AFFILIATE MARKETING

https://binomo.com?a=90810425bb57&t=0

Monday, July 17, 2023

ଚିରଞ୍ଜୀବ-ମୋକିମ୍‌ଙ୍କୁ ନିଲମ୍ବନ ପରେ ତେଜିଲା କଂଗ୍ରେସ ରାଜନୀତି

 ଚିରଞ୍ଜୀବ-ମୋକିମ୍‌ଙ୍କୁ ନିଲମ୍ବନ ପରେ ତେଜିଲା କଂଗ୍ରେସ ରାଜନୀତି


 


-କଂଗ୍ରେସର ଦୁଇ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ନିଲମ୍ବିତ କରାଯିବା ପରେ ଦଳ ଭିତରେ ଜୋର୍‌ ଧରିଛି ରାଜନୀତି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ଏଭଳି ନିଷ୍ପତ୍ତି ପାଇଁ ଉଭୟ ନେତାଙ୍କ ସମର୍ଥକମାନେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ଦୋଷ ଦେଇଛନ୍ତି। ଅନ୍ୟପଟେ ଏହି ଦୁଇ ନେତାଙ୍କ ସମର୍ଥକମାନେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛନ୍ତି। ମୋକିମ୍‌ ସିଧାସଳଖ ଦଳର ରାଜ୍ୟ ନେତୃତ୍ୱକୁ ଟାର୍ଗେଟ କରିଥିବା ବେଳେ ସୋମବାର ଚିରଞ୍ଜୀବ ଏକ ଖବରଦାତା ସମ୍ମିଳନୀ ଜରିଆରେ ତାଙ୍କ ପ୍ରତିକ୍ରିୟା ରଖିବେ ବୋଲି ଜଣାପଡ଼ିଛି।

ନିଲମ୍ବନ ଆଦେଶକୁ ନେଇ ମହମ୍ମଦ ମୋକିମ୍‌ କହିଛନ୍ତି ଯେ, ଯଦି କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ଲଢ଼ିବାର ସୁଯୋଗ ନ ଦେବ ତେବେ ଲୋକଙ୍କ ସମର୍ଥନ ନେଇ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ରଣାଙ୍ଗନକୁ ଓହ୍ଲାଇବେ। ଅନ୍ୟ କୌଣସି ଦଳକୁ ଯିବେ ନାହିଁ। ତେଣୁ ଯେଉଁମାନେ ଚକ୍ରାନ୍ତ କରିଛନ୍ତି ସେମାନଙ୍କ ଯୋଜନା ପଣ୍ଡ ହେବ। ତାଙ୍କୁ ଦଳରୁ କାଢ଼ିବା ଲାଗି ଦଳର ମୁଖିଆ ଅର୍ଥାତ୍‌ ପରୋକ୍ଷରେ ସେ ଶରତ ପଟ୍ଟନାୟକଙ୍କୁ ଦୋଷ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଭୁଲ୍‌ଭଟକା ସମସ୍ତଙ୍କର ରହିଛି। ତାଙ୍କର ଏବଂ ବହୁ ଲୋକଙ୍କର ମଧ୍ୟ ଅନେକ ସ୍ଥାନରେ ଭୁଲ୍‌ ରହିଛି। ଚିରଞ୍ଜୀବ କଂଗ୍ରେସର ବରିଷ୍ଠ ନେତା ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ। ବସନ୍ତଙ୍କର କଂଗ୍ରେସ ପାଇଁ ବହୁ ଅବଦାନ ରହିଛି। ତେଣୁ ଯେଉଁ ନିଲମ୍ବନ ଆଦେଶ ଦିଆଯାଇଛି ଏହା ଉପରେ ତର୍ଜମା କରି ଏହାକୁ ପ୍ରତ୍ୟାହାର କରିବାକୁ ସୁର ଅନୁରୋଧ କରିଛନ୍ତି। ଅନ୍ୟପଟେ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଏଆଇସିସି ଯେଉଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାକୁ ସମର୍ଥନ କରୁଛି। ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସ୍ବର୍ଣ୍ଣିମଯୁଗ ନାଁରେ ଯେଉଁ ସମାବେଶ କରାଗଲା ସେଠାରେ ଦଳର ନେତୃତ୍ୱକୁ ଟାର୍ଗେଟ କରାଗଲା ଏହା ସମ୍ପୂର୍ଣ୍ଣ ଭୁଲ୍‌। ଏହାର ପ୍ରଚ୍ଛଦପଟ୍ଟରେ ଆହୁରି ଅନେକ ନେତା ଅଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ପିସିସି ସଭାପତି କହିଛନ୍ତି, ସମସ୍ତଙ୍କ ଅବଦାନ ଯୋଗୁ କଂଗ୍ରେସ ଉଠିଛି। ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ହାଇକମାଣ୍ଡ ନିଜେ କହିଥିଲେ। ତେଣୁ ହାଇକମାଣ୍ଡ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଗ୍ରହଣ କରିଛନ୍ତି। ଏହାଦ୍ୱାରା କଂଗ୍ରେସର କିଛି କ୍ଷତି ହେବାର ନାହିଁ ବୋଲି ସେ କହିଛନ୍ତି।

ତେବେ ଏହି ଘଟଣାକୁ ନେଇ ଉଭୟ ନେତାଙ୍କ ସମର୍ଥକମାନେ କଂଗ୍ରେସ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ମୋକିମ୍‌ଙ୍କ ସମର୍ଥକମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ପିସିସି ସଭାପତିଙ୍କ ପୋଷ୍ଟର ଦାହ କରିଛନ୍ତି। ତୁରନ୍ତ ମୋକିମ୍‌ଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ସହ ଶରତ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି। ଅନ୍ୟପଟେ ଜଗତସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ କଂଗ୍ରେସ କର୍ମୀମାନେ ଚିରଞ୍ଜୀବଙ୍କୁ ନିଲମ୍ବନ କରାଯିବା ନେଇ ପ୍ରତିବାଦ କରିବା ସହ ସଭାପତିଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ରାଜଧାନୀଠାରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, ଅଗଣତାନ୍ତ୍ରିକ ପଦ୍ଧତିରେ ଉଭୟ ନେତାଙ୍କୁ ନିଲମ୍ବିତ କରାଯାଇଛି। ଯେଉଁସବୁ ଜିଲାରେ କଂଗ୍ରେସ ଶକ୍ତିଶାଳୀ ଅଛି ଏବଂ ଦୁଇ ନମ୍ବର ସ୍ଥାନରେ ରହିଛି ସେଠାରେ ଦଳକୁ ଦୁର୍ବଳ କରି ସ୍ଥାନୀୟ ନେତୃତ୍ୱଙ୍କୁ ଦଳରୁ ବିଦା କରି ଭାଜପାକୁ ଆଗକୁ ନେବା ଲାଗି ପିସିସି ସଭାପତି ଯୋଜନା କରୁଛନ୍ତି। ସଭାପତି ସମ୍ପୂର୍ଣ୍ଣ ଭାବେ ଭାଜପାକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି। ପ୍ରଥମେ ଏଆଇସିସି ଉଭୟ ନେତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରୁ। ଏହାପରେ ସଭାପତି ପଦ ପରିବର୍ତ୍ତନ କରୁ ବୋଲି ଦଳର ସାଧାରଣ ସମ୍ପାଦକ ନାରାୟଣ ଜେନା କହିଛନ୍ତି।

ନକଲି ଡାକ୍ତର ଗିରଫ; ନିଜକୁ ଏମ୍‌ସ ଡାକ୍ତର ବୋଲି କହି କରିଥିଲେ କ୍ଲିନିକ୍‌

 ନକଲି ଡାକ୍ତର ଗିରଫ; ନିଜକୁ ଏମ୍‌ସ ଡାକ୍ତର ବୋଲି କହି କରିଥିଲେ କ୍ଲିନିକ୍‌




 

ଭୁବନେଶ୍ବର : ପାଠ ପଢ଼ିଛନ୍ତି ଯୁକ୍ତ ଦୁଇ। କିନ୍ତୁ ନିଜକୁ କହୁଥିଲେ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍‌ସର ଅଭିଜ୍ଞ ଡାକ୍ତର। ବିଭିନ୍ନ ସ୍ଥାନରେ କ୍ଲନିକ କରି ରୋଗୀଙ୍କୁ ଦେଖି ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା ରୋଜଗାର। ହେଲେ ମିଛ କିନ୍ତୁ ସବୁଦିନେ ଲୁଚି  ରହିପାରେନା। ସେ ଜଣେ ରୋଗୀଙ୍କୁ ଦେଖି ଦେଇଥିଲେ ମେଡ଼ିସିନ୍‌। ତାହାକୁ ଖାଇ ସେ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ଅଭିଯୋଗ ଆଧାରରେ ଏହି ନକଲି ଡାକ୍ତରଙ୍କୁ ବାନ୍ଧିଥିଲା ପୁଲିସ। ଗିରଫ ନକଲି ଡାକ୍ତରଙ୍କ ନାଁ ଶୁଭ୍ରଜିତ ପଣ୍ଡା। ତାଙ୍କ ଘର ଢେଙ୍କାନାଳ ଜିଲା ସଣ୍ଡା ଗାଁରେ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ନକଲି ଡାକ୍ତର ଶୁଭ୍ରଜିତ ନିଜକୁ ଜଣେ ଅଭିଜ୍ଞ ଡାକ୍ତର ଭାବେ ବୋର୍ଡ ମାରି ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ଓ କଟକ ରାଣୀହାଟରେ ଏକ ଘରୋଇ କ୍ଲନିକ ରହିଛି। ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ୍‌ ନେଉଥିଲେ। ପ୍ରତିଦିନ ତାଙ୍କ ପାଖରେ ରୋଗୀଙ୍କର ଭିଡ଼ ଜମୁଥିଲା। ବ୍ରହ୍ମପୁର ଏସପିଙ୍କ ନିକଟରେ ଶୁଭ୍ରଜିତ ପଣ୍ଡାଙ୍କ ନାଁରେ ଅଭିଯୋଗ କରାଯାଇଥିଲା। ବ୍ରହ୍ମପୁର ଏସପି ଏକ ଟିମ୍‌ ଗଠନ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ। ଖୋଳତାଡ ବେଳେ ଶୁଭ୍ରଜିତଙ୍କୁ ୨୦୨୦ ମସିହା ଫେବୃଆରୀ ମାସରେ ତେଲେଙ୍ଗାନା ପୁଲିସ ଗିରଫ କରିଥିବା ଜଣାପଡ଼ିଥିଲା। ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହି ଡାକ୍ତର ସମ୍ମିଳନୀରେ ଯୋଗଦେଇଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା। ପୁଲିସ ଶୁଭ୍ରଜିତ୍‌ଙ୍କ କାଗଜପତ୍ର ଯାଞ୍ଚ କରିଥିଲା। ଶୁଭ୍ରଜିତ ଯୁକ୍ତ ଦୁଇ ପାସ କରିଥିବା ଜଣାପଡ଼ିଥିଲା। ନିଜେ ଡାକ୍ତର ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟଙ୍କୁ ଧରି ରୋଗୀଙ୍କ ଚିକିତ୍ସା କରୁଥିଲା ବୋଲି ଜଣାପଡ଼ିଥିଲା। ପଣ୍ଡାଙ୍କୁ ଗିରଫ ପୁଲିସ୍‌ ଗିରଫ କରିବା ସହିତ କଟକରେ ଥିବା ଭଡ଼ା ଘରେ ପୁଲିସ ଯାଞ୍ଚ କରିଥିବା ଜଣାପଡ଼ିଛି। ଶୁଭ୍ରଜିତ ୨୪ ଦିନ ତଳେ ବିବାହ କରିଥିବା ସୂଚନା ମିଳିଛି।

ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କଲା ବନ୍ୟା, ଦେଖୁ ଦେଖୁ ନଦୀରେ ମିଶିଗଲା ପୂରା ବିଲ୍ଡିଂ

 ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ସୃଷ୍ଟି କଲା ବନ୍ୟା, ଦେଖୁ ଦେଖୁ ନଦୀରେ ମିଶିଗଲା ପୂରା ବିଲ୍ଡିଂ 





ହିମାଚଳ ପ୍ରଦେଶରେ ବନ୍ୟା ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଶିମଲାରେ କହିଛନ୍ତି ଯେ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ଅନେକ କ୍ଷୟକ୍ଷତି ଘଟିଛି। ରାଜ୍ୟରେ ପାଖାପାଖି ୭୬୫ଟି ରାସ୍ତା ପ୍ରଭାବିତ ହୋଇଛି। ଆମେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରାୟ ୩୪୨ଟି ମେସିନ୍ ନିୟୋଜିତ କରିଛୁ।


କୁଲୁ-ମନାଲିରେ ଫସି ରହିଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ବିଭିନ୍ନ ଅଞ୍ଚଳରେ ପ୍ରାୟ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମନାଲିରେ ରବିବାର ବ୍ୟାସ ନଦୀ କୂଳରେ ନିର୍ମିତ ଏକ କୋଠା ନଦୀ ଗର୍ଭକୁ ଭୁଶୁଡ଼ି ପଡ଼ିଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ପୋଲିସ ନିଶ୍ଚିତ କରିଛି। ଏହି ଭିଡିଓକୁ ସ୍ଥାନୀୟ ଲୋକେ ରେକର୍ଡ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି, ଏକ ବିରାଟ କୋଠା ନଦୀକୁ ଭୁଶୁଡ଼ି ପଡ଼ୁଛି।


ରାଜ୍ୟର ଚମ୍ବା ଜିଲ୍ଲାରେ ମଧ୍ୟ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଏଠାରେ ରାବି ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀ ନିକଟରେ ଥିବା ଅନେକ ଘରେ ବନ୍ୟା ପାଣି ପଶିଯାଇଛି।


ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ହମିରପୁରରେ କହିଛନ୍ତି, ‘ମୁଁ ହିମାଚଳର ଲୋକମାନଙ୍କୁ ପୁନର୍ବାର ଅନୁରୋଧ କରୁଛି କି, ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ନିଜ ଘରେ ରୁହନ୍ତୁ। କାରଣ, ଏହି ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆମେ ବିପର୍ଯ୍ୟୟର ମୁକାବିଲା ପାଇଁ ୩ଟି ହେଲ୍‌ପଲାଇନ ନମ୍ବର (୧୧୦୦, ୧୦୭୦ ଏବଂ ୧୦୭୦) ଜାରି କରିଛୁ’।

Sunday, July 16, 2023

୧୧ କେଭି ବିଦ୍ୟୁତ ତାର ଛିଡିପଡିବାରୁ ୬ କାଉଡିଆ ଭକ୍ତଙ୍କ ମୃତ୍ୟୁ, ୫ ଗୁରୁତର

 ୧୧ କେଭି ବିଦ୍ୟୁତ ତାର ଛିଡିପଡିବାରୁ ୬ କାଉଡିଆ ଭକ୍ତଙ୍କ ମୃତ୍ୟୁ, ୫ ଗୁରୁତର



ମହାଦେବଙ୍କୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ଅଘଟଣ । ବିଦ୍ୟୁତ୍ ଆଘାତରେ ଗଲା ୬ଜଣ କାଉଡିଆ ଭକ୍ତଙ୍କ ଜୀବନ, ଅନ୍ୟ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ମେରଟର ପରିକ୍ଷିତଗଡ଼ ଅଞ୍ଚଳରେ । ପାଣି ନେଇ ଯାଉଥିବାବେଳେ ହଠାତ୍ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସେମାନଙ୍କ ଉପରେ ଛିଡିପଡିଥିଲା । ଫଳରେ ଏଭଳି ଭୟାନକ ଦୁର୍ଘଟଣା ଘଟିଛି ।


ସ୍ଥାନୀୟ ଲୋକଙ୍କ କହିବା ମୁତାବକ, କାଉଡିଆମାନେ ଯାଉଥିବା ଡିଜେ ଗାଡି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ପୋଲକୁ ଧକ୍କା ଦେବାରୁ ତାର ଛିଡିଯାଇ କାଉଡିଆଙ୍କ ଉପରେ ପଡିଥିଲା, ଫଳରେ ଘଟଣାସ୍ଥଳରେ ହିଁ ୬ଜଣଙ୍କ ମୃତ୍ୟୂୁ ହୋଇଛି । ଏହି କାଉଡିଆମାନେ ହରିଦ୍ୱାରରୁ ଆସୁଥିବାବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ, ଆଉ ଏହି ଦୁର୍ଘଟଣା ଘଟିଥିଲା ।

ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ, ପାଣି ଜମି ରହୁଥିବା ଅଭିଯୋଗ

 ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ, ପାଣି ଜମି ରହୁଥିବା ଅଭିଯୋଗ




ରାଇରଙ୍ଗପୁର : ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ । ଟାଟା ବାଦାମ ପାହାଡ଼ ମେମୁ ପାସେଞ୍ଜର ଟ୍ରେନ୍‌କୁ ଗୋରୁମୋହିସାଣି ଷ୍ଟେସନ ନିକଟସ୍ଥ ବଡ଼ମୌଦା ଗ୍ରାମରେ ଅଟକାଇଲେ ଗ୍ରାମବାସୀ । ଗୋଳାପୋଲରେ ପାଣି ଜମି ରହୁଥିବା ଅଭିଯୋଗ ନେଇ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକି ରହିଛି ଟ୍ରେନ୍‌ । ଗୋଳାପୋଲରେ ପାଣି ଜମୁଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ଅଞ୍ଚଳବାସୀ ।

ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ସସ୍‌ପେଣ୍ଡ

 ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ସସ୍‌ପେଣ୍ଡ



ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ କଂଗ୍ରେସ କିମିଟି (ଏଆଇସିସି) ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ କଂଗ୍ରେସରୁ ନିଲମ୍ବନ କରିଛନ୍ତି। ଏଆଇସିସି ଶୃଖଂଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ତଥା ସାଧାରଣ ସଂପାଦକ ତାରିକ ଅନୱର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।


ଶ୍ରୀ ଅନୱର କହିଛନ୍ତି, ବିଧାୟକ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ଦଳ ବିରୋଧୀ ଗତିବିଧିରେ ଲିପ୍ତ ଥିବା ନେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରିପୋର୍ଟ ପଠାଇଥିଲେ। ତାଙ୍କର ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇଥିଲା ଏବଂ ଉଭୟ ନେତାଙ୍କୁ କାରଣ ଦର୍ଶ‌ାଅ ନୋଟିସ ଜାରି କରାଯାଇଥିଲା। ଉଭୟ ନେତା ‌ସେମାନଙ୍କର ଉତ୍ତର ଦେଇଥିଲେ। ହେଲେ ଏହା ସନ୍ତୋଷଜନକ ନ ଥିଲା। ଏଣୁ ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା କାରଣରୁ ତତ୍କାଳ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଛି।


ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ ଅର୍ଥାତ୍ ଗତ ମେ’ ମାସ ୮ ତାରିଖରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ବାରା ଭୁବନେଶ୍ବର ଜୟଦେବ ଭବନଠାରେ ‘ଜାନକୀ-ବସନ୍ତ ଯୋଡ଼ି: ଓଡ଼ିଶାର ରାଜନୈତିକ ଇତିହାସର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିରଞ୍ଜୀବ ବିଶ୍ବାଳ କଂଗ୍ରେସର ସାଂଗଠନିକ ସ୍ଥିତିକୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ଦଳରେ ୯ ଜଣ ବିଧାୟକ ଅଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ପାଇଁ ୨୦ ଜଣ ପ୍ରାର୍ଥୀ ବୋଲି କହିଥିଲେ। କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁ ଝାରସୁଗୁଡ଼ା‌ ଉପନିର୍ବାଚନ ଫଳାଫଳ ପ୍ରଭାବିତ ହୋଇଛି ତଥା କଂଗ୍ରେସ ନେତା ବିଜେଡି ଠାରୁ ଅର୍ଥ ନେଇ ଏଭଳି ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଏଆଇସିସିରେ ଅଭିଯୋଗ କରିଥିଲେ। ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ କଂଗ୍ରେସ ସଭାପତିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମେ’ ୨୭ ତ‌ାରିଖରେ ଏଆଇସିସିର ଶୃଖଂଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଦାୟିତ୍ବରେ ଥିବା ତାରିକ ଅନୱରଙ୍କ ତରଫରୁ ଦୁଇ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୧୫ ଦିନ ଭିତରେ ଜବାବ ଦାଖଲ କରିବା ପାଇଁ କୁହାଯାଇଥିଲା।


ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏଆଇସିସି ଯାହା ନିଷ୍ପତ୍ତି ନେଇଛି ତାକୁ ଗ୍ରହଣ କରୁଛି। କଂଗ୍ରେସ ଏକ ହୋଇକି ରହିଛି ଓ ସର୍ବଦା ରହିବ। ଏକଦା ବିଜେପିର ୨ଜଣ ସାଂସଦ ଥିଲେ। ହେଲେ ଏବେ ସେମାନେ ଦେଶକୁ ଶାସନ କରୁଛନ୍ତି। ତେଣୁ କାଲି କ’ଣ ହେବ କିଏ ଭବିଷ୍ୟବାଣୀ କରିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Saturday, July 15, 2023

ଅଜଣା ଜନ୍ତୁ ଆତଙ୍କ

 ଅଜଣା ଜନ୍ତୁ ଆତଙ୍କ, ଗୁହାଳରେ ପଶି ମାରିଦେଲା ୪୦ରୁ ଅଧିକ ମେଣ୍ଢା




ଢେଙ୍କାନାଳ   : ମରିଗଲେ ୪୦ରୁ ଅଧିକ ମେଣ୍ଢା । ଢେଙ୍କାନାଳ ସଦର ରେଞ୍ଜ ଆରଦା ଗାଁରେ ଅଜଣା ଜନ୍ତୁର ଆତଙ୍କ ।  ଗୁହାଳରେ ପଶି ୪୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଛାନିଆ । ମୃତ ମେଣ୍ଢାଙ୍କ ବେକ ଓ ଦେହରେ ରହିଛି ଗଭୀର କ୍ଷତ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ଖବର ଅନୁଯାୟୀ, ଗତ ରାତିରେ କୌଣସି ଅଜଣା ଜୀବ ଗୁହାଳରେ ପଶି ମେଣ୍ଢାମାନଙ୍କୁ ଆକ୍ରମଣ କରି ମାରି ଦେଇଥିବା କହିଛନ୍ତି ମାଲିକ । ଅଚାନକ ଗୋଟିଏ ରାତିରେ ଏତେ ମାତ୍ରାରେ ମେଣ୍ଢା ଏପରି ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଥିବା ଘଟଣାରେ କୌଣସି ଅଜଣା ଯିବ ଗାଁରେ ପଶି ଆତଙ୍କ ଘଟାଇଥିବା ନିଆଳିର ପୁନରାବୃତ୍ତି ଢେଙ୍କାନାଳରେ ଘଟୁଥିବା ଗ୍ରାମବାସୀ ଆଶଙ୍କା କରିଛନ୍ତି । ଯାହାକୁ ନେଇ ଏହି ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ଗ୍ରାମବାସୀ ମାନେ ଅଜଣା ଜୀବକୁ ନେଇ ଭୟଭୀତ ହୋଇପଡିଛନ୍ତି ।


