AFFILIATE MARKETING

https://binomo.com?a=90810425bb57&t=0

Monday, March 31, 2025

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

କଟକ, ୩୦/୦୩: କଟକ ଚୌଦ୍ୱାର ନିର୍ଗୁଣ୍ଡି ନିକଟରେ ଆଜି ଏକ ସୁପରଫାଷ୍ଟ ରେଳ ଦୁର୍ଘଟଣା ଘଟିଛି। ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ଏୟାରକଣ୍ଡିସନ ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ୱାର ଅଞ୍ଚଳର ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ପୂର୍ବତଟ ରେଳପଥର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ (ସିପିଆରଓ) ଅଶୋକ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ରିପୋର୍ଟରେ କେହି ମୃତାହତ ହୋଇନାହାନ୍ତି। ତେବେ କିଛି ଜଣ ଆହତ ହୋଇଥିବା ପାସେଞ୍ଜର ମାନଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବତଟ ରେଳପଥର ଜିଏମ୍, ଖୋର୍ଦ୍ଧା ଡିଭିଜନ ଡିଆରଏମ୍, ଅନ୍ୟ ଜରୁରୀକାଳୀନ ଅଧିକାରୀଙ୍କ ସମେତ ବରିଷ୍ଠ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ଅଟକି ରହିଥିବା ପାସେଞ୍ଜର ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ରେଳବାଇ ପକ୍ଷରୁ ହେଲ୍ପଲାଇନ୍ 8991124238 ଜାରି କରାଯାଇଛି।

ଆଳି ବାର ଆସୋସିଏସନ ର ନିର୍ବାଚନ ଫଳାଫଳ

ଆଳି ବାର ଆସୋସିଏସନ ନିର୍ବାଚନ 

ଆଳି - 29/03/2025
ୱାନ୍ ବାର ୱାନ୍ ଇଲେକ୍ସନ ପରିପ୍ରେକ୍ଷୀରେ ଆଳି ବାର ଆସୋସିଏସନ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ପ୍ରିଜାଇଡିଂ ଅଫିସର ଭାବେ ଆଡଭୋକେଟ ଶରତ ମହାନ୍ତି ଓ ସହଯୋଗୀ ନିର୍ବାଚନ ପରିଚାଳନାରେ ଆଡଭୋକେଟ ରାଧାକାନ୍ତ ବିଶ୍ଵାଳ ଏହି ନିର୍ବାଚନ ପରିଚାଳନା କରିଥିଲେ l

ସମସ୍ତ ସାତଟି ପଦବୀ ମଧ୍ୟରୁ ଚାରିଗୋଟି ପଦବୀରେ ଚାରିଜଣ ପ୍ରାର୍ଥୀ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ l ତିନିଜଣ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ବାଚନ ମାଧ୍ୟମରେ ନିର୍ଦ୍ଧାରିତ ହୋଇଛି l

ଆଜି ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ଶ୍ରୀ ବସନ୍ତ କୁମାର ନାୟକ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଶ୍ରୀ ମୃତ୍ୟୁଞ୍ଜୟ ସାମଲଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି ସମ୍ପାଦକ ଭାବେ ଶ୍ରୀ ଅକ୍ଷୟ କୁମାର ମଲିକ ତାଙ୍କ ପ୍ରତିଦ୍ଵନ୍ଦୀ ଶ୍ରୀ ଅଜୟ କୁମାର ସେଠୀଙ୍କୁ ପରାସ୍ତ କରି ବିଜଯ ଲାଭ କରିଛନ୍ତି l ଉପସଭାପତି ଭାବେ ଶ୍ରୀମତୀ ପ୍ରତିଭା ପାତ୍ର ଶ୍ରୀମତୀ ପଦ୍ମିନୀ ଆଚାର୍ଯ୍ଯଙ୍କୁ ପରାସ୍ତକରି ବିଜୟ ଲାଭ କରିଛନ୍ତି l ଜଏଣ୍ଟ ସେକ୍ରେଟାରୀ ଭାବେ ଶ୍ରୀ ଅଣାକର ବାରିକ, ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ଶ୍ରୀ ସୂର୍ଯ୍ୟମଣୀ ସାମଲ ଓ ଲାଇବ୍ରେରୀ ସେକ୍ରେଟାରୀ ଭାବେ ପ୍ରଦୀପ କୁମାର ଦାଶ ଓ ଏକଜିକ୍ୟୁଟିଭ ବଡ଼ି ସଦସ୍ୟ ଭାବେ ଶ୍ରୀ ଭିକାରୀ ଚରଣ ସାମଲ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l

ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ଭବ୍ୟ ଏବଂ ଦିବ୍ୟ ଆକାରରେ ପାଳିତ ହେବ ଓଡ଼ିଆ ପକ୍ଷ: ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

୧୪ ଦିନ ଧରି ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ


ଭୁବନେଶ୍ୱର - ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଆଡ଼ମ୍ବରର ସହ “ଓଡ଼ିଆ ପକ୍ଷ” ପାଳନ କରାଯିବ। ଏହି ଭବ୍ୟ ଏବଂ ଦିବ୍ୟ ସମାରୋହକୁ ପାଳନ କରିବା ପାଇଁ ବ୍ଲକ ସ୍ତରରୁ ନେଇ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସାମିଲ କରାଯିବ। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ ପୁନଶ୍ଚ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଓଡ଼ିଆ ପକ୍ଷକୁ ପାଳନ କରାଯିବ”, ବୋଲି କହିଛନ୍ତି ସଂସ୍କୃତିମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଆଜି ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସୂରଜ ଓଡ଼ିଆ ପକ୍ଷ ପାଳନକୁ ନେଇ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଓଡ଼ିଆ ପକ୍ଷରେ ପାଳନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ହେଲା :

 

ଏପ୍ରିଲ ୧

ସ୍ଵତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ରାଜ୍ୟ, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସ ପାଳନ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ କରାଯିବ।

 

ଏପ୍ରିଲ ୨

ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ ।

 

ଏପ୍ରିଲ ୩

ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପର ପ୍ରଚାର-ପ୍ରସାର ପାଇଁ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ- “ଆମ ପୋଷାକ ଆମ ପରିଚୟ” ଦିବସ ପାଳନ କରାଯିବ।

 

ଏପ୍ରିଲ ୪

ରାଜ୍ୟର ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଅଭିଯାନ – ସଚେତନତା ପଦଯାତ୍ରା” ର ଆୟୋଜନ କରାଯିବ।

 

ଏପ୍ରିଲ ୫

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

 

ଏପ୍ରିଲ ୬

ଓଡ଼ିଶାରେ ଥିବା ଦେବାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକୁ ସର୍ବଦା ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛତା ଅଭିଯାନର ଆୟୋଜନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ଆୟୋଜନ କରାଯିବ।


ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ “ବର୍ଣ୍ଣବୋଧ” ନିମନ୍ତେ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ ଭାବେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହା ପାଳନ କରାଯିବ।

 

ଏପ୍ରିଲ ୮

ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଦିନ ରକ୍ତଦାନ ଅଭିଯାନ ପାଳନ କରାଯିବ।

 

ଏପ୍ରିଲ ୯

ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଦିନଟିକୁ “ଆସ ବହିଟିଏ କିଣିବା” ଅଭିଯାନ ଭାବରେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।

 

ଏପ୍ରିଲ ୧୦

ଓଡ଼ିଶାର ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ “ଲୋକକଳା ପାଇଁ ଦିନ ଟିଏ -ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ ଉତ୍ସବର ପାଳନ କରାଯିବ। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।

 

ଏପ୍ରିଲ ୧୧

ଓଡ଼ିଶା ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ଦିନରେ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ।

 

ଏପ୍ରିଲ ୧୨

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା କରାଯିବ।

 

ଏପ୍ରିଲ ୧୩

ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ଖାଦ୍ୟ ପରମ୍ପରାକୁ ପାଳନ କରିବା ପାଇଁ “ପାରମ୍ପାରିକ ଖାଦ୍ୟ ପାଳନ ଅଭିଯାନ- ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳନ କରାଯିବ। ପଞ୍ଚାୟତିରାଜ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯିବ ।

 

ଏପ୍ରିଲ ୧୪

ଓଡ଼ିଆ ନବବର୍ଷକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯିବ।

 

ଏଥିସହ ସଫଳତାର ସହ ଓଡ଼ିଆ ପକ୍ଷ ପାଳନକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା ମଧ୍ୟ କରିଥିଲେ। ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ଓଡ଼ିଆ ପକ୍ଷକୁ ଯେପରି ସୁଚାରୁ ରୂପେ ମହା ଆଡ଼ମ୍ବରର ସହ ପାଳନ କରାଯିବ ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ଲୋକ ସାମିଲ ହେବେ ତାହାକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ସଚିବ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Sunday, March 30, 2025

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଦୁର୍ଘଟଣା

କଟକ, ୩୦/୦୩: କଟକ ଚୌଦ୍ୱାର ନିର୍ଗୁଣ୍ଡି ନିକଟରେ ଆଜି ଏକ ସୁପରଫାଷ୍ଟ ରେଳ ଦୁର୍ଘଟଣା ଘଟିଛି। ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ଏୟାରକଣ୍ଡିସନ ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ୱାର ଅଞ୍ଚଳର ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ପୂର୍ବତଟ ରେଳପଥର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ (ସିପିଆରଓ) ଅଶୋକ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ରିପୋର୍ଟରେ କେହି ମୃତାହତ ହୋଇନାହାନ୍ତି। ତେବେ କିଛି ଜଣ ଆହତ ହୋଇଥିବା ପାସେଞ୍ଜର ମାନଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବତଟ ରେଳପଥର ଜିଏମ୍, ଖୋର୍ଦ୍ଧା ଡିଭିଜନ ଡିଆରଏମ୍, ଅନ୍ୟ ଜରୁରୀକାଳୀନ ଅଧିକାରୀଙ୍କ ସମେତ ବରିଷ୍ଠ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ଅଟକି ରହିଥିବା ପାସେଞ୍ଜର ମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ରେଳବାଇ ପକ୍ଷରୁ ହେଲ୍ପଲାଇନ୍ 8991124238 ଜାରି କରାଯାଇଛି।

ଓଡିଶା ସରକାରଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ତରଫରୁ ୭ କଲ୍ୟାଣକାରୀ ସୁବିଧା

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ତରଫରୁ ୭ କଲ୍ୟାଣକାରୀ ସୁବିଧା ଘୋଷିତ 

ଭୁବନେଶ୍ୱର, ୨୭/୦୩: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଯୋଗାଇ ଦିଆଯାଉଥିବା କଲ୍ୟାଣମୂଳକ ସୁବିଧା ବିଷୟରେ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଯେକୌଣସି ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ୭ଟି କଲ୍ୟାଣକାରୀ ସୁବିଧା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି।

କାର୍ଯ୍ୟରତ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା-୨୦୧୬ ଅଧିନରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।

କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଏ। ସେହିପରି ମୃତ ସାମ୍ବାଦିକଙ୍କ ପିଲାଙ୍କ ସ୍କୁଲ ଖର୍ଚ୍ଚ ପାଇଁ ମାସିକ ୧୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ସହାୟତାର ବ୍ୟବସ୍ଥା ରହିଛି।

ସ୍ଥାୟୀ ଭାବେ ଭିନ୍ନକ୍ଷମ ସାମ୍ବାଦିକମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଦିଲ୍ଲୀସ୍ଥିତ ଓଡ଼ିଶା ବାସଭବନ, କୋଲକାତାର ଉତ୍କଳ ଭବନ, ମୁମ୍ବାଇସ୍ଥିତ ଓଡ଼ିଶା ଭବନ ଓ ସରକାରୀ ଡାକଘରେ ସରକାରୀ ଦରରେ ରହିବାର ସୁବିଧା ଯୋଗାଇ ଦେବାକୁ ଉକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି।

ରିହାତି ରେଳ ଯାତ୍ରା ପାଇଁ ଅଣସ୍ଵିକୃତୀପ୍ରାପ୍ତ ସାମ୍ବାଦିକମାନଙ୍କୁ ଆବଶ୍ୟକୀୟ ପାସ୍ ପ୍ରଦାନ କରିବାକୁ ରେଳ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି।

