AFFILIATE MARKETING

https://binomo.com?a=90810425bb57&t=0

Wednesday, July 30, 2025

ଅନ୍ତରୀକ୍ଷ ମିଶନ ‘NISAR’ ସଫଳ ଉତକ୍ଷେପଣ

ବିଶ୍ୱର ସବୁଠୁ ମହଙ୍ଗା ସାଟେଲାଇଟ। ପୃଥିବୀ ଉପରେ ରଖିବ ଟିକିନିଖି ନଜର।

ଜାଣନ୍ତୁ ସମଗ୍ର ବିଶ୍ୱ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ସାଟେଲାଇଟ

ନୂଆଦିଲ୍ଲୀ, ୩୦/୦୭: ମହାକାଶ କ୍ଷେତ୍ରରେ ଇତିହାସ ରଚିଲା ଭାରତ। ମାଇଲଖୁଣ୍ଟ ଅତିକ୍ରମ କଲା ଇସ୍ରୋ। ବୁଧବାର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର (ନିସାର) ସାଟେଲାଇଟର ସଫଳ ଉତକ୍ଷେପଣ ହୋଇଛି।

୨୩୯୩ କିଲୋଗ୍ରାମ ଓଜନର ଏହି ସାଟେଲାଇଟ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫:୪୦ ରେ ଇସ୍ରୋର ଜିଓସିଙ୍କ୍ରୋନାସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV) ଯୋଗେ ମହାକାଶକୁ ଉତକ୍ଷେପଣ ହୋଇଛି।

ନିସାର ମିଶନ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଯୁକ୍ତରାଷ୍ଟ୍ରର ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ୍ (ନାସା) ର ଏହା ମିଳିତ ପ୍ରକଳ୍ପ। ଏଥିରେ ୧୦ ହଜାର କୋଟି ଖର୍ଚ୍ଚ ହୋଇଛି। ଏହି ସାଟେଲାଇଟ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱରେ ଜଳବାୟୁ ମନିଟରିଂ ଏବଂ ବିପର୍ଯ୍ୟୟ ପୂର୍ବରୁ ଆଗୁଆ ସୂଚନା ଦେବ।

ନିସାର ହେଉଛି ବିଶ୍ୱର ପ୍ରଥମ ପୃଥିବୀ-ମ୍ୟାପିଂ ସାଟେଲାଇଟ୍ ଯାହା ପୃଥିବୀକୁ ନିରୀକ୍ଷଣ କରିବ। ନାସାର ଏଲ-ବ୍ୟାଣ୍ଡ ରାଡାର ଏବଂ ଇସ୍ରୋର ଏସ-ବ୍ୟାଣ୍ଡ ରାଡାରର ମିଳିତ ଭାବେ ନିସାର ପୃଥିବୀ ପୃଷ୍ଠରେ ଥିବା ଅତି ସାମାନ୍ୟ ପରିବର୍ତ୍ତନକୁ ଯେପରିକି ଜଙ୍ଗଲ ତଳେ, ବାଦଲ ତଳେ କିମ୍ବା ଅନ୍ଧାରରେ ମଧ୍ୟ ଆଂଶିକ ମିଲିମିଟର ପର୍ଯ୍ୟନ୍ତ ଛୋଟ ଗତିବିଧି ଚିହ୍ନଟ କରିବାକୁ ସକ୍ଷମ ହେବ।

ନିସାରକୁ ପ୍ରତି ୯୭ ମିନିଟରେ ଗ୍ରହକୁ ପରିକ୍ରମା କରିବା ପାଇଁ ଡିଜାଇନ୍ କରାଯାଇଛି। ୧୨ ଦିନରେ ପୃଥିବୀର ଗୋଟିଏ ପରିକ୍ରମା ଶେଷ କରିବ। ଏହି ସମୟରେ ପୃଥିବୀ ପୃଷ୍ଠରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଜଣାପଡ଼ିଯିବ। ଯାହା ଫଳରେ ପ୍ରତ୍ୟେକ ଦେଶରେ ବନ୍ୟା, ମରୁଡି, ଭୂସ୍ଖଳନ, ସୁନାମୀ ଓ ଆଗ୍ନେୟଗିରି ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପୂର୍ବାନୁମାନ କରିବା ସହ ସମୟ ପୂର୍ବରୁ ସୂଚନା ଦେବ।

ପ୍ରାୟ ୧୦ ବର୍ଷ ପୂର୍ବରୁ ଏହି ସାଟେଲାଇଟ ପାଇଁ ମିଳିତ କାର୍ଯ୍ୟ ଆରମ୍ଭ କରିଥିଲେ ଇସ୍ରୋ ଓ ନାସା।

https://youtube.com/@coastalnewsodia?si=AB2TB8we6wtbHMXy

ବନ୍ୟା ଘେରରେ ୩ ଜିଲ୍ଲାର ୮୧ ଗାଁ: ଏରିଆଲ ସର୍ଭେ କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ପ୍ରଭାବିତ ଲୋକଙ୍କୁ ଆହୁରି ୭ ଦିନ ଦିଆଯିବ ରନ୍ଧାଖାଦ୍ୟ

ଭୁବନେଶ୍ୱର, ୩୦/୦୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିଥିଲେ। ସର୍ଭେ ପରେ ୩ଟି ଜିଲ୍ଲାର ୮୧ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଜାଣିବାକୁ ପାଇଛନ୍ତି।

ଆକାଶ ମାର୍ଗରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଆକଳନ କରିଥିଲେ। ସର୍ଭେରୁ ଜଣାପଡିଛି ଯେ ବାଲେଶ୍ୱରର ୪ଟି ବ୍ଲକ, ଭଦ୍ରକର ୨ଟି ବ୍ଲକ ଏବଂ ଯାଜପୁରର ୨ଟି ବ୍ଲକ ପ୍ରଭାବିତ ହୋଇଛି। ମୋଟ ୮ଟି ବ୍ଲକର ୮୧ଟି ଗାଁର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଅଞ୍ଚଳର କ୍ଷୟକ୍ଷତି ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଯାହା ପରେ କ୍ଷତିପୂରଣ ପ୍ରଦାନ କରାଯିବ।

ଘର, ରାସ୍ତା ଏବଂ ସେତୁର କ୍ଷୟକ୍ଷତି ପାଇଁ କ୍ଷତିପୂରଣ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ଆହୁରି ୭ ଦିନ ରନ୍ଧା ଖାଦ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

https://youtube.com/@coastalnewsodia?si=AB2TB8we6wtbHMXy

ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ସୁରକ୍ଷାକର୍ମୀଙ୍କ ଗୁଳିରେ କରିଲେ ୨ ଆତଙ୍କୀ

ଜମ୍ମୁ-କାଶ୍ମୀର, ୩୦/୦୭: ବୁଧବାର ଦିନ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହିତ ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ସୁରକ୍ଷାବାହିନୀ।

ନିୟନ୍ତ୍ରଣ ରେଖା ନିକଟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଚିହ୍ନଟ ହେବା ପରେ ପୁଞ୍ଚର ଦେଘୱାର ସେକ୍ଟରରେ ବର୍ତ୍ତମାନ ଏକ ବଡ଼ ସର୍ଚ୍ଚ ଅପରେସନ୍ ଚାଲିଥିଲା। ଯେଉଁଯିରେ ଦୁଇ ଜଣ ଆତଙ୍କବାଦୀ ଏଲଓସି ନିକଟରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦେଖା ଯାଇଥିଲା। ଏହି ଅପରେସନ୍ ଏବେ ବି ଜାରି ରହିଛି। ଏବଂ ଏହି ଅଞ୍ଚଳରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ଶ୍ରୀନଗରରେ ଅପରେସନ ମହାଦେବ ନାମରେ ଏକ ବଡ଼ ଧରଣର ଏନକାଉଣ୍ଟର କରାଯାଇଥିଲା। ଯେଉଁଥିରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ପହୱଗାମ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମଧ୍ୟ ଥିଲା।


https://youtube.com/@coastalnewsodia?si=AB2TB8we6wtbHMXy

ରୁଷରେ ଶକ୍ତିଶାଳୀ ଭୂମିକମ୍ପ: ୧୩ ଫୁଟ ଯାଏଁ ମାଡ଼ି ଆସିଲା ସୁନାମୀ ଜୁଆର

ରୁଷରେ ଶକ୍ତିଶାଳୀ ଭୂମିକମ୍ପ: ୧୩ ଫୁଟ ଯାଏଁ ମାଡ଼ି ଆସିଲା ସୁନାମୀ ଜୁଆର

ବିଭିନ୍ନ ଦେଶକୁ ସୁନାମୀ ଆଲର୍ଟ, ଜାପାନରେ ପହଞ୍ଚିଲା ସୁନାମୀ ଜୁଆର

ପ୍ରବାସୀ ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ୱର ଜାରି

ମସ୍କୋ, ୩୦/୦୭: ବୁଧବାର ଦିନ ରୁଷିଆର ପୂର୍ବ କାମଚାଟକା ଉପଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଭୂମିକମ୍ପର ତୀବ୍ରତା ୮.୮ ଥିଲା ବୋଲି ସୂଚନା ମିଳିଛି। ଯାହା ଫଳରେ ୪ ମିଟର (୧୩ ଫୁଟ) ଉଚ୍ଚ ଜୁଆର ସହିତ ସୁନାମି ଆସିଛି। ରୁଷିଆର କୁରିଲ ଦ୍ୱୀପ ଓ ଜାପାନର ଉତ୍ତର ଉପକୂଳରେ ଥିବା ହକାଇଡୋରେ ସୁନାମୀ ଆସିଛି।

ଅଧିକାରୀମାନେ କହିଛନ୍ତି ଯେ ଭୂମିକମ୍ପ ଯୋଗୁଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଏହା ଆମେରିକା, ଜାପାନ ଏବଂ ନିକଟବର୍ତ୍ତୀ ଅନ୍ୟାନ୍ୟ ଦେଶ ପାଇଁ ପ୍ରଶାନ୍ତ ମହାସାଗର ସୁନାମି ପରାମର୍ଶ ମଧ୍ୟ ଜାରି କରାଯାଇଛି।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ ଭୂମିକମ୍ପଟି ୧୯.୩ କିଲୋମିଟର (୧୨ ମାଇଲ) ଗଭୀରତାରେ ଘଟିଥିଲା ଏବଂ ଏହା ଆଭାଚା ବେରେ ପ୍ରାୟ ୧୬୫,୦୦୦ ଜନସଂଖ୍ୟା ବିଶିଷ୍ଟ ଏକ ଉପକୂଳବର୍ତ୍ତୀ ସହର ପେଟ୍ରୋପାଭଲୋଭସ୍କ-କାମଚାଟସ୍କିର ପୂର୍ବ-ଦକ୍ଷିଣପୂର୍ବରେ ପ୍ରାୟ ୧୨୫ କିଲୋମିଟର (୮୦ ମାଇଲ) ଅବସ୍ଥିତ ଥିଲା।

ଭୂମିକମ୍ପ ପରେ, କାମଚାଟକା ଅଞ୍ଚଳର କିଛି ଅଂଶରେ ୩ ରୁ ୪ ମିଟର ଉଚ୍ଚତାର ଜୁଆର ସୁନାମି ଆସିଥିଲା। ତେଣୁ ସମସ୍ତଙ୍କୁ ସମୁଦ୍ରରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଆମେରିକାର ଉତ୍ତର-ପଶ୍ଚିମ ହାୱାଇ ଦ୍ୱୀପପୁଞ୍ଜ ଏବଂ ରୁଷିଆର ଉପକୂଳରେ ଜୁଆର ସ୍ତରଠାରୁ ୩ ମିଟର (୧୦ ଫୁଟ) ଅଧିକ ଉଚ୍ଚତାରେ ଜୁଆର ଆସିବା ସମ୍ଭାବନା ରହିଛି।

