AFFILIATE MARKETING

https://binomo.com?a=90810425bb57&t=0

Monday, June 3, 2024

COASTAL NEWS ODIA 1861 ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ହେବ ଆବେଦନ; ଜୁନ ୧୭ ପର୍ଯ୍ୟନ୍ତ ଆବେଦନ

COASTAL NEWS ODIA 1861

ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ହେବ ଆବେଦନ; ଜୁନ ୧୭ ପର୍ଯ୍ୟନ୍ତ ଆବେଦନ 



ଭୁବନେଶ୍ବର - (CNO) ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ହେବ ଆବେଦନ । samsodisha.gov.in ୱେବସାଇଟ ମାଧ୍ୟମରେ ଜୁନ ୧୭ ପର୍ଯ୍ୟନ୍ତ ଏହି ଆବେଦନ ପାଇଁ ସୁଯୋଗ ରହିବ । ଆବେଦନ ପରେ ଜୁନ୍ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ତିନି ନାମଲେଖା ପକ୍ରିୟା ଆରମ୍ଭ ହେବ । ଅପରାହ୍ନ ୪ଟା ସମୟରୁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । 


ଜୁନ୍ ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ତେବେ ଜୁନ ୨୫ ତାରିଖରୁ ୨୮ ତାରିଖ ଯାଏଁ ସ୍ଲାଇଡ୍ ଅପ୍ସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ । ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ ।   

ତେବେ ଜୁଲାଇ ୫ ତାରିଖରୁ ୮ ତାରିଖ ଯାଏଁ ସ୍ଲାଇଡ୍ ଅପସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ । ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ରାଜ୍ୟରେ ସ୍ଵୟଂଶାସିତ କଲେଜ ଏବଂ ଯୁକ୍ତ ତିନି ମୋଟ କଲେଜ ହେଉଛି ୧୦୩୭ ।  

ସେଥିମଧ୍ୟରୁ ୨ ଲକ୍ଷ ୭୩ ହଜାର ୧୫ଟି ସିଟ ରହିଛି । ତେବେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪ ହଜାର ୫୫୨ ସିଟ ରହିଥିବା ବେଳେ ଦ୍ଵିତୀୟ ସର୍ବାଧିକ କଟକ ଜିଲ୍ଲାରେ ରହିଛି । କଟକରେ ସିଟ ସଂଖ୍ୟା ୨୧ ହଜାର ୮୧୨ ରହିଛି ଏବଂ ଖୋର୍ଦ୍ଧା ଜିଲ୍ଲାରେ ସିଟ ରହିଛି ୨୧ ହଜାର ୧୨୩ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...