AFFILIATE MARKETING

https://binomo.com?a=90810425bb57&t=0

Saturday, April 13, 2024

COASTAL NEWS ODIA ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା; ୩୫ ଆସନରେ ନାଁ ଘୋଷଣା ବାକି

COASTAL NEWS ODIA

ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା-
୩୫ ଆସନରେ ନାଁ ଘୋଷଣା ବାକି 



ଭୁବନେଶ୍ବର - (CNO) ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଆଜି ଆସିପାରେ । ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ବାକି ଥିବା ଆସନରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ କିଛି ଆସନରେ ଦଳ ପ୍ରାର୍ଥୀ ଘୋଷଣା ହୋଇନାହିଁ । ମୋହନା, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, ଝରିଗାଁ, ଡାବୁଗାଁ, କୋଟପାଡ ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଦଳ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ୩୫ ଆସନରେ ନାଁ ଘୋଷଣା ବାକି ଥିବା ବେଳେ ଆଜି ପ୍ରାର୍ଥୀ ତାଲିକା ଆସିବ ବୋଲି ଚର୍ଚ୍ଚା ହେଉଛି । 

ବିଜେପି ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପଦ୍ମପୁର- ଗୋବର୍ଦ୍ଧନ ଭୁଏ ବିଜେପୁର- ସନତ ଗଡ଼ତିଆ ବରଗଡ଼- ଅଶ୍ବିନୀ ଷଡ଼ଙ୍ଗୀ ଅତାବିରା- ନିହାର ମହାନନ୍ଦ ଭଟଲୀ- ଈରାଶିଷ ଆଚାର୍ଯ୍ୟ ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ ତଳସରା- ଭବାନୀଶଙ୍କର ଭୋଇ ସୁନ୍ଦରଗଡ଼- କୁସୁମ ଟେଟେ ବୀରମିତ୍ରପୁର- ଶଙ୍କର ଓରାମ ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ ରାଜଗାଙ୍ଗପୁର- ନରସିଂହ ମିଞ୍ଜ ବଣାଇ- ସେବତୀ ନାଏକ କୁଚିଣ୍ଡା- ରବି ନାରାୟଣ ନାଏକ ରେଙ୍ଗାଲି- ନାଉରୀ ନାଏକ 

ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର ଦେବଗଡ଼- ସୁବାସ ପାଣିଗ୍ରାହୀ ଆନନ୍ଦପୁର- ଆଲୋକ ସେଠୀ କେନ୍ଦୁଝର- ମୋହନ ମାଝୀ ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ ଉଦଳା- ଭାସ୍କର ମଢ଼େଇ ବଡ଼ସାହି- ସନାତନ ବିଜୁଳି ବାରିପଦା- ପ୍ରକାଶ ସୋରେନ ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର ଜଳେଶ୍ବର- ବ୍ରଜ ପ୍ରଧାନ ବାଲେଶ୍ବର- ମାନସ ଦତ୍ତ ରେମୁଣା- ଗୋବିନ୍ଦ ଦାସ ସୋର- ରାଜେନ୍ଦ୍ର ଦାସ ସିମୁଳିଆ- ପଦ୍ମଲୋଚନ ପଣ୍ଡା ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର ଧାମନଗର- ସୂର୍ଯ୍ୟବଂଶୀ ସୂରଜ ବିଂଝାରପୁର- ବବିତା ମଲ୍ଲିକ ବଡ଼ଚଣା- ଅମର ନାୟକ ଧର୍ମଶାଳା- ସ୍ମୃତିରେଖା ପହି 

ଯାଜପୁର- ଗୌତମ ରାୟ ସୁକିନ୍ଦା- ପ୍ରଦୀପ ବଳସାମନ୍ତ ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର କାମାକ୍ଷାନଗର- ଶତୃଘ୍ନ ଜେନା ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ ପାଲଲହଡ଼ା- ଅଶୋକ ମହାନ୍ତି ତାଳଚେର- କାଳିନ୍ଦୀ ସାମଲ ଛେଣ୍ଡିପଦା- ଅଗସ୍ତୀ ବେହେରା ଆଠମଲ୍ଲିକ- ସଂଜୀବ ସାହୁ ବୀରମହାରାଜପୁର- ରଘୁନାଥ ଜଗଦଳା ସୋନପୁର- ପ୍ରମୋଦ ମହାପାତ୍ର ଲୋଇସିଂହା- ମୁକେଶ ମହାଲିଙ୍ଗ ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ ଟିଟିଲାଗଡ଼- ନବୀନ ଜୈନ କଣ୍ଟାବାଂଜି- ଲକ୍ଷ୍ମଣ ବାଗ ନୂଆପଡ଼ା- ଅଭିନନ୍ଦନ ପଣ୍ଡା ଖଡ଼ିଆଳ- ହିତେଶ ବଗର୍ତ୍ତୀ ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର- ଗୌରୀଶଙ୍କର ମାଝୀ ଲାଞ୍ଜିଗଡ଼- ରମେଶ ମାଝୀ ଜୁନାଗଡ଼- ମନୋଜ ମେହେର 

ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ ନର୍ଲା- ଅନୀରୁଦ୍ଧ ପ୍ରଧାନ ବାଲିଗୁଡ଼ା- କଳ୍ପନା କହଁର ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ ଫୁଲବାଣୀ- ଉମାଚରଣ ମଲ୍ଲିକ ଅନୁଗୋଳ- ପ୍ରତାପ ପ୍ରଧାନ କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ ବୌଦ୍ଧ- ସରୋଜ ପ୍ରଧାନ ବଡ଼ମ୍ବା- ସମ୍ବିତ ତ୍ରିପାଠୀ ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ ଆଠଗଡ଼- ଅଭୟ ବାରିକ ଚୌଦ୍ୱାର- ନୟନ କିଶୋର ମହାନ୍ତି ନିଆଳି- ଛବି ମଲ୍ଲିକ କଟକ ସଦର- ପ୍ରକାଶ ସେଠୀ ମାହାଙ୍ଗା- ସୁମନ୍ତ ଘଡ଼େଇ ପାଟକୁରା- ତେଜେଶ୍ବର ପରିଡ଼ା 

ଆଳି- କୃଷ୍ଣଚନ୍ଦ୍ର ପଣ୍ଡା ମହାକାଳପଡ଼ା- ଦୁର୍ଗାପ୍ରସନ୍ନ ନାୟକ ପାରାଦୀପ- ସଂପଦ ସ୍ୱାଇଁ ତିର୍ତ୍ତୋଲ- ରାଜକିଶୋର ବେହେରା ନିମାପଡ଼ା- ପ୍ରଭାତି ପରିଡ଼ା ପୁରୀ- ଜୟନ୍ତ ଷଡ଼ଙ୍ଗୀ ସତ୍ୟବାଦୀ- ଓମ୍‌ ପ୍ରକାଶ ମିଶ୍ର ପିପିଲି- ଆଶ୍ରିତ ପଟ୍ଟନାୟକ ଜୟଦେବ- ଅରବିନ୍ଦ ଢାଲି ଭୁବନେଶ୍ୱର ମଧ୍ୟ- ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର ଏକାମ୍ର- ବାବୁ ସିଂହ ଜଟଣୀ- ବିଶ୍ୱରଂଜନ ବଡ଼ଜେନା ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ ରଣପୁର- ତାପସ ମାର୍ଥା ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ ଦଶପଲ୍ଲା- ରାଘବ ମଲ୍ଲିକ ନୟାଗଡ଼- ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଭଂଜନଗର- ପ୍ରଦ୍ୟୁମ୍ନ ନାଏକ ପୋଲସରା- ଗୋକୁଳାନନ୍ଦ ମଲ୍ଲିକ କବିସୂର୍ଯ୍ୟନଗର- ପ୍ରତାପ ନାୟକ ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ 

ଆସିକା- ସରୋଜ ପାଢ଼ୀ ସୋରଡ଼ା- ନୀଳମଣି ବିଷୋୟୀ ହିଂଜିଳି- ଶିଶିର ମିଶ୍ର ଗୋପାଳପୁର- ବିଭୂତି ଜେନା ବ୍ରହ୍ମପୁର- କେ. ଅନୀଲ କୁମାର ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର ଚିକିଟି- ମନୋରଂଜନ ଦ୍ୟାନସାମନ୍ତରାୟ ପାରଳାଖେମୁଣ୍ଡି- କେ. ନାରାୟଣ ରାଓ ଗୁଣପୁର- ତ୍ରିନାଥ ଗମାଙ୍ଗ କୋରାପୁଟ- ରଘୁରାମ ମାଛ ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ ମାଲକାନଗିରି- ନରସିଂହ ମାଡ଼କାମୀ  

Friday, April 12, 2024

COASTAL NEWS ODIA 1706 କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି

COASTAL NEWS ODIA 1707

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି 



ଭୁବନେଶ୍ବର - (CNO) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ସୀମା ଟପୁଛନ୍ତି ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଆଇନ ଉଲ୍ଲଙ୍ଘନ କରିବା ସହ ହିଂସାତ୍ମକ ଆକ୍ରମଣ କରୁଥିବା ଅଭିଯୋଗ ଆଣିଲା ବିଜେଡି । ସବୁ ସୀମା ଅତିକ୍ରମ କରି ସାମ୍ବାଦିକଙ୍କୁ ଆକ୍ରମଣ କରୁଥିବା ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେଡି ପ୍ରତିନିଧି ଦଳ ।

ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି, "ଓଡିଶା ବିଜେପିର ନେତାମାନେ ସବୁବେଳେ ଆଇନର ଉଲ୍ଲଙ୍ଘନ କରୁଛନ୍ତି । ଏହା ସହିତ ଆଚରଣ ବିଧି ଅବମାନନା କରୁଛନ୍ତି । ହିଂସାତ୍ମକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । କିନ୍ତୁ ଗତକାଲି ଏକ ଘଟଣା ଘଟିଛି, ଯାହା ବଳିଯାଇଛି ସବୁ ସୀମା । ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଞ୍ଚଳରେ ଛଣଗିରି ଭାରତୀୟ ଜନତା ପାର୍ଟିର ନେତା ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ଯେଉଁ ଆଚରଣ ରହିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରଶ୍ନ ଉଠୁଛି, ହିଂସାତ୍ମକ ଆଚରଣ କରିବାକୁ କଣ ଲାଇସେନ୍ସ ପାଇଛନ୍ତି କି ପ୍ରଶାନ୍ତ ଜଗଦେବ ? ଶୋଭାଯାତ୍ରା ଚାଲିଥିବା ସମୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ପ୍ରଶାନ୍ତ ।"

ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ହେଉଛନ୍ତି ପ୍ରକାଶ ହାତୀ । ପ୍ରକାଶଙ୍କ ଉପରେ ଆକ୍ରମଣ କରିଛନ୍ତି ପ୍ରଶାନ୍ତ ଜଗଦେବ । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ବିଜେଡିର ଏକ ଟିମ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାରତୀୟ ଜନତା ପାର୍ଟିର ଏକ ଶୋଭାଯାତ୍ରା ଚାଲିଥିବାବେଳେ ସେଠାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ସେହି ସମୟରେ ପ୍ରକାଶ ପ୍ରଶ୍ନ ପଚାରିଥିଲେ । ଯାହାକୁ ନେଇ ଉତ୍ତ୍ୟକ୍ତ ହୋଇଥିଲେ ପ୍ରଶାନ୍ତ । ଉଗ୍ର ରୂପ ଦେଖାଇବା ଆରମ୍ଭ କରିଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତରେ ସବୁ ଘଟଣା ଘଟିଥିଲା । ଯଦି ଜଣେ ସାମ୍ବାଦିକ ଭାରତୀୟ ଜନତା ପାର୍ଟିର ନେତାଙ୍କୁ ପ୍ରଶ୍ନ ପଚାରିବେ, ତାହେଲେ କଣ ବିଜେପି ନେତାମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ସ୍ବୟଂ ପ୍ରକାଶ ।

COASTAL NEWS ODIA 1806 *ଶକ୍ତିମାନ୍ ଡ୍ରାଇଭର; ଗୁଳି ଖାଇ ୩୦ କିଲୋମିଟର ଚଳାଇଲେ ଗାଡ଼ି, ବଞ୍ଚାଇଲେ ୩୫ଜୀବନ!.

