AFFILIATE MARKETING

https://binomo.com?a=90810425bb57&t=0

Thursday, August 10, 2023

ବିବାହ କରିବା ଭୋଜି ରେ ଅତିଥି ଭାଲୁ

 ବିବାହ କରିବା ଭୋଜି ରେ ଅତିଥି ଭାଲୁ 



ଓ୍ବାଶିଂଟନ: ନିମନ୍ତ୍ରିତ ଅତିଥିମାନେ ବିବାହ ଭୋଜିରେ ଯୋଗଦେବା ସାଧାରଣ କଥା। କିଛି ଲୋକ କେବଳ ଖାଦ୍ୟ ଲୋଭରେ ବିବାହ ଭୋଜିକୁ ଆସିଥାନ୍ତି। ଏହି ବିଷୟରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବି ଦେଖିଥିବେ। ମାତ୍ର କେବେ ଭାବିଛନ୍ତି କିମ୍ବା ଦେଖିଛନ୍ତି ଏକ ଭାଲୁ ମଧ୍ୟ ବିବାହ ଭୋଜିକୁ ଆସି ଖାଦ୍ୟ ଖାଇବାର। ଆମେରିକାର ଏକ ବିବାହ ଉତ୍ସବରେ ଏମିତି ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ଏକ ଭାଲୁ ବିବାହରେ ପ୍ରବେଶ କରି ଅତିଥିମାନଙ୍କ ସାମ୍ନାରେ ସେମାନଙ୍କ ପାଇଁ ପ୍ରସ୍ତୁତ ମିଠା ସବୁ ଖାଇଦେଲା।

ନିକଟରେ ବ୍ରେଣ୍ଡନ ମାର୍ଟିନେଜ ଏବଂ କେଲିନ ମ୍ୟାକ୍ରୋସି-ମାର୍ଟିନେଜ କଲରାଡୋର ବୋଲ୍ଡର୍‌ କାଉଣ୍ଟିରେ ବିବାହ କରିଥିଲେ। ମାର୍ଟିନେଜ ଏହି ବିବାହ ସହ ଜଡ଼ିତ ଅନେକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଏବଂ ତାଙ୍କ ସ୍ବାମୀ ବିବାହ କରିଥିବା ନଜର ଆସିଛନ୍ତି। କିନ୍ତୁ ଗୋଟିଏ ଫଟୋ ସବୁଠାରୁ ଚକିତକର ବିଷୟ। ଏହି ଫଟୋରେ, ଭାଲୁ ବିବାହ ସ୍ଥାନ ଭିତରେ ରହିଥିବା ଦେଖିବାକୁ ମିଳିଛି।

ଫଟୋ ପୋଷ୍ଟ କରି ସେ କ୍ୟାପଶନ ଲେଖିଛନ୍ତି, ଶେଷରେ ଏକ ଭାଲୁ ଆମର ମିଠା ଖାଇଲା। ଫଟୋରେ ଭାଲୁ ଏକ ଟେବୁଲ ଉପରେ ବସି ଖୁସିରେ ମିଠା ଖାଉଥିବା ଦେଖିବାକୁ ମିଳିଛି । ଏହା ସ୍ପଷ୍ଟ ଯେ କେହି ଭାଲୁ ନିକଟକୁ ଯିବାକୁ ସାହସ କରିନାହାନ୍ତି। କାରଣ ଏହି ସ୍ଥାନଟି ସମ୍ପୂର୍ଣ୍ଣ ଖାଲି ଦେଖାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ହାଇସ୍କୁଲ ଦିନରୁ ଏହି ଦୁଇ କପଲ ପରସ୍ପରକୁ ଭଲ ପାଉଥିଲେ। ସେମାନଙ୍କ ବିବାହ ସମୟରେ ଏତେ ବର୍ଷା ହେଉଥିଲା ଯେ, ସେମାନଙ୍କୁ ଛତା ତଳେ ଠିଆ ହୋଇ ବିବାହ କରିବାକୁ ପଡ଼ିଲା। ଏହା ପରେ ଭାଲୁ ସହ ଏହି ଘଟଣା ଘଟିଥିଲା। ଯେଉଁ କାରଣରୁ ବିବାହଟି ସମ୍ପୂର୍ଣ୍ଣ ସ୍ମରଣୀୟ ହୋଇରହିଗଲା।

ନବଦମ୍ପତି କହିଛନ୍ତି, ତୁରନ୍ତ କର୍ମଚାରୀମାନେ ଆସି ପହଞ୍ଚି ଭାଲୁକୁ ଗୋଡ଼ାଇଥିଲେ। ଯେପରି କାହାରି କିଛି କ୍ଷତି ନ ହୁଏ। କନ୍ୟା କହିଛନ୍ତି, ଭାଲୁଟି ପୂରା ଟେବୁଲରେ ଥିବା ପ୍ଲେଟ୍‌କୁ ଚାଟି ସଫା କରିଦେଇଛି। ସେମାନେ କେବଳ ଏହି ଦୃଶ୍ୟ ଦେଖୁଥିଲେ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରାଜ୍ୟରେ ‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ

 ରାଜ୍ୟରେ ‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ 



ଭୁବନେଶ୍ବର - ରାଜ୍ୟରେ ‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ ହୋଇଛି । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଆରମ୍ଭ କରିଛନ୍ତି । ଏହା ଦ୍ବାରା ସମସ୍ତଙ୍କ ସହଯୋଗରେ ଜନଜାତିମାନଙ୍କ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ । ଏହା ସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଏହି ଯୋଜନା ସହିତ ଯୋଡ଼ି ଜନଜାତିମାନଙ୍କ ଜୀବିକାରେ ସ୍ଥାୟିତ୍ବ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସର୍ଭେ ହୋଇ ନ ଥିବା ଜଙ୍ଗଲ ଗାଁଗୁଡ଼ିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ମୋ ଜଙ୍ଗଲ ଜମି‌ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ । କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବଞ୍ଚିତ ନ ହେବ, ତାହାକୁ ସୁନିଶ୍ଟିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଜଙ୍ଗଲ ସମ୍ପଦର ନିରନ୍ତର ବିକାଶ ଦିଗରେ ଜନଜାତିମାନଙ୍କର ଅବଦାନକୁ ଏହା ମାଧ୍ୟମରେ ସ୍ବୀକୃତି ପ୍ରଦାନ କରାଯିବ। ଜଙ୍ଗଲ ଜମି ଅଧିକାର ପ୍ରଦାନରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏପର୍ଯ୍ୟନ୍ତ ୪ ଲକ୍ଷ ୫୦ ହଜାର ଜନଜାତି ଓ ବନବାସୀ ପରିବାରକୁ ଜଙ୍ଗଲ ଜମି ଉପରେ ସତ୍ତ୍ବ ପ୍ରଦାନ କରାଯାଇଛି। ସେହିପରି ୪ ହଜାରରୁ ଅଧିକ ଗ୍ରାମସଭାକୁ ଗୋଷ୍ଠୀ ଅଧିକାର ଦିଆଯାଇଛି ।

ଏହା ସହିତ ସର୍ଭେ ହୋଇ ନଥିବା ଜଙ୍ଗଲ ଗାଁଗୁଡ଼ିକୁ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି। ପ୍ରଥମରୁ ତାଙ୍କ ସରକାର ଜନଜାତିମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ । ୨୦୦୦ ମସିହାରେ ତାଙ୍କ ସରକାର ଯେତେବେଳେ ପ୍ରଥମେ ଓଡ଼ିଶାରେ ସେବାର ଦାୟିତ୍ବ ଗ୍ରହଣ କଲା, ସେତେବେଳେ ତାଙ୍କ ସରକାରର ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ପଞ୍ଚାୟତମାନଙ୍କୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଅଧିକାର ପ୍ରଦାନ। ଆଜି ଏ ଦିଗରେ ଅନେକ କାମ ହୋଇଛି। ଜନଜାତିମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ମଧ୍ୟ ଅର୍ଜନ କରିପାରିଛନ୍ତି।

ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଉନ୍ନୟନ କମିସନର ଅନୁ ଗର୍ଗ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଯୋଜନାରେ ସାମିଲ ହୋଇଥିବା ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ମୟୁରଭଞ୍ଜର କପୁର ମାର୍ଣ୍ଡି, କନ୍ଧମାଳର ନରେନ୍ଦ୍ର ମଲ୍ଲିକ ଓ ରାୟଗଡ଼ାର ସୁରେଶ ଚନ୍ଦ୍ର ୱାଡାକା ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ୟୁଏନ୍‌ଡିପି, ବେସରକାରୀ ଅନୁଷ୍ଠାନ ବସୁନ୍ଧରା, ପ୍ରଦାନ ଆଦି ସଂସ୍ଥାର ପ୍ରତିନିଧି ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସଚିବ ରୂପାରୋଶନ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି




