AFFILIATE MARKETING

https://binomo.com?a=90810425bb57&t=0

Thursday, September 7, 2023

କୃତିମ ମାନବ ଶିଶୁ ବିକାଶର ପ୍ରୟାସ

 COASTAL NEWS Odia 636

କୃତିମ ମାନବ ଶିଶୁ ବିକାଶର ପ୍ରୟାସ 



ଲଣ୍ଡନ - ପୁରୁଷର ଶୁକ୍ରାଣ ଓ ସ୍ତ୍ରୀର ଡିମ୍ବାଣୁ ଏକାଠି ହେଲେ ଏକ ଭୃଣ ତିଆରି ହୁଏ ଏବଂ ଏହି ଭୃଣ ମାଆର ଗର୍ଭାଶୟରେ ଧୀରେ ଧୀରେ ଶିଶୁର ଆକାର ଦିଏ ବୋଲି ବିଜ୍ଞାନ ମତ। ହେଲେ ଏବେ ବିଜ୍ଞାନ ଆଉ ପାଦେ ଆଗେଇଛି। ବୈଜ୍ଞାନିକମାନେ ଏପରି ଏକ କମାଲ୍ କରିଛନ୍ତି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶୁକ୍ରାଣୁ କି ଡିମ୍ବାଣୁ ନ ନେଇ ମାନବ ଭୃଣ ପ୍ରସ୍ତୁତ କରିଛନ୍ତି ଏକ ବୈଜ୍ଞାନିକ ଟିମ୍।

କେବଳ ଏତିକି ନୁହେଁ ଭୃଣକୁ ବୃଦ୍ଧି କରିବା ପାଇଁ ମଧ୍ୟ ଗର୍ଭାଶୟର ସହାୟତା ନେଇ ନାହାନ୍ତି। ଲ୍ୟାବରେ ଏହି ଭୃଣକୁ ପ୍ରସ୍ତୁତ କରିବା ସହ ୧୪ ଦିନ ପର୍ଯ୍ୟନ୍ତ ଭୃଣକୁ ବୃଦ୍ଧି କରାଇବାରେ ସଫଳ ହୋଇଛନ୍ତି। ୱେଇଜମ୍ୟାନ୍ନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପ୍ରଫେସର ଜ୍ୟାକୋବ ହାନ୍ନାଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଦଳ ଏହି ଅନୁଧ୍ୟାନ କରିଛନ୍ତି। 

ସେମାନେ ଦାବି ଦାବି କରିଛନ୍ତି ଯେ, ଲ୍ୟାବରେ ଷ୍ଟେମ କୋଷରୁ ମାନବ ଭୃଣର ସମ୍ପୂର୍ଣ୍ଣ ମଡେଲ୍ ସୃଷ୍ଟି ହୋଇଛି ଏବଂ ୧୪ ଦିନ ପର୍ଯ୍ୟନ୍ତ ଏହାକୁ ଗର୍ଭ ବାହାରେ ବୃଦ୍ଧି କରାଇବା ମଧ୍ୟ ସଫଳ ହୋଇଛି। ଗର୍ଭପାତ, ଜନ୍ମ ବେଳେ ସମସ୍ୟା ଆଦି କ୍ଷେତ୍ରରେ ଏହି ଅନୁସନ୍ଧାନ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ।

ଏହି ଅନୁସନ୍ଧାନରେ ଅନ୍ୟ ଅପେକ୍ଷା ବିଶେଷ ଭିନ୍ନତା ରହିଛି, କାରଣ ଜେନେଟିକାଲ୍ ମୋଡିଫାୟାଡ୍ ଷ୍ଟେମ୍ ସେଲ୍ ଅପେକ୍ଷା ରାସାୟନିକ ପରିବର୍ତ୍ତିତ ଭୃଣକୁ ସମ୍ପୂର୍ଣ୍ଣ ରୂପେ ଏକ ଅବିକଳ ମାନବ ଭୃଣ ପରି ଆକାର ଦେଇଛି। ଏଥିରେ ମାନବ ଭୃଣ ଭଳି ଏକ ହଳଦିଆ ଥଳି ଏବଂ ଆମନିଓଟିକ୍ କ୍ୟାଭିଟି ମଧ୍ୟ ରହିଛି।

ବ୍ରିଟେନର ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟର ଜେମ୍ସ ବ୍ରିସ୍କୋ କହିଛନ୍ତି ଯେ, ଏହି ମଡେଲଗୁଡିକ ଗର୍ଭପାତ, ଜନ୍ମ ଦୋଷ ଏବଂ ବନ୍ଧ୍ୟାକରଣ ଭଳି ପରିସ୍ଥିତି ଅଧ୍ୟୟନ ପାଇଁ ବିଶେଷ ମୂଲ୍ୟବାନ ହୋଇପାରେ। ସେ ଆହୁରି କହିଛନ୍ତି, ଏହି ମଡେଲ୍ ବିଭିନ୍ନ କୋଷ ପ୍ରକାର ସୃଷ୍ଟି କରୁଥିବା ପରି ଦେଖାଯାଏ ଯାହା ପ୍ରାରମ୍ଭିକ ପର୍ଯ୍ୟାୟ ଟିସୁ ବିକାଶରେ ସହାୟକ ହୋଇଥାଏ। ବ୍ରିସ୍କୋ ମଧ୍ୟ ଜୈବ ଚିକିତ୍ସା ଅନୁସନ୍ଧାନ ଚାରିଟିର ମୁଖ୍ୟ ଗ୍ରୁପ୍ ଲିଡର୍ ତଥା ଅନୁସନ୍ଧାନର ସହଯୋଗୀ  ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିଭାଇଛନ୍ତି।

ତେବେ ଏହି ଅନୁସନ୍ଧାନ ସହ ଜଡିତ ନଥିବା ଅନ୍ୟ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ମଡେଲଗୁଡିକୁ ମନୁଷ୍ୟର ଭ୍ରୁଣ ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ଅନୁସନ୍ଧାନ ନିଶ୍ଚିତ ରୂପେ ମାନବ ଭୃଣ ସହ ସାମଞ୍ଜସ୍ୟ କିନ୍ତୁ ଏହା ଗର୍ଭାଶୟର ଭୃଣ ଭଳି ସମାନ ନୁହଁ। ଅନ୍ୟ ଜଣେ ବୈଜ୍ଞାନିକ, ଭୃଣ ତିଆରି ଗର୍ଭାଶୟରେ ନ ରଖି ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ତେଣୁ ଏ ଦିଗରେ ଅଧିକ ଅନୁଧ୍ୟାନ କରାଗଲେ ନୂଆ ତଥ୍ୟ ସାମ୍ନାକୁ ଆସିପାରିବ I

କେସିଙ୍ଗା ଷ୍ଟେସନ ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ

 COASTAL NEWS Odia 635

କେସିଙ୍ଗା ଷ୍ଟେସନ ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ



ଭବାନୀପାଟଣା : କେସିଙ୍ଗା ଷ୍ଟେସନ ନିକଟରେ ଆଜି ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼ ସହ ସଂଘବଦ୍ଧ ଆକ୍ରମଣ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉକ୍ତ ଯୁବକ ଜଣଙ୍କ ବଗାଡ ଗାଁର। ତାଙ୍କୁ ଉଦ୍ଧାର କରାଯାଇ କେସିଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଘଟଣାରେ କେସିଙ୍ଗା ଗାଁର ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ମହାକାଶରେ ସେଲଫି ନେଲା ଆଦିତ୍ୟ-L1

 COASTAL NEWS Odia 633

ମହାକାଶରେ ସେଲଫି ନେଲା ଆଦିତ୍ୟ-L1



ନୂଆଦିଲ୍ଲୀ - ମହାକାଶରେ ସେଲଫି ନେଲା ଆଦିତ୍ୟ-L1। ଇସ୍ରୋର ଏହି ଉଚ୍ଚାଭିଳାଷୀ ସୂର୍ଯ୍ୟ ମିଶନ ଲକ୍ଷ୍ୟପଥ L1କୁ ଯିବା ସମୟରେ ନିଜର ସେଲଫି ନେବା ସହ ପୃଥିବୀ ଓ ଚନ୍ଦ୍ରର ଫଟୋ କ୍ଲିକ୍ କରିଛି। ଏହି ସମୟର କିଛି ଦୃଶ୍ୟ ଶେଆର୍ କରିଛି ଇସ୍ରୋ।

ଇସ୍ରୋ ଏନେଇ ଏକ୍ସ(ପୂର୍ବର ଟ୍ୱିଟର)ରେ ପୋଷ୍ଟ କରି ସୂଚନା ଦେଇଛି। ଇସ୍ରୋ ପୋଷ୍ଟ କରିଥିବା ଭିଡିଓରେ ଆଦିତ୍ୟ-L1ର ନିଜର ସେଲଫି ଫଟୋ ସହ ପୃଥିବୀ ଓ ଚନ୍ଦ୍ରକୁ ଦେଖିବାକୁ ମିଳୁଛି। ଚଳିତ ମାସ 2 ତାରିଖରେ ସତୀଶ ଧାବନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଥିଲା ଆଦିତ୍ୟ-L1। ଏହା ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବାର ଇସ୍ରୋର ପ୍ରଥମ ମିଶନ।

ଆଦିତ୍ୟ-L1 ସୂର୍ଯ୍ୟଙ୍କ ସମ୍ପୂର୍ଣ୍ଣ ନିକଟକୁ ନଗଲେ ମଧ୍ୟ ଏକି ନିର୍ଦ୍ଦିଷ୍ଟ L1, ଯାହାକୁ ଲାଗ୍ରାଞ୍ଜ କୁହାଯାଏ ଏହି ପଏଣ୍ଟରେ ରହି ଅନୁଧ୍ୟାନ କରିବ। ଲକ୍ଷ୍ୟପଥ L1ରେ ପହଞ୍ଚିବା ପାଇଁ ସୂର୍ଯ୍ୟ ମିଶନକୁ ଉତକ୍ଷେପଣଠାରୁ 125 ଦିନ ସମୟ ଲାଗିବ। ପୃଥିବୀଠୁ ସୂର୍ଯ୍ୟଙ୍କ ଦୂରତା 15 କୋଟି କିଲୋମିଟର ଦୂର ହୋଇଥିବା ବେଳେ ଏହା 15 ଲକ୍ଷ କିଲୋମିଟର ଦୂର ଲାଗ୍ରାଞ୍ଜ ପଏଣ୍ଟରେ ରହି ସୂର୍ଯ୍ୟଙ୍କ ବାବଦରେ ଇସ୍ରୋକୁ ଟିକନିଖ ଖବର ପଠାଇବ। ଏହି ସମୟ ମଧ୍ୟରେ ମହାକାଶର ଏହି ବିରଳ ଦୃଶ୍ୟ ପଠାଇଛି ଆଦିତ୍ୟ-L1।



ଲଙ୍କା

 COASTAL NEWS Odia 633

ଲଙ୍କା 



ଭୁବନେଶ୍ବର - କୌଣସି ଭାରତୀୟ ଖାଦ୍ୟ ପ୍ରସ୍ତୁତ  ବେଳେ ସେଥିରେ ଆମେ ଲଙ୍କା ପକାଇଥାଉ। ଲୋକେ ତରକାରୀ, ଭଜା ଇତ୍ୟାଦିରେ କଞ୍ଚା କିମ୍ବା ଶୁଖିଲା ଲଙ୍କା ବ୍ୟବହାର କରିଥାଆନ୍ତି। ଲଙ୍କା ପାଟିକୁ କେବଳ ରାଗ ଲାଗି ନ ଥାଏ, ବରଂ ଏହା ଖାଦ୍ୟର ସ୍ୱାଦକୁ ମଧ୍ୟ ବଢ଼ାଇ ଦେଇଥାଏ। କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆମକୁ ଅଳ୍ପ ମାତ୍ରାରେ ହିଁ ଲଙ୍କା ଖାଇବାକୁ କୁହାଯାଇଥାଏ।

