AFFILIATE MARKETING

https://binomo.com?a=90810425bb57&t=0

Monday, August 14, 2023

ତରକାରୀ ସ୍ୱାଦିଷ୍ଟ ନ ହେବାରୁ ନିଜ ଜୀବନସାଥୀକୁ ଛଟପଟ କରିବାକୁ ମାରିବାକୁ ପଛାଇଲେ ନାହିଁ ପିଶାଚ ସ୍ୱାମୀ

COASTAL NEWS 373

ତରକାରୀ ସ୍ୱାଦିଷ୍ଟ ନ ହେବାରୁ ନିଜ ଜୀବନସାଥୀକୁ ଛଟପଟ କରିବାକୁ ମାରିବାକୁ ପଛାଇଲେ ନାହିଁ ପିଶାଚ ସ୍ୱାମୀ



ଉତ୍ତରପ୍ରଦେଶ - ଘର ଥିଲେ ଝଡ଼ଝଞ୍ଜା ଆସେ, ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ହୁଏ। ଏହାକୁ ଏଡ଼ାଇ ଆଗକୁ ବଢ଼ିଲେ ହିଁ ପରିବାର ଖୁସିରେ ରହିଥାଏ। ମାତ୍ର ଏକ ସାମାନ୍ୟ କଥାକୁ ନେଇ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନିଆଁ ଲଗାଇ ଜାଳି ଦେଇଥିବା ପରି ଘଟଣା ଉତ୍ତରପ୍ରଦେଶରେ ଘଟିଛି। ତରକାରୀ ସ୍ୱାଦିଷ୍ଟ ନ ହେବାରୁ ନିଜ ଜୀବନସାଥୀକୁ ଛଟପଟ କରିବାକୁ ମାରିବାକୁ ପଛାଇଲେ ନାହିଁ ପିଶାଚ ସ୍ୱାମୀ। ଫଳରେ ନିଜ ହାତରେ ହିଁ ବ୍ୟକ୍ତିଜଣକ ନିଜ ପରିବାରକୁ ଛାରଖାର କରିବାକୁ ପଛାଇଲେ ନାହିଁ । ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର ବାନ୍ଦା ଅଞ୍ଚଳରେ ଘଟିଛି।

ମୃତ୍ୟୁ ପୂର୍ବରୁ ମହିଳାଜଣକ ଛାତି ତଳର କୋହକୁ ବଖାଣି ଆଖି ବୁଜିଛନ୍ତି। ମହିଳାଙ୍କ କହିବାନୁଯାୟୀ, ରବିବାର ସେ ରୋଷେଇ କରିଥିବା ବେଳେ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ମାତ୍ର ତରକାରୀ ଭଲ ହୋଇ ନ ଥିବା କହି ପିଟିବାକୁ ଲାଗିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ତାଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ।

ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚିଥିଲେ। ଏହାପରେ ସେମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କାନପୁର ରେଫର କରିଦେଲେ। ମାତ୍ର ବାଟରେ ହିଁ ମହିଳାଜଣକ ଆଖି ବୁଜିଦେଲେ।

ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ଜଣାଯାଇଛି।

Sunday, August 13, 2023

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା

 COASTAL NEWS 372


ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା



ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ଏଣିକି ସୀମାରେ ପହରା ଦେବ ଅତ୍ୟାଧୁନିକ ଡ୍ରୋନ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ହେରୋନ ମାର୍କ-୨ ଡ୍ରୋନ। ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କ ଗତିବିଧି ଉପରେ ଏହି ଡ୍ରୋନ ନଜର ରଖିବ ବୋଲି ଜଣାପଡ଼ିଛି।

ରାମଲାଲାଙ୍କ ସେବାରେ ନିଯୁକ୍ତ ପୂଜକ ଏବଂ କର୍ମଚାରୀମାନଙ୍କୁ ଏଣିକି ସରକାରୀସ୍ତରୀୟ ସୁବିଧା ଯୋଗାଇଦେବ ଶ୍ରୀରାମ ମନ୍ଦିର ଟ୍ରଷ୍ଟ

 COASTAL NEWS 371

ରାମଲାଲାଙ୍କ ସେବାରେ ନିଯୁକ୍ତ ପୂଜକ ଏବଂ କର୍ମଚାରୀମାନଙ୍କୁ ଏଣିକି ସରକାରୀସ୍ତରୀୟ ସୁବିଧା ଯୋଗାଇଦେବ ଶ୍ରୀରାମ ମନ୍ଦିର ଟ୍ରଷ୍ଟ



ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ପୁରୋହିତମାନଙ୍କ ପାଇଁ ଖୁସି ଖବର। ଏବେ ପୁରୋହିତ ଏବଂ କର୍ମଚାରୀମାନଙ୍କୁ ସରକାରୀସ୍ତରୀୟ ସୁବିଧା ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ଶ୍ରୀରାମ ଜନ୍ମଭୂମିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ରାମଲାଲାଙ୍କ ସେବାରେ ନିଯୁକ୍ତ ପୂଜକ ଏବଂ କର୍ମଚାରୀମାନଙ୍କୁ ଏଣିକି ସରକାରୀସ୍ତରୀୟ ସୁବିଧା ଯୋଗାଇଦେବ ଶ୍ରୀରାମ ମନ୍ଦିର ଟ୍ରଷ୍ଟ।

ସତ୍ୟେନ୍ଦ୍ର ଦାସଙ୍କ କହିବାନୁଯାୟୀ, ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ନିଶ୍ଚିତ କରିଛନ୍ତି ଯେ ଖୁବଶୀଘ୍ର ପୁରୋହିତ ଏବଂ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ, ଏନେଇ ବିଚାର ବିମର୍ଷ ଚାଲିଛି। ଏଣିକି ପୁରୋହିତମାନଙ୍କୁ ରହିବା, ଖାଇବା ଏବଂ ଚିକିତ୍ସା ସୁବିଧା ସହିତ ଆବାସିକ ଭତ୍ତା ମଧ୍ୟ ପ୍ରଦାନ କରାଯିବ ବୋଲି ସତ୍ୟେନ୍ଦ୍ର ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି।

କେବଳ ଏତିକି ନୁହେଁ, ସରକାରୀ ଛୁଟିଦିନରେ ପୁରୋହିତମାନଙ୍କୁ ମଧ୍ୟ ଛୁଟି ଦିଆଯିବ। ବର୍ତ୍ତମାନ ଚାରିଜଣ ପୂଜକଙ୍କ ସମେତ ମୋଟ ଆଠ ଜଣ କର୍ମଚାରୀ ରାମଲାଲାଙ୍କ ସେବାରେ ନିୟୋଜିତ ଅଛନ୍ତି। ପୁରୋହିତମାନଙ୍କ ଦରମା ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି।



ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା

 COASTAL NEWS 370

ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା



ଭୁବନେଶ୍ବର - ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା । ଆଗକୁ ବସିବାକୁ ଯାଉଥିବା ମୌସୁମୀ ଅଧିବେଶନରେ ବିଧାନସଭା ଭଂଗ ପାଇଁ ପ୍ରସ୍ତାବ ଆସିପାରେ । ଆଉ ଯଦି କେନ୍ଦ୍ର ସରକାର ସହମତି ହୁଅନ୍ତି, ଡିସେମ୍ବର ମାସରେ ଆଗୁଆ ନିର୍ବାଚନ ହୋଇପାରେ । ଏଥିପାଇଁ ବର୍ଷ ଶେଷକୁ ହେବାକୁ ଥିବା ୫ରାଜ୍ୟର ନିର୍ବାଚନ ତାରିଖ ସହ ଓଡିଶାର ବି ତାରିଖ ଘୋଷଣା ହୋଇପାରେ । ଅର୍ଥାତ ମଧ୍ୟପ୍ରଦେଶ, ତେଲେଂଗାନା, ଛତିଶଗଡ, ରାଜସ୍ଥାନ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ସହ ଓଡିଶା ବିଧାନସଭା ନିର୍ବାଚନ ହୋଇପାରେ ।

