AFFILIATE MARKETING

https://binomo.com?a=90810425bb57&t=0

Monday, September 8, 2025

କାହିଁକି ଦିଲ୍ଲୀ ଯାଇଛନ୍ତି ନବୀନ: ନିଜେ କହିଲେ

କାହିଁକି ଦିଲ୍ଲୀ ଯାଇଛନ୍ତି ନବୀନ: ନିଜେ କହିଲେ

ଭୁବନେଶ୍ବର - ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି । ଆସନ୍ତକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ଅନେକ ରାଜନୈତିକ ମହଲରେ ଆଲୋଚନା ହେଉଥିଲା । ତେବେ ନବୀନ କାହିଁକି ଦିଲ୍ଲୀ ଯାଇଛନ୍ତି ତାହାର ସୂଚନା ସେ ନିଜେ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟୁ କରିଛନ୍ତି । ନବୀନ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ, କୌଣସି ସାଂସଦଙ୍କୁ ଭେଟିବାର ନାହିଁ ।

ଏକ୍ସରେ ନବୀନ ଲେଖିଛନ୍ତି ଯେ ‘ମୁଁ କିଛି ଦିନ ପାଇଁ ଦିଲ୍ଲୀ ଆସିଛି, କିଛି ସାମାଜିକ ପ୍ରତିବଦ୍ଧତା ପାଇଁ । ଦିଲ୍ଲୀ ଗସ୍ତକୁ ନେଇ ଚାଲିଥିବା ଚର୍ଚ୍ଚାରେ ନବୀନଙ୍କ ଏଭଳି ପ୍ରତିକ୍ରିୟା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯାତନା ଦେବାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ, କୋର୍ଟ ଚାଲାଣ ହେଲେ ଶିକ୍ଷକ

ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯାତନା ଦେବାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ, କୋର୍ଟ ଚାଲାଣ ହେଲେ ଶିକ୍ଷକ
ଗୋଲାମୁଣ୍ଡା,୮ା୯:  କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନ ବନ୍ଧଗାଁରେ ଗତ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଛାତ୍ରୀ ଜଣଙ୍କର ଉକ୍ତ ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କ ସାଙ୍ଗରେ ଦୀର୍ଘ ୧ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। 

ଶିକ୍ଷକ ଜଣକ ବିଭିନ୍ନ ପ୍ରଲୋଭନ ଓ ବିବାହର ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କୁ ଅନେକ ଥର ଯୌନ ଶୋଷଣ କରିଥିଲେ। କୌଣସି କାରଣରୁ ଦୀର୍ଘ ୨ମାସ ହେବ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଫଳରେ ଶିକ୍ଷକ ଜଣକ ଉକ୍ତ ଛାତ୍ରୀ ସାଙ୍ଗରେ କଥାବାର୍ତ୍ତା ହେବା ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିଦେଇଥିଲେ ଓ ଛାତ୍ରୀଙ୍କଠାରୁ ଦୂରେଇ ଯାଇଥିଲେ। ଫଳରେ ଛାତ୍ରୀ ଜଣକ ଲୋକଲଜ୍ଜା ଭୟରେ ଓ ଶିକ୍ଷକଙ୍କ ପ୍ରତାରଣା ସହି ନ ପାରି ରବିବାର ସକାଳେ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। 

ଏନେଇ ଖବର ପାଇ ଦଶପୁର ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଏପରିକି ଘଟଣାସ୍ଥଳରୁ ଛାତ୍ରୀଙ୍କ ଏକ ହାତଲେଖା ଡାଇରୀ ଓ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଥିଲା ପୋଲିସ। ଏହାକୁ ଆଧାର କରି ଦଶପୁର ପୋଲିସ ଏକ ମାମଲା ନଂ( ୧୨୯/୨୫) ରୁଜୁ କରି ଅଭିଯୁକ୍ତ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶିକ୍ଷକଙ୍କ ଘର କେସିଙ୍ଗା ଥାନା ବ୍ରାହ୍ମଣୀ ଗାଁର ବୋଲି ଜଣାପଡ଼ିଛି।