COASTAL NEWS ODIA 1806

ଶକ୍ତିମାନ୍ ଡ୍ରାଇଭର; ଗୁଳି ଖାଇ ୩୦ କିଲୋମିଟର ଚଳାଇଲେ ଗାଡ଼ି, ବଞ୍ଚାଇଲେ ୩୫ଜୀବନ!.


ଭୁବନେଶ୍ବର - (CNO) ଅମରାବତୀ-ନାଗପୁର ରାଜପଥରେ ଡକାୟତଙ୍କ ଏକ ଗ୍ୟାଙ୍ଗ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ ଉପରେ ଆକ୍ରମଣ କରିଥିଲେ। ଡକାୟତମାନେ ୪ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଡ୍ରାଇଭରଙ୍କ ହାତରେ ବାଜିଥିଲା।

ବସ ଡ୍ରାଇଭରଙ୍କ ଅଦମ୍ୟ ସାହସ ବଞ୍ଚାଇଲା ୩୫ ତୀର୍ଥଯାତ୍ରୀଙ୍କ ଜୀବନ। ଗୁଳି ଖାଇବା ପରେ ବି ୩୦କିଲୋମିଟର ଡ୍ରାଇଭିଂ କରି ଲୁଟେରାଙ୍କ କବଳରୁ ଯାତ୍ରୀମାନଙ୍କୁ ବଞ୍ଚାଇଲେ। ହାତରେ ଗୁଳି ବାଜି ଧାରଧାର ରକ୍ତ ବୋହିବା ସତ୍ତ୍ବେ ସେ ବସ୍‌ର ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇ ନ ଥିଲେ। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଜଣେ ମିନିବସ୍ ଡ୍ରାଇଭର ଅସୀମ ସାହସକୁ ନେଇ ଏବେ ଚର୍ଚ୍ଚା।

ଅମରାବତୀ-ନାଗପୁର ରାଜପଥରେ ଡକାୟତଙ୍କ ଏକ ଗ୍ୟାଙ୍ଗ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ ଉପରେ ଆକ୍ରମଣ କରିଥିଲେ। ଡକାୟତମାନେ ୪ରାଉଣ୍ଡ ଫାୟାରିଂ କରିଥିଲେ।* *ଗୋଟିଏ ଗୁଳି ଡ୍ରାଇଭରଙ୍କ ହାତରେ ବାଜିଥିଲା। ଅତ୍ୟଧିକ ଯନ୍ତ୍ରଣା ଓ ରକ୍ତ ବୋହିବା ସତ୍ତ୍ୱେ ସେ ନିୟନ୍ତ୍ରଣ ହରାଇ ନ ଥିଲେ। ଗୁଳିକୁ ଖାତିର ନକରି ମହାରାଷ୍ଟ୍ର ବୁଲଧାନା ଜିଲ୍ଲାର ଶିଗାଓଁରୁ ନାଗପୁର ପର୍ଯ୍ୟନ୍ତ ୩୦ କିଲୋମିଟର ଗାଡିଚାଇଥିଲେ। ନାଗପୁରଠାରୁ ୧୦୦ କିଲୋମିଟର ଦୂର ସାୱାଡି ଗାଁ ନିକଟରେ ଡକାୟତମାନଙ୍କୁ ଚକମା ଦେଖାଇ ଶେଷରେ ଟେଓସା ଥାନାରେ ପହଞ୍ଚିଥିଲେ।

ନାଗପୁର ଯାତ୍ରା ଆରମ୍ଭ କରିବା ପୂର୍ବରୁ କାୱାଡେ ଅମରାବତୀର ଅମ୍ବେ ମାତା ମନ୍ଦିରରେ କିଛି ସମୟ ଅଟକିଥିଲେ। ନନ୍ଦଗାଓଁପେଠ ଟୋଲ ଗେଟ୍‌ ଅତିକ୍ରମ କରିବାର କିଛି ସମୟ ପରେ କାୱାଡେ ଦେଖିଲେ ଡକାୟତମାନେ ତାଙ୍କୁ ପିଛା କରୁଛନ୍ତି। ପ୍ରଥମେ ଗୁଳି ବାଜିବା ପୂର୍ବରୁ ସେ ଗାଡ଼ିକୁ ଓଭରଟେକ୍ କରିବାକୁ ଦେଇଥିଲେ।

ଥାନାରେ ପହଞ୍ଚିବା ପରେ ଅମରାବତୀ ପୋଲିସ ବସ୍‌କୁ ନନ୍ଦଗାଓଁପେଠ ଥାନାକୁ ଫେରାଇ ଆଣିଥିଲା। କାୱାଡେଙ୍କୁ ତୁରନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଏହି ଖବର ସୋଲିଆଲ୍ ମିଡିଆରେ ପ୍ରସାରିତ ହେବା ପରେ ସାହସୀ ଡ୍ରାଇଭରଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।ଜଣେ ପୋଲିସ ଅଧିକାରୀ କହିଛନ୍ତି, ଡ୍ରାଇଭର ସବୁ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇ ଦେଇଛନ୍ତି। ପୋଲିସ ସିସିଟିଭି ଯାଞ୍ଚ କରୁଛି। ଖୁବଶୀଘ୍ର ସେମାନଙ୍କୁ ଧରାଯିବ।

COASTAL NEWS ODIA 1805 ଫିଲ୍ମ ଷ୍ଟାଇଲରେ ଗନ୍ ପଏଣ୍ଟରେ ଲୁଟ୍, ଲୁଟିନେଲେ 25 ଲକ୍ଷ ଟଙ୍କାର ସୁନା ଗହଣା

COASTAL NEWS ODIA 1805

ଫିଲ୍ମ ଷ୍ଟାଇଲରେ ଗନ୍ ପଏଣ୍ଟରେ ଲୁଟ୍, ଲୁଟିନେଲେ 25 ଲକ୍ଷ ଟଙ୍କାର ସୁନା ଗହଣା 


ପୁରୀ - (CNO) ଫିଲ୍ମ ଷ୍ଟାଇଲରେ ଗନ୍ ପଏଣ୍ଟରେ ଲୁଟ୍, ଲୁଟିନେଲେ 25 ଲକ୍ଷ ଟଙ୍କାର ସୁନା ଗହଣା  । ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ସୁନାଗହଣା । ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ ଦେବା ସହ ବ୍ୟବସାୟୀଙ୍କୁ ଲୁଟ୍ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପିପିଲିର ଡେଲାଙ୍ଗ ଥାନା ଅଞ୍ଚଳରେ । 

ସୁନା ବ୍ୟବସାୟୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଏହି ଲୁଟ୍ ର ଶିକାର ହୋଇଛନ୍ତି । 4 ଜଣ ଦୁବୃର୍ତ୍ତ ଆସି ଅଟକାଇଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇବା ସହ ମାରଣାସ୍ତ୍ର ଦେଖାଇ ବ୍ୟାଗ୍ ଛଡ଼ାଇ ନେଇଥିଲେ । ସେଥିରେ 270 ଗ୍ରାମ୍ ସୁନା ଓ 6 କେଜି ରୁପା ଥିଲା । ଏହାର ଆନୁମାନିକ ମୂଲ୍ୟ 25 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଥାନା ଠାରୁ ମାତ୍ର 500 ମିଟର ଦୂରରେ ହୋଇଛି ଏହି ଲୁଟ୍ । 

ଏନେଇ ବ୍ୟବସାୟୀ ଜଣଙ୍କ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଲୁଟେରାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ପୋଲିସ । 

Thursday, April 11, 2024

COASTAL NEWS ODIA 1804 ରାଜ୍ୟର ୧୦ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା; ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

COASTAL NEWS ODIA 1804

ରାଜ୍ୟର ୧୦ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା; ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ



ଭୁବନେଶ୍ବର - (CNO) ରାଜ୍ୟର କେତେକ ଜିଲ୍ଲାରେ ଆଜି ବି କୋହଲା ପାଗ ଦେଖିବାକୁ ମିଳିଛି । ୧୦ ଜିଲ୍ଲାର କେତେକ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ଦେଖିବାକୁ ମିଳିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ, ଦେବଗଡ଼ର କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୋହଲା ପାଗ ଦେଖିବାକୁ ମିଳିଛି ।



୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଘଡ଼ଘଡ଼ି ସହ ମଧ୍ୟମଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ।


୧୪ ଜିଲ୍ଲା- ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା , ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ
କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ଦେବଗଡ଼କୁ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ ।

ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରକୋପରୁ ମୁକ୍ତି ମିଳିଛି । କାଳବୈଶାଖି ବର୍ଷା ଆଶ୍ବସ୍ତି ଦେଇଛି। ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ବାଭାବିକ ସ୍ଥିତିରେ ଥିବା ବେଳେ ପାରଦ ତଳ ମୁହାଁ ରହିଛି। ଲଗାତର ତୃତୀୟ ଦିନରେ ରାଜ୍ୟରେ କୌଣସି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପି ନ ଥିବା ନଜରକୁ ଆସିଛି।

ଖରା ଛାଇର ଲୁଚକାଳି ଖେଳ ଭିତରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆପଡା, ବଲାଙ୍ଗୀର , ସୋନପୁର ,ବୌଦ୍ଧ ଆଦି ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷା ରେକର୍ଡ଼ ହୋଇଛି। ୨ ଦିନ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ହୋଇ ନଥିବା ବେଳେ ୧୩ ତାରିଖରୁ ପର୍ଯ୍ୟାୟ କ୍ରମେ ପାରଦ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ୫ କୋଟି ମୂଲ୍ୟରେ ଏହି ରାମାୟଣ

COASTAL NEWS ODIA 1803

ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ୫ କୋଟି ମୂଲ୍ୟରେ ଏହି ରାମାୟଣ 



ଉତ୍ତରପ୍ରଦେଶ - (CNO) ଅଯୋଧ୍ୟା ରାମ ମନ୍ଦିରରେ ବର୍ତ୍ତମାନ ଭକ୍ତମାନେ ଅନନ୍ୟ ସୁନା ରାମାୟଣ ଦେଖିପାରିବାର ମୌକା ପାଇବେ । ରାମ ମନ୍ଦିର ଗର୍ଭ ଗୃହରେ ଏହି ସୁବର୍ଣ୍ଣ ରାମାୟଣ ସ୍ଥାପନ କରାଯାଇଛି । ମଧ୍ୟପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ସୁବ୍ରମଣ୍ୟମ୍ ଲକ୍ଷ୍ମିନାରାୟଣନ୍ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ପ୍ରଭୁ ରାମଲଲାଙ୍କ ପାଇଁ ୪ କିଲୋ ସୁନାରେ ନିର୍ମିତ ଏକ ରାମାୟଣ ପୁସ୍ତକ ରାମାୟଣ ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି । 

ନବରାତ୍ରୀର ପ୍ରଥମ ଦିନ ମଙ୍ଗଳବାର ଦିନ ଏହି ରାମାୟଣ ସ୍ଥାପନ ସମୟରେ ଲକ୍ଷ୍ମୀ ନାରାୟଣ ତାଙ୍କ ପତ୍ନୀଙ୍କ ସହ ମନ୍ଦିରରେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁସାରେ, ଏହି ସୁନା ରାମାଣୟ ପୁସ୍ତକର ପ୍ରତ୍ୟେକ ପୃଷ୍ଠା ତମ୍ବାରେ ନିର୍ମିତ ହୋଇଛି । ଏଥିରେ ରାମଚରିତ ମାନସର ସମସ୍ତ ଶ୍ଲୋକ ମଧ୍ୟ ବର୍ଣ୍ଣନା କରାଯାଇଛି । ୧୦,୯୦୨ ଛନ୍ଦର ଏହି ମହାକାବ୍ୟର ପ୍ରତ୍ୟକ ପୃଷ୍ଠା ଉପରେ ୨୪ କ୍ୟାରେଟ୍ ସୁନାରେ ଆବୃତ ହୋଇଛି । 