ସାମ୍ବାଦିକମାନେ ରଥଯାତ୍ରାର ବିବରଣୀ ସଂଗ୍ରହ କରିବା ପାଇଁ ପୁରୀ ଯିବାର ବ୍ୟବସ୍ଥା କରାଯାଇଛି।

କର୍ତ୍ତବ୍ୟ ନିର୍ବାହ କରୁଥିବା ସମୟରେ କୋଭିଡ୍-୧୯ ସଂକ୍ରମଣରେ ମୃତ୍ୟୁବରଣ କରିଥିବା କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି।

ସଚିବାଳୟକୁ ପ୍ରବେଶ ପାଇଁ ସାମ୍ବାଦିକମାନଙ୍କୁ ପାସ୍ ଦେବାକୁ ଗୃହ ବିଭାଗକୁ ସୁପାରିସ କରାଯାଇଛି।

Thursday, March 27, 2025

ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ ଗୃହିତ

 ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ ୨୦୨୫ 

ନୂଆଦିଲ୍ଲୀ, ୨୭/୦୩: ଆଜି ଲୋକସଭାରେ ପାରିତ ହୋଇଯାଇଛି ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫। ଏହି ବିଲ ଉପରେ ବିତର୍କ ହେଉଥିବା ବେଳେ ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେଉଁମାନେ ପର୍ଯ୍ୟଟକ ଭାବରେ କିମ୍ବା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ବ୍ୟବସାୟ ପାଇଁ ଭାରତ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ କରିବେ ସରକାର। କିନ୍ତୁ ଯେଉଁମାନେ ବିପଦ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯେଉଁମାନେ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବେ ସେମାନଙ୍କୁ ଦେଶ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଆମ ଦେଶ ଏକ ‘ଧର୍ମଶାଳା’ ନୁହେଁ। ଯଦି କେହି ଦେଶର ବିକାଶରେ ଯୋଗଦାନ ଦେବା ପାଇଁ ଦେଶକୁ ଆସନ୍ତି, ତେବେ ସେମାନଙ୍କୁ ସର୍ବଦା ସ୍ୱାଗତ କରାଯିବ।

ମିଆଁମାର ଏବଂ ବାଂଲାଦେଶୀମାନେ ବ୍ୟକ୍ତିଗତ ଫାଇଦା ପାଇଁ ଭାରତରେ ଆଶ୍ରୟ ନେଉଛନ୍ତି। ଯାହା ଫଳରେ ସେମାନେ ଦେଶକୁ ଅସୁରକ୍ଷିତ କରିଦେଇଛନ୍ତି। ଯଦି ଅନୁପ୍ରବେଶକାରୀମାନେ ଭାରତରେ ଅଶାନ୍ତି ସୃଷ୍ଟି କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରସ୍ତାବିତ ଆଇନ ଦେଶର ସୁରକ୍ଷାକୁ ସୁଦୃଢ କରିବ। ଅର୍ଥନୀତି, ବ୍ୟବସାୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ସୃଷ୍ଟି କରିବ। ଏହି ବିଲ୍ ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ସବୁଠାରୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ସାହାଯ୍ୟ କରିବ।

ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ଅନୁପ୍ରବେଶକାରୀଙ୍କ ପ୍ରତି ଦୟା ବଢ଼ୁଛି। ପଶ୍ଚିମବଙ୍ଗ ବାଂଲାଦେଶ ସୀମାରେ ୨୨୦୦ କିଲୋମିଟରର ସ୍ଥଳ ସୀମା ମଧ୍ୟରୁ ଅଧିକ ବାଡ଼ ଲାଗିବା କାମ ସରିଥିବା ବେଳେ ୪୫୦ କିଲୋମିଟର ବାଡ଼ ଲାଗିବା କାମ ବାକି ରହିଛି। ପଶ୍ଚିମବଙ୍ଗ ସରକାର ବାଡ଼ ତିଆରି ପାଇଁ ଜମି ଦେଉନଥିବାରୁ ଏହି କାମ ବାକି ରହିଛି। ଯେତେବେଳେ ବି ବାଡ଼ ଲାଗିବା ପ୍ରକ୍ରିୟା ଚାଲୁ ହେଉଛି, ସେତେବେଳେ ଶାସକ ଦଳର କର୍ମୀମାନେ ଗୁଣ୍ଡାଗର୍ଦ୍ଦି କରି କାମକୁ ଅଟକାଉଛନ୍ତି। କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ୧୧ଟି ଚିଠି ଲେଖିବା ସହ ଏହି ପ୍ରସଙ୍ଗରେ ରାଜ୍ୟ ଅଧିକାରୀଙ୍କ ସହ ୭ ଥର ଆଲୋଚନା କରିସାରିଲେଣି। କିନ୍ତୁ ତାହା ଫଳପ୍ରଦ ହେଉନାହିଁ। ୨୦୨୬ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି। ଆମେ ନିଶ୍ଚୟ ବାଡ଼ ଲଗାଇବୁ।

ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ ଅନୁଯାୟୀ ଯଦି ବାହାର ଦେଶର କେହି ଜାଲ୍ ପାସପୋର୍ଟ କିମ୍ବା ଭିସା ବ୍ୟବହାର କରି ଭାରତରେ ପ୍ରବେଶ କରିବେ ଏବଂ ଦେଶରେ ରହିବେ ତାହାଲେ ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ।

ସେହିଭଳି ବୈଧ ପାସପୋର୍ଟ କିମ୍ବା ଭିସା ସମେତ ଟ୍ରାଭେଲ ଡକ୍ୟୁମେଣ୍ଟ ବିନା କୌଣସି ବିଦେଶୀ ଭାରତର କୌଣସି ଅଞ୍ଚଳକୁ ପ୍ରବେଶ କରନ୍ତି, ତେବେ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ।

ଏହି ବିଲ୍ ରେ ଇମିଗ୍ରେସନ୍ ଏବଂ ବିଦେଶୀଙ୍କ ସମ୍ବନ୍ଧୀୟ ସେବାଗୁଡିକୁ ନିୟନ୍ତ୍ରଣ କରୁଥିବା ୪ଟି ପ୍ରଚଳିତ ଆଇନ ଫରେନର୍ସ ଆକ୍ଟ (୧୯୪୬), ପାସପୋର୍ଟ (ଭାରତରେ ପ୍ରବେଶ) ଆଇନ (୧୯୨୦), ବିଦେଶୀ ପଞ୍ଜୀକରଣ ଆଇନ (୧୯୩୯) ଏବଂ ଇମିଗ୍ରେସନ (କ୍ୟାରିୟର୍ସ ଲାଏବିଲିଟି) ଆକ୍ଟ (୨୦୦୦)କୁ ଉଚ୍ଛେଦ କରାଯିବା ପାଇଁ ପ୍ରସ୍ତାବ ରହିଛି।

ଦେଶରେ ପ୍ରବେଶ କରୁଥିବା ବିଦେଶୀଙ୍କ ଟ୍ରାକିଂ କରିବା ପାଇଁ ହୋଟେଲ, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଏବଂ ନର୍ସିଂହୋମ ଭଳି ଅନୁଷ୍ଠାନ ବିଦେଶୀ ନାଗରିକଙ୍କ ବିଷୟରେ ବାଧ୍ୟତାମୂଳକ ଭାବେ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ପଡିବ।

Wednesday, March 19, 2025

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ


ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ

ଭୁବନେଶ୍ୱର: ୧୭/୦୩/୨୦୨୫ :କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, “ପିତାଙ୍କ ସ୍ଥାନ ସର୍ବଦା ସ୍ୱତନ୍ତ୍ର । ନିଜ ପିତାଙ୍କୁ ହରାଇବା ଦୁଃଖ ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ହୋଇଥାଏ । ଏଭଳି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ଦେବେନ୍ଦ୍ର ପ୍ରଧାନ ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇ ଭାରତ ସରକାରଙ୍କ ଭୂପୃଷ୍ଠ ପରିବହନ ଏବଂ ରାଜପଥ, କୃଷି ମନ୍ତ୍ରୀରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଦେଶର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ । ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ଵ, ସୁଦକ୍ଷ ସାଙ୍ଗଠନିକ କାର୍ଯ୍ୟଶୈଳୀ ସର୍ବଦା ଆମକୁ ପ୍ରେରଣା ଯୋଗାଇବ । ବ୍ୟକ୍ତିଗତ ଭାବେ ସେ ଜଣେ ଭଦ୍ର, ନିର୍ମଳ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଭୂପୃଷ୍ଠ ପରିବହନ, କୃଷି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକରି ଦେଶ ତଥା ରାଜ୍ୟର ବିକାଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।

ତାଙ୍କର ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ଗଭୀର ଭାବେ ମର୍ମାହତ । ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଲୋତକାପ୍ଳୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।” ଓଁ ଶାନ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି l
ଏକ ଶୋକ ବାର୍ତାରେ ବାଚସ୍ପତି କହିଛନ୍ତିଯେ, ଜଣେ ଜନପ୍ରତିନିଧି ଓ ସାଂସଦ ଭାବେ ସେ ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ l ସେ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପାର୍ଲିଆମେଣ୍ଟାରିଆନ ଥିଲେ l ୧୯୯୯ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି l ରାଜ୍ୟର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ l
ରାଜ୍ୟ ବିଜେପି ସଭାପତି ଭାବେ ଓଡ଼ିଶାରେ ଭାରତୀୟ ଜନତାପାର୍ଟି କୁ ସୁଦୃଢ କରି ଆଗେଇ ନେବାରେ ତାଙ୍କର ଅବଦାନ ସ୍ବର୍ଗତ ପ୍ରଧାନଙ୍କୁ ସବୁଦିନ ପାଇଁ ସ୍ମରଣୀୟ କରି ରଖିବ l
ବାଚସ୍ପତି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି l

Saturday, March 15, 2025

ହାଜତକୁ ଗଲେ ବ୍ୟବସାୟୀ ତଥା ବିଜେଡ଼ି ନେତା ରାଜା ଚକ୍ର

ବିଚାର ବିଭାଗୀୟ ହାଜତକୁ ଗଲେ ରାଜା ଚକ୍ର

ବିଚାର ବିଭାଗୀୟ ହାଜତକୁ ଗଲେ ବ୍ୟବସାୟୀ ତଥା ବିଜେଡ଼ି ନେତା ରାଜା ଚକ୍ର। ଆଜି ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ତାଙ୍କୁ ୯ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରିମାଣ୍ଡ ପାଇଁ ଇଓଡବ୍ଲ୍ୟୁ କୌଣସି ପିଟିସନ ଦାଖଲ କରିନାହିଁ। ସେହିପରି ରାଜା ଚକ୍ର ଜାମିନ ପାଇଁ ଆବେଦନ କରିନାହାନ୍ତି। ଆସନ୍ତା ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର।

ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏବଂ ଏଜେନ୍ସିର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଗ୍ରାମବାସୀଙ୍କ କଲ୍ୟାଣ ଉଦ୍ଦିଷ୍ଟ ସମବାୟ ସମିତି ପାଣ୍ଠିର ମଧ୍ୟ ଅପବ୍ୟବହାର କରିଥିବା ଅଭିଯୋଗ ରହିଥିଲା। ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଶାଖା ଇଓଡବ୍ଲୁ ଗତ କାଲି ଗିରଫ କରିଥିଲା। ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା। ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ଏବଂ ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ। ଗତ କାଲି ତାଙ୍କୁ ଗିରଫ କରିବା ପରେ ରାତି ସାରା ଜେରା କରାଯାଇଥିଲା। ପରେ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଜାତିରୁ ବାସନ୍ଦ ହୋଇଛନ୍ତି ପ୍ରଦୀପ ମାଝୀ। ପ୍ରଦୀପ ମାଝୀ