ଯଦି ଆପଣ ଅଧିକ ମାତ୍ରାରେ ଲଙ୍କା ଖାଇବେ, ତେବେ ଏହା ସ୍ୱାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇବ। ଏପରି କି, ଲଙ୍କା ଶୁଙ୍ଘିଲେ ମଧ୍ୟ ଏହା ଆପଣଙ୍କୁ ଭାରି ପଡ଼ିପାରେ ଏବଂ ଏଥିପାଇଁ ଆପଣ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି।

ଏପରି ଘଟଣା ଘଟିଛି ବ୍ରାଜିଲ୍‌ରେ। ଏଠାରେ ଲଙ୍କା ଶୁଙ୍ଘିବା ଜଣେ ମହିଳାଙ୍କୁ ଭାରି ପଡ଼ିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୫ କି ୧୦ ଦିନ ନୁହେଁ, ବରଂ ପୂରା ୬ ମାସ ହେବ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏହି ଘଟଣା ଗତ ଫେବୃୟାରୀର ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ମହିଳାଙ୍କ ନାଁ ଥାଇସ୍ ମେଡେରୋସ୍। ସେ ରୋଷେଇ କଲା ବେଳେ ଏକ ଭୀଷଣ ରାଗୁଆ ଲଙ୍କାକୁ ଶୁଙ୍ଘି ଦେଇଥିଲେ, ଯାହାଫଳରେ ତାଙ୍କ ମସ୍ତିଷ୍କ ଭୟଙ୍କର ଭାବେ ଫୁଲି ଯାଇଥିଲା। ଲଙ୍କା ଶୁଙ୍ଘିବା ଦ୍ୱାରା ତାଙ୍କ ମସ୍ତିଷ୍କ ଉପରେ ଏକ ଗମ୍ଭୀର ପ୍ରଭାବ ପଡିଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ଥାଇସ୍‌ଙ୍କୁ ହସ୍ପିଟାଲ ନେବା ପରେ ସେଠାରେ କିଛି ଦିନ ପରେ ହିଁ ସେ କୋମାକୁ ଚାଲିଯାଇଥିଲେ। ସେବେଠାରୁ ପାଖାପାଖି ୬ ମାସ ହେବ ସେ ହସ୍ପିଟାଲରେ ଅଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଥାଇସ୍ ଠିକ୍ ଭାବେ କଥା କହିପାରୁ ନାହାନ୍ତି କି ଚାଲି ମଧ୍ୟ ପାରୁନାହାନ୍ତି। ଅକ୍ସିଜେନ୍ ଅଭାବଜନିତ ନ୍ୟୁରୋଲୋଜିକାଲ ସମସ୍ୟା ହେତୁ ଥାଇସ୍ ତାଙ୍କ ପୂର୍ବ ଅବସ୍ଥାକୁ ଫେରିବା ଅସମ୍ଭବ ହୋଇପାରେ ବୋଲି ଡାକ୍ତର କହିଛନ୍ତି।

ଭୁବନେଶ୍ବରରେ ମାଗଣା ଇ-ବସ୍ ସେବା। ଆଜି ରାଜଧାନୀରେ ଇ-ବସ୍ ଓ ଇ-ରିକ୍ସା ମାଗଣା

 COASTAL NEWS Odia 632

ଭୁବନେଶ୍ବରରେ ମାଗଣା ଇ-ବସ୍ ସେବା। ଆଜି ରାଜଧାନୀରେ ଇ-ବସ୍ ଓ ଇ-ରିକ୍ସା ମାଗଣା 




ଭୁବନେଶ୍ବର  : ଭୁବନେଶ୍ବରରେ ମାଗଣା ଇ-ବସ୍ ସେବା। ଆଜି ରାଜଧାନୀରେ ଇ-ବସ୍ ଓ ଇ-ରିକ୍ସା ମାଗଣା । ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ ଯାତ୍ରୀ । CRUT ପକ୍ଷରୁ ଭୁବନେଶ୍ବରରେ ଗଡୁଥିବା ୫୦ଟି ମୋ ଇ-ବସ୍ ଓ ୫୦ଟି ଇ-ରିକ୍ସାରେ ମାଗଣାରେ ଯାତ୍ରୀ ଯାଇପାରିବେ ।

ଭୁବନେଶ୍ବର ସହର ମଧ୍ୟରେ ୧୦ଟି ରୁଟରେ ଚାଲୁଛି ଇଲେକ୍ଟ୍ରିକ୍ ବସ୍ । ସ୍ବଚ୍ଛ ବାୟୁ ଦିବସ ଅବସରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରିବେଶକୁ ସ୍ବଚ୍ଛ ଓ ପ୍ରଦୂଷଣ ରୋକିବା ପାଇଁ ବିଏମସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମିଳିତ ସହଯୋଗରେ ସ୍ବଚ୍ଛ ବାୟୁ ଦିବସ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଭିକାରିଙ୍କ ସ୍ବତନ୍ତ୍ର ଯତ୍ନ ନେବ ଦିଲ୍ଲୀ ପୋଲିସ

 COASTAL NEWS Odia 631

ଭିକାରିଙ୍କ ସ୍ବତନ୍ତ୍ର ଯତ୍ନ ନେବ ଦିଲ୍ଲୀ ପୋଲିସ


 


ନୂଆଦିଲ୍ଲୀ,୭।୯: ସେପ୍ଟେମ୍ବର ୯ ଏବଂ ୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। କଡ଼ା ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଟ୍ରାଫିକ ଛାଉଣୀ ରହିଛି। କେବଳ ଏତିକି ନୁହେଁ, ଭିକାରୀ, ନିଶାଶକ୍ତ ବ୍ୟକ୍ତି ଏବଂ ଟ୍ରାନ୍ସଜେଣ୍ଡରଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ନୂଆଦିଲ୍ଲୀ ଅଞ୍ଚଳରେ ସମସ୍ତ ଭିକାରୀ, ନିଶାଶକ୍ତ ବ୍ୟକ୍ତି, ଟ୍ରାନ୍ସଜେଣ୍ଡର ଏବଂ ଫୁଟପାଥରେ ଶୋଇଥିବା ଲୋକଙ୍କ ସ୍ବତନ୍ତ୍ର ଯତ୍ନ ନେବେ ଦିଲ୍ଲୀ ପୋଲିସ। ସେମାନଙ୍କ ରହିବା ଏବଂ ଖାଦ୍ୟ ପାଇଁ ମଧ୍ୟ ପୋଲିସ ବ୍ୟବସ୍ଥା କରିବ।

କନ୍ନାଟ ପ୍ଲେସ, ଜନପଥ, ବଙ୍ଗଳା ସାହିବ ଗୁରୁଦ୍ୱାର, କେ.ଜି ମାର୍ଗ ଏବଂ ହନୁମାନ ମନ୍ଦିର ପରିସରରେ ଦେଖାଯାଇଥିବା ଭିକାରୀ, ନିଶାଶକ୍ତ ବ୍ୟକ୍ତି ଏବଂ ଟ୍ରାନ୍ସଜେଣ୍ଡରଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସହିତ ଏହି ଲୋକମାନଙ୍କୁ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେଶନ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେଶନର ଉଭୟ ପହରଗଞ୍ଜ ଏବଂ ଅଜମେରୀ ଫାଟକ ଭିତରକୁ ଯିବାକୁ ବାରଣ କରାଯାଇଛି। ଯଦିଓ କେହି ଦେଖାଯାଏ, ଏହି ଲୋକମାନଙ୍କୁ ଆଶ୍ରୟ ଗୃହରେ ଛାଡି ଦିଆଯିବ।

ଫେଲ୍‌ ମାରିଛିି ସୁନେତ୍ର ଯୋଜନା

 COASTAL NEWS Odia 630

ଫେଲ୍‌ ମାରିଛିି ସୁନେତ୍ର ଯୋଜନା


 


ରାୟଗଡ଼ା,୭।୯ ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇଦେବା ପାଇଁ ୨୦୧୯ରୁ ରାୟଗଡ଼ା ଜିଲାରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ସହାୟକଙ୍କ ସମେତ ବିଭିନ୍ନ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଶିଶୁଙ୍କଠାରୁ ଆରମ୍ଭକରି ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଯାହାର ପରଳ ଦୋଷ ରହିଛି ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଅସ୍ତ୍ରୋପଚାର କରାଯିବ। ଯେଉଁମାନଙ୍କର ଚଷମାର ଆବଶ୍ୟକତା ରହିଛି ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଇବାର ବ୍ୟବସ୍ଥା ରହିଛି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଏହି ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି। ଲୋକେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚକ୍ଷୁ ପରୀକ୍ଷା ପାଇଁ ଆସୁଥିବାବେଳେ ଡାକ୍ତର ମଧ୍ୟ ଆବଶ୍ୟକତା ଅନୁଯାୟୀ ଚଷମା ଲେଖିଥାନ୍ତି। ଏଥିସହ ଚିକିତ୍ସାଳୟରେ ଲୋକେ କିପରି ସହଜ ସୁବିଧାରେ ଚଷମା ପାଇବେ ସେଥିପାଇଁ ଅଧିକାରୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ହେଲେ ଲୋକଙ୍କୁ ଠିକ୍‌ ସମୟରେ ଚଷମା ମିଳୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୫ ବର୍ଷରେ ୧୦୯୭ ଚଷମା ବଣ୍ଟା ନ ହୋଇ ଖତ ଖାଉଥିବା ଦେଖିବାକୁ ମିଳିଛି। ସାମାନ୍ୟ ପରିଚାଳନାଗତ ତ୍ରୁଟି ଯୋଗୁ ଗରିବ ଲୋକ ସୁବିଧା ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି।

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯-୨୦ ମସିହାରେ ୧୧୦୭ ଚଷମାର ଆବଶ୍ୟକତା ଥିବା ମେଡିକାଲ ପକ୍ଷରୁ ବରାଦ କରାଯାଇଥିଲା। ସେଥିରୁ ୮୬୧ ଚଷମା ବଣ୍ଟନ କରାଯାଇଥିବାବେଳେ ୨୪୬ ଚଷମା ବଣ୍ଟା ନ ଯାଇ ପଡ଼ିରହିଛି। ସେହିପରି ୨୦୨୦-୨୧ରେ ୬୪୯ ଚଷମା ଆବଶ୍ୟକ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। ସେଥିରୁ ୪୯୮ ଚଷମା ବଣ୍ଟାଯାଇଥିବାବେଳେ ୧୫୧ ବଳକା ଚଷମା ମେଡିକାଲରେ ପଡ଼ି ରହିଛି । ୨୦୨୧-୨୨ରେ ବରାଦ ଅନୁଯାୟୀ ୧୨୩୬ ଚଷମା ମେଡିକାଲକୁ ଆସିଥିବାବେଳେ ସେଥିରୁ ୮୦୬ ଚଷମା ବଣ୍ଟନ କରାଯାଇଛି ଏବଂ ୩୦୮ ବଣ୍ଟା ନ ହୋଇ ପଡିରହିଛି । ସେହିପରି ୨୦୨୨-୨୩ରେ ୭୭୦ଜଣଙ୍କର ଚଷମା ଆବଶ୍ୟକ ଥିବାବେଳେ ୩୭୮ ଚଷମା ବଣ୍ଟନ କରାଯାଇଛି ଏବଂ ୩୯୨ ଚଷମା ମେଡିକାଲରେ ପଡ଼ି ରହିଥିବା ଜଣାପଡିଛି l ସମଗ୍ର ରାୟଗଡ଼ା ଜିଲାକୁ କେତେ ଚଷମା ରାଜ୍ୟସ୍ତରରୁ ଆସୁଛି ତାହାର ହିସାବ କାହା ପାଖରେ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମେଡିକାଲ ସମ୍ମୁୁଖରେ ଥିବା ଚଷମା ଦୋକନରେ ବରାଦ ଦେଲେ ୧ ଘଣ୍ଟା ମଧ୍ୟରେ ଚଷମା ମିଳୁଥିବାବେଳେ ସରକାରୀ ମେଡିକାଲରେ ଚଷମା ପାଇଁ ଆବେଦନ କଲେ ବର୍ଷକରୁ ଅଧିକ ସମୟ ଲାଗୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚେନ୍ନାଇସ୍ଥିତ ଏକ ଘରୋଇ ସଂସ୍ଥା ମାଧ୍ୟମରେ ଜିଲାକୁ ଚଷମା ଆସୁଥିବାରୁ ଚଷମା ଆସିବାରେ ବିଳମ୍ବ ହେଉଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଚଷମା ଆସିବା ପରେ ଲୋକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି କିଏ ଡାକିବ ତାକୁ ନେଇ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଚଷମା ଆସିଲାଣି କି ନାହିଁ ବାରମ୍ବାର ବୁଝୁଥିଲେ ମଧ୍ୟ ଚଷମା ଆସିନି ବୋଲି କହି କର୍ତ୍ତୃପକ୍ଷ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ବାହାର ଦୋକାନରୁ ଚଷମା ଆଣୁଥିବା କହିଛନ୍ତି।

