AFFILIATE MARKETING

https://binomo.com?a=90810425bb57&t=0

Friday, August 25, 2023

ନେପାଳରେ ଭୟଙ୍କର ବସ ଦୁର୍ଘଟଣା: ୬ଭାରତୀୟଙ୍କ ସମେତ ୭ମୃତ

ନେପାଳରେ ଭୟଙ୍କର ବସ ଦୁର୍ଘଟଣା: ୬ଭାରତୀୟଙ୍କ ସମେତ ୭ମୃତ


 


କାଠମାଣ୍ଡୁ,୨୪।୮:ନେପାଳରେ ବାରାର ଜିତପୁର ସିମାରା ଉପ-ମହାନଗର ୨୨ର ଚୁରିୟାମାଇ ମନ୍ଦିର ନିକଟରେ ଏକ ଭୟଙ୍କର ବସ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ନିହତ ହୋଇଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ବସ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରୁ ଆସିଥିଲେ। ବସ କାଠମାଣ୍ଡୁରୁ ଜନକପୁରକୁ ଯାଉଥିଲା।

ପୋଲିସ ଅଧୀକ୍ଷକ ସୀତାରାମ ରିଜଲଙ୍କ କହିବାନୁସାରେ, ବସରେ ସମୁଦାୟ ୨୬ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ୧୭ଜଣଙ୍କୁ ହେଟାଉଡା ହସ୍ପିଟାଲ ଏବଂ ସାନଚୋ ହସ୍ପିଟାଲ ଓ ଏବଂ ଚୁରହାନ ପୁରୁଣା ମେଡିକାଲ କଲେଜ, ଭରତପୁରରେ ଚିକିତ୍ସା କରାଯାଉଛି ।

କାଠମାଣ୍ଡୁରୁ ଜନକପୁର ଅଭିମୁଖେ ଯାଉଥିବା ବସ ଗୁରୁବାର ମଧ୍ୟରାତ୍ରିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଡିଏଫ୍‌ଓଙ୍କ ଘରେ ପଶିଲା ଭିଜିଲାନ୍ସ।

 COASTAL NEWS Odia 482

ଡିଏଫ୍‌ଓଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ।



ରାୟଗଡ଼ା - ଡିଏଫ୍‌ଓଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରାୟଗଡ଼ା DFO ବିଜୟ କୁମାର ପରିଡ଼ାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ଡିଏଫଓ ରହୁଥିବା ଗାନ୍ଧୀନଗର ସ୍ଥିତ ସରକାରୀ ବାସଭବନ ଠାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଏହାସହ ରାୟଗଡ଼ା ଓ ଭୁବନେଶ୍ୱର ସମେତ ୪ଟି ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି।

ରାୟଗଡ଼ା ଜିଲ୍ଲାର ଚନ୍ଦାପାହାଡରେ ୩ କୋଟି ଟଙ୍କାର ବୃକ୍ଷ ରୋପଣ କରାଯାଇଥିଲା। ସେଥିରେ ଦୁର୍ନୀତି ହୋଇଥିଲା। ଏନେଇ ସୂଚନା କର୍ମୀ ରବୀନ୍ଦ୍ର ପାଟ କଣ୍ଡାଳ ଭିଜିଲାନ୍ସ ବିଭାଗ ସମେତ ବିଭିନ୍ନ ଯାଗାରେ ‌ଅଭିଯୋଗ କରିଥିଲେ। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି DFO ଘରେ ଚଢ଼ାଉ କରିଛି। ଏନେଇ DFOଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୁରକ୍ଷିତ ଭାବେ ସଫଟ ଲାଣ୍ଡିଂ କରିଛି ବିକ୍ରମ ଓ ପ୍ରଜ୍ଞାନ ମଧ୍ୟ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି

COASTAL NEWS Odia 481 ସୁରକ୍ଷିତ ଭାବେ ସଫଟ ଲାଣ୍ଡିଂ କରିଛି ବିକ୍ରମ ଓ ପ୍ରଜ୍ଞାନ ମଧ୍ୟ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି

 


ଖୁସି ଉପରେ ପୁଣି ମିଳିଲା ଖୁସି। ପୁଣି ଥରେ ଦେଶବାସୀଙ୍କ ଛାତି ଗର୍ବରେ କୁଣ୍ଡେମୋଟ ହୋଇଗଲା । ଗତକାଲି ଚନ୍ଦ୍ରଯାନ-୩ ଜନ୍ମ ମାମୁରେ ପାଦ ଥାପିଥିବା ବେଳେ ଆଜି ବିଚରଣ କରିବା ଆରମ୍ଭ କରିଛି। ଲ୍ୟାଣ୍ଡର୍ ବିକ୍ରମଠୁ ଗତକାଲିଠୁ ଅଲଗା ହୋଇଥିବା ରୋଭର ପ୍ରଜ୍ଞାନ ଜହ୍ନରେ ଚାଲିବା ଆରମ୍ଭ କରିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ ।

ଗତକାଲି ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିଥିବା ବେଳେ ଆଜିଠୁ ରୋଭର ପ୍ରଜ୍ଞାନ ଚାଲିବା ଆରମ୍ଭ କରିଛି। ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ ।

ଚନ୍ଦ୍ରଯାନ ୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ଥିଲା । ପ୍ରଥମ ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମ ର ଅବତରଣ । ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ରୋଭରର ବିଚରଣ ଓ ବିକ୍ରମ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା। ପ୍ରଥମ ଦୁଇଟି ଲକ୍ଷ୍ୟ ପୂରଣ ହୋଇଛି।

ସୁରକ୍ଷିତ ଭାବେ ସଫଟ ଲାଣ୍ଡିଂ କରିଛି ବିକ୍ରମ ଓ ପ୍ରଜ୍ଞାନ ମଧ୍ୟ ସେଥିରୁ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି। ଏବେ ପ୍ରଜ୍ଞାନ ର ମୁଖ୍ୟ କାମ ହେଲା ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବା । ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବ ଓ ସେସବୁ ତଥ୍ୟ ଇସ୍ରୋକୁ ପଠାଇବ।

ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଅଛି। ଏହାର ଅର୍ଥ ସେଠାରେ ପାଣି ଥାଇପାରେ। ତେଣୁ ବିକ୍ରମର ଏକ ମୁଖ୍ୟ କାମ ହେଲା ସେଠାରେ ପାଣିର ସନ୍ଧାନ କରିବା। ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେ। ଏହା ସହିତ ପାଣି ରହିଛି ମାନେ ହାଇଡ୍ରୋଜେନ ଓ ଅକ୍ସିଜେନ ଅଛି। ଏହାକୁ ନେଇ ଅନେକ ବୈଜ୍ଞାନିକ ଗବେଷଣା କରାଯାଇପାରେ।

ଚନ୍ଦ୍ରର ବାୟୁମଣ୍ଡଳରେ କ’ଣ କ’ଣ ଉପାଦାନ ଅଛି, ତାର ତଥ୍ୟ ସଂଗ୍ରହ କରିବ ବିକ୍ରମର ପ୍ଲେଲୋଡ୍। ଏହା ସହିତ ଚନ୍ଦ୍ରପୃଷ୍ଠର ପ୍ଲାଜମାର ସାନ୍ଦ୍ରତା ମଧ୍ୟ ମାପିବ । ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ ମଧ୍ୟ କରିବ । ଏସବୁ ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର।

ରୋଭର ପ୍ରଜ୍ଞାନ ଆସନ୍ତା ୧୪ ଦିନ ଧରି ଜହ୍ନରେ ବିଚରଣ କରିବ । କାରଣ ପୃଥିବୀର ୧୪ ଦିନ ହେଉଛି ଚନ୍ଦ୍ରର ଗୋଟିଏ ଦିନ । ଏହା ମଧ୍ୟରେ ତାହା ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିବ ।

ଗତକାଲି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିବା ପରେ ସେଥିରୁ ତଳକୁ ଏକ ସିଢ଼ି ଲମ୍ବିଥିଲା ଓ ଏହି ବାଟ ଦେଇ ତଳକୁ ଗଡ଼ିଆସି ଥିଲା ୬ ଚକିଆ ରୋଭର୍ ପ୍ରଜ୍ଞାନ। ଏହାର ଓଜନ ୨୬ କିଲୋଗ୍ରାମ, ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର ଏବଂ ଉଚ୍ଚତା ୩୯.୭ ସେଣ୍ଟିମିଟର ରହିଛି।

ମୟୁରଭଞ୍ଜ ବନ୍ଦ ଡାକରା

COASTAL NEWS Odia 480

ମୟୁରଭଞ୍ଜ ବନ୍ଦ ଡାକରା


: ଦୋକାନ ବଜାର ସହ ଅଫିସ ଓ ଶିକ୍ଷାନୁଷ୍ଠାନରେ ତାଲା

ମୟୁରଭଞ୍ଜ : ଜେଏମଏମ ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଆବାସ ଯୋଜନାରେ ହିତାଧିକାରୀ ମାନଙ୍କ ଅର୍ଥ ରାଶିକୁ ବୃଦ୍ଧି, ଅଲଚିକି ଭାଷା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି, ଭତ୍ତା ବୃଦ୍ଧି ଦାବି ଓ ପ୍ରତି ଗାଁରେ ଜାହିରାର ଉନ୍ନତିକରଣ ପରି ୧୫ ଦଫା ଦାବି ନେଇ ଜେଏମଏମ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପ୍ରଭାବରେ ଦୋକାନ ବଜାର, ବସ, ଅଫିସ୍ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ଜଣାପଡ଼ିଛି।

Thursday, August 24, 2023

ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବ ଚନ୍ଦ୍ରଯାନ-୩

 COASTAL NEWS Odia 479

ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବ ଚନ୍ଦ୍ରଯାନ-୩




 