ସେପଟେ ଖବର ପାଇ ଢେଙ୍କାନାଳ ରେଞ୍ଜର ବନ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରେ କୌଣସି ଜୀବ ଜନ୍ତୁଙ୍କର ପାଦ ଚିହ୍ନ ନଥିବା ଓ ଏହି ଅଞ୍ଚଳରେ ହେଟା ବାଘର ଉପସ୍ଥିତି ସେପରି ନଥିବା ପ୍ରକାଶ କରିଛନ୍ତି ସଦର ରେଞ୍ଜର। ଗୋଟିଏ ପଟରେ ଗତ ରାତିରୁ ବର୍ଷା ଲାଗି ରହିଥିବାରୁ ଆକ୍ରମଣ କାରୀ ଜୀବର ପାଦଚିହ୍ନ ନଥିବା ଆଶଙ୍କା କରାଯାଇଛି। 


ତେବେ ଏକା ଥରକେ ଜଣଙ୍କର ଏତେ ମାତ୍ରାରେ ମେଣ୍ଢା ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିବା ବନ ବିଭାଗକୁ ବିଭ୍ରାନ୍ତରେ ପକାଇ ଦେଇଛି। ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି ବନବିଭାଗ । ତୁରନ୍ତ ଏହି ଘଟଣାର ପ୍ରକୃତ ରହସ୍ୟ କଣ ଜାଣିବାକୁ ଅପେକ୍ଷା କରିଥିବା ବେଳେ  କ୍ଷତିଗ୍ରସ୍ତ ମେଣ୍ଢା ମାଲିକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ହ୍ବାଟସ୍‌ଆପ୍‌ରେ ଫୋନ୍ ନମ୍ବର ଲୁଚାଇ ହେବ

 ହ୍ବାଟସ୍‌ଆପ୍‌ରେ ଫୋନ୍ ନମ୍ବର ଲୁଚାଇ ହେବ



 

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ରେ ଖୁବ୍‌ଶୀଘ୍ର ଫୋନ୍ ନମ୍ବରକୁ ଗୋପନ ରଖିବାର ସୁବିଧା ମିଳିବ। କଂପାନି ଏବେ ଏହି ସୁବିଧା ଉପରେ ପରୀକ୍ଷଣ ଜାରି ରଖିଛି। ତାହା ସଫଳ ହେଲେ ସବୁ ବ୍ୟବହାରକାରୀଙ୍କ ପାଇଁ ସେହି ସୁବିଧା କାର୍ଯ୍ୟକାରୀ କରାଯିବ। ବିଶେଷ କରି ହ୍ବାଟସ୍‌ଆପ୍ ଗ୍ରୁପ୍‌ରେ ଫୋନ୍‌ ନମ୍ବରକୁ ଲୁଚାଇ ହେବ। କୌଣସି ବ୍ୟକ୍ତି ଆପଣଙ୍କ ଫୋନ୍ ନମ୍ବର ଦେଖିପାରିବେନି। ଏବେ କିଛି ବିଟା ବ୍ୟବହାରକାରୀଙ୍କୁ ନେଇ ଏହାର ପରୀକ୍ଷଣ ଚାଲିଛି।


ହ୍ବାଟସ୍‌ଆପ୍ ଏହାର ‘ଫୋନ୍‌ ନମ୍ବର ପ୍ରାଇଭେସି’ ସୁବିଧା ଉପରେ କାମ କରୁଛି ଯାହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ଉପଲବ୍ଧ ହୋଇଛି। ଏହି ସୁବିଧା ବ୍ୟବହାର କରିବା ଲାଗି ହ୍ବାଟସ୍‌ଆପ୍‌ର ସଦ୍ୟତମ ବିଟା ଅପ୍‌ଡେଟ୍‌କୁ ଇନଷ୍ଟଲ୍‌ କରିବାକୁ ପଡ଼ିବ। ଅପ୍‌ଡେଟ୍‌ ପରେ କମ୍ୟୁନିଟିରେ ‘ଫୋନ୍ ନମ୍ବର ପ୍ରାଇଭେସି’ ନାମକ ଏକ ସୁବିଧା ଉପଲବ୍ଧ ଥିବା ଦେଖିବାକୁ ମିଳିବ। ଫୋନ୍ ନମ୍ବର ପ୍ରାଇଭେସି ସୁବିଧାକୁ ବ୍ୟବହାର କଲେ କେବଳ ଗ୍ରୁପ୍‌ର ଆଡ୍‌ମିନି ଓ ଯେଉଁମାନଙ୍କ ଫୋନ୍‌ରେ ନମ୍ବର ସେଭ୍‌ ହୋଇଥିବ ସେମାନେ ଫୋନ୍‌ ନମ୍ବର ଦେଖିପାରିବେ। ଅନ୍ୟମାନଙ୍କ ଲାଗି ନମ୍ବର ଗୋପନ ରହିବ। ଗ୍ରୁପ୍‌ର ଆଡ୍‌ମିନ୍‌ଙ୍କ ନମ୍ବର ସମସ୍ତେ ଦେଖିପାରିବେ। ହ୍ବାଟସ୍‌ଆପ୍ ପକ୍ଷରୁ ନିୟମିତ ବ୍ୟବଧାନରେ ନୂଆ ନୂଆ ସୁବିଧା ଆରମ୍ଭ କରାଯାଉଛି। ବ୍ୟବହାରକାରୀମାନଙ୍କ ଗୋପନୀୟତାକୁ ବଜାୟ ରଖିବା ଦିଗରେ କଂପାନି ବହୁତ କାମ କରୁଥିବା ଜଣାପଡ଼ିଛି।

ଜନସାଧାରଣଙ୍କ ଚାହିଦା ପୂରଣ କରିପାରୁ ନାହିଁ ସରକାରୀ ସ୍ୱାସ୍ଥ୍ୟ ସେବା--- ରେଙ୍ଗାଲି: ପ୍ରତ୍ୟେକ ସରକାରଙ୍କ ନିର୍ବାଚନି ସ୍ଳୋଗାନ୍ ହେଉଛି ବିକାଶ। ଏହି ସ୍ଳୋଗାନ୍ ଦେଇ ରାଜନୈତିକ ଦଳ ନିର୍ବାଚନ ବୈତରଣୀ ପାରି ହୋଇ କ୍ଷମତାସୀନ ହେଉଛନ୍ତି । କିନ୍ତୁ କ୍ଷମତା ଚୌକିରେ ବସିଗଲା ପରେ ସ୍ଲୋଗାନ୍ ଏବଂ ପ୍ରତିଶ୍ରୁତି କାହାରି ମନେ ପଡୁ ନାହିଁ। ସରାକାର ଙ୍କ ଶିଳ୍ପାୟନ ପ୍ରକ୍ରିୟା ପରେ ଇଣ୍ଡଷ୍ଟ୍ରିଆଲ କରିଡର ବୋଲି କୁହାଯାଉଥିବା ରେଙ୍ଗାଲି ଏବେ ଗାଁ ଏବଂ ସହରର ଦୋ ଛକିରେ ଠିଆ ହୋଇ ରହିଯାଇଛି। ସରକାରୀ ନଥିପତ୍ରରେ ରେଙ୍ଗାଲିକୁ ସହରାଞ୍ଚଳ ବୋଲି କୁହାଯାଉଛି। କିନ୍ତୁ କାର୍ଯ୍ୟତଃ ଗ୍ରାମପଞ୍ଚାୟତ କାର୍ଯ୍ୟଧାରାରେ ସବୁ କିଛି ଚାଲିଛି। ୧୬ଟି ଗ୍ରାମ ପଞ୍ଚାୟତର ସଦର ମହୁକୁମା ହୋଇଥିବା ରେଙ୍ଗାଲିରେ ତହସିଲ,ବ୍ଳକ୍ ଥାନା, ସରକାରୀ,ଇଞ୍ଜିନିୟରିଂ ସ୍କୁଲ, ହାଇସ୍କୁଲ, କଲେଜ, ଏକାଧିକ ଜାତିୟ କରଣ ବ୍ୟାଙ୍କ୍ ଆଦି ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଛି। ୨୦୧୧ ଜନଗଣନା ଅନ୍ୟୁାୟୀ ରେଙ୍ଗାଲି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ୧୦ହଜାର୮ଶହ୮୭। ରେଙ୍ଗାଲିରେ ସରକାରୀ ସ୍ୱାସ୍ଥ୍ୟ ସେବା ଜନସାଧାରଣ ଙ୍କ ଚାହିଦା ପୂରଣ କରିପାରୁ ନାହିଁ। ୫୦ଦଶକରୁ ପ୍ରତିଷ୍ଠିତ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ଦୀର୍ଘ ବର୍ଷ ହେଲା ଲୋକେ ଦାବୀ କରୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି । ଜଣେ ଏଲୋପାଥିକ ଏବଂ ଜଣେ ଆୟୁଷ ଡାକ୍ତର ଅବସ୍ଥାପିତ। ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନ୍ୟୁ) ଉପରେ ଆଖପାଖର ୪/୫ ଟି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ସ୍ୱାସ୍ଥ୍ୟ ସେବା ଭଲି ରେଙ୍ଗାଲି ର ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ନାଳ ନର୍ଦ୍ଦମା,ଏବଂ ରାସ୍ତାକଡ ରେ ପଡୁଥିବା ଆବର୍ଜନା ର ନିୟମିତ ସଫେଇ ର ବ୍ୟବସ୍ଥା ନାହିଁ । ଜନ ସଂଖ୍ୟା ବ୍ୃଦ୍ଧି ପାଇବା ପରେ ନାଳ ନର୍ଦ୍ଦମା ତଥା ରାସ୍ତା କଡ ରେ ଅଳିଆ ଆବର୍ଜନା ବହୁ ପରିମାଣ ରେ ନିଷ୍କାଷିତ ହେଉଥିଲେ ମଧ୍ୟ ଏହାର ସଫେଇ ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ।

