AFFILIATE MARKETING

https://binomo.com?a=90810425bb57&t=0

Saturday, September 6, 2025

ଆମ ଶିକ୍ଷା ପଦ୍ଧତିର ଦୁଇଟି ଆହ୍ୱାନ ହେଉଛି ଡ୍ରପ ଆଉଟ ହ୍ରାସ କରିବା ଓ ସମସ୍ତଙ୍କ ପାଇଁ ଗୁଣାତ୍ମଳ ଶିକ୍ଷା ପ୍ରଦାନ କରିବା

ଆମ ଶିକ୍ଷା ପଦ୍ଧତିର ଦୁଇଟି ଆହ୍ୱାନ ହେଉଛି ଡ୍ରପ ଆଉଟ ହ୍ରାସ କରିବା ଓ ସମସ୍ତଙ୍କ ପାଇଁ ଗୁଣାତ୍ମଳ ଶିକ୍ଷା ପ୍ରଦାନ କରିବା

ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ସହିତ ସେମାନଙ୍କୁ ନିଜ ଇଛାରେ ଉଡିବାକୁ ଦିଅନ୍ତୁ, ସ୍ୱପ୍ନ ଦେଖିବାକୁ ସୁଯୋଗ ଦିଅନ୍ତୁ ଏବଂ ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ ଜଣେ ମେଣ୍ଟର ଭାବେ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି।

ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମହାନ ରାଷ୍ଟ୍ରନୀତିଜ୍ଞ, ଆଦର୍ଶ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଡଃ ରାଧାକ୍ରଷ୍ଣନ ପ୍ରତ୍ୟେକ ବିଦ୍ୟାର୍ଥୀ ତଥା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ହେଉଛନ୍ତି ଆଦର୍ଶ। ସେ କେବଳ ଜଣେ ବିଶିଷ୍ଟ ଶିକ୍ଷାବିତ, ଦାର୍ଶନିକ କିମ୍ବା ରାଷ୍ଟ୍ରନୀତିଜ୍ଞ ନଥିଲେ, ସେ ଥିଲେ ଭାରତବର୍ଷର ଜଣେ ଶ୍ରେଷ୍ଠ ଗୁରୁ। 

ଆଜିର ଶିକ୍ଷା ପଦ୍ଧତିରେ ଆମ ପାଇଁ ସବୁଠାରୁ ବଡ ଦୁଇଟି ଆହ୍ୱାନ ରହିଛି। ପ୍ରଥମଟି ହେଲା ଡ୍ରପଆଉଟ୍ ହାରକୁ ଆଶାତୀତ ଭାବେ ହ୍ରାସ କରିବା ଏବଂ ଦ୍ୱିତୀୟଟି ହେଉଛି ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ବ୍ୟବସ୍ଥା। ଡ୍ରପ ଆଉଟ୍ ହାରକୁ ରୋକିବା ପାଇଁ ମିଡ୍‌ ଡେ ମିଲ ବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏକ ସଫଳ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଆମେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛୁ ଏବଂ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ମଧ୍ୟ ବ୍ୟବସ୍ଥା କରିଛୁ। ଜନଜାତି ବର୍ଗର ପିଲାମାନଙ୍କୁ ମଧ୍ୟ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଜରିଆରେ ସହାୟତା ପ୍ରଦାନ କରାଯାଉଛି। ଏହି ସବୁ ଯୋଜନା ଆଗାମୀ ଦିନରେ ଡ୍ରପଆଉଟ୍ ହାର କମ୍‌ କରିବାରେ ନିଶ୍ଚିତ ରୂପେ ସଫଳ ହେବ। ସେହିଭଳି ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂତନ ଶିକ୍ଷାନୀତି ଲାଗୁ କରାଯାଇଛି।

ନୂତନ ଶିକ୍ଷା ନୀତି ଅଧୀନରେ ଛାତ୍ରଛାତ୍ରୀ ମାନଙ୍କୁ ସୃଜନଶୀଳ ଓ ସ୍ୱାବଲମ୍ବୀ କରିବା ପାଇଁ ଷ୍ଟେଟ୍ କରିକୁଲମ ଫ୍ରେମୱାର୍କ ଆରମ୍ଭ କରାଯାଉଛି। ପିଲାମାନଙ୍କ ପାଇଁ ଗପ, ଗୀତ, ଖେଳ ଓ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟ ମାଧ୍ୟମରେ ଭାଷା ସମ୍ପର୍କିତ ଦକ୍ଷତା ବୃଦ୍ଧି ପାଇଁ ନିପୁଣ ଓଡିଶା କାର୍ଯ୍ୟକ୍ରମ ଗତବର୍ଷଠାରୁ ଆରମ୍ଭ ହୋଇଛି। ଆଜିର ପଢିବା, ଗଢିବା ଓଡିଶା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକୁ ସୁନ୍ଦର ଓ ଆକର୍ଷଣୀୟ ପଠନ ସ୍ଥାନରେ ପରିଣତ କରି ସରଳ କାହାଣୀ ପୁସ୍ତକ ମାଧ୍ୟମରେ ପିଲାମାନଙ୍କର ପଢିବା ଓ ବୁଝିବା ଶକ୍ତିକୁ ବିକଶିତ କରାଯିବ। 

ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବ। ପ୍ରଥମ ପର୍ଯ୍ୟାୟରେ ୫ରୁ ୭ କୋଟି ଟଙ୍କା ଖର୍ଚ୍ଚରେ ୮୩୫ଟି ବିଦ୍ୟାଳୟ ନିର୍ମାଣ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥି ସହିତ ତିନି ବର୍ଷ ମଧ୍ୟରେ ପ୍ରାଥମିକ ସ୍ତରରେ ୪୫ ହଜାର ଶିକ୍ଷକ ପଦବୀ ମଧ୍ୟ ପୂରଣ କରାଯିବ। 

୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଦିଗରେ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପ୍ରତିଭା, ଆମ ସମୃଦ୍ଧ ଓଡିଶାର ଭିତ୍ତି ନିର୍ଭରଶୀଳ। 

ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠତା ଅର୍ଜନ କରି ପ୍ରଥମ ସ୍ଥାନରେ ଥିବା ଝାରସୁଗୁଡା ଜିଲ୍ଲାକୁ ୩ କୋଟି ଟଙ୍କା, ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାକୁ ୨ କୋଟି ଟଙ୍କା ଏବଂ ତୃତୀୟ ସ୍ଥାନରେ ଥିବା ଜଗତସିଂହପୁର ଜିଲ୍ଲାକୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ସେହିଭଳି ୭୦ ଜଣ ଶିକ୍ଷକଙ୍କ ସମେତ ତିନୋଟି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ତିନି ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ୧୦ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି। ଏଥିସହିତ ନିଟ୍ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଅନୁସୂଚିତ ଜନଜାତି ବର୍ଗର ଦୁଇ ଜଣ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜାତୀୟ ଶିକ୍ଷା ନୀତି ଉପରେ ଆଧାରିତ Odisha Curriculum Framework for School Education -2025 ପୁସ୍ତକ, ନିପୁଣ ଓଡିଶା ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କଫି ଟେବୁଲ ବୁକ୍ ଉନ୍ମୋଚନ କରିବା ସହିତ ପଢିବା, ଗଢିବା ଓଡିଶା ଅଭିଯାନର ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଥିଲେ ଆମ ସମାଜରେ ଗୁରୁ ଶିଷ୍ୟର ପରମ୍ପରା ଆଦିମ କାଳରୁ ରହିଆସିଛି। ଶିକ୍ଷକ ମାନେ ବିଦ୍ୟାର୍ଥୀ ମାନଙ୍କୁ ବ୍ୟକ୍ତିତ୍ଵ ନିର୍ମାଣ, ଶୃଙ୍ଖଳା, ଆଦର୍ଶ ସମାଜ ନିର୍ମାଣ ଆଦି ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ ଗଢି ତୋଳିଥାନ୍ତି। ଜୀବନ କୌଶଳ, AI, ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିକାଶ କରାଯାଉଛି ଯାହାଫଳରେ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ ପାଠପଢ଼ା ଶେଷ କରିବା ପରେ ଆତ୍ମନିର୍ଭର ହୋଇପାରିବେ। ରାଜ୍ୟରେ ଡ୍ରପ ଆଉଟ୍ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଚାଇଲ୍ଡ ଟ୍ରାକିଂ ସର୍ଭେ ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରେଇ ଆଣିବା ପାଇଁ ଉଦ୍ୟମ କରାଯାଉଛି ଯାହା ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି। ଶିକ୍ଷା ବିଭାଗର ବଜେଟ୍‌ରେ ସର୍ବାଧିକ ୩୧ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି।

ପିତା ମାତାଙ୍କ ସେବା ପାଇଁ କର୍ମଚାରୀମାନେ ଛୁଟି ନେବା ଆବଶ୍ୟକ -ମନ୍ତ୍ରୀ ଜିତେନ୍ଦ୍ର ସିଂ

ପିତା ମାତାଙ୍କ ସେବା ପାଇଁ କର୍ମଚାରୀମାନେ ଛୁଟି ନେବା ଆବଶ୍ୟକ -ମନ୍ତ୍ରୀ ଜିତେନ୍ଦ୍ର ସିଂହ

 ପିତା ମାତାଙ୍କ ସେବା କରିବାକୁ ସରକାରୀ କର୍ମଚାରୀମାନେ ୩୦ ଦିନ ଛୁଟି ନେଇପାରିବେ। ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଏହି ଛୁଟି ନିଆଯାଇପାରିବ । ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ।

ପିତାମାତାଙ୍କ ସେବା ପାଇଁ ସରକାରୀ କର୍ମଚାରୀଙ୍କ ଲାଗି ଛୁଟିର ପ୍ରାବଧାନ ରହିଛି କି ନାହିଁ ବୋଲି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ କହିଛନ୍ତି ଯେ

