AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ

COASTAL NEWS ODIA 1032

୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ 



ମୁମ୍ବାଇ - ଭଞ୍ଜ ବିହାରୀ ମହାନ୍ତି - ମୁମ୍ବାଇର ଗୁରଗାଁଓରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ଆଜି ଭୋର ପ୍ରାୟ ୩ଟା ବେଳେ ଏହି ଅଘଟଣ ଘଟିଛି।

ପ୍ରଥମେ ଆପାର୍ଟମେଣ୍ଟର ପାର୍କିଂ ଏରିଅରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ଆପାର୍ଟମେଣ୍ଟ ତଳେ ପାର୍କ ହୋଇଥିବା ବହୁ କାର୍‌ ଓ ବାଇକ୍‌ ହୁତୁହୁତୁ ହୋଇ ଜଳିଥିଲା। ଏହାପରେ ନିଆଁ କ୍ରମଶଃ ଉପରକୁ ବ୍ୟାପିଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ସେମାନେ ନିଆଁକୁ କାବୁ କରିଥିବା ବେଳେ ଏହାପରେ ଭିତରେ ପଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆପାର୍ଟମେଣ୍ଟର ବିଭିନ୍ନ ମହଲାରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଜୀବନ୍ତ ଦଗ୍ଧ ହୋଇ ପଡ଼ିଥିବା ଜଣାଯାଇଛି। ଏଥିସହ ଗୁରୁତର ଅବସ୍ଥାରେ ୪୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ଭୋରୁ ଭୋରୁ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ଉକ୍ତ ସମୟରେ ଲୋକେ ଶୋଇ ପଡ଼ିଥିବାରୁ ବାହାରକୁ ବାହାରି ପାରି ନ ଥିବା ଆଲୋଚନା ହେଉଛି। 

ଫୁଟବଲ ଏକାଡେମୀ ପାଇଁ l୧୧.୮ କୋଟି ଅର୍ଥ ମଞ୍ଜୁର

COASTAL NEWS ODIA 1031

ଫୁଟବଲ ଏକାଡେମୀ ପାଇଁ l୧୧.୮ କୋଟି ଅର୍ଥ ମଞ୍ଜୁର



ଆଳି,୫।୧୦ ଫୁଟବଲର ଅନ୍ତୁଡ଼ିଶାଳ ଭାବେ ପରିଚିତ ଆଳି ଅଞ୍ଚଳରେ ଥିବା ଆଳି ହାଇସ୍କୁଲ ମିନି ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ନିମନ୍ତେ ଏକ ଫୁଟବଲ ଏକାଡେମୀ କରିବାକୁ ଘୋଷଣା ହୋଇଥିଲା। ଏହି ଫୁଟବଲ ଏକାଡେମୀ ନିମନ୍ତେ ୧୧ କୋଟି ୮୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି। 

ଏହି କାର୍ଯ୍ୟ ପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲି, ଯାହାକି ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର  ପ୍ରକ୍ରିୟା ଆରମ୍ଭ ହୋଇଛି। କିଛିଦିନ ପୂର୍ବେ ଯୁଥ ଆଣ୍ଡ ସ୍ପୋର୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଏକ ସ୍ବତନ୍ତ୍ର ସର୍ଭେ ଦଳ ଆଳି ହାଇସ୍କୁଲ ମିନି ଷ୍ଟାଡିୟମରେ ପହଞ୍ଚି ଏଠିକାର ସୁବିଧା ବିଷୟରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । 

ଏହି ଖବର ଆଳିବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ଆଳି ଆଥଲେଟିକ ଆସୋସିଏଶନର ସଭାପତି ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ସମ୍ପାଦକ ବିଜୟ କୁମାର ସେନାପତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।


ଆଜିର ଖବର

COASTAL NEWS ODIA 1030

*ଖବର ଆଜିର* 
*ତାରିଖ ୦୬/୧୦/୨୩, ଶୁକ୍ରବାର*



*୧-ଭୁବନେଶ୍ୱର: ମାଟ୍ରିକ ଢାଞ୍ଚାରେ ଆଇନ୍ ପରୀକ୍ଷା କରିବାକୁ ପ୍ରସ୍ତାବ।*

*୨-ଭୁବନେଶ୍ୱର:୨୦୦ କୋଟି ବ୍ୟୟ ବରାଦ,୧୫ ହଜାର ପ୍ରାଥମିକ ବିଦ୍ୟାଳୟର ବଦଳିବ ରୂପରେଖ।*

*୩-ଏଥର ଦୁର୍ଗା ପୂଜାରେ ଦୁଲୁକିବ ମଞ୍ଚ, ରାତି ୧୨ ପର୍ଯ୍ୟନ୍ତ ଚାଲିବ ମେଲୋଡି।*

*୪-କିସ୍ ଫାଉଣ୍ଡେସନର ସହାୟତା: ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କର ବଦଳିଲା ଭାଗ୍ୟ।*

*୫-ଭୁବନେଶ୍ୱରରେ ବୈଶ୍ବିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରିବ ଆକ୍ସେଞ୍ଚର।*

*୬-ରାୟଗଡ଼ାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ, ୫ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି।*

*୭-ସପ୍ତମ ଶ୍ରେଣୀର ଛାତ୍ରୀ ଓଡିଶା ଝିଅ ଆକାଂଶୀ ପ୍ରିୟଦର୍ଶନୀଙ୍କ ଭାଷଣରେ କମ୍ପିଲା ସଂସଦ ଭବନ।*

*୮-ବିପିୟୁଟି ଟେକ୍ନୋଲୋଜି କାର୍ଣ୍ଣିଭାଲ,ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*

*୯-ଜଗତସିଂହପୁର:ସରିନି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାଦ, ବିବାହ ପାଇଁ କୋର୍ଟରେ କଲେ ଆବେଦନ।*

*୧୦-ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟର ୨୦ ଗବେଷକ।*

*୧୧-ଛାତ୍ର ସଂସଦ ନିର୍ବାଚନ, ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍: ସପ୍ତାହେ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ।*

*୧୨-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗାଁ:ବାରୁଦ ଉପରେ ଚଢିଗଲା କାର, ଠୋ ଠା କରି ଫାଟି ଏରିଆ କମ୍ପାଇଲା।*

*୧୩-ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ । ଭିସି ଯୋଗେ ହାଜର ହେଲେ ଅଭିଯୁକ୍ତ ଗୋପାଳ ଦାସ।*

*୧୪-ମହାଦେବ ଅନଲାଇନ ଗେମିଂ ମନିଲଣ୍ଡ୍ରିଂ ମାମଲା: E-Mail  କରି EDଙ୍କୁ ଦୁଇ ସପ୍ତାହ ସମୟ ମାଗିଲେ ରଣବୀର କପୁର।*

*୧୫-ଆଲାହାବାଦ ହାଇକୋର୍ଟଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ: ଥାନାରେ ବିବାହ ଅବୈଧ।*

*୧୬-ଉତ୍ତର ପ୍ରଦେଶର ସାହାଜାନପୁର:ଦାଦା ବଟି ନ ମିଳିବାରୁ ୭ କିଲୋମିଟର ପିଚୁ ରାସ୍ତାକୁ ଖୋଳିଦେଲେ ଏମଏଲଏଙ୍କ ସମର୍ଥକ।*

*୧୭-ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଆକ୍ସନ, ହତ୍ୟାକାଣ୍ଡ ଘଟଣାରେ ୧୫ ଅଧିକାରୀଙ୍କୁ ନିଲମ୍ବିତ।*

*୧୮-ନରୱେ ନାଟ୍ୟକାର ୟୁନ ଫସା ପାଇବେ ସାହିତ୍ୟ ପାଇଁ ନୋବେଲ।*

*୧୯-ଅହମଦାବାଦ : ଆଇସିସି ବିଶ୍ବକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ ।*


.             

ଆଜିର ରାଶିଫଳ

COASTAL NEWS ODIA 1029

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୦୬ ତାରିଖ ୨୦୨୩ ମସିହା(ଶୁକ୍ରବାର)*

*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
 
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


  *✧═════•❁❀❁•═════✧*
*ମେଷ : 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।* 
*✧═════•❁❀❁•═════✧*
 *ବୃଷ : 👉ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।* 
*✧═════•❁❀❁•═════✧*
 *ମିଥୁନ : 👉ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।* 
*✧═════•❁❀❁•═════✧*
 *କର୍କଟ: 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।* 
*✧═════•❁❀❁•═════✧*
 *ସିଂହ : 👉ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।* 
*✧═════•❁❀❁•═════✧*
 *କନ୍ୟା: 👉ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।* 
*✧═════•❁❀❁•═════✧*
 *ତୁଳା :👉 ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।* 
*✧═════•❁❀❁•═════✧*
 *ବିଛା :👉 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।* 
*✧═════•❁❀❁•═════✧*
 *ଧନୁ : 👉ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।* 
*✧═════•❁❀❁•═════✧*
 *ମକର : 👉ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ।   କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।* 
*✧═════•❁❀❁•═════✧*
 *କୁମ୍ଭ : 👉ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*
*✧═════•❁❀❁•═════✧*
*ମୀନ : 👉କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି  ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।*
*✧═════•❁❀❁•═════✧*


Thursday, October 5, 2023

ସଚେତନତାର ବାର୍ତ୍ତା ପ୍ରସାର ପାଇଁ ସାଇବର୍ ସୁରକ୍ଷା ରଥର ଆଳି ପରିକ୍ରମା

COASTAL NEWS ODIA 1028

ସଚେତନତାର ବାର୍ତ୍ତା ପ୍ରସାର ପାଇଁ ସାଇବର୍ ସୁରକ୍ଷା ରଥର ଆଳି ପରିକ୍ରମା


ଆଳି - ରାଜ୍ୟରେ ବଢୁଥିବା ସାଇବର ଠକେଇରୁ ସୁରକ୍ଷିତ ରହିବା ଓ ଏଥି ପାଇଁ ଜନସଧାରଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ସାଇବର ସୁରକ୍ଷା ରଥ ଅଭିଯାନ ଆରମ୍ଭ ହୋଇଛି। ଏ ନେଇ ସାଇବର ସୁରକ୍ଷା ରଥ ଏସ୍ ଡି ପିଓ କ୍ଷମାସାଗର ପଣ୍ଡାଙ୍କ ନେତୃତ୍ବରେ ଆଳି ନୂଆବଜାରସ୍ଥିତ ଅନ୍ନପୂର୍ଣ୍ଣା ପଡିଆରେ ପହଞ୍ଚିବା ପରେ ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସାଇବର୍ ସୁରକ୍ଷା ରଥ କୁ ସ୍ବାଗତ କରାଯାଇଥିଲା।  