ନୂଆଦିଲ୍ଲୀ :  ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବା ପାଇଁ  ଚନ୍ଦ୍ରଯାନ-୩କୁ ନେଇ ବିଭିନ୍ନ ପ୍ରକାରର ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଯାନ-୩ରେ ଥିବା ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜଳ, ଜୀବସତ୍ତା, ବାୟୁମଣ୍ଡଳ ଓ ଖଣିଜପଦାର୍ଥ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ । ‘ବିକ୍ରମ୍‌‌’ ଏବଂ ରୋଭର ‘ପ୍ରଜ୍ଞାନ’ ନିରାପଦ ଓ ସୁରକ୍ଷିତ ଅଛନ୍ତି ବୋଲି ଇସ୍ରୋ ନିଶ୍ଚିତ କରିବାପରେ, ଚନ୍ଦ୍ରର ମାଟି ଏବଂ ପ୍ଲାଜମା ପରିବେଶ ଅଧ୍ୟୟନ ପାଇଁ ବିଭିନ୍ନ ପରୀକ୍ଷା ଆରମ୍ଭ ହେବ।

ଆନ୍ତଃ ଧ୍ରୁବୀୟ ଅଭିଯାନ ପାଇଁ ଆବଶ୍ୟକ ନୂତନ ବୈଷୟିକ ଜ୍ଞାନର ବିକାଶ ଏବଂ ପ୍ରଦର୍ଶନ ଉଦ୍ଦେଶ୍ୟ ନେଇ ଭାରତର ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ, ପ୍ରପୁଲସନ୍‌‌ ମଡ୍ୟୁଲ ଏବଂ ରୋଭର୍‌‌କୁ ନେଇ ପ୍ରସ୍ତୁତ ହୋଇଛି । ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରୋଭର୍‌‌ ସହାୟତାରେ ଚନ୍ଦ୍ରପୃଷ୍ଠର ରାସାୟନିକ ବିଶ୍ଳେଷଣ କରିବ। ଚନ୍ଦ୍ରଯାନ-୩ର ଅଭିଯାନ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରେ ରୋଭର ଗତିଶୀଳତା ଏବଂ ସେହି ସ୍ଥାନରେ ବୈଜ୍ଞାନିକ ପରୀକ୍ଷଣ କରିବ। ପୂର୍ବରୁ ଚନ୍ଦ୍ରଯାନ-୨ର ଆଂଶିକ ସଫଳତାପରେ ଚନ୍ଦ୍ରଯାନ- ୩ରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି ଧ୍ରୁବୀୟ ଅଭିଯାନର ଫଳସ୍ୱରୂପ ଏହି ମହାକାଶଯାନ ଦୁଇ ସପ୍ତାହ ଅର୍ଥାତ୍‌‌ ୧୪ ଦିନ ଚନ୍ଦ୍ରପୃଷ୍ଠରେ କାର୍ଯ୍ୟ କରିବ। ତିନି ହଜାର ୯୦୦ ଗ୍ରାମ ଓଜନ ବିଶିଷ୍ଟ ଚନ୍ଦ୍ରଯାନ-୩ ରେ ୨ ହଜାର ୧୪୮ ଗ୍ରାମ ଓଜନ ବିଶିଷ୍ଟ ପ୍ରପୁଲସନ୍‌‌ ମଡ୍ୟୁଲ ରହିଥିବାବେଳେ ଏକ ହଜାର ୭୫୨ ଗ୍ରାମ ଓଜନର ଲ୍ୟାଣ୍ଡର ମଡ୍ୟୁଲ ଏବଂ ୨୬ କିଲୋଗ୍ରାମ ଓଜନର ରୋଭର୍‌‌ ‘ପ୍ରଜ୍ଞାନ’ ରହିଛି। ତିନୋଟି ଯାକ ଯନ୍ତ୍ରାଂଶ ଶକ୍ତି ଉତ୍ପନ୍ନ ପାଇଁ ସକ୍ଷମ। ସ୍ୱୟଂକ୍ରିୟା ବ୍ୟବସ୍ଥାରେ ପ୍ରପୁଲସନ୍‌‌ ମଡ୍ୟୁଲ ୭୫୮ ୱାଟ୍‌‌, ଲ୍ୟାଣ୍ଡର ମଡ୍ୟୁଲ ୭୩୮ ୱାଟ୍‌‌ ଏବଂ ରୋଭର ‘ପ୍ରଜ୍ଞାନ’ ୫୦ ୱାଟ୍‌‌ ଶକ୍ତି ଉତ୍ପାଦନ କରିପାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ଅଭିଯାନରେ ବିଶେଷଭାବେ ଚନ୍ଦ୍ରଯାନ-୨ ସହ

ଯୋଗାଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଦ୍ୱିତୀୟ ଲଞ୍ଚପ୍ୟାଡ୍‌‌ରୁ ଚନ୍ଦ୍ରଯାନ-୩ ଉତ୍‌‌କ୍ଷେପଣ କରା ଯାଇଥିଲା। ଜୁଲାଇ ୧୫ ତାରିଖରେ ୧୭୩ କିଲୋମିଟର ଓ ଜୁଲାଇ ୧୭ ତାରିଖରେ ୨୨୬ ଏବଂ ଜୁଲାଇ ୨୨ ତାରିଖରେ ଏହାକୁ ୨୩୩ କିଲୋମିଟର କକ୍ଷପଥକୁ ନିଆଯାଇଥିଲା। ଚଳିତମାସ ୧ ତାରିଖରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର କକ୍ଷପଥକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୫ ତାରିଖରେ ଏହା ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ପରବର୍ତ୍ତୀ ସମୟରେ ଚନ୍ଦ୍ରଯାନ-୩କୁ ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରର ନିକଟତର କରାଯାଇଥିଲା। ଚଳିତମାସ ୧୬ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ୧୫୩ କିଲୋମିଟର ନିକଟବର୍ତ୍ତୀ ହେବାପରେ ଅଗଷ୍ଟ ୧୭ ତାରିଖରେ ଲ୍ୟାଣ୍ଡର ମଡ୍ୟୁଲ କୁ ପ୍ରପୁଲସନ୍‌‌ ମଡ୍ୟୁଲଠାରୁ ଅଲଗା କରାଯାଇଥିଲା। ବିକ୍ରମ ଲ୍ୟାଣ୍ଡର୍‌‌ ମଡ୍ୟୁଲ୍‌‌ ମଧ୍ୟରେ ରହିଛି ‘ପ୍ରଜ୍ଞାନ’, ଯାହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ

ଅବତରଣ କରିବା ପରେ ବାହାରକୁ ଆସିଛି । ଚନ୍ଦ୍ରଯାନ-୩ ଅବତରଣ କରିଥିବା ଅଞ୍ଚଳରେ ସୂର୍ଯ୍ୟାଲୋକ ପଡ଼ିବା ପରେ ଲ୍ୟାଣ୍ଡର୍‌‌ ମଡ୍ୟୁଲ୍‌‌ ଭିତରେ ଥିବା ଯନ୍ତ୍ରାଂଶଗୁଡ଼ିକର ଶେଷ ଥରପାଇଁ ଯାଞ୍ଚ୍‌‌ କରାଯାଇଥିଲା। ଚନ୍ଦ୍ରରେ ୧୪ ଦିନ ଅନ୍ଧକାର ଏବଂ ୧୪ ଦିନ ଆଲୋକିତ ହୋଇଥାଏ। ଆଜି ଚନ୍ଦ୍ରରେ ସୂର୍ଯ୍ୟାଲୋକ ଅନୁଭୂତ ହୋଇଥିଲା।



ଜରାଟର ଏକ ଶିଳ୍ପ ସଂସ୍ଥାରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌

 COASTAL NEWS Odia 478

ଜରାଟର ଏକ ଶିଳ୍ପ ସଂସ୍ଥାରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ 



ଗୁଜରାଟ - ଜରାଟର ଏକ ଶିଳ୍ପ ସଂସ୍ଥାରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୨୮ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରୁ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଗୁଜରାଟର ଭରୁଚ ଜିଲ୍ଲା ଜାମ୍ବୁସାର ନିକଟ ଏକ  ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଉକ୍ତ ସମୟରେ କମ୍ପାନୀରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟରତ ଥିଲେ।

 ପ୍ଲାଣ୍ଟର ଏକ ଟାଙ୍କି ଫାଟି ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଫଳରେ ସେଠାରେ ଥିବା କର୍ମଚାରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇ ଉପଜିଲ୍ଲାପାଳ, ଏସ୍‌ପି, ପୁଲିସ୍‌ ଅଧିକାରୀ, ଅଗ୍ନିଶମ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍‌ ଲିକ୍‌ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। ଏହାପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ଉପଜିଲ୍ଲାପାଳ କହିଛନ୍ତି।

Wednesday, August 23, 2023

ଭାରତ ମହାକାଶ ଅଭିଯାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛ

 COASTAL NEWS Odia 477

ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ

<script async custom-element="amp-auto-ads"

        src="https://cdn.ampproject.org/v0/amp-auto-ads-0.1.js">

</script>






ନୂଆଦିଲ୍ଲୀ : ଭାରତ ମହାକାଶ ଅଭିଯାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଏହି ଅବସରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ସଫଳତା ବିକଶିତ ଭାରତର ଶଙ୍ଖନାଦ ଅଟେ।

ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି। ଏବେ ରୋଭର୍ ପ୍ରଜ୍ଞାନ ୧୪ ଦିନ କାଳ ଚନ୍ଦ୍ର ପୃଷ୍ଟରେ ରହି ସେଠାରୁ ତଥ୍ୟ ଭାରତକୁ ପଠାଇବ।

୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ବିକ୍ରମ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ସକ୍ଷମ ହୋଇଛି। ନିଜର ବେଗ କମ୍ କରିବା, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ଓ ସୁରକ୍ଷିତ ଭାବେ ସଫ୍ଟଲ୍ୟାଣ୍ଡିଂ କରିବା ଆଦି ସବୁ କିଛି ସ୍ୱଂୟଚାଳିତ ଢଙ୍ଗରେ ଶେଷ ହୋଇଛି।

ତେବେ ଚନ୍ଦ୍ରଯାନ -୨ ତୁଳନାରେ ଚନ୍ଦ୍ରଯାନ ୩ କେତେ ଭିନ୍ନ। ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ଅଧିକ ମଜବୁତ ଓ ଉନ୍ନତ କରାଯାଇଛି। ଏହା ସବୁପ୍ରକାର ତ୍ରୁଟିର ତତ୍କାଳ ସମାଧାନ ପାଇଁ ସକ୍ଷମ କରାଯାଇଛି। କେବଳ ଏତିକି ନୁହେଁ, ଲ୍ୟାଣ୍ଡର ପାଇଁ ଏଥର ପୂର୍ବାପେକ୍ଷା ବଡ଼ ଆକାରର ଲ୍ୟାଣ୍ଡିଂ ସାଇଟ୍ ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ଉଚ୍ଚ ମାନର ଯନ୍ତ୍ରକୌଶଳ ନିୟୋଜିତ ହୋଇଥିଲା। ପାଖାପାଖି ୪୦୦ କମ୍ପାନୀର ଉଚ୍ଚ ମାନର ଯନ୍ତ୍ରପାତି ଖଞ୍ଜା ଯାଇଥିଲା ଚନ୍ଦ୍ରଯାନ-୩ରେ, ଏଥିରେ ଭୁବନେଶ୍ୱରର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ମଧ୍ୟ ଟେକ୍ନୋଲୋଜି ଯୋଗାଇଥିଲା।

 ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା। ସଫ୍ଟଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭରକୁ ବାହାର କରାଯାଇଛି। ଏବେ ସୁରକ୍ଷିତ ଭାବେ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଏହାକୁ ଗଡ଼ାଇ ବୈଜ୍ଞାନିକମାନେ ତଥ୍ୟ ହାସଲ କରିବେ। ଏହା ଇସ୍ରୋର ବୈଜ୍ଞାନିକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶର ମାନ୍ୟତା ବି ପାଇଛି।






ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ

COASTAL NEWS Odia 476

ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ





ନୂଆଦିଲ୍ଲୀ : ଭାରତ ମହାକାଶ ଅଭିଯାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଏହି ଅବସରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ସଫଳତା ବିକଶିତ ଭାରତର ଶଙ୍ଖନାଦ ଅଟେ।

ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି। ଏବେ ରୋଭର୍ ପ୍ରଜ୍ଞାନ ୧୪ ଦିନ କାଳ ଚନ୍ଦ୍ର ପୃଷ୍ଟରେ ରହି ସେଠାରୁ ତଥ୍ୟ ଭାରତକୁ ପଠାଇବ।

୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ବିକ୍ରମ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ସକ୍ଷମ ହୋଇଛି। ନିଜର ବେଗ କମ୍ କରିବା, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ଓ ସୁରକ୍ଷିତ ଭାବେ ସଫ୍ଟଲ୍ୟାଣ୍ଡିଂ କରିବା ଆଦି ସବୁ କିଛି ସ୍ୱଂୟଚାଳିତ ଢଙ୍ଗରେ ଶେଷ ହୋଇଛି।

ତେବେ ଚନ୍ଦ୍ରଯାନ -୨ ତୁଳନାରେ ଚନ୍ଦ୍ରଯାନ ୩ କେତେ ଭିନ୍ନ। ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ଅଧିକ ମଜବୁତ ଓ ଉନ୍ନତ କରାଯାଇଛି। ଏହା ସବୁପ୍ରକାର ତ୍ରୁଟିର ତତ୍କାଳ ସମାଧାନ ପାଇଁ ସକ୍ଷମ କରାଯାଇଛି। କେବଳ ଏତିକି ନୁହେଁ, ଲ୍ୟାଣ୍ଡର ପାଇଁ ଏଥର ପୂର୍ବାପେକ୍ଷା ବଡ଼ ଆକାରର ଲ୍ୟାଣ୍ଡିଂ ସାଇଟ୍ ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ବହୁ ଉଚ୍ଚ ମାନର ଯନ୍ତ୍ରକୌଶଳ ନିୟୋଜିତ ହୋଇଥିଲା। ପାଖାପାଖି ୪୦୦ କମ୍ପାନୀର ଉଚ୍ଚ ମାନର ଯନ୍ତ୍ରପାତି ଖଞ୍ଜା ଯାଇଥିଲା ଚନ୍ଦ୍ରଯାନ-୩ରେ, ଏଥିରେ ଭୁବନେଶ୍ୱରର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ମଧ୍ୟ ଟେକ୍ନୋଲୋଜି ଯୋଗାଇଥିଲା।

 ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ସାଇଟ୍ ଦୈର୍ଘ୍ୟ ୪ କିଲୋମିଟର ଏବଂ ପ୍ରସ୍ଥ ୨.୪ କିଲୋମିଟର ରହିଥିଲା। ସଫ୍ଟଲ୍ୟାଣ୍ଡିଂ ସଫଳ ହେବା ପରେ ଲ୍ୟାଣ୍ଡର୍ ଭିତରୁ ରୋଭରକୁ ବାହାର କରାଯାଇଛି। ଏବେ ସୁରକ୍ଷିତ ଭାବେ ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଏହାକୁ ଗଡ଼ାଇ ବୈଜ୍ଞାନିକମାନେ ତଥ୍ୟ ହାସଲ କରିବେ। ଏହା ଇସ୍ରୋର ବୈଜ୍ଞାନିକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶର ମାନ୍ୟତା ବି ପାଇଛି।

ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହୋଇଛନ୍ତି ଅଧ୍ୟାପିକା

 COASTAL NEWS Odia 460 

ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହୋଇଛନ୍ତି ଅଧ୍ୟାପିକା


 ମୟୁରଭଞ୍ଜ- ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହୋଇଛନ୍ତି ଅଧ୍ୟାପିକା। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରିଛି ପୁଲିସ।

ଗତ ଜୁଲାଇ ୨୭ ତାରିଖରେ କଲେଜରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟର ପରୀକ୍ଷା ହୋଇଥିଲା। ପରୀକ୍ଷା ଦେବାକୁ ଜଣେ ଛାତ୍ରୀ ଆସିନଥିଲେ। ହେଲେ ଗିରଫ ଅଧ୍ୟାପିକା ତୁଲିକା ଆଶ ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖିବା ସହ ପରୀକ୍ଷା ନିୟନ୍ତ୍ରକଙ୍କ ଜାଲ ଦସ୍ତଖତ ମଧ୍ୟ ମାରି ଦେଇଥିଲେ। ଏନେଇ ପରୀକ୍ଷା ନିୟନ୍ତ୍ରକ କଲେଜ ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ କରିଥିଲେ। କଲେଜ ପ୍ରିନ୍ସପାଲ ଗିରଫ ଅଧ୍ୟାପିକାଙ୍କୁ ଡାକି ପଚରାଉଚରା କରିଥିଲେ।  ପରେ କଲେଜ ପ୍ରିନ୍ସପାଲ ଗିରଫ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିଲେ। ଏହାସହ ଅଧ୍ୟାପିକାଙ୍କ ନାଁରେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡିି ୧୭ ମୃତ

 COASTAL NEWS Odia 474

ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡିି ୧୭ ମୃତ


ଆଇଜଲ,୨୩।୮: ମିଜୋରାମର ଆଇଜଲରେ ଏକ ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା କୁହାଯାଇଛି।

ପୋଲିସର ସୂଚନାନୁସାରେ, ଘଟଣା ସମୟରେ ଏହି ଅଞ୍ଚଳରେ ୩୫-୪୦ ଲୋକ ଥିଲେ। ଏହି ଘଟଣା ଆଇଜଲଠାରୁ ୨୧କିଲୋମିଟର ଦୂରରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମୃତଦେହକୁ ବାହାର କରାଯାଇଥିବା ବେଳେ ଆଉ କିଛି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି।

ଜୀବିତ ଭଳି ସତେଜ ରହିଛି ୪୦୦ବର୍ଷର ସାଧୁଙ୍କ ଶବ

 COASTAL NEWS Odia 473

ଜୀବିତ ଭଳି ସତେଜ ରହିଛି ୪୦୦ବର୍ଷର ସାଧୁଙ୍କ ଶବ




ଗୋଆ --ଦୁନିଆରେ ଆଜିବି ଏମିତି କିଛି ଅଦ୍ଭୁତମୟ ରହସ୍ୟ ଦେଖିବାକୁ ମିଳେ। ଯାହା ଆଜିବି ବିଶ୍ଵରେ ରହସ୍ୟ ଘେରରେ ରହିଆସିଛି। ଠିକ ସେମିତି ଆଶ୍ଚର୍ଯ୍ୟକଲା ଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୋଆର ଚର୍ଚ୍ଚରେ।

