AFFILIATE MARKETING

https://binomo.com?a=90810425bb57&t=0

Thursday, April 17, 2025

ଉତ୍କଳ ବିପନ୍ନ ସହାୟତା ସମିତି ବାର୍ଷିକ ଉତ୍ସବ ସମାରୋହ

ଉତ୍କଳ ବିପନ୍ନ ସହାୟତା ସମିତି ବାର୍ଷିକ ଉତ୍ସବ ସମାରୋହ 
ଲୋକଙ୍କ ମୁଖ୍ୟ ସେବକ ଭାବେ କାମ କରିବାର ପ୍ରେରଣା ମୁଁ ସଂଘରୁ ପାଇଛି – ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର - ୧୫.୦୪.୨୦୨୫ ସକାଳ ୧୦:୩୦ ରେ ଉତ୍କଳ ବିପନ୍ନ ସହାୟତା ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି , ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏବଂ ସଜେ. ସମର କୁମାର ମହାନ୍ତି ମାନନୀୟ ସଂଘ ଚାଳକ ଓଡ଼ିଶା ପୂର୍ବ  ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ CBBO ଏବଂ ଅଂଶୀଦାରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା କୃଷକ ଉତ୍ପାଦକ କମ୍ପାନୀ ସମ୍ବନ୍ଧୀୟ ମତାମତ ଏବଂ ସ୍ପଷ୍ଟୀକରଣ ଆଦାନପ୍ରଦାନ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ସରକାରୀ ଅଧିକାରୀଙ୍କ ସହିତ ପାରସ୍ପରିକ ମତ ବିନିମୟ କରାଯାଇଥିଲା।  ଏଥିରେ APICOL, ବ୍ୟାଙ୍କର୍ସ, ମାର୍କେଟିଂ ଏବଂ ଯାଞ୍ଚ ନିର୍ଦ୍ଦେଶାଳୟ (DMI) ଅଧିକାରୀ, ଆଭ୍ୟନ୍ତରୀଣ ଧାନ ଗବେଷଣା ପ୍ରତିଷ୍ଠାନ (IRRI) ଏବଂ OUAT ର ବୈଷୟିକ ବିଶେଷଜ୍ଞମାନେ ସାମିଲ ହୋଇଥିଲେ । କୃଷି ଜନ୍ତ୍ରପାତି କିଣିବା ସମୟରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆପିକଲ ଦ୍ଵାରା ଦିଆ ଯାଉଥିବା ରିହାତି ପରିମାଣ କୃଷି ଉତ୍ପାଦକ କମ୍ପାନୀ ମାନଙ୍କ ପ୍ରତି ଲାଗୁ କରାଯିବାକୁ ଦାବି କରାଯାଇଥିଲା I DMI ଅଧିକାରୀଙ୍କୁ RMC ଜରିଆରେ କୃଷି ଉତ୍ପାଦକ କମ୍ପାନୀ ଙ୍କୁ ନ୍ୟୁନତମ ସହାୟକ ମୂଲ୍ୟ ଆଧାରରେ କୃଷକଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ଲାଇସେନ୍ସ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା l CBBO ଉତ୍କଳ ବିପନ୍ନ ସହାୟତା ସମିତି କୃଷକ ଉତ୍ପାଦକ କମ୍ପାନୀ ଗୁଡିକର ଉତ୍ପାଦିତ ସାମଗ୍ରୀ ର ବିକ୍ରୟକୁ ସୁଗମ କରିବା ପାଇଁ ଉତ୍କଳ ବ୍ରାଣ୍ଡ ରେ ସଙ୍ଗଠିତ ବିକ୍ରି ପରିଚାଳନା କରିବା ପାଇଁ ଶ୍ରୀଯୁକ୍ତ ଅଭୟ ସାମନ୍ତରାୟ ପ୍ରତିଶ୍ରୁତି ପ୍ରଦାନ କରିଥିଲେ I 
ଅଧିବେଶନ ଶେଷରେ କଟକ ଜିଲ୍ଲାର ମାହାଙ୍ଗା ର ଏକ ସଫଳ FPO କଟକ 4S4R ପାଇଁ ଏକ ଏକ୍ସପୋଜର ପରିଦର୍ଶନ କରାଯାଇଥିଲା l ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ଶ୍ରୀଯୁକ୍ତ ଅକ୍ଷୟ କୁମାର ବିଟ୍ ବିଜଯ କୁମାର ସାହୁ , ଅଚ୍ୟୁତାନନ୍ଦ ପାଣିଗ୍ରାହୀ ଶ୍ରୀଯୁକ୍ତ ନାରାୟଣ ଚୌଧୁରୀ, ଦେବୀ ଜ୍ୟୋତି ସିଂହ, ସନ୍ତୋଷ କୁମାର ପଣ୍ଡା ଓ ସଂଘର କାର୍ଯ୍ୟକର୍ତ୍ତା ମାନେ ସଫଳ ପ୍ରଚେଷ୍ଟା କରିଥିଲେ l


୧୬ ତାରିଖ ଦିନ ସନ୍ଧ୍ୟା ରେ ଉତ୍କଳ ମଣ୍ଡପ ରେ ଏକ ବର୍ଣ୍ଣାଢ୍ଯ ପରିବେଶରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟବକ୍ତାଭାବେ ମାନନୀୟ ମହାମନ୍ତ୍ରୀ ରାଷ୍ଟ୍ରୀୟ ସେବା ଭାରତୀ ବିଜୟ ମନୋହର ପୁରାଣିକ ନୂଆଦିଲ୍ଲୀ ଯୋଗଦାନ କରିଥିଲେ  । ବହୁ ନାମି ଗାୟକ ଓ ଗାୟିକାଙ୍କ ସହିତ ଓଡ଼ିଶାର ଲିଜେଣ୍ଡ ଶିଙ୍ଗର ତାନସେନ ସିଂ ଙ୍କ ଯୁବ ସୁଲଭ ଗାୟନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l
ପ୍ରାକୃତିକ ଦୁର୍ବିପାକ ହଉ କିମ୍ବା ଅପାତକାଳୀନ ପରିସ୍ଥିତି, ସବୁ ସମୟରେ ବିପନ୍ନ ଓଡିଶାବାସୀଙ୍କ ପାଖରେ ଉତ୍କଳ ବିପନ୍ନ ସହାୟତା ସମିତି ଆଗ ପହଂଚିଛି ଓ ୪୩ ବର୍ଷର ଏହି ଯାତ୍ରାରେ ସାଧାରଣ, ଗରିବ ଓ ଅସହାୟ ଜନତାଙ୍କୁ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଦେବାପାଇଁ ଏ ମହାନ ଅନୁଷ୍ଠାନ ସବୁଠୁ ଅଗ୍ରଣୀ ଅନୁଷ୍ଠାନ ଭାବେ ନିଜକୁ ପ୍ରତିପାଦନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉତ୍କଳ ମଣ୍ଡପ ଠାରେ ଆୟୋଜିତ ଉତ୍କଳ ବିପନ୍ନ ସହାୟତା ସମିତିର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ।
ଉତ୍କଳ ବିପନ୍ନ ସହାୟତା ସମିତିର ସେବା କ୍ଷେତ୍ରରେ ସଫଳ କାର୍ଯ୍ୟ ବିଷୟରେ ଆଲୋଚନା କରି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଚିକିତ୍ସା କ୍ଷେତ୍ରର ବଡବଡ ସ୍ଥାନ ଯଥା, କଟକ, ଭୁବନେଶ୍ୱର, ବ୍ରହ୍ମପୁର ଠାରେ ସାରା ଓଡିଶାରୁ ରୋଗୀମାନେ ଜଟିଳ ରୋଗର ଚିକିତ୍ସା ପାଇଁ ଆସନ୍ତି । ଏହି ସମୟରେ ଏମାନଙ୍କର ରହିବା, ଖାଇବା, ଡାକ୍ତର ଓ ଡାକ୍ତରଖାନା ସହ ସମନ୍ୱୟ ରଖି ରୋଗୀମାନେ ଯେପରି ସଠିକ୍ ସେବା ପାଇପାରିବେ ସେଥିପାଇଁ ଏହି ଅନୁଷ୍ଠାନର ଶ୍ରୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। 

୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟା, ବାରିପଦା ମଧୁବନର ଭୟାବହ ଅଗ୍ନିକାଣ୍ଡ, ୧୯୯୯ ମହାବାତ୍ୟା ସମୟରେ, ବିପନ୍ନ ଓଡିଶାବାସୀଙ୍କୁ ଦେବଦୂତ ଭଳି ସହାୟତା ପ୍ରଦାନ କରିଥିଲା ଉତ୍କଳ ବିପନ୍ନ ସହାୟତା ସମିତି। ୧୯୯୯ ମସିହାର ମହାବାତ୍ୟା ସମୟରେ ସମିତିର  ସ୍ୱୟଂ ସେବକମାନଙ୍କ କଠିନ ପରିଶ୍ରମ, ତ୍ୟାଗ, ସହନଶୀଳତା ଓ ସେବା ମନୋଭାବ  ଇଣ୍ଡିଆଟୁଡ଼େ ଏବଂ ଆଉଟଲୁକ୍ ଭଳି ପ୍ରମୁଖ ପତ୍ରିକାର ରିପୋର୍ଟରେ ସ୍ଥାନିତ ହେବା ସହ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଥିଲା, ବୋଲି ସେ କହିଥିଲେ। ଏଥିସହିତ, ଭୁବନେଶ୍ୱରର ଏମସ୍ ପରିସରରେ ଥିବା ପାଞ୍ଚଶହ ଶଯ୍ୟା ବିଶିଷ୍ଠ ଧର୍ମଶାଳାର ପରିଚାଳନା ଭାର ଓ ଓଲଟପୁର ଠାରେ ଥିବା ହାଡଭଙ୍ଗା ଚିକିତ୍ସା କେନ୍ଦ୍ର , ନିରତାର ଠାରେ ୩୦ ବଖରା ବିଶିଷ୍ଠ ଆରୋଗ୍ୟ ଭବନର ପରିଚାଳନା ମଧ୍ୟ ପ୍ରଶଂସନୀୟ ଅଟେ।  

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୯୯ ମହାବାତ୍ୟା ସମୟରେ ସଂଘର ଜଣେ ସକ୍ରିୟ ସେବକ ଭାବେ ସେ ମଧ୍ୟ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ସେବା ଓ ସହାୟତା କାର୍ଯ୍ୟରେ ସାମିଲ ହୋଇଥିଲେ । ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ଜଣେ ସାଧାରଣ ଲୋକ ଭାବେ ଲୋକଙ୍କ ମୁଖ୍ୟ ସେବକ ଭାବେ କାମ କରିବାର ପ୍ରେରଣା ମୁଁ ସଂଘରୁ ପାଇଛି । ସମାଜ ପ୍ରତି ସମର୍ପଣଭାବ ଓ ସମ୍ବେଦନଶୀଳତା, ସଂଘର ବିଚାରଧାରାରୁ ପାଇଛି ।

ଓଡିଶାର ଦୁଇ ଆଦିବାସୀ ଅଧୁଷିତ ଅଞ୍ଚଳ  ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାର ଉଦଳା ଠାରେ ଅନାଥ ଓ ନିସହାୟ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ଆବାସିକ ଛାତ୍ରାବାସ ଜରିଆରେ ସମିତି ପକ୍ଷରୁ ଜନଜାତି ବର୍ଗଙ୍କୁ ସହାୟତା ପ୍ରଦାନ ପ୍ରଶଂସନୀୟ । ଏଥିସହିତ ରାଜଧାନୀ ଭୁବନେଶ୍ୱର ଠାରେ ବାଲ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୫୦ ଟି କେନ୍ଦ୍ରରେ ୧୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆମ ସଂସ୍କୃତି, ପରମ୍ପରା ଓ ନୈତିକତା ଆଧାରରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଅନୁଷ୍ଠାନ ପକ୍ଷରୁ କରାଯାଉଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା , ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା , ଢେଙ୍କାନାଳ ଯୋରନ୍ଦା ମାଘମେଳାରେ ସମିତିର ସେବା କାର୍ଯ୍ୟର ପରାକାଷ୍ଠା, ସାରା ଓଡିଶା ଦେଖିଛି। 

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ମନ୍ତ୍ର ହେଲା ସର୍ବେ ଭବନ୍ତୁ ସୁଖିନଃ । ଏହି ଆଧାରରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିଭାଷା ସବକା ସାଥ୍ , ସବକା ବିକାଶ , ସବକା ବିଶ୍ୱାସ, ସବକା ପ୍ରୟାସର ବାର୍ତ୍ତା ଓ କାର୍ଯ୍ୟକଳାପକୁ କାୟ ମନୋବାକ୍ୟରେ ଆମ ସରକାର  ଅନୁପାଳନ କରିଆସୁଛି।

ମୁଖ୍ୟ ବକ୍ତା ଭାବେ ସଂଘର ସଂଯୁକ୍ତ ମହାମନ୍ତ୍ରୀ ବିଜୟ ମନୋହର ପୁରାନିକ କହିଲେଯେ, ରାଜନୀତି ପରିବର୍ତ୍ତନ ପାଇଁ ବହୁମତ ଆବଶ୍ୟକ କିନ୍ତୁ ସମାଜ ପରିବର୍ତ୍ତନ ପାଇଁ ସୃଜନଶୀଳତାର ଆବଶ୍ୟକତା ଅଛି। ଉତ୍କଳ ବିପନ୍ନ ସହାୟତା ସମିତି ଭଳି ଅନୁଷ୍ଠାନ ଗୁଡିକର ସେବା ମନୋବୃତ୍ତି ଯୋଗୁଁ ଆଜି ସମାଜରେ ପରିବର୍ତ୍ତନ ଆସିଛି। ସେବାର ସଭ୍ୟତା ଆମ ଭାରତୀୟ ସଂସ୍କୃତିରେ କେଉଁ ପୁରା କାଳରୁ ରହି ଆସିଛି। ଲକଡାଉନ ସମୟରେ ଦେଶବ୍ୟାପୀ ଜନସାଧାରଣ ବାଟରେ ଯାଉଥିବା ଲୋକଙ୍କୁ ସେବା ଯୋଗାଇଦେଇ ଏହି ପରମ୍ପରାକୁ ଦର୍ଶାଇଛନ୍ତି ।

ଏହି ଅବସରରେ,  ସମାଜସେବା ଓ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ସମାଜସେବୀ ତଥା କୃଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମିତିର ଦୁଇଟି ସ୍ମରଣିକା ଉନ୍ମୋଚନ ହୋଇଥିଲା ।

କାର୍ଯ୍ୟକ୍ରମରେ ସମିତିର ସଭାପତି ଅକ୍ଷୟ କୁମାର ବିଟ ସ୍ୱାଗତଭାଷଣ ଦେଇଥିବା ବେଳେ, ଅଚ୍ୟୁତାନନ୍ଦ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ହିମାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘ ର ବହୁ ସଂଖ୍ୟାରେ କାର୍ୟ କର୍ତ୍ତା ଓ ସାଧାରଣ ଲୋକେ ଏହି ସଭାରେ ଉପସ୍ଥିତ ଥିଲେ l

Monday, April 14, 2025

ପାଲଟା ବାଘ


                   @ ଜହ୍ନମାମୁଁ @
.         