କରାଚି - ରାତି ଅଧରେ ପାକିସ୍ତାନରେ ଦେଖିବାକୁ ମିଳିଛି ହାଇଡ୍ରାମା। ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜେଲ୍‌ ଚାରିକାନ୍ଥରେ ଥିବା ବେଳେ ଗତକାଲି ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ । ତେବେ ଏବେ ଜେଲ୍‌ରେ ବନ୍ଦୀ ଥିବା ୭୦ ବର୍ଷ ବୟସ୍କ ଇମ୍ରାନ ଖାନ ପୁଣି ଥରେ ନିର୍ବାଚନ ଲଢ଼ି ପାରିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି। ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାର ୩ ଦିନ ପୂର୍ବରୁ ଭଙ୍ଗା ଯାଇଛି। ଏଥିସହ ଶାହବାଜ ଶରିଫଙ୍କ ଶାସନ କାଳ ମଧ୍ୟ ଶେଷ ହୋଇଛି। ସେ ଗତକାଲି ଶେଷଥର ସଂସଦରେ ନିଜ ଭାଷଣ ରଖିଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ସଂସଦ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ। ପାକିସ୍ତାନ ସମ୍ବିଧାନ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସୁପାରିସ୍‌ର ୪୮ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନ କଲେ ତାହା ଆପେ ଆପେ ଭାଙ୍ଗି ଯାଇଥାଏ । ଆସନ୍ତା ୩ ଦିନ ମଧ୍ୟରେ ଦେଶର କେୟାରଟେକର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇ ନ ପାରିଲେ ଗୃହର ସ୍ପିକରଙ୍କ ଦ୍ୱାରା ଗଠିତ ସମିତି ନିକଟକୁ ଏହି ମାମଲା ପଠାଯିବ । ଉକ୍ତ ସମିତି ୩ ଦିନ ମଧ୍ୟରେ ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀଙ୍କ ନାଁରେ ମୋହର ଲଗାଇବ ।

ହେଲେ ବାଚସ୍ପତିଙ୍କ ଦ୍ୱାରା ଗଠିତ ସମିତି ବି ଏନେଇ କୌଣସି ନିଷ୍ପତ୍ତି ନେଇ ନ ପାରିଲେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିବା ପ୍ରାର୍ଥୀଙ୍କ ନାଁ ନିର୍ବାଚନ କମିଶନରଙ୍କ ନିକଟକୁ ପଠାଯିବ । ନିର୍ବାଚନ କମିଶନର ୨ ଦିନରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ରାଷ୍ଟ୍ରପତି ଅଲ୍ଲୀ ନିଜ କାର୍ଯ୍ୟକାଳ ଭିତରେ ଦ୍ୱିତୀୟ୍ ଥର ପାଇଁ ସଂସଦ ଭଙ୍ଗ କରିଛନ୍ତି। ଏହାପୂର୍ବରୁ ଗତବର୍ଷ ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରସି କ୍ରମେ ପାକିସ୍ତାନ ସଂସଦକୁ ଭଙ୍ଗ କରିଥିଲେ। କିନ୍ତୁ ପରେ ସୁପ୍ରିମକୋର୍ଟ ତାହା ଉପରେ ରୋକ ଲଗାଇଥିଲେ।

ତୋଷଖାନା ମାମଲାରେ ଇସାଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷର ଜେଲଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହାପରେ ଶନିବାରଠାରୁ ପୁଲିସ୍‌ ତାଙ୍କୁ ଗିରଫ କରିବା ସହ ଜେଲକୁ ପଠାଇ ଦେଇଛି । ତଳ କୋର୍ଟର ଏହି ରାୟ ବିରୋଧରେ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି।

ଇମ୍ରାନ ଖାନ ଏବେ ଜେଲ୍‌ରେ ଥିବା ବେଳେ ରାଜନୈତିକ କ୍ୟାରିଅର ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ନିର୍ବାଚନ କମିଶନର ଆସନ୍ତା ୫ ବର୍ଷ ଇମ୍ରାନଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ୍‌ ଲଗାଇ ଦେଇଛନ୍ତି।

ଇମ୍ରାନ ଖାନ ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛନ୍ତି। ଏପରିକି ଟ୍ରାଏଲ କୋର୍ଟ ଦ୍ୱାରା ତାଙ୍କୁ ଦିଆଯାଇଥିବା ଦଣ୍ଡାଦେଶ ଏକ ପାଖିଆ ରାୟ ବୋଲି ସେ ଅଭିଯୋଗ କରିଛନ୍ତି। ଏହା ନ୍ୟାୟିକ ପ୍ରକ୍ରିୟା ଉପରେ ଶକ୍ତ ଚାପୁଡ଼ା ମାରିବା ସଦୃଶ ହୋଇଥିବା ବେଳେ ତାହାର ମଜାକ ଉଡ଼ା ଯାଇଥିବା ସେ ଅଭିଯୋଗ କରିଛନ୍ତି।

ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ

  ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ



ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ୟୁଭି ୧୨ ଖାଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମ ସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ।

ସୂଚନା ଅନୁସାରେ ମଦପ୍ୟ ବାପା ଓ ପୁଅ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ବାପା ରାଗିଯାଇ ଏକ କୋଦାଳରେ ପୁଅକୁ ଆକ୍ରମଣ କରିଥିଲା ।ଯାହା ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲା । ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ । ହତ୍ୟାକାରୀ ବାପା ହେଲେ ବିପୁଲ ରାୟ ।

ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ

 ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ



ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ୟୁଭି ୧୨ ଖାଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମ ସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ।

ସୂଚନା ଅନୁସାରେ ମଦପ୍ୟ ବାପା ଓ ପୁଅ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ବାପା ରାଗିଯାଇ ଏକ କୋଦାଳରେ ପୁଅକୁ ଆକ୍ରମଣ କରିଥିଲା ।ଯାହା ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲା । ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ । ହତ୍ୟାକାରୀ ବାପା ହେଲେ ବିପୁଲ ରାୟ ।

ପାରିପାରିକ କଳହକୁ ନେଇ ପୁରୀରେ ଏକ ହତ୍ୟାକାଣ୍ଡ

 ପାରିପାରିକ କଳହକୁ ନେଇ ପୁରୀରେ ଏକ ହତ୍ୟାକାଣ୍ଡ 



ପୁରୀ,୧୦।୮-ପାରିପାରିକ କଳହକୁ ନେଇ ପୁରୀରେ ଏକ ହତ୍ୟାକାଣ୍ଡ ଘଟିଛି। ମଉସା ଛୁରିରେ ଆକ୍ରମଣ କରିବାରୁ ପୁତୁରାଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ୱଶୁର ଘର ଲୋକ ଗୁରୁତର ଆହତ ହୋଇଛନ୍ତି। କୁମ୍ଭାରପଡା ଥାନା ଅନ୍ତର୍ଗତ ପୁରୀ ଉପରମାଳି ସାହି ତାତାମ୍ବରୀ ଆଖଡା ମଠ ନିକଟରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଉଛନ୍ତି ଉପର ମାଳି ସାହିରେ ଭଡ଼ା ଘରେ ରହୁଥିବା ଛଇତନା ଅଧୀନ ଗଇଣ୍ଡୋଳ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ (୨୨)। ସେହିପରି ଆକ୍ରମଣରେ ସୌମ୍ୟରଞ୍ଜନଙ୍କ ବାପା, ମା, ମାଉସୀ, ଆଇ ଆଦି ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ସୌମ୍ୟରଞ୍ଜନଙ୍କ ମଉସା ତଥା ଉକ୍ତ ଥାନା ଅନ୍ତର୍ଗତ ପୁରୀ ଉପରମାଳି ସାହିର ନୃସିଂହ ମହାନ୍ତି। ଏ ନେଇ ସୌମ୍ୟରଞ୍ଜନଙ୍କ ପରିବାରପକ୍ଷରୁ ହୋଇଥିବା ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୧୭୧/୨୩) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ତେବେ ନୃସିଂହଙ୍କ ସ୍ତ୍ରୀ ନନ୍ଦିନୀ ମହାନ୍ତିଙ୍କ କହିବା ଅନୁଯାୟୀ, ତାଙ୍କ ସ୍ବାମୀ ଅଧିକାଂଶ ସମୟ ନିଶା ଖାଇ ଅସଭ୍ୟ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ସହ ସନ୍ଦେହ କରି ମାରପିଟ କରନ୍ତି। କିଛି ବର୍ଷ ହେବ ତାଙ୍କ ଦୁହିଁଙ୍କ ମଧ୍ୟରେ କୋର୍ଟରେ କେସ୍‌ ଚାଲିଛି। ଏପରିକି ନୃସିଂହଙ୍କ ନିର୍ଯାତନା ସହି ନପାରି ନନ୍ଦିନୀ ବାପଘରେ ଆସି ରହୁଥିଲେ। ତାଙ୍କ ବାପଘର ପାଖରେ ତାଙ୍କ ଭଉଣୀ ମଧ୍ୟ ଭଡ଼ାଘର ନେଇଛନ୍ତି। ଯେଉଁଠାରେ ତାଙ୍କ ଭଉଣୀଙ୍କ ପୁଅ, ଝିଅ ରହି ପାଠ ପଢୁଥିଲେ। ତେବେ ତାଙ୍କ ଭଉଣୀ ଜଣେ ଅଙ୍ଗନଓ୍ବାଡି କର୍ମୀ ହୋଇଥିବାରୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମଙ୍ଗଳବାର ରାତିରେ ପୁରୀ ଆସିଥିଲେ। ତେବେ ନୃସିଂହ ବୁଧବାର ସକାଳେ ତାଙ୍କ ଘରକୁ ଆସି ନନ୍ଦିନୀ ଓ ପରିବାର ଲୋକଙ୍କ ପାଟିତୁଣ୍ଡ କରିବା ସହ ମାରିଦେବା ପାଇଁ ଧମକ ଦେଇଥିଲା। ତେବେ ଏ ଘଟଣାକୁ ନେଇ ନୃସିଂହ ପାଖକୁ ନନ୍ଦିନୀଙ୍କ ଭଉଣୀ, ଭିଣେଇ, ବାପା, ଭାଇ, ସୌମ୍ୟରଞ୍ଜନ ଯାଇ ପାଟିତୁଣ୍ଡ କରିଥିଲେ। ଏଥିରେ ନୃସିଂହ ଉତ୍ତ୍ୟକ୍ତ ହୋଇ ଅପରାହ୍ନ ୨ଟାରେ ଶ୍ୱଶୁରଘରକୁ ଯାଇ ଏକ ଧାରୁଆ ଛୁୁରି ଧରି ପରିବାରର ୫ଜଣଙ୍କୁ ଆକ୍ରମଣ କରିଥିଲା। ଫଳରେ ସୌମ୍ୟରଞ୍ଜନଙ୍କ ସମେତ ୫ଜଣ ଗୁରୁତର ହୋଇଥିଲେ। ତେବେ ସମସ୍ତଙ୍କୁ ଚିକିତ୍ସା ପାଇଁ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସୌମ୍ୟଙ୍କୁ ଡାକ୍ତର ମୃତ ଘୋଷଣା କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିବା ବେଳେ ଅନ୍ୟ ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅପରପକ୍ଷେ ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ନୃସିଂହଙ୍କୁ ଗିରଫ କରିଛି।

ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ

ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ 



ଶିମିଳିପାଳ - ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ । ବନ୍ଧୁକ ମୁନରେ ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଏଥିପାଇଁ ଗତ କିଛି ମାସ ମଧ୍ୟରେ ଶିମିଳିପାଳରେ ଗଡ଼ିଲାଣି ୨ ବନ କର୍ମଚାରୀଙ୍କ ମୁଣ୍ଡ।

ଏହାପରେ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଯାହା ମିଳିଛି ସମସ୍ତଙ୍କ ଆଖି ତାଟକା ହୋଇ ଯାଇଛି। ସର୍ଚ୍ଚ ଅପରେସନ ବେଳେ ଶିମିଳିପାଳରୁ ୨୧ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୧୬୫ ବନ୍ଧୁକ ।

ଏନେଇ ସୂଚନା ଦେଇ ମୟୂରଭଞ୍ଜ ଏସ୍ ପି ବି. ଗଙ୍ଗାଧର କହିଛନ୍ତି, ମୟୂରଭଞ୍ଜର ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ପରେ ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରଯାଇଛି । ଏଥିସହ ୫୦୦ ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଛି । ତେବେ ଏହି ଶିକାରୀମାନେ ଏତେ ପରିମାଣର ଅସ୍ତ୍ର କେଉଁଠୁ ଆଣିଲେ, କିଏ ଏହାକୁ ଯୋଗାଉଥିଲା ସେ ନେଇ ଖୋଳତାଡ ଚାଲିଛି।

ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟରେ ଶିକାରୀମାନେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ଗତ ମେ’ ମାସରେ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଏହା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହାପରେ ଶିମିଳିପାଳର ୬ ଶହ ସୁରକ୍ଷା ସହାୟକ(ଠିକା ବନ କର୍ମଚାରୀ) ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଦୁଇଟି ଡିଭିଜନରେ ଥିବା ମୋଟ ୧୬ଟି ରେଞ୍ଚକୁ ପୁଲିସ୍‌ କର୍ମଚାରୀ ଜଗିଥିଲେ। ଏଥିସହ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ବେଳେ ୩୦ରୁ ଅଧିକ ବନ୍ଧୁକ ମିଳିଥିଲା । ଏ ପର୍ଯ୍ୟନ୍ତ ୨ଶହରୁ ଅଧିକ ବନ୍ଧୁକ ଜିଲ୍ଲା ପୁଲିସ ଜବତ୍ କରିସାରିଥିବା ଏସପି ସୂଚନା ଦେଇଛନ୍ତି।

Wednesday, August 9, 2023

ଠକେଇ ଗ୍ୟାଙ୍ଗର ଶିକାର ହେଲେ ଦୁଇ ପୋଲିସ କର୍ମଚାରୀ

 ଠକେଇ ଗ୍ୟାଙ୍ଗର ଶିକାର ହେଲେ ଦୁଇ ପୋଲିସ କର୍ମଚାରୀ



ଭୁବନେଶ୍ବର - ପୋଲିସକୁ ଠକିଲେ ନକଲି ପୋଲିସ । ଠକେଇ ଗ୍ୟାଙ୍ଗର ଶିକାର ହେଲେ ଦୁଇ ପୋଲିସ କର୍ମଚାରୀ। ସ୍ପେଶାଲ ପୋଲିସର ପରିଚୟ ଦେଇ ନକଲି ପୋଲିସ ଅସଲି ପୋଲିସଂକୁ ଠକୁଥିଲେ। ଠକେଇ ଶିକାର ହୋଇଛନ୍ତି ଷଷ୍ଠ ବାଟାଲିୟନର ସିପାହୀ ମାନସ କୁମାର ବାରିକ ଓ ସରୋଜ କୁମାର ପଣ୍ଡା ।

ସେମାନଙ୍କ ଠାରୁ ୯ ଲକ୍ଷ ୮୦ ହଜାର ଟଙ୍କାର ଠକି ନେଇଥିଳେ । ଟଙ୍କା ବଦଳରେ କାଗଜ ବିଡା ଫେରାଇଥିଲେ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ସରୋଜ କାନ୍ତ ଜେନା ସମେତ ଚାରି ଜଣ ଅଭିଯୁକ୍ତଂକୁ ଗିରଫ କରିଛି ପୋଲିସ ।

ସୁନା ଅଳଙ୍କାର ସହ ୧ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି। ପୂର୍ବରୁ ଢେଙ୍କାନାଳ, ସୁନ୍ଦରଗଡ଼, ଭୁବନେଶ୍ବର, କଟକ ଆଦି ଅଞ୍ଚଳରୁ ଠକେଇ କରିଥିବା କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି।

୨ ଜଣ ଝିଅଙ୍କ ପ୍ରେମ କାହାଣୀ

 ୨ ଜଣ ଝିଅଙ୍କ ପ୍ରେମ କାହାଣୀ



ସିଓଲ: ନିକଟରେ ୨ ଜଣ ଝିଅଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଦୁହେଁ କିଛି ବର୍ଷ ତଳେ ବିବାହ କରିଥିବାବେଳେ ଏବେ ସେ ମା’ ହେବାକୁ ଯାଉଥିବା ନେଇ ଫଟୋ ଶେୟାର କରିଛନ୍ତି। ସେମାନଙ୍କ ପାଇଁ ଏହା ଅତି ସହଜ ନ ଥିଲା। ଘରର କଟକଣା, ସମାଜର ପ୍ରତିବନ୍ଧକ ସହି ନ ପାରି ସେମାନଙ୍କୁ ପିଲା ଜନ୍ମ କରିବାକୁ ଅନ୍ୟ ଏକ ଦେଶକୁ ଯିବାକୁ ପଡ଼ିଛି। ରିପୋର୍ଟ ମୁତାବକ, ଦକ୍ଷିଣ କୋରିଆର ବାସିନ୍ଦା କିମ୍‌ କ୍ୟୁ-ଜିନ୍‌ ଏବଂ କିମ୍‌ ସେ-ୟେନ ନାମକ ୨ ଜଣ ସମଲିଙ୍ଗୀ। ସେମାନେ ୨୦୧୯ରେ ବିବାହ କରିଥିଲେ। ହେଲେ ଏବେ ତାଙ୍କ ପିଲା ଜନ୍ମ ପାଇଁ ନିୟମକାନୁନ ତାଙ୍କୁ ବାଧା ଦେଉଛି; ଯେଉଁଥିପାଇଁ ସେମାନଙ୍କୁ ଦକ୍ଷିଣ କୋରିଆ ଛାଡ଼ି ବେଲଜିୟମ୍‌ ଯିବାକୁ ପଡ଼ିଛି। ପ୍ରକୃତରେ ଦକ୍ଷିଣ କୋରିଆ ତାଙ୍କ ବିବାହକୁ ମାନ୍ୟତା ଦେଇନାହିଁ। ସମଲିଙ୍ଗୀ ଯୋଡ଼ିଙ୍କ ବିବାହକୁ ପଞ୍ଜୀକରଣ କରିବାକୁ ମନା କରିଦିଆଗଲା। ତେବେ ଦୁହିଁଙ୍କ ବିବାହ ନ୍ୟୁୟର୍କରେ ପଞ୍ଜୀକୃତ ହୋଇଛି। ଏହାପରେ ବିବାହର କିଛି ବର୍ଷ ପରେ ସେମାନେ ପିଲା ପାଇଁ ପ୍ରସ୍ତୁତ ହେଲେ। ସେଥିପାଇଁ ଦୁହିଁଙ୍କୁ ଦେଶ ଭିତରେ ଅନୁମତି ମିଳିଲାନାହିଁ। ଦକ୍ଷିଣ କୋରିଆରେ ଶୁକ୍ରାଣୁ ବ୍ୟାଙ୍କ ମଧ୍ୟ ସେମାନଙ୍କ ପାଇଁ ଅନୁମତି ଦେଲେ ନାହିଁ। କିମ୍‌ କ୍ୟୁ-ଜିନ୍‌ ବେଲଜିୟମ୍‌ର ଜଣେ ସ୍ପର୍ମ ଡୋନରଙ୍କ ସାହାଯ୍ୟରେ ଗର୍ଭଧାରଣ କରିଛନ୍ତି। ଏବେ ତାଙ୍କ ଗର୍ଭଧାରଣକୁ ୮ ମାସ ହେଲାଣି। ସେ ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌) ପ୍ରଣାଳୀରେ ମା’ ହେବାକୁ ଯାଉଛନ୍ତି। ଦୁହେଁ ଦେଶରେ ସମଲିଙ୍ଗୀଭିତ୍ତିକ ପିତୃତ୍ୱ ବାବଦରେ ସଚେତନତା ବଢ଼ାଇବାକୁ ସେମାନଙ୍କ ଗର୍ଭାବସ୍ଥାକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିନ୍‌ ଦକ୍ଷିଣ କୋରିଆର ସେହି ହସ୍ପିଟାଲରେ ତାଙ୍କ ପିଲା ଜନ୍ମଦେବାକୁ ଚାହୁଁଛନ୍ତି, ଯେଉଁଠାରେ ତାଙ୍କ ସ୍ତ୍ରୀ ୟେନ ଡାକ୍ତର ଅଛନ୍ତି। ତାଙ୍କ ମା’ ସହ ପିଲା ମଧ୍ୟ ସୁସ୍ଥ ରହିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ପିଲା ଜନ୍ମହେବା ପରେ ଦକ୍ଷିଣ କୋରିଆରେ ସେମାନେ ପିଲାର ନିୟମଗତ ମାତା ହେବେ ନାହିଁ। ସେଥିପାଇଁ ସେମାନେ ଦେଶ ବାହାରେ ରହିବାକୁ ଇଚ୍ଛା କରିଛନ୍ତି।

