AFFILIATE MARKETING

https://binomo.com?a=90810425bb57&t=0

Tuesday, June 18, 2024

ଅଜା ଥିଲେ ମୁଖ୍ୟମନ୍ତ୍ରୀ, ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ

COASTAL NEWS ODIA
ଅଜା ଥିଲେ ମୁଖ୍ୟମନ୍ତ୍ରୀ, ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ




ବଲାଙ୍ଗିର, (CNO ) : ଅଜା ଥିଲେ ମୁଖ୍ୟମନ୍ତ୍ରୀ, ଏବେ ନାତି ହେଲେ ଉପମୁଖ୍ୟମନ୍ତ୍ରୀ । ସ୍ୱର୍ଗତ୍‌ ପାଟଣା ମହାରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି ହେଉଛନ୍ତି ପାଟଣା ମହାରାଜା କନକବର୍ଦ୍ଧନ ସିଂହଦେଓ, ଯିଏ ଆଜି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଶପଥ ଗ୍ରହଣ କରିବେ । କନକବର୍ଦ୍ଧନ ୬ ଥର ବିଧାୟକ ହୋଇଛନ୍ତି । ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ସେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜେଡ଼ି-ବିଜେପି ମେଂଟ ସରକାରରେ ସେ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ମେଂଟ ସରକାରରେ ସାମିଲ୍‌ ରହିଥିଲେ । ରାଜ୍ୟରେ ବିଜେଡ଼ି-ବିଜେପି ମେଂଟ ଭାଂଗିବା ପରେ ବି ପାଟଣାଗଡ଼କୁ ବିଜେପିର ଗଡ଼ ଭାବେ ସହି ସଲାମତ୍‌ ରଖିଥିଲେ କନକବର୍ଦ୍ଧନ । ୨୦୧୯ରେ ସେ ପ୍ରଥମ ଥର ପରାଜିତ ହୋଇଥିଲେ ବିଜେଡ଼ି ବିଧାୟକ ସରୋଜ ମେହେରଙ୍କ ଠାରୁ । ଚଳିତ ନିର୍ବାଚନରେ ସେ ପୁଣି ବିଜୟୀ ହୋଇ ନିଜ ଗଡ଼ ଫେରି ପାଇଛନ୍ତି । କନକବର୍ଦ୍ଧନଙ୍କ ଧର୍ମପତ୍ନୀ ହେଉଛନ୍ତି ସାଂସଦ ସଂଗୀତା କୁମାରୀ ସିଂହଦେଓ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ୍‌ କରିଛନ୍ତି କନକବର୍ଦ୍ଧନ । ଶ୍ରୀ ସିଂହଦେଓ ଭାରତୀୟ ଜନତା ପାର୍ଟିର ଅନେକ ଗୁରୁତ୍ୱପୂର୍ଣ୍ଣ ସାଂଗଠାନିକ ଦାୟିତ୍ୱ ତୁଳାଇଥିବା ବେଳେ ସେ ରାଜ୍ୟ ସଭାପତି ପଦରେ ମଧ୍ୟ ରହିଥିଲେ । ଚଳିତ ନିର୍ବାଚନରେ କନକବର୍ଦ୍ଧନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ପ୍ରାର୍ଥୀ ସରୋଜ ମେହେରଙ୍କୁ ୧୩୫୭ ଖଣ୍ଡ ଭୋଟ୍‌ରେ ହରାଇ ବିଜୟୀ ହୋଇଥିଲେ । କନକବର୍ଦ୍ଧନ ଉପମୁଖ୍ୟମନ୍ତ୍ରୀ ହେବା କଥା ପ୍ରଚାର ହେବା ପରେ ପାଟଣାଗଡ଼ ସମତେ ସାରା ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...