AFFILIATE MARKETING

https://binomo.com?a=90810425bb57&t=0

Thursday, July 13, 2023

ଚନ୍ଦ୍ରଯାନ-୩ ପାଇଁ ଆଜିଠୁ କାଉଣ୍ଟଡାଉନ୍ ଆରମ୍ଭ

 ଚନ୍ଦ୍ରଯାନ-୩ ପାଇଁ ଆଜିଠୁ କାଉଣ୍ଟଡାଉନ୍ ଆରମ୍ଭ 





ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ସ୍ପେଶ ମିଶନ ସଂପୂର୍ଣ୍ଣ ପ୍ରସ୍ତୁତ । ଚନ୍ଦ୍ରଯାନ-୩ ପାଇଁ ଆଜିଠୁ କାଉଣ୍ଟଡାଉନ୍  । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଚନ୍ଦ୍ରଯାନ-୩କୁ ନେଇ ବଢ଼ୁଛି ଉତ୍କଣ୍ଠା ।  ଆସନ୍ତାକାଲି ଚନ୍ଦ୍ର ଅଭିମୁଖେ ଗତି କରିବ ଚନ୍ଦ୍ରଯାନ ଥ୍ରୀ । ଭାରତୀୟ ମହକାଶ ଗବେଷଣା ସଂସ୍ଥା ଚାରି ବର୍ଷ ପରେ ପୁଣି ଥରେ ଚନ୍ଦ୍ରରେ ପହଞ୍ଚିବାର ଅଭିଯାନ କରୁଛି।


ଏଥିପାଇଁ ଚନ୍ଦ୍ରଯାନ-୩କୁ ଶୁକ୍ରବାର ପଠାଯିବ। ଚନ୍ଦ୍ରମାରେ ଯାନକୁ ‘ସଫ୍ଟ ଲ୍ୟାଣ୍ଡିଂ’ ବା ସୁରକ୍ଷିତ କରିବା ଇସ୍ରୋ ପାଇଁ ଚାଲେଞ୍ଜ ରହିଛି। ଚନ୍ଦ୍ରଯାନ-୩, ଚନ୍ଦ୍ରଯାନ-୨ର ଉଦ୍ଦେଶ୍ୟ ପୂରଣ କରିବ। ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇ ସେଠାରେ ଥିବା ରହସ୍ୟମୟ ଅନ୍ଧକାରମୟ ସ୍ଥାନର ଖୋଜ୍ କରିବ। ଏହି ସ୍ଥାନରେ ଲକ୍ଷ ଲକ୍ଷ ବର୍ଷ ଧରି ସୂର୍ଯ୍ୟକିରଣ ପଡ଼ିନାହିଁ। ତେବେ ଭାରତ ଯଦି ଏଥିରେ ସଫଳ ହେଉଛି ତେବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରରୁ ପହଞ୍ଚିବାରେ ପ୍ରଥମ ଦେଶ ହୋଇଯିବ।

ଓଡ଼ିଶାକୁ ୭୦୭ କୋଟି ଅନୁଦାନ

 ଓଡ଼ିଶାକୁ ୭୦୭ କୋଟି ଅନୁଦାନ




 

ନୂଆଦିଲ୍ଲୀ : ଓଡ଼ିଶା ସମେତ ୨୨ଟି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ୭୫୩୨ କୋଟି ଅନୁଦାନ ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମୋଦନ କ୍ରମେ ଓଡ଼ିଶାକୁ ରାଜ୍ୟ ବିପର୍ଯୟ ପରିଚାଳନା ପାଣ୍ଠି (ଏସଡିଆରଏଫ)କୁ ଚଳିତ ବର୍ଷ ପ୍ରଥମ କିସ୍ତିରେ ୭୦୭.୬୦ କୋଟି ଅନୁଦାନ ମିଳିଛି। ଏହି ଅନୁଦାନ ବାତ୍ୟା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମି, କୁଆପଥର ବୃଷ୍ଟି, ଭୂସ୍ପଳନ, ବରଫ ପାହଡ଼ ଧସିବା, ବାଦଲ ଫଟା ବର୍ଷା, କୀଟପତଙ୍ଗ ଆକ୍ରମଣ, ଥଣ୍ଡା ଏବଂ ଶୀତଲହର ମୁକାବିଲା ଲାଗି ରାଜ୍ୟ ଗୁଡ଼ିକ ଖର୍ଚ୍ଚ କରିପାରିବେ। ଅର୍ଥ ଆୟୋଗଙ୍କ ଅନୁମୋଦନ କ୍ରମେ ଦୁଇଟି ପର୍ଯ୍ୟାୟରେ ସମାନ କିସ୍ତିରେ ପ୍ରତିବର୍ଷ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ କେନ୍ଦ୍ରୀୟ ଅଂଶ ପ୍ରଦାନ କରିଥାନ୍ତି। ଏସଡିଆରଏଫରେ କେନ୍ଦ୍ର ସରକାରଙ୍କ ୭୫ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କ ୨୫ ପ୍ରତିଶତ ଅଂଶ ରହିଥାଏ।

ଅଡ଼ୁଆ ବଢ଼ାଇଲା ୨୦୧୬ ରାଫେଲ୍ ଚୁକ୍ତି

 ଅଡ଼ୁଆ ବଢ଼ାଇଲା ୨୦୧୬ ରାଫେଲ୍ ଚୁକ୍ତି


 


ନୂଆଦିଲ୍ଲୀ : ଭାରତ ଫ୍ରାନ୍ସ ଠାରୁ ନୂଆ ରାଫେଲ ବିମାନ କିଣିବାକୁ ଯାଉଥିବା ବେଳେ ଅଡ଼ୁଆ ବଢ଼ାଇଛି ପୁରୁଣା ଚୁକ୍ତି। ୨୦୧୬ରେ ହୋଇଥିବା ପୁରୁଣା ରାଫେଲ୍‌ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏଥିପାଇଁ ଭାରତକୁ ନୋଟିସ୍ କରିଛନ୍ତି ଫାନ୍ସର ଏକ ମାଜିଷ୍ଟ୍ରେଟ୍ କୋର୍ଟ। ତଦନ୍ତରେ ସହଯୋଗ କରିବାକୁ କୋର୍ଟ କହିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ସମୟରେ ୨୬ ନୂଆ ରାଫେଲ ଏମ୍‌ ନାଭାଲ ଜେଟ୍ କିଣିବା ନେଇ ଚୁକ୍ତି ହୋଇପାରେ ବୋଲି ସୂଚନା ମିଳିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ନୂଆ ଚୁକ୍ତି ହୋଇପାରେ। ୨୦୧୬ରେ ରାଫେଲ ଚୁକ୍ତିର ତଦନ୍ତ କରୁଛନ୍ତି ପ୍ୟାରିସ ମାଜିଷ୍ଟ୍ରେଟ୍‌ କୋର୍ଟ। ମାମଲାରେ ତଦନ୍ତ କରିବାକୁ ଭାରତକୁ ସେ ଏକ ଅନୁରୋଧ ପତ୍ର ପଠାଇଛନ୍ତି। ୨୦୧୬ ସେପ୍ଟେମ୍ବର ମାସରେ ଭାରତର ଏନ୍‌ଡିଏ ସରକାର ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଏଭିଏସନ ଠାରୁ ୫୯ ହଜାର କୋଟି ଟଙ୍କା ବ୍ୟୟରେ ୩୬ ରାଫେଲ କିଣିବା ପାଇଁ ଚୁକ୍ତି କରିଥିଲେ। ହେଲେ ଏଥିରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଭାରତ ସରକାର ନିର୍ଦ୍ଦିଷ୍ଟ କମ୍ପାନୀ ପ୍ରତି ଅଗ୍ରହ ଦେଖାଇ ଚୁକ୍ତି କରିଛନ୍ତି ବୋଲି ଦଳ ଅଭିଯୋଗ କରିଥିଲେ। ଚୁକ୍ତି ପାଇଁ ଡାସଲ୍ଟ ଭାରତ ସ୍ଥିତ ବ୍ୟାପାର ମଧ୍ୟସ୍ଥତା ସଂସ୍ଥାକୁ କିଛି ନିୟୁତ ୟୁରୋ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ରାଫେଲ ଫାଇଟର ଏୟାର୍‌କ୍ରାଫ୍ଟ ନିର୍ମାଣ କରୁଥିବା ଡାସଲ୍ଟ ଏଭିଏସନ୍ କମ୍ପାନୀ ଭାରତୀୟ ବ୍ୟାପାର ମଧ୍ୟସ୍ଥ କମ୍ପାନୀକୁ ୭.୫ ନିୟୁତ ୟୁରୋ ଦେଇଥିଲା। ଚୁକ୍ତି ପାଇବା ପାଇଁ ୨୦୦୭ରୁ ୨୦୧୨ ମଧ୍ୟରେ ଏହି ରାଶି ଦିଆଯାଇଛି ବୋଲି ଦାବି କରାଯାଇଥିଲା। ଭାରତୀୟ ତଦନ୍ତକାରୀ ଏଜେନ୍ସି ଏହି ଦୁର୍ନୀତି ସମ୍ପର୍କରେ ୨୦୧୮ରେ ସମସ୍ତ ପ୍ରମାଣ ପାଇଥିଲା। ହେଲେ କୌଣସି ପଦକ୍ଷେପ ନେଇ ନାହିଁ। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଥିଲେ ଡାସଲ୍ଟ କମ୍ପାନୀ ଓ ଭାରତ ସରକାର। ରାଫେଲ ଚୁକ୍ତିରେ କୌଣସି ଦୁର୍ନୀତି ହୋଇନି ବୋଲି ଉଭୟ କମ୍ପାନୀ ଓ ସରକାର କହିଥିଲେ। ଏନେଇ ସୁପ୍ରିମକୋର୍ଟଙ୍କ ନେତୃତ୍ୱରେ ତଦନ୍ତର ପରିଚାଳନା ହେଉ ବୋଲି ଏକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ମାମଲାକୁ ଆଗକୁ ନେବା ପାଇଁ କୋର୍ଟ କୌଣସି ପ୍ରମାଣ ପାଉ ନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ। ସୂଚନା ଥାଉକି; ଶେଷ ୩୬ ରାଫେଲ ବିମାନ ୨୦୨୨ ଡିସେମ୍ବର ମାସର ଭାରତ ଅଣାଯାଇଥିଲା। ଏବେ ପୁଣି ୨୬ଟି ନାଭାଲ୍ ଏୟାର୍‌କ୍ରାଫ୍ଟ ଆଣିବାକୁ ଚୁକ୍ତି ହେବ। ପାଖାପାଖି ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୬ ଏୟାରକ୍ରାଫ୍ଟ ମଧ୍ୟରୁ ୨୨ଟି ସିଙ୍ଗଲ ସିଟର ଏବଂ ୪ଟି ଡବଲ ସିଟର ଭର୍ସନ ଏୟାରକ୍ରାଫ୍ଟ ରହିଛି। ଭାରତୀୟ ନୌସେନା ପାଇଁ ବିମାନଗୁଡ଼ିକ ପ୍ରସ୍ତୁତ କରାଯାଇଛି। ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟରରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ଓ ଆଇଏନ୍‌ଏସ୍ ବିକ୍ରମାଦିତ୍ୟରେ ଏଗୁଡ଼ିକୁ ମୁତୟନ କରାଯିବ। ବର୍ତ୍ତମାନ ଏହି ଦୁଇଟି ଯୁଦ୍ଧ ଜାହାଜରେ ମିଗ୍-୨୯ ବିମାନ ଖଞ୍ଜାଯାଇଛି।