ଅନେକ ସମୟରେ ରହସ୍ୟକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଏ। କିଛି କିଛି ଜାଗାରେ ସଫଳତା ମିଳେ ଆଉକିଛି ଲୁଚିଯାଏ। ଗୋଆର ଏକ ରହସ୍ୟମୟ କଥା ଏହାର ଏକ ଉଦାହରଣ। ପ୍ରକୃତରେ ଗୋଆର ଚର୍ଚ୍ଚରେ ୪୫୦ବର୍ଷ ହେଲାଣି ଏକ ମୃତ ଶବକୁ  ରଖାଯାଇଛି। କିନ୍ତୁ ସେ ଶବଟି ଏବେବି ସତେଜ ହୋଇକି ରହିଛି। ଶବଟି କୌଣସି ପ୍ରକାରର ନଷ୍ଟ ନ ହୋଇ କିପରି ରହି ପାରିଛି ଏତେ ବର୍ଷ ତାହା ନିଶ୍ଚୟ ଭାବରେ ମନରେ ଆଗ୍ରହ ସୃଷ୍ଟି କରୁଛି। ସବୁଠୁ ବେଶୀ ଆଶ୍ଚର୍ଯ୍ୟ କରେ ଯେ, ସେହି ଶବଟିରୁ ରକ୍ତ ଝରେ ଆଉ ହଁ ମଣିଷଙ୍କ ପରି ନଖ ମଧ୍ୟ ବଢେ। ଏବେ ଏହା ଆମକୁ ନିଶ୍ଚୟ ଭାବିବାକୁ ବାଧ୍ୟ କରିବ ଯେ, ଏ କୋଉ ଭୂତ କି ପ୍ରେତଙ୍କର ଅଲୌକିକ କାଣ୍ଡ ନୁହଁ। ଏହି ଶରୀରଟି ସ୍ପେନର ଫ୍ରାନ୍ସିସ ଜାଭିୟରଙ୍କର ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।  

ଗୋଆ - ଯିଏ କି ୧୫୦୬ ଖ୍ରୀଷ୍ଟାବ୍ଦ ଏପ୍ରିଲ ୫ରେ ଜନ୍ମ ନେଇଥିଲେ। କୁହାଯାଏ ସେ ଗୋଆରେ ଶାସନ କରୁଥିଲେ ଓ ସେତେବେଳେ ତାଙ୍କୁ ସାଧୁ ବୋଲି ସମସ୍ତେ ମାନୁଥିଲେ। ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ସେ ଥିଲେ ଖ୍ରୀଷ୍ଟଧର୍ମର ପ୍ରଚାରକ। ଲୋକଙ୍କ କହିବା ଅନୁସାରେ ସେ ଅନେକ ଭଲ କାମ କରିଛନ୍ତି। ଦଶ ବର୍ଷ ଭିତରେ ସେଣ୍ଟ ଜାଭିୟର ମିଶନ ସମୟରେ ୫୨ଟି ରାଜ୍ୟରେ ଯୀଶୁଙ୍କ ପ୍ରସାର କରିଥିଲେ। କେବଳ ଭାରତ ନୁହଁ, ଚୀନ ଓ ଜାପାନରେ ମଧ୍ୟ ସେ ନିଜର ଦକ୍ଷତା ଦେଖାଇଥିଲେ। କୁହାଯାଏ ସେ ଏକ ସମୁଦ୍ର ଯାତ୍ରାରେ ଚୀନ ଯାଉଥିଲେ। ଏହି ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ସେ ତାଙ୍କ ଶିଷ୍ୟ ମାନଙ୍କୁ କହିଥିଲେ ସେ ମରିବା ପରେ ତାଙ୍କ ଶବକୁ କବରରେ ରଖିବାକୁ। ଆଉ ଏହି କବରରେ ଥିବା ତାଙ୍କ ଶବ ଆଜିବି ସେମିତି ସତେଜ ହେଇକି ରହିଛି।

ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲା ୨ ଅଧିକାରୀଙ୍କୁ ୫ବର୍ଷ ଲେଖାଏ ଜେଲଦଣ୍ଡ

 COASTAL NEWS Odia 472

   ଶାରଦା  ଚିଟ୍‌ଫଣ୍ଡ ଠକେଇ ମାମଲା ୨ ଅଧିକାରୀଙ୍କୁ ୫ବର୍ଷ ଲେଖାଏ ଜେଲଦଣ୍ଡ


ବାଲେଶ୍ୱର, ୨୩।୮ : ଚିଟ୍‌ଫଣ୍ଡ ଠକେଇ ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଓପିଆଇଡି (ଓଡ଼ିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟ ଅଫ୍‌ ଡିପୋଜିଟର) କୋର୍ଟ ଜଜ୍‌ ବିଶ୍ୱଜିତ ଦାସ ସାରଦା ଚିଟ୍‌ଫଣ୍ଡର ଷ୍ଟେଟ୍‌ କୋଅର୍ଡିନେଟର ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ୱର ବ୍ରାଞ୍ଚ ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉଭୟଙ୍କୁ ୨ଲକ୍ଷ ୪୦ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଜରିମାନା ଅନାଦାୟେ ଅଧିକ ୨ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ଫକୀରମୋହନ ଗୋଲେଇରେ ଥିବା ସୁଧାଞ୍ଜଳି ଟାୱାରରେ ୨୦୧୦ ଜାନୁୟାରୀରେ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍‌ ନାମରେ ଏକ ସଂସ୍ଥା ଖୋଲିଥିଲା। ଏହା ଅଧିକ ସୁଧ ଏବଂ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ରେକରିଂ ଡିପୋଜିଟ୍‌ (ଆର୍‌ଡି) ଓ ଫିକ୍ସଡ ଡିପୋଜିଟ୍‌ (ଏଫ୍‌ଡି) ମାଧ୍ୟମରେ ଟଙ୍କା ଉଠାଉଥିଲେ। ଏହି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଏଜେଣ୍ଟ ଭାବରେ ବ୍ୟବହାର କରାଯାଉଥିଲା। ଜମାକାରୀଙ୍କୁ ପ୍ରଲୋଭିତ କରି ସଂସ୍ଥା ବିଭିନ୍ନ ସ୍କିମ୍‌ ଯଥା ସାରଦା ରିୟଲିଟି ଓ ସାରଦା ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଆଦିରେ ଟଙ୍କା ଲଗାଇ ୨୭୩୫ ଜମାକାରୀଙ୍କଠାରୁ ୪କୋଟି ୧୬ଲକ୍ଷ ଟଙ୍କା ଠକି ନେଇଥିଲା। ୨୦୧୩ ଜାନୁୟାରୀରୁ ସଂସ୍ଥା ଲୋକଙ୍କ ପ୍ରାପ୍ୟ ଟଙ୍କାକୁ ଫେରସ୍ତ ବନ୍ଦ କରିବା ସହ ସେହିବର୍ଷ ଏପ୍ରିଲରୁ ବାଲେଶ୍ୱର ଶାଖା କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଅଫିସ୍‌କୁ ବନ୍ଦ କରିଥିଲା। ଜମାକାରୀମାନେ ବାଧ୍ୟ ହୋଇ କମ୍ପାନୀର ମୁଖ୍ୟ ସୁଦୀପ୍ତ ସେନଙ୍କ ସମେତ ସହଯୋଗୀଙ୍କ ନାମରେ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିଂଲା ଥାନା ଅଧୀନ ସିଂଲା ଅଞ୍ଚଳର ଗିରିଜା ଶଙ୍କର ଦାଶଙ୍କ ଅଭିଯୋଗ ଅନୁସାରେ ବାଲେଶ୍ୱର ଓପିଆଇଡି କୋର୍ଟରେ ସିଟି ମାମଲା(ନଂ.୯(ସି)/୨୦୧୬) ରୁଜୁ କରାଯାଇଥିଲା। ପରେ ଏହା ଇଓଡବ୍ଲ୍ୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ଜଜ୍‌ ବିଶ୍ୱଜିତ ଦାସ ୬୫ଜଣ ସାକ୍ଷ୍ୟ ଓ ୧୪୪ଟି ଦଲିଲ୍‌ ଦସ୍ତାବିଜ୍‌କୁ ଭିତ୍ତିକରି ଉକ୍ତ ସଂସ୍ଥାରେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ବାସୁଦେବ ସାମଲ ଓ ସହଦେବଖୁଣ୍ଟା ମଡେଲ ଥାନା ରାଣୀପାଟଣା ଅଞ୍ଚଳର ବିଚିତ୍ରାନନ୍ଦ ଦାସଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ବାଲେଶ୍ୱର ତହସିଲ ଅଧୀନ ଶ୍ରୀକୋଣା ମୌଜାରେ ୧୩ଏକର ୬୪ ଡିସିମିଲ ଜମିକୁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ ବାଜ୍ୟାପ୍ତି କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା

 COASTAL NEWS Odia 471

ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା



ମାହାଙ୍ଗା - ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ପରେ ଜେଲ ଗଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଏବଂ ପିଇଟି ଶିକ୍ଷକ ଅନୁପମ ରାୟ। ଉଭୟଙ୍କୁ ପୋକସୋ କୋର୍ଟରେ ହାଜର କରିବା ପରେ ପାରାଦୀପ ଜେଲକୁ ପଠାଇ ଦିଆଯାଇଛି। ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ଉଭୟଙ୍କୁ ଗତକାଲି ଗିରଫ କରିଥିଲା ମାହାଙ୍ଗା ପୁଲିସ।

 

ସୂଚନା ଅନୁସାରେ, ୨ ମାସ ତଳେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ  ଘଟିଥିଲା।  ତେବେ  କିଛି ଦିନ ତଳେ ଏକ ଅଡିଓ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ରହିଥିଲା। ପ୍ରମାଣ ନଷ୍ଟ କରିବାକୁ ଓ ମାମଲାକୁ ରଫାଦଫା କରିବାକୁ ଅନୁପମ ରାୟଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗିଥିଲେ। ପୁଲିସକୁ ବି ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ।