ହଲିଡେ)ର ପ୍ରାବଧାନ ରହିଛି। ଏସବୁ ବ୍ୟତୀତ ସରକାରୀ କର୍ମଚାରୀମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ଛୁଟି ମଧ୍ୟ ନେଇପାରିବେ। ସେମାନେ ନିଜ ପିତାମାତାଙ୍କ ସେବା କରିବା ପାଇଁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ହେଉ, ଏସବୁ ଛୁଟି ନେଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ସିଂହ କହିଛନ୍ତି।

ସେବା ଆଇନ ଅନୁସାରେ ସରକାରୀ କର୍ମଚାରୀଙ୍କ ପାଇଁ ଅର୍ଜିତ ଛୁଟି, ଅଧାଦିନ ଛୁଟି, ପରିବର୍ହିତ ଛୁଟି, ଅବୈତନିକ ଛୁଟି, ବିଶେଷ ଛୁଟି, ମାତୃତ୍ବକାଳୀନ ଛୁଟି, ପିତୃତ୍ବ ଛୁଟି, ପିଲା ସେବା ଛୁଟି, ପାଠପଢ଼ା ଛୁଟି, ସ୍ବତନ୍ତ୍ର ଭିନ୍ନକ୍ଷମ ଛୁଟି, ହସ୍ପିଟାଲ ଛୁଟି ଓ ବିଭାଗୀୟ ଛଟି ଭଳି ଅନେକ ଛୁଟିର ପ୍ରାବଧାନ ରହିଛି।

ସେଣ୍ଟାଲ ସିଭିଲ ସର୍ଭିସେସ୍ (ଲିଭ) ରୁଲ ୧୯୭୨ରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ଅର୍ଜିତ ଅବକାଶ (ଇଅର୍ଡ଼ଡ ଲିଭ୍) ମିଳିପାରିବ। ଏଥିସହ ୨୦ ଦିନର ଅଦ୍ଧବେତନ ଅବକାଶ (ହାଫ୍ ପେ ଲିଭ୍), ୮ ଦିନିଆ ଆକସ୍ମିକ ଛୁଟି (କାଜୁଆଲ ଲିଭ୍) ଏବଂ ପ୍ରତିବର୍ଷ ୨ ଦିନ ପ୍ରତିବନ୍ଧିତ ଛୁଟି (ରେଷ୍ଟ୍ରିକଟେଡ

୨୦୨୫ ବର୍ଷର ଚନ୍ଦ୍ରଗ୍ରହଣ ସମସ୍ତଙ୍କ ପାଇଁ ଏକ ଅଭୁଲା ସ୍ମୃତିର ଚିତ୍ର ହୋଇ ରହିବ

 
୨୦୨୫ ବର୍ଷର ଚନ୍ଦ୍ରଗ୍ରହଣ ସମସ୍ତଙ୍କ ପାଇଁ ଏକ ଅଭୁଲା ସ୍ମୃତିର ଚିତ୍ର ହୋଇ ରହିବ

ମସିହା ୨୦୨୫ ସେପ୍ଟେମ୍ବର ମାସ ୭ ତାରିଖ ଭାରତ ସମେତ ଅନେକ ଦେଶର ରାତିରେ ଆକାଶରେ ଏକ ଆଶ୍ଚର୍ଯ୍ୟଜନକ ଏବଂ ରହସ୍ୟମୟ ଘଟଣା ବ୍ଲଡ ମୁନ ଅର୍ଥାତ ରକ୍ତ ଚନ୍ଦ୍ରଗ୍ରହଣ ଦେଖାଯିବ।

ଏହି ବର୍ଷର ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଏହି ଦଶକର ସବୁଠାରୁ ଦୃଶ୍ୟମାନ ଏବଂ ସୁନ୍ଦର ଗ୍ରହଣ ମଧ୍ୟରୁ ଏହା ଗୋଟିଏ ଘଟଣା ହେବ, ଖାଲି ବୈଜ୍ଞାନିକ କିମ୍ବା ଜ୍ୟୋର୍ତିବିଜ୍ଞାନୀଙ୍କ ପାଇଁ ନୁହେଁ, ବରଂ ଏହା ସାଧାରଣ ଲୋକଙ୍କ ପାଇଁ ଏକ ଅଭିଜ୍ଞତା ହେବ ଯାହା ସମସ୍ତଙ୍କ ପାଇଁ ଅଭୁଲା ସ୍ମୃତିର ଚିତ୍ର ହୋଇ ରହିବ |

ରକ୍ତ ଚନ୍ଦ୍ର କ’ଣ ଏବଂ ଏହା କାହିଁକି ଘଟେ ?

ଯେତେବେଳେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ପୃଥିବୀର ଛାୟାରେ ଚାଲିଯାଏ, ସେତେବେଳେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୁଏ। ଏହି ସମୟରେ, ଚନ୍ଦ୍ର କଳା ଦେଖାଯାଏ ନାହିଁ ବରଂ ଗାଢ଼ ଲାଲ କିମ୍ବା ନାରଙ୍ଗୀ ଦେଖାଯାଏ, ଏହାକୁ ରକ୍ତ ଚନ୍ଦ୍ର କୁହାଯାଏ। ଯେତେବେଳେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଏକ ସରଳରେଖାରେ ଆସନ୍ତି, ସେତେବେଳେ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼ିଥାଏ। ପୃଥିବୀର ବାୟୁମଣ୍ଡଳ ସୂର୍ଯ୍ୟକିରଣକୁ ଫିଲ୍ଟର ଏବଂ ବଙ୍କା କରିଥାଏ। ସୂର୍ଯ୍ୟର ନୀଳ ଆଲୋକ ବାୟୁମଣ୍ଡଳରେ ବିସ୍ତାରିତ ହୁଏ, କିନ୍ତୁ ଲାଲ ଏବଂ କମଳା ଆଲୋକ ବଙ୍କା ହୋଇ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଥାଏ। ଏହି ଲାଲ ଆଲୋକ ଚନ୍ଦ୍ର ଉପରେ ପଡ଼ିଥାଏ, ଯାହା ଫଳରେ ଏହା ଲାଲ ରଙ୍ଗ ଗ୍ରହଣ କରେ। ଏହି ପ୍ରକ୍ରିୟାକୁ ବୈଜ୍ଞାନିକ ଭାଷାରେ ରେଲି ସ୍କାଟରିଂ କୁହାଯାଏ। ଏହି ପ୍ରକ୍ରିୟା ଯୋଗୁଁ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ସମୟରେ ଲାଲ ଦେଖାଯାଏ।

ଏହି ବର୍ଷ ଭାରତର ପ୍ରାୟ ସମସ୍ତ ସ୍ଥାନରେ ବ୍ଲଡ ମୁନ ଦୃଶ୍ୟମାନ ହେବ। ରିପୋର୍ଟ ଅନୁଯାୟୀ, ୭ ସେପ୍ଟେମ୍ବର, ୨୦୨୫ ରାତି ୮:୫୮ ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ, ଯେଉଁଥିରେ ଚନ୍ଦ୍ର ରାତି ୧୧:୦୦ ରୁ ୧୨:୨୨ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପୃଥିବୀର ଛାୟାରେ ରହିବ। ଏହି ସମୟରେ ଚନ୍ଦ୍ର ଲାଲ ରଙ୍ଗରେ ସର୍ବାଧିକ ଚମକିବ। ସେହି ସମୟରେ, ୮ ସେପ୍ଟେମ୍ବର, ୨୦୨୫ ଦିନ ଅପରାହ୍ନ ୧:୨୫ ରେ ଗ୍ରହଣ ସମ୍ପୂର୍ଣ୍ଣ ଭାବରେ ଶେଷ ହେବ।

ଏହାକୁ ଦେଖିବାର ସର୍ବୋତ୍ତମ ସମୟ ହେଉଛି ରାତି ୧୧:୦୦ ରୁ ୧୨:୨୨ ପର୍ଯ୍ୟନ୍ତ। ଏହି ସମୟରେ ଚନ୍ଦ୍ର ଏକ ସୁନ୍ଦର ବ୍ଲଡ ମୁନ ଭାବରେ ଦେଖାଯିବ। ଏହା ସହିତ, ଏହି ସମୟ ସମସ୍ତ ଫଟୋଗ୍ରାଫରଙ୍କ ପାଇଁ ସବୁଠାରୁ ବିଶେଷ ସୁଯୋଗ ହେବ। 

ଏଥର ଚନ୍ଦ୍ରଗ୍ରହଣ ଦେଶର ଅନେକ ବଡ଼ ସହର ଯେପରିକି ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଣେ, ଲକ୍ଷ୍ନୌ, ହାଇଦ୍ରାବାଦ ଏବଂ ଚଣ୍ଡିଗଡ଼ରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ।

ନିରାପଦ, ସୁଲଭ ଓ ସବୁଜ ପରିବହନ ଦିଗରେ ୧୦୦୦ ଇ ବସ ସେବା ପ୍ରଚଳନ ହେବ

ନିରାପଦ, ସୁଲଭ ଓ ସବୁଜ ପରିବହନ ଦିଗରେ  ୧୦୦୦ ଇ ବସ ସେବା ପ୍ରଚଳନ ହେବ

ଓଡ଼ିଶା ୬୦୦ ନୂତନ ଇଲେକ୍ଟ୍ରିକ୍ ବସ୍ ଯୋଗ କରି ପରିବେଶ ଅନୁକୂଳ ସାର୍ବଜନୀନ ପରିବହନକୁ ଏକ ପ୍ରମୁଖ ପ୍ରୋତ୍ସାହନ ଦେବାକୁ ପ୍ରସ୍ତୁତ, କହିଲେ ଓଡ଼ିଶା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର | ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ପ୍ରାୟ ୧୦୦୦ ଇ-ବସ୍ ଆବଶ୍ୟକ।