           *⭕“ "ପାଲଟା ବାଘ" “⭕*


  ଅନେକ ବର୍ଷ ତଳର କଥା । ପ୍ରଲମ୍ବିତ ପାହାଡଶ୍ରେଣୀ ବିନ୍ଧ୍ଯଗିରିର ଆମ ରାଇଜରେ ଥିବା ଅଞ୍ଚଳ ଥିଲା ଘଞ୍ଚ ଅରଣ୍ୟ ପରିପୂର୍ଣ୍ଣ । ଅମରାବତୀ କଟକ ସନ୍ନିକଟ ପ୍ରସିଦ୍ଧ ଜଳୌକା ପାହାଡରେ ରହିଥିଲା ଅନେକ ଗୁମ୍ଫା । ସିଦ୍ଧ ସାଧୁମାନେ ସେଠାରେ ଏକାନ୍ତରେ ରହି କାଳେ ଗୁଢ ସାଧନାରେ ନିମଗ୍ନ ରହୁଥିଲେ । ଆଖପାଖରେ ଅବସ୍ଥିତ ପ୍ରାୟତଃ ବହୁ ପାହାଡ ଶିଖରରେ ମଧ୍ଯ ସାଧୁସନ୍ଥମାନଙ୍କ ଆବାଗମନ ଏବଂ ତପସ୍ଥଳୀ ରହିଥିଲା ।

   ଶୁଣିବା କଥା, ଜଳୌକାରୁ ଯଜ୍ଞନଗ୍ର ପ୍ରସିଦ୍ଧ ଶକ୍ତିପୀଠକୁ ଗଲାବେଳେ ସାଧୁସନ୍ଥମାନେ ରତ୍ନଗିରି ପାହାଡ ତଳି ଏକ ଛୋଟିଆ ଗାଁର ମୁଖିଆଙ୍କ ଗୃହରେ ରହି ବିଶ୍ରାମ କରନ୍ତି । ଗୃହପତି ଖୁବ ଶ୍ରଦ୍ଧା ଏବଂ ସମ୍ମାନର ସହିତ ସେମାନଙ୍କୁ ଆତିଥେୟତା ପ୍ରଦାନ କରିଥାନ୍ତି । 

   ତୀର୍ଥାଟନ ସାରି ଫେରିବା ବେଳକୁ ଦିନେ ସନ୍ଧ୍ୟା ରତରତ ହୋଇ ଆସୁଥାଏ। ଗୃହସ୍ବାମୀ ସାଧୁସନ୍ଥ ମାନଙ୍କୁ ସେଦିନ ଜଙ୍ଗଲ ପଥ ଦେଇ ନ ଯିବାକୁ ଅନୁରୋଧ କଲେ । ସାଧୁଙ୍କ ମଧ୍ଯରେ ବୟୋଜ୍ଯେଷ୍ଠ ବା ଗୁରୁଦେବ ଜଣଙ୍କ ତାଙ୍କୁ କହିଲେ-ବତ୍ସ ,ଆମେ ହେଲୁ ସିଦ୍ଧ ପୁରୁଷ । ବଣର ବାଘ ଭାଲୁ ହିଂସ୍ର ଜନ୍ତୁ ଆମ୍ଭର କିଛି କ୍ଷତି କରି ପାରିବ ନାହିଁ । କିନ୍ତୁ ତୁମର ଐକାନ୍ତିକ ଆଦର ଅଭ୍ୟର୍ଥନା ଦୃଷ୍ଟିରୁ ଆମ୍ଭେ ଆଜି ରାତ୍ରିଟି କଟାଇ ଆସନ୍ତା କାଲି ପ୍ରତ୍ୟୁଷରୁ ଆଶ୍ରମ ଅଭିମୁଖେ ବାହାରିବୁ ।

  ଗୃହସ୍ଥଙ୍କ ଆନନ୍ଦ କହିଲେ ନସରେ ।ସେ ସାଧୁସନ୍ଥଙ୍କ ପାଇଁ ଆବଶ୍ଯକ ଜଳଯୋଗ ଓ ଫଳମୂଳ ବ୍ଯବସ୍ଥା କଲେ ।

ସାଧୁଙ୍କ ଗୁରୁଦେବ ଅତ୍ଯନ୍ତ ପ୍ରୀତ ହୋଇ ତାଙ୍କୁ ଏକ ବର ଦେବାକୁ ଚାହିଁଲେ ।

  ଗୃହସ୍ଥତ ଆଗରୁ ଶୁଣିଥିଲେ ବଣର ମହାବଳ ବାଘ ପରି ହିଂସ୍ର ଜନ୍ତୁ ସାଧୁଙ୍କର କିଛି କ୍ଷତି କରି ପାରନ୍ତି ନାହିଁ । ଏଣୁ ସେ ଏପରି କିଛି ବଶୀକରଣ ବିଦ୍ଯା ଥିଲେ ତାଙ୍କୁ ଦେବା ପାଇଁ ବିନତି କଲେ ।

  ଗୁରୁ ଜଣଙ୍କ ଗୁପ୍ତ ବଶୀକରଣ ମନ୍ତ୍ର ତାଙ୍କ କାନରେ କହିଦେବା ସହିତ ସେ ଚାହିଁଲେ ନିଜ କାୟା ମଧ୍ଯ ପରିବର୍ତ୍ତନ କରି  ମହାବଳ ବ୍ଯାଘ୍ର ହୋଇ ପାରନ୍ତି ବୋଲି କହିଲେ ।

  ପୁନଶ୍ଚ , ପୂର୍ବରୁ ସେ ମନ୍ତୁରାଇ ରଖିଥିବା ହଳଦୀ ପାଣିକୁ ନିଜ ଉପରେ କେହି ବିଶ୍ବସ୍ତ ଲୋକ ଦ୍ବାରା ସିଞ୍ଚନ କରି ପାରିଲେ ମନୁଷ୍ଯ ରୂପ ଧରିବାରେ କୌଣସି ଅସୁବିଧା ହେବନାହିଁ ବୋଲି ଉପାୟ ବତାଇ ଦେଲେ । 