Monday, August 7, 2023

ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ-୨୦୨୩ ଗୃହିତ ହୋଇଛି

 ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ-୨୦୨୩ ଗୃହିତ ହୋଇଛି



ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଲୋକସଭାରେ ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ-୨୦୨୩ ଗୃହିତ ହୋଇଛି। ବ୍ୟକ୍ତିଗତ ମୌଳିକ ଅଧିକାରର କ୍ଷୁଣ୍ଣ ହେବା ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି ବୋଲି ଅଭିଯୋଗ କରିଥିଲେ ବିରୋଧୀ। ଏହି ବିଲ୍ ହେବା ଯୋଗୁଁ ବ୍ୟକ୍ତିଗତ ତଥ୍ୟର ନିର୍ଭୁଲ ତଥ୍ୟ, ନିରାପତ୍ତା ଆଦି ସମ୍ଭବ ହୋଇପାରିବ । ତେବେ ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟତା ସଂକ୍ରାନ୍ତ ତଥ୍ୟର ଅପବ୍ୟବହାର ହେଲେ ୨୫୦ କୋଟି ଟଙ୍କାର ଜୋରିମାନା ବ୍ୟବସ୍ଥା ବିଲ୍‌ରେ କରାଯାଇଛି। ପ୍ରକାଶଯେ, ଗତ ଅଗଷ୍ଟ ୩ ତାରିଖରେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ବିଲ୍ ଆଗତ କରାଯାଇଥିଲା।

ରାଜସ୍ଥାନର ଉଦୟପୁରରେ ଏକ ବର୍ବର ହତ୍ୟାକାଣ୍ଡ

 ରାଜସ୍ଥାନର ଉଦୟପୁରରେ ଏକ ବର୍ବର ହତ୍ୟାକାଣ୍ଡ



ଉଦୟପୁର,୭ା୮: ରାଜସ୍ଥାନର ଉଦୟପୁରରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି। କ୍ୟାମେରା ସମ୍ମୁଖରେ ଜଣେ ବ୍ୟକ୍ତି ୮୫ ବର୍ଷୀୟା ବୃଦ୍ଧାଙ୍କୁ ଛତାରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ କିଛି ଲୋକ ଉପସ୍ଥିତି ଥିଲେ ମଧ୍ୟ ବୃଦ୍ଧା କଳକୀବାଈ ଗମେତିଙ୍କୁ ବଞ୍ଚାଇବା ପରିବର୍ତ୍ତେ ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ।

ଘଟଣରେ ସମ୍ପୃକ୍ତି ନେଇ ପୋଲିସ ୪ ଜଣଙ୍କୁ ଅଟକ ରଖିଛି। ଆକ୍ରମଣକାରୀ ପ୍ରତାପ ସିଂ ନିଶାଗ୍ରସ୍ତ ଥିଲେ ବୋଲି ପୋଲିସ କହିଛି। ପ୍ରତାପ ମଦ ନିଶାରେ ନିଜକୁ ଭଗବାନ ଶିବଙ୍କ ଅବତାର କହି ବୃଦ୍ଧାଙ୍କୁ ହତ୍ୟା ପରେ ପୁନର୍ଜୀବନ ଦେବେ ବୋଲି କହିଥିଲେ।

ଲୋକସଭା ସାଂସଦ ପଦ ଫେରିପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

 ଲୋକସଭା ସାଂସଦ ପଦ ଫେରିପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ



ନୂଆଦିଲ୍ଲୀ - ଲୋକସଭା ସାଂସଦ ପଦ ଫେରିପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଲୋକସଭା ସଚିବାଳୟ ପକ୍ଷରୁ ଏନେଇ ଜାରି କରାଯାଇଛି ବିଜ୍ଞପ୍ତି। ୨୦୧୯ ‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ତାଙ୍କୁ ଦେଇଥିବା ୨ ବର୍ଷର ଜେଲ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଗତ ଶୁକ୍ରବାର ରୋକ ଲଗାଇବା ପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର ଆସିବା ପରେ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଉତ୍ସବମୁଖର ହୋଇପଡ଼ିଛି।

‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ମାର୍ଚ୍ଚ ୨୪ ତାରିଖରେ ସେ ସାଂସଦ ପଦ ହରାଇଥିଲେ।  

ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ପରେ ପୁଲିସ୍‌ ଆକ୍ସନ ମୋଡ ରେ

 ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ପରେ ପୁଲିସ୍‌ ଆକ୍ସନ ମୋଡ ରେ 



କନ୍ଧମାଳ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଓ ଭଙ୍ଗାରୁଜା ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ। କେଉଁ କାରଣ ପାଇଁ ଏଭଳି ଉଗ୍ର ରୂପ ନେଲା ଆନ୍ଦୋଳନ ତା’କୁ ନେଇ ଉଠିଛି ପ୍ରଶ୍ନ। ପୁଲିସ୍‌ ବିରୋଧରେ ଥିବା ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ନା ଗଞ୍ଜେଇ ମାଫିଆଙ୍କ ଷଡ଼ଯନ୍ତ୍ର ଯୋଗୁ ଏତେ ବଡ଼ ଘଟଣା ଘଟିଲା?

ଥାନାରେ ଲଙ୍କାକାଣ୍ଡ ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସିଛି। ପୁଲିସ୍‌ ୩୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିବା ସହ ୧୯ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ଆଜିଠୁ ଜେଲ ମଧ୍ୟ ଯାଇଛନ୍ତି। ଶନିବାର ଆନ୍ଦୋଳନକାରୀଙ୍କ ପାଖାପାଖି ଦେଢ଼ଘଣ୍ଟାର ଉଗ୍ରତାଣ୍ଡବ ପରେ ଛିନଛତ୍ର ହୋଇଯାଇଛି ଫିରିଙ୍ଗି ଥାନା।

ଟେବୁଲ, ଚୌକି, ଆସବାବ ପତ୍ର ପାଖାପାଖି ୮୦ ପ୍ରତିଶତ ପୋଡ଼ି ପାଉଁଶ ହୋଇଯାଇଛି। ଯେଉଁ ଗଞ୍ଜେଇ ପାଇଁ ଏତେବଡ଼ କାଣ୍ଡ ଘଟିଲା ଆଜି ମାଲଖାନାରେ ଥିବା ସେହି ଗଞ୍ଜେଇରୁ ସକାଳ ଯାଏ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଛି। କାଲିର ଲଙ୍କାକାଣ୍ଡ ପରେ ଆଜି ଫିରିଙ୍ଗିଆ ବଜାର ପୂରା ଶୂନଶାନ୍। ଉତ୍ତେଜନା ପ୍ରଶମିତ ହୋଇଥିଲେ ବି ଭୟ ପାଇଁ ଆଜି ଦୋକାନ ବଜାର ବନ୍ଦ ରଖିଛି ବ୍ୟବସାୟୀ ସଂଘ।