ଏଥିମଧ୍ୟରୁ ୨୦୦ଟି ରାଜ୍ୟ ସରକାର କ୍ରୟ କରିବେ, ଯେତେବେଳେ ୪୦୦ଟି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ, ସମ୍ବଲପୁରରେ ୨୫ଟି ଇ-ବସ୍ ନିୟୋଜିତ କରାଯିବ, ତା’ପରେ ପର୍ଯ୍ୟାୟକ୍ରମେ ଝାରସୁଗୁଡ଼ା, କେଉଁଝର, ବ୍ରହ୍ମପୁର ଏବଂ ଅନୁଗୁଳରେ ପ୍ରଚଳନ କରାଯିବ।

 ନିରାପଦ, ସୁଲଭ ଏବଂ ସବୁଜ ପରିବହନ ଯୋଗାଇବା ଲକ୍ଷ୍ୟରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ଏହାର "ଆମ ବସ୍" ପଦକ୍ଷେପ ଅଧୀନରେ ଏହି ସେବାଗୁଡ଼ିକ ପରିଚାଳିତ କରିବ। ଓଡ଼ିଶା ପୂର୍ବରୁ 450 ଇ-ବସ୍ ସହିତ ସ୍ଥାୟୀ ଗତିଶୀଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ଇ-ବସ୍ ପରିଚାଳନାରେ ଜାତୀୟ ସ୍ତରରେ 5ମ ସ୍ଥାନ ହାସଲ କରିଛି।

ସାରା ଦେଶରେ, PM-E ​​ବସ୍ ସେବା ଏବଂ PM-E ​​ଡ୍ରାଇଭ୍ ଭଳି ପ୍ରମୁଖ ଯୋଜନା ଅଧୀନରେ 14,329 ଇ-ବସ୍ କାର୍ଯ୍ୟ କରୁଛି, ଯେଉଁଥିରୁ ଓଡ଼ିଶା ସକ୍ରିୟ ଭାବରେ ଲାଭ ପାଉଛି। "600 ଇ-ବସ୍ ର ପ୍ରଚଳନ ସହିତ, ଓଡ଼ିଶା ସବୁଜ ସହର ଏବଂ ସ୍ମାର୍ଟ ସହରାଞ୍ଚଳ ପରିବହନ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଉଛି," ବୋଲି ମନ୍ତ୍ରୀ କହିଛନ୍ତି |

ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି୪୫ ଶ୍ରେଷ୍ଠ ଶିକ୍ଷକଙ୍କୁ ମିଳିଲା ସମ୍ମାନ

୪୫ ଶ୍ରେଷ୍ଠ ଶିକ୍ଷକଙ୍କୁ ମିଳିଲା ସମ୍ମାନ

ନୂଆଦିଲ୍ଲୀ, ୫/୯: ଆଜି ସାରା ଦେଶ ପାଳୁଛି ଗୁରୁ ଦିବସ। ଏହି ଅବସରରେ ଦେଶର ବିଭିନ୍ନ କୋଣ ଅନୁକୋଣର ଶ୍ରେଷ୍ଠ ଶିକ୍ଷକ ମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହରେ ଦେଶର ୪୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷ ୨୪ ଜଣ ଶିକ୍ଷକ ଓ ୨୧ ଜଣ ଶିକ୍ଷୟିତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଛି ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ ସମ୍ମାନିତ ହୋଇଛନ୍ତି। ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ହେଉଛନ୍ତି ବସନ୍ତ ରଣା। ସେହିପରି କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ହେଉଛନ୍ତି ତରୁଣ ଦାଶ।

ନିମ୍ନରେ ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକମାନଙ୍କ ତାଲିକା

 

୧. ସୁନୀତା – ସୋନିପତ

୨. ଶଶି ପାଲ୍ – ହିମାଚଳ ପ୍ରଦେଶ

୩. ନରିନ୍ଦର ସିଂ – ଲୁଧିଆନା

୪. ଅବଧେଶ କୁମାର ଝା – ଉତ୍ତର ପଶ୍ଚିମ ଦିଲ୍ଲୀ

୫. ମଞ୍ଜୁବାଳା – ଚମ୍ପାୱତ

୬. ପରବିନ କୁମାରୀ – ଚଣ୍ଡିଗଡ଼

୭. ନୀଲମ ଯାଦବ – ଖୈରଥଲ ତିଜାରା

୮. ଭାବିନିବେନ୍ ଦୀନେଶଭାଇ ଦେଶାଇ – ଦାମନ୍

୯. ବିଳାସ ରାମନାଥ ସାତାରକର – ଉତ୍ତର ଗୋଆ

୧୦. ହିତେଶ କୁମାର ପ୍ରବୀଣଚନ୍ଦ୍ର ଭୁଣ୍ଡିଆ – ରାଜକୋଟ

୧୧. ହିରେନକୁମାର ହସମୁଖଭାଇ ଶର୍ମା – ଗାନ୍ଧୀପୁରା ଖେଡା

୧୨. ଶେଲା ପଟେଲ – ଦାମୋହ

୧୩. ଭେରୁଲାଲ୍ ଓସାରା – ଆଗର ମାଲୱା

୧୪. ଡ. ପ୍ରଜ୍ଞା ସିଂ – ଦୁର୍ଗ

୧୫. କୁଲଦୀପ ଗୁପ୍ତା – ରାଜକୀୟ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଜିନ୍ଦ୍ରାହ

୧୬. ରାମ ଲାଲ ସିଂ ଯାଦବ – ଭଦୋହି

୧୭. ମଧୁରିମା ତିୱାରୀ – ମିର୍ଜାପୁର

୧୮. କୁମାରୀ ନିଧି – କିଶାନଗଞ୍ଜ

୧୯. ଦିଲୀପ କୁମାର – ସୁପୌଲ

୨୦. ସୋନିଆ ବିକାଶ କପୁର – ମୁମ୍ବାଇ

୨୧. କାନ୍ଧନ କୁମାରେସନ୍ – ଏବରଡିନ

୨୨. ସନ୍ତୋଶ କୁମାର ଚୌରାସିଆ – କୋରବା

୨୩. ଡ଼ ପ୍ରମୋଦ କୁମାର – ନାଳନ୍ଦା

୨୪. ତରୁଣ କୁମାର ଦାଶ – କୋରାପୁଟ

୨୫. ବସନ୍ତ କୁମାର ରାଣା – ମାଲକାନଗିରି

୨୬. ତନୁଶ୍ରୀ ଦାସ – ମେଦିନୀପୁର ପଶ୍ଚିମ

୨୭. ନାଙ୍ଗ ଏକଥାନି ମୋଙ୍ଗଲାଙ୍ଗ – ପାପୁମ୍ ପାରେ

୨୮. ପେଲେନୋ ପେଟେନଲିହୁ – କୋହିମା

୨୯. କୋଇଜାମ ମାଚାସାନ୍ – ଇମ୍ଫାଲ୍ ୱେଷ୍ଟ୍

୩୦. କର୍ମା ଟେମ୍ପୋ ଏଥେନ୍ପା – ମଙ୍ଗାନ୍

୩୧. ଡ଼ ହେଇପୋର ୟୁନି ବୈଙ୍ଗ – ପୂର୍ବ ଜଇନ୍ତିଆ ପାହାଡ

୩୨. ବିଦିଶା ମଜୁମଦାର – ଗୋମତି

୩୩. ଦେବଜିତ୍ ଘୋଷ – ଦିବ୍ରୁଗଡ

୩୪. ଶ୍ୱେତା ଶର୍ମା – ଦେଓଘର

୩୫. ଡ଼ା ଶେଖ ମହମ୍ମଦ ୱାକିୟୁଦ୍ଦିନ ଶେଖ ହମିଦୁଦ୍ଦିନ – ନାନ୍ଦେଡ

୩୬. ଡ଼ ସନ୍ଦୀପନ ଗୁରୁନାଥ ଜଗଦାଲେ – ଲାତୁର

୩୭. ଇବ୍ରାହିମ୍ ଏସ୍- ମୋଲା ଆଣ୍ଡ୍ରୋଥ୍

୩୮. ମଧୁରିମା ଆଚାର୍ଯ୍ୟ – କୋଲକାତା

୩୯. ମଦବାଥୁଲା ଥିରୁମାଲା ଶ୍ରୀଦେବୀ – ବିଶାଖାପାଟନମ୍

୪୦. ମରମ ପବିତ୍ରା – ସୂର୍ଯ୍ୟପେଟ

୪୧. ରେବତୀ ପରମେଶ୍ୱରନ୍ – ଚେନ୍ନାଇ

୪୨. ବିଜୟଲକ୍ଷ୍ମୀ ଭି – ତିରୁପୁର

୪୩. କିଶୋରକୁମାର ଏମ୍ ଏସ୍ – ଥିରୁବନନ୍ତପୁରମ୍

୪୪. ଡ଼ ଭି ରେକ୍ସ – ଥିଲାୟାଦୀ ଭାଲିଆମ୍ମାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ

୪୫. ମଧୁସୂଦନ କେ ଏସ୍ – ମୈସୁରୁ

ମୁମ୍ବାଇକୁ ହାଇ ଆଲର୍ଟ ଲସ୍କର-ଏ-ଜିହାଦୀ ନାଁରେ ଆସିଲା ଧମକ

ମୁମ୍ବାଇ, ୫/୯: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ପୁଣି ବୋମା ଧମକ। ବିସ୍ଫୋରଣରେ ମୁମ୍ବାଇକୁ ଦୋହଲାଇ ଦେବାକୁ ଧମକ। ହ୍ୱାଟ୍‌ସ୍‌ ଆପ୍‌ରେ ମୁମ୍ବାଇ ପୋଲିସକୁ ଲସ୍କର-ଏ-ଜିହାଦୀ ସଂଗଠନ ନାଁରେ ଆସିଛି ଧମକ।