ଜୁଆର ସ୍ତରଠାରୁ ୦.୩ ରୁ ୧ ମିଟର (୧ ରୁ ୩.୩ ଫୁଟ) ଉଚ୍ଚତାରେ ସୁନାମି ଲହରୀ ଚୁଉକ୍, କୋସରେ, ମାର୍ଶାଲ୍ ଦ୍ୱୀପପୁଞ୍ଜ, ପାଲାଉ ଏବଂ ଫିଲିପାଇନ୍ସର କିଛି ଅଂଶରେ ଛୁଇଁପାରେ। ଦକ୍ଷିଣ କୋରିଆ, ଉତ୍ତର କୋରିଆ ଏବଂ ତାଇୱାନ ଉପକୂଳରେ ଛୋଟ ସୁନାମି ଜୁଆର ସ୍ତରଠାରୁ ୦.୩ ମିଟର (ପ୍ରାୟ ୧ ଫୁଟ) କମ୍ ଉଚ୍ଚତାରେ ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଭୂମିକମ୍ପରୁ ଏପର୍ଯ୍ୟନ୍ତ କୌଣସି ଆହତଙ୍କ ରିପୋର୍ଟ ମିଳିନାହିଁ। ତଥାପି ଭୂମିକମ୍ପ ଏବଂ ସୁନାମି ବିପଦ ପରେ, ସାଖାଲିନ ଅଞ୍ଚଳର ସେଭେରୋ-କୁରିଲସ୍କ ନାମକ ଛୋଟ ସହରରୁ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଉଛି।

ଅନ୍ୟପଟେ ରୁଷର କାମଚାଟକା ଉପଦ୍ୱୀପ ନିକଟରେ ୮.୮ ତୀବ୍ରତାର ଭୂମିକମ୍ପ ଆସିବା ପରେ ସାନ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ ଆମେରିକାର ପଶ୍ଚିମ ତଟ ଏବଂ ହାୱାଇରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। ପ୍ରଭାବିତ ଅଞ୍ଚଳର ଭାରତୀୟ ନାଗରିକମାନଙ୍କୁ ସ୍ଥାନୀୟ ସତର୍କତା ସୂଚନା ଅନୁସରଣ କରିବାକୁ, ଉପକୂଳ ଅଞ୍ଚଳରେ ନ ରହି ଉଚ୍ଚା ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। କନସୁଲେଟ୍ ଏକ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି: +୧-୪୧୫-୪୮୩-୬୬୨୯।

https://youtube.com/@coastalnewsodia?si=AB2TB8we6wtbHMXy

ରୁଷରେ ଶକ୍ତିଶାଳୀ ଭୂମିକମ୍ପ: ୧୩ ଫୁଟ ଯାଏଁ ମାଡ଼ି ଆସିଲା ସୁନାମୀ ଜୁଆର

ବିଭିନ୍ନ ଦେଶକୁ ସୁନାମୀ ଆଲର୍ଟ, ଜାପାନରେ ପହଞ୍ଚିଲା ସୁନାମୀ ଜୁଆର

ପ୍ରବାସୀ ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ୱର ଜାରି

ମସ୍କୋ, ୩୦/୦୭: ବୁଧବାର ଦିନ ରୁଷିଆର ପୂର୍ବ କାମଚାଟକା ଉପଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଭୂମିକମ୍ପର ତୀବ୍ରତା ୮.୮ ଥିଲା ବୋଲି ସୂଚନା ମିଳିଛି। ଯାହା ଫଳରେ ୪ ମିଟର (୧୩ ଫୁଟ) ଉଚ୍ଚ ଜୁଆର ସହିତ ସୁନାମି ଆସିଛି। ରୁଷିଆର କୁରିଲ ଦ୍ୱୀପ ଓ ଜାପାନର ଉତ୍ତର ଉପକୂଳରେ ଥିବା ହକାଇଡୋରେ ସୁନାମୀ ଆସିଛି।

ଅଧିକାରୀମାନେ କହିଛନ୍ତି ଯେ ଭୂମିକମ୍ପ ଯୋଗୁଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଏହା ଆମେରିକା, ଜାପାନ ଏବଂ ନିକଟବର୍ତ୍ତୀ ଅନ୍ୟାନ୍ୟ ଦେଶ ପାଇଁ ପ୍ରଶାନ୍ତ ମହାସାଗର ସୁନାମି ପରାମର୍ଶ ମଧ୍ୟ ଜାରି କରାଯାଇଛି।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ ଭୂମିକମ୍ପଟି ୧୯.୩ କିଲୋମିଟର (୧୨ ମାଇଲ) ଗଭୀରତାରେ ଘଟିଥିଲା ଏବଂ ଏହା ଆଭାଚା ବେରେ ପ୍ରାୟ ୧୬୫,୦୦୦ ଜନସଂଖ୍ୟା ବିଶିଷ୍ଟ ଏକ ଉପକୂଳବର୍ତ୍ତୀ ସହର ପେଟ୍ରୋପାଭଲୋଭସ୍କ-କାମଚାଟସ୍କିର ପୂର୍ବ-ଦକ୍ଷିଣପୂର୍ବରେ ପ୍ରାୟ ୧୨୫ କିଲୋମିଟର (୮୦ ମାଇଲ) ଅବସ୍ଥିତ ଥିଲା।

ଭୂମିକମ୍ପ ପରେ, କାମଚାଟକା ଅଞ୍ଚଳର କିଛି ଅଂଶରେ ୩ ରୁ ୪ ମିଟର ଉଚ୍ଚତାର ଜୁଆର ସୁନାମି ଆସିଥିଲା। ତେଣୁ ସମସ୍ତଙ୍କୁ ସମୁଦ୍ରରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଆମେରିକାର ଉତ୍ତର-ପଶ୍ଚିମ ହାୱାଇ ଦ୍ୱୀପପୁଞ୍ଜ ଏବଂ ରୁଷିଆର ଉପକୂଳରେ ଜୁଆର ସ୍ତରଠାରୁ ୩ ମିଟର (୧୦ ଫୁଟ) ଅଧିକ ଉଚ୍ଚତାରେ ଜୁଆର ଆସିବା ସମ୍ଭାବନା ରହିଛି।

ଜୁଆର ସ୍ତରଠାରୁ ୦.୩ ରୁ ୧ ମିଟର (୧ ରୁ ୩.୩ ଫୁଟ) ଉଚ୍ଚତାରେ ସୁନାମି ଲହରୀ ଚୁଉକ୍, କୋସରେ, ମାର୍ଶାଲ୍ ଦ୍ୱୀପପୁଞ୍ଜ, ପାଲାଉ ଏବଂ ଫିଲିପାଇନ୍ସର କିଛି ଅଂଶରେ ଛୁଇଁପାରେ। ଦକ୍ଷିଣ କୋରିଆ, ଉତ୍ତର କୋରିଆ ଏବଂ ତାଇୱାନ ଉପକୂଳରେ ଛୋଟ ସୁନାମି ଜୁଆର ସ୍ତରଠାରୁ ୦.୩ ମିଟର (ପ୍ରାୟ ୧ ଫୁଟ) କମ୍ ଉଚ୍ଚତାରେ ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଭୂମିକମ୍ପରୁ ଏପର୍ଯ୍ୟନ୍ତ କୌଣସି ଆହତଙ୍କ ରିପୋର୍ଟ ମିଳିନାହିଁ। ତଥାପି ଭୂମିକମ୍ପ ଏବଂ ସୁନାମି ବିପଦ ପରେ, ସାଖାଲିନ ଅଞ୍ଚଳର ସେଭେରୋ-କୁରିଲସ୍କ ନାମକ ଛୋଟ ସହରରୁ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଉଛି।

ଅନ୍ୟପଟେ ରୁଷର କାମଚାଟକା ଉପଦ୍ୱୀପ ନିକଟରେ ୮.୮ ତୀବ୍ରତାର ଭୂମିକମ୍ପ ଆସିବା ପରେ ସାନ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ ଆମେରିକାର ପଶ୍ଚିମ ତଟ ଏବଂ ହାୱାଇରେ ରହୁଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। ପ୍ରଭାବିତ ଅଞ୍ଚଳର ଭାରତୀୟ ନାଗରିକମାନଙ୍କୁ ସ୍ଥାନୀୟ ସତର୍କତା ସୂଚନା ଅନୁସରଣ କରିବାକୁ, ଉପକୂଳ ଅଞ୍ଚଳରେ ନ ରହି ଉଚ୍ଚା ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। କନସୁଲେଟ୍ ଏକ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି: +୧-୪୧୫-୪୮୩-୬୬୨୯।

ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ https://youtube.com/@coastalnewsodia?si=AB2TB8we6wtbHMXy

MMKY ଏବଂ PMMSY ଅଧିନରେ କାର୍ଯ୍ୟକ୍ଷମ ଯୋଜନାର ଅଗ୍ରଗତି ଉପରେ ସମୀକ୍ଷା

ଭୁବନେଶ୍ୱର, ୨୯/୦୭: ଆଜି ସ୍ଥାନୀୟ କୃଷିଭବନ ଅଡିଟୋରିଅମଠାରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ୩୦ ଗୋଟି ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀ ଯୋଗ ଦେଇଥିଲେ ।

ଏଥିରେ ମାନ୍ୟବର ମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ଅଧୀନରେ କାର୍ଯ୍ୟକ୍ଷମ ସମସ୍ତ ଯୋଜନାର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷରେ ହିତାଧିକାରୀଙ୍କଠାରୁ ଦରଖାସ୍ତ ଗ୍ରହଣ କରି ତୁରନ୍ତ କାର୍ଯ୍ୟାଦେଶ (Go-Ahead) ପ୍ରଦାନ କରିବାକୁ ମାନ୍ୟବର ମନ୍ତ୍ରୀ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ କିସାନ କ୍ରେଡିଟ୍ କାର୍ଡ (KCC), ଭିତ୍ତିଭୂମି ବିକାଶ , ମାଛ ଚାଷୀଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଉପରେ ସବିଶେଷ ସମୀକ୍ଷା କରିଥିଲେ ।

ରାଜ୍ୟରେ ଉନ୍ନତ ମାନର ଗୁଣାତ୍ମକ ଯାଆଁଳ ଉତ୍ପାଦନ ଓ ସଠିକ ସମୟରେ ମାଛ ଚାଷୀଙ୍କ ନିକଟରେ ଏହାର ଉପଲବ୍ଧତା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜଳକୃଷି ବୀମା ନିମନ୍ତେ ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମ (NFDP) ରେ ରେଜିଷ୍ଟ୍ରେସନ ଉପରେ ପ୍ରାଧାନ୍ୟ ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରୀ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ଗୁଡିକର ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେବା ନିମନ୍ତେ ଅଗ୍ରାଧିକାର ଦିଆଯାଇଥିଲା ।

KCC ମାଧ୍ୟମରେ ମାଛ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ସମସ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଦରଖାସ୍ତ ସଂଗ୍ରହ କରି ବ୍ୟାଙ୍କ କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ , ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

https://youtube.com/@coastalnewsodia?si=AB2TB8we6wtbHMXy

ଶିଳ୍ପ ମନ୍ତ୍ରୀଙ୍କ ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନ

ଅଂଚଳର ବ୍ୟାପକ ଉନ୍ନତିକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ


ଭୁବନେଶ୍ୱର, ୨୯/୦୭: ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନରେ ଯାଇ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଓ ଉଦ୍ୟୋଗ ଗୁଡିକୁ ବୁଲି ଦେଖିବା ସହ ସ୍ଥାନୀୟ ଅଂଚଳର ବ୍ୟାପକ ଉନ୍ନତିକରଣ ଓ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ଇନ୍ଦ୍ରାଣୀ ପାଟଣାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ପରିଚାଳିତ କମନ ଫାସିଲିଟି ସେଣ୍ଟର ତାସହ ସୁଶାନ୍ତ ମିନେରାଲ, ଗ୍ଲେଜ ପ୍ଲାଷ୍ଟିକ, ସ୍ୱସ୍ତିକ ଇଣ୍ଡଷ୍ଟ୍ରିଜ, ହିନ୍ଦୁସ୍ତାନ ଟେକ୍ନୋଲୋଜି, ଓଡିଶା ପ୍ଲାଷ୍ଟଓ, ପ୍ରଗତି କ୍ଷୀର, ପଶୁପତି ଆଗରୋଭେଟ ଭଳି ରାଜ୍ୟର ଅଗ୍ରଣୀ ଉଦ୍ୟୋଗ ଗୁଡିକୁ ବୁଲି ଦେଖିବା ସହ ସେମାନଙ୍କର ଉନ୍ନତିକରଣ ଓ ଆବଶ୍ୟକୀୟ ସରକାରୀ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହିତ ୱେଲସ୍ପୁନ ଲିମିଟେଡ଼ର ପ୍ରସ୍ତାବିତ ହସ୍ତତନ୍ତ ପ୍ରକଳ୍ପ ଏବଂ ଲଜିସ୍ଟିକ ପାର୍କ ବୁଲି ଦେଖିଥିଲେ ।

