ ଜଣଙ୍କୁ ୧୯୮.୬୯୦ ଏକର, କେନ୍ଦ୍ରାପଡ଼ାରେ ୪୦୨ ଜଣଙ୍କୁ ୨୬.୮୬୧ ଏକର, ମାର୍ଶାଘାଇରେ ୭୫୯ ଜଣଙ୍କୁ ୨୭.୨୬୨ ଏକର, ମହାକାଳପଡ଼ାରେ ୧୪୬୫ ଜଣଙ୍କୁ ୧୧୧.୨୯୦ ଏକର, ପଟ୍ଟାମୁଣ୍ଡାଇରେ ୮୨୪ ଜଣଙ୍କୁ ୩୧.୭୮୮ ଏକର ଓ ରାଜନଗର ତହସିଲ ଅଞ୍ଚଳରେ ୫୭୦ ଜଣଙ୍କୁ ୨୨.୭୪୦ ଏକର ଜମି ପଟ୍ଟା ପ୍ରଦାନ କରାଯାଇଛି।

୨୦୧୧ ଜନଗଣନା ସମୟରେ ଜିଲାରେ ମୋଟ ୨୫୧୨ ଭୂମିହୀନ ଥିବାବେଳେ ଗତ ଜୁଲାଇ ସୁଦ୍ଧା ଏହି ଯୋଜନାରେ ମୋଟ ୫୪୨୧ ଜଣ ୪୪୮.୯୬୨ ଏକର ଜମି ପାଇଛନ୍ତି। ଏହାସତ୍ତ୍ୱେ ଅଦ୍ୟାବଧି ଜିଲାରେ ୧୩୦୦ରୁ ଅଧିକ ଏହି ଯୋଜନାରେ ସାମିଲ ପାଇଁ ଆବେଦନ ପତ୍ର ପଡି ରହିଛି। ବହୁ ସଂଖ୍ୟକ ଅନୁପ୍ରବେଶକାରୀ ଏହି ଯୋଜନାରେ ହିତାଧିକାରୀ ସାଜିଥିବା ବେଳେ କେତେକ ମଧ୍ୟସ୍ଥି ଏଥିରେ ସହାୟକ ହୋଇଥିବା ଅଭିଯୋଗ ଆସୁଛି। ଅନୁପ୍ରବେଶ ସମସ୍ୟା ଜିଲାରେ ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ବସୁନ୍ଧରା ଯୋଜନା ଏବେ ବାଟବଣା ହୋଇଥିବା ସାଧାରଣରେ ମତାମତ ମିଳିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳ ବାଂଲାଦେଶୀଙ୍କ ଘର ପାଲଟିଛି। ସମୁଦ୍ର ଓ କଲିକତା ପଥ ଦେଇ ବାଂଲାଦେଶୀ ଏହି ଜିଲାକୁ ଅନୁପ୍ରବେଶ କରି ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ ରୋହେଙ୍ଗା ଲୋକଙ୍କୁ ଜିଲାରେ ଦେଖିବାକୁ ମିଳୁଛି। ଜିଲାର ବିଭିନ୍ନ ସ୍ଥାନରେ ରହିବା ପରେ ଭୋଟର, ଆଧାର ଓ ରାଶନ କାର୍ଡ ଆଦି ସରକାରୀ ଯୋଜନାରେ ସାମିଲ ହେଉଛନ୍ତି। ପରବର୍ତ୍ତୀ ସମୟରେ ବସୁନ୍ଧରା ଯୋଜନାରେ ସାମିଲ ହେଉଛନ୍ତି। ଏଥିପାଇଁ ତହସିଲ କର୍ମଚାରୀଙ୍କ ସମେତ କେତେକ ମଧ୍ୟସ୍ଥି ସାମିଲ ହୋଇଛନ୍ତି। ଫଳରେ ଜିଲାର ମୂଳ ଅଧିବାସୀ ଭୂମିହୀନ ହୋଇଥିଲେ ମଧ୍ୟ ବସୁନ୍ଧରା ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଆଉଥରେ ତଦନ୍ତର ସାମ୍ନା କରାଇଲେ ଜିଲା ପ୍ରଶାସନ ଏସମ୍ପର୍କରେ ବହୁ ତଥ୍ୟ ପାଇପାରିବ। ମହାକାଳପଡା ଜମ୍ବୁ ଅଞ୍ଚଳର ଜଣେ ବ୍ୟକ୍ତି କହିଛନ୍ତି, ସେ ଜମି ପାଇବା ପାଇଁ ସ୍ଥାନୀୟ ଆରଆଇ କାର୍ଯ୍ୟାଳୟ ଓ ତହସିଲକୁ ଯାଇଥିଲେ। ସଂପୃକ୍ତ ଆରଆଇ ତାଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଇ ଜମି ପଟ୍ଟା ଯୋଗାଇ ଦେବାକୁ କହି ୧ ଲକ୍ଷ ଟଙ୍କା ନେଇଛନ୍ତି। ପ୍ରଥମେ ୭୦ ହଜାର ଟଙ୍କା ନେଇ ଫର୍ମ-କେ ରସିଦରେ ୧୨୦୦ ଟଙ୍କାର ପାଉତି ଦେଇଥିଲେ। ପରେ ୩୦ ହଜାର ଟଙ୍କା ନେଇ ୮ ଡିସିମିଲର ଜମି ପଟ୍ଟା ବସୁନ୍ଧରା ଯୋଜନାରେ ଦେଇଥିଲେ ମଧ୍ୟ ତନାଘନା ପରେ ପଟ୍ଟା ଓ ପାଉତି ମିଥ୍ୟା ବୋଲି ଜଣାପଡିଛି। ଏନେଇ ସମ୍ପୃକ୍ତ ଆରଆଇଙ୍କ ବିରୋଧରେ ଥାନାରେ ଅଭିଯୋଗ ପତ୍ର ଦେବା ସହିତ ବ୍ଲକ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏହାସତ୍ତ୍ୱେ ନ୍ୟାୟ ମିଳି ନ ଥିବା ହିତାଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ରାଧାକାନ୍ତ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ୨୦୦୬ରେ ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନା ଆରମ୍ଭ କରିଛନ୍ତି। ୨୦୧୧ରେ ଜିଲାରେ ୨୫୧୨ ଭୂମିହୀନ ଚିହ୍ନଟ ହୋଇଥଲେ। ଏବେ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ବସୁନ୍ଧରା ଯୋଜନାର ହିତାଧିକାରୀ ହୋଇଛନ୍ତି। ସେହିପରି ୨୦୧୭ରେ ତୃତୀୟଲିଙ୍ଗିଙ୍କୁ ଏହି ଯୋଜନାରେ ସାମିଲ ଲାଗି ନିର୍ଦ୍ଦେଶ ଥିଲେ ହେଁ ଅଦ୍ୟାବଧି କେହି ଜମି ଖଣ୍ଡେ ପାଇନାହାନ୍ତି।

ବ୍ଲାକମେଲିଂ ଅସହ୍ୟ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା

COASTAL NEWS Odia 782
ବ୍ଲାକମେଲିଂ ଅସହ୍ୟ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା


 
ନୟାଗଡ଼:  ରିପୋର୍ଟ୍ନ - (ଭଞ୍ଜ ବିହାରୀ ମହାନ୍ତି) ୟାଗଡ଼ ଜିଲା ଇଟାମାଟି ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ବିବାହ କରିବାକୁ ଏକତରଫା ପ୍ରେମ କରି ବାରମ୍ବାର ବ୍ଲାକ ମେଲିଂ କରିବା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏନେଇ ଇଟାମାଟି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଜିଲା ମୁଖ୍ୟ ଚିକିିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ପୋଲିିସ ହସ୍ତାନ୍ତର କରିଛି ।

ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଝିଅ ନୟାଗଡ଼ କଲେଜରେ ଯୁକ୍ତ ୩ ବର୍ଷର ଛାତ୍ରୀ । ତାକୁ ବୋଦାପଡା ଗାଁର ନିରଞ୍ଜନ ପରିଡ଼ା (୨୬) ଏକତରଫା ପ୍ରେମ କରୁଥିଲେ । ଝିଅର ଦାଦାଙ୍କ ସହ ଘରକୁ ଆସି ନିରଞ୍ଜନ ଝିଅ ସହ ମିଶିଥିଲେ ।

କିଛି ଫଟୋ ଉଠାଇ ବାହା ହେବାକୁ ଚାପ ପ୍ରୟୋଗ କରିଥିଲେ । ଏପରି କି ଫୋନରେ ବିଭିନ୍ନ ସମୟରେ ବିବାହ କରିବାକୁ କହୁଥିଲେ । ଝିଅ ଏ ସମ୍ପର୍କରେ ଘରେ କହିବା ପରେ ନିରଞ୍ଜନଙ୍କ ଘରକୁ ଯାଇ ଆମେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲୁ । ନିରଞ୍ଜନଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ପୁଅ ଆଉ ହଇରାଣ କରିବନି । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଫୋନ ନମ୍ବରରେ ସେ ଝିଅକୁ ହଇରାଣ କରୁଥିଲେ । ଗତ ୫ଦିନ ହେଲା ନିରଞ୍ଜନଙ୍କ ଫୋନ୍‌ କଲ ବଢ଼ିଥିଲା । ବାହା ନ ହେଲେ କଲେଜରେ ପାଠ ପଢ଼ାଇ ଦେବନି । ଅନ୍ୟତ୍ର ବାହାଘର କରାଇ ଦେବନି । ପୁଣି ଅନେକ କଟୁ କଥା କହିଥିଲେ। ରବିବାର ଝିଅ ଆତ୍ମହତ୍ୟା ଖବର ନିରଞ୍ଜନ ଦେଇଥିଲେ । ମୋ ଝିଅ ଯେପରି ବିନା କାରଣରେ ପ୍ରାଣ ହରାଇଲା ।

ନିରଞ୍ଜନଙ୍କୁ ଫାଶି ଦେଲେ ମୋ ଝିଅର ଆତ୍ମ। ଖୁସି ପାଇବ ବୋଲି ସେ କହିଛନ୍ତି । ଝିଅର ମଉସା ଓ ମାମୁ କୁହନ୍ତି, ରବିବାର ପୂର୍ବାତ୍ନ ୮.୫୩ରୁ ୯.୧୩ ପର୍ଯ୍ୟନ୍ତ ନିରଞ୍ଜନ ଝିଅକୁ ହ୍ବାଟସ୍‌ ଅପ୍‌ରେ କଲ୍‌ କରି ଝିଅକୁ ହଇରାଣ କରିଥିଲେ। ଝିଅ ବାମ୍ବାର ବ୍ଳାକମେଲିଂ ହୋଇ ଆତ୍ମହତ୍ୟା କରିବାକୁ ବୋଧହୁଏ ବାଛିି ନେଇଥିଲେ। ଏଭଳିଆ ଯୁବକଙ୍କୁ ଫାଶି ଦେଲେ ଆମେ ଖୁସି ହେବୁ । ଆମ ଝିଅ ରୋଜାଗରିଆ ଥିଲା। କଲେଜରେ ଭଲ ପାଠ ପଢ଼ୁଥିଲା । କଲେଜରୁ ପାଠ ସାରି କୋଚିଂ କରି ମାସକୁ ୧୬ ହଜାର ଟଙ୍କା ରୋଜଗାର କରୁଥିଲା। ପୁଣି ପୋଷ୍ଟାଲରେ ଏକ ଚାକିରି ପାଇଥିଲା । କିଛି ଦିନ ପରେ କାମ ଯୋଗ ଦେଇଥାନ୍ତା ।

ସବୁ କିଛି ଏପଟସେପଟ ହୋଇଗଲା । ଇଟାମାଟି ଥାନା ଆଇଆଇସି ଦିଲୀପ ସ୍ବାଇଁ କୁହନ୍ତି, ମୁଁ ଛୁଟିରେ ଅଛି। ତେବେ ଗୋବିନ୍ଦପୁର ଅଞ୍ଚଳ କଲେଜ ଛାତ୍ରର ଆତ୍ମହତ୍ୟା ମାମଲାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲୁ ରହିଛି। ଏଭଳି ଘଟଣା ହୃଦୟ ବିଦାରକ ବୋଲି ସେ କହିଛନ୍ତି ।

ଓଲଟିଲା ଏକ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ

COASTAL NEWS Odia 781
ଓଲଟିଲା ଏକ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ



କଟକ - ( ଭଞ୍ଜ ବିହାରୀ ମହାନ୍ତି) କଟକ ଶିଖରପୁର ଛକରେ ଆଜି ଭୋରରୁ ଓଲଟିଲା ଏକ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ। କଟକରୁ ଜଗତପୁର ଆଡ଼କୁ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।

ଆଜି ଭୋର ପ୍ରାୟ ୫ଟା ସମୟରେ ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ଶିଖରପୁର ଓଭରବ୍ରିଜ ଅତତିକ୍ରମ କରୁଥିବା ସମୟରେ ଡ୍ରାଇଭରଜଣକ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟି ପ୍ରାୟ ୫ ଫୁଟ ତଳକୁ ଖସି ପଡ଼ିଥିଲା।
ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୌଭାଗ୍ୟବଶଃତ ଉକ୍ତ ସମୟରେ ରାସ୍ତାରେ କୌଣସି ଗାଡ଼ି ଚଳାଚଳ କରୁ ନ ଥିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ହୋଇ ପାରିଛି। ତେବେ ଏହି ଦୁର୍ଘଟଣା ପାଇଁ ଡ୍ରାଇଭରଜଣକ ରାସ୍ତର ଦୂରାବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ଶିଖରପୁରରେ ଚାଲିଥିବା ଓଭରବ୍ରିଜ କାମ ଅସମ୍ପୂର୍ଣ୍ଣ ରହିଛି। ମାତ୍ର ଲଗାଣ ବର୍ଷା ହେତୁ ଆପ୍ରୋଚ ରୋଡ଼ରେ ପାଣି ଜମିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା। ଏହାପରେ ତରବରିଆ ଭାବେ ଓଭରବ୍ରିଜ ରାସ୍ତାକୁ ଖୋଲି ଦିଆଯାଇଥିଲା। ମାତ୍ର ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଲାଇଟ ବ୍ୟବସ୍ଥା ବି ହୋଇନି। ତେଣୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।

ଓଡ଼ିଶାର ରାଜପଥରୁ ହଟିବ ୩୫ ଟୋଲଗେଟ

COASTAL NEWS Odia 780
ସରକାର କଲେ ବଡ଼ ଘୋଷଣା: 
ଓଡ଼ିଶାର ରାଜପଥରୁ ହଟିବ ୩୫ ଟୋଲଗେଟ



ସମସ୍ତ ୩୫ ଟୋଲ ଗେଟ ରଦ୍ଦ କରିଦିଆଯିବ

ଭୁବନେଶ୍ବର - ( ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି) ଯାନବାହାନ ଚଳାଚଳ ଅସୁବିଧାକୁ ଦୃଷ୍ଟିରେ ରଖି ମୁକ୍ତ ଚଳାଚଳ ଯୋଗାଇବା ଏବଂ ସାରା ରାଜ୍ୟରେ ରାସ୍ତାରେ ଯାତାୟାତରେ ଅସୁବିଧା ନହେବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ରାଜରାସ୍ତରୁ ହଟିବ ଟୋଲଗେଟ। ନିର୍ମାଣ ବିଭାଗ ଓ ଓଡିଶା ବିଲ୍ଡିଂ ଏବଂ ସିଭିଲ୍ କନଷ୍ଟ୍ରକସନ  ଲିମିଟେଡ ଦ୍ବାରା ପରିଚାଳିତ ତଥା ଆରଡି ବିଭାଗ ଅଧିନରେ ଥିବା ସମସ୍ତ ୩୫ ଟୋଲ ଗେଟ ରଦ୍ଦ କରିଦିଆଯିବା। ଏହାଦ୍ବାରା ସଡ଼କ ପଥରେ ମୁକ୍ତ ଯାତାୟତ ହୋଇପାରିବ। ଏନେଇ ନିର୍ମାଣ ବିଭାଗ  ତରଫରୁ ଗତକାଲି ଏକ ବିଧିବଦ୍ଧ ବିଜ୍ଞପ୍ତି ଦ୍ବାରା ସୂଚନା ଦିଆଯାଇଛି।