ସହରରେ ୩୪ଟି ବୋମା ଲଗାଯାଇଥିବା ଧମକ ମିଳିଛି। ୩୪ଟି ଗାଡ଼ିରେ ୩୪ଟି ବୋମା ଖଞ୍ଜା ଯାଇଥିବା ଧମକ। ପୋଲିସର ସୂଚନା ଅନୁଯାୟୀ, ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ “ଲସ୍କର-ଏ-ଜିହାଦି” ବୋଲି ପରିଚୟ ଦେଇଥିଲେ ଏବଂ କହିଥିଲେ ଯେ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି। ଧମକରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ ୪୦୦ କିଲୋଗ୍ରାମ ଆରଡିଏକ୍ସ ବିସ୍ଫୋରଣ କରାଯିବ, ଯାହା ଫଳରେ “ଏକ କୋଟି ଲୋକଙ୍କ” ମୃତ୍ୟୁ ହେବାର ସମ୍ଭାବନା ରହିଛି।

ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି ଏବଂ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ମୁମ୍ବାଇରେ ୧୦ ଦିନିଆ ଗଣେଶ ଉତ୍ସବ ପାଳନ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି। ତେଣୁ ପ୍ରମୁଖ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ୍ କରାଯାଉଛି। ପୋଲିସ ମୁମ୍ବାଇବାସୀଙ୍କୁ ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ରିପୋର୍ଟ କରିବାକୁ ମଧ୍ୟ ନିବେଦନ କରିଛି।

ପୁନଃ ନିର୍ମାଣ ହେଉଛି ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ଧ୍ୱଂସ ଏୟାରବେସ

ସାମନାକୁ ଆସିଲା ସାଟେଲାଇଟ ଚିତ୍ର

ନୂଆଦିଲ୍ଲୀ, ୪/୯: ପୁନଃ ନିର୍ମାଣ ହେଉଛି ଭାରତର ଅପରେସନ ସିନ୍ଦୂର ବେଳେ ଧ୍ୱଂସ ହୋଇଥିବା ପାକିସ୍ତାନର ଭିଭିଆଇପି ନୂର ଖାନ ଏୟାର ବେସ। ଚଳିତ ସପ୍ତାହରେ, ଦୁଇଟି ଭିଭିଆଇପି ଜେଟ୍ ଯୋଗେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଫିଲ୍ଡ ମାର୍ଶାଲ ଆସିମ ମୁନିର ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ତିଆନଜିନକୁ ଉଡାଣ ଭରିଥିଲେ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶରିଫଙ୍କୁ ନେଇ ଗଲ୍ଫଷ୍ଟ୍ରିମ ଜି୪୫୦ ଜେଟ ବିମାନ ଲାହୋରରୁ ଉଡ଼ାଣ ଭରିଥିବା ବେଳେ, ମୁନିର ରାୱଲପିଣ୍ଡିର ଚକଲାଲାସ୍ଥିତ ନୁର ଖାନ ବେସରୁ ଉଡ଼ାଣ ଭରିଥିଲେ। ନୂର ଖାନ ସେ‌ହି ଏୟାରବେସ୍ ଯାହା ଅପରେସନ ସିନ୍ଦୂର ସମୟରେ ଭାରତର ଆକ୍ରମଣରେ ଧ୍ୱଂସ ହୋଇ ଯାଇଥିଲା।

ତେବେ ମୁନିରଙ୍କ ଜେଟ ବ୍ୟବହାର କରୁଥିବା ରନୱେରୁ ମାତ୍ର କିଛି ମିଟର ଦୂରରେ ବ୍ୟାପକ କ୍ଷତିଗ୍ରସ୍ତ ଏକ ସ୍ଥାନରେ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଇଣ୍ଟେଲ ଲ୍ୟାବର ଜିଓ-ଇଣ୍ଟେଲିଜେନ୍ସ ଗବେଷକ ଡାମିଏନ ସାଇମନଙ୍କ ଅନୁସାରେ, ଆକ୍ରମଣ ପୂର୍ବରୁ ସାଟେଲାଇଟ ଚିତ୍ରରେ ସେହି ସ୍ଥାନରେ “ବିଶେଷ ସାମରିକ ଟ୍ରକ୍” ଦେଖାଯାଇଥିଲା, ଯାହା ଆକ୍ରମଣ ସମୟରେ ଧ୍ୱଂସ ହୋଇଥିଲା। ବିଶ୍ଳେଷକମାନେ ମନେକରନ୍ତି ଯେ ଏହି ଟ୍ରକ୍‌ଗୁଡ଼ିକ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ (ସି୨) କେନ୍ଦ୍ର ଭାବେ କାର୍ଯ୍ୟ କରୁଥାଇପାରେ, ଯାହା ବାୟୁ ଓ ସ୍ଥଳଭାଗର ସମ୍ପଦକୁ ଯୋଗାଯୋଗ ବ୍ୟବସ୍ଥା ସହ ସଂଯୋଗ କରୁଥିଲା।

ଆମେରିକାର ମାକ୍ସାର ଟେକ୍ନୋଲୋଜିସରୁ ପ୍ରାପ୍ତ ନୂଆ ଚିତ୍ର ଦର୍ଶାଉଛି ଯେ ଆକ୍ରମଣର ପ୍ରାୟ ଚାରି ମାସ ପରେ ନୁର ଖାନ ବେସରେ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି। ବୁଧବାର ଦିନ ଧାରଣ କରାଯାଇଥିବା ଏହି ଚିତ୍ରରେ ସେହି ସ୍ଥାନରେ ନୂଆ କାନ୍ଥ ଅଂଶ ଓ ଭିତ୍ତିଭୂମି କାର୍ଯ୍ୟ ଦେଖାଯାଉଛି।

Friday, September 5, 2025

ମାଟି ତଳେ ଚିତ୍କାର କରୁଥିଲେ ମହିଳା, ହେଲେ ନୃଶଂସ ହୋଇଯାଇଥିଲା ତାଲିବାନ

ଭୂମିକମ୍ପରେ ବଞ୍ଚିଥିବା ଲୋକମାନେ ବଖାଣିଛନ୍ତି ତାଲିବାନ ନିର୍ଯାତନାର ଲୋମ ଟାଙ୍କୁରା କାହାଣୀ

ତାଲିବାନ ନିର୍ଯାତନାର ଲୋମଟାଙ୍କୁରା କାହାଣୀ: ବିପର୍ଯ୍ୟୟ ବେଳେ ବି ଦେଖାଇଥିଲେ ନୃଶଂସତା

କାବୁଲ, ୫/୯: ତାଲିବାନ ଶାସିତ ଆଫଗାନିସ୍ତାନରେ ନିକଟରେ ହୋଇଥିବା ଭୂମିକମ୍ପ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା। ନିମିଷକେ ଛାରଖାର ହୋଇ ଯାଇଥିଲା ଜନଜୀବନ। ମାଟି ତଳେ ପୋତି ହୋଇ ଯାଇଥିଲେ ହଜାର ହଜାର ଲୋକେ। ଏଥିରେ ଅନେକ କୋଠା ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବା ସହ ୨୨୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା। ୩୬୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ। କିନ୍ତୁ ଏଠାରେ ଗୋଟିଏ ପ୍ରସଙ୍ଗ ଅତି ସମ୍ବେଦନଶୀଳ।

ଏଠାରେ ଅନେକ ଲୋକଙ୍କୁ ସାହାଯ୍ୟ କରାଯାଇଥିଲା ସତ କିନ୍ତୁ କେବଳ ଲିଙ୍ଗ ଭିତ୍ତିକ। କେବଳ ପୁରୁଷ ମାନଙ୍କୁ ହିଁ ଉଦ୍ଧାର କରାଯାଉଥିଲା। ଆଉ ମହିଳାମାନେ ସେହିପରି ଅଛୁଆଁ ପରି ଭଗ୍ନାବଶେଷ ମଧ୍ୟରେ ପଡ଼ି ରହିଥାନ୍ତି। ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥାନ୍ତି। କିଛି ସ୍ଥାନରେ ମହିଳାଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଉଦ୍ଧାର କରିବା ସହ ଆଉ କିଛି ସ୍ଥାନରେ ସେମିତି ସେହିଭଳି ମହିଳାମାନଙ୍କୁ ପଡ଼ି ରହିବାକୁ ଦିଆଯାଇଥିଲା। ଯେପର୍ଯ୍ୟନ୍ତ କେହି ପଡ଼ୋଶୀ ମହିଳା ଉଦ୍ଧାର କରିବାକୁ ନ ଆସୁଥାନ୍ତି। ଏହା ଅତ୍ୟନ୍ତ ହୃଦୟ ବିଦାରକ।

ମହିଳାମାନେ ଭଗ୍ନାବଶେଷ ମଧ୍ୟରେ ଜୀବନ ବିକଳରେ ଚିତ୍କାର କରୁଥିଲେ ବି ସେମାନଙ୍କୁ ଅଣଦେଖା କରାଯାଉଥିଲା। ସେମାନଙ୍କୁ ଆଡ ଆଖିରେ ବି କେହି ଅନାଉ ନଥିଲେ। ବରଂ ସେମାନେ ଆହତ ଅବସ୍ଥାରେ ପଡ଼ିଥିଲେ ବି ସେମାନଙ୍କୁ କେହିନଥିବା ଭଳି ଅଣଦେଖା କରାଯାଉଥିଲା ଏବଂ ସେପରି ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡି ରହିବାକୁ ବାଧ୍ୟ କରାଯାଉଥିଲା।

ଆଫଗାନିସ୍ତାନର ପୁରୁଣା ପ୍ରଥା ଏବଂ ତାଲିବାନ ଦ୍ୱାରା ଲଗାଯାଇଥିବା ଲିଙ୍ଗଗତ କଟକଣା ଆଫଗାନ ମହିଳାମାନଙ୍କ ପାଇଁ ସାମ୍ପ୍ରତିକ ଭୟଙ୍କର ଭୂମିକମ୍ପ ପରେ ଦୁଃଖକୁ ଆହୁରି ବଢ଼ାଇ ଦେଉଛି।