ଏହି ପୁସ୍ତକରେ ମୋଟ୍ ୪୮୦ ରୁ ୫୦୦ ପୃଷ୍ଠା ରହିଛି । ତେବେ ଏହି ରାମାୟଣା ପୁସ୍ତକ ୨୪ କ୍ୟାରେଟ୍ ସୁନା ନିର୍ମିତ ଏବଂ ପ୍ରାୟ ୪ କିଲୋଗ୍ରାମ ସୁନା ଏବଂ ତମ୍ବାର ଏହା ନିର୍ମାଣ କରାଯାଇଛି । ୫ କୋଟି ମୂଲ୍ୟରେ ଏହି ରାମାୟଣ ନିର୍ମାଣ କରାଯାଇଛି । ଏହି ପୁସ୍ତକର ପ୍ରତ୍ୟେକ ପୃଷ୍ଠା ତିନି କିଲୋଗ୍ରାମ ତମ୍ବା ଲାଗିଛି । ଧାତୁରେ ନିର୍ମିତ ଏହି ରାମାୟଣର ଓଜନ ୧.୫ କ୍ୱିଣ୍ଟାଲରୁ ଅଧିକ । 

ସୂର୍ଣ୍ଣରେ ନିର୍ମିତ ଏହି ରାମାୟଣ ଚେନ୍ନାଇର ପ୍ରସିଦ୍ଧ ବୁମମିଡି ବଙ୍ଗାରୁ ଜୁଏଲର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଛି । ରାମଲଲାଙ୍କ ଆସନଠାରୁ ଏହା ପ୍ରାୟ ୧୫ ଫୁଟ୍ ଦୂରରେ ମନ୍ଦିର ଗର୍ଭଗୃହରେ ସ୍ଥାପିତ କରାଯାଇଛି । ଖାସ କଥା ହେଲା ଯେ, ରାମମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ପ୍ରାୟ ପ୍ରତ୍ୟେକ ଦିନ ଭକ୍ତ ମାନେ କିଛି ନା କିଛି ଦାନ କରୁଛନ୍ତି । ଗତକାଲି ନବରାତ୍ରୀର ପ୍ରଥମ ଦିନରେ ଏହି ସୂର୍ଣ୍ଣ ରାମାୟଣାର ପ୍ରତିଷ୍ଠା କରାଯାଇଥିଲା । ଏହି ସମୟରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଗୋପାଳ ରାଓ ପୂଜକ ପ୍ରେମଚାନ୍ଦ ତ୍ରିପାଠୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Tuesday, April 9, 2024

କମ୍ପୁଟର ଶିକ୍ଷା ପାଇଁ ନାମଲେଖା ସୂଚନା ବିଜ୍ଞପ୍ତି ପ୍ରକାଶ

  COASTAL NEWS 1802

COASTAL INSTITUTE OF ENGINEERING AND TECHNOLOGY* 

( SOFTWARE ZONE ) 

AT/PO-AUL DISTRICT - KENDRAPARA ODISHA PIN 754219 



ଭାରତ ସରକାରଙ୍କ ଦ୍ୱାରା ପ୍ରମାଣିତ |

ଆପଣଙ୍କ ସହରରେ ପ୍ରଥମ ଥର ପାଇଁ, ଏକମାତ୍ର ଅନୁଷ୍ଠାନ ଯେଉଁଥିରେ ଛାତ୍ରମାନେ ପାଇବେ ଲାଇଫ୍ ଟାଇମ୍ ସଦସ୍ୟତା |

ଲଗଇନ୍ ଆଇଡି ପାସୱାର୍ଡ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉପଲବ୍ଧ ହେବ |

ଆପଣ ବିଭିନ୍ନ କମ୍ପାନୀରେ ଚାକିରି କରିବାର ଅଫର୍ ପାଇପାରିବେ |

ନିଜ ଆକାଉଣ୍ଟରୁ ସହରର ରାଜ୍ଯ ଦେଶ ତଥା ବିଦେଶରେ ସମସ୍ତ ଚାକିରି ବିଷୟରେ ସୂଚନା ପାଇପାରିବେ 

 ଶୀଘ୍ର ଆଡମିଶନ ର ସୁଯୋଗ ନିଅନ୍ତୁ |

 BPL / ST / SC ଛାତ୍ରମାନଙ୍କ ପାଇଁ ବିଶେଷ ରିହାତି |

100% ଚାକିରି ପାଇବାର ସୁଯୋଗ, ଅନଲାଇନ୍ ପାଠ୍ୟକ୍ରମ ସୁବିଧା |

 ଆଜୀବନ ବ୍ୟକ୍ତିଗତ ID  ପାସୱାର୍ଡ ।

 JAS ଦ୍ୱାରା ସ୍ଵୀକୃତିପ୍ରାପ୍ତ |

 ANZ (ଅଷ୍ଟ୍ରେଲିଆ) |

 IAF ଦ୍ୱାରା ସ୍ଵୀକୃତିପ୍ରାପ୍ତ |

Sunday, April 7, 2024

ତାତିରୁ ମିଳିବ ଆଶ୍ୱସ୍ତି କାଲି ଏବଂ ପରଦିନ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା

COASTAL NEWS ODIA 1801

ତାତିରୁ ମିଳିବ ଆଶ୍ୱସ୍ତି
କାଲି ଏବଂ ପରଦିନ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା

 ପାଣିପାଗ 

ଭୁବନେଶ୍ବର - (CNO) ତାତିରୁ ମିିଳିପାରେ ସାମାନ୍ୟ ଆଶ୍ୱସ୍ତି। ଆସନ୍ତାକାଲି ଏବଂ ପରଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। କାଲି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ଘଡ଼ଘଡ଼ି ଜନିତ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, କଟକରେ କୁଆପଥର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ବଳବତ୍ତର ରହିବ ହିଟୱେଭ୍। ନୟାଗଡ଼, ବଲାଙ୍ଗୀର, ଭଦ୍ରକ, ଗଜପତି, ବୌଦ୍ଧରେ ହିଟୱେଭ୍ ଆସନ୍ତା ୨୪ ଘଂଟା ଯାଏଁ ରହିବ। ଗତକାଲି ଅପେକ୍ଷା ଆଜି ୨ ରୁ ୩ ଡିଗ୍ରୀ ତାପମାତ୍ରା କମ୍ ରହିବ। ତଥାପି ଗରମ ଓ ଗୁଳୁଗୁଳି ଲାଗି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଅସୁସ୍ଥ ହେଲେଣି ୮ ଜଣ। ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୫ ଜଣ। ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି। ଏଯାଏଁ ଅଂଶୁଘାତରେ କାହାରି ମୃତ୍ୟୁ ହୋଇନି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଅଂଶୁଘାତ ଜନିତ ଚିକିତ୍ସା ପାଇଁ ସତର୍କ ରହିବାକୁ ସବୁ ଡାକ୍ତରଖାନାକୁ କୁହାଯାଇଛି। ଜିଲ୍ଲା ହସ୍ପିଟାଲ, CHC, PHC ଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡିସିନ ପ୍ରସ୍ତୁତ ରଖାଯାଇଛି। ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ସବୁ ହସ୍ପିଟାଲ ପ୍ରସ୍ତୁତ ଥିବା ସେ କହିଛନ୍ତି। 

ଅଂଶୁଘାତ ଚିକିତ୍ସା ପାଇଁ ନିକଟରେ ୩ ଦିନ ଧରି ଶିଶୁରୋଗ ଓ ମେଡିସିନ ବିଭାଗ ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଇଛି। ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଲେ ତଦନ୍ତ ପାଇଁ ଜିଲ୍ଲା ସ୍ତରରେ ଟିମ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। 

Wednesday, April 3, 2024

COASTAL NEWS ODIA 1800 ତିନି ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା; ଏବେ ମଇଦାନରେ ଅସଲ ଲଢେଇ, କିଏ କରିବ ସରକାର?

COASTAL NEWS ODIA 1800

ତିନି ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା; ଏବେ ମଇଦାନରେ ଅସଲ ଲଢେଇ, କିଏ କରିବ ସରକାର


ଭୁବନେଶ୍ବର _(CNO) ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ପ୍ରାର୍ଥୀ ଘୋଷଣା । ତିନି ଦଳ ନିଜକୁ ପ୍ରସ୍ତୁତ କଲେଣି। ଆଉ ସବୁ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବି ଆସିଲାଣି । ଏବେ ମଇଦାନରେ ଟକ୍କର । ରାଜ୍ୟର ସମସ୍ତ ଲୋକସଭା ସିଟ୍ ପାଇଁ ବିଜେପି ଆଗୁଆ ପ୍ରାର୍ଥୀ ଘୋଷଣା କରି ଦେଇଥିବାବେଳେ, ବିଜେଡି ମଧ୍ୟ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି ରାଜ୍ୟର ୮ଟି ଲୋକସଭା ଆସନ ପାଇଁ ଯୋଦ୍ଧା ଘୋଷଣା କରିଛି କଂଗ୍ରେସ । ଲୋକସଭା ନିର୍ବାଚନ ୨୦୨୪ ଆସନ |  | 

ସେହିପରି ବିଜେଡ଼ି ୭୨ ବିଧାନସଭା ଆସନ, ବିଜେପି ୧୧୨ ଆସନ ଓ କଂଗ୍ରେସ ୪୯ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି। ତେବେ ଏହାରି ଭିତରେ ରାଜ୍ୟର ୫ଟି ଲୋକସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭିତରେ ଲଢେଇ ସ୍ପଷ୍ଟ ହେଇଛି ।  

କଂଗ୍ରେସ ଘୋଷଣା କରିଥିବା ୮ ଲୋକସଭା କ୍ଷେତ୍ର ପ୍ରାର୍ଥୀଙ୍କ ନାଁ ବରଗଡ - ସଞ୍ଜୟ ଭୋଇ ସୁନ୍ଦରଗଡ-ଜନାର୍ଦ୍ଦନ ଦେହୁରୀ ବଲାଙ୍ଗୀର-ମନୋଜ ମିଶ୍ର କଳାହାଣ୍ଡି - ଦ୍ରୌପଦୀ ମାଝି ନବରଙ୍ଗପୁର - ଭୁଜବଳ ମାଝୀ କନ୍ଧମାଳ -ଅମୀର ଚାନ୍ଦ ନାୟକ ବ୍ରହ୍ମପୁର -ରଶ୍ମି ରଞ୍ଜନ ପଟ୍ଟନାୟକ କୋରାପୁଟ - ସପ୍ତଗିରି ସଙ୍କର ଉଲାକା ଆକାଶ, ସିଦ୍ଧାନ୍ତ ଓ ପ୍ରିୟଦର୍ଶୀଙ୍କୁ ମିଳିଲା ଟିକେଟ; କଟିଲା ଦୁଇ ବିଧାୟକଙ୍କ ଟିକେଟ l

ବିଜେପିର ୨୧ ପ୍ରାର୍ଥୀ ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା: ବୈଜୟନ୍ତ ପଣ୍ଡା ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ ପୁରୀ: ସମ୍ବିତ ପାତ୍ର ବାଲେଶ୍ୱର: ପ୍ରତାପ ଷଡ଼ଙ୍ଗୀ ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀ ସୁନ୍ଦରଗଡ଼: ଜୁଏଲ ଓରାମ ବରଗଡ଼: ପ୍ରଦୀପ ପୁରୋହିତ କେନ୍ଦୁଝର: ଅନନ୍ତ ନାୟକ ଢେଙ୍କାନାଳ: ରୁଦ୍ର ନାରାୟଣ ପାଣି ମୟୂରଭଞ୍ଜ: ନବ ଚରଣ ମାଝି ଭଦ୍ରକ: ଅଭିମନ୍ୟୁ ସେଠୀ କଳାହାଣ୍ଡି: ମାଳବିକା କେଶରୀ ଦେଓ ବଲାଙ୍ଗୀର: ସଙ୍ଗୀତା କୁମାରୀ ସିଂ ଦେଓ ନବରଙ୍ଗପୁର: ବଳଭଦ୍ର ମାଝି ଜଗତସିଂହପୁର: ବିଭୁପ୍ରସାଦ ତରାଇ ଆସ୍କା: ଅନୀତା ଶୁଭଦର୍ଶିନୀ କୋରାପୁଟ: କାଳିରାମ ମାଝୀ ପ୍ରାର୍ଥୀ ଯାଜପୁର: ରବୀନ୍ଦ୍ର ନାରାୟଣ ବେହେରା କନ୍ଧମାଳ: ସୁକାନ୍ତ କୁମାର ପାଣିଗ୍ରାହୀ କଟକ: ଭର୍ତ୍ତୃହରି ମହତାବ ବିଜେଡି ଲୋକସଭା ପ୍ରାର୍ଥୀ ବଲାଙ୍ଗୀରରୁ ଲଢ଼ିବେ ମନୋଜ ମିଶ୍ର; ବିଜେପିର ସଙ୍ଗୀତ ସିଂହ ଦେଓଙ୍କୁ ଦେବେ ଟକ୍କର l