ଚନ୍ଦ୍ର ମୁହାଁ ଜାପାନ: ସଫଳ ହେଲା ଉତ୍‌କ୍ଷେପଣ

 COASTAL NEWS Odia 629

ଚନ୍ଦ୍ର ମୁହାଁ ଜାପାନ: ସଫଳ ହେଲା ଉତ୍‌କ୍ଷେପଣ 


 

ଚନ୍ଦ୍ର ମୁହାଁ ଜାପାନ: ସଫଳ ହେଲା ଉତ୍‌କ୍ଷେପଣ

ଟୋକିଓ,୭।୯ : ଗୁରୁବାର ସକାଳେ ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି। ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା କରିବାରେ ସଫଳ ହୋଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି (ଜାକ୍ସା) କହିଛି ଏହି ରକେଟ ଦକ୍ଷିଣ ଜାପାନର ତାନେଗାସିମା ସ୍ପେସ ସେଣ୍ଟରରୁ ଉଡ଼ାଣ ଭରିଛି।

ଦୀର୍ଘ ଦିନ ଧରି ଜାପାନ ଏହାର ଚନ୍ଦ୍ର ମିଶନରେ କାର୍ଯ୍ୟ କରିଆସୁଛି। ଜାପାନର ଚନ୍ଦ୍ର ମିଶନରେ ଅନେକ ଜିନିଷ ଜଡିତ। ଏହି ମିଶନ ଅଧୀନରେ ସ୍ମାର୍ଟ ଲ୍ୟାଣ୍ଡରକୁ ଚନ୍ଦ୍ର ଉପରେ ଅନୁସନ୍ଧାନ କରିବାକୁ ଅବତରଣ କରିବାକୁ ପଡିବ। ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି ଏହାକୁ ଏଚ-୨-ଏ ରକେଟ ମାଧ୍ୟମରେ ଚନ୍ଦ୍ରକୁ ପଠାଉଛି ।

ଏଥିରେ ଉଚ୍ଚ ଟେକ୍ନୋଲୋଜି ବ୍ୟବହୃତ ହୋଇଛି। ଏଥିରେ ହାଇ ଟେକ୍ନୋଲୋଜି କ୍ୟାମେରା ଲଗାଯାଇଛି, ଯାହା ଚନ୍ଦ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କାମ କରିବ । ଏହାର ଚନ୍ଦ୍ର ଅବତରଣ ଆସନ୍ତା ବର୍ଷ ଆରମ୍ଭରେ ଧାର୍ଯ୍ୟ କରାଯାଇଛି।

ବିପଦରେ ଗଞ୍ଜା ଓଳାଭର ନଦୀ ବନ୍ଧ

 COASTAL NEWS Odia 628

ବିପଦରେ ଗଞ୍ଜା ଓଳାଭର ନଦୀ ବନ୍ଧ 



ରାଜକନିକା-ରାଜକନିକା ବ୍ଲକ୍‌ର ଗଞ୍ଜା-ଓଳାଭର ନଦୀବନ୍ଧ ରାସ୍ତା ଏବେ ପଥଚାରୀଙ୍କ ପାଇଁ ମରଣ ଯନ୍ତା ପାଲଟିଛି ।କଲ ଏମିତିକି ପ୍ରତିଦିନ ଲୋକେ ଏହି ରାସ୍ତାରେ ପଡ଼ି ଆହତ ହେଉଥିବାର ଜଣାପଡ଼ିଛି। କଟକ-ଚାନ୍ଦବାଲି ରାସ୍ତାର ଗଞ୍ଜା ଗ୍ରାମଠାରୁ ଓଳାଭର କୋଠସାହି ପର୍ଯ୍ୟନ୍ତ ୩ କିଲୋମିଟର ଏହି ନଦୀବନ୍ଧ ରାସ୍ତାକୁ କିଛି ବର୍ଷ ଅନ୍ତରରେ ଜଳସମ୍ପଦ ବିଭାଗ ପକ୍ଷରୁ ମରାମତି କରାଯାଇଛି । କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ରାସ୍ତା ଅବସ୍ଥା ସୁଧୁରି ନାହିଁ । ଠିକାଦାର ମାଲେମାଲ ହେଉଥିବା ବେଳେ ରାସ୍ତାର ଅବସ୍ଥା ଯେମିତି ସେମିତି ଅବସ୍ଥାରେ ରହିଛି । ଏହି କାରଣକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ଏବେ ରାସ୍ତାର ଅବସ୍ଥା ଏମିତି ହୋଇଛି ଯେ, ଜଣେଲୋକ ରାସ୍ତାରେ ଚାଲି ଚାଲି ଯିବା ସମ୍ଭବପର ହୋଇପାହୁନାହିଁ । ରାସ୍ତା ସାରା ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି । ବର୍ଷା ଦିନରେ ଖାଲରେ ପାଣି ଭ ରି ହୋଇ ପୋଖରୀ ଭଳି ଦୃଶ୍ୟମାନ ହେଉଛି। ଏଭଳି ବିପଦପୂର୍ଣ୍ଣ ରାସ୍ତାରେ ଯାତାୟତ ସମୟରେ ଲୋକମାନେ ଦୁର୍ଘଟଣାରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି ।ଏହି ରାସ୍ତା ଦେଇ ପଶ୍ଚିମକନିକା ଅଞ୍ଚଳର ୧୫ ଗ୍ରାମ ପଞ୍ଚାୟତର ଲୋକମାନେ ଯାତାୟତ କରୁଛନ୍ତି। ଓଳାଭରରୁ ରାଜକନିକା ସଦରକୁ କମ୍ ସମୟ ସହିତ ଅଳ୍ପବାଟ କାରଣରୁ ଏହି ରାସ୍ତାଉପରେ ଲୋକମାନେ ଅଧିକ ନିର୍ଭରଶୀଳ ହେଉଛନ୍ତି । ହେଲେ ଏବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ମନରେ ଏକପ୍ରକାର ଭୟ ସୃଷ୍ଟି କରୁଛି । ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ ଅଧିକ ସମସ୍ୟାରେ ପଡ଼ୁଥିବାର ଜଣାପଡ଼ିଛି । ଏହା ସହିତ ଆଗକୁ ପାର୍ବଣଋତୁ ଆସୁଛି। ଓଳାଭରରେ ପ୍ରସିଦ୍ଧ କାଳୀପୂଜା ଆରମ୍ଭ ହେବ । ଏହି ରାସ୍ତାଦେଇ ହଜାର ହଜାର ଭକ୍ତମାନେ ଓଳାଭରକୁ ମା'ଙ୍କ ଦର୍ଶନ କରିବାକୁ ଯାତାୟତ କରିବେ । ତୁରନ୍ତ ଏହି ନଦୀବନ୍ଧରାସ୍ତାକୁ ମରାମତି କରିବା ସହିତ ରାସ୍ତାରେ ଆଲୋକୀକରଣବ୍ୟବସ୍ଥା  କରିବାକୁ ସାଧାରଣରେ ଦାବି ହେଉଛି।

ଭାରତୀୟ ଧନୀଙ୍କ ସମ୍ପତ୍ତି ବଢ଼ିଲା

 COASTAL NEWS Odia 627

ଭାରତୀୟ ଧନୀଙ୍କ ସମ୍ପତ୍ତି ବଢ଼ିଲା





                                                                                              ନୂଆଦିଲ୍ଲ ୫/୯: କରୋନା ମହାମାରୀ ଓ ତା’ପରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ବିଶ୍ବଅର୍ଥନୀତିର ଚିତ୍ର ବଦଳାଇଦେଇଛି। ବିଶ୍ବର ବିଭିନ୍ନ ଦେଶରେ ସମ୍ପତ୍ତି ସୃଷ୍ଟିରେ ଭିନ୍ନତା ଦେଖିବାକୁ ମିଳିଛି। ଆମେରିକ, ଜାପାନ, ଚୀନ୍, କାନାଡା ଓ ଅଷ୍ଟ୍ରେଲିଆ ଭଳି ବିତ୍ତଶାଳୀ ଦେଶଗୁଡ଼ିକରେ ସମ୍ପତ୍ତି ବଢ଼ିବା ବଦଳରେ ହ୍ରାସ ପାଇଛି। କିନ୍ତୁ ଭାରତରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଭାରତୀୟମାନଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଭାରତ ସମେତ ରୁଷ୍, ବ୍ରାଜିଲ ଓ ମେକ୍ସିକୋରେ ସମ୍ପତ୍ତି ବଢ଼ିଛି ବୋଲି କ୍ରେଡିଟ୍ ସୁଇସ୍ ଗ୍ଲୋବାଲ୍ ୱେଲ୍‌ଥ ରିପୋର୍ଟରୁ ଜଣାପଡ଼ିଛି ।

୨୦୦୮ର ବିଶ୍ଵ ଅର୍ଥନୈତିକ ମାନ୍ଦାବସ୍ଥା ପରେ ପ୍ରଥମ ଥର ପାଇଁ ୨୦୨୨ରେ ବିଶ୍ବସ୍ତରରେ ପରିବାର ସମ୍ପତ୍ତି ହ୍ରାସ ପାଇଛି। କୋଭିଡ୍ ମହାମାରୀ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଗତ ଦୁଇ ଦଶନ୍ଧିରେ ଭାରତର ସମ୍ପତ୍ତିରେ କିନ୍ତୁ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ୨୦୦୦ ମସିହା ପରଠାରୁ ପ୍ରାପ୍ତବୟସ୍କଙ୍କ ହାରାହାରି ସମ୍ପତ୍ତି ବାର୍ଷିକ ୮.୭ 2900ଅଂଶପ ପ୍ରତିଶତ ହାରରେ ବୃଦ୍ଧି ପାଇ ୨୦୨୨ ସୁଦ୍ଧା ୧୬,୫୦୦ ଡଲାରରେ ପହଞ୍ଚିଛି। ଭାରତରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଜନସଂଖ୍ୟା ବର୍ଗ ହେଉଛି ମଧ୍ୟବିତ୍ତ ବର୍ଗ ୧୯୯୫ରୁ ୨୦୨୧ ମଧ୍ୟରେ ଏହି ମଧ୍ୟବିତ୍ତ ବର୍ଗ ବାର୍ଷିକ ୬.୩ ପ୍ରତିଶତ ହାରରେ ବଢ଼ିଛି। ମୋଟ ଜନସଂଖ୍ୟାରେ ମଧ୍ୟବିତ୍ତଙ୍କ ଭାଗ ଏବେ ୩୧ ପ୍ରତିଶତ ରହିଛି ଯାହା ୨୦୩୧ ସୁଦ୍ଧା ୩୮ ପ୍ରତିଶତ ଓ ୨୦୪୭ ସୁଦ୍ଧା ୬୦ ପ୍ରତିଶତରେ ପହଞ୍ଚିବ ବୋଲି ପ୍ରାଇସ ନାମକ ସଂସ୍ଥା ଏହାର ରିପୋର୍ଟରେ ଆକଳନ କରିଛି।

ନାଇଟ୍‌ ଫ୍ରାଙ୍କ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଭାରତରେ ଅତି ଧନୀ ବ୍ୟକ୍ତିଙ୍କ ସଂଖ୍ୟା ୨୦୨୨ରେ ୧୨,୦୬୮ ଥିଲା। ୨୦୨୭ ସୁଦ୍ଧା ତାହା ୫୮.୪ ପ୍ରତିଶତ ବୃଦ୍ଧି ପାଇ ୧୯,୧୧୯ ହେବ । ଭାରତର ବିଲିଓନେୟାରଙ୍କ (୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ରଖିଥିବା ବ୍ୟକ୍ତି) ସଂଖ୍ୟା ବୃଦ୍ଧି ପାଇ ୨୦୨୭ ସୁଦ୍ଧା ୧୯୫ରେ ପହଞ୍ଚିବ। 

