AFFILIATE MARKETING

https://binomo.com?a=90810425bb57&t=0

Tuesday, August 15, 2023

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

 COASTAL NEWS 386

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ



 

ଭୁବନେଶ୍ୱର,୧୫।୮: ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛି। ସ୍ବାଧୀନତା ଦିବସ ଅବସରରେ ରାଜ୍ୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରାଜଧାନୀର ୟୁନିଟ-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ରାଜ୍ୟସ୍ତରୀୟ ପରେଡରେ ଏସ୍‌ଏସ୍‌ବି, ଓଏସ୍‌ଏପି, ଓଡ୍ରାଫ, ରାଜ୍ୟ ପୋଲିସ ବ୍ୟାଣ୍ଡ ସହିତ ଛତିଶଗ ପୋଲିସର ଏକ ଟିମ ସାମିଲ ହୋଇଛନ୍ତି । ପରେଡର ନେତୃତ୍ୱ ନେଇଛନ୍ତି ଆଇପିଏସ ଅଙ୍କିତ ବର୍ମା । ସ୍ବାଧୀନତା ଦିବସକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ଅଫିସର ମୁତୟନ କରାଯାଇଛି।

77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 COASTAL NEWS 385


77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ନୂଆଦିଲ୍ଲୀ - 77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଥର ଦେଶବାସୀଙ୍କୁ ପରିବାନଜନ କହି ସମ୍ୱୋଧିତ କରିଛନ୍ତି। ସେ କହିଛନ୍ତି, "ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଦେଶ। ଏତେ ବଡ ଦେଶ, ମୋ ପରିବାରର 140 କୋଟି ସଦସ୍ୟ ଆଜି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି।"

 

ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ପ୍ରାକୃତିକ ବିପର୍ଯ୍ୟୟ ଉପରେ ବକ୍ତବ୍ୟ ରଖି କହିଛନ୍ତି, 'କିଛିଦିନ ହେବ ଦେଶରେ ବିଭିନ୍ନ ଅଞ୍ଚଳବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି। ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି ସମସ୍ତଙ୍କୁ ସମବେଦନା ଜଣାଉଛି।' ମଣିପୁର ହିଂସା ଉପରେ ମଧ୍ୟ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମଣିପୁରରେ ଯେଉଁ ହିଂସା ଘଟିଥିଲା ତାହା ମୋତେ ବ୍ୟଥିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତଥାପି କିଛି ଦିନ ଧରି ନିରନ୍ତର ସେଠାରେ ଶାନ୍ତି ଖବର ଆସୁଛି, ଏହା ଆଶ୍ୱସ୍ତିକର। ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରବାସୀଙ୍କ ସହ ପୂରା ଦେଶ ଛିଡା ହୋଇଛି। ଲୋକମାନେ ଶାନ୍ତି ପର୍ବକୁ ଆଗକୁ ବଢିବା ଉଚିତ୍। ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ଏବଂ ଜାରି ରଖିବେ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଜି ଆମ ଯୁବପିଢି ଯେଉଁ ସୌଭାଗ୍ୟ ପାଇଛନ୍ତି ତାହା କଷ୍ଟସାଧ୍ୟ। ଆମେ ଏହାକୁ ହରାଇବା ଉଚିତ୍ ନୁହେଁ। ଆଗାମୀ ସମୟ ଦେଶ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି। ଆମର ଛୋଟ ସହରଗୁଡିକ ଜନସଂଖ୍ୟାରେ କମ୍ ହୋଇପାରନ୍ତି, କିନ୍ତୁ ସେମାନଙ୍କ ସାମର୍ଥ୍ୟ ଅନ୍ୟମାନଙ୍କଠାରୁ କିଛି କମ୍ ନୁହେଁ। ଦେଶରେ କୌଣସି ସୁଯୋଗର ଅଭାବ ନାହିଁ। ଆପଣ ଯେତେ ସୁଯୋଗ ଚାହିଁବେ ଏହି ଦେଶ ସେତେ ସୁଯୋଗ ଦେବାର ସାମର୍ଥ୍ୟ ରଖିଛି। 

କୋଭିଡ ସମୟରେ ଦେଶ ସମଗ୍ର ବିଶ୍ୱକୁ ମାନବିକତା ଶିଖାଇଛି କହିଛନ୍ତି ପ୍ରଧାନମନ୍ତ୍ରୀ। ସାରା ବିଶ୍ୱକୁ ବଞ୍ଚାଇବା ଭଳି କାର୍ଯ୍ୟ କରିଛି ଭାରତ। ସଂସ୍କାର ପାଇଁ ହିମତ୍ ଆବଶ୍ୟକ। 2014ରେ ସରକାର ଗଠନ କରିବା ପରେ ସଂସ୍କାର ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, 'ସଂସ୍କାର ଆଣିବା ପାଇଁ ହିମତ ମୋ ସରକାରର ରହିଛି। ରିଫର୍ମ ସହ ପରଫର୍ମ କରି ଦେଶର ବିକାଶରେ ସାମିଲ ହୋଇଛି।'

ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନାମ ଓ ଫଟୋ ବ୍ୟବହାର କରି ଫେକ୍ ନ୍ୟୁଜ

 COASTAL NEWS 384


ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନାମ ଓ ଫଟୋ ବ୍ୟବହାର କରି ଫେକ୍ ନ୍ୟୁଜ 



ନୂଆଦିଲ୍ଲୀ - ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନାମ ଓ ଫଟୋ ବ୍ୟବହାର କରି ସରକାରଙ୍କ ବିରୋଧରେ ସଡ଼କକୁ ଓହ୍ଲାଇବାକୁ ହ୍ୱାଟଆପ୍‌ରୁ ଆରମ୍ଭ ହୋଇଥିବା ଅପପ୍ରଚାର ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ସୁପ୍ରିମକୋର୍ଟ ପ୍ରଶାସନ ଗମ୍ଭୀରତାର ସହ ନେଇଛି।

ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଅତୁଳ କୁରହେକରଙ୍କ କହିବାନୁଯାୟୀ, ଏହା ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଏ ସଂକ୍ରାନ୍ତରେ ସାଇବର ସେଲ୍‌ରେ ଅଭିଯୋଗ କରାଯାଇଛି। ଏପରି ଏକ ସାଂଘାତିକ ଘଟଣା ପଛରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅପରପକ୍ଷେ, ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ଏହି ପୋଷ୍ଟ ସମ୍ପୂର୍ଣ୍ଣ ଫେକ୍‌। ଏହା ନକଲି ମେସେଜ, ଯାହାକୁ ଜଣଙ୍କ ଜଣେ ଫରୱାର୍ଡ କରୁଛନ୍ତି। କୌଣସି ସିଜେଆଇ କେବେ ହେଲେ ଏମିତି କାମ କରିପାରିବେ ନାହିଁ। ଭାରତର ପ୍ରଧାନ ବିଚାରପତିଙ୍କ ନାଁରେ ଏପରି ମେସେଜକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ, ଏପରି ଏକ ଘଟଣା ଭାରତୀୟ ସୁପ୍ରିମକୋର୍ଟଙ୍କ ଜ୍ଞାନ ପରିସୀମାକୁ ଆସିଛି ଯେଉଁଥିରେ ଏକ ଫାଇଲ୍‌ ଫଟୋକୁ ବ୍ୟବହାର କରି ଭାରତର ପ୍ରଧାନ ବିଚାରପତିଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଛି।

ଏହି ପୋଷ୍ଟ ଫେକ୍‌ ହୋଇଥିବା ବେଳେ ଭୁଲ୍ ଉଦ୍ଦେଶ୍ୟରେ ଏହାକୁ ଭାଇରାଲ କରାଯାଉଛି। ତେଣୁ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କିଛି ଦିନ ହେଲେ ସିଜେଆଇଙ୍କ ଫଟୋ ଥିବା ଗୋଟିଏ ମେସେଜ ଭାଇରାଲ ହେବାରେ ଲାଗିଛି। ଏହାର ହେଡଲାଇନ ରହିଛି, “ଭାରତୀୟ ଗଣତନ୍ତ୍ର ସୁପ୍ରିମକୋର୍ଟ ଜିନ୍ଦାବାଦ।” ଏଥିରେ କୁହାଯାଇଛି, “ଆମେ ଭାରତର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଶତ ଚେଷ୍ଟା କରୁଛୁ। କିନ୍ତୁ ଆପଣଙ୍କ ସହଯୋଗ ମଧ୍ୟ ଏହି କାମରେ ଅତ୍ୟନ୍ତ ଜରୁରୀ।

ସବୁ ଲୋକ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାନ୍ତୁ ଓ ସରକାରଙ୍କ ନିକଟରେ ନିଜର ଅଧିକାର ପାଇଁ ଦାବି ଉପସ୍ଥାପନ କରନ୍ତୁ। ଏହି ଏକଛତ୍ରବାଦୀ ସରକାର ଲୋକଙ୍କୁ ଭୟଭୀତ କରାଇବେ ଓ ଧମକାଇବେ। କିନ୍ତୁ ଆପଣମାନେ ଆଦୌ ଭୟଭୀତ ହେବେ ନାହିଁ।

ଆପଣମାନେ ସାହାସ ଦେଖନ୍ତୁ ଓ ସରକାରଙ୍କୁ ଉତ୍ତରଦାୟୀ କରନ୍ତୁ। ମୁଁ ଆପଣମାନଙ୍କ ସହ ରହିଛି।” ଏସବୁ କଥା ସିଜେଆଇ ଚନ୍ଦ୍ରଚୂଡ଼ କହିଥିବା ତଳେ ଉଲ୍ଲେଖ କରାଯାଇଛି। ହେଲେ ଏହା ସଂପୂର୍ଣ୍ଣ ଫେକ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି।

