AFFILIATE MARKETING
Wednesday, November 22, 2023
ଶସ୍ତା ଫ୍ଲାଟ୍ର ଚାବି ବାଣ୍ଟିଲେ ସରକାର
ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ
Tuesday, November 21, 2023
ଆଜିର ରାଶିଫଳ
ଭାରତରେ କାର ନିର୍ମାଣ କରିପାରେ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ
ନୂଆଦିଲ୍ଲୀ (CNO) ଭାରତ ସରକାର ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି। ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍ ଆମଦାନୀ କରିବାକୁ ଅନୁମତି ପାଇବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ଏହାର କାର୍ ନିର୍ମାଣ ପାଇଁ ରାସ୍ତା ବାହାରିବ ବୋଲି ରିପୋର୍ଟରୁ ଜଣା ପଡିଛି।
ଜାନୁଆରୀ ମାସରେ ଗୁଜରାଟରେ ହେବାକୁ ଥିବା ‘ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍’ରେ ଏହି ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଇଲେକ୍ଟ୍ରିକ୍ କାର୍ ଏବଂ ରପ୍ତାନି ପାଇଁ ସୁ-ପ୍ରତିଷ୍ଠିତ ଇକୋସିଷ୍ଟମ କାରଣରୁ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁର ରାଜ୍ୟକୁ କମ୍ପାନୀର କାରଖାନା ପାଇଁ ବିଚାରକୁ ନିଆଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଏହି ସମ୍ଭାବ୍ୟ ଚୁକ୍ତିନାମା ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଟେସଲା ଏହାର କାରଖାନା ନିର୍ମାଣ ପାଇଁ ପ୍ରାୟ ୨ ବିଲିୟନ ଡଲାର ଟଙ୍କା ନିବେଶ କରିପାରେ। ପରେ କମ୍ପାନ ଏହାର ଅଟୋ ପାର୍ଟ୍ସ ସବୁ ଭାରତରୁ କିଣିବା ପାଇଁ ୧୫ ବିଲିୟନ ଡଲାର ଖର୍ଚ୍ଚ କରିବ। ସେହିଭଳି ଆଗକୁ ଟେସଲା ଭାରତରେ ଏହାର ବ୍ୟାଟେରୀ ମଧ୍ୟ ନିର୍ମାଣ କରିପାରେ ।
ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ଏହି ଯୋଜନାଗୁଡିକ ପରିବର୍ତ୍ତନ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ l ଟେସଲା ସିଇଓ ଏଲନ୍ ମସ୍କ ପୂର୍ବରୁ ଜୁନ୍ ମାସରେ କହିଥିଲେ ଯେ କମ୍ପାନୀ ୨୦୨୪ ମସିହାରେ ଏକ ପରିଦର୍ଶନ ପାଇଁ ଭାରତରେ ଏକ ମହତ୍ଵପୂର୍ଣ୍ଣ ବିନିଯୋଗ କରିବାକୁ ଚାହୁଁଛି।
ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଟ୍ରେନ୍ର୍ ଦୁର୍ଘଟଣା
ଆସିଲା ଉତ୍ତରକାଶୀ ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ
ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ
କେନ୍ଦ୍ରାପଡା ଜିଲ୍ଲା ମୋ ସେବା କେନ୍ଦ୍ର ଉଦ୍ୟୋଗୀ ସଂଘ ଗଠିତ
ଆଜିର ରାଶିଫଳ
Monday, November 20, 2023
ପ୍ଲେୟାର ଅଫ୍ ଦି ସିରିଜ ହେଲେ ବିରାଟ କୋହଲି
କଙ୍ଗାରୁ ଦଳ ଭାରତକୁ ପରାସ୍ତ କରିଛି ଭାରତବାସୀଙ୍କ ଆଶା ଓ ଆକାଂକ୍ଷା ଧୂଳିସାତ୍ ହୋଇଯାଇଛି
ଆଜିର ରାଶିଫଳ
Sunday, November 19, 2023
ଅଷ୍ଟ୍ରେଲିଆ ବିଶ୍ବ ଚାମ୍ପିଅନ
2023 ବିଶ୍ୱକପରେ ଭାରତ ବନାମ ଅଷ୍ଟ୍ରେଲିଆ, ଫାଇନାଲ ଆଡାମ ଜାମ୍ପା ଙ୍କ ନାମରେ ବଡ଼ ରେକର୍ଡ
COASTAL NEWS ODIA 1480
2023 ବିଶ୍ୱକପରେ ଭାରତ ବନାମ ଅଷ୍ଟ୍ରେଲିଆ, ଫାଇନାଲ ଆଡାମ ଜାମ୍ପା ଙ୍କ ନାମରେ ବଡ଼ ରେକର୍ଡ