ପୁର୍ବତନ ସାଂସଦ ତଥା ବିଜେଡ଼ି ନେତା ବାହା ହୋଇ ଦଣ୍ଡିତ ହୋଇଛନ୍ତି। ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତିରୁ ବାସନ୍ଦ ହୋଇଛନ୍ତି ପ୍ରଦୀପ ମାଝୀ। ପ୍ରଦୀପ ମାଝୀ ଭତରା ସମ୍ପ୍ରଦାୟର ହୋଇଥିବା ବେଳେ ସେ କେନ୍ଦ୍ରାପଡ଼ାର ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ଗତ ୧୨ ତାରିଖରେ ଗୋଆରେ ବିବାହ କରିଥିଲେ। ସୁଶ୍ରୀ ସଙ୍ଗୀତା ଅନ୍ୟ ଜାତିର ହୋଇଥିବାରୁ ଆଜି ଆଦିବାସୀ ଭତରା ସମାଜର କେନ୍ଦ୍ରୀୟ କମିଟିର ବୈଠକରେ ପ୍ରଦୀପ ମାଝୀଙ୍କୁ ସାମାଜିକ ବାସନ୍ଦର ଦଣ୍ଡରେ ଦଣ୍ଡିତ କରାଯାଇଛି। ଅନ୍ୟ ଜାତିରେ ବିବାହ କରି ପ୍ରଦୀପ ମାଝୀ ନିଜ ଜାତିକୁ ଅସମ୍ମାନ ତଥା ନିଜ ସମ୍ପ୍ରଦାୟ ପ୍ରତି ଘୃଣାଭାବ ରଖୁଥିବା କମିଟି ଅଭିଯୋଗ ଆଣିଛି‌। ତେବେ ଏ ନେଇ ପ୍ରଦୀପ ମାଝୀଙ୍କ ପକ୍ଷରୁ କୋୖଣସି ପ୍ରତିକ୍ରିୟା ମିଳିନାହିଁ।

Wednesday, March 5, 2025

କର୍ମଫଳ ନା ପ୍ରାରବ୍ଧ

*କର୍ମଫଳ ନା ପ୍ରାରଵ୍ଧ !!*

କିଏ ଜଣେ ବିଦ୍ବାନ ଏକଦା କହିଥିଲେ, *"ଜନ୍ମ' ମଣିଷର ଅସଲ ପରିଚୟ ନୁହେଁ,ମଣିଷର ଅସଲ ପରିଚୟ ହେଉଛି ତା'ର କର୍ମ।"* 

ସେଇଥିପାଇଁ ମହାଭାରତରେ ମହାରଥୀ କର୍ଣ୍ଣ କହିଥିଲେ, *"ଉଚ୍ଚକୁଳରେ ଜାତ ହେବା ଦୈବର ଅଧୀନ ହୋଇପାରେ,ମାତ୍ର ପୁରୁଷକାର ମୋର ଅଧୀନ ଅଟେ।''* 

ଗୀତାରେ ଭଗବାନ ଶ୍ରୀକୃଷ୍ଣ ବି କହିଛନ୍ତି, *"ମୁଁ କାହାର ଭାଗ୍ୟ ତିଆରି କରେନାହିଁ,ମଣିଷ ନିଜେ ନିଜର ଭାଗ୍ୟ ତିଆରି କରେ।"*

ଆମେ ଆଜି ଯାହା କରୁଛେ,ତା'ର ଫଳ କାଲି ପାଇବା। ଆମେ ଆଜି ଯାହା ପାଇଛେ,ତାହା ଆମର ଗତକାଲି କରିଥିବା କର୍ମର ଫଳ। *କିଏ କହିଲା ମଣିଷ ଖାଲି ହାତରେ ଆସେ ଏବଂ ଖାଲି ହାତରେ ଏ ସଂସାରରୁ ଫେରିଯାଏ ??* ଏହା ସତ୍ୟ ନୁହେଁ। ସତ୍ୟ ହେଉଛି ଏହା ଯେ, *ମଣିଷ ତା'ର ଭାଗ୍ୟ ନେଇ ଆସିଥାଏ ଏବଂ କର୍ମଫଳ ନେଇ ଫେରିଯାଏ।* ପ୍ରତ୍ୟେକ ମଣିଷ ତା'ର କର୍ମର ଫଳ ଅବଶ୍ୟ ପାଇବ, କିଏ ଏବେ ତ,ଆଉ କିଏ କିଛି କାଳ ପରେ। 

ଏକଦା ଉଇଲିୟମ ସେକ୍ସପିଅର କହିଥିଲେ, *"ମଣିଷର ଭାଗ୍ୟ କୋଉ ରାଶି କି ନକ୍ଷତ୍ରରେ ନ ଥାଏ,ସେ ନିଜେ ହିଁ ନିଜ ଭାଗ୍ୟର ନିର୍ମାତା।"* ଏଣୁ ରାଶିଫଳ ଉପରେ ବିଶ୍ବାସ ନ କରି,ନିଜ କର୍ମ ଉପରେ ବିଶ୍ବାସ ରଖିଵା ଉଚିତ ; କାହିଁକି ନା, *ରାଶି ତ ରାମ ଓ ରାବଣ ଉଭୟଙ୍କର ଗୋଟିଏ ଥିଲା,କିନ୍ତୁ ନିୟତି ସେମାନଙ୍କର କର୍ମ ଅନୁସାରେ ଫଳ ପ୍ରଦାନ* କରିଥିଲା। 

କେହି ଆମର ଅନିଷ୍ଟ କରିବ, ସେଇଟା ତା'ର *କର୍ମ* ଅଟେ। ମୁଁ କାହାରି ଅନିଷ୍ଟ କରିବି ନାହିଁ,ତାହା ମୋର *ଧର୍ମ* ଅଟେ। ଆମେ ଆଜି ଯାହା ଅନ୍ୟକୁ ଦେଉଛେ,ତାହା ଆମକୁ କେବେ ନା କେବେ ନିଶ୍ଚିତ ମିଳିବ। ସେ *ତାଳି ହେଉକି ଗାଳି।* 
ଗୋଟିଏ କଥା ମନେ ରଖିଥିବା : *ଅନ୍ୟର ଆଖିର ଲୁହରେ ତିଆରି ସୁଖ ବେଶିଦିନ ତିଷ୍ଠି ରହେନା।* ଏ ସଂସାରର ସବୁଠାରୁ *ମୂଲ୍ୟବାନ ତରଳ ପଦାର୍ଥ ହେଉଛି 'ଲୁହ'।* ଲୁହରେ ଏକ ଭାଗ ଜଳ,ବାକି ଅନେଶତ ଭାଗ *ଭାବାବେଗ* ଥାଏ। ତେଣୁ କାହା ଆଖିରେ ଲୁହ ଦେବା ପୂର୍ବରୁ ଶହେଥର ଭାବିଵା ଵିଧେୟ। କାରଣ *କର୍ମଫଳ ବଡ଼ ନିଷ୍ଠୁର,ସେ କାହାକୁ ବି କ୍ଷମା ଦିଏନା। ସୁଧମୂଳ ସମସ୍ତଙ୍କୁ ଫେରେଇଦିଏ।*

ଆଲେକ୍‌ଜାଣ୍ଡର ପୋପ୍‌ ଏକଦା କହିଥିଲେ, *''ଭୁଲ କରିବା ହେଉଛି ମଣିଷର 'ପ୍ରକୃତି'(To err is human); କିନ୍ତୁ ଭୁଲ୍‌କୁ ମାନିନେବା ହେଉଛି ମଣିଷର 'ସଂସ୍କୃତି' ଏବଂ ଭୁଲ୍‌କୁ ସଂଶୋଧନ କରିନେବା ହେଉଛି ମଣିଷର 'ପ୍ରଗତି'।* 

ସରଳ ମଣିଷଙ୍କ ସହ ଛଳ କପଟ କରି ଖୁସି ହେଉଥିବା ବ୍ୟକ୍ତି ନିଜକୁ କେତେ ବି ଚାଲାଖ ଭାବନ୍ତୁ ନା କାହିଁକି,ଅଜାଣତରେ ସେ ନିଜ ବରବାଦିର ସମସ୍ତ ଦ୍ବାର ଖୋଲି ଦେଇଥା'ନ୍ତି। *ଯେଉଁ କର୍ମର ବିଚାର ଅଦାଲତ କରିପାରେ ନାହିଁ,ତା'ର ବିଚାର ସମୟ ହିଁ କରିଦିଏ।* ଆଉ ସମୟ ଯେତେବେଳେ ବିଚାର କରେ, ସେତେବେଳେ *ସାକ୍ଷୀ ପ୍ରମାଣର ଆବଶ୍ୟକତା ପଡ଼େ ନାହିଁ।* କର୍ମ ପାଖରେ ନା ଅଛି କାଗଜ,ନା କଲମ ; କିନ୍ତୁ *ଅନବରତ ସେ ମଣିଷର ଭାଗ୍ୟ ଲେଖିଚାଲିଛି।*

ମନେରଖିଵା କଥା ଯେ,*ଯେଉଁ ବ୍ୟକ୍ତି ଏବେ ଦୁଃଖ,କଷ୍ଟ ଓ ଅପମାନ ସହୁଛି,ତା'ର ପୂର୍ବ ଜନ୍ମର ପାପ ଲାଘବ* ହେଉଛି। ଯିଏ ଏବେ *ଅନ୍ୟକୁ ଦୁଃଖକଷ୍ଟ ଦେଉଛି,ତା'ର ଆଗାମୀ ଜନ୍ମ ପାଇଁ ପାପ ସଞ୍ଚିତ* ହୋଇରହୁଛି। ଏଣୁ ଯଦି ଆମେ 'କଲମ' ହୋଇ କାହାର ସୁଖ ଲେଖିପାରୁନାହୁଁ, ତା'ହେଲେ ରବର ହୋଇ କାହାର ଦୁଃଖ ଲିଭେଇବା ପାଇଁ ଚେଷ୍ଟା କରିବା ଉଚିତ। 

ଏ କଥା ଵି ବିଶ୍ବାସ କରନ୍ତୁ ବା ନ କରନ୍ତୁ ଯେ,*ଜୀବନରେ ​‌ଯେଉଁ ମଣିଷ ଯାହା କର୍ମ କରେ,ସେ ତା'ର ପରିଣାମ ଭୋଗିବାକୁ ବାଧ୍ୟ।*

*ପିତାମହ* ଭୀଷ୍ମଙ୍କ ଜୀବନର କେବଳ ଗୋଟିଏ ମାତ୍ର ପାପ ଥିଲା ଯେ, *ସେ ଭରା କୁରୁରାଜସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ କ୍ରୋଧ ପ୍ରଦର୍ଶନ କରିନଥିଲେ* ଏବଂ ପକ୍ଷୀରାଜ *ଜଟାୟୁଙ୍କ* ଜୀବନର ଏକମାତ୍ର ପୁଣ୍ୟ ଥିଲା ଯେ, *ସେ ସୀତାହରଣ ସମୟରେ କ୍ରୋଧ ପ୍ରଦର୍ଶନ କରି ରାବଣ ସହ ଲଢ଼ିଥିଲେ।* ପରିଣାମରେ ଜଣକୁ ଦୁର୍ବିସହ ଶରଶଯ୍ୟା ମିଳିଲା ତ, ଅନ୍ୟଜଣକୁ ମିଳିଲା ପ୍ରଭୁ ଶ୍ରୀରାମଙ୍କର ଅଭୟ କୋଳ। ଏଣୁ ଆପଣ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, *କର୍ମଫଳ ଭୋଗ କରିବାକୁ ସମସ୍ତେ ଵାଧ୍ଯ।* ଏ ପରିପ୍ରେକ୍ଷୀରେ ପୁରାଣରୁ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି।👇

କଂସ ନିଧନ ପରେ ଯେତେବେଳେ ଶ୍ରୀକୃଷ୍ଣ ମଥୁରାନଗରୀର ବନ୍ଦୀଶାଳାକୁ ଯାଇ ପିତା ବସୁଦେବ ଓ ମାତା ଦେବକୀଙ୍କୁ ବନ୍ଧନ-ମୁକ୍ତ କଲେ,ସେତେବେଳେ ମା' ଦେବକୀ ଛାତିରେ ଛାତିଏ କୋହ ଓ ଆଖିରେ ଆଖିଏ ଲୁହ ନେଇ ଶ୍ରୀକୃଷ୍ଣଙ୍କୁ ପଚାରିଲେ,''ଧନରେ ! ତୁ ହେଉଛୁ ସ୍ବୟଂ ଭଗବାନ !! ଆମେ ଦୁହେଁ ତୋର ପିତାମାତା। ଆମେ ଏମିତି କି ପାପ କରିଥିଲୁ ଯେ,ଆମକୁ ଚଉଦ ବର୍ଷ କାଳ ଏ ବନ୍ଦୀଶାଳାରେ ରଖି ଏତେ ଦୁଃଖ କଷ୍ଟ ଦେଲୁ?''