Monday, August 14, 2023

ଭୁବନେଶ୍ୱର ଏମ୍‌ସକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 COASTAL NEWS 383


ଭୁବନେଶ୍ୱର ଏମ୍‌ସକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ



ଭୁବନେଶ୍ବର - ଭୁବନେଶ୍ୱର ଏମ୍‌ସକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାନଗାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ମର ଶରୀର ପରିଚାଳନା ‌‌କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ ଓ ନିରନ୍ତର ପ୍ରୟାସ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ।

ସେ କହିଛନ୍ତି, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଏମ୍‌ସ ଭୁବନେଶ୍ୱରକୁ ଶବ ପରିଚାଳନା ଭଳି ଏକ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏମ୍‌ସକୁ ଆସିଥିଲା ମୋଟ ୧୬୨ ମୃତଦେହ। ସମସ୍ତ ମୃତଦେହକୁ ସଂରକ୍ଷିତ କରି ରଖିବା ଓ ସଠିକ ଭାବେ ଚିହ୍ନଟ କରି ସେମାନଙ୍କର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା ଏକ ଆହ୍ୱାନ ଥିଲା। ମେଡିକାଲ୍‌ ଇତିହାସରେ ଏତେ ସଂଖ୍ୟକ ଶବକୁ ସଂରକ୍ଷିତ କରି ରଖିବା ପ୍ରଥମ ଘଟଣା ଥିଲା। ତେବେ ଏହି ଅପ୍ରତ୍ୟାଶିତ ଆହ୍ୱାନକୁ ଗ୍ରହଣ କରିବା ସହିତ ପ୍ରାୟ ଦେଢ଼ଶହ ଡାକ୍ତର, ପାରାମେଡିକାଲ୍‌ କର୍ମଚାରୀ ଓ ଆଟେଣ୍ଡାଣ୍ଟାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଏହା ସମ୍ଭବ ବୋଲି ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି।

ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ସମେତ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଆନାଟୋମି ବିଭାଗ ମୁଖ୍ୟ ଡ. ମନୀଷା ଗାଏକୱାଡ, ଏଫ୍‌ଏମ୍‌ଟି ବିଭାଗ ଅତିରିକ୍ତ ପ୍ରଫେସର୍‌ ଡ. ସୁଦୀପ୍ତ ସିଂ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ମାନୀତ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଏମ୍‌ସ ଭୁବନେଶ୍ୱରକୁ ଦୁଇଟି ପର୍ଯ୍ୟାୟରେ ବାହାନାଗା ଟ୍ରେନ ଦୁର୍ଘଟଣାର ୧୬୨ ମୃତଦେହ ଆସିଥିଲା। ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡଖଣ୍ଡ, ଛତିଶଗଡ, ତାମିଲନାଡୁ, କେରଳ ଆଦି ରାଜ୍ୟରୁ ଥିବା ଏହି ମରଶରୀର ଗୁଡ଼ିକୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିବା ସହିତ ସଠିକ୍‌ ଚିହ୍ନଟ କରି ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଆଜି ସୁଦ୍ଧା ୧୩୩ଟି ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ଆଉ ୨୯ଟି ମୃତଦେହକୁ ସଂରକ୍ଷିତ କରି ରଖାଯାଇଛି।

ଭାଜପା ବରିଷ୍ଠ ନେତା ତଥା ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଅସୁସ୍ଥ

 COASTAL NEWS 382


ଭାଜପା ବରିଷ୍ଠ ନେତା ତଥା ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଅସୁସ୍ଥ 



ନୂଆଦିଲ୍ଲୀ,୧୪।୮: ଭାଜପା ବରିଷ୍ଠ ନେତା ତଥା ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। କାର୍ଡିଓଲୋଜି ବିଭାଗରେରେ ସେ ଚିକିତ୍ସାଧୀନ ଥିବା ସୂଚନାମିଳିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।ପରେ ସେ ଦିଲ୍ଲୀ ଏମ୍ସ ଯାଇ ଆବଶ୍ୟକ ପରୀକ୍ଷା କରାଇଥିଲେ। ତାଙ୍କ ହାର୍ଟରେ ଏକାଧିକ ବ୍ଳକେଜ ଥିବା ପରୀକ୍ଷା ବେଳେ ଜଣାପଡ଼ିଥିଲା। ସେଥିପାଇଁ ଅପରେଶନ ଆବଶ୍ୟକ ବୋଲି ଡାକ୍ତର କହିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଏମ୍‌ପି ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ବେଳେ ଅସ୍ତ୍ରୋପଚାର ଜରିଆରେ ତାଙ୍କ ହାର୍ଟରେ ୪ଟି ଷ୍ଟେଣ୍ଟ ଲଗାଯାଇଛି।

ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇନାହିଁ ଜଣେ ବାପା

 COASTAL NEWS 381

ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇନାହିଁ ଜଣେ ବାପା



ଟିଟଲାଗଡ: ମାଆ, ବାପା ନିଜ ଛୁଆର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନଖାଇ ନପିଇ କଷ୍ଟ କରନ୍ତି  । କିନ୍ତୁ ଆଜିର ସମୟରେ ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି  । ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇନାହିଁ ଜଣେ ବାପା । କଥାଟା ହୁଏତ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ବି ଘଟଣାଟି ସତ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ବଲାଙ୍ଗିର ଟିଟିଲାଗଡ଼ରେ । ମା’ ପେଟରେ ଶିଶୁଟି ବଢ଼ୁଥିବା ସମୟରେ ବାପା ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ ନିଜ ଶିଶୁକୁ ବିକ୍ରି କରିବା ପାଇଁ ଡିଲ୍ କରିଥିଲା । କିନ୍ତୁ ଏହି ଘଟଣାର ପର୍ଦ୍ଦାଫାସ କରିଛି ଟିଟଲାଗଡ଼ ପୋଲିସ ।

ବଲାଙ୍ଗିର ଟିଟଲାଗଡ଼ରୁ ଶିଶୁକୁ ଛତିଶଗଡ଼ ରାୟଗଡ଼ରେ ବିକ୍ରି କରାଯାଇଥିଲା । ମାତ୍ର ଅଢ଼େଇ ଲକ୍ଷ ଟଙ୍କା ପାଇଁ ଏହି ଅଭିଯୁକ୍ତ ବାପା ନିଜ ଶିଶୁକୁ ବିକ୍ରି କରିଥିଲା । ଶିଶୁଟି ଦୁନିଆ ଦେଖିବା ଆଗରୁ ତା ନିଜ ବାପା ହିଁ ଏଭଳି ଡିଲ୍‌ କରିଥିଲା । ଆଉ ପୁଅ ଜନ୍ମ ହେବାପରେ ଛତିଶଗଡ ରାୟଗଡର ଅମିତ ଅଗ୍ରଓ୍ୱାଲ ଙ୍କ ହାତରେ ପିଲାକୁ ଟେକି ଦେଇଥିଲା । ଏଭଳି ଡିଲ୍‌ କରିବା ପାଇଁ ଦଲାଲଙ୍କ ସାହାଯ୍ୟ ନେଇଥିଲା ଶିଶୁର ବାପା । କିନ୍ତୁ ଏମାନଙ୍କ ସବୁ ପ୍ଲାନ ଫେଲ ମାରିଥିଲା  । ଯେତେବେଳେ ଟିଟଲାଗଡ଼ ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନ ରେ ଚଢାଉ କରି ଅଭିଯୁକ୍ତ ବାପା ସମେତ ୪ ଜଣଙ୍କୁ  ଗିରଫ କରିଥିଲା  । ଏବେବି ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି  ।

ସେପଟେ ପୋଲିସ ଶିଶୁକୁ ଉଦ୍ଧାର କରି ବର୍ତ୍ତମାନ ବଲାଙ୍ଗିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାରେ ରଖିଛି । ଏବଂ ଏହି ସଂସ୍ଥାର ସଦସ୍ୟମାନେ ଶିଶୁଟିର ନାମ ରଖିଛନ୍ତି ଅଭିନନ୍ଦନ । ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି ।