  ଗୃହସ୍ଥ କେବଳ ଆଁଟି କରି ଚକିତ ହୋଇ ଶୁଣୁଥାଏ । ତା ମନରେ ବିଶ୍ବାସ ଜନ୍ମାଇବା ପାଇଁ ଗୁରୁ ଜଣେ ଚେଲାଙ୍କୁ ସେଠାରେ କିଛି ଦିନ ରହି ବିଦ୍ଯାର ପ୍ରୟୋଗ ଶିକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଲେ ।

  ଚେଲାଙ୍କ ବ୍ଯତୀତ ଅନ୍ଯ ସାଧୁସନ୍ଥ ମାନେ ନିଜ ବାଟରେ ଚାଲି ଯିବା ପରେ ସେହି ଦିନ ଅଧ ରାତି ବେଳକୁ ଗୁପ୍ତ ବିଦ୍ଯାର ପରୀକ୍ଷଣ ଆରମ୍ଭ ହେଲା । ଗୃହସ୍ଥ ମନ୍ତ୍ର ପଢି ହଳଦୀ ପାଣି ଖିଡ଼ିକି ଉପରେ ରଖିଦେଲେ । ମନ୍ତ୍ର ଉଚ୍ଚାରଣ କରି ବାଘ ବି ବନିଗଲେ । ଜଙ୍ଗଲରେ ବୁଲାବୁଲି କରି ରାତି ନ ପାହୁଣୁ ଆସି ଖିଡ଼ିକି ପାଖରେ ସଙ୍କେତ ଦେବାରୁ ଚେଲା ଜଣଙ୍କ ମନ୍ତୁରା ହଳଦୀ ପାଣିକୁ ତାଙ୍କ ଉପରକୁ ସିଞ୍ଚି ଦେଲେ । ସେ ତତକ୍ଷଣାତ ପୁଣି ମଣିଷ ପାଲଟି ଗଲେ ।

   କିଛି ଦିନ ନିୟମିତ ଅଭ୍ଯାସ କରିବା ପରେ ଗୃହସ୍ଥଙ୍କ ଆତ୍ମ ବିଶ୍ୱାସ ଆସିଗଲା ।ସେ କୃତ୍ଯକୃତ୍ଯ ହୋଇ ଚେଲାଙ୍କୁ ବିଦାୟ ଦେଲେ ।

   ଚେଲା କରୁଥିବା ମନ୍ତୁରା ପାଣି ଛିଞ୍ଚା କାମଟି ଗୃହସ୍ଥ ତାଙ୍କ ସ୍ତ୍ରୀ ଉପରେ ନ୍ଯସ୍ତ କରିବାକୁ ମନସ୍ଥ କରିଥାନ୍ତି ।କିନ୍ତୁ ସେ ଥିଲେ ଗର୍ଭବତୀ । ମାତ୍ର ଅଧିକ ଉତ୍ସୁକ ଥିବାରୁ ଗୃହସ୍ଥ ଜଣଙ୍କ ରାତିରେ ବାଘ ନ ହୋଇ ରହି ପାରିଲେ ନାହିଁ । ସବୁ କଥା ବୁଝାଇ ସୁଝାଇ ସେ ଅଧ ରାତିକୁ ବାଘ ହୋଇ ଗଲେ । ମନ୍ତୁରା ପାଣି ଖିଡ଼ିକି ଉପରେ ରଖା ଯାଇଥାଏ । ବଡି ଭୋରରୁ ଆସି ବହୁଥର ସଙ୍କେତ କଲାରୁ ବି ସ୍ତ୍ରୀଟି ଆଖି ମଳି ମଳି କବାଟ ଖୋଲେ ତ ମହାବଳ ବାଘ ରୂପରେ ଥିବା ତା ସ୍ବାମୀ ରାଗରେ ଖୁବ ଜୋରରେ ଗର୍ଜନ କଲା । ସ୍ତ୍ରୀଟି ମୂର୍ଚ୍ଛା ହୋଇ ତଳେ ପଡିଗଲା ଓ ତାର ହାତରେ ଧରିଥିବା ମନ୍ତୁରା ହଳଦୀ ପାଣି ବାଘ ଉପରେ ନ ପଡି ତଳେ ଢାଳି ହୋଇ ଗଲା । ସକାଳ ହୋଇଯିବାରୁ ବାଘ ଗାଁ ଛାଡି ଜଙ୍ଗଲ ପଳାଇବାକୁ ବାଧ୍ଯ ହେଲା । ଯେତେ ଚେଷ୍ଟା କଲେ ବି ଆଉ ମଣିଷ ରୂପ ଧାରଣ କରି ପାରିଲା ନାହିଁ ।

  ତାର ସ୍ତ୍ରୀ ପରେ ଚେତା ଫେରି ପାଇଲା ,କିନ୍ତୁ ତାକୁ ହଳଦୀ ପାଣିକୁ ମନ୍ତୁରାଇବା ବିଦ୍ଯା ଜଣା ନଥିଲା । ଲୋକେ କହନ୍ତି କାଳେ ପାଲଟା ବାଘ ଔରସରୁ ଯେଉଁ ସନ୍ତାନ ଜନ୍ମ ହେଲା,ସେ ମଣିଷ ପରି ଦିଶୁଥିଲେ ବି ଜଙ୍ଗଲି ବ୍ଯାଘ୍ର ପ୍ରକୃତିର ହୋଇ ବଂଶ ବଢାଇ ଚାଲିଲା । ଏବେ ପାଲଟା ବାଘର ବଂଶ କୁଆଡେ ଚାରି ଆଡକୁ ବ୍ଯାପୀ ଗଲାଣି ।

ତାଙ୍କ ଅଦୃଶ୍ଯ ପାଟି ଭିତରେ ରାସ୍ତା,ପୋଲ, ଖଣି, ପାଣି, ବାଲି,ଜଙ୍ଗଲ ଏବଂ ମଣିଷର ରକ୍ତ ଭାବରେ ପୁଳା ପୁଳା ଟଙ୍କା ସୁନା ସବୁ ଏଯାକ ବି ପଶି କାଳେ ଅସ୍ତିତ୍ବ ଶୂନ୍ଯ ହୋଇ ଯାଉଛି । ଗୁପ୍ତ ମନ୍ତ୍ର ଶକ୍ତିର କିଛି ଅଂଶ ଏବେ ବି କାମ କରୁଥିବାରୁ ତାଙ୍କ କବଳରୁ କେହି ସହଜରେ ଉଦ୍ଧାର ପାଇ ପାରୁ ନାହାନ୍ତି କି କେହି ତାଙ୍କର କିଛି ପ୍ରତିରୋଧ କରି ପାରୁ ନାହାନ୍ତି ।