ଆଫଗାନିସ୍ତାନରେ ତାଲିବାନ ସରକାର ଦ୍ୱାରା ପ୍ରଚଳିତ କଠୋର ସାଂସ୍କୃତିକ ଏବଂ ଧାର୍ମିକ ନିୟମାବଳୀ ଅନୁଯାୟୀ, ମହିଳାଙ୍କୁ କେବଳ ସେମାନଙ୍କ ନିକଟତମ ପୁରୁଷ ସମ୍ପର୍କୀୟ, ଯେପରିକି ତାଙ୍କ ବାପା, ଭାଇ, ସ୍ୱାମୀ କିମ୍ବା ପୁଅଙ୍କୁ ହିଁ ଛୁଇଁବାକୁ ଅନୁମତି ଦିଆଯାଇଥାଏ ଏବଂ ମହିଳାମାନଙ୍କୁ ସେମାନଙ୍କ ପରିବାର ବାହାରର ପୁରୁଷମାନଙ୍କୁ ଛୁଇଁବା ପାଇଁ ନିଷେଧ ଅଟେ।

ତେଣୁ ଏପରି ସ୍ଥିତିରେ ମହିଳା ଉଦ୍ଧାର କର୍ମୀଙ୍କ ଅନୁପସ୍ଥିତି ଏହି ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଇଛି।

ତାଲିବାନର ନିୟମ ଅନୁସାରେ, ମହିଳାମାନଙ୍କୁ ଡାକ୍ତରୀ ଶିକ୍ଷା ସହ ଅନ୍ୟାନ୍ୟ କାର୍ଯ୍ୟରେ ମହିଳାଙ୍କ ଉପରେ କଟକଣା ‌ଲଗାଯାଇଛି। ଫଳସ୍ୱରୂପ, ମୃତକମାନଙ୍କୁ ବାହାର କରାଯିବା ସମୟରେ କେତେକ ସମୟରେ ଭଗ୍ନାବଶେଷ ତଳେ ଫସି ରହିଥିବା ମହିଳାମାନଙ୍କୁ ସେହିପରି ଛାଡ଼ି ଦିଆଯାଇଥିଲା।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଣେ ସ୍ଥାନୀୟ ମହିଳା କହିଛନ୍ତି, ଭୂମିକମ୍ପ ତାଙ୍କ ଗାଁକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ଭୂମିକମ୍ପ ହେବାର ୩୬ ଘଣ୍ଟା ପରେ ଉଦ୍ଧାରକାରୀ ଟିମ୍ ତାଙ୍କ ପାଖରେ ପହଞ୍ଚିଥିଲା। ସେମାନଙ୍କୁ ଏପରି ଅବସ୍ଥାରେ ଦେଖି କେହି କିଛି ବି ପଚାରିଲେନି। ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କୁ ଅଣଦେଖା କରାଯାଇଥିଲା। ସେମାନଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିଲା। କେହି ମହିଳାମାନଙ୍କୁ ସାହାଯ୍ୟ କରିନଥିଲେ, ସେମାନଙ୍କୁ କ’ଣ ଆବଶ୍ୟକ ପଚାରିଲେ ନାହିଁ କିମ୍ବା ସେମାନଙ୍କ ପାଖକୁ ମଧ୍ୟ ଗଲେ ନାହିଁ।

ଜଣେ ପୁରୁଷ ସ୍ୱେଚ୍ଛାସେବକ ତହଜିବୁଲ୍ଲା ମୁହାଜେବ ଏହାକୁ ଭୟଙ୍କର ବାସ୍ତବତା ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ, ପୁରୁଷ ଉଦ୍ଧାର କର୍ମୀମାନେ ସେମାନଙ୍କୁ ଛୁଇଁବାକୁ ସଂକୋଚ କରିବାରୁ ଧ୍ୱଂସାବଶେଷ ତଳେ ଫସି ରହିଥିବା ମହିଳାମାନଙ୍କୁ ଅପେକ୍ଷା କରିବାକୁ ପଡିଥିଲା। କିଛି କ୍ଷେତ୍ରରେ, ମହିଳାମାନେ ପଡ଼ୋଶୀ ଅଞ୍ଚଳର ମହିଳାମାନେ ସାହାଯ୍ୟ କରିବାକୁ ନଆସିବା ପର୍ଯ୍ୟନ୍ତ ସେମିତି ପଡି ରହିଥିଲେ। ଏପରି ଅନୁଭବ ହେଉଥିଲା ଯେପରି ମହିଳାମାନେ ଅଦୃଶ୍ୟ ଥିଲେ। ପୁରୁଷ ଏବଂ ପିଲାମାନଙ୍କୁ ପ୍ରଥମେ ଚିକିତ୍ସା କରାଯାଉଥିଲା, ଯେତେବେଳେ ମହିଳାମାନେ କେବଳ ଅଲଗା ବସି ଚିକିତ୍ସା ପାଇଁ ଅପେକ୍ଷା କରୁଥିଲେ। ଯଦି କୌଣସି ପୁରୁଷ ସମ୍ପର୍କୀୟ ଉପସ୍ଥିତ ନଥିଲେ, ତେବେ ଚର୍ମ ଦ୍ୱାରା ନ ଛୁଇଁବା ପାଇଁ ମୃତକମାନଙ୍କୁ ସେମାନଙ୍କ ପୋଷାକ ଧରି ବାହାରକୁ ଟାଣି ନିଆଯାଇଥିଲା।

ଜାତିସଂଘ ମହିଳା ପ୍ରତିନିଧି ସୁସାନ ଫର୍ଗୁସନ୍ କହିଛନ୍ତି, ମହିଳା ଏବଂ ଝିଅମାନେ ପୁଣି ଥରେ ଏହି ବିପର୍ଯ୍ୟୟର ଶିକାର ହେବେ। କୌଣସି ବିପର୍ଯ୍ୟୟ ସମୟରେ ସେମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ।

ଏହି ଭୂମିକମ୍ପରେ ତାଲିବାନ ଲିଙ୍ଗ ଭିତ୍ତିକ ମୃତକ ଓ ଆହତଙ୍କ ସଂଖ୍ୟା ପ୍ରକାଶ କରିନଥିବା ବେଳେ ସ୍ଥାନୀୟ ବଞ୍ଚିଥିବା ବ୍ୟକ୍ତି ଓ ଉଦ୍ଧାରକାରୀ କର୍ମୀମାନେ ମହିଳାମାନଙ୍କ କଷ୍ଟ ବିଷୟରେ ବର୍ଣ୍ଣନା କରିଛନ୍ତି।

ଭୂମିକମ୍ପ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମହିଳା ସ୍ୱାସ୍ଥ୍ୟସେବା କର୍ମୀଙ୍କ ଏକ ଅଭାବ ଏହି ପରିସ୍ଥିତିକୁ ଆହୁରି ଖରାପ କରିଛି। ତାଲିବାନ ଦ୍ୱାରା ୨୦୨୩ ମସିହାରେ ମହିଳାମାନଙ୍କୁ ଡାକ୍ତରୀ ଶିକ୍ଷାରେ ନାମ ଲେଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେଠାରେ କୌଣସି ବି ହସ୍ପିଟାଲରେ ମହିଳା ଡାକ୍ତର ନାହାନ୍ତି।

ତେବେ ତାଲିବାନ ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଶରାଫତ ଜମାନ ମହିଳା କର୍ମଚାରୀଙ୍କ ଅଭାବକୁ ସ୍ୱୀକାର କରିଛନ୍ତି କିନ୍ତୁ ଭୂମିକମ୍ପ ପୀଡିତଙ୍କ ଚିକିତ୍ସା ପାଇଁ କୁନାର, ନାଙ୍ଗରହାର ଏବଂ ଲାଘମାନ ପ୍ରଦେଶର ହସ୍ପିଟାଲଗୁଡ଼ିକରେ ମହିଳାମାନେ ସେବା କରୁଥିବା ଦାବି କରିଛନ୍ତି।

ତାଲିବାନ ଶାସନ ଅଧୀନରେ ମହିଳା ଏବଂ ଝିଅମାନଙ୍କ ପାଇଁ ଆଫଗାନିସ୍ତାନ ବିଶ୍ୱର ସବୁଠାରୁ ଦମନକାରୀ ସ୍ଥାନ ମଧ୍ୟରୁ ଗୋଟିଏ, ଯାହା ଗତ ଚାରି ବର୍ଷ ଧରି ଜାରି ରହିଛି। ବହୁ ମୁସଲିମ ରାଷ୍ଟ୍ର, ମାନବାଧିକାର ସଂଗଠନ ଏବଂ ବିଶ୍ୱ ବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକର ଚାପ ବୃଦ୍ଧି ସତ୍ତ୍ୱେ, ତାଲିବାନ ସେମାନଙ୍କର କଠୋର ଲିଙ୍ଗ ଭିତ୍ତିକ ନୀତିଗୁଡ଼ିକୁ ବଜାୟ ରଖିଛି।

ତାଲିବାନ ଶାସିତ ଆଫଗାନିସ୍ତାନରେ ଷଷ୍ଠ ଶ୍ରେଣୀ ପରେ ଝିଅମାନଙ୍କୁ ସ୍କୁଲ ଯିବାରୁ ବାରଣ କରାଯାଇଛି। ଏପରିକି ପୁରୁଷ ସମ୍ପର୍କୀୟଙ୍କ ବିନା ଘରୁ ଗୋଡ଼ କାଢ଼ିବା ଉପରେ କଟକଣା ଲଗାଯାଇଛି। ନିଯୁକ୍ତି ସୁଯୋଗ ଲୋପ ପାଉଛି; ମାନବିକ ସଂଗଠନ ଏବଂ ଏନଜିଓ ସମେତ ଅଧିକାଂଶ କ୍ଷେତ୍ରରେ ମହିଳାମାନଙ୍କୁ କାମ କରିବାରୁ ନିଷେଧ କରାଯାଇଛି।