ଏକ ନିୟୁତ ଡଲାରରୁ ଅଧିକ ସମ୍ପତ୍ତି ରଖିଥିବା ଭାରତୀୟ ଧନୀଙ୍କ ସଂଖ୍ୟା ୨୦୨୨ରେ ୭,୯୭,୭୧୪ ରହିଛି। ୨୦୨୭ ସୁଦ୍ଧା ତାହା ୧.୬୫ ନିୟୁତରେ ପହଞ୍ଚିବ ବୋଲି ନାଇଟ୍ ଫ୍ରାଙ୍କ ଇଣ୍ଡିଆ ରିପୋର୍ଟରେ ଆକଳନ କରାଯାଛି।



Wednesday, September 6, 2023

୨୦୨୧-୨୨ ବର୍ଷରେ ବଜ୍ରପାତ

 COASTAL NEWS Odia 626

୨୦୨୧-୨୨ ବର୍ଷରେ ବଜ୍ରପାତ



ଭୁବନେଶ୍ବର - ୨୦୨୧-୨୨ ବର୍ଷରେ ବଜ୍ରପାତରେ ୨୮୧ ଲୋକଙ୍କ ଜୀବନ ଯାଇଛି। ଯେଉଁଥିରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳର ଲୋକ। ତେବେ ଏଠି ପ୍ରଶ୍ନ ଉଠୁଛି, ବଜ୍ରପାତରେ କାହିଁକି ଚାଲିଯାଉଛି ଏତେ ଜୀବନ? କେମିତି ଏହାକୁ ରୋକାଯାଇପାରିବ?

ପାଣିପାଗ ବିଶେଷଜ୍ଞଙ୍କ ମତରେ ବଜ୍ରପାତଜନିତ ମୃତ୍ୟୁ ଲାଗି ତାଳଗଛ ହ୍ରାସ ଏକ ବଡ଼ କାରଣ। ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା। ସେହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ, ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା। ତାହାର ପ୍ରଭାବରେ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲ ବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ। ସମୟକ୍ରମେ ତାଳଗଛ ସଂଖ୍ୟା କମିବାରେ ଲାଗିଛି। ଫଳରେ ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବିଲ ଆଖପାଖରେ ଥିବା ଝଙ୍କାଳିଆ ଗଛ ତଳେ ଆଶ୍ରୟ ନେଉଛନ୍ତି ଓ ବଜ୍ରପାତର ଶିକାର ହେଉଛନ୍ତି। ତେବେ ଗ୍ରାମାଞ୍ଚଳ ଲୋକଙ୍କ କହିବା କଥା, ଏବେ ଗାଁରେ ଛପର ଘର କମିଥିବାରୁ ଆବଶ୍ୟକ ପଡ଼ୁନି ତାଳଗଛ। ତେଣୁ ତାଳଗଛ ଲଗାଇବାକୁ ମନ ବଳାଉନାହାନ୍ତି ଲୋକେ।

ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବା ଲାଗି ୨୦୧୮ ମସିହାରେ ରାଜ୍ୟ ବନ ବିଭାଗ ଆରମ୍ଭ କରିଥିଲା ପ୍ରୟାସ। ତାଳ ଗଛ ଲଗାଇବା ନେଇ ଗ୍ରାମାଞ୍ଚଳ ଚାଷୀଙ୍କୁ ଦିଆଯାଇଥିଲା ପରାମର୍ଶ। ଏମିତିକି ବନ ବିଭାଗ ତାଳଗଛ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ଯାହାକି ସମ୍ପୂର୍ଣ୍ଣ ବିଫଳ ହୋଇଛି। ପୂର୍ବତନ ପିସିସିଏଫ୍‌ ବିଜୟ କେତନ ପଟ୍ଟନାୟକଙ୍କ କହିବା କଥା, ତାଳଗଛ ମଞ୍ଜିରୁ ଚାରା ହେବାକୁ ୩ରୁ ୪ ବର୍ଷ ଲାଗିଯାଏ। ଭୁଲ ବୁଝାମଣା ଯୋଗୁ ଫେଲ ମାରିଛି ବନ ବିଭାଗର ତାଳଗଛ ରୋପଣ ଯୋଜନା। ଏସବୁ ଭିତରେ ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ମିଶନ ତାଳ ନାମକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବିଶୋଳ ଗାଁର ଶିକ୍ଷକ ସନ୍ତୋଷ ସାହୁ। ଗାଁ ଗାଁ ବୁଲି ଲୋକଙ୍କୁ ତାଳ ଗଛ ଲଗାଇବା ପାଇଁ ସଚେତନ କରିବା ସହ ସ୍ଥାନୀୟ ଯୁବକଙ୍କୁ ଏକଜୁଟ କରି ତାଳ ମଞ୍ଜି ଲଗାଉଛନ୍ତି। ସେ କହିଛନ୍ତି, ତାଳଗଛ ସଂଖ୍ୟା ବଢ଼ିଲେ, କେବଳ ବଜ୍ରପାତଜନିତ ମୃତ୍ୟୁ କମିବ ତାହା ନୁହେଁ, ବରଂ ପରିବେଶ ସୁରକ୍ଷିତ ରହିବ।

ସେପଟେ ବଜ୍ରପାତ ଜନିତ ମୃତ୍ୟୁକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ବଜ୍ରପାତ୍ରରେ ଯେଉଁମାନେ ଏବେ ପ୍ରାଣ ହରାଉଛନ୍ତି ସେମାନଙ୍କୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି।

ବଡ଼ ମଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ

COASTAL NEWS Odia 625

ବଡ଼ ମଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ



ଆଳି - ଶିକ୍ଷକ ଅଭାବରୁ ବଡ଼ ମଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ। ବିଦ୍ୟାଳୟର ୭ଟି ଶ୍ରେଣୀରେ ଏବେ ୧୪୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ହେଲେ ବିଦ୍ୟାଳୟରେ ଥିବା ୪ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କୁ ଡେପୁଟେସନ୍‌ରେ ଅନ୍ୟ ବିଦ୍ୟାଳୟକୁ ପଠା ଯାଇଥିବାବେଳେ ଏହି ଶିକ୍ଷା ବର୍ଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । କିନ୍ତୁ ତାଙ୍କ ସ୍ଥାନରେ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ । 

ମାତ୍ର ଦୁଇ ଜଣ ଶିକ୍ଷକଙ୍କୁ ନେଇ ୭ଟି ଶ୍ରେଣୀରେ ଶିକ୍ଷାଦାନ କରିବାରେ ଘୋର ଅସୁବିଧା ହେଉଛି।ଏ ବିଷୟରେ ବାରମ୍ବାର ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନପାଇ ଗ୍ରାମବାସୀ ସୋମବାର ଦିନ ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ଦେବା ସହ ତୁରନ୍ତ ଶିକ୍ଷକ ମୂତୟନ କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ରର ନକଲ ଆଳି ବ୍ଲକ୍ ଅଧ୍ୟକ୍ଷ, ଆଳି ବିଧାୟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧ୍ୟାକାରୀଙ୍କୁ ପ୍ରେରଣ କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବାକୁଚେତାବନୀ ଦେଇଛନ୍ତି ।

ଜାଗା ମିଶନରେ ପଟ୍ଟା ଦେଇ ଘର ଭାଙ୍ଗି ଦେଲେ ସରକାର

 COASTAL NEWS Odia 624

ଜାଗା ମିଶନରେ ପଟ୍ଟା ଦେଇ ଘର ଭାଙ୍ଗି ଦେଲେ ସରକାର



ଭୁବନେଶ୍ୱର:  ଜାଗା ମିଶନରେ ପଟ୍ଟା ଦେଇ ଘର ଭାଙ୍ଗି ଦେଲେ ସରକାର। ରାଜଧାନୀରୁ ଆସିଲା ପ୍ରଶାସନିକ ପ୍ରତାରଣାର ସାଂଘାତିକ ଚିତ୍ର। ଭୁବନେଶ୍ୱର ଭୌମନଗର 36 ନମ୍ବର ୱାର୍ଡ ରାମପୁର 'ଖ' ବସ୍ତିରେ ରହୁଥିବା ଅନୁସୂୟା ଦାସ  ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି। ଅନୁସୂୟା ତାଙ୍କ ସ୍ବାମୀଙ୍କ ସହ ରାମପୁର ଖ  ବସ୍ତିରେ ଦୀର୍ଘ 20 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବସବାସ କରୁଥିଲେ। 

ତେବେ ଜାଗା ମିଶନରେ ଗଲା 18 ତାରିଖରେ ଭୂମି ପ୍ରମାଣପତ୍ର ପାଇଥିଲେ ଅନୁସୂୟା। ଆଉ ଏବେ ତାଙ୍କ ଘରକୁ ବିଏମସି ୱାର୍ଡ ଅଫିସ ପାଇଁ ଭାଙ୍ଗିଥିବାର ସେ ସଂଗୀନ ଅଭିଯୋଗ ଆଣିଛନ୍ତି। ତେବେ ଅନୁସୂୟାଙ୍କ ଘର ସମେତ ଅନ୍ୟ ଏକ ଘର ବି ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଭୂମିହୀନଙ୍କୁ ଜାଗା ଦେଇ ପରେ ଘର ଭାଙ୍ଗିଦେବା ଘଟଣାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ। କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଘର ସହ କ୍ଷତିପୂରଣ ଦେବାକୁ ଦାବି ମଧ୍ୟ ହୋଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

ଅଧିକ ଲୋଭ ଠକାମିର ଶିକାର

 COASTAL NEWS Odia 623

ଅଧିକ ଲୋଭ ଠକାମିର ଶିକାର



ସମ୍ବଲପୁର - ଅଧିକ ଲୋଭ ଠକାମିର ଶିକାର । ସମ୍ବଲପୁର ଅଇଠାଁପାଲି ଥାନା ଅନ୍ତଗତ  ପ୍ରଗତିବିହାର ଜେଫ୍ରିନ ଟପ୍ପୋ ୪୯ ଲକ୍ଷର ଠକେଇ ହୋଇଥିବା ସାଇବର ଥାନାରେ ଅଭିଯୋଗ ହୋଇଛି । ଜୁନ ୨୨ରେ ଗୁଗୁଲରେ ଏକ ବିଦେଶୀ ଟ୍ରେଡିଂ ପ୍ଲାଟ ଫର୍ମ ଇନ-ଇଫେକ୍ସ.କମ୍ ବିଷୟରେ ଜାଣିବାକୁ ପାଇଥିଲେ । ଓ୍ଵେବସାଇଟ ଖୋଲିବା ପରେ, ପଞ୍ଜିକରଣ ନିଜର ତଥ୍ୟ ଦେଇଥିଲେ । ପରେ ଅଜଣା ନମ୍ବରୁ ଫୋନ କଲ ଆସି ନିବେଶ ଉପରେ ବୁଝାଇଥିଲା । ପ୍ରଥମେ ତାଙ୍କୁ ୬୯ ହଜାର ୫ ଶହ ଟଙ୍କା ନିବେଶ ପାଇ କହିଥିଲେ । ସେ ୨୫ ହଜାର ନିବେଶ କରିଥିଲେ । 