Friday, April 11, 2025

🌹ଜହ୍ନମାମୁଁ ପୃଷ୍ଠାରୁ..🌹

          🌹ଜହ୍ନମାମୁଁ ପୃଷ୍ଠାରୁ..🌹

             ସୋମିଲାକ୍ ତନ୍ତ୍ରୀ କଥା  

ବହୁ ପୁରାକାଳର କଥା । ଗୋଟିଏ ନଗରୀରେ ‘ସୋମିଲାକ୍’ ନାମକ ଏକ ତନ୍ତୀ ବାସ କରୁଥିଲା । ଲୁଗା ବୁଣି ସେ ନିଜର ଗୁଜୁରାଣ ମେଂଟାଏ । ସେ ବୁଣୁଥିବା ଲୁଗା ଗୁଡିକ ଏତେ ଉତ୍କୃଷ୍ଟମାନର ଥିଲା ଯେ ରାଜା ମଧ୍ୟ ଏହା ପିନ୍ଧିବାକୁ ସବୁ ସମୟରେ ଚାହୁଁଥିଲେ । କିନ୍ତୁ ସେ ତା’ର କାର୍ଯ୍ୟ ଅନୁଯାୟୀ ପାରିଶ୍ରମିକ ପାଉ ନଥିଲା । ଅନ୍ୟ ତନ୍ତୀମାନେ କିନ୍ତୁ ନିକୃଷ୍ଟ ମାନର ପୋଷାକ ପ୍ରସ୍ତୁତ କରୁଥିଲେ ମଧ୍ୟ ସେମାନେ ଅଧିକ ପାରିଶ୍ରମିକ ପାଉଥିଲେ । ଏହା ଦେଖି ଦିନେ ସୋମିଲାକ୍ ତା’ର ପତ୍ନୀକୁ କହିଲା, “ଦେଖ! ଆଜି ମୋର ମନ ଭଲ ନାହିଁ । ମୁଁ ଆଉ ଏ ଦେଶରେ ରହିବା ପାଇଁ ଚାହୁଁ ନାହିଁ ।” ପତ୍ନୀ ସଂଗେ ସଂଗେ ନ ରହିବାର କାରଣ ଜାଣିବାକୁ ଇଚ୍ଛା ପ୍ରକାଶ କଲେ । ସୋମିଲାକ୍ କହିଲେ, ‘ଉତ୍କୃଷ୍ଟ ମାନର ଲୁଗା ପ୍ରସ୍ତୁତ କଲେ ମଧ୍ୟ ମୋତେ ଠିକ୍ ପାରିଶ୍ରମିକ ମିଳୁନାହିଁ । ଅଥଚ ଯେଉଁମାନେ ନିକୃଷ୍ଟ ମାନର ଲୁଗା ବୁଣୁଛନ୍ତି ସେମାନେ ଦିନକୁଦିନ ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି ।

       ସୋମିଲାକ୍ ଙ୍କର ଏହି କଥା ଶୁଣି ପତ୍ନୀ କହିଲେ, “ତୁମେ କହୁଛ ଯେ ତୁମେ ଅନ୍ୟତ୍ର ଯାଇ ଅଧିକ ଅର୍ଥ ରୋଜଗାର କରିବ । କିନ୍ତୁ ଗୋଟିଏ କଥା ମନେରଖ, ଯାହା ତୁମ ଭାଗ୍ୟରେ ଥିବ ତାହା ନିଶ୍ଚୟ ଘଟିବ । ଭାଗ୍ୟ ଏବଂ କର୍ମ ସର୍ବଦା ହାତ ଧରାଧରି ହୋଇ ଚାଲିଥାଆନ୍ତି । ଯେପରି ଗୋଟିଏ ବାଛୁରୀ ଶହ ଶହ ଗାଈଙ୍କ ମଧ୍ୟରୁ ତା’ର ମାଆକୁ ଖୋଜି ପାଇପାରେ, ଠିକ୍ ସେହିପରି ଭାଗ୍ୟ ଶହ ଶହ କର୍ମୀଙ୍କ ମଧ୍ୟରୁ ଉଚିତ୍ କର୍ମୀଙ୍କୁ ଖୋଜି ପାଇପାରେ । ତେଣୁ ମୋର କଥା ମାନି, କେଉଁଆଡେ ନଯାଇ ଏହିଠାରେ ହିଁ ନିଜ କାର୍ଯ୍ୟରେ ମନ ଦିଅ ।” ପତ୍ନୀର କଥା ଶୁଣି ସୋମିଲାକ୍ କହିଲେ, ତୁମେ ଯାହା କହୁଛ ମୋତେ ଠିକ୍ ଲାଗୁ ନାହିଁ । ସବୁ କିଛି କର୍ମ ଉପରେ ନିର୍ଭର କରେ । କର୍ମ ନ କଲେ କେହି କେବେ ତୁମ ହାତ ପାଖରେ ଆଣି ଖାଦ୍ୟ ଦେବେ ନାହିଁ । ସିଂହଟିଏ ଯଦି ତା’ର ଶୀକାର ଖୋଜିବ ନାହିଁ ତା’ ହେଲେ ଶିକାର କଦାପି ସିଂହର ମୁହଁ ପାଖକୁ ଆସିବ ନାହିଁ । ଏହା କହି ସୋମିଲାକ୍ କହିଲେ ମୁଁ ମନସ୍ଥ କରିସାରିଛି, ମୁଁ ଏହି ଯାଗାଛାଡି ଅନ୍ୟତ୍ର ଚାଲିଯିବି ।

କ ସ୍ଥାନରେ ଆସି ପହଁଚିଲେ । ସେ ସେହି ସ୍ଥାନରେ ଦୀର୍ଘ ତିନି ବର୍ଷ ଧରି ରହି, କଠିନ ପରିଶ୍ରମ ବଳରେ ତିନିଶହ ସ୍ୱର୍ଣ୍ଣମଦ୍ରା ଅର୍ଜନ କରିବାକୁ ସକ୍ଷମ ହୋଇଥିଲେ । ଏହାପରେ ସେ ସ୍ୱଗୃହକୁ ପ୍ରତ୍ୟାବର୍ତନ କରିବାକୁ ଇଚ୍ଛାକଲେ        । ଘରକୁ ଫେରିବା ସମୟରେ ଅଧାବାଟରେ ହୋଇଛନ୍ତି ଏକ ଜଙ୍ଗଲ ପଡିଲା । ସେତେବେଳକୁ ସୂର୍ଯ୍ୟ ମଧ୍ୟ ଅସ୍ତ ହୋଇଯିବା ଉପରେ ।’ ରାତିରେ ଏତେବଡ ଜଙ୍ଗଲଟି ପାରହୋଇ ସେ ଯିବେ କିପରି? ଜଙ୍ଗଲ ମଧ୍ୟରେ ରାତିରେ ହିଂସ୍ର ଜନ୍ତୁଙ୍କର ରଡି ତାଙ୍କୁ ଆହୁରି ଭୟଭୀତ କରିଦେଲା । ତେଣୁ ସେ ଏକ ବଡ ଗଛ ଉପରକୁ ଉଠିଯାଇ ସେଠାରେ ବସିଲେ । ବହୁତ ବାଟ ଚାଲି ଚାଲି ଆସିଥିବାରୁ କିଛି ସମୟ ପରେ ତାଙ୍କୁ ସେଠାରେ ନିଦ ଲାଗିଗଲା । ଏହାପରେ ସୋମିଲାକ୍ ସ୍ୱପ୍ନ ଦେଖିଲେ, ଦୁଇଜଣ ଭୟଙ୍କର ଦେଖା ଯାଉଥିବା ମଣିଷ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରୁଛନ୍ତି ।