ବିଶ୍ୱର ସବୁଠାରୁ ବଡ ଗାତ । ଏହାର ମୋଟେଇ ୩୨୩ ମାଇଲ ଅର୍ଥାତ୍ ପାଞ୍ଚ ଶହ କିଲୋମିଟରରୁ ଅଧିକ ।

 COASTAL NEWS 380

ବିଶ୍ୱର ସବୁଠାରୁ ବଡ ଗାତ । ଏହାର ମୋଟେଇ ୩୨୩ ମାଇଲ ଅର୍ଥାତ୍ ପାଞ୍ଚ ଶହ କିଲୋମିଟରରୁ ଅଧିକ ।



ଅଷ୍ଟ୍ରେଲିଆ - ଦୁନିଆରେ ଏପରି ଅନେକ ଅଦ୍ଭୁତ ଜିନିଷ ଅଛି ଯାହା ଏବେ ବି ରହସ୍ୟ ଘେରରେ ରହିଛି । ଏହି ରହସ୍ୟର ସମାଧାନ ପାଇଁ ଅନେକ ବୈଜ୍ଞାନିକ ଦିନରାତି ପରିଶ୍ରମ କରୁଛନ୍ତି । ପୃଥିବୀ କିପରି ସୃଷ୍ଟି ହେଲା ଠାରୁ ଆରମ୍ଭ କରି ଅନ୍ୟ ଗ୍ରହମାନଙ୍କର ପ୍ରଭାବ ପର୍ଯ୍ୟନ୍ତ, ଏହି ସବୁ ଜିନିଷ ପଛରେ ଥିବା ସିକ୍ରେଟ ବିଷୟରେ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ବେଳେବେଳେ ଏପରି ରହସ୍ୟ ସାମ୍ନାକୁ ଆସେ, ଯାହା ବିଷୟରେ ମଣିଷ ଚିନ୍ତା ବି କରିନଥାଏ । ଏହି ରହସ୍ୟ ପୃଥିବୀର ଗଭୀରତାରେ ଲୁଚି ରହିଥାଏ ଯେଉଁଠାରେ ମଣିଷ ପହଞ୍ଚିବା ସମ୍ଭବ ନୁହେଁ । କିନ୍ତୁ ଟେକ୍ନୋଲୋଜି ସାହାଯ୍ୟରେ ମଣିଷ ସେହି ସ୍ଥାନରେ ମଧ୍ୟ ପହଞ୍ଚି ପାରୁଛି ଏବଂ ଗଭୀର ରହସ୍ୟ ଖୋଜି ପାଉଛି ।

ନିକଟରେ ଅଷ୍ଟ୍ରେଲିଆର କେତେକ ବୈଜ୍ଞାନିକ ଦାବି କରିଛନ୍ତି ଯେ ସମୁଦ୍ର ତଳେ ଏପରି ଏକ ଗାତ ଅଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀରେ ମିଳିଥିବା ସମସ୍ତ ଗାତ ଠାରୁ ବଡ଼ । ଅନ୍ୟ ଗ୍ରହରୁ କିମ୍ବା ମହାକାଶରୁ ଖସିପଡିଥିବା ଉଲକାପିଣ୍ଡ କାରଣରୁ ଏହି ଗାତ ସୃଷ୍ଟି ହୋଇଛି । ଉଲକାପିଣ୍ଡ ପଡ଼ିବା ପରେ ସମୁଦ୍ରର ତଳ ଭାଗରେ ଯଦି ଏପରି ଗାତ ତିଆରି ହୋଇଛି ତେବେ ଭାବନ୍ତୁ ଯଦି ଏହା ସ୍ଥଳଭାଗରେ ପଡ଼ିଥାନ୍ତା ତେବେ ଏହାର ପରିଣାମ କ’ଣ ହୋଇଥାନ୍ତା ? ଏହି ଗାତର ମୋଟେଇ ୫ ଶହ କିଲୋମିଟରରୁ ଅଧିକ । ତେବେ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହାର ଅନୁସନ୍ଧାନ କରିନାହାଁନ୍ତି ଏବଂ କେବଳ ଫଟୋ ଆଧାରରେ ଏଭଳି ଦାବି କରିଛନ୍ତି ।

ବୈଜ୍ଞାନିକମାନଙ୍କର ଏଭଳି ଦାବି ପରେ ଏହା ଦୁନିଆର ସବୁଠାରୁ ବଡ ଗାତ ବା କ୍ରାଟରରେ ପରିଣତ ହୋଇଛି । ଏହା ସମୁଦ୍ରର ସମ୍ପୂର୍ଣ୍ଣ ତଳ ଭାଗରେ ଅବସ୍ଥିତ । ବିଶେଷଜ୍ଞ ଆଣ୍ଡ୍ରିୟୁ ଫିଲ୍କସନ ଏବଂ ଟୋନି ୟେଟସ୍ ଏହା ବିଷୟରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସରେ ଏହି କ୍ରାଟର ରହିଛି । ସେମାନେ ଏହାର ନାମ ଡେନିଲିକ୍ୱିନ୍ ରଖିଛନ୍ତି । ସେମାନଙ୍କ କହିବାନୁସାରେ, ଏହା ହେଉଛି ବିଶ୍ୱର ସବୁଠାରୁ ବଡ ଗାତ । ଏହାର ମୋଟେଇ ୩୨୩ ମାଇଲ ଅର୍ଥାତ୍ ପାଞ୍ଚ ଶହ କିଲୋମିଟରରୁ ଅଧିକ । ଏହାପୂର୍ବରୁ ବିଶ୍ୱର ବୃହତ୍ତମ ଗାତ ଦକ୍ଷିଣ ଆଫ୍ରିକାରେ ଥିଲା । ଏହାର ମୋଟେଇ ୧୮୬ ମାଇଲ ଥିଲା । ଅର୍ଥାତ ନୂଆ ସନ୍ଧାନ ହୋଇଥିବା ଗାତଟି ପୁରୁଣା ଗାତ ତୁଳନାରେ ୧୦୦ ଗୁଣ ଅଧିକ ବଡ଼ ।

ବୈଜ୍ଞାନିକମାନଙ୍କ ଅନୁସାରେ ଡେନିଲିକ୍ୱିନ ଦୁନିଆର ସବୁଠୁ ବଡ କ୍ରାଟର ବା ଗାତ ହୋଇପାରେ । ପ୍ରାୟ ୪୪୫ ମିଲିଅନ ବର୍ଷ ପୂର୍ବେ ଅର୍ଥାତ୍ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଏହା ସୃଷ୍ଟି ହୋଇଥିଲା । ସେହି ସମୟରେ ଆକାଶରୁ ଖସିଥିବା ବିରାଟ ଉଲକାପିଣ୍ଡ ସମୁଦ୍ର ଭିତରେ ଏହି ଗାତ ତିଆରି କରିଥିଲା । କିନ୍ତୁ ସମୁଦ୍ର ତଳେ ଥିବାରୁ ଏହା ଜଣା ପଡ଼ିନଥିଲା ଏବଂ ବର୍ତ୍ତମାନ ଏହି ଗାତ ବିଷୟରେ ଜଣା ପଡ଼ିଛି । ବର୍ତ୍ତମାନ ସୁଦ୍ଧା କୌଣସି ମଣିଷ ଏହି ଗାତ ନିକଟରେ ପହଞ୍ଚି ପାରି ନଥିବାରୁ ଏହା ବିଷୟରେ ସବିଶେଷ ତଥ୍ୟ ଜଣା ପଡ଼ି ନାହିଁ । ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ସେହି ସ୍ଥାନକୁ କେହି ଯାଆନ୍ତି, ତେବେ ସେହି ସ୍ଥାନ ବିଷୟରେ ଅଧ୍ୟୟନ କରିବା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ।

ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପାଇଲା ନୂଆରୂପ।

 COASTAL NEWS 379


ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପାଇଲା ନୂଆରୂପ।



ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ପାଇଲା ନୂଆରୂପ। ତେଜସ ରେକ୍ସ ସହ ଗଡ଼ିଲା ଟ୍ରେନ। ଭୁବନେଶ୍ୱର ଷ୍ଟେସନରେ ଏହାର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 

ତେଜସ ରେକ୍ସରେ ରହିଛି ଅତ୍ୟାଧୁନିକ ସୁବିଧା। ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଏଥିରେ ରହିଛି ସ୍ମାର୍ଟ ସ୍ଲିପର କୋଚ୍। ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍।

ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି। ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ସୁବିଧା ରହିଛି। GSM ନେଟୱର୍କ ସଂଯୋଗୀକୃତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। ଏଥିରେ କୋଚ୍ କମ୍ପ୍ୟୁଟିଂ ୟୁନିଟ୍ ବା PICCUରେ ଡାଟା ରେକର୍ଡ ହେବ। ଏହାସହ ଏକୀକୃତ ପ୍ରଣାଳିରେ ସମସ୍ତ ଡାଟା ରେକର୍ଡ ବ୍ୟବସ୍ଥା ଓ ଟଏଲେଟ୍ ସ୍ମେଲ୍ ସେନ୍ସର, ପ୍ୟାନିକ ସୁଇଚର ସଂଯୋଗ, ଫାୟାର ଆଲାରାମ ରହିଛି।

ବାୟୁର ଗୁଣବତ୍ତା ସେନ୍ସର, ଚୋକ୍ ଫିଲଟର ସେନ୍ସର ଓ ଏନର୍ଜି ମିଟର ମଧ୍ୟ ରହିଛି। ପ୍ରତି କୋଚ୍ ଭିତରେ ଦୁଇଟି ଏଲସିଡି ବ୍ୟବସ୍ଥା ରହିଛି। ଯାତ୍ରୀଙ୍କ ପାଇଁ ଘୋଷଣା ଓ ସୂଚନା ପ୍ରଣାଳୀ, ପରବର୍ତ୍ତୀ ଷ୍ଟେସନ୍, ଆଗମନ-ପ୍ରସ୍ଥାନ ସମୟ, ସୁରକ୍ଷା ସମ୍ବନ୍ଧୀ ସୂଚନା ମିଳିବାର ସୁବିଧା ରହିଛି। ଏହାସହ ଜରୁରୀ ସ୍ଥିତିରେ ମେଡିକାଲ ଓ ସୁରକ୍ଷା ସମ୍ବନ୍ଧୀ ସୂଚନା ଆଦାନପ୍ରଦାନ ସୁବିଧା ରହିଛି। ପ୍ରତି କୋଚରେ ଉନ୍ନତ ସଫେଇ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। କର୍ଟେନ୍ ରୋଲର ବ୍ଲାଇଣ୍ଡ' ବଦଳରେ 'ୱିଣ୍ଡୋ ରୋଲରର ବ୍ଲାଇଣ୍ଡ'ର ବ୍ୟବହାର କରାଯାଇଛି। ଦିଲ୍ଲୀ ଯିବା ମଧ୍ୟରେ ଏହି ଟ୍ରେନ ୧୩ଟି ସ୍ଥାନରେ ରହଣୀ କରିବ।

