AFFILIATE MARKETING

https://binomo.com?a=90810425bb57&t=0

Wednesday, January 17, 2024

COASTAL NEWS ODIA 1669 ୧୯୪୮ ରେ ସ୍ଥାପିତ ମଧୁସାଗର ବିଦ୍ୟାପୀଠର ପ୍ଲାଟିନମ୍ ଜୁବୁଲି

COASTAL NEWS ODIA 1669

୧୯୪୮ ରେ ସ୍ଥାପିତ ମଧୁସାଗର ବିଦ୍ୟାପୀଠର ପ୍ଲାଟିନମ୍ ଜୁବୁଲି



ମାର୍ଶାଘାଇ - (CNO) - ବନବିଦ୍ୟାଳୟ ଶୈଳୀରେ ଗଢା ହୋଇଥିବା ମଧୁସାଗର ବିଦ୍ୟାପୀଠର ସ୍ୱତନ୍ତ୍ରତା ଥିଲା। ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶରେ ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତାମଣି ଗୁରୁଜୀଙ୍କ ଦ୍ବାରା ପ୍ରତିଷ୍ଠା ଲାଭ କରିଥିବା ଏହି ଅନୁଷ୍ଠାନ ଏକ ମଣିଷ ତିଆରି କାରଖାନା ଥିଲା ବୋଲି ପ୍ଲାଟିନମ୍ ଜୁବୁଲି ଉତ୍ସବର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । 

ପୁରାତନ ଛାତ୍ର ସଂସଦର ସଭାପତି ପ୍ରହ୍ଲାଦ ଚନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ଅଫ୍ ଇଣ୍ଡିଆର ଆଜୀବନ ସଦସ୍ୟ ଶ୍ରୀରାମ ଦାସ ମୁଖ୍ୟବକ୍ତା, ପ୍ରାକ୍ତନ ଛାତ୍ର ତଥା ଆଇନଜୀବୀ ଧ୍ରୁବ ଚରଣ ଜେନା, ଭକ୍ତଚରଣ ମଲ୍ଲ, କୁହୁଡି ସରପଂଚ ପ୍ରଭାତ ରଂଜନ ଦାସ, ଜିଲ୍ଲାପରିଷଦ ସଦସ୍ୟା ଦୁର୍ଗାବତୀ ପ୍ରଧାନ, ମୋସ୍କୁଲ ଅଭିଯାନର ସଭାପତି ଭ୍ରମର ରାଉତ, ଉମାକାନ୍ତ ଦାସ ସମ୍ମାନିତ ଅତିଥିଭାବରେ ଯୋଗ ଦେଇଥିଲେ। 

ପ୍ରାକ୍ତନ ଛାତ୍ର ଭକ୍ତ ଚରଣ ମଲ୍ଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଧୀରଂଜନ ବାରିକ ମଂଚ ସଂଯୋଜନା ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଦ୍ୟାପୀଠର ମୁଖପତ୍ର ‘୭୫ବର୍ଷର ସ୍ମୃତିକଥା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ଓ ଜୁବୁଲି କମିଟି ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଚିନ୍ତାମଣି ଗୁରୁଜୀଙ୍କ ଆଦର୍ଶରେ ଅନୁପ୍ରାଣିତ  ପ୍ରାକ୍ତନ ଛାତ୍ର ଭ୍ରମର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। 

ଜାନୁଆରୀ 29 ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ

COASTAL NEWS ODIA 1668

ଜାନୁଆରୀ 29 ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଗଠନ 


ଭୁବନେଶ୍ବର - (CNO) - ଓଡିଶା ସରକାର ରାଜ୍ୟରେ ଶିକ୍ଷକ କର୍ମଗରୀ ମାରଣ ନୀତି ର ବିରୋଧ କରିଛନ୍ତି ପ୍ରାଥମିକ ଶିକ୍ଷକମାନେ । ସରକାର ସମସ୍ତଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରୁନାହାଁନ୍ତି ।ମାଧ୍ୟମିକ ବିଦ୍ୟାଳୟକୁ ୫-ଟିରେ ରୂପାନ୍ତରିତ କରିଥିଲେ ମଧ୍ୟ ପ୍ରାଥମିକ ବିଦ୍ୟାଳୟକୁ ଏଥୁରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ । ଶିକ୍ଷା ଅଧିକାର ଆଇନରେ ସମସ୍ତ ପଞ୍ଚମଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀରେ ରୂପାନ୍ତରିତ କରିବା ଯାହା ଆଇନ ଥୁଲା, ତାହା ନାଲିଫିତା ତଳେ ଆଜି ପର୍ଯ୍ୟନ୍ତ ଗପିହୋଇ ରହିଛି । 

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ବ୍ୟୟ ବରାଦ ଅଧିକ ନ ହେବାରୁ ସେମାନେ ଅପପୁଷ୍ଟିର ଶିକାର ହେଉଛନ୍ତି । ଯାହାଦ୍ବାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା ହୋଇପାରୁ ନାହିଁ । ଶିକ୍ଷା ଅଧ୍ବକାର ଅଧ୍ୱନିୟମକୁ ଆମ ରାଜ୍ୟରେ ଆଦୌ କାର୍ଯ୍ୟକାରୀ କଲେ ନାହିଁ । ବିଭିନ୍ନ ଜିଲ୍ଲାରେ ପ୍ରଧାନ ଶିକ୍ଷକ, ଗ୍ରାଜୁଏଟ ଶିକ୍ଷକ ପଦବୀ ସଂଖ୍ୟା ବହୁ ସଂଖ୍ୟାରେ ଖାଲି ପଡ଼ିଥିଲେ ମଧ୍ୟ ପଦୋନ୍ନତି କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟର ସମସ୍ତ ଠିକା କର୍ମଋରୀ ମାନଙ୍କୁ ୬ ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ଇନକ୍ରିମେଣ୍ଟ ଦେଇ ମୂଳ ଖରକିରରେ ଗଣନା କରିବା ସହିତ ସେମାନଙ୍କୁ ନିୟମିତ କରାଗଲା । ପ୍ରାଥମିକ ଶିକ୍ଷାରୁ ନା ଉଠିଲା ଠିକା ନିଯୁକ୍ତି ନା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଗଲା । ଯେଉଁ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ କମ୍ ଟଙ୍କା ପାରିତୋଷିକ ପାଇ ରାଜ୍ୟ ସରକାରଙ୍କ ରାଜକୋଷକୁ ଭରଣା କରିଥିଲେ ସେମାନଙ୍କର ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଋକିରିରେ ଗଣନା କରାଗଲା ନାହିଁ । ଆମ ଦେଶର ପ୍ରାୟ ସବୁ ରାଜ୍ୟର ପ୍ରାଥମିକ ଶିକ୍ଷକ କେନ୍ଦ୍ରୀୟ ହାରରେ ଦରମା ପାଉଥିବା ବେଳେ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକ ୨୨୦୦ ଗ୍ରେଡ୍ ପେରେ ଦରମା ପାଉଛନ୍ତି । ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି । 

ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ସରକାର ବହୁ ଭାଗରେ ବିଭକ୍ତ କରି ଶୋଷଣ କରୁଛନ୍ତି । ଏକ୍ସ-କ୍ୟାଡ଼ର ମାନଙ୍କୁ କ୍ୟାଡ଼ରଭୁକ୍ତ କରୁନାହାଁନ୍ତି ଓ କଳାକ୍ରିଡ଼ା ଶିକ୍ଷକ ମାନଙ୍କର କ୍ୟାରିଅର ଆଡ଼ଭାନସମେଣ୍ଟ ପଲିସ କରୁନାହାଁନ୍ତି ।ଜଗତୀକରଣ, ଉଦାରୀକରଣ ଅର୍ଥନୀତି ଋପରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୫ ମସିହା ଠାରୁ ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି, ଶିକ୍ଷକ କର୍ମଚାରୀ ମାନଙ୍କୁ ସେଥ୍‌ରେ ବିଶେଷ କିଛି ଅବସରକାଳୀନ ସୁବିଧା ସୁଯୋଗ ମିଳୁନାହିଁ । ଜଣେ ଶିକ୍ଷକ ଅବସର ନେବା ପରେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି । ଯାହାଦ୍ବାରା ଅବସରର ଅବଶିଷ୍ଟ ଜୀବନକାଳ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି । ୧ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ନଭେମ୍ବର-୨୦୨୨ରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । 

ମୁଖ୍ୟ ଶାସନ ସଚିବଙ୍କ ସହିତ ଦୁଇଥର ଆଲୋଚନା ଓ ଲିଖୁତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା । କିନ୍ତୁ ସରକାର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କଲେ । ପ୍ରତିଶ୍ରୁତିର ୧୦ ମାସ ପରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି ସେପ୍ଟେମ୍ବର-୨୦୨୩ରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ । ମିନିଷ୍ଟେରିଆଲ କମିଟି ସହିତ ଆଲୋଚନା ଓ ୫-ଟି ଅଧକ୍ଷକଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ କୁ ସୁଗିତ ରଖାଯାଇଥିଲା । ଡିସେମ୍ବର ମାସରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ କରାଯିବ ବୋଲି ସମସ୍ତେ ଆଶା ରଖୁଥିଲେ । କିନ୍ତୁ ଡିସେମ୍ବରରେ କୌଣସି ଦାବି ପୂରଣ କରାଗଲା ନାହିଁ । 

