AFFILIATE MARKETING

https://binomo.com?a=90810425bb57&t=0

Saturday, September 2, 2023

୭ ବର୍ଷରେ ୯ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତି ମହିଳା,ଜନ୍ମ କରିବେ ଦଶମ ସନ୍ତାନ

 COASTAL NEWS Odia 579

୭ ବର୍ଷରେ ୯ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତି ମହିଳା,ଜନ୍ମ କରିବେ ଦଶମ ସନ୍ତାନ



ଅଷ୍ଟ୍ରେଲିଆ - ୭ ବର୍ଷରେ ୯ଟି ଛୁଆ । ପୁଣି ଥରେ ହୋଇଛନ୍ତି ପ୍ରେଗନାଣ୍ଟ । ଏକଥା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଆଜିର ସମୟରେ ଗୋଟିଏ ପିଲାକୁ ସମ୍ଭାଳିବା ମୁସ୍କିଲ ହେଉଥିବା ବେଳେ ୯ ଟି ପିଲାକୁ ସମ୍ଭାଳିବା କେତେ ଯେ କଷ୍ଟକର ବ୍ୟାପାର ତାହା କଳ୍ପନା ମଧ୍ୟ କରିହେବ ନାହିଁ । କିନ୍ତୁ ଜଣେ ମହିଳା ମାତ୍ର ୭ ବର୍ଷରେ ୯ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତି । କ୍ଲୋଇଆଣ୍ଡବିନ୍ସ ନାମକ ଏକ ଆକାଉଣ୍ଟରୁ ଉକ୍ତ ମହିଳା ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେଉଛି ।

କୌଣସି ବିବାହିତ ମହିଳାଙ୍କ ପାଇଁ ମା ହେବାର ଅନୁଭୂତି ସ୍ୱତନ୍ତ୍ର ଥାଏ । କିନ୍ତୁ ଯେତେବେଳେ ଏହି ଅନୁଭବ ଥରେ ରୁ ଦୁଇଥର ହୁଏ, ସେତେବେଳେ ମା’ ବାପାଙ୍କ ଜୀବନ କଷ୍ଟକର ହୋଇପଡ଼େ । ପିଲାମାନଙ୍କ ପାଳନ ପୋଷଣରେ ମା’ ମାନେ ଥକି ପଡ଼ନ୍ତି । କିନ୍ତୁ ଅଷ୍ଟ୍ରେଲିୟାର ଜଣେ ମହିଳା ଅଛନ୍ତି ଯିଏ ୯ଟି ସନ୍ତାନର ମା’ ଏବଂ ବର୍ତ୍ତମାନ ଆଉ ଏକ ପିଲା ଜନ୍ମ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏନେଇ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି ।

ଦ ସନ୍ ୱେବସାଇଟର ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର ବାସିନ୍ଦା କ୍ଲୋଇ ଗତ ୭ବର୍ଷ ଧରି ଲଗାତାର ପ୍ରେଗନାଣ୍ଟ ହେଉଛନ୍ତି । ଅର୍ଥାତ ସେ ପ୍ରତିବର୍ଷ ଗର୍ଭଧାରଣର ଅନୁଭବ ନେଉଛନ୍ତି । ତାଙ୍କର ୯ଟି ସନ୍ତାନ ଅଛନ୍ତି ଏବଂ ସେ ଫେବୃଆରୀ ୨୦୨୪ରେ ତାଙ୍କର ଦଶମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ନିକଟରେ କ୍ଲୋଇ ତାଙ୍କ କ୍ଲୋଇଆଣ୍ଡବିନ୍ସ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ନିଜ ପିଲା ଏବଂ ସ୍ୱାମୀଙ୍କ ସହ ପୋଜ୍ ଦେଇଥିଲେ ଏବଂ ଅଲଟ୍ରାସାଉଣ୍ଡ ଇମେଜ ମାଧ୍ୟମରେ ତାଙ୍କର ଦଶମ ସନ୍ତାନକୁ ଦେଖାଇଥିଲେ। ଭାଇରାଲ ହୋଇଥିବା ଭିଡିଓରେ ଆପଣମାନେ ଗୋଟିଏ ପରେ ଗୋଟିଏ ପିଲାମାନେ ଆଗକୁ ଆସୁଥିବା ଦେଖିପାରିବେ । ତାଙ୍କ କହିବା ଅନୁସାରେ ଦଶମ ପିଲା ଫେବୃଆରୀ ୨୦୨୪ରେ ଜନ୍ମ ନେବ ।

କ୍ଲୋଇ ଏବଂ ତାଙ୍କ ସ୍ୱାମୀ ପିଲାମାନଙ୍କୁ ନେଇ ବହୁତ ଖୁସି ଅଛନ୍ତି, କିନ୍ତୁ ବୋଧହୁଏ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ଲୋଇଙ୍କ ସନ୍ତାନ ଜନ୍ମ କରିବା ନିଷ୍ପତ୍ତିରେ ଖୁସି ନାହାନ୍ତି । ଭାଇରାଲ ହୋଇଥିବା ଭିଡିଓକୁ ଅନେକ ଲୋକ ଦେଖିଥିବା ବେଳେ ଏହାକୁ ଲାଇକ ମଧ୍ୟ ମିଳିଛି । ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି । ପୃଥିବୀରେ ଜନସଂଖ୍ୟା ବଢ଼ୁଥିବାବେଳେ ମହିଳାଙ୍କ ଏପରି ଭାବେ ପିଲା ଜନ୍ମ କରିବା ଜନସଂଖ୍ୟାକୁ ବୃଦ୍ଧି କରୁଛି ବୋଲି ଅନେକ ମତ ଦେଇଛନ୍ତି । କ୍ଲୋଇ ନିଜ ପିଲାଙ୍କୁ ନେଇ ଖୁସି ଥିବା ବେଳେ ସେ ଜନ୍ମ ଦେବାକୁ ଥିବା ପିଲାକୁ ନେଇ ଉତ୍ସାହିତ ଅଛନ୍ତି ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 



ସଫଳତା ପୂର୍ବକ ଉତକ୍ଷେପଣ ହେଲା ଆଦିତ୍ୟ-ଏଲୱାନ୍

 COASTAL NEWS Odia 578

ସଫଳତା ପୂର୍ବକ ଉତକ୍ଷେପଣ ହେଲା ଆଦିତ୍ୟ-ଏଲୱାନ୍



ନୂଆଦିଲ୍ଲୀ - ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ଯାଡରୁ ସଫଳତା ପୂର୍ବକ ଉତକ୍ଷେପଣ ହୋଇଛି ଆଦିତ୍ୟ-ଏଲୱାନ୍। ରକେଟ ପିଏସଏଲଭି-ସି57 ମାଧ୍ୟମରେ ମହାକାଶକୁ ଯାଇଛି ଏହି ମହାକାଶଯାନ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ପୂର୍ବାହ୍ନ 11ଟା 50 ମିନିଟରେ ଆଦିତ୍ୟ-ଏଲୱାନ୍ ଉତକ୍ଷେପଣ କରାଯାଇଛି।

ଏହି ମିଶନ୍ ମାଧ୍ୟମରେ ଅନେକ ଲକ୍ଷ୍ୟ ରଖିଛି ଇସ୍ରୋ। ଚନ୍ଦ୍ରଯାନର ସଫଳ ଯାତ୍ରା ପରେ କିପରି ସୌର ମିଶନ ସଫଳ ହେବ ସେଥିପାଇଁ ବୈଜ୍ଞାନିକଙ୍କ ସମେତ ପୂରା ଦେଶବାସୀ ଆଶାବାଦୀ ଅଛନ୍ତି। ଉତକ୍ଷେପଣର 127 ଦିନ ପରେ ଲକ୍ଷ୍ୟପଥରେ ପହଞ୍ଚିବ ଆଦିତ୍ୟ-ଏଲୱାନ୍। ଅର୍ଥାତ୍ ବୈଜ୍ଞାନିକମାନେ ଯେଉଁ ରହସ୍ୟ ଜାଣିବାକୁ ଆଶା ରଖିଛନ୍ତି ତାହା ଆଗାମୀ 4 ମାସ ପରେ ଅର୍ଥାତ୍ ଜାନୁଆରୀରେ ପୂରା ହୋଇପାରିବ। 

କାରଣ, ବର୍ତ୍ତମାନ ଆଦିତ୍ୟ-ଏଲୱାନ୍ କକ୍ଷପଥରେ ଅବସ୍ଥାପିତ ହେବ। ସେଠାରୁ ପୃଥିବୀକୁ ଚାରି ଥର ପରିକ୍ରମା କରି ଲକ୍ଷ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ଦିଗରେ ଅଗ୍ରସର ହେବ। ଏହା ପରେ ହାଲୋ ଅର୍ବିଟରେ ରହି ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବ। ଲାଗ୍ରାଞ୍ଜ ପଏଣ୍ଟର ଚତୁର୍ପାଶ୍ୱକୁ ହାଲୋ ଅର୍ବିଟ ବୋଲି କୁହାଯାଏ। ଆଦିତ୍ୟା-ଏଲୱାନ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କ ନିକଟକୁ ଯିବ ନାହିଁ। ଏହା ପ୍ରଥମ ଲାଗ୍ରାଞ୍ଜ ପଏଣ୍ଟରେ ରହି ଅନୁଧ୍ୟାନ କରିବ।

ପୃଥିବୀଠୁ ସୂର୍ଯ୍ୟଙ୍କ ଦୂରତା 15 କୋଟି କିଲୋମିଟର ହୋଇଥିବା ବେଳେ ଏହା 15 ଲକ୍ଷ କିଲୋମିଟର ଦୂରରୁ ରହି ଅନୁସନ୍ଧାନ କରିବ। ଏହି ପଏଣ୍ଟକୁ ଲାଗ୍ରାଞ୍ଜ ପଏଣ୍ଟ ବୋଲି କୁହାଯାଏ। ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ପାଞ୍ଚଟି ଲାଗ୍ରାଞ୍ଜ ପଏଣ୍ଟ ରହିଛି। ପ୍ରଥମ ଲାଗ୍ରାଞ୍ଜ ପଏଣ୍ଟର ଦୂରତା 15 ଲକ୍ଷ କିଲୋମିଟର।