       ‘କର୍ମ’ କହୁଛି, ‘ତୁମେ କ’ଣ ପାଇଁ ସୋମାଲିକ୍ ଙ୍କୁ ପାରିଶ୍ରମିକ ସ୍ୱରୂପ ତିନି ଶହ ସ୍ୱର୍ଣ୍ଣ ମୁଦ୍ରା ଦେଲ? ତୁମେ କ’ଣ ଜାଣି ନାହଁ ସେ କେବଳ ତା’ର ଖାଇବା ଏବଂ ପିନ୍ଧିବା ପାଇଁ ଯେତିକି ଅର୍ଥ ଆବଶ୍ୟକ, ସେ କେବଳ ସେତିକି ଅର୍ଥ ଚାହେଁ ।

       ‘ଭାଗ୍ୟ’ ସଂଗେ ସଂଗେ ଉତ୍ତର ଦେଲା, ମୁଁ କ’ଣ କରି ପାରିଥାନ୍ତି ଯେ, ସେହି ବ୍ୟକ୍ତି ଜଣକ ବହୁତ ପରିଶ୍ରମ କରିଛନ୍ତି । ମୁଁ ‘ତ’ ତାଙ୍କ ପରିଶ୍ରମ ଅନୁସାରେ ତାଙ୍କୁ ଫଳ ପ୍ରଦାନ କରିଛି । ତୁମେ ମୋତେ କ’ଣ ପାଇଁ ଦାୟୀ କରୁଛ?

       ଏହାପରେ ହଠାତ୍ ସୋମିଲାକ୍ ଙ୍କର ନିଦ ଭାଙ୍ଗିଗଲା । ସେ ସଂଗେ ସଂଗେ ନିଜ ପଇସାମୁଣି ବାହାର କରି ଦେଖନ୍ତି ତ ଗୋଟିଏ ହେଲେ ପଇସା ନାହିଁ । ସେ ଭାବିଲେ କ’ଣ ସବୁ ହୋଇଗଲା? ମୁଁ ଦିନ ରାତି ପରିଶ୍ରମ କରି ଏତିକି ସମ୍ବଳ ଉପାର୍ଜନ କରିଥିଲି, ମାତ୍ର ମୁହୂର୍ତକରେ ସେସବୁ କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଗଲା । ମୋର ପରିଶ୍ରମର କିଛି ମୂଲ୍ୟ ରହିଲା ନାହିଁ । ମୁଁ କିପରି ମୋର ପତ୍ନୀ ଏବଂ ବନ୍ଧୁ ପରିଜନ ମାନଙ୍କୁ ମୁହଁ ଦେଖାଇବି ତେଣୁ ମୁଁ ବର୍ତ୍ତମାନ ଘରକୁ ନ ଫେରି ପୁନର୍ବାର ବର୍ଦ୍ଧମାନପୁର ଫେରିଯିବି ।

       ବର୍ଦ୍ଧମାନପୁରରେ କିଛି ବର୍ଷ ରହିବା ପରେ ସେ ପୁନର୍ବାର ପାଂଚଶହ ସ୍ୱର୍ଣ୍ଣମୁଦ୍ରା ଉପାର୍ଜନ କରିବାକୁ ସକ୍ଷମ ହୋଇପାରିଲେ । ଏହାପରେ ସେ ପୁଣିଥରେ ଘରକୁ ଯିବାକୁ ଚାହିଁଲେ । ଏହିପରି କିଛି ବାଟ ଯିବାପରେ ଜଙ୍ଗଲ ପଡିଲା । ସୂର୍ଯ୍ୟ ଅସ୍ତ ହୋଇ ଆସୁଥାନ୍ତି । ସୋମିଲାକ୍ ଠିକ୍ କଲେ ଯେ ଜଙ୍ଗଲରେ ରାତି କଟାଇ ତହିଁଆର ଦିନ ଗ୍ରାମକୁ ଯିବେ । ପୂର୍ବଥର ଶୋଇପଡିବାରୁ ମୁଦ୍ରା ସବୁ କେଉଁଆଡେ ଉଭାନ୍ ହୋଇଯାଇଥିଲା । ତେଣୁ ସେ ଏହିଥର ଜଙ୍ଗଲରେ ବିଶ୍ରାମ ନନେଇ ବାଟ ଚାଲିବାକୁ ମନସ୍ଥ କଲେ । କିଛି ସମୟ ପରେ ସେ ଦୁଇଜଣ କଥାବାର୍ତ୍ତା ହେଉଥିବାର ଶୁଣିବାକୁ ପାଇଲେ? କର୍ମ କହିଲା, ‘ତୁମେ କଣ ପାଇଁ ସୋମିଲାକ୍ଙ୍କୁ ପାଂଚ ଶହ ସ୍ୱର୍ଣ୍ଣ ମୁଦ୍ରା ଦେଲ? ତୁମେ ବୋଧହୁଏ ଜାଣିନାହଁ, ସେ କେବଳ ଖାଦ୍ୟ ଏବଂ ବସ୍ତ୍ର ପାଇଁ ଯେତିକି ଅର୍ଥ ଆବଶ୍ୟକ ସେତିକି ସେ ଚାହାଁନ୍ତି । ‘ଭାଗ୍ୟ’ କହିଲା, ‘ମୁଁ କ’ଣ କରିପାରିଥାନ୍ତି’, ଜଣେ ମନୁଷ୍ୟ କଠିନ ପରିଶ୍ରମ କରିବ । ମୁଁ ତାକୁ ତା’ର ପରିଶ୍ରମର ମୂଲ୍ୟ ଦେବି ନାହିଁ । ତୁମେ ମୋତେ ଏଥିପାଇଁ ଦାୟୀ କର ନାହିଁ!