ଆଜିର ରାଶିଫଳ

 ଆଜିର ରାଶିଫଳ

*ଡ:ବାୟୁନନ୍ଦନ ମିଶ୍ର* 


        *✧═════•❁❀❁•═════✧*
*🌷ମେଷ🌷👉: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।*
*✧═════•❁❀❁•═════✧*
*🌷ବୃଷ🌷👉 : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।*
*✧═════•❁❀❁•═════✧*
*🌷ମିଥୁନ🌷👉 : ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।*
*✧═════•❁❀❁•═════✧*
*🌷କର୍କଟ🌷👉 : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।*
*✧═════•❁❀❁•═════✧*
*🌷ସିଂହ🌷👉: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।*
*✧═════•❁❀❁•═════✧*
*🌷କନ୍ୟା🌷👉: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।*

*✧═════•❁❀❁•═════✧*
*🌷ତୁଳା🌷👉: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।*
*✧═════•❁❀❁•═════✧*
*🌷ବିଛା🌷👉: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।*
*✧═════•❁❀❁•═════✧*
*🌷ଧନୁ🌷👉 : ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
*✧═════•❁❀❁•═════✧*
*🌷ମକର🌷👉 : ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।*
*✧═════•❁❀❁•═════✧*
*🌷ମୀନ🌷👉 : ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।*
*✧═════•❁❀❁•═════✧*


ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ

COASTAL NEWS Odia 778

ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ


 
ନୂଆଦିଲ୍ଲୀ : ( ରିପୋର୍ଟ୍ସ  ଭଞ୍ଜ ବିହାରୀ ମହାନ୍ତି) ସୋମବାର ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ୫ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ନେଇ ଅନେକ ଆଶା ଆଶଙ୍କା ଲାଗି ରହିଛି। ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ସଂସଦର ପୁରୁଣା ଭବନରେ ଆରମ୍ଭ ହେବ; ମାତ୍ର ସେପ୍ଟେମ୍ବର ୧୯ (ମଙ୍ଗଳବାର) ଠାରୁ ଏହା ସଂସଦର ନୂଆ ଭବନରେ ଚାଲିବ। 

ଏହି ଅଧବେଶନ କାଳରେ ୪ଟି ବିଧେୟକ ଆଗତ କରାଯିବା ଲାଗି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିରୋଧୀ ଦଳ ଅଭିଯୋଗ କରିଛି ଯେ ସରକାର ଏହି ଅଧିବେଶନ ଲାଗି ଏଜେଣ୍ଡା ଘୋଷଣା ନ କରି ଏହାକୁ ଗୋପନ ରଖିଛନ୍ତି। ଅନ୍ୟପଟେ ସଂସଦର ସ୍ବତନ୍ତ୍ର ଅଧିବେଶନ ନିମନ୍ତେ ସରକାରଙ୍କ ପକ୍ଷରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକରେ ମନ୍ତ୍ରୀ ରାଜନାଥ ସିଂହ, ପୀୟୂଷ ଗୋୟଲ ପ୍ରମୁଖ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ଜେଡିଏସର

ଏଚଡି ଦେବେଗୌଡା, ଡିଏମ୍‌କେର କାନିମୋଝି, ଟିଡିପିର ରାମମୋହନ ନାଇଡୁ, ଟିଏମସିର ​‌େ​‌ଡରେକ ଓବ୍ରାଏନ୍‌, ଆପ୍‌ର ସଞ୍ଜୟ ସିଂହ, ବିଜେଡିର ସସ୍ମିତ ପାତ୍ର, ବିଆରଏସ୍‌ର କେ କେଶବ ରାଓ, ୱାଇଏସଆର କଂଗ୍ରେସର ବିଜୟସାଇ ରେଡି, ଆରଜେଡିର ମନୋଜ ଝା, ଜେଡିୟୁର ଅନିଲ ହେଗଡେ ଓ ଏସପିର ରାମ ଗୋପାଳ ଯାଦବ ପ୍ରମୁଖ ଯୋଗ ଦେଇଥିଲେ।

ସଂସଦର ସ୍ବତନ୍ତ୍ର ଅଧିବେଶନ କାଳରେ ସେପ୍ଟେମ୍ବର ୧୯ ତାରିଖ ସକାଳ ୯ଟା ୩୦ ମିନିଟ୍‌ରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କର ଗ୍ରୁପ୍‌ ଫଟୋ ଉଠାଯିବ। ଏଥିପାଇଁ ସମସ୍ତ ସଦସ୍ୟଙ୍କୁ ସୂଚନା ପ୍ରଦାନ କରାଯିବା ସହିତ ଉପସ୍ଥିତ ନିମନ୍ତେ କୁହାଯାଇଛି। ନୂଆ ସଂସଦ ଭବନରେ ପ୍ରବେଶ ନିମନ୍ତେ ସମସ୍ତ ସଦସ୍ୟଙ୍କୁ ନୂଆ ପରିଚୟପତ୍ର ପ୍ରଦାନ କରାଯାଇଛି। 

ନୂଆ ସଂସଦ ଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ ରବିବାର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନର ଗଜ ଦ୍ବାର ଉପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

୪୩ ଲକ୍ଷ ଶିଶୁ ମେଦବହୁଳତାର ଶିକାର

COASTAL NEWS Odia 777

୪୩ ଲକ୍ଷ ଶିଶୁ ମେଦବହୁଳତାର ଶିକାର

ନୂଆଦିଲ୍ଲୀ,୧୮।୯: ( ରିପୋର୍ଟର ଭଞ୍ଜ ବିହାରୀ ମହାନ୍ତି) ଦେଶରେ ଜନ୍ମରୁ ୫ ବର୍ଷ ମଧ୍ୟରେ ପ୍ରାୟ ୪୩ ଲକ୍ଷରୁ ଅଧିକ ଶିଶୁ ମେଦବହୁଳତାର ଶିକାର ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁ ସୁରକ୍ଷା କେନ୍ଦ୍ରଗୁଡ଼ିକର ଡାଟା ମଧ୍ୟ ଏହି ସର୍ଭେର ଯଥାର୍ଥତାକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ ବିଷୟ ହେଲା, ସାରା ଦେଶରେ ପରିଚାଳିତ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ୬% ଲେଖାଏ ପିଲା ଉଭୟ ମେଦବହୁଳତା ଓ କୁପୋଷଣର ଶିକାର ହୋଇଛନ୍ତି।

ଶିଶୁଙ୍କ ଯତ୍ନ ସମ୍ପର୍କିତ ଡାଟା ସଂଗ୍ରହ କରୁଥିବା ଆପ୍‌ ‘ପୋଷଣ ଟ୍ରାକର’ର ସୂଚନା ଅନୁସାରେ ଜନ୍ମରୁ ୫ବର୍ଷ ମଧ୍ୟରେ ୪୩,୪୭,୩୮୭ ଜଣ ଶିଶୁ ମେଦବୃଦ୍ଧିର ଶିକାର ହେଉଛନ୍ତି।

ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ ସମେତ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମେଦବୃଦ୍ଧି ହାର ଜାତୀୟ ହାରଠାରୁ ୬% ଅଧିକ। ଶିଶୁଙ୍କ ମଧ୍ୟରେ ମେଦବୃଦ୍ଧି ହାର ଗତ କିଛି ବର୍ଷ ହେଲା ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସଭେର୍ର୍ (ଏନ୍‌ଏଫ୍‌ଏଚ୍‌ଏସ୍‌) ୪ ତୁଳନାରେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଶିଶୁଙ୍କ ମେଦବୃଦ୍ଧି ହାର କ୍ରମାଗତ ଭାବେ ବଢ଼ିଥିବା ଦର୍ଶାଯାଇଛି। ୨୦୨୧ରେ ‘ପୋଷଣ ଟ୍ରାକର’ ଆପ୍‌ ଆରମ୍ଭ ନ ହେଉଣୁ ଏନ୍‌ଏଫ୍‌ଏଚ୍‌ଏସ୍‌ ଦ୍ୱାରା ଉପରୋକ୍ତ ସର୍ଭେ କରାଯାଇଥିଲା।

ଏନ୍‌ଏଫ୍‌ଏଚ୍‌ଏଚ୍‌-୫ର ସୂଚନାନୁସାରେ ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ସର୍ବାଧିକ। ଏହା ପଛକୁ ସିକିମ୍‌ ଓ ତ୍ରିପୁରା ରହିଛି। ସେହିପରି ମଧ୍ୟପ୍ରଦେଶ, ବିହାର ଏବଂ ଆନ୍ଧ୍ରପ୍ରଦେଶରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ଦେଶରେ ସର୍ବନିମ୍ନ। ତାମିଲନାଡ଼ୁ ଓ ଗୋଆ ବ୍ୟତୀତ ଦେଶର ଅଧିକାଂଶ ରାଜ୍ୟରେ ଜନ୍ମରୁ ୫ ବର୍ଷ ମଧ୍ୟରେ ମେଦବହୁଳ ଶିଶୁଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଦର୍ଶାଯାଇଛି। ଓ୍ବାଲର୍‌ଡ ଓବେସିଟି ଫେଡେରେଶନ୍‌ ଦ୍ୱାରା ପ୍ରକାଶିତ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ବିଶ୍ୱସ୍ତରରେ ମୋଟା ଶିଶୁଙ୍କ ସଂଖା ବୃଦ୍ଧି ପାଇବାରେ ଲାଗିଛି।

ଏଥିରୁ ଭାରତ ବାଦ୍‌ ପଡ଼ିନି। ଯଦି ଏଥିପ୍ରତି ଗୁରୁତ୍ୱ ଦିଆ ନ ଯାଏ ତେବେ ଭାରତରେ ୨୦୩୫ ସୁଦ୍ଧା ବାର୍ଷିକ ୯.୧% ଶିଶୁ ମେଦବୃଦ୍ଧିର ଶିକାର ହେବେ। ୨୦୨୦ରେ ଭାରତରେ ବାଳକଙ୍କ ମଧ୍ୟରେ ମେଦବୃଦ୍ଧି ଆଶଙ୍କା ମାତ୍ର ୩% ଥିବାବେଳେ ଏହା ଆଗାମୀ ୧୨ ବର୍ଷ ପରେ ୧୨% ବୃଦ୍ଧି ପାଇବ। ସେହିପରି ବାଳିକାଙ୍କ ସଂଖ୍ୟାକୁ ଦେଖିଲେ ଆଗାମୀ ୧୨ ବର୍ଷ ପରେ ସେମାନଙ୍କଠାରେ ମେଦବୃଦ୍ଧି ଆଶଙ୍କା ୭% ବୃଦ୍ଧି ପାଇବ ବୋଲି ଏହି ସର୍ଭେରେ କୁହାଯାଇଛି। ଅନୁରୂପଭାବେ ୨୦୩୫ ସୁଦ୍ଧା ଦେଶରେ ଜନସଂଖ୍ୟାର ପ୍ରାୟ ୧୧% ମେଦବହୁଳତାର ଶିକାର ହୋଇପାରନ୍ତି। ୨୦୨୦ରୁ ୨୦୩୫ ମଧ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ମାତ୍ରା ବାର୍ଷିକ ୫.୨% ହିସାବରେ ବଢ଼ିବ। ଏହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ୧.୮% ପ୍ରଭାବ ପକାଇବ ବୋଲି କୁହାଯାଇଛି।

ମଣିଷ ସଭ୍ୟତା ସହ ବାଉଁଶର ଯାତ୍ରା

COASTAL NEWS Odia 776

ମଣିଷ ସଭ୍ୟତା ସହ ବାଉଁଶର ଯାତ୍ରା

 

ଭୁବନେଶ୍ବର - ରିପୋର୍ଟର ଭଞ୍ଜ ବିହାରୀ ମହାନ୍ତି - ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ଯେବେଠୁଁ ମଣିଷ ସ୍ଥାୟୀ ଭାବେ ଘର କରି ରହିବା ଆରମ୍ଭ କଲା, ସେବେଠାରୁ ବାଉଁଶ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସାମିଲ ହୋଇ ଯାଇଥିଲା। ଶିକାର କରିବାରେ ବାଉଁଶ ଧନୁତୀର ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ହୋଇଥିଲା, ଯାହାକି ମନୁଷ୍ୟର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭେଳା ତିଆରି କରି ନଦୀ ପାର କରିବାରେ ବାଉଁଶର ବ୍ୟବହାର ମଧ୍ୟ କରାଯାଉଥିଲା। 

ସେହିପରି ବାସସ୍ଥାନ ନିର୍ମାଣର ବହୁ କ୍ଷେତ୍ରରେ ବାଉଁଶକୁ ବ୍ୟବହାର କରିବା ଆରମ୍ଭ ହୋଇଥିଲା। ଏବେ ବି ଗାଁ ଗଣ୍ଡାରେ ନଡ଼ାଛପର ଘରେ ବାଉଁଶର ଉପଯୋଗ କରାଯାଉଛି। ବାଉଁଶ ବିନା ନଡ଼ାଛପର ଘର ତିଆରି କରିବା ସମ୍ଭବ ନୁହେଁ।

ସେହିପରି ବନ୍ୟାରେ ନଦୀବନ୍ଧରେ ଅତଡ଼ା ଖସିଲେ ବାଉଁଶ ବାଡ଼ରେ ବାଲିବସ୍ତା ପକାଇ ଏହାକୁ ରୋକାଯାଏ। ବାଉଁଶ ଖାଦ୍ୟ, ବାସଗୃହ, ସୁରକ୍ଷା ପ୍ରଦାନ କରିବା ସହିତ ଏକ ଅର୍ଥକରୀ ଗଛର ଭୂମିକା ଗ୍ରହଣରେ ଅତୁଳନୀୟ ସାବ୍ୟସ୍ତ ହୋଇପାରିଛି। ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବାଉଁଶ ମଣିଷର ଅତି ଆପଣାର ହୋଇ ରହିଛି। ତେଣୁ ବାଉଁଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଓ୍ବାଲର୍ଡ ବାମ୍ବୋ ଅର୍ଗାନାଇଜେଶନ ଗଠନ କରାଯାଇଥିଲା। ଏହାର ସଂରକ୍ଷଣ ଲାଗି ୨୦୦୯ ବ୍ୟାଙ୍କକର ୮ମ ଓ୍ବାଲର୍ଡ ବାମ୍ବୋ ସମ୍ମିଳନୀରେ ସେପ୍ଟେମ୍ବର ୧୮କୁ ‘ବିଶ୍ୱ ବାଉଁଶ ଦିବସ’ ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 

ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ପରିବେଶ ବିଜ୍ଞାନୀଙ୍କ ମତାନୁସାରେ, ବାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରାଗଲେ ପ୍ରଦୂଷଣ ମାତ୍ରା ହ୍ରାସ ପାଇପାରିବ। ଏହା ସହିତ ବାଉଁଶ ଦ୍ୱାରା ଭାରତ ଭଳି ଦେଶର ଆର୍ଥିକ ବିକାଶ ମଧ୍ୟ ସମ୍ଭବ ହୋଇପାରିବ।

ଦିବସ ପାଳନ ଅବସରରେ ବାଉଁଶ ଚାଷକୁ ପ୍ରୋତ୍ସାହିତ କରାଯିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବାଉଁଶର ଆସବାବପତ୍ର, ଖାଦ୍ୟ, ଜୈବ ଇନ୍ଧନ, କପଡା ଆଦି ଅନେକ ବ୍ୟବହାର ରହିଛି। ତେଣୁ, ଆବଶ୍ୟକତା ବଜାୟ ରଖିବା ପାଇଁ ଏହାର ଚାଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ବିଶ୍ୱ ବାଉଁଶ ଦିବସ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ବହନ କରିଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ହେଉଛି ‘ପରିବେଶ ସଂରକ୍ଷଣ ପାଇଁ ଏକ ଆହ୍ବାନ ମୂଳକ ପଦକ୍ଷେପ(ଏ କଲ ଟୁ ଆକ୍ସନ ଫର ଏନଭାର୍ନମେଣ୍ଟାଲ ପ୍ରିଜରଭେଶନ) ।

ବିଶେଷ ଖବର

COASTAL NEWS Odia 775
ବିଶେଷ ଖବର



୧-ଆଜିଠାରୁ ୨୨ ତାରିଖ ଯାଏ ୫ ଦିନ ଧରି ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ l ସଂସଦର ୭୫ ବର୍ଷ ଯାତ୍ରା ସଂପର୍କରେ ହେବ ଆଲୋଚନା l

୨-ଦ୍ୱାରକା ସେକ୍ଟର ୨୧ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ଯ୍ୟନ୍ତ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ l

୩-'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୮ କୌଳିକ ବୃତ୍ତିଧାରୀଙ୍କୁ ମିଳିବ କମ୍ ସୁଧରେ ଋଣ l ଏଥିରେ ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଏହି ଯୋଜନାରେ ଓଡ଼ିଶାର ୧ ଲକ୍ଷରୁ ଅଧିକ ଶିଳ୍ପୀ ଓ କାରିଗର ଉପକୃତ ହେବେ ।

୪-ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ l ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ କଲେ ସମ୍ମାନିତ l

୫-ଭଉଣୀ ଗୀତାଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଜି ହେବ ଅନ୍ତିମ ସଂସ୍କାର l

୬-ଭୁବନେଶ୍ବରରୁ ମେମୁ ଟ୍ରେନ୍‌ରେ କଟକ ଯାତ୍ରା କଲେ ରେଳମନ୍ତ୍ରୀ, ଯାତ୍ରୀଙ୍କ ଅଭିଯୋଗ ଶୁଣି ପ୍ରତିଶ୍ରୁତି ଦେଲେ l

୭-ଆଗାମୀ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରାୟ ୧୫ଶହ ଶ୍ରଦ୍ଧାଳୁଙ୍କୁ ମାଗଣା ହବିଷ ବ୍ରତ ସେବା ଯୋଗାଇବେ ରାଜ୍ୟ ସରକାର l ସଞ୍ଚାର (ଅନ୍‌ଲାଇନ୍‌)ରେ ହେବ ନାମ ପଞ୍ଜୀକରଣ l

୮-ଏକ ଠକେଇ ମାମଲାର ଶୁଣାଣି କରି ବଲିଉଡ୍ ଅଭିନେତ୍ରୀ ଜରୀନ ଖାନ୍‌ଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ କୋଲକାତା କୋର୍ଟ।

୯-ମୋଦୀଙ୍କ ଜନ୍ମଦିନରେ ରିଲିଜ ହେଲା ନୂଆ ଗୀତ, ରିଲିଜ କଲେ ଭୋଜପୁରୀ ଷ୍ଟାର ପବନ ସିଂ l ଗୀତଟି ହେଉଛି “ହେ ଦେଶ ଦିୱାନା ମୋଦୀ କା” ।

୧୦-ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଖୁବଶୀଘ୍ର ‘ଗେମ୍ ଚେଞ୍ଜର’ ନାମକ ଫିଲ୍ମରେ ଦେଖିବାକୁ ମିଳିବ। ତେବେ ରିଲିଜ ପୂର୍ବରୁ ଲିକ ହେଲା ଫିଲ୍ମର ଗୀତ l

୧୧-ହାଇଦ୍ରାବାଦର ତେଲେଙ୍ଗାନାରେ ସରିଲା କଂଗ୍ରେସ ମେଳି, ଦଳୀୟକର୍ମୀଙ୍କୁ ବିଜୟମନ୍ତ୍ର ଦେଲେ ସୋନିଆ ଓ ଖଡଗେ l

୧୨-ପଶ୍ଚିମବଙ୍ଗର ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟକୁ ମିଳିଲା ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା l ଏହା ନିଶ୍ଚିତ ଭାବେ ପ୍ରତି ଭାରତୀୟଙ୍କ ପାଇଁ ଏକ ଗର୍ବର ବିଷୟ । ଆଜି ବି ସେଠାରେ ପିଲାମାନେ ବୃକ୍ଷ ତଳେ ବସି ପଢ଼ୁଛନ୍ତି । 

୧୩-ଜମ୍ମୁକଶ୍ମୀରର ଉଦ୍ଦମପୁର ରେଳଷ୍ଟେସନର ନାମ ପରିବର୍ତନ ହୋଇ ହେଲା ସହିଦ କ୍ୟାପଟେନ ତୁଷାର ମହାଜନ l ଜମ୍ମୁକଶ୍ମୀର ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି l

୧୪-ରାଜ୍ୟରେ ଜମି ଦୁର୍ନୀତି ନେଇ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। 

୧୫-ତେଲେଙ୍ଗାନା ପାଇଁ କଂଗ୍ରେସର ନିର୍ବାଚନୀ ଘୋଷଣା: ୫୦୦ ଟଙ୍କାରେ ସିଲିଣ୍ଡର ସହ ୨୫୦୦ ଟଙ୍କା ଭତ୍ତା, ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା l

୧୬-ଆରବପତି ଏଲନ ମସ୍କ ସହ ସମ୍ପର୍କ ରଖିବା ଅଭିଯୋଗ ଆଣିବା ପରେ ପତ୍ନୀ ନିକେଲ ଶାନହନଙ୍କୁ ଛାଡ଼ପତ୍ର ଦେଲେ ଗୁଗଲର ସହ-ପ୍ରତିଷ୍ଠାତା ସର୍ଗୈ ବ୍ରିନ୍‌।

୧୭-ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଏସିଆ କପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍‌ରେ ଭାରତ ଘରୋଇ ଦଳ ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍‌ରେ ଶୋଚନୀୟ ଭାବେ ହରାଇ ଜିତିଲା ଅଷ୍ଟମ ଥର ଏସିଆ କପ୍ ଟାଇଟଲ୍ l

୧୮-ମ୍ୟାଚ ଜିତାଇବା ପରେ ହୃଦୟ ଜିତିଲେ ସିରାଜ୍, ଗ୍ରାଉଣ୍ଡଷ୍ଟାଫଙ୍କୁ ଦାନ କଲେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ରାଶି l ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ବାବଦରେ ୫ ହଜାର ଡଲାର ( ପ୍ରାୟ ୪ ଲକ୍ଷ ୧୫ ହଜାର ଟଙ୍କା) ଦିଆଯାଇଥିବାବେଳେ ସେ ଉକ୍ତ ରାଶିକୁ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ କରିଦେଇଥିଲେ ।