ପରିଦର୍ଶନ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସ୍ଥାନୀୟ ସମସ୍ୟା, ଜମି ଆବଣ୍ଟନ ଓ ଜମିର ସମୁଚିତ ବ୍ୟବହାର ସମ୍ପର୍କରେ ଅବଗତ ହେବା ସହିତ ଆନ୍ତରିକତା ସହିତ ଉଦ୍ୟୋମିତା କରୁଥିବା ଅନୁଷ୍ଠାନ ଗୁଡିକୁ ରାଜ୍ୟ ସରକାର ସବୁମତେ ସାହାଯ୍ୟ କରିବାପାଇଁ ପ୍ରତିଶୃତିବଦ୍ଧ । ଓଡ଼ିଶାରେ ଯେତେ ଅଧିକ ଉଦ୍ୟୋଗ ସ୍ଥାପନ ହେବ ସେତେ ଅଧିକ ଯୁବକ ଯୁବତୀ ଆମର ନିଯୁକ୍ତି ପାଇବେ ବୋଲି ସେ ପ୍ରକାଶ କରିଛନ୍ତି ।

ଓଡିଶା ଶିଳ୍ପ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳର ଦୈନନ୍ଦିନ ସମସ୍ୟା, ଉନ୍ନତିକରଣ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଥିଲେ । ସେ ସମ୍ପର୍କରେ ସରକାର ସଚେତନ ଅଛନ୍ତି ଆଗାମୀଦିନରେ ସରକାରଙ୍କ କାର୍ଯ୍ୟାନ୍ୱୟନର ସୁଫଳ ଆପଣମାନେ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଏହି ଗସ୍ତ ସମୟରେ ଇଡ଼କୋ ମୁଖ୍ୟ ପରିଚାଳକ ଶ୍ରୀ ପ୍ରଶାନ୍ତ କୁମାର ରେଡ୍ଡୀ, ସିଜିଏମ ଶ୍ରୀ ସୁବାଷ ଚନ୍ଦ୍ର ନାଥଶର୍ମା, ସିଜିଏମ ଶ୍ରୀ ଅରବିନ୍ଦ ତ୍ରିପାଠୀ, ଜମି ଅଧିକାରୀ ଶ୍ରୀମତୀ ଅରୁନ୍ଧତୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Tuesday, July 29, 2025

ବୁଣାକାର ସେବା କେନ୍ଦ୍ର ସହ ମିଶନ ଶକ୍ତିର ବୁଝାମଣାପତ୍ର ସ୍ୱାକ୍ଷରିତ

ମହିଳା ନେତୃତ୍ୱାଧୀନ ବୟନ ଉଦ୍ୟୋଗକୁ ପ୍ରୋତ୍ସାହନ

ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଆଗକୁ ନେଉଛନ୍ତି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯/୦୭: ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗକୁ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି । ଆଜି ମିଶନ ଶକ୍ତି ଭବନର ଅଡିଟରିୟମ ହଲରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଉପସ୍ଥିତିରେ ବୁଣାକାର ମା ଓ ଭଉଣୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ସହ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଆୟୋଗ ଅଧୀନରେ ଥିବା ବୁଣାକାର ସେବା କେନ୍ଦ୍ର(weavers’ service centre)ର ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି । ଏହି ବୁଝାମଣାପତ୍ର ରାଜ୍ୟର ବୁଣାକାର ସ୍ଵୟଂ ସହାୟକ ଗୋଷ୍ଠୀକୁ ନୂତନ ଡିଜାଇନ, ତାଲିମ ଓ ଦକ୍ଷତା ବିକାଶ ସହ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ଉପଲବ୍ଧ କରେଇବାରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି । ନିକଟରେ ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିବା ମୟୂରଭଞ୍ଜର ସାନ୍ତାଳି ବୟନ ଶିଳ୍ପର ପୁନରୁଦ୍ଧାର ଓ କେଉଁଝର ଜିଲ୍ଲାର ମହିଳା ସଂକୀର୍ତ୍ତନ କଥାକୁ ଦୋହରାଈ ଶ୍ରୀମତୀ ପରିଡା କହିଲେ ଯେ ଆଜି ଓଡ଼ିଶାର ମା ମାନେ ସମଗ୍ର ଦେଶରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟକୁ ପୂର୍ଣ୍ଣ ଭାବେ ହାସଲ କରିବାପାଇଁ ଆମେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସହଜ, ସୁବିଧା ଓ ସୁଖଦ ରୋଜଗାର ପନ୍ଥା ବାଛିବାକୁ ସୁଯୋଗ ଦେଉଛୁ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ଆମେ ଲକ୍ଷପତି ଦିଦି ମା’ ମାନଙ୍କୁ ଏବେ କୋଟିପତି କରିବାକୁ ପ୍ରୟାସ ଜାରି ରଖିଛୁ ବୋଲି ଶ୍ରୀମତୀ ପରିଡା ଦୃଢ ମତ ରଖିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଭାଗୀୟ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ବୁଣାକାର ସେବା ସଂଘର ଉପନିର୍ଦ୍ଦେଶକ ବିକାଶ କୁମାର ଓ ବିଭାଗୀୟ ବରିଷ୍ଠ ଅଧିକାରୀ, ବୟନ ବିଶେଷଜ୍ଞ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଓଡ଼ିଶାର ଉଦ୍ୟୋଗୀ ମହିଳାଙ୍କ ପାଇଁ ହସ୍ତତନ୍ତ ଏବଂ ବୟନ ଶିଳ୍ପ ଏକ ଉଦୀୟମାନ କ୍ଷେତ୍ର ଅଟେ। ହଜାର ହଜାର ଏସଏଚଜି ସଦସ୍ୟା ତନ୍ତ ବୁଣା, ସିଲାଇ, ଏମ୍ବ୍ରୋଇଡାରି ଏବଂ ଘରୋଇ ଉତ୍ପାଦକୁ ନିଜର ଜୀବନ ଜୀବିକା ଭାବେ ଗ୍ରହଣ କରିଥିବା ବେଳେ ଏହି ବୁଝାବଣା ପତ୍ର ଆଧୁନିକ, ଡିଜାଇନ୍ ଏବଂ ବଜାର ପ୍ରସ୍ତୁତ ଇକୋସିଷ୍ଟମ ନିର୍ମାଣ ଦିଗରେ ସହାୟକ ହେବ ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଛନ୍ତି ।

ବିଭାଗୀୟ ସହଭାଗିତାରେ ଏହି ପଦକ୍ଷେପ ଡିଜାଇନ୍ ମେଣ୍ଟରସିପ୍, ନମୁନା ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବ ସହ , ଏକ ସ୍ଥାୟୀ ମହିଳା-ନେତୃତ୍ୱାଧୀନ ବୟନ ଉଦ୍ୟୋଗ ନିର୍ମାଣ ଏବଂ ବୟନ ମୂଲ୍ୟ ଶୃଙ୍ଖଳ ଗଢ଼ିବାରେ ସହାୟକ ହେବ ବୋଲି ବିଭାଗର ନିର୍ଦ୍ଦେଶକ, ଡ. ମୋନିକା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟଗୁଡ଼ିକୁ ଆଲୋକପାତ କରି ମତ ପ୍ରକାଶ କରିଥିଲେ।

ଏହି ଅବସରରେ ଶ୍ରୀ ବିକାଶ କୁମାର,ଉପନିର୍ଦ୍ଦେଶକ, ବୁଣାକାର ସେବା କେନ୍ଦ୍ର କହିଛନ୍ତି ଯେ ଓଡ଼ିଶା ବୟନ ପ୍ରତିଭାର ଅନେକ କାରିଗର ଜାତୀୟସ୍ତରରେ ସ୍ୱୀକୃତି ପାଇଛନ୍ତି। ରାଜ୍ୟ ସରକାରଙ୍କ ସହିତ ଏହି ସହଭାଗିତା, ଓଡ଼ିଶା ବୟନ ସୃଜନଶୀଳତାକୁ ନୂଆ ରୂପ ଦେବା ସହ ଜାତୀୟ ବୟନ ଓ ହସ୍ତତନ୍ତ ମାନଚିତ୍ରକୁ ଆହୁରି ସଶକ୍ତ କରିବ ।

ଓଡ଼ିଶା ଆଜି ମହିଳା ନେତୃତ୍ୱାଧୀନ ବିକାଶରେ ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ଏବଂ ସୁଭଦ୍ରା ଶକ୍ତି ମେଳା, ସୁଭଦ୍ରା ଶକ୍ତି କାଫେ, ଏବଂ ଏକ ଜିଲ୍ଲା ଏକ ଉତ୍ପାଦ କ୍ଲଷ୍ଟର ଭଳି ଅଗ୍ରଣୀ ମଡେଲ ସହିତ, ଓଡିଶା ଆଜି ଭାରତ ସରକାରଙ୍କ ଲକ୍ଷପତି ଦିଦି ପଦକ୍ଷେପ ଅଧୀନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପ୍ରତିଷ୍ଠିତ ହୋଇଛି । ରାଜ୍ୟସରକାରଙ୍କ ହସ୍ତକ୍ଷେପଗୁଡ଼ିକ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ ଏବଂ ବସ୍ତ୍ର କ୍ଷେତ୍ରରେ ମହିଳାଙ୍କ ପାଇଁ ଆର୍ଥିକ ସୁଯୋଗର ବାଟ ଖୋଲିଛି।

ଏହି ସହଭାଗିତା ଅଧୀନରେ, ବୁଣାକାର ସେବା କେନ୍ଦ୍ର ଘରୋଇ ଏବଂ ବିଶ୍ୱସ୍ତରୀୟ ଗ୍ରାହକଙ୍କ ବିକଶିତ ରୁଚି ଅନୁସାରେ ପୋଷାକ ଏବଂ ସାଜସଜ୍ଜା ସାମଗ୍ରୀ ପାଇଁ ‘ମଲ୍ଟିପଲ କଲରୱେ’ରେ ମୌଳିକ କାଗଜ ଡିଜାଇନ୍ ବିକଶିତ କରିବ । ନମୁନା ଏବଂ ପ୍ରୋଟୋଟାଇପ୍ ବିକାଶକୁ ସମର୍ଥନ କରାଯିବ, ଏବଂ ଏସଏଚଜି ସଦସ୍ୟାମାନଙ୍କୁ ଡିଜାଇନ୍ ରେ ସୌନ୍ଦର୍ଯ୍ୟ, ଫିନିସିଂ ମାନଦଣ୍ଡ ଏବଂ ଉଦ୍ୟୋଗ ପ୍ରସ୍ତୁତତା ଉପରେ ପରାମର୍ଶ ଦିଆଯିବ। ଏହି ସହଭାଗିତା ମାଧ୍ୟମରେ ଅନଲାଇନ୍ ଏବଂ ଅଫଲାଇନ୍ ଦୃଶ୍ୟମାନତା ବୃଦ୍ଧି ପାଇଁ ସେମାନଙ୍କ ପ୍ରସ୍ତୁତ ଉତ୍ପାଦର ପେସାଦାର ଫଟୋଗ୍ରାଫି ଏବଂ ଡିଜିଟାଲ୍ କାଟାଲଗ୍ ବିକାଶରେ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ଏହି ପଦକ୍ଷେପ ପାରମ୍ପାରିକ ବସ୍ତ୍ର ପ୍ରସ୍ତୁତି ଦକ୍ଷତାକୁ ଗଠନମୂଳକ ଉଦ୍ୟୋଗରେ ରୂପାନ୍ତରିତ କରିବାରେ ଏକ ବିଶେଷ ଭୂମିକା ଗ୍ରହଣ କରିବ । ଏସଏଚଜି ସଦସ୍ୟାମାନଙ୍କ ସୃଜନଶୀଳ ସାମର୍ଥ୍ୟକୁ ବୁଣାକାର ସେବା କେନ୍ଦ୍ରର ବିଶେଷଜ୍ଞ ମାର୍ଗଦର୍ଶନ ସହିତ ଯୋଡ଼ି, ଏହି ବୁଝାମଣାପତ୍ର ଉନ୍ନତ ଜୀବିକା ସୃଷ୍ଟି, ଉତ୍ପାଦର ବ୍ୟାପାରିକ ଶକ୍ତି ବିକାଶ ଏବଂ ଦୀର୍ଘମିଆଦି ମୂଲ୍ୟ ସୃଷ୍ଟି ପାଇଁ ମଞ୍ଚ ପ୍ରସ୍ତୁତ ପ୍ରଦାନ କରିବ ।

https://youtube.com/@coastalnewsodia?si=AB2TB8we6wtbHMXy

ବିଜେଡ଼ି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସାଂଘାତିକ ଅଭିଯୋଗ

ଲକ୍ଷ୍ମୀସାଗର ଥାନାରେ ଏତଲା ରୁଜୁ


ଭୁବନେଶ୍ୱର, ୨୪/୦୭: ବିଜେଡ଼ି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀ ସାଗର ଅଞ୍ଚଳର ଜଣେ ଯୁବତୀ‌। ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପରେ ମହିଳାଙ୍କୁ ପ୍ରତାରଣା ସହ ଭୃଣ ହତ୍ୟା ଓ ହତ୍ୟା ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଯୁବତୀ।

https://youtube.com/@coastalnewsodia?si=AB2TB8we6wtbHMXy

ଏ ନେଇ ସେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାମଲା ରୁଜୁ ପରେ ଧାରା ୧୮୩ ଆଧାରରେ ଯୁବତୀଙ୍କ ବୟାନ ରେକର୍ଡ ହୋଇଛି। ଯୁବତୀଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରିବାକୁ ମେଡିକାଲ ପଠାଇଛି ପୋଲିସ।