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

 ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

୧୫ରେ ଆବୁଧାବି ଗସ୍ତ



 

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳୁ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ବାହାରିଛନ୍ତି । ଆଜି ଅପରାହ୍ଣରେ ସେ ପ୍ୟାରିସରେ ପହଞ୍ଚିବେ।


ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍ ମାକ୍ରୋନ୍‌‍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ପ୍ୟାରିସ ଗସ୍ତ କରିଛନ୍ତି । ଶୁକ୍ରବାର ବଷ୍ଟିଲ୍ ଡେ’ ପ୍ୟାରେଡରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦେବେ। ସେଠାରେ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ତିନିଟି ଦଳ ଅଂଶଗ୍ରହଣ କରିବେ।


ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନ୍‌‍ଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିବେ । ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ସରକାରୀ ଭୋଜି ସହିତ ଏକ ବ୍ୟକ୍ତିଗତ ନୈଶଭୋଜିର ମଧ୍ୟ ଆୟୋଜନ କରିଛନ୍ତି ।


ପ୍ରଧାନମନ୍ତ୍ରୀ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସହିତ ସିନେଟ ଏବଂ ଫ୍ରାନ୍ସର ନେସନାଲ ଆସେମ୍ଳିର ସଭାପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ଫ୍ରାନ୍ସରରେ ଥିବା ପ୍ରବାସୀ ଭାରତୀୟ, ଭାରତୀୟ ଏବଂ ଫରାସୀ କମ୍ପାନୀର ସିଇଓ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ।


ଚଳିତ ବର୍ଷ ଭାରତ – ଫ୍ରାନ୍ସ ରଣନୀତିକ ସହଯୋଗର ୨୫ ତମ ବାର୍ଷିକୀ ପାଳନ କରାଯାଉଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭବିଷ୍ୟତ ପାଇଁ ରଣନୀତିକ, ସାଂସ୍କୃତିକ, ବୈଜ୍ଞାନିକ, ଶିକ୍ଷା ଏବଂ ଅର୍ଥନୈତିକ ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ରୂପରେଖ ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିବ।


ପରେ ପ୍ରଧାନମନ୍ତ୍ରୀ ଜୁଲାଇ ୧୫ରେ ଆବୁଧାବି ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ୍‍ ଜାୟେଦ ଅଲ ନାହ୍ୟାନଙ୍କ ସହିତ ଆଲୋଚନା କରିବେ। ଭାରତ-ୟୁଏଇର ବ୍ୟାପକ ରଣନୀତିକ ଭାଗିଦାରୀ କ୍ରମାଗତ ଭାବରେ ମଜବୁତ ହୋଇଛି ଏବଂ ଶକ୍ତି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଖାଦ୍ୟ ନିରାପତ୍ତା, ଫିନଟେକ୍‌, ପ୍ରତିରକ୍ଷା ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏକ ସୁଯୋଗ ପ୍ରଦାନ କରିବ। ଏହା ମଧ୍ୟ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସହଯୋଗ ଉପରେ ଆଲୋଚନା କରିବାର ଏକ ସୁଯୋଗ ହେବ, ବିଶେଷକରି ୟୁଏନଏଫସିସିର ସିଓପି-୨୮ର ୟୁଏଇର ରାଷ୍ଟ୍ରପତି ଏବଂ ଭାରତର ଜି -୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ୟୁଏଇ ଏକ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ଯୋଗ ଦେଉଛି।

Wednesday, July 12, 2023

ଦରପୋଡା ମଣିଷ ମାଂସ ଖାଇ ଦୁଇ ଗିରଫ

 ଦରପୋଡା ମଣିଷ ମାଂସ ଖାଇ ଦୁଇ ଗିରଫ


 


ବାରିପଦା- ମୟୁରଭଞ୍ଜରେ ଅଭାବନୀୟ ଘଟଣା ।   ଜୁଇ ଜଳାଯାଉଥିବା ଝିଅର ଦରପୋଡା ମାଂସ ଖାଇ  ଦୁଇ ଜଣ ଗିରଫ ହୋଇଛନ୍ତି । ଏହି ୨ ଜଣଙ୍କୁ  ପୋଲିସ  ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗାଁରେ ଏହି ଘଟଣା ଘଟିଛି । ଶବର ପୋଡ଼ା ମାଂସ ଖାଇବାକୁ ନେଇ  ସୂଚନା ମିଳିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଥିଲେ ।


ମଙ୍ଗଳବାର ବନ୍ଧସାହିଗାଁର ୨୫ ବର୍ଷୀୟ ମଧୁସ୍ମିତା ସିଂଙ୍କ ମୃତ୍ୟୁ ହୋଇଥିଲା । ଗାଁ ମଶାଣୀରେ ପରିବାର ଲୋକ ମଧୁସ୍ମିତାଙ୍କ ଶବ ସତ୍କାର  କରିଥିଲେ ।   ଶବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶବରୁ ଅଧା ପୋଡା ମାଂସକୁ ଆଣି ଖାଇଥିଲେ ।


ଏହା ଦେଖି ପରିବାର ଲୋକେ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ । ୫୮ ବର୍ଷୀୟ ସୁନ୍ଦର ସିଂ ଓ ୨୫ ବର୍ଷୀୟ ନରେନ୍ଦ୍ର ସିଂଙ୍କୁ ଅଟକ ରଖିବା ପରେ ପୁଲିସ ଜିମା ଦେଇଥିଲେ। ଏହି ଦୁଇ ଅଭିଯୁକ୍ତ   ବଡ଼ସାହି ଥାନା ଦାନ୍ତୁଣୀ ଗାଁର ବୋଲି ସୂଚନା ମିଳିଛି । ସୁନ୍ଦର ମୋହନ ଗାଁରେ ଗୁଣିଆ ଭାବେ ଝଡାଫୁଙ୍କା କରନ୍ତି। ତେବେ ଗୁଣି ପାଇଁ ନୁହେଁ ମହୁଲି ମଦ ନିଶାରେ ଦରପୋଡା ମାଂସ ଖାଇଦେଇଥିବା  ସେମାନେ ପୁଲିସକୁ କହିଛନ୍ତି ।

Tuesday, July 11, 2023

ନେପାଳରେ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ

 ନେପାଳରେ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ

 

ନୂଆଦିଲ୍ଳୀ: ପାଞ୍ଚଜଣ ବିଦେଶୀ ନାଗରିକଙ୍କ ସମେତ ସମୁଦାୟ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନିଖୋଜ ହୋଇଯାଇଛି। ହେଲିକପ୍ଟରଟି ଆଜି ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁ ଯାତ୍ରା ଭରୁଥିବା ସମୟରେ ନିଖୋଜ ହୋଇ ଯାଇଥିବା ସୂଚନା ରହିଛି। ସକାଳ ପ୍ରାୟ ୧୦.୧୫ ସମୟରେ ହେଲିକପ୍ଟରଟି କଣ୍ଟ୍ରୋଲ୍ ଟାୱାରରୁ ଯୋଗାଯୋଗ ଛିନ୍ନ କରିଛି।


କାଠମାଣ୍ଡୁ ପୋଷ୍ଟ କରିଥିବା ରିପୋର୍ଟ ମୁତାବକ, ସୋଲୁଖୁମ୍ବୁର ସୁରକିରୁ ଉଡ଼ାଣ ଭରିଥିବା ମନଙ୍ଗ ଏୟାର ହେଲିକପ୍ଟରଟିର ଯୋଗାଯୋଗହୀନ ହୋଇଯାଇଥିବାରୁ ତା‌ହା କେଉଁଆଡ଼େ ଗତି କରୁଛି କିଛି ଜାଣି ହେଉନାହିଁ।


ଏନେଇ ନେପାଳର ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ବିଟ୍‌ ଯୋଗ‌େ ସୂଚନା ଦିଆଯାଇଛି। ତେବେ କ୍ୟାପ୍‌ଟେନ୍‌ଙ୍କ ସମେତ ହେଲିକପ୍ଟର‌ରେ ସମୁଦାୟ ୬ ଜଣ ଥିଲେ। ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟରଟି ଉଡ଼ାଣ ଭରିଥିଲା ବୋଲି ସୂଚନା ରହିଛି।



ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

 ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ



ଲୋକଙ୍କ ଦୀର୍ଘ ଦିନର ଦାବିକୁ ଆଜି ଗୋଟିଏ ଫୋନ କଲ ମାଧ୍ୟମ ରେ ସମାଧାନ କରିଛନ୍ତି 5T ସଚିବ । ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ କରିଛନ୍ତି । ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ 5T ସଚିବ । ମାତ୍ର ୨ ମିନିଟରେ ସମସ୍ୟାର ସମାଧାନ କରିଛନ୍ତି। ଭିଡିଓ କଲ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି  ।


ପଞ୍ଚାୟତ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା

  •  ପଞ୍ଚାୟତ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ମୋହର




ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ପଞ୍ଚାୟତ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ମୋହର । ଏହି ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ସ୍ୱତନ୍ତ୍ର ଅନୁଦାନ ମିଳିବ । ନୂଆ ଯୋଜନା ପାଇଁ ୪୦୦୦କୋଟି ବ୍ୟୟ ବରାଦ ହୋଇଛି ।


ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ବିକାଶ ପାଇଁ ଏହି ଯୋଜନା କରାଯାଇଛି । ରାଜ୍ୟର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ଯୋଜନା ହୋଇଛି । ପ୍ରତି ପଞ୍ଚାୟତ ୫୦ ଲକ୍ଷ ଟଙ୍କାର ଅନୁଦାନ ପାଇପାରିବେ । ସେହି ଅର୍ଥରୁ ଜଗନ୍ନାଥ ସଂସ୍କୃତି ପରମ୍ପରାର ଉନ୍ନତି ହେବ । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଈପାରିବ ।


ଯୋଜନା କାର୍ଯ୍ୟକାରୀ ପାଇଁ ଗାଇଡଲାଇନ୍‌କୁ ମଞ୍ଜୁରୀ ମିଳିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ସମୁଦାୟ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । .

Monday, July 10, 2023

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

 *ଆଜି ଶ୍ରାବଣ ମାସର ପ୍ରଥମ ସୋମବାର* 

ତାରିଖ ୧୦/୦୭/୨୩, ସୋମବାର



୧-ଆଜି ପ୍ରଥମ ସୋମବାର, ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ସ୍ୱତନ୍ତ୍ର ନୀତି କାନ୍ତି ବ୍ୟବସ୍ଥା।


୨-ଶ୍ରାବଣରେ ନାହିଁ ବର୍ଷା, ଫାଟି ଆଁ କରିଛି ଚାଷ ଜମି । ଉପକୂଳରୁ ପଶ୍ଚିମ ଓଡିଶା, ସବୁଆଡେ ଚାଷ କାମରେ ବାଧକ ସାଜିଛି ପାଣି । ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡି ଆଶଙ୍କାରେ ଚାଷୀ।


୩-ଓଟିପି ସ୍କାମରେ ପାକିସ୍ତାନ ଲିଙ୍କର ହେବ ପର୍ଦ୍ଦାଫାଶ । ଅଭିଯୁକ୍ତ ଅଭିଜିତକୁ ପଚରାଉଚରା କଲା ମହାରାଷ୍ଟ୍ରର ଏଟିଏସ୍ । ନିଆଯାଇପାରେ ଏନଆଇଏ ଓ ଆଇବି ର ସହାୟତା।


୪-DN ହୋମ୍ସ ଟିକସୀ ଫାଙ୍କି ମାମଲା:ଜବତ ଟଙ୍କାର ଉତ୍ସ ଖୋଜୁଛି IT ।


୫-ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍ । ଭୟଭୀତ ହୋଇପଡ଼ିଲେ ପର୍ଯ୍ୟଟକ । ସିଂହଗୁଡିକୁ କାବୁ କରି ଫିଡିଂ ଚାମ୍ବରରେ ରଖିଲେ କର୍ମଚାରୀ।


୬-ଓଟିଭି ପକ୍ଷରୁ ପ୍ରଥମ AI ଖବର ଉପସ୍ଥାପନା: ଓଡ଼ିଆରେ ଖବର ପଢିବ 'ଲିସା'


୭-ଆଇପିଏସ ଅଫିସର ସାଗରିକା ନାଥଙ୍କ ବାପାଙ୍କ ଠାରୁ ଲୁଟ ଉଦ୍ୟମ କରିଥିବା ଅଭିଯୁକ୍ତ ଗିରଫ।


୮-ରାୟଗଡ଼ା:କାୟା ମେଲାଉଛି ଡେଙ୍ଗୁ ଓ ମେଲେରିଆ; ରାୟଗଡ଼ାରେ ଡାକ୍ତର ଅଭାବ।


୯-ଭୁବନେଶ୍ୱର: ବିସ୍ଥାପନ ଓ ଥଇଥାନ ; ବିବାହିତ ଝିଅଙ୍କୁ ମିଳିବ କ୍ଷତିପୂରଣ ସହାୟତା।


୧୦-ମଞ୍ଚେଶ୍ବରରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର କରୋନା ସାମଗ୍ରୀ ଜଳିଗଲା।


୧୧-ସୋରଡ଼ା:ଗ୍ରାମାଞ୍ଚଳରେ ଶିକ୍ଷା ଭିତ୍ତିଭୂମି ଦୁର୍ବଳ;୨୧୬ ପ୍ରାଥମିକ ବିଦ୍ୟାଳୟରେ  ଜଣେ ଲେଖାଏଁ ଶିକ୍ଷକ।


୧୨-ଶାରଳା ମନ୍ଦିରକୁ ମୋବାଇଲ ଓ ପଲିଥିନ୍‌ ମନା, ବେଢା ଭିତରେ ଫଟୋ ଉଠାଇ ପାରିବେନି ଭକ୍ତ।


୧୩-ଧୁମଧାମରେ ବାହା ହେଲେ ସାରଥୀଙ୍କ ପାଳିତ ପୁଅ ସତ୍ୟମ ରାଉଳ ; ବେକରେ ଥିଲା ୯୦ ଲକ୍ଷର ହୀରା ହାର।


୧୪-ବାହାନଗା ଟ୍ରାଜେଡିର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ ହୋଇଥିବା ନେଇ ସୂଚନା ।


୧୫-ବିଟ୍‌ କଏନ୍‌ ଲୋଭରେ ଫସିଲେ କଟକର ୨ ଯୁବକ, ହରାଇଲେ ୪୩ ଲକ୍ଷ ଟଙ୍କା।


୧୬-ଶ୍ରାବଣ ମାସର ପ୍ରଥମ ସୋମବାର, ଗଡ଼ ଗଡ଼ିଆ ଘାଟରେ ଲାଗିଛି କାଉଡ଼ିଆଙ୍କ ଭିଡ଼।


୧୭-ସମ୍ବଲପୁର ପୋଲିସ କବଜାରେ ୬ ଦୁର୍ଦ୍ଦାନ୍ତ ଅପରାଧୀ, ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ।


୧୮-'ଆହାର' ଉପରେ ଦରବୃଦ୍ଧିର ପାହାର ! ଆଳୁ ଓ ଭଣ୍ଡାକୁ ଛାଡ଼ି ଡାଲମାରୁ ଉଭାନ ଅନ୍ୟ ପରିବା।


୧୯-ଭାରତରେ ନିର୍ମିତ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସର ୨୮ତମ ରେକର ରଙ୍ଗ ଗେରୁଆ ହେବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା।


୨୦-ଉତ୍ତର ଭାରତ ରାଜ୍ୟ ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ।


୨୧-ଅମରନାଥ ଯାତ୍ରା – ଖରାପ ପାଗ ଯୋଗୁ ତୃତୀୟ ଦିନ ପାଇଁ ଯାତ୍ରା ବାତିଲ।


ଶ୍ରୀମଦ୍ ଭଗବଦ୍ ଗୀତା ସାରାଂଶ

  ଶ୍ରୀମଦ୍ ଭଗବଦ୍ ଗୀତା



ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଶ୍ରୀମଦ୍ଭଗଡଗୀତାର 18 ଅଧ୍ୟାୟରେ ଲୁଚି ରହିଛି l


 ସମସ୍ତ ଶାସ୍ତ୍ର ମଧ୍ୟରୁ ଶ୍ରୀମଦ୍ ଭଗବଦ୍ ଗୀତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ କାରଣ ଏଥିରେ ଜଣେ ବ୍ୟକ୍ତିର ଜୀବନର ମହତ୍ତ୍ୱ ରହିଥାଏ ଏବଂ ମହାଭାରତ ସମୟରୁ ଦ୍ଵାପର ସମୟ ପର୍ଯ୍ୟନ୍ତ କୃଷ୍ଣଙ୍କର ସମସ୍ତ ଲୀଳାର ବର୍ଣ୍ଣନା କରାଯାଇଛି।  ଏହାକୁ ମହର୍ଷି ବେଦବ୍ୟାସ ରଚନା କରିଥିଲେ।  ଭଗବଦ୍ ଗୀତା ଅର୍ଜୁନ ଏବଂ ତାଙ୍କ ସାରଥି ଶ୍ରୀକୃଷ୍ଣଙ୍କ ମଧ୍ୟରେ ହୋଇଥିବା ସଂଳାପ ଉପରେ ଆଧାରିତ ଏକ ପୁସ୍ତକ | ଜ୍ଞାନଯୋଗ, କର୍ମ ଯୋଗ, ଭକ୍ତି ଯୋଗ, ରାଜ ଯୋଗ, ଏକେଶ୍ୱରବାଦ ଇତ୍ୟାଦି ଗୀତାରେ ଅତି ସୁନ୍ଦର ଭାବରେ ଆଲୋଚନା କରାଯାଇଛି।  ଗୀତା ରେ ମଣିଷ କୁ କର୍ମ ର ମହତ୍ତ୍ୱ ବିଷୟରେ ବୁଝାଇ ଦିଆଯାଇଛି |  ଶ୍ରେଷ୍ଠ ମାନବ ଜୀବନର ମହତ୍ତ୍ୱ ଗୀତା ରେ ବ୍ୟାଖ୍ୟା କରାଯାଇଛି | ଏଥିରେ 18 ଟି ଅଧ୍ୟାୟ ଅଛି, ଯେଉଁଥିରେ ତୁମେ ତୁମର ଜୀବନ ସହିତ ଜଡିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏବଂ ତୁମର ପ୍ରତ୍ୟେକ ସମସ୍ୟାର ସମାଧାନ ପାଇପାରିବ |


 ପ୍ରଥମ ଅଧ୍ୟାୟ: ଗୀତାଙ୍କର ପ୍ରଥମ ଅଧ୍ୟାୟ ହେଉଛି ଅର୍ଜୁନ-ବିଶାଦ ଯୋଗ |  ଏଥିରେ 46 ଟି ଶ୍ଲୋକ ମାଧ୍ୟମରେ ଅର୍ଜୁନଙ୍କ ମାନସିକ ସ୍ଥିତି, ଅର୍ଜୁନ କିପରି ନିଜ ସମ୍ପର୍କୀୟଙ୍କ ସହ ଲଢିବାକୁ ଭୟ କରନ୍ତି ଏବଂ ଭଗବାନ କୃଷ୍ଣ ତାଙ୍କୁ କିପରି ବୁଝାଉଛନ୍ତି ତାହା ବର୍ଣ୍ଣନା କରେ |


ଦ୍ୱିତୀୟ ଅଧ୍ୟାୟ: ଗୀତା, ସାଂଖ୍ୟ-ଯୋଗ + ର ଦ୍ୱିତୀୟ ଅଧ୍ୟାୟରେ ସମୁଦାୟ 72 ଶ୍ଲୋକ ଅଛି, ଯେଉଁଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମଯୋଗ, ଜ୍ଞାନଯୋଗ, ସାଂଖ୍ୟଯୋଗ, ବୁଦ୍ଧିଯୋଗ ଏବଂ ଆତ୍ମ ବିଷୟରେ ଜ୍ଞାନ ପ୍ରଦାନ କରନ୍ତି |  ଏହି ଅଧ୍ୟାୟଟି ପ୍ରକୃତରେ ସମଗ୍ର ଗୀତା ର ଏକ ସାରାଂଶ ଅଟେ |  ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ |


 ତୃତୀୟ ଅଧ୍ୟାୟ: ଗୀତା ର ତୃତୀୟ ଅଧ୍ୟାୟ ହେଉଛି କର୍ମଯୋଗ , ଏହାର 43 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବ୍ୟାଖ୍ୟା କରିଛନ୍ତି ଯେ ଫଳାଫଳ ବିଷୟରେ ଚିନ୍ତା ନକରି ଆମେ ଆମର କାର୍ଯ୍ୟ ଜାରି ରଖିବା ଉଚିତ୍।


 ଚତୁର୍ଥ ଅଧ୍ୟାୟ: ଜ୍ଞାନକର୍ମ ସନ୍ନ୍ୟାସଯୋଗ ହେଉଛି ଗୀତାଙ୍କର ଚତୁର୍ଥ ଅଧ୍ୟାୟ, ଯାହାର 42 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ଧାର୍ମିକମାନଙ୍କର ସୁରକ୍ଷା ଏବଂ ଅଧାର୍ମିକମାନଙ୍କର ବିନାଶ ପାଇଁ ଗୁରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।


 ପଞ୍ଚମ ଅଧ୍ୟାୟ: କର୍ମ ସନ୍ନ୍ୟାସ ଯୋଗ ହେଉଛି ଗୀତାଙ୍କର ପଞ୍ଚମ ଅଧ୍ୟାୟ, ଯାହାର 29 ଟି ଶ୍ଲୋକ ଅଛି |  ଏଥିରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଛନ୍ତି ଯାହା କର୍ମ ଯୋଗ ଏବଂ ଜ୍ଞାନଯୋଗ ମଧ୍ୟରେ ତାଙ୍କ ପାଇଁ କେଉଁଟି ଉତ୍ତମ ଅଟେ।  ତା’ପରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଉଭୟଙ୍କ ଲକ୍ଷ୍ୟ ସମାନ କିନ୍ତୁ କର୍ମ ଯୋଗ ଉତ୍ତମ ।

 