ଏଥିପାଇଁ ଶାସକ ଦଳ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ହେଉଛି । ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳୀୟ ବିଧାୟକ ଓ ନେତାମାନଙ୍କୁ ପାଖାପାଖି ଦୁଇ ମାସ ପୂର୍ବରୁ ଇସାରା ଦିଆଯାଇଛି । ଆଲୋଚନା ହେଉଛି, ନିର୍ବାଚନ ମଣ୍ଡଳୀ ଗୁଡିକରେ ଦଳୀୟ ସଂଗଠନକୁ ସଜାଡିବାକୁ, ବିକାଶ କାମକୁ ତଦାରଖ କରିବାକୁ ଓ ଲୋକଙ୍କ ସହ ଯୋଡି ହେବାକୁ ନେତାଙ୍କୁ କୁହାଯାଇଛି । ଏଥିସହ କେଉଁ ନେତା କିମ୍ବା ବିଧାୟକଙ୍କ ଜିତିବା ସମ୍ଭାବନା ଅଧିକ ରହିଛି, ତାହାର ଆକଳନ କରାଯାଉଛି । ତେବେ କେନ୍ଦ୍ର ସରକାର ରାଜି ହୋଇଗଲେ ରାଜ୍ୟରେ ଆଗୁଆ ଅର୍ଥାତ ଡିସେମ୍ବର ମାସରେ ନିର୍ବାଚନ ହୋଇପାରେ

ଆଇନକୁ ହାତକୁ ନେଲେ ଲୋକେ । ପ୍ରଧାନ ଶିକ୍ଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ

 COASTAL NEWS 369

 ଆଇନକୁ ହାତକୁ ନେଲେ ଲୋକେ । ପ୍ରଧାନ ଶିକ୍ଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ



ବାଲିଗୁଡ଼ା - ଆଇନକୁ ହାତକୁ ନେଲେ ଲୋକେ । ପ୍ରଧାନ ଶିକ୍ଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ।  ବାଲିଗୁଡ଼ା ଥାନା ସୁଡ଼୍ରାର ସେବାଶ୍ରମ ପ୍ରଧାନ ଶିକ୍ଷକ ଶାନ୍ତନୁ ପ୍ରଧାନ । ଚାଉଳ ବିକ୍ରି ଓ ମହିଳାଙ୍କୁ ଅଶ୍ଳିଳ ବ୍ୟବହାର ଅଭିଯୋଗରେ ସ୍ଥାନୀୟ ଲୋକେ ଆଇନକୁ ହାତକୁ ନେଇ ଶିକ୍ଷକଙ୍କୁ ଗୋଡେଇ ଗୋଡେଇ ପିଟିଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ଟାଣି ଆଣି ବିଚ୍ ବଜାରରେ ମାଡ଼ ମାରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଧାନ ଶିକ୍ଷକ ଜଣକ ୭ ବର୍ଷ ଧରି ବିଦ୍ୟାଳୟରେ ରହିଆସୁଥିବା ବେଳେ କିଛି ଦିନ ତଳେ ବାଳିକା ସେବାଶ୍ରମର ମହିଳା ରୋଷେୟାଙ୍କୁ ନେଇ ଆସିଥିଲା କିଛି ଅଭିଯୋଗ । ତା ସହିତ ସେବାଶ୍ରମରୁ ଚାଉଳ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ସବୁ ଘଟଣା ନେଇ ସ୍ଥାନୀୟ ଲୋକେ ବହୁବାର ଅଭିଯୋଗ କରିଥିଲେ । ହେଲେ କୌଣସି ସମାଧାନ ନହେବାରୁ ଆଇନ୍ ହାତକୁ ନେଇଛନ୍ତି ।  ଉତ୍ୟକ୍ତ ଲୋକେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରିଥିଲେ । ରାସ୍ତା ଉପରେ ତାଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ ।  ଘଟଣା ନେଇ ପୁଲିସ ୪ ଜଣକୁ ଅଟକ ରଖିବା ସହିତ ପଚରାଉଚୁରା ଜାରି ରଖିଛି ।

ଜୀବନ ସାଥି,

 COASTAL NEWS 368

ଜୀବନ ସାଥି





ପୁରୀ   : ଜୀବନ ସାଥି, ସାତ ଜନମର ସାଥି । ହାତରେ ହାତ ରଖି ମଥାରେ ସିନ୍ଦୁର ଦେଇ ସବୁ ଦିନ ପାଇଁ କରିଛନ୍ତି ନିଜର । କେମିତି ବା ନିଜର ଅର୍ଦ୍ଧାଙ୍ଗିନୀକୁ ପର କରିଦେଇଥାନ୍ତେ । ସେଥିପାଇଁ ତ ଏ ବୁଢ଼ା କାଳେ ବି ନିଜ ରୋଗୀଣା ସ୍ତ୍ରୀକୁ କାନ୍ଧରେ ବୁହାଇ ମେଡିକାଲ ନେଉଛନ୍ତି ବୃଦ୍ଧ ସ୍ୱାମୀ । ପରିଣତ ବୟସରେ ପାଦ ଥାପିଥିଲେ ମଧ୍ୟ ନିଜ ପ୍ରାଣପ୍ରିୟା ପତ୍ନୀକୁ ହରାଇଦେବାର ଭୟ ଘାରିଥିଲା ତାଙ୍କୁ । ସେଥିପାଇଁ ତ କେହି ସାହାଯ୍ୟ ନ କରିବାକୁ ଆସିଥିଲେ ମଧ୍ୟ ଡାକ୍ତରଙ୍କ ପାଖକୁ ନିଜେ କାନ୍ଧରେ ବୋହି ସ୍ତ୍ରୀକୁ ଆଣିଛନ୍ତି ଚିକିତ୍ସା କରିବାକୁ ।

ଅସୁସ୍ଥ ଥିବା ନିଜ ବୃଦ୍ଧା ପତ୍ନୀଙ୍କୁ ପିଠିରେ ବୋହି ଜଣେ ବୃଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାଳମାଳ ରୋଗୀ ସହାୟକ ଡାକ୍ତରଖାନାରେ ନିଯୁକ୍ତ ହୋଇଥିଲେ ବି କେହି ତାଙ୍କୁ ସହାୟତା କରିନଥିଲେ କିଂବା ଷ୍ଟ୍ରେଚର୍ ଅବା ହ୍ବିଲ୍ ଚେୟାର୍ ଦେଇନଥିଲେ।

ମିଳିଥିବା ସୂଚନା ମୁତାବକ, ଗତକାଲି ମଧ୍ୟପ୍ରଦେଶ ସେହୋରର ଭାଉ ସିଂହ ଯାହାଙ୍କର ବୟସ ୭୦ ବର୍ଷ । ଓ ପତ୍ନୀ କାଲା ବାଇ ଯାହାଙ୍କର ବୟସ ୬୫ ବର୍ଷଙ୍କୁ ଗୋଡ଼ ଯନ୍ତ୍ରଣା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଗାଡ଼ିରେ ପହଞ୍ଚିବା ପରେ ସେ ଆଉଟ୍ଡୋର୍ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନଙ୍କୁ ହ୍ବିଲ୍ ଚେୟାର୍ କିମ୍ବା ଷ୍ଟ୍ରେଚର୍ ଯୋଗାଇ ଦେବାକୁ ନିବେଦନ କରିଥିଲେ। କିନ୍ତୁ ସୁରକ୍ଷା କର୍ମୀମାନେ ସହଯୋଗ କରିନଥିଲେ କି କେହି ରୋଗୀ ସହାୟକ ବି ନଥିଲେ। ନିରାଶ ହେବା ପରେ ଶେଷରେ ନିଜ ପତ୍ନୀଙ୍କୁ ପିଠିରେ ବୋହି ଡାକ୍ତରଖାନା ଆଉଟ୍ ଡୋରକୁ ନେଇଥିଲେ ବୃଦ୍ଧ ଭାଉସିଂହ।

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଯେଉଁ ସମୟରେ ଡ଼ହ ଡ଼ହ ଖରା ହେଉଥିଲା। ସମୟ ଥିଲା ୨.୩୫ ମିନିଟ। ମଧ୍ୟପ୍ରଦେଶରୁ ଆସିଥିବା ଜଣେ ମହିଳା ଭକ୍ତ କାଲା ବାଇ ଓ ତାଙ୍କ ସହ ଥିଲେ ତାଙ୍କ ସ୍ୱାମୀ ଭାଉ ସିଂ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅବହେଳା ଯୋଗୁଁ ସ୍ୱାମୀ ଜଣକ ନିଜ ସ୍ତ୍ରୀ କୁ କାନ୍ଧ ରେ ନେଇ ଓପିଡି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ବୁଲି ଥିଲେ । ନିଜ ସ୍ତ୍ରୀଙ୍କ ଗୋଡ଼ର ଏକ୍ସରେ ପାଇଁ ତାଙ୍କୁ ଏଭଳି ଭାବେ ନାକେଦାମ ହେବାକୁ ପଡ଼ିଥିଲା ।

ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 COASTAL NEWS 367

ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର



କେନ୍ଦୁଝର - ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଯାଜପୁର ରୋଡ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଗାଁର ରାଜେନ୍ଦ୍ର ପରିଡା ଆଜକୁ ତିନି ମାସ ହେବ ବ୍ୟାସନଗର ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲରେ ରହୁଥିଲେ। ପ୍ରତିଦିନ ସେ କାମ କରିବାକୁ ଯାଉଥିଲେ ଓ ସନ୍ଧ୍ୟା ବେଳେ ହୋଟେଲ୍‌କୁ ଫେରିଆସୁଥିଲେ। ଶନିବାର ସନ୍ଧ୍ୟାରେ ରାଜେନ୍ଦ୍ର କାମରୁ ଆସି ହୋଟେଲ ରୁମକୁ ବାହାରିନଥିଲେ। ହେଲେ ଆଜି ରୁମ୍‌ରୁ ନବାହାରିବାରୁ ହୋଟେଲ କର୍ମଚାରୀମାନେ ଡାକିଥିଲେ। ମାତ୍ର ରୁମ୍‌ ଭିତରୁ କୌଣସି ଶବ୍ଦ ଶୁଭିନଥିଲା।

ହୋଟେଲ୍‌ କର୍ମଚାରୀମାନେ ଏନେଇ ଯାଜପୁର ରୋଡ୍‌ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ହୋଟେଲ୍‌ରେ ପହଞ୍ଚି ରୁମ୍‌ ଖୋଲିବାରୁ ରାଜେନ୍ଦ୍ର ପଙ୍ଖାରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗାଦି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି। ଏଥିସହ ଘଟଣାର ତଦନ୍ତ ଚଳାଇଛି। ହେଲେ କେଉଁ କାରଣରୁ ରାଜେନ୍ଦ୍ର ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ।

ବୋହୂ ହତ୍ୟା ମାମଲାରେ ଜେଲ ଗଲେ ସ୍ବାମୀ, ଶ୍ୱଶୁର

 COASTAL NEWS - 366

ବୋହୂ ହତ୍ୟା ମାମଲାରେ ଜେଲ ଗଲେ ସ୍ବାମୀ, ଶ୍ୱଶୁର

 


ରୂପ୍‌ସା ୧୩।୮: ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ  ଅଧୀନ ଜହତା କୂଳ ଗ୍ରାମର ବିଜୟ ନାୟକଙ୍କ ସ୍ତ୍ରୀ ହରପ୍ରିୟା ନାୟକ(୨୨)ଙ୍କୁ ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ସ୍ବାମୀ ବିଜୟ ନାୟକ ଓ ଶ୍ୱଶୁର ଦାମୋଦର ନାୟକଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୮୦/୨୩) ରୁଜୁ କରି ଗିରଫ ସ୍ବାମୀ ଓ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ରାତିରେ ବିଜୟଙ୍କ ଘରେ ସମସ୍ତେ ଖାଇ ସାରି ଶୋଇଥିଲେ। ୧୧ ତାରିଖ ଭୋର ସମୟରେ ହରପ୍ରିୟା ଘରେ ବେକରେ ଶାଢ଼ି ବାନ୍ଧି ଓହଲି ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଖବର ପାଇ ମୃତ ମହିଳାଙ୍କ ବାପଘର ଓ ସମ୍ପର୍କୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହରପ୍ରିୟାଙ୍କୁ  ସ୍ବାମୀ, ଶ୍ୱଶୁର, ଯାଆ ଓ ଦେଡ଼ଶୁର ମିଶି ହତ୍ୟା କରିଥିବା ନେଇ ତାଙ୍କ ଭାଇ କିଶୋର କୁମାର ମନ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ପ୍ରଫୁଲ୍ଲ ମଲ୍ଲିକ ଓ ଏଏସ୍‌ଆଇ ପୁମା ଦେଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ମାଜିଷ୍ଟ୍ରେଟ ଭାବେ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।  ଉଲ୍ଲେଖଯୋଗ୍ୟ, ୨୦୧୮ରେ ଏହି ଥାନା ଅଧୀନ ଆଗୁରଗୋହିରା ଗ୍ରାମର ରାମଚନ୍ଦ୍ର ମନ୍ତ୍ରୀଙ୍କ ଏକ ମାତ୍ର କନ୍ୟା ହରପ୍ରିୟାଙ୍କ ସହ ବିଜୟଙ୍କ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ତାଙ୍କର ଜଣେ ୪ ବର୍ଷର ଶିଶୁ କନ୍ୟା ଅଛନ୍ତି।

ବହୁରୂପୀ ଏଣ୍ଡୁଅ

COASTAL NEWS - 365

ବହୁରୂପୀ ଏଣ୍ଡୁଅ 



ଭଦ୍ରକ  – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ଷୋଳମପୁର ପଂଚାୟତର ମଣିନାଥପୁରରୁ ଆଜି ଏକ ବିରଳ ବହୁରୂପୀ ଏଣ୍ଡୁଅ ଉଦ୍ଧାର ହୋଇଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଏଣ୍ଡୁଅଟି ଘଡିକି ଘଡି ବଦଳାଉଛି ରଙ୍ଗ । ମାଟିରେ ଚାଲିରେ ମାଟିଆ ରଙ୍ଗ ହୋଇଯାଉଛି ତ, ହଳଦିଆ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖାଯାଉଛି । ସବୁଜ ଘାସରେ ଚାଲିଲାବେଳେ ସବୁଜିଆ ଦେଖାଯାଉଛି ତ ଲାଲ ଶାଢୀ ଉପରେ ଚାଲିଲେ ଲାଲ ରଙ୍ଗ ଧାରଣ କରୁଛି ଏହି ବିରଳ ଏଣ୍ଡୁଅ । ଏଭଳି ଏକ ବିଲୁପ୍ତ ପ୍ରାୟ ବହୁରୂପୀ ଏଣ୍ଡୁଅ ଉଦ୍ଧାର ହେବା ପରେ ତାକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଛି । ଏହି ଗ୍ରାମର ନରେନ୍ଦ୍ର ବେହୁରିଆଙ୍କ ବୈତରଣୀ ନଦୀପଠା ପାଶ୍ୱର୍ରେ ଘର କରିବା ପାଇଁ ରହୁଥିବା ଇଟାଭାଟି ନିକଟରୁ ଉଦ୍ଧାର ହୋଇଛି ଏହି ଏଣ୍ଡୁଅଟି । ସୂଚନା ଆଧାରରେ ଏହି ଗ୍ରାମର ନିରାକାର ବାରିକ ଓ ନିତ୍ୟାନନ୍ଦ ବାରିକ ନାମକ ଦୁଇଜଣ ଯୁବକ ନରେନ୍ଦ୍ରଙ୍କ ଗେଙ୍ଗୁଟି ନଦୀପଠା ବାଡିଆଡେ ଯାଇଥିବାବେଳେ ଇଟାଭାଟି ଉପରେ ରଙ୍ଗ ବଦଳାଉଥିବା ଏହି ଏଣ୍ଡୁଅଟିକୁ ଦେଖି ନରେନ୍ଦ୍ରକୁ ଜଣାଇଥିଲେ । ନରେନ୍ଦ୍ର ଓ ସ୍ଥାନୀୟ ବାସିନ୍ଦା ହେମନ୍ତ ନାୟକ ଓ ସଂଜୟ ବାରିକ ଯାଇ ଏଣ୍ଡୁଅଟିକୁ ଉଦ୍ଧାର କରିବା ସହିତ ଏକ ସୁରକ୍ଷିତ ସ୍ଥାନରେ ରଖିଥିଲେ । ପରବର୍ତ୍ତୀ ସମୟରେ ସମାଜସେବୀ ବିଶ୍ୱମ୍ବର ରାଉତଙ୍କ ସୂଚନା ପାଇ ଧାମନଗର ଫରେଷ୍ଟର କୃଷ୍ଣଚନ୍ଦ୍ର ବାସ୍କେ, ଭଣ୍ଡାରିପୋଖରୀ ସେକ୍ସନ ଫରେଷ୍ଟଗାର୍ଡ ମଧୁସ୍ମିତା ଦାସ, ବନବିଭାଗ ସ୍କ୍ୱାର୍ଡ ଗଧାଧର ଗୋଚ୍ଛାୟତ ଓ ମନୋରଂଜନ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଏହି ରଙ୍ଗ ବଦଳାଉଥିବା ଏକଫୁଟ୍ ଲମ୍ବ ୪୫୦ ଗ୍ରାମ ଓଜନର ବିରଳ ଏଣ୍ଡୁଅଟିକୁ ପରୀକ୍ଷା କରିବା ସହିତ ତାହାର ରଙ୍ଗ ବଦଳା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନରେନ୍ଦ୍ର ବନ ବିଭାଗକୁ ଏହି ଏଣ୍ଡୁଅଟିକୁ ହସ୍ତାନ୍ତର କରିଥିଲେ । ତେବେ ଏହି ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅକୁ ଏକ ସୁରକ୍ଷିତ ସ୍ଥାନରେ ଛଡାଯିବ ବୋଲି ବନପାଳ ଶ୍ରୀ ବାସ୍କେ ଲୋକଙ୍କୁ କହିବା ସହିତ ନରେନ୍ଦ୍ରଙ୍କର ଏଭଳି କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି ।