ଗୋଟିଏ ରାତିରେ ଜଣଙ୍କଘରୁ ଚୋରୀ: ୭ଜଣଙ୍କ ଘରୁ ଚୋରୀ ଉଦ୍ୟମ

ଗୋଟିଏ ରାତିରେ ଜଣଙ୍କଘରୁ ଚୋରୀ: ୭ଜଣଙ୍କ ଘରୁ ଚୋରୀ ଉଦ୍ୟମ

କାହାର ଝରକା ତ କାହାର କବାଟ କୁ ଚୋର ମାନେ ତାଡିବା ପାଇଁ ସମର୍ଥ ହୋଇଛନ୍ତି ସତ କିନ୍ତୁ ଘର ଲୋକେ ଉଠି ପଡିବାରୁ ଚୋରୀ କରିବାରେ ସଫଳ ହୋଇପାରିନାହାନ୍ତି । ଯଦିଓ କିଛି ସ୍ଥାନରେ ଚୋରଙ୍କ ଆଂଶିକ ଫଟୋ ସିସିଟିଭିରେ କୟଦ ହୋଇଛି କିନ୍ତୁ ସେମାନଙ୍କୁ ଧରିବା ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଉଛି । ଏ ବାବଦରେ ଦୁଇ ଜଣ ଗ୍ରାମବାସୀ  ଥାନାରେ ଏତେଲା ଦେବାରୁ ପୋଲିସ ଗାଁ କୁ ଯାଇ ତଦନ୍ତ ଆରମ୍ଭ କରିବା ସହ ରାତ୍ରି ପେଟ୍ରୋଲିଙ୍ଗକୁ ଜୋରଦାର କରିଛି । କେବଳ ରାମନଗର ନୁହେଁ ଆଖପାଖ ବିଭିନ୍ନ ଗାଁରେ ମଧ୍ୟ ଚୋରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି ।

ଏଇ କିଛି ଦିନ ହେଲା ଚୋରମାନେ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜାଇ ଦେଇଥିବାବେଳେ ସଦର ପୋଲିସ ପାଟ୍ରୋଲିଙ୍ଗକୁ ଆହୁରି କଡାକଡ଼ି କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି ଜଣାଇଛନ୍ତି । ଏଇ ଚୋରୀରେ ନିଶାଡି କିମ୍ବା ସ୍ଥାନୀୟ ଅଂଚଳରେ ଗୃହ ନିର୍ମାଣ କାର୍ଯ୍ୟ ରତଥିବା  ଅନ୍ୟ ରାଜ୍ୟର ଯୁବକମାନଙ୍କ ହାତ ଥାଇପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ସନ୍ଦେହ କରୁଛନ୍ତି ।

ଦେଶ ଇତିହାସରେ ଜବତ ହୋଇଥିବା ସବୁଠାରୁ ବଡ଼ କୋକେନ କନସାଇନମେଣ୍ଟ

ଦେଶ ଇତିହାସରେ ଜବତ ହୋଇଥିବା ସବୁଠାରୁ ବଡ଼ କୋକେନ କନସାଇନମେଣ୍ଟ 
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପକ୍ଷରୁ ଦୁବାଇ ଭିତ୍ତିକ ଜଣେ ଡ୍ରଗ ଚୋରାଚାଲାଣକାରୀ ବିରୋଧରେ ଅନ୍ତର୍ଜାତୀୟ ସିଲଭର ନୋଟିସ ଜାରି କରାଯାଇଛି। ଦେଶ ଇତିହାସରେ ଜବତ ହୋଇଥିବା ସବୁଠାରୁ ବଡ଼ କୋକେନ କନସାଇନମେଣ୍ଟ ପଛରେ ମଧ୍ୟ ଏହି ଅଭିଯୁକ୍ତ ଜଣଙ୍କ ରହିଥିବା ଜଣାପଡ଼ିଛି।

ଅଭିଯୁକ୍ତ ଜଣକ ହେଲା ପବନ ଠାକୁର। ସେ ପ୍ରାୟ ୮୨ କେଜିର ହାଇ ଗ୍ରେଡ କୋକେନ ଜବତ ଘଟଣାର ମାଷ୍ଟରମାଇଣ୍ଡ। ୨୦୨୪ ନଭେମ୍ବର ମାସରେ ଦିଲ୍ଲୀରୁ ଏତେ ପରିମାଣର କୋକେନ ଜବତ ହୋଇଥିଲା। ଏହାର ବଜାରମୂଲ୍ୟ ପ୍ରାୟ ୨୫ ଶହ କୋଟି ହେବ। ଏତେ ପରିମାଣର କୋକେନ ବିଦେଶୀରୁ ପ୍ରଥମେ ଭାରତର ଗୋଟିଏ ପୋର୍ଟକୁ ଆସିଥିଲା। ସେଠାରୁ ଟ୍ରକ ଯୋଗେ ଦେଶର ରାଜଧାନୀରେ ପ୍ରବେଶ କରିଥିଲା। ଦିଲ୍ଲୀର ଗୋଟିଏ ୱେୟାର ହାଉସରେ ଏହାକୁ ରଖାଯାଇଥିବା ବେଳେ ଏନସିବି ସେଗୁଡ଼ିକୁ ଜବତକ କରିଥିଲା।