ଜାତିସଂଘ ଏଜେନ୍ସି ଦ୍ୱାରା ନିଯୁକ୍ତି ପାଇଥିବା ଆଫଗାନ ମହିଳାମାନେ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। ଅନେକ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି। ତେଣୁ କିଛି ଏଜେନ୍ସି ମହିଳା କର୍ମଚାରୀମାନଙ୍କୁ ନିଜ ସୁରକ୍ଷା ପାଇଁ ଘରୁ କାମ କରିବାକୁ କହିଛନ୍ତି।

ହରିୟାଣାର ସୋହନାରେ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟ ଉଦ୍ଘାଟନ : ବ୍ୟାଟେରୀ ଦର କମିବ

  • ହରିୟାଣାର ସୋହନାରେ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟ ଉଦ୍ଘାଟନ : ବ୍ୟାଟେରୀ ଦର କମିବ 
ହରିୟାଣାର ସୋହନାରେ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟ ଉଦ୍ଘାଟନ : ବ୍ୟାଟେରୀ ଦର କମିବ

ହରିୟାଣାର ସୋହନାରେ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟ ଉଦ୍ଘାଟନ : ବ୍ୟାଟେରୀ ଦର କମିବ

ଏବେ ଆପଣ କମ ଦାମରେ ଲାପଟପ, ଫୋନ, କ୍ୟାମେରା ମଡ୍ୟୁଲ୍, ପିସିବି ଆସେମ୍ବଲି, ସେମିକଣ୍ଡକ୍ଟର ଓ ବ୍ୟାଟେରୀ ପରି ପ୍ରତ୍ୟେକ ଇଲେକ୍ଟ୍ରୋନିକ୍ ଉପକରଣ ପାଇପାରିବେ । କାରଣ ଭାରତ ଏବେ ଏହି ସାମଗ୍ରୀ ଉପରେ ଆତ୍ମନିର୍ଭର ହେବାକୁ ଯାଉଛି । ଏସବୁ ଜିନିଷ ଭାରତରେ ନିର୍ମାଣ ହେବ; ଉନ୍ନତ ପ୍ରଯୁକ୍ତି ଭାରତକୁ ଆସିବା ଏକ ବଡ଼ ସଫଳତା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ । 

ଏହି ପ୍ଲାଣ୍ଟ ପ୍ରତିବର୍ଷ ୨୦ କୋଟି ବ୍ୟାଟେରୀ ପ୍ୟାକ୍ ନିର୍ମାଣ କରିବ, ଯାହା ଭାରତର ଆବଶ୍ୟକତାର ୪୦% ପୂରଣ କରିବ; ୫୦୦୦ ନିଯୁକ୍ତି ସୃଷ୍ଟି କରିବ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବ । ପ୍ରତିବର୍ଷ ୨୦ କୋଟି ବ୍ୟାଟେରୀ ପ୍ୟାକ୍ ଉତ୍ପାଦନ କରି ଭାରତର ଆବଶ୍ୟକତାର ପ୍ରାୟ ୪୦% ପୂରଣ କରିବ; ସହିତେ ୫,୦୦୦ ନିଯୁକ୍ତି ସୃଷ୍ଟି କରି ‘ଆତ୍ମନିର୍ଭର ଭାରତ’ର ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । 

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ହରିୟାଣାର ସୋହନାରେ ଟିଡିକେ କର୍ପୋରେସନର ଅତ୍ୟାଧୁନିକ ଲିଥିୟମ-ଆୟନ (ଲି-ଆୟନ) ବ୍ୟାଟେରୀ ଉତ୍ପାଦନ କାରଖାନାର ଉଦ୍ଘାଟନ କରିଛନ୍ତି। ଦେଶର ଇଲେକ୍ଟ୍ରୋନିକ୍ସ ଯାତ୍ରାରେ ଏହାକୁ ଆଉ ଏକ ମୋଡ଼ ଭାବରେ ବର୍ଣ୍ଣନା କରି କେନ୍ଦ୍ରମନ୍ତ୍ରୀକହିଛନ୍ତି, "ଏହା ଆମ ପାଇଁ ଏକ ବିରାଟ ମାଇଲଖୁଣ୍ଟ କାରଣ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ସାକାର କରୁଛୁ। କ୍ୟାମେରା ମଡ୍ୟୁଲ୍, ପିସିବି ଆସେମ୍ବଲି, ସେମିକଣ୍ଡକ୍ଟର କିମ୍ବା ବ୍ୟାଟେରୀ - ଆଗାମୀ ବର୍ଷଗୁଡ଼ିକରେ ପ୍ରତ୍ୟେକ ଉପାଦାନ ସ୍ୱଦେଶୀ ଭାବରେ ନିର୍ମିତ ହେବ।

 ଇଲେକ୍ଟ୍ରୋନିକ୍ସରେ ଆମର ଆତ୍ମନିର୍ଭରଶୀଳତା ପାଇଁ ଭାରତକୁ ଏପରି ଉନ୍ନତ ପ୍ରଯୁକ୍ତିର ଆଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।" ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ସେମିକନ୍ ଇଣ୍ଡିଆ ୨୦୨୫ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଥର ପାଇଁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ପ୍ରଦାନ କରାଯାଇଥିଲା। ଏହି ପ୍ଲାଣ୍ଟର ଶୁଭାରମ୍ଭ ସହିତ, ମୋବାଇଲ୍ ଫୋନ୍, ପିନ୍ଧିବାଯୋଗ୍ୟ ଜିନିଷ, ଘଣ୍ଟା, ଇୟରବଡ୍, ଶ୍ରବଣ ଯନ୍ତ୍ର ଯେପରିକି ଏୟାରପଡସ୍ ଏବଂ ଲାପଟପରେ ବ୍ୟବହୃତ ଲିଥିୟମ-ଆୟନ ବ୍ୟାଟେରୀ ଘରୋଇ ଭାବରେ ନିର୍ମିତ ହେବ। ଏହି ଅତ୍ୟାଧୁନିକ ପ୍ଲାଣ୍ଟ ପ୍ରତିବର୍ଷ ପ୍ରାୟ ୨୦ କୋଟି (୨୦୦ ନିୟୁତ) ବ୍ୟାଟେରୀ ପ୍ୟାକ୍ ଉତ୍ପାଦନ କରିବ। 

ଏହା ଦେଶର ବାର୍ଷିକ ୫୦ କୋଟି ପ୍ୟାକ୍ ଆବଶ୍ୟକତାର ପ୍ରାୟ ୪୦ ପ୍ରତିଶତ ପୂରଣ କରିବ। ବିସ୍ତାର ପାଇଁ ଅପାର ସମ୍ଭାବନା ସହିତ, ଏହି ପ୍ଲାଣ୍ଟ ଦେଶର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋ-ସିଷ୍ଟମକୁ ସୁଦୃଢ଼ କରିବାକୁ ପ୍ରସ୍ତୁତ। ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପ୍ଲାଣ୍ଟ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି) ଯୋଜନା ଅଧୀନରେ ସ୍ଥାପିତ ହୋଇଛି। 

ନିଯୁକ୍ତି ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଏହି ପ୍ଲାଣ୍ଟ ପ୍ରାୟ ୫୦୦୦ ଲୋକଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରିବ । ଏଥିପାଇଁ ଏଟି ବାୱାଲ ପ୍ଲାଣ୍ଟରେ ପୂର୍ବରୁ ହିଁ ତାଲିମ ଚାଲିଛି। ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ସୁବିଧା ସ୍ଥାପନ କରିବାରେ ସମର୍ଥନ ପାଇଁ ସେ ହରିୟାଣା ସରକାରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ସୋହନା ପ୍ଲାଣ୍ଟର ଉଦ୍ଘାଟନ ଏକ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋ-ସିଷ୍ଟମ ନିର୍ମାଣ ଦିଗରେ ଦେଶର ନିରନ୍ତର ପ୍ରଗତିରେ ଆଉ ଏକ ପଦକ୍ଷେପ। ପ୍ରତ୍ୟେକ ମାଇଲଖୁଣ୍ଟ ସହିତ – ସେମି-କଣ୍ଡକ୍ଟର, ବ୍ୟାଟେରୀ, ପିସିବି ଆସେମ୍ବଲି କିମ୍ବା କ୍ୟାମେରା ମଡ୍ୟୁଲରେ ହେଉ - ଭାରତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଆଡକୁ ଅଗ୍ରସର ହେଉଛି। 

ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ଭାରତର ସ୍ଥିତି ଦୃଢ଼ ହେଉଛି।

ଭୁବନେଶ୍ୱର ନୂତନ ସହର ଯୋଜନା

ଭୁବନେଶ୍ୱର ନୂତନ ସହର ଯୋଜନା
ଭୁବନେଶ୍ୱର ନୂତନ ସହର ଯୋଜନା

ଭୁବନେଶ୍ୱର ନୂତନ ସହର ଯୋଜନା: ସହର ଡିଜାଇନ୍ କରିବ ସିଙ୍ଗାପୁର ଫାର୍ମ; ସେମାନଙ୍କର ସର୍ବୋତ୍ତମ ପ୍ରକଳ୍ପ, ଟ୍ରାକ୍ ରେକର୍ଡ ଜାଣନ୍ତୁ

ଭୁବନେଶ୍ୱର ନୂତନ ସହର ଯୋଜନା: ସହର ଡିଜାଇନ୍ କରିବ ସିଙ୍ଗାପୁର ଫାର୍ମ; ସେମାନଙ୍କର ସର୍ବୋତ୍ତମ ପ୍ରକଳ୍ପ, ଟ୍ରାକ୍ ରେକର୍ଡ ରୁ ଜଣାପଡ଼େ 