ସୂଚନା ଅନୁଯାୟୀ, ୨୦୨୩ ରଜ ମହୋତ୍ସବରେ ପୀଡ଼ିତାଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ଯୁବତୀଙ୍କୁ ସେ ଏକ ମୋବାଇଲ ଫୋନ୍ ମଧ୍ୟ ଦେଇଥିଲେ। ଭିନ୍ନ ପ୍ରଲୋଭନ ଦେଖାଇ ପୁରୀ ନେଇଥିଲେ ଅମରେଶ। ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ଅମରେଶ ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ପାକିସ୍ତାନ ର କମୁଛି ସମର୍ଥନ, କମୁଛି ଶକ୍ତି

କମୁଛି ସମର୍ଥନ, କମୁଛି ଶକ୍ତି


ନୂଆଦିଲ୍ଲୀ, ୦୯/୦୫: ପାକିସ୍ତାନ ବାରମ୍ବାର ଭାରତ ସହିତ ଲଢେ଼ଇ କରୁଛି। ଯେତିକି ଥର ପାକିସ୍ତାନ ଭାରତର ସାମ୍ନା କରିଛି, ସେତେବେଳେ ଆମେରିକାର ଶରଣ ପଶିଛି। ପାକିସ୍ତାନର ମନରେ ଆମେରିକାର ସାହସ ନେଇ ଭାରତ ସହ ଲଢିଥାଏ। କିନ୍ତୁ ଏଥର ପାକିସ୍ତାନର ଭରସାଯୋଗ୍ୟ ଲାଇଫଲାଇନ ଆମେରିକା ତା’ର ସାଥ୍ ଛାଡିଦେଇଛି। କୌଣସି ମତ୍ତେ ପାକିସ୍ଥାନକୁ ସମର୍ଥନ କରିବ ନାହିଁ ବୋଲି ସିଧା ଶୁଣାଇ ଦେଇଛି। ଭାରତର ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ପାଇଁ ଆମେରିକାର କୋଳ ଖାଲି ହୋଇଯାଇଛି।

ପୂର୍ବରୁ କାର୍ଗିଲ ଯୁଦ୍ଧ ବେଳେ ଭାରତ ଭିତରକୁ ରାଜସ୍ଥାନ ସୀମା ଦେଇ ପାକିସ୍ତାନ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବାର ଆମେରିକାର ସ୍ପାଏ ସାଟେଲାଇଟରେ ଦେଖିଥିଲା ଆମେରିକା। କିନ୍ତୁ ସାର୍ବଜନୀନ ଭାବେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସିଧାସଳଖ କାର୍ଗିଲରେ ପାକିସ୍ତାନର ଭୂମିକାକୁ ସିଧାସଳଖ ଏଡାଇ ଯାଇଥିଲେ। କିନ୍ତୁ ସରିଫ ଏ ବିଷୟରେ ଅବଗତ ଥିବାରୁ ସେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଶରଣ ପଶିଥିଲେ। ପରେ ସରିଫ କାର୍ଗିଲରୁ ନିଜ ଦେଶର ସୈନ୍ୟଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅନୁପ୍ରବେଶକାରୀହାନେ ଆଉ କାର୍ଗିଲରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ। ଯାହା ପରେ ଯୁଦ୍ଧ ଥମିଥିଲା।

ସେହିପରି ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଆମେରିକାର ପରମାଣୁ ଶକ୍ତି ଚାଳିତ ବିମାନବାହୀ ଜାହାଜ ୟୁଏସଏସ ଏଣ୍ଟରପ୍ରାଇଜ ନେତୃତ୍ୱରେ ବଙ୍ଗୋପସାଗରରେ ସ୍ଥଳ ସୀମାରୁ ଆକ୍ରମଣ କରିଥିଲା ପାକିସ୍ତାନ।

ସେହିପରି ୨୦୦୧ରେ ଭାରତର ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ପରେ ସମସ୍ୟାର ସମାଧାନ ପାଇଁ ଆମେରିକା ତା’ର ରାଷ୍ଟ୍ରଦୂତଙ୍କୁ ନୂଆଦିଲ୍ଲୀ ପଠାଇଥିଲା।

କିନ୍ତୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସିଧାସଳଖ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି କହି ଦେଇଛନ୍ତି। ଆମେ ଯାହା କରିପାରିବା ତାହା ହେଉଛି ଏହି ଲୋକମାନଙ୍କୁ ଟିକିଏ ଉତ୍ତେଜନା ହ୍ରାସ କରିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିବା। କିନ୍ତୁ ଆମେ ଏକ ଯୁଦ୍ଧ ମଝିରେ ସାମିଲ ହେବୁ ନାହୁଁ। ଆମେରିକା ଭାରତ କିମ୍ବା ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ନ ଉଠାଇବାକୁ କହିପାରିବୁ ନାହିଁ। କାରଣ ଏହା ଆମର ବ୍ୟକ୍ତିଗତ ଘଟଣା ନୁହେଁ ବୋଲି ଜେଡି ଭାନ୍ସ କହିଛନ୍ତି।

ଅନ୍ୟପଟେ ପାକିସ୍ତାନର ଏହି ଯୁଦ୍ଧ ମଧ୍ୟରେ ବେଲୁଚିସ୍ତାନକୁ ମଧ୍ୟ ଫାଇଦା ମିଳୁଛି। ବେଲୁଚିସ୍ତାନ ସ୍ୱତନ୍ତ୍ର ଭାବେ ଅଲଗା ରାଷ୍ଟ୍ର ଗଠନ ପାଇଁ ଦାବି କରି ଆସୁଥିବାରୁ ବିଏଲଏ ଆକ୍ରମଣ କରୁଛି। ବର୍ତ୍ତମାନ ସୁଦ୍ଧା ପାକିସ୍ତାନକୁ କେବଳ ଚୀନ, ତୁର୍କୀ ଓ ଆଜରବାଇଜାନ ସମର୍ଥନ କରୁଥିବା ବେଳେ ଅନ୍ୟ‌ କୌଣସି ରାଷ୍ଟ୍ର ପାକିସ୍ତାନର ସହଯୋଗ କରୁ ନାହାନ୍ତି। କିନ୍ତୁ ଭାରତକୁ ଆରବ ଦେଶଗୁଡ଼ିକ ସମର୍ଥନ କରୁଛନ୍ତି।

ଔଷଧ ବିକଳରେ ତାଟିଆ କାମୁଡିବା ଭଳି ପାକିସ୍ତାନ ସହଯୋଗ ପାଉନଥିବାରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ। ପାକିସ୍ତାନର ପୁରୁଣା ରେକର୍ଡ ରହିଛି ଯେ, ଯେତେବେଳେ ବି ଭାରତ ସହ ଉତ୍ତେଜନା ଲାଗି ରୁହେ ସେ ପରମାଣୁ ଆକ୍ରମଣର‌ ଧମକ ଦିଏ ନହେଲେ, ଅନ୍ତର୍ଜାତୀୟ ମଧ୍ୟସ୍ଥତାର ସହଯୋଗ ଲୋଡ଼େ ଏବଂ ଆମେରିକାର ଶରଣ ପଶେ। ଯାହା ଚଳିତ ଥର ସମ୍ଭବପର ହୋଇପାରିନାହିଁ।

https://youtube.com/@coastalnewsodia?si=AB2TB8we6wtbHMXy

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନୁକୂଳ ବିଚାର ପାଇଁ ଅନୁରୋଧ କରିଥିଲେ 

https://youtube.com/@coastalnewsodia?si=AB2TB8we6wtbHMXy

ଭୁବନେଶ୍ୱର, ୨୯/୦୭: ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀରେ ମାନ୍ୟବର କେନ୍ଦ୍ର ଶକ୍ତି, ଗୃହ ଏବଂ ସହରୀ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି ଏବଂ ସେହି ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ବିଚାର ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ।

ପ୍ରସଙ୍ଗ ଗୁଡ଼ିକ ମଧ୍ୟରେ, ପୁନର୍ବିନ୍ୟାସ କ୍ଷେତ୍ର ଯୋଜନା (RDSS) ଅଧୀନରେ ୩୦୬୯ କୋଟି ଟଙ୍କାର ପାଣ୍ଠି ମଞ୍ଜୁର ଆଲୋଚନା ରହିଛି । ସେହିଭଳି, ଓଡ଼ିଶା ବାରମ୍ବାର ଘୂର୍ଣ୍ଣିଝଡ଼ ଏବଂ ବନ୍ୟାର ସମ୍ମୁଖୀନ ହେଉଥିବାରୁ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମିଳିତ (CDRI) ଉପକୂଳରୁ ଚୟନିତ ସ୍ଥାନରେ ଭୂତଳ କେବୁଲ ବିଶେଷ କରି ଉପକୂଳବର୍ତ୍ତୀ ୩୦ କିଲୋମିଟର ସହିତ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ପ୍ରସ୍ତାବ ରହିଛି । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ତୁରନ୍ତ କେନ୍ଦ୍ରୀୟ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଉଥିବାରୁ, ଏନଏଲସି ତଲାବିରା ଦ୍ଵିତୀୟ ପର୍ଯ୍ୟାୟ ପ୍ରକଳ୍ପରୁ ଓଡ଼ିଶାକୁ ୮୦୦ ମେଗାୱାଟ ବିଦ୍ୟୁତ୍ ଆବଣ୍ଟନ କରିବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହା ଦ୍ଵାରା ସମୁଦାୟ ୩୨୦୦ ମେଗାୱାଟ ପ୍ରକଳ୍ପ କ୍ଷମତାରୁ ୧୨୦୦ ମେଗାୱାଟ ଓଡ଼ିଶା ପକ୍ଷରେ ରହିବ। ଏନଏଲସି ତଲାବିରା ପ୍ରଥମ ପର୍ଯ୍ୟାୟରେ ୪୦୦ ମେଗାୱାଟ କ୍ଷମତା ଓଡ଼ିଶାକୁ ଆବଣ୍ଟନ କରାଯାଇଥିଲା ।

ଓଡ଼ିଶା ଏହାର ବିଦ୍ୟୁତ୍ କ୍ଷେତ୍ର ବିକାଶରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି। ଏହି ମଞ୍ଜୁରୀ ଦ୍ୱାରା ଓଡ଼ିଶା କେବଳ ଏହାର ଜନସାଧାରଣଙ୍କୁ ଲାଭବାନ କରିବ ନାହିଁ ବରଂ ସାରା ଦେଶରେ ନିର୍ଭରଯୋଗ୍ୟ ଓ ସ୍ଥାୟୀ ବିଦ୍ୟୁତ୍ ଭିତ୍ତିଭୂମି ସୁନିଶ୍ଚିତ କରିବା ଲକ୍ଷ୍ୟରେ ମଧ୍ୟ ଯୋଗଦାନ କରିବ ।

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପାର୍ଲାମେଣ୍ଟ/ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ସମ୍ମିଳନୀ

କାର୍ଯ୍ୟକ୍ରମରେ ଯୋଗ ଦେବେ ୨୫୦ରୁ ଉର୍ଦ୍ଧ୍ବ ପ୍ରତିନିଧି

ଭୁବନେଶ୍ୱର, ୨୯/୦୭: ଆସନ୍ତା ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ପାର୍ଲାମେଣ୍ଟ/ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷଙ୍କ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପବାଚସ୍ପତି ଶ୍ରୀ ଭାବନୀଶଙ୍କର ଭୋଇ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ସୁଚିନ୍ତିତ ମତ ରଖିଥିଲେ ।