କଳାହାଣ୍ଡି - ଲମ୍ବୋଧର ନିଆଳ ସମ୍ବଲପୁର - ପ୍ରଣବ ପ୍ରକାଶ ଦାସ ସୁନ୍ଦରଗଡ - ଦିଲ୍ଲୀପ ତିର୍କୀ ମୟୂରଭଞ୍ଜ - ସୁଦାମ ମାର୍ଣ୍ଡି କେନ୍ଦ୍ରାପଡା - ଅଂଶୁମାନ ମହାନ୍ତି ନବରଙ୍ଗପୁର - ପ୍ରଦୀପ ମାଝୀ ଭୁବନେଶ୍ୱର - ମନ୍ମଥ ରାଉତରାୟ କୋରାପୁଟ - କୌଶଲ୍ୟା ହିକ୍କକା ଆସ୍କା - ରଞ୍ଜିତା ସାହୁ

ମଙ୍ଗଳବାର ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ପଦ୍ମପୁରରୁ – ଗୋବର୍ଦ୍ଧନ ଭୁଏ
ବିଜେପୁର – ସନତ କୁମାର ଗଡତିଆ
ବରଗଡ ଅଶ୍ୱିନୀ – କୁମାର ଷଡଙ୍ଗୀ
ଅତାବିରା – ନିହାର ରଞ୍ଜନ ମହାନନ୍ଦ
ଭଟଲି – ଇରାଶିଷ ଆଚାର୍ଯ୍ୟ
ବ୍ରଜରାଜନଗର – ସୁରେଶ ପୂଜାରୀ
ଝାରସୁଗୁଡା – ଟଙ୍କଧର ତ୍ରିପାଠୀ
ତଳସରା – ଭବାନୀ ଶଙ୍କର ଭୋଇ
ସୁନ୍ଦରଗଡ – କୁସୁମ ଟେଟେ
ବିରମିତ୍ରପୁର – ଶଙ୍କର ଓରାମ୍‌‌
ରଘୁନାଥପାଲି – ଶ୍ରୀ ଦୁର୍ଗାଚରଣ ତନ୍ତି
ରାଜଗାଙ୍ଗପୁର – ନରସିଂହ ମିଞ୍ଜ
ବଣାଇ – ସେବତୀ ନାୟକ
କୁଚିଣ୍ଡା – ରବି ନାରାୟଣ ନାଏକ
ରେଙ୍ଗାଲି – ନାଉରୀ ନାୟକ
ସମ୍ବଲପୁର – ଜୟ ନାରାୟଣ ମିଶ୍ର
ରେଢାଖୋଲ – ଦେବେନ୍ଦ୍ର ମହାପାତ୍ର
ଦେବଗଡ – ସୁବାଷ ଚନ୍ଦ୍ର ପାଣିଗ୍ରାହୀ
ଆନନ୍ଦପୁର – ଶ୍ରୀ ଆଲୋକ କୁମାର ସେଠୀ
କେନ୍ଦୁଝର – ମୋହନ ଚରଣ ମାଝୀ
ଜସିପୁର – ଗଣେଶ ରାମ ସିଂହ ଖୁଣ୍ଟିଆ
ଉଦଳା – ଭାସ୍କର ମଢେଇ
ବଡସାହି – ସନାତନ ବିଜୁଳି
ବାରିପଦା – ପ୍ରକାଶ ସୋରେନ
ମୋରଡା – ଡ.କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ୱର – ବ୍ରଜ ପ୍ରଧାନ
ବାଲେଶ୍ୱର – ମାନସ କୁମାର ଦତ୍ତ
ରେମୁଣା – ଗୋବିନ୍ଦ ଚନ୍ଦ୍ର ଦାସ
ସୋର – ରାଜେନ୍ଦ୍ର ଦାସ
ସିମୁଳିଆ – ପଦ୍ମ ଲୋଚନ ପଣ୍ଡା
ଭଦ୍ରକ – ସିତାଂଶୁ ଶେଖର ମହାପାତ୍ର
ଧାମନଗର – ସୂର୍ଯ୍ୟବଂଶୀ ସୁରଜ
ଚାନ୍ଦବାଲି – ମନମୋହନ ସାମଲ
ବିଂଝାରପୁର – ବବିତା ମଲ୍ଲିକ
ବଡଚଣା – ଅମର କୁମାର ନାୟକ
ଧର୍ମଶାଳା – ସ୍ମୃତିରେଖା ପହି
ଯାଜପୁର – ଗୌତ୍ତମ ରାଏ
କୋରେଇ – ଆକାଶ ଦାସ ନାୟକ
ସୁକିନ୍ଦା – ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ – କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର – ଶତ୍ରୁଘ୍ନ ଜେନା
ପରଜଙ୍ଗ – ବିଭୂତିଭୂଷଣ ପ୍ରଧାନ
ପାଲଲହଡା – ଅଶୋକ ମହାନ୍ତି
ତାଳଚେର – କାଳନ୍ଦିଚରଣ ସାମଲ
ଅନୁଗୁଳ – ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦା – ଅଗସ୍ତି ବେହେରା
ଆଠମଲ୍ଲିକ – ସଞ୍ଜୀବ ସାହୁ
ବୀରମହାରାଜପୁର – ରଘୁନାଥ ଜଗଦଳ
ସୋନପୁର – ପ୍ରମୋଦ ମହାପାତ୍ର
ଲୋଇସିଂହା – ଡ.ମୁକେଶ ମହାଲିଙ୍ଗ
ପାଟଣାଗଡ – କନକବର୍ଦ୍ଧନ ସିଂହଦେଓ
ବଲାଙ୍ଗୀର – ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ – ନବୀନ ଜେନ୍‌‌
କଣ୍ଟାବାଞ୍ଜି – ଲକ୍ଷ୍ମଣ ବାଗ୍‌‌
ନୂଆପଡା – ଅଭିନନ୍ଦନ କୁମାର ପଣ୍ଡା
ଖଡିଆଳ – ହିତେଶ କୁମାର ବଗର୍ତ୍ତୀ
ଉମରକୋଟ – ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର – ଗୌରୀ ଶଙ୍କର ମାଝୀ
ଲାଞ୍ଜିଗଡ – ରମେଶ ଚନ୍ଦ୍ର ମାଝୀ
ଜୁନାଗଡ – ମନୋଜ କୁମାର ମେହେର
ଧର୍ମଗଡ – ସୁଧୀର ପାଟ୍ଟଜୋସୀ
ଭବାନୀପାଟଣା – ପ୍ରଦୀପ୍ତ କୁମାର ନାୟକ
ନର୍ଲା – ଅନିରୁଦ୍ଧ ପ୍ରଧାନ
ବାଲିଗୁଡା – କଳ୍ପନା କୁମାରୀ କହଁର
ଜି.ଉଦୟଗିରି – ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ – ଉମା ଚରଣ ମଲ୍ଲିକ
କଣ୍ଟାମାଳ – କହ୍ନେଇ ଚରଣ ଦଙ୍ଗା
ବୌଦ୍ଧ – ସରୋଜ ପ୍ରଧାନ
ବଡମ୍ବା – ସମ୍ବିତ ତ୍ରିପାଠୀ
ବାଙ୍କୀ – ତୁଷାରକାନ୍ତ ଚକ୍ରବର୍ତ୍ତି
ଆଠଗଡ – ଅଭୟ କୁମାର ବାରିକ
ଚୌଦ୍ୱାର- କଟକ ନୟନ କିଶୋର ମହାନ୍ତି
ନିଆଳି – ଛବି ମଲ୍ଲିକ
କଟକ – ସଦର ପ୍ରକାଶ ଚନ୍ଦ୍ର ଷେଠୀ
ମାହାଙ୍ଗା – ସୁମନ୍ତ କୁମାର ଘଡେଇ
ପାଟକୁରା – ତେଜେଶ୍ୱର ପରିଡା
ଆଳି – କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡା – ଡ.ଦୁର୍ଗା ପ୍ରସନ୍ନ ନାୟକ
ପାରାଦୀପ – ସମ୍ପଦ କୁମାର ସ୍ୱାଇଁ
ତିର୍ତ୍ତୋଲ – ରାଜକିଶୋର ବେହେରା
ନିମାପଡା – ପ୍ରଭାତୀ ପରିଡା
ପୁରୀ – ଜୟନ୍ତ କୁମାର ଷଡଙ୍ଗୀ
ବ୍ରହ୍ମଗିରି – ଉପାସନା ମହାପାତ୍ର
ସତ୍ୟବାଦୀ – ଓମ୍‌‌ ପ୍ରକାଶ ମିଶ୍ର
ପିପିଲି – ଆଶ୍ରିତ କୁମାର ପଟ୍ଟନାୟକ
ଜୟଦେବ – ଅରବିନ୍ଦ ଢାଲି
ମଧ୍ୟ ଭୁବନେଶ୍ୱର – ଜଗନ୍ନାଥ ପ୍ରଧାନ
ଉତ୍ତର ଭୁବନେଶ୍ୱର – ପ୍ରିୟଦର୍ଶୀ ମିଶ୍ର
ଏକାମ୍ର ଭୁବନେଶ୍ୱର – ବାବୁ ସିଂହ
ଜଟଣୀ – ବିଶ୍ୱରଞ୍ଜନ ବଡଜେନା
ଚିଲିକା – ପୃଥୀରାଜ ହରିଚନ୍ଦନ
ରଣପୁର – ତାପସ ରଞ୍ଜନ ମାଥା
ଖଣ୍ଡପଡା – ଦୁଷ୍ମନ୍ତ ସ୍ୱାଇଁ
ଦଶପଲ୍ଲା – ରାଘବ ମଲ୍ଲିକ
ନୟାଗଡ – ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
ଭଞ୍ଜନଗର – ପ୍ରଦ୍ୟୁମ୍ନ କୁମାର ନାୟକ
ପୋଲସରା – ଗୋକୁଳନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର – ପ୍ରତାପ ଚନ୍ଦ୍ର ନାୟକ
ଖଲ୍ଲିକୋଟ – ପୂର୍ଣ୍ଣଚନ୍ଦ୍ର ଷେଠୀ
ଛତ୍ରପୁର – କୃଷ୍ଣଚନ୍ଦ୍ର ନାୟକ
ଆସ୍କା – ସରୋଜ କୁମାର ପାଢୀ
ସୋରଡା – ନୀଳମଣି ବିଶୋଇ
ହିଞ୍ଜିଳି – ଶିଶିର ମିଶ୍ର
ଗୋପାଳପୁର – ବିଭୂତିଭୂଷଣ ଜେନା
ବ୍ରହ୍ମପୁର – କେ.ଅନିଲ କୁମାର
ଦିଗପହଣ୍ଡି – ସିଦ୍ଧାନ୍ତ ମହାପାତ୍ର
ଚିକିଟି – ମନୋରଞ୍ଜନ ଦୟାନ୍‌‌ ସାମନ୍ତରାୟ
ପାରଳାଖେମୁଣ୍ଡି – କେ.ନାରାୟଣ ରାଓ
ଗୁଣପୁର – ତ୍ରିନାଥ ଗମାଙ୍ଗ
କୋରାପୁଟ – ରଘୁରାମ ମାଛ
ପଟାଙ୍ଗୀ – ଚୈତନ୍ୟ ହନ୍ତାଳ
ମାଲକାନଗିରି – ନରସିଂହ ମାଡକାମୀ