       ଯେତେବେଳେ ସୋମିଲାକ୍ ଏହି କଥା ଶୁଣିବାକୁ ପାଇଲେ, ଏହାପରେ ସଂଗେ ସଂଗେ ସେ ମୁଣି ଦେଖନ୍ତିତ ମୁଣିରେ ସ୍ୱର୍ଣ୍ଣମୁଦ୍ରା ଗୁଡିକ କେଉଁ ଆଡେ ଉଭାନ୍ ହୋଇଯାଇଛି । ସୋମିଲାକ୍ ଏହା ଦେଖି ମନେ ମନେ ନିଜକୁ ଖୁବ୍ ନିନ୍ଦା କଲେ । ଏବଂ ଚିନ୍ତା କଲେ, ମୁଁ ଏହି ସ୍ୱର୍ଣ୍ଣମୁଦ୍ରା ଗୁଡିକୁ ପୁଣିଥରେ ହଜାଇଦେଲି । ଆଉ ମଧ୍ୟ ଫେରି ପାଇବାର ଆଶା ନାହିଁ । ତେଣୁ ଏହି ଜୀବନ ରଖି କିଛି ଲାଭ ନାହିଁ । ସେ ଆତ୍ମହତ୍ୟା କରିବେ ବୋଲି ମନସ୍ଥ କଲେ । ଗୋଡିଏ ଦଉଡି ଆଣି ସେହି ବୃକ୍ଷରେ ବାନ୍ଧି ଆତ୍ମହତ୍ୟା କରିବାକୁ ଯିବା ସମୟରେ ସେ ଏକ ଶବ୍ଦ ଶୁଣିବାକୁ ପାଇଲେ । ସ୍ୱର୍ଗରୁ କେହି ଜଣେ ତାଙ୍କୁ ଯେପରି କହୁଛି, ‘ସୋମାଲିକ୍’! ଏହିପରି କାର୍ଯ୍ୟ କର ନାହିଁ । ମୁଁ ହେଉଛି ଭାଗ୍ୟ, ଯିଏ କି ତୁମର ସ୍ୱର୍ଣ୍ଣ ମୁଦ୍ରା ଗୁଡିକୁ ଚୋରାଇ ନେଇଛି । ମୁଁ ଭାବିଥିଲି ତୁମେ ତୁମର ଖାଦ୍ୟ ବସ୍ତ୍ର ପାଇଁ ଯେତିକି ଧନ ଆବଶ୍ୟକ ସେତିକି ତୁମର ଦରକାର । କିନ୍ତୁ ତୁମର କାର୍ଯ୍ୟ କରିବାର ସ୍ପୃହା ମୋତେ ବହୁତ ଆନନ୍ଦ ଦେଇଛି । ତେଣୁ ତୁମର ଯାହା ଇଚ୍ଛା ତାହା ତୁମେ ମୋତେ ମାଗ । ମୁଁ ତୁମକୁ ନିଃଦ୍ୱନ୍ଦରେ ତାହା ଦେବାକୁ ରାଜି ଅଛି । ଭାଗ୍ୟ ଦେବତାଙ୍କର ଏହି କଥା ଶୁଣି ସୋମିଲାକ୍ କହିଲେ, ‘ମୋତେ ପ୍ରଚୁର ଅର୍ଥ ଦାନ କରନ୍ତୁ । ଭାଗ୍ୟ ଦେବତା ପଚାରିଲେ, ‘ତୁମେ ଏତେ ଗୁଡିଏ ଧନ ନେଇ କଣ କରିବ? ତୁମେ ତ ତାହାର ବ୍ୟବହାର ଜାଣି ନାହଁ? ତାଛଡା ତୁମେ ତ କେବେ ଆବଶ୍ୟକତାଠାରୁ ଅଧିକ ଅର୍ଥ ଉପାର୍ଜନ କରି ନାହଁ?

       ସୋମିଲାକ୍ କହିଲେ, ‘ଦୟାକରି, ଆପଣ ମୋତେ ଅଧିକ ଅର୍ଥ ଦାନ କରନ୍ତୁ । ସମାଜରେ ଯାହା ପାଖରେ ଅଧିକ ଧନ ଥାଏ । ସେ ଯେତେ ନୀଚ୍ଚ ଜାତିର ହେଉ ପଛେ ତାକୁ ସମସ୍ତେ ସମ୍ମାନ ପ୍ରଦାନ କରିଥାଆନ୍ତି । ଏହାପରେ ଭାଗ୍ୟଦେବତା କହିଲେ, ତୁମକୁ ପ୍ରଥମେ ଦୁଇଜଣ ବଣିକଙ୍କ ଘରକୁ ଯିବାକୁ ପଡିବ । ଜଣଙ୍କର ନାମ ହେଉଛି ‘ଗୁପ୍ତଧନ’ ଆଉ ଜଣକର ନାମ ହେଉଛି ‘ଉପଭୁକ୍ତ ଧନ’ । ତୁମେ ପ୍ରଥମେ ତାଙ୍କର ବ୍ୟବହାର ସଂପର୍କରେ ଜାଣିବ? ତୁମକୁ ଯାହାର ବ୍ୟବହାର ଭଲ ଲାଗିବ, ମୁଁ ତୁମକୁ ସେହି ଅନୁସାରେ ଧନ ପ୍ରଦାନ କରିବି । ଏହା କହି ଭାଗ୍ୟଦେବତା ସୋମିଲାକ୍ଙ୍କ ସାମ୍ନାରୁ କେଉଁ ଆଡେ ଅଦୃଶ୍ୟ ହୋଇଗଲେ ।

       ଏହାପରେ ସୋମିଲାକ୍ ସଂଗେ ସଂଗେ ବର୍ଦ୍ଧମାନପୁର ଯିବାକୁ ସ୍ଥିର କଲେ । ସନ୍ଧ୍ୟା ହୋଇଆସୁଥାଏ । ‘ଗୁପ୍ତଧନ’ର ଘର କେଉଁଠାରେ ବୋଲି ପଚାରି ପଚାରି ସେଠାରେ ଯାଇ ପହଁଚିଲେ । ଗୁପ୍ତଧନ, ତାଙ୍କର ପତ୍ନୀ ଏବଂ ତାଙ୍କର ପୁତ୍ର କେହି ସୋମିଲାକ୍ଙ୍କର ଉପସ୍ଥିତି ସେଠାରେ ଚାହୁଁ ନଥିଲେ । ସେମାନଙ୍କର ଅନିଚ୍ଛା ସତ୍ୱେ ସୋମିଲାକ୍ ସେମାନଙ୍କର ଅତିଥି ହୋଇ ରହିଲେ । ରାତ୍ରି ସମୟରେ ଯେତେବେଳେ ସମସ୍ତେ ଭୋଜନ କରିବାକୁ ଗଲେ, ଅତିଥିଙ୍କୁ ଯେପରି ଆଦର ସହକାରେ ଖାଦ୍ୟ ପରଷିବା କଥା, ତାହା ସେମାନେ କଲେ ନାହିଁ । ଏହାପରେ ସୋମିଲାକ୍ ଶୋଇବା ପାଇଁ ଗଲେ । ସେ ଶୁଣିବାକୁ ପାଇଲେ ଦୁଇଜଣ ବ୍ୟକ୍ତି କଥାବାର୍ତ୍ତା ହେଉଛନ୍ତି । କର୍ମ କହିଲେ, ‘ତୁମେ କ’ଣ ପାଇଁ ଗୁପ୍ତଧନଙ୍କୁ ବାଧ୍ୟ କଲ ସୋମିଲାକ୍ଙ୍କୁ ଖାଇବାକୁ ଦେବାପାଇଁ? ତମେ କ’ଣ ଜାଣି ନାହଁ ଗୁପ୍ତଧନ ଅନ୍ୟ କାହା ପାଇଁ ଖର୍ଚ୍ଚ କରିବାକୁ ଭଲ ପାଆନ୍ତି ନାହିଁ ।

       ‘ଭାଗ୍ୟ’ କହିଲେ, ମୁଁ କ’ଣ କରିଥାଆନ୍ତି? ସୋମିଲାକ୍ ମଧ୍ୟ ଖାଦ୍ୟ ଆବଶ୍ୟକ କରୁଥିଲେ ଏବଂ ଗୁପ୍ତଧନ ତାଙ୍କର ପ୍ରକୃତି ଯେପରି ସୋମିଲାକ୍ଙ୍କ ପ୍ରତି ସେହିପରି ବ୍ୟବହାର ପ୍ରଦର୍ଶନ କଲେ । ତୁମେ ମୋତେ ବାରମ୍ବାର କ’ଣ ପାଇଁ ଦାୟୀ କରୁଛ?