ଏବେ ଭାରତୀୟ ଅଧିକାରୀମାନେ ପ୍ରଥମଥର ପାଇଁ ଇଣ୍ଟରପୋଲର ସିଲଭର ନୋଟିସ ବ୍ୟବସ୍ଥାକୁ ବ୍ୟବହାର କରି ବିଦେଶରେ ଥିବା କୌଣସି ଡ୍ରଗ ଚୋରାଚାଲାଣକାରୀକୁ ଟାର୍ଗେଟ କରିଛନ୍ତି। ଏହି ନୋଟିସ ବଳରେ ଅନ୍ତର୍ଜାତୀୟ ତଦନ୍ତକାରୀ ଏଜେନ୍ସି ଅଭିଯୁକ୍ତ ସହ ଜଡ଼ିତ ସମ୍ପତ୍ତି, ବ୍ୟବସାୟକ ଓ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରିପାରିବେ। ଏଥିସହ ଇଣ୍ଟରପୋଲର ୧୯୬ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରଗୁଡ଼ିକ ଗୁଇନ୍ଦା ତଥ୍ୟ ଦେବେ ଓ ବେଆଇନ ସମ୍ପତ୍ତିକୁ ସିଜ କରିପାରିବେ।

ନୋଟିସକୁ ୟୁଏଇ, ସିଙ୍ଗାପୁର, ହଂକଂ ଓ ଏକାଧିକ ୟୁରୋପୀୟ ଦେଶ ସହ ଶେୟାର କରାଯାଇଛି। ଏହି ସବୁ ସ୍ଥାନରେ ପବନ ଠାକୁର ବିଭିନ୍ନ ରିୟଲ ଇଷ୍ଟେଟ ଓ ଅନ୍ୟାନ୍ୟ ବ୍ୟବସାୟରେ ପ୍ରବଳ ପୁଞ୍ଜି ନିବେଶ କରିଛି। ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତଥ୍ୟ ସଂଗ୍ରହ ପାଇଁ ଏନସିବି ଏପରି ପଦକ୍ଷେପ ନେଇଛି।

ଏନସିବି ତଦନ୍ତୁ ଜଣାପଡ଼ିଛି ଯେ ପବନ ଠାକୁର କେବଳ ନଭେମ୍ବର ୨୦୨୪ରେ ଜବତ ହୋଇଥିବା କୋକେନ ଚୋରାଚାଲାଣର ମାଷ୍ଟରମାଇଣ୍ଡ ନୁହେଁ, ବରଂ ସେ ଦୀର୍ଘ ସମୟର ଧରି ହାୱାଲା ଓ ମନି ଲଣ୍ଡରିଂ ବ୍ୟବସାୟରେ ମଧ୍ୟ ସାମିଲ ରହିଛି। ସେ ପ୍ରଥମେ ଦିଲ୍ଲୀର କୁଚା ମହାଜନୀ ମାର୍କେଟରେ ହାୱାଲା ଏଜେଣ୍ଟ ଭାବେ କାମ କରୁଥିଲା। ପରବର୍ତ୍ତୀ ସମୟରେ ସେ ବଡ଼ଧରଣର ନିଶାଦ୍ରବ୍ୟ ଚୋରାଚାଲାଣ ଜଗତରେ ପାଦ ଥାପିଥିଲା।
ତା’ର ବେଆଇନ କାର୍ଯ୍ୟକଳାପ ଭାରତ ଓ ଦୁବାଇକୁ ବ୍ୟାପିଛି। ନିଶାଦ୍ରବ୍ୟ ଚୋରାଚାଲାଣ ଦ୍ୱାରା ମିଳୁଥିବା କଳାଧନକୁ ହାୱାଲା ବ୍ୟବସ୍ଥା ଦ୍ୱାରା ଧଳା କରାଯାଉଛି। କ୍ରିପ୍ଟୋକରେନ୍ସୀ ଓ ଭାରତ, ଚାଇନା, ସିଙ୍ଗାପୁର, ହଂକଂ ଓ ୟୁଏଇରେ ଥିବା ଶେଲ କମ୍ପାନୀକୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଉଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର କହିବା କଥା ନକଲି ଆମଦାନୀ ଓ ରପ୍ତାନୀ ଦସ୍ତାବିଜ ଦ୍ୱାରା ପବନ ଠାକୁର ଓ ତା’ ଗ୍ୟାଙ୍ଗ ୬୮୧ କୋଟି ଟଙ୍କା ହାତେଇଛନ୍ତି। ଇଡି ଏନେଇ ପବନ ଠାକୁର ନାଁରେ ଏକାଧିକ ସମନ ଜାରି କରିଥିଲେ ହେଁ ସେ ହାଜର ହୋଇନାହିଁ। ଏଥିଯୋଗୁ ତା’ ନାଁରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରିଛନ୍ତି।