ଏ ପ୍ରଶ୍ନରେ👆 ଶ୍ରୀକୃଷ୍ଣ ଅଳ୍ପ ହସି ମାତା ଦେବକୀଙ୍କୁ ପଚାରିଲେ, "ମାଆ ! ମୁଁ ଏମିତି କି ପାପ କରିଥିଲି ଯେ,ତୁମେ ମୋତେ ଚଉଦ ବର୍ଷ ବନବାସ ପଠେଇଦେଲ ? ରାତି ପାହିଥିଲେ ରାଜା ହୋଇଥାନ୍ତି,ମାତ୍ର ତୁମ ପାଇଁ ମୋତେ ଜଟା-ଜୂଟ-ବକଳ ଧରି ବନକୁ ଯିବାକୁ ପଡ଼ିଲା।''

ଏ ପ୍ରଶ୍ନରେ ଚମକି ପଡ଼ି ଦେବକୀ ପଚାରିଲେ,"ମୁଁ ତୋତେ ଚଉଦବର୍ଷ ବନବାସ ପଠେଇଥିଲି ? ତୁ ଏ କ'ଣ କହୁଛୁ ପୁତ୍ର ??" 

ଶ୍ରୀକୃଷ୍ଣ ଉତ୍ତର ଦେଲେ, "ହଁ ମାଆ ! ଗତ ଜନ୍ମରେ ତୁମେ ଥିଲ ମହାରାଣୀ କୈକେୟୀ ଓ ପିତା ବସୁଦେବ ଥିଲେ ମହାରାଜ ଦଶରଥ। ତୁମେ ଦୁହେଁ ମୋତେ ବିନା ଦୋଷରେ ଚଉଦ ବର୍ଷ ବନବାସ ପଠେଇଥିଲ। ସେଥିପାଇଁ ତୁମ ଦୁହିଁଙ୍କୁ ଏ ଜନ୍ମରେ ଏ ବନ୍ଦୀଶାଳା ଭିତରେ ଚଉଦ ବର୍ଷ କଟେଇବାକୁ ପଡ଼ିଲା।" 

ଆଶ୍ଚର୍ଯ୍ୟ ସ୍ବରରେ ଦେବକୀ ପଚାରିଲେ,''ଆଉ ରାଣୀ କୌଶଲ୍ୟା ?" 

ଶ୍ରୀକୃଷ୍ଣ କହିଲେ,"ସେ ହେଉଛନ୍ତି ଏ ଜନ୍ମର ଯଶୋଦା। ଗତ ଜନ୍ମରେ ସେ ଚଉଦ ବର୍ଷ କାଳ ପୁତ୍ର-ବିଚ୍ଛେଦ ସହ୍ୟ କରିଥିବାରୁ,ଏ ଜନ୍ମରେ ମୋତେ ତାଙ୍କ ସହ ଗୋପପୁରରେ ଚଉଦବର୍ଷ କଟେଇବାକୁ ପଡ଼ିଲା।"

ପୁଅ ମୁହଁରୁ ଏ ଉତ୍ତର ଶୁଣି ନୀରବ ହୋଇଗଲେ ଦେବକୀ। *ନିରପେକ୍ଷ, ବିଚାରବନ୍ତ ଭଗବାନ୍‌ ଯେ ନିଜ ପିତାମାତାଙ୍କୁ ପ୍ରାରବ୍ଧ-ଭୋଗରୁ ରକ୍ଷା କରିପାରି ନଥିଲେ,* ଏ କଥାଟି👆 ତା'ର ଜ୍ବଳନ୍ତ ପ୍ରମାଣ। *ଆଜି ନ ହେଲେ କାଲି କର୍ମଫଳ ଭୋଗ ଅନିବାର୍ଯ୍ୟ।* 

👆ଉପର ବର୍ଣ୍ଣିତ ଆଖ୍ୟାନଟିକୁ ଅନେକ ପାଠକ-ପାଠିକା ବିଶ୍ବାସ ନ କରି ବି ପାରନ୍ତି। ମାତ୍ର ଏ କଥା ଚନ୍ଦ୍ରସୂର୍ଯ୍ୟ ଭଳି ସତ୍ୟ ଯେ, *ସ୍ବର୍ଗ ମର୍ତ୍ତ୍ୟ ବୋଲି କିଛି ନାହିଁ। ଏଇଠି ସ୍ବର୍ଗ,ଏଇଠି ନର୍କ। ଭଲ କର୍ମ କଲେ ସ୍ବର୍ଗ-ସୁଖ ମିଳେ। ମନ୍ଦ-କର୍ମ ପାଇଁ ନର୍କ-ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ।* ଏ ସମ୍ପର୍କରେ ସତ୍ୟ ଘଟଣାଟିଏ ଆପଣମାନଙ୍କ ସମକ୍ଷରେ ଉପସ୍ଥାପନ କରୁଛି।👇

ଅନେକ ଦିନ ତଳେ ସୁପ୍ରିମକୋର୍ଟର ବିଚାରପତି ଥିବାବେଳେ *ଜଷ୍ଟିସ ରଙ୍ଗନାଥ ମିଶ୍ର* "ପୁରୀ  ଲ' କଲେଜ୍‌"ରେ ମୁଖ୍ୟ-ଅତିଥି ଭାବରେ ଯୋଗଦେବା ପାଇଁ ପୁରୀ ଆସିଥିଲେ। ନିର୍ଦ୍ଧାରିତ ଦିନ ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ସିଂହଦ୍ବାର ନିକଟରେ ବସିଥିବା ଜଣେ ଭିକାରି (ଯିଏ କି ଦୁରାରୋଗ୍ୟ ରୋଗ କାରଣରୁ ହାତରେ କନା ଗୁଡ଼େଇଥିଲେ) ବଡ଼ ପାଟିରେ "ରଙ୍ଗନାଥ ବାବୁ", ବୋଲି ନାଁ ଧରି ବାରମ୍ବାର ଡାକିଲେ। ଜଷ୍ଟିସ ମିଶ୍ର ହଠାତ୍‌ କିଛି ବୁଝିପାରିଲେନି। ଏ ସିଂହଦ୍ବାରରେ ମୋତେ ସତରେ କିଏ ଡାକୁଛି,ନା' ଆଉ କାହାକୁ ଡାକୁଛି !! ଦ୍ବିଧାରେ ପଡ଼ିଗଲେ ଜଷ୍ଟିସ ମିଶ୍ର। ବାରମ୍ବାର ଡାକ ଶୁଣି ପଛକୁ ଚାହିଁ ଦେଖିଲେ : ଜଣେ ଭିକାରି ଡାକୁଛି। ଭିକାରିଜଣକୁ ଦେଖି ଜଷ୍ଟିସ ମିଶ୍ର ପଚାରିଲେ,"ତମେ କିଏ ? କ'ଣ ପାଇଁ ମୋତେ ଡାକୁଛ ?'' 

ଏଥର ଭିକାରିଜଣକ କହିଲେ,"ସାର୍‌ ଆଜ୍ଞା ! ମୋତେ କ'ଣ ଚିହ୍ନିପାରୁନାହାନ୍ତି ? ମୁଁ ପରା ସେଇ *କୁଳିଆ ଡାକୁ।* ଆପଣ ଓଡ଼ିଶାରେ ଓକିଲାତି କଲାବେଳେ, ମୋର ଡକାଏତି କେସ୍‌ ବୁଝୁଥିଲେ। ଗୋଟିଏ ଡକାଏତି କେସ୍‌ରେ ମୋତେ ତଳକୋର୍ଟରେ ଆଜୀବନ କାରାଦଣ୍ଡ ହୋଇଥିଲା ; କିନ୍ତୁ ଆପଣ କେସ୍‌ ଲଢ଼ି ମୋତେ ହାଇକୋର୍ଟରେ ନିର୍ଦୋଷରେ ଖଲାସ କରି ଦେଇଥିଲେ। ସେଇ କେସ୍‌ରେ ସତରେ ମୁଁ ଡକାଏତି ଓ ହତ୍ୟା କରିଥିଲି। ଏମିତି କେତେ କେସ୍‌ରେ ମୁଁ ଖଲାସ ହୋଇ ଯାଇଥିଲି। ସାର୍‌ ! ଏଠା କୋର୍ଟରେ ସିନା ଖଲାସ ହୋଇଗଲି,ହେଲେ ଉପରବାଲା ତା' କୋର୍ଟରେ ମୋତେ ଛାଡ଼ିଲାନି। ଏହି ଦୁରାରୋଗ୍ୟ ବ୍ୟାଧି ଦେଇଦେଲା। ଏହି ରୋଗ ହେବାରୁ ଘରେ... ବାହାରେ.... ସମସ୍ତେ ମୋତେ ଘୃଣା କଲେ। ବାଧ୍ୟ ହୋଇ ଘରଛାଡ଼ି ଏହି ସିଂହଦ୍ବାରରେ ପ୍ରଭୁଙ୍କୁ ଆଶ୍ରାକରି ଭିକ୍ଷାମାଗୁଛି। *ମିଳିଲେ ଖାଉଛି,ନ ମିଳିଲେ ନାହିଁ।''*

ଜଷ୍ଟିସ ମିଶ୍ର ଏସବୁ ନୀରବରେ ଶୁଣି ପକେଟରୁ ଗୋଟିଏ ଶହେ ଟଙ୍କିଆ ନୋଟ୍‌ କାଢ଼ି ତା' ହାତରେ ଦେଇ ଲ'-କଲେଜ୍‌ ଉତ୍ସବକୁ ଚାଲିଗଲେ। ସେଠାରେ ତାଙ୍କ ବକ୍ତବ୍ୟରେ ଏହି ଘଟଣାର ବର୍ଣ୍ଣନା କରି କହିଲେ, ''ଆମେ ସବୁ ବିଚାରପତି କୋର୍ଟରେ ବସି ବିଚାର କରୁଛୁ ; କିନ୍ତୁ *ଆମ କୋର୍ଟ ଉପରେ ଆଉ ଗୋଟିଏ କୋର୍ଟ ଅଛି। ସେଠି ଆଉ ଜଣେ ବିଚାରପତି ଅଛନ୍ତି।* ଜଣେ ଆମ କୋର୍ଟରୁ ଖସିଯାଇପାରେ,ମାତ୍ର *ଭଗବାନଙ୍କ କୋର୍ଟରୁ ଖସିପାରିବନି। ଦୋଷୀକୁ ଦଣ୍ଡ ଅବଶ୍ୟ ମିଳିବ।''* ଏ କଥା କହିସାରିଲା ବେଳକୁ ଜଷ୍ଟିସ ମିଶ୍ରଙ୍କ ଆଖିରେ ଆଖିଏ ଲୁହ।

ପାଠକେ ! ମଣିଷର ମୃତ୍ୟୁ ପରେ ପତ୍ନୀ ଏ ରୁଣ୍ଡିବନ୍ଧ ଯାଏ, ଆତ୍ମୀୟ-ସ୍ବଜନ ଶ୍ମଶାନ ଯାଏ ଓ ପୁତ୍ର ଅଗ୍ନିଦାନ ଯାଏ ଯାଆନ୍ତି ; କିନ୍ତୁ କେବଳ *ଗୋଟିଏ ମାତ୍ର ଜିନିଷ ମଣିଷ ସହ ଈଶ୍ବରଙ୍କ ନିକଟକୁ ଯାଏ। ତାହା ହେଉଛି ମଣିଷର କର୍ମ।* 

ଏଣୁ *ଈଶ୍ବରଙ୍କୁ ନୁହେଁ,ନିଜ କର୍ମକୁ ହିଁ ଡରନ୍ତୁ। ଈଶ୍ବର ହୁଏତ ଆପଣଙ୍କୁ କ୍ଷମା କରି ଦେଇପାରନ୍ତି, ମାତ୍ର କର୍ମ ନୁହେଁ।*

ବାଛୁରୀ ଯେମିତି ଶହ-ଶହ ଗାଈଙ୍କ ଭିତରେ ନିଜ ମାଆ ଗାଈକୁ ଚିହ୍ନିନିଏ,ସେମିତି *କର୍ମଫଳ କର୍ତ୍ତାଙ୍କୁ ହିଁ ଖୋଜିନିଏ।* 

ଏଣୁ ଶାସ୍ତ୍ର କହେ : 

*"କର୍ମ କରିବ କଷ୍ଟ ସହି,*
*କର୍ମରେ ଭଲ ମନ୍ଦ ନାହିଁ।*
*ସତ୍ୟ କର୍ମରେ ଧର୍ମ ଅଛି,*
*ଧର୍ମ କରିବ କର୍ମ ବାଛି।''*