 ଷଷ୍ଠ ଅଧ୍ୟାୟ: ଆତ୍ମ-ସଂଯମ ଯୋଗ ହେଉଛି ଗୀତାଙ୍କର ଷଷ୍ଠ ଅଧ୍ୟାୟ, ଯାହାର 47 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଅଷ୍ଟାଙ୍ଗ ଯୋଗ ବିଷୟରେ କହିଛନ୍ତି ।  ମନର ଦ୍ୱନ୍ଦ୍ୱକୁ କିପରି ଦୂର କରାଯାଇପାରିବ ସେ ଏଥିରେ ବ୍ୟାଖ୍ୟା କରିଛନ୍ତି।


 ସପ୍ତମ ଅଧ୍ୟାୟ: ଜ୍ଞାନ ବିଜ୍ଞାନ ଯୋଗ ହେଉଛି ଗୀତାଙ୍କର ସପ୍ତମ ଅଧ୍ୟାୟ, ଯାହାର 30 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସଂପୂର୍ଣ୍ଣ ନିରପେକ୍ଷ ବାସ୍ତବତା ଏବଂ ଏହାର ଭ୍ରମାତ୍ମକ ଶକ୍ତି + ମାୟା + ବିଷୟରେ ବୁଝାଇଛନ୍ତି |


 ଅଷ୍ଟମ ଅଧ୍ୟାୟ: ଗୀତା ର ଅଷ୍ଟମ ଅଧ୍ୟାୟ ହେଉଛି ଅକ୍ଷରବ୍ରହ୍ମଯୋଗ, ଯାହାର 28 ଟି ଶ୍ଲୋକ ଅଛି |  ଗୀତାଙ୍କର ଏହି ପାଠରେ ସ୍ୱର୍ଗ ଏବଂ ନର୍କର ସିଦ୍ଧାନ୍ତ ଅନ୍ତର୍ଭୁକ୍ତ |  ଏଥିରେ ଜଣେ ବ୍ୟକ୍ତିଙ୍କୁ ଚିନ୍ତା, ଆଧ୍ୟାତ୍ମିକ ଜଗତ ଏବଂ ନର୍କ ଏବଂ ସ୍ୱର୍ଗକୁ ଯିବାର ବାଟ ବିଷୟରେ କୁହାଯାଏ |


 ନବମ ଅଧ୍ୟାୟ: ରାଜବିଦ୍ୟାରାଜଗୃହ୍ ଯୋଗ ଗୀତା ର ନବମ ଅଧ୍ୟାୟ, ଯାହାର 34 ଟି ଶ୍ଲୋକ ଅଛି |  ଏଥିରେ କୁହାଯାଇଛି ଯେ ଶ୍ରୀକୃଷ୍ଣଙ୍କ ଆଭ୍ୟନ୍ତରୀଣ ଶକ୍ତି ବ୍ରହ୍ମାଣ୍ଡକୁ ବ୍ୟାପିଥାଏ, ଏହାକୁ ସୃଷ୍ଟି କରେ ଏବଂ ସମଗ୍ର ବ୍ରହ୍ମାଣ୍ଡକୁ ନଷ୍ଟ କରେ।


 ଦଶମ ଅଧ୍ୟାୟ: ବିଭୂତି ଯୋଗ ହେଉଛି ଗୀତାଙ୍କର ଦଶମ ଅଧ୍ୟାୟ ଯେଉଁଥିରେ 42 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି ଯେ ସମସ୍ତ ଉପାଦାନ ଏବଂ ଆଧ୍ୟାତ୍ମିକତା କିପରି ଅସ୍ତିତ୍ୱର ସମାପ୍ତି ର କାରଣ ହୁଏ |



ଏକାଦଶ ଅଧ୍ୟାୟ: ବିଶ୍ୱସ୍ଵରୂପ ଦର୍ଶନ ଯୋଗ ହେଉଛି ଗୀତା ର ଏକାଦଶ ଅଧ୍ୟାୟ ଯେଉଁଥିରେ 55 ଟି ଶ୍ଲୋକ ଅଛି |  ଏହି ଅଧ୍ୟାୟରେ ଅର୍ଜୁନଙ୍କ ଅନୁରୋଧ କ୍ରମେ ଶ୍ରୀକୃଷ୍ଣ ତାଙ୍କର ବିଶ୍ଵରୂପ ଧାରଣ କରିଛନ୍ତି।


 ଦ୍ୱାଦଶ ଅଧ୍ୟାୟ: ଭକ୍ତିଯୋଗ ହେଉଛି ଗୀତା ର ଦ୍ୱାଦଶ ଅଧ୍ୟାୟ ଯେଉଁଥିରେ 20 ଟି ଶ୍ଲୋକ ଅଛି |  ଏହି ଅଧ୍ୟାୟରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଭକ୍ତି ମାର୍ଗର ମହିମା ବିଷୟରେ ଅଧିକ ସୂଚନା ଦେଇଛନ୍ତି ।  ଏହା ସହିତ ସେ ଅର୍ଜୁନଙ୍କୁ ଭକ୍ତିଯୋଗ ବିଶେଷତ୍ଵ ବିଷୟରେ ବର୍ଣ୍ଣନା କରିଛନ୍ତି |


 ତ୍ରୟୋଦଶ ଅଧ୍ୟାୟ: କ୍ଷେତ୍ର କ୍ଷତ୍ରଜ୍ଞ ବିଭାଗ ଯୋଗ ଗୀତା ହେଉଛି ତ୍ରୟୋଦଶ ଅଧ୍ୟାୟ, ଏହାର 35 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଜ୍ଞାନ ଏବଂ ସତ୍ଵ , ରଜ ଏବଂ ତମ ଗୁଣ ମାଧ୍ୟମରେ ଏକ ଉତ୍ତମ ଯୋନି ରେ ଜନ୍ମ ହେବାର ଉପାୟ ବିଷୟରେ କହିଥିଲେ।


 ଚତୁର୍ଦ୍ଦଶ ଅଧ୍ୟାୟ: ଗଣତ୍ରୟ ବିଭାଗ ଯୋଗ, ଏହାର 27 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ସତ୍ଵ , ରଜ ଏବଂ ତମ ଗୁଣ ଏବଂ ମନୁଷ୍ୟର ସର୍ବୋତ୍ତମ, ମଧ୍ୟମ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି |  ଶେଷରେ, ଏହି ଗୁଣଗୁଡିକ ପାଇବା ପାଇଁ ଉପାୟ ଏବଂ ଏହାର ଫଳାଫଳକୁ ବର୍ଣ୍ଣନା କରାଯାଇଛି |


 ପଞ୍ଚଦଶ ଅଧ୍ୟାୟ: ଗୀତାଙ୍କର ପଞ୍ଚଦଶ ଅଧ୍ୟାୟ ହେଉଛି ପୁରୁଷୋତ୍ତମ ଯୋଗ, ଏହାର 20 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଐଶ୍ୱରୀୟ ପ୍ରକୃତିର ଜ୍ଞାନୀ ଲୋକମାନେ ମୋତେ ପ୍ରତ୍ୟେକ ଉପାୟରେ ଉପାସନା କରନ୍ତି ଏବଂ ଭୂତ ପ୍ରକୃତିର ଅଜ୍ଞ ବ୍ୟକ୍ତିମାନେ ମୋତେ ପରିହାସ କରନ୍ତି।

 

 ଷୋଡଶ ଅଧ୍ୟାୟ: ଦେବାସୁରସମ୍ପଦ୍ଦ୍ୱି ଭାଗ ଯୋଗ ହେଉଛି ଗୀତା ର ଷୋଡଶ ଅଧ୍ୟାୟ, ଏହାର 24 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ସ୍ୱାଭାବିକ ଭାବରେ ଐଶ୍ୱରୀୟ ପ୍ରକୃତିର ଜ୍ଞାନୀ ବ୍ୟକ୍ତି ଏବଂ ଆସୁରୀ ପ୍ରକୃତିର ଜଣେ ଅଜ୍ଞ ବ୍ୟକ୍ତିର ଗୁଣ ବର୍ଣ୍ଣନା କରନ୍ତି।


 ସପ୍ତଦଶ ଅଧ୍ୟାୟ: ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ଗୀତାଙ୍କର ସପ୍ତଦଶ ଅଧ୍ୟାୟ, ଏହାର 28 ଟି ଶ୍ଲୋକ ଅଛି |  ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ ଦେଇଛନ୍ତି ଯେ ଶାସ୍ତ୍ରର ଜ୍ଞାନ ଅଭାବ ଏବଂ ଅନ୍ୟାନ୍ୟ କାରଣରୁ ଶାସ୍ତ୍ର ଛାଡିବା ପରେ ମଧ୍ୟ ଯଜ୍ଞ, ପୂଜା ଇତ୍ୟାଦି ଶ୍ରଦ୍ଧା ପୂର୍ବକ ଶୁଭ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କ’ଣ?


 ଅଷ୍ଟାଦଶ ଅଧ୍ୟାୟ: ମୋକ୍ଷ-ସନ୍ନ୍ୟାସ ଯୋଗ ହେଉଛି ଗୀତା ର ଅଷ୍ଟାଦଶ ଅଧ୍ୟାୟ, ଏହାର 78 ଟି ଶ୍ଲୋକ ଅଛି |  ଏହି ଅଧ୍ୟାୟଟି ପୂର୍ବର ସମସ୍ତ ଅଧ୍ୟାୟର ଏକ ସାରାଂଶ ଅଟେ |  ଏଥିରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ଠାରୁ ନ୍ୟାସ ଅର୍ଥାତ୍ ଜ୍ଞାନ ଯୋଗ ଏବଂ ତ୍ୟାଗ ଅର୍ଥାତ୍ ଫଳପ୍ରାପ୍ତି ରହିତ କର୍ମ ଯୋଗକୁ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।


Sunday, July 9, 2023

ଆକସ୍ମିକ ବନ୍ୟାରେ ଭାସିଯାଇ ପୁଞ୍ଚ୍‌ରେ ୨ ଯବାନ ସହିଦ

 ଆକସ୍ମିକ ବନ୍ୟାରେ ଭାସିଯାଇ ପୁଞ୍ଚ୍‌ରେ ୨ ଯବାନ ସହିଦ



ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟା ଜଳରେ ଭାସିଯାଇ ୨ଜଣ ଯବାନ ସହିଦ ହୋଇଥିବା ଭାରତୀୟ ସେନା ସୂଚନା ଦେଇଛି ।


ଭାରତୀୟ ସେନା କହିଛି, ଶନିବାର ଦିନ ସୁରନକୋଟ୍‌ ଅଞ୍ଚଳର ଡୋଗ୍ରା ନାଳ ପାରି ହେଉଥିବା ବେଳେ ପ୍ରଖର ସୁଅରେ ଯବାନ ଦୁଇଜଣ ଭାସି ଯାଇଥିଲେ। ଦୁହିଁଙ୍କ ମଧ୍ୟରୁ ନାଏବ ସୁବେଦାର କୁଳଦୀପ ସିଂହଙ୍କ ଶବକୁ ଶନିବାର ରାତିରେ ପାଣିରୁ ଉଦ୍ଧାର କରାଯାଇଥିବା ବେଳେ ସିପାହୀ ତେଲୁ ରାମଙ୍କ ଶବ ଆଜି ଉଦ୍ଧାର କରାଯାଇଛି।