୨୦୨୪ ନଭେମ୍ବର ମାସରେ ଦିଲ୍ଲୀରୁ ୨୫ଶହ କୋଟିର କୋକେନ ଜବତ ହେବାର କିଛି ଦିନ ପରେ ସେ ଓ ତା’ ପରିବାର ଭାରତରୁ ପଳାୟନ କରିଥିଲେ। ଏବେ ସେମାନେ ଦୁବାଇରେ ରହୁଛନ୍ତି। ସେଠାରେ ରହି ପବନ ଠାକୁର ଚୋରାଚାଲାଣ ଓ ମନି ଲଣ୍ଡରିଂ ନେଟୱର୍କ ଜାରି ରଖିଛି।

ଦୁବାଇରେ ଏକାଧିକ ସମ୍ପତ୍ତି ଓ ବିଳାସପୂର୍ଣ୍ଣ କାର କିଣିଛି ପବନ ଠାକୁର। ଦୁବାଇ ହିଲ ଇଷ୍ଟେଟରେ ତା’ର ଗୋଟିଏ ବିରାଟକାୟ ଭିଲ୍ଲା ମଧ୍ୟ ରହିଛି। ଠାକୁର ସହ ଜଡ଼ିତ ଦିଲ୍ଲୀର ନଙ୍ଗଲୋଇର ଗୋଟିଏ ଠିକଣାରେ ଏନସିବି ଅଧିକାରୀମାନେ ୨୦୨୪ ମସିହା ନଭେମ୍ବର ୧୪ରେ ରେଡ କରିଥିଲେ।

ଏହି ସମୟରେ ୮୨ କେଜିର କୋକେନ ମିଳିଥିଲା। ଏହାକୁ ମେକ୍ସିକୋରୁ ଆସିଥିବା ଗୋଟିଏ କନସାଇନମେଣ୍ଟରେ ରଖାଯାଇଥିଲା। ଏଠାରୁ ସେଗୁଡ଼ିକୁ ଅଷ୍ଟ୍ରେଲିଆ ପଠାଯିବାର ଯୋଜନା ରହିଥିଲା। ଏହି ଘଟଣାରେ ପବନ ଠାକୁରର ୫ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।

କେବଳ ୨୦୨୫ରେ ଏନସିବି ବିଦେଶୀରୁ ୪ ଜଣ ନିଶା ବ୍ୟବସାୟୀଙ୍କୁ ଭାରତ ଫେରାଇ ଆଣିବାକୁ ସକ୍ଷମ ହୋଇଛି। ଏମାନଙ୍କ ମଧ୍ୟରେ ନବୀନ ଚିଚକର ଓ ଲିଜୋ ଜୋଶ ଭଳି କୁଖ୍ୟାତ ଚୋରାଚାଲାଣକାରୀ ରହିଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ

ଯାହା ଆଶଙ୍କା କରାଯାଉଥିଲା ସେୟା ହିଁ ହେଲା । ବିଜେଡିର ରାଜନୀତିକ ବ୍ୟାପାର କମିଟି(ପିଏସି) ପୁଣିଥରେ ଦନ୍ତହୀନ ଓ ମେରୁଦଣ୍ଡବିହୀନ ବୋଲି ଆଜି ପ୍ରମାଣିତ ହୋଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଚୂଡ଼ାନ୍ତ କରିବା ନିମନ୍ତେ ନବୀନ ନିବାସରେ ବସିଥିବା ପିଏସି ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରି ସମଦୂରତ୍ୱ ନୀତି ଆପଣାଇବା ସପକ୍ଷରେ ସମସ୍ତ ପିଏସି ସଦସ୍ୟ ମତ ଦେବାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଚାନକ ସେହି ପ୍ରସଙ୍ଗକୁ ବଦଳାଇ ସଂଗଠନ କିଭଳି ସୁଦୃଢ଼ ହେବ ତାହା ଉପରେ ଆଲୋଚନା କରିଥିବା ଜଣାପଡ଼ିଛି ।

ଆଜିର ବୈଠକ ମାଧ୍ୟମରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ପରଦା ପଛରେ ରହି ଦଳର ପିଏସିରେ ସାମିଲ ନେତାମାନଙ୍କୁ ସେମାନଙ୍କର ‘ଲିମିଟ୍‌’ ସମ୍ପର୍କରେ ପୁଣିଥରେ ଚେତାଇ ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ‘ପିଏସି’ କେବଳ ମୋହରା ବୋଲି ଆଜିର ବୈଠକରୁ ଏକରକମ ସ୍ପଷ୍ଟ ହୋଇଯାଇଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି ।

ବୈଠକରେ କ’ଣ ହେଲା, କହିଲେ ପ୍ରମିଳା----
ନବୀନ ନିବାସରେ ପିଏସି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପିଏସି ସଦସ୍ୟା ତଥା ଦଳର ବରିଷ୍ଠ ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ପିଏସି ଅଧ୍ୟକ୍ଷ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଉପରାଷ୍ଟ୍ରପତି ନିର୍ବାଚନ ନେଇ ପିଏସି ସଦସ୍ୟମାନେ ନିଜ ନିଜର ମତାମତ ଦେଇଛନ୍ତି । ଉଚିତ୍ ସମୟରେ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ । ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ଦଳର ଯୁବ,ଛାତ୍ର ଓ ମହିଳା ସଂଗଠନକୁ କିଭଳି ସୁଦୃଢ଼ କରାଯିବ ଓ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରାହେବ ତାହା ଉପରେ ଗୁରୁତ୍ୱ ଦେବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରମିଳା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ଦଳର ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପିଏସି ସଦସ୍ୟ ସଞ୍ଜୟ ଦାସବର୍ମା, ପ୍ରଣବପ୍ରକାଶ ଦାସ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ ଓ ସୁଦାମ ମାର୍ଣ୍ଡିଙ୍କ ସମେତ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ନିଷ୍ପତ୍ତିକୁ ନେଇ ଦ୍ୱନ୍ଦ୍ୱରେ ପିଏସି ସଦସ୍ୟ----

ସୂତ୍ର ଅନୁସାରେ, ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ରହିବ ସେନେଇ ପିଏସି ସଦସ୍ୟମାନେ ନିଜ ନିଜର ମତାମତ ରଖିଥିବା ସୂଚନା ମିଳିଛି । ରାଜ୍ୟର ସାମ୍ପ୍ରତିକ ରାଜନୀତିକ ପରିସ୍ଥିତି ଯାହା ରହିଛି ଓ ଦଳ ଭିତରେ ଯେଭଳି ଅସନ୍ତୋଷ ରହିଛି ତାକୁ ଦୃଷ୍ଟିରେ ରଖି ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ନଦେବାକୁ ପିଏସିର ସମସ୍ତ ସଦସ୍ୟ ନିଜ ନିଜର ମତ ରଖିଥିଲେ । କିନ୍ତୁ ନବୀନ କିଛି କହିଲେ ନାହିଁ । ତେବେ ବୈଠକରେ ପିଏସି ସଦସ୍ୟମାନଙ୍କ ମତାମତ ଶୁଣିବା ପରେ ତାକୁ ନବୀନ ବିଶେଷ ଗୁରୁତ୍ୱ ନଦେଇ ଅଚାନକ ପ୍ରସଙ୍ଗ ବଦଳାଇଥିଲେ । ଆଉ ସଂଗଠନକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଅଧିକ ଆଲୋଚନା କରିଥିବା ସୂଚନା ମିଳିଛି । ବୈଠକରେ ଉପସ୍ଥିତ ଥିବା ପିଏସି ସଦସ୍ୟମାନେ ମଧ୍ୟ ନବୀନ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କେଉଁ ନିଷ୍ପତ୍ତି ନେବେ ତାକୁ ନେଇ ଅନିଶ୍ଚିତତାରେ ରହିଛନ୍ତି ।