ଏହି ସାଇବର୍ ସୁରକ୍ଷା ରଥ  ଆଳି ବ୍ଲକର ନରେନ୍ଦ୍ରପୁର, ଜୁଆଣିଆ ସମେତ ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରସାର କରାଯାଇଥିଲା |କେନ୍ଦ୍ରାପଡା ପୋଲିସ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଏସଡିପିଓ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ, ଏସଆଇ ବିଭୂପ୍ରସାଦ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ଅଭିଭାବକ ତଥା ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l 

ବାରୁଦ ଉପରେ କାର ଚଢ଼ିଯିବାରୁ ଜଳିଲା କାର୍ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡାକ୍ତର

COASTAL NEWS ODIA 1027

ବାରୁଦ ଉପରେ କାର ଚଢ଼ିଯିବାରୁ ଜଳିଲା କାର୍ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡାକ୍ତର 



କେନ୍ଦ୍ରାପଡ଼ା : ଭଞ୍ଜ ବିହାରୀ ମହାନ୍ତି - ଦାଣ୍ଡରେ ସୁଖୁଥିଲା ବାରୁଦ ।  ବାରୁଦ ଉପରେ କାର ଚଢ଼ିଯିବାରୁ ଠୋ କରି ଫାଟିଲା।  ଶବ୍ଦ ଶୁଣି କାର ଚାଳକ କାର ଛାଡ଼ି ଦଉଡ଼ି ପଳାଇଲେ। ଗାଁ  ଲୋକ ପାଣି ପକାଇ ବାରୁ କାରର ଅଳ୍ପ କ୍ଷତି ହୋଇଛି। ଏପରି ଅଘଟଣ ଘଟିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗାଁରେ।  ପୁରୁଷୋତ୍ତମପୁର ଗାଁର ରମାକାନ୍ତ ମଲିକ ଛୋଟ ଛୋଟ ସୁନୁ ଫୋଟକା ତିଆରି କରନ୍ତି।

ପୁରୁଣା ବାରୁଦ୍ ବର୍ଷାରେ ଖରାପ ହୋଇଯାଇଥିବା ତାକୁ ଘର ଆଗ ଦାଣ୍ଡରେ ସୁଖାଇଥିଲେ।  ସେହି ରାସ୍ତା ଦେଇ କାର ନେଇ ଡାକ୍ତର ସୁଜିତ୍ ସାମଲ ଯାଉଥିଲେ। କାରର ଗରମ ଇଞ୍ଜିନ ବାରୁଦ୍ ପାଖକୁ ଯିବା ମାତ୍ରକେ ନିଆ ବାହାରି ଥିଲା। ବିସ୍ଫୋରଣ ସମୟରେ ଡାକ୍ତର କାରରୁ ବାହାରି ଯାଇଥିଲେ। ତାଙ୍କର କୌଣସି କ୍ଷତି ହୋଇନାହିଁ । ସେହି ପାଖରେ ଶୁଖୁଥିବା ଗଡମା ଉପରେ ବାଣ ନିଆ ପଡ଼ିବାରୁ ଗଡ଼ମା ୫ଟି ଏକାଥରେ ଫୁଟିଥିଲା। ପ୍ରଚଣ୍ଡ ଶବ୍ଦ ହୋଇଥିଲା।  ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।

ଏସସିବିରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି

COASTAL NEWS ODIA 1026

ଏସସିବିରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି 



କଟକ - ଭଞ୍ଜ ବିହାରୀ ମହାନ୍ତି -ଏସସିବିରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି । ଆଇସିୟୁରେ ଥିବା ରୋଗୀଙ୍କ ମାନସିକ ଚାପ ପକାଇବା ପାଇଁ ୨୪ଘଂଟା ଇନଷ୍ଟ୍ରୁମେଂଟାଲ ମ୍ୟୁଜିକ୍ ଓ ଭକ୍ତି ସଙ୍ଗୀତ ବାଜିବ । ମେଡିକାଲ କର୍ତୃପକ୍ଷଙ୍କ ଏହି ପଦକ୍ଷେପ ଦ୍ୱାରା ରୋଗୀଙ୍କ ମନୋବଳ ବଢିବ ଓ ରୋଗୀ ସୁସ୍ଥ ହେବ ବୋଲି ଆଶା କରିଛନ୍ତି କର୍ତୃପକ୍ଷ । ବିଶେଷଜ୍ଞ ମଧ୍ୟ ଏଥିରେ ସହମତ ହୋଇଛନ୍ତି ।

ଏମିତି ଏକ ନିଷ୍ପତି ନେଇଛନ୍ତି କଟକ ଏସସିବି ମେଡିକାଲ କର୍ତୁପକ୍ଷ । ନିଆଯାଇଥିବା ନିଷ୍ପତି ଅନୁସାରେ, ଆଇସିୟୁରେ ଚିିକିତ୍ସିତ ହେଉଥିବା ରୋଗୀଙ୍କ ମାନସିକ ଚାପ କମାଇବା ପାଇଁ ୨୪ଘଂଟା ଇନଷ୍ଟ୍ରୁମେଂଟାଲ ମ୍ୟୁଜିକ୍ ବାଜିବ । ଏହା ଦ୍ୱାରା ଆଇସିୟୁରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ମନୋବଳ ବଢ଼ିବ । ଯାହାକି ରୋଗୀ ସୁସ୍ଥ ହେବାରେ ସହାୟକ ହେବ । ତେଣୁ ଏଭଳି ଯୋଜନା କରାଯାଇଥିବା କହିଛନ୍ତି ଏସସିବି ମେଡିକାଲ ପ୍ରଶାସନିକ ଅଧିକାରୀ ।

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଅଖ-ଚକ ସବୁ ଠପ୍‌

COASTAL NEWS ODIA 1025

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଅଖ-ଚକ ସବୁ ଠପ୍‌




ସୁନ୍ଦରଗଡ଼  : ଭଞ୍ଜ ବିହାରୀ ମହାନ୍ତି - ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯାହାଫଳରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ସୁନ୍ଦରଗଡ଼ ସହକାରୀ ଜିଲ୍ଲାପାଳ ରଶ୍ମିତା ମିଞ୍ଜ ଓ ଏଏସ୍‌ଆଇ ଆଲିଶା ଲୁଗୁନ୍‌ଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ଦୁଇ ସରକାରୀ ମହିଳା ଅଧିକାରୀଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ କରିବାରେ ପୋଲିସ ଏ ଯାଏଁ ସଫଳ ହୋଇପାରି ନାହିଁ । ଏହି ଦୁଇଟି ଘଟଣାରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛି । 

ଫଳରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପିର ସୁନ୍ଦରଗଡ଼, ପାନପୋଷ ଓ ବଣାଇଁ ସାଂଗଠନିକ ଜିଲ୍ଲାର ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦିଆଯାଇଛି। ଏଥିପାଇଁ ସମସ୍ତ ଦୋକାନ ବଜାର ପେଟ୍ରୋଲ ପମ୍ପ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଶିକ୍ଷା ଅନୁଷ୍ଠାନ ଓ ଗାଡି ମୋଟର ବନ୍ଦ ରହିବ।

ଅଧିକ ସୁଦୃଢ ହେବ ରାଜ୍ୟର ସ୍ୱାସ୍ଥ୍ୟସେବା: ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

COASTAL NEWS ODIA 1024

ଅଧିକ ସୁଦୃଢ ହେବ ରାଜ୍ୟର ସ୍ୱାସ୍ଥ୍ୟସେବା: ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।  

ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ କ୍ରୟ ହୋଇଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସକୁ ପତକା ଦେଖାଇ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗୀସେବା ଯୋଗାଇଦେବା ଉଦ୍ଦେଶ୍ୟରେ କ୍ରୟ ହୋଇଥିବା ଏହି ୨୬ଟି ଆମ୍ବୁଲାନ୍ସ ପାଇଁ ୧୦.୯୨ କୋଟି ଟଙ୍କା ବିନିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନାକୁ ନେବା ପାଇଁ ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସଫଳତାର ସହ କାର୍ଯ୍ୟ କରୁଛି । ଜୀବନ ରକ୍ଷାକାରୀ ସୁବିଧା ଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସ ସାମିଲ ହେବାପରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ ହେବ। ଟୋଲ୍ ଫ୍ରି ନମ୍ବର ୧୦୮କୁ ଫୋନ୍ କରି ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସୁବିଧା ଉପଲବ୍ଧ ହେଉଛି।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, 5T ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଅନ୍ତିମ ସଂସ୍କାର ବେଳେ ଜଣାପଡିଲା ଜୀବନ୍ତ

ବିସ୍ମୟକର ଘଟଣା ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଅନ୍ତିମ ସଂସ୍କାର ବେଳେ ଜଣାପଡିଲା ଜୀବନ୍ତ


 
ଗୁଆହାଟୀ,୫।୧୦: ଭଞ୍ଜ ବିହାରୀ ମହାନ୍ତି - ଆସାମର ସିଲଚର ସହରର ଏକ ଘରୋଇ ଡାକ୍ତରଖାନାରେ ପ୍ରସବ ସମୟରେ ଅବହେଳା ମାମଲା ସାମ୍ନାକୁ ଆସିଛି। ଡାକ୍ତରମାନେ ମୃତ ଘୋଷଣା କରିଥିବା ନବଜାତ ଶିଶୁର ଅନ୍ତିମ ସଂସ୍କାର ସମୟରେ ଜୀବନ୍ତ ଦେଖିବାକୁ ମିଳିଥିଲା। ଏ ନେଇ ଡାକ୍ତରଖାନା ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଜଣେ ଗର୍ଭବତୀ ମହିଳାଙ୍କୁ ସିଲଚରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପ୍ରସବ ପ୍ରକ୍ରିୟାରେ ଡାକ୍ତରମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜଣେ ମା’ ଏବଂ ଶିଶୁକୁ ଜଣଙ୍କୁ ବଞ୍ଚା ଯାଇପାରିବ ବୋଲି ଡାକ୍ତରମାନେ କହିଥିଲେ। ଶିଶୁର ପିତା କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପ୍ରସବ ପାଇଁ ଅନୁମତି ଦେଇଥିଲେ। ତେବେ କିଛି ସମୟ ପରେ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ତାଙ୍କ ସ୍ତ୍ରୀ ଏକ ମୃତ ସନ୍ତାନକୁ ଜନ୍ମ ଦେଇଛନ୍ତି। ପରେ ସେମାନଙ୍କୁ ଶିଶୁର ମୃତଦେହ ଏବଂ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଶିଶୁର ପିତା କହିଛନ୍ତି ଯେ, ସିଲଚରରେ ପହଞ୍ଚିବା ପରେ ମୃତଦେହ ଥିବା ପ୍ୟାକେଟ ଖୋଲିବା ପରେ ପିଲାଟି କାନ୍ଦୁଥିଲା। ଏହି ଘଟଣା ପରେ ମାଲିନିବିଲ ଅଞ୍ଚଳର ବାସିନ୍ଦା ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଡାକ୍ତରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ସ୍ଥାନୀୟ ନାଗରିକ କହିଛନ୍ତି ଯେ, ଡାକ୍ତରଖାନା କର୍ମଚାରୀମାନେ ଶିଶୁଟିକୁ ଚିହ୍ନଟ ନ କରି ମୃତ ଘୋଷଣା କରିଥିଲେ ଏବଂ ତାଙ୍କୁ ଅଳିଆ ପରି ପ୍ୟାକେଟରେ ରଖିଥିଲେ।