ପ୍ୟାନ-ଆଧାର ଲିଙ୍କ ନଥିଲେ ସାମ୍ନା କରିବେ ୧୦ଟି ମୁଖ୍ୟ ସମସ୍ୟା

 ପ୍ୟାନ-ଆଧାର ଲିଙ୍କ ନଥିଲେ ସାମ୍ନା କରିବେ ୧୦ଟି ମୁଖ୍ୟ ସମସ୍ୟା



ଆଧାର-ପ୍ୟାନ ଲିଙ୍କ କରାଇବାର ଶେଷ ତାରିଖ ସମାପ୍ତ ହୋଇଯାଇଛି । ଗତ ଜୁନ୍ ମାସ ୩୦ ତାରିଖ ଲିଙ୍କ କରିବାର ଶେଷ ଦିନ ଥିଲା 

ଆଧାର-ପ୍ୟାନ ଲିଙ୍କ କରାଇବାର ଶେଷ ତାରିଖ ସମାପ୍ତ ହୋଇଯାଇଛି । ଗତ ଜୁନ୍ ମାସ ୩୦ ତାରିଖ ଲିଙ୍କ କରିବାର ଶେଷ ଦିନ ଥିଲା । ଯେଉଁମାନେ ସେମାନଙ୍କର ପ୍ୟାନ ସହ ଆଧାର କାର୍ଡ ଲିଙ୍କ କରିନାହାନ୍ତି ଏବେ ସେମାନଙ୍କର ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇଯାଇଛି। ଏବେ ଜାଣନ୍ତୁ ଏମିତି ଯେଉଁ ମାନେ କରିନାହାନ୍ତି ସେମାନେ କେଉଁ ସମସ୍ୟାରେ ପଡିବେ । ଲିଙ୍କ କରିନଥିଲେ ଆପଣଙ୍କ ପାଇଁ ଡିପୋଜିଟ, ଟ୍ରାଞ୍ଜାକସନ, ଲୋନ ଓ କ୍ରେଡିଟ କାର୍ଡ ସହ ଜଡ଼ିତ କାର୍ଯ୍ୟ ମୁସ୍କିଲ ହୋଇପାରେ । ଏପରି କ୍ଷେତ୍ରରେ ଆପଣ ୧୦ଟି ବଡ଼ କ୍ଷତି ସହିପାରନ୍ତି ।

୧- ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ ବା ସିବିଡିଟି ମୁତାବକ, ଟ୍ୟାକ୍ସ ପେୟର୍ସ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ, ମାତ୍ର ନିଷ୍କ୍ରିୟ ପ୍ୟାନର ବ୍ୟବହାର କରି ରିଫଣ୍ଡ ପାଇଁ କ୍ଲେମ୍ କରିପାରିବେ ନାହିଁ ।


୨- ସେୟାର ବ୍ୟତୀତ ଅନ୍ୟ କୌଣସି ସିକ୍ୟୁରିଟିର କ୍ରୟ-ବିକ୍ରୟ କ୍ଷେତ୍ରରେ ୧ ଲକ୍ଷରୁ ଅଧିକ ଟଙ୍କାର ପେମେଣ୍ଟ କରିପାରିବେ ନାହିଁ ।


୩- ଡିମେଟରେ ଆକାଉଣ୍ଟ ଖୋଲି ପାରିବେ ନାହିଁ । ଏଥିସହିତ ମ୍ୟୁଚୁଆଲ ଫଣ୍ଡ ୟୁନିଟ କିଣିବା ପାଇଁ ୫୦ ହଜାରରୁ ଅଧିକ ଟଙ୍କାର ପେମେଣ୍ଟ କରିପାରିବେ ନାହିଁ ।


୪- ୧୦ ଲକ୍ଷରୁ ଟଙ୍କାରୁ ଅଧିକ ସମ୍ପତ୍ତି କିଣାବିକା ଉପରେ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିବ ।


୫- ଗୋଟିଏ ଆର୍ଥିକ ବର୍ଷରେ ୫୦ ହଜାର ଟଙ୍କାରୁ ଅଧିକ ବୀମା ପଲିସୀ ବା ପ୍ରିମିୟମ ଭରିପାରିବେ ନାହିଁ ।


୬- କ୍ରେଡିଟ କାର୍ଡ ଓ ଡେବିଡ କାର୍ଡ ପାଇଁ ଆବେଦନ କରିପାରିବେ ନାହିଁ ।


୭- ଯାନବାହାନ କିଣାବିକା କ୍ଷେତ୍ରରେ ଅଧିକ ଟ୍ୟାକ୍ସ ଦେବାକୁ ପନିବ ।


୮- ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଓ ସେଭିଙ୍ଗ ଖାତାକୁ ଛାଡ଼ି ଅନ୍ୟ କୌଣସି ଆକାଉଣ୍ଟ ଖୋଲିପାରିବେ ନାହିଁ ।


୯- ଯେଉଁ କମ୍ପାନୀମାନେ ଷ୍ଟକ ଏକ୍ସଚେଞ୍ଜରେ ଲିଷ୍ଟେଡ ନାହାନ୍ତି, ସେଗୁଡ଼ିକର ଶେୟାର କିଣାବିକା ପାଇଁ ପ୍ରତି ପ୍ରତି ଟ୍ରାଞ୍ଜାକସନ ଏକ ଲକ୍ଷରୁ ଅଧିକ ଭରଣା କରିପାରିବେ ନାହିଁ ।


୧୦- କୌଣସି ସେବାର କିଣାବିକା ପାଇଁ ପ୍ରତି ଟ୍ରାଞ୍ଜାକସନ ୨ ଲକ୍ଷରୁ ଅଧିକ ଭରଣା କରୁଥିଲେ ଅଧିକ ଟ୍ୟାକ୍ସ ଲାଗିବ ।

Saturday, July 8, 2023

ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ





ଭୁବନେଶ୍ୱର : ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ମସିହା ରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାର ମାନଙ୍କ ସଂଘ ଗଠନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି ।


କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାର ମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଲୋକକଳା ଜରିଆରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ତଥା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚାର ପ୍ରସାର କରାଯାଇଥାଏ ।


ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାସହିତ, କଳାକାର ମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ।ଏହି ନୂତନ ପାରିଶ୍ରମିକ ଅନୁଯାୟୀ ଦାସକାଠିଆ ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୨୦୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ଏକ ଦୁଇ ଜଣିଆ ଦଳକୁ ଏକକାଳୀନ ୨୪୦୦ ଟଙ୍କା ପ୍ରଦାନ କରାଯିବ।


ସେହିପରି ପାଲା ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ଏବେ ଏକ ୬ ଜଣିଆ ଦଳକୁ ଏକକାଳୀନ ୬୮୦୦ ଟଙ୍କା ଦିଆଯିବ।

ଘୋଡାନାଚ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ୮ ଜଣିଆ ଘୋଡାନାଚ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ ।

ସେହିପରି ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୪୦୦ ଟଙ୍କା ଦିଆଯାଉଥିଲା । ଏବେ ଏକ ୮ ଜଣିଆ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ।

ଲୋକକଳାର ସୁରକ୍ଷା ତଥା କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପଦକ୍ଷେପ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ଶାଶୂକୁ ବୋହୂର ନିର୍ଯାତନା : ଗୋଡ଼ରେ ବେଡି ପକାଇବା ସହ ଛାଞ୍ଚୁଣୀରେ ବାଡଉଥିବାର ଭିଡିଓ ଭାଇରାଲ

 ଶାଶୂକୁ ବୋହୂର ନିର୍ଯାତନା : ଗୋଡ଼ରେ ବେଡି ପକାଇବା ସହ ଛାଞ୍ଚୁଣୀରେ ବାଡଉଥିବାର ଭିଡିଓ ଭାଇରାଲ


 


ଶାଶୂକୁ ବୋହୂର ନିର୍ଯାତନା । ରାଜଧାନୀସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଜଣେ ବୋହୂ ତାଙ୍କ ଶାଶୂଙ୍କ ଗୋଡରେ ବେଡି ପକାଇଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ବୋହୂ ଜଣଙ୍କ ତାଙ୍କ ଶାଶୂଙ୍କ ଗୋଡରେ ବେଡି ପକାଇଥିବା ଜଣାପଡିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବୋହୂଟି ଝାଡୁରେ ମାଡ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି । ତେବେ ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଅନ୍ୟପଟେ ପୋଲିସ ପହଞ୍ଚିବା ପରେ ଶାଶୂ ଗୋଡରୁ ବେଡି ଖୋଲି ଦିଆଯାଇଥିବା ଦେଖିବାକୁ ମିଳିଛି ।

ବିକାଶ ଆଢୁଆଳରେ ଆଦିବାସୀ ଗାଁ

 ବିକାଶ ଆଢୁଆଳରେ ଆଦିବାସୀ ଗାଁ। ବଞ୍ଚିବା ପାଇଁ ଭରସା ବାଉଁଶ କରଡି଼




 

 

କନକ ବ୍ୟୁରୋ: ଅବହେଳିତ ଆଦିବାସୀ ଗାଁ । ଆଜି ବି ବଂଚିବା ପାଇଁ ବାଉଁଶ କରଡା ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଛନ୍ତି ଉପାନ୍ତ ଗାଁର ଆଦିବାସୀ ମଣିଷ । କାରଣ ଗାଁ ଠାରୁ ୧୫ କିଲୋମିଟର ଦୂର ପଂଚାୟତ ଅଫିସକୁ ଯାଇ ପିଡିଏସ ଚାଉଳ ଆଣିବା ସମ୍ଭବ ହେଉନାହିଁ । ମାଗଣା ଚାଉଳ ଆଣିବା ପାଇଁ ୩ଶହ ଟଙ୍କା ଅଟୋ ଭଡା କରିବାକୁ ପଡିବ, ତେଣୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଆଦିବାସୀ ଅଧୁଷିତ କାଳିମେଘି ପଞ୍ଚାୟତବାସୀ । ପଞ୍ଚାୟତର ବାଙ୍କିମାଳ, ତେଲିମାଳ, ବରବରା ଓ ଜୋକଲୁଣ୍ଡି ଗାଁ ଗୁଡିକ ପଞ୍ଚାୟତ ଅଫିସ ଠାରୁ ୧୫ କିଲୋମିଟର ଦୂରରେ ଥିବା ବେଳେ ବ୍ଲକ ଅଫିସର ଦୂରତା ୨୫ କିଲୋମିଟର । ବାଙ୍କିମାଳ ଓ ତେଲିମାଳରେ ଅଙ୍ଗନୱାଡି କି ବିଦ୍ୟାଳୟ ନାହିଁ । ତେଣୁ ପିଲାଙ୍କୁ ପାଠ ପଢାଇବା ପାଇଁ ଘର ଠାରୁ ଦୂରରେ ଥିବା ଆଦିବାସୀ ଆବାସିକ ସ୍କୁଲରେ ଛାଡଥାନ୍ତି ଅଭିଭାବକ ।