ଲାଗ୍ରାଞ୍ଜ ପଏଣ୍ଟ ହିଁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଥିବା ଏକ ସ୍ଥାନ, ଯେଉଁଠାରେ ଦୁଇ ବସ୍ତୁ ମଧ୍ୟରେ ମାଧ୍ୟାକର୍ଷଣ ଶକ୍ତି କାମ କରିଥାଏ। ଫଳରେ କୌଣସି ବସ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେହିଠାରେ ସନ୍ତୁଳିତ ଅବସ୍ଥାରେ ରହି କାର୍ଯ୍ୟ କରିପାରିବ। ଏହିଠାରୁ ହିଁ ଆଦିତ୍ୟ-ଏଲୱାନ୍ ସୂର୍ଯ୍ୟଙ୍କ ରହସ୍ୟ ଭେଦିବ ଏବଂ ଇସ୍ରୋକି ଗୋଟିଏ ପରେ ଗୋଟିଏ ସୂଚନା ଦେବ।

ଆଦିତ୍ୟ-ଏଲୱାନ୍ ଜରିଆରେ ମହାକାଶକୁ 7ଟି ପେ'ଲୋଡ୍ ମଧ୍ୟ ପଠାଯାଇଛି। ଏହି ପେ'ଲୋଡ୍ ମଧ୍ୟରୁ 4ଟି ପେ'ଲୋଡ୍ ସୂର୍ଯ୍ୟଙ୍କ ଉପରେ ଏବଂ ଅନ୍ୟ 3ଟି ଲାଗ୍ରାଞ୍ଜ ପଏଣ୍ଟ ଏଲୱାନ ଉପରେ ପରୀକ୍ଷା ନିରୀକ୍ଷା କରିବ। ଏହାପରେ ସୂର୍ଯ୍ୟଙ୍କ ଫଟୋସ୍ଫିୟର୍, କ୍ରୋମୋସ୍ଫିର୍ ସହ ସୂର୍ଯ୍ୟଙ୍କ ବାହ୍ୟ ସ୍ତର କରୋନା ଓ ସୌର ବାୟୁ ଉପରେ ଅନୁଧ୍ୟାନ କରିବ। ବିଶେଷ କରି ସୌରଝଡର ଆକଳନ ଓ ମୁକାବିଲା ଦିଗରେ ଏହି ମିଶନ୍ ସହାୟକ ହୋଇପାରେ ବୋଲି ଆଶା ରଖିଛି ଇସ୍ରୋ। ସେହିପରି ମହାକାଶରେ କିପରି ଜଳବାୟୁ ଓ ପାଣିପାଗ ରହିଥାଏ ତାହା ଜଣାପଡିବ।



ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ କ୍ଷେତ୍ରରେ ଏହା ହେଉଛି ଇସ୍ରୋର ପ୍ରଥମ ପଦକ୍ଷେପ। ଏହା ପୂର୍ବରୁ ଆମେରିକା ସ୍ପେଶ୍ ଏଜେନ୍ସି ନାସା, ୟୁରୋପିୟ ସ୍ପେସ୍ ଏଜେନ୍ସି ଏବଂ ଜର୍ମାନ ସ୍ପେଶ୍ ଏଜେନ୍ସି ଭଳି ଖୁବ୍ କମ୍ ମହାକାଶ ଅନୁସନ୍ଧାନ ସଂସ୍ଥାନ ଏହି ଅନୁସନ୍ଧାନ କରିଛନ୍ତି। ଏହି ମିଶନ ସଫଳ ହେଲେ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଇସ୍ରୋ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ। ଅଗଷ୍ଟରେ ମଧ୍ୟ ଇସ୍ରୋର ମୁନ୍ ମିଶନ୍ ସଫଳ ହୋଇଛି। ବର୍ତ୍ତମାନ ଚନ୍ଦ୍ରଯାନ-3 ଚନ୍ଦ୍ରମାରେ ଅନେକ ରହସ୍ୟ ଭେଦୁଛି। ଚଳିତ ମାସ ଗଗନଯାନ ଉତକ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

ଭାରତ ସୂର୍ଯ୍ୟ ମିଶନ ଆଦିତ୍ୟ L1 ସଫଳତାପୂର୍ବକ ଉତକ୍ଷେପଣ କରାଯାଇଛି

 COASTAL NEWS Odia 577

ଭାରତ ସୂର୍ଯ୍ୟ ମିଶନ ଆଦିତ୍ୟ L1 ସଫଳତାପୂର୍ବକ ଉତକ୍ଷେପଣ କରାଯାଇଛି



ନୂଆଦିଲ୍ଲୀ - ଭାରତ ସୂର୍ଯ୍ୟ ମିଶନ ଆଦିତ୍ୟ L1 ସଫଳତାପୂର୍ବକ ଉତକ୍ଷେପଣ କରାଯାଇଛି । ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେସ ସେଣ୍ଟରୁ ଆଜି ୧୧.୫୦ ମିନିଟ ସମୟରେ ସଫଳତାପୂର୍ବତ ଉତକ୍ଷେପଣ କରାଯାଇଛି । PSLV-C57 ରେ ଆଦିତ୍ୟ L1 କୁ ଉତ୍‌କ୍ଷେପଣ କରାଯାଇଛି ।

୧୪୮୦ କିଲୋଗ୍ରାମ ଓଜନ ଆଦିତ୍ୟ L1 ଇସ୍ରୋର ବାହୁବଳୀ କହାଯାଉଥିବା ରକେଟ ପିଏସଏଏଭି ଜରିଆରେ ଲଞ୍ଚ କରାଯାଇଛି । ଏହା ପିଏସଏଲଭିର ୫୯ତମ ଲଞ୍ଚ । ଏହି ରକେଟର ସଫଳତା ୯୯ ପ୍ରତିଶତ ।

ଆଦିତ୍ୟ ଏଲ ୧ ମିଶନ ଏକ ଏପରି ମିଶନ ଯାହା ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ସୂର୍ଯ୍ୟ ନିକଟରେ ଏକ ସ୍ୱତନ୍ତ୍ର ଦୂରତା ରକ୍ଷା କରି ପହଞ୍ଚିବ । ତାହା ଏଥି ପାଇଁ କରାଯିବ କାରଣ ଆଦିତ୍ୟ ଏଲ ୧ ସୂର୍ଯ୍ୟ ନିକଟରେ ପହଁଚିଲେ ଏହା ଜଳି ନଷ୍ଟ ହେବାର ସମ୍ଭାବନା ରହିଛି ।

ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।

ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ।

ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ L1ର ମୂଳ ଲକ୍ଷ୍ୟ ।



ଡେଙ୍ଗୁ ନିୟନ୍ତ୍ରଣ ବେଳକୁ ଅଣାୟତ୍ତ ହେଲାଣି ମ୍ୟାଲେରିଆ: ଆକ୍ରାନ୍ତଙ୍କ ତାଲିକାରେ ଦେଶରେ ଓଡ଼ିଶା ଦ୍ବିତୀୟ

 COASTAL NEWS Odia 576

ଡେଙ୍ଗୁ ନିୟନ୍ତ୍ରଣ ବେଳକୁ ଅଣାୟତ୍ତ ହେଲାଣି ମ୍ୟାଲେରିଆ: ଆକ୍ରାନ୍ତଙ୍କ ତାଲିକାରେ ଦେଶରେ ଓଡ଼ିଶା ଦ୍ବିତୀୟ



 

ଭୁବନେଶ୍ବର: ମଶାଙ୍କ ଆକ୍ରମଣରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ସହରରେ ଡେଙ୍ଗୁ ମାତିଥିବା ବେଳେ ଗ୍ରାମାଞ୍ଚଳରେ ମ୍ୟାଲେରିଆ କବଳିତ କଲାଣି। ରାଜ୍ୟ ସରକାରଙ୍କ ସର୍ବା‌ଧିକ ଫୋକସ୍ ଏବେ ଡେଙ୍ଗୁ ଉପରେ ରହିଥିବା ବେଳେ ପୂର୍ବରୁ ବଦନାମ କରିଥିବା ମ୍ୟାଲେରିଆ ଚଳିତବର୍ଷ ମୁଣ୍ଡ ଟେକିଲାଣି। ଅଗଷ୍ଟ ମାସ ଶେଷ ବେଳକୁ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସାଢ଼େ ୩ହଜାର ହୋଇଥିବା ବେଳେ ମେ’ ମାସ ବେଳକୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ଛୁଇଁଛି। ଚଳିତବର୍ଷ ଶେଷ ବେଳକୁ ଏହି ସଂଖ୍ୟା ଗତବର୍ଷର ସଂଖ୍ୟାକୁ ଟପିଯିବା ନେଇ ଏକପ୍ରକାର ସ୍ପଷ୍ଟ ଚିତ୍ର ମିଳିଲାଣି। ମ୍ୟାଲେରିଆ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଔଷଧୀୟ ମଶାରିର ଅବଧି ଶେଷ ହୋଇଯାଇଥିବାରୁ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସରକାର ଔଷଧୀୟ ମଶାରୀ କେବେ ପଠାଇବେ ତାହାକୁ ରାଜ୍ୟ ସରକାର ଚାହିଁ ବସିଛନ୍ତି। ମଶାରୀ ଆସିବ ଯେତେ ବିଳମ୍ବ ହେବ ମ୍ୟାଲେରିଆ ରାଜ୍ୟ ସରକାରଙ୍କ ପାଇଁ ସେତେ ବଦାନମ ଆଣିବ ବୋଲି ବିଭାଗରେ ଆଲୋଚନା ହେଉଛି।