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ହିଁ ପରଦା ପଛରେ ରହି ଦଳର ଏହି ସର୍ବୋଚ୍ଚ ନୀତିନିର୍ଦ୍ଧାରକ କମିଟି(ପିଏସି)କୁ କେବଳ ସର୍ବସାଧାରଣରେ ମୋହରା ଓ ଲଜ୍ଜିତ କରିବା ପାଇଁ ବୈଠକ ଡାକିଥିବା ଚର୍ଚ୍ଚା ହେଉଛି । ପିଏସି ବୈଠକରେ ଯଦି ନିଷ୍ପତ୍ତି ହେବାର ନଥିଲା ଓ ସବୁକିଛି ପୂର୍ବରୁ ସ୍ଥରୀକୃତ ହୋଇସାରିଛି, ତା’ହେଲେ କାହିଁକି ବୈଠକ ଡକାଯାଉଥିଲା ବୋଲି ମଧ୍ୟ ପିଏସିର ଜଣେ ସଦସ୍ୟ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ହୋଇ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନିଷ୍ପତ୍ତି ନେବାର କ୍ଷମତା ନମିଳିବା ବହୁ ସଦସ୍ୟଙ୍କୁ ଆଘାତ ଦେଇଥିବା ଜଣାପଡ଼ିଛି । ନବୀନ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯାଇ ସେଠାରେ ଦଳର ଆଭିମୁଖ୍ୟ ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଛି ।
ସମନ୍ୱୟ କମିଟି ବୈଠକରେ ଆଲୋଚନା ହେଲାନି ------
ପିଏସି ବୈଠକ ପୂର୍ବରୁ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ସାମାନ୍ୟତମ ଆଲୋଚନା ହୋଇନଥିବା ଜଣାପଡ଼ିଛି । ବୁଥସ୍ତରୀୟ କମିଟି ଗଠନ ଓ ଜିଲ୍ଲା ଓ ବ୍ଲକ କମିଟି ଆଦି ଗଠନ ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା । ଆଜିର ବୈଠକରେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବପ୍ରକାଶ ଦାସ, ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଅବଶ୍ୟ ଏହି କୋର ଟିମ୍ ଗତ ଜୁଲାଇ ୨୪ତାରିଖ ବୈଠକରେ ଏନଡିଏ ପ୍ରାର୍ଥୀଙ୍କୁ ସିଧାସଳଖ ବିରୋଧ କରିବାକୁ ପ୍ରସ୍ତାବ ଦେଇଥିଲା ।

ଉଲ୍ଲେଖଯୋଗ୍ୟ,ଲୋକସଭାରେ ମୂଳପୋଛ ହୋଇସାରିଥିବା ବିଜେଡିର ରାଜ୍ୟସଭାରେ ୭ଜଣ ସଦସ୍ୟ ଅଛନ୍ତି । ବିଜେଡିର ସମର୍ଥନ ପାଇଁ ଉଭୟ ଏନଡିଏ ଓ ଇଣ୍ଡିଆ ମେଂଟ ପକ୍ଷରୁ ପ୍ରୟାସ ହୋଇସାରିଛି । ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ ଦେବାକୁ ଫୋନ୍ ମାଧ୍ୟମରେ ନବୀନଙ୍କୁ ଅନୁରୋଧ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗତ ମାସରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଜାଣିବା ପାଇଁ ଫୋନ୍ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ମଧ୍ୟ ‘ଇଣ୍ଡିଆ’ ମେଂଟର ପ୍ରାର୍ଥୀ ଜଷ୍ଟିସ ବି.ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ ଦେବାକୁ ନବୀନଙ୍କୁ ଅନୁରୋଧ କରିସାରିଛନ୍ତି ।

ଜନ୍ମ ଦିନରେ ଗଣଦୁଷ୍କର୍ମ

ଜନ୍ମ ଦିନରେ ଗଣଦୁଷ୍କର୍ମ
ପୁଣି କୋଲକାତାରୁ ଆସିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ହରିଦେବପୁରର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ତାଙ୍କର ଦୁଇ ଜଣ ସହଯୋଗୀ ଜନ୍ମ ଦିନରେ ଗଣଦୁଷ୍କର୍ମ କରିଛନ୍ତି। ସେମାନେ ଯୁବତୀଙ୍କୁ ଜନ୍ମ ଦିନ ପାଳନ କରିବା ନାଁରେ ଗୋଟିଏ ଫ୍ଲାଟକୁ ନେଇଥିଲେ।
 