ଏହାକୁ ଲିଭାଇ ପୁଲିସ୍‌ ପୁଣି ଥାନାକୁ କାର୍ଯ୍ୟକ୍ଷମ କରାଇବାର ପ୍ରୟାସ ଆରମ୍ଭ କରିଛି। ଏଥିସହ କାଲିର ଘଟଣା ପାଇଁ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେଇଛି। ଏହାବାଦ ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣର ଅଭିଯୋଗ ଫସିଥିବା ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ଆଇଆଇସି ତପନ କୁମାର ନାହାକଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି।

ଏଥିସହ ଭାଇରାଲ୍ ଭିଡିଓର ସତ୍ୟତା ଯାଞ୍ଚ ସହ ଗଞ୍ଜେଇ ଚାଲାଣ ଅଭିଯୋଗର ବି ତଦନ୍ତ ହେବ ବୋଲି କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି। ଭାଇରାଲ ହୋଇଥିବା ଗୋଟିଏ ଭିଡିଓ ପାଇଁ ହିଁ ଫିରିଙ୍ଗି ଥାନା ପୋଡ଼ି ପାଉଁଶ ହୋଇଯାଇଛି। ଗତ ୩ ତାରିଖ ରାତି ପ୍ରାୟ ୩ଟା ବେଳେ ଆଇଆଇସିଙ୍କ ଜାଣନ୍ତରେ ଥାନା ଗାଡ଼ିରେ ଦୁଇ ଜଣ ହୋମଗାର୍ଡ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ହୋଇଛି। 

ହେଲେ ଏ ଗାଡ଼ିକୁ ଧରି ସ୍ଥାନୀୟ ଲୋକ ପୁଲିସର ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ଏହା ସତ୍ତ୍ୱେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହା ବିରୋଧରେ ଶନିବାର ପ୍ରଥମେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ। ଆଉ ତା’ ପରେ ହଠାତ୍ ଭିଡ଼ ଉଗ୍ର ହୋଇ ଥାନା ଉପରେ ଆକ୍ରମଣ କରିଥିଲେ।

କେବଳ ଏତିକି ନୁହେଁ, ଗଞ୍ଜେଇ ଚାଲାଣରେ ପୂର୍ବରୁ ଫିରିଙ୍ଗିଆ ପୁଲିସ ସଂପୃକ୍ତିର ରେକର୍ଡ ବି ଭଲ ନୁହେଁ। କାରଣ ୨୦୧୪ରେ ଫିରିଙ୍ଗିଆ ଥାନାର ଦୁଇ ଜଣ ପୁଲିସ ଏଏସ୍ଆଇ, ଦୁଇଜଣ କନେଷ୍ଟବଳ ଗିରଫ ହୋଇଥିଲା ବେଳେ ୨୦୨୦ରେ ମଧ୍ୟ ଅନୁରୂପ ଅଭିଯୋଗରେ ଫିରିଙ୍ଗିଆ ଥାନାର ୩ ଜଣ କନେଷ୍ଟବଳଙ୍କୁ ଗିରଫ କରାଯାଇଥିଲା।

ତେଣୁ ଗଞ୍ଜେଇ ଚାଲାଣର ହବ୍ କୁହାଯାଉଥିବା ଏ ଅଞ୍ଚଳରୁ ପୁଲିସ ମାଫିଆଙ୍କଠାରୁ ଜବତ କରୁଥିବା ଗଞ୍ଜେଇକୁ ନିଜେ ବିକ୍ରି କରୁଥିବା ସନ୍ଦେହ ହିଁ ଏଭଳି ଲଙ୍କାକାଣ୍ଡ ପଛର କାରଣ ବୋଲି କୁହାଯାଉଛି। ତେବେ ଗତକାଲିର ଏ ଘଟଣା ଏତେ ବଡ଼ ରୂପ ନେବା ପଛରେ ଗଞ୍ଜେଇ ମାଫିଆଙ୍କ ହାତ ଥିବା ବି ସନ୍ଦେହ କରାଯାଉଛି।

ଗୃହମନ୍ତ୍ରୀ ଅମିତ ଶାହ ଆଗତ କରିବେ ଦିଲ୍ଲୀ ସେବା ବିଲ୍

 ଗୃହମନ୍ତ୍ରୀ ଅମିତ ଶାହ ଆଗତ କରିବେ  ଦିଲ୍ଲୀ ସେବା ବିଲ୍



ନୂଆଦିଲ୍ଲୀ - ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । ଲୋକସଭାରେ ପାରିତ ହୋଇସାରିଥିବା ଏହି ବିଲ୍ ଆଜି ରାଜ୍ୟସଭାରେ ଆଗତ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ ଆଗତ କରିବେ । କଂଗ୍ରେସ ଏବଂ ଆପ୍ ପକ୍ଷରୁ ସଂସଦରେ ଉପସ୍ଥିତ ରହିବା ନେଇ ସମସ୍ତ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି । ଆପ୍ ପକ୍ଷରୁ ମୁଖ୍ୟ ସଚେତକ ସୁଶୀଲ କୁମାର ଗୁପ୍ତା ହ୍ୱିପ୍ ଜାରି କରି ରାଜ୍ୟସଭା ସାଂସଦମାନଙ୍କୁ ଆଜି ପୂର୍ବାହ୍ନ ୧୧ଟାରୁ ଗୃହ ମୁଲତବୀ ହେବା ପର୍ଯ୍ୟନ୍ତ ସୁନିଶ୍ଚିତ ଉପସ୍ଥିତ ରହିବା ପାଇଁ କହିଛନ୍ତି ।

ଏହି ହ୍ୱିପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିବା ଲାଗି ପରାମର୍ଶ ଦିଆଯାଇଛି । ଆଜି ରାଜ୍ୟସଭାରେ ବିରୋଧୀ ଇଣ୍ଡିଆ ମେଂଟର ସମସ୍ତ ସାଂସଦ ଉପସ୍ଥିତ ରହି ଶକ୍ତି ପ୍ରଦର୍ଶନ କରିବେ । ଅନ୍ୟପକ୍ଷରେ ବିଲ ଆଗତ ହେବା ପୂର୍ବରୁ ଇଣ୍ଡିଆ ମେଂଟର ନେତାମାନେ ବିରୋଧୀ ଦଳ ନେତାଙ୍କ ରାଜ୍ୟସଭା କାର୍ଯ୍ୟାଳୟ ପରିସରରେ ଏକ ବୈଠକରେ ସାମିଲ ହେବେ । ସେଠାରେ ବିଲ୍ ସଂପର୍କରେ ରଣନୀତି ପ୍ରସ୍ତୁତ ହେବ । ଆଜି ସନ୍ଧ୍ୟାରେ ରାଜ୍ୟସଭାରେ ଏହି ବିଲ୍ ଉପରେ ଭୋଟଦାନ ହେବାର ସମ୍ଭାବନା ରହିଛି ।

ଏନଡିଏରେ ନଥାଇ ମଧ୍ୟ ଏହି ବିଲକୁ ବିଜୁ ଜନତା ଦଳ, ୱାଇଏସଆର କଂଗ୍ରେସ ଏବଂ ଟିଡିପି ସମର୍ଥନ ଦେଇଛନ୍ତି । ଏହି ବିଲ ଆଜି ରାଜ୍ୟସଭାରେ ପାରିତ ହେଲେ ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳଙ୍କ ହାତରେ ରହିବ । ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାର ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହି କ୍ଷମତା ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ଏହି ବିଲ୍ ସଂସଦରେ ଆଣିଛନ୍ତି ।

୫-ଟି ସଚିବ ପାଣ୍ଡିଆନ୍‌ ଦୁଇଦିନିଆ ବଲାଙ୍ଗୀର ଜିଲା ଗସ୍ତ

 ୫-ଟି ସଚିବ ପାଣ୍ଡିଆନ୍‌ ଦୁଇଦିନିଆ ବଲାଙ୍ଗୀର ଜିଲା ଗସ୍ତ



ବଲାଙ୍ଗୀର,୭ା୮ : ବଲାଙ୍ଗୀର ଜିଲାର ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ କଲେଜକୁ ୫-ଟି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି। ରବିବାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଛାତ୍ରୀଛାତ୍ର ସମାବେଶରେ ଯୋଗଦେଇ ୫-ଟି ସଚିବ ଭି.କେ.ପାଣ୍ଡିୟାନ ଏହି ସୂଚନା ଦେଇଛନ୍ତି। ଏହା ସହିତ ଜିଲାର ସମସ୍ତ କଲେଜର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ୪୦ କୋଟି ଟଙ୍କା ଅନୁଦାନ ଦେଇଥିବା ସେ ସୂଚନା ଦେଇଥିଲେ।