*ନୀରବରେ କର୍ମ କରି ଚାଲିଲେ,କର୍ମ ଅନୁସାରେ ଫଳ ଅବଶ୍ୟ ମିଳିବ।* 

ପ୍ରତିଶୋଧ ନେବା ପାଇଁ ବ୍ୟସ୍ତ ହେଵା ଅପେକ୍ଷା କେବଳ ଚୁପ୍‌ଚାପ୍‌ ଅପେକ୍ଷା କରିଵା ଉଚିତ। *ଯିଏ ଅନ୍ୟର ଆଖିରେ ଲୁହ ଦେଇଛି,ସିଏ ନିଶ୍ଚିତ କାନ୍ଦିବ।* ଆଉ ଯଦି ଆମେ ଭାଗ୍ୟବାନ ହୋଇଥିବା,ତା' ହେଲେ ଆମେ ତାହା ନିଜ ଆଖିରେ ଦେଖିବା। କାରଣ କର୍ମଫଳ ବଡ଼ ନିଷ୍ଠୁର। ସେ ନିିମିଷକରେ *ରଙ୍କକୁ ରାଜା କରିଦିଏ,ଆଉ ରାଜାକୁ କରିଦିଏ ଲଙ୍ଗଳା ଫକିର।*

            

ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ହେବ ଡୋର-ଟୁ-ଡୋର ସର୍ଭେ

 ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ହେବ ଡୋର-ଟୁ-ଡୋର ସର୍ଭେ

ସର୍ଭେ ପରେ ହେବ ଫିଲ୍ଡ ଭେରିଫିକେସନ

ଭୁବନେଶ୍ୱର, ୦୫/୦୩: ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ। ମାର୍ଚ୍ଚ ୩୧ ତାରିଖରେ ସୁଭଦ୍ରା ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ଏହି ସର୍ଭେ କାମ ଆରମ୍ଭ ହେବ। ସର୍ଭେ ପରେ ଫିଲ୍ଡ ଭେରିଫିକେସନ କରାଯିବ। ଏହା ପରେ ବଞ୍ଚିତ ହିତାଧିକାରୀଙ୍କୁ ରକ୍ଷାବନ୍ଧନରେ ଏକାଥରକେ ୩ଟି କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ସୁଦ୍ଧା ସୁଭଦ୍ରାରେ ୧ କୋଟି ୮ ଲକ୍ଷ ମହିଳା ଆବେଦନ କରିଛନ୍ତି। ସେଥିରୁ ୫ଟି ପର୍ଯ୍ୟାୟରେ ପ୍ରାୟ ୨୦ ହଜାର ମହିଳାଙ୍କୁ କିସ୍ତି ପ୍ରଦାନ କରାଯିବ। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ପ୍ରଦାନ କରାଯିବ। ଯାହା ପରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ

ଆଜି ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ସମାରୋହ

ବିରୋଧୀ ଦଳ ନେତା ନବୀନଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର - ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବହୁ ଆଡମ୍ବର ସହକାରେ ପାଳନ କରିବେ ରାଜ୍ୟ ସରକାର। ସନ୍ଧ୍ୟା ୭ଟାରେ ଜୟଦେବ ଭବନରେ ବିଜୁ ବାବୁଙ୍କ ଜୟନ୍ତୀ ପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଯୋଗ ଦେବାକୁ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବୀନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ‌ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ନବୀନ।

ସୂଚନାଯୋଗ୍ୟ, ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଭବ୍ୟ ଢଙ୍ଗରେ ପାଳନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସ ଏବେ ଏପ୍ରିଲ ୨୪ରେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଯାହାକୁ ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧର କରିଛନ୍ତି।

ବିଜୟାନନ୍ଦ ପଟ୍ଟନାୟକ (୫ ମାର୍ଚ୍ଚ ୧୯୧୬ – ୧୭ ଅପ୍ରେଲ ୧୯୯୭), ବିଜୁ ପଟ୍ଟନାୟକ ନାମରେ ଜଣାଶୁଣା, ଜଣେ ଭାରତୀୟ ରାଜନୀତିଜ୍ଞ, ବୈମାନିକ ଓ ଶିଳ୍ପପତି ଥିଲେ । ସେ ଦୁଇଥର ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ମାର୍ଚ୍ଚ ୧୯୭୭ ରୁ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ କେନ୍ଦ୍ର କୋଇଲା, ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ। ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସେ ରୟାଲ ଇଣ୍ଡିଆନ ଏୟାରଫୋର୍ସରେ ଯୋଗ ଦେଇ ଶେଷରେ ଏୟାର ଟ୍ରାନ୍ସପୋର୍ଟ କମାଣ୍ଡର ମୁଖ୍ୟ ହୋଇଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଜୁ ବାବୁଙ୍କ ଦ୍ୱାରା ଅନେକ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଛି। ତାଙ୍କ ଜୀବନୀ ଉପରେ ‘ବିଜୁ ବାବୁ’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା।

ଆଜି ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଓଡ଼ିଶାର ବିକାଶରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କରିଛନ୍ତି।

ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ କରିଛି ବିଜେଡ଼ି। ଶଙ୍ଖ ଭବନରେ ବିଜେଡ଼ି ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିଲେ ବିରୋଧୀ ଦଳ‌ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ଏଥିରେ ଯୋଗ ଦେଇ ବିଜେପି ସରକାର ଉପରେ ଟାର୍ଗେଟ କରିଛନ୍ତି ନବୀନ।

ନବୀନ କହିଛନ୍ତି, ବିଜୁ ବାବୁ; ଏହି ଦୁଇଟି ଶବ୍ଦ ଶୁଣିଲେ ପ୍ରତିଟି ଓଡ଼ିଆର ଛାତି ଫୁଲେ ଉଠେ ଓ ସାହସ ଆସେ। ଦୁର୍ଭାଗ୍ୟଜନକ ଯେ, ବିଜେପି ଶାସନକୁ ଆସିବା ପରେ କ୍ରୀଡ଼ା ସମ୍ମାନର ନାଁ ବଦଳାଇବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନବନ୍ଦରର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରା ପଡିଲେନି। ୧୯୯୩ରୁ ଓଡ଼ିଶାରେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ଆପଣ ନାଁ ବଦଳାଇ ପାରନ୍ତି, ହେଲେ ଲୋକଙ୍କ ହୃଦୟରେ ଥିବା ବିଜୁ ବାବୁଙ୍କ ପ୍ରତି ଭଲପାଇବା ନୁହେଁ। ପାରାଦୀପ ପୋର୍ଟ ବଦଳାଇ ପାରିବେ କି? ହାଲ୍, ଏନଟିପିସି ତାଳଚେର, ଏନଆଇଟି ରାଉରକେଲାକୁ ବଦଳାଇ ପାରିବେ‌ କି? ଏହା ବିଜେପିର କ୍ଷୁଦ୍ର ମନୋଭାବକୁ ପ୍ରକାଶ କରୁଛି। ଏହା ଅପରିପକ୍ଵ ରାଜନୀତି। ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ କୌଣସି ପଦପଦବୀ ପାଇଁ ରାଜନୀତିକୁ ଆସିନଥିଲେ। ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନେସ୍କୋ କଳିଙ୍ଗ ପୁରସ୍କାର କଥା ହେଉ, ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ ବିଜୁବାବୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚଙ୍କୁ ଗାଁର ମୁଖ୍ୟମନ୍ତ୍ରୀ କହୁଥିଲେ ବିଜୁ ବାବୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜବୁତ କରିବାକୁ ବିଜୁବାବୁଙ୍କ ଉଦ୍ୟମକୁ ଅଣଦେଖା କରାଯାଇ ପାରିବ ନାହିଁ। କିଛି ବର୍ଷ ହେଲା କିଛି ବ୍ୟକ୍ତି ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ତାହା ସଫଳ ହେବା ନାହିଁ। ଇତିହାସ ହେଉଛି ସମୟର ଖୋଲା ବହି। ସରକାର ଆସିବ ଯିବ, କିନ୍ତୁ ବିଜୁବାବୁ ଓଡିଆଙ୍କ ହୃଦୟରେ ରହିବେ। ଓଡ଼ିଶାବାସୀ ତାଙ୍କ ପ୍ରତି ଗର୍ବିତ ବୋଲି ନବୀନ‌ କହିଛନ୍ତି।

Tuesday, October 15, 2024

ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର

Coastal news
ଉପକୁଳ ସମାଚାର
ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ
ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର



ଭୁବନେଶ୍ଵର, (CNO) : ପାର୍ବଣ ସମୟରେ ରାଜଧାନୀରେ ବଡ଼ ଅଘଟଣ ଘଟିଛି । ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜଣେ ଯୁବ ଇଞ୍ଜିନିୟର ଜୀବନ ହାରିଛନ୍ତି । 

ପ୍ରେମରେ ବିଚ୍ଛେଦ ପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଯୁବକ ହେଲେ ଖାରବେଳନଗରସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳର ରୁନିତ ଜେନା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାସ୍ଥଳରୁ ପୁଲିସ ମୃତ୍ୟୁ ପୂର୍ବର ଏକ ଚିଠି ( ସୁଇସାଇଡ଼ ନୋଟ) ଜବତ କରିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ରୁନିତ ଭଲ ପାଉଥିଲେ।

ତାଙ୍କର ସବୁ ଖର୍ଚ୍ଚ ମଧ୍ୟ ସେ ବହନ କରୁଥିଲେ। ଗତ ଗୁରୁବାର ପ୍ରେମିକା ତାଙ୍କ ସହ ସମ୍ପର୍କ ଛିନ୍ନ କରି ଦେଇଥିଲେ । ଏଥ‌ିରେ ଆଘାତ ପାଇଁ ରୁନିତ ମାନସିକ ଚାପରେ ଥିଲେ। ଶୁକ୍ରବାର ମାନଙ୍କୁ ନେଇ ରାତିରେ ସେ ରାଜଧାନୀର ପୂଜା ମଣ୍ଡପ ବୁଲିଥିଲେ। ଶନିବାର ଆଉ କିଛି ପୂଜା ମଣ୍ଡପ ବୁଲିବାକୁ ଯୋଜନା କରିଥିଲେ । ହେଲେ ଏମିତି କ'ଣ ହୋଇଗଲା କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ସେଥ‌ିନେଇ ପରିବାର ଲୋକେ ସନ୍ଦେହ ପ୍ରକାଟ କରିଛନ୍ତି।

ମୃତ୍ୟୁ ପୂର୍ବରୁ ରୁନିତ ନିଜର ସିମକାର୍ଡ ଭାଙ୍ଗି ଦେଇଥିଲେ । ତାଙ୍କ ଆତ୍ମହତ୍ୟାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଶନିବାର ଭୋରୁ ରୁନିତ ଆପାର୍ଟମେଣ୍ଟର ୮ ମହଲାକୁ ଚଢ଼ି ଯାଇଥିଲେ । ବିବ୍ରତ ଅବସ୍ଥାରେ କିଛି ସମୟ ଏଣେତେଣେ ଚାଲିବା ପରେ ପଛପଟକୁ ଢଳି ପଡ଼ିଥିଲେ। ସିସିଟିଭି ଫୁଟେଜ ଜବତ କରି ପୁଲିସ ଯାଞ୍ଚ କରୁଛି। ପରିବାର ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ପୁଲିସ କହିଛି।


ଆଳି ନାଗରିକ ମଞ୍ଚର ଶାରଦୀୟ ସାମାଜିକ ସୂଚନା ଓ ସାମାଜିକ ଦୃଷ୍ଟିପାତ କାର୍ଯ୍ୟକ୍ରମ

Coastal news
ଉପକୁଳ ସମାଚାର
ଆଳି ନାଗରିକ ମଞ୍ଚର ଶାରଦୀୟ ସାମାଜିକ ସୂଚନା ଓ ସାମାଜିକ ଦୃଷ୍ଟିପାତ କାର୍ଯ୍ୟକ୍ରମ 


ଆଳି - ଆଳି ନାଗରିକ ମଞ୍ଚ, ଆଳି ଆନୁକୂଲ୍ୟରେ ପବିତ୍ର ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୨୦୨୪ ମସିହାର ଚାରିଦିନ ଧରି ଆଳି ରାଜବାଟି ରାସ୍ତା ପାର୍ଶ୍ବରେ ଏକ ସୂଚନା ଓ ସାମାଜିକ ଦୃଷ୍ଟିପାତ ର କାର୍ଯ୍ୟକ୍ରମ ନିମିତ୍ତ ଏକ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ସୁରକ୍ଷା ଓ ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଥିଲା। 