୨୦୧୬ ମସିହାରୁ ରାଜ୍ୟରେ ମ୍ୟାଲେରିଆ ସଂଖ୍ୟା କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ୨୦୨୦ କୋଭିଡ୍‌ ବର୍ଷରେ ଏଥିରେ କିଛିଟା ବୃଦ୍ଧି ହୋଇଥିଲେ ହେଁ ପରବର୍ତୀ ବର୍ଷଗୁଡ଼ିକରେ କମି କମି ଚାଲିଛି। ମାଚ୍ର ଚଳିତବର୍ଷର ମ୍ୟାଲେରିଆ ରାଜ୍ୟ ସରକାରଙ୍କ ପୂର୍ବରୁ ହୋଇଥିବା ସମସ୍ତ ଉଦ୍ୟମକୁ ପାଣି ଫୋଟକା ଭଳି ମିଳାଇଦେଇଛି। ଏନ୍‌ଭିବିଡିସିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ମେ’ ମାସ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୯୫ ଥିବା ବେଳେ ଚଳିତବର୍ଷ ଏହା ୯୯୦୭କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ୯୫% ବୃଦ୍ଧି ହୋଇଛି। ଯାହାକି ଚିନ୍ତାଜନକ। ଏହାଭିତରେ ୩ମାସ ବିତିଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଦେଶରେ ଛତିଶଗଡ଼ ପରେ ଆକ୍ରାନ୍ତଙ୍କ ତାଲିକାରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବା ବେଳେ ସରକାରଙ୍କ ପକ୍ଷରୁ ଏହା ସଂପର୍କରେ ସ୍ପଷ୍ଟ ଚିତ୍ର ଦିଆଯାଉନାହିଁ। ମେ’ମାସ ସୁଦ୍ଧା ଦେଶରେ ମ୍ୟାଲେରିଆରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ଏଥିରେ ଗୋଟିଏ ମୃତ୍ୟୁ ଓଡ଼ିଶାରୁ ରହିଛି। ଗତବର୍ଷ ରାଜ୍ୟରେ ୫ଜଣଙ୍କ ମ୍ୟାଲେରିଆରେ ସରକାରୀଭାବେ ମୃତ୍ୟୁ ହୋଇଥିଲା।

ଅପରପକ୍ଷରେ ମ୍ୟାଲେରିଆ ନିୟନ୍ତ୍ରଣ ଯେଉଁ ପ୍ରମୁଖ କେତୋଟି ଦିଗ ରହିଛି ତହିଁରେ ଔଷଧୀୟ ମଶାରି ଗୁରୁତ୍ବପୂର୍ଣ୍ଣ। ୨୦୧୮ ମସିହାରେ ରାଜ୍ୟରେ ଔଷଧୀୟ ମଶାରି ବଣ୍ଟନ କରାଯାଇଥିଲା। ଏହି ମଶାରିର ଅବଧି ୩ବର୍ଷ ଥିଲା। ଗତବର୍ଷ ଡିସେମ୍ବରରେ ଏହାର ଅବଧି ଶେଷ ହୋଇଯାଇଛି। କେନ୍ଦ୍ର ସରକାର ଯଦି ଏହି ମଶାରି ପ୍ରଦାନରେ ବିଳମ୍ବ କରନ୍ତି ତାହାଲେ ରାଜ୍ୟରେ ମ୍ୟାଲେରିଆ ସ୍ଥିତି ସଙ୍ଗୀନ ହୋଇପାରେ। ମ୍ୟାଲେରିଆ ସଂଖ୍ୟା ଥରେ ବଢ଼ିଗଲେ ସବୁଠାରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୨୦୨୨ ସ୍ଥିତି ଫେରାଇ ଆଣିବାକୁ ରାଜ୍ୟକୁ ଆହୁରି ୫-୭ବର୍ଷ ଲାଗିଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାସହ ରାଜ୍ୟରେ ସ୍ବତନ୍ତ୍ରଭାବେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ‘ଦମନ’ କାର୍ଯ୍ୟକ୍ରମ ଚାଲୁଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ମ୍ୟାଲେରିଆ ସଂଖ୍ୟା ବଢ଼ିବା ‘ଦମନ’ର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଲଗାଇଛି।

ରାଜ୍ୟ ଭିବିଡିର ଯୁଗ୍ମ ନିର୍ଦେଶକ ଡା.ଶୁଭାଶିଷ ମହାନ୍ତି କହିଛନ୍ତି, ରାଜ୍ୟରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି। ଦକ୍ଷିଣ ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି ସେସବୁ ଜିଲ୍ଲାରେ ମାଇକ୍ରୋପ୍ଲାନିଂ କରାଯାଇ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ ତାହାକୁ ଗୁରୁତ୍ବ ଦିଆଯାଉଛି। ପାଣିପାଗ ମଧ୍ୟ ମ୍ୟାଲେରିଆ ନିୟନ୍ତ୍ରଣରେ ଖଳନାୟକ ସାଜୁଛି। ଗରମ କାରଣରୁ ଲୋକମାନେ ସାଧାରଣଭାବେ ମଶାରି ଭିତରେ ଶୋଇବାକୁ ପସନ୍ଦ କରି ନ ଥାନ୍ତି। ଏ ଦୃଷ୍ଟିରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଔଷଧୀୟ ମଶାରି ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଯୋଗାଯୋଗ କରାଯାଇଛି। କେନ୍ଦ୍ର ସରକାର ମଧ୍ୟ ମଶାରି ଯୋଗାଇଦେବେ ବୋଲି କହିଛନ୍ତି, ମାତ୍ର କେଉଁ ମାସରେ ଦେବେ ତାହା ସ୍ପଷ୍ଟ କରିନାହାନ୍ତି। ତେଣୁ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଥିବା ଡା.ମହାନ୍ତି ସୂଚନା ଦେଇଛନ୍ତି।

ବାହୁବଳି ‘ମହେନ୍ଦ୍ରଗିରି’ର ହେଲା ଜଳାବତରଣ

COASTAL NEWS Odia 575

ବାହୁବଳି ‘ମହେନ୍ଦ୍ରଗିରି’ର ହେଲା ଜଳାବତରଣ, 





ମୁମ୍ବାଇ : ଭାରତୀୟ ନୌସେନାର ନୂଆ ଯୁଦ୍ଧପୋତ ଆଇଏନଏସ୍ ମହେନ୍ଦ୍ର ଗିରିର ଶୁକ୍ରବାର ଜଳାବତରଣ ହୋଇଛି। ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ ଓ ତାଙ୍କ ପତ୍ନୀ ସୁଦେଶ ଧନଖଡଙ୍କ ଉପସ୍ଥିତିରେ ମୁମ୍ବାଇର ମଝଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡରେ ଏହି ଜଳାବତରଣ ହୋଇଛି। ଏହା ପ୍ରେଜେକ୍ଟ-୧୭-ଏର ସପ୍ତମ ଯୁଦ୍ଧପୋତ। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୧୭ ତାରିଖରେ ଏହି ପ୍ରକଳ୍ପର ଷଷ୍ଠ ଯୁଦ୍ଧପୋତ ବିନ୍ଧ୍ୟଗିରିକୁ ଲୋକାର୍ପିତ କରିଥିଲେ।

ପ୍ରୋଜେକ୍ଟ ୧୭-ଏରେ ନିର୍ମିତ ଏହି ଯୁଦ୍ଧପୋତରେ ଅନେକ ପ୍ରକାରର ବିଶେଷତା ରହିଛି। ଏଥିରେ ଉନ୍ନତ ଶ୍ରେଣୀର ଅସ୍ତ୍ରଶସ୍ତ୍ର ସମେତ ସେନସର ଓ ପ୍ଲାଟଫର୍ମ ମ୍ୟାନେଜମେଣ୍ଟ ସିଷ୍ଟମ ରହିଛି। ଏହା ସହିତ ଯୁଦ୍ଧପୋତର ଗୋପନୀୟତା ସମ୍ପର୍କିତ ଅନ୍ୟ ଫିଚର୍ସ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ପ୍ରୋଜେକ୍ଟ ୧୭-ଏ ଅନ୍ତର୍ଗତ ୫ଟି ଯୁଦ୍ଧପୋତକୁ ୨୦୧୯ରୁ  ୨୦୨୨ ମଧ୍ୟରେ ଲଞ୍ଚ କରାଯାଇଥିଲା।

ପ୍ରଥମତଃ ଏହି ଯୁଦ୍ଧପୋତର ଆକାର ଅତି ବିଶାଳକାୟ ଓ ବହୁତ ଶକ୍ତିଶାଳୀ। ଅଧିକାରୀଙ୍କ ଅନୁସାରେ ଏହା ୧୪୯ ମିଟର ଲମ୍ବା ହୋଇଥିବା ବେଳେ ୧୭.୮ ମିଟର ଚୌଡା। ଏହାର ସର୍ବାଧିକ ବେଗ ୨୮ ନଟ୍‌ ରହିବ। ପ୍ରୋଜେକ୍ଟ ୧୭-ଏ ର ମହେନ୍ଦ୍ରଗିରି ଶେଷ ଯୁଦ୍ଧପୋତ। ପ୍ରକଳ୍ପ ଅନୁସାରେ ୪ଟି ଯୁଦ୍ଧପୋତ ମଝଗାଓଁ ଡକ୍‌ରେ ନିର୍ମିତ ହୋଇଛି। ଏହା ଛଡା ଅନ୍ୟଗୁଡିକୁ ଗାର୍ଡନରିଚ୍ ଶିପ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (ଜିଆରଏସଇ) କୋଲକାତାରେ ନିର୍ମାଣ କରାଯାଇଛି।

ପ୍ରୋଜେକ୍ଟ ୧୭-ଏର ସବୁ ଯୁଦ୍ଧପୋତ ବର୍ତ୍ତମାନ ନିର୍ମାଣର ଅଲଗା ଅଲଗା ଅବସ୍ଥାରେ ଅଛନ୍ତି। ଆଶା କରାଯାଉଛି ୨୦୨୪ରୁ ୨୦୨୬ ମଧ୍ୟରେ ଏ ଗୁଡିକୁ ନେଭିକୁ ଦେଇ ଦିଆଯିବ। ଏକ ବୟାନରେ ଭାରତୀୟ ନୌସେନା କହିଛନ୍ତି ଯେ ବୈଷୟିକ ରୂପେ ମହେନ୍ଦ୍ରଗିରି ଏକ ଉନ୍ନତ ଯୁଦ୍ଧପୋତ। ଉଲ୍ଲେଖଯୋଗ୍ୟ ଯେ ଏହି ଯୁଦ୍ଧପୋତ ଏପରି ଏକ ସମୟରେ ଲୋକାର୍ପିତ ହୋଇଛି ଯେତେବେଳେ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭର କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏହା ଛଡା ଚୀନ୍‌ ସେନାର ବଢୁଥିବା ଦବଦବାରେ ହୀନ୍ଦ ମହାସାଗର କ୍ଷେତ୍ରରେ ପାୱାର ଡାୟନାମିକ୍ସ ମଧ୍ୟ ବଦଳୁଛି।

ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ଏହାର ନାମକରଣ ଗଜପତି ଜିଲ୍ଲାର ବିଖ୍ଯାତ ପାହାଡ଼ ମହେନ୍ଦ୍ରଗିରି ନାମରେ ନାମିତ କରାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି l