*https://youtu.be/BM9q3K5n-3o?si=i7uiZKCA85lwxfQ6*

ବୈଠକରେ ଆଲୋଚନା ଅନୁଯାୟୀ ଏହି ଜାତୀୟ ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ଡ. ହରିବଂଶ, ସାଂସଦ ଓ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କମିଟି ଅଧ୍ୟକ୍ଷ ଓ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବାଚସ୍ପତି ଓଡ଼ିଶାକୁ ଏଭଳି ଏକ ମର୍ଯ୍ୟାଦାଜନକ ଜାତୀୟ ସମ୍ମିଳନୀର ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ଲୋକସଭାର ବାଚସ୍ପତିଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରିଥିଲେ । ସେ କହିଥିଲେ ଯେ କାର୍ଯ୍ୟକ୍ରମରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗଦେବେ । ଓଡ଼ିଶା ‘ଅତିଥି ଦେବୋ ଭବଃ’ ନୀତିକୁ ସବୁବେଳେ ପ୍ରାଥମିକତା ଦେଇଥାଏ । ଏଣୁ ଏଥିରେ ଯୋଗଦେବାକୁ ଥିବା ଅତିଥିମାନଙ୍କ ଚର୍ଚ୍ଚାରେ ଯେପରି କୌଣସି ତ୍ରୁଟି ନ ରହେ ତାହା ଉପରେ ବାଚସ୍ପତି ଗୁରୁତ୍ୱାରୋପ କରିଥିଲେ ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଥିବାବେଳେ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀ ପରେ ଅତିଥିମାନେ ପୁରୀ ଓ କୋଣାର୍କ ପରିଦର୍ଶନ କରିବେ ।

ଏହିସବୁ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିବା ପାଇଁ ଲୋକସଭାର ନିର୍ଦ୍ଦେଶକ ଡ. ୟମ୍‌ନାମ୍‌ ଅରୁଣ କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ଅଧିକାରୀ କମିଟି ଓଡ଼ିଶା ଗସ୍ତରେ ଅଛନ୍ତି । ପ୍ରସ୍ତୁତି ବୈଠକରେ କମିଶନରେଟ୍‌ ପୋଲିସ, ସଂସଦୀୟ ବ୍ୟାପାର ବିଭାଗ, ଗୃହ ବିଭାଗ, ଅର୍ଥ ବିଭାଗ, ପର୍ଯ୍ୟଟନ ବିଭାଗ, ପୂର୍ତ୍ତ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିବାବେଳେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

୩୫ ତମ ଡ୍ୟାସବୋର୍ଡ ସମୀକ୍ଷାସ୍ମାର୍ଟ ଗଭର୍ଣ୍ଣାନ୍ସ – ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ଵ

ସ୍ମାର୍ଟ ଗଭର୍ଣ୍ଣାନ୍ସ – ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ଵ

ଭୁବନେଶ୍ୱର, ୦୯/୦୭: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୩୫ତମ ଡ୍ୟାସବୋର୍ଡ ସମୀକ୍ଷା ବୈଠକ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନାଗରିକ-କୈନ୍ଦ୍ରିକ ଶାସନ ଉପରେ ଗୁରୁତ୍ୱ ସହିତ ମୁଖ୍ୟ ସହରାଞ୍ଚଳ ବିକାଶ ପଦକ୍ଷେପଗୁଡ଼ିକରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା।

ସେହିପରି ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର ଯାହାକୁ ଅଭିଯୋଗ ସମାଧାନ, ବାସ୍ତବ-ସମୟ ସହରାଞ୍ଚଳ ତଦାରଖ ଏବଂ ବିଭାଗଗୁଡ଼ିକ ମଧ୍ୟରେ ସୁଗମ ସମନ୍ୱୟ ପାଇଁ ସ୍ନାୟୁ କେନ୍ଦ୍ର ଭାବରେ ଅବସ୍ଥାପିତ କରାଯାଉଛି। ନାଗରିକଙ୍କ ଆବଶ୍ୟକତା ପ୍ରତି ପ୍ରତିକ୍ରିୟାଶୀଳତା ବୃଦ୍ଧି କରିବା ପାଇଁ ଆଇ ସି ସି ସିର କାର୍ଯ୍ୟକୁ ଆହୁରି ସୁଗମ କରିବାର ଆବଶ୍ୟକତା ଉପରେ ଶ୍ରୀମତୀ ପାଢୀ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ବିଭିନ୍ନ ସହରାଞ୍ଚଳ ଯୋଜନା ଅଧୀନରେ ବଜେଟ୍ ବ୍ୟବହାରର ସମୀକ୍ଷା , ସମୟୋଚିତ କାର୍ଯ୍ୟାନ୍ୱୟନ ଏବଂ ସେବା ପ୍ରଦାନ ସୁନିଶ୍ଚିତ କରିବା ପାଇଁ ପାଣ୍ଠି ବିନିଯୋଗକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳ ପରିମଳ, ଜଳ ଯୋଗାଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଡିଜିଟାଲ୍ ସେବା ପ୍ରଦାନ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା।

ସାମ୍ପ୍ରତିକ କ୍ଷେତ୍ର ପରିଦର୍ଶନରୁ ମିଳିଥିବା ଅନ୍ତର୍ଦୃଷ୍ଟି ଏବଂ ମତାମତ ଉପସ୍ଥାପନ କରାଯାଇ ଆଲୋଚନା କରାଯାଇଥିଲା, ଯାହା ଭୂମିଗତ ଚ୍ୟାଲେଞ୍ଜ ଏବଂ ଉନ୍ନତିର ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ। ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ଅଧିକାରୀ ମାନଙ୍କୁ ନବସୃଜନଶୀଳ ଅଭ୍ୟାସ ଗ୍ରହଣ କରିବା, ଆନ୍ତଃ-ଏଜେନ୍ସି ସମନ୍ୱୟକୁ ସୁଦୃଢ଼ କରିବା ଏବଂ ସମସ୍ତ ସ୍ତରରେ ଦାୟିତ୍ୱ ବଜାୟ ରଖିବା ପାଇଁ ଉତ୍ସାହିତ କରିଥିଲେ।

ଶ୍ରୀମତୀ ଉଷା ପାଢୀ ସଶକ୍ତ ସହର ଏବଂ ସ୍ଥିର ସହରାଞ୍ଚଳ ବ୍ୟବସ୍ଥା ପ୍ରତି ବିଭାଗର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ, ସମସ୍ତ ଅଂଶୀଦାରମାନଙ୍କୁ “ବିକଶିତ ଓଡ଼ିଶା @୨୦୩୬” ର ଦୃଷ୍ଟିକୋଣ ସହିତ ସମନ୍ୱୟ ରକ୍ଷା କରି କାମ କରିବାକୁ ପରାମର୍ଶଦେଇଥିଲେ ।

ଝାରସୁଗୁଡ଼ାରେ ଅଟକ ୪୪୪ ସନ୍ଦିଗ୍ଧଙ୍କୁ ବଙ୍ଗୀୟ ଶ୍ରମିକ ବୋଲି ଦାବି କଲା ଟିଏମସି

ମହୁଆ ମୋଇତ୍ରା ଆଣିଲେ ସଙ୍ଗୀନ ଅଭିଯୋଗ

https://youtube.com/@coastalnewsodia?si=AB2TB8we6wtbHMXy

ଝାରସୁଗୁଡ଼ା, ୦୯/୦୭: ଝାରସୁଗୁଡାରେ ୪୪୪ ଜଣ ସନ୍ଦିଗ୍ଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ପ୍ରବାସୀଙ୍କୁ ଯାଞ୍ଚ ପାଇଁ ଅଟକ ରଖିବାର ଦିନକ ପରେ ତେଜିଲା ରାଜନୀତି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ ସେମାନେ ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକ ଥିଲେ।

ଏହାର ଜବାବରେ, ଝାରସୁଗୁଡ଼ାରେ ସନ୍ଦିଗ୍ଧଙ୍କୁ ଜାତୀୟ ସ୍ୱାର୍ଥ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି।

ପୂର୍ବରୁ ପଶ୍ଚିମବଙ୍ଗର କୃଷ୍ଣନଗରର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଅଭିଯୋଗ କରିଥିଲେ ଯେ, ପଶ୍ଚିମବଙ୍ଗର ୪୪୪ ଜଣ ବଙ୍ଗାଳୀ ଭାଷା କହୁଥିବା ପ୍ରବାସୀ ଶ୍ରମିକଙ୍କୁ ଝାରସୁଗୁଡ଼ାରେ ଅବୈଧ ଭାବରେ ଅଟକ ରଖାଯାଇଛି। ତାଙ୍କ ନିର୍ବାଚନମଣ୍ଡଳୀର ପାଣିଘାଟା ଅଞ୍ଚଳର ୨୩ ଜଣ ଶ୍ରମିକଙ୍କୁ ବୈଧ ପ୍ରମାଣପତ୍ର ଯାଞ୍ଚ କରାଯାଉଥିବା ବେଳେ ସେମାନଙ୍କୁ ଓଡ଼ିଶାରେ ଅଟକ ରଖାଯାଇଛି, ଯେତେବେଳେ କି ସେମାନଙ୍କ ନିକଟରେ ବୈଧ କାଗଜପତ୍ର ଅଛି। ଅଟକ ରଖା ଯାଇଥିବା ବେଳର ଭିଡ଼ିଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ଓଡ଼ିଶାର ଡିଜିପି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି, ଟିଏମସି ରାଜ୍ୟସଭା ସାଂସଦ ସମିରୂଲ ଇସଲାମ ଦାବି କରିଛନ୍ତି ଯେ ଓଡ଼ିଶା ସରକାର ସମ୍ପ୍ରତି ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲା ମୁର୍ଶିଦାବାଦ, ବୀରଭୂମି, ମାଲଦା, ନାଦିଆ, ପୂର୍ବ ବର୍ଦ୍ଧମାନ ଏବଂ ଦକ୍ଷିଣ ୨୪ ପ୍ରଗଣାରୁ ୨୦୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ବାଂଲାଦେଶୀ ନାଗରିକ ସନ୍ଦେହରେ ଅଟକ ରଖିଛନ୍ତି।

ଅନ୍ୟପଟେ, ଉତ୍ତର ରେଞ୍ଜ ଆଇଜି ହିମାଂସୁ କୁମାର ଲାଲ କହିଛନ୍ତି ଯେ, ଅଟକ ୪୪୪ ଜଣଙ୍କ ପାଖରେ ବାସସ୍ଥାନ କିମ୍ବା ନାଗରିକତା ପ୍ରମାଣପତ୍ର ନାହିଁ। ତେଣୁ ଦେଶର ସୁରକ୍ଷା ଦୃଷ୍ଟିରୁ ସେମାନଙ୍କର ଯାଞ୍ଚ କରିବା ଆବଶ୍ୟକ। ସେମାନଙ୍କୁ ଖାଦ୍ୟ ପାନୀୟ ବ୍ୟବସ୍ଥା ସହିତ ରଖାଯାଇଛି। ଯେଉଁମାନଙ୍କ ପାଖରେ ବୈଧ କାଗଜପତ୍ର ଥିଲା, ସେମାନଙ୍କୁ ଛାଡି ଦିଆଯାଇଛି। ଅଧିକ ବିବରଣୀ ପାଇଁ କିମ୍ବା କୌଣସି ବିଷୟରେ ଅବଗତ ହେବା ପାଇଁ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ମୋବାଇଲ୍ ଫୋନ୍ ନମ୍ବର 9437178799 ରେ ଯୋଗାଯୋଗ କରାଯାଇପାରିବ ବୋଲି ସେ କହିଛନ୍ତି।

ୟମନରେ କେରଳର ନର୍ସ ନିମିଷାଙ୍କ ମୃତ୍ୟୁଦଣ୍ଡ ରଦ୍ଦ: ଭାରତର ଗ୍ରାଣ୍ଡ ମୁଫତିଙ୍କ ଦାବି

ସାନା: ୟମନରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେଉଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ରଦ୍ଦ ହୋଇଥିବା ନେଇ ଭାରତର ଗ୍ରାଣ୍ଡ ମୁଫତି କାନ୍ଥାପୁରମ ଏପି ଅବୁବକର ମୁସଲିୟାରଙ୍କ କାର୍ଯ୍ୟାଳୟ ଦାବି କରିଛି। ୟମନର ରାଜଧାନୀ ସାନାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ୟମନ ସରକାର କିମ୍ବା ଭାରତ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇ ନାହିଁ।