୧୯-ଚଳିତ ମାସ ୨୨ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। 

୨୦-ରିଓ ସୁଟିଂ ବିଶ୍ୱକପ୍‌ରେ ଚମକିଲେ ଭାରତର ଇଲାବେନିଲ, ୧୦ ମିଟର ଏୟାର ରାଇଫଲ୍‌ରେ ଜିତିଲେ ସ୍ୱର୍ଣ୍ଣ ପଦକ l

ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*


ହିନ୍ଦୀ ମାତା ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିମା ସ୍ଥାପିତ

COASTAL NEWS Odia 774
ହିନ୍ଦୀ ମାତା ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିମା ସ୍ଥାପିତ

 
ହିନ୍ଦୀ ମାତା ମନ୍ଦିର 

ଗ୍ବାଲିଅର୍‌,୧୭।୯: ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକ ଏବଂ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନେ ଧୂମଧାମରେ ପାଳନ କରୁଛନ୍ତି। ଗ୍ବାଲିଅରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଳନ କରାଯାଉଛି। 

ଏଠାରେ ସମର୍ଥକମାନେ ତାଙ୍କ ନାମରେ ଏକ ପ୍ରତିମୂର୍ତ୍ତି ତିଆରି କରି ଏହାକୁ ଈଶ୍ୱରଙ୍କ ଭଳି ମନ୍ଦିରରେ ସ୍ଥାପନ କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ଏପରି ଏକ ସ୍ଥାନରେ ମଧ୍ୟ ସ୍ଥାପନ କରାଯାଇଥିଲା ଯେଉଁଠାରେ ରାଜମାତା ବିଜୟା ରାଜ ସିନ୍ଧିଆ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରି ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇସାରିଛି।

ମଧ୍ୟପ୍ରଦେଶର ଗ୍ବାଲିଅରରେ ଅନ୍ତରାଷ୍ଟ୍ରୀୟ ଅଭିବ୍ୟକ୍ତି ମଞ୍ଚ ସହରର ସତ୍ୟନାରାୟଣ କି ଟେକ୍ରି ନାମକ ଏକ ପାହାଡ ଉପରେ ଥିବା ହିନ୍ଦୀ ମାତା ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।

ଜାତୀୟ ସ୍ତରରେ ହିନ୍ଦୀକୁ ପ୍ରୋତ୍ସାହିତ କରୁଥିବା ଏବଂ ହିନ୍ଦୀକୁ ସମର୍ଥନ କରୁଥିବା ଅନ୍ତରାଷ୍ଟ୍ରୀୟ ଅଭିବ୍ୟକ୍ତି ମଞ୍ଚ ପ୍ରଥମେ ୧୯୯୫ ମସିହାରେ ସତ୍ୟନାରାୟଣ ଟେକ୍ରିରେ ଦେଶର ଏକମାତ୍ର ହିନ୍ଦୀ ମାତା ମନ୍ଦିର ନିର୍ମାଣ କରିଥିଲା। ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସହ ରାଜମାତା ବିଜୟା ରାଜ ସିନ୍ଧିଆଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି ଏବଂ ବର୍ତ୍ତମାନ ହିନ୍ଦୀ ଦିବସ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। ଏହି ତିନିଜଣ ନେତା ପ୍ରତିଦିନ ପୂଜା କରନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ ହିନ୍ଦୀ ତଥା ହିନ୍ଦୀ ଭାଷା ବଞ୍ଚାଇବା ପାଇଁ କାର୍ଯ୍ୟ କରିଛନ୍ତି, ତେଣୁ ଏଠାରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ଅନ୍ତରାଷ୍ଟ୍ରୀୟ ଅଭିବ୍ୟକ୍ତି ମଞ୍ଚ ପକ୍ଷରୁ କୁହାଯାଇଛି।

ମହାନ ବିପ୍ଳବୀ ସହିଦ୍ ତାନ୍ତିଆ ଟୋପି

  
COASTAL NEWS Odia 773
ମହାନ ବିପ୍ଳବୀ ସହିଦ୍ ତାନ୍ତିଆ  ଟୋପି 





ମହାନ ସହିଦ୍ ତାନ୍ତିଆ  ଟୋପି 
ଏହି ଚିତ୍ର ଅମର ଶହୀଦ ତାନ୍ତିଆ ଟୋପିଜୀଙ୍କର |  ଯେତେବେଳେ ସେ ବ୍ରିଟିଶ ହେପାଜତରେ ଥିଲେ, ଜଣେ ଇଂରାଜୀ ଫଟୋଗ୍ରାଫର ଏହି ଫଟୋ ଉଠାଇ ଥିଲେ |  1858 ମସିହାରେ ଝାନସୀର ରାଣୀ ଲକ୍ଷ୍ମୀବାଈ ଶହୀଦ ହେବା ପରେ ତାନ୍ତିଆ ଟୋପି ଗ୍ୱାଲିଅରରୁ ଅଦୃଶ୍ୟ ହୋଇ ଯାଇଥିଲେ |  ଏହା ପରେ ବ୍ରିଟିଶମାନେ ତାଙ୍କ ଉପରେ 10,000 ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

ତାନ୍ତିଆ  ଟୋପି ମଧ୍ୟ ଗୁପ୍ତରେ ବ୍ରିଟିଶମାନଙ୍କ ବିରୋଧରେ ଲଢ଼େଇ ଜାରି ରଖିଥିଲେ।  ଏହି ସମୟରେ ସେ ଆଦିବାସୀମାନଙ୍କ ମଧ୍ୟରେ ମିଳିମିଶି  ରହୁଥିଲେ।

ଏହି ସମୟରେ, ଯେତେବେଳେ ତାନ୍ତିଆ ଟୋପି ଗ୍ୱାଲିଅର୍ ନିକଟ ଶିବପୁରୀ ଜଙ୍ଗଲରେ ଥିଲେ, ସେତେବେଳେ ସେ ନରୱାରର ରାଜା ମାନସିଂହଙ୍କୁ ଭେଟିଥିଲେ |  ଯେଉଁଠାରେ ଦୁହେଁ ବନ୍ଧୁ ହେଲେ |  ମାନସିଂହ ତାନ୍ତିଆ  ଟୋପିଙ୍କର ଯତ୍ନ ନେଇଥିଲେ |  ତାନ୍ତିଆ  ଟୋପି ତାଙ୍କୁ ବିଶ୍ୱାସ କରୁଥିଲେ କିନ୍ତୁ ମାନସିଂହ ତାଙ୍କ ବିଷୟରେ ବ୍ରିଟିଶମାନଙ୍କୁ ସୂଚନା ଦେଇଥିଲେ |

7 ଏପ୍ରିଲ 1869 ଦିନ ତାନ୍ତିଆ  ଟୋପି ଧରା ହୋଇ ଶିବପୁରୀକୁ ଅଣାଯାଇଥିଲେ ।  ତାନ୍ତିଆ  ଟୋପିଙ୍କୁ ଦଶ ଦିନ ପରେ 18 ଏପ୍ରିଲରେ ସେଠାରେ ଅବସ୍ଥିତ ସିପ୍ରି ଗ୍ରାମରେ ଫାଶୀ ଦିଆଯାଇଥିଲା |

ଯେଉଁ ପଥର ଉପରେ ତାନ୍ତିଆଟୋପି ଙ୍କୁ ଫାଶୀ ଦିଆଯାଇଥିଲା, ବ୍ରିଟିଶମାନେ ଏହାକୁ ଲେଖିଥିଲେ, "ଏଠାରେ ଏପ୍ରିଲ 18, 1859 ରେ କୁଖ୍ୟାତ ତାନ୍ତିଆ  ଟୋପି ଙ୍କୁ ଫାଶୀ ଦିଆଯାଇଥିଲା |"