ଶିଶୁଟି ମୃତ ଘୋଷଣା ହେବା ପରେ ଆଠ ଘଣ୍ଟା ପର୍ଯ୍ୟନ୍ତ ନଜରରେ ରଖାଯାଇଥିଲା ବୋଲି ଡାକ୍ତରଖାନା ସ୍ପଷ୍ଟ କରିଛି। ଜଣେ କର୍ମଚାରୀ କହିଛନ୍ତି ଯେ ପିଲାଟିକୁ ବାରମ୍ବାର ଯାଞ୍ଚ କରାଯାଇଥିଲା। ଏହି ଘଟଣା ପରେ ପିଲାମାନଙ୍କର ପରିବାର ସଦସ୍ୟ ଡାକ୍ତରଖାନା ଏବଂ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

COASTAL NEWS ODIA 1022

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବାତିଲ


ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ବାଲେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ରେଳ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରୁନି। ପ୍ରବଳ ବର୍ଷା କାରଣରୁ ବାଲେଶ୍ଵର – ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ରେଳ ଟ୍ରାକ ଦବି ଯାଇଥିଲା। ରେଳ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ଟ୍ରାକ ଦବି ଯାଇଥିବା ସ୍ଥାନରେ ପୁନଃ ମେଟାଲ ଫିଲିଙ୍ଗ ପାଇଁ ଆସିଥିବା ଏକ ମାଲ ବାହି ଟ୍ରେନ ସେହି ସମାନ ଜାଗାରେ ହିଁ ଲାଇନ୍ଚ୍ୟୁତ ହୋଇଛି ।

ଫଳରେ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥିତି ସ୍ଵାଭାବିକ ହୋଇନାହିଁ । ଅନେକ ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ ଟ୍ରାକଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ସେହିଭଳି ଲାଇନଚ୍ୟୁତ ବଗି ଟିକୁ ହଟାଯାଇଛି । ଘଟଣାସ୍ଥଳରେ ଦକ୍ଷିଣ ପୂର୍ବ ରେଳବାଇ ଜିଏମ, ଡି ଆରଏମଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଟ୍ରଙ୍କ୍‌ ଭିତରୁ ୩ ଭଉଣୀଙ୍କ ମୃତଦେହ

COASTAL NEWS ODIA 1021

 ଟ୍ରଙ୍କ୍‌ ଭିତରୁ ୩ ଭଉଣୀଙ୍କ ମୃତଦେହ



ପଞ୍ଜାବ - ଭଞ୍ଜ ବିହାରୀ ମହାନ୍ତି - ପଞ୍ଜାବର ଜଳନ୍ଧର ସହରରେ ୩ ଭଉଣୀଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଘଟଣା ଘଟିଛି ମକ୍‌ସୁଦା ଥାନା ଅଧୀନ କାନପୁର ଅଞ୍ଚଳରେ। ଏଠାରେ ଏକ ଘର ବାହାରେ ୩ ଭଉଣୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରଙ୍କ୍‌ ଭିତରୁ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସିଭିଲ୍‌ ହସ୍ପିଟାଲ ପଠାଇଛି।

ଏହି ଘଟଣାରେ ପେଲିସ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ଯେ ବିଳମ୍ବିତ ରାତିରେ ଝିଅମାନେ ନିଖୋଜ ହେବା ନେଇ ତାଙ୍କ ବାପା ବଡ଼ ଜୋର୍‌ରେ ପାଟି କରୁଥିଲେ। ଖବର ପାଇ ପୋଲିସ ମଧ୍ୟ ବିଳମ୍ବିତ ରାତିରେ ପହଞ୍ଚିଥିଲା। କିନ୍ତୁ ଯାଞ୍ଚ ପରେ ପୋଲିସ ଫେରିଯାଇଥିଲା।

ପରଦିନ ସକାଳେ ଯେତେବେଳେ ଅଞ୍ଚଳବାସୀ ସେହି ଗଳି ଦେଇ ଯାଇଥିଲେ, ତ ଝିଅମାନଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରଙ୍କ୍‌ ଭିତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ସଙ୍ଗେ ସଙ୍ଗେ ଏ ନେଇ ପୋଲିସକୁ ଖବର ଦେଇଥିଲେ।

ଅନ୍ୟପଟେ ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଝିଅମାନଙ୍କ ବାପା ହିଁ ଏହି କାଣ୍ଡ କରିଛନ୍ତି। ସେମାନଙ୍କ କହିବା ହେଲା, ଝିଅମାନଙ୍କର ନିଖୋଜ ହେବାର କାହାଣୀ ରଚି ବାପା ନିଜର ଦୋଷ ଘୋଡ଼ାଇବାକୁୁ ଚେଷ୍ଟା କରୁଥିଲା। ପୋଲିସ ଏହି ଘଟଣାରେ ମାମଲାର ତଦନ୍ତ ଚାଲିଥିବା କହିଛି।

ମ୍ୟାଟ୍ରିମୋନିଆଲ ସାଇଟ୍ ରେ ଜୀବନସାଥି ଖୋଜି ଠକେଇର ଶିକାର ହେଲେ ଯୁବତୀ

COASTAL NEWS ODIA 1020

ମ୍ୟାଟ୍ରିମୋନିଆଲ ସାଇଟ୍ ରେ ଜୀବନସାଥି ଖୋଜି ଠକେଇର ଶିକାର ହେଲେ ଯୁବତୀ




କଟକ - ଭଞ୍ଜ ବିହାରୀ ମହାନ୍ତି - ମ୍ୟାଟ୍ରିମୋନିଆଲ ସାଇଟ୍ ରେ ଜୀବନସାଥି ଖୋଜି ଠକେଇର ଶିକାର ହେଲେ ଜଣେ ଯୁବତୀ। ସାତ ଦିନର ସମ୍ପର୍କରେ ବିଶ୍ୱାସ ଜନ୍ମାଇ ଲକ୍ଷାଧିକ ଟଙ୍କାର ସୁନା ଲୁଟ ସହ ବ୍ଲାକ ମେଲିଂକରୁଥିଲା ଅଭିଯୁକ୍ତ । ଏବେ ଅଭିଯୋଗ ପରେ ହାତରେ ପଡିଲା ହାତକଡି ।

ଦର୍ଶକବନ୍ଧୁ ଆଜିର ସମୟରେ ଅନଲାଇନ୍ ପାଲଟିଛି ଜୀବନ ସାଥୀ ଖୋଜିବାର ସରଳ ମାଧ୍ୟମ। ହେଲେ ଏହି ଅନଲାଇନ୍ ରେ ଖୋଜିଥିବା ଜୀବନ ସାଥି ଯୁବତୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ଖବର ମୁତାବକ, ଯାଜପୁର ଅଂଚଳର ଜନୈକ ଯୁବତୀ ଅନଲାଇନ୍ ମାଧ୍ୟମରେ କଟକର ସୁଧାଂଶୁ ବେହେରା ସହ ଯୋଗାଯୋଗ ରେ ଆସିଥିଲେ। ଏହାପରେ ସୁଧାଂଶୁ ନିଜକୁ ଜଣେ ଆୟକର ବିଭାଗର ଅଫିସର୍ ବୋଲି ପରିଚୟ ଦେଇ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ ଓ ବିବାହର ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ଯୁବତୀଙ୍କର ଦୁଇ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । ଏଥିପାଇଁ ଯୁବତୀ ସୁନା ବନ୍ଧକ ରଖି ଟଙ୍କା ନେବା ପାଇଁ ଚାହୁଁ ଥିବାରୁ ଏହାର ସୁଯୋଗ ନେଇ ୩୦ଗ୍ରାମ ସୁନା ଗହଣା ନେଇ ଚମ୍ପଟ ହୋଇଯାଇଥିଲା ସୁଧାଂଶୁ।

ସାତ ଦିନର ଚିହ୍ନା ପରିଚୟ ଭିତରେ କିଛି ବୁଝିବା ପୂର୍ବରୁ ଠାକାମି ର ଶିକାର ହୋଇ ସାରିଥିଲେ ଅଭିଯୋଗକାରିଣୀ ଜଣଙ୍କ। ଏମିତିକି ଯେତେବେଳେ ଯୁବତୀ ଜଣକ ସୁନା ଫେରସ୍ତ ମାଗିଥିଲେ ସେତେବେଳେ ତାଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବା ପାଇଁ ବାଧ୍ୟ କରୁଥିଲା। ଏହା ସହ ବ୍ଲାକ ମେଲିଂ ମଧ୍ୟ କରୁଥିଲେ। ଯାହା ଫଳରେ ଯୁବତୀ ଜଣକ କଟକ କ୍ୟାଣ୍ଟନ ମେଣ୍ଟ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଏମିତିକି ଅଭିଯୁକ୍ତ ଜଣକ ଏହିଭଳି ଅନେକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଠକୁଥିବା ର ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀ ଯୁବତୀ ଓ ତାଙ୍କର ସଂପର୍କୀୟ।

ଅନ୍ୟପଟେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୁଧାଂଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ୟାଣ୍ଟନ ମେଣ୍ଟ ଥାନା ପୋଲିସ। ଅଭିଯୁକ୍ତ ନିକଟରୁ ୩୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଯାହା ଯୁବତୀଙ୍କ ଅଭିଯୋଗ ରହିଥିଲା ସେହି ଆଧାରରେ ମାମଲା ରୁଜ୍ଜୁ କରାଯାଇଛି। ବର୍ତମାନ ସୁଦ୍ଧା ଜଣେ ଅଭିଯୋଗ କରିଛନ୍ତି । ଆଉ ଯଦି କେହି ଅଭିଯୋଗ କରନ୍ତି କି ଅତିରିକ୍ତ ଅଭିଯୋଗ ଆସେ ତେବେ ମାମଲା ରୁଜ୍ଜୁ କରାଯିବ ବୋଲି କହିଛନ୍ତି କଟକ ଏ ଡି ସି ପି ଅନିଲ କୁମାର ମିଶ୍ର। 

ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ।

COASTAL NEWS ODIA 1019

ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ।




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ। ପିପିପି ମୋଡ୍‌ରେ ପ୍ରଥମ ଥର ପାଇଁ ଚିକିତ୍ସାସେବା ସୁବିଧା ବିକଶିତ କରିବାକୁ ପଦକ୍ଷେପ ନିଆଯାଇଛି। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଥିପାଇଁ ଘରୋଇ ସହଭାଗୀଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛି। ଅନୁଗୋଳ, ବଡ଼ବିଲ, ଭଦ୍ରକ ଏବଂ ଝାରସୁଗୁଡ଼ାରେ ୧୦୦ରୁ ୨୦୦ ଶଯ୍ୟା ମଧ୍ୟରେ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଏବଂ ଝାରସୁଗୁଡ଼ାରେ ଏକ କର୍କଟ ସୁପର ସ୍ପେସିଆଲିଟି ହସ୍ପିଟାଲ ପିପିପି ମୋଡ୍‌ରେ କରାଯିବ। ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଗୁଣାତ୍ମକ ସ୍ବାସ୍ଥ୍ୟ‌େ‌ସବା ପାଇଁ ଭିତ୍ତିଭୂମିର ବିକାଶ କରିବା ହେଉଛି ମୋ ସରକାରର ପ୍ରାଥମିକତା। ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବାକୁ ରାଜ୍ୟ ପ୍ରତିବଦ୍ଧ। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’। ଏକ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ପାଇଁ ସମସ୍ତେ ଏକାଠି କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। 

ଓଡ଼ିଶାରେ ସ୍ବାସ୍ଥ୍ୟକ୍ଷେତ୍ରରେ ରୂପାନ୍ତରଣ ଯାତ୍ରା ଦେଖିବାକୁ ମିଳିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଖାପାଖି ଏକ କୋଟି ପରିବାରର ମନୋବଳ ବୃଦ୍ଧି କରିଛି। ଘରୋଇ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ପ୍ରମୁଖ ଭୂମିକା ଏଥିରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲାସ୍ତରରେ ସ୍ବାସ୍ଥ୍ୟାନୁଷ୍ଠାନ ସ୍ଥାପନ ପାଇଁ ଆମେ ସ୍ବାସ୍ଥ୍ୟ କ୍ଷେତ୍ରରେ ଘରୋଇ ନିବେଶକୁ ଉତ୍ସାହିତ କରୁଛୁ। ଘରୋଇ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଏହି ଚୁକ୍ତି ସ୍ବାକ୍ଷର ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର ସମସ୍ତ ସହାୟତା ଏବଂ ସୁବିଧା ପ୍ରଦାନ କରିବେ ବୋଲି କହିଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାରେ ରୂପାନ୍ତରଣ କରାଯାଉଛି। ସୁଲଭ ଏବଂ ସମନ୍ବିତ ସ୍ବାସ୍ଥ୍ୟସେବା ପାଇଁ ସରକାର ପ୍ରତିବଦ୍ଧ। ଚୁକ୍ତିନାମା ଅନୁସାରେ, ଅନୁଗୋଳ ଏବଂ ବଡ଼ବିଲରେ ଉତ୍କଳ ହେଲ୍‌ଥ କେୟାର ଏବଂ ସିଲିକନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର କନସୋର୍ଟିୟମ ପକ୍ଷରୁ ୨୦୦ ଶଯ୍ୟାବିଶିଷ୍ଟ ମଲ୍ଟି ସ୍ପେସିଆଲିଟି ପ୍ରକଳ୍ପ ବିକଶିତ କରାଯିବ। 

ସେହିପରି ଭଦ୍ରକ ଏବଂ ଝାରସୁଗୁଡ଼ାରେ ସାଇଗନସ୍ ମେଡିକେୟାର ଏବଂ ପ୍ରିଣ୍ଟ୍ ଲିଙ୍କ୍ କମ୍ପ୍ୟୁଟର ଏବଂ କମ୍ୟୁନିକେସନ୍ କନସୋର୍ଟିୟମ ଦ୍ବାରା ୧୦୦ ଶଯ୍ୟା ବିଶିଷ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଝାରସୁଗୁଡ଼ାରେ ୧୨୦ ଶଯ୍ୟାବିଶିଷ୍ଟ ଏକ କ୍ୟାନ୍‌ସର କେୟାର ସୁପର ସ୍ପେସିଆଲିଟି ହସ୍ପିଟାଲ ଭାଇଜାଗ୍‌ ହସ୍ପିଟାଲ୍ସ ଆଣ୍ଡ୍ କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟର ଦ୍ବାରା କାର୍ଯ୍ୟକାରୀ ହେବ। ସରକାର ଜମି ଯୋଗାଇବା ସହ ନିର୍ମାଣ ଏବଂ ଆବଶ୍ୟକ ଭିତ୍ତିଭୂମି ଯୋଗାଯୋଗ ପାଇଁ ପୁଞ୍ଜି ସହାୟତା କରିବେ। ପିପିପି ସହଭାଗୀ ୩୦ ବର୍ଷ ପାଇଁ ହସ୍ପିଟାଲ ନିର୍ମାଣ, ମାନବ ସମ୍ବଳ ନିୟୋଜନ ଏବଂ ଚିକିତ୍ସା ସେବା ପ୍ରଦାନ କରିବେ। କ୍ୟାନସର କେୟାର ହସ୍ପିଟାଲ ପାଇଁ ସରକାର ଜମି ସହ ହସ୍ପିଟାଲ ନିର୍ମାଣ ଏବଂ ଉପକରଣ ଯୋଗାଇ ଦେବେ। ଘରୋଇ ସହଭାଗୀ ପର୍ଯ୍ୟାପ୍ତ ମାନବ ସମ୍ବଳ ନିୟୋଜନ କରିବା ସହ ୧୫ ବର୍ଷ ପାଇଁ ଏହାର ପରିଚାଳନା, ତଦାରଖ କରିବ। 

୨୪x୭ ଟ୍ରମା କେୟାର, ଓପିଡି, ଆଇପିଡି ସେବା, ମଲ୍ଟି ସ୍ପେସିଆଲିଟି ଏବଂ ସୁପର ସ୍ପେସିଆଲିଟି ଚିକିତ୍ସା ସେବା ପ୍ରଦାନ କରିବାରେ ଏହି ସୁବିଧାଗୁଡ଼ିକ ପ୍ରଥମ ଏନ୍‌ଏବିଏଚ୍ ଡାକ୍ତରଖାନା ହେବ। ଏହି ହସ୍ପିଟାଲଗୁଡ଼ିକ ରାଜ୍ୟର ୬୦ ଲକ୍ଷ ଲୋକଙ୍କୁ ସେବା ଯୋଗାଇବ। ଏହାସହ ଭୁବନେଶ୍ବର, କଟକ ଏବଂ ଅନ୍ୟ ରାଜ୍ୟକୁ ଚିକିତ୍ସ‌ା ପାଇଁ ଯାଉଥିବା ରୋଗୀଙ୍କ ପକେଟ୍‌ ଖର୍ଚ୍ଚ ମଧ୍ୟ କମିବ। ଏହି ୫ଟି ପ୍ରକଳ୍ପ ୫୦୦ କୋଟି ଟଙ୍କାର ନିବେଶରେ ବିକଶିତ ହେବ। ଏଥିରେ ୩୫୦୦ରୁ ଅଧିକ ମେଡିକାଲ, ପାରାମେଡିକାଲ, ନର୍ସିଂ ଏବଂ ପ୍ରଶାସନିକ ବୃତ୍ତିଧାରୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ। ମୁଖ୍ୟ ସଚିବ ପିକେ ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।

ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମହାତ୍ମା ଗାନ୍ଧୀ କ୍ୟାନ୍‌ସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଏମ୍‌ଡି ଡ. ମୂରଲି କ୍ରିଷ୍ଣା ଭୁନା, ସିଇଓ ଏଏମ୍‌ଏ ମନିମୁଥୁ, ଆର୍‌ଏମ୍‌ ଏ ପ୍ରତାପ କୁମାର, ଏଜିଏମ୍‌ ମହେନ୍ଦ୍ର କୁମାର ମହାରଣା ଉପସ୍ଥିତ ଥିଲେ।

ଭାରତକୁ_ଆଉ_ଏକ_ସ୍ବର୍ଣ୍ଣ_ପଦକ

COASTAL NEWS ODIA 1018

ଭାରତକୁ_ଆଉ_ଏକ_ସ୍ବର୍ଣ୍ଣ_ପଦକ



*-ଏସିଆନ ଗେମ୍ସ: ତୀରନ୍ଦାଜରେ ମହିଳା ଟି୍‌ମ ସ୍ବର୍ଣ୍ଣ*
*-ମହିଳା ଟିମ୍‌ ଇଭେଣ୍ଟରେ ଭାରତକୁ ମିଳିଲା ସ୍ବର୍ଣ୍ଣ ପଦକ*
*-ସ୍ବର୍ଣ୍ଣ ପଦକ ଜିତିଲେ ଆଦିତି, ଜ୍ୟୋତି ଓ ପରନୀତ*
*-ଭାରତର ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟା ୧୯*
*-ରୌପ୍ୟ ୩୧, ବ୍ରୋଞ୍ଜ ୩୨ ସହ ମୋଟ ପଦକ ୮୨*

ଖବର ଆଜିର

COASTAL NEWS ODIA 2017

  *ଖବର ଆଜିର*
ତାରିଖ ୦୫/୧୦/୨୦୨୩ ଗୁରୁବାର ।।



ଭୁବନେଶ୍ବର - ରଜନି କାନ୍ତ ବକ୍ସି- ନୀରଜଙ୍କୁ କଡ଼ା ଟକ୍କର ଦେଲେ ଓଡ଼ିଆ ପୁଅ କିଶୋର ଜେନା, ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ।

୨୦୨୩ ବର୍ଷ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନ ନୋବେଲ । ଏହି ସର୍ବଶ୍ରେଷ୍ଠ ପୁରସ୍କାର ପାଇବାକୁ ମନୋନୀତ ତିନି ବୈଜ୍ଞାନିକ ହେଲେ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ, ଲୁଇସ୍‌ ଇ ବ୍ରୁସ୍‌ ଏବଂ ଆଲୋକ୍ସି ଏଲ୍‌ ଇକିମୋଭ୍‌ ।

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ଲାଲୁ ଓ ତାଙ୍କ ପରିବାରକୁ ଜାମିନ୍‌ ।

ନ୍ୟୁଜ୍ କ୍ଲିକ୍‌ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପ୍ରବୀର ପୁରକାୟସ୍ତ ।

ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଜାଭେଲିନ ପ୍ରତିଯୋଗିତାରେ‌ ‌ରୌପ୍ୟ ପଦକ ହାସଲ କରିଥିବା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। କିଶୋର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ ‌କ‌ୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ରହସ୍ୟ । ସୁସ୍ମିତା ମୃତ୍ୟୁ ମାମଲାରେ ବିଡିଓ ଏବଂ ସିଡିପିଓଙ୍କୁ ଜେରା କଲା ପୁଲିସ । 

ଦିଲ୍ଲୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସକୁ ୩ଟି ଆସନ ଛାଡ଼ିବ ଆମ୍‌ ଆଦ୍‌ମୀ ପାର୍ଟି। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଶରଦ ପାୱାର୍। 

ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢୀ । କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା ପରେ ପଜିଟିଭ ଆସିଲା ରିପୋର୍ଟ ।

ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ୧୦ଘଂଟା ଧରି ଜେରା କରିବା ପରେ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ । ଅକ୍ଟୋବର ୬ରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ଅନଲାଇନ ବେଟିଂ ଆପ୍ ମାମଲାରେ ତାଙ୍କୁ ସମନ୍ ଜାରି କରାଯାଇଥିବା ଜଣାପଡିଛି ।

ବେଙ୍ଗାଲୁରୁରେ ବାୟୁସେନାକୁ ମିଳିଲା ପ୍ରଥମ ହାଲୁକା ଯୁଦ୍ଧ ବିମାନ, ‘ଏଲିଟ୍‌ କ୍ଲବ’ରେ ସାମିଲ ହେଲା ଭାରତ ।

କ୍ୟାବିନେଟ ନିଷ୍ପତ୍ତି: କୃଷ୍ନା ଜଳ ବିବାଦ ଟ୍ରିବ୍ୟୁନାଲ-୨ ସର୍ତ୍ତାବଳୀକୁ ଅନୁମୋଦନ ।

ଭାରତୀୟ ସର୍ଜନ୍ ସଂଘ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ ।

ସୁସ୍ମିତା ମିଞ୍ଜ ଓ ଆଲିସ ନରିମା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ : ଜୁଏଲ ଓରାମ ।

ସିକ୍କିମରେ ଅଚାନକ ପ୍ରଳୟଙ୍କରୀ ବନ୍ୟା: ୨୩ ଯବାନଙ୍କ ସମେତ ୧୨୦ ନିଖୋଜ; ୧୪ ମୃତଦେହ ଉଦ୍ଧାର ।

ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।

ପ୍ରତି ତିନିରେ ଜଣେ ନିବେଶକ ପରାମର୍ଶଦାତା ପଞ୍ଜୀକୃତ ନୁହଁନ୍ତି: ସେବି ଚେୟାରମ୍ୟାନ ।

ବିଶ୍ଵକପ୍ ୨୦୨୩ ମହାମୁକାବିଲା ପୂର୍ବରୁ ଏକାଠି ହେଲେ ୧୦ଟି ଟିମ୍‌ର ଅଧିନାୟକ ।

ସୁପ୍ରଭାତ ,ଶୁଭ ସକାଳ ।
[05/10, 8:04 am] ରଜନି କାନ୍ତ ବକ୍ସି ହିଲି ପାଟଣା: *╭─────────────────────╮*
*🌄ସକାଳର ଖବର, ୦୫-ଅକ୍ଟବର -୨୦୨୩, ଗୁରୁବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ। ପିପିପି ମୋଡ୍‌ରେ ପ୍ରଥମ ଥର ପାଇଁ ଚିକିତ୍ସାସେବା ସୁବିଧା ବିକଶିତ କରିବାକୁ ନିଆଗଲା ପଦକ୍ଷେପ l

➡️୩-ଆଉ ୧୦୦ ଟଙ୍କା କମିଲା ଉଜ୍ଜ୍ବଳା ଗ୍ୟାସ୍‌ ଦାମ୍ l ଏଣିକି ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନଙ୍କୁ ମିଳିବ ଏଲ୍‌ପିଜି ସିଲିଣ୍ଡର ପିଛା ୩୦୦ ଟଙ୍କାର ସବ୍‌ସିଡି । 

➡️୪-ଆଜି ରାଜସ୍ଥାନ ଓ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ୧୭,୬୦୦ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ କରିବେ l

➡️୫-କ୍ୱାଣ୍ଟମ୍ ଡଟ୍‌ ପାଇଁ ୩ ଜଣଙ୍କୁ ମିଳିଲା ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର l ସେମାନେ ହେଲେ ମୌଙ୍ଗି ଜି ବାୱେଣ୍ଡି, ଲୁଇସ ଇ ବ୍ରୁସ ଓ ଆଲେକ୍ସି ଆଇ ଏକିମୋଭ l

➡️୬-ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୭-କଟକ ଏସଡିଜେଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କଲେ ସାଂସଦ ଅନୁଭବ ମହାନ୍ତି l ଆସନ୍ତା ୧୧ ତାରିଖରେ ଏସଡ଼ିଜେଏମ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

➡️୮-ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ । କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା ପରେ ପଜିଟିଭ ଆସିଲା ରିପୋର୍ଟ l

➡️୯-ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ । ବାଜି ମାରିନେଲେ ବିପିନ ପ୍ରଧାନ ଗୋଷ୍ଠୀ । ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ଯମୁନା ନାୟକ l

➡️୧୦-ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ, ଅନଲାଇନ ବେଟିଂ ଆପ୍ ମାମଲାରେ ଅକ୍ଟୋବର ୬ରେ ହେବେ ହାଜର l

➡️୧୧-ବହୁ ସଂଖ୍ୟାରେ ପାଇଲଟ ଚାକିରି ଛାଡ଼ିବାରୁ ୧୦ଟି ରୁଟ୍‌ରେ ବିମାନ ସେବା କମାଇଲା ଆକାଶ ଏୟାର, ୮ଟି ରୁଟ୍‌ରେ ଉଡ଼ାଣ ହେଲା ବନ୍ଦ l

➡️୧୨-ସିକ୍କିମରେ ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ୨୩ ଯବାନଙ୍କ ସମେତ ୧୨୦ ନିଖୋଜ; ୧୪ ମୃତଦେହ ଉଦ୍ଧାର l

➡️୧୩-ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ବିରୋଧରେ ତାଙ୍କ ପୂର୍ବତନ ବାନ୍ଧବୀ ତଥା କାନାଡାର ଗାୟିକା ଗ୍ରାଇମ୍‌ସ ‌ମାମଲା କଲେ ରୁଜୁ l

➡️୧୪-ଭାରତୀୟ ବଜାରକୁ ଆସିଲା ଗୁଗୁଲର ପ୍ରଥମ ସ୍ମାର୍ଟଓ୍ବାଚ୍, ୱାଚ୍ ୨ ର ମୂଲ୍ୟ ୩୪୯ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ, ଏହି ଘଣ୍ଟାର ମୂଲ୍ୟ ପାଖାପାଖି ୨୯୦୬୯ ଟଙ୍କା ହେବ। 

➡️୧୫-ବାୟୁସେନାକୁ ମିଳିଲା ଶକ୍ତିଶାଳୀ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସ୍‌, ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୮ ଦେବାକୁ ଲକ୍ଷ୍ୟ l

➡️୧୬-ଚୀନ ସୀମାରେ ଭାରତ ନିର୍ମାଣ କଲା ‘ସୁପର ହାଇ ଆଲଟିଚ୍ୟୁଡ୍’ ଫାୟାରିଂ ରେଞ୍ଜ୍ l

➡️୧୭-ନ୍ୟୁଜ୍ କ୍ଲିକ୍‌ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପ୍ରବୀର ପୁରକାୟସ୍ତ l

➡️୧୮-ଆଜିଠୁ କ୍ରିକେଟ୍‌ ମହାକୁମ୍ଭ l ଉଦଘାଟନୀ ଉତ୍ସବ ବିନା ଆରମ୍ଭ ହେବ ବିଶ୍ୱକପ । ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ ।

➡️୧୯-ଏସୀୟ କ୍ରୀଡ଼ା: ଜାଭେଲିନ ଥ୍ରୋରେ ଇତିହାସ ରଚିଲା ଭାରତ, ନୀରଜ ସ୍ବର୍ଣ୍ଣ ଓ ରୌପ୍ୟ ଆଣିଲେ ଓଡ଼ିଆ ପୁଅ କିଶୋର l ୮୧କୁ ଛୁଇଁଲା ପଦକ ସଂଖ୍ୟା l

➡️୨୦-ଏସୀୟ କ୍ରୀଡ଼ାର ଜାଭେଲିନ ପ୍ରତିଯୋଗିତାରେ‌ ‌ରୌପ୍ୟ ପଦକ ହାସଲ କରିଥିବା କିଶୋର କୁମାର ଜେନାଙ୍କୁ ମିଳିବ ଦେଢ଼ କୋଟି ଟଙ୍କାର ପୁରସ୍କାର, ଘୋଷଣା କଲେ ରାଜ୍ୟ ସରକାର l 



୧୬ ଦିନରେ ପହଞ୍ଚିଲା ସରପଞ୍ଚଙ୍କ ଆନ୍ଦୋଳନ

COASTAL NEWS ODIA 1016

୧୬ ଦିନରେ ପହଞ୍ଚିଲା ସରପଞ୍ଚଙ୍କ ଆନ୍ଦୋଳନ 
୧୬ ଦିନରେ ପହଞ୍ଚିଲା ସରପଞ୍ଚଙ୍କ ଆନ୍ଦୋଳନ

ଭୁବନେଶ୍ବର, ୦୪/୧୦/୨୦୨୩ : ସରପଞ୍ଚମାନଙ୍କ ୧୫ ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ଏହାର ସମାଧାନ ଦିଗରେ କୌଣସି ନିଷ୍କର୍ସ ବାହାରିପାରିନଥିଲା। ଫଳରେ ଗତ ସେପ୍ଟେମ୍ବର ୨୩ ତାରିଖ ଠାରୁ ପିଏମଜି ଛକ ଠାରେ ସରପଞ୍ଚମାନଙ୍କ ଚାଲିଥିବା ଧାରଣା ୧୬ ଦିନରେ ପହଞ୍ଚିଛି । 

ଆଜି ଧାରଣାସ୍ଥଳକୁ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନ ଓଡ଼ିଶା ଶାଖା ସଭାପତି ରବି ରଥ ଓ ସମ୍ପାଦକ ଡ଼ା. ରାଜାରାମ ଷଡ଼ଙ୍ଗୀ ପହଞ୍ଚି ସରପଞ୍ଚମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ । ଦାବି ପୂରଣ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଉଭୟେ ଘୋଷଣା କରିଥିଲେ । 

ଗତକାଲି ପଞ୍ଚାୟତିରାଜ ବିଭାଗର ମୁଖ୍ୟ ସଚ୍ଚିବ ସୁଶୀଲ କୁମାର ଲୋହାନି, ନିର୍ଦ୍ଦେଶକ ଅରିନ୍ଦମ ଡ଼ାକୁଆ ଓ ପଦାଧିକାରୀଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ରୋମାଞ୍ଚ ସାହୁ, କର୍ମକର୍ତ୍ତା ସୁଦର୍ଶନ କହଁର, ବିଜୟ କୁମାର ସାହୁ, ସତ୍ୟ ନାରାୟଣ ସାହୁ, ତପନ କୁମାର ଚକ୍ରବର୍ତ୍ତି, ରାଜ୍ୟ ସମ୍ପାଦକ କ୍ଷୀରୋଦ କୁମାର ପ୍ରଧାନ ଓ ଅନ୍ୟମାନେ ଆଲୋଚନା କରିଥିଲେ । ବିଭାଗୀୟ କର୍ତ୍ତୃପକ୍ଷମାନଙ୍କ ଠାରୁ ଆଶାଜନକ ପ୍ରତିଶ୍ରୁତି ନ ମିଳିବା ଫଳରେ ସଂଗଠନର କର୍ମକର୍ତ୍ତାମାନେ ଆନ୍ଦୋଳନକୁ ଚାଲୁ ରଖୁବେ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କରୋନା ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ । 