ଓଡ଼ିଶାର କଟକ, ବାଲେଶ୍ୱର ଓ ଭଦ୍ରକରେ ଏହି ଟ୍ରେନ ରହଣୀ କରିଛି। ଶନିବାର ଦିନ ସମ୍ବଲପୁର ଦେଇ ଏହି ଟ୍ରେନ୍ ଚାଲିବ। ଟ୍ରେନର ଗତି ଘଣ୍ଟାପ୍ରତି ରହିଛି ୧୬୦ କିଲୋମିଟର ରହିଛି। ଟ୍ରେନରେ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ଲୋକସଭାରେ ଉପସ୍ଥାପିତ ହେଲା ନୂଆ ବିଲ୍

COASTAL NEWS 378

*ବାହାଘର ଉପରେ ଲାଗିପାରେ କଟକଣା । ଲୋକସଭାରେ ଉପସ୍ଥାପିତ ହେଲା ନୂଆ ବିଲ୍



ନୂଆଦିଲ୍ଲୀ - ବାହାଘରରେ ହେଉଥିବା ଅଯଥା ଖର୍ଚ୍ଚ ଉପରେ ଲାଗିପାରେ କଟକଣା । ଏନେଇ ସାଂସଦ ଲୋକସଭାରେ ନୂଆ ବିଲ୍ ଉପସ୍ଥାପନ କରିବା ପରେ ଏହାକୁ ଏନେଇ ଏବେ ଚର୍ଚ୍ଚା । ଏହି ବିଲ ପାରିତ ହେଲେ ହିନ୍ଦୁ ବାହାଘର ଉତ୍ସବ ଉପରେ ଲାଗିଯାଇପାରେ ଏକାଧିକ କଟକଣା ।


ବିଲ୍ ଅନୁସାରେ , ବିବାହ ଉତ୍ସବକୁ ନିମନ୍ତ୍ରୀତ ଅତିଥିଙ୍କ ସଂଖ୍ୟା ୧୦୦ ଭିତରେ ସୀମିତ ରହିବ ।


ଅତିଥିଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ରେସିପି ଉପରେ ମଧ୍ୟ କଟକଣା ଲାଗିବ । ୧୦ରୁ ଅଧିକ ବ୍ୟଞ୍ଜନ ପରଷା ଯାଇପାରିବ ନାହିଁ । ଖାଲି ସେତିକି ନୁହେଁ ନବ ବିବାହିତଙ୍କୁ ଆମନ୍ତ୍ରିତ ଅତିଥି ଉପହାରରେ ୨୫୦୦ ଟଙ୍କାରୁ ଅଧିକ ମୂଲ୍ୟର ଉପହାର ଦେଇପରିବେ ନାହିଁ । ଏସବୁ ଦ୍ୱାରା ବାହାଘରରେ ହେଉଥିବା ଅତ୍ୟଧିକ ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରାଯାଇପାରିବ ।

ଉପସ୍ଥାପିତ ବିଲର ନାଁ ହେଉଛି 'ସ୍ୱତନ୍ତ୍ର ଅବସରରେ ଖର୍ଚ୍ଚ କାଟ୍ ବିଲ୍ ୨୦୨୦' । ଏଥିରେ ଉଲ୍ଲେଖ ଅଛି ଯେ ଦାମୀ ଉପହାର ବାବଦରେ ଅଯଥା ଅର୍ଥ ଖର୍ଚ୍ଚ ନକରି ବରଂ ଏହାକୁ ଗରୀବ, ଅସହାୟ, ଏବଂ ସମାଜସେବା କରୁଥିବା ସଂଗଠନକୁ ଦାନ କରାଯିବା ଉଚିତ ।


୨୦୨୦ ଜାନୁଆରୀରେ କଂଗ୍ରେସ ସାଂସଦ ଜସବୀର ସିଂହ ଗିଲଙ୍କ ଦ୍ୱାରା ଉପସ୍ଥାପିତ ବିଧେୟକ ଶୁକ୍ରବାର ପୁଣିଥରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା । ପଞ୍ଜାବର ଖଣ୍ଡୁର ସାହିବରୁ ସାଂସଦ ଜସବୀର ସିଂ ଗିଲ୍ କହିଛନ୍ତି ଯେ, ବିବାହରେ ଲୋକଦେଖାଣିଆ ଖର୍ଚ୍ଚକୁ କାଟ କରିବା ଏହି ବିଲର ଉଦ୍ଦେଶ୍ୟ । ଏହାଦ୍ୱାରା ବିଶେଷ କରି କନ୍ୟା ପରିବାର ଆଶ୍ୱସ୍ତ ହେବେ । ସେମାନଙ୍କ ଉପରେ ପଡୁଥିବା ଆର୍ଥିକ ବୋଝ ଲାଘବ ହୋଇପାରିବ । ଏହି ବିଲ୍ ପଛରେ ଥିବା ତର୍କକୁ ବୁଝାଇବାକୁ ଯାଇ ସାଂସଦ କହିଥିଲେ ଯେ, ସେ ଏଭଳି ଅନେକ ଖବର ଶୁଣିଛନ୍ତି ଯେଉଁଠି ଲୋକେ ନିଜ ଝିଅ ବାହାଘର ପାଇଁ ଘର ,ବାଡି , ଜମି ବିକି ଦିଅନ୍ତି ।ଏପରିକି ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କାର ରୁଣ କରିବାକୁ ବି ବାଧ୍ୟ ହୁଅନ୍ତି । ଏସବୁ ଯୋଗୁଁ ଝିଅ ସେମାନଙ୍କୁ ବୋଝ ବୋଲି ମନେହୁଏ । କିନ୍ତୁ ଏହି ବିଲ୍ ପାରିତ ହେଲେ ଏସବୁ ସମସ୍ୟାର ଅନ୍ତ ଘଟିବ । କନ୍ୟା ରତ୍ନକୁ ଆଉ କେହି ବୋଝ ବୋଲି ଭାବିବେ ନାହିଁ କି ଦେଶରେ କନ୍ୟା ଭ୍ରୁଣ ହତ୍ୟା ମଧ୍ୟ କମିଯିବ' ।


କଂଗ୍ରେସ ସାଂସଦ ଯଶବୀର ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ' ୨୦୧୯ରେ ସେ ଫଗୱାଡାରେ ହେଉଥିବା ଏକ ବିବାହ ଭୋଜିକୁ ଯାଇଥିଲେ । ସେଠାରେ ୨୮୫ ପ୍ରକାର ବ୍ୟଞ୍ଜନର ଟ୍ରେନ ରଖାଯାଇଥିଲା । ହେଲେ ସେଥିରୁ ୧୨୯ ପ୍ରକାର ବ୍ୟଞ୍ଜନ ଟ୍ରେରେ କାହାରି ହାତ ବାଜିନଥିଲା । ସେସବୁ ନଷ୍ଟ ହୋଇଥିଲା । ସେହି ସମୟରେ ହିଁ ତାଙ୍କ ମନକୁ ଏହି ବିବାହ ସମ୍ପର୍କୀତ ବିଲ୍ କଥା ଆସିଥିଲା । ଏହି ବିଲରେ ଯାହା ଉଲ୍ଲେଖ ଅଛି ପ୍ରଥମେ ତାକୁ ନିଜ ପରିବାର ଉପରେ ଲାଗୁ କରିଛନ୍ତି ସାଂସଦ ଯଶବୀର ସିଂ । ନିଜ ପୁଅ ଓ ଝିଅ ବିବାହକୁ କେବଳ ୩୦ରୁ ୪୦ ଅତିଥିଙ୍କୁ ସେ ନିମନ୍ତ୍ରଣ କରିଥିଲେ ।


ତେବେ ସାଂସଦରେ ଏଭଳି ବିଲ ଆସିବାରେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବି ୨୦୧୭ରେ ଏଭଳି ବିଲ୍ ଆଗତ କରିଥିଲେ ଉତ୍ତର ମୁମ୍ବାଇର ବିଜେପି ସାଂସଦ ଥିବା ଗୋପାଳ ଚିନ୍ନୟା ଶେଟ୍ଟି । ସେହିବର୍ଷ ଫେବୃୟାରୀରେ ମଧ୍ୟ କଂଗ୍ରେସ ସାଂସଦ ରଞ୍ଜିତ ରଞ୍ଜନ । ଯଦି କେହି ବାହାଘରରେ ୫ଲକ୍ଷରୁ ଅଧିକ ଖର୍ଚ୍ଚ କରନ୍ତି ସେଥିରୁ ୧୦ ପ୍ରତିଶତ ଗରିବ ପରିବାରର ଝିଅର ବିବାହ ପାଇଁ ଦାନ କରିବାକୁ ନିର୍ଦ୍ଦେଶ ଥିଲା । ହେଲେ ବିଲ ପାରିତ ହୋଇପାରିନଥିଲା । ଏବେ ପୁଣି ଏହି ବିଲ ଉପରେ ନଜର ।

ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହୋଇଛି

 COASTAL NEWS 377

ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରୟାନ-୩, ମିଶନ ଚନ୍ଦ୍ର ପାଇଁ ବଡ ଦିନ ହେବ ୧୬ ଅଗଷ୍ଟ


 


ନୂଆଦିଲ୍ଲୀ,୧୪।୮: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମିଶନ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଉତ୍‌କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରୟାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ଏବଂ ୧୫୦କି.ମି. x ୧୭୭ କି.ମି. କକ୍ଷପଥରେ ଘୂରି ବୁଲୁଛି। ଇସ୍ରୋ ଟୁଇଟରରେ ଏ ବାବଦରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛି।

ଇସ୍ରୋ ଏକ ଟୁଇଟ୍‌ କରି ଲେଖିଛି, ଚନ୍ଦ୍ରୟାନ-୩ ସଫଳତାପୂର୍ବକ ଚନ୍ଦ୍ରର ନିକଟତମ କକ୍ଷପଥରେ ପହଞ୍ଚିଛି। ଅଗଷ୍ଟ ୧୬ରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହେବ। ଇସ୍ରୋ ଏହାପୂର୍ବରୁ ଏକ ପୋଷ୍ଟ କରି କହିଥିଲା ଯେ, ଅଗଷ୍ଟ ୧୪ରେ ଶେଷ କକ୍ଷପଥ କରିବା ପରେ ପୂର୍ବାହ୍ନ ୧୧.୩୦ ରୁ ୧୨.୩୦ମଧ୍ୟରେ ଚନ୍ଦ୍ର ପୃଷ୍ଠର ଆହୁରି ନିକଟରେ ପହଞ୍ଚିବ। ବର୍ତ୍ତମାନ ଚନ୍ଦ୍ରୟାନ ଚନ୍ଦ୍ର ପୃଷ୍ଠରୁ ୧୪୩୭ କିଲୋମିଟର ଦୂରରେ ଅଛି।

ବାଦଲଫଟା ବର୍ଷାରେ ରାତି ଅଧରେ ଚାଲିଗଲା ୭ ଜୀବନ

COASTAL NEWS 376

ବାଦଲଫଟା ବର୍ଷାରେ ରାତି ଅଧରେ ଚାଲିଗଲା ୭ ଜୀବନ



 ହିମାଚଳ ପ୍ରଦେଶ - ବାଦଲଫଟା ବର୍ଷାରେ ରାତି ଅଧରେ ଚାଲିଗଲା ୭ ଜୀବନ । ନିଶ୍ଚିତ ମୃତ୍ୟୁମୁଖରୁ ୬ ଜଣଙ୍କୁ ଉଦ୍ଧାର କରାଗଲା। ଏପରି ଏକ ଅଘଟଣ ଗତକାଲି ରାତିରେ ହିମାଚଳ ପ୍ରଦେଶର ସୋଲାନରେ ଘଟିଛି ।

ଗତ ୨୪ ଘଣ୍ଟା ହେଲା ନିକଟସ୍ଥ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ ରାତିରେ ହୋଇଥିବା ବାଦଲ ଫଟା ବର୍ଷା ହେତୁ ପରିସ୍ଥିତି ଅସମ୍ଭାଳ ରହିଛି। ଏଥିଯୋଗୁ ବହୁ ରାସ୍ତାରେ ଲ୍ୟାଣ୍ଡସ୍ଲାଇଡ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ସ୍ଥାନେ ସ୍ଥାନେ ବ୍ରିଜ ଧୋଇ ହୋଇ ଯାଇଛି। ରାଜ୍ୟର ବହୁ ନଦୀ ଉଛୁଳି ଥିବା ବେଳେ ରାସ୍ତା ଉପରେ ପାଣି ପ୍ରବାହିତ ହୋଇଛି।

ପ୍ରବଳ ବର୍ଷା ହେତୁ ସ୍ଥିତି ଅସମ୍ଭାଳ ହେବାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ଆଜି ବନ୍ଦ ଘୋଷଣା କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ।

ଅତ୍ୟଧିକ ବର୍ଷା କାରଣରୁ ରାଜ୍ୟର ସମୁଦାୟ ୬୨୧ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଏହାବାଦ ସିମଲା ଓ ଚଣ୍ଡିଗଡ଼କୁ ଯୋଗାଯୋଗ କରୁଥିବା ସିମଲା - କାଲକା ଜାତୀୟ ରାଜପଥ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଗତ ୨ ସପ୍ତାହ ହେଲାଣି କ୍ଷତିଗ୍ରସ୍ତ ହୋଇଛି। ଫଳରେ ରାଜ୍ୟରେ ଗାଡ଼ି ଚଳାଚଳ ଏକପ୍ରକାର ବ୍ୟାହତ ହୋଇଛି ।

ଏହାବାଦ ଋଷିକେଶ- ଚାମ୍ବା ଓ ଋଷିକେଶ-ଦେବପ୍ରୟାଗ ଓ ଶ୍ରୀନଗର ଜାତୀୟ ରାଜପଥ ବର୍ଷାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ତାହାକୁ ବନ୍ଦ କରି ଦିଆଯାଇଛି। ଏହି ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି

ପେଟ ଭିତରେ କଟା ଆଙ୍ଗୁଠି ରଖିଦେଲେ ଡାକ୍ତର

 COASTAL NEWS 375

ଅପରେଶନ ବେଳେ ପେଟ ଭିତରେ କଟା ଆଙ୍ଗୁଠି ରଖିଦେଲେ ଡାକ୍ତର



ସମ୍ବଲପୁର : ଚିକିତ୍ସାରେ ସାଂଘାତିକ ତ୍ରୁଟି ଅଭିଯୋଗ । ପେଟ ଭିତରେ କଟା ଆଙ୍ଗୁଠି ରଖିଦେଲେ ଡାକ୍ତର । ଏଭଳି ଭୁଲ୍ ଚିକିତ୍ସା ନେଇ ବଡ଼ ଅଭିଯୋଗ ଆସିଛି ସମ୍ବଲପୁରରୁ । ସମ୍ବଲପୁର ହୀରାକୁଦ କଲୋନୀର ସନତ ମହାନ୍ତି ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ସନତ ବାଇକ୍ ଧୋଉଥିବା ବେଳେ ତାଙ୍କ ହାତର ବୁଢ଼ା ଆଙ୍ଗୁଠି ବାଇକ ଚେନ୍ ରେ ଲାଗି ଛିଡ଼ିି ଯାଇଥିଲା । ତୁରନ୍ତ ଚିକିତ୍ସା ପାଇଁ ପ୍ରଥମେ ସମ୍ବଲପୁର ଏବଂ ପରେ ନିଜେ କଟା ଆଙ୍ଗୁଠି ଧରି ବୁର୍ଲା ମେଡିକାଲରେ ପହଞ୍ଚି ଯାଇଥିଲେ ସନତ । ହେଲେ ସେଠାରେ ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ । କଟକ ଯିବାକୁ ବିଳମ୍ବ ହେବ ବୋଲି ଜାଣି ସନତଙ୍କୁ ପରିବାର ଲୋକେ ରାୟପୁର ସ୍ଥିତ କାଲଦା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଆଙ୍ଗୁଠି ଯୋଡ଼ିଦେବାର ପ୍ରତିଶ୍ରୁତି ଦେଇ ନୂତନ ପଦ୍ଧତିରେ ଅପରେସନ୍ କରିବେ ବୋଲି କହିଥିଲେ ।

ଏହି ପଦ୍ଧତି ଅନୁଯାୟୀ, ତାଙ୍କ ପେଟ କାଟି ସେଥିରେ କଟା ଆଙ୍ଗୁଠିକୁ ରଖିଲେ ଏହାର ସେଲ ଗୁଡ଼ିକ ଠିକ୍ ରହିବ ଓ ଇନଫେକସନ୍ ହେବ ନାହିଁ । ସେହି ଅନୁସାରେ ସନତଙ୍କ ପେଟ କାଟି ଆଙ୍ଗୁଠି ରଖା ଯାଇଥିବା ସନତ କହିଛନ୍ତି । ତେବେ ଭଲ ରହିବା ବଦଳରେ ସନତଙ୍କ ପେଟରେ ଇନଫେକସନ୍ ହୋଇ ଯନ୍ତ୍ରଣା ହେଲା । ଏହାପରେ ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବିଦା କରି ଦେଇଥିଲେ । ସନତଙ୍କ କହିବା କଥା ବିଜୁ ସ୍ବାସ୍ଥ୍ୟ କାର୍ଡ ଦ୍ବାରା ଚିକିତ୍ସା ହୋଇ ପାରିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ ଜଣାଇଥିଲେ । ହେଲେ ୧୫ ଦିନ ପରେ କାର୍ଡ ବ୍ୟବହାର ହୋଇ ପାରିବ ନାହିଁ କହି ରୋଗୀଙ୍କ ପରିବାରଠାରୁ ସାଢେ ୩ଲକ୍ଷ ଟଙ୍କା ଜବରଦସ୍ତ ନେଇଥିବା ଅଭିଯୋଗ ହୋଇଛି । ସନତ ଏବେ ସମ୍ବଲପୁରରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ ଏବେ ମାଳ ମାଳ ନକଲି ଶିକ୍ଷକ