ଅହମଦାବାଦ - (CNO) ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ୍ରେ ଭାରତୀୟ ଦଳର ବ୍ୟାଟର ମାନେ ନିରାଶାଜନକ ପ୍ରଦର୍ଶନ କରିଥିଲେ । ଟସ୍ ହରାଇ ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଭାରତୀୟ ଦଳ 240ରେ ଆଉଟ୍ ହୋଇଥିଲା । ଫାଇନାଲ ପରି ଏକ ବଡ ମ୍ୟାଚରେ ଭାରତର କ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ସଫଳ ହୋଇପାରିନଥିଲେ ।
କେଏଲ ରାହୁଲ ଭାରତ ପାଇଁ ସର୍ବାଧିକ 66 ରନ୍ ସଂଗ୍ରହ କରିଥିଲେ । କେଏଲ ରାହୁଲଙ୍କ ବ୍ୟତୀତ ବିରାଟ କୋହଲିଙ୍କ ବ୍ୟାଟରୁ ଅର୍ଦ୍ଧଶତକୀୟ ଇନିଂସ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ୟାଟ୍ କମିନ୍ସ ଚତୁରତା ପ୍ରଦର୍ଶନ କରିଥିଲେ: ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ସେ ଭାରତୀୟ ବ୍ୟାଟରଙ୍କୁ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।
ପ୍ରଥମ ୧୦ ଓଭରରେ ଭାରତର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଥିଲା କିନ୍ତୁ ରୋହିତ ଶର୍ମାଙ୍କ ଆଉଟ୍ ସହିତ ଭାରତୀୟ ବ୍ୟାଟର ଗୋଟିଏ ଲେଖାଏଁ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଦଳ ପରବର୍ତ୍ତୀ ୪୦ ଓଭରରେ ମାତ୍ର ଚାରିଟି ଚୌକା ମାରିଥିଲେ । ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ଵ ଚାମ୍ପିୟନ ଜାମ୍ପା ମୁରଲୀଧରନଙ୍କ ସମକକ୍ଷ ହେଲେ, ଅଷ୍ଟ୍ରେଲୀୟ ସ୍ପିନ୍ ବୋଲର ଆଡାମ ଜାମ୍ପା ଏହି ମ୍ୟାଚରେ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି ।
ଚଳିତ ବର୍ଷର ବିଶ୍ୱକପରେ ଆଡ଼ାମ୍ ଜାମ୍ପା 23 ୱିକେଟ୍ ନେଇଛନ୍ତି । ସେ 2023 ବିଶ୍ୱକପରେ ଏତେ ସଂଖ୍ୟକ ୱିକେଟ୍ ନେଇଥିବା ପ୍ରଥମ ସ୍ପିନ୍ ବୋଲର ହୋଇଛନ୍ତି । ଏହାପୂର୍ବରୁ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁରଲୀଧରନ୍ 2007 ଦିନିକିଆ ବିଶ୍ୱକପରେ 23 ୱିକେଟ୍ ନେଇଥିଲେ। ଆଡାମ ଜାମ୍ପା ଏହା କରି ମୁରଲୀଧରନଙ୍କ ସମକକ୍ଷ ହୋଇଛନ୍ତି। ଜାମ୍ପା ଭାରତ ବିପକ୍ଷରେ ଭଲ ବୋଲିଂ କରିଥିଲେ । ସେ 10 ଓଭରରେ 4.40 ରେଟରେ 44 ରନ୍ ଦେଇ 1 ୱିକେଟ୍ ନେବାରେ ସଫଳ ହୋଇଥିଲେ ।
ଏହାପୂର୍ବରୁ 2007 ମସିହାରେ ଅଷ୍ଟ୍ରେଲିଆର ବ୍ରାଡ ହଗ ତାଙ୍କ ନାମରେ 21 ୱିକେଟ୍ ନେବାର ରେକର୍ଡ ଥିଲା । 2011 ମସିହାରେ ପାକିସ୍ତାନର ପୂର୍ବତନ କ୍ରିକେଟ୍ ଦଳର ଅଲରାଉଣ୍ଡର ସହିଦ ଆଫ୍ରିଦି 21 ୱିକେଟ୍ ନେଇଥିଲେ ଏବଂ 1999 ରେ ସେନ ୱାର୍ଣ୍ଣ 20 ୱିକେଟ୍ ନେଇଥିଲେ ।
ବିଶ୍ଵ ସୁନ୍ଦରୀ ପ୍ରତିଯୋଗିତା
ରୋହିତ ଶର୍ମା 47 ରନ୍ରେ ଆଉଟ୍
ବିଶ୍ୱକପ ଫାଇନାଲରେ ଭାରତକୁ ପ୍ରଥମ ଝଟକା
କାହ୍ନୁ ଙ୍କ ବିଶ୍ଵ ରେକର୍ଡ
କ୍ରିକେଟ୍ ବିଶ୍ବକପ୍ ଫାଇନାଲ୍: ଟସ୍ ଜିତି ପ୍ରଥମେ ଭରତ ବିପକ୍ଷରେ ବୋଲିଙ୍ଗ୍ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ
ଭାରସାମ୍ଯ ହରାଇ ଓଲଟି ପଡିଲା ଗୋରୁ ବୋଝେଇ ଭ୍ଯାନ
ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଟିମ୍ ଇଣ୍ଡିଆକୁ ଶୁଭେଛା
ପୋଲରୁ ତଳକୁ ଖସିଲା କାର, ତିନି ଗୁରୁତର
COASTAL NEWS
COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର
COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...