କାଇ ଚଟଣି କୁ ଜି ଆଇ ଟ୍ୟାଗ

 COASTAL NEWS Odia 574

କାଇ ଚଟଣି କୁ ଜି ଆଇ ଟ୍ୟାଗ




ଭୁବନେଶ୍ବର - ଓଡ଼ିଶାର ଆଉ ୨ ସାମଗ୍ରୀକୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା। ମୟୂରଭଞ୍ଜ ଜିଲ୍ଲାର କାଇ ଚଟଣୀ ଓ ନୟାଗଡ଼ ଜିଲ୍ଲା କଣ୍ଟିଲୋ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା।

ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ମାନଙ୍କ ପ୍ରମୁଖ ଖାଦ୍ୟ କାଇ ଚଟଣୀକୁ ଜିଆଇ ମାନ୍ୟତା ପାଇଁ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓୟୁଏଟି ମାଧ୍ୟମରେ ଆବେଦନ କରାଯାଇଥିଲା।  ଏବେ ଜିଆଇ ଟ୍ୟାଗ ମାନ୍ୟତା ନେଇ କେନ୍ଦ୍ର ସରକାରଙ୍କ ଜିଓଗ୍ରାଫିକାଲ ଆଇଡେଣ୍ଟିଫିକେସନ ଜର୍ନାଲରେ ପ୍ରକାଶିତ ହୋଇଛି। କାଇ ଚଟଣୀରେ ବହୁ ଔଷଧୀୟ ଗୁଣ ରହିଥିବା ଦାବି କରି ଆସୁଛି ମୟୂରଭଞ୍ଜ କାଇ ସୋସାଇଟି।



ଆଜି ସୂର୍ଯ୍ୟାଭିମୁଖୀ ଆଦିତ୍ୟ-ଏଲ୍‌୧ ମିଶନ

 COASTAL NEWS Odia 573

ଆଜି ସୂର୍ଯ୍ୟାଭିମୁଖୀ ଆଦିତ୍ୟ-ଏଲ୍‌୧ ମିଶନ


 


ଶ୍ରୀହରିକୋଟା,୨ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ଶନିବାର ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ କୁହାଯାଇଛି। ଶନିବାର ପୂର୍ବାହ୍ନ ୧୧.୫୦ ମିନିଟ୍‌ରେ ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ। ଚନ୍ଦ୍ରୟାନ-୩ର ସଫଳତା ପରେ ଭାରତ ସୂର୍ଯ୍ୟ ମିଶନ ଆରମ୍ଭ କରିବାକୁ ଯାଉଛି। ଇସ୍ରୋ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନ ୧୨.୧୦ରେ ଏକ ଟୁଇଟ୍‌ରେ କୁହାଯାଇଛି, ସୂର୍ଯ୍ୟ ମିଶନ ଆରମ୍ଭ ହେବା ଲାଗି ଆଉ ୨୩ ଘଣ୍ଟା ୪୦ ମିନିଟ୍‌ ରହିଲା। ଏହି ମିଶନ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ୧୨୫ ଦିନ ଲାଗିବ ବୋଲି ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି। ମିଶନ ଆରମ୍ଭ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୌରଜଗତର ସବିଶେଷ ତଥ୍ୟ ଯେପରି ମିଳିପାରିବ ତାକୁ ଦୃଷ୍ଟିରେ ରଖି ଏଲ୍‌-୧କୁ ବିକଶିତ କରାଯାଇଛି।

ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବାର ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସ(ଆଇଆଇଏ)ର ବୈଜ୍ଞାନିକ ଡ. ଆର୍‌. ରମେଶ କହିଛନ୍ତି, ପୃଥିବୀର ଭୂକମ୍ପ ଭଳି ସୌରଜଗତରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଏହାକୁ ସୌର କମ୍ପନ ବା କୋରୋନାଲ୍‌ ମାସ୍‌ ଇଜେକସନ୍‌(ସିଏମ୍‌ଇ) ବୋଲି କୁହାଯାଉଛି। ଏହି ପ୍ରକ୍ରିୟାରେ ଅନେକ ନିୟୁତ ଟନ୍‌ର ସୌର ଉପାଦାନ ମହାକାଶ ଆଡ଼କୁ ଆସିଥାଏ। ଏଗୁଡ଼ିକର ଗତି ପ୍ରତି ସେକେଣ୍ଡରେ ୩ ହଜାର କି.ମି. ରହିଥାଏ। ସେଥିମଧ୍ୟରୁ କିଛି ଉପାଦାନ ପୃଥିବୀ ଆଡ଼କୁ ମଧ୍ୟ ଆସିଥାନ୍ତି। ଏହା ପୃଥିବୀ ପୃଷ୍ଠରେ ପହଞ୍ଚିବା ପାଇଁ ପ୍ରାୟ ୧୫ ଘଣ୍ଟା ସମୟ ଲାଗିଥାଏ। ସେ କହିଛନ୍ତି, ପୂର୍ବରୁ ୟୁରୋପିୟନ ମହାକାଶ ସଂସ୍ଥା(ଇଏସ୍‌ଏ) ଏବଂ ନ୍ୟାଶନାଲ ଏରୋନାଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା) ପକ୍ଷରୁ ଏଭଳି ମିଶନ କରାଯାଇଛି। ହେଲେ ଭାରତର ଆଦିତ୍ୟ ମିଶନ ସେଗୁଡ଼ିକଠାରୁ ସ୍ବତନ୍ତ୍ର ରହିବ। ପ୍ରଥମତଃ ଏହି ମିଶନ ଜରିଆରେ ଆମେ ସୌର ମଣ୍ଡଳର ଆଲୋକବଳୟ କେଉଁଠାରୁ ଆରମ୍ଭ ହେଉଛି ସେହି ବିଷୟରେ ଅନୁଧ୍ୟାନ କରାଯାଇପାରିବୁ। ସେହିପରି ସୌରମଣ୍ଡଳରେ ଚୁମ୍ବକୀୟ ଶକ୍ତି କେଉଁ ପରିସ୍ଥିତିରେ ପରିବର୍ତ୍ତନ ହେଉଛି ସେନେଇ ମଧ୍ୟ ଜ୍ଞାନ ଆରୋହଣ କରାଯାଇପାରିବ।



ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

 COASTAL NEWS Odia 572

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ



ରାଇରଙ୍ଗପୁର- ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ । ଜମି ମାପଚୁମ କରିବା ବାବଦକୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ତହସିଲ ଅନ୍ତର୍ଗତ ଜୟପୁର ସର୍କଲର ରାଜସ୍ୱ ନିରୀକ୍ଷକ ରାକେଶ କୁମାର ପାତ୍ରଙ୍କୁ  ଭିଜିଲାନ୍ସ  ଗିରଫ କରିଛି ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ନିବାସୀ ରାମଦାସ ସାହୁ ୫ଟି ଜାଗାର ମାପଚୁପ କରିବା ପାଇଁ ପୂର୍ବରୁ ଆରଆଇ ଅଫିସରେ ଆବେଦନ କରିଥିଲେ । ଏନେଇ ଜୟପୁର ଆରଆଇ ରାକେଶ କୁମାର ପାତ୍ର ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ରାମଦାସ ସାହୁ ବାଲେଶ୍ବର ଭିଜିଲାନ୍ସ ବିଭାଗରେ ଏକ ଅଭିଯୋଗ କରିଥିଲେ । 

ଘଟଣାକୁ ଭିତ୍ତିକରି ଭିଜିଲାନ୍ସ ବିଭାଗର ଏକ ଟିମ ରେଭେନ୍ୟୁ ଇନ୍ସପେକ୍ଟର ରାକେଶ କୁମାର ପାତ୍ରଙ୍କୁ ଧରିବାକୁ ଯୋଜନା କରି  ରାଇରଙ୍ଗପୁର ସହର ସ୍ଥିତ ଦୁର୍ଗା ମଣ୍ଡପ ଛକ ଠାରେ  ନିରୀକ୍ଷକ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗିରହିଥିବା ଅଫିସର ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l 

ବାଲେଶ୍ବର ଭିଜିଲାନ୍ସ ବିଭାଗ ପକ୍ଷରୁ କେଶ ନମ୍ବର ୨୪/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ସୂଚନା ମିଳିଛି। ଏଥ୍ ସହିତ ଭିଜିଲାନ୍ସ ଟିମ ଅଭିଯୁକ୍ତ ରେଭେନ୍ୟୁ ଇନ୍ସପେକ୍ଟର ରାକେଶ କୁମାର ପାତ୍ରଙ୍କ ଜୟପୁର କାର୍ଯ୍ୟାଳୟ ସ୍ଥିତ ସରକାରୀ ବାସଭବନ, ରାଇରଙ୍ଗପୁର ଓ ବାରିପଦାର ମୁର୍ଗାବାଡ଼ି ଭଡା ଘରେ ଚଢାଉ ଜାରି ରଖୁଛନ୍ତି ବୋଲି ବାରିପଦା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । 

ଏହି ଭିଜିଲାନ୍ସ ଚଢ଼ାଉରେ ଅତିରିକ୍ତ ଏସପି ହରେକୃଷ୍ଣ ମାଝୀଙ୍କ ନେତୃତ୍ବରେ ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ ଓ ଅନ୍ୟାନ୍ୟ ବାଲେଶ୍ବର ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ସାମିଲ ହୋଇଥିଲେ । ତେବେ ରାକେଶ କୁମାର ପାତ୍ରଙ୍କ ଘର ବଡ଼ସାହି ଥାନା ଅନ୍ତର୍ଗତ ସିଙ୍ଗଟିଆ ଗ୍ରାମରେ ଥିବାବେଳେ ସେ ବର୍ତ୍ତମାନ ବାରିପଦା ସହର ସ୍ଥିତ ମୁର୍ଗାବାଡ଼ିରେ ଘର ଭଡା ନେଇ ରହୁଛନ୍ତି ।

Friday, September 1, 2023

ନାଳରେ ଗାଧୋଉଥିବା ବେଳେ ବୁଡ଼ି ଯିବାରୁ ଜଣେ ବୃଦ୍ଧ

 COASTAL NEWS Odia 571

ନାଳରେ ଗାଧୋଉଥିବା ବେଳେ ବୁଡ଼ି ଯିବାରୁ ଜଣେ ବୃଦ୍ଧ



ସମ୍ବଲପୁର - ନାଳରେ ଗାଧୋଉଥିବା ବେଳେ ବୁଡ଼ି ଯିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ସୁବର୍ଣ୍ଣପୁର ଜିଲ୍ଲା ମୁର୍ଷୁଣ୍ଢି ପଞ୍ଚାୟତର କର୍ଡ଼ାପାଲ ଗାଁରେ ଘଟିଛି ଏହି ଘଟଣା।