ଗ୍ରାଣ୍ଡ ମୁଫତିଙ୍କ କାର୍ଯ୍ୟାଳୟର ଜଣେ ନିକଟତର ଅନୁଗାମୀ ଜାଓ୍ଵାଦ ମୁସ୍ତଫାଓ୍ଵି କହିଛନ୍ତି ଯେ, ଏହି ନିଷ୍ପତ୍ତି ଭାରତୀୟ ଗ୍ରାଣ୍ଡ ମୁଫତିଙ୍କ ହସ୍ତକ୍ଷେପ ଯୋଗୁଁ ସମ୍ଭବ ହୋଇଛି। ଗ୍ରାଣ୍ଡ ମୁଫତି ୟମନର ପ୍ରସିଦ୍ଧ ସୁଫି ବିଦ୍ଵାନ ଶେଖ ଉମର ହଫିଜ ଥାଙ୍ଗଲଙ୍କୁ ୟନୀ ବିଦ୍ଵାନମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ପଠାଇବାକୁ ଅନୁରୋଧ କରିଥିଲେ।

ନିମିଷାଙ୍କ ମାମଲା କ’ଣ?
କେରଳର ପାଲକ୍କଡ଼ ଜିଲ୍ଲାର ନିମିଷା ପ୍ରିୟା ୨୦୦୮ରେ ନର୍ସ ଭାବେ କାମ କରିବା ପାଇଁ ୟମନ ଯାଇଥିଲେ। ୨୦୧୫ରେ ସେ ୟନୀ ନାଗରିକ ତଲାଲ ଅବଦୋ ମହଦୀଙ୍କ ସହ ମିଶି ଏକ ମେଡିକାଲ କ୍ଲିନିକ ଆରମ୍ଭ କରିଥିଲେ। କିନ୍ତୁ ୨୦୧୭ରେ ମହଦୀଙ୍କ ଶବ ଏକ ଜଳ ଟାଙ୍କିରେ ମିଳିଥିଲା ଏବଂ ତାଙ୍କ ହତ୍ୟାର ଅଭିଯୋଗ ନିମିଷାଙ୍କ ଉପରେ ଲାଗିଥିଲା। ଅଭିଯୋଗ ଅନୁଯାୟୀ, ନିମିଷା ନିଜ ପାସପୋର୍ଟ ଫେରାଇ ଆଣିବା ପାଇଁ ମହଦୀଙ୍କୁ ନିଦ ଔଷଧର ଅତ୍ୟଧିକ ମାତ୍ରା ଦେଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

୨୦୧୮ରେ ନିମିଷାଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ୨୦୨୦ରେ ୟମନୀ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା। ୨୦୨୩ରେ ତାଙ୍କର ଅନ୍ତିମ ଆପିଲ ମଧ୍ୟ ଖାରଜ ହୋଇଥିଲା। ନିମିଷା ବର୍ତ୍ତମାନ ସାନା ଜେଲରେ ବନ୍ଦୀ ଅଛନ୍ତି।

ଗ୍ରାଣ୍ଡ ମୁଫତିଙ୍କ ହସ୍ତକ୍ଷେପ
ଗ୍ରାଣ୍ଡ ମୁଫତି କାନ୍ଥାପୁରମ ଏପି ଅବୁବକର ମୁସଲିୟାରଙ୍କ ଅନୁରୋଧରେ ୟମନର ସୁଫି ବିଦ୍ଵାନ ଶେଖ ଉମର ହଫିଜ ଏକ ପ୍ରତିନିଧିମଣ୍ଡଳୀ ପଠାଇଥିଲେ, ଯେଉଁମାନେ ମୃତକ ତଲାଲଙ୍କ ପରିବାର ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଉତ୍ତର ୟମନର ଶାସକ ଅଧିକାରୀ ଏବଂ ଆନ୍ତର୍ଜାତୀୟ କୂଟନୀତିଜ୍ଞମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ ଜୁଲାଇ ୧୬, ୨୦୨୫ରେ ନିମିଷାଙ୍କ ଫାଶୀକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା।

ବ୍ଲଡ ମନି ଓ ଆଲୋଚନାଯମନୀ ଶରିଆ ନିୟମ ଅନୁଯାୟୀ, ମୃତକଙ୍କ ପରିବାର ବ୍ଲଡ ମନି (କ୍ଷତିପୂରଣ) ଗ୍ରହଣ କରି ଦୋଷୀଙ୍କୁ କ୍ଷମା କରିପାରନ୍ତି। ନିମିଷାଙ୍କ ମାମଲାରେ ମଧ୍ୟ ଏହି ବିକଲ୍ପ ଉପରେ ଆଲୋଚନା ହୋଇଥିଲା। କେରଳର ବ୍ୟବସାୟୀ ଯୁସୁଫ ଅଲୀ ଏବଂ ବବି ଚେମ୍ମାନୁରଙ୍କ ସମେତ ‘ସେଭ୍ ନିମିଷା ପ୍ରିୟା ଇଣ୍ଟରନ୍ୟାସନାଲ ଆକ୍ସନ କାଉନସିଲ’ ପକ୍ଷରୁ ଏକ କୋଟି ଟଙ୍କାର କ୍ଷତିପୂରଣ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ମହଦୀଙ୍କ ପରିବାର ଏହା ଗ୍ରହଣ କରିବାକୁ ମନା କରିଦେଇଥିଲେ।

ଭାରତ ସରକାରଙ୍କ ଭୂମିକା
ଭାରତ ସରକାର ମଧ୍ୟ ନିମିଷାଙ୍କୁ ବଞ୍ଚାଇବା ପାଇଁ କୂଟନୀତିକ ଓ ଧାର୍ମିକ ଉପାୟରେ ପ୍ରୟାସ ଜାରି ରଖିଥିଲେ। ୟମନରେ ଭାରତୀୟ ଦୂତାବାସ ନଥିବା ହେତୁ ସଉଦୀ ଆରବ ମାଧ୍ୟମରେ ୟମନୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ଭାରତୀୟ ଅଧିକାରୀମାନେ ୟମନୀ ଜେଲ ଅଧିକାରୀ ଏବଂ ଅଭିଯୋଗକାରୀ କାର୍ଯ୍ୟାଳୟ ସହ ନିୟମିତ ଯୋଗାଯୋଗରେ ଥିଲେ

ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ

ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ନିମନ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ୨୮/୦୭: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇତିହାସ ଓ ଇଂରାଜୀ ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଶିରିପୁରସ୍ଥିତ ଇମେଜ୍ ଠାରେ ଆୟୋଜିତ କରାଯାଇଛି । ଏହି ପ୍ରଶିକ୍ଷଣରେ ୧୦୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ମାଳି, ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶ୍ରୀମତୀ ଜୁଲି ମଙ୍ଗରାଜ ଓ ଉପ-ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

https://youtube.com/@coastalnewsodia?si=AB2TB8we6wtbHMXy

ଉଦଘାଟନୀ ଅଧିବେଶନରେ ଯୋଗ ଦେଇ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ନନ୍ଦ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ସେମାନଙ୍କର ଚରିତ୍ର ଗଠନ ନିମନ୍ତେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନମ୍ର ହେବାକୁ ପଡ଼ିବ । ଛାତ୍ରଛାତ୍ରୀମାନଙ୍କର ମାନସିକ ଚାପକୁ ହ୍ରାସ କରିବା ପାଇଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଶିକ୍ଷା ପ୍ରଦାନ କରିବା ସହ ଅଭିଭାବକମାନଙ୍କୁ ମଧ୍ୟ ସଚେତନ କରାଇବାର ଆବଶ୍ୟକତା ରହିଛି । ଏଥିସହ ଏକବିଂଶ ଶତାବ୍ଦୀର ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା ନୀତିରେ ଥିବା ଧନ୍ଦାମୂଳକ, ବୈଷୟିକ, ଦକ୍ଷତା ବିକାଶ ଓ ଡିଜିଟାଲ୍ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ଶ୍ରୀମତୀ ନନ୍ଦ ଗୁରୁତ୍ବ ଦେଇଥିଲେ । ସେହିପରି ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ମାଳି ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ତାଲିମ୍ କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏହି ପାଞ୍ଚ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ପିଜିଟିମାନଙ୍କ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ । ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ପରିଚାଳନା, ଶିକ୍ଷକମାନଙ୍କ ବୃତ୍ତିଗତ ବିକାଶ, ଶ୍ରେଣୀଗୃହ ପରିଚାଳନା ଓ ଶିକ୍ଷଣ ଦକ୍ଷତା ବିକାଶ, ଗ୍ରୁପ୍ ଆକ୍ଟିଭିଟି, ଆକାଂକ୍ଷା ବିଦ୍ୟାଳୟର ଗଠନ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ । ଏଥିସହ ପୂର୍ବରୁ କରାଯାଇଥିବା ତାଲିମ୍ କାର୍ଯ୍ୟକ୍ରମରୁ ମତାମତ ଗ୍ରହଣ କରିବା ପରେ ଚଳିତ ତାଲିମ୍ କାର୍ଯ୍ୟକ୍ରମରେ ଆଇ-ଜିଓଟି କର୍ମଯୋଗୀ ଆପ୍ ର ବ୍ୟବହାର, ଧନ୍ଦାମୂଳକ ଶିକ୍ଷା, ଛାତ୍ରବୃତ୍ତି, ସୁସ୍ଥ ଶ୍ରେଣୀଗୃହ ପାଇଁ ବ୍ୟକ୍ତିଗତ ପୁଷ୍ଟିସାରସ୍ତର ବୃଦ୍ଧି ଓ ସ୍ୱାସ୍ଥ୍ୟର ଉନ୍ନତି, କ୍ଲାଇମେଟ୍ ରେଜିଲିଏଣ୍ଟ ବିଦ୍ୟାଳୟ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ ।

୫ ଜଣଙ୍କୁ ଗୁଳି କରି ନିର୍ମମ ହତ୍ୟାସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକ ମଧ୍ୟ ମୃତ

ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକ ମଧ୍ୟ ମୃତ

ନ୍ୟୁୟର୍କ, ୨୯/୦୭: ନ୍ୟୁୟର୍କରେ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସୋମବାର ଦିନ ଜଣେ ବନ୍ଧୁକଧାରୀ ମାନହାଟନର ଏକ ବିଲ୍ଡିଂରେ ଭିତରେ ଗୁଳି ଚଳାଇବାରୁ ନ୍ୟୁୟର୍କର ଜଣେ ପୋଲିସ ଅଧିକାରୀଙ୍କ ସମେତ ଚାରି ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଏହା ସହ ନିଜ ଗୁଳିରେ ସେନ୍ ଟାମୁରା ନାମକ ୨୭ ବର୍ଷୀୟ ସନ୍ଦିଗ୍ଧ ବନ୍ଧୁକ ଧାରୀ ଯୁବକର ମଧ୍ୟ ମୃତ୍ୟୁ ହୋଇଥିଲା।

ସନ୍ଧ୍ୟା ସମୟରେ ପ୍ରାୟ ୬.୩୦ ସମୟରେ ଟାମୁରା ଏକ ରାଇଫଲ୍ ଧରି ୪୪ ମହଲା ବିଶିଷ୍ଟ ଏକ ବିଲ୍ଡିଂରେ ପ୍ରବେଶ କରିଥିଲେ। ଯାହା ବ୍ଲାକଷ୍ଟୋନ୍ ଏବଂ NFL ମୁଖ୍ୟାଳୟ ଅଟେ।

“ଏହି ସମୟରେ, ଘଟଣାସ୍ଥଳକୁ ନିୟନ୍ତ୍ରଣ କରାଯାଇଛି, ଏବଂ ଏକମାତ୍ର ଗୁଳିଚାଳକକୁ ନିଷ୍କ୍ରିୟ କରାଯାଇଛି,” ନ୍ୟୁୟର୍କ ପୋଲିସ କମିଶନର ଜେସିକା ଡିସ୍ଚ X ରେ ନିଶ୍ଚିତ କରିଛନ୍ତି।

୩୪୫ ପାର୍କ ଆଭେନ୍ୟୁରେ ଥିବା କୋଠା ବାହାରେ ଥିବା ସିସିଟିଭି ଫୁଟେଜରେ ବନ୍ଧୁକଧାରୀ ଜଣକ ଚଷମା ପିନ୍ଧି ଏବଂ ଏକ ରାଇଫଲ୍ ଧରି କୋଠା ବିଲ୍ଡିଂ ମାଡ଼ି ଆସୁଥିବାର ଦେଖାଯାଇଛି।

