AFFILIATE MARKETING

https://binomo.com?a=90810425bb57&t=0

Tuesday, October 15, 2024

ଆଳି ନାଗରିକ ମଞ୍ଚର ଶାରଦୀୟ ସାମାଜିକ ସୂଚନା ଓ ସାମାଜିକ ଦୃଷ୍ଟିପାତ କାର୍ଯ୍ୟକ୍ରମ

Coastal news
ଉପକୁଳ ସମାଚାର
ଆଳି ନାଗରିକ ମଞ୍ଚର ଶାରଦୀୟ ସାମାଜିକ ସୂଚନା ଓ ସାମାଜିକ ଦୃଷ୍ଟିପାତ କାର୍ଯ୍ୟକ୍ରମ 


ଆଳି - ଆଳି ନାଗରିକ ମଞ୍ଚ, ଆଳି ଆନୁକୂଲ୍ୟରେ ପବିତ୍ର ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ୨୦୨୪ ମସିହାର ଚାରିଦିନ ଧରି ଆଳି ରାଜବାଟି ରାସ୍ତା ପାର୍ଶ୍ବରେ ଏକ ସୂଚନା ଓ ସାମାଜିକ ଦୃଷ୍ଟିପାତ ର କାର୍ଯ୍ୟକ୍ରମ ନିମିତ୍ତ ଏକ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ସୁରକ୍ଷା ଓ ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଥିଲା। 

ଏହି କାର୍ଯ୍ୟକ୍ରମ ର ମହା ନବମୀ ଦିନ ପୂଜ୍ୟ ପୂଜା ପାଳନ ଅବସରରେ ବର୍ଷୀୟାନ ବାମପନ୍ଥୀ ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ଵ ଶ୍ରୀଯୁକ୍ତ ଅଭିରାମ ଦଳାଇ ଓ ଯୁବ ଉଦ୍ୟୋଗ ପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ରାଉତ ଓ ଆଳି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଶୁଭ ଲକ୍ଷ୍ମୀ ଦାଶ ଙ୍କୁ ନୃତ୍ୟ କଳା କଳିକା ଭାବେ ପୁଷ୍ପ ଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ସମସ୍ତଙ୍କୁ ମୁଖ୍ୟ ଅତିଥି ତଥା ବରିଷ୍ଠ ଆଇନ୍ ଜିବୀ, ଆଳି ନାଗରିକ ମଞ୍ଚ ର ଆଇନ୍ ଉପଦେଷ୍ଟା ଶ୍ରୀଯୁକ୍ତ ଭୀମସେନ ଭୂୟାଁ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ।

ଏହି କାର୍ଯ୍ୟକ୍ରମ ମଧ୍ୟରେ ସୁନା ସକାଳର ସମ୍ପାଦକ ଙ୍କ ତରଫରୁ ଶିଶୁ ସାହିତ୍ୟର ବିଶିଷ୍ଟ କବି ଶ୍ରୀଯୁକ୍ତ ପର୍ଶୁରାମ ବେହେର, ଓ ବିଶିଷ୍ଟ ଶ୍ରମିକ ନେତା, କବି ଶ୍ରୀଯୁକ୍ତ ଧନେଶ୍ଵର ରାଉତ ଙ୍କୁ ପୁଷ୍ପ ଗୁଚ୍ଛ, ଅଙ୍ଗବସ୍ତ୍ର, ମାନପତ୍ର ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇ ଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଆଳି ନାଗରିକ ମଞ୍ଚ, ଆଳି ଦ୍ଵାରା ପରିଚାଳନା କରା ଯାଇଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...