ମୃତକ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଚାରମାଳ ବିଶ୍ଵନାଥପୁର ଗାଁର ଉଦ୍ଧବ ପଧାନ (୭୦)। ଗୁରୁତର ଥିବା ତାଙ୍କ ପତ୍ନୀଙ୍କ ନାଁ ମାଳତି ପଧାନ (୬୫)।

ଉଦ୍ଧବ ଓ ତାଙ୍କ ପତ୍ନୀ କର୍ଡ଼ାପାଲ ସ୍ଥିତ ସେମାନଙ୍କ ଝିଅ-ଜ୍ୱାଇଁଙ୍କ ଘରକୁ ଆସିଥିଲେ। ଆଜି ଗାଁ ପାଖ ପାଣିଖିଆ ନାଳକୁ ଗାଧୋଇବାଜୁ ଯାଇଥିବାବେଳେ ଘଟିଥିଲା ଏହି ଅଘଟଣ।

ନାଳରେ ଗାଧୋଉ ଥିବାବେଳେ ହଠାତ୍ ଉଦ୍ଧବଙ୍କ ଗୋଡ଼ ଖସି ଯିବାରୁ ସେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ପତ୍ନୀ ମାଳତି ବି ବୁଡ଼ି ଯାଇଥିଲେଣି। ତେବେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୀରମହାରାଜପୁର ପୁଲିସ ଘଟଣାର ତଦନ୍ତ କରୁଛି।

କଲେଜ ଛାତ୍ର ନିଖୋଜ

 COASTAL NEWS Odia 570

କଲେଜ ଛାତ୍ର ନିଖୋଜ 



ଭଦ୍ରକ, ୧ା୯  – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ବଡ଼ ଲହୁଣିପାଳ ଗ୍ରାମର ଶଶିକାନ୍ତ କବିଙ୍କ ପୁଅ ପ୍ରୀତିରଂଜନ କବି (୧୭) କଲେଜ ଯିବା ରାସ୍ତାରେ କେଉଁଆଡ଼େ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଶଶିକାନ୍ତ ଏ ସମ୍ପର୍କରେ ଶୁକ୍ରବାର ପୀରହାଟ ଥାନାରେ ଅଭିଯୋଗ କରି ତାଙ୍କ ନିଖୋଜ ପୁଅକୁ ଖୋଜି ଆଣିବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି । ପୁଲିସ ଏହି ଘଟଣାରେ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଶଶିକାନ୍ତଙ୍କ ଅଭିଯୋଗରୁ ପ୍ରକାଶ ଯେ ଓଳାଭରରୁ ବାଲେଶ୍ୱର ଯାଉଥିବା ନାୟକ ଏଣ୍ଡ ନାୟକ ବସରରେ ଗୁରୁବାର ସକାଳ ୯ଟା ସମୟରେ ପ୍ରୀତିରଂଜନ ଶିମୁଳିଆ ଯାଇଥିଲେ । ଶିମୁଳିଆ କଲେଜରେ ପ୍ରୀତିରଂଜନ +୨ ପଢ଼ୁଥିବାରୁ ସେ କଲେଜକୁ ଯାଉଥିଲେ । ଶିମୁଳିଆରେ ୧୧ଟା ସମୟରେ ଓହ୍ଲାଇବା ପରିବର୍ତ୍ତେ ଭୁଲ୍ ବଶତଃ ପ୍ରୀତିରଂଜନ ବାଲେଶ୍ୱରରେ ଓହ୍ଲାଇଥିବା ବସ୍ କଣ୍ଡକ୍ଟରଙ୍କ ଠାରୁ ଜଣା ପଡ଼ିଥିଲା । ତେବେ ଦିନ ୩ଟା ପର୍ଯ୍ୟନ୍ତ ପ୍ରୀତିରଂଜନର ଫୋନ ଘରକୁ ନଆସିବାରୁ ସେ କଲେଜ ଯାଇନଥିବା କଥା ତାଙ୍କ ବାପା ଶଶିକାନ୍ତ ଜାଣିପାରିଥିଲେ । ପର ଠାରୁ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରୀତିରଂଜନଙ୍କ କୌଣସି ସନ୍ଧାନ ମିଳି ପାରିନଥିବା ଦର୍ଶାଯାଇଛି ।

ସୂର୍ଯ୍ୟ ମିଶନ ପାଇଁ ଭାରତ ପ୍ରସ୍ତୁତ

 COASTAL NEWS Odia 569

ସୂର୍ଯ୍ୟ ମିଶନ ପାଇଁ ଭାରତ ପ୍ରସ୍ତୁତ



ବେଙ୍ଗାଲୁରୁ,୧।୯: ଚନ୍ଦ୍ରାବତରଣ ପରେ ଏବେ ସୂର୍ଯ୍ୟ ମିଶନ ପାଇଁ ଭାରତ ପ୍ରସ୍ତୁତ। ଶନିବାର ଶ୍ରୀହରିକୋଟା ସ୍ଥିତ ଲଞ୍ଚ ପ୍ୟାଡରୁ ଉତ୍‌କ୍ଷେପଣ ହେବ ଆଦିତ୍ୟ ଏଲ-୧। ଏହା ନିଜ ଲକ୍ଷ୍ୟ ପଥ ଅର୍ଥାତ୍‌ ସୂର୍ଯ୍ୟର କକ୍ଷ ପଥରେ ବୁଲି ତଥ୍ୟ ସଂଗ୍ରହ କରିବ। ତେବେ ଆଦିତ୍ୟ ଏଲ୧ର ପ୍ରାଥମିକ ପେଲୋଡ, ଭିଜିବଲ ଲାଇନ ଏମିସନ କରୋନାଗ୍ରାଫ (ଭିଇଏଲସି)କକ୍ଷପଥରେ ପହଞ୍ଚିବା ପରେ ଗ୍ରାଉଣ୍ଡ ଷ୍ଟେସନ ଅର୍ଥାତ୍‌ ଇସ୍ରୋକୁ ପ୍ରତିଦିନ ୧୪୪୦ ଫଟୋ ପଠାଇବ ବୋଲି ଇସ୍ରୋ କହିଛି। ଏହା ପରେ ସେଗୁଡିକୁ ବିଶ୍ଳେଷଣ କରାଯିବ।

ଭିଇଏଲସ ହେଉଛି ଆଦିତ୍ୟ ଏଲ ୧ ଉପରେ ସବୁଠାରୁ ବଡ ଏବଂ ଟେକ୍ନିକାଲ ଭାବରେ ଚ୍ୟାଲେଞ୍ଜିଂ ପେଲୋଡ। ଇସ୍ରୋ ସହଯୋଗରେ ହୋସ୍କୋଟରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଭୌତିକ ସଂସ୍ଥା କ୍ୟାମ୍ପସରେ ପରୀକ୍ଷଣ କରାଯାଇଥିଲା।

ସେପ୍ଟେମ୍ବର ୨ ଶନିବାର ସକାଳ ୧୧ଟା ୫୦ରେ ପିଏସଏଲଭି-ସି୫୭ ରକେଟ ମାଧ୍ୟମରେ ଆଦିତ୍ୟ ଏଲ୧ ଲଞ୍ଚ କରାଯିବ। ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବା ପାଇଁ ସାତୋଟି ପେଲୋଡ ଧାରଣ କରିବ, ସେଥିମଧ୍ୟରୁ ଚାରିଟି ସୂର୍ଯ୍ୟଙ୍କଠାରୁ ଆଲୋକ ନୀରିକ୍ଷଣ କରିବ ଏବଂ ଅବଶିଷ୍ଟ ତିନୋଟି ପ୍ଲାଜମା ଏବଂ ଚୁମ୍ବକୀୟ କ୍ଷେତ୍ରର ମାନ ନେବ।

ଆଦିତ୍ୟ ଏଲ୧ ଲାଙ୍ଗ୍ରିଜିଆନ ପଏଣ୍ଟ ୧ କରୋନାଲ କକ୍ଷପଥରେ ରଖାଯିବ, ଯାହା ପୃଥିବୀଠାରୁ ସୂର୍ଯ୍ୟ ଦିଗରେ ଏକ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ।



ବିରୋଧୀ ମେଣ୍ଟ ରେ ଫାଟ

 COASTAL NEWS Odia 568

ବିରୋଧୀ ମେଣ୍ଟ ରେ ଫାଟ 



ମୁମ୍ବାଇ - ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକରେ ମତ ପାର୍ଥକ୍ୟ ଦେଖିବାକୁ ମିଳିଛି। ବିହାର ଓ ବେଙ୍ଗାଲୁରୁ ପରେ ମୁମ୍ବାଇରେ ସବୁ ଦଳ ଏକାଠି ଥିବା ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି ସତ, କିନ୍ତୁ ପ୍ରଥମଥର ପାଇଁ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି।

ମୁମ୍ବାଇ ବୈଠକରେ ନିର୍ବାଚନୀ ସଂକଳ୍ପ ପାରିତ ହୋଇଥିବା ବେଳେ ମତ ପାର୍ଥକ୍ୟ ଯୋଗୁ ଗୋଟିଏ ରାଜନୀତିକ ସଂକଳ୍ପକୁ ବାଦ ଦିଆଯାଇଛି। ଏହି ରାଜନୀତିକ ସଂକଳ୍ପରେ ଜାତିଭିତ୍ତିକ ଜନଗଣନା ଉପରେ ଫୋକସ କରାଯାଇଥିଲା। କିନ୍ତୁ ଇଣ୍ଡିଆ ମେଣ୍ଟ ଏହା ଉପରେ ଏକମତ ହୋଇପାରିନି।

ନୀତୀଶ କୁମାରଙ୍କ ଜେଡିୟୁ, ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଜାତିଭିତ୍ତିକ ଜନଗଣନା ସପକ୍ଷରେ ଦାବି ରଖିଥିଲେ। ତେବେ ଏହା ବିରୋଧରେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମତ ଦେଇଥିବା ଜଣାପଡ଼ିଛି। ତେଣୁ ଏହି ପ୍ରସଙ୍ଗରେ ସବୁ ବିରୋଧୀ ଦଳର ନେତା ଏକାଠି ହୋଇ ପାରି ନାହାନ୍ତି।