ନ୍ୟୁୟର୍କ ଅଗ୍ନିଶମ ବିଭାଗକୁ ସନ୍ଧ୍ୟା ପ୍ରାୟ ୬.୩୦ ରେ ଗୁଳିକାଣ୍ଡ ବିଷୟରେ ପ୍ରଥମେ ସତର୍କ କରାଯାଇଥିଲା, ଯାହା ପରେ ଜରୁରୀକାଳୀନ କର୍ମଚାରୀମାନଙ୍କୁ ପାର୍କ ଆଭେନ୍ୟୁ କାର୍ଯ୍ୟାଳୟ ବିଲ୍ଡିଂକୁ ପଠାଯାଇଥିଲା।

ନ୍ୟୁୟର୍କ ପୋଲିସ ଏବଂ ମେୟର ଏରିକ୍ ଆଡାମ୍ସ ଜନସାଧାରଣଙ୍କୁ ପାର୍କ ଆଭେନ୍ୟୁ ଏବଂ ଲେକ୍ସିଂଟନ୍ ଆଭେନ୍ୟୁ ମଧ୍ୟରେ ପୂର୍ବ ୫୨ ଷ୍ଟ୍ରିଟ୍ ନିକଟବର୍ତ୍ତୀ ସ୍ଥାନକୁ ନ ଯିବାକୁ ଅନୁରୋଧ କରିଥିଲେ।

ଏହି କୋଠାଟି ନ୍ୟୁୟର୍କର ସବୁଠାରୁ ପୁରୁଣା ଏବଂ ବୃହତ୍ ରିଅଲ୍ ଇଷ୍ଟେଟ୍ ଫାର୍ମ ମଧ୍ୟରୁ ଗୋଟିଏ।

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଏକକାଳୀନ ୧୦ଟି ସ୍ଥାନରେ ରେଡ୍


ଭୁବନେଶ୍ୱର, ୨୯/୦୭: ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ। ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ରାଜକିଶୋରଙ୍କ ସହ ଜଡ଼ିତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି ରହିଛି। କେବଳ ଭୁବନେଶ୍ବରରେ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଛି। ନୟାଗଡ଼ର ୨ଟି ସ୍ଥାନ ଯଥାକ୍ରମେ ପୈତୃକ ଗାଁ ଓ ଶ୍ବଶୂର ଘରେ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ।

ଭୁବନେଶ୍ବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି।

୧) ପ୍ଲଟ୍ ନମ୍ବର ୨୨୬, ସେକ୍ଟର-୫, ନୀଳାଦ୍ରି ବିହାରରେ ଥିବା ତିନି ମହଲା କୋଠା।

୨) ଫ୍ଲାଟ୍ ନମ୍ବର ଇ-୦୮୩, ଅଷ୍ଟମ ମହଲା, କସମୋପଲିସ୍

୩) ଦୋକାନ ନମ୍ବର ୧୬, ସିମ୍ଫନି ମଲ୍, ପାହାଳ

ଆହୁରି ପଢ଼ନ୍ତୁ...

୪), ନୟାଗଡ଼ର ଜଗନ୍ନାଥପ୍ରସାଦରେ ଥିବା ପୈତୃକ ଘର।

୫) ରାଜକିଶୋରଙ୍କ କାର୍ଯ୍ୟାଳୟ ଚାମ୍ବର।

୬) ପଟିଆରେ ଥିବା ତାଙ୍କ ଶ୍ୱଶୁରଙ୍କ ଘର।

୭) ନୟାଗଡ଼ର ଶିବାଜୀନଗରରେ ଥିବା ତାଙ୍କ ଶ୍ୱଶୁରଙ୍କ ଅନ୍ୟ ଏକ ଘର।

୮) ଫ୍ଲାଟ୍ ନମ୍ବର ଏଚ୍-୧୬୪, ଟାୱାର ଏଚ୍ କସମୋପଲିସ୍

9) ପ୍ଲଟ୍ ନମ୍ବର ୫୪୯/୩୧୭୭/୩୩୬୮ଡୁମଡୁମା, ଭୁବନେଶ୍ୱର।

୧୦) ଜାଗମରାରେ ୬୧୭ ନଂ ପ୍ଲଟ୍ ସ୍ଥିତ ମେସର୍ସ ଏଏସଏନ୍ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ।

ଅନିଶ୍ଚିତତା ଘେରରେ ନିମିଷାଙ୍କ ଭାଗ୍ୟ

ଫାଶୀ ଦଣ୍ଡାଦେଶ ପାଇଁ ଅଡି ବସିଛନ୍ତି ତଲାଲଙ୍କ ଭାଇ

ଅନିଶ୍ଚିତତା ଘେରରେ ନିମିଷାଙ୍କ ଭାଗ୍ୟ


ନୂଆଦିଲ୍ଲୀ, ୨୯/୦୭: ୟେମେନରେ ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ୟେମେନୀ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବରେ ରଦ୍ଦ କରିଛନ୍ତି ବୋଲି ସୋମବାର ଗ୍ରାଣ୍ଡ ମୁଫ୍ତି ଅଫ୍ ଇଣ୍ଡିଆ କଣ୍ଠପୁରମ୍ ଏପି ଆବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହା ଯାଇଥିଲା। ହେଲେ ଏହି ଦାବିକୁ ପରବର୍ତ୍ତୀ ସମୟରେ ଖଣ୍ଡନ କରିଛନ୍ତି ଭାରତ ସରକାର। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ଦାବିକୁ ମିଥ୍ୟା ବୋଲି କୁହାଯାଇଛି। ଏହି ସୂଚନା ଭୁଲ ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ।

ସୋମବାର ଗ୍ରାଣ୍ଡ ମୁଫ୍ତି ଅଫ୍ ଇଣ୍ଡିଆ ୟେମେନର ରାଜଧାନୀ ସାନାରେ ମାସ ମାସ ଧରି ଅନୁଷ୍ଠିତ ଉଚ୍ଚସ୍ତରୀୟ କୂଟନୈତିକ ମଧ୍ୟସ୍ଥତା ଏବଂ ବାରମ୍ବାର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ଘୋଷଣା କରିଥିଲେ। ନିମିଷାଙ୍କ ମୃତ୍ୟୁଦଣ୍ଡକୁ ପୂର୍ବରୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା।

ତଥାପି, କାର୍ଯ୍ୟାଳୟ ସ୍ପଷ୍ଟ କରାଯାଇଥିଲା ଯେ ଏହା ଏପର୍ଯ୍ୟନ୍ତ ୟେମେନି ସରକାରଙ୍କଠାରୁ ସରକାରୀ ଲିଖିତ ନିଶ୍ଚିତକରଣ ପାଇନାହିଁ।

ନିମିଷାଙ୍କ ମୃତ୍ୟୁଦଣ୍ଡ ମୂଳତଃ ଜୁଲାଇ ୧୬ ରେ ସ୍ଥିର କରାଯାଇଥିଲା କିନ୍ତୁ ଗ୍ରାଣ୍ଡ ମୁଫତି ମୁସଲିୟାରଙ୍କ ଦ୍ୱାରା ୟେମେନି ଅଧିକାରୀମାନଙ୍କୁ ସିଧାସଳଖ ଆବେଦନ କରିବା ପରେ ମାତ୍ର ଗୋଟିଏ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଥିଲା।

ସୂଚନାଯୋଗ୍ୟ, ନିମିଷା ପ୍ରିୟା (୩୮) କେରଳର ପାଲକ୍କଡ ଜିଲ୍ଲାର ବାସିନ୍ଦା ଏବଂ ୨୦୦୮ରେ ଭଲ ନର୍ସ ଭାବେ କାମ କରିବା ପାଇଁ ୟେମେନକୁ ଚାଲି ଯାଈଥିଲେ। ସେ ଜଣେ ତାଲିମପ୍ରାପ୍ତ ନର୍ସ। ସେ ପରେ ୟେମେନି ନାଗରିକ ତଲାଲ ଆବଦୋ ମହଦିଙ୍କ ସହିତ ଏକ ବ୍ୟବସାୟିକ ସହଭାଗୀତା କରିଥିଲେ ଏବଂ ମିଳିତ ଭାବରେ ରାଜଧାନୀ ସାନାରେ ଏକ କ୍ଲିନିକ୍ ଚଲାଇଥିଲେ।

କିନ୍ତୁ ୟେମେନୀ ନାଗରିକ ଜଣକ ନିମିଷାଙ୍କୁ ନିଜ ପତ୍ନୀର ପରିଚୟ ଦେଉଥିଲେ। ଯାହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହେଲା। ଏହା ପରେ ମହଦି ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ ପାସପୋର୍ଟ ଜବତ କରିଥିଲେ – ତାଙ୍କୁ ଫେରିବାକୁ ବାଧା ଦେଇଥିଲେ।

ନିମିଷା ତାଙ୍କ ଡକ୍ୟୁମେଣ୍ଟଗୁଡ଼ିକୁ ପାଇବା ପାଇଁ ପ୍ରିୟା ୨୦୧୭ ମସିହାରେ ମହଦିଙ୍କୁ ନିଶା ଔଷଧ ଦେଇଥିଲେ। ହେଲେ ମହଦିଙ୍କୁ ନିଶା ଔଷଧର ମାତ୍ରାଧିକ ଡୋଜ ଦେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୧୮ ମସିହାରେ ତାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ୨୦୨୦ ମସିହାରେ ଏକ ୟେମେନି କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା।

୨୦୨୪ ମସିହାର ଶେଷ ଭାଗରେ ଏବଂ ୨୦୨୫ ମସିହାର ପ୍ରାରମ୍ଭରେ ୟେମେନି ରାଷ୍ଟ୍ରପତି ରଶାଦ ଅଲ-ଆଲିମି ଏବଂ ହୁଥି ନେତା ମହଦି ଅଲ-ମାଶାତ ଯଥାକ୍ରମେ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଥିଲେ। ତଥାପି, ଭାରତ ସରକାରଙ୍କ ନିରନ୍ତର କୂଟନୈତିକ ହସ୍ତକ୍ଷେପ ପରେ ଦଣ୍ଡାଦେଶ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଏବେ ନିମିଷାଙ୍କ ଫାଶୀ ଦଣ୍ଡାଦେଶକୁ ପୂର୍ଣ୍ଣ ରୂପେ ବାତିଲ୍ କରାଯାଇ ନାହିଁ।

ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷକ ସାଜୁଛି ‘ନିରୋଗଶାଳା’

ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଉଛି ୟୁଏଆଇଏଲ


ରାୟଗଡା ୨୯/୦୭(ଦର୍ଶନ ନ୍ୟୁଜ): ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‍) ‘ନିରୋଗଶାଳା’ ପ୍ରଚଳନ କରିଛି । ଏହି ସିଏସ୍‍ଆର ପ୍ରୟାସ ଓଡ଼ିଶାର ରାୟଗଡା ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକରେ ଜନସାଧାରଣଙ୍କ ଦ୍ୱାରଦେଶରେ ସେମାନଙ୍କୁ ଉଭୟ ପ୍ରତିଷେଧକ ଏବଂ ଆରୋଗ୍ୟକାରୀ ସ୍ୱାସ୍ଥ୍ୟଯତ୍ନ ସେବା ଯୋଗାଇ ଦେଉଛି । ନିରୋଗଶାଳା ସ୍ୱାସ୍ଥ୍ୟଯତ୍ନ ପ୍ରକଳ୍ପ ନୀରବରେ ତୃଣମୂଳ ସ୍ତରରେ ଜୀବନଗୁଡିକରେ ରୂପାନ୍ତରଣ ଆଣିଛି । ଏହା କାଶୀପୁର ବ୍ଲକର ପାଇକକୁପଖାଲ, ଅଣ୍ଡିରାକଞ୍ଚ ଏବଂ ଗୋପିନାଥପୁର ଆଦି ଦୂର ଦୂରାନ୍ତ ଗ୍ରାମରେ ସ୍ୱାସ୍ଥ୍ୟ ଡିସ୍‍ପେନସାରୀ ସ୍ଥାପନ କରିଛି । ପ୍ରାୟ ୨୦,୦୦୦ ଗ୍ରାମବାସୀ ଏହି ସେବାର ସୁଯୋଗ ନେଉଛନ୍ତି । ଅଞ୍ଚଳ

https://youtube.com/@coastalnewsodia?si=AB2TB8we6wtbHMXy

ଶ୍ରୀ ରବି ମିଶ୍ର, ୟୁନିଟ ହେଡ, ୟୁଏଆଇଏଲ, କହିଛନ୍ତି, “ନିରୋଗଶାଳା ଏକ ଅତ୍ୟନ୍ତ ବାସ୍ତବ ଏବଂ ଜରୁରୀ ଆବଶ୍ୟକତାରୁ ସୃଷ୍ଟି ହୋଇଥିଲା । ଏହି ସମସ୍ତ ଦୁର୍ଗମ ସ୍ଥାନଗୁଡିକରେ ଚିକିତ୍ସାଗତ ଜରୁରୀ ସ୍ଥିତି ସୃଷ୍ଟିହେଲେ ବିନା ସହାୟତାରେ ମାଇଲ ମାଇଲ ଚାଲିଚାଲି ଯିବାକୁ ହୁଏ । ଆମେ ଏକ ସୁସଂଗଠିତ, ମାଗଣା ସ୍ୱାସ୍ଥ୍ୟଯତ୍ନ ସେବା ଜନସାଧାରଣଙ୍କ ଦ୍ୱାରଦେଶକୁ ଆଣି ସମୟୋଚିତ ସହାୟତା ଆଉ ଏକ ବିଳାସର ବିଷୟ ହୋଇ ରହିନାହିଁ- ବରଂ ଏକ ଅଧିକାର ବୋଲି ସୁନିଶ୍ଚିତ କରୁଛୁ । ସୁବିଧା ଅଭାବରୁ କୌଣସି ଜୀବନ ହାନି ଯେଭଳି ନହୁଏ ତାହା ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ।”