ଏହି କାର୍ଯ୍ୟକ୍ରମ ର ମହା ନବମୀ ଦିନ ପୂଜ୍ୟ ପୂଜା ପାଳନ ଅବସରରେ ବର୍ଷୀୟାନ ବାମପନ୍ଥୀ ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ଵ ଶ୍ରୀଯୁକ୍ତ ଅଭିରାମ ଦଳାଇ ଓ ଯୁବ ଉଦ୍ୟୋଗ ପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ରାଉତ ଓ ଆଳି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଶୁଭ ଲକ୍ଷ୍ମୀ ଦାଶ ଙ୍କୁ ନୃତ୍ୟ କଳା କଳିକା ଭାବେ ପୁଷ୍ପ ଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ସମସ୍ତଙ୍କୁ ମୁଖ୍ୟ ଅତିଥି ତଥା ବରିଷ୍ଠ ଆଇନ୍ ଜିବୀ, ଆଳି ନାଗରିକ ମଞ୍ଚ ର ଆଇନ୍ ଉପଦେଷ୍ଟା ଶ୍ରୀଯୁକ୍ତ ଭୀମସେନ ଭୂୟାଁ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ।

ଏହି କାର୍ଯ୍ୟକ୍ରମ ମଧ୍ୟରେ ସୁନା ସକାଳର ସମ୍ପାଦକ ଙ୍କ ତରଫରୁ ଶିଶୁ ସାହିତ୍ୟର ବିଶିଷ୍ଟ କବି ଶ୍ରୀଯୁକ୍ତ ପର୍ଶୁରାମ ବେହେର, ଓ ବିଶିଷ୍ଟ ଶ୍ରମିକ ନେତା, କବି ଶ୍ରୀଯୁକ୍ତ ଧନେଶ୍ଵର ରାଉତ ଙ୍କୁ ପୁଷ୍ପ ଗୁଚ୍ଛ, ଅଙ୍ଗବସ୍ତ୍ର, ମାନପତ୍ର ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇ ଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଆଳି ନାଗରିକ ମଞ୍ଚ, ଆଳି ଦ୍ଵାରା ପରିଚାଳନା କରା ଯାଇଥିଲା।

Monday, October 14, 2024

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ବଳାତ୍କାର ରକ୍ତାକ୍ତ ଅବସ୍ଥାରେ ଫ୍ଲାଏଓଭର ଉପରୁ ଉଦ୍ଧାର

ଉପକୁଳ ସମାଚାର 1908

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ବଳାତ୍କାର
ରକ୍ତାକ୍ତ ଅବସ୍ଥାରେ ଫ୍ଲାଏଓଭର ଉପରୁ ଉଦ୍ଧାର



 
  

 
ନୂଆଦିଲ୍ଲୀ,୧୩।୧୦: ଅକ୍ଟୋବର ୧୦ ଏବଂ ୧୧ ମଧ୍ୟରାତ୍ରିରେ ଦକ୍ଷିଣ ପୂର୍ବ ଦିଲ୍ଲୀର ସାର କାଲେ ଖାନ ଫ୍ଲାଏ ଓଭର ନିକଟରେ ୩୪ ବର୍ଷ ବୟସ୍କା ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଓଡ଼ିଶାର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଅନ୍ୟସ୍ତ ବଳାତ୍କାର କରାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ପୋଲିସ କହିଛି।

ଦକ୍ଷିଣ ପୂର୍ବ ଦିଲ୍ଲୀର ଡେପୁଟି କମିଶନର ରବି କୁମାର ସିଂ କହିଛନ୍ତି ଯେ, ତାଙ୍କୁ ଏମ୍ସ ଟ୍ରମା ସେଣ୍ଟରକୁ ନିଆଯାଇଥିଲା ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସା କରୁଛନ୍ତି। ସକାଳ ୩.୧୫ ରେ ଜଣେ ବ୍ୟକ୍ତି ସେମାନଙ୍କୁ କଲ କରି ଜଣାଇବା ପରେ ପୋଲିସ ପୀଡିତାଙ୍କୁ ଠାବ କରିଥିଲା।

ଡିସିପି ସିଂ କହିଛନ୍ତି, “ଯୁବତୀ ଜଣକ ଏକ ବର୍ଷ ପୂର୍ବରୁ ଦିଲ୍ଲୀ ଆସିଥିଲେ ଏବଂ ଭଡା ଉପରେ ରହୁଥିଲେ। ଅଧିକାରୀ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ଏବଂ ଅପରାଧୀଙ୍କୁ ଧରିବା ପାଇଁ ଏକାଧିକ ଦଳ ଗଠନ କରାଯାଇଛି।

ପୋଲିସ ଏହି ଘଟଣାର ତଦନ୍ତ କରି ଘଟଣାର ଅଧିକ ସୂଚନା ସଂଗ୍ରହ କରିବା ପାଇଁ ଅଞ୍ଚଳର ସିସିଟିଭି ଫୁଟେଜ ସମୀକ୍ଷା କରୁଛି। “ପୀଡିତା ବର୍ତ୍ତମାନ ସ୍ପଷ୍ଟ ବିବରଣୀ ପ୍ରଦାନ କରିବାରେ ଅସମର୍ଥ। ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ସେମାନେ ଓଡିଶାରୁ ଦିଲ୍ଲୀ ଅଭିମୁଖେ ଆସୁଛନ୍ତି ବୋଲି ଡିସିପି କହିଛନ୍ତି।

ପୋଲିସ ସୂତ୍ର ଅନୁଯାୟୀ, ଯୁବତୀ ଜଣକ ଘରୁ ବାହାରିବା ପରେ ତାଙ୍କର ପିତାମାତା ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ଦାଖଲ କରିଥିଲେ। ପରେ, ସେ କେଉଁଠାରେ ଅଛନ୍ତି ଜାଣିବା ପରେ ସେମାନେ ପ୍ରାୟ ଦୁଇମାସ ପୂର୍ବରୁ ଦିଲ୍ଲୀରେ ତାଙ୍କୁ ଦେଖା କରିଥିଲେ କିନ୍ତୁ ତାଙ୍କୁ ଘରକୁ ଫେରିବାରେ ମନାଇବାରେ ଅସମର୍ଥ ହୋଇଥିଲେ।

Monday, October 7, 2024

ଆଦର୍ଶ ମଶାଣି

*ଆଦର୍ଶ ମଶାଣୀ*

   ଆଜି କାଲି ମୃତ୍ୟୁ ଟା ବି
         ଉତ୍ସବ ପାଲଟିଛି
    ଯେବେ ଠୁଁ ମଶାଣୀ ଟା
         ଆଦର୍ଶ ହେଇଛି....!

     ଶାନ୍ତି ରେ ଚିରନିଦ୍ରା ରେ
        କୋକେଇ ରେ ଶୋଇଥିବା
           ମଣିଷ ର ଆତ୍ମା
       ବିଳି ବିଳେଇ ଦରାଣ୍ଡି ହେଉଛି
            ଆରେ ଏବେ କଣ ଏଠି
         ଚା, ଜଳଖିଆ ସିଗିରେଟ
              ଆଉ ପାନ ବି ମିଳୁଛି....!!

     ଢେର ଦିନ ତଳେ ମାଆ,ବାପା ଙ୍କୁ
           ସତ୍କାର ପାଇଁ ଆଣିଥିଲି
         ଖାଲି କାନ୍ଦୁରା ମୁହଁ ରେ
       ଲୁହ କୁ ଜାକି ମୁଖାଗ୍ନି ଦେଇଥିଲି
    ଏବେଏଠି ଭଲ ଲୋକ ଭିଡଧରିଛି
         ପୁଅ ପୁତୁରାଏ ଙ୍କ ଶବ ସାଙ୍ଗେ
          ସେଲଫି ମରା ଚାଲିଛି...!!!

    ଏବେ ତ ଏଠି ମନୋରଞ୍ଜନ ପାଇଁ
           ପାର୍କ ଟିଏ ଵନିଚି
          ଜଳ ଫୁବରା ସାଙ୍ଗକୁ
        ଦିନ ରାତି ଆଲୁଅ ବି ଜଳୁଛି..!

      ଚାଟ,ଗୁପଚୁପ ସାଙ୍ଗକୁ
           ଦହିବରା ର ପସରା ମେଳିଛି
        ଭୁତ, ପ୍ରେତ ଲୁଚିଲେଣି
           ଆଉ ଡର କାହିଁ ଲାଗୁଚି
      ଥାନେ, ଥାନେ ମଶାଣୀ ବି
             ସ୍ୱାଗତ ଜଣାଉଛି...!!!

       ମlଲବାହୀ ଭାଇ ଟି କହେ
             ମଶାଣୀ ଟା ସତରେ
               ଭାରି ବଢିଆ ହେଇଛି
       ଏତେ ସବୁ ଯୋଗାଡ଼ ଦେଖି
            ମତେ ବି ମରିବାକୁ ଭାରି
                 ଇଛା ହେଉଛି...!!

          ଯାହା କହ ମୃତ୍ୟୁ ଟା
                 ଉତ୍ସବ ପାଲଟିଛି
          ମହାପ୍ରସାଦ ଭୋଜି ପାଇଁ
                କାର୍ଡ ଛପୁଛି
          କିନ୍ତୁ ମହାପ୍ରସାଦ ଲେସ ମାତ୍ର
      ପକୋଡା ଠୁଁ ବିରିୟାନୀ ର
                  ଧୂଳା ଉଡ଼ୁଛି
       ସତରେଭୋଜି ଟା
                  ଉତ୍ସବ ଲାଗୁଚି....!!
      ମେଲୋଡି ସାଙ୍ଗକୁ ପୁଣି ଭଲ
         ଖାଇବା ପିଇବା ଜମୁଛି
       ପଚାରିଲେ ଶୁଭୁଚି, ଏଡ଼େ ବଡ
        ଦୁଃଖଟାକୁ ଭୁଲିବା ପାଇଁକି
           ଟିକେ ହାଲକେଇକି ନେଇଛି

     ଏଣେ ଶ୍ରଦ୍ଧାଞ୍ଜଳି ଦେଇ
          ଦିନେ ମୁହଁ ନ ଦେଖିଥିବା
        ଶ୍ରଦ୍ଧାଳୁ ଙ୍କ ବେଶ ଫଟୋ
                ଉଠା ଚାଲିଛି...!!!

     ତେଣେ ହୁତାତ୍ମା ଟି
       ଫୁଲ ମାଳ ପିନ୍ଧା ଫଟ
            ଭିତରେ ରହି ଭାବୁଛି
       ଯାହା ହେଉ ବଞ୍ଚିବା ଠାରୁ
         ମରିବା ଟା ମନୋରମ ଲାଗୁଚି
      ପ୍ରାୟ ଦଶ -ବାର ଦିନ ହେଲାଣି
            ମୋ ପାଇଁ ଯାତେରା ଜମୁଛି
    ଜିଇ ଥିଲା ବେଳେ
                   ମୁନ୍ଦେ ପାଣି ନାହିଁ
    ଏବେ ବିଅର ସାଙ୍ଗକୁ
              ଥଣ୍ଡାପାନୀୟ ରେ ଭାସୁଛି

     ପୁଅ ପରା ମୋ ଫୋଟୋ ଟେ
         ମୋବାଇଲ ରେ ଛାଡ଼ିଛି
      ଜ୍ଞାତି, ଅଜ୍ଞାତି କେତେ ଚି଼ହ୍ନl,             
          ଅଚିହ୍ନl ସେ ଫୋଟୋ ରେ
             ଓଁ ଶାନ୍ତି ଲେଖନ୍ତି...¡!

     ପରିବାର ଟା ପୁରା ମୋର
     ମରିବାକୁ ଜମେଇକି ପାଳନ୍ତି
     ନେତା ଠୁଁ କର୍ମି ପର୍ଯ୍ୟନ୍ତ
           ସଭିଙ୍କୁ ଡାକନ୍ତି...!!
     ସତରେ ଯେବେଠୁଁ ମଶାଣୀ ଟା
              ଆଦର୍ଶ ହେଇଛି
   ମୃତ୍ୟୁ ଟା ବି ତାଳ ଦେଇ
            ଉତ୍ସବ ପାଲଟି ଯାଇଛି....!!