Sunday, March 31, 2024

COASTAL NEWS ODIA 1798 ୱାନ୍ ବାର୍ ୱାନ୍ ଇଲେକସନ କ୍ରମେ ଆଳି ବାର୍ ଆସୋସିଏସନର ନିର୍ବାଚନ

COASTAL NEWS ODIA 1798

ୱାନ୍ ବାର୍ ୱାନ୍ ଇଲେକସନ  କ୍ରମେ ଆଳି ବାର୍ ଆସୋସିଏସନର ନିର୍ବାଚନ ଫଳାଫଳ 



ଆଳି - (CNO) ଅଲ ଇଣ୍ଡିଆ ବାର ଆସୋସିଏସନ ର ନିଷ୍ପତ୍ତି ଅନୁଯାୟୀ ୱାନ୍ ବାର୍ ୱାନ୍ ଭୋଟ କ୍ରମେ  ତା ୩୦/୦୨୦୨୪ ରିଖ ଶନିବାର ଦିନ ଆଳି ବାର୍ ଆସୋସିଏସନ୍ ର ନିର୍ବାଚନରେ  ସଭାପତି ପ୍ରାର୍ଥୀ ଆଳି ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ର ନିର୍ଦ୍ଦେଶକ ତଥା ବରିଷ୍ଠ ଆଡଭୋକେଟ ପ୍ରମୋଦ କୁମାର ରାୟ ନିକଟତମ ପ୍ରତିଦ୍ୱନ୍ଦି ଆଡଭୋକେଟ ବସନ୍ତ କୁମାର ନାୟକ ଙ୍କ ଠାରୁ ୨ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜଯ ଲାଭ କରିଛନ୍ତି l  

ସମ୍ପାଦକ ଆଡଭୋକେଟ ନୃସିଂହ ଚରଣ ଦୀକ୍ଷିତ ନିକଟତମ ପ୍ରତିଦ୍ୱନ୍ଦି ଆଡଭୋକେଟ ଅକ୍ଷୟ କୁମାର ମଲିକ ଙ୍କ ଠାରୁ ୧୩ ଖଣ୍ଡ ଭୋଟ୍  ବ୍ୟବଧାନରେ ଜିତି ଯାଇଛନ୍ତି , ଉପ ସଭାପତି ଆଡଭୋକେଟ ସୁଶାନ୍ତ କୁମାର ଦୀକ୍ଷିତ ନିକଟତମ ପ୍ରତିଦ୍ୱନ୍ଦି ଆଡଭୋକେଟ ଭିକାରୀ ଚରଣ ସାମଲ ଙ୍କ ଠାରୁ ୯ ଖଣ୍ଡ ଭୋଟ ବ୍ୟବଧାନ  ରେ ବିଜଯ ଲାଭ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଆଡଭୋକେଟ ପ୍ରଶାନ୍ତ କୁମାର ସାମଲ ନିକଟତମ ପ୍ରତିଦ୍ୱନ୍ଦି ଆଡଭୋକେଟ ଅଜୟ ସେଠୀ ଙ୍କ ଠାରୁ ୧୭ ଖଣ୍ଡ ଭୋଟ ବ୍ୟବଧାନ ରେ ବିଜେତା ହୋଇଛନ୍ତି l

ସହ ସମ୍ପାଦକ ଆଡଭୋକେଟ ସୂର୍ଯ୍ୟମଣି ସାମଲ, ଏକ୍ଜିକ୍ୟୁଟିଭ ସଦସ୍ୟ ଆଡଭୋକେଟ ଅଣାକାର ବାରିକ, ଲାଇବ୍ରେରୀୟାନ ଆଡଭୋକେଟ ପ୍ରଦୀପ ଦାସ ପ୍ରମୁଖ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।   

Saturday, March 30, 2024

COASTAL NEWS ODIA ଆଜି ରାଜ୍ୟବ୍ୟାପୀ ବାର ଆସୋସିଏସନ୍‌ ନିର୍ବାଚନ; ୱାନ ବାର୍‌ ୱାନ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ

COASTAL NEWS ODIA

ଆଜି ରାଜ୍ୟବ୍ୟାପୀ ବାର ଆସୋସିଏସନ୍‌ ନିର୍ବାଚନ; ୱାନ ବାର୍‌ ୱାନ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ 


ଭୁବନେଶ୍ବର - (CNO) ଆଜି ରାଜ୍ୟବ୍ୟାପୀ ବାର ଆସୋସିଏସନ୍‌ କର୍ମକର୍ତ୍ତା ନିର୍ବାଚନ । ୱାନ ବାର୍‌ ୱାନ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ ଅନୁଷ୍ଠିତ ହେବ । ଭୁବନ ଓ କେନ୍ଦ୍ରାପଡାକୁ ଛାଡ଼ି ଅନ୍ୟ ସମସ୍ତ ବାରରେ ନିର୍ବାଚନ ହେବ । 

ରାଜ୍ୟରେ ୪୦ ହଜାରରୁ ଅଧିକ ଆଇନଜୀବୀ କରିବେ ମତଦାନ । ସକାଳ ୮ ଟାରୁ ଦିନ ୩ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ନିୟମ ମୁତାବକ ଜଣେ ଆଇନଜୀବୀ କେବଳ ଗୋଟିଏ ବାର ପାଇଁ ମତ ଅଧିକାର ସାବ୍ୟସ୍ତ କରି ପାରିବେ ।

ସମସ୍ତ ବାର ଆସୋସିଏସନର ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସହକାରୀ ସମ୍ପାଦକ ସହ କାର୍ଯ୍ୟକାରୀ ସଦସ୍ୟ ଭଳି ବିଭିନ୍ନ ପଦ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି ।

COASTAL NEWS ODIA 1796 ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ଦିନ 11.30 ସୁଦ୍ଧା ଜଳିଲାଣି ଓଡ଼ିଶା

COASTAL NEWS ODIA 1796

ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ଦିନ 11.30 ସୁଦ୍ଧା ଜଳିଲାଣି ଓଡ଼ିଶା


ଭୁବନେଶ୍ବର - (CNO) କଲବଲ କଲାଣି ତାତି । ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଏପରିକି ଦିନ 11.30 ସୁଦ୍ଧା 36 ଡିଗ୍ରୀ ଟପିଛି ତାପମାତ୍ରା । ଏହା ସହ ପାରଦ ଆହୁରି ଉପରମୁହାଁ ହୋଇପାରେ ହୋଇପାରେ ବୋଲି ଆକଳ କରିଛି ପାଣିପାଗ ବିଭାଗ । 

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ 11.30 ସୁଦ୍ଧା ଚାନ୍ଦବାଲି ପାଲଟିଛି ସବୁଠାରୁ ଉତ୍ତପ୍ତ ସହର । ଏଠାରେ ତାପମାତ୍ରା 36.2 ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ଓ କେନ୍ଦୁଝରରେ 36 ଡିଗ୍ରୀ ଛୁଇଁଛି ପାରଦ । ସେହିପରି ଝାରସୁଗୁଡ଼ା ରେ 35.4 ଡିଗ୍ରୀ, ସମ୍ବଲପୁରରେ 35.2 ଡିଗ୍ରୀ, ହୀରାକୁଦରେ 34.6 ଡିଗ୍ରୀ, ବାଲେଶ୍ୱରରେ 34.2 ଡିଗ୍ରୀ, ରାଉରକେଲାରେ 33.4 ଡିଗ୍ରୀ, ପୁରୀରେ 32.4 ଡିଗ୍ରୀ, ପାରାଦ୍ୱୀପରେ 31.4 ଡିଗ୍ରୀ ଓ ଗୋପାଳପୁରରେ 30.8 ଡିଗ୍ରା ରହିଛି ତାପମାତ୍ରା । 

ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ 40 ଡିଗ୍ରୀଟପିପାରେ । ଗତ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ହୋଇଥିବା ବେଳେ ଆଗକୁ ଆହୁରି ବଢିବ । ସେପଟେ ତାପମାତ୍ରା ବୃଦ୍ଧି ଓ ଜଳୀୟବାଷ୍ଫପୂର୍ଣ୍ଣ ବାୟୁର ପ୍ରଭାବ ଯୋଗୁଁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । 


ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜୁପୁର ଆଦି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ ଏହି ଜିଲ୍ଲାଗୁଡ଼ିକରେ ବର୍ଷା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି । ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ସ୍ୱଳ୍ପ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେବାର ଆଶଙ୍କା ରହିଛି । 

COASTAL NEWS ODIA 1790 SSC ରେ କରନ୍ତୁ ଚାକିରୀ, ତୁରନ୍ତ କରନ୍ତୁ ଆବେଦନ

COASTAL NEWS ODIA 1795

 SSC ରେ କରନ୍ତୁ ଚାକିରୀ, ତୁରନ୍ତ କରନ୍ତୁ ଆବେଦନ



ଭୁବନେଶ୍ବର - (CNO) ଷ୍ଟାଫ୍ ସିଲେକ୍ସନ କମିଶନ (SSC) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଚୟନ ହେଲେ ମାସକୁ ଏକ ଲକ୍ଷ ଟଙ୍କାରୁ ଅଧିକ ଦରମା ମିଳିବ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବସାଇଟ୍ ssc.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ ୨୮ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହେଉଥିବା ବେଳେ ଅନ୍‌ଲାଇନ୍ ଆବେଦନ ୧୮ ଏପ୍ରିଲ୍ ୨୦୨୪ ରେ ଶେଷ ହେବ ।

ସର୍ବନିମ୍ନ ମାସିକ ଦରମା ୩୫,୪୦୦ ଟଙ୍କା ହୋଇଥିବା ବେଳେ ସର୍ବାଧିକ ମାସିକ ଦରମା ୧,୧୨,୪୦୦ ଟଙ୍କା ।

ଖାଲି ପଦବୀ:
ସୀମା ସଡକ ସଂଗଠନ (BRO), ଜଳ ଶକ୍ତି ମନ୍ତ୍ରାଳୟର ବ୍ରହ୍ମପୁତ୍ର ବୋର୍ଡ, କେନ୍ଦ୍ରୀୟ ଜଳ ଆୟୋଗ (CWC), କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ (CPWD) ସହିତ ଅନ୍ୟାନ୍ୟ ବିଭାଗରେ ଜୁନିଅର ଇଂଜିନିୟର ପଦବୀ ଖାଲି ପଡ଼ିଛି । ଏହି ସବୁ ବିଭାଗରେ ମୋଟ୍ ୯୬୮ଟି ପଦବୀ ପୂରଣ ହେବ।

Job in SSC
ବୟସ ସୀମା:
CPWD ଓ CWC ପଦ ପାଇଁ ସର୍ବାଧିକ ବୟସ - ୩୨ ବର୍ଷ
ଅନ୍ୟାନ୍ୟ ପଦ ପାଇଁ ସର୍ବାଧିକ ବୟସ - ୩୦ ବର୍ଷ
ବୟସ ଗଣନା ୦୧।୦୮।୨୦୨୪ ଅନୁସାରେ ହେବ
ଆବେଦନ ଶୁଳ୍କ:
ମହିଳା/SC/ST/PwD - ଦେୟମୁକ୍ତ
ଅନ୍ୟମାନେ - ୧୦୦ ଟଙ୍କା

ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା
ସାକ୍ଷାତକାର
ଡକ୍ୟୁମେଣ୍ଟ୍ ଯାଞ୍ଚ୍

Friday, March 29, 2024

COASTAL NEWS ODIA 1794 ରାସ୍ତାରେ ରିଲ୍ କରିବା ପଡିଲା ମହଙ୍ଗା, ଗିରଫ ହେଲେ ୨ ଯୁବତୀ ଓ ଜଣେ ଯୁବକ

COASTAL NEWS ODIA 1794

ରାସ୍ତାରେ ରିଲ୍ କରିବା ପଡିଲା ମହଙ୍ଗା, ଗିରଫ ହେଲେ ୨ ଯୁବତୀ ଓ ଜଣେ ଯୁବକ 


ନୂଆଦିଲ୍ଲୀ - (CNO) ରାସ୍ତାରେ ରିଲ୍ କରିବା ପଡିଲା ମହଙ୍ଗା, ଗିରଫ ହେଲେ ଦୁଇ ଯୁବତୀ । ଏହା ପୂର୍ବରୁ ସେ ଦେଶର ରାଜଧାନୀ ଦିଲ୍ଲୀ ମେଟ୍ରୋରେ ରିଲ୍ ବନାଉଥିବାର ଦେଖିବା ପାଇଁ ମିଳିଥିଲା । ଯାହା ପରେ ବର୍ତ୍ତମାନ ପୋଲିସ ଉଭୟଙ୍କୁ ଗିରଫ କରିଛି । ଟ୍ରାଫିକ ନିୟମ ପାଳନ ନକରିବାରୁ ପୋଲିସ ପ୍ରଥମେ 33 ହଜାର ଟଙ୍କା ଚାଲାଣ  କାଟିଥିଲା, ଯାହା ପରେ ଦୁଇ ଯୁବତୀ କହିଥିଲେ ଚାଲାଣ ଭରିବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । 