ଏହାପରେ ସେଠାରେ ତାଙ୍କୁ ରାତି ତମାମ ମାଡ଼ ମାରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତ ହେଲେ ଚନ୍ଦନ ମଲ୍ଲିକ ଓ ଦୀପ ବିଶ୍ୱାସ। ଘଟଣା ପରଠାରୁ ଦୁଇ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଧରପଗଡ଼ ଆରମ୍ଭ କରିଛି।
ପୁଲିସ୍‌ର କହିବା କଥା ଯେ କିଛି ମାସକ ତଳେ ପୀଡ଼ିତାଙ୍କ ପରିଚୟ ଚନ୍ଦନ ମଲ୍ଲିକଙ୍କ ସହ ହୋଇଥିଲା। ଚନ୍ଦନ ତାଙ୍କୁ ଦକ୍ଷିଣ କୋଲାକତା ପୂଜା କମିଟିର ମୁଖ୍ୟ ବୋଲି ପରିଚୟ ଦେଇଥିଲେ। କିଛି ଦିନ ପରେ ଚନ୍ଦନ ପୀଡ଼ିତାଙ୍କ ପରିଚୟ ଦୀପ ସହ କରାଇଥିଲେ।

 ଯୁବତୀଙ୍କୁ ସେମାନେ କମିଟି କାମରେ ନିୟୋଜତ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୩ ଜଣ ଯାକ ନିୟମିତ ଭାବେ ପରସ୍ପର ସହ କଥା ହେଉଥିଲେ।
ଶୁକ୍ରବାର ଯୁବତୀଙ୍କ ଜନ୍ମ ଦିନ ଥିଲା। ଜନ୍ମ ଦିନ ପାଳନ କରିବା ପାଇଁ ଚନ୍ଦନ ଓ ଦୀପ ତାଙ୍କୁ ରେଗେଣ୍ଟ ପାର୍କ ଅଞ୍ଚଳରେ ଥିବା ଗୋଟିଏ ଫ୍ଲାଟକୁ ନେଇ ଯାଇଥିଲେ। ସେମାନେ ପ୍ରଥମେ ଏକାଠି ଜନ୍ମ ଦିନ ପାଳନ କରିବା ସହ ଖାଇବା ପିଇବା କରିଥିଲେ। କାମ ସରିବା ପରେ ଯୁବତୀ ଜଣଙ୍କ ଯେତେବେଳେ ଯିବାକୁ ଚାହିଁଲେ ସେତେବେଳେ ଉଭୟ କବାଟ ବନ୍ଦ କରି ଦେଇଥିଲେ। ଏହାପରେ ଯୁବତୀଙ୍କୁ ମାଡ଼ ମାରି ରାତିତମାମ ଦୁଷ୍କର୍ମ କରିଥିଲେ। ତେବେ ଶନିବାର ସକାଳୁ ପୀଡ଼ିତା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲେ।
ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କ ସହାୟତାରେ ସେ ହରିଦେବପୁର ପୁଲିସ୍‌ ଷ୍ଟେସନକୁ ଯାଇଥିଲେ। ସେ ଦେଇଥିବା ଏଫଆଇଆରରେ ଅଭିଯୁକ୍ତ ଭାବେ ଚନ୍ଦନ ଓ ଦୀପଙ୍କ ନାଁ ଉଲ୍ଲେଖ କରିଛନ୍ତି।

ଘଟଣା ଦିନ ଚନ୍ଦନ ମାଲାଞ୍ଚାରେ ଥିବା ଦୀପଙ୍କ ଫ୍ଲାଟକୁ ଯୁବତୀଙ୍କୁ ନେଇଥିଲେ। ସେଠାରେ ସେମାନେ ତାଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲେ। ଏବେ ଘଟଣା ତଦନ୍ତ ଚାଲିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏଥିସହ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ପୁଲିସ୍‌ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।

COASTAL NEWS

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ନୂଆପଡ଼ା/ଭୁବନେଶ୍ୱର, ୦୧।୧୧: ନୂଆପଡାରେ ରାଜ୍ୟ ଉ...