Saturday, October 5, 2024

ଦୁଖଦ ଖବର 🙏ଆଜି ଶନିବାର ଅପରାହ୍ନ ୦୫. ୪୮ ମିନିଟ ସମୟରେ ବିଶିଷ୍ଟ ସମାଜସେବୀ, ଆଳି ସାରସତ୍ୱ ସଙ୍ଘ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତି ଇହଲୀଳା ସମ୍ବରଣ କରିଛନ୍ତି, ଭଗବାନ ତାଙ୍କର ଅମର ଆତ୍ମାର ସଦଗତି କରନ୍ତୁ, ଏହାହିଁ ପ୍ରାର୍ଥନା 🙏🙏🙏

ଶନିବାର ରାଶିଫଳ

ଉପକୁଳ ସମାଚାର 
ଅକ୍ଟୋବର ମାସ ୫ ତାରିଖ ୨୦୨୪ ମସିହା(ଶନିବାର) ଶୁଭାଶୁଭ ରାଶିଫଳ 


*═══✧*
*🌷 ମେଷ 🌷👉*
*ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।  ହାତକୁ ନେଇଥିବା  ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ  ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ*

*🌷ବୃଷ🌷👉 : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।*
*✧═════•❁❀❁•═════✧*
*🌷ମିଥୁନ🌷👉 :ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।* 
*✧═════•❁❀❁•═════✧*
*🌷କର୍କଟ🌷👉 : କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।  ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।*
*✧═════•❁❀❁•═════✧*
*🌷ସିଂହ🌷👉 : ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।*
*✧═════•❁❀❁•═════✧*
*🌷କନ୍ୟା🌷👉 : ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌷ତୁଳା🌷👉 : ଆଜି  ଆପଣ ଅନ୍ୟ ବ୍ୟକ୍ତି  କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।*
*✧═════•❁❀❁•═════✧*
*🌷ବିଚ୍ଛା🌷👉 : ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।* 
*✧═════•❁❀❁•═════✧*
*🌷ଧନୁ🌷👉: ଆଜି  ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।*
*✧═════•❁❀❁•═════✧*
*🌷ମକର🌷👉 : ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ।  ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।*
*✧═════•❁❀❁•═════✧*
*🌷କୁମ୍ଭ🌷👉 : ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।*
*✧═════•❁❀❁•═════✧*
 *🌷ମୀନ🌷👉 : ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।*
*✧═════•❁❀❁•═════✧*
ଉପକୁଳ ସମାଚାର
ବନ୍ଦେ ଉତ୍କଳ ଜନନୀ 

सुबह देश राज्यों से बड़ी खब

COASTAL NEWS

सुबह देश राज्यों से बड़ी खबरें

      

*1* राष्ट्रपति ने दिल्ली के उपराज्यपाल की शक्तियां बढ़ाईं, बोर्ड-पैनल बनाने के साथ नियुक्ति कर सकेंगे, पहले दिल्ली सरकार के पास था अधिकार

*2* रक्षा क्षेत्र में देश ने हासिल की दो बड़ी उपलब्धियां; समुद्र से लेकर आसमान तक रहेगी नजर

*3* त्रिपुरा के दो उग्रवादी समूहों के साथ शांति समझौते पर आज होंगे हस्ताक्षर; गृह मंत्री शाह रहेंगे मौजूद

*4* सत्ता हासिल करने के लिए कांग्रेस ने पलटी मारी', जातिगत जनगणना की विपक्ष की मांग पर मेघवाल

*5* अर्जुनराम मेघवाल ने कहा कि लोकतंत्र में सरकार तभी काम करती है, जब उसे बहुमत मिलता है। बहुमत का आंकड़ा 272 है, जो हमें और हमारे साथियों को मिला है। इसलिए हम सरकार में हैं। इस चुनाव में उड़ीसा, आंध्रप्रदेश, केरल में हम जीते है। चुनाव में भाजपा का प्रदर्शन बेहतर रहा।  नेहरू जी के बाद कोई तीन बार प्रधानमंत्री नहीं बन सका। कांग्रेस नहीं चाहती थी, तीसरी बार पीएम बनें।

*6* अमर उजाला संवाद -मैं सरकार की योजना का फायदा नहीं उठाता हूं। सरकार में रहकर काम करना कठिन है।,नितिन गडकरी ने कहा कि मैं ज्यादा सोचता नहीं हूं। काम करता हूं। मैं ज्यादा चिंता नहीं करता।

*7* नितिन गडकरी ने आत्मनिर्भर भारत बनाने के लिए चार सेक्टरों पर ध्यान देने की जरूरत। इसमें पानी, बिजली, संचार और ट्रांसपोर्ट पर ज्यादा ध्यान देना होगा। भारत में लगभग 950 हजार की नदी किनारा है। 

*8* अगर हमें आत्मनिर्भर भारत बनाना है तो हमे सबसे पहले ग्रामीण, आदिवासी, कृषि और विशेष रूप से जंगल इन चार क्षेत्रों का विशेष ध्यान रखना होगा।" 

*9* आज राहुल गांधी की जम्मू-कश्मीर में दो चुनावी रैली, पहली अनंतनाग और दूसरी जम्मू के संगलदान में; कांग्रेस के 40 स्टार कैम्पेनर्स चुनाव में

*10* लोकसभा में विपक्ष के नेता राहुल गांधी ने रेलवे ट्रैकमैन्स के बीच पहुंचकर उनकी समस्याओं को जाना. राहुल गांधी ने अपने सोशल मीडिया प्लेटफॉर्म X पर वीडियो भी जारी किया है. इसमें राहुल गांधी के हाथ में हथौड़ा नजर आ रहा है. वे सिर पर टोपी लगाए नजर आ रहे हैं.

*11* 'पीतल की लौंग क्या मिल जाती है, खुद को सराफ समझ बैठते हैं', वसुंधरा राजे ने किस पर साधा निशाना?राजे ने एक ऐसी टिप्पणी की है, जिसने अफ़वाहों को फिर से हवा दे दी है कि राजस्थान भाजपा नेतृत्व के भीतर सब कुछ ठीक नहीं चल रहा है,यह टिप्पणी की थी मुख्यमंत्री भजनलाल भी मंच पर उपस्थित थे

*12* आरजी कर के पूर्व-प्रिंसिपल को स्वास्थ्य विभाग ने निलंबित किया, संदीप घोष पर वित्तीय गड़बड़ी करने का आरोप, CBI ने 8 दिन की कस्टडी में लिया

*13* पेरिस पैरालिंपिक- भारत ने 20वां मेडल जीता, छठे दिन जैवलिन थ्रो और हाई जंप में 2 सिल्वर और 2 ब्रॉन्ज; दीप्ति ने भी ब्रॉन्ज दिलाया

*14* वर्ल्ड बैंक ने भारत की GDP ग्रोथ अनुमान 0.4% बढ़ाया, वित्त वर्ष 2024-25 के लिए 7% किया, RBI ने अनुमान 7.2% बताया था

*15* शेयर मार्केट में आज दिख सकती है गिरावट, निफ्टी में लगातार 14 दिन से तेजी, अमेरिकी बाजार 626 अंक गिरकर बंद


Wednesday, August 28, 2024

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903

 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର


ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ୍ଟା କରୁଛି। ଏହି କାରଣରୁ ନିଜର ନିୟମ ଦର୍ଶାଇ ଚୀନ୍ ଏବଂ ଭାରତରେ ନିର୍ମିତ ସୋଲାର ପ୍ୟାନେଲ ଉପକରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଆମେରିକା ବର୍ତ୍ତମାନ ଭାରତୀୟଙ୍କ ଛାତରେ ସ୍ଥାପିତ ସୋଲାର ପ୍ୟାନେଲ ଉପରେ ନଜର ରଖିଛି।  କାରଣ ଆମେରିକା ଭାରତରେ ଉତ୍ପାଦିତ ଏଭଳି ବୈଦ୍ୟୁତିକ ଉପକରଣ ଉପରେ ପ୍ରତିବନ୍ଧକ ଲଗାଇଛି। ଚୀନ୍ ଉପରେ ମଧ୍ୟ ସମାନ ପ୍ରତିବନ୍ଧକ ଆମେରିକା ଲଗାଇଛି। ବାସ୍ତବରେ, ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା (ସିବିପି) ୨୦୨୨ ଅଧିନିୟମ ଅନୁଯାୟୀ ୨୦୨୩ ଅକ୍ଟୋବରଠାରୁ ଭାରତରୁ ପ୍ରାୟ ୪୩ ନିୟୁତ ଡଲାରର ଇଲେକ୍ଟ୍ରୋନିକ୍ସ ଉପକରଣ ଶିପମେଣ୍ଟ୍ ବନ୍ଦ କରିଦେଇଛି। ରଏଟର୍ସ ଏହି ସୂଚନା ଦେଇଛି।

ଆମେରିକାର ଏହି ନିଷେଧାଦେଶ ସୂଚାଇ ଦେଇଛି ଯେ ଦେଶର ବାଣିଜ୍ୟ ଏନଫୋର୍ସମେଣ୍ଟ ଏଜେନ୍ସିର ଧ୍ୟାନ ବର୍ତ୍ତମାନ ଅନ୍ୟତ୍ର ରହିଛି। ତେବେ କେଉଁ ପ୍ରକାର ଇଲେକ୍ଟ୍ରୋନିକ୍ ଉପକରଣ ଉପରେ କଟକଣା ଲଗାଯାଇଛି ତାହା ସିବିପି ସ୍ପଷ୍ଟ କରିନାହିଁ। ରୋକା ଯାଇଥିବା ଶିପମେଣ୍ଟରେ ସୋଲାର ପ୍ୟାନେଲରେ ବ୍ୟବହୃତ କଞ୍ଚାମାଲ  ପଲିସିଲିକନ୍ ଏବଂ ସୋଲାର ପ୍ୟାନେଲ୍ ରହିଛି।

ଯେତେବେଳେ ଏଜେନ୍ସି ଦ୍ୱାରା ସିବିପିକୁ ଏନେଇ ପଚରାଗଲା, ସେମାନେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ଏହି ନିୟମ ଚାଇନାର ଜିନଜିଆଙ୍ଗ ଅଞ୍ଚଳରେ ନିର୍ମିତ ସାମଗ୍ରୀ ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛି।

ଜିନଜିଆଙ୍ଗରେ ଚୀନ୍ କର୍ତ୍ତୃପକ୍ଷଅନୁସୂଚିତ ଜାତିର ଉଇଗୁରୁ ଏବଂ ଅନ୍ୟ ମୁସଲମାନ ଗୋଷ୍ଠୀ ପାଇଁ ଶ୍ରମ ଶିବିର ସୃଷ୍ଟି କରିଛନ୍ତି। ତେବେ ଚୀନ୍ ସର୍ବଦା ଉଇଗୁର୍ ସମ୍ପ୍ରଦାୟ ବିରୋଧରେ କୌଣସି ହିଂସାକୁ ଅସ୍ୱୀକାର କରିଆସୁଛି। ପୂର୍ବ ବର୍ଷଗୁଡ଼ିକରେ ଉଇଗୁର୍ ବାଧ୍ୟତାମୂଳକ ଶ୍ରମ ନିବାରଣ ଆଇନ (ୟୁଏଫଏଲପିଏ) ଅନୁଯାୟୀ କୌଣସି ଭାରତୀୟ ଇଲେକ୍ଟ୍ରୋନିକ୍ସ ଶିପମେଣ୍ଟ୍ ରୋକା ଯାଇନାହିଁ।


ସିବିପି ଅନୁଯାୟୀ, ଜବତ ହୋଇଥିବା ଭାରତୀୟ ଇଲେକ୍ଟ୍ରୋନିକ୍ସ ଶିପମେଣ୍ଟର ପ୍ରାୟ ଏକ ତୃତୀୟାଂଶ ଫେରାଇ ଦିଆଯାଇଥିଲା। ସମାନ ଅବଧିରେ, ଆମେରିକାରେ ସୋଲାର ଉପାଦାନ ଯୋଗାଉଥିବା ଶୀର୍ଷ ଦେଶ ମାଲେସିଆ, ଭିଏତନାମ ଏବଂ ଥାଇଲ୍ୟାଣ୍ଡରୁ ମାତ୍ର ୫.୪% ଶିପମେଣ୍ଟ୍ ବନ୍ଦ ହୋଇଥିଲା।

