AFFILIATE MARKETING

https://binomo.com?a=90810425bb57&t=0

Thursday, June 6, 2024

*ସାବିତ୍ରୀ ବ୍ରତରେ ନାରୀ*

COASTAL NEWS ODIA 1865


*ସାବିତ୍ରୀ ବ୍ରତରେ ନାରୀ* 



ଗୃହଲକ୍ଷ୍ମୀ ସିଏ ମମତା ସାଗର 
ଶାନ୍ତିଦାୟୀ ପ୍ରେମମୟୀ
ପତି ଭକ୍ତି ପାଇଁ ଏ ମହୀ ମଣ୍ଡଳେ
ହୁଏ ସିଏ କାଳଜୟୀ। 

କୁଳବଧୂ ରୂପେ କର୍ତ୍ତବ୍ୟ କରିକି 
ଘରକୁ ସଜେଇ ଦିଏ 
ଘରଣୀ ବେଶରେ ସ୍ନେହ ପରସରେ
ସବୁ ମନ ମୋହି ନିଏ। 

ପତିବ୍ରତା ହୋଇ ସ୍ଵାମୀ ଦେବ ପାଇଁ 
ସାବିତ୍ରୀ ବ୍ରତଟି କରେ 
ସ୍ୱାମୀଙ୍କର ସବୁ ସଫଳତା ପାଇଁ
ପ୍ରେରଣା ହୃଦୟେ ଭରେ। 


ଦୁଃଖ କଷ୍ଟ ସବୁ ସହିଯାଏ ବୋଲି 
ସର୍ବଂସହା ନାମ ତାର
ଶ୍ରେଷ୍ଠ ସୃଷ୍ଟି ସିଏ ବ୍ରହ୍ମଦେବଙ୍କର 
ନାରୀ ରୂପୀ ଅବତାର। 

ସତୀ ରୂପେ ସେହି ଧର୍ମରାଜ ଠାରୁ
ଅବିଳମ୍ବେ କଲେ ଜୟ
ସତ୍ୟ ନିଷ୍ଠା ପାଇଁ ସତ୍ୟବାନଙ୍କୁ ସେ
ହେବାକୁ ଦେଲେନି କ୍ଷୟ। 

ଯେଉଁ ସ୍ଥାନେ ନାରୀ ସମ୍ମାନୀତ ହୁଏ 
ଦେବତାଙ୍କ ବାସ ସେଠି
ସକଳ ସୁଖକୁ ସେହି ଘର ପାଇଁ
ଦେବତା ଦିଅନ୍ତି ଭେଟି। 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...