ଜାପାନର ଜଣେ ବ୍ୟକ୍ତି ଯିଏ କି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ରୂପ ନେଇଥିଲେ

ଜାପାନର ଜଣେ ବ୍ୟକ୍ତି ଯିଏ କି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ରୂପ ନେଇଥିଲେ



ଜାପାନ -ଜାପାନର ଜଣେ ବ୍ୟକ୍ତି ଯିଏ କି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ରୂପ ନେଇଥିଲେ। ଏହା ପରେ ଲୋକମାନେ ଭାବୁଥିବେ ସେ ବୋଧେ କୁକୁର ପରି ଜୀବନ ଜିଉଁଛନ୍ତି। ମାତ୍ର ନା। ସେ କୁକୁର ପରି ବଞ୍ଚିବାକୁ ଆଦୌ ଚାହାନ୍ତି ନାହିଁ।

ଜୁଲାଇ ୨୧ରେ ଟୋକିଓ ରାସ୍ତାରେ ବୁଲୁଥିବା କଲି ସୁଟ୍‌ରେ ଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜାପାନୀ ବ୍ୟକ୍ତି ଜଣକ ପଶୁମାନଙ୍କୁ ଭଲ ପାଉଥିବାରୁ ସେ କୁକୁର ପରି କାର୍ଯ୍ୟ କରିବା ପାଇଁ ଏକ ଲୋମ ଥିବା ଡ୍ରେସ୍‌ରେ ପ୍ରାୟ ୧୪ ହଜର ଡଲାର ଖର୍ଚ୍ଚ କରିଥିଲେ। ସୋସିଆଲ ମିଡିଆ ୟୁଜରମାନେ ଭାବନ୍ତି ଯେ, ସେ କୁକୁର ପରି ବଞ୍ଚିବାକୁ ସକ୍ଷମ ହେବା ପାଇଁ ଏହା କରିଛନ୍ତି, କିନ୍ତୁ ସେ କହିଛନ୍ତି, ପଶୁ ପ୍ରତି ତାଙ୍କର ଭଲପାଇବା ରହିଥିବାରୁ ସେ ଏପରି କରିଛନ୍ତି।

ତାଙ୍କ ବିରୋଧରେ କରାଯାଇଥିବା ଅନ୍ୟ ଦାବି ପରି ଟୋକୋ ମଧ୍ୟ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ବ୍ୟକ୍ତି ଜଣକ ତାଙ୍କର ପ୍ରକୃତ ନାମ ଶେୟାର କରିବାକୁ ମନା କରୁଥିବା ବେଳେ ତାଙ୍କୁ ଟୋକୋ ଭାବରେ ସ୍ବୀକୃତି ଦିଆଯାଇଛି। ତାଙ୍କର ଆଇ ଓ୍ବାଣ୍ଟ ଟୁ ବି ଆନ୍‌ ଆନିମଲ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଯେଉଁଠାରେ ସେ ତାଙ୍କ କୁକୁର ବେଶରେ ସହରରେ ବୁଲୁଥିବା ଭିଡିଓ ପୋଷ୍ଟ କରନ୍ତି। ତାଙ୍କର ଭିଡିଓ ବର୍ତ୍ତମାନ ସୁଦ୍ଧା ୬.୮ ମିଲିୟନ ଭ୍ୟୁ ପାଇଛି।

୨୪ ଘଣ୍ଟାରେ ଆଇସିୟୁରେ ୧୭ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଘନେଇଲା ସଙ୍କଟ

 COASTAL NEWS - 364

୨୪ ଘଣ୍ଟାରେ ଆଇସିୟୁରେ ୧୭ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଘନେଇଲା ସଙ୍କଟ 



 

ଥାଣେ,୧୩।୮ : ମୁମ୍ବାଇର ଥାଣେର କଲୱାସ୍ଥିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ ହସପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ଆଇସିୟୁରେ ୧୭ ରୋଗୀଙ୍କ ମୃତ୍ୟୁ ପରେ ଆତଙ୍କ ସୃଷ୍ଟି ହୋଇଛି। ଏହାପୂର୍ବରୁ ଅଗଷ୍ଟ ୧୦ ରେ ଗୋଟିଏ ଦିନରେ ପ୍ରାୟ ୫ ରୋଗୀଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଡାକ୍ତରଖାନାକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଥିଲା। ମାତ୍ର ୩ ଦିନ ପରେ ପୁଣି ଥରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଯାଇଛି ମୃତ୍ୟୁ ଘଟିଥିବା ଅଧିକାଂଶ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତଥାପି, ପ୍ରକୃତ ସଂଖ୍ୟା ସୂଚନା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଅଧିକାରୀମାନେ କହିଛନ୍ତି ସେମାନେ ମୃତ୍ୟୁର ପ୍ରକୃତ କାରଣ ଖୋଜିବାରେ ନିୟୋଜିତ ଅଛନ୍ତି। ଏପର୍ଯ୍ୟନ୍ତ ଏହା ଜାଣିବାକୁ ମିଳିଛି ମୃତମାନଙ୍କ ମଧ୍ୟରୁ ଅଧିକାଂଶ ବୃଦ୍ଧ ଏବଂ ସେମାନଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।

ଜଳୁଛି ଆମେରିକାର ହାୱାଇ ଦ୍ୱୀପ।

 COASTAL NEWS - 362

ଜଳୁଛି ଆମେରିକାର ହାୱାଇ ଦ୍ୱୀପ।



ଆମେରିକା - ଜଳୁଛି ଆମେରିକାର ହାୱାଇ ଦ୍ୱୀପ। ଏହି ଦ୍ୱୀପରେ ଥିବା ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଧୂଆଁମୟ ହୋଇଯାଇଛି ପୂରା ସହର। ଯେଉଁଠି ଦେଖିବେ ଖାଲି ନିଆଁ ହିଁ ନିଆଁ। ବର୍ତ୍ତମାନ ସୁଦ୍ଧା 89 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇ ସାରିଲେଣି। କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ଭଷ୍ମ ହୋଇଯାଇଛି।

ସୂଚନା ଅନୁସାରେ, ଦୁଇ ଦିନ ତଳେ ଆମେରିକାର ହାୱାଇ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ପବନର ବେଗ ଅଧିକ ଥିବାରୁ ଧୀରେ ଧୀରେ ନିଆଁ ଜଙ୍ଗଲରୁ ଜନବସତିକୁ ବ୍ୟାପି ଯାଇଛି। ଫଳରେ ହାୱାଇ ଦ୍ୱୀପର ଥିବା ହଜାର ହଜାର ବଡ଼ ବଡ଼ ବିଲ୍ଡିଂ ଜଳି ଧ୍ୱଂସସ୍ତୂପରେ ପରିଣତ ହୋଇ ଯାଉଛି। ଏହି ଭୟଙ୍କର ନିଆଁ ଯୋଗୁ ଆମେରିକାର ଲାହୌନା ସହର ଏକ ପ୍ରକାର ନିଶ୍ଚିହ୍ନ ହେବାକୁ ବସିଛି। ସହରର ସବୁ ଅଞ୍ଚଳରେ ପାଉଁଶର ପାହାଡ ଦେଖିବାକୁ ମିଳୁଛି। 