 ଜନସାଧାରଣଙ୍କ ଚାହିଦା ପୂରଣ କରିପାରୁ ନାହିଁ ସରକାରୀ ସ୍ୱାସ୍ଥ୍ୟ ସେବା


ରେଙ୍ଗାଲି: ପ୍ରତ୍ୟେକ ସରକାରଙ୍କ ନିର୍ବାଚନି ସ୍ଳୋଗାନ୍ ହେଉଛି ବିକାଶ। ଏହି ସ୍ଳୋଗାନ୍ ଦେଇ ରାଜନୈତିକ ଦଳ ନିର୍ବାଚନ ବୈତରଣୀ ପାରି ହୋଇ କ୍ଷମତାସୀନ ହେଉଛନ୍ତି । କିନ୍ତୁ କ୍ଷମତା ଚୌକିରେ ବସିଗଲା ପରେ ସ୍ଲୋଗାନ୍ ଏବଂ ପ୍ରତିଶ୍ରୁତି କାହାରି ମନେ ପଡୁ ନାହିଁ। ସରାକାର ଙ୍କ ଶିଳ୍ପାୟନ ପ୍ରକ୍ରିୟା ପରେ ଇଣ୍ଡଷ୍ଟ୍ରିଆଲ କରିଡର ବୋଲି କୁହାଯାଉଥିବା ରେଙ୍ଗାଲି ଏବେ ଗାଁ ଏବଂ ସହରର ଦୋ ଛକିରେ ଠିଆ ହୋଇ ରହିଯାଇଛି। ସରକାରୀ ନଥିପତ୍ରରେ ରେଙ୍ଗାଲିକୁ ସହରାଞ୍ଚଳ ବୋଲି କୁହାଯାଉଛି। କିନ୍ତୁ କାର୍ଯ୍ୟତଃ ଗ୍ରାମପଞ୍ଚାୟତ କାର୍ଯ୍ୟଧାରାରେ ସବୁ କିଛି ଚାଲିଛି। ୧୬ଟି ଗ୍ରାମ ପଞ୍ଚାୟତର ସଦର ମହୁକୁମା ହୋଇଥିବା ରେଙ୍ଗାଲିରେ ତହସିଲ,ବ୍ଳକ୍ ଥାନା, ସରକାରୀ,ଇଞ୍ଜିନିୟରିଂ ସ୍କୁଲ, ହାଇସ୍କୁଲ, କଲେଜ, ଏକାଧିକ ଜାତିୟ କରଣ ବ୍ୟାଙ୍କ୍ ଆଦି ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଛି। ୨୦୧୧ ଜନଗଣନା ଅନ୍ୟୁାୟୀ ରେଙ୍ଗାଲି ଗ୍ରାମ ପଞ୍ଚାୟତର ଜନସଂଖ୍ୟା ୧୦ହଜାର୮ଶହ୮୭। ରେଙ୍ଗାଲିରେ ସରକାରୀ ସ୍ୱାସ୍ଥ୍ୟ ସେବା ଜନସାଧାରଣ ଙ୍କ ଚାହିଦା ପୂରଣ କରିପାରୁ ନାହିଁ। ୫୦ଦଶକରୁ ପ୍ରତିଷ୍ଠିତ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ଦୀର୍ଘ ବର୍ଷ ହେଲା ଲୋକେ ଦାବୀ କରୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି । ଜଣେ ଏଲୋପାଥିକ ଏବଂ ଜଣେ ଆୟୁଷ ଡାକ୍ତର ଅବସ୍ଥାପିତ। ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନ୍ୟୁ) ଉପରେ ଆଖପାଖର ୪/୫ ଟି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ସ୍ୱାସ୍ଥ୍ୟ ସେବା ଭଲି ରେଙ୍ଗାଲି ର ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ନାଳ ନର୍ଦ୍ଦମା,ଏବଂ ରାସ୍ତାକଡ ରେ ପଡୁଥିବା ଆବର୍ଜନା ର ନିୟମିତ ସଫେଇ ର ବ୍ୟବସ୍ଥା ନାହିଁ । ଜନ ସଂଖ୍ୟା ବ୍ୃଦ୍ଧି ପାଇବା ପରେ ନାଳ ନର୍ଦ୍ଦମା ତଥା ରାସ୍ତା କଡ ରେ ଅଳିଆ ଆବର୍ଜନା ବହୁ ପରିମାଣ ରେ ନିଷ୍କାଷିତ ହେଉଥିଲେ ମଧ୍ୟ ଏହାର ସଫେଇ ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ।

Friday, July 14, 2023

ବର୍ଷା-ଅନୁଭବ ବିବାଦ

 ବର୍ଷା-ଅନୁଭବ ବିବାଦ-ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାର ପୂର୍ଣ୍ଣଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦେଶ



 

ଭୁବନେଶ୍ବର: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲାର ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି। ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାର ପୂର୍ଣ୍ଣଚ୍ଛେଦ ପାଇଁ ହାଇକୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଛି।


ସାଂସଦ ଅନୁଭବ ମହାନ୍ତିଙ୍କ ଛାଡପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ୩ ମାସ ଭିତରେ ଛାଡପତ୍ର ମାମଲା ଶେଷ କରିବାକୁ ପରିବାର ଅଦାଲତକୁ ନିର୍ଦେଶ ଦେଇଥିବାବେଳେ ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ହାଇକୋର୍ଟ ନିର୍ଦେଶ ଦିଆଯାଇଛି। ଜୁଲାଇ ୩୧ ସୁଦ୍ଧା ଜେରା ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ଅକ୍ଟୋବର ୩୧ ସୁଦ୍ଧା ଛାଡପତ୍ର ମାମଲାର ଫଇସଲା ହୋଇପାରେ ବୋଲି ଆଶା କରାଯାଉଛି। ପରିବାର ଅଦାଲତରେ ଫଇସଲା ବିଳମ୍ବ ହେଉଥିଲା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଅନୁଭବ ମହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶର ଉଲ୍ଲଙ୍ଘନ ହେଉଥିବା ଦର୍ଶାଇଥିଲେ ଅନୁଭବଙ୍କ ଓକିଲ। ବର୍ଷାଙ୍କୁ ଅହେତୁକ ଅନୁକମ୍ପା ଦର୍ଶାଯାଉଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା।

ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩

 ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଭାରତ : ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩


 ଚନ୍ଦ୍ରକୁ ଉଡିଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ଏହି ସଫଳ ମିଶନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିଶନ ପ୍ରସ୍ତୁତି ସମୀକ୍ଷା କମିଟି ଉତକ୍ଷେପଣ ପାଇଁ ମଞ୍ଜୁରୀ ଦେଇଛି ।


କମିଟିର ଅନୁମୋଦନ ପରେ ଲଂଚ ପ୍ରାଧିକରଣର ବୋର୍ଡ ମଧ୍ୟ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରିବାକୁ ଅନୁମତି ଦେଇଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା । ଗତିପଥରେ ପରିବର୍ତନ ଓ ଦ୍ରୁତ ଗତି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର । ଏହା ସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା । କିନ୍ତୁ ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩ । ଆଉ ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ ।


ଏଲଭିଏମ୍-୩ ଉପରେ ଏବେ ରହିଛି ସମସ୍ତଙ୍କ ନଜର । ୪୩ ଦଶମିକ ୫ ମିଟର ଏଲଭିଏମ୍-୩ ଲଞ୍ଚ ରକେଟ୍ ଚନ୍ଦ୍ରଯାନକୁ ପ୍ରଥମେ ଏକ ଅର୍ଦ୍ଧାବୃତାକାର ପୃଥିବୀ କକ୍ଷପଥକୁ ପଠାଇବ । ଏହା ପରେ ଚନ୍ଦ୍ରଯାନ ତାର ଗତିପଥରେ ଅଗ୍ରସର ହୋଇ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ଆଶା କରାଯାଉଛି ।


‘ବାହୁବଳୀ’ ରକେଟ୍ ଏଲଭିଏମ୍

– ଏଲଭିଏମ୍-୩ ହେଉଛି ଏକ ହେଭି ଲିଫ୍ଟ ଲଞ୍ଚ ଭେହିକିଲ

– ଯାହା ମହାକାଶକୁ ଏକ ପେଲୋଡ୍ ପଠାଇବାର କ୍ଷମତା ପାଇଁ ପ୍ରସିଦ୍ଧ

– ଏହା ଇସ୍ରୋ ଦ୍ୱାରା ବିକଶିତ ସବୁଠାରୁ ଶକ୍ତିଶାଳୀ ରକେଟ୍

– ଏହି ଶ୍ରେଣୀର ରକେଟ୍ ଭିତରେ ଏହା ହେଉଛି ଅଦ୍ୱିତୀୟ

– ରକେଟ୍ ଗୁଡିକ ଭିତରେ ଏହା ‘ବାହୁବଳୀ’ ଭାବେ ଜଣାଶୁଣା

– ଏଲଭିଏମ୍-୩ ହେଉଛି ଏକ ତିନି ପର୍ଯ୍ୟାୟ ରକେଟ୍

– ଦୁଇଟି କଠିନ ଇନ୍ଧନ ବୁଷ୍ଟର ଓ ଏକ ତରଳ ଇନ୍ଧନ କୋରଷ୍ଟେଜ୍ରେ ସଜ୍ଜିତ

– କଠିନ ଇନ୍ଧନ ବୁଷ୍ଟର ଗୁଡିକ ପ୍ରାରମ୍ଭିକ ଥ୍ରଷ୍ଟ ପ୍ରଦାନ କରିଥାଏ

– ତରଳ ଇନ୍ଧନ କୋର ଷ୍ଟେଜ୍ ରକେଟକୁ କକ୍ଷପଥରେ ପ୍ରବେଶ ପାଇଁ ଶକ୍ତି ଦେଇଥାଏ

ଆଜି ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ

 ଆଜି ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ




 

ନୂଆଦିଲ୍ଲୀ: ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସବୁ କିଛି ଠିକଠାକ୍ ଚାଲିଲେ ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ। ୨୦୧୯ରେ ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍ ଅକୃତକାର୍ଯ୍ୟ ହୋଇଥିଲା। ‘ଚନ୍ଦ୍ରଯାନ-୨’ର ବିକ୍ରମ ଲ୍ୟାଣ୍ଡର ଇଞ୍ଜିନରେ ତ୍ରୁଟି କାରଣରୁ ଏହି ମିଶନ୍ ସଫଳ ହୋଇ ନଥିଲା। ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩। ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ। ଚନ୍ଦ୍ରଯାନ-୩ ପ୍ରେରଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର।


ତିରୁପତି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋର ବୈଜ୍ଞାନିକ। ଗତଥରର ବିଫଳତାକୁ ଦୃଷ୍ଟିରେ ରଖି ଏଥର କିପରି ସଫଳତାର ସହ ଚନ୍ଦ୍ରଯାନ ଅବତରଣ କରିବ, ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ। କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି। ୨୦୧୯ ସେପ୍ଟେମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା। ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା। ଗତିପଥରେ ପରିବର୍ତ୍ତନ ଓ ଦ୍ରୁତ ଗତି ଯୋଗୁଁ ‘କ୍ରାସ ଲ୍ୟାଣ୍ଡିଂ’ କରିଥିଲା ଲ୍ୟାଣ୍ଡର। ଏହାସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚନ୍ଦ୍ରଯାନ-୩ ପାଇଁ ଓଡ଼ିଶାରୁ ଯାଇଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ। ଲ୍ୟାଣ୍ଡର, ରୋଭର ଓ ମହାକାଶଯାନ ପାଇଁ ଅନେକ ଯନ୍ତ୍ରାଂଶ ତିଆରି କରି ଇସ୍ରୋକୁ ପଠାଇଛି ଭୁବନେଶ୍ୱର ସ୍ଥିତ ସିଟିଟିସି ବା ‘ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର’। ତେବେ