ଭାଇରାଲ ହେଉଥିବା ଏହି ଦୁଇ ଯୁବତୀଙ୍କ ନାଁ ହେଉଛି ପ୍ରୀତି ମୌର୍ଯ୍ୟ ଏବଂ ଭିନିତା । ସ୍କୁଟି ଚଳାଉଥିବା ପୁଅର ନାମ ହେଉଛି ପୀୟୁଷ । ଏହି ଦୁଇ ଯୁବତୀ ପ୍ରଥମେ ଦିଲ୍ଲୀ ମେଟ୍ରୋରେ ରିଲ୍ ବନାଉଥିଲେ ପରେ ନୋଏଡା ରାସ୍ତାରେ ବାଇକ୍ ରେ ଷ୍ଟଣ୍ଟ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । ଯାହା ରରେ ପୋଲିସ ୮୦ ହଜାର ଚାଲାଣ କାଟିବା ସହ ଉଭୟ ଝିଅ ଓ ଜଣେ ପୁଅଙ୍କ ବିରୋଧରେ ଏକ ମାମଲା ରୁଜୁ ମଧ୍ୟ କରିଥିବା ନେଇ ସୂଚନା ରହିଛି । 


ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି ଉକ୍ତ ଯୁବତୀ କହିଛନ୍ତି, ରିଲ୍ ଭାଇରାଲ ହେବା ପରେ ପୋଲିସ ସେମାନଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା । ଏବଂ ଏକ ମାମଲା ରୁଜୁ କରିବା ପାଇଁ ମଧ୍ୟ କହିଥିଲା ଯାହା ପରେ ୨ ଯୁବତୀ ତାଙ୍କ ପାଖରେ ଟଙ୍କା ନଥିବା କଥା କହିଥିଲେ । ଏବଂ ପୋଲିସକୁ କ୍ଷମା ମାଗିଥିଲେ । 

Thursday, March 28, 2024

ଅଘୋଷିତ ମେଣ୍ଟ

COASTAL NEWS ODIA 1793

ଅଘୋଷିତ ମେଣ୍ଟ


ଭୁବନେଶ୍ବର - (CNO) ଦୁଇ ଦିନ ତଳେ ଓଡ଼ିଶାରେ ବିଜେପି ୧୮ ଲୋକସଭା ପାଇଁ ସାଂସଦ ପ୍ରାଥି ତାଲିକା ଘୋଷଣା କରିଥିଲା। ଆଜି ଶାସକ ବିଜେଡ଼ି ୭୨ ବିଧାନସଭା ଆସନ ଓ ୧୫ ଲୋକସଭା ଆସନରେ ପ୍ରାଥି ତାଲିକା ଘୋଷଣା କଲା। ଦୁଇ ତାଲିକାକୁ ଆକଳନ କଲେ ସ୍ପଷ୍ଟ ବାରିହେଇ ପଡୁଛି ଯେ ଏହା ବିଜେପି ଓ ବିଜେଡ଼ି ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଆସନ୍ତା ନିର୍ବାଚନ ପାଇଁ ଅଘୋଷିତ ମେଣ୍ଟ।

୨୦୧୯ ସାଧାରଣ ନିର୍ବାଚନ ଯେଉଁ ଆଧାରରେ ଲଢ଼ିଥିଲେ ୨୦୨୪ ମଧ୍ୟ ସେହି ଆଧାରରେ ଲଢ଼ିବେ। ୨୦୧୯ ଅପେକ୍ଷା ଏଥର ଅଧିକ ଲୋକସଭା ଆସନରେ ବିଜେପି ପ୍ରାଥି ଜିତିବେ ଓ ବିଧାନସଭା କ୍ଷେତ୍ରରେ ଅଧିକା ଆସନରେ ବିଜେଡ଼ି ଜିତିବ।

ଏହା ଏକ ସମ୍ପୂର୍ଣ୍ଣ ରାଜନୈତିକ ରଣନୀତି। ପ୍ରଥମେ ଦୁଇ ଦଳ ମେଣ୍ଟ ଚର୍ଚ୍ଚା ସାମ୍ନାକୁ ଆଣି ଭୋଟରଙ୍କୁ ବିଚଳିତ କଲେ। ଦୀର୍ଘ ଦିନ ଧରି ଦୁଇ ଦଳର କର୍ମୀ ଓ ଭୋଟରଙ୍କୁ ବ୍ୟସ୍ତତା ଭିତରେ ରଖିଲେ। ତା ପରେ ଦୁଇ ଦଳ ସ୍ଵଭାଵ ସୁଲଭ ରାଜନୈତିକ ଢଙ୍ଗୀରେ ଆଗ ପଛ ହୋଇ ଘୋଷଣା କଲେ ମେଣ୍ଟ ହବନି। ୨୧ ଲୋକସଭା ଓ ୧୪୭ ବିଧାନସଭା ଏକା ଏକା ଲଢ଼ିବେ। ତା ପରେ କର୍ମୀ ଓ ଭୋଟରଙ୍କୁ ଆଖିଦୃଶିଆ ଓ ଅତି ଚତୁରତାର ସହିତ ଏପରି ପ୍ରାଥି ତାଲିକା ଘୋଷଣା କଲେ ଯେ ଅତି ନିବିଡ଼ତାର ସହିତ ଅନୁକ୍ଷଣ କଲେ ସ୍ପଷ୍ଟ ବାରି ହେଇ ପଡୁଛି ଯେ ଦୁଇ ଦଳ ମଧ୍ୟରେ ଅଘୋଷିତ ମେଣ୍ଟ। 

ବିଜେଡ଼ି ଯେଉଁ ୧୫ ସାଂସଦ ପ୍ରାଥି ତାଲିକା ଘୋଷଣା କରିଛି ସେଇ ୯ ବିଜେଡ଼ି ସାଂସଦ ପ୍ରାଥି ଜିତିବା ମୁସ୍କିଲ। ଉଦାହରଣ ସ୍ୱରୂପ ଭୁବନେଶ୍ୱରରୁ ବିଜେପି ଘୋଷଣା କରିଥିଲା ଅପରାଜିତା ଷଡ଼ଙ୍ଗୀଙ୍କ ନାଁ। ଯିଏ ଏବେ ସାଂସଦ ଅଛନ୍ତି ଓ ପୁଣି ସାଂସଦ ହେବେ ବୋଲି ରାଜନୀତି ପାଣିପାଗ କହୁଛି। ତାଙ୍କ ବିରୁଦ୍ଧରେ ବିଜେଡ଼ି ପ୍ରାଥି ଦେଲା ମନ୍ମଥ ରାଉତରାୟ। ତାଙ୍କ ବାପା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ତେଣୁ ମନ୍ମଥଙ୍କୁ ବିଜେଡ଼ି ଟିକଟ ଦେଇ ବଳି ପକାଇଲା ଖୋଦ ବିଜେଡ଼ି। 

କେନ୍ଦ୍ରାପଡ଼ାରୁ ବିଜେପି ସାଂସଦ ପ୍ରାଥିଙ୍କ ବିରୁଦ୍ଧରେ ଲଢ଼ିବେ ଅଂଶୁମାନ ମହାନ୍ତି। ଉପରୁ ଖେଳ ହେଇଛି ବୈଜୟନ୍ତ ଜିତିବାର ଅଛି। ତେଣୁ ଅଂଶୁମାନ ମହାନ୍ତି ବିଜେଡ଼ି ସାଂସଦ ପ୍ରାଥି ହେଇଛନ୍ତି। ଦୁଇ ଦଳ ଆଉ ଗୋଟିଏ ବଡ଼ ଚକମା ଦେଖାଇଛନ୍ତି ଓଡ଼ିଶାବାସୀଙ୍କୁ। 

ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ିବେ। ରାଜ୍ୟବାସୀଙ୍କୁ ଜଣାଇଦିଆଗଲା ଆମେ ପ୍ରମୁଖ ବିରୋଧୀ। ପ୍ରଣବ ଓରଫ ବବି ଦାସ ଦଳ ଓ ଦଳର ସୁପ୍ରିମୋଙ୍କ ପାଇଁ ୨୦୨୪ ପାଇଁ ରାଜନୈତିକ ତ୍ୟାଗ କଲେ। ନିର୍ବାଚନରେ ସିଏ ହାରିବେ ଓ ତା ପରେ ସେ ଆହୁରି କ୍ଷମତାଶୀଳ ହେବେ ଏଥିରେ ଦ୍ୱିମତ ନାହିଁ।

୭୨ ବିଧାନସଭା କ୍ଷେତ୍ରରେ ବିଜେଡ଼ି ପ୍ରାଥି ତାଲିକା ଘୋଷଣା କରିଛି। ୯୫ ପ୍ରତିଶତ ବିଜେଡ଼ି ବିଧାୟକ ଟିକଟ ଅକ୍ଷୁର୍ଣ୍ଣ ରହିଛି। ଏହା ପରେ ବିଜେପି ତାର ତାଲିକା ପ୍ରକାଶ କରିବ। ଏହାପରେ ଆହୁରି ସ୍ପଷ୍ଟତା ଆସିଯିବ ଅଘୋଷିତ ମେଣ୍ଟର। ମେଣ୍ଟ ବିରୁଦ୍ଧରେ ଲଢ଼ୁଥିବା ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଏ ସମସ୍ତେ ଅନାୟାସରେ ନିର୍ବାଚନ ଜିତିବେ। 

ତେଣୁ ସାପ ମରିବ ନାହିଁ କି ଲାଠି ଭାଙ୍ଗିବ ନାହିଁ ନୀତିରେ ୨୦୨୪ ନିର୍ବାଚନ ବୈତରଣୀ ପାର କରିବାକୁ ଦୁଇ ଦଳ ଗୋଟିଏ ଭଲ ରାଜନୈତିକ ଡ୍ରାମାର ପୃଷ୍ଠଭୂମିର ପ୍ରତିଷ୍ଠା କରି ସାରିଛନ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି। ଦୁଇ ଦଳର ସମ୍ପୂର୍ଣ୍ଣ ପ୍ରାଥି ତାଲିକା ପ୍ରକାଶ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ। ୧୪ ସାଂସଦ ଓ ୪୫ ବିଧାୟକ ଆସନ ବିଜେପି ଖାତାକୁ ଯିବାର ରଣନୀତି ଓ ବାକି ବିଜେଡ଼ି ଖାତାକୁ ଯିବାର ରଣନୀତି।

COASTAL NEWS ODIA ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

COASTAL NEWS ODIA 1792

ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା


ଭୁବନେଶ୍ୱର (CNO) ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସାମ୍ନାକୁ ଆସୁଛି ପ୍ରାର୍ଥୀ ତାଲିକା । ଗତକାଲି ବିଜେଡ଼ି ଏହାର 72 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏହା ସହ କେତେକ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଦେଇସାରିଛି ଦଳ । କିନ୍ତୁ ପଛରେ ପଡ଼ିଯାଇଛନ୍ତି ବିଜେପି ଓ କଂଗ୍ରେସ ।


ଏଥି ମଧ୍ୟରେ ଖୁବ୍ ଶୀଘ୍ର ବିଜେପି ଏହାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ବିଧାନସଭା ସମେତ ବାକି ଥିବା ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଆସିପାରେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି ।


ଆଜି ଉଭୟ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା କରିଛନ୍ତି । ବିଧାନସଭା ପ୍ରାର୍ଥୀ ତାଲିକା ସହ ବାକିଥିବା 3 ଲୋକସଭା ଆସନ, ଯାଜପୁର, କଟକ ଓ କନ୍ଧମାଳ ଟିକେଟ ନେଇ ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବାର ଅଛି ।

COASTAL NEWS ODIA 1791 ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

COASTAL NEWS ODIA 1791

ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି




ଭୁବନେଶ୍ବର - (CNO) ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦୀର୍ଘ ୧୫ଦିନ ପରେ ଭିଡିଓ ମାଧ୍ୟମରେ ଗଣମାଧ୍ୟମକୁ ଆସି ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ ।ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

କାହାକୁ କେଉଁଠୁ ମିଳିଲା ଟିକେଟ୍ ?


ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା 

କଳାହାଣ୍ଡି - ଲମ୍ବୋଧର ନିଆଳ
ସମ୍ବଲପୁର - ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ - ଦିଲ୍ଲୀପ ତିର୍କୀ
ମୟୂରଭଞ୍ଜ - ସୁଦାମ ମାର୍ଣ୍ଡି
କେନ୍ଦ୍ରାପଡା - ଅଂଶୁମାନ ମହାନ୍ତି
ନବରଙ୍ଗପୁର - ପ୍ରଦୀପ ମାଝୀ
ଭୁବନେଶ୍ୱର - ମନ୍ମଥ ରାଉତରାୟ
କୋରାପୁଟ - କୌଶଲ୍ୟା ହିକ୍କକା
ଆସ୍କା - ରଞ୍ଜିତା ସାହୁ

ବିଧାନସଭା ପ୍ରାର୍ଥୀ

ବିଷମ କଟକ - ଜଗନ୍ନାଥ ସାରକା
ଗୁଣୁପୁର - ରଘୁନାଥ ଗମାଙ୍ଗ
ରାୟଗଡା - ଅନୁସୂୟା ମାଝୀ
ବରଗଡ - ଦେବେଶ ଆଚାର୍ଯ୍ୟ
ବିଜେପୁର - ରୀତା ସାହୁ
ଅତାବିରା - ସେହ୍ନାଙ୍ଗିନୀ ଛୁରିଆ
ଭଟଲି - ସୁଶାନ୍ତ ସିଂ
ଜଳେଶ୍ୱର - ଅଶ୍ୱିନୀ କୁମାର ପାତ୍ର
ବସ୍ତା - ସୁବାସିନୀ ଜେନା
ଭଣ୍ଡାରୀପୋଖରୀ - ସଞ୍ଜୀବ ମଲ୍ଲିକ
ଭଦ୍ରକ - ପ୍ରଫୁଲ ସାମଲ
ବାସୁଦେବପୁର - ବିଷ୍ମୁବତ୍ର ରାଉତରାୟ
ଧାମନଗର - ଡକ୍ଟର ସଞ୍ଜୟ କୁମାର ଦାସ
ଚାନ୍ଦବାଲି - ବ୍ୟୋମକେଶ ରାୟ
ବିଜ୍ଞାରପୁର - ପ୍ରମିଳା ମଲ୍ଲିକ
ଧର୍ମଶାଳା - ପ୍ରଣବ ବଳବନ୍ତରାୟ
ଯାଜପୁର - ସୁଜାତା ସାହୁ
ସୁକିନ୍ଦା - ପ୍ରୀତିରଞ୍ଜନ ଘଡେଇ
ଢେଙ୍କାନାଳ - ସୁଧୀର ସାମଲ
କାମାକ୍ଷାନଗର - ପ୍ରଫୁଲ କୁମାର ମଲ୍ଲିକ
ପରଜଙ୍ଗ - ନୃସିଂହ ସାହୁ
ପାଲଲହଡା - ମୁକେଶ ପାଲ
ଛେଣ୍ଡିପଦା - ସୁଶାନ୍ତ କୁମାର ବେହେରା
ସୋନପୁର - ନିରଞ୍ଜନ ପୂଜାରୀ
ଲୋଇସିଂହା - ନିହାର ରଞ୍ଜନ ବେହେରା
ପାଟଣାଗଡ - ସରୋଜ ମେହେର
ବଲାଙ୍ଗୀର - କଳିକେଶ ନାରାୟଣ ସିଂହଦେଓ
ଟିଟିଲାଗଡ - ଟୁକୁନି ସାହୁ
ନୂଆପଡା - ରାଜେନ୍ଦ୍ର ଢୋଲକିଆ
ଉମରକୋଟ - ନବୀନା ନାୟକ
ଝରିଗାଁ - ରମେଶ ଚନ୍ଦ୍ର ମାଝୀ
ନବରଙ୍ଗପୁର - କୌଶଲ୍ୟା ପ୍ରଧାନୀ
ଡାବୁଗାଁ - ମନୋହର ରନ୍ଧାରୀ
ଲାଞ୍ଜିଗଡ - ପ୍ରଦୀପ କୁମାର ଦିଶାରୀ
ଜୁନାଗଡ - ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ - ପୁଷ୍ପେନ୍ଦ୍ର ସିଂ ଦେଓ
ଭବାନୀପାଟଣା - ଲତିକା ନାୟକ
ଜି ଉଦୟଗିରି - ସାଲୁଗା ପ୍ରଧାନ
କଣ୍ଟାମାଳ - ମହିଧର ରଣା
ବୌଦ୍ଧ - ପ୍ରଦୀପ କୁମାର ଅମାତ
ବଡମ୍ବା - ଦେବୀ ପ୍ରସାଦ ମିଶ୍ର
ବାଙ୍କୀ - ଦେବୀରଞ୍ଜନ ତ୍ରିପାଠୀ
ଆଠଗଡ - ରଣେନ୍ଦ୍ର ପ୍ରତାପ ସ୍ୱାଇ
କଟକ ଚୌଦାର - ସୌଭିକ ବିଶ୍ୱାଳ
ନିଆଳି - ପ୍ରମୋଦ ମଲ୍ଲିକ
କଟକ ସଦର - ଚନ୍ଦ୍ରସାରଥୀ ବେହେରା
ପାଟକୁରା - ଅରବିନ୍ଦ ମହାପାତ୍ର
ଆଳି - ପ୍ରତାପ ଦେବ
ରାଜନଗର - ଧ୍ରୁବ ସାହୁ
ମହାକାଳପଡା - ଅତନୁ ସବ୍ୟସାଚ୍ଚୀ ନାୟକ
ପୁରୀ - ସୁନୀଲ ମହାନ୍ତି
ବ୍ରହ୍ମଗିରି - ଉମାକାନ୍ତ ସାମନ୍ତରାୟ
ସତ୍ୟବାଦୀ - ସଞ୍ଜୟ ଦାସବର୍ମା
ପିପିଲି - ରୁଦ୍ର ପ୍ରସାଦ ମହାରଥୀ
ଜଟଣୀ - ବିଭୂତି ବଳବନ୍ତରାୟ
ରଣପୁର - ସତ୍ୟନାରାୟଣ ପ୍ରଧାନ
ଦଶପଲ୍ଲା - ରମେଶ ଚନ୍ଦ୍ର ବେହେରା
ନୟାଗଡ - ଅରୁଣ ସାହୁ
ଭଞ୍ଜନଗର - ବିକ୍ରମ କେଶରୀ ଆରୁଖ
ପୋଲସରା - ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର - ଲତିକା ପ୍ରଧାନ
ଛତ୍ରପୁର - ସୁବାଷ ଚନ୍ଦ୍ର ବେହେରା
ସୋରଡା - ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି - ନବୀନ ପଟ୍ଟନାୟକ
ଗୋପାଳପୁର - ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି - ବିପ୍ଲବ ପାତ୍ର
ଚିକିଟି - ଚିନ୍ମୟ ନନ୍ଦ ଶ୍ରୀରୂପଦେବ
କୋଟପାଡ - ଚନ୍ଦ୍ରଶେଖର ମାଝୀ
କୋରାପୁଟ - ରଘୁରାମ ପୋଡାଲ
ମାଲକାନଗିରି - ମାନସ ମାକାମ୍ବୀ
କାଶୀପୁର - ବଦ୍ରିନାରାୟଣ ପାତ୍ର
ପାଟଣା - ଜଗନ୍ନାଥ ନାୟକ


Tuesday, March 26, 2024

ଆଳି ବ୍ଲକ ଅନ୍ତର୍ଗତ ଗୌଡପାଟଣା ଗ୍ରାମରେ ଅଗ୍ନିକାଣ୍ଡ

COASTAL NEWS ODIA 1783

ଆଳି ବ୍ଲକ ଅନ୍ତର୍ଗତ ଗୌଡପାଟଣା ଗ୍ରାମରେ ଅଗ୍ନିକାଣ୍ଡ 



ଆଳି - (CNO) ଗତକାଲି ବିଳମ୍ବିତ ରାତିରେ ଅଚାନକ ଭାବରେ ଅଗ୍ନିକାଣ୍ଡ ଘଟି ଆଳି ବ୍ଲକ ଅନ୍ତର୍ଗତ ଗୌଡ ପାଟଣା ଗ୍ରାମର ଶିଶିର କୁମାର ଦାସ ଙ୍କ ଗୋଟିଏ ବଖରା ଘର ଜଳି ଯାଇ ଭସ୍ମୀଭୂତ ହୋଇଯାଇଛି l 

ଅକସ୍ମାତ୍ ଅଗ୍ନିକାଣ୍ଡ ଘଟି ଘରଟି ହୁତହୁତ୍ ହୋଇ ଜଳୁଥିବା ବେଳେ ପାଖ ବଜାର ଓ ଗାଁ ଲୋକେ ଦେଖିପାରି ଘରଲୋକ ଙ୍କୁ ଡାକିଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ତତ୍ପରତାର ସହିତ ଏହି ଅଗ୍ନିକୁ କାବୁ କରିବାରେ ସଫଳ ହୋଇଥିଲେ l 


ଏହି ଅଗ୍ନିକାଣ୍ଡ ଫଳରେ ସେ ଘରେ ଥିବା ଆସବାବ ପତ୍ର ସହିତ ଗୋଟିଏ ଇଲେକ୍ଟ୍ରିକ ସ୍କୁଟର ଓ ଚାରି ଗୋଟି ସାଇକେଲ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇ ଭସ୍ମୀଭୂତ ହୋଇ ଯାଇଛି l ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଥିବା ବେଳେ ସରକାରୀ ସହାୟତା ପାଇଁ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଶିଶିର ଦାସ ଆଳି ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଛନ୍ତି l ସଦର ଆର ଆଇ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି l

COASTAL NEWS ODIA 1789 ଓଡିଶାରେ ଲୋକସଭା ମତଦାନ ପାଇଁ ବିଜେପି 18 ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି ; ଚାରିଜଣ ସାଂସଦଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି |

COASTAL NEWS ODIA 1789

ଓଡିଶାରେ ଲୋକସଭା ମତଦାନ ପାଇଁ ବିଜେପି 18 ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି ;  ଚାରିଜଣ ସାଂସଦଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି |


ନୂଆଦିଲ୍ଲୀ - (CNO) ବିଜେପି କେନ୍ଦ୍ରୀୟ କମିଟି ଓଡ଼ିଶାର 21 ଟି ଲୋକସଭା ଆସନ ମଧ୍ୟରୁ 18 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।  ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ରୁ ପ୍ରତିଯୋଗିତା କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନାମ ଘୋଷଣା କରାଯାଇଛି ।  

ଓଡିଶାରେ ଲୋକସଭା ମତଦାନ ପାଇଁ ବିଜେପି 18 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ;  ଚାରୋଟି ଷ୍ଟାଣ୍ଡିଂ ସାଂସଦ ଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି |

ରବିବାର ଦିନ ଓଡିଶାର 21 ଟି ଲୋକସଭା ଆସନ ମଧ୍ୟରୁ 18 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ଚାରିଜଣ ଷ୍ଟାଣ୍ଡିଂ ସାଂସଦଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । କଟକ, ଜାଜପୁର ଏବଂ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ପାର୍ଟିରେ ଚାରିଜଣ ମହିଳା - ଆପାରାଜିତା ଷଡଙ୍ଗୀ (ଭୁବନେଶ୍ୱର), ସଂଗୀତା କୁମାରୀ ଦେଓ (ବଲାଙ୍ଗୀର), ମାଳବିକା କେଶରୀ ଦେଓ (କାଲାହାଣ୍ଡି) ଏବଂ ଅନୀତା ସୁଭଦର୍ଶନି (ଆସ୍କା) ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ।