ହାୱାଇ ପ୍ରଦେଶର ଗଭର୍ନର କହିଛନ୍ତି ଯେ, ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲାହୌନା ସହର ଏବେ ଏକ ସାଂଘାତିକ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରୁଛି। ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବାକୁ ବର୍ଷ ବର୍ଷ ସମୟ ସହ କୋଟି କୋଟି ଟଙ୍କା ଲାଗିଯିବ। ଗତ ତିନି ଦିନ ହେବ ଦ୍ୱୀପରେ ପ୍ରଖର ଅଗ୍ନିକାଣ୍ଡ ଘଟିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଣ୍ଠିରୁ ପ୍ରଭାବିତ ଅଞ୍ଚଳକୁ ଅନୁଦାନ ଦିଆଯାଇଥିବା ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ପାଇଛି। 

ଏବେବି ଥମି ନାହିଁ କୋଭିଡ଼ ଭୟ

 COASTAL NEWS - 361

ଏବେବି ଥମି ନାହିଁ କୋଭିଡ଼ ଭୟ



ବ୍ରିଟେନ୍ - ଭିଡ ଭୟ ଏବେ ବି ଜାରି ରହିଛି । ଏହାର ମାମଲା କମ ଆସୁଥିଲେ ମଧ୍ୟ ଏଥିରେ ପିଡ଼ିତ ବ୍ୟକ୍ତିଙ୍କର କିଛି ନା କିଛି ସମସ୍ୟା ଦେଖାଯାଉଛି । ତେବେ ଏଭଳି ଏକ ଅସାମାନ୍ୟ ଘଟଣା ଜଣେ କୋଭିଡ ପିଡ଼ିତ ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳିଛି । ୧୦ ମିନିଟ ଛିଡା ହେବା ପରେ ଜଣେ କୋଭିଡ ପୀଡିତ ବ୍ୟକ୍ତିଙ୍କ ଗୋଡ଼ ନୀଳ ରଙ୍ଗ ପଡ଼ିଯାଇଥିବା ଭଳି ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି । ‘ଦ ଲାନସେଟ୍’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏହି ବିଷୟରେ କୁହାଯାଇଛି । ଏହି ଅଧ୍ୟୟନରେ ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବିଷୟରେ ଲେଖାଯାଇଛି । ଏହି ବ୍ୟକ୍ତିଙ୍କ ନିକଟରେ ‘ଆକ୍ରୋସାୟନୋସିସ୍’ ନାମକ ଏକ ରୋଗ ବିକଶିତ ହୋଇଛି, ଯେଉଁଥିରେ ଗୋଡ଼ର ଶିରାରେ ରକ୍ତ ଜମାଟ ବାନ୍ଧିଯାଏ ।

ବ୍ରିଟେନର ଲିଡ୍ସ ବିଶ୍ୱବିଦ୍ୟାଳୟର ଅଧ୍ୟୟନରୁ ଜଣାପଡିଛି ଯେ, ଠିଆ ହେବାର ଗୋଟିଏ ମିନିଟ ପରେ ତାଙ୍କ ଗୋଡ଼ ଲାଲ ହେବାକୁ ଲାଗିଥିଲା ଏବଂ ସମୟ ସହିତ ନୀଳ ହେବାକୁ ଲାଗିଥିଲା, ପରେ ଶିରା ଅଧିକ ଦେଖା ଯାଇଥିଲା । ଦଶ ମିନିଟ ଠିଆ ହେବା ପରେ ରଙ୍ଗ ଅଧିକ ସ୍ପଷ୍ଟ ହୋଇଥିଲା । ରୋଗୀ ତାଙ୍କ ଗୋଡରେ କୁଣ୍ଡେଇ ହେବା, ଭାରି ଲାଗିବା ଭଳି ସମସ୍ୟା ଅନୁଭବ କରିଥିବା ଅଭିଯୋଗ କରିଥିଲେ । ତେବେ, ଦୁଇ ମିନିଟ ବସିବା ପରେ ତାଙ୍କ ଗୋଡ଼ର ରଙ୍ଗ ପୂର୍ବ ପରି ହୋଇଥିଲା ।

ଅନୁସନ୍ଧାନକାରୀମାନେ ଅଧ୍ୟୟନରେ କହିଛନ୍ତି ଯେ ରୋଗୀଙ୍କର କୋଭିଡ –୧୯ ସଂକ୍ରମଣ ପରେ ଗୋଡ଼ରେ ଏପରି ରଙ୍ଗ ପରିବର୍ତ୍ତନ ହେବା ଆରମ୍ଭ କରିଥିଲା । ଅଧ୍ୟୟନର ଲେଖକ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ମେଡିସିନର ଆସୋସିଏଟ କ୍ଲିନିକାଲ ପ୍ରଫେସର ମନୋଜ ସିଭାନ କହିଛନ୍ତି ଯେ, ଏହା ଜଣେ ରୋଗୀଙ୍କ ନିକଟରେ’ଆକ୍ରୋସାୟନୋସିସ୍’ର ଗୋଟିଏ ମାମଲା ଥିଲା । ସେ COVID-19 ସଂକ୍ରମଣ ପୂର୍ବରୁ ଏହା ଅନୁଭବ କରିନଥିଲେ ।

ରୋଗୀଙ୍କୁ ‘ପୋଷ୍ଟୁରାଲ୍ ଅର୍ଥୋଷ୍ଟାଟିକ୍ ଟାଚିକାର୍ଡିଆ ସିଣ୍ଡ୍ରୋମ୍’ (POTS) ରୋଗରେ ଚିହ୍ନଟ କରାଯାଇଥିଲା । ଏହି ରୋଗରେ ବ୍ୟକ୍ତି ଛିଡା ହେଲେ ହୃଦସ୍ପନ୍ଦନରେ ଅସ୍ୱାଭାବିକ ବୃଦ୍ଧି ଘଟିଥାଏ ।

୫ଟି ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କ ନିଯୁକ୍ତି ସମେତ ମୋଟ ୧୦ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

୫ଟି ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କ ନିଯୁକ୍ତି ସମେତ ମୋଟ ୧୦ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି



ଭୁବନେଶ୍ବର - ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ୫ଟି ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କ ନିଯୁକ୍ତି ସମେତ ମୋଟ ୧୦ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ବରଗଡ଼,ମୟୂରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ନୂଆ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ଅଫିସର ଅଗସ୍ତି ପ୍ରଧାନଙ୍କୁ ଦକ୍ଷିଣାଂଚଳ ଆରଡିସି କାର୍ଯ୍ୟାଳୟରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ସେହିପରି ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା(କ)ଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବରଙ୍କୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। 

ରାସଗୋବିନ୍ଦପୁର ବିଡିଓ ଲଲାଟେନ୍ଦୁ ସିଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ, ଫିରିଙ୍ଗିଆ ବିଡିଓ ରଶ୍ମୀରଞ୍ଜନ ମହାନ୍ତଙ୍କୁ ରେଢ଼ାଖୋଲ ଉପଜିଲ୍ଲାପାଳ, କେନ୍ଦୁଝର ସାହାଡ଼ାପଡ଼ା ବିଡିଓ ବିଜୟ କୁମାର ନାୟକଙ୍କୁ ପାନପୋଷ ଉପଜିଲ୍ଲାପାଳ, ଗଞ୍ଜାମ କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ରାୟଗଡ଼ା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। 