ରାଜ୍ଯ ସରକାର ୩ଟି ମୁଖ୍ୟ ଦାବି ପୂରଣ ନକରି କ୍ୟାଡ଼ର ସଂଶୋଧନ କରୁଛନ୍ତି ବୋଲି ଶୁଣାଯାଉଛି । ଯଦି ସରକାର ଆସନ୍ତା ୨୭ ତାରିଖ ସୁଦ୍ଧା ଦାବି ପୂରଣ ନକରିବେ, ତେବେ ବାଧ୍ୟ ହୋଇ ପ୍ରାଥମିକ ଶିକ୍ଷକମାନେ ଜାନୁଆରୀ ୨୯ ତାରିଖ ଦିନ ସବୁବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଦିଲ୍ଲୀପ ସେଠୀ, ଦାପକ ସାହୁ, ଅଗାଧୁ ସେଠୀ,ଟୁଲୁ ଦେଇ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ସଂଗଠନ ସମ୍ପାଦକ ଆଭାଲିନ ପରିଡ଼ା, ଜନ୍ମଞ୍ଜୟ ପରିଡ଼ା, ଝୁନା ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ। 

COASTAL NEWS ODIA 1667 ଛାତ୍ରୀଙ୍କ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

COASTAL NEWS ODIA 1667

 ଛାତ୍ରୀଙ୍କ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ



ଧରାକୋଟ - (CNO) ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବାହାରପୁର ଗ୍ରାମ ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ଛାତ୍ରୀ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଛାତ୍ରୀ ଜଣକ ହେଲେ ସପ୍ତମ ଶେଣ୍ରୀର ରାଣୀ ଭୁୟା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ତେବେ ଏପର୍ଯ୍ୟନ୍ତ ବିଷ ପିଇବା ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନାନୁସାରେ ଛାତ୍ରୀ ଜଣକ ସ୍କୁଲର ଖାଇବା ଛୁଟିରେ ବ୍ୟାଗରେ ନେଇଥିବା ଏକ ବିଷ ବୋତଲରୁ ବିଷ ପିଇ ଦେଇଥିବା ଜଣେ ସହପାଠୀ ଦେଖ୍ ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଧରାକୋଟ ଅଣାଯାଇଥିଲା । ହେଲେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । 

ସେପଟେ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ପ୍ରତିକ୍ରିୟା କହିଛନ୍ତି ବିଷ ସ୍କୁଲକୁ ଆସିଲା କେମିତି ତା ଉପରେ ତଦନ୍ତ କରାଯିବ । ଆଗାମୀ ଦିନରେ ଏହା ଉପରେ ଅଧିକ ଯତ୍ନବାନ ହେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଜାଗ ରହିବାକୁ ହେବ । ଅଭିଭାବକମାନଙ୍କୁ ଏ ନେଇ କାଉନସେଲିଂ କରାଯିବ ବୋଲି ବିଇଓ କହିଛନ୍ତି । ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତେବେ ସେ ବିଷ ପିଇ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏନେଇ କିଛି ସ୍ପଷ୍ଟ ହୋଇନି ।    


ଆଜିର ରାଶିଫଳ

COASTAL NEWS ODIA 1666

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୧୭ ତାରିଖ ୨୦୨୪ ମସିହା(ବୁଧବାର)*
*✧═════•❁❀❁•════✧*

*ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹ମେଷ🌹👉ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।*
*✧═════•❁❀❁•═════✧*
*🌹ବୃଷ🌹👉ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।* 

*✧═════•❁❀❁•═════✧*
*🌹ମିଥୁନ🌹👉ଆଜି  ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।  ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।*

*✧═════•❁❀❁•═════✧*
*🌹କର୍କଟ🌹👉ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।* 
*✧═════•❁❀❁•═════✧*
*🌹ସିଂହ 🌹👉ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ  ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ*, 

*✧═════•❁❀❁•═════✧*
*🌹କନ୍ୟା🌹👉ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।* 
*✧═════•❁❀❁•═════✧*
*🌹ତୁଳା🌹👉ଆଜି ପରିବାରରେ  ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।*

*✧═════•❁❀❁•═════✧*
*🌹ବିଛା🌹👉କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।*

*✧═════•❁❀❁•═════✧*
*🌹ଧନୁ🌹👉ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।*

*✧═════•❁❀❁•═════✧*
*🌹ମକର🌹👉ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।*
*✧═════•❁❀❁•═════✧*

*🌹କୁମ୍ଭ🌹👉ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।*
*✧═════•❁❀❁•═════✧*

*🌹ମୀନ🌹👉କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।*
*✧═════•❁❀❁•═════✧*

ପଟ୍ଟାମୁଣ୍ଡାଇ

COASTAL NEWS ODIA 1665

ପଟ୍ଟମୁଣ୍ଡାଇ 
ପଟ୍ଟାମୁଣ୍ଡାଇ 



ପଟ୍ଟାମୁଣ୍ଡାଇ - (CNO) କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପ୍ରମୂଖ ବ୍ୟବସାୟିକ ପେଣ୍ଠସ୍ଥଳ | ପଟ୍ଟାମୁଣ୍ଡାଇର ନାମକରଣ ସଂପର୍କରେ ଅନେକ ଲୋକକଥା ରହିଛି। ଘୋଡ଼ାଡିଆଁ ପାଟ, ବୋଇତାଳ ପାଟ ଓ ଓସଙ୍ଗରାପାଟ ଏହି ପାଟ ଗୁଡିକର ର ମିଶ୍ରଣକୁ ଉତିକଣ ପାଟ କୁହାଯାଉଥିଲା। ଏହି ବିଶାଳକାୟ ନିମ୍ନଭୂମି ଅଧିକାଂଶ ସମୟରେ ଜଳପୂର୍ଣ୍ଣ ହୋଇ ରହୁଥିଲା । ଏପରିକି ଏହି ପାଟରେ ଡଙ୍ଗା, ବୋଇତ ପ୍ରଭୃତି ଜଳଯାନ ଯାତାୟତ କରିପାରୁଥିଲା । ଉପରୋକ ତିନିଟି ପାଟମଧ୍ୟରୁ ବୃହତ୍ତମ ପାଟକୁ ବୋଇତାଳପାଟ ବୋଲି କୁହାଯାଉଥିଲା। 

ଏହି ବିଶାଳ ପାଟର ଅବବାହିକା ଅଂଚଳରେ ଥିବା ଜନବସତିଗୁଡିକୁ ପ୍ରଥମେ ପାଟମୁଣ୍ଡ ଗ୍ରାମ ଭାବେ ନାମିତ କରାଯାଇଥିଲା। ସେହି ଦୃଷ୍ଟିରୁ ପଟ୍ଟାମୁଣ୍ଡାଇର ପ୍ରଥମ ନାମଥିଲା ‘ପାଟମୁଣ୍ଡା’। ସୁବିଧା ସୃଷ୍ଟିରୁ କାଳକ୍ରମେ ପାଟମୁଣ୍ଡକୁ ପାଟମୁଣ୍ଡିଆ, ପାଟମୁଣ୍ଡେଇ, ପରେ ଅପଭ୍ରଂଶ ହୋଇ ପାଟମୁଣ୍ଡି ଓ ପରେ ପାଟମୁଣ୍ଡେଇ ବୋଲି କୁହାଯାଉଥିଲା। ଏବଂ ଶେଷରେ ‘ପଟ୍ଟାମୁଣ୍ଡାଇ’ରେ ଅଟକି ଗଲା। 


ସନ ୧୯୨୧ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଥାନାର ନାମ ‘ପଟ୍ଟାମୁଣ୍ଡି’ ଲେଖାଯାଉଥିଲା ବୋଲି ଅଂଚଳର ବିଶିଷ୍ଟ ସାହିତ୍ୟିକ ଦିବାକର ବିଶ୍ବାଳ କୁହନ୍ତି| | ଇତି ମଧ୍ୟରେ ପଟାକୁ ପଟ୍ଟା କରିଦିଆଯାଇଛି ଏବଂ ସୂର୍ଯ୍ୟାସ୍ତ ଆଇନ ବଳରେ ଜମିଦାରି ନିଲାମ ହେବା ପରଠାରୁ ଏହି ପଟ୍ଟାମୁଣ୍ଡାଇର ନାମକରଣ ପ୍ରଚଳିତ ହୋଇଆସୁଛି। ଆଜିମଧ୍ୟ ପଟ୍ଟାମୁଣ୍ଡାଇ ଏହିସବୁ ପାଟନାଳିରେ ଜାଲ ଭଳିଛନ୍ଦି ହୋଇରହିଛି। ଜଳସେଚନ ପାଇଁ ଉତିକଣ ଭେଡାର ବୋଇତାଳ ପାଟରେ ଶତାଧିକ ପାଟନାଳି ସକ୍ରିୟ ହୋଇ ରହିଛି। 


୧୮୬୬ ମସିହାରେ ରେଭେନସା ସାହେବ ପଟ୍ଟାମୁଣ୍ଡାଇ କେନାଲ ଖୋଳାଇ ସମସ୍ତ ପଟ୍ଟାମୁଣ୍ଡାଇକୁ ସମାନ ଦୁଇ ଭାଗ କରିଦେଇଥିଲେ। ଧୋୟା ଅଂଚଳ ଓ ଅଣଧୋୟାଞ୍ଚଳ |ଏହାଫଳରେ ୫୦ ଭାଗ ପଟ୍ଟାମୁଣ୍ଡାଇ ଅଂଚଳ କେନାଲ ଜଳସେଚିତ ଅଂଚଳ ଭାବେ ରହିଥିବା ବେଳେ ତାହାସହ ପାଟନାଳିଗୁଡିକ ମଧ୍ୟ କେନାଲ ଜଳରେ ପରିପୃଷ୍ଟ ହୋଇ ଜଳ ସେଚନ କାର୍ଯ୍ୟ ତୁଲାଇ ଆସୁଛି। ଏବେ ପଟ୍ଟାମୁଣ୍ଡାଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପଟ୍ଟମୁଣ୍ଡାଇ ସହରାଞ୍ଚଳ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି l