ଆଦିବାସୀ ଗାଁରେ ରହୁଥିବା ଲୋକମାନେ ମୁଖ୍ୟତଃ ଜଙ୍ଗଲ ଜାତ ଦ୍ରବ୍ୟ ଓ ଚାଷବାସ ଉପରେ ନିର୍ଭର କରନ୍ତି । କିନ୍ତୁ ଧିରେ ଧିରେ ଆଦିବାସୀ ଯୁବକ ଚାଷରୁ ମୁହଁ ଫେରାଇ ଦାଦନ ମୁହାଁ ହେଉଛନ୍ତି । ଆଉ ଯେଉଁମାନେ ଅଛନ୍ତି ସେମାନେ ସରକାର ଦେଉଥିବା ଚାଉଳ ଓ ବାଉଁଶ କଡି ଖାଇ ଜୀବନ ବଂଚାଉଥିବା ଅଭିଯୋଗ କରିଛନ୍ତି । କେବଳ ଖାଦ୍ୟ ନୁହେଁ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଆଦିବାସୀ ବହୁଳ ଗ୍ରାମବାସୀ ।


କେବେ ପୂର୍ଣ୍ଣ ହେବ ଏହି ଆଦିବାସୀ ଗ୍ରାମ ଗୁଡିକର ଅଧୁରା ବିକାଶ । ନେତାଙ୍କ ପ୍ରତିଶ୍ରୁତି ଓ ପ୍ରଶାସନର ନଜର ଆଢୁଆଳରେ ଥିବା ଗ୍ରାମ ଗୁଡିକର ବିକାଶ ଦାୟିତ୍ୱ କାହାର ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସ୍ୃଷ୍ଟି ହୋଇଛି ।

Friday, July 7, 2023

ୱେଷ୍ଟମିନିଷ୍ଟର୍ ପ୍ୟାଲେସ

 ୱେଷ୍ଟମିନିଷ୍ଟର୍ ପ୍ୟାଲେସ 



ୱେଷ୍ଟମିନିଷ୍ଟର୍ ପ୍ୟାଲେସ ର ନାମ, ଯାହା ପଡୋଶୀ ୱେଷ୍ଟମିନିଷ୍ଟର ଆବେରୁ ଉତ୍ପନ୍ନ, ବୋଲି କୁହଯାଏ :: 1834 ମସିହାରେ ଅଗ୍ନି ଦ୍ୱାରା ନଷ୍ଟ ହୋଇଯାଇଥିବା ଏକ ମଧ୍ୟଯୁଗୀୟ ବିଲ୍ଡିଂ-କମ୍ପ୍ଲେକ୍ସ, କିମ୍ବା ଏହାର ସ୍ଥାନ ରେ ଆଜି ସ୍ଥାପିତ ନୂତନ ପ୍ୟାଲେସ୍ |  ଏହି ପ୍ରାସାଦଟି କ୍ରାଉନ୍ ର ମାଲିକାନା ରେ ପରିଚାଳିତ |  ଉଭୟ ଗୃହ ଦ୍ୱାରା ନିଯୁକ୍ତ କମିଟି ବିଲଡିଂ ପରିଚାଳନା କରନ୍ତି ଏବଂ ଲୋକସଭାର ବାଚସ୍ପତି ଏବଂ ହାଉସ ଅଫ୍ କମନସ୍ ଲର୍ଡ ସ୍ପିକର୍ ବା ବାଚସ୍ପତିଙ୍କୁ ରିପୋର୍ଟ କରନ୍ତି।


 ଏକାଦଶ ଶତାବ୍ଦୀରୁ ଏହି ସ୍ଥାନରେ ନିର୍ମିତ ପ୍ରଥମ ରାଜପ୍ରାସାଦ ଏବଂ ଟାୱାର୍ ଅଫ୍ ଲଣ୍ଡନ ପରେ ୱେଷ୍ଟମିନିଷ୍ଟର ଇଂଲଣ୍ଡର କିଙ୍ଗ୍ସ ଙ୍କର ପ୍ରାଥମିକ ବାସସ୍ଥାନ ହୋଇଗଲା ଯେପର୍ଯ୍ୟନ୍ତ ଅଗ୍ନି 1212 ମସିହାରେ ରାଜକୀୟ ଆପାର୍ଟମେଣ୍ଟକୁ ନଷ୍ଟ କରିଦେଲା (ଏହା ପରେ ନିକଟସ୍ଥ ହ୍ଵାଇଟ୍ ହଲ୍ ପ୍ୟାଲେସ୍ ପ୍ରତିଷ୍ଠା ହେଲା)  )  ରାଜପ୍ରାସାଦର ଅବଶିଷ୍ଟ ଅଂଶ 13 ତମ ଶତାବ୍ଦୀରୁ ସେଠାରେ ସାକ୍ଷାତ ହୋଇଥିବା ଇଂଲଣ୍ଡ ସଂସଦର ଗୃହ ଭାବରେ କାର୍ଯ୍ୟ କରିବା ଜାରି ରଖିଥିଲା ​​ଏବଂ ୱେଷ୍ଟମିନିଷ୍ଟର ହଲରେ ଏବଂ ଏହାର ଆଖପାଖରେ ଥିବା ରୟାଲ କୋର୍ଟ ଅଫ୍ ଜଷ୍ଟିସର ଆସନ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା।  1834  ମସିହାରେ ଏକ ବୃହତ ଅଗ୍ନି ସଂସଦର ବହୁଳ ଭାବରେ ନିର୍ମିତ ଗୃହକୁ ନଷ୍ଟ କରିଦେଲା ଏବଂ ବଞ୍ଚିବା ପାଇଁ ଏକମାତ୍ର ମଧ୍ୟଯୁଗୀୟ ସଂରଚନା ହେଲା ୱେଷ୍ଟମିନିଷ୍ଟର୍ ହଲ୍, ସେଣ୍ଟ ଷ୍ଟିଫେନ୍ସର କ୍ଲୋଷ୍ଟର୍ସ, ସେଣ୍ଟ ମେରି ଅଣ୍ଡରକ୍ରଫ୍ଟର ଚାପେଲ ଏବଂ ଜୁଏଲ ଟାୱାର |


 ପ୍ୟାଲେସର ପୁନଃ ନିର୍ମାଣ ପାଇଁ ପରବର୍ତ୍ତୀ ପ୍ରତିଯୋଗିତାରେ, ସ୍ଥପତି ଚାର୍ଲ୍ସ ବାରି ଗୋଥିକ୍ ପୁନର୍ଜୀବନ ଶୈଳୀରେ ନୂତନ ଅଟ୍ଟାଳିକା ପାଇଁ ଏକ ଡିଜାଇନ୍ ସହିତ ଟେଣ୍ଡର ଜିତିଥିଲେ, ଯାହାକି ଚତୁର୍ଦ୍ଦଶ - 16 ଶତାବ୍ଦୀର ଇଂରାଜୀ ପର୍ପେଣ୍ଡିକୁଲାର୍ ଗୋଥିକ୍ ଶୈଳୀ ଦ୍ୱାରା ଅନୁପ୍ରାଣିତ ହୋଇଥିଲା |  ପୁରାତନ ପ୍ୟାଲେସର ଅବଶିଷ୍ଟାଂଶଗୁଡିକ (ଅଲଗା ଅଲଗା ଜୁଏଲ୍ ଟାୱାର ବ୍ୟତୀତ) ଏହାର ବହୁ ବୃହତ ପ୍ରତିସ୍ଥାପନରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରେ 1100 ରୁ ଅଧିକ କୋଠରୀ ସମକକ୍ଷ ଭାବରେ ଦୁଇଟି ସିରିଜ୍ ପ୍ରାଙ୍ଗଣରେ ସଂଗଠିତ ହୋଇଥିଲା ଏବଂ ଏହାର ଚଟାଣ କ୍ଷେତ୍ର 112,476 m2 (1,210,680 ବର୍ଗଫୁଟ) |  ] 

 ନ୍ୟୁ ପ୍ୟାଲେସର କ୍ଷେତ୍ରର 3.24 ହେକ୍ଟର (8 ଏକର) ର ଏକ ଅଂଶ ଫେମସ ନଦୀରୁ ପୁନରୁଦ୍ଧାର କରାଯାଇଥିଲା, ଯାହା ଏହାର ପ୍ରାୟ 300 ମିଟର ଲମ୍ବ (980 ଫୁଟ) ଫାସେଡର ସେଟିଂ ଅଟେ, ଯାହାକୁ ମହାନଦୀ ଫ୍ରଣ୍ଟ କୁହାଯାଏ |  ଗୋଥିକ୍ ସ୍ଥାପତ୍ୟ ଏବଂ ଶୈଳୀ ଉପରେ ଅଗ୍ରଣୀ କର୍ତ୍ତୃପକ୍ଷ ଅଗଷ୍ଟସ୍ ପୁଗିନ୍ ବରୀଙ୍କୁ ସାହାଯ୍ୟ କରିଥିଲେ ଏବଂ ପ୍ୟାଲେସର ଭିତରର ଡିଜାଇନ୍ କରିଥିଲେ |  ନିର୍ମାଣ 1840 ମସିହାରେ ଆରମ୍ଭ ହୋଇଥିଲା ଏବଂ 30 ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, ବହୁ ବିଳମ୍ବ ଏବଂ ବ୍ୟୟ ଅଟକଳ, ଏବଂ ଉଭୟ ଅଗ୍ରଣୀ ସ୍ଥପତିଙ୍କ ମୃତ୍ୟୁ;  ଆଭ୍ୟନ୍ତରୀଣ ସାଜସଜ୍ଜା ପାଇଁ କାର୍ଯ୍ୟଗୁଡିକ ବିଂଶ ଶତାବ୍ଦୀରେ ମଧ୍ୟବର୍ତ୍ତୀକାଳୀନ ଭାବରେ ଜାରି ରହିଲା |  ଲଣ୍ଡନର ବାୟୁ ପ୍ରଦୂଷଣର ପ୍ରଭାବକୁ ଓଲଟାଇବା ପାଇଁ ସେହି ଦିନଠାରୁ ପ୍ରମୁଖ ସଂରକ୍ଷଣ କାର୍ଯ୍ୟ ଚାଲିଥିଲା ​​ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବ୍ୟାପକ ମରାମତି 1941 ମସିହାରେ ବିସ୍ଫୋରଣ ପରେ କମନ୍ସ ଚାମ୍ବରର ସରଳୀକୃତ ପୁନଃ ନିର୍ମାଣକୁ ଅନ୍ତର୍ଭୁକ୍ତ କରିଥିଲା।