ପଥର ଖାଦାନରେ ଗଡିଲା ମୁଣ୍ଡ

 ପଥର ଖାଦାନରେ ଗଡିଲା ମୁଣ୍ଡ 



ଯାଜପୁର/୧୩ା୮-ଯାଜପୁର ଜିଲା ଧର୍ମଶାଳା ବ୍ଲକ ଡାଳିଯୋଡ଼ା ବନାଞ୍ଚଳ ଅଧୀନ ମୌଳାଭଞ୍ଜା ବାଘୁଆ-୨ ନମ୍ବର ଜଙ୍ଗଲ କିସମ ଜମିରେ ଥିବା ବେଆଇନ ପଥର ଖାଦାନରେ ପୁଣି ଜଣେ ଶ୍ରମିକଙ୍କ ମୁଣ୍ଡ ଗଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ସନାତନ ଦଳେଇ(୫୫)। ଜଙ୍ଗଲ ଜମି ଏବଂ ବେଆଇନ ଖାଦାନରେ ଏଭଳି ଘଟଣା ଘଟିଥିବାରୁ ଘଟଣାକୁ ଚପେଇ ଦେବା ପାଇଁ ବିଭିନ୍ନ ଆଳ କରାଯାଉଛି। ସୂଚନା ମୁତାବକ ସନାତନ ତାଙ୍କର ଜଣେ ସମ୍ପର୍କୀୟଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ ଖାଦାନରେ ଶ୍ରମିକ ଭାବେ କାମ କରନ୍ତି। ପ୍ରତିଦିନ ଭଳି ଶନିବାର ସକାଳୁ ସେ କାମ କରିବାକୁ ଖାଦାନକୁ ଯାଇଥିଲେ। କାମ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ୧୧ ଟା ୪୫ ମିନିଟ ସମୟରେ ସନାତନ କୌଣସି କାରଣରୁ ପାହାଡ଼ ଉପରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଜେନାପୁର ଥାନାରେ ତାଙ୍କ ସ୍ତ୍ରୀ ଜେମା ଦଳେଇଙ୍କ ଅଭିଯୋଗ ଅନୁସାରେ ସନାତନ ଛେଳି ଚରାଇବାକୁ ପାହାଡ଼କୁ ଯାଇଥିଲେ। କୌଣସି କାରଣରୁ ସେ ପାହାଡ଼ରୁ ଗଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ସନାତନଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜେନାପୁର ଥାନାରେ ୨୦/୨୦୨୩ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ଯାଜପୁରରୋଡ୍‌ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ଜେନାପୁର ଥାନା ଏସଆଇ ସୌମ୍ୟରଞ୍ଜନ ଭୋଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏସ୍‌ଡିପିଓ ସଞ୍ଜୟ କୁମାର କହିଛନ୍ତି, ତାଙ୍କ ସ୍ତ୍ରୀଙ୍କ ଲିଖିତ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି। ଏହାବାଦ୍‌ ତଦନ୍ତ ଚାଲିଛି ଏବଂ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ଏହି ପାହାଡ଼ ଜଙ୍ଗଲ କିସମ ହୋଇଥିବା ବେଳେ ଏଠାରେ ବନ ବିଭାଗ ପକ୍ଷରୁ ପ୍ରାୟ ୧ ବର୍ଷ ହେବ ୧୪୪ ଧାରା ଲାଗୁ କରାଯାଇଥିଲା। ହେଲେ ତାହା ଲୋକ ଦେଖାଣିଆ ହୋଇଥିବାରୁ ଜଙ୍ଗଲ ବିଭାଗ କର୍ମଚାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ କଳାପଥର ଖାଦାନ ଚାଲିଥିଲା ବୋଲି ଆଲୋଚନା ହେଉଛି।

ଜଙ୍ଗଲ ଜମି ଏବଂ ବେଆଇନ ଖାଦାନଗୁଡ଼ିକରେ ଗତ ୧୦ ବର୍ଷରେ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯେଉଁ ଘଟଣା ଲୋକଲୋଚନକୁ ଆସୁଛି ତାହାର କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ଅନେକ ଘଟଣାକୁ ଚାପି ଦିଆଯାଉଛି। ଧର୍ମଶାଳା ବ୍ଲକ ତଥା ଜେନାପୁର ଥାନା ଅଞ୍ଚଳରେ ଥିବା ଛୋଟବଡ଼ ପ୍ରାୟ ୩୦୦ ବେଆଇନ ପଥର ଖାଦାନରେ ନିୟମିତ ଭାବେ ଦୁର୍ଘଟଣା ଘଟି ନିରୀହ ଶ୍ରମିକମଙ୍କ ଜୀବନ ଯାଉଛି। ପ୍ରଶାସନିକ ଅଧିକାରୀ ବେଆଇନ ଖାଦାନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟି ପ୍ରଭାବଶାଳୀ ଲୋକଙ୍କ ବେଆଇନ କାର୍ଯ୍ୟ ପ୍ରତି ଆଖି ବନ୍ଦ କରି ସେଥିରେ ସହଯୋଗୀ ପାଲଟୁଛନ୍ତି। ବଳଙ୍ଗ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଧର୍ମଶାଳା ତହସିଲଦାର ଯାଜପୁର ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ଦେଇଥିବା ରିପୋର୍ଟରେ ବିଛାଖଣ୍ଡି, ଅଞ୍ଜିରା ଓ କୁସୁନପୁର ଜଙ୍ଗଲ କିସମ ମୌଜାର ୪୫୬.୩୪ ଏକର ଜମି କଳାପଥର ବ୍ୟବସାୟୀଙ୍କ କବଜାରେ ରହିଛି ା ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଜଙ୍ଗଲ ବିଭାଗର କଟକ ଡିଭିଜନ ଡିଏଫ୍‌ଓଙ୍କୁ ଅନେକ ଥର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଏଭଳି ବେଆଇନ ଖାଦାନ ଚାଲିଥିବାରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ହାତ ଲଗାଇ ପାରୁନାହାନ୍ତି ବୋଲି ମତପ୍ରକାଶ ପାଇଛି।

Saturday, August 12, 2023

ତଦନ୍ତରେ ଉତ୍କର୍ଷତା ପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ଘୋଷଣା

 COASTAL NEWS - 358 

ତଦନ୍ତରେ ଉତ୍କର୍ଷତା ପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ଘୋଷଣା



ନୂଆଦିଲ୍ଲୀ - ତଦନ୍ତରେ ଉତ୍କର୍ଷତା ପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ଘୋଷଣା ହୋଇଛି। ଚଳିତ ବର୍ଷ ଏହି ମେଡାଲ ପାଇବା ପାଇଁ ସାରା ଦେଶରୁ ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି। ସେହିପରି ଏହି ୧୪୦ ପୁଲିସ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଅଛନ୍ତି।

ଓଡ଼ିଶାରୁ ଯେଉଁ ପୁଲିସ ଅଧିକାରୀମାନେ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ପାଇବେ, ସେମାନେ ହେଉଛନ୍ତି- ଡିଏସ୍‌ପି ପ୍ରଭାତ କୁମାର ବିଶ୍ୱାଳ, ଡିଏସ୍‌ପି ମାନସ ରଞ୍ଜନ ପ୍ରଧାନ, ଇନ୍ସପେକ୍ଟର ପ୍ରଶାନ୍ତ ସାହୁ ଓ ଦୁର୍ଗେଶ ନନ୍ଦିନୀ ମହାନ୍ତି।

ପ୍ରଭାତ କୁମାର ବିଶ୍ୱାଳ ଏବେ ସୁନ୍ଦରଗଡ଼ରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ମାନସ ରଞ୍ଜନ ପ୍ରଧାନ ମଧ୍ୟ ସୁନ୍ଦରଗଡ଼ରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି କଟକରେ କାର୍ଯ୍ୟ କରନ୍ତି।

ଚଳିତ ବର୍ଷ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ପାଇଁ ସିବିଆଇରୁ ୧୫ ଜଣ ଅଧିକାରୀ ମନୋନୀତ ହୋଇଥିବା ବେଳେ ଏନ୍‌ଆଇଏରୁ ୧୨ ଜଣ ଅଧିକାରୀ ମନୋନୀତ ହୋଇଛନ୍ତି। ସେହିପରି ଉତ୍ତର ପ୍ରଦେଶରୁ ୧୦ ଜଣ ମନୋନୀତ ହୋଇଥିବା ବେଳେ କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ, ତାମିଲନାଡୁରୁ ୮, ମଧ୍ୟ ପ୍ରଦେଶରୁ ୭ ଓ ଗୁଜରାଟରୁ ୬ ଜଣ ମନୋନୀତ ହୋଇଛନ୍ତି।