ଏଥର ବିଜେପି ଟିକେଟରୁ ବଞ୍ଚିତ ହୋଇଥିବା ସାଂସଦମାନେ ହେଉଛନ୍ତି ସୁରେଶ ପୂଜାରୀ (ବରଗଡ), କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ (ମୟୂରଭଞ୍ଜ), ନୀତୀଶ ଗଙ୍ଗ ଦେବ (ସମ୍ବଲପୁର) ଏବଂ ବସନ୍ତ ପଣ୍ଡା (କଳାହାଣ୍ଡି )।

ଦଳ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତଙ୍କୁ ମନୋନୀତ କରିଥିବାବେଳେ ସମ୍ବଲପୁରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀତୀଶ ଗଙ୍ଗ ଦେବଙ୍କ ସ୍ଥାନ ନେଇଛନ୍ତି।

ରାୟରଙ୍ଗପୁର ବିଧାୟକ ନବ ଚରଣ ମାଜି ମୟୂରଭଞ୍ଜ ଆସନରେ ବିଶ୍ଵେଶ୍ଵର ଟୁଡୁଙ୍କ ସ୍ଥାନ ନେଇଛନ୍ତି।  କାଲାହାଣ୍ଡି ଲୋକସଭା ଆସନରେ ବସନ୍ତ କୁମାର ପଣ୍ଡାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓଙ୍କୁ ନୂତନ ପ୍ରାର୍ଥୀ କରାଯାଇଛି।

ବର୍ତ୍ତମାନ ସାଂସଦମାନେ ହେଉଛନ୍ତି ଜୁଆଲ ଓରାମ (ସୁନ୍ଦରଗଡ), ପ୍ରତାପ ଚନ୍ଦ୍ର ଷଡଙ୍ଗୀ (ବାଲେଶ୍ବର), ସଂଗୀତା କୁମାରୀ ସିଂ ଦେଓ (ବଲାଙ୍ଗୀର) ଏବଂ ଆପାରାଜିତା ଷଡଙ୍ଗୀ (ଭୁବନେଶ୍ୱର)।

ଅନ୍ୟ ବିଜେପି ପ୍ରାର୍ଥୀମାନେ ହେଉଛନ୍ତି ଅନନ୍ତ ନାୟକ (କେନ୍ଦୁଝର), ଅଭିମନ୍ୟୁ ସେଠୀ (ଭଦ୍ରକ), ରୁଦ୍ର ପାଣି (ଢେଙ୍କାନାଳ), ବୈଜୟନ୍ତ ପଣ୍ଡା (କେନ୍ଦ୍ରାପଡା), ବଳଭଦ୍ର ମାଝୀ (ନବରଙ୍ଗପୁର), ବିଭୁ ତରାଇ (ଜଗତ୍ସିଂହପୁର), ସମ୍ୱିତ ପାତ୍ର (ପୁରୀ)  ପ୍ରଦୀପ ପାଣିଗ୍ରାହୀ (ବରହମପୁର) ଏବଂ କାଲିରାମ ମାଝି (କୋରାପୁଟ) | 

COASTAL NEWS ODIA 1790 ଆଜି ପବିତ୍ର ଦୋଳ ପୂର୍ଣ୍ଣିମା; କାହିଁକି ପାଳନ ହୁଏ ଏହି ପର୍ବ ?

COASTAL NEWS ODIA 1790

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା; କାହିଁକି ପାଳନ ହୁଏ ଏହି ପର୍ବ ?


ଭୁବନେଶ୍ବର - (CNO) ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ । ଏହି ଅବସରରେ ଅନେକ ସ୍ଥାନରେ ବାଡ଼ିଖେଳ ମଧ୍ୟ ହେବ।


ଦୋଳ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ବାଡ଼ିଖେଳ ମଧ୍ୟ ଯାଉଛି । ସେପଟେ ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଆଜି ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ସୁନାବେଶରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଧ୍ୟାନ ଦେଇଛି ପ୍ରଶାସନ । ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୁଦେବୀ ଓ ଶ୍ରୀଦେବୀ ଦୋଳବେଦୀକୁ ବିମାନରେ ବିଜେ କରିବେ ।


ଦୋଳ ପୂର୍ଣିମା 

ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ ।

କାହିଁକି ପାଳନ ହୁଏ ଏହି ପର୍ବ ?


ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି । ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ପୌରାଣିକ ଆଖ୍ୟାନର ଗୁନ୍ଥନ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି । ଶ୍ରୀରାଧା - ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ । ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା ।

ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ । ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ମଧ୍ୟ ଦକ୍ଷିଣା ଦିଆଯାଇଥାଏ । 

ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ । ସେହି ମଣ୍ଡପର ନାମ ଦୋଳ ମଣ୍ଡପ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ ।

ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ । ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳା ବା ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ । 

ଏହା ଏପରି ଏକ ସାମୁହିକ ଉତ୍ସବରେ ପରିଣତ ହୋଇଛି ଯେ ଖୋର୍ଦ୍ଧା ନିକଟବର୍ତ୍ତୀ କେତେକ ଗ୍ରାମରେ ଯଥା- ଗଡ଼ବାଣି, ମାଣିକଗୋଡାରେ - ଯେଉଁଠାରେ ମୁସଲମାନ ଦଳବେହେରା ରାଜାଙ୍କଦ୍ୱାରା ନିଯୁକ୍ତ ହେଇଥିଲେ ବା ହିନ୍ଦୁ ଦଳବେହେରା ପରବର୍ତ୍ତୀ ସମୟରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ - ସେମାନଙ୍କୁ ଦୁଆରେ ମଧ୍ୟ ପ୍ରଭୁ ଭୋଗ ଖାଇଥାନ୍ତି ।

ସେହିପରି ଶୈବପୀଠ ସହିତ ବୈଷ୍ଣବ ଭକ୍ତ ଓ ପୀଠର ସୌହାର୍ଯ୍ୟ ବୃଦ୍ଧିରେ ଦୋଳ ମେଲଣ ଓ ଦୋଳ ମଣ୍ଡପ ସାହାଯ୍ୟ କରିଥାଏ । ସାଧାରଣତଃ ଶୈବ, ଶାକ୍ତ କିମ୍ବା ଅନ୍ୟ ନିର୍ବିବାଦୀୟ ପୀଠରେ ବା ତାଙ୍କ ନିକଟରେ ଆୟୋଜିତ ହୋଇଥାଏ ଦୋଳ ମେଲଣ । ସେଠାରେ ପଞ୍ଚରାତ୍ର ବ୍ୟାପୀ ଚାଚେରୀରେ ସନ୍ଧ୍ୟାଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା ଓ ପରିଭ୍ରମଣ କରୁଥିବା ରାଧାକୃଷ୍ଣଙ୍କ ବିମାନ ଆସି ସାମୟିକ ରହିଥାଏ । ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ମେଲଣର ଅନନ୍ୟ ପରମ୍ପରା, ଐତିହ୍ୟ ଓ ନାମକରଣ ରହିଛି ।

ତେବେ ମୁଖ୍ୟତଃ ଏହି ଦୋଳ ମେଲଣ ତିନି ଭିନ୍ନ ଭିନ୍ନ ପ୍ରକାରର

ଫାଲଗୁନର ରାଜଦୋଳ ମେଲଣ, ଅର୍ଥାତ ଫଗୁ (ଶୁକ୍ଳପକ୍ଷ) ଦଶମୀଠାରୁ ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ।

ପଞ୍ଚୁଦୋଳ ମେଲଣ , ପାଞ୍ଚଦିନ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଚୈତ୍ରମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ ।

ଦଶଦୋଳ, ଦଶଦିନ ବ୍ୟାପୀ ମେଲଣ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ନବମୀ ପର୍ଯ୍ୟନ୍ତ ।
ବାସ୍ତବରେ କହିବାକୁ ଗଲେ ଏହି ରାଜଦୋଳ ଉତ୍ସବ ଅର୍ଥାତ ଫଗୁଦଶମୀଠାରୁ ସମସ୍ତ ସମସ୍ତ ବୈଷ୍ଣବ ପୀଠରେ ଝୁଲଣ ମଣ୍ଡପରେ ଦୋଳିରେ ଝୁଲନ୍ତି କିମ୍ବା ସୁସଜ୍ଜିତ ବିମାନରେ ବିଜେ କରନ୍ତି ଶ୍ରୀରାଧାକୃଷ୍ଣ ଯୁଗଳ ମୂର୍ତ୍ତି ।

ଓଡ଼ିଶାର ବହୁ ପର୍ବ ପରି ଦୋଳ ଚାଚେରୀ ଆଉ ମେଲଣ ଉଭୟ ଯାତ୍ରା ଓ ସ୍ଥାନୀୟ ସମାବେଶର ଉଲ୍ଲେଖଯୋଗ୍ୟ ସମ୍ମିଶ୍ରଣ। ଶ୍ରୀ ଚୈତନ୍ୟ ଜୟନ୍ତୀ ଭାବରେ ସଂକୀର୍ତ୍ତନ, ଖୋଳ, କରତାଳର ଏହା ମହାଉତ୍ସବ ରୂପେ ପରିଗଣିତ । ଅବଶ୍ୟ, ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭେଦ୍ୟତା ସ୍ଥାପିତ ହୋଇଥିବାରୁ କେତେକ ଝୁଲଣ ମଣ୍ଡପ ବା ପୀଠରେ ଶ୍ରୀକୃଷ୍ଣଙ୍କ ସ୍ଥାନରେ ଜଗନ୍ନାଥଙ୍କ ମୂର୍ତ୍ତି ଶୋଭାପାଇଥାଏ ।

COASTAL NEWS ODIA ଚନ୍ଦ୍ରୟାନ-୩ ଅବତରଣ ସ୍ଥଳକୁ ଏବେ ‘ଶିବ ଶକ୍ତି' ନାମରେ ମିଳିଲା ମଞ୍ଜୁରି, ପିଏମ ମୋଦି କରିଥିଲେ ଆବେଦନ

COASTAL NEWS ODIA 1788

ଚନ୍ଦ୍ରୟାନ-୩ ଅବତରଣ ସ୍ଥଳକୁ ଏବେ ‘ଶିବ ଶକ୍ତି' ନାମରେ ମିଳିଲା ମଞ୍ଜୁରି, ପିଏମ ମୋଦି କରିଥିଲେ ଆବେଦନ  


ନୂଆଦିଲ୍ଲୀ - (CNO) ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଅଭିଯାନର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିଥିବା ସ୍ଥାନର ଆନ୍ତର୍ଜାତିକ ଜ୍ୟୋତିର୍ବିଜ୍ଞାନ ସଂଘ (ଆଇଏୟୁ)ର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ 'ଶିବ ଶକ୍ତି' ନାମରେ ନାମିତ କରାଯାଇଛି । 

ଭାରତର ଚନ୍ଦ୍ରୟାନ -୩ ର ସଫଳ ଅବତରଣ ବିଶ୍ୱର ସମସ୍ତ ଦେଶର ସ୍ପେସ ଏଜେନ୍ସିଗୁଡ଼ିକୁ ଆଶ୍ଚର୍ଯ୍ୟ କରିଥିଲା । ଏହି ସଫଳତା ପରେ, ୨୬ ଅଗଷ୍ଟ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରୟାନ -୩ ର ଅବତରଣ ସ୍ଥାନକୁ 'ଶିବ ଶକ୍ତି ପଏଣ୍ଟ' ବୋଲି କହିଥିଲେ । 

ଅବତରଣ ସ୍ଥଳକୁ 'ଶିବ ଶକ୍ତି' ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବାର ପ୍ରାୟ ସାତ ମାସ ପରେ ଏହି ମଞ୍ଜୁରି ମିଳିଛି । ଚନ୍ଦ୍ରାୟନ -୩ ୧୪ ଜୁଲାଇ ୨୦୨୩ରେ ଲଞ୍ଚ କରାଯାଇଥିଲା । 

ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏକ ଖଠଗ୩-ଗ୪ ରକେଟରେ ଉତକ୍ଷେପଣ କରାଯାଇଥିଲା । ବିକ୍ରମ ଲ୍ୟାଣ୍ଡର ଅଗଷ୍ଟ ୨୩ ରେ ସା ୫ଟା ୪ ରେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲା । ଏହାର ମୋଟ ମୂଲ୍ୟ ୬୧୫ କୋଟି ଟଙ୍କା ଥିଲା । 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...