Monday, January 15, 2024

ରାମ ମନ୍ଦିରରେ ସ୍ଥାପନା ହେବ ଅରୁଣ ଯୋଗୀରାଜଙ୍କ ହାତତିଆରି ପ୍ରଭୁ ରାମଙ୍କ ମୂର୍ତ୍ତି

COASTAL NEWS ODIA 1664

ରାମ ମନ୍ଦିରରେ ସ୍ଥାପନା ହେବ ଅରୁଣ ଯୋଗୀରାଜଙ୍କ ହାତତିଆରି ପ୍ରଭୁ ରାମଙ୍କ ମୂର୍ତ୍ତି



ଅଯୋଧ୍ୟା - (CNO) ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଛି । ଶ୍ରୀ ରାମ ଜନ୍ମ ଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଏହି ମୂର୍ତ୍ତିର ଓଜନ 150 ରୁ 200 କିଲୋଗ୍ରାମ ଅଟେ । 

ଚମ୍ପତ ରାୟ କହିଛନ୍ତି ଯେ ଅରୁଣ ଯୋଗୀ ରାଜ କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଏବଂ ଇଣ୍ଡିଆ ଗୀତରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଅଯୋଧ୍ୟାରେ ମୂର୍ତ୍ତି ତିଆରି କରୁଥିବାବେଳେ ତାଙ୍କୁ ପନ୍ଦର ଦିନ ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ଠାରୁ ମଧ୍ୟ ଦୂରରେ ରଖାଯାଇଥିଲା। ତାଙ୍କର ପ୍ରତିମା ଚୟନ କରାଯାଇଛି।  ସେ କହିଛନ୍ତି ଯେ ମନ୍ଦିରରେ ସ୍ଥାପନ ହେବାକୁ ଥିବା ଏହି ପ୍ରତିମା ପ୍ରଭୁ ରାମଙ୍କ  ପାଞ୍ଚ ବର୍ଷର ଅଟେ।  ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମାକୁ ଶ୍ରୀ ରାମ ଜନ୍ମ ଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ଵାରା ଚୟନ କରାଯାଇଛି।

ଭାରତ ବନାମ ଆଫଗାନିସ୍ଥାନ ମ୍ୟାଚ୍ ରେ ଆଫଗାନିସ୍ତାନ କୁ ପ୍ରଥମ ଟି-20 ରେ ହରାଇଲା ଭାରତ

COASTAL NEWS ODIA 1663

ଭାରତ ବନାମ ଆଫଗାନିସ୍ଥାନ ମ୍ୟାଚ୍ ରେ ଆଫଗାନିସ୍ତାନ କୁ ପ୍ରଥମ ଟି-20 ରେ ହରାଇଲା ଭାରତ


ମୋହାଲି - (CNO) ଭାରତ ବନାମ ଆଫଗାନିସ୍ଥାନ ମ୍ୟାଚ୍ ରେ ଆଫଗାନିସ୍ତାନ କୁ ପ୍ରଥମ ଟି-20 ରେ ହରାଇଲା ଭାରତ । ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦଳ 5 ୱିକେଟ୍ ହରାଇ 158 ରନ୍ କରିଥିଲା । 

ଏହାର ଜବାବରେ 159 ରନ୍ ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ 18 ଓଭରରେ 4 ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଗତକାଲିର ଏହି ମ୍ୟାଚରେ ଶିବମ ଦୁବେ ଭାରତ ପାଇଁ ନିର୍ଣ୍ଣାୟକ ଭୂମିକା ନେଇଥିଲେ । ତାଙ୍କ କ୍ୟାରିୟରର ଦ୍ୱିତୀୟ ଟି-20 ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ନିଜର ଶ୍ରେଷ୍ଠ ଟି-20 ଅନ୍ତର୍ଜାତୀୟ ସ୍କୋର ମଧ୍ୟ ଏହି ମ୍ୟାଚରେ କରିଛନ୍ତି । 

ଭାରତ ପକ୍ଷରୁ ଶିବମ ଦୁବେ ଅପରାଜିତ 60 ରନ କରିଥିବାବେଳେ ଜିତେଶ ଶର୍ମା 31 ରନ କରିଥିଲେ । ସେହିପରି ତିଳକ ବର୍ମା 26 ରନ କରିଥିବାବେଳେ ଶୁଭମନ ଗିଲ୍ 23ରନ କରିଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ 51 ରନ କରିଥିଲେ । ତେବେ ଗୁରୁବାଜ 23 ରନ ଓ ଜଦରାନ 25 ରନରେ ଆଉଟ ହୋଇଥିଲେ । 

ସେହିପରି ମହମ୍ମଦ ନବି 42 ରନ ଓ ଅଜମାତୁଲ୍ଲା 29 ରନ କରିଥିଲେ । ନଜିବୁଲ୍ଲା ଜଦରାନ 19 ରନ କରିଥିଲେ । ଦଳ ନିର୍ଦ୍ଧାରିତ 20 ଓଭରରେ 5 ଓ୍ବିକେଟ ହରାଇ 158 ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର 2 ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।  ଏହି ସିରିଜରେ ମୋଟ 3 ଟି ଟି-20 ମ୍ୟାଚ ଖେଳାଯିବ । 2ୟ ଟି-20 ଆସନ୍ତା 14 ତାରିଖ ରବିବାର ଦିନ ଇନ୍ଦୋରଠାରେ ଓ ତୃତୀୟ ଟି-20 17 ତାରିଖ ବୁଧବାର ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ।

Sunday, January 14, 2024

ଆଜିର ରାଶିଫଳ

COASTAL NEWS ODIA 1662

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଜାନୁଆରୀ ମାସ ୧୫ ତାରିଖ ୨୦୨୪ ମସିହା(ସୋମବାର)*
*✧═════•❁❀❁•════✧*
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*ମେଷ:👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।* 
 *✧═════•❁❀❁•═════✧*
 *ବୃଷ: 👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
 *ମିଥୁନ: 👉ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*  
*✧═════•❁❀❁•═════✧*
 *କର୍କଟ:👉 ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।* 
*✧═════•❁❀❁•═════✧*
 *ସି˚ହ: 👉ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।* 
*✧═════•❁❀❁•═════✧*
 *କନ୍ୟା:👉 ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।* 
*✧═════•❁❀❁•═════✧*
 *ତୁଳା:👉 ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।* 
 *✧═════•❁❀❁•═════✧*
 *ବିଛା:👉 ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।* 
*✧═════•❁❀❁•═════✧*
 *ଧନୁ:👉 ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।* 
*✧═════•❁❀❁•═════✧*
 *ମକର:👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।  ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* । 
*✧═════•❁❀❁•═════✧*
 *କୁମ୍ଭ:👉 ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।* 
*✧═════•❁❀❁•═════✧*
 *ମୀନ:👉 ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।*
*✧═════•❁❀❁•═════✧*

POACHER_ARRESTED IN SIMILIPAL ଶିମିଳିପାଳ ଅଭୟାରଣ୍ୟରୁ ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ।

COASTAL NEWS ODIA 1661

POACHER_ARRESTED IN SIMILIPAL 

ଶିମିଳିପାଳ ଅଭୟାରଣ୍ୟରୁ ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। 


ଶିମିଳିପାଳ - (CNO) ପୁଣି ଶିମିଳିପାଳ ଅଭୟାରଣ୍ୟରୁ ଚାରି ଶିକାରୀକୁ ଗିରଫ କରିଛି ବନବିଭାଗ । ଏଥ୍‌ସହ ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ଅଞ୍ଚଳରେ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ଶିକାରୀ ୪ ଜଣ ହେଲେ ଗମେଇଘାଟି ଗାଁର ସଞ୍ଜୟ ସିଂ, ସଂଗ୍ରାମ ସିଂ ଏବଂ ସୁବର୍ଣ୍ଣମଞ୍ଜରୀ ଗ୍ରାମର ବିଶୁ ସିଂ ଓ ମଣ୍ଟୁ ସିଂ।

ଖବର ଅନୁଯାୟୀ ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନସ୍ଥ ଘନ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଯୁଗ୍ମ ଟାସ୍କ ଫୋର୍ସ ମୁଖ୍ୟ ଧୃବେନ୍ଦ୍ର ନାଥ ନାଏକ ଓ ଡେପୁଟି ରେଞ୍ଜର ସୁବାସ ସାହୁଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ୍ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ କିଛି ଶିକାରୀ ଦେଶୀ ବନ୍ଧୁକ ପାଖରେ ରଖି ଶିକାର କରିବା ଉଦ୍ଦେଶ୍ୟରେ ଲୁଚି ରହିଥିଲେ । 

ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଗୁଳି ଚଳାଇବେ ବୋଲି ସିଧାସଳଖ ଧମକ ଦେଇଥିଲେ । ହେଲେ ପାଟ୍ରୋଲିଂରେ ଥିବା ବନ ବିଭାଗର ଟିମ୍ ସାହସର ସହ ମୁକାବିଲା କରି ଶିକାରୀଙ୍କୁ କାବୁ କରିଥିଲା । ଏଥିସହ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ମୋବାଇଲ ଫୋନ, କିଛି ଲୁହା ବୋଲ୍ ଓ କିଛି ଶୁଖୁଲା ରାସନ୍ ସାମଗ୍ରୀ ଜବତ କରିଛି ବନ ବିଭାଗ । ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରଖାଯିବା ସହିତ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଅଧିକ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ଗତ ୩୦ ତାରିଖରୁ କାଠ ମାଫିଆ ଓ ଶିକାରୀଙ୍କୁ ଜଗିବାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ନିମନ୍ତେ ୧୪ କଷ୍ଟମାଇଜ୍ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ ମୁତୟନ କରାଯାଇଛି । ଅଲିଭ ଗ୍ରୀନ ରଙ୍ଗର ଗାଡ଼ିକୁ ସ୍ବତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି । ଏଥୁରେ ରିମୋଟ କଣ୍ଟ୍ରୋଲ ସର୍ଜ ଲାଇଟ ଖଞ୍ଜାଯାଇଛି, ଯାହାକି ରାତି ସମୟରେ ସବୁ ଦିଗକୁ ଦେଖୁପାରିବ । ଏମିତିକି ଏସବୁ ଯାନରେ ଥିବା ୱିଞ୍ଚ ବର୍ଷା ଋତୁରେ ରେପ୍ୟ ଅପରେସନରେ ବେଶ ସହାୟକ ହେବ । ଏହାଦ୍ବାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ କରାଯାଇପାରିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

COASTAL NEWS ODIA 1660

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ



ଭୁବନେଶ୍ବର - (CNO) ନୂଆବୋହୂ ରୂପରେ ସଜେଇ ହୋଇଛି ବଡ଼ଦାଣ୍ଡ; ପରିକ୍ରମା ପ୍ରକଳ୍ପରେ ମନ ମୋହୁଛି ସବୁଜବଳୟ l ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। 

ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନଟିକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି।  


ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ l
ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ।

ଓଡ଼ିଆ ସିନେ ଅଭିନେତା କୁମାର ନାୟକଙ୍କୁ କଳାନିଧି ପୁରସ୍କାର

COASTAL NEWS ODIA 1659

ଓଡ଼ିଆ ସିନେ ଅଭିନେତା କୁମାର ନାୟକଙ୍କୁ କଳାନିଧି ପୁରସ୍କାର 


ମଞ୍ଜୁଷା (ଶ୍ରୀକାକୁଲମ୍) - (CNO)  ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘର ରାଜ୍ୟ ଉପ-ସଭାପତି ତଥା ସୁନାମଧନ୍ୟ ସିନେ କଳାକାର କୁମାର ନାୟକ ରାଜମହେନ୍ଦ୍ରୀ ନରେନ୍ଦ୍ର ମଞ୍ଚ ଠାରେ ଜାନୁଆରୀ ସାତ ତାରିଖରେ ଅନୁଷ୍ଠିତ ଆନ୍ତର୍ଜାତୀୟ ତେଲୁଗୁ ମହାସଭାରେ ସମ୍ମାନଜନକ କଳାନିଧ୍ୱ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । 

ନାଗାଲାଣ୍ଡ ରାଜ୍ୟପାଳ ମହାମହିମ ଲାଲ୍ ଗଣେଶନ୍ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଶ୍ରୀ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଜଣେ ଓଡ଼ିଆ କଳାକାର ଚାଳିଶ ଗୋଟି ତେଲୁଗୁ ଚଳଚ୍ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର, ଟିଭି ଧାରାବାହିକ ଇତ୍ୟାଦିରେ ଅଭିନୟ କରି ସୁନାମ ଅର୍ଜନ କରିବା ଅତ୍ୟନ୍ତ ବିରଳ। ତାଙ୍କରି ଏହି ସଫଳତା ନିମନ୍ତେ ବଧେଇ ଜଣାଇବା ନିମନ୍ତେ ସ୍ଥାନୀୟ ରାଜନବର ପାର୍ଶ୍ବ ସ୍ଥିତ ସୁରେଶ ହସ୍ପିଟାଲ୍ ସଭାକକ୍ଷଠାରେ ମହାସଂଘ ସଭାପତି ନାଲ୍ଲା ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। 

ଏଥିର ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଓଡ଼ିଆ କଳାକାର ମହାସଂଘର କାର୍ଯ୍ୟଧାରା ଏବଂ ଆନ୍ଧ୍ର ନିବାସୀ ଓଡିଆ କଳାକାରଙ୍କ ଏକତ୍ରୀକରଣ ଓ ଏକାତ୍ମତା ଅନ୍ୟମାନଙ୍କ ପ୍ରତି ଆଦର୍ଶ ଭାବେ ପ୍ରତିଭାତ ବୋଲି ମତବ୍ୟକ୍ତ କରିବା ସହ ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ସମସ୍ତ ସହଯୋଗ ରହିବାନେଇ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବରିଷ୍ଠ ଶିକ୍ଷାବିତ୍ ନାଲ୍ଲା ନୀଳକଣ୍ଠ,ଜଳନ୍ଧର ସାହୁ, କଳାକାର ୟୁ. ବ୍ରହ୍ମାନନ୍ଦ ପ୍ରମୁଖ ଅତିଥ୍ ଭାବରେ ମଞ୍ଚାସୀନ ଥିଲେ। 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ସୁରେଶ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଅତିଥ୍ ପରିଚୟ ପ୍ରଦାନ କରିଥିବାବେଳେ ପରିଶେଷରେ ଖଗେଶ୍ବର ଗୌଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧୂକ ଆନ୍ଧ୍ର ନିବାସୀ ଓଡିଆ କଳାକାର ଉପସ୍ଥିତ ରହି କାର୍ଯ୍ୟକ୍ରମର ଶ୍ରୀବୃଦ୍ଧି ଘଟାଇବାରେ ସହଯୋଗ କରିଥିଲେ। 

ଶ୍ରୀଜଗନ୍ନାଥ ଙ୍କ ମାନବ ଲୀଳା

COASTAL NEWS ODIA 1658

*ଯଥା_ଦେହି_ତଥା_ଦେବ!* 


ଯେଉଁଭଳି ଭାବେ ମନୁଷ୍ୟ ନିଜର ଦୈନଦିନ ନିତ୍ୟ କର୍ମ କରିଥାଏ ଠିକ୍ ସେହିପରି ନିଳାଦ୍ରୀ କନ୍ଦର ରେ ରତ୍ନ ସିଂହାସନ ରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ,  ଶ୍ରୀବଳଭଦ୍ର, ମା ସୁଭଦ୍ରା , ଶ୍ରୀ ସୁଦର୍ଶନ, ଶ୍ରୀ ମାଧବ, ଶ୍ରୀଦେବୀ ଓ ଭୂଦେବୀ ଆଦି ସପ୍ତଧା ମୂର୍ତ୍ତୀ ଙ୍କର ମଧ୍ୟ କରାଯାଇଥାଏ। ମହାପ୍ରଭୁ ଶ୍ରୀକ୍ଷେତ୍ର ଧାମ ରେ ମାନବୀୟ ଲୀଳା ସମ୍ବରଣ କରୁଛନ୍ତି। ସେ ଯେମିତି ସାରା ବିଶ୍ୱରେ ଅନନ୍ୟ ଠିକ୍ ସେପରି ତାଙ୍କ ନୀତି ପରମ୍ପରା ଯାନିଯାତ୍ରା ମଧ୍ୟ ଅନନ୍ୟ।

 *ବଡ଼_ଦେଉଳ* 


ଶ୍ରୀ ମନ୍ଦିର ର ଗର୍ଭ ଗୃହର ଆକାର ଉଭୟେ ଲମ୍ବା ଓ ପ୍ରସ୍ଥ ରେ ୩୦ ଫୁଟ ତଥା ଉଚ୍ଚତା ୪୮ ଫୁଟ  ବିଶିଷ୍ଟ ।ସିଂହାସନ ବା ରତ୍ନସିଂହାସନ  ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଛି  କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ହେଇଛି ।ଏହି ବେଦୀ ବା ସିଂହାସନ ଉପରେ ତିନୋଟି କଳା ମୁଗୁନି ପଥରର ଚକା ରହିଛି ।ରତ୍ନବେଦିରେ ଯଥାକ୍ରମେ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ଜଗନ୍ନାଥ ଭୂଦେବୀ ଶ୍ରୀଦେବୀ ମାଧବ ସମେତ ଚକ୍ରରାଜ ସୁଦର୍ଶନ ବିରାଜମାନ କରିଛନ୍ତି ।ସ୍କନ୍ଦ ପୁରାଣ ବର୍ଣ୍ଣନାନୁସାରେ ଶ୍ରୀ ବଳଭଦ୍ର ୮୫ ଯବ ଉଚ୍ଚ ଓ ଶଙ୍ଖାକୃତି ଶୁଭ୍ରବର୍ଣ୍ଣ,ସୁଭଦ୍ରା ୫୨ ୧/୨ ଯବ ପଦ୍ମାକୃତି ହରିଦ୍ରାବର୍ଣ୍ଣ,ଶ୍ରୀଜଗନ୍ନାଥ ୮୪ ଯବ ଚକ୍ରାକୃତି ମେଘବର୍ଣ୍ଣ ଓ ସୁଦର୍ଶନ ୮୪ଯବ ଗଦାକୃତ ରକ୍ତବର୍ଣ୍ଣ  ସମ୍ପୂର୍ଣ୍ଣ ଶାସ୍ତ୍ର ଅନୁସାରେ ଶ୍ରୀବିଗ୍ରହ ମାନେ ଶଙ୍ଖ ଯନ୍ତ୍ର, ଚକ୍ର ଯନ୍ତ୍ର, ପଦ୍ମ ଯନ୍ତ୍ର ଓ ଗଦା ଯନ୍ତ୍ର ଅନୁସାରେ ନିର୍ମିତ ।ନବକଳେବର ସମୟରେ ଏହି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମେତ ମାଧବ ଙ୍କର ମଧ୍ଯ କଳେବର ହୋଇଥାଏ ।ନିଳାଦ୍ରି ମହୋଦୟରେ ବର୍ଣ୍ଣିତ :-
       