 COASTAL NEWS 374

ରାଜ୍ୟରେ ଏବେ ମାଳ ମାଳ ନକଲି ଶିକ୍ଷକ 



ଭୁବନେଶ୍ୱର  : ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ନକଲି ଶିକ୍ଷକ । ରାଜ୍ୟରେ ନକଲି ଶିକ୍ଷକ ପ୍ରସଙ୍ଗ ଥମିବାର ନାଁ ନେଉନି । ଗଣଶିକ୍ଷା ବିଭାଗର ସ୍କାନରରେ ଆଉ ଶତାଧିକ ଶିକ୍ଷକ ଥିବା ବେଳେ ସଂପୃକ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର କଡାକଡି ଯାଞ୍ଚ କରିବାକୁ ୩୦ଟି ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଡିଗୀ ହାସଲ କରିଥିବା ସମସ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର ଠିକ୍ କି ନୁହେଁ ତାହାକୁ ଭଲ ଭାବେ ଯାଞ୍ଚ କରିବାକୁ ବିଭାଗ କହିଛି ।

ରାଜ୍ୟରେ ଏବେ ମାଳ ମାଳ ନକଲି ଶିକ୍ଷକ ଧରାପଡୁଛନ୍ତି । କିଏ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ ହାତେଇଛି ତ ଆଉ କିଏ ବିଏଡ, ଓଟିଇଟି, ମାଟ୍ରିକ୍ ଓ ଯୁକ୍ତ ୨ ସାର୍ଟିଫିକେଟର ଜାଲିଆତି କରି ଦୀର୍ଘବର୍ଷ ହେବ ସରକାରୀ ଚାକିରୀ କରିଛନ୍ତି । ଅନେକ ନକଲି ଶିକ୍ଷକ ମଧ୍ୟ ଚାକିରୀରୁ ଅବସର ନେଇ ସାରିଲେଣି ।

ବିଭାଗ ପକ୍ଷରୁ ୧୨୦ରୁ ଅଧିକ ଜଣ ଶିକ୍ଷକଙ୍କ ତାଲିକା ପ୍ରକାଶ କରାଯିବା ସହ ସେମାନଙ୍କ ମାର୍କସିଟ୍, ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ତନ୍ନ ତନ୍ନ କରି ଯାଞ୍ଚ କରିବା ଲାଗି ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଂକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସେମାନଂକ ନାଁରେ ଥାନାରେ ମାମଲା ଦାୟର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଫଳରେ ନକଲି ଶିକ୍ଷକଙ୍କ ମନରେ ଛନକା ପଶିଛି ।

ତରକାରୀ ସ୍ୱାଦିଷ୍ଟ ନ ହେବାରୁ ନିଜ ଜୀବନସାଥୀକୁ ଛଟପଟ କରିବାକୁ ମାରିବାକୁ ପଛାଇଲେ ନାହିଁ ପିଶାଚ ସ୍ୱାମୀ

COASTAL NEWS 373

ତରକାରୀ ସ୍ୱାଦିଷ୍ଟ ନ ହେବାରୁ ନିଜ ଜୀବନସାଥୀକୁ ଛଟପଟ କରିବାକୁ ମାରିବାକୁ ପଛାଇଲେ ନାହିଁ ପିଶାଚ ସ୍ୱାମୀ



ଉତ୍ତରପ୍ରଦେଶ - ଘର ଥିଲେ ଝଡ଼ଝଞ୍ଜା ଆସେ, ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ହୁଏ। ଏହାକୁ ଏଡ଼ାଇ ଆଗକୁ ବଢ଼ିଲେ ହିଁ ପରିବାର ଖୁସିରେ ରହିଥାଏ। ମାତ୍ର ଏକ ସାମାନ୍ୟ କଥାକୁ ନେଇ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନିଆଁ ଲଗାଇ ଜାଳି ଦେଇଥିବା ପରି ଘଟଣା ଉତ୍ତରପ୍ରଦେଶରେ ଘଟିଛି। ତରକାରୀ ସ୍ୱାଦିଷ୍ଟ ନ ହେବାରୁ ନିଜ ଜୀବନସାଥୀକୁ ଛଟପଟ କରିବାକୁ ମାରିବାକୁ ପଛାଇଲେ ନାହିଁ ପିଶାଚ ସ୍ୱାମୀ। ଫଳରେ ନିଜ ହାତରେ ହିଁ ବ୍ୟକ୍ତିଜଣକ ନିଜ ପରିବାରକୁ ଛାରଖାର କରିବାକୁ ପଛାଇଲେ ନାହିଁ । ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର ବାନ୍ଦା ଅଞ୍ଚଳରେ ଘଟିଛି।

ମୃତ୍ୟୁ ପୂର୍ବରୁ ମହିଳାଜଣକ ଛାତି ତଳର କୋହକୁ ବଖାଣି ଆଖି ବୁଜିଛନ୍ତି। ମହିଳାଙ୍କ କହିବାନୁଯାୟୀ, ରବିବାର ସେ ରୋଷେଇ କରିଥିବା ବେଳେ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ମାତ୍ର ତରକାରୀ ଭଲ ହୋଇ ନ ଥିବା କହି ପିଟିବାକୁ ଲାଗିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ତାଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ।

ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚିଥିଲେ। ଏହାପରେ ସେମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କାନପୁର ରେଫର କରିଦେଲେ। ମାତ୍ର ବାଟରେ ହିଁ ମହିଳାଜଣକ ଆଖି ବୁଜିଦେଲେ।

ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ଜଣାଯାଇଛି।

Sunday, August 13, 2023

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା

 COASTAL NEWS 372


ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା



ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ଏଣିକି ସୀମାରେ ପହରା ଦେବ ଅତ୍ୟାଧୁନିକ ଡ୍ରୋନ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ହେରୋନ ମାର୍କ-୨ ଡ୍ରୋନ। ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କ ଗତିବିଧି ଉପରେ ଏହି ଡ୍ରୋନ ନଜର ରଖିବ ବୋଲି ଜଣାପଡ଼ିଛି।

ରାମଲାଲାଙ୍କ ସେବାରେ ନିଯୁକ୍ତ ପୂଜକ ଏବଂ କର୍ମଚାରୀମାନଙ୍କୁ ଏଣିକି ସରକାରୀସ୍ତରୀୟ ସୁବିଧା ଯୋଗାଇଦେବ ଶ୍ରୀରାମ ମନ୍ଦିର ଟ୍ରଷ୍ଟ

 COASTAL NEWS 371

ରାମଲାଲାଙ୍କ ସେବାରେ ନିଯୁକ୍ତ ପୂଜକ ଏବଂ କର୍ମଚାରୀମାନଙ୍କୁ ଏଣିକି ସରକାରୀସ୍ତରୀୟ ସୁବିଧା ଯୋଗାଇଦେବ ଶ୍ରୀରାମ ମନ୍ଦିର ଟ୍ରଷ୍ଟ



ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ପୁରୋହିତମାନଙ୍କ ପାଇଁ ଖୁସି ଖବର। ଏବେ ପୁରୋହିତ ଏବଂ କର୍ମଚାରୀମାନଙ୍କୁ ସରକାରୀସ୍ତରୀୟ ସୁବିଧା ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ଶ୍ରୀରାମ ଜନ୍ମଭୂମିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ରାମଲାଲାଙ୍କ ସେବାରେ ନିଯୁକ୍ତ ପୂଜକ ଏବଂ କର୍ମଚାରୀମାନଙ୍କୁ ଏଣିକି ସରକାରୀସ୍ତରୀୟ ସୁବିଧା ଯୋଗାଇଦେବ ଶ୍ରୀରାମ ମନ୍ଦିର ଟ୍ରଷ୍ଟ।

ସତ୍ୟେନ୍ଦ୍ର ଦାସଙ୍କ କହିବାନୁଯାୟୀ, ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ନିଶ୍ଚିତ କରିଛନ୍ତି ଯେ ଖୁବଶୀଘ୍ର ପୁରୋହିତ ଏବଂ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ, ଏନେଇ ବିଚାର ବିମର୍ଷ ଚାଲିଛି। ଏଣିକି ପୁରୋହିତମାନଙ୍କୁ ରହିବା, ଖାଇବା ଏବଂ ଚିକିତ୍ସା ସୁବିଧା ସହିତ ଆବାସିକ ଭତ୍ତା ମଧ୍ୟ ପ୍ରଦାନ କରାଯିବ ବୋଲି ସତ୍ୟେନ୍ଦ୍ର ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି।

କେବଳ ଏତିକି ନୁହେଁ, ସରକାରୀ ଛୁଟିଦିନରେ ପୁରୋହିତମାନଙ୍କୁ ମଧ୍ୟ ଛୁଟି ଦିଆଯିବ। ବର୍ତ୍ତମାନ ଚାରିଜଣ ପୂଜକଙ୍କ ସମେତ ମୋଟ ଆଠ ଜଣ କର୍ମଚାରୀ ରାମଲାଲାଙ୍କ ସେବାରେ ନିୟୋଜିତ ଅଛନ୍ତି। ପୁରୋହିତମାନଙ୍କ ଦରମା ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି।



ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା

 COASTAL NEWS 370

ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା



ଭୁବନେଶ୍ବର - ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା । ଆଗକୁ ବସିବାକୁ ଯାଉଥିବା ମୌସୁମୀ ଅଧିବେଶନରେ ବିଧାନସଭା ଭଂଗ ପାଇଁ ପ୍ରସ୍ତାବ ଆସିପାରେ । ଆଉ ଯଦି କେନ୍ଦ୍ର ସରକାର ସହମତି ହୁଅନ୍ତି, ଡିସେମ୍ବର ମାସରେ ଆଗୁଆ ନିର୍ବାଚନ ହୋଇପାରେ । ଏଥିପାଇଁ ବର୍ଷ ଶେଷକୁ ହେବାକୁ ଥିବା ୫ରାଜ୍ୟର ନିର୍ବାଚନ ତାରିଖ ସହ ଓଡିଶାର ବି ତାରିଖ ଘୋଷଣା ହୋଇପାରେ । ଅର୍ଥାତ ମଧ୍ୟପ୍ରଦେଶ, ତେଲେଂଗାନା, ଛତିଶଗଡ, ରାଜସ୍ଥାନ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ସହ ଓଡିଶା ବିଧାନସଭା ନିର୍ବାଚନ ହୋଇପାରେ ।