ବର୍ତମାନ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଏହି ଅନୁଦାନ ନିମନ୍ତେ ପ୍ରକଳ୍ପ ଚୟନ ଆଦି ନିଷ୍ପତ୍ତିରେ ସରପଞ୍ଚଙ୍କୁ ଗୁରୁତ୍ବ ଦିଆଯାଉନାହିଁ। ଏହା ସହ ସରପଞ୍ଚଙ୍କୁ ଅବସରକାଳୀନ ଭତ୍ତା, ସ୍ବାସ୍ଥ୍ୟ ବୀମା ପ୍ରଦାନ, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତକୁ ସ୍ବତନ୍ତ୍ର ପାଣ୍ଡୀର ବ୍ୟବସ୍ଥା, ଦରମା ୨୦ ହଜାର କରାଯାଉ, ୱାର୍ଡ ମେମ୍ବରମାନଙ୍କୁ ୫ ହଜାର ଦରମା ପ୍ରଦାନ କରାଯାଉ, ପିଅନ ଓ ରାତ୍ର ଜଗୁଆଳିଙ୍କ ଦରମା ବ୍ୟବସ୍ଥା କରାଯାଉ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରପଞ୍ଚଙ୍କ ହାତପାଣ୍ଠି ୧୦ଲକ୍ଷ ଟଙ୍କା ଓ ୫ଟି ଗୃହ ଆବଣ୍ଟନର କ୍ଷମତା ଦେବା ଆଦି ଦାବି ରହିଛି।

ଶ୍ରୀ ରଥ କହିଛନ୍ତି ଗଣତନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚମାନେ ହେଉଛନ୍ତି ମୂଳ ପିଢ଼ି । ଏମାନଙ୍କ ଉପରେ ପ୍ରଶାସନିକ ଅଧିକାରୀମାନଙ୍କ ଅଙ୍କୁଶ ଥିବାରୁ ସରପଞ୍ଚମାନଙ୍କ ଉନ୍ନୟନ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ପଞ୍ଚାୟତିରାଜକୁ କ୍ଷମତା ପ୍ରଦାନ ପାଇଁ ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନେ ବାଧା ସୃଷ୍ଟି କରୁଛନ୍ତି । ଫଳରେ ସରପଞ୍ଚଙ୍କ ଅଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି । 

ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଥିବାରୁ ସରକାର ଏ ଦିଗରେ ଦୃଷ୍ଟି ଦେବେ ବୋଲି ସେ ଦାବି କରିଛନ୍ତି । ଆସନ୍ତା ୮ ତାରିଖରେ ଦିଲ୍ଲୀର ନୋଇଡ଼ା ଠାରେ ସର୍ବଭାରତୀୟ ସରପଞ୍ଚ ସମ୍ମିଳନୀରେ ଓଡ଼ିଶା ସରପଞ୍ଚଙ୍କ ଦାବି ଉପସ୍ଥାପିତ କରାଯିବ ବୋଲି ଶ୍ରୀ ରଥ କହିଥିଲେ ।

ନୂଆ ଓଡ଼ିଆ ଫିଲ୍ମ ‘ଡଟ୍ ପେନ୍’ ଅଡିଓ ରିଲିଜ୍

COASTAL NEWS ODIA 1015

ନୂଆ ଓଡ଼ିଆ ଫିଲ୍ମ ‘ଡଟ୍ ପେନ୍’ ଅଡିଓ ରିଲିଜ୍


ଭୁବନେଶ୍ବର - ଶୁଭମୁକ୍ତି ଅକ୍ଟୋବର ୧୩ରେ ନୂଆ ଓଡିଆ ଫିଲ୍ମ ‘ଡଟପେନ୍‘ର ଅଡିଓ ଲୋକାର୍ପଣ ଉତ୍ସବ ବାଣୀବିହାରସ୍ଥିତ ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ,ନିର୍ଦ୍ଦେଶକ ଓ ପ୍ରଯୋଜକ ଅଶ୍ବିନୀ ତ୍ରୀପାଠି,କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ,ସ୍ୱୟଂପ୍ରକାଶ ପାଢୀ,ଅସୀମା ପଣ୍ଡା, ଅର୍ପିତା ଚୈ।ଧୁରୀ ଅଭିନେତା ଜ୍ୟୋତି,ଅଙ୍କିତ,ସନ୍ତୁ ନିଜେ,ଶକ୍ତି ବରାଳ,ପ୍ରତି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।ନୂଆ ଓଡ଼ିଆ ଫିଲ୍ମ ‘ ଡଟ୍ ? ପେନ୍ ? ’  ଏହାର ସୁଟିଂ ଓ ପୋଷ୍ଟ ପ୍ରଡସନ୍‌ କାର୍ଯ୍ୟ ଶେଷ ହୋଇସାରିଛି । ଅକ୍ଟୋବର ୧୩ରେ ପ୍ରେକ୍ଷାଳୟକୁ ଆସିବ ଚଳଚ୍ଚିତ୍ର ‘ଡଟପେନ୍‘ ଜଣେ ସାଇକୋ କିଲର  ର କାହାଣୀ ଉପରେ ନିର୍ମିତ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିବେ ଜ୍ୟୋତିରଞ୍ଜନ।ପୂର୍ବରୁ ସେ ଏକାଧିକ ପ୍ରେମ କାହାଣୀ, ଆକ୍ସନ, ରହସ୍ୟ ଓ ରୋମାଞ୍ଚ ଆଧାରିତ ସିନେମାରେ ନଜର ଆସିଛନ୍ତି ।

‘ଡଟ୍  ପେନ୍ ‘ରେ ସେ ଅଭିନୟ କରୁଛନ୍ତି ଜଣେ ସାଇକୋ କିଲର ? ଚରିତ୍ରରେ। ଏଭଳି ବିଷୟବସ୍ତୁ ସହିତ ଫିଲ୍ମ ଓଡ଼ିଆ ନିର୍ମାଣ ଶିଳ୍ପରେ ପ୍ରଥମ ବୋଲି କହିଛି ପ୍ରଯୋଜନା ସଂସ୍ଥା।ଏ ଫିଲ୍ମ ଦେଖ ଦର୍ଶକ ଜ୍ୟୋତିଙ୍କୁ ଭଲପାଇବେ, ଭୟ ମଧ୍ୟ କରିବେ।ଫିଲ୍ମର କାହାଣୀ ଜଣେ ଭାଇ, ଭଉଣୀ ଓ ‘ ଡଟ୍  ପେନ୍  ‘ ରୁ ଆରମ୍ଭଭାଇ ନିଜ ଭଉଣୀ ପାଇଁ ପ୍ରତିଶୋଧ ନେଉଛି ହେଲେ କାହିଁକ। ‘ ଡଟ୍  ପେନ୍ ‘ ର ସମ୍ପର୍କ ଏହି ଦୁଇଜଣଙ୍କର କ’ଣ ଅଛି ? ଏମିତି ବହୁ ପ୍ରଶ୍ନର ଉତ୍ତର ଧୀରେ ଧୀରେ ଫିଲ୍ମରେ ମିଳିବ ବୋଲି କହିଛି ପ୍ରଯୋଜନା ସଂସ୍ଥା।ଅଶ୍ବିନୀ ତ୍ରିପାଠୀ ଓ ଶ୍ରୀ ଟ୍ରାଇବାଲ ଏନ୍ଟରଟେନମେନ୍ଟ ପ୍ରଯୋଜିତ ଏହି ଫିଲ୍ମରେ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି ଦିବ୍ୟାଦିଶା ମହାନ୍ତି ଓ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି ଅଙ୍କିତ କୁମାର । ଏମାନଙ୍କ ବ୍ୟତୀତ ଶକ୍ତି ବରାଳ, ସୁପ୍ରିୟା ନାୟକ ଅର୍ପିତା ସାହୁ, ପ୍ରିୟମ୍ବଦା, ଅନନ୍ୟା ଦାସ ଓ ଓଡ଼ିଶାର ଲୋକପ୍ରିୟ ୟୁଟ୍ୟୁବର ରାଜୁ ଦାସ, ସନ୍ତୁ ନିଜେ ପରି କଳାକାର ମାନେ ମଧ୍ୟ ଅଛନ୍ତି । ଦୁଇ ନୂଆ ମୁହଁ ପ୍ରୀତି ବିଶ୍ବାଳ ଓ ରୋହନ୍ ଗର୍ଗ ଏ ଫିଲ୍ମର ଅନ୍ୟତମ ଆକର୍ଷଣ ।

ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ଵରେ ଅଛନ୍ତି ଅଶ୍ବିନୀ ତ୍ରିପାଠୀ।କାହାଣୀ ଲେଖୁଛନ୍ତି ଡ. ଦୀପକ କୁମାର ଓ କ୍ରିଏଟିଭ୍ ହେଡ୍ ଓ ପବ୍ଲିସିଟି ଡିଜାଇନର୍‌ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ । ସୋମେଶ ଶତପଥୀଙ୍କ ସ୍ବର ସଂଯୋଜନାରେ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତୀ, ସ୍ବୟଂ ପାଢ଼ୀ, ଓ ଅର୍ପିତା। ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ ସୁଟିଂ ହୋଇଛି କାମାକ୍ଷା ନଗରରେ

ପୁଣି ବିବାଦରେ ଯଲିଉଡ କୁଇନ ନିଶା ମହାରଣା

COASTAL NEWS ODIA 1014

ପୁଣି ବିବାଦରେ ଯଲିଉଡ କୁଇନ ନିଶା ମହାରଣା



ଅନୁଗୋଳ : ଭଞ୍ଜ ବିହାରୀ ମହାନ୍ତି - ନିଶା ଆସିଲେ ଆଉ କିଛି ସମୟ ରହି ପୁଣି ଚାଲିଗଲେ। ଯାହାକୁ ସହଜରେ ଗ୍ରହଣ କରିପାରିଲେନି ଦର୍ଶକ । ତାପରେ ଯାହା ହେଲା ତାହା ନକହିବା ଭଲ । ଆଜ୍ଞା ପୁଣି ବିବାଦରେ ଯଲିଉଡ କୁଇନ ନିଶା ମହାରଣା। ଓଡିଆ ଯାତ୍ରା ଲୋକମାନଙ୍କ ମନୋରଂଜନର ଏକ ମାଧ୍ୟମ । 
ଯାତ୍ରାପେଣ୍ଡାଲରେ ଦର୍ଶକମାନଙ୍କୁ ବାନ୍ଧି ରଖିଥାନ୍ତି ନିଶା। କିନ୍ତୁ ବିଗତ କିଛିଦିନ ହେବ ଏହି ଯାତ୍ରା ମଞ୍ଚରେ ବିଭିନ୍ନ ଆଇଟମ ଗାର୍ଲମାନଙ୍କ ବୋଲ୍ଡ ନୃତ୍ୟ ଯୁବପିଢିମାନଙ୍କ ପାଇଁ ଏକ ଭିନ୍ନ ଧରଣର ମନୋରଂଜନର ମାଧ୍ୟମ ପାଲଟିଛି।ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚିତ ଆଇଟମ ଡାନ୍ସର୍‌ ନିଶା ମହାରଣାଙ୍କ ବୋଲ୍ଡ ଅନ୍ଦାଜ ତାଙ୍କୁ ଚର୍ଚ୍ଚିତ କରି ରଖିଛି।