ଏହିପରି ଭାବରେ, ନିଜ ଦେଶର ଜଣେ ରାଜାଙ୍କ ପ୍ରତି ବିଶ୍ବାସ କରି ଜଣେ ବିବେକ ବିହୀନ ରାଜାଙ୍କ ବିଶ୍ୱାସଘାତକତା ହେତୁ ଜଣେ ମହାନ ବିପ୍ଳବୀଙ୍କୁ ଜୀବନ ହରାଇବାକୁ ପଡିଥିଲା ।
 

ଏସିଆ କପ 2023: ଏସିଆ କପ୍ ଚାମ୍ପିଅନ୍ ବନିଲା ଭାରତ

COASTAL NEWS Odia 772

ଏସିଆ କପ 2023: ଏସିଆ କପ୍ ଚାମ୍ପିଅନ୍ ବନିଲା ଭାରତ 
 


ଶ୍ରୀଲଙ୍କା - ଏସିଆ କପ 2023: ଏସିଆ କପ୍ ଚାମ୍ପିଅନ୍ ହେଲା ଭାରତ । ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଜିତିଲା ଭାରତ । ୧୦ ୱିକେଟ୍‌ରେ ଜିତିଲା ଭାରତୀୟ ଟିମ୍ । ଭାରତ ଆଗରେ ଥିଲା ମାତ୍ର ୫୧ ରନ୍‌ର ଟାର୍ଗେଟ୍ । ସିରାଜଙ୍କ ସୁଇଂ ଆଗରେ ମାଟି କାମୁଡ଼ିଲା ଶ୍ରୀଲଙ୍କା । ସିରାଜଙ୍କୁ ୬, ପାଣ୍ଡ୍ୟାଙ୍କୁ ୩ ଓ ବୁମ୍‌ରାଙ୍କୁ ଗୋଟିଏ ୱିକେଟ୍‌ ମିଳିଛି l

ଖେଳ ଆରମ୍ଭରୁ ଏସିଆ କପ୍‌ ଫାଇନାଲରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୫୦ ରନ୍‌ରେ ୧୦ ୱିକେଟ୍ ହରାଇ ଶ୍ରୀଲଙ୍କା ଅଲ୍ଆଉଟ୍‌ ହୋଇଥିଲା । ଗୋଟିଏ ଓଭରରେ ୪ଟି ୱିକେଟ୍ ନେଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ଫାଷ୍ଟ ବୋଲର୍ ମହମ୍ମଦ ସିରାଜ୍ । ମୋଟ ୬ଟି ଓ୍ବିକେଟ୍ ନେଇ ସିରାଜ ଶ୍ରୀଲଙ୍କା ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି । ଜସପ୍ରିତ ବୁମ୍ରା ୧ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୩ଟି ଓ୍ବିକେଟ ମିଳିଥିଲା । ୧ରନରେ ପ୍ରଥମ ଓ୍ବିକେଟ୍ ଖସାଇଥିଲେ ବୁମ୍ରା ।

ଏହା ପରେ ୮ ରନରେ ୩ଟି ଓ୍ବିକେଟ ଦଖଲ କରିଥିଲେ ସିରାଜ । ଶ୍ରୀଲଙ୍କାର ୯ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ସ୍କୋର ବି ଡେଇଁ ପାରି ନାହାନ୍ତି । ଏପରିକି ୫ ଜଣ ବ୍ୟାଟସମ୍ୟାନ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନାହାନ୍ତି| ଏସିଆ କପ ଇତିହାସରେ ଏଭଳି ମ୍ୟାଚ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା l ଏତେ କମ୍ ରନ୍ ଏସିଆ କପ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ଯାଚ ରେ ଦେଖିବା ବିରଳ l


ନିଜ ଦେଶର ଘରୋଇ ପରିବେଶରେ ଶ୍ରୀଲଙ୍କା ଏକ ଶକ୍ତିଶାଳୀ ଦଳ ଭାବେ ପ୍ରମାଣିତ କରିଥିବାରୁ ଭାରତ ପାଖରେ ମଧ୍ୟ ଆହ୍ବାନ ରହିଥିଲା। ଉଭୟ ଦଳ ପାଇଁ ବିଶେଷ କରି ଭାରତ ପାଇଁ ବିଶ୍ବକପ୍‌ ପୂର୍ବରୁ ଏସିଆ କପ୍‌ ବିଜୟ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ ‌‌ହୋଇଛି। କାରଣ ଟ୍ରଫି ବିଜୟ ନିଶ୍ଚିତ ଖେଳାଳିଙ୍କ ମନୋବଳକୁ ବଢ଼ାଇଛି । ଗତବର୍ଷ ଅନୁଷ୍ଠିତ ଏସିଆ କପ୍‌ ସୁପର୍‌ ଫୋର୍‌ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ପାକିସ୍ତାନଠାରୁ ହାରିଯିବାରୁ ଭାରତ ଆଗକୁ ବଢ଼ିପାରିନଥିଲା।


Sunday, September 17, 2023

ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

COASTAL NEWS Odia 771

 ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

 
ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଏବଂ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ରବିବାର ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ ହୋଇଛି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ ତଥା ସହଯୋଗ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। 

ପ୍ରଧାନମନ୍ତ୍ରୀ ପ୍ରଥମେ ଦିଲ୍ଲୀର ଦ୍ୱାରକାଠାରେ ‘ଯଶୋଭୂମି’ ନାମକ ଇଣ୍ଡିଆ ଇଣ୍ଟରନେସନାଲ କନ୍‌ଭେନ୍‌ସନ୍‌ ଆଣ୍ଡ୍‌ ଏକ୍ସପୋ ସେଣ୍ଟରର ଉଦ୍‌ଘାଟନ କରିଥିଲେ। ଏହାପରେ ସେଠାରେ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯଶୋଭୂମି କନ୍‌ଭେନ୍‌ସନ୍‌ ସେଣ୍ଟରରେ ୧୮ ଜଣ ବିଶ୍ବକର୍ମାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ମୋଦୀ ସେମାନଙ୍କ ସହ ଫଟୋ ଉଠାଇଛନ୍ତି। 

ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ବିଶ୍ୱକର୍ମା ପରିଚୟ ମିଳିବ। ଏଥିସହ ସରକାରଙ୍କ ପକ୍ଷରୁ ୫% ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ୧୮ ବର୍ଗର କୌଳିକ ବୃତ୍ତିଧାରୀ ଏହି ଯୋଜନା ଦ୍ବାରା ଉପକୃତ ହେବେ। ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର।

ରୋବୋ ପଢାଉଛି ପାଠ

COASTAL NEWS Odia 770
ରୋବୋ ପଢାଉଛି ପାଠ

 