ଛୋଟବଡ଼ ହଜାର ହଜାର ଯନ୍ତ୍ରାଂଶ ତିଆରି ପାଇଁ ଦିନରାତି ଏକ କରି ଦେଇଥିଲେ ସିଟିଟିସିର ଟେକ୍ନିସିଆନ୍। ଚନ୍ଦ୍ରର ସାଉଥ୍ ପୋଲ୍ ବା ଦକ୍ଷିଣ ଧ୍ରୁବ ନିକଟରେ ଚନ୍ଦ୍ରଯାନ-୩ ଅବତରଣ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଯଦି ସବୁକିଛି ଠିକ୍ ଠାକ୍ ଚାଲେ, ତେବେ ଚନ୍ଦ୍ରର ୭୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିବ ଲ୍ୟାଣ୍ଡର ଓ ରୋଭର। ଯାହା ବିଶ୍ୱ ପାଇଁ ନୂଆ ଉପଳବ୍ଧି ଆଣିବ। କାରଣ ଏପର୍ଯ୍ୟନ୍ତ ଦକ୍ଷିଣ ଧ୍ରୁବର ଏତେ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିପାରିନି କାହାରି ଚନ୍ଦ୍ରଯାନ।


ଏଲଭିଏମ୍‌-୩ ଚନ୍ଦ୍ରଯାନ-୩କୁ ପୃଥିବୀ ପୃଷ୍ଠଠାରୁ ୩,୮୪,୦୦୦ ଦୂରକୁ ନେଇ ଯିବ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ପ୍ରାୟ ୪୫ରୁ ୪୮ଦିନ ଲାଗିଯିବ। ତେଣୁ ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଚନ୍ଦ୍ରଯାନର ମୋଟ ଓଜନ ୩୯୦୦ କିଲୋ ହୋଇଥିବାବେଳେ ଏଥିରେ ଥିବା ଲ୍ୟାଣ୍ଡର (ବିକ୍ରମ) ୧୭୫୨ କିଲୋ, ରୋଭର (ପ୍ରଜ୍ଞାନ) ୨୬ କିଲୋ ଓ ପ୍ରୋପୁଲଜନ ମୋଡୁଲ ୨୧୪୮ କିଲୋ।

Thursday, July 13, 2023

ଚନ୍ଦ୍ରଯାନ-୩ ପାଇଁ ଆଜିଠୁ କାଉଣ୍ଟଡାଉନ୍ ଆରମ୍ଭ

 ଚନ୍ଦ୍ରଯାନ-୩ ପାଇଁ ଆଜିଠୁ କାଉଣ୍ଟଡାଉନ୍ ଆରମ୍ଭ 





ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ସ୍ପେଶ ମିଶନ ସଂପୂର୍ଣ୍ଣ ପ୍ରସ୍ତୁତ । ଚନ୍ଦ୍ରଯାନ-୩ ପାଇଁ ଆଜିଠୁ କାଉଣ୍ଟଡାଉନ୍  । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଚନ୍ଦ୍ରଯାନ-୩କୁ ନେଇ ବଢ଼ୁଛି ଉତ୍କଣ୍ଠା ।  ଆସନ୍ତାକାଲି ଚନ୍ଦ୍ର ଅଭିମୁଖେ ଗତି କରିବ ଚନ୍ଦ୍ରଯାନ ଥ୍ରୀ । ଭାରତୀୟ ମହକାଶ ଗବେଷଣା ସଂସ୍ଥା ଚାରି ବର୍ଷ ପରେ ପୁଣି ଥରେ ଚନ୍ଦ୍ରରେ ପହଞ୍ଚିବାର ଅଭିଯାନ କରୁଛି।


ଏଥିପାଇଁ ଚନ୍ଦ୍ରଯାନ-୩କୁ ଶୁକ୍ରବାର ପଠାଯିବ। ଚନ୍ଦ୍ରମାରେ ଯାନକୁ ‘ସଫ୍ଟ ଲ୍ୟାଣ୍ଡିଂ’ ବା ସୁରକ୍ଷିତ କରିବା ଇସ୍ରୋ ପାଇଁ ଚାଲେଞ୍ଜ ରହିଛି। ଚନ୍ଦ୍ରଯାନ-୩, ଚନ୍ଦ୍ରଯାନ-୨ର ଉଦ୍ଦେଶ୍ୟ ପୂରଣ କରିବ। ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇ ସେଠାରେ ଥିବା ରହସ୍ୟମୟ ଅନ୍ଧକାରମୟ ସ୍ଥାନର ଖୋଜ୍ କରିବ। ଏହି ସ୍ଥାନରେ ଲକ୍ଷ ଲକ୍ଷ ବର୍ଷ ଧରି ସୂର୍ଯ୍ୟକିରଣ ପଡ଼ିନାହିଁ। ତେବେ ଭାରତ ଯଦି ଏଥିରେ ସଫଳ ହେଉଛି ତେବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରରୁ ପହଞ୍ଚିବାରେ ପ୍ରଥମ ଦେଶ ହୋଇଯିବ।

ଓଡ଼ିଶାକୁ ୭୦୭ କୋଟି ଅନୁଦାନ

 ଓଡ଼ିଶାକୁ ୭୦୭ କୋଟି ଅନୁଦାନ




 

ନୂଆଦିଲ୍ଲୀ : ଓଡ଼ିଶା ସମେତ ୨୨ଟି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ୭୫୩୨ କୋଟି ଅନୁଦାନ ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମୋଦନ କ୍ରମେ ଓଡ଼ିଶାକୁ ରାଜ୍ୟ ବିପର୍ଯୟ ପରିଚାଳନା ପାଣ୍ଠି (ଏସଡିଆରଏଫ)କୁ ଚଳିତ ବର୍ଷ ପ୍ରଥମ କିସ୍ତିରେ ୭୦୭.୬୦ କୋଟି ଅନୁଦାନ ମିଳିଛି। ଏହି ଅନୁଦାନ ବାତ୍ୟା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମି, କୁଆପଥର ବୃଷ୍ଟି, ଭୂସ୍ପଳନ, ବରଫ ପାହଡ଼ ଧସିବା, ବାଦଲ ଫଟା ବର୍ଷା, କୀଟପତଙ୍ଗ ଆକ୍ରମଣ, ଥଣ୍ଡା ଏବଂ ଶୀତଲହର ମୁକାବିଲା ଲାଗି ରାଜ୍ୟ ଗୁଡ଼ିକ ଖର୍ଚ୍ଚ କରିପାରିବେ। ଅର୍ଥ ଆୟୋଗଙ୍କ ଅନୁମୋଦନ କ୍ରମେ ଦୁଇଟି ପର୍ଯ୍ୟାୟରେ ସମାନ କିସ୍ତିରେ ପ୍ରତିବର୍ଷ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ କେନ୍ଦ୍ରୀୟ ଅଂଶ ପ୍ରଦାନ କରିଥାନ୍ତି। ଏସଡିଆରଏଫରେ କେନ୍ଦ୍ର ସରକାରଙ୍କ ୭୫ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କ ୨୫ ପ୍ରତିଶତ ଅଂଶ ରହିଥାଏ।

ଅଡ଼ୁଆ ବଢ଼ାଇଲା ୨୦୧୬ ରାଫେଲ୍ ଚୁକ୍ତି

 ଅଡ଼ୁଆ ବଢ଼ାଇଲା ୨୦୧୬ ରାଫେଲ୍ ଚୁକ୍ତି


 


ନୂଆଦିଲ୍ଲୀ : ଭାରତ ଫ୍ରାନ୍ସ ଠାରୁ ନୂଆ ରାଫେଲ ବିମାନ କିଣିବାକୁ ଯାଉଥିବା ବେଳେ ଅଡ଼ୁଆ ବଢ଼ାଇଛି ପୁରୁଣା ଚୁକ୍ତି। ୨୦୧୬ରେ ହୋଇଥିବା ପୁରୁଣା ରାଫେଲ୍‌ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏଥିପାଇଁ ଭାରତକୁ ନୋଟିସ୍ କରିଛନ୍ତି ଫାନ୍ସର ଏକ ମାଜିଷ୍ଟ୍ରେଟ୍ କୋର୍ଟ। ତଦନ୍ତରେ ସହଯୋଗ କରିବାକୁ କୋର୍ଟ କହିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ସମୟରେ ୨୬ ନୂଆ ରାଫେଲ ଏମ୍‌ ନାଭାଲ ଜେଟ୍ କିଣିବା ନେଇ ଚୁକ୍ତି ହୋଇପାରେ ବୋଲି ସୂଚନା ମିଳିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ନୂଆ ଚୁକ୍ତି ହୋଇପାରେ। ୨୦୧୬ରେ ରାଫେଲ ଚୁକ୍ତିର ତଦନ୍ତ କରୁଛନ୍ତି ପ୍ୟାରିସ ମାଜିଷ୍ଟ୍ରେଟ୍‌ କୋର୍ଟ। ମାମଲାରେ ତଦନ୍ତ କରିବାକୁ ଭାରତକୁ ସେ ଏକ ଅନୁରୋଧ ପତ୍ର ପଠାଇଛନ୍ତି। ୨୦୧୬ ସେପ୍ଟେମ୍ବର ମାସରେ ଭାରତର ଏନ୍‌ଡିଏ ସରକାର ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଏଭିଏସନ ଠାରୁ ୫୯ ହଜାର କୋଟି ଟଙ୍କା ବ୍ୟୟରେ ୩୬ ରାଫେଲ କିଣିବା ପାଇଁ ଚୁକ୍ତି କରିଥିଲେ। ହେଲେ ଏଥିରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଭାରତ ସରକାର ନିର୍ଦ୍ଦିଷ୍ଟ କମ୍ପାନୀ ପ୍ରତି ଅଗ୍ରହ ଦେଖାଇ ଚୁକ୍ତି କରିଛନ୍ତି ବୋଲି ଦଳ ଅଭିଯୋଗ କରିଥିଲେ। ଚୁକ୍ତି ପାଇଁ ଡାସଲ୍ଟ ଭାରତ ସ୍ଥିତ ବ୍ୟାପାର ମଧ୍ୟସ୍ଥତା ସଂସ୍ଥାକୁ କିଛି ନିୟୁତ ୟୁରୋ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ରାଫେଲ ଫାଇଟର ଏୟାର୍‌କ୍ରାଫ୍ଟ ନିର୍ମାଣ କରୁଥିବା ଡାସଲ୍ଟ ଏଭିଏସନ୍ କମ୍ପାନୀ ଭାରତୀୟ ବ୍ୟାପାର ମଧ୍ୟସ୍ଥ କମ୍ପାନୀକୁ ୭.୫ ନିୟୁତ ୟୁରୋ ଦେଇଥିଲା। ଚୁକ୍ତି ପାଇବା ପାଇଁ ୨୦୦୭ରୁ ୨୦୧୨ ମଧ୍ୟରେ ଏହି ରାଶି ଦିଆଯାଇଛି ବୋଲି ଦାବି କରାଯାଇଥିଲା। ଭାରତୀୟ ତଦନ୍ତକାରୀ ଏଜେନ୍ସି ଏହି ଦୁର୍ନୀତି ସମ୍ପର୍କରେ ୨୦୧୮ରେ ସମସ୍ତ ପ୍ରମାଣ ପାଇଥିଲା। ହେଲେ କୌଣସି ପଦକ୍ଷେପ ନେଇ ନାହିଁ। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଥିଲେ ଡାସଲ୍ଟ କମ୍ପାନୀ ଓ ଭାରତ ସରକାର। ରାଫେଲ ଚୁକ୍ତିରେ କୌଣସି ଦୁର୍ନୀତି ହୋଇନି ବୋଲି ଉଭୟ କମ୍ପାନୀ ଓ ସରକାର କହିଥିଲେ। ଏନେଇ ସୁପ୍ରିମକୋର୍ଟଙ୍କ ନେତୃତ୍ୱରେ ତଦନ୍ତର ପରିଚାଳନା ହେଉ ବୋଲି ଏକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ମାମଲାକୁ ଆଗକୁ ନେବା ପାଇଁ କୋର୍ଟ କୌଣସି ପ୍ରମାଣ ପାଉ ନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ। ସୂଚନା ଥାଉକି; ଶେଷ ୩୬ ରାଫେଲ ବିମାନ ୨୦୨୨ ଡିସେମ୍ବର ମାସର ଭାରତ ଅଣାଯାଇଥିଲା। ଏବେ ପୁଣି ୨୬ଟି ନାଭାଲ୍ ଏୟାର୍‌କ୍ରାଫ୍ଟ ଆଣିବାକୁ ଚୁକ୍ତି ହେବ। ପାଖାପାଖି ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୬ ଏୟାରକ୍ରାଫ୍ଟ ମଧ୍ୟରୁ ୨୨ଟି ସିଙ୍ଗଲ ସିଟର ଏବଂ ୪ଟି ଡବଲ ସିଟର ଭର୍ସନ ଏୟାରକ୍ରାଫ୍ଟ ରହିଛି। ଭାରତୀୟ ନୌସେନା ପାଇଁ ବିମାନଗୁଡ଼ିକ ପ୍ରସ୍ତୁତ କରାଯାଇଛି। ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟରରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ଓ ଆଇଏନ୍‌ଏସ୍ ବିକ୍ରମାଦିତ୍ୟରେ ଏଗୁଡ଼ିକୁ ମୁତୟନ କରାଯିବ। ବର୍ତ୍ତମାନ ଏହି ଦୁଇଟି ଯୁଦ୍ଧ ଜାହାଜରେ ମିଗ୍-୨୯ ବିମାନ ଖଞ୍ଜାଯାଇଛି।