ଏଥିପାଇଁ ଶାସକ ଦଳ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ହେଉଛି । ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳୀୟ ବିଧାୟକ ଓ ନେତାମାନଙ୍କୁ ପାଖାପାଖି ଦୁଇ ମାସ ପୂର୍ବରୁ ଇସାରା ଦିଆଯାଇଛି । ଆଲୋଚନା ହେଉଛି, ନିର୍ବାଚନ ମଣ୍ଡଳୀ ଗୁଡିକରେ ଦଳୀୟ ସଂଗଠନକୁ ସଜାଡିବାକୁ, ବିକାଶ କାମକୁ ତଦାରଖ କରିବାକୁ ଓ ଲୋକଙ୍କ ସହ ଯୋଡି ହେବାକୁ ନେତାଙ୍କୁ କୁହାଯାଇଛି । ଏଥିସହ କେଉଁ ନେତା କିମ୍ବା ବିଧାୟକଙ୍କ ଜିତିବା ସମ୍ଭାବନା ଅଧିକ ରହିଛି, ତାହାର ଆକଳନ କରାଯାଉଛି । ତେବେ କେନ୍ଦ୍ର ସରକାର ରାଜି ହୋଇଗଲେ ରାଜ୍ୟରେ ଆଗୁଆ ଅର୍ଥାତ ଡିସେମ୍ବର ମାସରେ ନିର୍ବାଚନ ହୋଇପାରେ

ଆଇନକୁ ହାତକୁ ନେଲେ ଲୋକେ । ପ୍ରଧାନ ଶିକ୍ଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ

 COASTAL NEWS 369

 ଆଇନକୁ ହାତକୁ ନେଲେ ଲୋକେ । ପ୍ରଧାନ ଶିକ୍ଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ



ବାଲିଗୁଡ଼ା - ଆଇନକୁ ହାତକୁ ନେଲେ ଲୋକେ । ପ୍ରଧାନ ଶିକ୍ଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ।  ବାଲିଗୁଡ଼ା ଥାନା ସୁଡ଼୍ରାର ସେବାଶ୍ରମ ପ୍ରଧାନ ଶିକ୍ଷକ ଶାନ୍ତନୁ ପ୍ରଧାନ । ଚାଉଳ ବିକ୍ରି ଓ ମହିଳାଙ୍କୁ ଅଶ୍ଳିଳ ବ୍ୟବହାର ଅଭିଯୋଗରେ ସ୍ଥାନୀୟ ଲୋକେ ଆଇନକୁ ହାତକୁ ନେଇ ଶିକ୍ଷକଙ୍କୁ ଗୋଡେଇ ଗୋଡେଇ ପିଟିଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ଟାଣି ଆଣି ବିଚ୍ ବଜାରରେ ମାଡ଼ ମାରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଧାନ ଶିକ୍ଷକ ଜଣକ ୭ ବର୍ଷ ଧରି ବିଦ୍ୟାଳୟରେ ରହିଆସୁଥିବା ବେଳେ କିଛି ଦିନ ତଳେ ବାଳିକା ସେବାଶ୍ରମର ମହିଳା ରୋଷେୟାଙ୍କୁ ନେଇ ଆସିଥିଲା କିଛି ଅଭିଯୋଗ । ତା ସହିତ ସେବାଶ୍ରମରୁ ଚାଉଳ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ସବୁ ଘଟଣା ନେଇ ସ୍ଥାନୀୟ ଲୋକେ ବହୁବାର ଅଭିଯୋଗ କରିଥିଲେ । ହେଲେ କୌଣସି ସମାଧାନ ନହେବାରୁ ଆଇନ୍ ହାତକୁ ନେଇଛନ୍ତି ।  ଉତ୍ୟକ୍ତ ଲୋକେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରିଥିଲେ । ରାସ୍ତା ଉପରେ ତାଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ ।  ଘଟଣା ନେଇ ପୁଲିସ ୪ ଜଣକୁ ଅଟକ ରଖିବା ସହିତ ପଚରାଉଚୁରା ଜାରି ରଖିଛି ।

ଜୀବନ ସାଥି,

 COASTAL NEWS 368

ଜୀବନ ସାଥି





ପୁରୀ   : ଜୀବନ ସାଥି, ସାତ ଜନମର ସାଥି । ହାତରେ ହାତ ରଖି ମଥାରେ ସିନ୍ଦୁର ଦେଇ ସବୁ ଦିନ ପାଇଁ କରିଛନ୍ତି ନିଜର । କେମିତି ବା ନିଜର ଅର୍ଦ୍ଧାଙ୍ଗିନୀକୁ ପର କରିଦେଇଥାନ୍ତେ । ସେଥିପାଇଁ ତ ଏ ବୁଢ଼ା କାଳେ ବି ନିଜ ରୋଗୀଣା ସ୍ତ୍ରୀକୁ କାନ୍ଧରେ ବୁହାଇ ମେଡିକାଲ ନେଉଛନ୍ତି ବୃଦ୍ଧ ସ୍ୱାମୀ । ପରିଣତ ବୟସରେ ପାଦ ଥାପିଥିଲେ ମଧ୍ୟ ନିଜ ପ୍ରାଣପ୍ରିୟା ପତ୍ନୀକୁ ହରାଇଦେବାର ଭୟ ଘାରିଥିଲା ତାଙ୍କୁ । ସେଥିପାଇଁ ତ କେହି ସାହାଯ୍ୟ ନ କରିବାକୁ ଆସିଥିଲେ ମଧ୍ୟ ଡାକ୍ତରଙ୍କ ପାଖକୁ ନିଜେ କାନ୍ଧରେ ବୋହି ସ୍ତ୍ରୀକୁ ଆଣିଛନ୍ତି ଚିକିତ୍ସା କରିବାକୁ ।

ଅସୁସ୍ଥ ଥିବା ନିଜ ବୃଦ୍ଧା ପତ୍ନୀଙ୍କୁ ପିଠିରେ ବୋହି ଜଣେ ବୃଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାଳମାଳ ରୋଗୀ ସହାୟକ ଡାକ୍ତରଖାନାରେ ନିଯୁକ୍ତ ହୋଇଥିଲେ ବି କେହି ତାଙ୍କୁ ସହାୟତା କରିନଥିଲେ କିଂବା ଷ୍ଟ୍ରେଚର୍ ଅବା ହ୍ବିଲ୍ ଚେୟାର୍ ଦେଇନଥିଲେ।

ମିଳିଥିବା ସୂଚନା ମୁତାବକ, ଗତକାଲି ମଧ୍ୟପ୍ରଦେଶ ସେହୋରର ଭାଉ ସିଂହ ଯାହାଙ୍କର ବୟସ ୭୦ ବର୍ଷ । ଓ ପତ୍ନୀ କାଲା ବାଇ ଯାହାଙ୍କର ବୟସ ୬୫ ବର୍ଷଙ୍କୁ ଗୋଡ଼ ଯନ୍ତ୍ରଣା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଗାଡ଼ିରେ ପହଞ୍ଚିବା ପରେ ସେ ଆଉଟ୍ଡୋର୍ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନଙ୍କୁ ହ୍ବିଲ୍ ଚେୟାର୍ କିମ୍ବା ଷ୍ଟ୍ରେଚର୍ ଯୋଗାଇ ଦେବାକୁ ନିବେଦନ କରିଥିଲେ। କିନ୍ତୁ ସୁରକ୍ଷା କର୍ମୀମାନେ ସହଯୋଗ କରିନଥିଲେ କି କେହି ରୋଗୀ ସହାୟକ ବି ନଥିଲେ। ନିରାଶ ହେବା ପରେ ଶେଷରେ ନିଜ ପତ୍ନୀଙ୍କୁ ପିଠିରେ ବୋହି ଡାକ୍ତରଖାନା ଆଉଟ୍ ଡୋରକୁ ନେଇଥିଲେ ବୃଦ୍ଧ ଭାଉସିଂହ।

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଯେଉଁ ସମୟରେ ଡ଼ହ ଡ଼ହ ଖରା ହେଉଥିଲା। ସମୟ ଥିଲା ୨.୩୫ ମିନିଟ। ମଧ୍ୟପ୍ରଦେଶରୁ ଆସିଥିବା ଜଣେ ମହିଳା ଭକ୍ତ କାଲା ବାଇ ଓ ତାଙ୍କ ସହ ଥିଲେ ତାଙ୍କ ସ୍ୱାମୀ ଭାଉ ସିଂ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅବହେଳା ଯୋଗୁଁ ସ୍ୱାମୀ ଜଣକ ନିଜ ସ୍ତ୍ରୀ କୁ କାନ୍ଧ ରେ ନେଇ ଓପିଡି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ବୁଲି ଥିଲେ । ନିଜ ସ୍ତ୍ରୀଙ୍କ ଗୋଡ଼ର ଏକ୍ସରେ ପାଇଁ ତାଙ୍କୁ ଏଭଳି ଭାବେ ନାକେଦାମ ହେବାକୁ ପଡ଼ିଥିଲା ।

ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 COASTAL NEWS 367

ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର



କେନ୍ଦୁଝର - ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଯାଜପୁର ରୋଡ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଗାଁର ରାଜେନ୍ଦ୍ର ପରିଡା ଆଜକୁ ତିନି ମାସ ହେବ ବ୍ୟାସନଗର ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲରେ ରହୁଥିଲେ। ପ୍ରତିଦିନ ସେ କାମ କରିବାକୁ ଯାଉଥିଲେ ଓ ସନ୍ଧ୍ୟା ବେଳେ ହୋଟେଲ୍‌କୁ ଫେରିଆସୁଥିଲେ। ଶନିବାର ସନ୍ଧ୍ୟାରେ ରାଜେନ୍ଦ୍ର କାମରୁ ଆସି ହୋଟେଲ ରୁମକୁ ବାହାରିନଥିଲେ। ହେଲେ ଆଜି ରୁମ୍‌ରୁ ନବାହାରିବାରୁ ହୋଟେଲ କର୍ମଚାରୀମାନେ ଡାକିଥିଲେ। ମାତ୍ର ରୁମ୍‌ ଭିତରୁ କୌଣସି ଶବ୍ଦ ଶୁଭିନଥିଲା।

ହୋଟେଲ୍‌ କର୍ମଚାରୀମାନେ ଏନେଇ ଯାଜପୁର ରୋଡ୍‌ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ହୋଟେଲ୍‌ରେ ପହଞ୍ଚି ରୁମ୍‌ ଖୋଲିବାରୁ ରାଜେନ୍ଦ୍ର ପଙ୍ଖାରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗାଦି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି। ଏଥିସହ ଘଟଣାର ତଦନ୍ତ ଚଳାଇଛି। ହେଲେ କେଉଁ କାରଣରୁ ରାଜେନ୍ଦ୍ର ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ।

ବୋହୂ ହତ୍ୟା ମାମଲାରେ ଜେଲ ଗଲେ ସ୍ବାମୀ, ଶ୍ୱଶୁର

 COASTAL NEWS - 366

ବୋହୂ ହତ୍ୟା ମାମଲାରେ ଜେଲ ଗଲେ ସ୍ବାମୀ, ଶ୍ୱଶୁର

 


ରୂପ୍‌ସା ୧୩।୮: ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ  ଅଧୀନ ଜହତା କୂଳ ଗ୍ରାମର ବିଜୟ ନାୟକଙ୍କ ସ୍ତ୍ରୀ ହରପ୍ରିୟା ନାୟକ(୨୨)ଙ୍କୁ ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ସ୍ବାମୀ ବିଜୟ ନାୟକ ଓ ଶ୍ୱଶୁର ଦାମୋଦର ନାୟକଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୮୦/୨୩) ରୁଜୁ କରି ଗିରଫ ସ୍ବାମୀ ଓ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ରାତିରେ ବିଜୟଙ୍କ ଘରେ ସମସ୍ତେ ଖାଇ ସାରି ଶୋଇଥିଲେ। ୧୧ ତାରିଖ ଭୋର ସମୟରେ ହରପ୍ରିୟା ଘରେ ବେକରେ ଶାଢ଼ି ବାନ୍ଧି ଓହଲି ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଖବର ପାଇ ମୃତ ମହିଳାଙ୍କ ବାପଘର ଓ ସମ୍ପର୍କୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହରପ୍ରିୟାଙ୍କୁ  ସ୍ବାମୀ, ଶ୍ୱଶୁର, ଯାଆ ଓ ଦେଡ଼ଶୁର ମିଶି ହତ୍ୟା କରିଥିବା ନେଇ ତାଙ୍କ ଭାଇ କିଶୋର କୁମାର ମନ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ପ୍ରଫୁଲ୍ଲ ମଲ୍ଲିକ ଓ ଏଏସ୍‌ଆଇ ପୁମା ଦେଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ମାଜିଷ୍ଟ୍ରେଟ ଭାବେ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।  ଉଲ୍ଲେଖଯୋଗ୍ୟ, ୨୦୧୮ରେ ଏହି ଥାନା ଅଧୀନ ଆଗୁରଗୋହିରା ଗ୍ରାମର ରାମଚନ୍ଦ୍ର ମନ୍ତ୍ରୀଙ୍କ ଏକ ମାତ୍ର କନ୍ୟା ହରପ୍ରିୟାଙ୍କ ସହ ବିଜୟଙ୍କ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ତାଙ୍କର ଜଣେ ୪ ବର୍ଷର ଶିଶୁ କନ୍ୟା ଅଛନ୍ତି।

ବହୁରୂପୀ ଏଣ୍ଡୁଅ

COASTAL NEWS - 365

ବହୁରୂପୀ ଏଣ୍ଡୁଅ 



ଭଦ୍ରକ  – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ଷୋଳମପୁର ପଂଚାୟତର ମଣିନାଥପୁରରୁ ଆଜି ଏକ ବିରଳ ବହୁରୂପୀ ଏଣ୍ଡୁଅ ଉଦ୍ଧାର ହୋଇଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଏଣ୍ଡୁଅଟି ଘଡିକି ଘଡି ବଦଳାଉଛି ରଙ୍ଗ । ମାଟିରେ ଚାଲିରେ ମାଟିଆ ରଙ୍ଗ ହୋଇଯାଉଛି ତ, ହଳଦିଆ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖାଯାଉଛି । ସବୁଜ ଘାସରେ ଚାଲିଲାବେଳେ ସବୁଜିଆ ଦେଖାଯାଉଛି ତ ଲାଲ ଶାଢୀ ଉପରେ ଚାଲିଲେ ଲାଲ ରଙ୍ଗ ଧାରଣ କରୁଛି ଏହି ବିରଳ ଏଣ୍ଡୁଅ । ଏଭଳି ଏକ ବିଲୁପ୍ତ ପ୍ରାୟ ବହୁରୂପୀ ଏଣ୍ଡୁଅ ଉଦ୍ଧାର ହେବା ପରେ ତାକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଛି । ଏହି ଗ୍ରାମର ନରେନ୍ଦ୍ର ବେହୁରିଆଙ୍କ ବୈତରଣୀ ନଦୀପଠା ପାଶ୍ୱର୍ରେ ଘର କରିବା ପାଇଁ ରହୁଥିବା ଇଟାଭାଟି ନିକଟରୁ ଉଦ୍ଧାର ହୋଇଛି ଏହି ଏଣ୍ଡୁଅଟି । ସୂଚନା ଆଧାରରେ ଏହି ଗ୍ରାମର ନିରାକାର ବାରିକ ଓ ନିତ୍ୟାନନ୍ଦ ବାରିକ ନାମକ ଦୁଇଜଣ ଯୁବକ ନରେନ୍ଦ୍ରଙ୍କ ଗେଙ୍ଗୁଟି ନଦୀପଠା ବାଡିଆଡେ ଯାଇଥିବାବେଳେ ଇଟାଭାଟି ଉପରେ ରଙ୍ଗ ବଦଳାଉଥିବା ଏହି ଏଣ୍ଡୁଅଟିକୁ ଦେଖି ନରେନ୍ଦ୍ରକୁ ଜଣାଇଥିଲେ । ନରେନ୍ଦ୍ର ଓ ସ୍ଥାନୀୟ ବାସିନ୍ଦା ହେମନ୍ତ ନାୟକ ଓ ସଂଜୟ ବାରିକ ଯାଇ ଏଣ୍ଡୁଅଟିକୁ ଉଦ୍ଧାର କରିବା ସହିତ ଏକ ସୁରକ୍ଷିତ ସ୍ଥାନରେ ରଖିଥିଲେ । ପରବର୍ତ୍ତୀ ସମୟରେ ସମାଜସେବୀ ବିଶ୍ୱମ୍ବର ରାଉତଙ୍କ ସୂଚନା ପାଇ ଧାମନଗର ଫରେଷ୍ଟର କୃଷ୍ଣଚନ୍ଦ୍ର ବାସ୍କେ, ଭଣ୍ଡାରିପୋଖରୀ ସେକ୍ସନ ଫରେଷ୍ଟଗାର୍ଡ ମଧୁସ୍ମିତା ଦାସ, ବନବିଭାଗ ସ୍କ୍ୱାର୍ଡ ଗଧାଧର ଗୋଚ୍ଛାୟତ ଓ ମନୋରଂଜନ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଏହି ରଙ୍ଗ ବଦଳାଉଥିବା ଏକଫୁଟ୍ ଲମ୍ବ ୪୫୦ ଗ୍ରାମ ଓଜନର ବିରଳ ଏଣ୍ଡୁଅଟିକୁ ପରୀକ୍ଷା କରିବା ସହିତ ତାହାର ରଙ୍ଗ ବଦଳା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନରେନ୍ଦ୍ର ବନ ବିଭାଗକୁ ଏହି ଏଣ୍ଡୁଅଟିକୁ ହସ୍ତାନ୍ତର କରିଥିଲେ । ତେବେ ଏହି ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅକୁ ଏକ ସୁରକ୍ଷିତ ସ୍ଥାନରେ ଛଡାଯିବ ବୋଲି ବନପାଳ ଶ୍ରୀ ବାସ୍କେ ଲୋକଙ୍କୁ କହିବା ସହିତ ନରେନ୍ଦ୍ରଙ୍କର ଏଭଳି କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...