       ତହିଁଆରଦିନ ସକାଳୁ ସୋମିଲାକ୍ ଶୀଘ୍ର ଉଠିପଡି ଯିବାକୁ ବାହାରିଲେ । ସେହି ସମୟରେ ସେ ଦେଖିବାକୁ ପାଇଲେ, ଗୁପ୍ତଧନକୁ କଲେରା ରୋଗ ହୋଇଛି । ଦିନ ସାରା କିଛି ଖାଇ ପାରିଲେ ନାହିଁ । ଏହାପରେ ସୋମିଲାକ୍ ଉପଭୁକ୍ତଧନଙ୍କର ଘରେ ଯାଇ ପହଁଚିଲେ । ସେ ସୋମିଲାକ୍ଙ୍କୁ ଦେଖିବା ମାତ୍ରକେ ସଂଗେ ସଂଗେ ଖୁସିରେ ସ୍ୱାଗତ କଲେ । ତାଙ୍କୁ ପ୍ରଥମେ ଗାଧୋଇ ପାଧୋଇ ନୂତନବସ୍ତ୍ର ପରିଧାନ କରିବା ପାଇଁ କହିଲେ । ଏହାପରେ ତାଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କଲେ । ରାତିରେ ତାଙ୍କର ଶୋଇବାର ମଧ୍ୟ ସୁବନ୍ଦୋବସ୍ତ କଲେ । ଯେତେବେଳେ ସୋମିଲାକ୍ ଶୋଇବା ପାଇଁ ଗଲେ, ସେହି ସମୟରେ ପୁନର୍ବାର ଭାଗ୍ୟଦେବତା ଏବଂ କର୍ମ ଦେବତାଙ୍କ କଥୋପକଥୋନ ଶୁଣି ପାରିଲେ । କର୍ମ ଦେବତା କହିଲେ, ‘ତୁମେ କଣ ପାଇଁ ଉପଭୁକ୍ତଧନଙ୍କୁ ସସମ୍ମାନେ ଅତିଥି ଚର୍ଚ୍ଚା କରିବା ପାଇଁ କହିଲ? ତୁମେ ବୋଧହୁଏ ଜାଣି ନାହଁ ଉପଭୁକ୍ତଧନଙ୍କ ନିକଟରେ ଅଧିକ ଧନ ନାହିଁ । କିନ୍ତୁ ସେ ସଦା ସର୍ବଦା ଅତିଥି ମାନଙ୍କ ପାଇଁ ଖର୍ଚ୍ଚ କରିଚାଲିଥାନ୍ତି । ‘ଭାଗ୍ୟ’ ଦେବତା କହିଲେ, ‘ସୋମିଲାକ୍ ଯାହା ଚାହୁଁଥିଲେ, ‘ଉପଭୁକ୍ତଧନ’ ତାହା ପୂରଣ କଲେ । ଉପଭୁକ୍ତଧନ ତାଙ୍କ ପ୍ରକୃତି ଅନୁସାରେ କାର୍ଯ୍ୟ କଲେ । ଏଥିପାଇଁ ମୋତେ ଦାୟୀ କରିବା ଉଚିତ୍ ନୁହେଁ ।

       ତହିଁଆରଦିନ ସକାଳୁ ରାଜାଙ୍କର ଭୃତ୍ୟ ଆସି ଉପଭୁକ୍ତ ଧନକୁ କିଛି ଧନ ପ୍ରଦାନ କଲେ । ସୋମିଲାକ୍ ଯେତେବେଳେ ଏହା ଦେଖିଲେ, ସେ କହିଲେ, ‘ଏହି ଉପଭୁକ୍ତଧନ ନାମଧାରୀ ବ୍ୟକ୍ତି ଜଣକ ଧନୀ ହୋଇ ନପାରନ୍ତି ସତ, କିନ୍ତୁ ଗୁପ୍ତଧନଠାରୁ ଶତ ଗୁଣେ ଭଲ । ତେଣୁ ହେ ଭାଗ୍ୟ ଦେବତା । ମୁଁ ଉପଭୁକ୍ତଧନଙ୍କ ପରି ଆଦର୍ଶବାନ୍ ହେବାକୁ ଚାହେଁ ।

ଜହ୍ନମାମୁଁ ପତ୍ରିକାରୁ ସଂଗୃହୀତ 

Saturday, April 5, 2025

ହିନ୍ଦୁ ଏକତା ଶୋଭାଯାତ୍ରା

                          ଜୟ ଶ୍ରୀରାମ 
ଧର୍ମରକ୍ଷା ସେନା (ଆଳି) ତରଫରୁ ଆସନ୍ତା ତା-୦୬-୦୪-୨୦୨୫ ରିଖ (ରବିବାର) ଦିନ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସକାଳ ୯ ଘଟିକା ସମୟରେ ଆଳିିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଲକ୍ଷ୍ମୀବରାହଜୀଉ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଆରମ୍ଭ ହେବ,

ସର୍ବ ପ୍ରଥମେ ସେଠାରେ ବରାହଜୀଉଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ ପୂଜା ଅର୍ଚ୍ଚନା ସରିବା ପରେ ଶୋଭାଯାତ୍ରା କାର୍ଯ୍ୟ ଆରମ୍ଭ ହୋଇ ଗଡ଼ଗଡ଼ି ସେତୁ ନିକଟରେ ପହଞ୍ଚିବ ଓ ତାପରେ ମେନ୍ ରୋଡରେ ରାଲି  ପତ୍ରପୁର ଅଭିମୁଖେ ଶୋଭାଯାତ୍ରା ଜାରି ରହିବ, ପତ୍ରପୁର ସେତୁ ନିକଟରେ ପହଞ୍ଚିବା ପରେ ଶୋଭାଯାତ୍ରାଟି ସେଉଠୁ ପ୍ରତ୍ୟାବର୍ତ୍ତନ କରି.. ମାଳପାଟଣା ସ୍ଥିତ ବାବା ଭାତୁଆ ବଟ"ଙ୍କ ପାଖରେ ସମସ୍ତ ସେନାଙ୍କ ପାଇଁ ପ୍ରସାଦ ସେବନର ସୁ ବ୍ୟବସ୍ଥା କରାଯାଇଛି,

ଏଣୁ ସମସ୍ତ ସନାତନ ଧର୍ମାବଲମ୍ବୀ ଭାଇ ଓ ମା/ ଭଗିନୀ ମାନଙ୍କୁ ବିଶେଷ ଅନୁରୋଧ - - - 

ଏହି ବିଶାଳ ଶୋଭାଯାତ୍ରାରେ ଯୋଗଦାନ କରି ନିଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ବିଜୟ ଧ୍ଵଜା ସାରା ଭାରତ ବର୍ଷର କୋଣ ଅନୁକୋଣରେ ଉଡାଇବାରେ ଜଣେ ଜଣେ ସହଭାଗୀ ହୁଅନ୍ତୁ..

ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରନ୍ତୁ ଓ ନିଜର ପରୋକ୍ଷ ସହଯୋଗ ମାଧ୍ୟମରେ ସହଭାଗିତା ବଜାୟ ରଖନ୍ତୁ,

ଏମିତି ଏକ ମହାନ୍ ଉଦ୍ଦେଶ୍ୟ ରଖି ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟ ନିମନ୍ତେ ନିଜ ନିଜର ସକ୍ଷମ ଅନୁସାରେ ସାହାଯ୍ୟ ସହଯୋଗ କରିବାକୁ ବିନମ୍ର ଅନୁରୋଧ..!!

                *ଜୟ ଶ୍ରୀରାମ🚩🕉️🚩*

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...