ପରେ ୨୬ ଜୁନରେ ୫୨୧୬୩, ଜୁନ ୨୭ରେ ୨ଲକ୍ଷ ୬୦୮୧୨, ଜୁନ ୩୦ରେ ୧ ଲକ୍ଷ ୭୩ ହଜାର ୯୨୩, ଜୁଲାଇ ୬ରେ ୧ ଲକ୍ଷ ୩୧ ହଜାର ୨୦୬ ଓ ୩ ଲକ୍ଷ ୬ହଜାର ୧୪୭, ଜୁଲାଇ ୭ରେ ୪ ଲକ୍ଷ ୩୮ହଜାର ୫୪୬, ଜୁଲାଇ ୮ରେ ୪ଲକ୍ଷ ୩୭ ହଜାର ୮୬୨ ଟଙ୍କା, ଜୁଲାଇ ୧୧ରେ ୧ଲକ୍ଷ ୭୪ ହଜାର ୬୫୨, ଜୁଲାଇ ୧୪ରେ ୪ ଲକ୍ଷ ୩୪ ହଜାର ୬୫୯ ଓ ୧୩ ଲକ୍ଷ ୫ ହଜାର ୪୩, ଜୁଲାଇ ୨୧ରେ ୨ ଲକ୍ଷ ୬୯ ହଜାର ୫୩୪ ଟଙ୍କା ନିବେଶ କରିଥିଲେ । ତେବେ ମୋଟ ୪୮ ଲକ୍ଷ ୮୦ ହଜାର ୩ ଶହ ୬୮ ଟଙ୍କା ଠକେଇ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଘଟଣା ନେଇ ସେ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସାଇବର ପୋଲିସ ।

ନଷ୍ଟ ହେବାକୁ ବସିଲାଣି ଏଗାର ଲକ୍ଷ ନଡ଼ିଆ

 COASTAL NEWS Odia 622

ନଷ୍ଟ ହେବାକୁ ବସିଲାଣି ଏଗାର ଲକ୍ଷ ନଡ଼ିଆ 



କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ । ମାଙ୍କ ନିକଟକୁ ନଡିଆ ଟିଏ ବଢ଼ାଇ ଦେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ବିଭିନ୍ନ ପ୍ରାନ୍ତରୁ ମାଙ୍କ ପୀଠକୁ ଦୈନନ୍ଦିନ ହଜାର ହଜାର ନଡିଆ ପହଁଚିଥାଏ । ଏହି ମାନସିକ ନଡିଆକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିଥାଏ ମନ୍ଦିର ପ୍ରଶାସନ । ଏବେ କୌଣସି ଟେଣ୍ଡରଧାରୀ ନଥିବାରୁ ମାନସିକ ନଡିଆ ଭୋଗ ନଲାଗି ପାରି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । 

ପ୍ରତି ଦିନ ରାଜ୍ୟର କୋଣ ଅନୁକୋଣରୁ ୧୦ ରୁ ୧୫ହଜାର ମାନସିକ ନଡିଆ ମାଙ୍କ ମନ୍ଦିରକୁ ଆସିଥାଏ । ଏବେ ମାନସିକ ନଡ଼ିଆ ନେବା ପାଇଁ କୌଣସି ଟେଣ୍ଡରଧାରୀ ନଥିବାରୁ ସ୍ଥାନୀୟ ନଡିଆ କୋରା ବେପାରୀ ଦୈନିକ ମାତ୍ର ହଜାରେ ରୁ ୧୫ ଶ‌ହ  ନଡ଼ିଆ ନେଉଛନ୍ତି । ଫଳରେ ନଡ଼ିଆ ଗୋଦାମ ରେ ଗଚ୍ଛିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 

କିଛି ଦିନ ପୂର୍ବେ ନଡିଆ ଗୋଟା ପ୍ରତି ୩ ଟଙ୍କା ୭୦ ପଇସା ରେ ବିକ୍ରି କରିବାକୁ ଆହ୍ୱାନ ଦିଆଯାଇଥିଲା । କିନ୍ତୁ ଏହାକୁ କିଣିବାକୁ କେହି ରାଜି ହୋଇନଥିଲେ । ପୁଣି ନଡ଼ିଆ ଗୋଟାଏ ପ୍ରତି ୪ ଟଙ୍କା ୬୦ ପଇସାରୁ ନିଲାମ ଆରମ୍ଭ କରିବାକୁ ନୋଟିସ ମରାଯିବା ସହ ବିଜ୍ଞାପନ ଦିଆଯାଇଛି । ୩ ଟଙ୍କା ୭୦ପଇସାରେ କିଣିବାକୁ କେହି ରାଜି ହୋଇନଥିବାବେଳେ ଲୋକେ କିପରି ୪ ଟଙ୍କା ୬୦ ପଇସାରେ କିଣିବେ ତାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି । 

ଅନ୍ୟପଟେ ମାନସିକ ନଡ଼ିଆ ତୁରନ୍ତ ବିନିଯୋଗ ହେବାର ଆବଶ୍ୟକତା ରହିଛି। ମନ୍ଦିର ପ୍ରଶାସନର ଏପରି ନୀତିଯୋଗୁ ଦିନ ପରେ ଦିନ ଗଡି ଚାଲିଥିଲେ ମଧ୍ୟ ନଡିଆ ନିଲାମ ହୋଇପାରୁନାହିଁ। ତୁରନ୍ତ ଗଚ୍ଛିତ ଥିବା ନଡ଼ିଆ ନିଲାମ ନହେଲେ ଏସବୁ ଗୋଦାମ ଗୃହରେ ପଡିପଡି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି ।  ଯାହାକି ଭକ୍ତଙ୍କ ଭାବନା ଓ ବିଶ୍ୱାସ ପ୍ରତି ବଡ଼ କୁଠାରଘାତ ହେବ ବୋଲି ମତପ୍ରକାଶ ପାଇଛି ।

ଏ ମାସରେ ଶ୍ରୀମନ୍ଦିର ନୀତି

 COASTAL NEWS Odia 621

ଏ ମାସରେ ଶ୍ରୀମନ୍ଦିର ନୀତି 



*ଚଳିତ ବର୍ଷ ସେପ୍ଟେମ୍ବର ମାସ ୯,୧୦,୧୧,୧୨ ତାରିଖ ଦିନ ଶ୍ରୀମନ୍ଦିର ରେ ଶ୍ରୀଜୀଉ ଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବ।*

*୦୯।୦୯।୨୩ (ଶନିବାର)- ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥି- ମହାପ୍ରଭୁଙ୍କ ବଣଭୋଜି ବେଶ*

*୧୦।୦୯।୨୩ (ରବିବାର)- ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି- ମହାପ୍ରଭୁଙ୍କ କାଳୀୟ ଦଳନ ବେଶ*

*୧୧।୦୯।୨୩ (ସୋମବାର)- ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି- ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ*

*୧୨।୦୯।୨୩ (ମଙ୍ଗଳବାର)- ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି- ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ*

କୋର୍ଟରେ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ସମନ

 COASTAL NEWS Odia 620

କୋର୍ଟରେ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ସମନ



ନୂଆଦିଲ୍ଲୀ - କୋର୍ଟରେ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ସମନ। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ହାଜର ହେବାକୁ ସମନ କରିଛନ୍ତି। ସୁନୀତା ଜନ ପ୍ରତିନିଧି ଆଇନ ୧୯୫୧ର ଉଲ୍ଲଙ୍ଘନ କରି ଦୁଇଟି ନିର୍ବାଚନ ମଣ୍ଡଳୀରେ ନିଜକୁ ଭୋଟର ଭାବେ ଦର୍ଶାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତ ଆବେଦନର ଶୁଣାଣି କରି କୋର୍ଟ ଆଜି ସୁନୀତାଙ୍କୁ ସମନ କରିଛନ୍ତି। ତାଙ୍କୁ ନଭେମ୍ବର ୧୮ରେ କୋର୍ଟରେ ହାଜର ହେବାକୁ କୁହାଯାଇଛି।

ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ଅରଜିନ୍ଦର କୌର କହିଛନ୍ତି, ଅଭିଯୋଗକାରୀଙ୍କ ବୟାନ ଓ ସାକ୍ଷୀମାନଙ୍କ କଥା ଶୁଣିବା ପରେ ପ୍ରାଥମିକ ଭାବେ ଅଭିଯୁକ୍ତ ସୁନୀତା କେଜ୍ରିୱାଲ ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡ଼ୁଛି। ଜନପ୍ରତିନିଧି ଆଇନ ୧୯୫୧ର ଧାରା ୩୧ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। 

ଜନପ୍ରତିନିଧି ଆଇନରେ କୁହାଯାଇଛି ଯେ କୌଣସି ଜଣେ ବ୍ୟକ୍ତି ନିଜକୁ ଗୋଟିଏରୁ ଅଧିକ ନିର୍ବାଚନ ମଣ୍ଡଳୀରେ ନିଜକୁ ଭୋଟର ଭାବେ ପଞ୍ଜୀକରଣ କରିପାରିବେ ନାହିଁ।

ଦୁଇ ଜଣ ଆବେଦନକାରୀ କୋର୍ଟରେ ଦାଖଲ କରିଥିବା ଭୋଟର ତାଲିକା ଅନୁଯାୟୀ, ସୁନୀତା କେଜ୍ରିୱାଲଙ୍କ ନାଁ ଦିଲ୍ଲୀର ଚାନ୍ଦିନ ଚୌକ ନିର୍ବାଚନ ମଣ୍ଡଳୀ ଓ ଉତ୍ତର ପ୍ରଦେଶର ସାହିବାବାଦ ନିର୍ବାଚନ ମଣ୍ଡଳୀରେ ଭୋଟର ଭାବେ ପଞ୍ଜୀକରଣ ହୋଇଛି। ସୁନୀତାଙ୍କ ନାଁ ଦୁଇଟି ଭିନ୍ନଭିନ୍ନ ନିର୍ବାଚନ ମଣ୍ଡଳୀର ଭୋଟର ଭାବେ ପଞ୍ଜୀକରଣ ହୋଇଥିବାରୁ ଦିଲ୍ଲୀ ବିଜେପି ସଚିବ ହରିଶ ଖୁରାନା ୨୦୧୯ରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏବେ କୋର୍ଟ ପ୍ରାଥମିକ ତଥ୍ୟ ଆଧାରରେ ସୁନୀତା କେଜ୍ରିୱାଲଙ୍କୁ ସମନ କରିଛନ୍ତି। ଖୁରାନା କହିଛନ୍ତି, “ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ପତ୍ନୀ ହେଉଛନ୍ତି ଆଇଆରଏସ।

ସେମାନେ ସବୁ କିଛି ଜାଣି ମଧ୍ୟ ଏପରି କାଣ୍ଡ କରିଛନ୍ତି। ଏହା ଅକ୍ଷମଣୀୟ। ଗୋଟିଏ ଦେଶ, ଗୋଟିଏ ଭୋଟର ପରିଚୟପତ୍ରର ନିୟମ ସମ୍ପର୍କରେ ସେମାନେ ସବୁ ଜାଣିଛନ୍ତି। ଏପରି କରିଥିବା ଲୋକଙ୍କୁ ଗୋଟିଏ ବର୍ଷ ଜେଲଦଣ୍ତ ମିଳିବାର ପ୍ରାବଧାନ ରହିଛି।”

Excellent information about Bhagwan Shri Krishna

 COASTAL NEWS Odia 619

Excellent information about Bhagwan Shri Krishna



1) Krishna was born *5252 years  ago* 

2) Date of *Birth* : *18 th July,3228 B.C*

3) Month : *Shravan*

4) Day :  *Ashtami*

5) Nakshatra : *Rohini*

6) Day : *Wednesday*

7) Time : *00:00 A.M.*

 Shri Krishna *lived 125 years, 08 months & 07 days.*

9) Date of *Death* : *18th February 3102BC.*

10) When Krishna was *89 years old* ; the mega war *(Kurukshetra war)* took place. 

11) He died *36 years after the Kurukshetra* war.

12) Kurukshetra War was *started on Mrigashira Shukla Ekadashi, BC 3139. i.e "8th December 3139BC" and ended on "25th December, 3139BC".*  

12) There was a *Solar eclipse between "3p.m to 5p.m on 21st December, 3139BC" ; cause of Jayadrath's death.*

13) Bhishma died on *2nd February,(First Ekadasi of the Uttarayana), in 3138 B.C.*


14) Krishna  is worshipped as:

(a)Krishna *Kanhaiyya* : *Mathura*

(b) *Jagannath*:- In *Odisha*

(c) *Vithoba*:- In *Maharashtra*

(d) *Srinath*:  In *Rajasthan*

(e) *Dwarakadheesh*: In *Gujarat*

(f) *Ranchhod*: In *Gujarat*

(g) *Krishna* : *Udupi in Karnataka*

h) *Guruvayurappan in Kerala*


15) *Bilological Father*: *Vasudeva*

16) *Biological Mother*: *Devaki*

17) *Adopted Father*:- *Nanda*

18) *Adopted Mother*: *Yashoda*

19 *Elder Brother*: *Balaram*

20) *Sister*: *Subhadra*

21) *Birth Place*: *Mathura*

22) *Wives*: *Rukmini, Satyabhama, Jambavati, Kalindi, Mitravinda, Nagnajiti, Bhadra, Lakshmana*

23) Krishna is reported to have *Killed only 4 people* in his life time. 