ସବୁଠାରୁ କୌତହଳର ବିଷୟ ହେଉଛି ଯେ ଜୁଲାଇରେ ଇଣ୍ଡିଆ ମେଣ୍ଟର ବୈଠକ ବେଳେ ଯୁଗ୍ମ ସଂକଳ୍ପ ପାରିତ ହୋଇଥିଲା। ଏଥିରେ ନିର୍ଦ୍ଦିଷ୍ଟ ଭାବେ ଜାତି ଭିତ୍ତିକ ଜନଗଣନାକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଥିଲା।

ସେତେବେଳେ କୁହାଯାଇଥିଲା ଯେ “ସଂଖ୍ୟାଲଘୁଙ୍କ ବିରୋଧରେ ସୃଷ୍ଟି କରାଯାଉଥିବା ଘୃଣା ଓ ହିଂସାକୁ ରୋକିବା, ମହିଳା, ଦଳିତ, ଆଦିବାସୀ ଓ କଶ୍ମୀର ପଣ୍ଡିତଙ୍କ ବିରୋଧରେ ହେଉଥିବା ଅପରାଧକୁ ବନ୍ଦ କରିବା, ସମସ୍ତ ସାମଜିକ, ଶିକ୍ଷାଗତ ଓ ଆର୍ଥିକ ପଛୁଆ ବର୍ଗର ଦାବିକୁ ନିରପେକ୍ଷ ଭାବେ ଶୁଣିବା ଓ ଜାତିଗତ ଜନଗଣନାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ଏକାଠି ହୋଇଛୁ।” ହେଲେ ଏବେ ଜାତିଗତ ଜନଗଣନାକୁ ନେଇ ଇଣ୍ଡିଆ ମେଣ୍ଟ ଏକ ହୋଇ ପାରି ନାହାନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିଛନ୍ତି। କିଛି ଦିନ ପାଇଁ ଏହା ଉପରେ ରୋକ ଲାଗିଥିଲା। କିନ୍ତୁ ଗତମାସରେ ପାଟନା ହାଇକୋର୍ଟ ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ।



ବ୍ୟାଙ୍କ୍‌କୁ ଫେରିଛି ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍

 COASTAL NEWS Odia 567

ବ୍ୟାଙ୍କ୍‌କୁ ଫେରିଛି ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍



ନୂଆଦିଲ୍ଲୀ: ୨୦୨୩ ଅଗଷ୍ଟ ୩୧ ତାରିଖ ସୁଦ୍ଧାବ୍ୟାଙ୍କ୍‌କୁ ଫେରିଛି ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍। ଶୁକ୍ରବାର ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ସୂଚନା ଦିଆଯାଇଛି।ଫେରିଥିବା ୨ ହଜାର ଟଙ୍କିଆ ନୋଟ୍‌ର ମୂଲ୍ୟ ୩.୩୨ ଲକ୍ଷ କୋଟି ହେବ ବୋଲି ଆର୍‌ବିଆଇ କହିଛି।  

ଆର୍‌ବିଆଇର ସୂଚନା ଅନୁସାରେ, ଏବେ ବି (ଅଗଷ୍ଟ ୩୧ ତାରିଖ ସୁଦ୍ଧା) ବଜାରରେ ୦.୨୪ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପଡ଼ି ରହିଛି। ୨୦୨୩ ମେ ୧୯ ତାରିଖ ସୁଦ୍ଧା ବଜାରରେ ୯୩ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ରହିଥିଲା। ଯାହା ଏବେ ଫେରିଆସିଛି। ଫେରିଥିବା ଟଙ୍କା ମଧ୍ୟରୁ ୮୭ ପ୍ରତିଶତ ଡିପୋଜିଟ୍ ଆକାରରେ ଫେରିଥିବା ବେଳେ ୧୩ ପ୍ରତିଶତ ବଦଳି ହୋଇଛି ବୋଲି ଆର୍‌ବିଆଇ କହିଛି।

ଏଥିସହିତ ୨୦୦୦ ଟଙ୍କିଆ ନୋଟ୍ ଫେରାଇବାର ତାରିଖ ପାଖେଇ ଆସୁଥିବାରୁ ଆର୍‌ବିଆଇ ସାଧାରଣ ଲୋକଙ୍କୁ ସମୟ ଅନୁସାରେ ନୋଟ୍ ଫେରାଇବାକୁ ଅନୁରୋଧ କରିଛି। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍‌ ଡିପୋଜିଟ୍ କିମ୍ବା ବଦଳି ଆକାରରେ ଫେରାଇବାକୁ ଆର୍‌ବିଆଇ କହିଛି।

ସୂଚନା ଥାଉକି ଚଳିତ ବର୍ଷ ମେ ମାସରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନରୁ ହଟାଇବାକୁ ଘୋଷଣା କରାଯାଇଥିଲା। ଆର୍‌ବିଆଇର ‘କ୍ଲିନ୍‌ ନୋଟ୍ ପଲିସି’ ଅନୁସାରେ ନୋଟ ପ୍ରତ୍ୟାହାର ନେଇ ଘୋଷଣା କରାଯାଇଥିଲା। ଏହାର କିଛି ମାସ ପରେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଭାରତୀୟ ବ୍ୟାଙ୍କିଙ୍କ ସିଷ୍ଟମ୍‌ ପାଇଁ ଶୁଭ ସଂକେତ ବୋଲି ଏସ୍‌ବିଆଇର ଏକ ସର୍ଭେ ରିପୋର୍ଟରେ କୁହାଯାଇଥିଲା। ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କ ଡିପୋଜିଟ୍ ବଢ଼ିବ। ଋଣ ଚୁକାଇବା ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍ସ ପାଇଁ ବି ଏହା ଶୁଭ ସଂକେତ ବୋଲି ଏସ୍‌ବିଆଇ କହିଥିଲା।



ଏକ ଦେଶ, ଏକ ନିର୍ବାଚନ

 COASTAL NEWS Odia 566

ଏକ ଦେଶ, ଏକ ନିର୍ବାଚନ



ନୂଆଦିଲ୍ଲୀ,୧।୯: ‘ଏକ ଦେଶ, ଏକ ନିର୍ବାଚନ’ କରିବା ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ‘ଏକ ଦେଶ, ଏକ ନିର୍ବାଚନ’ ସମ୍ପର୍କରେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କମିଟିର ସଭାପତି କରାଯାଇଛି। କମିଟି ଏହି ପ୍ରସଙ୍ଗ ଉପରେ ବିଚାରକରି ଏହାର ସମସ୍ତ ରିପୋର୍ଟ ସରକାରଙ୍କୁ ଦାଖଲ କରିବ। ଏସବୁ ମଧ୍ୟରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ଦେଶରେ ଏକକାଳୀନ ନିର୍ବାଚନ ପାଇଁ ଏକ ବିଲ୍‌ ଅଣାଯାଇପାରିବ।

ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ସମୟରେ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗ ଉଠାଇ ସାରିଛନ୍ତି। କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା କରିବା ସହଜ ହେବ ନାହିଁ। ‘ଏକ ଦେଶ, ଏକ ନିର୍ବାଚନ’ କାର୍ଯ୍ୟକାରୀ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମେ ସମ୍ବିଧାନରେ ସଂଶୋଧନ କରିବାକୁ ପଡିବ। ଲୋକ ସଭାର କାର୍ଯ୍ୟକାଳ ବୃଦ୍ଧି କରିବାକୁ ପଡିବ କିମ୍ବା ଧାର୍ଯ୍ୟ ସମୟ ପୂର୍ବରୁ ଏହାକୁ ରଦ୍ଦ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ, କେତେକ ସଭାର କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରିବାକୁ ପଡ଼ିପାରେ। ଏପରି କି କିଛି ସଭାର କାର୍ଯ୍ୟକାଳ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିବ। ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସମସ୍ତ ଦଳ ମଧ୍ୟରେ ସହମତି ସୃଷ୍ଟି କରିବା ଆବଶ୍ୟକତା ରହିଛି। ତେବେ ନିର୍ବାଚନ ପାଇଁ ଦେଶ ପ୍ରସ୍ତୁତ ବୋଲି ନିର୍ବାଚନ ଆୟୋଗ କହି ସାରିଛନ୍ତି। ବିଶେଷ କଥା ହେଉଛି ଯଦିଓ ଦେଶରେ ‘ଏକ ଦେଶ, ଏକ ନିର୍ବାଚନ’ କାର୍ଯ୍ୟକାରୀ ହୁଏ, ତା’ହେଲେ ପଞ୍ଚାୟତ ଏବଂ ପୌରସଂସ୍ଥା ନିର୍ବାଚନ ହୋଇପାରିବ ନାହିଁ। ଏହାର କାରଣ ହେଉଛି ଏଗୁଡ଼ିକ ରାଜ୍ୟର ବିଷୟ।

କ’ଣ ଲାଭ ହେବ

‘ଏକ ଦେଶ, ଏକ ନିର୍ବାଚନ’ ପରମ୍ପରାକୁ କାର୍ଯ୍ୟକାରୀ କରିବା ଦ୍ୱାରା ନିର୍ବାଚନରେ ହେଉଥିବା ଅର୍ଥର ଅପଚୟକୁ ରୋକାଯାଇ ପାରିବ। ଏହା ବ୍ୟତୀତ ରାଜ୍ୟଗୁଡ଼ିକୁ ବାରମ୍ବାର ନିର୍ବାଚନ ଚ୍ୟାଲେଞ୍ଜରୁ ଆରାମ ମିଳିବ। ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା କରିବା ଦ୍ୱାରା ନିର୍ବାଚନରେ ବ୍ୟବହୃତ କଳା ଟଙ୍କାକୁ ମଧ୍ୟ ରୋକାଯାଇପାରିବ। ଏଥିସହିତ ସରକାରୀ ସମ୍ବଳର ବ୍ୟବହାର ସୀମିତ ରହିବ।