ମୃତ ନାବାଳିକାଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲରେ ଖେଳ ଶିକ୍ଷକ ଥିବା ଅନୁପମ ରାୟଙ୍କର ପ୍ରେମ ସଂପର୍କ ଥିଲା ବୋଲି  ସୂଚନା ରହିଛି। ଅଡିଓ ଭାଇରାଲ ହେବା ପରେ ଶରତ ନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରିଥିଲା ବିଜେଡି। ପୁଲିସ ମଧ୍ୟ ସକ୍ରିୟ ହୋଇଯାଇଥିଲା। ଆଉ ମାମଲାର ଖୋଳତାଡ଼ କରିଥିଲା। ଶରତ, କ୍ରୀଡ଼ା ଶିକ୍ଷକ ଅନୁପମ ରାୟ ଓ ତାଙ୍କ ମା’ଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କ ବୟାନ ରେକର୍ଡ କରିଥିଲା। ପରେ ଶେଷରେ ଉଭୟଙ୍କୁ ଗିରଫ କରିଥିଲା।

ଆଜି ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ

 COASTAL NEWS Odia 470

ଆଜି ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂ



ଚନ୍ଦ୍ରୟାନ-୩ର ସଫ୍ଟଲ୍ୟାଣ୍ଡିଂକୁ ସମଗ୍ର ବିଶ୍ୱବାସୀ ଉତ୍କଣ୍ଠାର ସହ ଚାହିଁ ରହିଥିବା ବେଳେ ଏହା କିପରି ସମ୍ଭବ ହେବ ତାକୁ ନେଇ ମନରେ ରହିଛି ଅସମାହିତ ପ୍ରଶ୍ନ । ଏହି ପ୍ରକ୍ରିୟା ଅତି ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିବା ବେଳେ ସଫଳତାର ସହ କିପରି ଲ୍ୟାଣ୍ଡିଂ ପ୍ରକ୍ରିୟା ଶେଷ ହେବ ତାହା ଉପରେ ସମସ୍ତଙ୍କ ନଜର। ତେଣୁ ଆସନ୍ତୁ ଜାଣିବା ଲ୍ୟାଣ୍ଡର୍ ଓ ରୋଭର ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

 

ଚନ୍ଦ୍ରୟାନ-୩ ଲ୍ୟାଣ୍ଡର ଓ ରୋଭରକୁ ମିଶାଇ ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ । ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ । ଛୋଟ କାର୍ ଆକାରର ଲ୍ୟାଣ୍ଡରର ଲମ୍ବ ୨ ମିଟର, ଓସାର ବି ୨ ମିଟର୍ । ଉଚ୍ଚତା ୧.୧୬୬ ମିଟର । ଏଥିରେ ଲାଗିଛି ଏକାଧିକ କ୍ୟାମେରା, ଉନ୍ନତ ସେନ୍ସର । ସୁରକ୍ଷିତ ଅବତରଣ ପାଇଁ ତଳେ ଲାଗିଛି ୪ଟି ଥ୍ରଷ୍ଟର୍ ଏବଂ ୪ଟି ମଜବୁତ ଗୋଡ଼।

ସଫ୍ଟଲ୍ୟାଣ୍ଡିଂ ବେଳେ ୪ଟି ପର୍ଯ୍ୟାୟ ଦେଇ ଗତି କରିବ ଲ୍ୟାଣ୍ଡର୍ । ରଫ୍ ବ୍ରେକିଂ ଫେଜ୍, ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍, ଫାଇନ୍ ବ୍ରେକିଂ ଫେଜ୍ ଏବଂ ଟର୍ମିନାଲ୍ ଡିସେଣ୍ଟ ଫେଜ୍ । ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୫ଟା ୪୫ ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ବେଳେ, ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତାରେ ଖୁବ୍ ଦ୍ରୁତ ଗତିରେ ଯାଉଥିବ ଲ୍ୟାଣ୍ଡର୍। ଏହାର ବେଗ ଥିବ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର। ତେଣୁ ଏହାର ବେଗ କମ୍ କରିବା ପାଇଁ ୪ଟି ଯାକ ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯିବ ।

୩୦ କିଲୋମିଟର ଉଚ୍ଚତାରୁ ଏହା ସିଧା ରଫ୍ ବ୍ରେକିଂ ପର୍ଯ୍ୟାୟରେ ଖସିଆସିବ ୭.୫ କିଲୋମିଟର ଉଚ୍ଚତା ଯାଏଁ। ଏହାପରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୬.୮ କିଲୋମିଟର ଉଚ୍ଚରେ ଥିବ, ସେତେବେଳେ କେବଳ ୨ଟି ପର୍ଯ୍ୟାୟ ଚାଲୁ ରହିବ ଏବଂ ବାକି ୨ଟିକୁ ବନ୍ଦ କରିଦିଆଯିବ। ସେତେବେଳେ ଲ୍ୟାଣ୍ଡରର ବେଗ ୪ ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର ୩୫୦ ମିଟର ଥିବ।

ଏହାପରେ ୮ଶହ ମିଟର ଅଲ୍ଟିଚ୍ୟୁଡରେ ଏହାର ବେଗ ଶୂନ ହୋଇଯିବ ଏବଂ ଏହା ସିଧା ତଳକୁ ଖସିବା ଆରମ୍ଭ କରିବ। ଫାଇନ୍ ବ୍ରେକିଂ ଫେଜ୍ ପରେ ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ ମିଟର ଉଚ୍ଚତାରେ ଥିବ, ସେତେବେଳେ ଏହା ନିଜେ କ୍ୟାମେରା ଓ ସେନ୍ସର ମାଧ୍ୟମରେ ପରଖିବ ଯେ, ତଳେ କୌଣସି ପଥର କିମ୍ବା ଗର୍ତ୍ତ ନାହିଁ ତ ।

ଯଦି ସବୁକିଛି ଠିକ୍ ଥାଏ, ତେବେ ଏହା ସଫ୍ଟଲ୍ୟାଣ୍ଡ କରିବ, ନଚେତ ଆଉ ଏକ ସ୍ଥାନକୁ ବାଛିବ । ପୂରା ପ୍ରକ୍ରିୟା ଘଟିବ ୧୭ ମିନିଟ ୨୧ ସେକେଣ୍ଡରୁ ରୁ ୧୭ ମିନିଟ ୩୨ ସେକେଣ୍ଡ ମଧ୍ୟରେ ।

ଇସ୍ରୋକୁ କରୁଥିଲେ ପରିହାସ, ଏବେ ଚନ୍ଦ୍ରୟାନ -୩କୁ ଲାଇଭ ଦେଖିବାକୁ କରୁଛନ୍ତି ଦାବି

 COASTAL NEWS Odia 469

ଇସ୍ରୋକୁ କରୁଥିଲେ ପରିହାସ, ଏବେ ଚନ୍ଦ୍ରୟାନ -୩କୁ ଲାଇଭ ଦେଖିବାକୁ କରୁଛନ୍ତି ଦାବି

 

ଇସଲାମାବାଦ,୨୩।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ପରିହାସ କରିବା ପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ ମଙ୍ଗଳବାର ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ’କୁ ପ୍ରଶଂସା କରି ଏହାକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି।

ଇମ୍ରାନ୍‌ ଖାନଙ୍କ ଶାସନ ଅଧୀନରେ ଥିବା ପୂର୍ବତନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୱାଦ


ବୁଧବାର ସାରେ ଚନ୍ଦ୍ରୟାନ-୩ର ଚନ୍ଦ୍ରପୃଷ୍ଟରେ ଅବତରଣ କରିବା ବେଳେ ଦେଶରେ ପ୍ରସାରଣ କରିବାକୁ ଦାବି କରିଛନ୍ତି।

ସେ ଟୁଇଟରରେ ଲେଖିଛନ୍ତି ଯେ, ପାକ୍‌ ଗଣମାଧ୍ୟମକୁ ଆସନ୍ତାକାଲି ସନ୍ଧ୍ୟା ୬.୧୫ରେ ଚନ୍ଦ୍ରୟାନର ଚନ୍ଦ୍ର ଅବତରଣକୁ ଦେଖାଇବା ଉଚିତ୍‌। ମାନବଜାତି ପାଇଐତିହାସିକ ମୁହୂର୍ତ୍ତ, ବିଶେଷ କରି ଭାରତର ଲୋକ, ବୈଜ୍ଞାନିକ ଏବଂ ମହାକାଶ ସମ୍ପ୍ରଦାୟ ପାଇଁ ଅନେକ ଅନେକ ଅଭିନନ୍ଦନ।

ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ : ବିଶ୍ୱର ବିକାଶ ଇଞ୍ଜିନ ସାଜିବ ‘ଭାରତ’

 COASTAL NEWS Odia 468

ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ 


: ବିଶ୍ୱର ବିକାଶ ଇଞ୍ଜିନ ସାଜିବ ‘ଭାରତ’

ଜୋହାନ୍ସବର୍ଗ: - ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛନ୍ତି । ବ୍ରିକ୍ସ ବ୍ୟବସାୟୀ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ବିଶ୍ୱବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ବିଶ୍ୱର ବିକାଶ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଏକ ଇଞ୍ଜିନ ହେବ।  ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ବିଶ୍ବ ଅର୍ଥନୀତିରେ ଅସ୍ଥିରତା ସତ୍ତ୍ବେ ଭାରତ ଏ କ୍ଷେତ୍ରରେ ବେଶ୍‌ ଅଭିବୃଦ୍ଧି କରିଛି। ଖୁବ୍ ଶୀଘ୍ର ଭାରତ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆସନ୍ତା ବର୍ଷରେ ଭାରତ ଅଭିବୃଦ୍ଧିର ଇଞ୍ଜିନ ହୋଇ ବିଶ୍ବସମୂହରେ ଉଭା ହେବ। ଏହାର କାରଣ ହେଉଛି ଭାରତ ସଙ୍କଟ ଏବଂ ଅସୁବିଧାକୁ ଆଡ଼େଇ ଏହାକୁ ସୁଯୋଗରେ ପରିଣତ କରିଛି । ଷ୍ଟ୍ରିଟ୍ ବିକ୍ରେତା ଠାରୁ ଆରମ୍ଭ କରି ବଡ ସପିଂ ମଲ୍ ପର୍ଯ୍ୟନ୍ତ ସବୁ ସ୍ତରରେ ଆଜି ବିଶ୍ବର ସମସ୍ତ ଦେଶ ମଧ୍ୟରେ ଭାରତ ହେଉଛି ସର୍ବାଧିକ ଡିଜିଟାଲ୍ କାରବାର କରୁଥିବା ଦେଶ। ଭାରତରେ ବର୍ଷକୁ ଦଶ ହଜାର କିଲୋମିଟର ବେଗରେ ନୂତନ ରାଜପଥ ନିର୍ମାଣ କରାଯାଉଛି। ଗତ ନଅ ବର୍ଷ ମଧ୍ୟରେ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଅଧିକନ୍ତୁ, ପୁଞ୍ଜି ବିନିଯୋଗ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛୁ।