୫-ଟି ସଚିବ ପାଣ୍ଡିଆନ୍‌ ଦୁଇଦିନିଆ ବଲାଙ୍ଗୀର ଜିଲା ଗସ୍ତ କାର୍ଯ୍ୟକ୍ରମରେ ରବିବାର ସକାଳେ ତୁଷରା ଉଡାଜାହାଜ ପଡିଆରେ ଅବତରଣ କରିଥିଲେ। ସେଠାରୁ ସେ ପ୍ରଥମେ ତୁଷରା ସମଲେଶ୍ୱରୀ ମନ୍ଦିର ପରଦର୍ଶନରେ ଯାଇଥିଲେ। ପରେ ବେଲପଡା, ଟିଟିଲାଗଡ, ହରିଶଙ୍କର କାର୍ଯ୍ୟକ୍ରମ ସାରି ଅପରାହ୍ଣ ପ୍ରାୟ ୩ଟାରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଛାତ୍ରୀଛାତ୍ର ସମାବେଶରେ ଯୋଗଦାନ କରିଥିଲେ। ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇ ୫-ଟି ସଚିବ କହିଥିଲେ ଯେ, ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ଶାରୀରିକ ଏବଂ ମାନସିକ ସୁସ୍ଥତାର ଆବଶ୍ୟକତା ରହିଛି। ଛାତ୍ର ଜୀବନରେ ସେ ନିଜେ କିଭଳି ଦୈନିକ ୨୦ କିଲୋମିଟର ସାଇକେଲରେ ଯିବା ଆସିବା ପରେ ସରକାରୀ ସ୍କୁଲରେ ପାଠ ପଡୁଥିଲେ କହିଥିଲେ। ଜୀବନରେ ସଫଳତା ଆଣିବାକୁ ହେଲେ କଠୋର ପରିଶ୍ରମ ସହ ନିଜର ଲକ୍ଷ୍ୟ ସ୍ଥିର କରିବାକୁ ଜୋର ଦେଇଥିଲେ। ସେ ନିଜେ ସ୍ନାତକୋତ୍ତର ଶ୍ରେଣୀରେ ଏକ ଜାତୀୟ ପ୍ରତିଷ୍ଠାନରେ ପାଠ ପଢ଼ିବାକୁ ମନସ୍ଥ କରିଥିଲେ। ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ସେ ଯେଉଁ ବିଷୟରେ ପାଠ ପଢ଼ିବା ପାଇଁ ସ୍ଥିର କରିଥିଲେ ସେଥିରେ ସର୍ବଭାରତୀୟ ସ୍ତରରେ ମାତ୍ର ଦୁଇଟି ସିଟ୍‌ ଥିଲା। ଏହାସତ୍ତ୍ୱେ ସେ ସେହି ଦୁଇଟି ସିଟ୍‌ ଭିତରୁ ଗୋଟିଏ ସିଟ୍‌ ପାଇ କିଭଳି ପାଠ ପଢ଼ିଲେ ଓ ପରେ ସିଭିଲ ସର୍ଭିସରେ ମଧ୍ୟ କୃତକାର୍ଯ୍ୟ ହୋଇଥିବା କହିଥିଲେ। ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବାକୁ ଯାଇ ଭଲ ସାଙ୍ଗ କିଭଳି ଆତ୍ମବିଶ୍ୱାସ ବଢ଼ାଏ ଏବଂ ଏହା ଜୀବନରେ କିଭଳି କାମରେ ଆସେ ସେ କହିଥିଲେ। ଏହି ଅବସରରେ ଶିକ୍ଷକମାନେ କିଭଳି ଛାତ୍ରୀଛାତ୍ରଙ୍କ ଜୀବନ ଗଠନ କରିବେ କହିଥିଲେ। ସେଠାରେ ଉପସ୍ଥିତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଛାତ୍ରୀଛାତ୍ରଙ୍କ ପାଇଁ ଆଦର୍ଶ ପାଲଟିବାକୁ କହିଥିଲେ। ଶିକ୍ଷକମାନଙ୍କ ବିଭିନ୍ନ ବର୍ଗର ଯେଉଁ ଅସୁବିଧା ରହିଛି ତାକୁ ଆଗାମୀ ଦିନରେ ସରକାର ସମାଧାନ କରିବେ ବୋଲି ସେ କହିଥିଲେ। କେତେକ ଛାତ୍ରଙ୍କୁ ପୋଲିସ ଅଟକ ରଖିଥିବା ନେଇ ଅନ୍ୟ କେତେକ ଛାତ୍ର ଉକ୍ତ ସମାବେଶରେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ଛାତ୍ର ଅଟକ ଘଟଣାକୁ ନେଇ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ ଭିନିଲ କ୍ରିଷ୍ଣା, ଜିଲାପାଳ ଚଞ୍ଚଳ ରାଣା, ଏସପି ଋଷିକେଶ ଖିଲାରୀ, ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ, ଉପଜିଲାପାଳ କୁମାର ନାଗଭୂଷଣ ଉପସ୍ଥିତ ଥିଲେ।

ମଦ୍ୟପ ସ୍ଵାମୀର ପତ୍ନୀ ହତ୍ୟା

 ମଦ୍ୟପ ସ୍ଵାମୀର ପତ୍ନୀ ହତ୍ୟା 



ମଦ ଉଜାଡ଼ି ଦେଇଛି ସଂସାର। ମଦ ନିଶାରେ ସାତ ଜନ୍ମର ସାଥୀଙ୍କ ଜୀବନ ନେଇ ଯାଇଛି ଜହ୍ଲାଦ ସ୍ୱାମୀ। ଯାହାଙ୍କ ହାତ ସେ ସାତ ଜନ୍ମ ପାଇଁ ଧରିଥିଲା ଏବେ ତାଙ୍କୁ ପିଟିପିଟି ସବୁ ଦିନ ପାଇଁ ମାରି ଦେଇଛି। ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବଡ଼ ଡାଇଭଟ୍ଟା ଗାଁରେ ଏପରି ଘଟଣା ଘଟିଛି। ଗାଁର ରବି ଖିଲ ନିଜ ସ୍ତ୍ରୀ ସସ୍ମିତା ଖିଲଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଶନିବାର ରାତିରେ ଘଟିଥିବା ବେଳେ ଆଜି ମଧ୍ୟାହ୍ନରେ ସାମ୍ନାକୁ ଆସିଛି। ସବୁଦିନ ଭଳି ଶନିବାର ରାତିରେ ମଧ୍ୟ ରବି ମଦ ପିଇ ଘରକୁ ଆସିଥିଲା। ସମ୍ଭବତଃ ରବି ଓ ସସ୍ମିତାଙ୍କ ମଧ୍ୟରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ଏକଥା ଗାଁ ଲୋକ କେହି ଜାଣି ନଥିଲେ। ରାତି ଅନେକ ହୋଇଯାଇ ଥିବାରୁ ରବି ଓ ତାଙ୍କ ପଡ଼ୋଶୀମାନେ ନିଜ ନିଜ ଘର ଭିତରୁ ଚାଲି ଯାଇଥିଲେ। ପଡ଼ୋଶୀମାନେ ମଧ୍ୟ ଶୋଇ ପଡ଼ିଥିଲେ।

ତେବେ ଆଜି ମଧ୍ୟାନ୍ନ ପର୍ଯ୍ୟନ୍ତ ସସ୍ମିତା ଘରୁ ନବାହାରିବାରୁ ପଡ଼ୋଶୀଙ୍କ ସହନ୍ଦେ ବଢ଼ିଥିଲା। ରବିକୁ ମଧ୍ୟ ସେମାନେ ଦେଖିବାକୁ ପାଇ ନଥିଲେ। ଫଳରେ କିଛି ଲୋକ ଏକାଠି ହୋଇ ସସ୍ମିତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାକାର ସ୍ଥିତିକୁ ଦେଖି ସମସ୍ତେ ପୂରା ହତବାକ ହୋଇ ଯାଇଥିଲେ।

ଘର ଭିତରେ ସସ୍ମିତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିଲା। ସ୍ୱାମୀ ରବି ଖିଲ ବେଶ ଦୁଃଖର ସହ ସସ୍ମିତାଙ୍କ ମୁଣ୍ଡ ନିକଟରେ ବସି ରହିଥିଲା। ସସ୍ମିତାଙ୍କ ଦେହ ସାରା କ୍ଷତଚିହ୍ନ ରହିଥିଲା। ସେହିପରି ପେଟରେ ଛତା ଭୁଷା ଯାଇଥିବା ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ।

ଏହା ଦେଖି ସମସ୍ତେ ଡରି ଯିବା ସହ ରବି ହିଁ ମଦ ନିଶାରେ ସସ୍ମିତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରି ପୁଲିସ୍‌କୁ ଖବର ଦେଇଥିଲେ। ନବରଙ୍ଗପୁର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା।

ପାରିପାର୍ଶ୍ୱିକ ସ୍ଥିତି ଓ ପଡ଼ୋଶୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏପରି ନିର୍ମମ ହତ୍ୟାକାଣ୍ଡ ପଛରେ ରବିର ହାତ ଥିବା ସନ୍ଦେହ କରିଛି। ଏଥିପାଇଁ ଅଭିଯୁକ୍ତ ରବିକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

