AFFILIATE MARKETING

https://binomo.com?a=90810425bb57&t=0

Thursday, June 6, 2024

COASTAL NEWS ODIA 1864 *ବିଶେଷ ଖବର*

COASTAL NEWS ODIA 1864

*ବିଶେଷ ଖବର* 



୧-ଦୀର୍ଘ ୨୪ ବର୍ଷ ବିଜେଡି ସରକାରର ଅବସାନ, ପ୍ରଥମ ଥର ଓଡ଼ିଶାରେ ସରକାର ଗଢିବାକୁ ଯାଉଛି ବିଜେପି।

୨-ନବୀନ କ୍ୟାବିନେଟ୍‌ରେ ପରାଜିତ ହେଲେ ୧୨ ମନ୍ତ୍ରୀ, ସମ୍ମାନ ରଖିଲେ ୭ ନେତା।

୩-ଲୋକସଭାରେ ଖାତା ବି ଖୋଲି ପାରିଲାନି ବିଜେଡି, ୨୦ ସିଟ୍ ପୋଛି ନେଲା ବିଜେପି। କୋରାପୁଟ ଆସନ ବଜାୟ ରଖିଲା କଂଗ୍ରେସ।

୪-୨୪ବର୍ଷର ସେବା ପାଇଁ କୃତଜ୍ଞତା ଜଣାଇଲା ବିଜେଡ଼ି, ଓଡ଼ିଶାବାସୀ ସେବା ଜାରି ରଖିବୁ,ହାରିବା କାରଣ ଆଗକୁ ଜଣାଇବୁ।

୫-ବିଜେପି ବିଜୟର ବଡ଼ କାରଣ କୁହାଯାଉଛି:'ଓଡ଼ିଆ ଅସ୍ମିତା' ଓ  ଓଡ଼ିଆ ସ୍ବାଭିମାନ।

୬-ଚାନ୍ଦବାଲିରେ ହାରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ବିଜୟୀ।

୭-ଭୁବନେଶ୍ୱର:ବାଜି ମାରିଲେ ଅଭିନେତା ସିଦ୍ଧାନ୍ତ ଓ ଆକାଶ ଦାସ ନାୟକ ‌।

୮-ଦଳ ଡେଇଁ ମାଟି କାମୁଡ଼ିଲେ: ହତାଶ ହେଲେ ଭୃଗୁ,ଲେଖାଶ୍ରୀ,ପରିଣିତା,ହାରିଲେ ପ୍ରିୟଦର୍ଶୀ, ଅଂଶୁମାନ ଓ ଦେବାଶିଷ।

୯-ଝାରସୁଗୁଡ଼ାରେ ଚିତ୍‌ପଟାଙ୍ଗ ବିଜେଡ଼ି, ଦୀପାଳିଙ୍କୁ ହରାଇ ଜିତିଲେ ଟଙ୍କଧର।

୧୦-ସାଲେପୁରରେ ହାରିଗଲେ ଅରିନ୍ଦମ ରାୟ: ୭ ହଜାର ୫୯୪ ଭୋଟରେ ଜିତିଲେ ବିଜେଡିର ପ୍ରଶାନ୍ତ ବେହେରା।

୧୦-କଣ୍ଟାବାଞ୍ଜିରୁ ହାରିଲେ ବିଜେଡି ସୁପ୍ରିମୋ: ଜିତିଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍।

୧୧-ଘଷିପୁରାରୁ ହାରିଗଲେ ସୌମ୍ୟ, ବାଜି ମାରିଲେ ବଦ୍ରି।

୧୨-ଭୁବନେଶ୍ବର ମଧ୍ୟ ଆସନ ହାତେଇଲେ ଅନନ୍ତ ନାରାୟଣ ଜେନା।

୧୩-କେନ୍ଦ୍ରରେ ପୁଣି କ୍ଷମତାକୁ ଫେରୁଛି ଏନଡିଏ, ବିରୋଧୀ ଆସନରେ ଇଣ୍ଡି ମେଣ୍ଟ।

୧୪-ଓଡ଼ିଶା ହୋଇକୋର୍ଟରେ ପୂରଣ ହେବ ୩୫ଟି ଜୁନିୟର୍ ଷ୍ଟେନୋଗ୍ରାଫର୍ ପଦବୀ।

୧୫-ବାରବାଟୀ-କଟକରେ ନିଜ ଗଡ ବଞ୍ଚାଇ ରଖିଲା କଂଗ୍ରେସ, ୨୦୨୪ ବାଜିରେ ବିଜୟୀ ହେଲେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍।

୧୬-ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ, ହାରିଲେ ବର୍ଷା ପ୍ରିୟଦର୍ଶିନୀ, ଜିତିଲେ ଅମର ନାୟକ।

୧୭-ନାଶିକରେ ଦୁର୍ଘଟଣାର ସମ୍ମୁଖୀନ ହେଲା ବାୟୁସେନା ବିମାନ, ଅଳ୍ପକେ ରକ୍ଷା ପାଇଲେ ୨ ପାଇଲଟ।

୧୮-ଆମେଥିରୁ ହାରିଲେ ସ୍ମୃତି ଇରାନୀ, ଦେଢ଼ ଲକ୍ଷରୁ ଅଧିକ ଭୋଟ୍‌ରେ ହରାଇଲେ କିଶୋରୀ ଲାଲ୍‌

୧୯-୧୧୦ ସିଟ୍ ସହିତ ଆନ୍ଧ୍ରରେ ସରକାର ଗଢ଼ିବ ତେଲୁଗୁ ଦେଶମ ପାର୍ଟି।

୨୦-ଚଳିତ ନିର୍ବାଚନ ଭାରତୀୟ ସମ୍ବିଧାନ ଉପରେ ଆସ୍ଥାର ବିଜୟ – ନରେନ୍ଦ୍ର ମୋଦୀ।

୨୧-ନ୍ୟୁୟର୍କ: ଟ୍ବେଣ୍ଟି ୨୦ ବିଶ୍ବକପ୍ -ଭାରତ ଆୟରଲ୍ୟାଣ୍ଡ ମୁକାବିଲା ଆଜି।

୨୨-ମୁମ୍ବାଇ: ପୁଞ୍ଜି ବଜାର ଧରାଶାୟୀ,ନିବେଶକ ହରାଇଲେ ୩୦ ଲକ୍ଷ କୋଟି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...