ପ୍ରତ୍ୟେକ ନିରୋଗଶାଳାରେ ରୋଗ ନିରୂପଣକାରୀ ସମର୍ଥନ ବ୍ୟବସ୍ଥା ଏବଂ ଆମ୍ବୁଲାନ୍ସ ସୁବିଧା ସହିତ ଓପିଡି ସୁବିଧା ରହିଛି, ଏଠାରେ ମଧ୍ୟ ମୌଳିକ ଚିକିତ୍ସା ଭିତ୍ତିଭୂମି ରହିଛି । ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ପୂର୍ଣ୍ଣକାଳୀନ ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟ ସହାୟକ ଏବଂ ପ୍ରତି ତିନିଦିନ ଅଦଳ ବଦଳ ଭିତ୍ତିରେ ଏମ୍‍ବିବିଏସ୍‍ ଡାକ୍ତରମାନଙ୍କର ଉପସ୍ଥିତି ଏହି ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଯତ୍ନ ବ୍ୟବସ୍ଥାକୁ ଉକତ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଉଛି । ପ୍ରତ୍ୟେକ କେନ୍ଦ୍ର ମାସିକ ହାରାହାରି ୭୦୦-୮୦୦ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

ମାଇକଞ୍ଚ ପଞ୍ଚାୟତର ସରପଞ୍ଚ ଶ୍ରୀ ମସ୍ତରାମ ମାଝୀ ବିସ୍ତୃତ ଭାବରେ ଉଲ୍ଲେଖ କରି କହିଥିଲେ, “ନିରୋଗଶାଳା ସମସ୍ତ ନିକଟବର୍ତ୍ତୀ ଗ୍ରାମଗୁଡିକୁ ମାଗଣାରେ ସ୍ୱାସ୍ଥ୍ୟଯତ୍ନ ସେବା ଯୋଗାଇ ଦେଉଛି । ମାଇକଞ୍ଚ ଗ୍ରାମ ପଞ୍ଚାୟତର ଜନସାଧାରଣ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ସେମାନେ ଡାକ୍ତରୀ ଚିକିତ୍ସା କରାଇବାକୁ ଅସମର୍ଥ । ୟୁଏଆଇଏଲ୍‍କୁ ଧନ୍ୟବାଦ ଯେ, ସେମାନେ ଆବଶ୍ୟକ କରୁଥିବା ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟଯତ୍ନ ସେବା ଏବଂ ଜୀବନ ରକ୍ଷାକାରୀ ଔଷଧଗୁଡିକ ଆବଶ୍ୟକ ସମୟରେ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି ।”

ଅଣ୍ଡିରାକଞ୍ଚ ଗ୍ରାମର ଜଣେ ବାସିନ୍ଦା କମଳ ଲୋଚନା ଝୋଡିଆ କହିଥିଲେ, “କୁରାଢୀରେ କାମ କରୁଥିବା ସମୟରେ ଦୁର୍ଯୋଗକୁ ଅନ୍ୟମନସ୍କ ହୋଇଯିବାରୁ ମୋର ପାପୁଲିରେ ଆଘାତ ଲାଗିଥିଲା । କ୍ଷତ ଗଭୀର ଥିଲା ଏବଂ ମୁଁ ତୁରନ୍ତ ଅଣ୍ଡିରାକଞ୍ଚରେ ଥିବା ନିରୋଗଶାଳାକୁ ଯାଇଥିଲି । ସେଠାରେ ଥିବା ଫାର୍ମାସିଷ୍ଟ ମୋର ପ୍ରାଥମିକ ଚିକିତ୍ସା କରିବା ସହିତ ଉପଯୁକ୍ତ ଭାବରେ କ୍ଷତ ସ୍ଥାନକୁ ବ୍ୟାଣ୍ଡେଜ୍‍ କରିଥିଲେ । ସେହି ନିରୋଗଶାଳାରୁ ନିର୍ଦ୍ଧାରିତ ଔଷଧ ମୋମେ ସମ୍ପୂର୍ଣ୍ଣ ମାଗଣାରେ ମିଳିଥିଲା । ଧନ୍ୟବାଦ ଦେବି ଯେ ନିରୋଗଶାଳାରେ ଯୋଗାଇ ଦିଆଯାଇଥିବା ଉପଯୁକ୍ତ ଯତ୍ନ ଏବଂ ଔଷଧ ସହିତ ଚିକିତ୍ସା ଦ୍ୱାରା ମୋର ପାପୁଲିରେ ହୋଇଥିବା କ୍ଷତ ଅଳ୍ପ ଦିନରେ ଭଲ ହୋଇଗଲା ଏବଂ ମୁଁ ଏବେ ପୂର୍ଣ୍ଣ ସୁସ୍ଥ ହୋଇସାରିଛି ଏବଂ ମୋ ହାତରେ ପୁନର୍ବାର କାମ କରିବାକୁ ସମର୍ଥ ।”

ୟୁଏଆଇଏଲ୍‍ର ସିଏସଆର ଟିମ୍‍ ଦ୍ୱାରା ମାସିକ ଭିତ୍ତିରେ ନିରୀକ୍ଷଣ ଏବଂ ସ୍ୱାଧୀନ ଭାବରେ ପରିଚାଳିତ ନିରୋଗଶାଳା ଏକ ଡିସ୍‍ପେନସାରୀ ଠାରୁ ଯଥେଷ୍ଟ ଅଧିକ ସେବା ଯୋଗାଉଛି ।

 

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜ ପ୍ରତି ଅବଦାନ ରଖିବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍‍ର ସିଏସଆର କାର୍ଯ୍ୟ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମ୍ୟୁନିଟି ଇନିସିଏଟିଭସ୍‍ ଆଣ୍ଡ ରୁରାଲ ଡେଭେଲପମେଣ୍ଟ ଅଧୀନରେ ପରିଚାଳିତ ହେଉଛି । ଗ୍ରୁପ୍‍ର ଦୂରଦୃଷ୍ଟି ହେଉଛି ଏହା ନିଜର ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ଜନସମୁଦାୟଙ୍କର ସାମାଜିକ ଓ ଆର୍ଥିକ ବିକାଶ ପ୍ରତି ସକ୍ରିୟ ଅବଦାନ ରଖିବା । ଏହା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନ ଧାରଣା ପନ୍ଥା ସୃଷ୍ଟି ସହିତ ରାଷ୍ଟ୍ରର ମାନବ ବିକାଶ ସୂଚକରେ ଉନ୍ନତି ଅଣାଯାଉଛି । ଗ୍ରୁପ୍‍ର ସିଏସଆର୍‍ ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବାକୁ ୟୁଏନଏସ୍‍ଡିଜି ଲକ୍ଷ୍ୟସମୂହ ସହିତ ମେଳ ଖାଉଛି ।

ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣନର୍ସିଂ ଷ୍ଟାଫଙ୍କ ଗିରଫ ଦାବିରେ ଧାରଣା

ନର୍ସିଂ ଷ୍ଟାଫଙ୍କ ଗିରଫ ଦାବିରେ ଧାରଣା

ଭୁବନେଶ୍ୱର, ୨୮/୦୭: ଏମ୍ସ ଭୁବନେଶ୍ୱରର ଜଣେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ଯୁବତୀଙ୍କୁ ହସ୍ପିଟାଲର ଜଣେ ନର୍ସିଂ ଷ୍ଟାଫଙ୍କ ଦ୍ୱାରା ଅସଦାଚରଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ ଗିରଫ ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଆଟେଣ୍ଡାଣ୍ଟ ଅଭିଯୋଗ କରିଛନ୍ତି ଯେ ନର୍ସିଂ ଅଧିକାରୀ ନାନୁ ରାମ ଚୌଧୁରୀ ଗତକାଲି ପ୍ରାୟ ୧୨.୩୦ ସମୟରେ ତାଙ୍କୁ ଡାକ୍ତରଙ୍କ ରୁମକୁ ଡାକିବା ପରେ ତାଙ୍କ ସହିତ ଅସଦାଚରଣ କରିଥିଲେ।

ତଥାପି, ସେ ନାନୁ ରାମଙ୍କଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ ଏବଂ ହସ୍ପିଟାଲର ନିୟନ୍ତ୍ରଣ କକ୍ଷକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। କିନ୍ତୁ ତାଙ୍କୁ ଥାନାରେ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିବାରୁ, ସେ ଆଜି ସକାଳେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

କିନ୍ତୁ, ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ, ଠିକା କର୍ମଚାରୀମାନେ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛନ୍ତି। ଅଭିଯୁକ୍ତ ନର୍ସିଂ ଷ୍ଟାଫଙ୍କ ଗିରଫ କରିବାକୁ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଏମର୍ଜେନ୍ସି ବିଭାଗ ବ୍ୟତୀତ ଅନ୍ୟ ବିଭାଗରେ କାର୍ଯ୍ୟ ବନ୍ଦ ରହିବ ବୋଲି ହସ୍ପିଟାଲର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରତ ଆନ୍ଦୋଳନକାରୀ କହିଛନ୍ତି।

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଭୁବନେଶ୍ୱର, ୨୯/୦୭: ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ। ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ରାଜକିଶୋରଙ୍କ ସହ ଜଡ଼ିତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି ରହିଛି। କେବଳ ଭୁବନେଶ୍ବରରେ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଛି। ନୟାଗଡ଼ର ୨ଟି ସ୍ଥାନ ଯଥାକ୍ରମେ ପୈତୃକ ଗାଁ ଓ ଶ୍ବଶୂର ଘରେ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ।

ଭୁବନେଶ୍ବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି।

ନିମ୍ନଲିଖିତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି।

୧) ପ୍ଲଟ୍ ନମ୍ବର ୨୨୬, ସେକ୍ଟର-୫, ନୀଳାଦ୍ରି ବିହାରରେ ଥିବା ତିନି ମହଲା କୋଠା।

୨) ଫ୍ଲାଟ୍ ନମ୍ବର ଇ-୦୮୩, ଅଷ୍ଟମ ମହଲା, କସମୋପଲିସ୍

୩) ଦୋକାନ ନମ୍ବର ୧୬, ସିମ୍ଫନି ମଲ୍, ପାହାଳ

୪), ନୟାଗଡ଼ର ଜଗନ୍ନାଥପ୍ରସାଦରେ ଥିବା ପୈତୃକ ଘର।

୫) ରାଜକିଶୋରଙ୍କ କାର୍ଯ୍ୟାଳୟ ଚାମ୍ବର।

୬) ପଟିଆରେ ଥିବା ତାଙ୍କ ଶ୍ୱଶୁରଙ୍କ ଘର।

୭) ନୟାଗଡ଼ର ଶିବାଜୀନଗରରେ ଥିବା ତାଙ୍କ ଶ୍ୱଶୁରଙ୍କ ଅନ୍ୟ ଏକ ଘର।

୮) ଫ୍ଲାଟ୍ ନମ୍ବର ଏଚ୍-୧୬୪, ଟାୱାର ଏଚ୍ କସମୋପଲିସ୍

9) ପ୍ଲଟ୍ ନମ୍ବର ୫୪୯/୩୧୭୭/୩୩୬୮ଡୁମଡୁମା, ଭୁବନେଶ୍ୱର।

୧୦) ଜାଗମରାରେ ୬୧୭ ନଂ ପ୍ଲଟ୍ ସ୍ଥିତ ମେସର୍ସ ଏଏସଏନ୍ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ।

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...