ଏହି ପଦକ ୨୦୧୮ ମସିହାରୁ ଦିଆଯାଉଛି। ପ୍ରତିବର୍ଷ ଅଗଷ୍ଟ ମାସ ୧୨ ତାରିଖରେ ଏହି ପଦକ ପାଇବା ପାଇଁ ମନୋନୀତ ହୋଇଥିବା ପୁଲିସ ଅଧିକାରୀଙ୍କ ନାମ ଘୋଷଣା କରାଯାଏ।  

କେନ୍ଦ୍ରାପଡା ଗରଦପୁରୁ ବ୍ଲକ କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତରେ ୨୦ ଛାତ୍ର ଛାତ୍ରୀ ଗୁରୁତର

 COASTAL NEWS - 57

କେନ୍ଦ୍ରାପଡା ଗରଦପୁରୁ ବ୍ଲକ କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତରେ ୨୦ ଛାତ୍ର ଛାତ୍ରୀ ଗୁରୁତର




ମର୍ଶାଘାଇ : କେନ୍ଦ୍ରାପଡା ଗରଦପୁରୁ ବ୍ଲକ କୁଦାନଗରି ଆଦର୍ଶ ବିଦ୍ୟାଳୟରେ ବଜ୍ରପାତରେ ୨୦ ଛାତ୍ର ଛାତ୍ରୀ ଗୁରୁତର।ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଦୁଇ ଗୁରୁତର ପିଲାଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତରିତ କରାଯାଇଛି ।  ଛାତ୍ରଛାତ୍ରୀମାନେ କ୍ଲାସରେ ଖେଳୁଥିବା ଏବଂ ବସିଥିବା ସମୟରେ ବଜ୍ରପାତରେ ସ୍କୁଲ ଘରର ଫ୍ୟାନ ଫାଟି ପିଲାଙ୍କ ଉପରେ ପଡିବାରୁ ଗୁରୁତର ହୋଇ ବେହୋସ ହୋଇପଡିଲେ ସମସ୍ତ ଛାତ୍ରଛାତ୍ରୀ।

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର

 COASTAL NEWS - 356

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର



ନୂଆଦିଲ୍ଲୀ - --ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । ଏବେ ଆପଣ ଗୋଟିଏ ଫୋନ୍‌ରେ ଏକାଧିକ ହ୍ୱାଟ୍ସଆପ୍ ଚଲାଇ ପାରିବେ । ଏଥିପାଇଁ ଲୋକମାନଙ୍କୁ ଆଉ ଏକାଧିକ୍ ଆପ୍‌ର ଆବଶ୍ୟକ ପଡ଼ିବ ନାହିଁ । ବେଟାରେ(ଗୁଗୁଲ୍ ପ୍ଲେ ଷ୍ଟୋର୍) ଉପଲବ୍ଧ ଏହି ନୁଆ ଭର୍ସନ ୨.୨୩.୧୭.୮ ୟୁଜର ମାନଙ୍କୁ ଗୋଟିଏ ହ୍ୱାଟ୍ସଆପ୍ ଆପ୍‌ରେ ଏକାଧିକ ଆକାଉଣ୍ଟ ଚଲାଇବାକୁ ଅନୁମତି ଦେବ ।

ଏହି ଫିଚର ପୁର୍ବରୁ ବିକଶିତ କରାଯାଉଥିବା ବେଳେ ଏବେ ଏହା ଉପଲବ୍ଧ ହୋଇଛି । ଲୋକମାନେ ହ୍ୱାଟ୍ସଆପ୍ ଅପଡେଟ୍ କରି ଏହି ନୂଆ ଫିଚର ପାଇପାରିବେ । ଏଥିପାଇଁ ୟୁଜରମାନେ ହ୍ୱାଇଟ୍ସଆପ୍‌ରେ ପ୍ରଥମେ ସେଟିଂ ଅପ୍ସନରେ କ୍ଲିକ୍ କରନ୍ତୁ । ଏହାପରେ ଡାହାଣ ପାଶ୍ୱର୍ରେ ଥିବା କ୍ୟୁଆର୍ କୋଡ୍ ପାଖରେ ଥିବା ତୀର ଚିହ୍ନରେ କ୍ଲିକ୍ କରି ନୂଆ ଆକାଉଣ୍ଟ ଖୋଲିପାରିବେ ଏବଂ ଆଉ ଏକ ଆକାଉଣ୍ଟକୁ ସ୍ୱିଚ୍ କରିପାରିବେ । ସମସ୍ତ ଆକାଉଣ୍ଟର ନିଜସ୍ୱ ଚାଟ୍‌, ନୋଟିଫିକେସ୍ ଏବଂ ସେଟିଂ ଗୋଟିଏ ଫୋନ୍‌ରେ ରହିବ । ଯେଉଁ ପର୍ଯ୍ୟନ୍ତ ୟୁଜର ସେହି ଆକାଉଣ୍ଟକୁ ଲଗ୍ ଆଉଟ୍ କରି ନାହାନ୍ତି ।

ଚଳିତ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୪ଟି ବିଲ୍‌ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି

 COASTAL NEWS - 355

ଚଳିତ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୪ଟି ବିଲ୍‌ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି



ନୂଆଦିଲ୍ଲୀ - ଚଳିତ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୪ଟି ବିଲ୍‌ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଏହାର ଅର୍ଥ ଏହି ବିଲ୍‌ଗୁଡ଼ିକ ଆଇନରେ ପରିଣତ ହୋଇଛି।

ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍‌, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ(ସଂଶୋଧନ) ବିଲ୍‌, ଜନ ବିଶ୍ୱାସ(ସଂଶୋଧନ) ବିଲ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌ ମୌସୁମୀ ଅଧିବେଶନ ବେଳେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା।

ତେବେ ଆଇନରେ ପରିଣତ ହୋଇଥିବା ୪ଟି ବିଲ୍‌ ମଧ୍ୟରୁ ୨ଟିକୁ ବିରୋଧୀ କଡ଼ା ବିରୋଧ କରିଥିଲେ। ଉକ୍ତ ଦୁଇ ବିଲ୍‌ ଆଇନରେ ପରିଣତ ହୋଇଥିଲେ ହେଁ ବିବାଦ ଶେଷ ହୋଇନାହିଁ।

ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌ ଦ୍ୱାରା କେନ୍ଦ୍ର ସରକାର ଦିଲ୍ଲୀର ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବାକୁ ଯୋଜନା କରିଛନ୍ତି। ସୁପ୍ରିମକୋର୍ଟ ପ୍ରଥମେ ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଅଧିକାର ରାଜ୍ୟ ସରକାରଙ୍କ ବୋଲି କହିଥିଲେ। ଏହାକୁ ମାତ ଦେବା ପାଇଁ କେନ୍ଦ୍ର ସରକାର ପ୍ରଥମେ ଅଧ୍ୟାଦେଶ ଆଣିଥିଲେ।

ଏହାପରେ ମୌସୁମୀ ଅଧିବେଶନରେ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌କୁ ପାସ କରାଯାଇଛି। ବିରୋଧୀ ମେଣ୍ଟ ଏହାକୁ ବିରୋଧ କରିଥିବା ବେଳେ ପ୍ରଥମେ ଏହି ବିଲ୍‌ ବେଶ ସହଜରେ ଲୋକସଭାରେ ପାରିତ ହୋଇଥିଲା। ରାଜ୍ୟସଭାରେ ବିଜେପି ପାଖରେ ବିଲ୍‌ ପାସ କରାଇବାକୁ ସଂଖ୍ୟା ନଥିଲା। ହେଲେ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ଭଳି ଦଳ ବିଲ୍‌କୁ ସମର୍ଥନ କରିବାରୁ ବିରୋଧୀ ରାଜ୍ୟସଭାରେ ମଧ୍ୟ ଫେଲ ମାରିଥିଲେ।

ସରକାର ଏହାକୁ ଦିଲ୍ଲୀ ସରକାର କରୁଥିବା ଦୁର୍ନୀତିକୁ ରୋକିବା ପାଇଁ ଅଣାଯାଇଥିବା ଯୁକ୍ତି ରଖିଛନ୍ତି। ହେଲେ ଗଣତାନ୍ତ୍ରିକ ପରମ୍ପରା ଓ ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶକୁ ମାତ ଦେବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍‌କୁ ପାରିତ କରିଥିବା କହିଛନ୍ତି।