ଭାରତୀୟ ଉପକରଣଗୁଡ଼ିକର ରୋକାଯାଇଥିବା ଶିପମେଣ୍ଟ ଗତ ଦୁଇ ବର୍ଷ ମଧ୍ୟରେ ୟୁଏଫଏଲପିଏ ଅଧୀନରେ ସୀମାରେ ସିବିପି ଦ୍ୱାରା ହସ୍ତଗତ ହୋଇଥିବା ୩ ବିଲିୟନ ଡଲାରର ଇଲେକ୍ଟ୍ରୋନିକ୍ସ ପରିବହନର ଏକ ଛୋଟ ଅଂଶ। କିନ୍ତୁ ଏହା ଭାରତୀୟ ଉତ୍ପାଦକମାନଙ୍କ ପାଇଁ ଏକ ବଡ଼ ଝଟ୍‌କା। ଯେଉଁମାନେ ମୁଖ୍ୟତଃ ଚୀନ୍‌ର କମ୍ପାନୀ ଏବଂ ୟୁଏଫଏଲପିଏ କାର୍ଯ୍ୟକାରୀ ଦ୍ୱାରା ପ୍ରସ୍ତୁତ ପ୍ୟାନେଲ ଉପରେ ଶୁଳ୍କ ଯୋଗୁ ନିଜକୁ ଆମେରିକାର ସୌର ପ୍ରକଳ୍ପ ବିକାଶକାରୀଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି।

Tuesday, August 27, 2024

COASTAL NEWS ODIA 1902 ନୂତନ ପେନ୍‌ସନ୍‌ ଯୋଜନାକୁ ଅନୁମୋଦନ କଲେ ଓଡିଶା ରାଜ୍ୟ ସରକାର

COASTAL NEWS ODIA 1902

ନୂତନ ପେନ୍‌ସନ୍‌ ଯୋଜନାକୁ ଅନୁମୋଦନ କଲେ ଓଡିଶା ରାଜ୍ୟ ସରକାର 

ସରକାରୀ କର୍ମଚାରୀ ପାଇବେ ଅଧା ଦରମା



ନୂଆଦିଲ୍ଲୀ,୨୫।୮: କେନ୍ଦ୍ର କ୍ୟାବିନେଟ୍ ଶନିବାର ନୂତନ ପେନ୍‌ସନ୍ ଯୋଜନା (ୟୁନିଫାଏଡ୍ ପେନ୍ସନ୍ ଯୋଜନା)କୁ ଅନୁମୋଦନ କରିଛନ୍ତି। ଏହା ପରେ, ବର୍ତ୍ତମାନ ରାଜ୍ୟଗୁଡିକ ମଧ୍ୟ ଏହି ପେନ୍‌ସନ୍ ଯୋଜନା ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି। ରବିବାର ମହାରାଷ୍ଟ୍ର କ୍ୟାବିନେଟ୍ ମଧ୍ୟ ଏହି ପେନ୍‌ସନ୍ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନାରେ ସରକାରୀ କର୍ମଚାରୀଙ୍କୁ ୫୦% ନିଶ୍ଚିତ ପେନ୍‌ସନ୍ ପ୍ରଦାନ କରାଯାଇଛି।

ଏହା ବ୍ୟତୀତ, ଏହି ଯୋଜନାରେ ନିଶ୍ଚିତ ପରିବାର ପେନ୍‌ସନ୍‌, ନିଶ୍ଚିତ ସର୍ବନିମ୍ନ ପେନ୍‌ସନ୍‌, ମୁଦ୍ରାସ୍ଫୀତି ସହିତ ସୂଚକାଙ୍କ ଏବଂ ଗ୍ରାଚ୍ୟୁଟି ବ୍ୟତୀତ ଅତିରିକ୍ତ ଦେୟ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଯୋଜନାରେ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ। ଯଦି ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମଧ୍ୟ ଏଥିରେ ଯୋଗ ଦିଅନ୍ତି, ତେବେ ପ୍ରାୟ ୯୦ ଲକ୍ଷ କର୍ମଚାରୀ ଏହି ଯୋଜନାର ଲାଭ ପାଇବେ।

ୟୁନିଫାଏଡ୍ ପେନ୍‌ସନ୍‌ଯୋଜନାରେ, ପେନ୍‌ସନ୍ ରାଶି ଅବସର ପୂର୍ବରୁ ୧୨ ମାସର ହାରାହାରି ମୌଳିକ ବେତନର ୫୦ ପ୍ରତିଶତ ହେବ। ଏହି ପେନ୍ସନ୍ ପାଇଁ ସେବା ଯୋଗ୍ୟତା ୨୫ ବର୍ଷ ହେବ। ୨୫ ବର୍ଷ କାର‌୍ୟ୍ୟ କରୁଥିବା କର୍ମଚାରୀମାନେ ଏହି ନିଶ୍ଚିତ ପେନ୍‌ସନ୍‌ର ସୁବିଧା ପାଇବେ। ସେହି ସମୟରେ, ଯଦି ସେବା ୨୫ ବର୍ଷରୁ କମ୍ ଏବଂ ୧୦ ବର୍ଷରୁ ଅଧିକ, ତେବେ ସେହି କର୍ମଚାରୀମାନେ ସେବା ଅନୁପାତରେ ପେନ୍‌ସନ୍ ପାଇବେ।

ୟୁନିଫାଏଡ୍ ପେନ୍‌ସନ୍ ସ୍କିମ୍ ଅନୁଯାୟୀ ମୃତ କର୍ମଚାରୀଙ୍କ ମୃତ୍ୟୁ ପରେ ଥିବା ପେନ୍‌ସନ୍‌ର ୬୦ ପ୍ରତିଶତ ତାଙ୍କର ସ୍ତ୍ରୀ ପାଇବେ।

ଯେଉଁମାନଙ୍କର ସେବା ଅବଧି କମ୍, ୟୁନିଫାଏଡ୍ ପେନ୍‌ସନ୍ ଯୋଜନାରେ ମାସକୁ ୧୦,୦୦୦ ଟଙ୍କା ନିଶ୍ଚିତ ହୋଇଥିବା ସର୍ବନିମ୍ନ ପେନ୍‌ସନ୍ ପ୍ରଦାନର ବ୍ୟବସ୍ଥା ଅଛି।

ୟୁନିଫାଏଡ୍ ପେନ୍‌ସନ୍‌ ଯୋଜନାରେ ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଇଛି। ମହଙ୍ଗା ଭତ୍ତା ସହିତ ସମାନ ଢାଞ୍ଚାରେ, ତିନୋଟି ଉପରେ ମୁଦ୍ରାସ୍ଫୀତି ସୂଚକାଙ୍କ ପ୍ରଯୁଜ୍ୟ ହେବ – ସୁନିଶ୍ଚିତ ପେନ୍ସନ୍, ସୁନିଶ୍ଚିତ ପରିବାର ପେନ୍‌ସନ୍‌ ଏବଂ ସୁନିଶ୍ଚିତ ସର୍ବନିମ୍ନ ପେନ୍ସନ୍।

ୟୁନିଫାଏଡ୍ ପେନ୍ସନ୍ ଯୋଜନାରେ ଅବସର ପରେ ଗ୍ରାଚ୍ୟୁଇଟି ବ୍ୟତୀତ ଏକଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ପ୍ରତି ୬ ମାସର ସେବା ପାଇଁ, ମାସିକ ବେତନର ୧/୧୦ (ପେ + ଡିଏ) ଅବସର ଦିନ ଦିଆଯିବ।

COASTAL NEWS ODIA 1901 ସରକାର ଘୋଷଣା କଲେ ‘ସୁଭଦ୍ରା’ ଯୋଜନା ର ଗାଇଡଲାଇନ୍‌

COASTAL NEWS ODIA 1901

ସରକାର ଘୋଷଣା କଲେ ‘ସୁଭଦ୍ରା’ ଯୋଜନା ର ଗାଇଡଲାଇନ୍‌


ଭୁବନେଶ୍ବର - (CNO) ଓଡ଼ିଶାର ମହିଳାଙ୍କ ପାଇଁ ବିଜେପି ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ପୂର୍ବରୁ ଏସ୍‌ଓପି ଜାରି କରିଥିବା ବେଳେ ଏବେ ଗାଇଡଲାଇନ୍‌ ବାହାର କରିଛନ୍ତି। ଏହି ‌ଗାଇଡଲାଇନ୍‌ ମାଧ୍ୟମରେ କିଏ ହିତାଧିକାରୀ ହୋଇପାରିବେ ରାଜ୍ୟ ସରକାର ଏନେଇ ସ୍ପଷ୍ଟକରିଛନ୍ତି।

ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ନେଇ ରାଜ୍ୟ ସରକାର ସୋମବାର ଗାଇଡଲାଇନ୍‌ ଜାରି କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା 'ସୁଭଦ୍ରା' ଯୋଜନାରେ ମୋହନ ମାଝୀ ସରକର କହିଛନ୍ତି ଜୁଲାଇ ୧ ତାରିଖ ସୁଦ୍ଧା ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ସାମିଲ ହୋଇପାରିବେ। ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ। 

ଗତ ୨୩ ତାରିଖ ଦିନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି ଜାରି କରିଥିଲେ। ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏ ସଂପର୍କରେ ଘୋଷଣା କରିଥିଲେ। ୨୧-୬୦ବର୍ଷର ମହିଳାଙ୍କୁ ବାର୍ଷିକ ୨ଟି କିସ୍ତିରେ ୧୦ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଆସନ୍ତା ୫ବର୍ଷରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ। ନିଜ ଇଚ୍ଛା‌ରେ ସେ ଏହି ଟଙ୍କା ଖର୍ଚ୍ଚ କରିପାରିବେ।


ଗତ ୨୩ ତାରିଖ ଦିନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି ଜାରି କରିଥିଲେ। ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏ ସଂପର୍କରେ ଘୋଷଣା କରିଥିଲେ।

ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ୫୫,୮୨୫ କୋଟି ଟଙ୍କା ଖର୍ଚ୍ଚ ହେବ। କୋଟିରୁ ଅଧିକ ମହିଳା ଏଥିରେ ଉପକୃତ ହେବେ। ସମସ୍ତ ହିତାଧିକାରୀଙ୍କୁ ରାଖି ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ(୮ ମାର୍ଚ୍ଚ)ରେ ୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ସହାୟତା ପ୍ରଦାନରେ ସ୍ବଚ୍ଛତାକୁ ନିଶ୍ଚିତ କରିବା ପାଇଁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ୍‌(ଏପିବିଏସ୍‌) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏହାସହ ହିତାଧିକାରୀଙ୍କୁ ଏକ ‘ସୁଭଦ୍ରା’ ଡେବିଟ୍‌ କାର୍ଡ ମଧ୍ୟ ପ୍ରଦାନ କରାଯିବ। 

ଏହି ଯୋଜନାରେ ସାମିଲ ହେବା ପାଇଁ ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏଥିପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ। ଏହାର କାର୍ଯ୍ୟକାରିତା ଓ ତଦାରଖ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏକ ‘ସୁଭଦ୍ରା’ ସମିତି ଗଠନ କରିବ। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ  ଓ ପୌରାଞ୍ଚଳରେ ସର୍ବାଧିକ ପରିମାଣର ଡିଜିଟାଲ କାରବାର କରିଥିବା ୧୦୦ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଅତିରିକ୍ତ ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ଭାବେ ପ୍ରଦାନ କରାଯିବ। 


ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଏହାବାଦ୍ କୌଣସି ସରକାରୀ ଯୋଜନାରେ ମାସିକ ୧୫ଶହ କିମ୍ବା ତା’ଠାରୁ ଅଧିକ ବା ବାର୍ଷିକ ୧୮ହଜାର ଟଙ୍କା ବା ତା’ଠାରୁ ଅଧିକ ସହାୟତା ରାଶି ପାଉଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। 

‘ସୁଭଦ୍ରା’ ଯୋଜନା ସଂପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ଯୋଜନା। ଏହି ଯୋଜନା କୋଟିଏରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ରାଜ୍ୟ କ୍ୟାବିନେଟ ଏହି ଦୂରଦୃଷ୍ଟି ସଂପନ୍ନ ଓ ସୁଦୂରପ୍ରସାରୀ ନିଷ୍ପତ୍ତି ସରକାରଙ୍କ ଦ୍ବାରା ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ। ‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ଓ ରୂପାୟନ ପାଇଁ ଏହି ଯୋଜନାରୁ ଯେପରି କୌଣସି ଯୋଗ୍ୟ ମହିଳା ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସକ୍ରିୟ ସହଯୋଗ କାମନା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...