SV-ELITE SONALIKA EV ELECTRIC SCOOTER 


ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ

 COASTAL NEWS Odia 565

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ



ବାଙ୍କୀ  : ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା, ହାତୁଡି ଧରି ରାସ୍ତାରେ ବୁଲୁଛନ୍ତି। ଲୋକଙ୍କୁ ଭୟଭୀତ କରୁଛନ୍ତି । କଟକ ଜିଲ୍ଲା ବାଙ୍କୀ ବଜାରରେ ଆତଙ୍କରାଜ ଚଳାଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ତାଙ୍କ ନାଁ ସରୋଜ ଦାସ ଓ ଘର ହରିରାଜପୁର ଗାଁରେ ବୋଲି ଜଣାପଡିଛି।

ହାତରେ ଅଭିଯୋଗପତ୍ର ସହିତ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଖଣ୍ଡା ବୁଲାଉଛନ୍ତି । କାବୁ କରିବା ପାଇଁ ଯିବା ବେଳେ ପୋଲିସକୁ ଆକ୍ରମଣ କରୁଛନ୍ତି ।

ପ୍ରାୟ ୨ ଘଣ୍ଟା ହେବ ନାକେଦମ୍ କଲେଣି ସରୋଜ। ପୂର୍ବରୁ କଲେଜ ପାଖ ଏସବିଆଇ ଏଟିଏମ୍ କାଉଣ୍ଟର ଭଙ୍ଗାରୁଜା କରିଥିଲେ । ତେବେ ସେ ଏମିତି କାହିଁକି କରୁଛନ୍ତି ପ୍ରକୃତ କାରଣ ଜଣା ପଡିନି ।



ଏହି ମହିଳାଙ୍କ ରହିଛି ପୁରୁଷଙ୍କ ଭଳି ନିଶ-ଦାଢ଼ି, ଗିନିଜ ରେକର୍ଡରେ ବି ରହିଛି ନାମ

 COASTAL NEWS Odia 564

ଏହି ମହିଳାଙ୍କ ରହିଛି ପୁରୁଷଙ୍କ ଭଳି ନିଶ-ଦାଢ଼ି, ଗିନିଜ ରେକର୍ଡରେ ବି ରହିଛି ନାମ 



 

ମୁହଁରେ ଦାଢ଼ି-ନିଶ ପୁରୁଷପଣକୁ ଜାହିର କରେ। ଆଜିକାଲିର ସମୟରେ ଏହା ଏକପ୍ରକାର ଫ୍ୟାଶନ ପାଲଟିଲାଣି ବୋଲି କହିପାରିବା। ହେଲେ ଆଜି ଆମେ ଏଭଳି ଜଣେ ମହିଳାଙ୍କ ବିଷୟରେ କଥା ହେବା ଯାହାଙ୍କର ପୁଅଙ୍କ ଭଳି ବଡ଼ ନିଶ-ଦାଢ଼ି ରହିଛି। ସେ ହେଉଛନ୍ତି ହରନାମ କୌର। ୟୁକେରେ ସେ ରୁହନ୍ତି। ସବୁଠୁ କମ୍‌ ବୟସର ମହିଳା ଭାବେ ଲମ୍ବା ନିଶ-ଦାଢ଼ିକୁ ନେଇ ହରନାମଙ୍କ ନାମରେ ଗିନିଜ ଓ୍ବାଲର୍‌ଡ ରେକର୍ଡ ରହିଛି।



ଆସୁଛି ଲଘୁଚାପ

 COASTAL NEWS Odia 563

ଆସୁଛି ଲଘୁଚାପ



ଭୁବନେଶ୍ୱର  : ଆସୁଛି ଲଘୁଚାପ । ୩ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ଦୁର୍ବଳ ଲଘୁଚାପ ପ୍ରଭାବରେ ଅଗଷ୍ଟରେ ରାଜ୍ୟରେ ବର୍ଷା କମିଛି ।

ବଢ଼ିଛି ତାତି ଓ ଗୁଳୁଗୁଳି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଆହୁରି ୪୮ ଘଣ୍ଟା ଅନୁଭୂତ ହେବ ଗୁଳୁଗୁଳି। ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରେକର୍ଡ ହେଉଛି । ଆର୍ଦ୍ରତା ଦିନ ତମାମ ୬୦% କିମ୍ବା ଅଧିକ ରହୁଥିବାରୁ ଗୁଳୁଗୁଳି ଲାଗିରହୁଛି । ଯେ ପର୍ଯ୍ୟନ୍ତ ବର୍ଷା ନହୋଇଛି ସେପର୍ଯ୍ୟନ୍ତ ଏମିତି ପାଗ ଲାଗି ରହିବ ବୋଲି ସୂଚାଇଛି ପାଣିପାଗ ବିଭାଗ ।



ଇସ୍ରୋ ଆରମ୍ଭ କରିବ ସୌର ମିଶନ

 COASTAL NEWS Odia 562

ଇସ୍ରୋ ଆରମ୍ଭ କରିବ ସୌର ମିଶନ



ନୂଆଦିଲ୍ଲୀ - ଚନ୍ଦଯାନ-୩ର ସଫଳତା ପରେ ଆସନ୍ତାକାଲି ଇସ୍ରୋ ଆରମ୍ଭ କରିବ ସୌର ମିଶନ । ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ L1 । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି ତଥା ରିହର୍ସଅଲ । ଏବେ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌ ।

ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।

ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ।

ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ହେବ। ସେଠାରେ ପରାଗ ବା ଗ୍ରହଣର କୌଣସି ପ୍ରଭାବ ପଡ଼ୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରହିବ।

ଏଥିରେ ମୋଟ ୭ଟି ପେ'ଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ। ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ।

ଇସ୍ରୋ ପ୍ରଥମଥର ମିଶନ ସୂର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ସୂର୍ଯ୍ୟର ରହସ୍ୟ ଭେଦିବାକୁ ପ୍ରାଚୀନ କାଳରୁ ପ୍ରୟାସ ଜାରି ରହିଛି। କିଛି ବିକଶିତ ଦେଶ ସୂର୍ଯ୍ୟ ନିକଟକୁ ଅଧିକ ଗବେଷଣା ପାଇଁ ମହାକାଶଯାନ ବି ପଠାଇସାରିଛନ୍ତି।

ଇସ୍ରୋର ଚେୟାରମ୍ୟାନ କହିଛନ୍ତି, ଆଦିତ୍ୟ L1 ଉପଗ୍ରହକୁ ଲଞ୍ଚ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରକେଟ୍‌ ଓ ସାଟେଲାଇଟ୍‌ ପ୍ରସ୍ତୁତ ହୋଇ ସାରିଛି। ରିହର୍ସଲ ବି ସରିଛି। ଆଜିଠୁ କାଉଣ୍ଟଡାଉନ ଆରମ୍ଭ ହେବ ।

ଆଦିତ୍ୟ L1 ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ଶନିବାର ହେବାକୁ ଥିବା ଏହି ଲଞ୍ଚିଂ ପ୍ରୋଗ୍ରାମ ଦେଖିବାକୁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶ୍ରୀହରିକୋଟ ଲଞ୍ଚ ପ୍ୟାଡରୁ ଆଦିତ୍ୟ L1 ଉତକ୍ଷେପଣ ଦେଖିବା ନିମନ୍ତେ ସିଟ ବୁକିଂ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଇସ୍ରୋର ୱେବସାଇଟ୍‌ରେ ବି ଦର୍ଶକମାନେ ଆଦିତ୍ୟ L1 ଲଞ୍ଚର ଲାଇଭ ଟେଲିକାଷ୍ଟ ଦେଖିପାରିବେ। ଇସ୍ରୋର ୟୁଟ୍ୟୁବରେ ବି ଦର୍ଶକ ଏହାର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।

ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ L1ର ମୂଳ ଲକ୍ଷ୍ୟ । ସେଥିପାଇଁ ଲାଗ୍ରେଞ୍ଜ ପଏଣ୍ଟ ଏକ ସ୍ୱତନ୍ତ୍ର ସ୍ଥାନ । କାରଣ ସୂର୍ଯ୍ୟଠାରୁ ବାହାରୁଥିବା କରୋନାଲ ମାସ ଇଜେକ୍ସନ ଓ ସୌର ଝଡ଼ ଏହି ପଥ ଦେଇ ପୃଥିବୀ ଆଡ଼କୁ ଯାଇଥାଏ। ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମାସ୍ପିଅର ଓ ବାହ୍ୟସ୍ତର କରୋନାର ଅନୁଧ୍ୟନା କରିବା ପାଇଁ ଆଦିତ୍ୟ L1ରେ ୭ଟି ପ୍ଲେଲୋଡ ରହିବ । ସେଥି ମଧ୍ୟରୁ ଏହି ଚାରିଟି ପ୍ଲେଲୋଡ ସିଧାସଳଖ ସୂର୍ଯ୍ୟଙ୍କୁ ନିରୀକ୍ଷଣ କରିବ । ଅବଶିଷ୍ଟ ତିନିଟି L1 ପଏଣ୍ଟରେ କଣିକା ଏବଂ କ୍ଷେତ୍ରର ଇନ୍-ସିଟ୍ ଅଧ୍ୟୟନ କରାଯିବ ।

ସୌରପୃଷ୍ଠର ବାହାର ପରସ୍ତ ବା କରୋନାକୁ ଅନୁଧ୍ୟାନ କରିବା ପାଇଁ ଇନଷ୍ଟଲ ହୋଇଥିବା କୋରନାଗ୍ରାଫ ପେଲୋଡ ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟଟ ଅଫ୍‌ ଆଷ୍ଟ୍ରୋଫିଜିକ୍ସ ସ୍ୱଦେଶୀ ଜ୍ଞାନକୌଶଳ ଆପଣାଇ ବିକଶିତ କରାଯାଇଛି।





ରୋଭର ପ୍ରଜ୍ଞାନ ପଠାଇଲା ରେକର୍ଡ

 COASTAL NEWS Odia 561

ରୋଭର ପ୍ରଜ୍ଞାନ ପଠାଇଲା ରେକର୍ଡ 



ବେଙ୍ଗାଲୁରୁ,୧।୯: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଗୁରୁବାର କହିଛି ଯେ ଚନ୍ଦ୍ର ପୃଷ୍ଠରେ ବୁଲୁଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ପୋଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ରେକର୍ଡ କରିଛି। ଏହାକୁ ଏକ ପ୍ରାକୃତିକ ଘଟଣା ଭାବେ ବିବେଚନା କରାଯାଏ ଏବଂ ଇସ୍ରୋ ଏହି ଘଟଣାର ଉତ୍ସ ଖୋଜିବାକୁ ଚେଷ୍ଟା କରୁଛି। ବାସ୍ତବରେ, ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଏକ ସ୍ବତନ୍ତ୍ର ଭୂକମ୍ପ କମ୍ପନକୁ ରେକର୍ଡ କରିଛି।