 ବ୍ରିଟେନର ରାଜନୈତିକ ଜୀବନର ଅନ୍ୟତମ କେନ୍ଦ୍ର;  "ୱେଷ୍ଟମିନିଷ୍ଟର" ବ୍ରିଟେନ ସଂସଦ ଏବଂ ବ୍ରିଟିଶ ସରକାରଙ୍କ ପାଇଁ ଏକ ନାମ ପାଲଟିଛି ଏବଂ ୱେଷ୍ଟମିନିଷ୍ଟର ସରକାରୀ ବ୍ୟବସ୍ଥା ରାଜପ୍ରାସାଦର ନାମକୁ ସ୍ମରଣ କରୁଛି।  ବିଶେଷ ଭାବରେ ଏଲିଜାବେଥ୍ ଟାୱାର୍ ଏହାର ମୁଖ୍ୟ ଘଣ୍ଟି ବିଗ୍ ବେନ୍ ନାମରେ ପରିଚିତ, ଲଣ୍ଡନ ଏବଂ ସାଧାରଣତ  ଯୁକ୍ତରାଜ୍ୟର ଏକ ତୁରନ୍ତ ଚିହ୍ନିତ ସ୍ଥାନ ହୋଇପାରିଛି, ସହରର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଏବଂ  ସଂସଦୀୟ ଗଣତନ୍ତ୍ରର ପ୍ରତୀକ |  ରୁଷିଆର ଷର ରାଜା ନିକୋଲାସ୍ ପ୍ରଥମ ରାଜପ୍ରାସାଦକୁ “ପଥରରେ ସ୍ୱପ୍ନ” ବୋଲି କହିଥିଲେ। [3] [4]  ୱେଷ୍ଟମିନିଷ୍ଟରର ପ୍ୟାଲେସ୍ 1970 ମସିହାରୁ ପ୍ରଥମ ଶ୍ରେଣୀ ତାଲିକାଭୁକ୍ତ କୋଠା ଏବଂ 1987 ମସିହାରୁ ୟୁନେସ୍କୋ ବିଶ୍ୱ ହେରିଟେଜ୍ ସ୍ଥଳର ଏକ ଅଂଶ ଅଟେ |



ହ୍ଵାଇଟ୍ ହାଉସ

 ହ୍ଵାଇଟ୍ଆ ହାଉସ 



 ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍ 1791 ମସିହାରେ ହ୍ଵାଇଟ୍ ହାଉସ୍ ପାଇଁ ସ୍ଥାନ ନିରୂପଣ କରିଥିଲେ। ପରବର୍ତ୍ତୀ ବର୍ଷ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ଏବଂ ଇଂରେଜ ଜନ୍ମିତ ସ୍ଥପତି ଜେମ୍ସ ହୋବାନ୍ଙ୍କ ଦ୍ ଦ୍ଵାରା ଦାଖଲ ହୋଇଥିବା ଏକ ଡିଜାଇନ୍ କୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା।  ଆଠ ବର୍ଷର ନିର୍ମାଣ ପରେ ରାଷ୍ଟ୍ରପତି ଜନ୍ ଆଡାମସ୍ ଏବଂ ତାଙ୍କ ପତ୍ନୀ ଅବୀଗାଇଲ୍ ଅସମାପ୍ତ ବାସଭବନକୁ ସ୍ଥାନାନ୍ତରିତ ହେଲେ ।  1812 ଯୁଦ୍ଧ ସମୟରେ ବ୍ରିଟିଶମାନେ ରାଷ୍ଟ୍ରପତିଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଏବଂ ଏହାକୁ ପୁନଃ ନିର୍ମାଣ ପାଇଁ ଜେମ୍ସ ହୋବାନ୍ ନିଯୁକ୍ତ ହୋଇଥିଲେ।  1817 ମସିହାରେ ଜେମ୍ସ ମୋନେରୋ ବିଲ୍ଡିଂକୁ ଚାଲିଗଲେ ଏବଂ ତାଙ୍କ ଶାସନ କାଳରେ ଦକ୍ଷିଣ ପୋର୍ଟିକୋ ନିର୍ମାଣ କରାଯାଇଥିଲା |  1829 ମସିହାରେ, ଆଣ୍ଡ୍ରିୟୁ ଜ୍ୟାକସନ ଉତ୍ତର ପୋର୍ଟିକୋ ଯୋଗର ତଦାରଖ କରିଥିଲେ | ଉନବିଂଶ ଶତାବ୍ଦୀର ଶେଷ ଭାଗରେ ରାଷ୍ଟ୍ରପତିଙ୍କ ଗୃହକୁ ବ୍ୟାପକ ଭାବରେ ସମ୍ପ୍ରସାରଣ କରିବାକୁ କିମ୍ବା ଏକ ନୂତନ ବାସଗୃହ ନିର୍ମାଣ କରିବାକୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ଏହି ଯୋଜନାଗୁଡିକ କେବେହେଲେ ସଫଳ ହୋଇପାରିଲା ନାହିଁ।


 1902 ମସିହାରେ, ରାଷ୍ଟ୍ରପତି ଥିଓଡୋର ରୁଜଭେଲ୍ଟ ହ୍ଵାଇଟ୍ ହାଉସର ଏକ ପ୍ରମୁଖ ନବୀକରଣ କାର୍ଯ୍ୟ ଆରମ୍ଭ କରିଥିଲେ, ଯେଉଁଥିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରୁ ନୂତନ ଭାବରେ ନିର୍ମିତ ଅସ୍ଥାୟୀ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟ ବିଲଡିଂ (ବର୍ତ୍ତମାନ ୱେଷ୍ଟ ୱିଙ୍ଗ ନାମରେ ଜଣାଶୁଣା) କୁ ସ୍ଥାନାନ୍ତରିତ ହୋଇଥିଲା।  ନ୍ୟୁୟର୍କର ପ୍ରସିଦ୍ଧ ସ୍ଥାପତ୍ୟ ସଂସ୍ଥା ମ୍ୟାକକିମ୍, ମେଡ୍ ଏବଂ  ରୁଜଭେଲ୍ଟ ଙ୍କ ଦ୍ଵାରା ହ୍ଵାଇଟ୍ ହାଉସ ନବୀକରଣ ଯୋଜନା କରାଯାଇଥିଲା ଏବଂ ସମ୍ପନ୍ନ କରାଯାଇଥିଲା।  ରୁଜଭେଲ୍ଟଙ୍କ ଉତ୍ତରାଧିକାରୀ, ରାଷ୍ଟ୍ରପତି ୱିଲିୟମ୍ ହାୱାର୍ଡ ଟାଫ୍ଟ, ଏକ ବର୍ଦ୍ଧିତ ଅଫିସ୍ ୱିଙ୍ଗ୍ ମଧ୍ୟରେ ଓଭାଲ୍ ଅଫିସ୍ ନିର୍ମାଣ କରିଥିଲେ |


 ରୁଜଭେଲ୍ଟ ନବୀକରଣର ପଚାଶ ବର୍ଷ ତଳେ ହ୍ଵାଇଟ୍ ହାଉସ୍ ଗମ୍ଭୀର ଗଠନମୂଳକ ଦୁର୍ବଳତାର ସଙ୍କେତ ଦେଖାଇ ସାରିଥିଲା।  ରାଷ୍ଟ୍ରପତି ହ୍ୟାରି ଏସ୍ ଟ୍ରୁମାନ ବିଲ୍ଡିଂର ନବୀକରଣ କାର୍ଯ୍ୟ ଆରମ୍ଭ କରିଥିଲେ ଯେଉଁଥିରେ ବାହ୍ୟ କାନ୍ଥ ସବୁ ଭାଙ୍ଗି ଦିଆଯାଇଥିଲା।  ପୁନଃ ନିର୍ମାଣ ସ୍ଥପତି ଲୋରେଞ୍ଜୋ ୱିନସ୍ଲୋଙ୍କ ଦ୍ଵାରା ତଦାରଖ କରାଯାଇଥିଲା ଏବଂ 1952 ମସିହାରେ ଟ୍ରୁମାନ ପରିବାର ପୁନର୍ବାର ହ୍ଵାଇଟ୍ ହାଉସକୁ ଚାଲିଗଲେ।


 ଜନ୍ ଆଡାମସ୍ ପରଠାରୁ ପ୍ରତ୍ୟେକ ରାଷ୍ଟ୍ରପତି ହ୍ଵାଇଟ୍ ହାଉସ୍ ଦଖଲ କରିଛନ୍ତି ଏବଂ ଏହି କୋଠାର ଇତିହାସ ଏହାର କାନ୍ଥ ନିର୍ମାଣଠାରୁ ବହୁ ଦୂରରେ ବିସ୍ତାର କରିଛି |  ଗ୍ରାଉଣ୍ଡ ଫ୍ଲୋର କରିଡର ରୁମରୁ, ସେବା କ୍ଷେତ୍ର ଭାବରେ ସେମାନଙ୍କର ପ୍ରାରମ୍ଭିକ ବ୍ୟବହାରରୁ ରାଜ୍ୟ ଚଟାଣ କୋଠରୀରେ ରୂପାନ୍ତରିତ, ଯେଉଁଠାରେ ଅଗଣିତ ନେତା ତଥା ମାନ୍ୟଗଣ୍ୟ ବ୍ୟକ୍ତି ମନୋରଞ୍ଜନ କରୁଥିଲେ , ହ୍ଵାଇଟ୍ ହାଉସ୍ ଉଭୟ ଆମେରିକାର ରାଷ୍ଟ୍ରପତି ଏବଂ ତାଙ୍କ ପରିବାରର ଘର ଅଟେ |  ଏବଂ ଆମେରିକାର ଇତିହାସର ଏକ ଜୀବନ୍ତ ସଂଗ୍ରହାଳୟ | ହ୍ଵାଇଟ୍ ହାଉସ୍ ଇତିହାସରେ ଏକ ଆମେରିକୀୟ ମାଇଲ ଖୁଣ୍ଟ l


 ରେସିଡେନ୍ସରେ 132 ରୁମ୍, 35 ବାଥରୁମ୍ ଏବଂ 6 ସ୍ତର ଅଛି |  ଏଠାରେ 412 କବାଟ, 147 ୱିଣ୍ଡୋ, 28 ଫାୟାରପ୍ଲେସ୍, 8 ଟି ସିଡ଼ି ଏବଂ 3 ଟି ଲିଫ୍ଟ ଅଛି |


 ହ୍ଵାଇଟ୍ ହାଉସର ରୋଷେଇ ଘର ପ୍ରାୟ 140 ରୁ ଅଧିକ ଅତିଥି ଏବଂ  1000 ରୁ ଅଧିକ ଲୋକଙ୍କୁ ରାତ୍ରୀ ଭୋଜନ କରେଇବାକୁ ସକ୍ଷମ ଅଟେ |


ହ୍ଵାଇଟ୍ ହାଉସ୍ ଏହାର ବାହ୍ୟ ପୃଷ୍ଠକୁ ଆଚ୍ଛାଦନ କରିବା ପାଇଁ 570 ଗ୍ୟାଲନ୍ ରଙ୍ଗ ଆବଶ୍ୟକ କରେ |


 ଇତିହାସର ବିଭିନ୍ନ ସମୟରେ ହ୍ଵାଇଟ୍ ହାଉସ୍ “ରାଷ୍ଟ୍ରପତିଙ୍କ ମହଲ”, “ରାଷ୍ଟ୍ରପତିଙ୍କ ଗୃହ” ଏବଂ “କାର୍ଯ୍ୟନିର୍ବାହୀ ମହଲ” ଭାବରେ ଜଣାଶୁଣା |


 1901 ମସିହାରେ ରାଷ୍ଟ୍ରପତି ଥିଓଡୋର ରୁଜଭେଲ୍ଟ ହ୍ଵାଇଟ୍ ହାଉସର ବର୍ତ୍ତମାନର ନାମ ଦେଇଥିଲେ।



ଓଡ଼ିଶା ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ

 ଓଡ଼ିଶା ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ


Source Argus News 




ଅର୍ଗସ ବ୍ୟୁରୋ: ଭଲ ସମ୍ପର୍କରେ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ। ଓଡ଼ିଶା ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ। ଭଲ ସମ୍ପର୍କ ଥାଇ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଓ ମନ୍ଦ ଉଦେଶ୍ୟରେ ମିଛ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଏକା କଥା ନୁହେଁ ବୋଲି କୋର୍ଟ କହିଛନ୍ତି ।