(i) *Chanoora* ; the Wrestler

(ii) *Kansa* ; his maternal uncle

(iii) & (iv) *Shishupaala and Dantavakra* ; his cousins. 

24) Life was not fair to him at all. His *mother* was from *Ugra clan*, and *Father* from *Yadava clan,* inter-racial marriage. 

25) He was *born dark skinned.* He was not named at all throughout his life. The whole village of Gokul started calling him the black one ; *Kanha*. He was ridiculed and teased for being black, short and adopted too. His childhood was wrought with life threatening situations.

26) *'Drought' and "threat of wild wolves" made them shift from 'Gokul' to 'Vrindavan' at the age 9.*

27) He stayed in Vrindavan *till 10 years and 8 months*. He killed his own uncle at the age of  10 years and 8 months at Mathura.He then released  his biological mother and father. 

28) He *never returned to Vrindavan ever again.*

29) He had to *migrate to Dwaraka from Mathura due to threat of a Sindhu King ;  Kala Yaavana.*

30) He *defeated 'Jarasandha' with the help of 'Vainatheya' Tribes on Gomantaka hill (now Goa).*

31) He *rebuilt Dwaraka*. 

32) He then *left to Sandipani's Ashram in Ujjain* to start his schooling at age 16~18. 

33) He had to *fight the pirates from Afrika and rescue his teachers son ;  Punardatta*;  who *was kidnapped near Prabhasa* ; a sea port in Gujarat. 

34) After his education, he came to know about his cousins fate of Vanvas. He came to their rescue in ''Wax house'' and later his cousins got married to *Draupadi.* His role was immense in this saga. 

35) Then, he helped his cousins  establish Indraprastha and their Kingdom.


36) He *saved Draupadi from embarrassment.*


37) He *stood by his cousins during their exile.*

38) He stood by them and *made them win the Kurushetra war.*


39) He *saw his cherished city, Dwaraka washed away.* 

40) He was *killed by a hunter (Jara by name)* in nearby forest. 

41) He never did any miracles. His life was not a successful one. There was not a single moment when he was at peace throughout his life. At every turn, he had challenges and even more bigger challenges. 

42) He *faced everything and everyone with a sense of responsibility and yet remained unattached.*


43)  He is the *only person, who knew the past and future ; yet he lived at that present moment always.*


44) He and his life is truly *an example for every human being.*


*Jai  Shri Krishna*🙏


Happy gokulashtami

ଇସ୍ରୋରେ କାମ କରୁଥିବା ପ୍ରତେକ କର୍ମଚାରୀଙ୍କ ଦରମା

 COASTAL NEWS Odia 618

ଇସ୍ରୋରେ କାମ କରୁଥିବା ପ୍ରତେକ କର୍ମଚାରୀଙ୍କ ଦରମା 




ନୂଆଦିଲ୍ଲୀ - ଇସ୍ରୋର ବୈଜ୍ଞାନିକଙ୍କୁ ନେଇ ଚାଲିଛି ଏବେ ବହୁତ ଚର୍ଚ୍ଚା । ଚନ୍ଦ୍ରଯାନ-3 ଓ ଆଦିତ୍ୟ L1 ର ସଫଳତା ପରେ ଏବେ ସମସ୍ତଙ୍କ ନଜର , ମହାକାଶ ରୁ ଆଉ କିଛି ନୂଆ ଖବର ଆସିବ କି? ଚନ୍ଦ୍ର ସହ ଏବେ ସୂର୍ଯ୍ୟ ଗ୍ରହର ବି କିଛି ଖବର ମିଳିବ କି ? ଯାହାକୁ ଆଜି ଯାଏ କେହି ଜାଣିନଥିବେ। ଏଥପାଇଁ ସାରା ବିଶ୍ୱ ଆଜି ଭାରତକୁ ପ୍ରଶଂସା କରୁଛି। କାରଣ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପି ଇତିହାସ ରଚିଛି। ତେବେ ଚନ୍ଦ୍ରଯାନ-3 ଓ ସୋଲାର ମିଶନ ପରେ ଇଣ୍ଟରନେଟରେ ଲୋକମାନେ ସବୁବେଳେ ଇସ୍ରୋର କାମ ଓ ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଅନେକ ରିସର୍ଚ୍ଚ କରୁଛନ୍ତି । ଯେମିତିକି ସେମାନେ କଣ ପାଠ ପଢ଼ିଛନ୍ତି ? କେତେ ଷ୍ଟେପ ଦେଇ ଆଜି ଇସ୍ରୋ ରେ କାମ କରୁଛନ୍ତି ? ଆଉ ସବୁଠୁ ମୁଖ୍ୟ କଥା ସେମାନଙ୍କର ଦରମା କେତେ ? ଆଉ ଇସ୍ରୋ ତରଫରୁ କର୍ମଚାରୀଙ୍କୁ କେଉଁ ସବୁ ସୁବିଧା ମିଳିଥାଏ ଏମିତି କେତେ କଣ … ତେବେ ଆଜି ଆମେ ଇସ୍ରୋର ବୈଜ୍ଞାନିକଙ୍କ ଦରମା ସହ ସେମାନେ କି କି ସୁବିଧା ସୁଯୋଗ ପାଇଥାନ୍ତି ସେ ସମ୍ପର୍କରେ ସବୁ କହିବୁ …

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ମାନେ ଇସ୍ରୋରେ ଚାକିରି ବିଭିନ୍ନ ପଦବୀ ଅନୁସାରେ ମିଳିଥାଏ। ଏଠାରେ ତଳ କର୍ମଚାରୀଙ୍କଠୁ ଆରମ୍ଭ କରି ବୈଜ୍ଞାନିକ ହେବା ପର୍ଯ୍ୟନ୍ତ ଅନେକ ଆଉ ଭିନ୍ନ ଭିନ୍ନ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ। ଆଉ ପ୍ରତେକ ପଦବୀର ଦରମା ମଧ୍ୟ ଅଲଗା ଅଲଗା ମିଳିଥାଏ। ଯେମିତିକି ଯଦି ଜଣେ ବ୍ୟକ୍ତି ଇଞ୍ଜିନିୟର ଭାବରେ ISRO ରେ ଚାକିରି ପାଆନ୍ତି। ତେବେ ତାଙ୍କର ପ୍ରାରମ୍ଭିକ ଦରମା ୩୭ ହଜାର ୪୦୦ରୁ ୬୭ହଜାର ଟଙ୍କା ମଧ୍ୟରେ ରହିଥାଏ । ଯେତେବେଳେ କି ସିନିୟର ସାଇଣ୍ଟିଷ୍ଟ ପଦରେ ଥିବା ଅଫିସରଙ୍କର ପ୍ରାରମ୍ଭିକ ଦରମା ୭୫ ହଜାରରୁ ୮୦ ହଜାର ଟଙ୍କା ମଧ୍ୟରେ ରହିଥାଏ । ରିପୋର୍ଟ ଅନୁସାରେ ଏହା ହେଉଛି କମ୍ପାନୀର ବେସିକ ଦରମା। ଏଥିରେ ସରକାରଙ୍କର ବିଭିନ୍ନ ପ୍ରକାରର ଭତ୍ତା ମିଶିଥାଏ ଏମିତି ହୋଇ ଦରମା ଏକ ଲକ୍ଷରେ ପହଞ୍ଚିଥାଏ।

ଏବେ ଜଣାନ୍ତୁ କେଉଁ ସୁବିଧା ମିଳେ :

ଇସ୍ରୋର ବୈଜ୍ଞାନିକଙ୍କୁ ମୋଟା ଅଙ୍କର ଦରମା ସହ ଅନେକ କିଛି ସୁବିଧା ମିଳିଥାଏ । ଘର, ଯାତାୟାତ ସୁବିଧା, ସିକ୍ୟୁରିଟି ପରି ସୁବିଧା ଆଦି ମିଳିଥାଏ। ଏହାସହ ଯେଉଁମାନେ କେନ୍ଦ୍ର ସରକାରଙ୍କ ଅଧିନରେ ସିଧାସଳଖ କାମ କରନ୍ତି ସେମାନଙ୍କର ଦରମା ମଧ୍ୟ ନିର୍ଦ୍ଧାରିତ ସମୟରେ ମିଳିଯାଇଥାଏ। ତେବେ ଆସନ୍ତୁ ଜାଣିବା ଇସ୍ରୋରେ କାମ କରୁଥିବା କେଉଁ ବୈଜ୍ଞାନିକଙ୍କ ଦରମା ସବୁଠୁ ଅଧିକ ହୋଇଥାଏ।

ଇସ୍ରୋର ଏମିତି କିଛି ପୋଷ୍ଟ ଅଛି ଯେଉଁଥିରେ ଲୋକମାନେ ସର୍ବାଧିକ ଦରମା ପାଆନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦରମା ଯେକୌଣସି IAS କିମ୍ବା IPSଙ୍କ ଦରମାଠୁ ବି ଅଧିକ ହୋଇଥାଏ। ସାଇଣ୍ଟିଷ୍ଟି/ ଇଞ୍ଜିନିୟର, ଏସଏଫ, ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର-ଏସଜି, ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର ଏଚ, ଆଉଟଷ୍ଟାଣ୍ଡିଂ ସାଇଣ୍ଟିଷ୍ଟ୍ ପରି ଏମିତି କିଛି ପଦବୀ ଅଛି ଯେଉଁମାନଙ୍କର ଦରମା ବହୁତ ଅଧିକ। ଚନ୍ଦ୍ରଯାନ-3 ଓ ଆଦିତ୍ୟ L1 ପ୍ରୋଜେକ୍ଟରେ ଯେଉଁମାନେ କାମ କରିଛନ୍ତି ସେମାନେ ମାସକୁ କେତେ ଦରମା ପାଆନ୍ତି। ଯଦି ଜାଣିନାହାଁନ୍ତି ତେବେ ଆଜି ଜାଣନ୍ତୁ ..

ସିନିଅର ବୈଜ୍ଞାନିକ-୨,୦୫,୪୦୦

ଆଉଟଷ୍ଟାଣ୍ଡିଂ ସାଇଣ୍ଟିଷ୍ଟ୍- ୧,୮୨,୨୦୦

ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର ଏଚ-୧,୪୪,୨୦୦

ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର ଏସଜି-୧,୩୧,୧୦୦

ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର SF-୧,୧୮, ୫୦୦

ବୁଧେଇ ଓଷା :

 COASTAL NEWS Odia 617

ବୁଧେଇ ଓଷା :



ଭୁବନେଶ୍ବର - ବୁଧେଇ ଓଷା ବା’ ବୁଧିବାମନ ଓଷା ଏକ ଖାଣ୍ଟି ଓଡ଼ିଆ ପର୍ବ । ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟରେ ଏହି ଓଷା ପାଳନ କରିଥାଆନ୍ତି । ବୁଧେଇ ଓଷା ପାଳନ ଉଦ୍ଦେଶ୍ୟରେ କେତେକ ସ୍ଥାନରେ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା, ଆଉ କେତେକ ସ୍ଥାନରେ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତି ପର୍ଯ୍ୟନ୍ତ ହିସାବକୁ ନିଆଯାଇଥାଏ । ଫଳରେ ଏହି ଓଷା କେତେକ ସ୍ଥାନରେ ଭାଦ୍ରବ ମାସର ୫ଟି ବୁଧବାରରେ ପାଳିତ ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ୪ଟି ବୁଧବାରରେ ପାଳିତ ହୁଏ । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ଓଷାରେ ବୁଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ବାମନ କହିଲେ ଭୈରବ, ଯିଏ ସ୍ୱୟଂ ଜଗନ୍ନାଥ । ଅତଏବ ଏହି ଓଷାରେ ଆରାଧ୍ୟ ଦେବଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା; କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାରେ ନାରୀରୂପୀ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ । କାରଣ ଏମାନେ ସୃଷ୍ଟିକର୍ତ୍ତା । 