ଓଡିଶା ସରକାର ସୋମବାର ଘୋଷଣା କରିଛନ୍ତି ଯେ ପ୍ରସ୍ତାବିତ ଭୁବନେଶ୍ୱର ନୂତନ ସହର ପ୍ରକଳ୍ପ ପାଇଁ ଯୋଜନା ସହିତ ଆଗକୁ ବଢ଼ୁଛି। ଏହା ବ୍ୟତୀତ, ନୂତନ ସହର ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଏହା ସିଙ୍ଗାପୁର ସ୍ଥିତ ସର୍ବାଣା ଜୁରୋଙ୍ଗ ( SJ  ଏସ ଯେ ) ସହିତ ଯୋଗାଯୋଗ କରିଛି।

ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁଯାୟୀ, ଟେମାସେକ୍ ହୋଲ୍ଡିଂସର ମାଲିକାନା ବିଶ୍ୱ ପରାମର୍ଶଦାତା ସଂସ୍ଥା, ସହର ଉପକଣ୍ଠରେ ଦାସପୁର, ଗୋଠପାଟଣା, ମଳିପଡ଼ା ଏବଂ ଅନ୍ଧାରୁଆରେ 800 ଏକର ଜମିରେ ନୂତନ ସହର କ୍ଲଷ୍ଟର ଡିଜାଇନ୍ କରିବ।

 ଭୁବନେଶ୍ୱର ନୂତନ ସହର ପ୍ରକଳ୍ପରେ ସର୍ବାନ ଜୁରଙ୍ଗଙ୍କ ଭୂମିକା

ରିପୋର୍ଟଗୁଡ଼ିକ ରେ ଆହୁରି କହିଛନ୍ତି ଯେ ଏହି ଯୋଜନାରେ ୨୧ ଦଶମିକ ୭ ନିୟୁତ ବର୍ଗଫୁଟ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ ହେବ, ଯେଉଁଥିରେ ୧୦ ଦଶମିକ ୪୫ ନିୟୁତ ବର୍ଗଫୁଟ ଆବାସିକ ସ୍ଥାନ, ୩ ଦଶମିକ ୧୦ ନିୟୁତ ବର୍ଗଫୁଟ କାର୍ଯ୍ୟାଳୟ ସ୍ଥାନ, ଖୁଚୁରା ପାଇଁ ୧ ନିୟୁତ ବର୍ଗଫୁଟ, MICE ମାଇସ ସୁବିଧା ପାଇଁ ୨ ଦଶମିକ ୪୦ ନିୟୁତ ବର୍ଗଫୁଟ, ଶିଳ୍ପ କ୍ଷେତ୍ର ପାଇଁ ୨ ଦଶମିକ ୩୦ ନିୟୁତ ବର୍ଗଫୁଟ ଏବଂ ପଡ଼ୋଶୀ ଦୋକାନ ପାଇଁ ୨ ଦଶମିକ ୩୫ ନିୟୁତ ବର୍ଗଫୁଟ ସ୍ଥାନ ଅନ୍ତର୍ଭୁକ୍ତ। ସହରରେ ୧୫,୦୦୦ ବାସଗୃହ ୟୁନିଟ୍ ଏବଂ ୬୦,୦୦୦ ବାସିନ୍ଦାଙ୍କୁ ସ୍ଥାନ ଦିଆଯିବ ବୋଲି ଆଶା କରାଯାଉଛି।

ଅଧିକାରୀମାନେ କହିଛନ୍ତି ଯେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ  ଡିପିଆର୍  ପ୍ରକ୍ରିୟାରେ ଅଛି ଏବଂ ଏହା ଗୋଟିଏରୁ ଦୁଇ ମାସ ମଧ୍ୟରେ ଦାଖଲ ହୋଇପାରେ।

ଓଡ଼ିଶା ଗୃହ ଏବଂ ନଗର ଉନ୍ନୟନ ବିଭାଗ ଆହୁରି କହିଛନ୍ତି ଯେ ନୂତନ ସହରରେ ପରିବେଶ ଅନୁକୂଳ ବୈଶିଷ୍ଟ୍ୟ, ପଦଯାତ୍ରୀ ପଦଯାତ୍ରା ରାସ୍ତା, ପ୍ରଦୂଷଣମୁକ୍ତ ଶିଳ୍ପ ଏବଂ ଆଧୁନିକ ସହରାଞ୍ଚଳ ଭିତ୍ତିଭୂମି ଅନ୍ତର୍ଭୁକ୍ତ କରାଯିବ, ଯାହା ଗୁଜରାଟର ଧୋଲେରା ଗିଫ୍ଟ ସିଟି ପରି ପ୍ରକଳ୍ପ ଉପରେ ଆଧାରିତ।

 ଲ୍ୟାଣ୍ଡମାର୍କ ପ୍ରୋଜେକ୍ଟ ସହିତ ବିଶ୍ୱସ୍ତରୀୟ ଫାର୍ମ

ସୁରବାନା ଇଣ୍ଟରନ୍ୟାସନାଲ କନସଲଟାଣ୍ଟସ୍ ଏବଂ ଜୁରଙ୍ଗ ଇଣ୍ଟରନ୍ୟାସନାଲ ହୋଲ୍ଡିଂସର ମିଶ୍ରଣ ମାଧ୍ୟମରେ ୨୦୧୫ ମସିହାରେ ଗଠିତ ସୁରବାନା ଜୁରଙ୍ଗର ୪୦ ଟି ଦେଶରେ ୧୬,୦୦୦ ରୁ ଅଧିକ କର୍ମଚାରୀ ଅଛନ୍ତି।

କମ୍ପାନୀର ପୋର୍ଟଫୋଲିଓରେ ବିଶ୍ୱର କିଛି ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଅନ୍ତର୍ଭୁକ୍ତ। ସେମାନଙ୍କ ମଧ୍ୟରେ ହଂକଂର କାଇ ଟାକ୍ ସ୍ପୋର୍ଟସ୍ ପାର୍କ, ଦକ୍ଷିଣ ଗୋଲାର୍ଦ୍ଧର ସବୁଠାରୁ ଉଚ୍ଚ ଅଷ୍ଟ୍ରେଲିଆ ୧୦୮ ଆବାସିକ ଟାୱାର, ରୱାଣ୍ଡାର କିଗାଲି ମାଷ୍ଟରପ୍ଲାନ୍ ଏବଂ ବିଶ୍ୱର ପ୍ରଥମ ନେଟ୍-ଜିରୋ ଶିଳ୍ପ ପାର୍କ ହେଉଛି ଚୀନର ଓରଡୋସ୍ ଶିଳ୍ପ ପାର୍କ।

ଅନ୍ୟାନ୍ୟ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ସିଙ୍ଗାପୁରର ଉଡ୍ଲ୍ୟାଣ୍ଡସ୍ ହେଲ୍ଥ କ୍ୟାମ୍ପସ୍, ଦକ୍ଷିଣ ଆଫ୍ରିକାର ମିସିକାବା ନଦୀ ସେତୁ ଏବଂ ଭାରତରେ ହାଇଦ୍ରାବାଦ ଫାର୍ମା ସିଟି ଅନ୍ତର୍ଭୁକ୍ତ।

ଓଡ଼ିଶାର ସହରାଞ୍ଚଳ ସମ୍ପ୍ରସାରଣ ଦୃଷ୍ଟିକୋଣ

ଭୁବନେଶ୍ୱର ବିକାଶ ପ୍ରାଧିକରଣ  ବିଡିଏ  ଉଲ୍ଲେଖ କରିଛି ଯେ ନୂତନ ଟାଉନସିପ୍ ଦୃଢ଼ ଭିତ୍ତିଭୂମି ସହିତ ଏକ ଅର୍ଥନୈତିକ କେନ୍ଦ୍ର ସୃଷ୍ଟି କରିବା ଉପରେ ଧ୍ୟାନ ଦେବ। ଜମି ଆବଣ୍ଟନ ଆରମ୍ଭ ହେବା ପୂର୍ବରୁ ଡ୍ରେନେଜ୍, ସ୍ୱେରେଜ୍ ଏବଂ ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯିବ।

 H&UD ହାଉସିଂ ଏବଂ ଅର୍ବାନ୍ ଡେଭେଲପମେଣ୍ଟ ସଚିବ ଉଷା ପାଢୀ କହିଛନ୍ତି ଯେ ଏହି ପ୍ରକଳ୍ପର ଲକ୍ଷ୍ୟ ଆବାସିକ ଏବଂ ବାଣିଜ୍ୟିକ ଅଭିବୃଦ୍ଧି ସହିତ ଶିଳ୍ପ କାର୍ଯ୍ୟକଳାପକୁ ସନ୍ତୁଳିତ କରିବା। "ଏହା ଏକ ଆଦର୍ଶ ଯୋଜନାବଦ୍ଧ ସହର ହେବ ଯେଉଁଥିରେ ପଦଯାତ୍ରା ରାସ୍ତା, ଖୋଲା ସ୍ଥାନ, ପଦଯାତ୍ରୀଙ୍କ ପାଇଁ ସୁଗମତା ଏବଂ ପ୍ରଦୂଷଣମୁକ୍ତ ଶିଳ୍ପ ପାଇଁ ସୁଯୋଗ ରହିବ," ବୋଲି ସେ ଉଲ୍ଲେଖ କରିଥିଲେ।

ଭୁବନେଶ୍ୱର ନୂତନ ସହର ଯୋଜନା

ଭୁବନେଶ୍ୱର ନୂତନ ସହର ଯୋଜନା


ଭୁବନେଶ୍ୱର ନୂତନ ସହର ଯୋଜନା: ସହର ଡିଜାଇନ୍ କରିବ ସିଙ୍ଗାପୁର ଫାର୍ମ; ସେମାନଙ୍କର ସର୍ବୋତ୍ତମ ପ୍ରକଳ୍ପ, ଟ୍ରାକ୍ ରେକର୍ଡ ଜାଣନ୍ତୁ