ଏକ ସିଚ୍ୟୁଏଶନ ବୈଜ୍ଞାନିକ ପରୀକ୍ଷଣ ଭାବରେ, ଚନ୍ଦ୍ରୟାନ -୩ର ଲ୍ୟାଣ୍ଡର ଉପରେ ସ୍ଥାପିତ ଆଇଏଲଏସଏସ (ଇନଷ୍ଟ୍ରୁମେଣ୍ଟ ଅଫ ଚନ୍ଦ୍ର ଭୂକମ୍ପ କାର୍ଯ୍ୟକଳାପ) ପେଲୋଡ ମାଇକ୍ରୋ ଇଲେକ୍ଟ୍ରୋ ମେକାନିକାଲ ସିଷ୍ଟମ ଟେକ୍ନୋଲୋଜି ସହିତ ସଜ୍ଜିତ। ପ୍ରଥମ ଥର ପାଇଁ ଏପରି ଯନ୍ତ୍ରକୁ ଚନ୍ଦ୍ରକୁ ପଠାଯାଇଛି । ରୋଭର ପ୍ରଜ୍ଞାନ ଏବଂ ଅନ୍ୟାନ୍ୟ ପେଲୋଡର ଗତିବିଧିକୁ ରେକର୍ଡ କରିଛି। ଏହି ସମୟରେ, ୨୬ ଅଗଷ୍ଟ ୨୦୨୩ରେ, ଏକ ଘଟଣା ମଧ୍ୟ ରେକର୍ଡ କରାଯାଇଥିଲା। ଏହି ଘଟଣା ବର୍ତ୍ତମାନ ପ୍ରାକୃତିକ ମନେହୁଏ। ଯଦିଓ ଏହାର ଅନୁସନ୍ଧାନ କରାଯାଉଛି ।

ଜଗା ଦର୍ଶନ ପାଇଁ ଗଣିବେ ଟଙ୍କା

 COASTAL NEWS Odia 560

ଜଗା ଦର୍ଶନ ପାଇଁ ଗଣିବେ ଟଙ୍କା, ଭକ୍ତଙ୍କ ଉପରେ ବୋଝ ଲଦିବ ଶ୍ରୀମନ୍ଦିର ପ୍ରଶାସନ




ପୁରୀ  : ଜଗା ଦର୍ଶନ ପାଇଁ ଗଣିବେ ଟଙ୍କା । ଆୟ ବଢାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଉପରେ ଭାର ଲଦିଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରରେ ମାଗଣା ଦର୍ଶନ ମିଳିବନି । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠକୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ୍ ବ୍ୟବସ୍ଥା କରିବ । ଫଳରେ ନିର୍ଦିଷ୍ଟ ସମୟ ପାଇଁ ଭକ୍ତ ଦେୟଯୁକ୍ତ ଜଗା ଦର୍ଶନ କରିବେ ।

ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ମାବାଲ ଦେବାକୁ ପଡିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ପାରମାଣିକ ଦର୍ଶନ ସମୟ ଏବଂ ଟିକେଟ୍ ମୂଲ୍ୟ ଧାର୍ଯ୍ୟ ହେବ । ଆୟ ବଢ଼ାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପରେ ଭାର ଲଦିଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରରେ ମାଗଣା ମିଳିବନି ଦର୍ଶନ । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠରୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ ବ୍ୟବସ୍ଥା କରିବ । ଫଳରେ ନିର୍ଦ୍ଦିଷ୍ଟ ସମୟ ପାଇଁ ଭକ୍ତ ଦେୟଯୁକ୍ତ ଜଗା ଦର୍ଶନ କରିବେ । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ “ମାହାଲ’ ଦେବାକୁ ପଡ଼ିବ ।

ଏନେଇ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଅର୍ଥ ଓ ସଂସ୍ଥା ସବ୍‌କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ତେବେ ବୈଠକର ନିର୍ଯାସକୁ ପରିଚାଳନା କମିଟିରେ ଉପସ୍ଥାପିତ କରାଯିବ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ପାରମାଣିକ ଦର୍ଶନ ସମୟ ଓ ଟିକେଟ୍‌ ମୂଲ୍ୟ ଧାର୍ଯ୍ୟ ହେବ ବୋଲି ଶ୍ରୀ ଦାସ କହିଛନ୍ତି ।

ପୃଥିବୀର ସବୁଠୁ ଦାମିକା ଛେନା

 COASTAL NEWS Odia 559

ଛେନା କେଜିକୁ ୧୨.୩୨ ଲକ୍ଷ ଟଙ୍କା ! ତିଆରି ହେବାକୁ ଲାଗେ ୧୦ ମାସ



ସ୍ପେନ୍ --ପୃଥିବୀର ସବୁଠୁ ଦାମିକା ଛେନାର ମାନ୍ୟତା ରଖିଥିବା ‘କାବ୍ରେଲ୍‌ସ’ ଛେନାର ଦାମ୍‌ ଶୁଣିଲେ କାନକୁ ବିଶ୍ବାସ କରିହେବନି। ଏହାର କିଲୋଗ୍ରାମ୍‌ ପିଛା ଦର ହେଉଛି ପ୍ରାୟ ୧୨ ଲକ୍ଷ ୩୨ ହଜାର ଟଙ୍କା। ତଥାପି ଗ୍ରାହକ ତାକୁ କିଣୁଛନ୍ତି। ପ୍ରତିବର୍ଷ ଅଗଷ୍ଟ ଶେଷ ସପ୍ତାହରେ ସ୍ପେନ୍‌ର ଆସ୍ତୁରିଆସ୍‌ ପ୍ରଦେଶ ଅନ୍ତର୍ଗତ ଲାସ୍‌ ଆରେନାସ୍‌ ଡି କାବ୍ରେଲ୍‌ସ ପୌରାଞ୍ଚଳରେ ଏହି ସ୍ବତନ୍ତ୍ର ଛେନାର ନିଲାମ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଏକ ସ୍ପେନୀୟ ରେସ୍ତୋରାଁ ଉକ୍ତ ଛେନାର ଏକ ୪.୮୫ ପାଉଣ୍ଡ୍‌ ବା ୨.୨ କେଜି ଓଜନର ଖଣ୍ଡକୁ ୩୦,୦୦୦ ୟୁରୋ ବା ୩୨,୮୦୦ ଡଲାର ଦେଇ କିଣିଛି ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨୭ ଲକ୍ଷ ୧୦ ହଜାର ୯୧୩ ଟଙ୍କା ହେବ। ଏହି ଛେନାର ବିଶେଷତ୍ବ ହେଉଛି, ଏହା କଞ୍ଚା ଗାଈ କ୍ଷୀର ଅଥବା ଗାଈ, ମେଣ୍ଢା ଓ ଛେଳି କ୍ଷୀରର ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ। ତାହାକୁ ଉତ୍ତର ସ୍ପେନ୍‌ର ଲସ୍‌ ପିକୋସ୍‌ ଡି ୟୁରୋପା ପର୍ବତଶ୍ରେଣୀର ଗୁମ୍ଫା ଭିତରେ ୧୦ ମାସ ଧରି ସଂରକ୍ଷିତ ରଖି ପ୍ରାକୃତିକ ଉପାୟରେ ପାକଳ କରାଯାଇଥାଏ।

ଗୁମ୍ଫାର ଆର୍ଦ୍ର ଅବସ୍ଥା ଯୋଗୁଁ ସେଥିରେ ପେନ୍‌ସିଲିନ୍‌ ପରି ଏକପ୍ରକାର ଉପକାରୀ ବୀଜାଣୁ ଉତ୍ପନ୍ନ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ ଯାହା ଛେନାକୁ ବିରଳ ନୀଳ-ସବୁଜ ଦାଗରେ ଚିତ୍ରିତ କରିଥାଏ। ସୁତରାଂ ତାହାର ରକ୍ଷଣାବେକ୍ଷଣ ଓ ପାକଳ ପ୍ରକ୍ରିୟା ସମୟସାପେକ୍ଷ ତଥା ବ୍ୟୟସାପେକ୍ଷ ହୋଇଥିବାରୁ ତାହାର ଦର ଏପରି ଉଚ୍ଚ ରହିଛି। ଏହାକୁ କିଣିବା ଲାଗି ଲୋକେ ପାଣି ପରି ଅର୍ଥ ଖର୍ଚ୍ଚ କରୁଛନ୍ତି। ସ୍ପେନ୍‌ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ‘କାବ୍ରେଲ୍‌ସ’ ଛେନାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତବର୍ଷ କେବଳ ୟୁରୋପୀୟ ଦେଶମାନଙ୍କରେ ପ୍ରାୟ ୬୬,୨୨୬ କେଜି ଓଜନର ଏହି ଛେନା ବିକ୍ରି ହୋଇଥିଲା।

ବାହୁବଳି ନବଜାତକ

 COASTAL NEWS Odia 558

ବାହୁବଳି ନବଜାତକ 



ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି। ଯାହାକି ଦେଖୁଦେଖୁ ନିଆଁ ଭଳି ବ୍ୟାପି ଯାଇଥାଏ। ନିକଟରେ ବି ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭ‌ାଇରାଲ ଭିଡିଓରେ ଜଣେ ନବଜାତକୁ ଦେଖିବାକୁ ମିଳୁଛି।


ଏହି ନବଜାତ ଜନ୍ମହେବାପରେ ତାଙ୍କୁ ଜଣେ ନର୍ସ ଧରି ସଫା କରୁଛନ୍ତି। ନବଜାତର ‌ମୁଣ୍ଡତଳେ ଗୋଡ଼ ଉପରେ କରି ନର୍ସ ଡାକ୍ତରି ପଦ୍ଧତିରେ ପରିଷ୍କାର କରୁଛନ୍ତି, ଏହି ସମୟରେ ନବଜାତ ଯେଉଁ ଏକ ଲୁହାର ଟ୍ରେରେ ଶୋଇଥିଲା, ତାହାକୁ ଦୁଇହାତରେ ଉଠାଇ ଦେଉଛି। ଯାହାର ଦୃଶ୍ୟ ଆପଣ  ଦେଖି ପାରିବେ।

 

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...