       "ବଳେନ ଭଦ୍ରାୟାଯୁକ୍ତଃ ସୋ{ୟଂ ସହ ସୁଦର୍ଶନଃ।
         ବିଶ୍ୱଧାତ୍ର୍ୟାଚ ଲକ୍ଷ୍ମୀ ଚ ମାଧବେନ ସମଂ।
         ସପ୍ତଧାର ବିର୍ଭବୋଦେବଃ ସ୍ୱୟଂ ତତ୍ର ଦନାର୍ଦ୍ଦନଃ।"

 ସାଧାରଣ ମାନବ ଭଳି ଚତୁର୍ଦ୍ଧାମୂର୍ତ୍ତି ସ୍ୱୟଂ ମାନବୀୟଲୀଳା ପ୍ରକଟ କରୁଥିବାରୁ ସମସ୍ତ ମାନବୀୟ କର୍ମ ତାଙ୍କର ଉପଚାର ତଥା ଦୈନନ୍ଦିନ ଦିନଚର୍ଯ୍ୟାରେ ପ୍ରତିଫଳିତ ହୋଇଛି ।ରାଶି ନକ୍ଷତ୍ର ମଧ୍ୟ ତିନି ଠାକୁରଙ୍କ ର ରହିଛି ।


#ଶ୍ରୀବଳଭଦ୍ର :-ମକର ରାଶି ଓ ଶ୍ରବଣା ନକ୍ଷତ୍ର  ।

#ଦେବୀ_ସୁଭଦ୍ରା :-ବିଛା ରାଶି ଓ  ଜ୍ୟେଷ୍ଠା ନକ୍ଷତ୍ର ।

#ଶ୍ରୀଜଗନ୍ନାଥ :-ବୃଷରାଶି ଓ  ରୋହିଣୀ ନକ୍ଷତ୍ର ।

ସାଧାରଣରେ ଶ୍ରୀମନ୍ଦିରରେ ତିନିବାଡ଼ରେ ପରମ୍ପରା ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପୂଜାବିଧି ପାଳିତ ହୋଇଥାଏ ଯଥା :-

ଶ୍ରୀ ବଳଭଦ୍ର  (ବଡବାଡ)ଦ୍ଵାଦଶାକ୍ଷର ମନ୍ତ୍ର"ଓଁ ନମୋ ଭଗବତେ ବାସୁଦେବାୟ"

ଶ୍ରୀ ସୁଭଦ୍ରା  (ମଝିବାଡ)"ଏକାକ୍ଷରୀ ଭୂବନେଶ୍ୱରୀମନ୍ତ୍ର ରେ 

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାଡରେ ଅନ୍ୟ ସମସ୍ତ ବିଗ୍ରହ ସମେତ ଅର୍ଥାତ୍ ଭୂଦେବୀ ଶ୍ରୀଦେବୀ ମାଧବ ଓ ଚକ୍ରରାଜ ସୁଦର୍ଶନ ସମେତ :-ଅଷ୍ଟାଦଶକ୍ଷର ମନ୍ତ୍ର (ରାଜମନ୍ତ୍ର) "ଓଁ କ୍ଳୀଁ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନବଲ୍ଲଭାୟ ନମଃ "ଆଦି  ମନ୍ତ୍ର ରେ ପୂଜା ପାଇଥାନ୍ତି ।

 *ଦୈନିକ ନୀତି*

୧. ଦ୍ଵାରଫିଟା
୨. ମଙ୍ଗଳ_ଆଳତି
୩. ମୈଲମ (ବେଶ ଉଲାଗି)
୪. ଅବକାଶ
୫. ଅବକାଶ_ପରେ_ମୈଲମ
୬. ସାହାଣମେଲା ବା ସର୍ବସାଧାରଣ_ଦର୍ଶନ
୭. ବେଶ_ଲାଗି
୮. ରୋଷହୋମ
୯. ସୂର୍ଯ୍ୟ_ପୂଜା
୧୦. ଦ୍ଵାରପାଳ_ପୂଜା
୧୧. ଗୋପାଳବଲ୍ଲଭ_ଭୋଗ
୧୨. ସକାଳ_ଧୂପ
୧୩. ମଇଲମ ( ବେଶ ଉଲାଗି)
୧୪. ବେଶ
୧୫. ଭୋଗମଣ୍ଡପ 
୧୬. ମଧ୍ୟାହ୍ନ_ଧୂପ
୧୭. ମଧ୍ୟାହ୍ନ_ପହୁଡ଼
୧୮. ପହୁଡ଼_ଫିଟିବା ଓ ସନ୍ଧ୍ୟା_ଆଳତି
୧୯. ସନ୍ଧ୍ୟା_ଧୂପ
୨୦. ସନ୍ଧ୍ୟା_ଧୂପ_ପରେ_ସାହାଣମେଲା
୨୧. ମଇଲମ ଓ ଚନ୍ଦନଲାଗି
୨୨. ବଡ଼ସିଂହାର_ବେଶ
୨୩.  ବଡ଼ସିଂହାର_ଧୂପ
୨୪. ପହୁଡ଼, ବୀଣାଗାନ ଓ ଖଟସେଯ ଲାଗି, ପୁଷ୍ପାଞ୍ଜଳି, ପୁଷ୍ପ ଲାଗି, ମୁଦ ଓ ଶୋଧ।

Saturday, January 13, 2024

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି ୩ରୁ ଅଧିକ ସନ୍ତାନ ଥିଲେ ସରାକାରୀ ଯୋଜନାରୁ ହେବେ ବଞ୍ଚିତ

COASTAL NEWS ODIA 1657

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି ୩ରୁ ଅଧିକ ସନ୍ତାନ ଥିଲେ ସରାକାରୀ ଯୋଜନାରୁ ହେବେ ବଞ୍ଚିତ


ନୂଆଦିଲ୍ଲୀ - (CNO) ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସହାୟତା ଯୋଜନାରେ ଆସାମ ସରକାର କିଛି ନୂତନ ସର୍ତ୍ତ ଜାରୀ କରିଛନ୍ତି । ଏଥିରେ ଜଣେ ମହିଳାଙ୍କ ସନ୍ତାନ ସଂଖ୍ୟା ଉପରେ ଏକ ସୀମା ଯୋଡି ଦିଆଯାଇଛି । ଯଦି ଜେନେରାଲ ଏବଂ ଓବିସି ବର୍ଗର ମହିଳାମାନେ କୌଣସି ଯୋଜନାର ଲାଭ ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କର ତିନିରୁ ଅଧିକ ସନ୍ତାନ ନଥିବେ , ଯେତେବେଳେ କି ଅନୁସୂଚିତ ଜନଜାତି (ଏସଟି) ଏବଂ ଅନୁସୂଚିତ ଜାତି (ଏସସି) ମହିଳାଙ୍କ ପାଇଁ ଏହି ସୀମା ଚାରି ସନ୍ତାନଙ୍କ ପର୍ଯ୍ୟନ୍ତ ରହିଛି ।


ଜାନୁୟାରୀ ୧୧ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମହିଳା ଉଦ୍ୟୋଗୀ ଅଭିଯାନ (ଏମଏମୟୁଏ) ଘୋଷଣା କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସମସ୍ତ ହିତାଧିକାରୀ ଯୋଜନାରେ ଧୀରେ ଧୀରେ ଏଭଳି ଜନସଂଖ୍ୟା ମାନଦଣ୍ଡ କାର୍ଯ୍ୟକାରୀ ହେବ । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ୨୦୨୧ ରେ ତାଙ୍କ ଘୋଷଣା ସହିତ ଖାପ ଖାଉଛି ।

ତେବେ ଏମଏମୟୁଏ ଯୋଜନା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନିୟମରେ କୋହଳ ଦିଆଯାଇଛି ଏବଂ ଏସଟିର ମାନ୍ୟତା ଦାବିରେ ମୋରାନ, ମୋଟୋକ ଏବଂ ଟି ଆଦିବାସୀ' ଉପରେ ଚାରି ପିଲାଙ୍କ ସୀମା ମଧ୍ୟ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ସ୍ୱୟଂ ସହାୟକ ଗୋଷ୍ଠୀରେ ଜଡିତ ମହିଳାମାନଙ୍କୁ ଗ୍ରାମୀଣ ମାଇକ୍ରୋ ଉଦ୍ୟୋଗୀ ଭାବରେ ବିକାଶ କରିବାକୁ ସାହାଯ୍ୟ କରିବା ।


ଶର୍ମା ଆହୁରି କହିଛନ୍ତି ଯେ ଏହି ଯୋଜନା ଶିଶୁଙ୍କ ସଂଖ୍ୟା ସହିତ ଜଡିତ ହୋଇଛି ଯାହା ଦ୍ୱାରା ମହିଳାମାନେ ଏହି ଅର୍ଥକୁ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠା ପାଇଁ ବ୍ୟବହାର କରିପାରିବେ । ସେ କହିଥିଲେ ଯେ ଯଦି ଜଣେ ମହିଳାଙ୍କର ଚାରି ସନ୍ତାନ ଅଛନ୍ତି, ତେବେ ସେ ଟଙ୍କା ଖର୍ଚ୍ଚ କରିବାକୁ ସମୟ କେଉଁଠୁ ପାଇବେ, ଆଉ ବ୍ୟବସାୟ କରିବା ପାଇଁ ସମୟ ସେ କେଉଁଠୁ ପାଇବେ? ସେ ପିଲାମାନଙ୍କୁ ଶିକ୍ଷା ଦେବାରେ ବ୍ୟସ୍ତ ରହିବେ । ଏହି ଯୋଜନାରେ ମହିଳାମାନେ ବ୍ୟବସାୟ କରିବାକୁ ସକ୍ଷମ ହେବେ l

ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି

COASTAL NEWS ODIA 1656

ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି, କମିଲା ପକ୍ଷୀଙ୍କ ସଂଖ୍ୟା



ଭୁବନେଶ୍ୱର - (CNO) ସାତକୋଶିଆରେ କୁମ୍ଭୀର ସଂଖ୍ୟା ବୃଦ୍ଧି, କମିଲା ପକ୍ଷୀଙ୍କ ସଂଖ୍ୟା । ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ତାଙ୍କ ସୂଚନା ଅନୁସାରେ, ଗତ ବର୍ଷ ତୁଳନାରେ ମଗର ସଂଖ୍ୟା ବୃଦ୍ଧି ପାଇଛି ସେହିପରି ଘଡ଼ିଆଳ କୁମ୍ଭୀର ସଂଖ୍ୟା ମଧ୍ୟ ବଢିଥିବା ବେଳେ ଗତ ବର୍ଷ ତୁଳନାରେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା ଖୁବ୍ କମିଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ତାଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଗତ ବର୍ଷ ମଗରଙ୍କ ସଂଖ୍ୟା ୮୧ ଥିଲା ଯାହା ଚଳିତ ବର୍ଷ ବୃଦ୍ଧି ପାଇ ୯୭ରେ ପହଞ୍ଚିଛି । ଘଡ଼ିଆଳଙ୍କ ସଂଖ୍ୟା ୭ରୁ ୧୪କୁ ବୃଦ୍ଧି ପାଇଛି । ସେହିପରି ଗତ ବର୍ଷ ପକ୍ଷୀଙ୍କ ସଂଖ୍ୟା ୩୮୦୦ ଥିବା ଯାହା ଚଳିତ ବର୍ଷ ହ୍ରାସ ପାଇ ୩୩୦୦ରେ ପହଞ୍ଚିଛି ।



ସୂଚନାଥାଉ ଯେ, ଚନ୍ଦକା-ଡମପଡା ଅଭୟାରଣ୍ୟରେ ଚାଲିଥିବା ପକ୍ଷୀ ଗଣନା ଶେଷ ହୋଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀ ସଂଖ୍ୟାରେ କମ୍ ପରିଲକ୍ଷିତ ହୋଇଛି । ଚଳିତବର୍ଷ 16 ହଜାର 675 ପକ୍ଷୀ ଆସିଥିବା ଜଣାପଡିଛି । ଗତବର୍ଷ ଅଭୟାରଣ୍ୟ କୁ 22 ହଜାର 840 ପକ୍ଷୀ ଆସିଥିଲେ । ହେଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ ସଂଖ୍ୟାକ ପକ୍ଷୀ ଆସିଥିବା ଏହି ଗଣନା ରୁ ଜଣାପଡିଛି । ଏଥର ସମୁଦାୟ 56 ପ୍ରଜାତିର ପକ୍ଷୀ ଆସିଛନ୍ତି । ସେଥିମଧ୍ୟରୁ 24 ପ୍ରଜାତିର ବିଦେଶାଗତ ପକ୍ଷୀ ରହିଛନ୍ତି

ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍

COASTAL NEWS ODIA 1655


ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିଲା ପାସେଞ୍ଜର ଟ୍ରେନ୍



ବାଲେଶ୍ୱର - (CNO) ଗୋପିନାଥପୁର ନୀଳଗିରି ଷ୍ଟେସନରୁ ବାଲେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ୍ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ବ କରିଛନ୍ତି । ଲୋକାର୍ପଣ ପାଇଁ ନୂଆ ମେମୁ ଟ୍ରେନ ସହ ନିଳଗିରି ଷ୍ଟେସନକୁ ଫୁଲରେ ସଜାଯାଇଥିଲା । ୮ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଗି ରହିଥିବା ବେଳେ ମୋଟ୍ ୧୬ କିଲୋମିଟର ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ କରିବା ନେଇ ସୂଚନା ରହିଛି । ତେବେ ଗୋପିନାଥପୁର, ନିଳଗିରି ଏବଂ ବାଲେଶ୍ୱର ଲୋକଙ୍କ ପାଇଁ ଯାତାୟତା ପାଇଁ ସୁବିଧା ହେବ । ବାଲେଶ୍ୱର ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନ ଲୋକାର୍ପିତ ହୋଇଯାଇଛି ।


ସେହିପରି ବେତନଟୀରେ ସବ୍ ୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରେଳମନ୍ତ୍ରୀ । ଲୋକଙ୍କ ସୁବିଧା ଓ ନିରାପତ୍ତା ପାଇଁ ଏହି ସବ୍-ୱେ ର ନିର୍ମାଣ କରାଯିବ ଯାହା ଦ୍ୱାରା ଲୋକ ମାନେ ଆଉ ଟ୍ରେନ୍ ଲାଇନ୍ ଅତିକ୍ରମ ନ କରି ସବ୍ ୱେ'ରେ ଯାହାୟତ କରିପାରିବେ । ସେହିପରି ବେତନଟୀରେ ପିଆରଏସ୍ ବୁକିଂ ଓ କାଉଣ୍ଟରର ଉଦଘାଟନ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ଉପସ୍ଥିତ ଥିଲେ ।


ଆଜି ଗୋପିନାଥପୁର ନୀଳଗିରିରୁ ଷ୍ଟେସନରୁ ମେମୁ ଟ୍ରେନର ଶୁଭାରମ୍ଭ କରିବା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଦର୍ଶନ ପରେ କମିଟି ସହ ଆଲୋଚନା କରି ସୁବିଧା ଅସୁବିଧା ମଧ୍ୟ ପଚାରି ବୁଝିଥିଲେ । ଏହା ସହ ମନ୍ଦିର ଯାତ୍ରୀ ନିବାସ ପାଇଁ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।



ଲକ୍ଷ୍ମଣ ଏବଂ ଉର୍ମିଳାଙ୍କ ପ୍ରେମ ଓ ବଳିଦାନ କାହାଣୀ


COASTAL NEWS ODIA 1654

ପ୍ରଭୁ ରାମଙ୍କ ଭାଇ ଲକ୍ଷ୍ମଣ ଏବଂ ଉର୍ମିଳାଙ୍କ ପ୍ରେମ ଓ ବଳିଦାନ କାହାଣୀ


ଅଯୋଧ୍ୟା _(CNO) ନୂଆ ବଧୂ ରୂପରେ ସଜାଇ ହେଉଛି ରାମ ନଗରୀ ଅଯୋଧ୍ୟା । ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ପୁରା ଦେଶର ଆଖି ରହିଛି ଅଯୋଧ୍ୟା ଉପରେ । କିନ୍ତୁ ଆପଣ ଜାଣନ୍ତି କି ରାମଙ୍କ ସାନଭାଇ ଏବଂ ତାଙ୍କ ପତ୍ନୀ ଉର୍ମିଳା , ଯିଏ ମାତା ସୀତାଙ୍କ ସାନ ଭଉଣୀ ଥିଲେ? ରାମାୟଣର କାହାଣୀ ଆମକୁ ଜୀବନରେ ସମ୍ମାନ, ପ୍ରେମ ଏବଂ ବଳିଦାନର ମହତ୍ତ୍ୱ ଶିକ୍ଷା ଦିଏ । ନିଜ ଭାଇ ପ୍ରତି ଅସୀମ ପ୍ରେମ ଏହି କାହାଣୀରେ ଦେଖିବାକୁ ମିଳେ । ରାମାୟଣରେ ମୁଖ୍ୟତ ରାମ ଏବଂ ସୀତାଙ୍କୁ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳାଙ୍କୁ ରାମାୟଣର ବହୁତ କମ୍ ସ୍ଥାନରେ ଉଲ୍ଲେଖ କରାଯାଇଛି, କିନ୍ତୁ ଉର୍ମିଳାଙ୍କ ବଳିଦାନ ଏବଂ ପ୍ରେମ ପ୍ରଶଂସନୀୟ ।

ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ପୃଥିବୀରେ ଅବତାର ହେବା ପରେ ସେମାନଙ୍କର ପ୍ରିୟ ଶେଷନାଗ ଶ୍ରୀ ରାମଙ୍କ ସାନଭାଇ ଲକ୍ଷ୍ମଣ ଭାବରେ ଜନ୍ମ ହୋଇଥିଲେ। ଯଦି ଲକ୍ଷ୍ମଣ ଶେଷନାଗଙ୍କ ଅବତାର ଥିଲେ ତେବେ କାହାର ଅବତାର ଉର୍ମିଳା ଥିଲେ l


ଯେତେବେଳେ ପ୍ରଭୁ ରାମ ଏବଂ ସୀତା ଚଉଦ ବର୍ଷ ପାଇଁ ନିର୍ବାସନ ଆରମ୍ଭ କଲେ, ସେତେବେଳେ ସେମାନଙ୍କର ସାନଭାଇ ଲକ୍ଷ୍ମଣ ମଧ୍ୟ ସେମାନଙ୍କ ସହିତ ଜଙ୍ଗଲକୁ ଯିବାକୁ ସ୍ଥିର କଲେ ଏବଂ ସେ ମଧ୍ୟ ଚଉଦ ବର୍ଷ ନିର୍ବାସନରେ ଯାଇଥିଲେ, କିନ୍ତୁ ତାଙ୍କ ପତ୍ନୀ ଉର୍ମିଳା ମଧ୍ୟ ତାଙ୍କ ଜୀବନ କାଳରେ ଶ୍ରେଷ୍ଠ ବଳିଦାନ ଦେଇଥିଲେ। ସେ ଚଉଦ ବର୍ଷ ଜଣେ ଋଷି ଭାବରେ ବିତାଇଲେ । ସେ ଚଉଦ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ଲକ୍ଷ୍ମଣଙ୍କ ବ୍ରତକୁ ମଧ୍ୟ ଗ୍ରହଣ କରିଥିଲେ। ଯାହାଫଳରେ ଲକ୍ଷ୍ମଣ ତାଙ୍କ ବଡ଼ ଭାଇ ଏବଂ ମାତା ସୀତାଙ୍କ ସେବା କରିପାରିବେ ।