ଏହି ଅବସରରେ ଖବର ଆସି ପହଁଚିଛି କି, ଅନୁଗୋଳ ଜିଲ୍ଲା କିଶୋରନଗର ବରପଡ଼ିଆର ଚାଲିଥିବା ଯାତ୍ରାରେ ନିଶା ମହାରଣାଙ୍କ ପାଇଁ ଉଡ଼ିଲା ଚେୟାର। କିଛି ସମୟ ପାଇଁ ଷ୍ଟେଜକୁ ଆସିବାକୁ ନେଇ ଦର୍ଶକଙ୍କ ହଟଗୋଳ ଦେଖିବାକୁ ମିଳିଥିଲା । ଷ୍ଟେଜକୁ ଚେୟାର ଫିଙ୍ଗିବାକୁ ଲାଗିଲେ ଦର୍ଶକେ। ଅଳ୍ପ ସମୟ ପାଇଁ ଆସିଲେ ନିଶା ମହାରଣା, ଆଉ ଚାଲିଗଲେ । ଯାହା ଦର୍ଶକମାନଙ୍କୁ ପସନ୍ଦ ଆସିଲାନି । ନିଶା ଆଉ କିଛି ସମୟ ରହି ମନୋରଂଜନ କରିବାକୁ ଚାହୁଁଥିଲେ ଦର୍ଶକେ । ହେଲେ ନିଶା ଖୁବ୍ କମ୍ ସମୟ ରହି ଫେରିଯାଇଥିଲେ।

ତେବେ ନିଶା ଯିବା ପରେ ପରେ ଯାତ୍ରା ପେଣ୍ଡାଲ୍ ଉପରେ ଉଡ଼ିଲା ଚେୟାର । ହଠାତ୍ ଉତକ୍ଷିପ୍ତ ହୋଇପଡ଼ିଲେ ଯାତ୍ରା ଦେଖୁଥିବା ଉପସ୍ଥିତ ଦର୍ଶକ । ରାଗିକି ନିୟନ୍ତ୍ରଣ ହରାଇ ବସିଲେ । ନିଶାଙ୍କ ପାଇଁ ଷ୍ଟେଜ ଉପରକୁ ଚେୟାର ଫିଙ୍ଗିଲେ । ଏହାପରେ କିଛି ସମୟ ପାଇଁ ନାଟକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ଭିତରେ ଆୟୋଜକଙ୍କ ବୁଝାସୁଝା ପରେ ପୁଣି ନାଟକ ଆରମ୍ଭ ହୋଇଥିଲା ।

Wednesday, October 4, 2023

ମହିଳା ମନସ୍ବିନୀ ମହାରଣା ୟାଚିଂ ଆସୋସିଏସନ ଅଫ୍ ଇଣ୍ଡିଆ (ୱାଇଏଆଇ) ବରିଷ୍ଠ ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ ରେ ସ୍ଵର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଲେ

COASTAL NEWS ODIA 1013

ମହିଳା ମନସ୍ବିନୀ ମହାରଣା ୟାଚିଂ ଆସୋସିଏସନ ଅଫ୍
ଇଣ୍ଡିଆ (ୱାଇଏଆଇ) ବରିଷ୍ଠ ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ ରେ ସ୍ଵର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଲେ 



ଗଞ୍ଜାମ - ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅଧୀନସ୍ଥ ପାଣିବନ୍ଧ ଗ୍ରାମର ମହିଳା ମନସ୍ବିନୀ ମହାରଣା ୟାଚିଂ ଆସୋସିଏସନ ଅଫ୍ ଇଣ୍ଡିଆ (ୱାଇଏଆଇ) ବରିଷ୍ଠ ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ର ଆର୍‌ଏକ୍ସ ମହିଳା ବର୍ଗରେ ପ୍ରତିଯୋଗିତା କରି ଉଲ୍ଲେଖନୀୟ ବିଜୟ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 

ମୁମ୍ବାଇରେ ଏହି ସମ୍ମାନଜନକ ଚମ୍ପିଆନ୍‌ସିପ୍ ଅନୁଷ୍ଠିତ ହୋଇଥିଲା । ବର୍ତମାନ ସେ ଗଞ୍ଜାମର ଛତ୍ରପୁର ବ୍ଲକ୍‌ରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍)ର ପୁଷ୍ଟି ପ୍ରକଳ୍ପରେ ଫାସିଲିଟେଟର ଭାବେ କାର୍ଯ୍ୟ କରୁଛନ୍ତି । ନିଜ ଯାତ୍ରା ସମ୍ପର୍କରେ ମନସ୍ଵିନୀ କହିଛନ୍ତି ଯେ, "ଏହି ପ୍ରତିଯୋଗିରେ ମୁଁ ବହୁ ଆହ୍ବାନ ସାମ୍ନା କରିବା ସହ ବର୍ଷା ଓ ପ୍ରବଳ ବେଗ ପବନର ମୁକାବିଲା କରିଥିଲି । ମୋ ପ୍ରଶିକ୍ଷକ ସବୀର ବକ୍ସ ମୋତେ ଅତୁଟ ସମର୍ଥନ କରିଥିଲେ ଏବଂ ମୁଁ କଠିନ ଅଭ୍ୟାସ ପ୍ରତି ନିଜକୁ ସମର୍ପିତ କରିଥିବା ବେଳେ ମୋର ଭୟ ଏଡ଼ାଇବାରେ ମୋତେ ସାହାଯ୍ୟ କରିଥିଲେ । ମୋ ଝିଅର ଉତ୍ସାହଜନକ କଥା ସଫଳତା ପାଇବା ଲାଗି ମୋ ସଂକଳ୍ପକୁ ସୁଦୃଢ଼ କରିଥିଲା ।” ଏହି କ୍ରୀଡ଼ା ବର୍ଗରେ ଉତ୍କର୍ଷ ହାସଲ କରିବାରେ ଓଡ଼ିଶାର ପ୍ରଥମ ମହିଳାର ଗୌରବମୟ ମାନ୍ୟତା ମନସ୍ବୀନିଙ୍କୁ ମିଳିଛି । ମୋତେ ସଦାସର୍ବଦା ଅନୁପ୍ରାଣିତ କରିଥିବାରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍)ର ୟୁନିଟ୍ ମୁଖ୍ୟ ରକି ମାର୍ଟିନ୍‌ଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ମୋର ଏହି ଯାତ୍ରାରେ ସହାୟତର ଦୃଢ଼ ସ୍ତମ୍ଭ ମୋ ଶାଶୁ-ଶ୍ବଶୂର, ଅଭିଭାବକ ଓ ମୋ ସ୍ବାମୀଙ୍କ ପ୍ରତି ମୁଁ କୃତଜ୍ଞ ବୋଲି କହିଛନ୍ତି ।ଏବେ ସେ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିବା
ପାଇଁ ଆଶାବାଦୀ ଅଛନ୍ତି । 

ଆଗାମୀ ଭବିଷ୍ୟତରେ ଆନ୍ତର୍ଜାତିକ ନୌଚାଳନା ପ୍ରତିଯୋଗିତାଗୁଡ଼ିକରେ ଓଡ଼ିଶା ଓ ଭାରତର ପ୍ରତିନିଧୂତ୍ବ କରିବା ହେଉଛି ତାଙ୍କର ପ୍ରମୁଖ ଲକ୍ଷ୍ୟ । ମନସ୍ଵିନୀଙ୍କ ପ୍ରଶିକ୍ଷକ ଲିମ୍‌କା ବୁକ୍ ରେକର୍ଡଧାରୀ ତଥା ଆନ୍ତର୍ଜାତିକ ସ୍କୁବା ଡାଇଭର୍ ସବୀର ବକ୍ସ କହିଛନ୍ତି ଯେ, “୨୦୦୯ରୁ ମନସ୍ବିନୀଙ୍କ ସହ ମୋର ଯାତ୍ରା ଆରମ୍ଭ ହୋଇଥିଲା । ନିଜ ଅଭିଳାଷ ଓ ଦୃଷ୍ଟାନ୍ତମୂଳକ କ୍ରୀଡ଼ା ମନୋଭାବ ପ୍ରତି ତାଙ୍କ ପ୍ରତିବଦ୍ଧତା ବେଶ ପ୍ରେରଣାଦାୟକ । ଏହି ମୁହୂର୍ତରେ ଏବେ ସେ ଆଗାମୀ ଜାତୀୟ ସ୍ତରୀୟ ଚମ୍ପିଆନ୍‌ସିପ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଏବଂ ମୋର ବିଶ୍ବାସ ରହିଛି ଯେ ଏହି ଉଲ୍ଲେଖନୀୟ ଯାତ୍ରାରେ ସେ ଉତ୍କର୍ଷ ହାସଲ କରିବା ଜାରି ରଖୁବେ ।

"ନୌଚାଳନାରେ ଉପଲବ୍ଧି ହାସଲ କରିବାର ଏକ ଇତିହାସ ମନସ୍ବୀନିଙ୍କର ରହିଛି । ଗୋଆରେ ୨୦୧୩ ଓ ୨୦୧୮ରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ସେ ଅଂଶଗ୍ରହଣ କରି ନୌଚାଳନା ପ୍ରତିଯୋଗିତାରେ ୧୩ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଏବଂ ଜାତୀୟ ଚମ୍ପିଆନ୍ ଘୋଷିତ ହୋଇଥିଲେ । ବ୍ୟାଙ୍କକ୍ ଓଫୋନ୍ ନୌଚାଳନା ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଜାତୀୟ ନୌସେନା ନୌଚାଳନା ଚମ୍ପିଆନ୍‌ସିପ୍ ଭଳି ଭାରତର ବିଭିନ୍ନ ପ୍ରକାର ପ୍ରତିଯୋଗିତାଗୁଡ଼ିକରେ ସେ ଅଂଶଗ୍ରହଣ କରି ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ । ଜାତୀୟ କ୍ରୀଡ଼ାରେ ଓଡ଼ିଶାକୁ ପ୍ରତିନିଧୂତ୍ବ କରିଥିବାରୁ ବିଜୁ ପଟ୍ଟନାୟକ କନ୍ୟା ରନ୍ ପୁରସ୍କାର ପ୍ରଦାନ କରି ତାଙ୍କ ଉତ୍କର୍ଷକୁ ଓଡ଼ିଶା ସରକାର ମାନ୍ୟତା ପ୍ରଦାନ କରିଛନ୍ତି । 