କିମ୍ବଦନ୍ତୀ ଅନୁଯାୟୀ ଏକଦା ଜଣେ ବିତ୍ତଶାଳୀ ସାଧବ ରାଜକୋପରେ ପଡ଼ି, ନିଜର ପୁତ୍ରମାନଙ୍କ ସହ ବନ୍ଦୀ ହୋଇଥିଲେ । ସାଧବ ଓ ତାଙ୍କ ପୁତ୍ରମାନେ କିପରି ରାଜ କ୍ଷମା ପାଇ ମୁକ୍ତ ହୋଇପାରିବେ, ସେ ସମ୍ପର୍କରେ ଶିଳ ଓ ଶିଳପୁଆ ମଧ୍ୟରେ ରାତିରେ ହେଉଥିବା କଥୋପକନ ସାଧବାଣୀ ଶୁଣିଲେ । ସେ ଦିନ ଥିଲା ଭାଦ୍ରବ ମାସ ମଙ୍ଗଳବାର । ପରଦିନ ସାଧବାଣୀ ଶିଳ ଓ ଶିଳପୁଆଙ୍କୁ ପୂଜା କରିଥିଲେ । ଦ୍ଵିତୀୟ ପାଳି ପୂଜା ପରେ ସାଧବଙ୍କୁ ପୁତ୍ରମାନଙ୍କ ସହ ମୁକ୍ତ କରିବା ପାଇଁ ରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ରାଜା ସେମାନଙ୍କୁ ମୁକ୍ତି ଦେବା ସହ ସାଧବାଣୀଙ୍କୁ ମହଲକୁ ଡକାଇଥିଲେ । ରାଣୀ ତାଙ୍କଠାରୁ ପୂଜାର୍ଚ୍ଚନାର ସମସ୍ତ ବିଧି ସମ୍ପର୍କରେ ପଚାରି ବୁଝିଥିଲେ ଓ ଭାଦ୍ରବ ମାସର ପ୍ରତ୍ୟେକ ବୁଧବାର ନିର୍ଜଳ ଉପବାସ ରହି ବୁଧେଇ ଓଷା ପାଳନ କରିଥିଲେ, ଓ ପରବର୍ତ୍ତୀ କାଳରେ ଅପୁତ୍ରିକ ରାଜ-ଦମ୍ପତିଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥିଲା । ତା' ପରଠୁଁ ରୀତିମତ ଭାବେ ଓଡ଼ିଶାରେ ଏହି ଓଷା ପାଳନ ହୋଇଆସୁଛି ।


ବୁଧିବାମନ ଓଷାର ପରମ୍ପରା ମତେ ପ୍ରଥମେ ପୂଜାସ୍ଥଳୀଟିକୁ ଗୋବର ଲିପି ଶୁଚି କରାଯାଏ । ବ୍ରତରେ ଗୋଟିଏ ଶିଳ ଓ ଶିଳପୁଆକୁ ଧୋଇ ପୋଛି ପିଢ଼ା ଉପରେ ସ୍ଥାପନ କରାଯାଏ । ଅଁଳାକୁ ଗଙ୍ଗା ଜଳରେ ଧୋଇ, ତା’ ସହିତ ହଳଦୀ ଓ ମେଥି ବାଟି, ସେଥିରେ ଦୁଇଟି ମୂର୍ତ୍ତି ଶିଳ ଓ ଶିଳପୂଆ ଉପରେ ପ୍ରସ୍ତୁତ କରାଯାଏ । ହଳଦୀ କନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ଏହି ଦୁଇ ମୂର୍ତ୍ତିଙ୍କର ନାମ ‘ବୁଧେଇ’ ଓ ‘ସୁଧେଇ’। କଉଡ଼ି ଓ ଗଳିଗୁଆରେ ସେହି ମୂର୍ତ୍ତିଙ୍କର ଆଖି, ନାକ, କାନ ଓ ପାଟି ଆଦି ତିଆରି କରି, ଆଖିରେ କଜ୍ଜ୍ୱଳ ଓ ମଥାରେ ସିନ୍ଦୂର ଲଗାଯାଏ । ହଳଦିଆ ଫୁଲ ଓ ବେଲପତ୍ରରେ ମୂର୍ତ୍ତିଙ୍କୁ ସଜାଇ, ନାଲି ଶାଢ଼ି ପିନ୍ଧାଇ ଓଢ଼ଣା ଦିଆଯାଏ । କେତେକ ସ୍ଥାନରେ ଫୁଲମାଳ ସହିତ ପ୍ରତିମାଙ୍କୁ ଖଇମାଳ ମଧ୍ୟ ପିନ୍ଧାଯାଏ । ପାଞ୍ଚରଙ୍ଗର ଫୁଲ, ପାଞ୍ଚରଙ୍ଗର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୂବ ଓ ପାଞ୍ଚଟି ଅକ୍ଷତ ରଖି ଆସ୍ଥାନ ପାଖରେ ସଂକଳ୍ପ ନଡ଼ିଆ ଥାପି ପୂଜା ଆରମ୍ଭ କରାଯାଏ ।


ଓଷାରେ ବୁଧେଇ ଓଷା ବ୍ରତକଥା ବହି ପଢ଼ାହୁଏ । ବୁଧିବାମନଙ୍କ ଓଷା ପାଇଁ ପାଞ୍ଚଟି ଅଧ୍ୟାୟ ବିଶିଷ୍ଟ ସ୍ୱତନ୍ତ୍ର ବହି ଅଛି । ଏହା ପାଞ୍ଚଟି କାହାଣୀକୁ ନେଇ ରଚିତ, ଯଥା: ମଗଧର ସାଧବ ସାଧବାଣୀ, ଯଯାତିନଗରର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଓ ହରିପୁରର ଜଣେ ସାଧାରଣ ନାରୀ । ଓଷାର ପ୍ରଥମ ପାଳିରୁ ଆସ୍ଥାନରେ ଗୋଟିଏ ନଡ଼ିଆ ବସାଯାଇ ଶେଷ ପାଳି ଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝି ପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ଦିନସାରା ଉପବାସ କରି ରାତିରେ ପୂଜା ପରେ ଭୋଗ ଖିଆଯାଏ । ବିଶ୍ୱାସ କରାଯାଏ, ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟିଏ ଶାଢି ପୂଜା ଘର ବା' ଓଷା କୋଠି ଦୁଆର ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡ଼ା କୁହାଯାଏ ।

ଜନ୍ମାଷ୍ଟମୀ

 COASTAL NEWS Odia 616

ଜନ୍ମାଷ୍ଟମୀ 



ଭୁବନେଶ୍ବର - ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ଜନ୍ମାଷ୍ଟମୀର ଅନ୍ୟ ନାମ ଗୁଡ଼ିକ ହେଲା - କୃଷ୍ଣାଷ୍ଟମୀ, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ ଓ ଶ୍ରୀ ଜୟନ୍ତୀ । ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ । 


ପୌରାଣିକ ପୃଷ୍ଠଭୂମି : କଂସ ଦ୍ୱାପରଯୁଗର ରାଜା ଉଗ୍ରସେନଙ୍କ ପୁତ୍ର ଥିଲେ । ସେ ତାଙ୍କ ପିତାଙ୍କୁ ବନ୍ଦୀ କରି ରଖିଥିଲେ । ଏହି ସମୟରେ ତାଙ୍କ ଭଉଣୀ ଦେବକୀ ଯାଦବ ବଂଶର ବସୁଦେବଙ୍କୁ ବିବାହ କରିଥିଲେ । ଦେବକୀଙ୍କର ଯେତେ ସନ୍ତାନ ହେଉଥିଲେ, କଂସ ତାକୁ ଟେକି ନେଇ କଚାଡ଼ି ମାରି ଦେଉଥିଲେ । ମାତ୍ର ଦେବକୀଙ୍କୁ ଭବିଷ୍ୟବାଣୀ ହୋଇଥିଲା ଯେ, ଅଷ୍ଟମ ସନ୍ତାନ ଦ୍ୱାରା କଂସଙ୍କ ନିଧନ ହେବ । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମଲାଭ କରିଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବନ୍ଦୀଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଅନ୍ୟ ଦେବଗଣଙ୍କ ଅନୁରୋଧ କ୍ରମେ ସେ ଭୂମିଷ୍ଠ ହୋଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ସେ ବାଲ୍ୟ ଲୀଳା କରିବେ । 


ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀକନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ରଖିଦେବା ସକାଶେ ପିତାଙ୍କୁ କହିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦୀଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦୀଶାଳାର ଦ୍ୱାର ମଧ୍ୟ ଆପେ ଆପେ ଖୋଲିଗଲା । ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ନବଜାତ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ । ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ ।


ଶ୍ରୀକୃଷ୍ଣଙ୍କ ଭିନ୍ନ ଭିନ୍ନ ଭୂମିକା : ମାନବ ଜାତିର ଉନ୍ନତି କଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡ଼ାଇବା ପାଇଁ ଶାନ୍ତିର ବାର୍ତ୍ତା ନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ । ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିର୍ବାହ କରିଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀ ହୋଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ କରିବା ପାଇଁ ସେ ଶ୍ରୀକୃଷ୍ଣଙ୍କୁ ମନା କରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ ପୂର୍ବକ ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବା ଲାଗି ତାଙ୍କୁ ପ୍ରବର୍ତ୍ତାଇଥିଲେ। କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ । ଏଠାରେ ସେ ବିଚକ୍ଷଣ କୂଟନୀତିଜ୍ଞର ଭୂମିକା ନିର୍ବାହ  କରିଥିଲେ । ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତ ମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି, ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛି । 


ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ : କାଳିଆ ସାଆନ୍ତ ବଡ଼ ବିଚିତ୍ର ଦିଅଁ, ଆଉ ବହୁତ ଲୀଳାମୟ ମଧ୍ୟ । ପବିତ୍ର ଜନ୍ମାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ତେବେ ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ । ଜନ୍ମାଷ୍ଟମୀର ପୂର୍ବଦିନ ସଂଧ୍ୟାଧୂପ ଓ ପ୍ରସାଦଲାଗି ପରେ, ତିନିଠାକୁରଙ୍କୁ ବନ୍ଦାପନା କରାଯାଏ । ଏହି ସମୟରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ । ଶ୍ରୀମନ୍ଦିର ପରିଭାଷାରେ ଏହା ହେଉଛି ‘ଗର୍ଭୋଦକ ବନ୍ଦାପନା’। ଏହା ପୂର୍ବରୁ ‘ଜେଉଟ’ (ଜେଉଡ଼) ଭୋଗ ନାମରେ ଏକ ସ୍ୱତନ୍ତ୍ର ଭୋଗ ମଧ୍ୟ ତାଙ୍କୁ ଲାଗି କରାଯାଇଥାଏ । ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାତା ଦେବକୀ ରୂପରେ ସପ୍ତମୀର ବିଳମ୍ବିତ ରାତ୍ରରେ ଶ୍ରୀକୃଷ୍ଣଙ୍କୁ ଗର୍ଭରେ ଧାରଣ କରିବେ । ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ମହାପ୍ରଭୁଙ୍କୁ ଜେଉଟ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ । ଅଷ୍ଟମୀ ତିଥିରେ ମହାପ୍ରଭୁ ଜଗନ୍ନାଥ ନିଜେ ପୁତ୍ର ହୋଇ ଜନ୍ମ ନିଅନ୍ତି । ଏହାର ଅର୍ଥ ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ମାତା ଦେବକୀ ରୂପେ ଭୋଗ ଓ ବନ୍ଦାପନା ପାଆନ୍ତି ଏବଂ ପରଦିନ ସେ ଶ୍ରୀକୃଷ୍ଣ ରୂପେ ନିଜକୁ ଜନ୍ମ ଦିଅନ୍ତି । ଏହାର ତାତ୍ତ୍ୱିକତା ହେଉଛି- ସେ ମାତା, ସେ ପିତା ଏବଂ ସେ ମଧ୍ୟ ପୁତ୍ର ! ଏହି ନୀତିର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି - ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ବା ପ୍ରତିନିଧି ଶ୍ରୀମଦନମୋହନ ମଧ୍ୟ ଏଥିରେ ଭାଗ ନେଇଥାଆନ୍ତି । ସେ ହିଁ କୃଷ୍ଣ ରୂପେ ଜନ୍ମ ନିଅନ୍ତି । ସେଥିପାଇଁ, ଶିଶୁଟିଏ ଜନ୍ମବେଳେ ନଗ୍ନ ଥିବା ପରି, ତାଙ୍କର ବସ୍ତ୍ରହୀନ ପ୍ରତିମା ହିଁ ଏହି ଭୂମିକା ନିର୍ବାହ କରିଥାଆନ୍ତି । ଏଥିପାଇଁ ଶ୍ରୀମଦନମୋହନଙ୍କୁ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଦିଆଯାଇଥାଏ । 


ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପୂଜା ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୁଏ । ପରେ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚମୁରୁଜର ମଣ୍ଡଳ କଟାଯାଇ ଜନ୍ମନୀତି ଆରମ୍ଭ କରାଯାଏ । ରୂପା ପଦ୍ମ ପାଖୁଡାରେ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ପ୍ରତିମା ରଖାଯାଇ ପଞ୍ଚ ଉପଚାରରେ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ପରେ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ରତ୍ନସିଂହାସରେ ବିଜେ କରାଯାଏ । ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ମଦନ ମୋହନ ଜନ୍ମଚକଡାରେ ବିଜେ କରନ୍ତି । ଦୁଇଜଣ ସେବାୟତ ଦେବକୀ ଓ ବସୁଦେବଙ୍କ ରୂପରେ ଶ୍ରୀକୃଷ୍ଣଙ୍କୁ କଣ୍ଡୁସି ଭୋଗ କରିଥାଆନ୍ତି । ଏହି ସମୟରେ ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇଥାଏ । ସେଠାରୁ ଶ୍ରୀକୃଷ୍ଣଙ୍କୁ ଝୁଲଣ ମଣ୍ଡପ ଦେଇ ସରସ୍ୱତୀ ମନ୍ଦିର ନିକଟକୁ ନିଆଯାଏ । ବିଭିନ୍ନ ନୀତିକାନ୍ତି ସହ ଶ୍ରୀକୃଷ୍ଣଙ୍କୁ ରୂପା ଶାମୁକାରେ କ୍ଷୀର ପାନ ସହ ନାଭି ଛେଦନ ନୀତି କରାଯାଇଥାଏ । ଏହି  ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହେ । 

କୁହାଯାଏ, ଏହି ଦିନ ନିଷ୍ଠାର ସହିତ ଉପବାସ କଲେ ମନରେ ଥିବା ଦ୍ଵନ୍ଦ ଦୂର ହେବା ସଙ୍ଗେ ସଙ୍ଗେ ମନୋବାଞ୍ଛା ପୂରଣ ହୋଇଥାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଜନ୍ମାଷ୍ଟମୀ ଦିନ ବାଳ ଗୋପାଳଙ୍କୁ ପୂଜା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ବ୍ରତଧାରୀ କୃଷ୍ଣଙ୍କୁ ଝୁଲଣରେ ଝୁଲାଇଥାନ୍ତି, ତେବେ ତାଙ୍କର ସବୁ ମାନସିକ ପୂରଣ ହୋଇଥାଏ ।


ଓଡ଼ିଶାରେ ଜନ୍ମାଷ୍ଟମୀ ପାଳନ : ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥାଏ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାଆନ୍ତି, ଓ ରାତ୍ରି ୧୨ ଘଟିକାରେ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାଆନ୍ତି । ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ଜନ୍ମାଷ୍ଟମୀ ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ । ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାଆନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ ଓ ସେବନ କରିଥାଆନ୍ତି ।


ଓଡ଼ିଶା ବାହାରେ ଜନ୍ମାଷ୍ଟମୀ ପାଳନ: ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏହି ଉତ୍ସବ ପ୍ରାୟ ସାତ ଦିନ ବ୍ୟାପୀ ପାଳିତ ହୋଇଥାଏ । ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ । ଏହା ଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସରେ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାଆନ୍ତି । ଜାମ୍ମୁଠାରେ ଏହି ଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି । 


ଜନ୍ମାଷ୍ଟମୀକୁ ମୁମ୍ବାଇ ଏବଂ ପୁନାରେ ଲୋକେ “ଦହି ହାଣ୍ଡି” ନାମରେ ବେଶି ଜାଣିଥାଆନ୍ତି । ଗୋଟିଏ ମାଟିହାଣ୍ଡିରେ ଘୋଳଦହି ଭର୍ତ୍ତି କରି ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଏ । ଏହା ପରେ ଯୁବକ ସମୂହ ଜଣକ ଉପରେ ଜଣେ ଠିଆ ହୋଇ ଏକ ମିନାର୍ ଗଠନ କରନ୍ତି ଓ ସବା ଉପରେ ଥିବା ଯୁବକ ଜଣକ ଏକ ଶକ୍ତ ଜିନିଷରେ ହାଣ୍ଡିକୁ ବାଡ଼େଇ ଭାଙ୍ଗିଥାଏ । ଏଥିପାଇଁ ଅନେକ ନଡ଼ିଆ ବ୍ୟବହାର କରିବାକୁ ପସନ୍ଦ କରିଥାଆନ୍ତି, କାରଣ ନଡ଼ିଆକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ଧରାଯାଏ । ହାଣ୍ଡି ଭାଙ୍ଗିଗଲା ପରେ ସେଥିରେ ଥିବା ଦହି ସମସ୍ତଙ୍କ ଉପରେ ବହିଯାଏ । ଏହାକୁ ସାମୂହିକ ପ୍ରଚେଷ୍ଚା ବା ଏକତାର ସଫଳତା ବୋଲି ପ୍ରତୀକାତ୍ମକ ରୂପେ ବିବେଚନା କରାଯାଏ । ଏହି ଯୁବକମାନଙ୍କୁ “ଗୋବିନ୍ଦ ପାଠକ” କୁହାଯାଏ । ଏମାନେ ସହର ସାରା ବୁଲି ବୁଲି ଅଧିକରୁ ଅଧିକ ହାଣ୍ଡି ଭାଙ୍ଗିବାକୁ ଚେଷ୍ଟା କରିଥାଆନ୍ତି । କାରଣ ହାଣ୍ଡିଭାଙ୍ଗିଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ମିଳିଥାଏ ।

ବୃନ୍ଦାବନରେ ଶ୍ରୀକୃଷ୍ଣ ସବୁଠୁ ଦୁଷ୍ଟ ଥିଲେ । ତାଙ୍କ ଦୁଷ୍ଟାମୀ ପାଇଁ ସେ ପ୍ରତି ଘରେ ପରିଚିତ ଥିଲେ । କ୍ଷୀର, ଦହି, ଲହୁଣୀ କୃଷ୍ଣଙ୍କର ଭାରି ପ୍ରିୟ ଥିଲା । ସେଥିପାଇଁ ସେ ସମସ୍ତଙ୍କ ଘରୁ ଏସବୁ ଚୋରି କରୁଥିଲେ । କୃଷ୍ଣଙ୍କଠାରୁ ଏହି ଦହି, ଲହୁଣୀକୁ ବଞ୍ଚେଇବା ପାଇଁ ବୃନ୍ଦାବନର ମହିଳାମାନେ ଦହି ହାଣ୍ଡିକୁ ଉପରେ ବାନ୍ଧିବାକୁ ଚେଷ୍ଟା କଲେ, ଯଦ୍ୱାରା କୃଷ୍ଣ ହାଣ୍ଡି ପର୍ଯ୍ୟନ୍ତ ପହଞ୍ଚି ପାରିବେନି । ହେଲେ କୃଷ୍ଣ ତାଙ୍କ ସାଙ୍ଗମାନଙ୍କୁ ଏକାଠି କରି ତାଙ୍କ କାନ୍ଧ ଉପରେ ଚଢ଼ି ଦହି ହାଣ୍ଡି ନିକଟରେ ପହଞ୍ଚି ଯାଉଥିଲେ । ଦହି ହାଣ୍ଡି ଭାଙ୍ଗି ନିଜେ ଦହି ଖାଇବା ସହ ସାଙ୍ଗମାନଙ୍କୁ ବାଣ୍ଟି ଦେଉଥିଲେ । କୃଷ୍ଣଙ୍କର ସେହି ଦୁଷ୍ଟାମୀକୁ ମନେ ପକାଇବା ପାଇଁ ଜନ୍ମାଷ୍ଟମୀରେ ଏହି ପରମ୍ପରା ଅନୁଷ୍ଠିତ ହୋଇଥାଏ ।


ମଣିପୁରରେ ଜନ୍ମାଷ୍ଟମୀ “କୃଷ୍ଣଜନ୍ମ” ନାମରେ ଲୋକପ୍ରିୟ । ଏହା ରାଜ୍ୟର ରାଜଧାନୀ ଇମ୍ଫାଲର ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ (ଆନ୍ତର୍ଜାତୀୟ କୃଷ୍ଣଚେତନା ସମାଜ) ମନ୍ଦିରରେ ପାଳିତ ଏକ ପ୍ରଧାନ ଉତ୍ସବ । କର୍ଣ୍ଣାଟକରେ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଗୋଷ୍ଠୀ ଏହି ଉତ୍ସବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରିଥାଆନ୍ତି । ଶ୍ରକୃଷ୍ଣଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ସ୍ଥାପନା କରି ତାଙ୍କୁ ‘ଭକ୍ଷଣମ୍’ ନାମକ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ ପ୍ରସାଦ ଅନ୍ୟାନ୍ୟ ଫଳମୂଳ ସହିତ ଅର୍ପଣ କରାଯାଏ । ବିଦେଶରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିବା ଉଦ୍ଦେଶ୍ୟରେ ଅରିଜୋନା ନିଜ ଦେଶରେ ଏହାକୁ ଛୁଟି ଦିବସ ରୂପେ ଘୋଷଣା କରିଛି ।

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ..

 COASTAL NEWS Odia 615

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 




ଭୁବନେଶ୍ବର - ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମ। ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାଆନ୍ତି। ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି। ଶ୍ରୀମଦଦ୍ଭଗବଦ ଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନେଇଥାଏ। ଫଳର ଆଶା ନ ରଖି ବିଶ୍ୱର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ। ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ। ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଏହା ଥିଲା ଭଗବାନ ବିଷ୍ଣୁଙ୍କ କୃଷ୍ଣ ଅବତାର। କଂସ ଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର ବୃଷ ରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ। ବନ୍ଦିଶାଳାରେ ଦିବ୍ୟବାଣୀ ମାଧ୍ୟମରେ ଦେବକୀ ଏବଂ ବସୁଦେବଙ୍କୁ ଭଗବାନ ବିଷ୍ଣୁ ଜଣାଇ ଦେଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ। ସେ ଦୁଷ୍ଟଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। ସଂସାରକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଥିଲେ। ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟଲୀଳା କରିବେ, ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ।ତେଣୁ, ସମସ୍ତଙ୍କ ଅଗୋଚରରେ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ଛାଡ଼ିଦେଇ ଆସିବାକୁ ଭଗବାନ ବିଷ୍ଣୁ ଦିବ୍ୟବାଣୀ ମାଧ୍ୟମରେ ଜଣାଇ ଦେଇଥିଲେ। ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ। ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ। ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦରାଜାଙ୍କ ଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିବସକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।ଅବତାର ଅର୍ଥ ଅବତୀର୍ଣ୍ଣ ହେବା, ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ଵରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ଵଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା, ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ। ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ। ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ। ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ। ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ। ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନା କରିଦେଇଥିଲେ।ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ। କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ। ଶ୍ରୀକୃଷ୍ଣଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ। ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷା ପ୍ରଦାନ କରିଛନ୍ତି। ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି। ଏହା ଭଗବତ ଗୀତା ନାମରେ ବିଶ୍ଵ ବିଖ୍ୟାତ। ଭଗବତ ଗୀତା ବିଶ୍ଵ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି। ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ।

।।କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟଚ,

ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋନମଃ।।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...