ଉର୍ମିଳାଙ୍କ ବଳିଦାନ ସୀତାଙ୍କ ଅପେକ୍ଷା ଅଧିକ ବିବେଚନା କରାଯାଏ କାରଣ ସେ ଚଉଦ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ଲକ୍ଷ୍ମଣଙ୍କଠାରୁ ଦୂରରେ ରହିଥିଲେ। ଆସନ୍ତୁ ଜାଣିବା ଉର୍ମିଳା କାହାର ଅବତାର ଥିଲେ । ଯେତେବେଳେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପୃଥିବୀରେ ଅବତାରିତ ହେଲେ, ସେମାନଙ୍କର ପ୍ରିୟ ଶେଷନାଗ ମଧ୍ୟ ଲକ୍ଷ୍ମଣ ଭାବରେ ଜନ୍ମ ଗ୍ରହଣ କଲେ | ଶ୍ରୀ ରାମଙ୍କର ଅନ୍ୟ ଭାଇ ଭରତ ଭଗବାନ ବିଷ୍ଣୁଙ୍କ ହାତରେ ସୁସଜ୍ଜିତ ସୁଦର୍ଶନ ଚକ୍ରର ଅବତାର ଥିଲେ। ଭଗବାନ ବିଷ୍ଣୁଙ୍କ ହାତରେ ରଖାଯାଇଥିବା ଶଙ୍ଖର ଅବତାର ଥିଲା ପଞ୍ଚର୍ଜନ୍ୟ | ଏହା ବ୍ୟତୀତ କୁହାଯାଏ ଯେ ଉର୍ମିଳା ମାତା ଲକ୍ଷ୍ମୀଙ୍କ ଅବତାର ଥିଲେ । ଲକ୍ଷ୍ମଣ ଏବଂ ଉର୍ମିଳାଙ୍କର ଦୁଇ ପୁଅ ଥିଲେ ଅଙ୍ଗଦ ଏବଂ ଚନ୍ଦ୍ରକେତୁ।

Friday, January 12, 2024

ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1653

*ଖବର ଆଜିର* 
*ତାରିଖ ୧୨/୦୧/୨୪, ଶୁକ୍ରବାର*







*୧-୫ଟି ବିଦ୍ୟାଳୟ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ ଶୁଭାରମ୍ଭ:୩୮୯ ବିଦ୍ୟାଳୟ ଲୋକାର୍ପିତ।*

*୨-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ କମ୍ପିବ ପୁରୀ,୩୦ ପ୍ଲାଟୁନ ଫୋର୍ସ,୩୦ ଅଫିସର୍ ହେବେ ମୁତୟନ।*

*୩-ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*

*୪-ପୁରୁଷୋତ୍ତମପୁର:ଥାଲେସେମିଆ ଶିଶୁକୁ ୧ ଲକ୍ଷ ସହାୟତା ରାଶି ପ୍ରଦାନ କଲେ ରାଜ୍ୟପାଳ।*

*୫-ତେଲକୋଇ ବ୍ଲକ:ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା ପ୍ରତିବାଦରେ କେନ୍ଦୁଝର୨୨ଟି ପଞ୍ଚାୟତରୁ ୧୯ଟି ସରପଞ୍ଚଙ୍କ ସମୂହ ଇସ୍ତଫା।*

*୬-ଫାଇଭ୍-ଟି ଅଧ୍ୟକ୍ଷଙ୍କ ଛାତ୍ରଛାତ୍ରୀଙ୍କୁ ୬ ଗୁରୁମନ୍ତ୍ର: ବଲାଙ୍ଗୀରରେ ସଫଳତାର ସୂତ୍ର କହିଲେ ପାଣ୍ଡିଆନ୍।*

*୭-ସ୍ବଚ୍ଛ ସହର ଭାବେ ୩୪ତମ ରାଙ୍କରେ ସ୍ମାର୍ଟସିଟି  ଭୁବନେଶ୍ଵର, ମିଳିଲା ପ୍ରଥମ ଓ୍ବାଟର ପ୍ଲସ୍ ପୁରସ୍କାର।*

*୮-ସିମୁଳିଆ ବିଡ଼ିଓ ବିଶ୍ବରଞ୍ଜନ ମହାନ୍ତିଙ୍କ  ସନ୍ଦେହଜନକ ମୃତ୍ୟୁ, ସରକାରୀ ବାସଭବନରୁ ମିଳିଲା ମୃତ ଦେହ।*

*୯-ଅଙ୍ଗନବାଡ଼ିରେ ଅଣ୍ଡା ବଢ଼ାଉଛି ଅଡୁଆ ! ଖୋଲା ବଜାରରେ ଚଢ଼ା ଦର, ନିଅଣ୍ଟ ପଡୁଛି ଅଣ୍ଡା।*

*୧୦-କୁହୁଡ଼ି ସମୟରେ ଗାଡ଼ି ଚାଳକଙ୍କ ପାଇଁ ସତର୍କ ସୂଚନା ଜାରି କଲା ରାଜ୍ୟ ପରିବହନ ବିଭାଗ।*

*୧୧-ଜଗତସିଂହପୁର:ଚମକିଲେ କୁନି ପ୍ରତିଭା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲା ସ୍ମରିଧି ବିଶ୍ବାଳଙ୍କ ନା'।*

*୧୨-କାମାକ୍ଷାନଗର:ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା,୨ ମୃତ, ୨ ଗୁରୁତର।*

*୧୩-ଭୁବନେଶ୍ବର: ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ କାର ଦୁର୍ଘଟଣାଗ୍ରସ୍ତ ।*

*୧୪-ନୂଆପଡ଼ାରେ ଏସିଡ୍ ମାଡ଼,ଦୁଇ ପରିବାରର ୫ ଜଣ ଆହତ।*

*୧୫-ବରଗଡ଼:ବଢ଼ିବ ଚାଷୀଙ୍କ ଆୟ, କମିବ ପ୍ରଦୂଷଣ; ନଡ଼ା ଓ କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଜୈବ ଇନ୍ଧନ।*

*୧୬-ଫେବୃଆରି ୧ରେ ଅନ୍ତରୀଣ ବଜେଟ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ହୋଇପାରେ ଉଦ୍ୟମ,କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଖାସ୍ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ।*

*୧୭-ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ରେକ୍ଟର ସ୍କେଲରେ ୬.୨ ତ୍ରୀବତା ରେକର୍ଡ, ଉତରଭାରତ ସମେତ ଆଫଗାନିସ୍ଥାନ, ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ।*

*୧୮-ସୀମା ସୁରକ୍ଷାକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ । ଜେନେରାଲ ମନୋଜ ପାଣ୍ଡେଙ୍କ ସୂଚନା, ଉତର ସୀମାରେ ସ୍ଥିତି ସ୍ଥିର ଥିଲେ ବି ସମ୍ବେଦନଶୀଳ ରହିଛି ଅନେକ ସ୍ଥାନ।*

*୧୯-ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ: ଶିବମ ଦୁବେଙ୍କ ହିଟ୍‌ ଶୋ’।*

*୨୦-ସୁପ୍ରିମକୋର୍ଟରେ ପହଞ୍ଚିଲା ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗ, ପୁନଃବିଚାର ପାଇଁ ଆବେଦନ ଦାଖଲ।*

*୨୧ - ପଞ୍ଚଭୂତ ରେ ବିଲୀନ ହେଲେ ଆଳି ରାଜମାତା ସୁଶ୍ରୀ ଦେବୀ ।*
.                 

Thursday, January 11, 2024

ପରଲୋକରେ ରାଜମାତା

COASTAL NEWS ODIA 1652

ପଞ୍ଚଭୂତ ରେ ବିଲୀନ ହେଲେ ରାଜମାତା 


ଆଳି - (CNO) ଆଳିର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କର ୧୦ ତାରିଖ ବୁଧବାର ଅପରାହ୍ନରେ ରେ ପରଲୋକ ହୋଇଯାଇଛି । କଟକ ସ୍ଥିତ ବାସ ଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।



୧୯୫୦ ମସିହାରେ ଅକ୍ଟୋବର ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୁଶ୍ରୀ ଦେବୀ। ୧୯୭୧ରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୯୦ ମସିହାରେ ଜନତା ଦଳରୁ ଆଳି ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ। ସେ କଂଗ୍ରେସର ଦୋଳଗୋବିନ୍ଦ ନାୟକଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୫ ମସିହା ପର୍ଯ୍ୟନ୍ତ ବିଧାୟକ ଭାବେ ରହିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ରାଜ୍ୟସଭାର ସାଂସଦ ହୋଇଥିଲେ। ୨୦୦୨ରୁ ୨୦୦୮ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟା ରହିଥିଲେ।

ଦିବଂଗତା ରାଜାମାତା ସୁଶ୍ରୀ ଦେବୀ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ସ୍ୱର୍ଗତ ରାଜା ସାହେବ ଶରତ ଦେବଙ୍କ ପତ୍ନୀ ଏବଂ ଓଡିଶା ଶିଳ୍ପ, ଶକ୍ତି ଏବଂ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବଙ୍କ ମାତା। ସାଂସଦ ଭାବରେ କାର୍ଯ୍ୟ କରିବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସଦ କମିଟିର ସଦସ୍ୟା ଥିଲେ।  