ଦେଶର ଶ୍ରେଷ୍ଠ ନୌଚାଳକ ଓ ମହିଳାଙ୍କ ସହ ପ୍ରତିଦ୍ବନ୍ଦିତା କରି ମନସ୍ବିନୀ ହାସଲ କରିଥିବା ବିଜୟ ତାଙ୍କ ଅତୁଟ ସଂକଳ୍ପ ଓ ଚମତ୍କାର ଦକ୍ଷତାର ପ୍ରମାଣ । ମନସ୍ଵିନୀଙ୍କ ଏହି ଉଲ୍ଲେଖନୀୟ ସଫଳତାକୁ ପାଳନ କରି ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ଗର୍ବିତ ହେବା ସହ ଏହି ତାଙ୍କର ଏହି ଚମତ୍କାର ବିଜୟ ପାଇଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ୱାସିଂଟନ ଡିସି ନାସନାଲ ମଲ୍ ରେ ତିନି ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ ୨୦୨୩ ସମାପ୍ତ

COASTAL NEWS ODIA 1012

ୱାସିଂଟନ ଡିସି ନାସନାଲ ମଲ୍  ରେ ତିନି ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ ୨୦୨୩   ସମାପ୍ତ 



ତିନି ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ ୨୦୨୩   ଆକର୍ଷଣୀୟ କାର୍ଯ୍ୟକ୍ରମ  ସମାପ୍ତ ହୋଇଥିଲା, ଯେଉଁଥିରେ ଏକ ବିଶେଷ ଓଡ଼ିଶୀ ପ୍ରଦର୍ଶନ ବିଶ୍ୱ ସଂସ୍କୃତି ମହୋତ୍ସବରେ ଉପସ୍ଥିତ ୧  ମିଲିୟନରୁ ଅଧିକ ଲୋକଙ୍କର ପ୍ରଶଂସା ଲାଭ କରିଥିଲା ​​|

ଗତ ତିନି ଦିନ ମଧ୍ୟରେ, ୧୮୦  ଟି ଦେଶରୁ ଏକ ମିଲିୟନରୁ ଅଧିକ ଲୋକ ୱାଶିଂଟନ୍ ଡିସିର ଆଇକନିକ୍ ନ୍ୟାସନାଲ୍ ମଲ୍କୁ ମାନବିକତାର ଏହି ଏତିହାସିକ ସମାବେଶରେ ଯୋଗ ଦେଇଥିଲେ  ଏବଂ ନୃତ୍ୟ, ସଙ୍ଗୀତ, ଧ୍ୟାନ ଏବଂ ସଂସ୍କୃତି ମାଧ୍ୟମରେ ମାନବ ବିବିଧତାକୁ ପାଳନ କରିବା  କରି ଭାଇଚାରା ବିଷୟରେ ଏକ ବାର୍ତ୍ତା ପଠାଇବାକୁ ଲକ୍ଷ୍ୟ ରଖିଥିଲେ|



ସମଗ୍ର ବିଶ୍ୱରୁ  ୧୮୦  ଅଂଶଗ୍ରହଣକାରୀ ଦେଶ   ୧୭ ,୦୦୦ ରୁ ଉର୍ଧ  କଳାକାରଙ୍କ ରେ ଦ୍ୱାରା  ୫୧ ଟି ସାଂସ୍କୃତିକ  କାର୍ଯ୍ୟକ୍ରମ  ପ୍ରଦର୍ଶନ କରିଥିଲେ \   ୧୦ ,୦୦୦ - ଗର୍ଭା ନୃତ୍ୟଶିଳ୍ପୀ ଯେଉଁମାନେ ଏକତା ପାଇଁ ଗର୍ଭା ପରିବେଷଣ କରିଥିଲେ ଯାହାକି ସମାଶାଙ୍କୁ ମନମୁଗ୍ଧ କରିଥିଲା |ଏଥିରେ ୨୦୦ ରୁ ଉର୍ଧ  ନୁରତ୍ୟାଙ୍ଗନା ଓଡିଶୀ ନୁର୍ତ୍ୟ  ପରିବେଷଣ କରିଥିଲେ ୪୭  ଜଣ ମାନ୍ୟଗଣ୍ୟ ବ୍ୟକ୍ତି ଯେଉଁମାନେ ଏହି କାର୍ଯ୍ୟକ୍ରମରେ କହିଥିଲେ ଲିଙ୍କନ୍ ମେମୋରିଆଲରେ ଗୁରୁଦେବଙ୍କ ସହ ଯୋଗ, ନିଶ୍ୱାସ ଏବଂ ଧ୍ୟାନ ଅଧିବେଶନ ପାଇଁ ଏକତ୍ରିତ ୧୦୦୦ ଯୋଗ ଉତ୍ସାହୀ  ଯୋଗ କରିଥିଲେ |

ଭାରତର ସାଂସ୍କୃତିକ କୁ ଆଧାର କରି , ଏହି ଉତ୍ସବରେ ଓଡ଼ିଶୀ, ଭାରତନାଟ୍ୟମ୍, କଥକ, ଓଡ଼ିଶୀ, କୁଚିପୁଡି, ଏବଂ ମୋହିନାଟମ୍, ଏବଂ ସୀତାର, ଭୀନା, ତବଲା, ମରିଦଙ୍ଗମ୍, ବଂଶୀ ବଜାଉଥିବା ୫  ଟି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଫର୍ମ ମାଧ୍ୟମରେ ପ୍ରତିନିଧିତ୍ 'ହୋଇଥିବା' ପଞ୍ଚାବୁଥମ୍ 'ପ୍ରଦର୍ଶିତ ହୋଇଥିଲା |

ଉଲ୍ଲେଖନୀୟ  ବ୍ୟକ୍ତିଙ୍କ ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ଭାରତରବୈଦେଶିକ  ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ,ଡ। ବାନ କି-ମୁନ୍, ମିଳିତ ଜାତିସଂଘର ଅଷ୍ଟମ ମହାସଚିବ ଏସ୍,  ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ ଆମେରିକାର ସର୍ଜନ ଜେନେରାଲ୍ ଡକ୍ଟର ବିବେକ ମୁର୍ତ୍ତୀ; ଡି.ସି ମେୟର ମୁରିଏଲ ବୋଉସର୍, ଶ୍ରୀ ହାକୁବୁନ୍ ଶିମୋମୁରା, ସାଂସଦ, ଜାପାନ, ଏରିକ୍ ସୋଲହିମ୍, ଜାତିସଂଘର ପୂର୍ବତନ ଡେପୁଟି ସେକ୍ରେଟେରୀ ଜେନେରାଲ୍ ତଥା ୟୁଏନପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅନ୍ୟାନ୍ୟ ରାଜ୍ୟ ଉପସ୍ଥିତ  ଥିଲେ |

ଭାରତର ବୈଦେଶିକ  ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର "ଏହି ସମାବେଶ ଏକ ଶକ୍ତିଶାଳୀ ପ୍ରମାଣକୁ ଦର୍ଶାଉଛି ଯେ ମାନବିକତା ସମସ୍ତ ବିଭାଗଠାରୁ ଅଧିକ। ଶାନ୍ତି ଏବଂ ସଦ୍ଭାବନା ବିସ୍ତାର କରୁଥିବା ଏକ ବିଶ୍ୱ ଗଠନ ପାଇଁ ଆମକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ହେବ।"କୁ ଉପଦେଶ ଦେଇଥିଲେ |

ମାନବ ସଂଯୋଗ, ଏକତା ଏବଂ ମାନବ ଆତ୍ମାର ଉତ୍ଥାନର ଅଂଶୀଦାର ମୂହୁର୍ତ୍ତ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା | ଏହି ଉତ୍ସବର ସ୍ମରଣୀୟ ମୂହୁର୍ତ୍ତଗୁଡିକ ମଧ୍ୟରେ ୟୁକ୍ରେନ କଣ୍ଟିଜେଣ୍ଟ୍ର ଏକ ହୃଦୟସ୍ପର୍ଶୀ ପାଠ ପରେ ଗୁରୁଦେବଙ୍କ ନେତୃତ୍ୱରେ ୟୁକ୍ରେନବାସୀଙ୍କ ପାଇଁ ଏକ କ୍ଷଣିକ ପ୍ରାର୍ଥନା ଥିଲା | ତଥାପି ଅନ୍ୟ ଜଣେ ଗୁରୁଦେବଙ୍କ ସହ ଲିଙ୍କନ୍ ମେମୋରିଆଲରେ ଯୋଗ ପ୍ରବାହ ଏବଂ ଯୋଗ ଜ୍ଞାନ ଉପଭୋଗ କରୁଥିବା ଏକ ହଜାର ଲୋକ ଥିଲେ |


ଆଜିର ରାଶିଫଳ

COASTAL NEWS ODIA 1011

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୦୫ ତାରିଖ ୨୦୨୩ ମସିହା(ଗୁରୁବାର)*
*═✧*══•❁❀❁•═════✧
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌹ମେଷ🌷👉 : ଘରେ ଲାଗିରହିଥିବା ଅଶାନ୍ତି  ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।*
*✧═════•❁❀❁•═════✧*  
*🌹ବୃଷ🌷👉 : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।*
*✧═════•❁❀❁•═════✧*  
*🌹ମିଥୁନ🌷👉 : ପୂର୍ବରୁ ବିରୁଦ୍ଧରେ   ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।*
*✧═════•❁❀❁•═════✧*  
*🌹କର୍କଟ🌷👉 : କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।*
*✧═════•❁❀❁•═════✧*  
*🌹ସିଂହ 🌷👉: ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।*
*✧═════•❁❀❁•═════✧*  
*🌹କନ୍ୟା🌷👉 : ଅବାଞ୍ଛିତ ଭାବେ  ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।*
*✧═════•❁❀❁•═════✧*  
*🌹ତୁଳା🌷👉 : ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।*
*✧═════•❁❀❁•═════✧*  
*🌹ବିଛା🌷👉 : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।*
*✧═════•❁❀❁•═════✧*  
*🌹ଧନୁ🌷👉 : ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।*
*✧═════•❁❀❁•═════✧*  
*🌹ମକର🌷👉 : ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।*
*✧═════•❁❀❁•═════✧*  
*🌹କୁମ୍ଭ🌷👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ ।  ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।*
*✧═════•❁❀❁•═════✧*  
*🌹ମୀନ🌷👉 : ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।*

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...