୬୦୦ ଫୁଟ ତଳେ ଅଜ୍ଞାତ ଦୁନିଆ

 COASTAL NEWS Odia 467

୬୦୦ ଫୁଟ ତଳେ ଅଜ୍ଞାତ ଦୁନିଆ


ବେଜିଂ: ଦୁନିଆରେ ଏପରି କିଛି ଜାଗା ରହିଛି, ଯାହା ବାବଦରେ ଏହି ଆଧୁନିକ ଯୁଗରେ ମଣିଷ ଏବେ ବି ବିଜ୍ଞ। ସେହି ସବୁ ଜାଗା ପ୍ରକୃତିର ଶକ୍ତିଶାଳୀ ଜାଗା ମଧ୍ୟରୁ ଗୋଟେ। ଏପରି ଏକ ପ୍ରକୃତିର ଚମତ୍କାର ଚାଇନାରେ ଦେଖିବାକୁ ମିଳିଛି। ସେଠାରେ ଏକ ଗର୍ତ୍ତ ଥିବା ଜଣାପଡିଛି; ଯାହାର ଗଭୀର ୬୦୦ ଫୁଟରୁ ଅଧିକ। ତେବେ ସେହି ଗର୍ତ୍ତକୁ ଦେଖି ଏହା ଜଣାପଡିଛି କି, ତା’ ଭିତରେ ଅନ୍ୟ ଏକ ଦୁନିଆ ରହିଛି। ରିପୋର୍ଟ ମୁତାବକ, ୬୩୦ ଫୁଟର ଏହି ଗର୍ତ୍ତରେ ବିଶାଳ ପ୍ରାଚୀନ ଜଙ୍ଗଲ ଥିବା ଜଣାପଡ଼ିଛି। ଗତବର୍ଷ ମେ’ରେ ବୈଜ୍ଞାନିକଙ୍କ ଏକ ଗୁମ୍ଫା ଅନ୍ବେଷଣ ଟିମ୍‌କୁ ଚାଇନିଜ୍‌ ଜିଓପାର୍କରେ ଏକ ଭୂମିଗତ ରହସ୍ୟ ଜଣାପଡିଥିଲା। ଏହି ଗର୍ତ୍ତକୁ ‘ଟିଆନକେଙ୍ଗ’ ଏବଂ ‘ସ୍ବର୍ଗୀୟ ଗର୍ତ୍ତ’ ବୋଲି କୁହାଯାଉଛି। ଏହା ଦକ୍ଷିଣ-ପଶ୍ଚିମ ଚାଇନାର ଜୁଆଙ୍ଗଜି ଜୁଆଙ୍ଗ ଅଟୋନମଶ ଅଞ୍ଚଳରେ ଥିବା ଲେୟେ ଫେଙ୍ଗସାନ ୟୁନେସ୍କୋ ଗ୍ଲୋବାଲ ଜିଓପାର୍କରେ ରହିଛି। ଏହି ଗୁମ୍ଫା ଦୁନିଆର ସବୁଠୁ ଲମ୍ବା ପ୍ରାକୃତିକ ପୋଲ ଭାବେ ଜଣାଶୁଣା। ଅନୁସନ୍ଧାନକାରୀମାନେ କହିଛନ୍ତି, ଏହି ଗୁମ୍ଫାରେ ଥିବା ପ୍ରାଚୀନ ଜଙ୍ଗଲ ପୂର୍ବରୁ ଅଜ୍ଞାତ ଗଛ ଏବଂ ଜୀବଜନ୍ତୁଙ୍କ ଘର ହୋଇଥାଇପାରେ। ଚାଇନାରେ ଏପରି ଗୁମ୍ଫା ମିଳିବା ପ୍ରଥମ ନୁହେଁ। ଚାଇନା ସରକାରଙ୍କ ନ୍ୟୁଜ୍‌ ଏଜେନ୍ସି ମୁତାବକ, ଏଠାରେ ଆଗରୁ ୩୦ ଗୁମ୍ଫା ମିଳି ସାରିଛି। ଚାଇନା ଜିଓଲୋଜିକାଲ ସର୍ଭେର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କାର୍ଷ୍ଟ ଜିଓଲୋଜିର ବରିଷ୍ଠ ଇଞ୍ଜିନିୟର ଝାଙ୍ଗ ୟୁଆନହାଇ କହିଛନ୍ତି, ଗୁମ୍ଫାରେ ଏକ ଭଲ ସଂରକ୍ଷିତ ଜଙ୍ଗଲ ରହିଛି। ତା’ ଭିତରେ ଆଉ ୩ ଗୁମ୍ଫା ରହିଛି। ଗୁମ୍ଫାର ଦୈଘ୍ୟ ୩୦୩ ମିଟର, ପ୍ରସ୍ତ ୧୫୦ ମିଟର ଏବଂ ଗଭୀର ୧୯୨ ମିଟର। ଏହା ୫ ମିଲିୟନ କ୍ୟୁବିକ୍‌ ଅଞ୍ଚଳରେ ପରିବ୍ୟାପ୍ତ। ଏହାକୁ ସବୁଠୁ ବଡ଼ ଗୁମ୍ଫା ଭାବେ ବର୍ଗୀକରଣ କରାଯାଇପାରିବ। ରିପୋର୍ଟ ମୁତାବକ, ଗୁମ୍ଫାରେ ଥିବା ଗଛର ଉଚ୍ଚତା ୪୦ ମିଟର। ଏହି ଗର୍ତ୍ତ କାରଣରୁ ତଳେ ଜଙ୍ଗଲ ବୃଦ୍ଧି ହେବା ସ୍ବାଭାବିକ।

Tuesday, August 22, 2023

ଅକ୍ଷୟ ତୃତୀୟା

 COASTAL NEWS Odia 466

<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-2998180053173134"

     crossorigin="anonymous"></script>

🙏ଅକ୍ଷୟ ତୃତୀୟା 🙏

🙏ଶ୍ରୀ ପର୍ଶୁରାମ ଜୟନ୍ତୀ 🙏



ପବିତ୍ର ଅକ୍ଷୟ ତୃତୀୟା ଦିନଟି ନିମ୍ନୋକ୍ତ ପୌରାଣିକ କାରଣ ଗୁଡିକ ନିମନ୍ତେ ତତ୍ପର୍ଯ୍ୟପୂର୍ଣ୍ଣ l


ଅକ୍ଷୟ ତୃତୀୟା ଭଗବାନ ପର୍ଶୁରାମ ଙ୍କର ଜନ୍ମ ଜୟନ୍ତୀ l ସେ ଚିରଞ୍ଜିବି ଓ ମହେନ୍ଦ୍ର ଗିରି ଶିଖରରେ ନିତ୍ୟ ନିବାସ କରନ୍ତି l  


ଅକ୍ଷୟ ତୃତୀୟା ମା ମହାଲକ୍ଷ୍ମୀ ଧନ ର ଦେବତା କୁବେର ଙ୍କୁ ସମସ୍ତ ଐଶ୍ୱର୍ଯ୍ୟସମେତ ଅମାପ ସ୍ବର୍ଣ୍ଣ ଦାନ କରିଥିଲେ l


(1)  ଅକ୍ଷୟ ତୃତୀୟା ଦିନ ପ୍ରଳୟ ପରେ ବିଷ୍ଣୁ ମତ୍ସ୍ଯ ଅବତାର ଧାରଣ କରି ବୃକ୍ଷ ଲତା ଗୁଳ୍ମ ଔଷଧି ବୀଜ (ମଞ୍ଜି ) ବ୍ରହ୍ମା ଙ୍କୁ ନୂତନ ସୃଷ୍ଟି ସର୍ଜ୍ଜନା କରିବାକୁ ଦେଇଥିଲେ l


(2)  ଭଗବାନ ଋଷଭ ନାଥ ତପସ୍ୟା ପରେ ରାଜା ସୁଧନ୍ଵl ଙ୍କ ଠାରୁ ଆଖୁରସ ପିଇ ଉପବାସ ଭଙ୍ଗ କରିଥିଲେ l


(3) ଅକ୍ଷୟ ତୃତୀୟା ଦିନ ଗଙ୍ଗା ଗଙ୍ଗୋତ୍ରୀ ଠାରେ ଧରାବତରଣ କରିଥିଲେ l 


(4)  ଅକ୍ଷୟ ତୃତୀୟା ଦିନ ଶ୍ରୀକୃଷ୍ଣ ଦେବୀ ଦ୍ରୌପଦୀ ଙ୍କୁ ଦୁର୍ବାସା ଙ୍କ କୋପ ରୁ ରକ୍ଷା ପାଇବା ନିମନ୍ତେ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ l


(5)  ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠି ରେ ଧାନ ଅନୁକୂଳ କରାଯାଏ l


