AFFILIATE MARKETING

https://binomo.com?a=90810425bb57&t=0

Saturday, June 15, 2024

ଓଡିଶା ନୂତନ ମନ୍ତ୍ରୀମଣ୍ଡଳର ରୂପରେଖ

COASTAL NEWS ODIA 1869

ଓଡିଶା ନୂତନ ମନ୍ତ୍ରୀମଣ୍ଡଳର ରୂପରେଖ 




ଭୁବନେଶ୍ବର - (CNO) ଶେଷ ହୋଇଛି ରାଜ୍ୟର ନବଗଠିତ ବିଜେପି ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ ନେଇ ଉତ୍କଣ୍ଠା । ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗ ରଖିଛନ୍ତି। ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ।

୧. ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ: କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ବିଭାଗ
୨. ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ
୩. ସୁରେଶ ପୂଜାରୀ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୪. ରବି ନାୟକ: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ
୫. ନିତ୍ୟାନନ୍ଦ ଗଣ୍ଡ: ବିଦ୍ୟାଳୟ ଓ ଗଣଶିକ୍ଷା, ଏସସି/ଏସଟି ଉନ୍ନୟନ, ସଂଖ୍ୟାଲଘୁ ବିଭାଗ
୬. କୃଷ୍ଣଚନ୍ଦ୍ର ପାତ୍ର: ଖାଦ୍ୟ ଯୋଗାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି
୭. ପୃଥ୍ୱୀରାଜ ହରିଚନ୍ଦନ: ଆଇନ୍, ପୂର୍ତ୍ତ ଏବଂ ଅବକାରୀ
୮. ମୁକେଶ ମହାଲିଙ୍ଗ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର
୯. ବିଭୂତି ଭୂଷଣ ଜେନା: ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି
୧୦. କୃଷ୍ଣଚନ୍ଦ୍ର ମହାପାତ୍ର: ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ
୧୧. ଗଣେଶରାମ ସିଂ ଖୁଣ୍ଟିଆ: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
୧୨. ସୂର୍ଯ୍ୟବଂଶୀ ସୂରଜ: ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
୧୩. ପ୍ରଦୀପ ବଳସାମନ୍ତ: ସମବାୟ, ହସ୍ତତନ୍ତ
୧୪. ଗୋକୁଳାନନ୍ଦ ମଲ୍ଲିକ: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଏମଏସଏମଇ
୧୫. ସମ୍ପଦ ଚନ୍ଦ୍ର ସ୍ୱାଇଁ: ଖଣି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...