ଗାଁର ଜଣେ ଯୁବକ କହିଛନ୍ତି, ମୃତ ସସ୍ମିତା ହେଉଛନ୍ତି କାମେନି ନାଗଙ୍କ ଝିଅ। ସେ ଏହି ଗାଁର ରବି ଖିଲଙ୍କୁ ୭ରୁ ୮ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ୨ଟି ପିଲା ମଧ୍ୟ ରହିଛନ୍ତି। ଏବେ ସେମାନେ ପୂରା ଅନାଥ ହୋଇ ଯାଇଛନ୍ତି। ରବି ଖିଲ ପତ୍ନୀ ସସ୍ମିତାଙ୍କୁ ମାରି ପୁଲିସ୍‌ ପାଖରେ ରହିଛି। ସସ୍ମିତା ଆଉ ଏ ଦୁନିଆରେ ନାହାନ୍ତି। ତେଣୁ ପ୍ରଶାସନ ଓ ସରକାର ୨ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରୁନ୍ତୁ ବୋଲି ଯୁବକ ଜଣଙ୍କ ଅନୁରୋଧ କରିଛନ୍ତି।

ପାକିସ୍ତାନରେ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ

ପାକିସ୍ତାନରେ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ



ଓଡ଼ିଶାର ବାଲେଶ୍ୱର ଟ୍ରେନ ଟ୍ରାଜେଡି ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି ପାକିସ୍ତାନରେ ସମାନ ଘଟଣା ଘଟିଛି। ଆଜି ପାକିସ୍ତାନରେ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଏବେ ବି ଲାଇନଚ୍ୟୁତ ହୋଇଥିବା ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, ହାଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇଛି। ଶାହଜାଦପୁର ଓ ନୱାବଶାହ ମଧ୍ୟରେ ଥିବା ସାହାରା ରେଳ ଷ୍ଟେସନ ନିକଟରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରେନଟି କରାଚିରୁ ଅବୋଟ୍ଟାବାଦ ଯାଉଥିଲା। ତେବେ ଅଧା ରାସ୍ତାରେ ସବୁ କିଛି ଓଲଟପାଲଟ ହୋଇଯାଇଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପାକିସ୍ତାନ ରେଞ୍ଜର୍ସଙ୍କ ଠାରୁ ଆରମ୍ଭ କରି ସେନା, ପୁଲିସ ଓ ବିଭିନ୍ନ ଉଦ୍ଧାରକାରୀର ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତାହତଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଉଦ୍ଧାର କରି ନୱାବଶାହର ପିପୁଲ୍ସ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ହସ୍ପିଟାଲଗୁଡ଼ିକୁ ମଧ୍ୟ ହାଇଆଲର୍ଟରେ ରହିବାକୁ କୁହାଯାଇଛି।

ତେବେ କେଉଁ ପରିସ୍ଥିତିରେ ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ ହେଲା, ସେକଥା ଏଯାଏ ଜଣାପଡ଼ିନି। ଏହି ଯାତ୍ରୀବାହୀ ଟ୍ରେନରେ ମୋଟ ୧୭ଟି ବଗି ରହିଥିଲା। ଏହାର ଇକୋନୋମି କ୍ଲାସରେ ୯୫୦ ଜଣ ଓ ଏସି କୋଚ୍‌ରେ ୭୨ ଜଣ ବସିବାର ବ୍ୟବସ୍ଥା ରହିଛି। ତେଣୁ ମୃତାହତଙ୍କ ସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ରହିଛି।

Sunday, August 6, 2023

୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

 ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନସିଂ ଜରିଆରେ ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦୀ---

୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ



ନୂଆଦିଲ୍ଲୀ -- ଦେଶର ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ସହ ଅନ୍ୟ ସମସ୍ତ ଷ୍ଟେସନରେ ଅତିଥିମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟ ଦୁଇ ରେଳ ରାଷ୍ଟମନ୍ତ୍ରୀ ସାମିଲ ହୋଇଛନ୍ତି ।

ଏହି ଷ୍ଟେସନ୍ ଗୁଡ଼ିକୁ ଅମୃତ ଭାରତ ଯୋଜନାରେ ବିକାଶ କରାଯିବ । ଏହି ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ୍ ରହିଛି । ରାଜଧାନୀ ଭୁବନେଶ୍ୱରରେ ଲିଙ୍ଗରାଜ ଟେମ୍ପଲ ରୋଡରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିଥିଲେ । ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନର ବିକାଶ ପାଇଁ ୧୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେହିପରି ୨୬ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ମଂଚେଶ୍ୱର ଷ୍ଟେସନ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କ ସମେତ ଉତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହିଥିଲେ ।

ବନ୍ଧୁ ପାଇଁ ଦିନଟିଏ ଫ୍ରେଣ୍ଡସିପ୍ ଡେ

 ବନ୍ଧୁ ପାଇଁ ଦିନଟିଏ ଫ୍ରେଣ୍ଡସିପ୍ ଡେ




ଭୁବନେଶ୍ବର -- ଆଜି ଫ୍ରେଣ୍ଡସିପ୍ ଡେ। ବନ୍ଧୁ ପାଇଁ ଦିନିଟିଏ। ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼। ସୁଖ ଦୁଃଖର ସାଥୀ। ଆଜିର ଦିନକୁ ସାରା ବିଶ୍ବରରେ ବନ୍ଧୁ ଦିବସ ଭାବେ ସେଲିବ୍ରେସନ କରାଯାଉଛି। ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲେ । ଅସୁବିଧା ସୁଃଖ ଦୁଃଖରେ ସବୁବେଳେ ସାଥିରେ ଥାଏ ପ୍ରକୃତ ବନ୍ଧୁ ।

୧୯୫୮ ମସିହାରେ ଜାତିସଙ୍ଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ସେହଦିନଠାରୁ ସେଲିବ୍ରେସନ୍ ହେଉଛି ଫ୍ରେଣ୍ଡ୍ ସିପ୍ ଡେ । ଯେତେବେଳେ ବନ୍ଧୁତାର ଚର୍ଚ୍ଚା ହୁଏ ମନେପଡେ କୃଷ୍ଣ-ସୁଦାମାଙ୍କ କାହାଣୀ । ପୁରାଣରେ କୃଷ୍ଣ ସୁଦାମାଙ୍କ କାହାଣୀ ଅନେକ ଶିକ୍ଷା ଦେଇଯାଇଛି । ସୁଦାମା କୃଷ୍ଣଙ୍କର ପିଲା ଦିନର ବନ୍ଧୁ ଥିଲେ ।

ହେଲେ ଉଭୟଙ୍କ ମଧ୍ୟରେ ଧନୀ ଗରୀବର ପାର୍ଥକ୍ୟ ରହିଥିଲା । ହେଲେ କୃଷ୍ଣ ନିଜ ବନ୍ଧୁଙ୍କ ଦୁଃଖ ବୁଝିବା ସହ ତାଙ୍କୁ ସହଯୋଗ କରି ନିଜର ବନ୍ଧୁତ୍ବ ଦେଖାଇଥିଲେ । ଜଣେ ବନ୍ଧୁର ଅନ୍ୟ ବନ୍ଧୁ ପ୍ରତି କର୍ତ୍ତବ୍ୟ ଏହାର ଏକ ଜ୍ଜ୍ବଳନ୍ତ ଉଦାହରଣ ହୋଇଥିଲା । ସେହିପରି ପୁରାଣରେ ପ୍ରଭୁ ରାମ ଏବଂ ସୁଗ୍ରୀବ, କୃଷ୍ଣ-ଅର୍ଜୁନ, କର୍ଣ୍ଣ-ଦୁର୍ଯ୍ୟୋଧନ ଅନେକ ଉଦାହରଣ ରହିଛି ।

ଆବଶ୍ୟକ ରହିଥିବା ବେଳେ ବନ୍ଧୁଙ୍କ ସହଯୋଗ କରି ଏହି ସବୁ ଇତିହାସ ରଚିଛନ୍ତି । ପୁରାଣରେ ଅନେକ ଉଦାହଣ ରହିଛି ଯାହା ବର୍ତ୍ତମାନର ଯୁବପିଢୀଙ୍କ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ । ଆଜିର ଯୁବପିଢୀ ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍ ପିନ୍ଧାଇ, କେକ୍ କାଟି ନାଚ ଗୀତରେ ସେଲିବ୍ରେଟ୍ କରୁଛନ୍ତି ବନ୍ଧୁତ୍ବ ଦିବସ ।

ଭୁଶୁଡ଼ି ପଡିଛି ଜିଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

 ଭୁଶୁଡ଼ି ପଡିଛି ଜିଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା



ନବରଙ୍ଗପୁର,୬।୮ -ପ୍ରତ୍ୟେକ କ୍ଷେତ୍ରରେ ମୂଳଦୁଆ ହେଉଛି ମୁଖ୍ୟ। ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ଶିକ୍ଷାକୁ ଜ୍ଞାନ ଅର୍ଜନର ମୂଳଦୁଆ କୁହାଯାଏ। ତେବେ ଜିଲାରେ ୭୨ ବିଦ୍ୟାଳୟ ଜଣେ ଲେଖାଏ ଶିକ୍ଷକରେ ଚାଲିଛି। ଉପାନ୍ତ ହେଉ ବା ସହରାଞ୍ଚଳ, ସବୁଠି ଭୁଶୁଡ଼ି ପଡିଛି ଜିଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। ଛାତ୍ରୀଛାତ୍ରଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବ୍ୟାପକ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଶିକ୍ଷକଙ୍କ ଭିତ୍ତିଭୂମି ନ ସଜାଡ଼ିବା ଯୋଗୁ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ନିମ୍ନମୁହାଁ ହେବାରେ ଲାଗିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାରେ। ଯେଉଁଠି ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ର ଉନ୍ନତ ଶିକ୍ଷା ପାଇବାରୁ ବଞ୍ଚତ୍ତ ହେବା ସହ ଶିକ୍ଷକଙ୍କ ଉପରେ ମଧ୍ୟ ମାନସିକ ଚାପ ପଡୁଥିବା ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲାର ୧୦ ବ୍ଲକରେ ସମୁଦାୟ ୧୧୧୨ଟି ପ୍ରାଥମିକ ବିଦ୍ୟାଳୟ ରହିଥିବାବେଳେ ୭୨ ବିଦ୍ୟାଳୟ କେବଳ ଜଣେ ଲେଖାଏ ଶିକ୍ଷକରେ ଚାଲିଛି।

ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ଚକାଛପର ସରକାରୀ ପ୍ରାଥମିକ ବିଦ୍ୟାଳୟ। ଗୋଟିଏ କକ୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୨ଜଣ ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢ଼ାଯାଉଛି। ଶିକ୍ଷୟିତ୍ରୀ ଲେଖାମଣି ମୁଦୁଲି ପିଲାଙ୍କ ପାଠ ପଢ଼ା ସହ ଅଫିସ କାର୍ଯ୍ୟ କରୁଛନ୍ତି l ଫଳରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ବିଗତ ଦିନରେ ଏଠାରେ ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଥିଲେ। ଜଣେ ଶିକ୍ଷକ ଅବସର ନେଇଥିବାବେଳେ ବେଳେ ଆଉ ଜଣେ ପଦୋନ୍ନତି ପାଇ ଅନ୍ୟ ସ୍କୁଲକୁ ଚାଲିଯାଇଛନ୍ତି। ଫଳରେ ସ୍କୁଲର ବିଭିନ୍ନ କାମ ସହ ୬୨ ଜଣ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ଅସୁବିଧା ହେଉଛି ବୋଲି ଶିକ୍ଷୟିତ୍ରୀ ଲେଖାମଣି ମୁଦୁଲି କହିଛନ୍ତି। ଏଠାରେ ଆଉ ଜଣେ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିଭଳି ଅଗ୍ନିପୁର ପଞ୍ଚାୟତ ଅଧୀନ ଡି.ବେହେରାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ସମାନ। ୨୫ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ। ଫଳରେ ଅଫିସ କାର୍ଯ୍ୟ ସହ ପାଠପଢ଼ା ବ୍ୟାଘାତ ହେଉଛି। ଏପରିକି ଶିକ୍ଷୟିତ୍ରୀ ଜଣଙ୍କ ଅସୁସ୍ଥ ହେଲେ ମଧ୍ୟ ବାଧ୍ୟହୋଇ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏଠାରେ ମଧ୍ୟ ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀର ଛାତ୍ରୀଛାତ୍ର ବସି ପଢୁଛନ୍ତି। କାଳେ ଛାତ୍ରୀଛାତ୍ର ବାହାରକୁ ଚାଲିଯିବେ, ତେଣୁ ଗେଟ୍‌କୁ ତାଲା ପକାଇ ରଖୁଛନ୍ତି ବୋଲି ଶିକ୍ଷୟିତ୍ରୀ ସୁଜାତା ମଣ୍ଡଳ କହିଛନ୍ତି। ପିଲାଙ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କରିବାକୁ ହେଲେ ଆଉ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇଛି। ସେମିତି ନବରଙ୍ଗପୁର ସହର ମଧ୍ୟରେ ଥିବା ବ୍ଲକ କଲୋନି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ୩୨ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ ରହିଛନ୍ତି। ଜିଲାର କେତେକ ସ୍କୁଲରେ ଛାତ୍ରୀଛାତ୍ର କମ୍‌ ଥିଲେ ମଧ୍ୟ ସେଠାରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି। ତାହାକୁ ଜିଲା ଶିକ୍ଷା ବିଭାଗ ତର୍ଜମାକରି ଅନୁପାତଭିତ୍ତିକ ଶିକ୍ଷକ ନିଯୁକ୍ତି କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

ଅନ୍ୟପଟେ ଶିକ୍ଷୟିତ୍ରୀ ଶିକ୍ଷକ ଓ ଅଭିଭାବକଙ୍କ ଦାବିକୁ ଯଥାର୍ଥ ବୋଲି ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ କହିଛନ୍ତି। ଜିଲାରେ ୭୨ଟି ବିଦ୍ୟାଳୟ କେବଳ ଜଣେ ଲେଖାଏ ଶିକ୍ଷକରେ ଚାଲିଥିବା ସ୍ବୀକାର କରିଛନ୍ତି। ଏହା ଉପରେ ତର୍ଜମାକରି ଉକ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର




ଭୁବନେଶ୍ବର - ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ସେପଟେ କମିଶନରେଟ୍‌ ପୁଲିସ୍‌ ଏନେଇ ମୁହଁ ଖୋଲୁନଥିବା ବେଳେ ଯୁବତୀଙ୍କ ବ୍ୟାଗ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ଭଦ୍ରକ ଜିଲ୍ଲା କୁଆବାଗ ଗାଁର ଶୁଭଲକ୍ଷ୍ମୀ ସାହୁ ଆଜି ଭୋର ପ୍ରାୟ ୩ଟା ୨୦ ମିନିଟ୍‌ରେ ଲକ୍ଷ୍ମୀସାଗର କଟକ ରୋଡ୍‌ରେ ଥିବା ଏକ ହୋଟେଲକୁ ଆସିଥିଲେ। ସେ ୨୦୫ ନମ୍ୱର ରୁମ୍‌ରେ ରହିଥିଲେ। ତା’ପରଠାରୁ ସେ କବାଟ ଖୋଳିନଥିଲେ। ମଧ୍ୟାହ୍ନ ଓ ସନ୍ଧ୍ୟା ବେଳେ ଲଜ ଷ୍ଟାଫ ଡାକିଥିଲେ ମଧ୍ୟ ଶୁଣିନଥିଲେ। ପରେ ହୋଟେଲ କର୍ମଚାରୀମାନେ କବାଟ ଭାଙ୍ଗି ରୁମ୍‌ ଭିତରେ ପଶିଥିଲେ। ସେତେବେଳେ ଫ୍ୟାନ୍‌ରେ ଝୁଲୁଥିଲେ ଶୁଭଲକ୍ଷ୍ମୀ। ଓଢ଼ଣୀରେ ଝୁଲି ପଡ଼ିଥିଲେ ଲକ୍ଷ୍ମୀପ୍ରିୟ।

ହୋଟେଲ୍‌ କର୍ମଚାରୀମାନେ ଏନେଇ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ। ପୁଲିସ ହୋଟେଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦେଇଛି ପୁଲିସ୍‌। ଆସନ୍ତା କାଲି ପରିବାର ଲୋକ ଆସିବା ପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

ଭୋରୁ ଭୋରୁ ହୋଟେଲ ଆସି କାହିଁକି ଆତ୍ମହତ୍ୟା କଲେ ଶୁଭଲକ୍ଷ୍ମୀ? ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ୍‌ ବିଭିନ୍ନ ଦିଗରେ ତଦନ୍ତ ଚଳାଇଛି।

ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଗୃହବନ୍ଦୀ ହୋଇଥିବା ଅଭିଯୋଗ କରିଛନ୍ତି

ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଗୃହବନ୍ଦୀ ହୋଇଥିବା ଅଭିଯୋଗ କରିଛନ୍ତି l



ଶ୍ରୀନଗର,୬।୮ : ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଶନିବାର ୪ ବର୍ଷ ପୂରିଛି। ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଓ ତାଙ୍କ ଦଳର କେତେଜଣ ବରିଷ୍ଠ ନେତାଙ୍କୁ ଗୃହବନ୍ଦୀ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ଶୁକ୍ରବାର ରାତିଅଧିଆ ଚଢ଼ାଉକରି ପିଡିପି ନେତାମାନଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖାଯାଇଥିବା ମୁଫ୍‌ତି କହିଛନ୍ତି। ଜମ୍ମୁ-କଶ୍ମୀରରେ ସବୁ କିଛି ସ୍ବାଭାବିକ ଚାଲିଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିବାବେଳେ ଭ୍ରାନ୍ତ ଆଶଙ୍କାକୁ ନେଇ ସେମାନଙ୍କ କାର୍ଯ୍ୟାନୁଷ୍ଠାନ ପଦାରେ ପଡ଼ିଥିବା ପିଡିପି ନେତ୍ରୀ ଟୁଇଟ୍‌ କରିଛନ୍ତି। ଗୋଟିଏ ପଟେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ପାଳନ କରିବା ଲାଗି ଆହ୍ବାନ ଦିଆଯାଇ ଶ୍ରୀନଗର ସାରା ବିଶାଳ ହୋର୍ଡିଂ ସବୁ ଲାଗିଥିବାବେଳେ ଅନ୍ୟପଟେ ଲୋକଙ୍କ ପ୍ରକୃତ ଭାବାବେଗକୁ ରୋକିବା ଲାଗି ବଳପ୍ରୟୋଗ କରାଯାଉଥିବା ସେ କହିଛନ୍ତି।

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...