(6)  ଅକ୍ଷୟ ତୃତୀୟା ଦିନ ଶ୍ରୀ ଜଗନ୍ନାଥ ଙ୍କର ରଥ ନିର୍ମାଣ ଅନୁକୂଳ ହୁଏ l


(7) ଅକ୍ଷୟ ତୃତୀୟା ଦିନ  ସମସ୍ତ ପ୍ରକାରର ଅନୁକୂଳ ଶୁଭ କାର୍ଯ୍ୟ କରିବାକୁ ଏହା ଏକ ପ୍ରଶସ୍ତ ଦିନ l


ଜୟ ଭଗବାନ ଶ୍ରୀ ପର୍ଶୁରାମ l

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l

ଓଁ ନମୋ ଭଗବତେ ବାସୁଦେବାୟ l

ପାକିସ୍ତାନ ରେ ଖରାପ ହେଲା କେବୁଲ କାର୍‌, ହଜାର ଫୁଟ୍ ଉପରେ ଝୁଲୁଛି ୮ ଜୀବନ

 COASTAL NEWS Odia 465

ପାକିସ୍ତାନ ରେ ଖରାପ ହେଲା କେବୁଲ କାର୍‌, ହଜାର ଫୁଟ୍ ଉପରେ ଝୁଲୁଛି ୮ ଜୀବନ

ଫସି ରହିଥିବା ୮ ଜଣଙ୍କ ମଧ୍ୟରେ ରହିଛନ୍ତି ୬ ଶିଶୁ



ଖୈବର ପଖ୍‌ତୁନଖ୍ବା: ପାକିସ୍ତାନର ଖୈବର ପଖ୍‌ତୁନଖ୍ବାରେ ଏକ କେବୁଲ କାରରେ ହଠାତ୍ ତ୍ରୁଟି ଦେଖାଦେଇଛି। ଫଳରେ ଏହି କେବୁଲ କାର୍‌ରେ ବସିଥିବା ୬ ଜଣ ଶିଶୁଙ୍କ ସମେତ ମୋଟ୍‌ ୮ଜଣ ୧୦୦୦ ଫୁଟ୍‌ରୁ ଊର୍ଦ୍ଧ୍ବ ଉଚ୍ଚରେ ଫସି ରହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ମୁତାବକ, ପିଲାମାନେ ସ୍କୁଲ ଯାଉଥିଲେ, ଏହି ସମୟରେ ଗୋଟିଏ କେବୁଲ ଛିଡ଼ି ଯାଇଥିଲା। ଫଳରେ ତାହା ଭୂମିଠାରୁ ପ୍ରାୟ ୧୨୦୦ ଫୁଟ୍‌ ଉପରେ ଓହଳି ରହିଛି। ସେନା ହେଲିକପ୍ଟର କାର୍‌ ପର୍ଯ୍ୟନ୍ତ ପହଞ୍ଚି ସାରିଛି କିନ୍ତୁ ଉଦ୍ଧାର କାର୍ଯ୍ୟର ସ୍ଥିତି ସ୍ପଷ୍ଟ ହୋଇନାହିଁ।


ପାକିସ୍ତାନର ୧୧୨୨ କର୍ମଚାରୀ କେବୁଲ କାରରେ ଫସି ରହିଥିବା ପିଲାମାନଙ୍କୁ ଉଦ୍ଧାର କରିବାକୁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, କେବୁଲ କାର୍ ଏପରି ଏକ ସ୍ଥାନରେ ଅଟକି ରହିଛି ଯେଉଁଠାରେ ହେଲିକପ୍ଟର ବିନା ସାହାଯ୍ୟ କରିବା ପ୍ରାୟ ଅସମ୍ଭବ। ଏହି କେବୁଲଟି ପାହାଡ ଘେରରେ ରହିଥିବା ଏକ ଗଭୀର ଖାଇ ମଧ୍ୟରେ ଓହଳି ରହିଛି। ଏଠାରେ ଦୂର ଗ୍ରାମ ଏବଂ ସହରର ଲୋକମାନେ ପ୍ରାୟତଃ କେବୁଲ୍ କାରରେ ଯାତାୟତ କରନ୍ତି।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-୩।

 COASTAL NEWS Odia 464

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-୩।



ଜହ୍ନ ରାଇଜ ଅଭିମୁଖେ ଆଗେଇ ଚାଲିଛି ଇସ୍ରୋର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରଯାନ-୩। ଅବତରଣ ପାଇଁ ଅବଗଣନା ମଧ୍ୟ ଆରମ୍ଭ ହୋଇଯାଇଛି। କେବଳ ଇସ୍ରୋ କି ଭାରତ ନୁହେଁ ଅବତରଣ ଉପରେ ରହିଛି ପୂରା ବିଶ୍ୱର ନଜର। ଏହି ସ୍ମରଣୀୟ ମୁହୂର୍ତ୍ତର ମୁକସାଖୀ ହେବାକୁ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)।

ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦେଖିପାରିବେ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା। ଏନେଇ ୟୁଜିସି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକୁ ବୁଧବାର ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଇଭଷ୍ଟ୍ରିମିଂର ସ୍ୱତନ୍ତ୍ର ସଭା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛି। ଆସନ୍ତାକାଲି(ଅଗଷ୍ଟ ୨୩) ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଥିବାବେଳେ ୫.୩୦ରୁ ୬.୩୦ ପର୍ଯ୍ୟନ୍ତ ଲାଇଭ୍ ଷ୍ଟ୍ରିମିଂ କରିବାକୁ କହିଛି ୟୁଜିସି। 

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ) ଅନୁଯାୟୀ, ଚନ୍ଦ୍ରୟାନ୍-୩ ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଏଥିପାଇଁ ସନ୍ଧା ୫.୩୦ରୁ ଲାଇଭ ଷ୍ଟ୍ରିମିଂ ପ୍ରକ୍ରିୟା ଆରମ୍ଭ ହେବ। isro.gov.in, ISRO ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ (ଇସ୍ରୋ ଅଫିସିଆଲ୍), ଇସ୍ରୋର ଫେସବୁକ୍ ପେଜ୍ (facebook.com/ISRO) ଏବଂ DD ନ୍ୟାସନାଲ ଟିଭି ଚ୍ୟାନେଲରେ ପୂରା ପ୍ରକ୍ରିୟାର ସିଧାପ୍ରସାରଣ ପ୍ରସାରିତ ହେବ। ଅନ୍ୟପଟେ ଇସ୍ରୋ ଚନ୍ଦ୍ରପୃଷ୍ଠର ଆଉ ଏକ ଆକର୍ଷଣୀୟ ଫଟୋ ଜାରି କରିଛି।

ଲାଣ୍ଡର ବିକ୍ରମର କ୍ୟାମେରା-୪ ଏହି ଫଟୋ କ୍ୟାପ୍ଚର କରିଛି। ଅଗଷ୍ଟ ୨୦ରେ ଲାଣ୍ଡର ଏହି ଦୃଶ୍ୟ ଉତ୍ତୋଳନ କରିଥିବା ଇସ୍ରୋ କହିଛି। ଏନେଇ ଏକ ଭିଡିଓ ମଧ୍ୟ ଜାରିକରିଛି ଇସ୍ରୋ। ସେପଟେ ଗତକାଲି ଚନ୍ଦ୍ରଯାନ-୨ର ଅର୍ବିଟର, ଚନ୍ଦ୍ରଯାନ-୩କୁ ସ୍ୱାଗତ କରିଛି। ୨୦୧୯ରେ ବିଫଳ ହୋଇଯାଇଥିବା ଦ୍ୱିତୀୟ ମୁନ୍ ମିଶନର ଅର୍ବିଟର୍ ଏବେ ବି ଚନ୍ଦ୍ରପୃଷ୍ଠରେ ଘୂରିବୁଲିଛି। ବେଳେ ବେଳେ ଇସ୍ରୋକୁ ଚିତ୍ର ପଠାଇଥାଏ ଅର୍ବିଟର୍। ବର୍ତ୍ତମାନ ଏହି ଅର୍ବିଟର ଚନ୍ଦ୍ରଯାନ-୩ର ଲାଣ୍ଡରକୁ ସ୍ୱାଗତ କରିଛି। ଏହାପରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-୩।

ବ୍ରିକ୍ସ ସମ୍ମିଳନୀ ପାଇଁ ଜୋହାନ୍ସବର୍ଗରେ ଲାଗିଲା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର

 COASTAL NEWS Odia 463

ବ୍ରିକ୍ସ ସମ୍ମିଳନୀ ପାଇଁ ଜୋହାନ୍ସବର୍ଗରେ ଲାଗିଲା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର



 

ଜୋହାନ୍ସବର୍ଗ,୨୨।୮: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗଇ ଲାଭ୍ରୋଭ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ମଙ୍ଗଳବାର ସକାଳେ ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବେ। ଏଥି ସହିତ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି ସିଲଭା ମଧ୍ୟ ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ଏଥି ସହ ଜୋହାନ୍ସବର୍ଗର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ପୋଷ୍ଟର ଲଗାଯାଇଛି। ଦକ୍ଷିଣ ଆଫ୍ରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟ ଏହାକୁ ନେଇ ଉତ୍ସାହିତ ଅଛନ୍ତି।

ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି

 COASTAL NEWS Odia 462

#ସୁନ୍ଦରଗଡ଼ #Kendrapara #aul #Odisha #Bhubaneswar 

ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି 



ସୁନ୍ଦରଗଡ଼ - ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି । ଚାକିରିିର ଲୋଭ ଦେଖାଇ ଝିଅ ମାନଙ୍କୁ ବାହାର ରାଜ୍ୟକୁ କରୁଛନ୍ତି ଚାଲାଣ । ଦଲାଲଙ୍କର ଏହା ନିତିଦିନିଆ କାମ ହେଇଗଲାଣି । ଆଇନକୁ ଭୟ ନାହିଁ ନିର୍ଭୟରେ ଏଭଳି ଅପରାଧ କରିବାକୁ ପଛାଉ ନାହାନ୍ତି କିଛି ଦଲାଲ । କମ ବୟସର ଝିଅ ମାନଙ୍କୁ କାମ ଦେବା ଆଳରେ ଦଲାଲି କରୁଛନ୍ତି । ତେବେ ସୁନ୍ଦରଗଡ଼ରେ ଝିଅ ଚାଲାଣ ଥମୁନି। ଦଲାଲମାନେ ଗାଁର କମ ବୟସର ଝିଅ ଏବଂ ଯୁବତୀମାନଙ୍କୁ ଭଲ ରୋଜଗାର ଓ ନିଯୁକ୍ତିର ଲୋଭ ଦେଖାଇ ବାହାର ରାଜ୍ୟକୁ ବିକ୍ରି କରୁଛନ୍ତି। ସମାନ ଭାବେ ସୁନ୍ଦରଗଡ଼ରୁ ନାବାଳିକା ଚାଲାଣର ଆଉ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି।

ଜଣେ ବାପାମା ଛେଉଣ୍ଡ ଝିଅକୁ ବର୍ଷେ ତଳେ ୫ ଲକ୍ଷ ଟଙ୍କାରେ ଗୁଜରାଟ ଚାଲାଣ କରାଯାଇଥିଲା। କିନ୍ତୁ ଉକ୍ତ ଝିଅ ସେଠାରୁ କୌଶଳ କରି ସୁନ୍ଦରଗଡ଼ ଚାଲିଆସିଥିଲେ । ପରେ ତାଙ୍କ ସହ ହୋଇଥିବା ଘଟଣା ବିଷୟରେ ଏସପିଙ୍କୁ ଭେଟି ଅଭିଯୋଗ କରିବା ପରେ ଚାଲାଣ କଥା ଜଣାପଡ଼ିଛି । ତେବେ ନାବାଳିକାଙ୍କୁ କୌଣସି ବାହାର ଦଲାଲ ନୁହେଁ, ସଦର ବ୍ଲକ୍ ବିରବିରା ପଞ୍ଚାୟତର ଜଣେ ମହିଳା ସରପଞ୍ଚ ବିକ୍ରି କରିଥିବା ଜଣା ପଡ଼ିଛି । ସିଲେଇ ତାଲିମ ଦିଆଯିବ କହି ସୁଦୂର ଗୁଜୁରାଟ ଅହମଦାବାଦ ପଠାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ଧରୁଆଡିହି ଥାନା ପୁଲିସ, ସରପଞ୍ଚ ଓ ଝିଅ ଜଣଙ୍କୁ ବନ୍ଦୀ କରି ରଖିଥିବା ଗୁଜରାଟର ଏକ ଦମ୍ପତିଙ୍କ ନାମରେ ଭାରତୀୟ ଦଣ୍ଡବିଧି ଅଧିନିୟମର ଧାରା ୩୭୦(୪), ୩୪ରେ ମାମଲା ରୁଜୁ କରିଛି । ଗିରଫ ଭୟରେ ସରପଞ୍ଚ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ ନାବାଳିକା ଜଣଙ୍କ ଗାଁକୁ ଆସିବା ପରେ ପ୍ରଥମେ ଧରୁଆଡିହି ଥାନାକୁ ଯାଇଥିଲେ, କିନ୍ତୁ ପୁଲିସ ଏପରି ଏକ ସମ୍ବେଦନଶୀଳ ଅଭିଯୋଗକୁ ଗ୍ରହଣ କରି ନଥିଲା । ପରେ ଏସପି ନିର୍ଦ୍ଦେଶ ଦେବାରୁ ଥାନାରେ ମାମଲା ରୁଜୁ ହୋଇଛି । ପିଲାଦିନୁ ବାପାମାଙ୍କୁ ହରାଇ ଏକାକି ରହୁଥିବା ଝିଅ ରାସନ ଆଦି ସହାୟତା ପାଇଁ ବିରବିରା ସରପଞ୍ଚ ଦଲରସା ଗୁଡ଼ିଆଙ୍କ ପାଖକୁ ବାରମ୍ବାର ଯାଉଥିଲେ। ଏହି ସମୟରେ ତାକୁ ରୋଜଗାରକ୍ଷମ କରିବାକୁ ଝାରସୁଗୁଡ଼ାର ଏକ ସିଲେଇ ତାଲିମ କେନ୍ଦ୍ରରେ ଭର୍ତ୍ତି କରିଦେବେ ବୋଲି ସରପଞ୍ଚ କହିଥିଲେ। ଏହା ପରେ ଝିଅର ମନରେ ବିଶ୍ବାସ ଜନ୍ମାଇ ଗତ ୨୦୨୨ ଜୁଲାଇ ମାସରେ ଝାରସୁଗୁଡ଼ା ପୁରୁଣାବସ୍ତିର ବିନୟ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଛାଡ଼ିଥିଲେ ଉକ୍ତ ସରପଞ୍ଚ । କିନ୍ତୁ ବିନୟ ବଡ଼ ସିଲେଇ କେନ୍ଦ୍ରରେ ତାଲିମ ଦେବ କହି ଟ୍ରେନ ଯୋଗେ ଝିଅ ଜଣଙ୍କୁ ଗୁଜରାଟ ନେଇ ଯାଇଥିଲା । କିନ୍ତୁ ଗୁଜରାଟର ଅହମଦାବାଦ୍ ରେ ପହଞ୍ଚିବା ପରେ ସେ ଠକି ଯାଇଥିବା ଜାଣିପାରିଲେ।

ଅହମଦାବାଦରେ ରହୁଥିବା ବିନୟ ତାଙ୍କୁ ନିଜ ଘର କାମ କରିବାକୁ ବାଧ୍ୟ କରିଥିଲେ। ବିନୟଙ୍କ ପତ୍ନୀ ସୁନିତା ତାଙ୍କୁ ଭୋର ୫ଟାରୁ ରାତି ୯ଟା ଯାଏ ଖଟାଉଥିଲେ। ତାଙ୍କୁ ମାତ୍ର ୭ ଶହ ଟଙ୍କା ପାରିଶ୍ରମିକ ମିଳୁଥିଲା। ସରପଞ୍ଚ ଝିଅକୁ ବିକି ୫ ଲକ୍ଷ ଟଙ୍କା ନେଇ ସାରିଛି, ତେଣୁ ତାକୁ ଯେମିତି ହେଉ କାମ କରିବାକୁ ହେବ ବୋଲି ବିନୟ ଓ ସୁନିତା କହୁଥିଲେ। କାମରେ କିଛି ଭୁଲ ହେଲେ ତାଙ୍କୁ ସୁନିତା ମାଡ଼ ମାରୁଥିଲେ। ଦିନେ ନାବାଳିକା ଘରକୁ ଫେରିଯିବେ ବୋଲି କହିବାରୁ ତାଙ୍କୁ ୬ ମାସ ଘରେ ନଜରବନ୍ଦୀ କରି ରଖାଯାଇଥିଲା । କିନ୍ତୁ ସେ ବହୁତ କନ୍ଦାକଟା କରିବା ସହ ଥରେ ଗାଁକୁ ଯାଇ ପୁଣି ଫେରିବ ବୋଲି କହିବା ପରେ ୨୦୨୩ ଜୁଲାଇରେ ତାଙ୍କୁ ଗାଁକୁ ଛଡ଼ା ଯାଇଥିଲା ।

ସେ ଗାଁକୁ ଆସିବା ପରେ ସରପଞ୍ଚ ଦଲରସା ଗୁଡ଼ିଆ ପୁଣି ଗୁଜରାଟ ଯିବାକୁ ବାଧ୍ୟ କରିଥିଲେ। ଏପରିକି ବିନୟ ସରପଞ୍ଚଙ୍କୁ କଲ୍ କରି ଝିଅକୁ ନେବାକୁ ଝାରସୁଗୁଡ଼ା ଆସିବେ ବୋଲି କହୁଥିଲେ। ଏଥିରେ ଭୟଭୀତ ଝିଅ ଗାଁର ଗୋଲାପି ନାଏକ ନାମ୍ନି ଜଣେ ମହିଳା ନେତ୍ରୀଙ୍କୁ କାନ୍ଦି କାନ୍ଦି ସମସ୍ତ କଥା ଜଣାଇଥିଲେ। ପରେ ଗୋଲାପିଙ୍କ ସହ ଧରୁଆଡିହି ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଝିଅର ଅଭିଯୋଗ ନଶୁଣି ତାକୁ ଫେରାଇ ଦେବାରୁ ଗତ ୫ ତାରିଖରେ ଏସପିଙ୍କୁ ଜଣାଇଥିଲେ । ଏହା ପରେ ଧରୁଆଡିହି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ନାବାଳିକାଙ୍କ ୧୬୪ ବୟାନ ରେକର୍ଡ କରି ସଦରଥାନା ନିକଟ ଆଭା ଆସ୍ଥା ଗୃହରେ ରଖାଯାଇଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏହି ଚାଲାଣକୁ ରୋକାଯାଇ ପାରୁ ନାହିଁ । ଏ ଝିଅ ଜଣଙ୍କ ସିନା କୌଶଳ କରି ଫେରି ଆସିଲେ ତେବେ ଅନେକ ଝିଅ ଏପରି ଅଛନ୍ତି ଯେଉଁମାନେ ଏଭଳି ଦଲାଲିର ଶିକାର ହେଉଛନ୍ତି । ତେବେ ଏହି ଚାଲାଣକୁ ରୋକାଯାଇ ପାରିଲେ ଅନେକ ଝିଅଙ୍କ ଜୀବନ ଉଦ୍ଧାର ହୋଇପାରନ୍ତା ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...