ଆଉ ଗୋଟିଏ ବିଲ ଯାହା ଏବେ ଆଇନରେ ପରିଣତ ହୋଇଛି, ସେଇଟା ହେଲେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍‌। ମଣିପୁର ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବା ପାଇଁ ନାରାବାଜୀ କରୁଥିବା ବେଳେ ଭୟସ ଭୋଟ ବା ବାଚନିକ ଭୋଟରେ ଏହି ବିଲ୍‌ ପାରିତ ହୋଇଥିଲା। ବିରୋଧୀ ବିଲ୍‌ରେ କିଛି ସଂଶୋଧନ କରିବାକୁ ଦାବି କରିଥିଲେ ମଧ୍ୟ ଏହା ମଧ୍ୟ ଫେଲ ମାରିଥିଲା।

ଅନଲାଇନ ପ୍ଲାଟଫର୍ମରେ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ସରକାର ଏହି ବିଲ୍‌ ଆଣିଥିବା କହିଛନ୍ତି। ତଥ୍ୟ ସାର୍ବଜନୀନ ହେଲେ ଦୋଷୀକୁ ୨୫୦ କୋଟି ଯାଏ ଜୋରିମାନା ଦେବାର ବ୍ୟବସ୍ଥା ଏଥିରେ ରହିଛି। ବିରୋଧୀଙ୍କ କହିବା କଥା ଏପରି ଆଇନ ଦ୍ୱାରା ସରକାର ଦେଶକୁ ଗୋଟିଏ ସର୍ଭେଲାନ୍ସ ଷ୍ଟେଟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ପୁଣି ରାଜଧାନୀ ଭୁବନେଶ୍ୱରରେ ଦିବାଲୋକରେ ବୁଲିଲା ଖଣ୍ଡା

 354

ପୁଣି ରାଜଧାନୀ ଭୁବନେଶ୍ୱରରେ ଦିବାଲୋକରେ ବୁଲିଲା ଖଣ୍ଡା



ଭୁବନେଶ୍ୱର : ପୁଣି ରାଜଧାନୀ ଭୁବନେଶ୍ୱରରେ ଦିବାଲୋକରେ ବୁଲିଲା ଖଣ୍ଡା। ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି। ଆଜି ମାଷ୍ଟରକ୍ୟାଣ୍ଟିନ୍‌‌ ଛକରେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ ହୋଇଛି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।

ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହେଲେ

 SL NO-353

ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହେଲେ 



ବଲାଙ୍ଗୀର : ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ପୁଣି ତେଜି ଉଠିଛି। ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ୍‌ ତାଙ୍କୁ ସହଯୋଗ କଲାନି। ବଲାଙ୍ଗିର ରାଜ ପରିବାରର ସାନ ପୁଅ ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ । ବଲାଙ୍ଗିର ରାଜପ୍ରସାଦ ମଧ୍ୟରେ ଥିବା ନିଜ ବ୍ୟକ୍ତିଗତ ଜିନିଷ ଆଣିବାକୁ ଡେରାଡୁନରୁ ବଲାଙ୍ଗିର ଆସିଛନ୍ତି ଅଦ୍ରିଜା। ସୂଚନା ଅନୁସାରେ, ଆଜି ଆୟୋଜିତ ଏକ ସାମ୍ବିଦିକ ସମ୍ମିଳନୀରେ ଅଦ୍ରିଜା ମଞ୍ଜରୀ କହିଛନ୍ତି, ମୋତେ ମାନସିକ ଭାବେ ବହୁତ ନିର୍ଯାତନା ଦିଆଯାଇଛି। ତେଣୁ ମୁଁ ଶାଶୁ ଘର ଛାଡ଼ି ଏବେ ବାପ ଘର ଡେରାଡୁନରେ ରହୁଛି। ଗତ ୨ ମାସରେ ମୋତେ ଜୀବନରୁ ମାରିବାକୁ ବହୁ ଥର ଧମକ ଦିଆଯାଇଛି। ମୁଁ ଜଣେ ମହିଳା ହୋଇ ବି ପୁଲିସ୍‌ କୌଣସି ସୁରକ୍ଷା ପ୍ରଦାନ କରୁ ନ ଥିବାରୁ ନିରାଶ ହୋଇଯାଇଛି। ଅନ୍ୟ ପକ୍ଷରେ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି।

 

ଅଢ଼େଇ ଲକ୍ଷ ଟଙ୍କାରେ ୪ ଦିନର ଶିଶୁପୁତ୍ରକୁ ବାପାମା’ ବିକ୍ରି କରିବା ଅଭିଯୋଗ

 ଅଢ଼େଇ ଲକ୍ଷ ଟଙ୍କାରେ ୪ ଦିନର ଶିଶୁପୁତ୍ରକୁ ବାପାମା’ ବିକ୍ରି କରିବା ଅଭିଯୋଗ



ଟିଟିଲାଗଡ଼ - ଅଢ଼େଇ ଲକ୍ଷ ଟଙ୍କାରେ ୪ ଦିନର ଶିଶୁପୁତ୍ରକୁ ବାପାମା’ ବିକ୍ରି କରି ଦେଇଥିଲେ। ବିକ୍ରି କରାଯିବାର ୮ଦିନ ପରେ ଛତିଶଗଡରୁ ଶିଶୁଟିକୁ ଉଦ୍ଧାର କରିଛି ପୁଲିସ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲାରେ।

ଅଗଷ୍ଟ ୩ ତାରିଖରେ ଟିଟିଲାଗଡ଼ ସହର ଝଙ୍କରପଡ଼ାର ସନ୍ତୋଷ ପଟେଲ ଓ ପୁଷ୍ପା ପଟେଲ ନିଜର ୪ଦିନର ପୁଅକୁ ଅଢେଇ ଲକ୍ଷ ଟଙ୍କାରେ ରମାଜାନ ଶେଖ ନାକକ ଜଣେ ଦଲାଲକୁ ବିକ୍ରି କରି ଦେଇଥିଲେ। ରମାଜାନ କଳାହାଣ୍ଡିର ଜଣେ ଦଲାଲ ରାଜାକୁ ଶିଶୁପୁତ୍ରଟିକୁ ବିକ୍ରି କରି ଦେଇଥିଲା। ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା। ସେମାନେ ସନ୍ତୋଷ ଓ ତାଙ୍କ ସ୍ତ୍ରୀକୁ ପୁଅ ବିଷୟରେ ପଚାରିଥିଲେ। ସେମାନେ ଗ୍ରାମବାସୀଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ତେଣୁ ଗ୍ରାମବାସୀଙ୍କର ସନ୍ଦେହ ବଢ଼ିଥିଲା। ସେମାନେ ଏହି ବିଷୟରେ ପୁଲିସକୁ ଜଣାଇଥିଲେ।

ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ତୋଷ ଓ ତାଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିଥିଲା। ପୁଲିସ ନିକଟରେ ସତ ମାନିଥିଲେ ସନ୍ତୋଷ ଓ ତାଙ୍କ ସ୍ତ୍ରୀ। ଦଲାଲକୁ ଛୁଆଟିକୁ ବିକ୍ରି କରି ଦେଇଥିବା କହିଥିଲେ। ଏହା ପରେ ପୁଲିସ ସନ୍ତୋଷ,ଦଲାଲ ରମାଜାନ ଓ କୁନାକୁ ଗିରଫ କରିଥିଲା। ଏହାସହ ଛୁଆଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଥିଲା। ଗତକାଲି ପୁଲିସ ଛତିଶଗଡ଼ରୁ ଛୁଆଟିକୁ ଉଦ୍ଧାର କରି ବଲାଙ୍ଗିର ଆଣିଥିଲା। ଶିଶୁଟିର ସ୍ୱାସ୍ଥ୍ୟପରୀକ୍ଷା କରାଯିବା ପରେ ବାଲାଙ୍ଗିର ଶିଶୁ ସୁରକ୍ଷା କେନ୍ଦ୍ରରେ ରଖାଯାଇଛି।

ପୁଲିସ ଏହି ଘଟଣାରେ ଆଉ ୨ ଜଣଙ୍କୁ ଅଟକ ରଖି ପଚରାଉରା କରୁଛି। ଏହି ରାକେଟର ଚେର କେତେ ଯାଏ ଲମ୍ବିଛି, ଏଥିରେ ଆଉ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ତାହାର ତଦନ୍ତ କରୁଛି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...