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

 ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

୧୫ରେ ଆବୁଧାବି ଗସ୍ତ



 

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳୁ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ବାହାରିଛନ୍ତି । ଆଜି ଅପରାହ୍ଣରେ ସେ ପ୍ୟାରିସରେ ପହଞ୍ଚିବେ।


ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍ ମାକ୍ରୋନ୍‌‍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ପ୍ୟାରିସ ଗସ୍ତ କରିଛନ୍ତି । ଶୁକ୍ରବାର ବଷ୍ଟିଲ୍ ଡେ’ ପ୍ୟାରେଡରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦେବେ। ସେଠାରେ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ତିନିଟି ଦଳ ଅଂଶଗ୍ରହଣ କରିବେ।


ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନ୍‌‍ଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିବେ । ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ସରକାରୀ ଭୋଜି ସହିତ ଏକ ବ୍ୟକ୍ତିଗତ ନୈଶଭୋଜିର ମଧ୍ୟ ଆୟୋଜନ କରିଛନ୍ତି ।


ପ୍ରଧାନମନ୍ତ୍ରୀ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସହିତ ସିନେଟ ଏବଂ ଫ୍ରାନ୍ସର ନେସନାଲ ଆସେମ୍ଳିର ସଭାପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ଫ୍ରାନ୍ସରରେ ଥିବା ପ୍ରବାସୀ ଭାରତୀୟ, ଭାରତୀୟ ଏବଂ ଫରାସୀ କମ୍ପାନୀର ସିଇଓ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ।


ଚଳିତ ବର୍ଷ ଭାରତ – ଫ୍ରାନ୍ସ ରଣନୀତିକ ସହଯୋଗର ୨୫ ତମ ବାର୍ଷିକୀ ପାଳନ କରାଯାଉଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭବିଷ୍ୟତ ପାଇଁ ରଣନୀତିକ, ସାଂସ୍କୃତିକ, ବୈଜ୍ଞାନିକ, ଶିକ୍ଷା ଏବଂ ଅର୍ଥନୈତିକ ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ରୂପରେଖ ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିବ।


ପରେ ପ୍ରଧାନମନ୍ତ୍ରୀ ଜୁଲାଇ ୧୫ରେ ଆବୁଧାବି ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ୍‍ ଜାୟେଦ ଅଲ ନାହ୍ୟାନଙ୍କ ସହିତ ଆଲୋଚନା କରିବେ। ଭାରତ-ୟୁଏଇର ବ୍ୟାପକ ରଣନୀତିକ ଭାଗିଦାରୀ କ୍ରମାଗତ ଭାବରେ ମଜବୁତ ହୋଇଛି ଏବଂ ଶକ୍ତି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଖାଦ୍ୟ ନିରାପତ୍ତା, ଫିନଟେକ୍‌, ପ୍ରତିରକ୍ଷା ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏକ ସୁଯୋଗ ପ୍ରଦାନ କରିବ। ଏହା ମଧ୍ୟ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସହଯୋଗ ଉପରେ ଆଲୋଚନା କରିବାର ଏକ ସୁଯୋଗ ହେବ, ବିଶେଷକରି ୟୁଏନଏଫସିସିର ସିଓପି-୨୮ର ୟୁଏଇର ରାଷ୍ଟ୍ରପତି ଏବଂ ଭାରତର ଜି -୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ୟୁଏଇ ଏକ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ଯୋଗ ଦେଉଛି।

Wednesday, July 12, 2023

ଦରପୋଡା ମଣିଷ ମାଂସ ଖାଇ ଦୁଇ ଗିରଫ

 ଦରପୋଡା ମଣିଷ ମାଂସ ଖାଇ ଦୁଇ ଗିରଫ


 


ବାରିପଦା- ମୟୁରଭଞ୍ଜରେ ଅଭାବନୀୟ ଘଟଣା ।   ଜୁଇ ଜଳାଯାଉଥିବା ଝିଅର ଦରପୋଡା ମାଂସ ଖାଇ  ଦୁଇ ଜଣ ଗିରଫ ହୋଇଛନ୍ତି । ଏହି ୨ ଜଣଙ୍କୁ  ପୋଲିସ  ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗାଁରେ ଏହି ଘଟଣା ଘଟିଛି । ଶବର ପୋଡ଼ା ମାଂସ ଖାଇବାକୁ ନେଇ  ସୂଚନା ମିଳିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଥିଲେ ।


ମଙ୍ଗଳବାର ବନ୍ଧସାହିଗାଁର ୨୫ ବର୍ଷୀୟ ମଧୁସ୍ମିତା ସିଂଙ୍କ ମୃତ୍ୟୁ ହୋଇଥିଲା । ଗାଁ ମଶାଣୀରେ ପରିବାର ଲୋକ ମଧୁସ୍ମିତାଙ୍କ ଶବ ସତ୍କାର  କରିଥିଲେ ।   ଶବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶବରୁ ଅଧା ପୋଡା ମାଂସକୁ ଆଣି ଖାଇଥିଲେ ।


ଏହା ଦେଖି ପରିବାର ଲୋକେ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ । ୫୮ ବର୍ଷୀୟ ସୁନ୍ଦର ସିଂ ଓ ୨୫ ବର୍ଷୀୟ ନରେନ୍ଦ୍ର ସିଂଙ୍କୁ ଅଟକ ରଖିବା ପରେ ପୁଲିସ ଜିମା ଦେଇଥିଲେ। ଏହି ଦୁଇ ଅଭିଯୁକ୍ତ   ବଡ଼ସାହି ଥାନା ଦାନ୍ତୁଣୀ ଗାଁର ବୋଲି ସୂଚନା ମିଳିଛି । ସୁନ୍ଦର ମୋହନ ଗାଁରେ ଗୁଣିଆ ଭାବେ ଝଡାଫୁଙ୍କା କରନ୍ତି। ତେବେ ଗୁଣି ପାଇଁ ନୁହେଁ ମହୁଲି ମଦ ନିଶାରେ ଦରପୋଡା ମାଂସ ଖାଇଦେଇଥିବା  ସେମାନେ ପୁଲିସକୁ କହିଛନ୍ତି ।

Tuesday, July 11, 2023

ନେପାଳରେ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ

 ନେପାଳରେ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ

 

ନୂଆଦିଲ୍ଳୀ: ପାଞ୍ଚଜଣ ବିଦେଶୀ ନାଗରିକଙ୍କ ସମେତ ସମୁଦାୟ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନିଖୋଜ ହୋଇଯାଇଛି। ହେଲିକପ୍ଟରଟି ଆଜି ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁ ଯାତ୍ରା ଭରୁଥିବା ସମୟରେ ନିଖୋଜ ହୋଇ ଯାଇଥିବା ସୂଚନା ରହିଛି। ସକାଳ ପ୍ରାୟ ୧୦.୧୫ ସମୟରେ ହେଲିକପ୍ଟରଟି କଣ୍ଟ୍ରୋଲ୍ ଟାୱାରରୁ ଯୋଗାଯୋଗ ଛିନ୍ନ କରିଛି।


କାଠମାଣ୍ଡୁ ପୋଷ୍ଟ କରିଥିବା ରିପୋର୍ଟ ମୁତାବକ, ସୋଲୁଖୁମ୍ବୁର ସୁରକିରୁ ଉଡ଼ାଣ ଭରିଥିବା ମନଙ୍ଗ ଏୟାର ହେଲିକପ୍ଟରଟିର ଯୋଗାଯୋଗହୀନ ହୋଇଯାଇଥିବାରୁ ତା‌ହା କେଉଁଆଡ଼େ ଗତି କରୁଛି କିଛି ଜାଣି ହେଉନାହିଁ।


ଏନେଇ ନେପାଳର ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ବିଟ୍‌ ଯୋଗ‌େ ସୂଚନା ଦିଆଯାଇଛି। ତେବେ କ୍ୟାପ୍‌ଟେନ୍‌ଙ୍କ ସମେତ ହେଲିକପ୍ଟର‌ରେ ସମୁଦାୟ ୬ ଜଣ ଥିଲେ। ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟରଟି ଉଡ଼ାଣ ଭରିଥିଲା ବୋଲି ସୂଚନା ରହିଛି।



ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

 ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ



ଲୋକଙ୍କ ଦୀର୍ଘ ଦିନର ଦାବିକୁ ଆଜି ଗୋଟିଏ ଫୋନ କଲ ମାଧ୍ୟମ ରେ ସମାଧାନ କରିଛନ୍ତି 5T ସଚିବ । ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ କରିଛନ୍ତି । ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ 5T ସଚିବ । ମାତ୍ର ୨ ମିନିଟରେ ସମସ୍ୟାର ସମାଧାନ କରିଛନ୍ତି। ଭିଡିଓ କଲ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି  ।


ପଞ୍ଚାୟତ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା

  •  ପଞ୍ଚାୟତ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ମୋହର




ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ପଞ୍ଚାୟତ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ମୋହର । ଏହି ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ସ୍ୱତନ୍ତ୍ର ଅନୁଦାନ ମିଳିବ । ନୂଆ ଯୋଜନା ପାଇଁ ୪୦୦୦କୋଟି ବ୍ୟୟ ବରାଦ ହୋଇଛି ।


ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ବିକାଶ ପାଇଁ ଏହି ଯୋଜନା କରାଯାଇଛି । ରାଜ୍ୟର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ଯୋଜନା ହୋଇଛି । ପ୍ରତି ପଞ୍ଚାୟତ ୫୦ ଲକ୍ଷ ଟଙ୍କାର ଅନୁଦାନ ପାଇପାରିବେ । ସେହି ଅର୍ଥରୁ ଜଗନ୍ନାଥ ସଂସ୍କୃତି ପରମ୍ପରାର ଉନ୍ନତି ହେବ । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଈପାରିବ ।


ଯୋଜନା କାର୍ଯ୍ୟକାରୀ ପାଇଁ ଗାଇଡଲାଇନ୍‌କୁ ମଞ୍ଜୁରୀ ମିଳିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ସମୁଦାୟ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । .

Monday, July 10, 2023

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

 *ଆଜି ଶ୍ରାବଣ ମାସର ପ୍ରଥମ ସୋମବାର* 

ତାରିଖ ୧୦/୦୭/୨୩, ସୋମବାର



୧-ଆଜି ପ୍ରଥମ ସୋମବାର, ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ସ୍ୱତନ୍ତ୍ର ନୀତି କାନ୍ତି ବ୍ୟବସ୍ଥା।


୨-ଶ୍ରାବଣରେ ନାହିଁ ବର୍ଷା, ଫାଟି ଆଁ କରିଛି ଚାଷ ଜମି । ଉପକୂଳରୁ ପଶ୍ଚିମ ଓଡିଶା, ସବୁଆଡେ ଚାଷ କାମରେ ବାଧକ ସାଜିଛି ପାଣି । ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡି ଆଶଙ୍କାରେ ଚାଷୀ।


୩-ଓଟିପି ସ୍କାମରେ ପାକିସ୍ତାନ ଲିଙ୍କର ହେବ ପର୍ଦ୍ଦାଫାଶ । ଅଭିଯୁକ୍ତ ଅଭିଜିତକୁ ପଚରାଉଚରା କଲା ମହାରାଷ୍ଟ୍ରର ଏଟିଏସ୍ । ନିଆଯାଇପାରେ ଏନଆଇଏ ଓ ଆଇବି ର ସହାୟତା।


୪-DN ହୋମ୍ସ ଟିକସୀ ଫାଙ୍କି ମାମଲା:ଜବତ ଟଙ୍କାର ଉତ୍ସ ଖୋଜୁଛି IT ।


୫-ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍ । ଭୟଭୀତ ହୋଇପଡ଼ିଲେ ପର୍ଯ୍ୟଟକ । ସିଂହଗୁଡିକୁ କାବୁ କରି ଫିଡିଂ ଚାମ୍ବରରେ ରଖିଲେ କର୍ମଚାରୀ।


୬-ଓଟିଭି ପକ୍ଷରୁ ପ୍ରଥମ AI ଖବର ଉପସ୍ଥାପନା: ଓଡ଼ିଆରେ ଖବର ପଢିବ 'ଲିସା'


୭-ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାଙ୍କ ଠାରୁ ଲୁଟ ଉଦ୍ୟମ କରିଥିବା ଅଭିଯୁକ୍ତ ଗିରଫ।


୮-ରାୟଗଡ଼ା:କାୟା ମେଲାଉଛି ଡେଙ୍ଗୁ ଓ ମେଲେରିଆ; ରାୟଗଡ଼ାରେ ଡାକ୍ତର ଅଭାବ।


୯-ଭୁବନେଶ୍ୱର: ବିସ୍ଥାପନ ଓ ଥଇଥାନ ; ବିବାହିତ ଝିଅଙ୍କୁ ମିଳିବ କ୍ଷତିପୂରଣ ସହାୟତା।


୧୦-ମଞ୍ଚେଶ୍ବରରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର କରୋନା ସାମଗ୍ରୀ ଜଳିଗଲା।


୧୧-ସୋରଡ଼ା:ଗ୍ରାମାଞ୍ଚଳରେ ଶିକ୍ଷା ଭିତ୍ତିଭୂମି ଦୁର୍ବଳ;୨୧୬ ପ୍ରାଥମିକ ବିଦ୍ୟାଳୟରେ  ଜଣେ ଲେଖାଏଁ ଶିକ୍ଷକ।


୧୨-ଶାରଳା ମନ୍ଦିରକୁ ମୋବାଇଲ ଓ ପଲିଥିନ୍‌ ମନା, ବେଢା ଭିତରେ ଫଟୋ ଉଠାଇ ପାରିବେନି ଭକ୍ତ।


୧୩-ଧୁମଧାମରେ ବାହା ହେଲେ ସାରଥୀଙ୍କ ପାଳିତ ପୁଅ ସତ୍ୟମ ରାଉଳ ; ବେକରେ ଥିଲା ୯୦ ଲକ୍ଷର ହୀରା ହାର।


୧୪-ବାହାନଗା ଟ୍ରାଜେଡିର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ ହୋଇଥିବା ନେଇ ସୂଚନା ।


୧୫-ବିଟ୍‌ କଏନ୍‌ ଲୋଭରେ ଫସିଲେ କଟକର ୨ ଯୁବକ, ହରାଇଲେ ୪୩ ଲକ୍ଷ ଟଙ୍କା।


୧୬-ଶ୍ରାବଣ ମାସର ପ୍ରଥମ ସୋମବାର, ଗଡ଼ ଗଡ଼ିଆ ଘାଟରେ ଲାଗିଛି କାଉଡ଼ିଆଙ୍କ ଭିଡ଼।


୧୭-ସମ୍ବଲପୁର ପୋଲିସ କବଜାରେ ୬ ଦୁର୍ଦ୍ଦାନ୍ତ ଅପରାଧୀ, ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ।


୧୮-'ଆହାର' ଉପରେ ଦରବୃଦ୍ଧିର ପାହାର ! ଆଳୁ ଓ ଭଣ୍ଡାକୁ ଛାଡ଼ି ଡାଲମାରୁ ଉଭାନ ଅନ୍ୟ ପରିବା।


୧୯-ଭାରତରେ ନିର୍ମିତ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସର ୨୮ତମ ରେକର ରଙ୍ଗ ଗେରୁଆ ହେବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା।


୨୦-ଉତ୍ତର ଭାରତ ରାଜ୍ୟ ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ।


୨୧-ଅମରନାଥ ଯାତ୍ରା – ଖରାପ ପାଗ ଯୋଗୁ ତୃତୀୟ ଦିନ ପାଇଁ ଯାତ୍ରା ବାତିଲ।


ଶ୍ରୀମଦ୍ ଭଗବଦ୍ ଗୀତା ସାରାଂଶ

  ଶ୍ରୀମଦ୍ ଭଗବଦ୍ ଗୀତା



ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଶ୍ରୀମଦ୍ଭଗଡଗୀତାର 18 ଅଧ୍ୟାୟରେ ଲୁଚି ରହିଛି l


 ସମସ୍ତ ଶାସ୍ତ୍ର ମଧ୍ୟରୁ ଶ୍ରୀମଦ୍ ଭଗବଦ୍ ଗୀତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ କାରଣ ଏଥିରେ ଜଣେ ବ୍ୟକ୍ତିର ଜୀବନର ମହତ୍ତ୍ୱ ରହିଥାଏ ଏବଂ ମହାଭାରତ ସମୟରୁ ଦ୍ଵାପର ସମୟ ପର୍ଯ୍ୟନ୍ତ କୃଷ୍ଣଙ୍କର ସମସ୍ତ ଲୀଳାର ବର୍ଣ୍ଣନା କରାଯାଇଛି।  ଏହାକୁ ମହର୍ଷି ବେଦବ୍ୟାସ ରଚନା କରିଥିଲେ।  ଭଗବଦ୍ ଗୀତା ଅର୍ଜୁନ ଏବଂ ତାଙ୍କ ସାରଥି ଶ୍ରୀକୃଷ୍ଣଙ୍କ ମଧ୍ୟରେ ହୋଇଥିବା ସଂଳାପ ଉପରେ ଆଧାରିତ ଏକ ପୁସ୍ତକ | ଜ୍ଞାନଯୋଗ, କର୍ମ ଯୋଗ, ଭକ୍ତି ଯୋଗ, ରାଜ ଯୋଗ, ଏକେଶ୍ୱରବାଦ ଇତ୍ୟାଦି ଗୀତାରେ ଅତି ସୁନ୍ଦର ଭାବରେ ଆଲୋଚନା କରାଯାଇଛି।  ଗୀତା ରେ ମଣିଷ କୁ କର୍ମ ର ମହତ୍ତ୍ୱ ବିଷୟରେ ବୁଝାଇ ଦିଆଯାଇଛି |  ଶ୍ରେଷ୍ଠ ମାନବ ଜୀବନର ମହତ୍ତ୍ୱ ଗୀତା ରେ ବ୍ୟାଖ୍ୟା କରାଯାଇଛି | ଏଥିରେ 18 ଟି ଅଧ୍ୟାୟ ଅଛି, ଯେଉଁଥିରେ ତୁମେ ତୁମର ଜୀବନ ସହିତ ଜଡିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏବଂ ତୁମର ପ୍ରତ୍ୟେକ ସମସ୍ୟାର ସମାଧାନ ପାଇପାରିବ |


 ପ୍ରଥମ ଅଧ୍ୟାୟ: ଗୀତାଙ୍କର ପ୍ରଥମ ଅଧ୍ୟାୟ ହେଉଛି ଅର୍ଜୁନ-ବିଶାଦ ଯୋଗ |  ଏଥିରେ 46 ଟି ଶ୍ଲୋକ ମାଧ୍ୟମରେ ଅର୍ଜୁନଙ୍କ ମାନସିକ ସ୍ଥିତି, ଅର୍ଜୁନ କିପରି ନିଜ ସମ୍ପର୍କୀୟଙ୍କ ସହ ଲଢିବାକୁ ଭୟ କରନ୍ତି ଏବଂ ଭଗବାନ କୃଷ୍ଣ ତାଙ୍କୁ କିପରି ବୁଝାଉଛନ୍ତି ତାହା ବର୍ଣ୍ଣନା କରେ |


ଦ୍ୱିତୀୟ ଅଧ୍ୟାୟ: ଗୀତା, ସାଂଖ୍ୟ-ଯୋଗ + ର ଦ୍ୱିତୀୟ ଅଧ୍ୟାୟରେ ସମୁଦାୟ 72 ଶ୍ଲୋକ ଅଛି, ଯେଉଁଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମଯୋଗ, ଜ୍ଞାନଯୋଗ, ସାଂଖ୍ୟଯୋଗ, ବୁଦ୍ଧିଯୋଗ ଏବଂ ଆତ୍ମ ବିଷୟରେ ଜ୍ଞାନ ପ୍ରଦାନ କରନ୍ତି |  ଏହି ଅଧ୍ୟାୟଟି ପ୍ରକୃତରେ ସମଗ୍ର ଗୀତା ର ଏକ ସାରାଂଶ ଅଟେ |  ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ |


 ତୃତୀୟ ଅଧ୍ୟାୟ: ଗୀତା ର ତୃତୀୟ ଅଧ୍ୟାୟ ହେଉଛି କର୍ମଯୋଗ , ଏହାର 43 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବ୍ୟାଖ୍ୟା କରିଛନ୍ତି ଯେ ଫଳାଫଳ ବିଷୟରେ ଚିନ୍ତା ନକରି ଆମେ ଆମର କାର୍ଯ୍ୟ ଜାରି ରଖିବା ଉଚିତ୍।