ଆଳି ରାଣୀ ସୁଶ୍ରୀ ଦେବୀ, 10 ଅକ୍ଟୋବର 1950 ରେ ଖରିଆର ରାଜା ଅନୁପ ସିଂ ଦେଓଙ୍କ ଝିଅ  ଭାବରେ ଛତିଶଗଡର ରାୟପୁରରେ ଜନ୍ମଗ୍ରହଣ କରିଥିଲେ l ଆଳି ରାଜା ସାହେବ ଶରତ କୁମାର ଦେବ ଙ୍କୁ ସେ 27 ଜାନୁଆରୀ 1969 ରେ ବିବାହ କରିଥିଲେ l

ଆଳି ରାଜମାତା ସୁଶ୍ରୀ ଦେବୀ (10 ଅକ୍ଟୋବର 1950 - 10 ଜାନୁଆରୀ 2024) ବିଜୁ ଜନତା ଦଳର ଜଣେ ଭାରତୀୟ ରାଜନେତା ଥିଲେ ଏବଂ ଭାରତୀୟ ସଂସଦର ଉପର ଗୃହରେ ରାଜ୍ୟସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଭାରତ ସଂସଦର ସଦସ୍ୟା ଥିଲେ। 



ଓଡିଶା ରାଜନୈତିକ ଇତିହାସରେ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇ ରହିବ ଜଣେ ସଫଳ ରାଜନେତା ଭାବେ ମହୀୟସୀ ନାରୀନେତ୍ରୀ ସୁଶ୍ରୀ ଦେବୀଙ୍କ ନାମ l କ୍ଷମତାରେ ଥିବା ବେଳେ ନିଜ ନିର୍ବାଚନମଣ୍ଡଳୀ ର ଉନ୍ନତି ପାଇଁ ଦଳମତ କୁ ଗୁରୁତ୍ଵ ନଦେଇ ନିର୍ବାଚନମଣ୍ଡଳୀ ରେ ବହୁ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଇଥିଲେ ଓ ଦଳମତ ନିର୍ବିଶେଷରେ ଗରିବ ଓ ଅବହେଳିତ ବର୍ଗର ଉନ୍ନତିକଳ୍ପେ କାର୍ୟ କରୁଥିଲେ l ଦୁର୍ନୀତିମୁକ୍ତ ସୁସ୍ଥ ପ୍ରଶାସନ ଦେବାକୁ ପ୍ରୟାସ କରି ସେ ବିରୋଧର ସମ୍ମୁଖୀନ ହୋଇଥିଲେ କିନ୍ତୁ ଥରେ ନିଷ୍ପତ୍ତି ନେବାପରେ ପଛକୁ ଫେରିବା ତାଙ୍କ ନୀତି ବିରୋଧୀ ଥିଲା l ଭୋଟ ସର୍ବସ୍ଵ ରାଜନୀତି କୁ ସେ ଅନୁସରଣ କରିନଥିଲେ l ମମତାମୟୀ ମା ଭାବେ ସେ ଆଳି ବାସୀଙ୍କ ହୃଦୟରେ ସର୍ବଦା ଉଜ୍ଜୀବିତ ରହିବେ l



10 ରେ ଆରମ୍ଭ 10 ରେ ଶେଷ l  ଶେଷରେ ଆଳି ବାସୀଙ୍କୁ ନିଜ ସ୍ନେହ ଶ୍ରଦ୍ଧା ଓ ଆଶିର୍ବାଦ ରୁ ବଞ୍ଚିତ କରି ରାଜମାତା ସୁଶ୍ରୀ ଦେବୀ 10 ଜାନୁଆରୀ 2024 ରେ 73 ବର୍ଷ ବୟସରେ ଇହଲୋକ ସମ୍ବରଣ କରି ବୈକୁଣ୍ଠକୁ ପ୍ରାପ୍ତି କରିଛନ୍ତି l 




Monday, January 8, 2024

ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି

COASTAL NEWS ODIA 1651

 ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି



ଭୁବନେଶ୍ୱର - (CNO) ତିନି ସ୍ବାଭାବିକ ଭାବେ ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ତିନି ପରିବାରକୁ ୨ଲକ୍ଷ ଲେଖାଏଁ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ ପକ୍ଷରୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୩ ମୃତ ଡ୍ରାଇଭରମାନେ ହେଲେ ନେତ୍ରାନନ୍ଦ ମହାରଣା, କୁଶ କୁମାର ସାହୁ ଓ ପଙ୍କଜ କୁମାର ପାତ୍ର। ଏମାନଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବାବେଳେ ସରକାରୀ ଘୋଷଣା ଅନୁଯାୟୀ ଦୁଇ ଲକ୍ଷ ଲେଖାଏଁ ଟଙ୍କାର ଚେକ ପ୍ରଦାନ କରାଯାଇଛି!.

ଖବରରୁ ପ୍ରକାଶ ଯେ, ସ୍ବାଭାବିକ ମୃତ୍ୟୁରେ ଡ୍ରାଇଭରଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବା ନେଇ ନିୟମ କରିଛନ୍ତି ରାଜ୍ୟ ସରକାର। ସେହିପରି ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଦେବାକୁ ନିୟମ ରହିଛି। ଗତ ଶନିବାର ପରିବହନ କମିଶନରଙ୍କ ସହ ଆଲୋଚନାବେଳେ ସରକାର ପକ୍ଷରୁ ଏନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ଡ୍ରାଇଭର ମହାସଂଘ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ଆନ୍ଦୋଳନ କରିବା ପରେ ସରକାର ଆଲୋଚନା କରିଥିଲେ । ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ମହାସଂଘ!.*

Sunday, January 7, 2024

ଭିତରକନିକାରେ ମେଳି ବାନ୍ଧୁଛନ୍ତି ବିଦେଶୀ ପକ୍ଷୀ 16 ବର୍ଷ ମଧ୍ୟରେ ସର୍ବାଧିକ

COASTAL NEWS ODIA 1650

 ଭିତରକନିକାରେ ମେଳି ବାନ୍ଧୁଛନ୍ତି ବିଦେଶୀ ପକ୍ଷୀ 16 ବର୍ଷ ମଧ୍ୟରେ ସର୍ବାଧିକ



କେନ୍ଦ୍ରାପଡ଼ା-(CNO) ଶୀତ ଋତୁ ହେଲେ ଗହଳି ଲାଗେ ବିଦେଶୀ ପକ୍ଷୀମାନଙ୍କର ପକ୍ଷୀମାନଙ୍କ କୋଳାହଳରେ ଚଳଚଞ୍ଚଳ ହୋଇପଡେ ଭିତରକନିକା ଅଭୟାରଣ୍ୟ । ଏ ବର୍ଷ ଭିତରକନିକା ଜାତୀୟଉଦ୍ୟାନରେ ମେଳି ବାନ୍ଧୁଛନ୍ତି ବିଦେଶାଗତ ପକ୍ଷୀ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । 

ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି । ଗତବର୍ଷ ଭିତରକନିକାକୁ 1 ଲକ୍ଷ 39 ହଜାର 959 ଟି ପକ୍ଷୀ ଆସିଥିଲେ । ଏ ବର୍ଷ 1 ଲକ୍ଷ 51 ହଜାର 521 421 ଆସିଛନ୍ତି । ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ଭିତରକନିକାକୁ 12462 ଅଧିକ ପକ୍ଷୀ ଆସିଥିବା ଜଣାପଡିଛି । ଗତ 16 ବର୍ଷ ମଧ୍ୟରେ ଏହା ସର୍ବାଧିକ । ଗତବର୍ଷ ଭିତରକନିକାକୁ 140 ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏ ବର୍ଷ 121 ଲାର୍ଜ ହୁଇସିଲିଂ ଡକ୍‌ ପ୍ରଜାତିର ପକ୍ଷୀ ସବୁଠୁ ଅଧିକ 28090 ଆସିଛନ୍ତି ।ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ୍‌ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ଏହାବାଦ୍‌ ଭିତରକନିକାରେ କମନ୍‌ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।


ଏ ବର୍ଷ ବିଦେଶାଗତ ପକ୍ଷୀଙ୍କ ମଧ୍ୟରୁ ଗ୍ରେବସ, ପେଲିକାନସ, କରମୋରାନ୍‌ଟସ ଆଣ୍ଡ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ ଏବଂ ଡକସ, କ୍ରେନଓ, ରେଲସ ଏବଂ ଗାଲିନଲସ ଏବଂ କୁଟ, ଫିନଫୁଟ ଏବଂ ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍‌ସ, ଟରନଓ ଏବଂ ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି । ଏହି ପକ୍ଷୀଗୁଡିକ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ଓ ଲଦାଖ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧରୁ ଏଠାକୁ ଆସିଥିବା ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 


 
ଚଳିତ ମାସ 6 ତାରିଖ ଦିନ 18 ଟି ଟିମ୍‌ ଭିତରକନିକା ଅଭୟାରଣ୍ୟନରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା । ରାଜନଗର ବନ ବିଭାଗ ପକ୍ଷରୁ 5 ଟି ରେଞ୍ଜ ଅଂଚଳରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା । ସାତଭାୟା, ଗହୀରମଥାର ଚଟକା ଓ ଶାସନପେଟା ଫରେଷ୍ଟ ବ୍ଲକ ଅଂଚଳରେ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ଏହି ପକ୍ଷୀମାନଙ୍କ ଆଗମନରେ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାଜନକ ଭାବେ ବୃଦ୍ଧି ପାଇଛି l

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...