AFFILIATE MARKETING

https://binomo.com?a=90810425bb57&t=0

Tuesday, October 15, 2024

ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର

Coastal news
ଉପକୁଳ ସମାଚାର
ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ
ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର



ଭୁବନେଶ୍ଵର, (CNO) : ପାର୍ବଣ ସମୟରେ ରାଜଧାନୀରେ ବଡ଼ ଅଘଟଣ ଘଟିଛି । ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜଣେ ଯୁବ ଇଞ୍ଜିନିୟର ଜୀବନ ହାରିଛନ୍ତି । 

ପ୍ରେମରେ ବିଚ୍ଛେଦ ପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଯୁବକ ହେଲେ ଖାରବେଳନଗରସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳର ରୁନିତ ଜେନା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାସ୍ଥଳରୁ ପୁଲିସ ମୃତ୍ୟୁ ପୂର୍ବର ଏକ ଚିଠି ( ସୁଇସାଇଡ଼ ନୋଟ) ଜବତ କରିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ରୁନିତ ଭଲ ପାଉଥିଲେ।

ତାଙ୍କର ସବୁ ଖର୍ଚ୍ଚ ମଧ୍ୟ ସେ ବହନ କରୁଥିଲେ। ଗତ ଗୁରୁବାର ପ୍ରେମିକା ତାଙ୍କ ସହ ସମ୍ପର୍କ ଛିନ୍ନ କରି ଦେଇଥିଲେ । ଏଥ‌ିରେ ଆଘାତ ପାଇଁ ରୁନିତ ମାନସିକ ଚାପରେ ଥିଲେ। ଶୁକ୍ରବାର ମାନଙ୍କୁ ନେଇ ରାତିରେ ସେ ରାଜଧାନୀର ପୂଜା ମଣ୍ଡପ ବୁଲିଥିଲେ। ଶନିବାର ଆଉ କିଛି ପୂଜା ମଣ୍ଡପ ବୁଲିବାକୁ ଯୋଜନା କରିଥିଲେ । ହେଲେ ଏମିତି କ'ଣ ହୋଇଗଲା କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ସେଥ‌ିନେଇ ପରିବାର ଲୋକେ ସନ୍ଦେହ ପ୍ରକାଟ କରିଛନ୍ତି।

ମୃତ୍ୟୁ ପୂର୍ବରୁ ରୁନିତ ନିଜର ସିମକାର୍ଡ ଭାଙ୍ଗି ଦେଇଥିଲେ । ତାଙ୍କ ଆତ୍ମହତ୍ୟାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଶନିବାର ଭୋରୁ ରୁନିତ ଆପାର୍ଟମେଣ୍ଟର ୮ ମହଲାକୁ ଚଢ଼ି ଯାଇଥିଲେ । ବିବ୍ରତ ଅବସ୍ଥାରେ କିଛି ସମୟ ଏଣେତେଣେ ଚାଲିବା ପରେ ପଛପଟକୁ ଢଳି ପଡ଼ିଥିଲେ। ସିସିଟିଭି ଫୁଟେଜ ଜବତ କରି ପୁଲିସ ଯାଞ୍ଚ କରୁଛି। ପରିବାର ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ପୁଲିସ କହିଛି।


No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...