କର୍ଣାଟକ - ସ୍କୁଲ ୟୁନିଫର୍ମ ପନ୍ଧି, ମୁଣ୍ଡରେ ଦୁଇଟି ବେଣୀ ଓ ଧଳା ରିବନ ବାନ୍ଧି ଥିବା ଏକ କୁନି ଝିଅଟି ପ୍ରକୃତରେ ଏକ ରୋବୋ। କର୍ନାଟକ ସିର୍‌ସି ଗ୍ରାମର ଶିକ୍ଷକ ଅକ୍ଷୟ ମାଶେଲକର୍‌ ତିଆରି କରିଛନ୍ତି ଉକ୍ତ ସୁନ୍ଦର ରୋବୋଟିକୁ, ଯାହାର ନାଁ ‘ଶିକ୍ଷା’। ଗାଁର ଶିକ୍ଷା ପଦ୍ଧତିକୁ ଅଧିକ ମଜାଦାର ଓ ଆଧୁନିକ ତଥା ବୈଜ୍ଞାନିକ ଶୈଳୀର କରିବା ଲାଗି ସେ ଏହି ରୋବୋ ନିର୍ମାଣ କରିଛନ୍ତି। ଅକ୍ଷୟଙ୍କ ପରିବାର ଶିକ୍ଷାଦାନ ସହ ଜଡ଼ିତ ଥିବାରୁ ସେ ବି ଶିକ୍ଷାଦlନ କରିବା ଲାଗି ପିଲାଟି ବେଳୁ ନିଷ୍ପତ୍ତି ନେଇଥିଲେ। ଆଉ ବଡ଼ ହେବା ପରେ ସତକୁସତ କଲେଜ୍‌ ପ୍ରଫେସର୍‌ ହେଲେ। ଅକ୍ଷୟ ଜାଣନ୍ତି ଗାଁର ଶିକ୍ଷା ପଦ୍ଧତି ବହୁତ ଅନୁନ୍ନତ। ଆଜି ବି ପୁରୁଣା ଶୈଳୀରେ ପଢା ଯାଉଛି। ତେଣୁ କୋଭିଡ଼ ସମୟରେ ମିଳିଥିବା ଅବସର ସମୟକୁ ଗ୍ରାମର ଶିକ୍ଷା ପ୍ରଣାଳୀକୁ ଉନ୍ନତ କରିବାଲାଗି ‘ଶିକ୍ଷା’ ନାମକ ଏହି ରୋବୋ ତିଆରି କଲେ। ରୋବୋଟି ଦେଖିବାକୁ ସୁନ୍ଦର ସ୍କୁଲ ଛାତ୍ରୀ ଭଳି। ଆଉ ଏହା ପିଲାଙ୍କୁ ପଢାଇବାରେ ବେଶ୍‌ ସକ୍ଷମ। ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସେ ପଢାଇପାରେ। ଦେଢ ବର୍ଷର ଗବେଷଣା ଓ ପରିଶ୍ରମ ପରେ ଅକ୍ଷୟ ଏହି ରୋବୋ ତିଆରି କରିଥିଲେ। ଆଉ ଖର୍ଚ୍ଚ ହୋଇଥିଲା ପ୍ରାୟ ୨ ଲକ୍ଷ ଟଙ୍କା। ଗବେଷଣାରେ ତାଙ୍କର ଅଧିକ ଖର୍ଚ୍ଚ ହୋଇଥିବାବେଳେ ରୋବୋ ତିଆରିରେ ମାତ୍ର ୫୦,୦୦୦ ଟଙ୍କା ଖର୍ଚ୍ଚ ହୋଇଛି। 

କାରଣ ସେ ଜୁଗାଡ ଲଗାଇ ଉକ୍ତ ରୋବୋ ତିଆରି କରିଛନ୍ତି। ରୋବୋ ‘ଶିକ୍ଷା’ କନ୍ନଡ଼ ଓ ଇଂରାଜୀ ଭାଷାର ରାଇମ୍‌ ସହ ବିଭିନ୍ନ ଶେପ୍‌ର ନାମ, ଇଂରାଜୀ ଆଲଫାବେଟ୍‌, ଗଣିତ(ଗୁଣନ, ହରଣ, ମିଶାଣ, ଫେଡ଼ାଣ, ପଣିକିଆ) ଆଦି ପଢାଇପାରେ। ‘ଶିକ୍ଷା’ ୟା’ ମଧ୍ୟରେ ୨୫ଟି ସ୍କୁଲ ଯାଇ ପିଲାଙ୍କୁ ପଢାଇସାରିଲାଣି। ପିଲାମାନେ ଶିକ୍ଷାକୁ ଦେଖି ବହୁତ ଖୁସି ହୋଇ ଯାଆନ୍ତି। ଅକ୍ଷୟ କୁହନ୍ତି, ‘ଶିକ୍ଷାକୁ ନିର୍ମାଣ କରିବା ପଛର କାରଣ କେବଳ ଶ୍ରେଣୀ ଗୃହରେ ଟେକ୍ନଲୋଜି ବ୍ୟବହାର କରିବା ନୁହେଁ ବରଂ ପିଲାଙ୍କୁ ରୋବୋ ତିଆରି ପ୍ରତି ଆକୃଷ୍ଟ କରିବା ମଧ୍ୟ ଥିଲା।’

ରିପୋର୍ଟର - ଭଞ୍ଜବିହାରି ମହାନ୍ତି 

୭୩ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

COASTAL NEWS Odia 769

୭୩ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ନୂଆଦିଲ୍ଲୀ - ୭୩ ବର୍ଷରେ ପାଦ ଥାପିଲେ ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶଠୁ ବିଦେଶ, ସବୁଠୁ ନେତା ଓ ଜନତା ଜଣାଉଛନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା। ଏହି ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

୧୯୫୦ ମସିହା ଆଜିର ତାରିଖରେ ଗୁଜରାଟ ଭାଡ଼ନଗରର ଏକ ମଧ୍ୟବିତ ପରିବାରରେ ଜନ୍ମ ନେଇଥିଲେ ମୋଦି। ତାଙ୍କ ପୂରା ନାମ ନରେନ୍ଦ୍ର ଦାମୋଦର ଦାସ ମୋଦି। ତାଙ୍କ ପିଲା ଦିନ ବେଶ୍ ସଙ୍ଘର୍ଷପୂର୍ଣ୍ଣ ଥିଲା। ପ୍ରାରମ୍ଭରେ ସେ ଷ୍ଟେସନରେ ଚା' ବିକ୍ରି କରି ବାପାଙ୍କୁ ଆର୍ଥିକ ସାହାଯ୍ୟ କରୁଥିଲେ। କିନ୍ତୁ ନିଷ୍ଠା ଓ ଲୋକସେବା ତାଙ୍କୁ ଆଜି ଆଣି ପ୍ରଧାନମନ୍ତ୍ରୀ ଆସନରେ ବସାଇପାରିଛି l

ସେ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ନିଜକୁ ପ୍ରତିପାଦନ କରିପାରିଛନ୍ତି। ପ୍ରତ୍ୟେକ ପରିସ୍ଥିତିକୁ ମୁକାବିଲା କରିବା, କଠୋର ନିଷ୍ପତ୍ତି ନେବା, ଘଣ୍ଟା ଘଣ୍ଟା ଧରି ସାଧାରଣ ସଭାଠୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଅଭିଭାଷଣ ରଖିବା ଓ ବିରୋଧୀଙ୍କୁ ଏକ ନିଜସ୍ୱ ଶୈଳୀରେ ମାତ୍ ଦେବା ତାଙ୍କୁ ଅନ୍ୟ ନେତାମାନଙ୍କଠାରୁ ଭିନ୍ନ କରିପାରିଛି। ତାଙ୍କର ଏସବୁ ଶୈଳୀ ତାଙ୍କୁ ଆଜି ବିଶ୍ୱର ଲୋକପ୍ରିମ ପ୍ରଧାନମନ୍ତ୍ରୀ କରିପାରିଛି।

ଜଣେ ସାଧାରଣ ଚା' ବିକାଳୀରୁ ପ୍ରଧାନମନ୍ତ୍ରୀ ହେବାର ତାଙ୍କର ଏହି ଯାତ୍ରା ବେଶ୍ ସଙ୍ଘର୍ଷପୂର୍ଣ୍ଣ ଓ ପ୍ରେରଣାଦାୟୀ ମଧ୍ୟ। ପ୍ରଥମେ ଆରଏସଏସରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ସାଧାରଣ ନେତା, ଗୁଜରାଟ ମୁଖ୍ୟମନ୍ତ୍ରୀ ଆଉ ବର୍ତ୍ତମାନର ପ୍ରଧାନମନ୍ତ୍ରୀ। 

ସେ ୨୦୦୧ରୁ ୨୦୧୪ ଯାଏଁ ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ। ୨୦୧୪ରୁ ଆଜି ଯାଏଁ ଦେଶର ପ୍ରଧାନମନ୍ତ୍ରୀ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ସାରା ବିଶ୍ୱ ସମ୍ମୁଖରେ ନିଜର ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଛନ୍ତି। ଜଣେ ଅଣକଂଗ୍ରେସ ନେତା ଭାବେ ଦୀର୍ଘ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାରେ ସେ ଦେଶର ପ୍ରଥମ। 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...