 ଚତୁର୍ଥ ଅଧ୍ୟାୟ: ଜ୍ଞାନକର୍ମ ସନ୍ନ୍ୟାସଯୋଗ ହେଉଛି ଗୀତାଙ୍କର ଚତୁର୍ଥ ଅଧ୍ୟାୟ, ଯାହାର 42 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ଧାର୍ମିକମାନଙ୍କର ସୁରକ୍ଷା ଏବଂ ଅଧାର୍ମିକମାନଙ୍କର ବିନାଶ ପାଇଁ ଗୁରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।


 ପଞ୍ଚମ ଅଧ୍ୟାୟ: କର୍ମ ସନ୍ନ୍ୟାସ ଯୋଗ ହେଉଛି ଗୀତାଙ୍କର ପଞ୍ଚମ ଅଧ୍ୟାୟ, ଯାହାର 29 ଟି ଶ୍ଲୋକ ଅଛି |  ଏଥିରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଛନ୍ତି ଯାହା କର୍ମ ଯୋଗ ଏବଂ ଜ୍ଞାନଯୋଗ ମଧ୍ୟରେ ତାଙ୍କ ପାଇଁ କେଉଁଟି ଉତ୍ତମ ଅଟେ।  ତା’ପରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଉଭୟଙ୍କ ଲକ୍ଷ୍ୟ ସମାନ କିନ୍ତୁ କର୍ମ ଯୋଗ ଉତ୍ତମ ।

 

 ଷଷ୍ଠ ଅଧ୍ୟାୟ: ଆତ୍ମ-ସଂଯମ ଯୋଗ ହେଉଛି ଗୀତାଙ୍କର ଷଷ୍ଠ ଅଧ୍ୟାୟ, ଯାହାର 47 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଅଷ୍ଟାଙ୍ଗ ଯୋଗ ବିଷୟରେ କହିଛନ୍ତି ।  ମନର ଦ୍ୱନ୍ଦ୍ୱକୁ କିପରି ଦୂର କରାଯାଇପାରିବ ସେ ଏଥିରେ ବ୍ୟାଖ୍ୟା କରିଛନ୍ତି।


 ସପ୍ତମ ଅଧ୍ୟାୟ: ଜ୍ଞାନ ବିଜ୍ଞାନ ଯୋଗ ହେଉଛି ଗୀତାଙ୍କର ସପ୍ତମ ଅଧ୍ୟାୟ, ଯାହାର 30 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସଂପୂର୍ଣ୍ଣ ନିରପେକ୍ଷ ବାସ୍ତବତା ଏବଂ ଏହାର ଭ୍ରମାତ୍ମକ ଶକ୍ତି + ମାୟା + ବିଷୟରେ ବୁଝାଇଛନ୍ତି |


 ଅଷ୍ଟମ ଅଧ୍ୟାୟ: ଗୀତା ର ଅଷ୍ଟମ ଅଧ୍ୟାୟ ହେଉଛି ଅକ୍ଷରବ୍ରହ୍ମଯୋଗ, ଯାହାର 28 ଟି ଶ୍ଲୋକ ଅଛି |  ଗୀତାଙ୍କର ଏହି ପାଠରେ ସ୍ୱର୍ଗ ଏବଂ ନର୍କର ସିଦ୍ଧାନ୍ତ ଅନ୍ତର୍ଭୁକ୍ତ |  ଏଥିରେ ଜଣେ ବ୍ୟକ୍ତିଙ୍କୁ ଚିନ୍ତା, ଆଧ୍ୟାତ୍ମିକ ଜଗତ ଏବଂ ନର୍କ ଏବଂ ସ୍ୱର୍ଗକୁ ଯିବାର ବାଟ ବିଷୟରେ କୁହାଯାଏ |


 ନବମ ଅଧ୍ୟାୟ: ରାଜବିଦ୍ୟାରାଜଗୃହ୍ ଯୋଗ ଗୀତା ର ନବମ ଅଧ୍ୟାୟ, ଯାହାର 34 ଟି ଶ୍ଲୋକ ଅଛି |  ଏଥିରେ କୁହାଯାଇଛି ଯେ ଶ୍ରୀକୃଷ୍ଣଙ୍କ ଆଭ୍ୟନ୍ତରୀଣ ଶକ୍ତି ବ୍ରହ୍ମାଣ୍ଡକୁ ବ୍ୟାପିଥାଏ, ଏହାକୁ ସୃଷ୍ଟି କରେ ଏବଂ ସମଗ୍ର ବ୍ରହ୍ମାଣ୍ଡକୁ ନଷ୍ଟ କରେ।


 ଦଶମ ଅଧ୍ୟାୟ: ବିଭୂତି ଯୋଗ ହେଉଛି ଗୀତାଙ୍କର ଦଶମ ଅଧ୍ୟାୟ ଯେଉଁଥିରେ 42 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି ଯେ ସମସ୍ତ ଉପାଦାନ ଏବଂ ଆଧ୍ୟାତ୍ମିକତା କିପରି ଅସ୍ତିତ୍ୱର ସମାପ୍ତି ର କାରଣ ହୁଏ |



ଏକାଦଶ ଅଧ୍ୟାୟ: ବିଶ୍ୱସ୍ଵରୂପ ଦର୍ଶନ ଯୋଗ ହେଉଛି ଗୀତା ର ଏକାଦଶ ଅଧ୍ୟାୟ ଯେଉଁଥିରେ 55 ଟି ଶ୍ଲୋକ ଅଛି |  ଏହି ଅଧ୍ୟାୟରେ ଅର୍ଜୁନଙ୍କ ଅନୁରୋଧ କ୍ରମେ ଶ୍ରୀକୃଷ୍ଣ ତାଙ୍କର ବିଶ୍ଵରୂପ ଧାରଣ କରିଛନ୍ତି।


 ଦ୍ୱାଦଶ ଅଧ୍ୟାୟ: ଭକ୍ତିଯୋଗ ହେଉଛି ଗୀତା ର ଦ୍ୱାଦଶ ଅଧ୍ୟାୟ ଯେଉଁଥିରେ 20 ଟି ଶ୍ଲୋକ ଅଛି |  ଏହି ଅଧ୍ୟାୟରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଭକ୍ତି ମାର୍ଗର ମହିମା ବିଷୟରେ ଅଧିକ ସୂଚନା ଦେଇଛନ୍ତି ।  ଏହା ସହିତ ସେ ଅର୍ଜୁନଙ୍କୁ ଭକ୍ତିଯୋଗ ବିଶେଷତ୍ଵ ବିଷୟରେ ବର୍ଣ୍ଣନା କରିଛନ୍ତି |


 ତ୍ରୟୋଦଶ ଅଧ୍ୟାୟ: କ୍ଷେତ୍ର କ୍ଷତ୍ରଜ୍ଞ ବିଭାଗ ଯୋଗ ଗୀତା ହେଉଛି ତ୍ରୟୋଦଶ ଅଧ୍ୟାୟ, ଏହାର 35 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଜ୍ଞାନ ଏବଂ ସତ୍ଵ , ରଜ ଏବଂ ତମ ଗୁଣ ମାଧ୍ୟମରେ ଏକ ଉତ୍ତମ ଯୋନି ରେ ଜନ୍ମ ହେବାର ଉପାୟ ବିଷୟରେ କହିଥିଲେ।


 ଚତୁର୍ଦ୍ଦଶ ଅଧ୍ୟାୟ: ଗଣତ୍ରୟ ବିଭାଗ ଯୋଗ, ଏହାର 27 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ସତ୍ଵ , ରଜ ଏବଂ ତମ ଗୁଣ ଏବଂ ମନୁଷ୍ୟର ସର୍ବୋତ୍ତମ, ମଧ୍ୟମ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି |  ଶେଷରେ, ଏହି ଗୁଣଗୁଡିକ ପାଇବା ପାଇଁ ଉପାୟ ଏବଂ ଏହାର ଫଳାଫଳକୁ ବର୍ଣ୍ଣନା କରାଯାଇଛି |


 ପଞ୍ଚଦଶ ଅଧ୍ୟାୟ: ଗୀତାଙ୍କର ପଞ୍ଚଦଶ ଅଧ୍ୟାୟ ହେଉଛି ପୁରୁଷୋତ୍ତମ ଯୋଗ, ଏହାର 20 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଐଶ୍ୱରୀୟ ପ୍ରକୃତିର ଜ୍ଞାନୀ ଲୋକମାନେ ମୋତେ ପ୍ରତ୍ୟେକ ଉପାୟରେ ଉପାସନା କରନ୍ତି ଏବଂ ଭୂତ ପ୍ରକୃତିର ଅଜ୍ଞ ବ୍ୟକ୍ତିମାନେ ମୋତେ ପରିହାସ କରନ୍ତି।

 

 ଷୋଡଶ ଅଧ୍ୟାୟ: ଦେବାସୁରସମ୍ପଦ୍ଦ୍ୱି ଭାଗ ଯୋଗ ହେଉଛି ଗୀତା ର ଷୋଡଶ ଅଧ୍ୟାୟ, ଏହାର 24 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ସ୍ୱାଭାବିକ ଭାବରେ ଐଶ୍ୱରୀୟ ପ୍ରକୃତିର ଜ୍ଞାନୀ ବ୍ୟକ୍ତି ଏବଂ ଆସୁରୀ ପ୍ରକୃତିର ଜଣେ ଅଜ୍ଞ ବ୍ୟକ୍ତିର ଗୁଣ ବର୍ଣ୍ଣନା କରନ୍ତି।


 ସପ୍ତଦଶ ଅଧ୍ୟାୟ: ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ଗୀତାଙ୍କର ସପ୍ତଦଶ ଅଧ୍ୟାୟ, ଏହାର 28 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ ଦେଇଛନ୍ତି ଯେ ଶାସ୍ତ୍ରର ଜ୍ଞାନ ଅଭାବ ଏବଂ ଅନ୍ୟାନ୍ୟ କାରଣରୁ ଶାସ୍ତ୍ର ଛାଡିବା ପରେ ମଧ୍ୟ ଯଜ୍ଞ, ପୂଜା ଇତ୍ୟାଦି ଶ୍ରଦ୍ଧା ପୂର୍ବକ ଶୁଭ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କ’ଣ?


 ଅଷ୍ଟାଦଶ ଅଧ୍ୟାୟ: ମୋକ୍ଷ-ସନ୍ନ୍ୟାସ ଯୋଗ ହେଉଛି ଗୀତା ର ଅଷ୍ଟାଦଶ ଅଧ୍ୟାୟ, ଏହାର 78 ଟି ଶ୍ଲୋକ ଅଛି |  ଏହି ଅଧ୍ୟାୟଟି ପୂର୍ବର ସମସ୍ତ ଅଧ୍ୟାୟର ଏକ ସାରାଂଶ ଅଟେ |  ଏଥିରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ଠାରୁ ନ୍ୟାସ ଅର୍ଥାତ୍ ଜ୍ଞାନ ଯୋଗ ଏବଂ ତ୍ୟାଗ ଅର୍ଥାତ୍ ଫଳପ୍ରାପ୍ତି ରହିତ କର୍ମ ଯୋଗକୁ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।


COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...