ଭୁବନେଶ୍ୱରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ୪୨୦, ୩୭୬ ଓ ୫୦୬ ଦଫାରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଯାହାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ଜଣଙ୍କ ହାଇକୋର୍ଟ ଯାଇଥିଲେ। ଏହି ମାମଲାର ଶୁଣାଣୀ କରି ବିଚାରପତି ଜଷ୍ଟିସ ଆର କେ ପଟ୍ଟନାୟକଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କ ବିରୋଧରେ ଥିବା ଆଇପିସିର ଧାରା ୩୭୬ କୁ ଉଚ୍ଛେଦ କରିଛନ୍ତି।

ରାହୁଲଙ୍କ ଆବେଦନ ହାଇକୋର୍ଟରେ ଖାରଜ---

 ରାହୁଲଙ୍କ ଆବେଦନ ହାଇକୋର୍ଟରେ ଖାରଜ---




(Source-Argus News)


ଅର୍ଗସ ବ୍ୟୁରୋ: ରାହୁଲଙ୍କ ଗାନ୍ଧିଙ୍କୁ ଗୁଜରାଟ୍ ହାଇକୋର୍ଟଙ୍କ ଝଟକା। ରାହୁଲଙ୍କ ଆବେଦନ ହାଇକୋର୍ଟରେ ଖାରଜ। ସୁରତ କୋର୍ଟଙ୍କ ରାୟର ପୁନଃବିଚାର ପାଇଁ କରିଥିଲେ ଆବେଦନ। ‘ମୋଦି ସାଙ୍ଗିଆ’ ବିବାଦ ପ୍ରସଙ୍ଗରେ  ରାହୁଲଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡ ସହିତ ୧୫ ହଜାର ଜରିମାନା ଶୁଣାଇଥିଲେ ତଳ କୋର୍ଟ।


ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାହୁଲ। ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷିତ କରାଯାଇଛି।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ: ୩ ଚାକିରିରୁ ବରଖାସ୍ତ, ୬ ଜଣଙ୍କ ପେନ୍‌ସନ୍‌ ବନ୍ଦ

 ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ: ୩ ଚାକିରିରୁ ବରଖାସ୍ତ, ୬ ଜଣଙ୍କ ପେନ୍‌ସନ୍‌ ବନ୍ଦ





ଭୁବନେଶ୍ୱର  : ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୩ ଜଣ ଚାକିରିରୁ ବରଖାସ୍ତ ହୋଇଥିବାବେଳେ ୬ ଜଣଙ୍କ ପେନ୍‌ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏପର୍ଯ୍ୟନ୍ତ ୧୯୭ ଅଧିକାରୀଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।


ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଏଥିରେ ବିଭିନ୍ନ କ୍ଷେତ୍ରର ଅଧିକାରୀ, ଯଥା – ଏକ୍‌ଜିକ୍ୟୁଟିଭ ଇଂଜିନିୟର, ଓଏଏସ୍‌ ଅଧିକାରୀ, କୃଷି ବିଭାଗ ଅଧିକାରୀ, ସାମାଜିକ ଶିକ୍ଷା ଅଧିକାରୀ, ଅଡିଟର, ଜୁନିର ଇଂଜିନିୟର ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ସେମାନଙ୍କର ପେନ୍‌ସନ ବନ୍ଦ କରାଯାଇଛି ।


ଏହି ୯ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲା RWSS Division-IIର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶିବରାମ ବିଶ୍ବାଳ ଏକ ଦୁର୍ନୀତି ମାମଲାରେ ଦେଷୀସାବ୍ୟସ୍ତ ହୋଇଛନ୍ତି। ତାଙ୍କର ପେନ୍‌ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ସେହିପରି କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଳକ୍‌ର ପୂର୍ବତନ ବିଡିଓ (ଅବସରପ୍ରାସ୍ତ ଓଏଏସ ଅଧିକାରୀ) ଶ୍ରୀ ଗଣ୍ଡାରାମ ଖମାରୀ ଏକ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି।


ନବରଙ୍ଗପୁର ଜିଲ୍ଲା ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଶ୍ରୀ ଗୋକୁଳ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି, ଅପାରଗତା କାରଣରୁ ତାଙ୍କୁ ଚାକୀରିରୁ ବହିଷ୍କୃତ କରାଯାଇଛି। ଜି. ଉଦୟଗିରିର ପୂର୍ବତନ ସହକାରୀ କୃଷି ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ଗୌଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।


ମାଲକାନଗିରି ଜିଲ୍ଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀ ଦାଶରଥୀ ତ୍ରିପାଠୀ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ବରଗଡ ଜିଲ୍ଲା ସୋହେଲା RWSSର ପୂର୍ବତନ ଜୁନିଅର ଇଂଜିନିୟର ଶ୍ରୀ ଉପେନ୍ଦ୍ରଭଂଜ ନାୟକ ଜଣେ ସରକାରୀ ଅଧିକାରୀ ହେବା ସତ୍ତ୍ବେ କାର୍ଯ୍ୟରେ ସଚ୍ଚୋଟତା ରକ୍ଷା କରିବାରେ ଏବଂ କର୍ତ୍ତବ୍ୟ ପରାୟଣତାରେ ବିଫଳ ହୋଇଥିଲେ। ଏହାସହିତ ତାଙ୍କର ବ୍ୟବହାରରେ ଶିଷ୍ଟାଚାର ମଧ୍ୟ ନଥିଲା। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରୀରୁ ବହିଷ୍କୃତ କରାଯାଇଛି।


ସୁନ୍ଦରଗଡ ଜିଲ୍ଲା ଲୋକାଲ ଫଣ୍ଡ ଅଡିଟ ବିଭାଗର ପୂର୍ବତନ ଅଡିଟର ଶ୍ରୀ ସୁଶିଲ କୁମାର ମେହେର ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି। ମୟୁରଭଂଜ ଉଦଳାର ପୂର୍ବତନ ସାମାଜିକ ଶିକ୍ଷା ଅଧିକାରୀ ଶ୍ରୀ ଆନନ୍ଦ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ନୟାଗଡ ଜିଲ୍ଲା ଚାନ୍ଦପୁରର ପୂର୍ବତନ DMSN ସୁପରିନ୍‌ଟେଣ୍ଡେଟ ଡଃ ସୁରେନ୍ଦ୍ର ନାଥ ପତି ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ପାଉଥିବା ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।

ଵାଦାମପାହାଡ-କେନ୍ଦୁଝର ପର୍ଯ୍ୟନ୍ତ ରେଳପଥ ସଂଯୋଗ ପାଇଁ ସରିଛି ପ୍ରାଥମିକ ସର୍ଭେ---

 ଵାଦାମପାହାଡ-କେନ୍ଦୁଝର ପର୍ଯ୍ୟନ୍ତ ରେଳପଥ ସଂଯୋଗ ପାଇଁ ସରିଛି ପ୍ରାଥମିକ ସର୍ଭେ---




(Source-Argus News)


ଅର୍ଗସ ବ୍ୟୁରୋ: ଦୀର୍ଘ ଦିନ ପରେ ମୟୂରଭଞ୍ଜର ଵାଦାମପାହାଡଠାରୁ କେନ୍ଦୁଝର ପର୍ଯ୍ୟନ୍ତ ରେଳପଥ ସଂଯୋଗ ପାଇଁ ସରିଛି ପ୍ରାଥମିକ ସର୍ଭେ । ୮୫ କିଲୋମିଟର ଦୂରତ୍ବ ଲାଗି ସେହି ନୂତନ ରେଳପଥ ସଂଯୋଗୀକରଣ ସର୍ଭେ ପାଇଁ ୨ ହଜାର କୋଟି ଟଙ୍କାର ପ୍ରାରମ୍ଭିକ ଆକଳନ କରାଯାଇଛି । ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଯେତିକି ଆବଶ୍ୟକ ଜମି ଚିହ୍ନଟ ହୋଇ ସାରିଛି । 


ବାଦାମପାହାଡ-କେନ୍ଦୁଝର ମଧ୍ୟରେ ୯ଟି ବଡ ପୋଲ ଏବଂ ୬୨ଟି କ୍ଷୁଦ୍ର ପୋଲ ନିର୍ମାଣ ହେବ ବୋଲି ସର୍ଭେ ରିପୋର୍ଟରୁ ଜଣାଯାଏ । ତେବେ ଟ୍ରେନଟି ବାଦାମ ପାହାଡ଼ରୁ କଳସବନ୍ଧ, ଟଙ୍ଗାବିଲା, ସିଙ୍ଗଡ଼ା, ଘୋଷାଦା, ଚେମଣା, ଖିରେଇଟାଙ୍ଗିରି, କେନ୍ଦୁଝର ସମେତ 8ଟି ଷ୍ଟେସନ ରହିବ । ପାଞ୍ଚ ପୀଢ ଉପଖଣ୍ଡର ଜନସାଧାରଣ ଦୀର୍ଘ ବର୍ଷରୁ ଦାବି କରି ଆସୁଥିବା ସେହି ରେଳ ସଂଯୋଗର କେନ୍ଦ୍ରୀୟ ସର୍ଭେ ଟିମ୍ ସରକାରଙ୍କ ନିକଟରେ ସର୍ଭେ ରିପୋର୍ଟ ଦାଖଲ କରିବେ । କେନ୍ଦ୍ର ସରକାର ସର୍ଭେ ରିପୋର୍ଟକୁ ଅନୁଧ୍ୟାନ ପରେ ବାଦାମପାହାଡ-କେନ୍ଦୁଝର ରେଳପଥ ସଂଯୋଗ ହେବ କି ନାହିଁ ଘୋଷଣା କରିବେ।

ବଜ୍ରପାତ ନେଲା ୧୫ ଜୀବନ: ବିହାରରେ ବିର୍ଷା ସହ ବଜ୍ରପାତ ବିତ୍ପାତ

 ବଜ୍ରପାତ ନେଲା ୧୫ ଜୀବନ:  ବିହାରରେ ବିର୍ଷା ସହ ବଜ୍ରପାତ ବିତ୍ପାତ




 (Source-Kanak News)

କନକ ବ୍ୟୁରୋ: ବିହାରରେ ସପ୍ତାହେ ଧରି ଚାଲିଛି ମୂଷଳ ବର୍ଷା । ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସବୁଠୁ ଅଧିକ ମୃତ୍ୟୁ ବିହାର ରୋହତାସ ଜିଲ୍ଲାରେ ହୋଇଛି । କେବଳ ରୋହତାସରେ ୫ଜଣଙ୍କ ମୃତ୍ୟୁ ହୋଇଛି ।


ରୋହତାସ ବ୍ୟତୀତ ଖଗଡିୟା, କଟିହାର, ଗୟା, ଜହାନାବାଦ, କୈମୁର, ବକ୍ସର ଏବଂ ଭାଗଲପୁରେ ମୋଟ ୧୦ଜଣଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ବଜ୍ରପାତରେ ୯ଜଣଙ୍କ ପ୍ରାଣ ଯାଇଥିବାବେଳେ ବୁଧବାର ସନ୍ଧ୍ୟା ସମୟରେ ୬ଜଣଙ୍କ ମୃତ୍ୟୁ ହୋଇଛି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...