ଭୁବନେଶ୍ୱର ନୂତନ ସହର ଯୋଜନା: ସହର ଡିଜାଇନ୍ କରିବ ସିଙ୍ଗାପୁର ଫାର୍ମ; ସେମାନଙ୍କର ସର୍ବୋତ୍ତମ ପ୍ରକଳ୍ପ, ଟ୍ରାକ୍ ରେକର୍ଡ ରୁ ଜଣାପଡ଼େ 

ଓଡିଶା ସରକାର ସୋମବାର ଘୋଷଣା କରିଛନ୍ତି ଯେ ପ୍ରସ୍ତାବିତ ଭୁବନେଶ୍ୱର ନୂତନ ସହର ପ୍ରକଳ୍ପ ପାଇଁ ଯୋଜନା ସହିତ ଆଗକୁ ବଢ଼ୁଛି। ଏହା ବ୍ୟତୀତ, ନୂତନ ସହର ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଏହା ସିଙ୍ଗାପୁର ସ୍ଥିତ ସର୍ବାଣା ଜୁରୋଙ୍ଗ ( SJ  ) ସହିତ ଯୋଗାଯୋଗ କରିଛି।

ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁଯାୟୀ, ଟେମାସେକ୍ ହୋଲ୍ଡିଂସର ମାଲିକାନା ବିଶ୍ୱ ପରାମର୍ଶଦାତା ସଂସ୍ଥା, ସହର ଉପକଣ୍ଠରେ ଦାସପୁର, ଗୋଠପାଟଣା, ମଳିପଡ଼ା ଏବଂ ଅନ୍ଧାରୁଆରେ 800 ଏକର ଜମିରେ ନୂତନ ସହର କ୍ଲଷ୍ଟର ଡିଜାଇନ୍ କରିବ।

 ଭୁବନେଶ୍ୱର ନୂତନ ସହର ପ୍ରକଳ୍ପରେ ସର୍ବାନ ଜୁରଙ୍ଗଙ୍କ ଭୂମିକା

ରିପୋର୍ଟଗୁଡ଼ିକ ରେ ଆହୁରି କହିଛନ୍ତି ଯେ ଏହି ଯୋଜନାରେ ୨୧ ଦଶମିକ ୭ ନିୟୁତ ବର୍ଗଫୁଟ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ ହେବ, ଯେଉଁଥିରେ ୧୦ ଦଶମିକ ୪୫ ନିୟୁତ ବର୍ଗଫୁଟ ଆବାସିକ ସ୍ଥାନ, ୩ ଦଶମିକ ୧୦ ନିୟୁତ ବର୍ଗଫୁଟ କାର୍ଯ୍ୟାଳୟ ସ୍ଥାନ, ଖୁଚୁରା ପାଇଁ ୧ ନିୟୁତ ବର୍ଗଫୁଟ, MICE ମାଇସ ସୁବିଧା ପାଇଁ ୨ ଦଶମିକ ୪୦ ନିୟୁତ ବର୍ଗଫୁଟ, ଶିଳ୍ପ କ୍ଷେତ୍ର ପାଇଁ ୨ ଦଶମିକ ୩୦ ନିୟୁତ ବର୍ଗଫୁଟ ଏବଂ ପଡ଼ୋଶୀ ଦୋକାନ ପାଇଁ ୨ ଦଶମିକ ୩୫ ନିୟୁତ ବର୍ଗଫୁଟ ସ୍ଥାନ ଅନ୍ତର୍ଭୁକ୍ତ। ସହରରେ ୧୫,୦୦୦ ବାସଗୃହ ୟୁନିଟ୍ ଏବଂ ୬୦,୦୦୦ ବାସିନ୍ଦାଙ୍କୁ ସ୍ଥାନ ଦିଆଯିବ ବୋଲି ଆଶା କରାଯାଉଛି।

ଅଧିକାରୀମାନେ କହିଛନ୍ତି ଯେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ  ଡିପିଆର୍  ପ୍ରକ୍ରିୟାରେ ଅଛି ଏବଂ ଏହା ଗୋଟିଏରୁ ଦୁଇ ମାସ ମଧ୍ୟରେ ଦାଖଲ ହୋଇପାରେ।

ଓଡ଼ିଶା ଗୃହ ଏବଂ ନଗର ଉନ୍ନୟନ ବିଭାଗ ଆହୁରି କହିଛନ୍ତି ଯେ ନୂତନ ସହରରେ ପରିବେଶ ଅନୁକୂଳ ବୈଶିଷ୍ଟ୍ୟ, ପଦଯାତ୍ରୀ ପଦଯାତ୍ରା ରାସ୍ତା, ପ୍ରଦୂଷଣମୁକ୍ତ ଶିଳ୍ପ ଏବଂ ଆଧୁନିକ ସହରାଞ୍ଚଳ ଭିତ୍ତିଭୂମି ଅନ୍ତର୍ଭୁକ୍ତ କରାଯିବ, ଯାହା ଗୁଜରାଟର ଧୋଲେରା ଗିଫ୍ଟ ସିଟି ପରି ପ୍ରକଳ୍ପ ଉପରେ ଆଧାରିତ।

 ଲ୍ୟାଣ୍ଡମାର୍କ ପ୍ରୋଜେକ୍ଟ ସହିତ ବିଶ୍ୱସ୍ତରୀୟ ଫାର୍ମ

ସୁରବାନା ଇଣ୍ଟରନ୍ୟାସନାଲ କନସଲଟାଣ୍ଟସ୍ ଏବଂ ଜୁରଙ୍ଗ ଇଣ୍ଟରନ୍ୟାସନାଲ ହୋଲ୍ଡିଂସର ମିଶ୍ରଣ ମାଧ୍ୟମରେ ୨୦୧୫ ମସିହାରେ ଗଠିତ ସୁରବାନା ଜୁରଙ୍ଗର ୪୦ ଟି ଦେଶରେ ୧୬,୦୦୦ ରୁ ଅଧିକ କର୍ମଚାରୀ ଅଛନ୍ତି।

କମ୍ପାନୀର ପୋର୍ଟଫୋଲିଓରେ ବିଶ୍ୱର କିଛି ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଅନ୍ତର୍ଭୁକ୍ତ। ସେମାନଙ୍କ ମଧ୍ୟରେ ହଂକଂର କାଇ ଟାକ୍ ସ୍ପୋର୍ଟସ୍ ପାର୍କ, ଦକ୍ଷିଣ ଗୋଲାର୍ଦ୍ଧର ସବୁଠାରୁ ଉଚ୍ଚ ଅଷ୍ଟ୍ରେଲିଆ ୧୦୮ ଆବାସିକ ଟାୱାର, ରୱାଣ୍ଡାର କିଗାଲି ମାଷ୍ଟରପ୍ଲାନ୍ ଏବଂ ବିଶ୍ୱର ପ୍ରଥମ ନେଟ୍-ଜିରୋ ଶିଳ୍ପ ପାର୍କ ହେଉଛି ଚୀନର ଓରଡୋସ୍ ଶିଳ୍ପ ପାର୍କ।

ଅନ୍ୟାନ୍ୟ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ସିଙ୍ଗାପୁରର ଉଡ୍ଲ୍ୟାଣ୍ଡସ୍ ହେଲ୍ଥ କ୍ୟାମ୍ପସ୍, ଦକ୍ଷିଣ ଆଫ୍ରିକାର ମିସିକାବା ନଦୀ ସେତୁ ଏବଂ ଭାରତରେ ହାଇଦ୍ରାବାଦ ଫାର୍ମା ସିଟି ଅନ୍ତର୍ଭୁକ୍ତ।

ଓଡ଼ିଶାର ସହରାଞ୍ଚଳ ସମ୍ପ୍ରସାରଣ ଦୃଷ୍ଟିକୋଣ

ଭୁବନେଶ୍ୱର ବିକାଶ ପ୍ରାଧିକରଣ  ବିଡିଏ  ଉଲ୍ଲେଖ କରିଛି ଯେ ନୂତନ ଟାଉନସିପ୍ ଦୃଢ଼ ଭିତ୍ତିଭୂମି ସହିତ ଏକ ଅର୍ଥନୈତିକ କେନ୍ଦ୍ର ସୃଷ୍ଟି କରିବା ଉପରେ ଧ୍ୟାନ ଦେବ। ଜମି ଆବଣ୍ଟନ ଆରମ୍ଭ ହେବା ପୂର୍ବରୁ ଡ୍ରେନେଜ୍, ସ୍ୱେରେଜ୍ ଏବଂ ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯିବ।

 H&UD ସଚିବ ଉଷା ପାଢୀ କହିଛନ୍ତି ଯେ ଏହି ପ୍ରକଳ୍ପର ଲକ୍ଷ୍ୟ ଆବାସିକ ଏବଂ ବାଣିଜ୍ୟିକ ଅଭିବୃଦ୍ଧି ସହିତ ଶିଳ୍ପ କାର୍ଯ୍ୟକଳାପକୁ ସନ୍ତୁଳିତ କରିବା। "ଏହା ଏକ ଆଦର୍ଶ ଯୋଜନାବଦ୍ଧ ସହର ହେବ ଯେଉଁଥିରେ ପଦଯାତ୍ରା ରାସ୍ତା, ଖୋଲା ସ୍ଥାନ, ପଦଯାତ୍ରୀଙ୍କ ପାଇଁ ସୁଗମତା ଏବଂ ପ୍ରଦୂଷଣମୁକ୍ତ ଶିଳ୍ପ ପାଇଁ ସୁଯୋଗ ରହିବ," ସେ ଉଲ୍ଲେଖ କରିଥିଲେ।

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...